AFFILIATE MARKETING

https://binomo.com?a=90810425bb57&t=0

Tuesday, July 25, 2023

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ

 ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ 




ସମ୍ପତି ପାଇଁ ତୁଚ୍ଛ ହେଲା ରକ୍ତର ସମ୍ପର୍କ। ଯେଉଁ ବାପାମା’ ଛୋଟରୁ ବଡ଼ କରିଥିଲେ, ଯେଉଁ ଭଉଣୀ ସୁରକ୍ଷା ପାଇଁ ହାତରେ ରାକ୍ଷୀ ବାନ୍ଧିଥିଲା ସେମାନଙ୍କୁ ଜୀବନରୁ ମାରିବା ପାଇଁ ପଛାଇଲା ନାହିଁ ନୃଶଂସ ପୁଅ। ରାତିରେ ଶୋଇଥିଲା ବେଳେ ସମସ୍ତଙ୍କୁ କୁରାଢ଼ିରେ ହାଣି ପକାଇଲା। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ।


ଆହତମାନେ ହେଲେ ଗୁଡ଼ିଆଳି ଗ୍ରାମର ବାପା, ହେରେକୃଷ୍ଣ ରେଡ଼ୀ, ମାଆ ପ୍ରମିଳା ରେଡ଼ୀ, ଭାଇବୋହୂ ମାମା ରେଡ଼ୀ ଓ ଭଉଣୀ ଦୁଖୀଆମା ରେଡ୍ଡୀ। ସମସ୍ତେ ଗୋଟିଏ ପରିବାର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପାଣ୍ଡଵ ରେଡ଼ୀ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି।


ପାଣ୍ଡବଙ୍କ ସାନ ଭାଇ ଅନ୍ୟ ଜଣଙ୍କ ଘରକୁ ପୁଅ ହୋଇଯାଇ ରହିଥିଲେ। ହେଲେ ଏବେ ସେ ଆସି ନିଜ ବାପା ସମ୍ପତ୍ତିରେ ଭାଗ ନେବାକୁ ଦାବି କରିଥିଲେ। ହେଲେ ପାଣ୍ଡବ ସାନ ଭାଇକୁ ଭାଗ ଦେବାକୁ ରାଜି ନଥିଲେ।  ଯାହାକୁ ନେଇ ପରିବାରରେ ଝଗଡ଼ା ହୋଇଥିଲା।


ଗତକାଲି ରାତିରେ ପରିବାର ଲୋକେ ଶୋଇଥିଲା ବେଳେ ଏହି ସମୟରେ ପାଣ୍ଡଵ ଓ ତାଙ୍କ  ସ୍ତ୍ରୀ ପ୍ରଥମେ ବାପାମା’ଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ବାପାମା’ଙ୍କ ପାଟି ଶୁଣି ଭଉଣୀ ଦୁଖୀଆମା ଦୌଡ଼ି ଆସିଥିଲେ। ପାଣ୍ଡବ ମଧ୍ୟ ତାଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲେ। ପରେ ଭାଇବୋହୂ ମାମା ରେଡ଼ୀଙ୍କୁ ମଧ୍ୟ କୁରାଢ଼ି ଆକ୍ରମଣ କରି ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଥିଲେ।


ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଗ୍ରାମବାସୀମାନେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଗତକାଲି ରାତିରେ ପାଣ୍ଡବଙ୍କ ସାନ ଭାଇ ଘରେ ନଥିଲେ l

Monday, July 24, 2023

ବଦଳିଲା ଟ୍ବିଟର୍‌ର ଲୋଗୋ--- ନ୍ୟୁୟର୍କ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ଲୋଗୋ ବଦଳା ଯାଇଥିବା ଜଣାପଡ଼ିଛି। ଏଣିକି ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି। ପ୍ରକାଶ ଯେ, ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ। ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ। ଏବେ ଟ୍ୱିଟରର ୨ ଶହ ମିଲିୟନ ସକ୍ରିୟ ବ୍ୟବହାରକାରୀ ଅଛନ୍ତି।

 ବଦଳିଲା ଟ୍ବିଟର୍‌ର ଲୋଗୋ


 


ନ୍ୟୁୟର୍କ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ଲୋଗୋ ବଦଳା ଯାଇଥିବା ଜଣାପଡ଼ିଛି। ଏଣିକି ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି। ପ୍ରକାଶ ଯେ, ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ। ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ। ଏବେ ଟ୍ୱିଟରର ୨ ଶହ ମିଲିୟନ ସକ୍ରିୟ ବ୍ୟବହାରକାରୀ ଅଛନ୍ତି।

ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୋହୂକୁ ରକ୍ଷା କରିବାକୁ ଯାଇ ଶାଶୁ ମଧ୍ୟ ଖଣ୍ଡା ଚୋଟ ଖାଇଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତିଳାବାଡ଼ି ଗାଁରେ। ବୋହୂ ପ୍ରମିଳା ପ୍ରଧାନ ଓ ଶାଶୁ ରଜନୀ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖିଛି। ଶତ୍ରୁଘ୍ନ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ଶତ୍ରୁଘ୍ନ ଘରୁ ଖଣ୍ଡା ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ପ୍ରମିଳା ଦୌଡ଼ି ପଳାଇବାରୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଶାଶୁ ଦୌଡ଼ି ଆସି ବୋହୂକୁ ରକ୍ଷା କରିବାରୁ ଶତ୍ରୁଘ୍ନ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଶତ୍ରୁଘ୍ନଙ୍କୁ ଅଟକ ରଖିବା ସହ ଧାରୁଆ ଖଣ୍ଡାକୁ ଜବତ କରିଛି।

 ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।


ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୋହୂକୁ ରକ୍ଷା କରିବାକୁ ଯାଇ ଶାଶୁ ମଧ୍ୟ ଖଣ୍ଡା ଚୋଟ ଖାଇଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତିଳାବାଡ଼ି ଗାଁରେ। ବୋହୂ ପ୍ରମିଳା ପ୍ରଧାନ ଓ ଶାଶୁ ରଜନୀ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖିଛି।


