AFFILIATE MARKETING
Sunday, September 17, 2023
ଆଜିର ରାଶିଫଳ
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା
ଆଜି ଆସନ୍ତୁ ଜାଣିବା ହିନ୍ଦୁ ଦେବତା ବିଶ୍ୱକର୍ମାଙ୍କ ସମ୍ବନ୍ଧରେ
📝ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।*
*ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।*
*ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।*
ଅବତାର ଓ ପଞ୍ଚମୁଖ
*📝ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।[୨] ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।*
*❣️ବିଶ୍ୱକର୍ମା ପୂଜା :-*
*📝ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ପାଳନ କରାଯାଏ । । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ୱୀପ ଓ ରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ।*
*ବିଶ୍ୱକର୍ମା ପୂଜା ମହତ୍ତ୍ୱ:-*
*ପୌରାଣିକ ସମୟର ସବୁଠୁ ବଡ ସିଭିଲ ଇଂଜିନିୟର ବିଶ୍ୱକର୍ମା ଅଟନ୍ତି l ତାଙ୍କର ଜୟନ୍ତୀ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ହୋଇଥାଏ l ଭଗବାନ ବିଶ୍ୱକର୍ମା ଙ୍କ ଆଲୋଚନା ୧୨ ଟି ଆଦିତ୍ୟ ଓ ଲୋକପାଳ ଙ୍କ ସହିତ ଋଗବେଦ ରେ ମଧ୍ୟ ହୋଇଛି l ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ଯେତେବି ରାଜଧାନୀ ରହିଥିଲା , ତାର ନିର୍ମାଣ ଭଗବାନ ବିଶ୍ୱକର୍ମା ଙ୍କ ଦ୍ୱାରା କରାଯାଇଛି l ସତ୍ୟ ଯୁଗର ସ୍ୱର୍ଗ ଲୋକ ,ତ୍ରେତେୟା ଯୁଗର ଲଙ୍କାପୁରି , ଦ୍ଵାପରେ ଯୁଗର ଦ୍ୱାରିକା ଓ କଳିଯୁଗର ହସ୍ତିନା ପୁତ୍ର ବିଷୟରେ କହିବା ଏହାର ନିର୍ମାଣ ବିଶ୍ୱକର୍ମା କରିଛନ୍ତି l*
*କିପରି ହେଲା ବିଶ୍ୱକର୍ମା ଙ୍କ ଉତ୍ପତି :-*
*ଗୋଟିଏ ପୌରାଣିକ କଥା ଅନୁସାରେ ସୃଷ୍ଟିର ଆରମ୍ଭ ରେ ସର୍ବପ୍ରଥମେ ନାରାୟଣ ସାଗରରୁ ଶେଷ ନାଗ ଉପରେ ସାୟଂ କରି ପ୍ରକଟ ହେଲେ l ତାଙ୍କ ନାଭି କମଣ୍ଡଳୁ ରୁ ଚତୁର୍ମୁଖ ବ୍ରହ୍ମା ଦୃଷ୍ଟି ଗୋଚର ହେଉଥିଲେ ,ବ୍ରହ୍ମାଙ୍କ ପୁତ୍ର ଧର୍ମ ଓ ଧର୍ମ ଙ୍କ ପୁତ୍ର ଵାସ୍ତୁଦେବ l କୁହାଯାଏ ଯେ ଧର୍ମ ଙ୍କର ବସ୍ତୁ ନାମକ ସ୍ତ୍ରୀ ଙ୍କ ନିକଟରୁ ଉତ୍ପନ ବାସ୍ତୁ ସପ୍ତମ ସନ୍ତାନ ଥିଲେ , ଯିଏ ଶିଳ୍ପ ଶାସ୍ତ୍ରରେ ଖୁବ କୁଶଳୀ ଥିଲେ l ସେହି ବାସ୍ତୁ ଙ୍କର ଆଙ୍ଗିରସି ନାମକ ପତ୍ନୀ ଙ୍କ ନିକଟରୁ ବିଶ୍ୱକର୍ମା ଉତ୍ପନ୍ନ l ପିତା ଙ୍କ ଭଳି ବିଶ୍ୱକର୍ମା ମଧ୍ୟ ବାସ୍ତୁ କଳାରେ ନିପୁଣ ହେଲେ l ବିଶ୍ୱକର୍ମା ଙ୍କର ମନୁ , ମୟ ,ତ୍ଵତ୍ସତା ,ଶିଳ୍ପୀ ଓ ଦୈଵଜ୍ଞ ନାମରେ ୫ଟି ପୁତ୍ର ଥିଲେ l ତେଣୁ ଏହା ମଧ୍ୟ ମାନ୍ୟତା ରହିଛି ଯେ ସେମାନେ ଅଲଗା ଅଲଗା ଭାବରେ ବିଭିନ୍ନ ବାସ୍ତୁ ଶାସ୍ତ୍ରର ଉଦ୍ଭାବନ କରିଥିଲେ l ତେଣୁ ମନୁ ଙ୍କ ଲୁହା ସହିତ , ମୟଙ୍କୁ କାଠ ,ତ୍ବଷ୍ଟାଙ୍କୁ କଂସା ଏବଂ ତମ୍ବା ,ଶିଳ୍ପୀ ଙ୍କୁ ଇଟା ଓ ଦୈଵଜ୍ଞ ଙ୍କୁ ସୁନା ରୁପା ସହିତ ଯୋଡ଼ା ହୋଇଥାଏ l
ଚଳିତ ବର୍ଷ ଏହା ଆଜି ୧୭ ତାରିଖ ଶୁକ୍ରବାର ଦିନ କନ୍ୟା ସଂକ୍ରାନ୍ତିରେ ପାଳିତ ହେଉଛି l କାରଣ ଏହି ସଂକ୍ରାନ୍ତିର ପାବନ ମୁହୁର୍ତ୍ତରେ ବାବା ବିଶ୍ୱକର୍ମା ଜନ୍ମ ହୋଇଥିଲେ l
*🌹🌳🔘ଜୟ ବାବା ବିଶ୍ୱକର୍ମା ନମଃ🔘🌳🌹*
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ବିଶେଷ ଖବର

ମୁଣ୍ଡ ବିନ୍ଧାର କାରଣ ହୋଇଛି ବେଆଇନ ଋଣ ଆପ୍

ଅବତରଣ ବେଳେ ହେଉଥିଲା ପ୍ରବଳ ବର୍ଷା !ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ
COASTAL NEWS Odia 764
ଅବତରଣ ବେଳେ ହେଉଥିଲା ପ୍ରବଳ ବର୍ଷା !ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ
ବ୍ରାଜିଲ୍: ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା । ଦେଖୁ ଦେଖୁ ଚାଲିଗଲା ୧୪ ଜୀବନ । ଗତକାଲି ଶନିବାର ଦିନ ବ୍ରାଜିଲ୍ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ୍ ସହରରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ, ଏଥିରେ ୧୪ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟପାଳ ୱିଲ୍ସନ୍ ଲିମା ।
ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍ ଠାରୁ ପ୍ରାୟ ୪୦୦ କିଲୋମିଟର୍ ଦୂର ବର୍ସେଲୋସ୍ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାଜ୍ୟପାଳ ୱିଲ୍ସନ୍ ଲିମାଙ୍କ ସୂଚନା ଅନୁସାରେ ଏହି ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ଜଣ ହେଉଛନ୍ତି ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀ।
ଶନିବାର ଦିନ ବର୍ସେଲୋସ୍ ବିମାନ ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଓ ୨ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ଖବର ସମଗ୍ର ସହରରେ ଦୁଃଖର ବାତାବରଣ ଖେଳାଇଦେଲା। ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି। ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍ସନ୍ ଲିମା ।
ମ୍ୟାନୌସ୍ ଏରୋଟ୍ୟାକ୍ସି ଏୟାର୍ଲାଇନ୍ ବିବୃତି ଜାରି କରି ସୁନିଶ୍ଚିତ କରିଛି ଯେ, ଘଟିଥିବା ଦୁର୍ଘଟଣା ଉପରେ ସବିଶେଷ ତଦନ୍ତ ଚାଲିଛି। କିନ୍ତୁ ଏଥିରେ ମୃତାହତଙ୍କ ବିଷୟରେ କୌଣସି ସଠିକ୍ ବିବରଣୀ ନାହିଁ। କିନ୍ତୁ, ଏକ ରିପୋର୍ଟ ଅନୁସାରେ, ବିମାନଟି ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍ରୁ ୯୦ ମିନିଟ୍ ଉଡ଼ାଣ ଦୂରତାରେ ଅବସ୍ଥିତ ବର୍ସେଲୋସ୍ ଅଭିମୁଖେ ଯାଉଥିଲା। ତେବେ ସେହି ସମୟରେ ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳକୁ ବ୍ରାଜିଲ୍ ସମୟ ପାଖାପାଖି ଅପରାହ୍ନ ୩ଟା ହୋଇଥିଲା।
ଏହି ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ବ୍ରାଜିଲ୍ ର ସବୁ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅବତରଣ ବେଳେ ପ୍ରବଳ ବର୍ଷା ହେଉଥିଲା। ସମ୍ଭବତଃ ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ରିପୋର୍ଟରେ କୁହାଯାଇଛି ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା
