AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ଆମେରିକାରେ ହରିକେନର ଧ୍ବଂସଲୀଳା

 COASTAL NEWS Odia 557

ଆମେରିକାରେ ହରିକେନର ଧ୍ବଂସଲୀଳା 



ଆମେରିକା -ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର । ୨୦୦ କିଲୋମିଟରରୁ ଅଧିକ ବେଗରେ ବହିଥିଲା ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା, ଫୋପାଡିଲା ଓ ଭାଙ୍ଗିଲା ।

ଫ୍ଲୋରିଡା ସହର ଜଳମଗ୍ନ। କାଟାଗୋରୀ ୪ରେ ପରିଣତ ହୋଇ ଉତ୍ତର ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଥିଲା ଇଡାଲିଆ। ବିଗ ବେଣ୍ଡଠାରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଥିଲା । ଘଣ୍ଟାପ୍ରତି ପ୍ରାୟ ୨୧୦ କିମି ବେଗରେ ପବନ ବହି ଫ୍ଲୋରିଡାର ଗଲ୍ଫ ଅଫ କୋଷ୍ଟକୁ ଛାରଖାର କରି ଦେଇଛି। କିଛି ଘଣ୍ଟା ଧରି ତାଣ୍ଡବ ରଚିଲା ଇଡ଼ାଲିଆ। ଲ୍ୟାଣ୍ଡଫଲ ପରେ ପ୍ରବଳ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହୋଇଛି।

ଉତ୍ତର ଫ୍ଲୋରିଡା, ଜର୍ଜିଆ ଆଟଲାଣ୍ଟାରେ ମଧ୍ୟ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଛି। ମାଟିରେ ମିଶିଛି ଘରଦ୍ବାର। ଧରାଶାୟୀ ହୋଇଛି ବିଜୁଳି ଭିତ୍ତିଭୂମି। ଅନ୍ଧାରରେ ଅଛନ୍ତି ପ୍ରାୟ ଅଢ଼େଇ ଲକ୍ଷ ଲୋକ। ହଜାରେରୁ ଅଧିକ ବିମାନର ଉଡାଣ ରଦ୍ଦ କରାଯାଇଛି । ଫ୍ଲୋରିଡାର ୬୭ଟି କାଉଣ୍ଟିରୁ ୨୮ଟି କାଉଣ୍ଟିର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା ବାଇଡେନ ପ୍ରଶାସନ।

ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ

 COASTAL NEWS Odia 556

ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ



ଆଫ୍ରିକା --ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୪୩ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ନିଆଁକୁ ବହୁ ପରିମାଣରେ ଆୟତ୍ତ କରି ନିଆଯାଇଛି। ତେବେ ଘଟଣାସ୍ଥଳରେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏବଂ କ୍ଷୟକ୍ଷତିର ପରିମାଣ ଜଣା ପଡ଼ିନାହିଁ।

ଜରୁରୀକାଳୀନ ସେବାର ପ୍ରବକ୍ତା ରବର୍ଟ ମୁଲାଉଡଜୀ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ପ୍ରାତଃ ସମୟରେ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଘଟଣାସ୍ଥଳରେ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟିମ୍‌ ୫୨ଟି ମୃତଦେହକୁ ବାହାର କରିଛି। ଆହୁରି ମଧ୍ୟ ଅନେକ ଲୋକ ଭିତରେ ଫସିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଅଧିକାରୀମାନେ କହିଛନ୍ତି, ଅଗ୍ନିକାଣ୍ଡ ଘଟିଥିବା କୋଠାରୁ ଧୂଆଁ ବାହାରୁଛି। ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବା ପାଇଁ ଆହୁରି କିଛି ସମୟ ଲାଗିବ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ନିଆଁ ଲାଗିଥିବା ବିଲ୍ଡିଂରେ ପ୍ରାୟ ୨୦୦ ଲୋକ ବାସ କରୁଥିଲେ।

ସଂସଦର ବିଶେଷ ଅଧିବେଶନ

 COASTAL NEWS Odia 555

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ।





ନୂଆଦିଲ୍ଲୀ -ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି ଯେ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ଅଧିବେଶନ ଡକାଯାଇଛି। ମିଳିଥିବା ସୂଚନା ମୁତାବକ, ଏହି ଅଧିବେଶନରେ କେନ୍ଦ୍ର ସରକାର ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ କରିପାରନ୍ତି, ଯେଉଁ ପରିପ୍ରେକ୍ଷୀରେ ବିଶେଷ ଅଧିବେଶନ ଡକାଯାଇଛି।

କହି ରଖୁଛୁ କି, ଏହା ୧୭ତମ ଲୋକସଭାର ୧୩ତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ତମ ଅଧିବେଶନ ହେବ। ସମ୍ବିଧାନର ଧାରା ୮୫ ମୁତାବକ, ସଂସଦର ବିଶେଷ ଅଧିବେଶନ ଡାକିବାର ସରକାରଙ୍କର ଅଧିକାର ରହିଛି। ଧାରା ୮୫ ଅଧୀନରେ ସଂସଦୀୟ ବ୍ୟାପାରର ମନ୍ତ୍ରୀମଣ୍ଡଳ କମିଟି ସଂସଦର ଅଧିବେଶନ ଡାକିବାକୁ ନିର୍ଣ୍ଣୟ ନେଇଥାଏ, ଯେଉଁଥିରେ ରାଷ୍ଟ୍ରପତି ଔପଚାରିକ ଭାବେ ନିଜର ସମ୍ମତି ଜଣାଇ ଥାଆନ୍ତି।



ଏହା ପୂର୍ବରୁ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିଥିଲା। ଏଥିରେ ମଣିପୁର ହିଂସା ସମେତ ଅନେକ ପ୍ରସଙ୍ଗ ଉପରେ ଉଭୟ ଗୃହରେ ଖୁବ୍‌ ତର୍କ ବିତର୍କ ହୋଇଥିଲା।

୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ।

 COASTAL NEWS Odia 554

୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ।



ଯାଜପୁର : ଯାଜପୁର ଜିଲ୍ଲା ଗସ୍ତ ସହିତ ଓଡ଼ିଶାର ୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ବି ବି କଲେଜ ପଡ଼ିଆରେ ପହଁଚି ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହାପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ମହୋତ୍ସବ ପଡ଼ିଆରେ ସାଧାରଣ ଅଭିଯୋଗ ଶୁଣିଥିଲେ। ଏହାପରେ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଯାଇ ବରୁଣେଶ୍ୱର ମନ୍ଦିର ବୁଲିବା ସହିତ ବରୁଣେଶ୍ୱର ପଡ଼ିଆରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନର ଶେଷ କାର୍ଯ୍ୟକ୍ରମ ଭାବେ ଯାଜପୁର ନିର୍ବାଚନ ମଣ୍ଡଳୀର ପ୍ରଶାସନିକ ଏନକ୍ଲେଭରେ ପହଞ୍ଚିଛନ୍ତି। ଏଠି ମଧ୍ୟ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ଆଜି ଯାଜପୁର ସର୍କିଟ ହାଉସରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି।



କିଏ ହେବ ବାଚସ୍ପତି

 COASTAL NEWS Odia 553

କିଏ ହେବ ବାଚସ୍ପତି 



ଭୁବନେଶ୍ବର - ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ରହିଛି । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କିଏ ବାଚସ୍ପତି ହେବେ ତାଉପରେ ସମସ୍ତଙ୍କର ନଜର ରହିବ ।