ଶତ୍ରୁଘ୍ନ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ଶତ୍ରୁଘ୍ନ ଘରୁ ଖଣ୍ଡା ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ପ୍ରମିଳା ଦୌଡ଼ି ପଳାଇବାରୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଶାଶୁ ଦୌଡ଼ି ଆସି ବୋହୂକୁ ରକ୍ଷା କରିବାରୁ ଶତ୍ରୁଘ୍ନ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ।


ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଶତ୍ରୁଘ୍ନଙ୍କୁ ଅଟକ ରଖିବା ସହ ଧାରୁଆ ଖଣ୍ଡାକୁ ଜବତ କରିଛି।

ଆସନ୍ତାକାଲି ତିନିଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

 

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।



ଆସନ୍ତାକାଲି ତିନିଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ରାଜଭବନ ଯିବେ।


ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।


୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।


ତିନିଦିନିଆ ମହାମହିଙ୍କ ଓଡ଼ିଶା ଗ୍ରସ୍ତ ନେଇ  କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଫାଇନାଲ ରିହରସିଆଲ କରାଯାଇଛି। ବିମାନବନ୍ଦରରୁ ରାଜଭବନ ପରେ ରାଜଭବନରୁ କାର୍ଯ୍ୟକ୍ରମ ସ୍ଥାନକୁ ଫୁଲ କାରକେଡ ରିହରସିଆଲ କରାଯାଇଛି।

ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ--- ଫୁଲବାଣୀ : କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ତାହା ଉପରେ କିଛି ତଥ୍ୟ ପ୍ରଦାନ କରାଯାଉନାହିଁ। ପ୍ରକାରାନ୍ତରେ ଏସବୁ ଚାଷ ସରକାରୀ ଜମିରେ କରାଯାଉଛି। ତାହା ରାଜସ୍ବ ବିଭାଗର ହେଉ ଅବା ଜଙ୍ଗଲ ବିଭାଗର। ଏହି ଦୁଇ ବିଭାଗର ଅଧିକାରୀ ସବୁ ଜାଣି ନୀରବ। କହିବାକୁ ଗଲେ ଗଂଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ ରହିଛି। ଜିଲାରେ ଗଞ୍ଜେଇ ମାଫିଆମାନେ ଖୁଲମ୍‌ଖୁଲା ସେମାନଙ୍କ ସାମ୍ରାଜ୍ୟ ଚଳାଉଛନ୍ତି। ଜିଲାରେ ପ୍ରତି ବ୍ଲକସ୍ତରର ଲୋକ ପ୍ରତିନିଧି, ବିଡିଓ, ତହସିଲଦାର, ଅବକାରୀ ବିଭାଗ ଓ ବନ ବିଭାଗକୁ ନେଇ ବିଭିନ୍ନ ସମୟରେ ଗଞ୍ଜେଇ ଚାଷ ରୋକିବାକୁ ପ୍ରୟାସ କରାଯାଉଛି। ଲୋକପ୍ରତିନିଧି ମାନଙ୍କୁ ଗଞ୍ଜେଇ ଚାଷ ରୋକିବା ଉପରେ ଏନ୍‌ଡିପିଏସ୍‌ ଧାରା ୪୬ ଓ ୪୭ର ସର୍ମ୍ପକରେ ଅବଗତ କରାଯାଉଛି। ହେଲେ କିଛି ଲାଭ ହେଉନି। ଧାରା ୪୬ ଓ ୪୭ ଅନୁଯାୟୀ ଯଦି କୌଣସି ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ପାଆନ୍ତି ତା’ହେଲେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ। ତା ନ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯଦି ଏପରି ଏକ ଆଇନ ଅଛି ତା’ହେଲେ ପ୍ରଥମ ଦୋଷୀ ଜଙ୍ଗଲ ବିଭାଗ। କାରଣ ଜଙ୍ଗଲ ଜମିରେ ଅଧିକାଂଶ ଗଂଜେଇ ଚାଷ ହୋଇଥାଏ। ଏଥିପାଇଁ ଫରେଷ୍ଟ ଗାର୍ଡ, ରେଞ୍ଜର ଏବଂ ଡିଏଫଓ ଦାୟୀ ହେବା ଉଚିତ। କିନ୍ତୁ ଆଜି ଯାଏ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ। ଜିଲାରେ ପୋଲିସ୍‌, ରାଜସ୍ବ, ଓ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି। ଜିଲାରେ ଥିବା ବନାଞ୍ଚଳରେ କେତେକ ଅସାଧୁ ଗଞ୍ଜେଇ ବେପାରୀ ଲାଭ ପାଇବା ଆଶାରେ ବେଆଇନ୍‌ ଗଞ୍ଜେଇ ଚାଷରେ ଲିପ୍ତ ରହୁଛନ୍ତି। ଆଜି ଯାଏ କୌଣସି ଜମିରେ ଗଞ୍ଜେଇ ଚାଷ ନ ହୋଇ ସରକାରଙ୍କ ତତ୍ୱାବଧାନରେ ଥିବା ଜଙ୍ଗଲ ଓ ରାଜସ୍ବ ଜମି ଗୁଡ଼ିକର ଦୁର୍ଗମ ଅଞ୍ଚଳରେ ହେଉଥିବା କୁହାଯାଉଛି। ଜଙ୍ଗଲ ବିଭାଗର କର୍ମଚାରୀ ସେମାନଙ୍କ ଅଧିନରେ ଥିବା, ଫରେଷ୍ଟ ବିଟ୍‌ ମଧ୍ୟରେ ମୋଟ ଉପରେ ଗଞ୍ଜେଇ ଚାଷ ଉପରେ କେବେ ସରକାରଙ୍କୁ ଅବଗତ କରୁନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏବଂ ଅବକାରୀ ବିଭାଗ ଏସବୁର ଫାଇଦା ନେଉଛି। ଜିଲାର ଫିରିଙ୍ଗିଆ ଥାନା ଏବଂ ଗୋଚ୍ଛାପଡା ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଛି ।ଉଭୟ ବିଭାଗ ଜାଣତରେ ଏସବୁ ହେଉଛି। ହେଲେ ଅଧିକାଂଶ ସମୟରେ ଏହି ଦୁଇଟି ଥାନାର କର୍ମଚାରୀ ଖାଲି ଗଂଜେଇ ଜବତ କରୁଥିବା ପ୍ରେସ୍‌ ନୋଟ ଦେଉଛନ୍ତି। ଚଢ଼ାଉ ବେଳେ ଚାଲାଣକାରୀ ଫେରାର ହୋଇ ଯାଉଥିବା କହୁଛନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଚାଲାଣକାରୀ ଫେରାର ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତକୁ ପୋଲିସ ଧରିବାରେ ବିଫଳ ହୋଇଛି। ପ୍ରକୃତରେ ସେମାନେ ଫେରାର ହେଉଛନ୍ତି ନା ସେମାନଙ୍କୁ ଛାଡି ଦିଆଯାଉଛି ତାହା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଖାଲି ଗଞ୍ଜେଇ ଗଛ କାଟିବା ନାଁରେ କୋଟି କୋଟି ଟଙ୍କା ଜିଲାରେ ଚଳୁ କରାଯାଉଛି।

 ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ


 


ଫୁଲବାଣୀ : କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ତାହା ଉପରେ କିଛି ତଥ୍ୟ ପ୍ରଦାନ କରାଯାଉନାହିଁ। ପ୍ରକାରାନ୍ତରେ ଏସବୁ ଚାଷ ସରକାରୀ ଜମିରେ କରାଯାଉଛି। ତାହା ରାଜସ୍ବ ବିଭାଗର ହେଉ ଅବା ଜଙ୍ଗଲ ବିଭାଗର। ଏହି ଦୁଇ ବିଭାଗର ଅଧିକାରୀ ସବୁ ଜାଣି ନୀରବ। କହିବାକୁ ଗଲେ ଗଂଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ ରହିଛି। ଜିଲାରେ ଗଞ୍ଜେଇ ମାଫିଆମାନେ ଖୁଲମ୍‌ଖୁଲା ସେମାନଙ୍କ ସାମ୍ରାଜ୍ୟ ଚଳାଉଛନ୍ତି। ଜିଲାରେ ପ୍ରତି ବ୍ଲକସ୍ତରର ଲୋକ ପ୍ରତିନିଧି, ବିଡିଓ, ତହସିଲଦାର, ଅବକାରୀ ବିଭାଗ ଓ ବନ ବିଭାଗକୁ ନେଇ ବିଭିନ୍ନ ସମୟରେ ଗଞ୍ଜେଇ ଚାଷ ରୋକିବାକୁ ପ୍ରୟାସ କରାଯାଉଛି। ଲୋକପ୍ରତିନିଧି ମାନଙ୍କୁ ଗଞ୍ଜେଇ ଚାଷ ରୋକିବା ଉପରେ ଏନ୍‌ଡିପିଏସ୍‌ ଧାରା ୪୬ ଓ ୪୭ର ସର୍ମ୍ପକରେ ଅବଗତ କରାଯାଉଛି। ହେଲେ କିଛି ଲାଭ ହେଉନି।

ଧାରା ୪୬ ଓ ୪୭ ଅନୁଯାୟୀ ଯଦି କୌଣସି ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ପାଆନ୍ତି ତା’ହେଲେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ। ତା ନ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯଦି ଏପରି ଏକ ଆଇନ ଅଛି ତା’ହେଲେ ପ୍ରଥମ ଦୋଷୀ ଜଙ୍ଗଲ ବିଭାଗ। କାରଣ ଜଙ୍ଗଲ ଜମିରେ ଅଧିକାଂଶ ଗଂଜେଇ ଚାଷ ହୋଇଥାଏ। ଏଥିପାଇଁ ଫରେଷ୍ଟ ଗାର୍ଡ, ରେଞ୍ଜର ଏବଂ ଡିଏଫଓ ଦାୟୀ ହେବା ଉଚିତ। କିନ୍ତୁ ଆଜି ଯାଏ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ।

ଜିଲାରେ ପୋଲିସ୍‌, ରାଜସ୍ବ, ଓ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି। ଜିଲାରେ ଥିବା ବନାଞ୍ଚଳରେ କେତେକ ଅସାଧୁ ଗଞ୍ଜେଇ ବେପାରୀ ଲାଭ ପାଇବା ଆଶାରେ ବେଆଇନ୍‌ ଗଞ୍ଜେଇ ଚାଷରେ ଲିପ୍ତ ରହୁଛନ୍ତି। ଆଜି ଯାଏ କୌଣସି ଜମିରେ ଗଞ୍ଜେଇ ଚାଷ ନ ହୋଇ ସରକାରଙ୍କ ତତ୍ୱାବଧାନରେ ଥିବା ଜଙ୍ଗଲ ଓ ରାଜସ୍ବ ଜମି ଗୁଡ଼ିକର ଦୁର୍ଗମ ଅଞ୍ଚଳରେ ହେଉଥିବା କୁହାଯାଉଛି। ଜଙ୍ଗଲ ବିଭାଗର କର୍ମଚାରୀ ସେମାନଙ୍କ ଅଧିନରେ ଥିବା, ଫରେଷ୍ଟ ବିଟ୍‌ ମଧ୍ୟରେ ମୋଟ ଉପରେ ଗଞ୍ଜେଇ ଚାଷ ଉପରେ କେବେ ସରକାରଙ୍କୁ ଅବଗତ କରୁନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏବଂ ଅବକାରୀ ବିଭାଗ ଏସବୁର ଫାଇଦା ନେଉଛି। ଜିଲାର ଫିରିଙ୍ଗିଆ ଥାନା ଏବଂ ଗୋଚ୍ଛାପଡା ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଛି ।ଉଭୟ ବିଭାଗ ଜାଣତରେ ଏସବୁ ହେଉଛି। ହେଲେ ଅଧିକାଂଶ ସମୟରେ ଏହି ଦୁଇଟି ଥାନାର କର୍ମଚାରୀ ଖାଲି ଗଂଜେଇ ଜବତ କରୁଥିବା ପ୍ରେସ୍‌ ନୋଟ ଦେଉଛନ୍ତି। ଚଢ଼ାଉ ବେଳେ ଚାଲାଣକାରୀ ଫେରାର ହୋଇ ଯାଉଥିବା କହୁଛନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଚାଲାଣକାରୀ ଫେରାର ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତକୁ ପୋଲିସ ଧରିବାରେ ବିଫଳ ହୋଇଛି। ପ୍ରକୃତରେ ସେମାନେ ଫେରାର ହେଉଛନ୍ତି ନା ସେମାନଙ୍କୁ ଛାଡି ଦିଆଯାଉଛି ତାହା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଖାଲି ଗଞ୍ଜେଇ ଗଛ କାଟିବା ନାଁରେ କୋଟି କୋଟି ଟଙ୍କା ଜିଲାରେ ଚଳୁ କରାଯାଉଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।

 ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।



ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ସମୁଦ୍ର ପତ୍ତନଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଛି।


ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୨୫ ତାରିଖ ବେଳକୁ ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିପାରେ। ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


ସୂଚନାଯୋଗ୍ୟ, ଜୁଲାଇ ୨୦ ତାରିଖରେ ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଥିଲା। ଏହାଯୋଗୁ କେଉଁଠି ପୋଲ ଓ ରାସ୍ତା ଉପରେ ପାଣି ଚାଲୁଥିଲା ତ ଆଉ କେଉଁଠି ଭୂସ୍ଖଳନ ହୋଇଥିଲା। ଯାହାଫଳରେ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।


୨୪ ରେ #ଘୂର୍ଣ୍ଣିବଳୟ, ପରବର୍ତ୍ତୀ ୨୪ଘଣ୍ଟାରେ #ଲଘୁଚାପ !!#୨୪ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |

ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର।

ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର।


ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର। ନିଜ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁରେ। ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ। ଅଭିଯୁକ୍ତ ବାପା ଉମେଶ ନାୟଙ୍କୁ ପୁଲିସ ଅଟକ ରଖିଛି।

ବନ୍ତ ଅଞ୍ଚଳର ଉମେଶ କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ୩ବର୍ଷ ଧରି ଭଡ଼ାରେ ରହୁଥିଲେ। ତେବେ ବିଭିନ୍ନ ସମୟ ଉମେଶ ମଦ ପିଇ ଘରକୁ ଆସି ନିଜ ସ୍ତ୍ରୀକୁ ମାଡ଼ ମାରିଥାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ। ତେବେ ଗତକାଲି ବିଳମ୍ବିତ ରାତିରେ ଉମେଶ ମଦ ପିଇ ଘରକୁ ଫେରିଥିଲେ। ମଦ ନିଶାରେ ପ୍ରଥମେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ। ପୁଅର ଚିତ୍କାର ଶୁଣି ଉମେଶଙ୍କ ସ୍ତ୍ରୀର ନିଦ ଭାଙ୍ଗି ଯାଇଥିଲା। ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଉମେଶ ଛାଡ଼ି ନଥିଲେ। ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ।

ପୁଅ ଓ ସ୍ତ୍ରୀକୁ ହତ୍ୟା ଉମେଶ ଫେରାର ହୋଇଯାଇଥିଲେ। ଏପରିକି ଗାଁ ପାଖ ଏକ ଗଛ ଉପରେ ଚଢି ଉମେଶ ଲୁଚିକି ବସିଥିଲେ। ଆଜି ସକାଳେ ଗ୍ରାମବାସୀ ଘଟଣାସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସସ ପହଞ୍ଚି ଉମେଶଙ୍କୁ କବୁ କରିଥଲା। ଉମେଶ ମଧ୍ୟ ପୁଲିସ ପାଖରେ ସବୁ କଥା ମାନିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି l

Sunday, July 23, 2023

କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର

ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର



କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମାଲାଡି ଭେଙ୍କଟରମଣ ଚନ୍ଦ୍ରଶେଖର। ସେ ସାଲେପୁର ଡାକ୍ତରଖାନାରେ ଡାକ୍ତର ଥିଲେ। ତେବେ କଟକରେ ଘର ଭଡ଼ା ନେଇ ଏକା ରହୁଥିଲେ।


ଭେଙ୍କଟରମଣ ଚନ୍ଦ୍ରଶେଖରଙ୍କ ଘର ମାଲିକ ହରିପ୍ରସାଦ ମହାନ୍ତି କହିଛନ୍ତି, ସେ ଜଣେ ଏମ୍‌ବିବିଏସ୍ ଡାକ୍ତର ଥିଲେ। ସେ ସାଲେପୁର ସିଏଚ୍‌ସିରେ କାର୍ଯ୍ୟ କରୁଥିଲେ। ସେ ୪ ବର୍ଷ ହେଲାଣି କଟକରୁ ଯିବାଆସିବା କରୁଥିଲେ। ତାଙ୍କର ଶ୍ୱାସରୋଗ ସହିତ ହାର୍ଟ ସମସ୍ୟା ଥିଲା। ଦୁଇ ତିନି ଦିନ ହେଲାଣି ଘର ପାଖରୁ ଦୁର୍ଗନ୍ଧ ଆସିଥିଲା। ଆମେ ଭାବିଲୁ କେଉଁ ବିଲେଇ ମରିଥିବ। ଏଣୁ ଖୋଜାଖୋଜି କଲୁ। କିନ୍ତୁ ପାଇଲୁ ନାହିଁ। ତା’ପରେ ଗତକାଲି ତାଙ୍କ ଘର କବାଟ ବାଡ଼େଇ ଥିଲୁ। କିନ୍ତୁ ଭିତରୁ କୌଣସି ଉତ୍ତର ଆସି ନଥିଲା। ଏହା ପରେ ତାଙ୍କ ମୋବାଇଲ ଫୋନ୍‌କୁ କଲ୍ କଲୁ। ଦୁଇ ଥର ରିଙ୍ଗ ହେବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ସନ୍ଦେହ ହେବାରୁ ଆମେ ପୁଲିସ୍‌କୁ ଖବର ଦେଇଥିଲୁ।