COASTAL NEWS Odia 763
ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା
ନୂଆଦିଲ୍ଲୀ - ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା। ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗଜଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି।
ଏହି ଅବସରରେ ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି ମୁରଳୀଧନରଙ୍କ ସମେତ ଉଭୟ ସଦନ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ।
ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ। ଆସନ୍ତାକାଲି(ସେପ୍ଟେମ୍ବର 18)ରୁ 22 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ପୁରୁଣା ଭବନରେ ପ୍ରଥମ ଦିନର ଅଧିବେଶନରେ ଆଲୋଚନା ହେବ। ଏହାପର ଦିନ ଗଣେଶ ପୂଜାରେ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ସାଇଲେଣ୍ଟ କିଲର ମୋବାଇଲ୍
COASTAL NEWS Odia 762
ସାଇଲେଣ୍ଟ କିଲର
ଭୁବନେଶ୍ବର - ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ୍ ଫୋନ ନିଶା। ଦିନରୁ ରାତି, ପ୍ରତି ସମୟରେ ପାଖରେ ରହୁଛି ଫୋନ। ତେବେ ଏହି ଆଡିକ୍ସନ ଅଜାଣତରେ ଧୀରେ ଧୀରେ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ବିଜ୍ଞାନର ଏହି ବରଦାନ ଯେପରି ସ୍ବାସ୍ଥ୍ୟ ପାଇଁ ଅଭିଶାପ ନ ପାଲଟେ, ସେଥିପାଇଁ ସତର୍କ ରହିବା ଆବଶ୍ୟକ…
ବର୍ତ୍ତମାନ ପ୍ରାୟ ସମସ୍ତେ ନିଜର ଅଧିକାଂଶ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି। ଏହା ଅନେକଙ୍କ ପାଇଁ ଏତେ ଜରୁରୀ ପାଲଟିଛି ଯେ, କିଛି କ୍ଷଣ ଏହାବିନା ରହିବା ଯେମିତି ସେମାନଙ୍କ ପାଇଁ ଅସମ୍ଭବ ମନେହେଉଛି। ଏମିତିକି କେତେଜଣ ରାତିରେ ଶୋଇବା ବେଳେ ମଧ୍ୟ ଏହାକୁ ପାଖରେ ରଖିବାକୁ ଆଦୌ ଭୁଲି ନ ଥା’ନ୍ତି। ହେଲେ ଆପଣ ଜାଣନ୍ତିକି କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହେଲେ ଖରାପ। ଅର୍ଥାତ୍ ଆବଶ୍ୟକତାଠାରୁ ଅଧିକ ସମୟ ମୋବାଇଲ୍ରେ ବିତାଇବା ଦ୍ୱାରା ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସେଥିପାଇଁ ମୋବାଇଲ୍କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ। ତେଣୁ ଅଧିକ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ ସତର୍କ ହୋଇଯାଆନ୍ତୁ, ନଚେତ୍ ଏହା ଆପଣଙ୍କ ପାଇଁ ଘାତକ ସାଜିପାରେ।
ସମସ୍ୟା:
-ବିଶେଷଜ୍ଞଙ୍କ ମତରେ ମୋବାଇଲ୍ ଅଧିକ ସମୟ ଦେଖିବା କାରଣରୁ ଅନେକଙ୍କଠାରେ ବର୍ତ୍ତମାନ ଚକ୍ଷୁ ସମସ୍ୟା ବଢ଼ିବାରେ ଲାଗିଛି।
– ସେହିପରି ଅନେକେ ବସିବା ସମୟରେ ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତି କିମ୍ବା ସୋଫା, ବେଡ୍ ଆଦି ଉପରେ ଶୋଇ ଘଣ୍ଟା ଘଣ୍ଟା ମୋବାଇଲ୍ ଦେଖନ୍ତି। ହେଲେ ଦୀର୍ଘ ସମୟ ଏପରି ପୋଜିଶନ୍ରେ ରହିବା ଦ୍ୱାରା ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। କେବଳ ଏତିକି ଅଧିକ ସମୟ ଏପରି ପୋଜିଶନ୍ରେ ରହିବା ଯୋଗୁ ସ୍ପଣ୍ଡିଲାଇଟିସ୍ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।
-ମତରେ ରାତିରେ ଶୋଇବା ବେଳେ ମୋବାଇଲ୍ରେ ଗପିବା, ଚାର୍ଟିଂ କରିବା, ଭିଡିଓ ଦେଖିବା, ଗେମ୍ ଖେଳିବା ହେଉ କିମ୍ବା ପାଖରେ ରଖି ଶୋଇବା ବେଳେ ଆସୁଥିବା ନୋଟିଫିକେଶନ୍ ଯୋଗୁ ବାରମ୍ବାର ନିଦ ଭାଙ୍ଗିବା ଦ୍ୱାରା ନିଦ ସମ୍ପୂର୍ଣ୍ଣ ହୋଇ ନ ଥାଏ। ପ୍ରତିଦିନ ଏଭଳି କାରଣ ଯୋଗୁ ଦିନରେ ନିଦ ଆସିବା, ମୁଣ୍ଡ ବୁଲେଇବା, ଥକାପଣ, ଗ୍ୟାସ୍, ବ୍ଲଡ୍ପ୍ରେସର ଭଳି ଅନେକ ନିଦ୍ରାହୀନତାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। କେବଳ ଏତିକି ନୁହେଁ ମାନସିକ ସ୍ତରରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଷ୍ଟ୍ରେସ୍ ହର୍ମୋନ ବଢ଼ିବା ସହ ଇମ୍ୟୁନିଟି ସିଷ୍ଟମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
-ଇୟରଫୋନ୍ ଲଗାଇ ଲାଉଡ୍ ମ୍ୟୁଜିକ୍ ଶୁଣିବା ବି ଅନେକଙ୍କୁ ଭାରି ପସନ୍ଦ। ହେଲେ ଦୀର୍ଘ ସମୟ ଧରି ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକଙ୍କଠାରେ ଶ୍ରବଣ ସମସ୍ୟା ଦେଖାଦେଉଛି। ଏମିତିକି କାହା କାହାଠାରେ ଅଡିଓ ସେନ୍ସେରି ନର୍ଭସ ସିଷ୍ଟମ ଡ୍ୟାମେଜ ହୋଇ ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତି ମଧ୍ୟ ନଷ୍ଟ ହେଇଯାଉଛି।
ଡିଜିଟାଲ୍ ଡିଟକ୍ସ ଦ୍ୱାରାହେବେ ଉପକୃତ
ମୋବାଇଲ୍ ଫୋନ୍ର ଅଧିକ ବ୍ୟବହାର ଯୋଗୁ ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକେ ପ୍ରତିଦିନ ଏଥିରୁ କିଛି ସମୟ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଡିଜିଟାଲ୍ ଡିଟକ୍ସ ବୋଲି କୁହାଯାଉଛି…
-ଡିଟକ୍ସ ଲାଗି ସର୍ବପ୍ରଥମେ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। କାରଣ ଏହାର ଅର୍ଥ ନୁହେଁ ଯେ, ମାତ୍ର କିଛି ସମୟ ମନକୁ ବୁଝାଇ ରଖିବେ ଏବଂ ପୁନର୍ବାର ମୋବାଇଲ୍ ଦୁନିଆକୁ ଚାଲିଯିବେ। ଏଥିପାଇଁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ଦରକାର। ଧୀରେଧୀରେ ସେହି ସମୟ ଅବଧିକୁ ବଢ଼ାଇବା ଦ୍ୱାରା ଅଧିକ ଉପକୃତ ହୋଇପାରିବେ।
-ଆପଣଙ୍କୁ ନିଜ ମୋବାଇଲ୍କୁ ସାଇଲେଣ୍ଟ ମୋଡ୍ରେ ରଖିବା ସହ ବିଭିନ୍ନ ଆପ୍ ବିଶେଷକରି ସୋସିଆଲ୍ ସାଇଟ୍ସ ଆପ୍ଗୁଡିକର ନୋଟିଫିକେଶନ ଅଫ୍ କରି ରଖିବାକୁ ହେବ। ତେବେ ଫୋନ୍କୁ ପାଖରେ ନ ରଖି ଅନ୍ୟ ରୁମ୍ରେ ରଖିଲେ ଆପଣଙ୍କ ଲାଗି ଡିଜିଟାଲ୍ ଡିଟକ୍ସ ଅଧିକ ସହଜ ହୋଇପାରିବ।
-ଆପଣଙ୍କୁ ମିଳୁଥିବା ଫାଙ୍କା ସମୟରେ ଯଦି ପରିବାର ସହ କ୍ୱାଲିଟି ସମୟ ବିତାଇବେ, କିଛି ନୂଆ ଶିଖିବେ, ବୁଲିବାକୁ ଯିବେ, ନିଜ ରୁଚି ଥିବା କାର୍ଯ୍ୟ କରିବେ, ଏକ୍ସରସାଇଜ୍ କରିବେ; ତେବେ ମାନସିକ ଶାନ୍ତି ମିଳିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା ଯୋଗୁ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ବି ଦୂର ହୋଇପାରିବ।