ବାଚସ୍ପତି ରେସରେ ଅଛନ୍ତି ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ଓ ନୃସିଂହ ସାହୁ । ବଡ଼ଚଣାରୁ ବିଧାୟକ ଅଛନ୍ତି ଅମର ଶତପଥୀ । ୬ ଥର ବିଧାୟକ । ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିଛନ୍ତି । ବାଚସ୍ପତି ପଦ ରେସରେ ତାଙ୍କ ନାଁ ରହିଛି । ସେହିପରି ଭଦ୍ରକ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ । ଲମ୍ବା ରାଜନୈତିକ ଜୀବରେ ବହୁ ଅଭିଜ୍ଞତା ରହିଛି ।

ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ବଡ଼ମ୍ବାରୁ ୬ଥର ବିଧାୟକ ଦେବୀ ପ୍ରସାଦ ମିଶ୍ର । ଭେଟରାନ ନେତା । ପୂର୍ବରୁ ବିଭିନ୍ନ ବିଭାଗମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ବାଚସ୍ପତି ପଦ ପାଇଁ ତାଙ୍କ ନାଁ ଶୁଣାଯାଉଛି । ପାଲଲହଡ଼ାରୁ ବିଧାୟକ ଅଛନ୍ତି ନୃସିଂହ ସାହୁ । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ତେଣୁ ତାଙ୍କ ନାଁ ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଛି ।

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ, ଦକ୍ଷ ସଂଗଠିକା । ମନ୍ତ୍ରୀ ବି ହୋଇଥିଲେ । ମହିଳାଙ୍କୁ ବିଜୁ ଜନତା ଦଳ ପ୍ରାଧାନ୍ୟ ଦେଉଥିବାରୁ ବାଚସ୍ପତି ପଦ ପାଇଁ ତାଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଛି ।



ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

 COASTAL NEWS Odia 552

ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ


 


ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବର୍ଷେ ହେବ ଅଧିକାଂଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଏହି ବ୍ୟାଗ ମିଳି ନ ଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ ଦାବି ହୋଇଛି।

କଟକ ଜିଲା ସମଗ୍ର ଶିକ୍ଷା ଯୋଜନାର ପ୍ରକଳ୍ପ ଅଧିକାରୀଙ୍କ ଚିଠି (ନଂ. ୩୮୪/୯-୨-୨୦୨୨) ଅନୁଯାୟୀ ଗଙ୍ଗାଧର ମେହେର ମାନକ ବୃଦ୍ଧି ଯୋଜନାରେ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ବ୍ୟାଗ ବଣ୍ଟନ ସମ୍ପର୍କରେ ଅବଗତ କରାଯାଇଥିଲା। ଏନେଇ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ଥିବା ୧୮୩ ବିଦ୍ୟାଳୟର ୩୬୭୮ ଜଣ ଛାତ୍ରୀଛାତ୍ରଙ୍କ ନିମନ୍ତେ ୪ଲକ୍ଷ ୭୬ ହଜାର ୬୬୮ଟଙ୍କା ୮୦ ପଇସା ପଠାଯାଇଥିଲା। ଏହି ଟଙ୍କାରେ ବ୍ଲକ ଅଞ୍ଚଳର ପ୍ରତି ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବ୍ୟାଗ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିଶ୍ଚିନ୍ତକୋଇଲି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତଥା ବିଆର୍‌ସିସିଙ୍କ ନାମରେ ମାହାଙ୍ଗା ବ୍ଲକ ଗୌଡ଼ଗୋପରେ ଥିତ୍ବା ଏକ ଘରୋଇ ବ୍ୟାଙ୍କ ଜମା ଖାତାରେ ଏହି ଟଙ୍କା ଜମା କରାଯାଇଥିଲା। ଏଥିସହ ପ୍ରତି ବିଦ୍ୟାଳୟ ନାମରେ ଥିବା ଜମାଖାତାକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଉକ୍ତ ଟଙ୍କା ଉଠାଯାଇ ଛାତ୍ରୀଛାତ୍ରଙ୍କ ନିମନ୍ତେ ୧୩୦ ଟଙ୍କା ମୂଲ୍ୟରେ ବ୍ୟାଗ କିଣିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା। ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକର ବହୁ ଛାତ୍ରୀଛାତ୍ରଙ୍କୁ ବ୍ୟାଗ ମିଳିନାହଁି ବୋଲି ଅଭିଭାବକମାନେ କହିଛନ୍ତି। ବ୍ଲକର ନାମକୁ ମାତ୍ର କେତୋଟି ହାତଗଣତି ବିଦ୍ୟାଳୟରେ ଏହି ବ୍ୟାଗ ବଣ୍ଟନ କରାଯାଇଥିବା ଶୁଣିବାକୁ ମିଳୁଛି। ଅପରପକ୍ଷେ ୧୩୦ ଟଙ୍କା ପରିବର୍ତ୍ତେ ମାତ୍ର ୪୦ରୁ ୫୦ ଟଙ୍କା ମୂଲ୍ୟର ବ୍ୟାଗ କିଣାଯାଇ ଅବଶିଷ୍ଟ ଟଙ୍କା ହଡ଼ପ କରାଯାଇଛି ବୋଲିି କେତେଜଣ ଅଭିଭାବକ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିମାନଙ୍କ ଏଥିରେ ସମ୍ପୃକ୍ତି ଥିବା କୁହାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ  ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ  କୁହନ୍ତି, ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅର୍ଥ ପଠାଯାଇଛି। କିଛି ବିଦ୍ୟାଳୟରେ ବ୍ୟାଗ ମଧ୍ୟ ବଣ୍ଟନ କରାଯାଇଛି। ତେବେ ବ୍ୟାଗ ବଣ୍ଟନ ହୋଇ ନ ଥିବା ନେଇ କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।



ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ

 COASTAL NEWS Odia 551

ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ 


 


ଭୁବନେଶ୍ୱର :ସରକାରୀ ମେଡିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମସ୍ତ ଏସ୍‌ଟି,ଏସ୍‌ସି ଛାତ୍ରୀଛାତ୍ରଙ୍କ ସମସ୍ତ ଫି’ ଫେରାଯିବ। ସମସ୍ତ ପାଠପଢ଼ା ଖର୍ଚ୍ଚ ବିଭାଗ ତରଫରୁ ବହନ କରାଯିବ। ଏ ନେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଗୁରୁବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏସ୍‌ସି,ଏସ୍‌ଟି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମ୍‌ଏମ୍‌ସିପିୱାଇ)ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏମ୍‌ଏମ୍‌ସିପିୱାଇ ଅଧୀନରେ ଏମ୍‌ବିବିଏସ୍‌ ଏବଂ ଇଞ୍ଜିନିୟରିଂ (ବି-ଟେକ୍‌, ଏମ୍‌-ଟେକ୍‌) ପାଠ୍ୟକ୍ରମ ପ୍ରଦାନ କରୁଥିବା ସରକାରୀ ଅନୁଷ୍ଠାନର ଯୋଗ୍ୟ ଏସ୍‌ଟି ଏବଂ ଏସ୍‌ସି ଛାତ୍ରୀଛାତ୍ରଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ଅନ୍ତର୍ଭୁକ୍ତ ହେବ। କୋର୍ସ ଫି’ରେ ନାମଲେଖା ଦେୟ, ସିଟ୍‌ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି’(ଟ୍ୟୁଶନ୍‌ ଫି’ ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ଛାତ୍ରାବାସ ନାମଲେଖା ଦେୟ ଓ ବାର୍ଷିକ ହଷ୍ଟେଲ ଖର୍ଚ୍ଚ ଏବଂ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଛି। ଅନୁଷ୍ଠାନର ଡିନ୍‌/ମୁଖ୍ୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲାପାଳଙ୍କ ନିକଟକୁ ପଠାଇପାରିବେ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବିଭାଗକୁ ସମସ୍ତ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ଉପରୋକ୍ତ ଆବଶ୍ୟକତା ପଠାଯାଇପାରିବ ବୋଲି ଚିଠିରେ କୁହାଯାଇଛି।