ଚାଉଳିଆଗଞ୍ଜ ଥାନା ପୁଲିସ ଗତକାଲି ଆସି ଘରଟିକୁ ସିଲ୍ କରିଥିଲା। ଆଜି ସାଇଣ୍ଟିଫିକ୍ ଟିମ୍‌ର ଉପସ୍ଥିତିରେ ପୁଲିସ୍ ଘର ଭିତରକୁ ଯାଇଥିଲା ଓ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଛି। ଡାକ୍ତର ଜଣଙ୍କ କିଛି ଦିନ ହେଲା ଡାକ୍ତରଖାନା ଯାଇ ନଥିଲେ ବୋଲି ଜଣାପଡ଼ିଛି। ଦୁଇ ତିନି ଦିନ ହେଲାଣି ତାଙ୍କୁ ଘର ବାହାରେ ମଧ୍ୟ କେହି ଦେଖି ନଥିଲେ।


ଘର ମାଲିକଙ୍କ ଠାରୁ ଯାହା ଜଣାପଡ଼ିଛି, ଡାକ୍ତର ମାଲାଡି ଭେଙ୍କଟରମଣ ଚନ୍ଦ୍ରଶେଖର ବିବାହ କରି ନଥିଲେ। ସେ ଏଠାରେ ଏକା ରହୁଥିଲେ। ତାଙ୍କର କୌଣସି ସଂପର୍କୀୟ ମଧ୍ୟ ଆସି ତାଙ୍କ ସହିତ ରହୁ ନଥିଲେ। ସେ ଶ୍ୱାସରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ପୂର୍ବରୁ ଅନେକ ଥର ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ହାତୀ ଉପଦ୍ରବ

 ହାତୀ ଉପଦ୍ରବ 



*କୋଇଡ଼ା: କନ୍ତରକୋଇଡ଼ା ଗାଁରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ, ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେ ହାତୀପଲ l*

*ବସ୍ ଦୁର୍ଘଟଣା: ୧୭ ମୃତ*

 *ବସ୍ ଦୁର୍ଘଟଣା: ୧୭ ମୃତ*




*-ପୋଖରୀକୁ ଖସିଗଲା ବସ୍: ୩ ଶିଶୁ ସମେତ ୧୭ ଯାତ୍ରୀ ମୃତ*

*-ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଦୁର୍ଘଟଣା*

*-ଦୁର୍ଘଟଣାରେ ୩୫ ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି.*

*-ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଖସିଗଲା*

ସେକ୍ସ ରାକେଟ ଠାବ ୧୪ଗିରଫ

 ସେକ୍ସ ରାକେଟ ଠାବ ୧୪ଗିରଫ 



*ସେକ୍ସ ରାକେଟ ଠାବ ୧୪ଗିରଫ -ଝାରସୁଗୁଡ଼ା: ରାତି ଅଧିଆ ହୋଟେଲରେ ପୋଲିସର ଚଢ଼ାଉ -ସେକ୍ସ ରାକେଟ ଅଭିଯୋଗରେ ପୋଲିସର ଚଢ଼ାଉ, ୧୪ ଗିରଫ -ପଞ୍ଚପଡ଼ା ନିକଟ ଏକ ହୋଟେଲରେ ଚଢ଼ାଉ; ୧୩ ଯୁବତୀ ଉଦ୍ଧାର*

ସରକାରୀ ପଦକ୍ଷେପ

ସରକାରୀ ପଦକ୍ଷେପ



*୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ପଂଚାୟତ ଓ ସହରାଂଚଳର ପ୍ରାୟ ୮ହଜାର ବିଜୁ ଯୁବ ବାହିନୀକୁ ୫୦ହଜାର ଟଙ୍କା ଲେଖାଏଁ କ୍ରୀଡ଼ା ସାମଗ୍ରୀ ବାଂଟିଥିବା ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁରୂପ ପଦକ୍ଷେପ ନେଇଛନ୍ତି*

ପୋଖରୀକୁ ଖସିଲା ଯାତ୍ରୀବାହୀ ବସ: ୮ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ

 ପୋଖରୀକୁ ଖସିଲା ଯାତ୍ରୀବାହୀ ବସ: ୮ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ

 


ଢାକା,୨୨।୭ : ଶନିବାର ଦକ୍ଷିଣ-ପଶ୍ଚିମ ବାଂଲାଦେଶର ରାସ୍ତା କୂଳରେ ଥିବା ପୋଖରୀକୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଆହତ ହୋଇଛନ୍ତି।

ପୋଲିସ କହିଛି ଝାଲକଠି ଜିଲାରେ ୬୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଦକ୍ଷିଣ-ପଶ୍ଚିମ ବିଭାଗୀୟ ମୁଖ୍ୟାଳୟର ବରିଶାଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇବା ପରେ ବସ ପୋଖରୀରେ ପଡ଼ିଯାଇଥିଲା।


ପୋଲିସ ସବ-ଇନ୍ସପେକ୍ଟର ଗୌତମ କୁମାର ଘୋଷ କହିଛନ୍ତି ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା ଏବଂ ତିନି ଶିଶୁ ଅଛନ୍ତି।


ସେ କହିଛନ୍ତି ବସ ଭିତରେ ଅଧିକ ମୃତଦେହ ଥିବା ଆଶଙ୍କା କରାଯାଉଛି। ଅନ୍ୟ କୋଡିଏ ଜଣ ଯାତ୍ରୀ ଝାଲକଠିର ମୁଖ୍ୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୁହାଯାଉଛି ବସ ଭିତରେ ୬୫ ଜଣ ଯାତ୍ରୀ ଥିଲେ l

Saturday, July 22, 2023

ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି,

 ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି, 



କୁହାଯାଏ, ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି, ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଯଦି ବିଶ୍ୱାସ ହେଉନି ତେବେ ଆଜି ଏମିତି କିଛି ଫଟୋ ଶେୟାର କରିବୁ ଯାହା ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ।


ଏହି ଫଟୋଗୁଡ଼ିକ ଜଲନ୍ଧରର ପୋଲିସ ଡିଏଭି ସ୍କୁଲର। ଯେଉଁଠାରେ ଜଣେ ନୁହଁ, ଅନେକ ଝିଅ-ପୁଅ ପାଠ ପଢ଼ିବାକୁ ଆସିଥାନ୍ତି। ଏହି ସ୍କୁଲରେ ପ୍ରାୟ ୭୬ ଜଣ ପିଲା ପଢୁଛନ୍ତି। ଏଠାକୁ ଅଧ୍ୟୟନ କରିବାକୁ ଆସୁଥିବା ପିଲାମାନେ ଦେଖିବାକୁ ଏକାପରି। ଅର୍ଥାତ୍‌ ସେମାନେ ଯାଆଁଳା। ସେଠାରେ ତିନି ଯୋଡ଼ି ଅଛନ୍ତି। ଯାହାଙ୍କ ରୂପ ସମାନ ଏବଂ ସମସ୍ତେ ଭଉଣୀ।