ମନେରଖନ୍ତୁ
-ବ୍ୟବହାର କରିବା ବେଳେ କମ୍ଫର୍ଟେବଲ୍ ପୋଜିସନ୍ରେ ବସନ୍ତୁ; ଯେପରି ବେକ, ପିଠି, ଅଣ୍ଟା ସିଧା ରହିବ। ଯଦି ବେକ, ଅଣ୍ଟା, ମେରୁଦଣ୍ଡ ଆଦିରେ ଯନ୍ତ୍ରଣା ଆରମ୍ଭ ହୁଏ, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି କିଛି ସମୟ ପାଇଁ ନିଜ ଜାଗାରୁ ଉଠି ଚଲାବୁଲା କରନ୍ତୁ।
ଯୋଗ କରିବା ଦ୍ୱାରା ମେରୁଦଣ୍ଡରେ ଥିବା ଷ୍ଟିଫ୍ନେସ୍ କମ୍ ହୋଇଥାଏ। ବିଶେଷକରି ଶାଲଭାସନ, ବକ୍ରାସନ, ଅର୍ଦ୍ଧଚକ୍ରାସନ, ଧନୁରାସନ, ଶବାସନ ଇତ୍ୟାଦି ବେଶ୍ ଉପକାରୀ। ତେବେ କୌଣସି ଯୋଗ ଟ୍ରେନର, ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଏହାକୁ କରିବା ନିରାପଦ। ବିଭିନ୍ନ ପ୍ରକାରର ନେକ୍ ଷ୍ଟ୍ରେଚ୍ ଏକ୍ସରସାଇଜ୍ କରନ୍ତୁ।
-ଅନେକେ ରାତିରେ ମୁଣ୍ଡ ପାଖରେ ଫୋନ୍ ରଖି ରାତିସାରା ଚାର୍ଜ କରିଥା’ନ୍ତି। ହେଲେ ଅଧିକ ସମୟ ଚାର୍ଜ ହେବା ଦ୍ୱାରା ମୋବାଇଲ୍ ଗରମ ହୋଇଯାଏ। ଫଳରେ ସେଥିରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଥାଏ, ଯାହାକି ସଭିଙ୍କ ପାଇଁ ବିପଦପୂର୍ଣ୍ଣ। ତା’ଛଡା ମୋବାଇଲ୍ରୁ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଓ୍ବେବ୍ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ସମ୍ପୂର୍ଣ୍ଣ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ରାତିରେ ଫୋନ୍ ଚାର୍ଜ କରୁଥିଲେ ଶୋଇବା ପୂର୍ବରୁ ସ୍ବିଚ୍ ବନ୍ଦ କରିଦିଅନ୍ତୁ ଏବଂ ଫୋନ୍କୁ ନିଜ ପାଖରୁ ଅତିକମ୍ରେ ଏକ ମିଟରରୁ ଦୂରରେ ରଖନ୍ତୁ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
୭୩ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନ ଅବସରରେ ଆଜି ଆରମ୍ଭ ହେବ ବିଶ୍ବକର୍ମା ଯୋଜନା
COASTAL NEWS Odia 761
୭୩ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନ ଅବସରରେ ଆଜି ଆରମ୍ଭ ହେବ ବିଶ୍ବକର୍ମା ଯୋଜନା
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିନ। ଆଉ ତାଙ୍କ ଜନ୍ମ ଦିନ ଅବସରରେ ଦେଶରେ ଆରମ୍ଭ ହେବ ବିଶ୍ବକର୍ମା ଯୋଜନା। ନରେନ୍ଦ୍ର ମୋଦି ଏକବିଂଶ ଶତାବ୍ଦୀ ଭାରତର ନୂଆ ବିଶ୍ବକର୍ମା ହୋଇ ଉଭା ହୋଇଛନ୍ତି। ତାଙ୍କର ନଅ ବର୍ଷର ଶାସନ କାଳରେ, ଅର୍ଥନୀତି ଓ ବୈଦେଶିକ ନୀତିରେ ଅନେକ ସଫଳତା ପାଇଛି ଭାରତ। କେବଳ ଏତିକ ନୁହଁ ଭାରତ ଆତ୍ମ ନିର୍ଭର ହେବା ସହ ସାମରିକ କ୍ଷେତ୍ରରେ ସଶକ୍ତ ହୋଇଛି। ସେହିପରି ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ । ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି । ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ମୋଦି। ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେବା ସହ ସେ ପ୍ରଥମ ବିଜେପି ନେତା ଯାହାଙ୍କ ନେତୃତ୍ୱରେ ୨୦୧୪ ଏବଂ ୨୦୧୯ରେ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରରେ ବସିଛନ୍ତି । ବର୍ତ୍ତମାନ ପ୍ରାୟ ସାଢ଼େ ୯ ବର୍ଷ ହେଲା ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି। ଆସନ୍ତାବର୍ଷ ତାଙ୍କର ଦ୍ବିତୀୟ ପାଳିର ଅବଧି ପୂର୍ଣ୍ଣ ହେବାକୁ ଯାଉଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟାଙ୍କ ପରଲୋକ
COASTAL NEWS Odia 760
ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟାଙ୍କ ପରଲୋକ
ଭୁବନେଶ୍ବର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ, ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଶାରୀରିକ ଅସୁସ୍ଥତା ପରେ ଗତକାଲି ନିଜ ଦିଲ୍ଲୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ମେହଟ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଥିଲେ। ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହଟ୍ଟା ସୁପ୍ରସିଦ୍ଧ ଆମେରିକୀୟ ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ରେ ସୋନି ମେହଟ୍ଟାଙ୍କ ପରଲୋକ ଘଟିଥିଲା। ସେ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ବିଶେଷ ଭାବେ ଯୁଦ୍ଧ କ୍ଷେତ୍ରରେ ସାମ୍ବାଦିକତା ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।
ତାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଯିବେ।
ସଂକ୍ଷେପରେ…
ନାମ: ଗୀତା (ପଟ୍ଟନାୟକ) ମେହଟ୍ଟା
ଜନ୍ମ: ୧୯୪୩ (ଦିଲ୍ଲୀ)
ପିତା: ବିଜୁ ପଟ୍ଟନାୟକ
ମାତା: ଜ୍ଞାନ ପଟ୍ଟନାୟକ
ଶିକ୍ଷା ଗ୍ରହଣ: ଭାରତ, ବ୍ରିଟେନ
ସର୍ବୋଚ୍ଚ ସମ୍ମାନ: ପଦ୍ମଶ୍ରୀ (୨୦୧୯)
ବୃତ୍ତଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା: ୧୪
ଯୁଦ୍ଧ ସମ୍ବାଦଦାତା: ୧୯୭୦-୧୯୭୧
ପ୍ରସିଦ୍ଧ ବୃତ୍ତଚିତ୍ର: ବାଂଲାଦେଶ ରିଭଲ୍ୟୁସନ, ଡେଟଲାଇନ ବାଂଲାଦେଶ
ବିବାହ: ୧୯୬୫
ସ୍ୱାମୀ: ସୋନି ମେହଟ୍ଟା
ପୁଅ: ଆଦିତ୍ୟ ସିଂ ମେହଟ୍ଟା
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Saturday, September 16, 2023
ଆମେରିକାନ୍ ଲେଖିକା ଗୀତା ମେହେଟ୍ଟା ଙ୍କ ପରଲୋକ
COASTAL NEWS Odia 759
ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଙ୍କ ପରଲୋକ
ଭୁବନେଶ୍ବର - ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଙ୍କ 80 ବର୍ଷ ବୟସରେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ l ସେ ଏକ ଜଣାଶୁଣା ଓଡିଆ ପରିବାରରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ, ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ପରେ ଓଡିଶାର ମୁଖ୍ୟମନ୍ତ୍ରୀ, ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ଯାହା ପରେ ଓଡ଼ିଶା ଜନ୍ମିତ ବିଦେଶରେ ବିଶିଷ୍ଟ ଲେଖକ ସାମ୍ବାଦିକା ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ କବି ଭାବେ ଜଣାଶୁଣା।
