AFFILIATE MARKETING

https://binomo.com?a=90810425bb57&t=0

Tuesday, October 15, 2024

ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର

Coastal news
ଉପକୁଳ ସମାଚାର
ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ
ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର



ଭୁବନେଶ୍ଵର, (CNO) : ପାର୍ବଣ ସମୟରେ ରାଜଧାନୀରେ ବଡ଼ ଅଘଟଣ ଘଟିଛି । ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟର ଜୀବନ ହାରିଛନ୍ତି । 

ପ୍ରେମରେ ବିଚ୍ଛେଦ ପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ଖାରବେଳନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳର ରୁନିତ ଜେନା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାସ୍ଥଳରୁ ପୁଲିସ ମୃତ୍ୟୁ ପୂର୍ବର ଏକ ଚିଠି ( ସୁଇସାଇଡ଼ ନୋଟ) ଜବତ କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ରୁନିତ ଭଲ ପାଉଥିଲେ।

ତାଙ୍କର ସବୁ ଖର୍ଚ୍ଚ ମଧ୍ୟ ସେ ବହନ କରୁଥିଲେ। ଗତ ଗୁରୁବାର ପ୍ରେମିକା ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏଥ‌ିରେ ଆଘାତ ପାଇଁ ରୁନିତ ମାନସିକ ଚାପରେ ଥିଲେ। ଶୁକ୍ରବାର ମାନଙ୍କୁ ନେଇ ରାତିରେ ସେ ରାଜଧାନୀର ପୂଜା ମଣ୍ଡପ ବୁଲିଥିଲେ। ଶନିବାର ଆଉ କିଛି ପୂଜା ମଣ୍ଡପ ବୁଲିବାକୁ ଯୋଜନା କରିଥିଲେ । ହେଲେ ଏମିତି କ'ଣ ହୋଇଗଲା କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେଥ‌ିନେଇ ପରିବାର ଲୋକେ ସନ୍ଦେହ ପ୍ରକାଟ କରିଛନ୍ତି।

ମୃତ୍ୟୁ ପୂର୍ବରୁ ରୁନିତ ନିଜର ସିମକାର୍ଡ ଭାଙ୍ଗି ଦେଇଥିଲେ । ତାଙ୍କ ଆତ୍ମହତ୍ୟାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ଭୋରୁ ରୁନିତ ଆପାର୍ଟମେଣ୍ଟର ୮ ମହଲାକୁ ଚଢ଼ି ଯାଇଥିଲେ । ବିବ୍ରତ ଅବସ୍ଥାରେ କିଛି ସମୟ ଏଣେତେଣେ ଚାଲିବା ପରେ ପଛପଟକୁ ଢଳି ପଡ଼ିଥିଲେ। ସିସିଟିଭି ଫୁଟେଜ ଜବତ କରି ପୁଲିସ ଯାଞ୍ଚ କରୁଛି। ପରିବାର ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ପୁଲିସ କହିଛି।


ଆଳି ନାଗରିକ ମଞ୍ଚର ଶାରଦୀୟ ସାମାଜିକ ସୂଚନା ଓ ସାମାଜିକ ଦୃଷ୍ଟିପାତ କାର୍ଯ୍ୟକ୍ରମ

Coastal news
ଉପକୁଳ ସମାଚାର
ଆଳି ନାଗରିକ ମଞ୍ଚର ଶାରଦୀୟ ସାମାଜିକ ସୂଚନା ଓ ସାମାଜିକ ଦୃଷ୍ଟିପାତ କାର୍ଯ୍ୟକ୍ରମ 


ଆଳି - ଆଳି ନାଗରିକ ମଞ୍ଚ, ଆଳି ଆନୁକୂଲ୍ୟରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୦୨୪ ମସିହାର ଚାରିଦିନ ଧରି ଆଳି ରାଜବାଟି ରାସ୍ତା ପାର୍ଶ୍ବରେ ଏକ ସୂଚନା ଓ ସାମାଜିକ ଦୃଷ୍ଟିପାତ ର କାର୍ଯ୍ୟକ୍ରମ ନିମିତ୍ତ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସୁରକ୍ଷା ଓ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଥିଲା। 

ଏହି କାର୍ଯ୍ୟକ୍ରମ ର ମହା ନବମୀ ଦିନ ପୂଜ୍ୟ ପୂଜା ପାଳନ ଅବସରରେ ବର୍ଷୀୟାନ ବାମପନ୍ଥୀ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ଅଭିରାମ ଦଳାଇ ଓ ଯୁବ ଉଦ୍ୟୋଗ ପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ରାଉତ ଓ ଆଳି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶୁଭ ଲକ୍ଷ୍ମୀ ଦାଶ ଙ୍କୁ ନୃତ୍ୟ କଳା କଳିକା ଭାବେ ପୁଷ୍ପ ଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ସମସ୍ତଙ୍କୁ ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନ୍ ଜିବୀ, ଆଳି ନାଗରିକ ମଞ୍ଚ ର ଆଇନ୍ ଉପଦେଷ୍ଟା ଶ୍ରୀଯୁକ୍ତ ଭୀମସେନ ଭୂୟାଁ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।