ଦୁଷ୍କର୍ମ ଉଦ୍ୟମ ପଣ୍ଡ

 COASTAL NEWS Odia 550

ଦୁଷ୍କର୍ମ ଉଦ୍ୟମ ପଣ୍ଡ 



ଚୌଦ୍ଵାର - ଭାଇ ହାତରେ ରାକ୍ଷୀବାନ୍ଧି ଘରକୁ ଫେରୁଥିଲେ ଭଉଣୀ! ସେଥିପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ତାଙ୍କୁ ବାଇକ୍‌ରେ ଲିଫ୍‌ଟ ଦେବା ପାଇଁ ଡାକିଥିଲା। ରାତି ହେଉଥିବା ଦେଖି ଯୁବତୀ ଜଣକ ତାଙ୍କ ସହିତ ଆସିଥିଲେ। ହେଲେ ବିଚ୍‌ ରାସ୍ତାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଲିଫ୍‌ଟ ଦେଇଥିବା ଯୁବକ। ଏପରି ଘଟଣା କଟକ ଟଙ୍ଗୀ-ଚୌଦ୍ୱାର ରାସ୍ତାରେ ଘଟିଛି।

ବୁଧବାର ରାକ୍ଷୀ ପୂର୍ଣ୍ଣିମା ଥିଲା। ସେଥିପାଇଁ ଭୁବନେଶ୍ୱର ପଟିଆ ଅଞ୍ଚଳର ଯୁବତୀ ନେତୀ(ଛଦ୍ମନାମ) ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ମାତ୍ର ବସ୍‌ ଆସିବାରେ ବିଳମ୍ୱ ହେଉଥିଲା। ରାତି ପ୍ରାୟ ୮ଟା ବେଳେ ତାଙ୍କୁ ଜଣେ ଯୁବକ ବାଇକ୍‌ରେ ଲିଫ୍‌ଟ ଦେଇଥିଲେ। ଯୁବକ ଜଣକ ନେତୀଙ୍କୁ କଟକରେ ଛାଡିଦେବ ବୋଲି କହିଥିଲା।

ନେତୀ ତାଙ୍କ କଥାକୁ ବିଶ୍ୱାସ କରି ବାଇକ୍‌ରେ ଆସିଥିଲେ। ବାଇକ୍‌ରେ ପେଟ୍ରୋଲ୍‌ ପକାଇବା ପାଇଁ ୩୦୦ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଦୁର୍ଭାଗ୍ୟ, ଯୁବକ ଜଣକ ନେତୀଙ୍କୁ କଟକ ମୁଖ୍ୟ ରାସ୍ତା ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନେତୀ ବିରୋଧ କରିଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ନେତୀ ତଳେ ପଡ଼ି ରକ୍ତାକ୍ତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସିଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ନେତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଛି। ପୀଡ଼ିତା ଏନେଇ ମେଡ଼ିକାଲ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। କଟକ କମିଶନ୍‌ରେଟ୍‌ ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କ ପାଖରେ ପହଞ୍ଚି ପାରିନାହିଁ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh


ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ

 COASTAL NEWS Odia 459

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ 



ଭୁବନେଶ୍ବର - ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଏଥିନିମନ୍ତେ ଆବଶ୍ୟକ ସେମାନଙ୍କ ଅନୁମତି। ଜିପିଏସ୍ ସିଷ୍ଟମ ଲଗାଇଲେ ବିଚାରାଧୀନ କଏଦୀଙ୍କୁ ଘରେ ରହିବାର ମିଳିବ ଅନୁମତି। ନଚେତ ସେମାନଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ ରାତି । ଏପରି ଏକ ପ୍ରସ୍ତାବ ଜେଲ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି।

ଜେଲ୍‌ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ- ସେମିତି ବନ୍ଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଫଳରେ ସେମାନଙ୍କୁ ଜେଲ୍‌ରେ ନ ରଖି ସେମାନଙ୍କ ଘରେ ଛାଡ଼ିହେବ । କଏଦୀଙ୍କ ଗୋଡ଼ର ଗୋଇଠିର ଲାଗିବ ଏହି ଜିପିଏସ୍ ଟ୍ରାକର୍।

ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ କିମ୍ବା ଭାଙ୍ଗିବାକୁ ଚେଷ୍ଟା କରାଗଲେ, ତୁରନ୍ତ ସ୍ଥାନୀୟ ଥାନାକୁ ସୂଚନା ଚାଲିଯିବ। ଫଳରେ ତୁରନ୍ତ ପୁଲିସ୍‌ ସେମାନଙ୍କୁ କାବୁ କରି ପାରିବ । ଏହାଦ୍ୱାରା ଜେଲରେ କ୍ଷମତାଠୁ ଅଧିକ ବନ୍ଦୀ ରହିବା ଯୋଗୁ ପଡ଼ୁଥିବା ଚାପକୁ କମାଇ ହେବ । ଏଥିସହ ଛୋଟମୋଟ ଅପରାଧର କଏଦୀ ଜେଲ୍‌ରେ ରହିଲେ ରାଜ୍ୟ ସରକାରଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ବି କମିଯିବ ।

ଏ ସମ୍ପର୍କରେ ଜେଲ୍ ଡିଜି ମନୋଜ କୁମାର ଛାବ୍ରା ଆଜି ଗଣମାଧ୍ୟକ ପ୍ରତିନିଧୀଙ୍କୁ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ କିଛି ଜେଲ୍‌ ଅଛି ଯେଉଁଠି କ୍ଷମତାଠୁ ଅଧିକ କଏଦୀ ରହୁଛନ୍ତି। ଜେଲ୍‌ରେ ରହୁଥିବା କଏଦୀଙ୍କ ମଦ୍ୟରୁ ୮୦% ବିଚାରାଧୀନ କଏଦୀ। ସେମାନେ ଦୋଷୀ ନୁହନ୍ତି। ହେଲେ ବେଳେବେଳେ ବର୍ଷ ବର୍ଷ ଧରି ରହି ଯାଉଛନ୍ତି। ଆମେ ଚାହୁଁଛୁ, ସେମାନେ ଜେଲ୍‌ରେ ନ ରହି, ନିଜ ଘରେ ରୁହନ୍ତୁ।

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁଯାୟୀ, ଯେଉଁ ଅଭିଯୁକ୍ତଙ୍କ ଦଣ୍ଡାଦେଶ ୭ ବର୍ଷରୁ କମ୍‌ ହେବ ସେମାନେ ଜେଲ୍‌ରେ ନ ରହିବା ଉଚିତ । ସେମାନଙ୍କୁ ବେଲ୍‌ ମିଳିବା ଉଚିତ । ଏହି ଜଟିଳ ସମସ୍ୟାକୁ ସମାଧାନ କରିବାକୁ ଆମେ ଜିପିଏସ୍ ଟ୍ରାକର ପରି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବାକୁ ଚାହୁଁଛୁ। ଫଳରେ ଅଭିଯୁକ୍ତଙ୍କୁ ଆଉ ଜେଲ୍‌ରେ ରହିବାକୁ ପଡ଼ିବନି।