ତାଙ୍କ ସାନଭାଇ ନବୀନ ପଟ୍ଟନାୟକ 2000 ମସିହାରୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ସେ ଭାରତରେ ଏବଂ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଛନ୍ତି। ତାଙ୍କୁ 2019 ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପାଇଁ ବିଚାର କରାଯାଇଥିଲା, ଯାହାକୁ ସେ ରାଜନୈତିକ କାରଣରୁ ମନା କରିଦେଇଥିଲେ।
ସେ ବ୍ରିଟେନ, ୟୁରୋପୀୟ ଏବଂ ଆମେରିକୀୟ ନେଟୱାର୍କ ପାଇଁ 14 ଟି ଟେଲିଭିଜନ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ଏବଂ ନିର୍ଦ୍ଦେଶନା ଦେଇଛନ୍ତି | 1970–1971 ମସିହାରେ ସେ ଆମେରିକାର ଟେଲିଭିଜନ୍ ନେଟୱାର୍କ NBC ପାଇଁ ଟେଲିଭିଜନ୍ ଯୁଦ୍ଧ ସମ୍ବାଦଦାତା ଥିଲେ | ବାଂଲାଦେଶ ବିପ୍ଳବର ଡାଟଲାଇନ୍ ବାଂଲାଦେଶର ତାଙ୍କ ଚଳଚ୍ଚିତ୍ର ସଂକଳନ ଉଭୟ ଭାରତ ତଥା ବିଦେଶର ସିନେମାରେ ପ୍ରଦର୍ଶିତ ହୋଇଥିଲା |
ସେ ଆଲଫ୍ରେଡ ଏ ନୋପଫ ପ୍ରକାଶନ ସଂସ୍ଥାର ପୂର୍ବତନ ମୁଖ୍ୟ ସନ୍ନି ମେହେଟ୍ଟାଙ୍କ ପତ୍ନୀ , ଯାହାଙ୍କୁ ସେ 1965 ମସିହାରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି। ତାଙ୍କ ପୁସ୍ତକଗୁଡିକ 21 ଟି ଭାଷାରେ ଅନୁବାଦ କରାଯାଇଛି ଏବଂ ୟୁରୋପ, ଆମେରିକା ଏବଂ ଭାରତର ବିକ୍ରେତା ତାଲିକାରେ ସ୍ଥାନ ପାଇଛି |
ତାଙ୍କର କାଳ୍ପନିକ ଏବଂ ଅଣ-କଳ୍ପନା କେବଳ ଭାରତ - ଏହାର ସଂସ୍କୃତି ଏବଂ ଇତିହାସ ଉପରେ ଏବଂ ପାଶ୍ଚାତ୍ୟ ଧାରଣା ଉପରେ ଧ୍ୟାନ ଦେଇଥାଏ | ତାଙ୍କର ଲେଖନୀ ସ୍ରୁଷ୍ଟ କାର୍ଯ୍ୟଗୁଡ଼ିକ ସାମ୍ବାଦିକତା ଏବଂ ରାଜନୈତିକ ପୃଷ୍ଠଭୂମି ମାଧ୍ୟମରେ ପ୍ରାପ୍ତ ଜ୍ଞାନକୁ ପ୍ରତିଫଳିତ କରେ |
ଗୀତା ମେହେଟା ତାଙ୍କ ସମୟକୁ ନ୍ୟୁୟର୍କ ସିଟି, ଲଣ୍ଡନ ଏବଂ ନୂଆଦିଲ୍ଲୀ ମଧ୍ୟରେ ଅତିବାହିତ କରନ୍ତି |
ଗୀତା ମେହେଟ୍ଟା ଙ୍କ ନିଧନ ଖବର ରେ ଓଡିଶା ରେ ଶୋକର ଛାୟା ଖେଳିଯାଇଛି l
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ
COASTAL NEWS Odia 858
ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ
ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ ଶୁଳ୍କ ଆସନ୍ତା ମାସରୁ ୧୨୭ ପାଉଣ୍ଡ (୧୩ହଜାରରୁ ଅଧିକ)ରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ।
ପରିଦର୍ଶନ ଭିଜା ଫିରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଯାହା ଦେଶରେ ଭିଜା ପାଇଁ ଆବେଦନ କରିବା ପରିମାଣ ସହିତ ସମାନ। ଛଅ ମାସରୁ କମ ସମୟ ପାଇଁ ଭିଜା ପାଇଁ ଦେୟ ମଧ୍ୟ ୧୫ ପାଉଣ୍ଡରୁ ୧୧୫ ପାଉଣ୍ଡକୁ ବୃଦ୍ଧି କରାଯାଇଛି। ସଂସଦର ଅନୁମୋଦନ ଅନୁଯାୟୀ ଅକ୍ଟୋବର ୪ ରୁ ଇମିଗ୍ରେଶନ ଏବଂ ଜାତୀୟତା ଦେୟ ବୃଦ୍ଧି ପାଇବ ।
ପରିସଂଖ୍ୟାନ ଅନୁଯାୟୀ, ୨୦୨୧-୨୦୨୨ ମସିହାରେ ୧୨୦,୦୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନରେ ଅଧ୍ୟୟନ କରୁଛନ୍ତି। ଭାରତୀୟ ଛାତ୍ରୀଛାତ୍ରମାନେ ଦେଶର ସର୍ବ ବୃହତ ଅନ୍ତର୍ଜାତୀୟ ଶିକ୍ଷାର୍ଥି ଭାବେ ଦେଶରେ ଉଭା ହୋଇଛନ୍ତି। ସରକାର କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ସେବା ତଥା ସରକାରୀ କ୍ଷେତ୍ରର ଦରମା ବୃଦ୍ଧି ପାଇଁ ଅଧିକ ଅର୍ଥ ପ୍ରଦାନକୁ ପ୍ରାଥମିକତା ଦେବା ପାଇଁ ଇମିଗ୍ରେଶନ ଏବଂ ଜାତୀୟତା ଫିରେ ପରିବର୍ତ୍ତନ କରାଯାଇଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ସଲମାନଙ୍କ ମୋଟ୍ ସମ୍ପତ୍ତି କେତେ ଜାଣନ୍ତୁ
COASTAL NEWS Odia 757
ସଲମାନଙ୍କ ମୋଟ୍ ସମ୍ପତ୍ତି କେତେ ଜାଣନ୍ତୁ
ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ ସମୟ ଥିଲା, ଯେତେବେଳେ ସଲମାନ ପ୍ରଥମ ଫିଲ୍ମରେ ମାତ୍ର ୧୧ ହଜାର ଫି’ ନେଇ କାମ କରିଥିଲେ। ଆଜି ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।
ସଲମାନ ୧୯୮୮ରେ ‘ବିବି ହୋ ତୋ’ ଫିଲ୍ମରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏଥିରେ ଫାରୁକ ଶେଖ୍ ଏବଂ ରେଖା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଲମାନ ସହାୟକ ଭୂମିକାରେ ଥିଲେ। ଏହି ଫିଲ୍ମ ପାଇଁ ସଲମାନ ମାତ୍ର ୧୧ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।
ବର୍ତ୍ତମାନ ସଲମାନ ବଲିଉଡ୍ର ସର୍ବାଧିକ ପାରିଶ୍ରମିକ ପାଉଥିବା ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ସଲମାନ ତାଙ୍କର ଫିଲ୍ମ ‘ଟାଇଗର’ ପାଇଁ ୧୦୦ କୋଟି ଟଙ୍କା ଫି’ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ରିୟାଲିଟି ଶୋ’ ବିଗ୍ ବସ୍ର ହୋଷ୍ଟ କରୁଛନ୍ତି। ଗୋଟିଏ ଏପିସୋଡ୍ ପାଇଁ ୧୨ କୋଟି ଟଙ୍କା ନିଅନ୍ତି।
ସଲମାନଙ୍କ ବାର୍ଷିକ ରୋଜଗାର ହେଉଛି ୨୦୦ କୋଟି ଟଙ୍କା । ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୨୮୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ସେ ନିଜ ଇନ୍ଷ୍ଟାଗ୍ରାମରେ ଏକ ବ୍ରାଣ୍ଡକୁ ସମର୍ଥନ କରନ୍ତି, ତେବେ ସେ କେବଳ ଗୋଟିଏ ପୋଷ୍ଟ ଶେୟାର କରିବା ପାଇଁ ୫୦ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି।
ସଲମାନଙ୍କ ‘ଗାଲାକ୍ସି’ ଆପାର୍ଟମେଣ୍ଟର ମୂଲ୍ୟ ୧୧୪ କୋଟି ଟଙ୍କା। ପାନଭେଲରେ ତାଙ୍କର ଏକ ଫାର୍ମହାଉସ ଅଛି ଯାହାର ମୂଲ୍ୟ ୯୪ କୋଟି ଟଙ୍କା। ଏହା ବ୍ୟତୀତ ଚିମ୍ବାଇ ରୋଡ୍ରେ ତାଙ୍କର ଏକ ସମ୍ପତ୍ତି ଅଛି ଯାହାର ମୂଲ୍ୟ ୧୭ କୋଟି ଟଙ୍କା। ଗୋରାଇ ବେଳାଭୂମିରେ ୩୫ କୋଟି ମୂଲ୍ୟର ଏକ ଘର ଅଛି। ଏଥି ସହିତ ମୁମ୍ବାଇ ଏବଂ ଦୁବାଇରେ ତାଙ୍କର ଆଉ ତିନୋଟି ଜାଗା ରହିଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ
COASTAL NEWS Odia 756
ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ
୮୫ ଜଣଙ୍କୁ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ବାହିନୀ ଏବଂ କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୮୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କର ସାହସିକତା, ଉଲ୍ଲେଖନୀୟ ଏବଂ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ।