ଏହି ପିଲାମାନଙ୍କ ମଧ୍ୟରୁ କେତେ ଜଣ କହିଛନ୍ତି, ଯେତେବେଳେ ଆମେ କୌଣସି ଭୁଲ କରିଥାଉ, ସେତେବେଳେ ଶିକ୍ଷକଙ୍କଠାରୁ କଠୋର ଦଣ୍ଡ ମିଳିଥାଏ। ମାତ୍ର ଚେହେରା ସମାନ ଯୋଗୁ ଯିଏ ଭୁଲ୍‌ କରିଥାଏ ସେ ଖସିଯାଏ ବିଚରା ନିରୀହ ଛାତ୍ର ଦଣ୍ଡ ପାଆନ୍ତି।


ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମୀ ବିଜୟ କହିଛନ୍ତି, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍କୁଲରେ ୭୦ରୁ ଅଧିକ ପିଲାଙ୍କ ସଂଖ୍ୟା ପରସ୍ପର ସହିତ ମେଳ ହୁଏ, ସେତେବେଳେ ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ସେ କହିଛନ୍ତି, ସେ ଏହାକୁ ଆଗକୁ ନେଇ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ପଞ୍ଜୀକୃତ କରିବେ।


ସେ କହିଛନ୍ତି, ତାଙ୍କ ଶିକ୍ଷକମାନେ ତାଙ୍କୁ ଅନେକ ଥର କହିଥିଲେ ଯେ, ସେ କିଛି ପିଲାଙ୍କୁ ଗାଳି ଦିଅନ୍ତି, କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଆନ୍ତି ଭୁଲ କରିଥିବା ପିଲାଙ୍କୁ ଗାଳି ନ କରି ସମାନ ଚେହେରା ଥିବା ଅନ୍ୟ ପିଲାକୁ ଗାଳି ଦେଇଛନ୍ତି। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଲୁଣି ବାହାଲ ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ

 ଲୁଣି ବାହାଲ  ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ



ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ପରିସ୍ଥିତି ଏପରି ହେଲା ଯେ ଅତ୍ୟଧିକ ଖରା ସହି ନ ପାରି ରାସ୍ତାରେ ହିଁ ଅଚେତ ହୋଇ ପଡ଼ିଗଲେ ୮ ଛାତ୍ରଛାତ୍ରୀ। ତୁରନ୍ତ ସେମାନଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନେ ସୁସ୍ଥ ଥିବା ଜଣାଯାଇଛି। ଏପରି ଏକ ଅସ୍ୱାଭାବିକ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଲୁଣିବାହାଲ ସ୍କୁଲରେ ଘଟିଛି।


ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦୁଇଜଣ ଛାତ୍ରଛାତ୍ରୀ ପିଟିଥିଲେ। ଏ ବିଷୟରେ ଛାତ୍ର ଜଣକ ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ।


ତେବେ ପରିବାର ଲୋକ ଆଜି ସକାଳୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ସ୍କୁଲ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଘଣ୍ଟା ଘଣ୍ଟା ବାହାରେ ଖରାରେ ଛିଡ଼ା ହୋଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିବା ପରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିଲା।


ହେଲେ ଇତି ମଧ୍ୟରେ ବିଦ୍ୟାଳୟ ବାହାରେ ଛିଡ଼ା ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଠ ଜଣ ଅଚେତ୍ ହୋଇ ପଡ଼ି ଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଉକ୍ତ ଆଠ ଜଣଙ୍କୁ ତୁରନ୍ତ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।

ରୋଜଗାର ମେଳା; ୭୦ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

 ରୋଜଗାର ମେଳା; ୭୦ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ





ନୂଆଦିଲ୍ଲୀ: ୭୦ ହଜାର ଯୁବକବର୍ଗଙ୍କୁ ମିଳିବ ଚାକିରି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାକିରି ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ଦେଶର ପ୍ରାୟ ୨୦ରୁ ଅଧିକ ରାଜ୍ୟର ୪୪ଟି ସ୍ଥାନରେ ଏନେଇ ବ୍ୟବସ୍ଥା ହୋଇଛି । ଗତ ୯ମାସ ମଧ୍ୟରେ ଏହା କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳା ।  ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏଥିରେ ଯୋଗ ଦେବା ସହ ଦେଶକୁ ସମ୍ବୋଧିତ କରିବେ ।


୨୨ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ପ୍ରଥମ ପର୍ଯ୍ୟୟ ଆରମ୍ଭ କରିଥିଲେ ।  ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୩୩ହଜାର ନିଯୁକ୍ତି ଦିଆଯାଇଛି । ପିଏମୋର ସୂଚନା ମୁତାବକ ଚୟନ ହୋଇଥିବା ଚାକିରି ଆଶାୟୀଙ୍କୁ ରାଜସ୍ବ ବିଭାଗ, ଅର୍ଥନୀତି ସେବା ବିଭାଗ,  ଅଡିଟ୍ ଆଣ୍ଡ୍ ଆକାଉଣ୍ଟସ୍,  ପୋଷ୍ଟାଲ୍, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ ଏହା ସହିତ ବିଭିନ୍ନ ମନ୍ତ୍ରାଳୟରେ ନିଯୁକ୍ତି ଦିଆଯିବ । ସେହିପରି ସ୍ବାସ୍ଥ୍ୟସେବା ଏବଂ ପରିବାର କଲ୍ୟାଣ ବିଭାଗ, ପାନୀୟ ଜଳ ଓ ପ୍ରଶିକ୍ଷଣ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ । ଗତ ବର୍ଷ ଅକ୍ଟୋବରରେ ପ୍ରଥମ ରୋଜଗାର ମେଳାରେ ପିଏମ୍ ମୋଦି ନିଯୁକ୍ତିପତ୍ର ବାଣ୍ଟିଥିଲେ। ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।  