ଏଥିସହ ସେ କହିଛନ୍ତି, କଏଦୀଙ୍କୁ ସାଧାରଣତଃ ୩ଟି ସମସ୍ୟା ପାଇଁ ବେଲ୍‌ ମିଳିବାରେ ଅସୁବିଧା ହୁଏ। ବେଲ୍‌ ପାଇଲେ ଅଭିଯୁକ୍ତ ଖସି ଯାଇ ପୁଣି ଅପରାଧ କରିବାର ଆଶଙ୍କା ଥାଏ। ଏଥିସହ ସାକ୍ଷୀ, ପ୍ରମାଣକୁ ପ୍ରଭାବିତ କରିବାର ବି ସମ୍ଭାବନା ଥାଏ।

ହେଲେ କଏଦୀର ଗୋଡ଼ରେ ଜିପିଏସ୍ ଟ୍ରାକର ଲାଗିଲେ ତା’ର ଲୋକେସନ ସବୁବେଳେ ପୁଲିସ୍‌ ପାଖରେ ରହିବ । ଫଳରେ ସେ ନିଜ ପରିବାର ସହ ରହି ପାରିବ, ଦୈନଦିନ ଜୀବନଯାପନ ଅତି ସହଜରେ କରି ପାରିବ । ଯଦି ଉକ୍ତ ଜିପିଏସ୍‌କୁ କାଟିବାକୁ ବାହାର କରିବାକୁ ଚେଷ୍ଟା କରାଯିବ, ତା’ ହେଲେ ସତର୍କ ଘଣ୍ଟି ବାଜିବ ।

ଆମେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଏକ ନିର୍ଦ୍ଦିଷ୍ଟ ଜେଲ୍‌ର କିଛି ନିର୍ଦ୍ଦିଷ୍ଟ ଅପରାଧରେ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କ ଉପରେ ବ୍ୟବହାର କରିବାକୁ ଯୋଜନା କରିଛୁ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଛୁ। ଏଥିନିମନ୍ତେ ଆଇଟି ଡିପାର୍ଟମେଣ୍ଟ, ପୁଲିସ୍‌ ଓ ନ୍ୟାୟିକ ବ୍ୟବସ୍ଥାର ଅନୁମୋଦନ ବି ଆବଶ୍ୟକ ।

ଏହା ଲାଗୁ ହେଲେ ଏପରି ନିୟମ କାର୍ଯ୍ୟକ୍ଷମ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ । ଫଳରେ ଦେଶର ବିଭିନ୍ନ ଜେଲ୍‌ରେ ଦେଖାଦେଉଥିବା ଅଧିକ ସଂଖ୍ୟକ କଏଦୀ ସମସ୍ୟାକୁ ସମାଧାନ କରିହେବ ।

ଭାରତ ବାହାରେ ପ୍ରାୟ ୪୦ଟି ପାଶ୍ଚାତ୍ୟ ଦେଶରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଏହା କଏଦୀଙ୍କ ପାଦରେ ଲାଗିବ । ଫଳରେ ଏହାକୁ ଲୁଚାଇ ରଖିହେବ । ଏହାଦ୍ୱାରା କଏଦୀଙ୍କ ଗୋପନୀୟତା ରକ୍ଷା କରି ହେବ । ଏହାଦ୍ୱାରା ସରକାରଙ୍କ ବହୁ ରାଜସ୍ୱ ବଞ୍ଚି ପାରିବ ବୋଲି କହିଛନ୍ତି ଜେଲ୍‌ ଡିଜି ।

ଏଥିସହ ସେ କହିଛନ୍ତି, ଆମର ଏହି ପ୍ରସ୍ତାବକୁ ମାନବାଧିକାର କର୍ମୀ ବି ସମର୍ଥନ କରୁଛନ୍ତି। କାରଣ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କଏଦୀଙ୍କ ଅନୁମତି ଲୋଡ଼ା । ସେମାନଙ୍କ ବିନା ଅନୁମତିରେ କେହି ସେମାନଙ୍କ ଉପରେ ଏହାକୁ ଜୋରଜବରଦସ୍ତି ଲାଗୁ କରି ପାରିବେ ନାହିଁ l

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

Thursday, August 31, 2023

ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’

 COASTAL NEWS Odia 548

‘ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’


 


ନୂଆଦିଲ୍ଲୀ,୩୧।୧: ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି ଯେ, ଜମ୍ମୁ କଶ୍ମୀରରେ ତିନୋଟି ନିର୍ବାଚନ ବାକି ଅଛି। ପ୍ରଥମ ତିନି ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହେବା ମାତ୍ରେ ପଞ୍ଚାୟତ ପାଇଁ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ।

ସୁପ୍ରିମକୋର୍ଟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଲେହ ହିଲ ବିକାଶ ପରିଷଦ ନିର୍ବାଚନ ଶେଷ ହୋଇଛି ଏବଂ କାରଗିଲ ନିର୍ବାଚନ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।

କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାର ସମୟ ସୀମା ନିର୍ଦ୍ଦିଷ୍ଟ କହି ହେବ ନାହିଁ। ତେବେ କେନ୍ଦ୍ର ସ୍ପଷ୍ଟ କରିଛି ଯେ, ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀ ସ୍ଥିତି ସାମୟିକ ଏବଂ ଏହାକୁ ପୂର୍ଣ୍ଣ ରାଜ୍ୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି।



#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ଚାରିଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଛନ୍ତି ମଣିଷ

 COASTAL NEWS Odia 547

ଚାରିଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଛନ୍ତି ମଣିଷ






 

ଲଣ୍ଡନ: ତୁର୍କୀର ଦକ୍ଷିଣାଞ୍ଚଳର ଉଲାସ୍‌ଠାରେ ବାସ କରୁଥିବା ଏକ ପରିବାରକୁ ନେଇ ଗବେଷକଙ୍କ ଘୋର୍‌ ଚିନ୍ତା। ଏହି ପରିବାରର ୧୯ ସଦସ୍ୟଙ୍କ ମଧ୍ୟରୁ ୬ଜଣ ଚାରି ଗୋଡ଼ିଆ ପ୍ରାଣୀଙ୍କ ଭଳି ଦୁଇଗୋଡ଼ ଓ ଦୁଇ ହାତରେ ଚାଲନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୪ଜଣଙ୍କୁ ସବୁବେଳେ ଚାରି ଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଥିବା ଦେଖିବାକୁ ମିଳେ। ଏହାର କାରଣ ସମ୍ପର୍କରେ ଚିକିତ୍ସକମାନେ ଅନୁଧ୍ୟାନ କରିଥିଲେ ମଧ୍ୟ ନିଷ୍କର୍ଷରେ ପହଞ୍ଚିପାରି ନାହାନ୍ତି। ସେମାନଙ୍କୁ ନେଇ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍‌ (ବିବିସି) ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବା ପରେ ଏହା ବିଶ୍ବସ୍ତରୀୟ ଗବେଷକଙ୍କ ନଜରକୁ ଆସିଥିଲା। ଏହା ପରଠାରୁ ସେମାନଙ୍କୁ ନେଇ ଗବେଷଣା ଜାରି ରହିଛି। ଆଦିମ ମଣିଷ କ୍ରମଶଃ ସଳଖ ହୋଇ ଚାଲିଥିବା ବେଳେ ଏମାନେ କ୍ରମଶଃ ଆଦିମ ମଣିଷ ପରି ଚାଲୁଥିବା ଓ ସିମ୍ପାଞ୍ଜି ପରି ଆଚରଣର କାରଣ ସେମାନେ ଖୋଜୁଛନ୍ତି।