ସ୍ଥାନୀୟ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ୨୦୨୧ ମସିହା ସ୍ୱତନ୍ତ୍ରତା ଦିବସ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ରାଜ୍ୟ ଆରକ୍ଷୀ ବାହିନୀର ମୋଟ ୬୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସାହସିକତା ପଦକ ପ୍ରଦାନ କରିଥିଲେ ।
ସେହିପରି ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଯୋଗ୍ୟ ରାଜ୍ୟ ଆରକ୍ଷୀ ବାହିନୀର ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ବିଶିଷ୍ଟ ସେବା ନିମନ୍ତେ ଏବଂ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା । ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ କାରାଗାର ସଂସ୍ଥା ଓ ସଂସ୍କାର ସେବା ବର୍ଗର ତିନି ଜଣ ଅଧିକାରୀଙ୍କୁ ସେମାନଙ୍କର ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିବା ବେଳେ ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା ।
ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ସମସ୍ତଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଥିଲେ । ଏହି ଅବସରରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ୍, ରାଜ୍ୟ କାରାଗାର ଓ ସଂସ୍କାର ସେବା ମହାନିର୍ଦ୍ଦେଶକ ଡ. ମନୋଜ କୁମାର ଛାବ୍ରାଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଆଧାର କାର୍ଡ଼ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ପାଇଁ ବଡ଼ ଖବର; ପୁଣି ବଢ଼ିଲା ମାଗଣା ଅପଡେଟ୍ ତାରିଖ
COASTAL NEWS Odia 755
ଆଧାର କାର୍ଡ଼ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ପାଇଁ ବଡ଼ ଖବର; ପୁଣି ବଢ଼ିଲା ମାଗଣା ଅପଡେଟ୍ ତାରିଖ
ଭୁବନେଶ୍ବର - Aadhaar Card Update: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସେପ୍ଟେମ୍ବର ୧୪ରୁ ଡିସେମ୍ବର ୧୪, ୨୦୨୩ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟଗୁଡିକର ମାଗଣା ଆଧାର ଅପଡେଟକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି।
UIDAI ଦ୍ବାରା ସେପ୍ଟେମ୍ବର ୬ରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ, 'ଅଧିକ ଅଧିବାସୀଙ୍କୁ ଆଧାରରେ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଉତ୍ସାହିତ କରିବା ପାଇଁ, ଆଧାର ପୋର୍ଟାଲ ମାଧ୍ୟମରେ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ ମାଗଣାରେ କରିବାକୁ ୧୪.୦୯.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଏହାସହ ସୂଚନା ଦିଆଯାଇଛି ଯେ, 'ବାସିନ୍ଦାଙ୍କ ସକରାତ୍ମକ ପ୍ରତିକ୍ରିୟାକୁ ଆଧାର କରି ଏହି ସୁବିଧାକୁ ୩ ମାସ ଅର୍ଥାତ୍ ୧୫.୦୯.୨୦୨୩ରୁ ୧୪.୧୨.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।ସେହି ଅନୁଯାୟୀ, myAadhaar ପୋର୍ଟାଲ୍ https://myaadhaar.uidai.gov.in/ ମାଧ୍ୟମରେ ଡକ୍ୟୁମେଣ୍ଟ୍ ଅପଡେଟ୍ର ସୁବିଧା ୧୪.୧୨.୨୦୨୩ ପର୍ଯ୍ୟନ୍ତ ମାଗଣାରେ ଜାରି ରହିବ।
UIDAI ୧୦ ବର୍ଷ ପୁରୁଣା ଆଧାର ଧାରକମାନଙ୍କୁ ସର୍ବଶେଷ ସୂଚନା ସହିତ ସୂଚନା ଅପଡେଟ୍ କରିବାକୁ ଅନୁରୋଧ କରୁଛି।
UIDAI ୱେବସାଇଟ୍ ଅନୁଯାୟୀ, 'ଜନସଂଖ୍ୟା ସୂଚନାର ସଠିକତା ବଜାୟ ରଖିବା ପାଇଁ ଦୟାକରି ଆଧାରକୁ ଅପଡେଟ୍ କରନ୍ତୁ। ଏହାକୁ ଅପଡେଟ୍ କରିବାକୁ, ଆପଣଙ୍କର ପରିଚୟର ପ୍ରମାଣ ଏବଂ ଠିକଣା ଡକ୍ୟୁମେଣ୍ଟର ପ୍ରମାଣ ଅପଲୋଡ୍ କରନ୍ତୁ।
ଆଧାର କାର୍ଡଧାରୀମାନେ ୧୭୦୦ରୁ ଅଧିକ ସରକାରୀ ପ୍ରକଳ୍ପ ଏବଂ ଅଣ-ସରକାରୀ ସେବା ଦ୍ୱାରା ଲାଭ ପାଇପାରିବେ। ତେଣୁ, ସେମାନଙ୍କର POI / POA ଡକ୍ୟୁମେଣ୍ଟେସନ୍ ଅପଡେଟ୍ ରଖିବା ଜରୁରୀ। ଏହା ଜରୁରୀ ଯେ ଆପଣଙ୍କର ଆଧାର ତଥ୍ୟ ସଠିକ୍ ଏବଂ ସର୍ବଦା ଅପଡେଟ୍ ରହୁ ।
ମାଗଣା ଅପଡେଟ୍ https://myaadhaar.uidai.gov.inରେ ଅନଲାଇନରେ କରାଯାଇପାରିବ ଏବଂ CSCରେ ଫିଜିକାଲ ଅପଡେଟ୍ ପାଇଁ ପୂର୍ବ ପରି ୨୫ ଟଙ୍କା ଶୁଳ୍କ ଆଦାୟ କରାଯିବ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
କମିଲା ସୁନା ଦାମ, ଜାଣନ୍ତୁ ଲାଟେଷ୍ଟ ରେଟ୍
COASTAL NEWS Odia 753
କମିଲା ସୁନା ଦାମ, ଜାଣନ୍ତୁ ଲାଟେଷ୍ଟ ରେଟ୍
ଭୁବନେଶ୍ବର- ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୫୪,୫୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦାମ ୫୯,୪୫୦ ଟଙ୍କା ଥିଲା।
ଦେଶରେ ସୁନାର ନୂଆ ମୂଲ୍ୟ ଜାରି କରାଯାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୯,୪୫୦ ଟଙ୍କା ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ୫୯,୪୫୦ ଟଙ୍କା ରହିଛି।
ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି ।
ସେହିପରି କୋଲକାତାରେ ଯଥାକ୍ରମେ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ରହିଛି।
ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପ୍ରତି ୫୯,୪୫୦ ଟଙ୍କା ରହିଛି l
ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପ୍ରତି ୫୯,୪୫୦ ଟଙ୍କା ରହିଛି ।
ଦେଶରେ ସୁନା ଦର ଗୋଟିଏ ପଟେ ହ୍ରାସ ପାଇଥିବା ବେଳେ ରୂପା ଦର ବି କମିଛି । ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ରୂପା ଦାମ୍ କମିଛି ଓଡ଼ିଶାରେ ରୂପା ଦାମ୍ କମିଛି । ଆଜି ଭୁବନେଶ୍ବରରେ ରୂପା ଦାମ ୭୭,୦୦୦ ଟଙ୍କା ରହିଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ... କଟକ : ବହୁ ପ୍ରତୀକ୍ଷାର ଅନ୍ତ। ଉଦାଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ । ପ୍ରଥମ ବସ୍ ଗଡିଲା କଟକରୁ ପୁରୀ। ଆଜି ଅପରାହ୍ଣ ୪ଟା ୫୦ରେ ଉଦଘାଟିତ ହୋଇଇଛି ଏହି ବସ ଟର୍ମିନାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନ କରିବା ପରେ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ୫ଟି ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ପରେ ପ୍ରଥମ ବସ ଗଡ଼ିଥିଲା କଟକରୁ ପୁରୀକୁ।