ରୋଜଗାର ମେଳା ରୋଜଗାର ସୃଜନଶୀଳକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଉପରେ ପଦକ୍ଷେପ ନିଆଯାଉଛି । ରୋଜଗାର ମେଳା ମାଧ୍ୟମରେ ଯୁବବର୍ଗଙ୍କୁ ସଶକ୍ତିକରଣ ଏବଂ ଦେଶ ବିକାଶରେ ଭାଗିଦାରୀ ପାଇଁ ସାର୍ଥକ ଅବସର କରିବା ନେଇ ଅନୁମାନ କରାଯାଉଛି

ଗ୍ରୀନଲାଣ୍ଡ ରେ ନାହିଁ ରେଳ କି ସଡ଼କର ବ୍ୟବସ୍ଥା, ଲୋକେ ଡଙ୍ଗା,ହେଲିକପ୍ଟରରେ କରନ୍ତି ଯାତ୍ରା

ଗ୍ରୀନଲାଣ୍ଡ ରେ ନାହିଁ ରେଳ କି ସଡ଼କର ବ୍ୟବସ୍ଥା, ଲୋକେ ଡଙ୍ଗା,ହେଲିକପ୍ଟରରେ କରନ୍ତି ଯାତ୍ରା


 


ଗ୍ରୀନଲ୍ୟାଣ୍ଡ ହେଉଛି ଆମେରିକାର ମହାଦେଶର ଏକ ଭୌଗୋଳିକ ଅଂଶ। ୧୯୭୩ରେ ଏହା ୟୁରୋପୀୟ ୟୁନିଅନରେ ସାମିଲ ହୋଇଥିଲା। ଯେତେବେଳେ ଏହା ଡେନମାର୍କର ଅଂଶ ଥିଲା, କିନ୍ତୁ ପରେ ଏହାକୁ ଛାଡିଦିଆଯାଇଥିଲା। ଏହାର ମୂଳ ବାସିନ୍ଦା ହେଉଛନ୍ତି କାନାଡାରୁ ଗ୍ରୀନଲ୍ୟାଣ୍ଡକୁ ଆସିଥିବା ଇନ୍ୟୁଟ ଏସ୍କିମୋସ। ଗ୍ରୀନଲ୍ୟାଣ୍ଡ ଏକ ସ୍ବୟଂ ଶାସିତ ଦେଶ, କିନ୍ତୁ ଡେନମାର୍କ ପାଖରେ ଏହାର ନିୟନ୍ତ୍ରିଣ। ଉତ୍ତର ଆମେରିକାରେ ରହିବା ସତ୍ତ୍ୱେ ଏହା ୟୁରୋପର ଏକ ଅଂଶ ଭାବରେ ବିବେଚନା କରାଯାଏ। ଗ୍ରୀନଲ୍ୟାଣ୍ଡ ହେଉଛି କ୍ଷେତ୍ର ଦ୍ୱାରା ବିଶ୍ୱର ଦ୍ୱାଦଶ ବୃହତ୍ତମ ଦେଶ ଏବଂ ଏହା ମଧ୍ୟ କ୍ଷେତ୍ର ଅନୁଯାୟୀ ବିଶ୍ୱର ବୃହତ୍ତମ ଦ୍ୱୀପ ଭାବରେ ପରିଗଣିତ ହୁଏ। ଏହା ବ୍ରିଟେନଠାରୁ ପ୍ରାୟ ୧୦ ଗୁଣ ବଡ ଅଟେ। ଏହା ବର୍ଷର ଅଧିକାଂଶ ସମୟ ପାଇଁ ବରଫ ଦ୍ୱାରା ଆଚ୍ଛାଦିତ।


ଗ୍ରୀନଲ୍ୟାଣ୍ଡର ମଧ୍ୟଭାଗରେ ଥିବା ବରଫ ଚାଦରର ଘନତା ୩ କିଲୋମିଟରରେ ପହଞ୍ଚେ। ଆକଳନ ଅନୁଯାୟୀ, ଯଦି ସମସ୍ତ ଗା୍ଲସିୟର ତରଳିଯାଏ, ତେବେ ବିଶ୍ୱ ମହାସାଗରର ସ୍ତର ୬-୭ ମିଟର ବୃଦ୍ଧି ପାଇବ। ଏହି ଦେଶରେ ଗ୍ରୀଷ୍ମର ତାପମାତ୍ରା ବେଳେବେଳେ +୨୦ ଡିଗ୍ରୀରେ ପହଞ୍ଚେ, କିନ୍ତୁ ଶୀତଦିନେ ତାପମାତ୍ରା -୫୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚେ। ଦୁନିଆର ସର୍ବବୃହତ ଜାତୀୟ ଉଦ୍ୟାନ ଗ୍ରୀନଲ୍ୟାଣ୍ଡରେ ଅବସ୍ଥିତ, ଯାହାର କ୍ଷେତ୍ର ୧ମିଲିୟନ ବର୍ଗ କିଲୋମିଟରରୁ କମ୍‌ ଅଟେ।


ଗ୍ରୀନଲ୍ୟାଣ୍ଡରେ ୩ ଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟ ଅଛ। ଆପଣ ଗ୍ରୀନଲ୍ୟାଣ୍ଡକୁ ସିଧାସଳଖ ବିମାନ ପାଇବେ ନାହିଁ, ଆପଣ ଆମେରିକା କିମ୍ବା ବିଶ୍ୱର କୌଣସି ଅଂଶରୁ ସିଧାସଳଖ ଏହି ଦେଶକୁ ଉଡିପାରିବେ ନାହିଁ। ସ୍ଥାନୀୟ ଭ୍ରମଣ ପାଇଁ, ଆପଣଙ୍କୁ ଡେନମାର୍କ ଏବଂ ଆଇସଲ୍ୟାଣ୍ଡ ଦେଇ ସଂଯୋଗ ବିମାନ ନେବାକୁ ପଡିବ। ଗ୍ରୀନଲ୍ୟାଣ୍ଡରେ କୌଣସି ରାସ୍ତା, ରେଳ ନାହିଁ ଏବଂ ଲୋକମାନେ ହେଲିକପ୍ଟର, ଡଙ୍ଗା, ବିମାନ କିମ୍ବା କୁକୁର ସ୍ଲେଡରେ ଯାତ୍ରା କରନ୍ତି।

ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ

 ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ



ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡକୁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝୁଲାଇ ଦିଅଯାଇଥିବା ଦେଖିବାକୁ ମିଳିଛି।


ଏହି ବ୍ୟକ୍ତିଜଣକ ଡାଭିଡ ଥିକ୍‌ ବୋଲି ଜଣାପଡ଼ିଥିବା ବେଳେ ସେ କୁକି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ତାଙ୍କ କଟା ମୁଣ୍ଡକୁ ବିଷ୍ଣୁପୁର ଅଞ୍ଚଳରେ ବାଉଁଶ ଉପରେ ଝୁଲାଇ ଦିଆଯାଇଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଥିକ୍‌ଙ୍କୁ ଜୁଲାଇ ୨ ରେ ହତ୍ୟା କରାଯାଇଥିବା ଜଣାଯାଇଛି। ଉକ୍ତ ଦିନ ଘଟିଥିବା ସଂଘର୍ଷରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଡାଭିଡ ଥିକ୍‌ ବି ଥିବା ଜଣାଯାଇଛି।


ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଧୀରେ ଧୀରେ ଶାନ୍ତ ହୋଇ ଆସୁଥିବା ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ ହେବାରେ ଲାଗିଛି। ଏହି ଘଟଣାରେ ଏଯାବତ ୫  ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏଯାବତ ଆହୁରି ବହୁ ଅଭିଯୁକ୍ତ ପୁଲିସ୍‌ କବଜାରୁ ବାହାରେ ଥିବା ଅଭିଯୋଗ ହେଉଛି। ଏହା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ହଜାର ହଜାର ଲୋକ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୟୋମଲେମବାମ ନୂଙ୍ଗସିଠୋଇ ମୈତି ନାମକ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୫ ଅଭିଯୁଙ୍କୁ ୧୧ ଦିନ ପାଇଁ ପୁଲିସ୍‌ ରିମାଣ୍ଡରେ ପଠା ଯାଇଥିବା ସୂଚନା ମିଳିଛି।


 ସୂଚନାଯୋଗ୍ୟ, ମଣିପୁର ରେ ମୈଥୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଉତ୍ତେଜନା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିବା ବେଳେ ଏଥିରେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ନିରୀହ ବ୍ୟକ୍ତିଙ୍କ ଜୀବନ ଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବନିଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବନିଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।



 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେଲା ଆଉ ଏକ ନୂଆ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ। ବନିଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।


୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ। ତା’ପରଠୁ ସେ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି।  ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ନବୀନ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ବନିଛନ୍ତି ।


ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ। ସେ ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।


୧୯୯୭ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।


ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଦୀର୍ଘ ସମୟ ଧରି ଓଡ଼ିଶାବାସୀଙ୍କ ଆସ୍ଥାବିଶ୍ୱାସର ଭାଜନ ହୋଇପାରିଛନ୍ତି। ଏଥିପାଇଁ ଆମକୁ ଖୁସି ଲାଗୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ସେ ରେକର୍ଡ ଭାଙ୍ଗିଛନ୍ତି। ଭାରତ ବର୍ଷର ଅତୀତର ଥିବା ସବୁ ରେକର୍ଡକୁ ନବୀନ ପଟ୍ଟନାୟକ ଆଗକୁ ଭଙ୍ଗ କରିବେ। ସର୍ବାଧିକ କାଳ ନବୀନ ଜନପ୍ରତିନିଧି ଭାବରେ ନିଜର ରେକର୍ଡକୁ କାଏମ କରିବେ।


ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, କେହି ଲମ୍ବା ସମୟ ପଦବୀରେ ରହିଲେ ଇତିହାସରେ ତାହା ସ୍ଥାନ ପାଏ ନାହିଁ। ଯିଏ କମ୍ ସମୟ ପଦବୀରେ ରହିଲା, ଇତିହାସ ତିଆରି  କଲା ସେ ଇତିହାସରେ ସ୍ଥାନ ପାଏ । ଯେଉଁ ଗଛଟା ଛାଇ ଦେବ ନାହିଁ, ତାର ଫଳ ମଣିଷ ଚାଖି ପାରିବ ନାହିଁ, ସେ ଯେତେ ବୟସର ଗଛ ହେଲେ ମଧ୍ୟ ଲାଭ ନାହିଁ।

Friday, July 21, 2023

ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ

 ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ


 


ଗୌହାଟୀ,୨୧।୭: ଆସାମ ଶିବସାଗରର ଅୟଲ ଆଣ୍ଡ ନାଚରାଲ ଗ୍ୟାସ କର୍ପୋରେଶନ(ଓଏନଜିସି) ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପୋଲିସ ଏବଂ ଓଏନଜିସି ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଛି।

ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

 ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ



ମୁମ୍ଵାଇ  : ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଚାଲିଥିବାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଗତ କାଲି ମୁଖ୍ୟ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା । ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୧ ମଣିପୁରର ଗିରଫଦାରୀ ପରେ ମୁଖ୍ୟ ଅଭିଯୁକ୍ତର ଘରେ ନିଆଁ ଲଗାଇ ଦେଇଥିଲେ।


କୁହାଯାଉଛି ଯେ କ୍ରୋଧିତ ଲୋକେ ଭିଡ ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ।ଯେଉଁଥିରେ ଅଧିକାଂଶ ମହିଳା ମଧ୍ୟ ସମ୍ପୃକ୍ତ ଥିଲେ। ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ମେ ୪ ରେ ମହିଳାଙ୍କ ସହ ଘଟିଥିବା ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି।  ଗିରଫ ହୋଇଥିବା ଅନ୍ୟ ତିନି ଅଭିଯୁକ୍ତଙ୍କ ପରିଚୟ ଜଣା ପଡିନାହିଁ। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏହି ଘଟଣାକୁ ଅମାନବୀୟ ବୋଲି କହିଛନ୍ତି ଏବଂ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି କହିଥିଲେ। ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

 ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

 


ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଦୁଇ ଦିନିଆ ସରକାରୀ ଗସ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ।


ଦକ୍ଷିଣ ଏସିଆ ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ବନ୍ଦର ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...