ସୂଚନାନୁଯାୟୀ, ଉଲାସ ପରିବାର ବିଶ୍ବରେ ବିରଳ। ଏହାର ୪ ଭଉଣୀ ଓ ଦୁଇ ଭାଇ ଜନ୍ମରୁ ଏଭଳି ଚାଲିବା ଆରମ୍ଭ କରିଥିଲେ। ବୟସ ବଢ଼ିବା ସହ ଏଥିରେ ସେମାନଙ୍କର ପରିବର୍ତ୍ତନ ହୋଇ ନଥିଲା। ଇତିମଧ୍ୟରେ ଦୁଇ ଭଉଣୀଙ୍କ ମୃତ୍ୟୁ ହେଲାଣି। ତିନି ନିୟୁତ ବର୍ଷ ପୂର୍ବେ ସୃଷ୍ଟ ଜୀବ କ୍ରମ ବିବର୍ତ୍ତନ ଆଧାରରେ ପଶୁରୁ ମଣିଷ ହୋଇ ୪ ଗୋଡ଼ରୁ ଦୁଇ ଗୋଡ଼ରେ ଚାଲିବାର ପ୍ରମାଣ ରହିଛି; କିନ୍ତୁ ମଣିଷ ପଶୁ ଭଳି ଚାଲିବା ବା ଆଚରଣ କରିବା ଆଶ୍ଚର୍ଯ୍ୟଜନକ ବୋଲି ଲିଭରପୁଲ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ ଆଧୁନିକ ଓ ଆଦିମ ମଣିଷ ମଧ୍ୟରେ ରହିଥିବା ଯୋଗସୂତ୍ରକୁ ହରାଇଥିବା ଅନେକ ବିଶ୍ବାସ କରୁଛନ୍ତି। ଏହାକୁ ଏକ ପ୍ରକାର ଗୁଣସୂତ୍ର ଆଧାରିତ ବ୍ୟାଧି ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି।



#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା---   ନୂଆଦିଲ୍ଲୀ : ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

 COASTAL NEWS Odia 545

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା



 

ନୂଆଦିଲ୍ଲୀ : ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

ସାତ ମିନିଟରେ କ୍ୟାନସର ଚିକିତ୍ସା; ବିଶ୍ଵରେ ବ୍ରିଟେନ ହେବ ପ୍ରଥମ

 COASTAL NEWS Odia 545


ସାତ ମିନିଟରେ କ୍ୟାନସର ଚିକିତ୍ସା; ବିଶ୍ଵରେ ବ୍ରିଟେନ ହେବ ପ୍ରଥମ





ବ୍ରିଟେନ୍ - ବର୍ତ୍ତମାନ ବ୍ରିଟେନ ଏଭଳି କିଛି କରିବାକୁ ଯାଉଛି । ଯାହା ପାଇଁ ସେ ସାରା ବିଶ୍ଵରେ ପ୍ରଥମ ଦେଶ ହେବ। ଯିଏ ନିଜ ଦେଶରେ କ୍ୟାନସର ରୋଗୀଙ୍କୁ ସାତ ମିନିଟ୍‌ରେ ତାହାର ଉପଚାରର ଔଷଧ ଦିଆଯିବ। ବ୍ରିଟେନର ଜନସ୍ଵାସ୍ଥ୍ୟ ସେବା (NHS) ଦେଶରେ ଶହ ଶହ କର୍କଟ ରୋଗୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିବାରେ ବିଶ୍ଵରେ ପ୍ରଥମ ହେବାକୁ ଯାଉଛି।

ଇମ୍ୟୁନୋଥେରାପି ସହିତ ଚିକିତ୍ସିତ ହେଉଥିବା ଶହ ଶହ କର୍କଟ ରୋଗୀଙ୍କୁ ବର୍ତ୍ତମାନ ଚର୍ମ ତଳେ ଆଟେଜୋଲିଜୁମାବ ଇଞ୍ଜେକ୍ସନ ଦିଆଯିବାକୁ ପ୍ରସ୍ତୁତ କରାଯାଉଛି ବୋଲି ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ର ଅନୁମୋଦନ ପାଇବା ପରେ NHS ମଙ୍ଗଳବାର ଦିନ କହିଛି। ଏହା କର୍କଟ ଚିକିତ୍ସା ପାଇଁ ସମୟ ହ୍ରାସ କରିବ । ଏନେଇ NHS କହିଛି ଯେ ଆଟେଜୋଲିଜୁମାବ, ଯାହା ଟେକେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା। ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ଡ୍ରପ୍ ମାଧ୍ୟମରେ ଦିଆଯାଏ । ଏହି ପ୍ରକ୍ରିୟା କିଛି ରୋଗୀଙ୍କ ପାଇଁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ, ଏହି ସମୟ ମଧ୍ୟ ଅଧିକ ସମୟ ନେଇଥାଏ, ଯେତେବେଳେ ଔଷଧ ସେମାନଙ୍କ ଶିରାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଏ।

କିନ୍ତୁ ନୂତନ ପଦ୍ଧତି ସହିତ, ବର୍ତ୍ତମାନ ଏହି ଔଷଧ ଶିରାରେ ଦେବା ପରିବର୍ତ୍ତେ ଚର୍ମ ତଳେ ଇଞ୍ଜେକ୍ସନ ଦିଆଯିବ । ଇଂଲଣ୍ଡ ଏହା କରିବାରେ ପ୍ରଥମ ଦେଶ ହେବ। ଟେକେଣ୍ଟ୍ରିକ୍ ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି । ଯାହା କର୍କଟ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ ।ଆଟେଜୋଲିଜୁମାବ ହେଉଛି ଏକ ଇମ୍ୟୁନୋଥେରାପି ଔଷଧ । ଯାହା କର୍କଟ ରୋଗର କୋଷ ଖୋଜିବା ଏବଂ ନଷ୍ଟ କରିବା ପାଇଁ ରୋଗୀଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତି ଦେଇଥାଏ। ବର୍ତ୍ତମାନ ଫୁସଫୁସ, ସ୍ତନ, ଯକୃତ ଏବଂ ବ୍ଲାଡର କର୍କଟ ସମେତ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ଏହି ଚିକିତ୍ସା ଦିଆଯାଉଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା

 COASTAL NEWS Odia 545

ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା



ପୁରୀ: ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ। ମୃତ ଯୁବକ ହେଉଛନ୍ତି ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀର ନଡୁ ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସିଟି ଡିଏସପି କହିଛନ୍ତି।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ନଡୁ ଜଟିଆ ବାବାଜୀ ଛକରେ ବସିଥିବା ସମୟରେ ଦୁର୍ବୁତ୍ତମାନେ ତାଙ୍କୁ ଚିମୁଟା ଓ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ନଡୁଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ସିଟି ଡିଏସପି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ଚକୋ ବାର ଡବାରେ ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ

 COASTAL NEWS Odia 543


 ଚକୋ ବାର ଡବାରେ ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ



 
ତ୍ରିଚି – ସୁନା ଚୋରା ଚାଲାଣର ବିଭିନ୍ନ ଉପାୟ ବିଷୟରେ ଆପଣ ଜାଣିଥିବେ । କିଏ ଟ୍ରଲିବ୍ୟାଗର ମେଟାଲ୍‌ ପାଇପ୍‌ ତ କିଏ ପେଟର ପାଚନତନ୍ତ୍ର ଆଉ କେତେବେଳେ ଗୋଡ ହାତ ଭାଙ୍ଗିଛି କହି ବ୍ୟାଣ୍ଡେଜ୍‌ ଭିତରେ ସୁନା ଚୋରା ଚାଲାଣ କରୁଛନ୍ତି । ଏପରି କି ହାଡ ଭାଙ୍ଗିଛି ମେଟାଲ ଲାଗିଛି କହି ସେଥିରେ ବି ସୁନା ଚୋରା ଚାଲାଣ କରୁଛନ୍ତି । ଏବେ ତାମିଲନାଡୁର ତ୍ରିଚିରେ ନ୍ୟୁଟେଲା ଚକୋବଟର ଜାରରେ ଖାଣ୍ଟି ସୁନା ବିଦେଶରୁ ଚୋରା ଚାଲାଣ ବେଳେ ଧରାପଡିଛି ।

ନ୍ୟୁଟେଲା ଜାର ଭିତରେ ଚକୋବଟରେ ସୁନା ଗୁଣ୍ଡ ଗୋଳାଯାଇଥିବା ବେଳେ କିଛିଟା ଖାଣ୍ଟି ସୁନା ଖଣ୍ଡ ବି ଥିଲା । କୁଆଲାମ୍ପୁରରୁ ଏହି ଯାତ୍ରୀମାନେ ଭାରତ ଆସିଥିଲେ । ହେଲେ ସୁନା ଚୋରା ଚାଲାଣ ବିଷୟରେ କଷ୍ଟମ ବିଭାଗକୁ ଆଗରୁ ସୂଚନା ମିଳିଥିଲା ।
ଯାତ୍ରୀମାନେ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଯାଞ୍ଚ କରାଯାଇଥିଲା । ସୁନା ମିଳି ନ ଥିଲା । ପରେ ନ୍ୟୁଟେଲା ଚକୋବଟର ଜାରକୁ ଯାଞ୍ଚ କରାଯିବାରୁ ସୁନା ମିଳିଥିଲା । ସୁନା ଚୋରା ଚାଲାଣ ଅଭିଯୋଗରେ ଏହି ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଛି ।


#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ପାନ ଦୋକାନୀଙ୍କୁ ହତ୍ୟା

  COASTAL NEWS Odia 542

 ପାନ ଦୋକାନୀଙ୍କୁ ହତ୍ୟା



ବରଗଡ଼ - ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାରଗୁଡ଼ା ଗାଁରେ ଜଣେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ଗୋପବନ୍ଧୁ ସେଟ୍‌।
ଗୋପବନ୍ଧୁଙ୍କର ବାରଗୁଡ଼ା ଗାଁ ରେଳ ଫାଟକ ନିକଟରେ ଏକ ପାନ ଦୋକାନ ଥିଲା। ଗତକାଲି (ମଙ୍ଗଳବାର) ରାତିରେ ସେ ଦୋକାନ ବାରଣ୍ଡାରେ ଶୋଇଥିଲେ। ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିଲା।
ଆଜି ସକାଳେ ଦୋକାନ ବାରଣ୍ଡାରେ ଖଟ ଉପରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିରହିଥିବା ଲୋକେ ଦେଖିବାକୁ ପାଇଥିଲେ। ଖଟ ତଳେ ମଧ୍ୟ ରକ୍ତ ପଡ଼ିଥିଲା।
ଘଟଣା ସଂପର୍କରେ ବରପାଲି ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ମୃତ ଗୋପବନ୍ଧୁଙ୍କ ପୁଅ ଅନୀଲ ସେଟ୍‌ ଏନେଇ ବରପାଲି ଥାନାରେ ଏତଲା ଦେଇଛନ୍ତି।
ଅନୀଲ ଏତଲାରେ ଦର୍ଶାଇଛନ୍ତି ଯେ କିଛି ଦିନ ତଳେ ତାଙ୍କ ବାପାଙ୍କର ଜଣେ ପାଖ ପଡ଼ୋଶୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ଢେକଳ ଧରେଇ, କର୍ଲୋ ଧରେଇ, ଆକାଶ ଧରେଇ ଓ ବିକାଶ ଧରେଇଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି। ଏମାନଙ୍କ ସହିତ ଗୋପବନ୍ଧୁଙ୍କର ଝଗଡ଼ା ହୋଇଥିଲା ବୋଲି ତାଙ୍କ ପୁଅ ଅନୀଲ ଏତଲାରେ ଲେଖିଛନ୍ତି।


#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ଆସୁଛି ବଡ଼ ବିପର୍ଯ୍ୟୟ

 COASTAL NEWS Odia 541

ଆସୁଛି ବଡ଼ ବିପର୍ଯ୍ୟୟ

 


ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ ବିପର୍ଯ୍ୟୟ ଘଟାଇବାର ଆଶଙ୍କା ରହିଛି। ବୁଧବାର ଏହି ଝଡ଼ ଅତ୍ୟନ୍ତ ବିପଜ୍ଜନକ ଭାବେ ଫ୍ଲୋରିଡାର ଗଲ୍ଫ କୋଷ୍ଟକୁ ଛୁଇଁଛି। ଏନେଇ ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ୨୯ ତାରିଖ ଅର୍ଥାତ୍‌ ଗୁରୁବାର ଭୟଙ୍କର ରୂପ ନେବ। ରାଷ୍ଟ୍ରୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍‌ ଚିତ୍ର ଆମେରିକାର ପୂର୍ବ ଉପକୂଳ, ବରମୁଡାର ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ହରିକେନ ଇଡାଲିଆ, ଫ୍ଲୋରିଡାର ଗଲ୍ଫ କୋଷ୍ଟ ଏବଂ ଝଡ଼ ଫ୍ରାଙ୍କଲିନକୁ ଦର୍ଶାଉଛି। ଫ୍ଲୋରିଡାର ବୈଜ୍ଞାନିକମାନେ କହିଛନ୍ତି, ଏହି ଝଡ଼ ବଡ଼ଧରଣର ହେବ ବୋଲି ଆଶା କରାଯାଉଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ରୋଭର୍ ପ୍ରଜ୍ଞାନ ର ଚିତ୍ର ଉତ୍ତୋଳନ

 COASTAL NEWS Odia 540


ରୋଭର୍ ପ୍ରଜ୍ଞାନ ର ଚିତ୍ର ଉତ୍ତୋଳନ 



ନୂଆଦିଲ୍ଲୀ - ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କଲା ରୋଭର୍ ପ୍ରଜ୍ଞାନ। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଛି, ଯାହାର ଫଟୋ ଶେଆର୍ କରିଛି ଇସ୍ରୋ। ଚନ୍ଦ୍ରରେ ଚନ୍ଦ୍ରଯାନ-3 ଅବତରଣ କରିବା ପରେ ପ୍ରଥମ କରି ଏହି ଚିତ୍ର ପଠାଇଛି ରୋଭର୍ ପ୍ରଜ୍ଞାନ। ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଫଟୋ ଉଠାଉ ଥିବାବେଳେ ପ୍ରଥମ କରି ପ୍ରଜ୍ଞାନରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। 