COASTAL NEWS Odia 753
ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ
କଟକ : ବହୁ ପ୍ରତୀକ୍ଷାର ଅନ୍ତ। ଉଦାଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ । ପ୍ରଥମ ବସ୍ ଗଡିଲା କଟକରୁ ପୁରୀ। ଆଜି ଅପରାହ୍ଣ ୪ଟା ୫୦ରେ ଉଦଘାଟିତ ହୋଇଇଛି ଏହି ବସ ଟର୍ମିନାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦ୍ଘାଟନ କରିବା ପରେ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ୫ଟି ସଚିବ ଭିକେ ପାଣ୍ଡିଆନ୍, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ପରେ ପ୍ରଥମ ବସ ଗଡ଼ିଥିଲା କଟକରୁ ପୁରୀକୁ।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ପିଲାଙ୍କୁ ପାଳି କରି ପଢ଼ାଉଛନ୍ତି ଅଭିଭାବକ
COASTAL NEWS Odia 752
ପିଲାଙ୍କୁ ପାଳି କରି ପଢ଼ାଉଛନ୍ତି ଅଭିଭାବକ
ମୟୂରଭଞ୍ଜ - ଦାବି ପୂରଣ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ସ୍କୁଲରେ ପାଠ ପଢ଼ା ଏକରକମର ଠପ୍ ହୋଇଯାଇଛି। ଏପରି ସ୍ଥିତିରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗେଇ ଆସିଛନ୍ତି ଅଭିଭାବକ। ସ୍କୁଲ ଆସୁଥିବା ପିଲାଙ୍କୁ ଅଭିଭାବକମାନେ ପାଳି କରି ପଢ଼ାଉଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀରେ ଦେଖିବାକୁ ମିଳିଛି ଏପରି ଚିତ୍ର।
କୁଳିଅଣା ବ୍ଲକ ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ରହିଛି। ଏଠାରେ ଅଧ୍ୟୟନ କରୁଛନ୍ତି ୧୩୫ ଛାତ୍ରଛାତ୍ରୀ। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିୟୋଜିତ ହୋଇଛନ୍ତି ୭ ଶିକ୍ଷକ। ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରଧାନଶିକ୍ଷକଙ୍କୁ ଛାଡ଼ି ଅନ୍ୟ ସବୁ ଶିକ୍ଷକ ସ୍କୁଲ ଆସୁନାହାନ୍ତି। ଯେଉଁଥିପାଇଁ ପାଠ ପଢ଼ା ଏକ ପ୍ରକାର ଠପ୍ ହୋଇଛି। ପିଲାମାନେ କେବଳ ମଧ୍ୟାହ୍ନ ଭୋଜନ ଖାଇ କ୍ଲାସ୍ରେ ବସୁଛନ୍ତି। ପାଠ ପଢ଼ି ପାରୁନାହାନ୍ତି। ଜଣେ ଶିକ୍ଷକ ଏତେ ପିଲାଙ୍କୁ ପଢ଼ାଇବା ସମ୍ଭବପର ହେଉନାହିଁ।
ଶିକ୍ଷକ ନଥିବାରୁ ପାଠ ପଢ଼ାରେ ବ୍ୟାଘାତ ହେଉଥିବା ନେଇ ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଥିଲେ। ଏହା ପରେ ସ୍କୁଲରେ ଏକ ବୈଠକ ବସିଥିଲା। ନିଷ୍ପତ୍ତି ଅନୁସାରେ ଗାଁର ଶିକ୍ଷିତ ଯୁବକ, ଯୁବତୀ ବା ବୋହୂମାନେ ପାଳିକରି ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବେ। ଏହା ପରେ ଅଭିଭାବକମାନେ ପାଳି କରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଯେତେଦିନ ପର୍ଯ୍ୟନ୍ତ ଚାଲିଥିବ, ସେତେଦିନ ଯାଏଁ ଅଭିଭାବକମାନେ ପଢ଼ାଇବେ ବୋଲି ଜଣାପଡ଼ିଛି।
ଅଭିଭାବକ କହିଛନ୍ତି, ଦାବି ପୂରଣ ପାଇଁ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ସ୍କୁଲରେ ପାଠ ପଢ଼ାରେ ବ୍ୟାଘାତ ହେଉଛି। ଜଣେ ସାର୍ ସବୁ ପିଲାଙ୍କୁ ପଢ଼ାଇ ପାରୁନାହାନ୍ତି। ସେଥିପାଇଁ ଆମେ ପାଳି କରି ପିଲାମାନଙ୍କୁ ପାଠ ପଢ଼ାଇବାକୁ ଆସୁଛି। ଯଥାଶୀଘ୍ର ସାରଙ୍କ ଦାବି ସରକାର ପୂରଣ କରନ୍ତୁ ବୋଲି କହିଛନ୍ତି।
ସୂଚନାରୁ ପ୍ରକାଶ, ବିଭିନ୍ନ ଦାବି ପୂରଣ ନେଇ ଶିକ୍ଷକମାନେ ଦୀର୍ଘ ୭ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ହେଲେ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଯାହାକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅଷନ୍ତୋଷ ପ୍ରକାଶ ପାଇଛି। ଦାବି ପୂରଣ ନହେଲା ଯାଏଁ ଶିକ୍ଷକମାନେ ସ୍କୁଲ ଫେରିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଗରୀବି ରେ ବଞ୍ଚୁଛନ୍ତି ଭାରତର ପାଞ୍ଚ କୋଟି ଶିଶୁ
COASTAL NEWS Odia 771
💇👼👽👊👧👌👩
ଗରୀବି ରେ ବଞ୍ଚୁଛନ୍ତି ଭାରତର ପାଞ୍ଚ କୋଟି ଶିଶୁ
ନୂଆଦିଲ୍ଲୀ,୧୬।୯: ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି।
ବିଶ୍ୱ ବ୍ୟାଙ୍କ ଏବଂ ୟୁନିସେଫ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଭାରତରେ ପ୍ରାୟ ୧୧.୫ପ୍ରତିଶତ ଅର୍ଥାତ୍ ୫.୨କୋଟି ଶିଶୁ ଗରିବୀରେ ବଞ୍ଚୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷକରୁ କମ ପିଲାମାନଙ୍କ ମଧ୍ୟରେ ଦାରିଦ୍ର୍ୟ ହାର ସର୍ବାଧିକ। ଏହି ତାଲିକାରେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍ ବର୍ଷର ପ୍ରାୟ ୧୮.୩ ପ୍ରତିଶତ ଅର୍ଥାତ୍ ୯.୯ କୋଟି ଶିଶୁ ଦାରିଦ୍ରତାରେ ବଞ୍ଚୁଛନ୍ତି।
ବିଶ୍ୱରେ ସର୍ବାଧିକ ଦରିଦ୍ରରେ ବଞ୍ଚୁଥିବା ଲୋକଙ୍କ ମଧ୍ୟରେ ୫୨.୫ ପ୍ରତିଶତ ଶିଶୁ ଅଛନ୍ତି। ଗରିବୀରେ ଜୀବନ ବିତାଉଥିବା ପ୍ରତି ଦୁଇଟି ମଣିଷ ମଧ୍ୟରେ ଗୋଟିଏ ଶିଶୁ ରହିଛନ୍ତି। ଅଧ୍ୟୟନ ଅନୁଯାୟୀ, ୨୦୧୩ରେ ଏହି ସଂଖ୍ୟା ୪୭.୩ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୫୨.୫ପ୍ରତିଶତକୁ ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ବୟସ୍କଙ୍କ ତୁଳନାରେ ଶିଶୁମାନେ ଅଧିକ ଗରିବୀରେ ବଞ୍ଚୁଛନ୍ତି। ୨୦୨୨ରେ ସର୍ବଭାରତୀୟ ସ୍ତରରେ କରାଯାଇଥିବା ଅଧ୍ୟୟନରେ ଜଣାପଡିଛି କି, ଗୋଟିଏ ଗରିବ ପରିବାରରେ ବୟସ୍କଙ୍କ ସଂଖ୍ୟା ୬.୬ପ୍ରତିଶତ ହୋଇଥିବାବେଳେ ସେହି ପରିବାରରେ ଶିଶୁଙ୍କ ସଂଖ୍ୟା ୧୫.୯ପ୍ରତିଶତ। ପିଲାମାନଙ୍କର ଶାରୀରିକ, ସାମାଜିକ ଏବଂ ଭାବଗତ ବିକାଶ ଉପରେ ଦାରିଦ୍ର୍ୟତାର ଅଧିକ ପ୍ରଭାବ ପଡୁଛି। ଯାହାଦ୍ୱାରା ଶିଶୁଙ୍କର ଆୟୁଷ ମଧ୍ୟ କମୁଛି ବୋଲି ରିପୋର୍ଟରେ ଜଣାପଡିଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଛେଳିଆ ଡୁବୁରୀ ପାହାଡ଼ରେ ଦୁର୍ଲଭ ଧାତୁ
COASTAL NEWS Odia 750
ଛେଳିଆ ଡୁବୁରୀ ପାହାଡ଼ରେ ଦୁର୍ଲଭ ଧାତୁ