ଏକ୍ସ(ପୂର୍ବର ଟ୍ୱିଟର)ରେ ଫଟୋ ଶେଆର୍ କରି ଏନେଇ ସୂଚନା ଦେଇଛି ଇସ୍ରୋ। ସଂସ୍ଥାନ ପକ୍ଷରୁ ଦୁଇଟି ଫଟୋ ପୋଷ୍ଟ ହୋଇଛି, ଯେଉଁଥିରେ ଲ୍ୟାଣ୍ଡର ବିକ୍ରମର ଚିତ୍ର ରହିଛି। ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ଏବଂ ଇଲସା(ILSA)କୁ ଦର୍ଶାଇଛି ଇସ୍ରୋ। ବିକ୍ରମରେ ଏହି ଦୁଇ ଯନ୍ତ୍ରପାତି ଲାଗିଛି। କିଛିଦିନ ତଳେ ଚନ୍ଦ୍ରପୃଷ୍ଠର ଉତ୍ତାପ ମାପିଥିଲା ଚାଷ୍ଟେ। ଇସ୍ରୋ ଲ୍ୟାଣ୍ଡରର ଏସମସ୍ତ ଫଟୋ ନାଭକ୍ୟାମ ମାଧ୍ୟମରେ କଏଦ କରିଛି ରୋଭର୍।

ଇସ୍ରୋ କହିଛି ଯେ, ରୋଭରରେ ଥିବା ନାଭକ୍ୟାମଗୁଡିକ ବେଙ୍ଗାଲୁରୁର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ(LEOS) ଦ୍ୱାରା ଲାବୋରେଟୋରୀରେ ବିକଶିତ ହୋଇଛି।

ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-3। ଏହାପରେ ସେଠାରୁ ନୂଆ ନୂଆ ତଥ୍ୟ ପଠାଉଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସହ ଖଣିଜ ପଦାର୍ଥର ଅନୁସନ୍ଧାନ କରୁଛି। ଗତକାଲି ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଳଜାନର ଅନୁସନ୍ଧାନ କରିଛି। ଏହା ସାଙ୍ଗକୁ ସେଠାରେ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଥିବା ଜାଣିବାକୁ ପାଇଛି। 14 ଦିନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-3 ତଥ୍ୟ ପଠାଇବ ବୋଲି କହିଛି ଇସ୍ରୋ। ବର୍ତ୍ତମାନ 7 ଦିନ ସରି ସାରିଥିବା ବେଳେ ଆଗକୁ ଆଉ 7 ଦିନ ପର୍ଯ୍ୟନ୍ତ ଡାଟା ପଠାଇବ। ଏହି ସମୟରେ ଚନ୍ଦ୍ରପୃଷ୍ଠର ଆହୁରି ନୂଆ ନୂଆ ତଥ୍ୟର ଖୁଲାସା ନେଇ ଆଶା ରଖାଯାଇଛି। 

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ବ୍ଲଡ ପ୍ୟାକେଟରେ ଜାଲିଆତି

 COASTAL NEWS Odia 539

ବ୍ଲଡ ପ୍ୟାକେଟରେ ଜାଲିଆତି 



କଟକ - ବ୍ଲଡ ପ୍ୟାକେଟରେ ଲେଖାଯାଇଛି A ପଜିଟିଭ ରକ୍ତ। ବ୍ଲଡ ପ୍ୟାକେଟରେ ରହିଛି B ପଜିଟିଭ ରକ୍ତ। ଏପରି ଭିନ୍ନ ଗ୍ରୁପର ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କଟକର ଏକ ଘରୋଇ ହସ୍ପିଟାଲରେ।। ରୋଗୀ ଜଣକ ହେଲେ ବିଭୂତି ଭୂଷଣ ଜେନା। ତାଙ୍କ ଘର କଟକର ଝୁଲାସାହି ଅଞ୍ଚଳର ବୋଲି ଜଣାଯାଇଛି।

ବିଭୂତିଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ରକ୍ତ ଦରକାର ବୋଲି ଚିକିତ୍ସିତ ଡାକ୍ତର କହିଥିଲେ। ବିଭୂତିଙ୍କର ବ୍ଲଡ୍ ଗ୍ରୁପ A ପଜିଟିଭ୍ ଥିଲା। ଏଥିପାଇଁ A ପଜିଟିଭ୍ ରକ୍ତ ଆଣିବା ପାଇଁ ଡାକ୍ତର କହିଥିଲେ।

ବିଭୂତିଙ୍କ ପୁଅ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କରୁ A ପଜିଟିଭ୍ ରକ୍ତ କହି ଆଣିଥିଲେ। ବ୍ଲଡ ବ୍ୟାଙ୍କ କର୍ମଚାରୀ A ପଜିଟିଭ୍ ଲେଖାଥିବା ରକ୍ତ ପ୍ୟାକେଟ ଦେଇଥିଲେ। କିନ୍ତୁ  ବ୍ଲଡ ପ୍ୟାକେଟରେ A ପଜିଟିଭ ରକ୍ତ ଲେଖାଯାଇଥିବା ବେଳେ ପ୍ୟାକେଟରେ ଥିଲା B ପଜିଟିଭ। ହେଲେ ଏହି କଥା କେହି ଜାଣି ନଥିଲେ। ବିଭୂତିଙ୍କ ପୁଅ ବ୍ଲଡ ବ୍ୟାଙ୍କରୁ ଆଣିଥିବା ରକ୍ତ ଡାକ୍ତରଙ୍କୁ ଦେଇଥିଲେ।  ଡାକ୍ତର ମଧ୍ୟ ବିଭୂତିଙ୍କୁ ସେହି ରକ୍ତ ଦେଇ ଦେଥିଲେ।

ତେବେ ରକ୍ତ ନେବା ପରେ ବିଭୂତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବ୍ଲଡ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ ପରୀକ୍ଷା ଏକ ଘରୋଇ ଲ୍ୟାବରେ କରାଯାଇଥିଲା। ଏହା B ପଜିଟିଭ ବୋଲି ଜଣାପଡ଼ିଥିବା ଅଭିଯୋଗ ହୋଇଛି।

ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାର ନିର୍ଦେଶକ l

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health 

ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ

 COASTAL NEWS Odia 538

ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ



ଭୁବନେଶ୍ବର - ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ପରିମାଣ ୫୦% ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ହାଉସ ସର୍ଜନମାନଙ୍କର ଅନୁରୋଧକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ କ୍ୟାଡ଼ରରେ ଆସିଷ୍ଟାଣ୍ଟ ସର୍ଜନଙ୍କୁ ସରକାରୀ ଚାକିରିରେ ଏଂଟ୍ରି ଲେଭଲରେ ପ୍ରଦାନ କରୁଥିବା ଦରମା ଓ ଭତ୍ତାର ୫୦%କୁ ଡାଇନୋମିକ ଷ୍ଟାଇପେଣ୍ଡ ଭାବେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିଜ୍ଞପ୍ତି ସହ ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ ହେବ । ରାଜ୍ୟ ସରକାର ମଧ୍ୟ ଦେବଗଡ଼ ଜିଲ୍ଲାରେ ୧୦ଜଣ ଅଧିକ ସ୍ପେଶାଲିଷ୍ଟଙ୍କୁ ମୁତୟନ କରିଛନ୍ତି ।  ସେଥିରେ ମେଡିସିନ, ସର୍ଜରୀ, ଶିଶୁରୋଗ, ଆନ୍ଥେସେସିଆ, ଅର୍ଥୋପେଡ଼ିକ, ସାଇକାଟ୍ରିକ୍ , ଇଏନଟି, ଚକ୍ଷୁ ଓ ପଲ୍ୟୁମନାରୀ ମେଡିସିନ୍ ବିଶେଷଜ୍ଞ ଆଦି ସାମିଲ ଅଛନ୍ତି । ଏହି ବିଶେଷଜ୍ଞମାନଙ୍କ ନିଯୁକ୍ତି ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ପରିଦୃଶ୍ୟରେ ସୁଧାର ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ଅନ୍ୟ ଏକ ଘଟଣାକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଜର ୯୦ଜଣ କର୍ମଚାରୀ(ନର୍ସ ଓ ମେଡିକାଲ କର୍ମଚାରୀ)ଙ୍କୁ ୩ଟି ଦଫାରେ ସିଙ୍ଗାପୁର ପଠାଇବ । ଏହି ଏକ୍ସପୋଜର ଭିଜିଟ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

 #public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews 

ରାଜଧାନୀରୁ CBI  ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍‌ ମାମଲାରେ ମୋଟ୍‌ ୮ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍ ପୁଲିସ। ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଧରିଛି ପୁଲିସ। ଆଉ ଜଣଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି କମିଶନରେଟ୍ ପୁଲିସ। ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତିରେ ନନ୍ଦନ ବିହାର ସ୍ଥିତ ନିଜ ଘରେ ଥିଲେ ନିବାରଣ ପାଣି ଓ ତାଙ୍କ ପୁଅ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରେ ତଲାସି ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ। ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସେହି ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌। ସୋମବାର କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।

 COASTAL NEWS Odia 537

ନକଲି ସିବିଆଇ ଅଧିକାରୀ ଗିରଫ 



ଭୁବନେଶ୍ବର - ରାଜଧାନୀରୁ CBI  ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍‌ ମାମଲାରେ ମୋଟ୍‌ ୮ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍ ପୁଲିସ। ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଧରିଛି ପୁଲିସ। ଆଉ ଜଣଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରଖିଛି କମିଶନରେଟ୍ ପୁଲିସ।

ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତିରେ ନନ୍ଦନ ବିହାର ସ୍ଥିତ ନିଜ ଘରେ ଥିଲେ ନିବାରଣ ପାଣି ଓ ତାଙ୍କ ପୁଅ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରେ ତଲାସି ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ।

ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସେହି ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌।

ସୋମବାର କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।

ଉତ୍କଟ ରୂପ ନେଲାଣି ଜଳବାୟୁ ପରିବର୍ତ୍ତନ

 COASTAL NEWS Odia 536

ଉତ୍କଟ ରୂପ ନେଲାଣି ଜଳବାୟୁ ପରିବର୍ତ୍ତନ



ନୂଆଦିଲ୍ଲୀ - ଉତ୍କଟ ରୂପ ନେଲାଣି ଜଳବାୟୁ ପରିବର୍ତ୍ତନ। ମାନବିକ ତ୍ରୁଟି ପାଇଁ ଦିନକୁ ଦିନ ଯେଉଁପରି ଜଳବାୟୁରେ ପରିବର୍ତ୍ତନ ଘଟୁଛି ତାହା ବିପଦ ସଙ୍କେତ। ଏହିପରି ଯଦି ବିଶ୍ୱ ତାପମାତ୍ରା ଆଉ ଦୁଇ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟେ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ଶହେ କୋଟି ଲୋକଙ୍କର ଅକାଳ ବିୟୋଗ ଘଟିବ। ଏକଥା  ଏକ ଅନୁସନ୍ଧାନରୁ ଜଣାପଡ଼ିଛି।

କାନାଡ଼ାର ୱେଷ୍ଟର୍ଣ୍ଣ ଓଣ୍ଟାରିଓ ବିଶ୍ୱବିଦ୍ୟାଳୟ ଏହି ଅନୁଧ୍ୟାନ କରିଛି। ଜର୍ଣ୍ଣାଲ୍ ଏନର୍ଜିଜରେ ଏହି ଅନୁଧ୍ୟାନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଯଥା ସମ୍ଭବ ଜୀବନ ରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉ। ନଚେତ୍ ଯଦି ୨୧୦୦ ମସିହା ସୁଦ୍ଧା ବିଶ୍ୱ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିଗଲା ତେବେ ଅକାଳରେ ୧୦୦ କୋଟି ଲୋକଙ୍କର ଜୀବନ ଚାଲିଯିବ।

ତୈଳ ଓ ଗ୍ୟାସ ଶିଳ୍ପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦%ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ଏହି ନିର୍ଗମନ ମୁଖ୍ୟତଃ ଅପହଞ୍ଚ ଅଞ୍ଚଳରେ ରହୁଥିବା କୋଟି କୋଟି ସ୍ୱଳ୍ପ ସମ୍ୱଳ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏହାର ପ୍ରଭାବ ବିଶେଷ କରି କୋମଳମତି ଶିଶୁଙ୍କ ଉପରେ ପଡିଥାଏ, ଯାହା ବାସ୍ତବରେ ଭୟାନକ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ କହିଛନ୍ତି। ୧୮୦ରୁ ଅଧିକ ସାଇଣ୍ଟିଫିକ୍ ଲିଟେରଚର୍ ଆର୍ଟିକିଲ୍ ସମୀକ୍ଷା କରି ଏପରି ତଥ୍ୟ ଦେଇଛନ୍ତି ଅନୁଧ୍ୟାନକାରୀ।

ଅନୁଧ୍ୟାନନକାରୀ ଟିମ୍ କାର୍ବନ ନିଗମନ ଉପରେ ମୃତ୍ୟରୁ ଲିଙ୍କ୍ ଉପରେ ସମୀକ୍ଷା କରିଥିଲେ। '୧,୦୦୦ ଟନ୍ ରୁଲ୍' ଉପରେ ଅଧ୍ୟୟନ କରିଛନ୍ତି ଅନୁସନ୍ଧାନକାରୀ। ଏହି ରୁଲରୁ ଜଣାଗଲା ଯେ, ପ୍ରତି ୧,୦୦୦ ଟନ୍ ଜୀବାଶ୍ମ କାର୍ବନ ଜଳିବା ଦ୍ୱାରା ଭବିଷ୍ୟତରେ ଜଣେ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିବାର ସମ୍ଭାବନା ରହିଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୈଜ୍ଞାନିକ।

ଏହିପରି ଯଦି ଲଗାତାର ଭାବେ ଜାରି ରହେ ତେବେ ପରବର୍ତ୍ତୀ ଶତାବ୍ଦୀ ମଧ୍ୟରେ ଗ୍ଲୋବାଲ୍ ୱାର୍ମିଂ ୧୦୦ କୋଟି ଲୋକଙ୍କ ଜୀବନ ନେଇଯିବ ବୋଲି କହିଛନ୍ତି। ତେଣୁ ଯଥା ଶୀଘ୍ର ମାନବ ସମାଜ ପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ସୀମିତ ରଖି ମାନବିକ ଦକ୍ଷତା ଏବଂ ଅକ୍ଷୟ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ସେମାନେ ଦର୍ଶାଇଛନ୍ତି। 

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...