ନୟାଗଡ଼/୧୬।୯: ନୟାଗଡ ଜିଲା ଭାପୁର ବ୍ଳକ ବାଇଗୁଣିଆ ପଞ୍ଚାୟତ ଖୁଣ୍ଟୁପଡା ନିକଟସ୍ଥ ଛେଳିଆ ଡୁବୁରୀ ପାହାଡରେ ଏକ ଦୁର୍ଲଭ ଧାତୁ ରହିଛି । ଦୁଲର୍ଭ ଧାତୁର ନାଁ କ’ଣ ଜଣାପଡିନି । ଏହି ଧାତୁ ମାଟି ତଳୁ ମିଳିବାରେ ଭାରତରେ ଭାପୁର ହେଉଛି ୨ୟ ବୋଲି କୁହାଯାଉଛି । ସଂପୃକ୍ତ ଧାତୁକୁ ମୋବାଇଲ ଓ ଲ୍ୟାପଟପରେ ବ୍ୟବହାର କରାଯାଉଛି ।
ତେବେ ପୂର୍ବରୁ ଏଠାରେ ସାଟେଲାଇଟ ରିପୋର୍ଟ ଆଧାରରେ ଗ୍ରାଫାଇଟ ରହିଥିବା ଜଣାପଡିଥିଲା। ପରେ ଛେଳିଆ ଡୁବୁରୀ ପାହାଡରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର କୋଲକତାରେ ଥିବା ପୂର୍ବାଞ୍ଚଳ ଶାଖା ପରିଚାଳନାରେ ପ୍ରାୟ ଅଢ଼େଇ ମାସ ତଳେ ଖନନ ହୋଇଥିଲା । ଡୁବୁରୀ ପାହାଡର ୩ଟି ସ୍ଥାନରେ ୭୦, ୭୧ ଓ ୬୧ ମିଟର ପର୍ଯ୍ୟନ୍ତ ଖନନ ହୋଇଥିଲା । ପ୍ରତି ୧୦ ମିଟର ଲେଖାଏଁ ଖନନ ହୋଇଥିବା ମାଟିକୁ ସ୍ବତନ୍ତ୍ର ବାକ୍ସରେ ରଖି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ପରୀକ୍ଷାଗାରକୁ ପଠାଯାଇଥିଲା । ଏବେ ୪ର୍ଥ ସ୍ଥାନରେ ମଧ୍ୟ ଖନନ ଜାରି ରହିଛି । ପରୀକ୍ଷାରୁ ଏହା ଦୁର୍ଲଭ ଧାତୁ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।
ତେବେ ଏହାକୁ ବିଧିବଦ୍ଧ ଭାବେ ଘେlଷଣା କରାଯାଇନାହିଁ । ଖନନ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀଣୀ ମୌସୁମୀ ବାନାର୍ଜୀଙ୍କୁ ଏନେଇ ପଚାରିବାରୁ କିଛି ନ କହି ଏଡାଇ ଯାଇଥିଲେ ା
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ଠକ ଗିରଫ
COASTAL NEWS Odia 749
ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ଠକ ଗିରଫ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶା ସହ ସହବନ୍ଧିତ ଥିବା ଦର୍ଶାଇ ଲୋକଙ୍କୁ ଫ୍ରାଞ୍ଚାଇଜ ଦେବାକୁ କହି ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ କମିସନରେଟ ପୁଲିସର ସ୍ବତନ୍ତ୍ର ଅପରାଧ ଶାଖା ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଉଛ ଭୁବନେଶ୍ବର ଡିଏନ ଅକ୍ସି ପାର୍କରେ ରହୁଥିବା ବରଗଡ ଜିଲା ଭେଡେନ ଥାନା ଅଇଁଠାପାଲିର ସଚ୍ଚିଦାନନ୍ଦ ଭୋଇ। ସଚ୍ଚିଦାନନ୍ଦ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥା ଜରିଆରେ ପ୍ରାୟ ୩୦ଜଣଙ୍କ ଲୋକଙ୍କୁ ଠକିଥିବା ଜଣାପଡିଛି। ମାମଲାର ଅଧିକ ତଦନ୍ତ ଲାଗି ଅଭିଯୁକ୍ତକୁ ଜିମାରେ ଆଣିବା ପାଇଁ ପୁଲିସ ଯୋଜନା ରଖିଛି।
ସ୍ବତନ୍ତ୍ର ଅପରାଧ ଶାଖା ମୁଖ୍ୟ ତଥା ଅତିରିକ୍ତ ଉପାୟୁକ୍ତ ସଞ୍ଜୀବ ଶତପଥୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶାର ସହଭାଗୀତା ଥିବା ପ୍ରଲୋଭନ ଦେଖାଇ ଗାଡି, ଯନ୍ତ୍ରପାତି, ଡ୍ରାଇଭର, ମେକାନିକ ଯୋଗାଇଦେବା ଆଳରେ ନିବେଶଙ୍କ ଠାରୁ ଠକିଥିଲା। ଶ୍ରୀ ଭୋଇ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥାକୁ ୨୦୧୭ରେ କଟକ ରେଜିଷ୍ଟ୍ରାର୍ ଅଫ କମ୍ପାନୀ (ଆରଓସି)ରେ ପଞ୍ଜୀକୃତ କରିଥିବା ବେଳେ ଏସପ୍ଲାନେଡ ମଲରେ ଏହାର ଏକ କାର୍ଯ୍ୟାଳୟ ଅଛି। ବ୍ୟବସାୟ କରିବା ପାଇଁ ନିଜ ସଂସ୍ଥା ଅଧିନରେ ଗୋ ସ୍ପିଡ ଗୋ ଯୋଜନା ଆରମ୍ଭ କରିଥିଲେ। ନିବେଶକଙ୍କ ବିଶ୍ବାସଭାଜନ ହେବା ପାଇଁ ବଡ ବଡ ହୋଟେଲରେ ସମ୍ମିଳନୀ କରି ନିଜ ଯୋଜନା ସମ୍ପର୍କରେ ବୁଝାଉଥିଲେ। ଫ୍ରାଞ୍ଚାଇଜ ପାଇଁ ୯.୫ ଲକ୍ଷ ଟଙ୍କା ନିବେଶ କଲେ କମ୍ପାନୀ ମରାମତି ସେବା ପାଇଁ ଏକ ଭ୍ରାମ୍ୟମାଣ ଗାଡି ପ୍ରଦାନ କରିବ।
ଏଥିରେ ଗାଡି ମରାମତି ଉପକରଣ ସହ, ଯନ୍ତ୍ରପାତି, ୩ଜଣ ମେକାନିକ ଓ ଜଣେ ଗାଡି ଚାଳକ ରହିେବ। ଏହି ଦଳ ଦିନକୁ ପ୍ରାୟ ୧୦ଟି ମରାମତି କାମ କରିପାରିବ ବୋଲି ଶ୍ରୀ ଭୋଇ ନିେବଶକଙ୍କୁ ବୁଝାଇଥିଲେ। ଫ୍ରାଞ୍ଚାଇଜ ନେଇଥିବା ବ୍ୟକ୍ତି ମାସିକ ଆୟର ୭୦ ପ୍ରତିଶତ ତାଙ୍କ ସଂସ୍ଥାକୁ ଦେବେ ଏବଂ ବାକି ୩୦ ପ୍ରତିଶତ ରଖିବେ। ମାସକୁ ୧୦ରୁ ୧୫ଲକ୍ଷ ରୋଜଗାର ଅନୁସାରେ ଫ୍ରାଞ୍ଚାଇଜ ନେଇଥିବା ବ୍ୟକ୍ତି ମାସିକ ୧ରୁ ୧.୫ଲକ୍ଷ ରୋଜଗାର କରିପାରିେବ।
ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି)କୁ ଋଣ ଆବେଦନ କରିବାକୁ କହିଥିଲେ। ସରକାରୀ ସହଭାଗିତା ଥିବାରୁ ଆବେଦନକାରୀଙ୍କୁ ସହଜରେ ଋଣ ମିଳିଥିଲା। ଫ୍ରାଞ୍ଜାଇଜ ବାବଦ ୯.୫ଲକ୍ଷ ଟଙ୍କା ନେବା ପରେ ଶ୍ରୀ ଭୋଇ ଭ୍ରାମ୍ୟମାଣ ମରାମତି ଗାଡି ଦେବାରେ ବିଫଳ ହୋଇଥିଲେ। ଏନେଇ ନିବେଶକମାନେ ଚାପ ପକାଇବାକୁ ସେ ଦିଲ୍ଲୀର ଏକ ମୋଟର କମ୍ପାନୀରୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର, ଟ୍ୟାକ୍ସ ଇନଭଏସ ଏବଂ ବୀମା ପ୍ରମାଣପତ୍ର ଦେଇଥିଲେ।
ଏସବୁ ସତ୍ତ୍ବେ ଗାଡି ନ ଆସିବାରୁ ଅଭିେଯାଗକାରୀମାନେ ଦିଲ୍ଲୀର ମୋଟର କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତ ଜଣକ ଗାଡି ବୁକିଂ କରିଥିଲେ, ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ପୈଠ ନ କରିବାରୁ ତାଙ୍କ ବୁକିଂ ବାତିଲ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଠକାମୀର ଶିକାର ହୋଇଥିବା ଜାଣି ବାଲେଶ୍ୱରର ଜଣେ ବ୍ୟକ୍ତି ଅଭିେଯାଗ କରିଥିଲେ। ଏହାପରେ ରାଜଧାନୀ ଉପକଣ୍ଠ ସମେତ ୧୨ଜଣ କମିସନରେଟ ପୁଲିସ ସ୍ବତନ୍ତ୍ର ଅପରାଧ ଶାଖାରେ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥା ନାଁରେ ଅଭିଯୋଗ କରିଥିଲେ।
ତଦନ୍ତ ବେଳେ ଜଣାପଡିଥିଲା ଯେ ସଚ୍ଚିଦାନନ୍ଦ, ଅଭିଯୋଗକାରୀ ଏବଂ ଅନ୍ୟମାନେ ବ୍ୟାଙ୍କ ସହିତ ଜଡିତ ଏକ ତ୍ରିପାକ୍ଷିକ ଚୁକ୍ତି କରିଥିଲେ। ପରବର୍ତ୍ତୀ ସମୟରେ, କମ୍ପାନୀକୁ ବହୁ ପରିମାଣର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଅର୍ଥକୁ ସେ ଆତ୍ମସାତ କରି ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଶ୍ରୀ ଭୋଇଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଦାମୀ ଗାଡି, ଫୋନ, ଚୁକ୍ତିନାମା ସମ୍ପର୍କିତ କାଗଜପତ୍ର ଜବତ କରିଛି।
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ
COASTAL NEWS Odia 748
ବଦଳିଯିବ ବାଦାମବାଡ଼ି ବସଷ୍ଟାଣ୍ଡର ପରିଚୟ
ଇତିହାସ ହୋଇଯିବ ବାଦାମବାଡ଼ି ବସ ଷ୍ଟାଣ୍ଡ
ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ
କଟକ - ଆଲୋକ ମାଳାରେ ସଜେଇ ହୋଇଛି କଟକ ନେତାଜୀ ବସ ଟର୍ମିନାଲ । ଆଜି ଅପରାହ୍ଣରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଦଘାଟନୀ ଉତ୍ସବକୁ ଆଖିରେ ରଖି ପ୍ରସ୍ତୁତି କାର୍ଯ୍ୟକୁ ବୁଲି ଦେଖିଛନ୍ତି କଟକ ମେୟର, ଡିସିପି ଓ ସିଡିଏ ଅଧ୍ୟକ୍ଷ । ମୋଟ ୧୬ ଏକର ଜମିରେ ୮୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନେତାଜୀ ବସ ଟର୍ମିନାଲ । ଏଥିରେ ବସ ରହଣୀସ୍ଥଳଠୁ ଆରମ୍ଭ କରି ଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଯାଏଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ।
ନେତାଜୀ ବସ ଟର୍ମିନାଲକୁ ଯାତ୍ରୀବାହୀ ବସ ପ୍ରବେଶ କରିବ, ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆହୁରି ସମୟ ଲାଗିବ ବୋଲି ସୂଚନା ରହିଛି । ସେପଟେ ଗତ ୫୧ ବର୍ଷ ଧରି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରର କେନ୍ଦ୍ରରେ ରହିଆସିଥିବା ବାଦାମବାଡ଼ି ବସଷ୍ଟାଣ ଇତିହାସ ହୋଇଯିବ । ବାଦାମବାଡ଼ିରେ ରହିଥିବା ବିଭିନ୍ନ ବସ୍ ଷ୍ଟାଣ୍ଡରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପ୍ରତିଦିନ ୧୧୦୦ରୁ ଅଧିକ ଘରୋଇ ଓ ସରକାରୀ ବସ୍ ଚଳାଚଳ କରିଥାଏ । ମାତ୍ର ଏବେ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ହେବା ପରେ ବାଦାମବାଡ଼ି ବସ୍ ଷ୍ଟାଣ୍ଡର ସେହି ଚାହିଦା କମିଯିବ I
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଲିବ୍ୟାରେ ତାଣ୍ଡବ ରଚିଲା ଡାନିଏଲ, ୨୦ ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା
COASTAL NEWS Odia 747
ଲିବ୍ୟାରେ ତାଣ୍ଡବ ରଚିଲା ଡାନିଏଲ, ୨୦ ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା
ଲିବ୍ୟା - ସମୁଦ୍ରରେ ଭାସୁଛି କୁଢ଼ କୁଢ଼ ଶବ । ଡାନିଏଲ ବାତ୍ୟା ରଚିଛି ମୃତ୍ୟୁର ତାଣ୍ଡବ । ଚାରିଆଡ଼େ ହାହାକାର । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସମଗ୍ର ସହର । ଲିବ୍ୟାରେ ଡାନିଏଲ ନାମକ ଶକ୍ତିଶାଳୀ ବାତ୍ୟା ଭୟଙ୍କର ବିନାଶ ଘଟାଇଛି । ହଜାର ହଜାର ଲୋକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଛାରଖାର ହୋଇଯାଇଛି ଅନେକ ପରିବାର । ବାତ୍ୟା କାରଣରୁ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨୦, ୦୦୦ ଛୁଇଁବ ବୋଲି ଆଶା କରାଯାଉଛି । ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ଏହି ବାତ୍ୟା ଏତେ ଭୟଙ୍କର ଥିଲା ଯେ ଅନେକ ଡ୍ୟାମ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠାରୁ ଡେର୍ଣ୍ଣା ସହରରେ ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା ଯୋଗୁଁ ପୁରା ସହର ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୧,୩୦୦ ଛୁଇଁଛି ।
ଡେର୍ଣ୍ଣାରେ ଆସିଥିବା ବିନାଶକାରୀ ବାତ୍ୟାରେ ହଜାର ହଜାର ଲୋକ ମରିଯାଇଥିବାବେଳେ ଅନେକ ଲୋକ ସମୁଦ୍ରରେ ଭାସି ଯାଇଛନ୍ତି । ଏହାରି ମଧ୍ୟରେ ଉଦ୍ଧାର କରୁଥିବା କର୍ମଚାରୀମାନେ ଅଧିକ ବଡି ବ୍ୟାଗ ପାଇଁ ଦାବି କରିଛନ୍ତି । ବାତ୍ୟା ସମୟରେ ବହୁ ମହଲା କୋଠା ଘର ଅନେକ ପରିବାର ସହିତ ଭୁଶୁଡ଼ି ପଡ଼ିଥିଲା । ମୃତ୍ୟୁ ସଂଖ୍ୟା ୨୦,୦୦୦ରୁ ଅଧିକ ହେବ ବୋଲି ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି । ଏହି ସହରକୁ ଯୋଗାଯୋଗର ସମସ୍ତ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ବିମାନବନ୍ଦର ମଧ୍ୟ ଧ୍ୱଂସ ହୋଇଯାଇଛି ।
ବନ୍ୟା ପରିସ୍ଥିତି ପାଇଁ ଲିବ୍ୟାରେ ପିଇବା ପାଣି, ବିଦ୍ୟୁତ, ଖାଦ୍ୟ ଏବଂ ପେଟ୍ରୋଲ ଭଳି ଅତ୍ୟାବଶ୍ୟକୀୟ ଜିନିଷ ମିଳୁନାହିଁ, ସମଗ୍ର ସହର ନଷ୍ଟ ହୋଇଯାଇଛି । ଡେର୍ଣ୍ଣା ସହରରୁ ଲୋକମାନେ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ରାସ୍ତା ବନ୍ଦ ହୋଇ ଯାଉଥିବାରୁ ସେଠାରେ ଅଟକି ଯାଇଥିଲେ । କିଛି ଲୋକ ସ୍କୁଲଗୁଡ଼ିକରେ ଆଶ୍ରୟ ନେଇଛନ୍ତି ।
ଅଧିକାରୀମାନେ ନିଖୋଜ ହୋଇଥିବା ଲୋକଙ୍କ ସଂଖ୍ୟା ୧୦,୦୦୦ କହିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘର ଏଜେନ୍ସି OCHA କହିଛି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଅତି କମରେ ୫୦୦୦ ହୋଇପାରେ । ସମୁଦ୍ର କୂଳରେ ପୋଷାକ, ଖେଳନା, ଘରର ଆସବାବପତ୍ର, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତା କାଦୁଅରେ ଭର୍ତ୍ତି ହୋଇଥିବା ସହ ଅନେକ ଗୁୁଡ଼ିଏ ଗଛ ଉପୁଡ଼ି ଯାଇଛି ଏବଂ ଶହ ଶହ କ୍ଷତିଗ୍ରସ୍ତ କାର ରାସ୍ତାରେ ପଡ଼ିଛି ।
ଅନେକ ଲୋକ ଜଳସ୍ରୋତରେ ଭୂମଧ୍ୟ ସାଗରକୁ ଭାସିଯାଇଥିଲେ । ବର୍ତ୍ତମାନ ସମୁଦ୍ରରୁ କୁଢ଼ କୁଢ଼ ମୃତଦେହ ଉଦ୍ଧାର ହେଉଛି । ଡେର୍ଣ୍ଣା ସହର ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ସହାୟତା କରାଯାଇ ପାରୁନାହିଁ । ଭାସିଯାଇଥିବା ଶବଗୁଡ଼ିକୁ ଉଦ୍ଧାର କରିବାରେ ସମସ୍ୟା ଦେଖାଯାଉଛି । ବାତ୍ୟାର ଭୟାବହତା ପରେ ଶବକୁ ସାମୁହିକ ଭାବେ ପୋତା ଯାଉଛି । ଏନେଇ ଜେସିବି ବଡ଼ ବଡ଼ ଗାତ ଖୋଲୁଥିବା ଜଣା ପଡ଼ିଛି ।
ଦୀର୍ଘଦିନ ଧରି ଗୃହ ଯୁଦ୍ଧର ସାମ୍ନା କରୁଥିବା ଆଫ୍ରିକୀୟ ଦେଶ ଲିବ୍ୟାରେ ଘଟିଥିବା ଏହି ଭୟାବହ ତାଣ୍ଡବ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ଡେର୍ଣ୍ଣା ସହରର ପାଖାପାଖି ଅଧା ଅଂଶ ଧ୍ୱଂସ ହୋଇଯାଇଛି । ତେବେ ବିଶ୍ୱ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଏଭଳି ତାଣ୍ଡବକୁ ରୋକା ଯାଇ ପାରିଥାନ୍ତା କିନ୍ତୁ ଲିବ୍ୟାର ପାଣିପାଗ ବିଭାଗ ସକ୍ରିୟ ନଥିବାରୁ ଏଭଳି ବିନାଶ ଘଟିଛି l
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
COASTAL NEWS
ଜଗନ୍ନାଥ suprsbhat
ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...

.jpg)
.jpg)

.jpg)