ଏହି କାର୍ଯ୍ୟକ୍ରମ ମଧ୍ୟରେ ସୁନା ସକାଳର ସମ୍ପାଦକ ଙ୍କ ତରଫରୁ ଶିଶୁ ସାହିତ୍ୟର ବିଶିଷ୍ଟ କବି ଶ୍ରୀଯୁକ୍ତ ପର୍ଶୁରାମ ବେହେର, ଓ ବିଶିଷ୍ଟ ଶ୍ରମିକ ନେତା, କବି ଶ୍ରୀଯୁକ୍ତ ଧନେଶ୍ଵର ରାଉତ ଙ୍କୁ ପୁଷ୍ପ ଗୁଚ୍ଛ, ଅଙ୍ଗବସ୍ତ୍ର, ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆଳି ନାଗରିକ ମଞ୍ଚ, ଆଳି ଦ୍ଵାରା ପରିଚାଳନା କରା ଯାଇଥିଲା।

Monday, October 14, 2024

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ବଳାତ୍କାର ରକ୍ତାକ୍ତ ଅବସ୍ଥାରେ ଫ୍ଲାଏଓଭର ଉପରୁ ଉଦ୍ଧାର

ଉପକୁଳ ସମାଚାର 1908

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ବଳାତ୍କାର
ରକ୍ତାକ୍ତ ଅବସ୍ଥାରେ ଫ୍ଲାଏଓଭର ଉପରୁ ଉଦ୍ଧାର



 
  

 
ନୂଆଦିଲ୍ଲୀ,୧୩।୧୦: ଅକ୍ଟୋବର ୧୦ ଏବଂ ୧୧ ମଧ୍ୟରାତ୍ରିରେ ଦକ୍ଷିଣ ପୂର୍ବ ଦିଲ୍ଲୀର ସାର କାଲେ ଖାନ ଫ୍ଲାଏ ଓଭର ନିକଟରେ ୩୪ ବର୍ଷ ବୟସ୍କା ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଅନ୍ୟସ୍ତ ବଳାତ୍କାର କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ପୋଲିସ କହିଛି।

ଦକ୍ଷିଣ ପୂର୍ବ ଦିଲ୍ଲୀର ଡେପୁଟି କମିଶନର ରବି କୁମାର ସିଂ କହିଛନ୍ତି ଯେ, ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିଲା ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସା କରୁଛନ୍ତି। ସକାଳ ୩.୧୫ ରେ ଜଣେ ବ୍ୟକ୍ତି ସେମାନଙ୍କୁ କଲ କରି ଜଣାଇବା ପରେ ପୋଲିସ ପୀଡିତାଙ୍କୁ ଠାବ କରିଥିଲା।

ଡିସିପି ସିଂ କହିଛନ୍ତି, “ଯୁବତୀ ଜଣକ ଏକ ବର୍ଷ ପୂର୍ବରୁ ଦିଲ୍ଲୀ ଆସିଥିଲେ ଏବଂ ଭଡା ଉପରେ ରହୁଥିଲେ। ଅଧିକାରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏକାଧିକ ଦଳ ଗଠନ କରାଯାଇଛି।

ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାର ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ ସମୀକ୍ଷା କରୁଛି। “ପୀଡିତା ବର୍ତ୍ତମାନ ସ୍ପଷ୍ଟ ବିବରଣୀ ପ୍ରଦାନ କରିବାରେ ଅସମର୍ଥ। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେମାନେ ଓଡିଶାରୁ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ବୋଲି ଡିସିପି କହିଛନ୍ତି।

ପୋଲିସ ସୂତ୍ର ଅନୁଯାୟୀ, ଯୁବତୀ ଜଣକ ଘରୁ ବାହାରିବା ପରେ ତାଙ୍କର ପିତାମାତା ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରିଥିଲେ। ପରେ, ସେ କେଉଁଠାରେ ଅଛନ୍ତି ଜାଣିବା ପରେ ସେମାନେ ପ୍ରାୟ ଦୁଇମାସ ପୂର୍ବରୁ ଦିଲ୍ଲୀରେ ତାଙ୍କୁ ଦେଖା କରିଥିଲେ କିନ୍ତୁ ତାଙ୍କୁ ଘରକୁ ଫେରିବାରେ ମନାଇବାରେ ଅସମର୍ଥ ହୋଇଥିଲେ।

Monday, October 7, 2024

ଆଦର୍ଶ ମଶାଣି

*ଆଦର୍ଶ ମଶାଣୀ*

   ଆଜି କାଲି ମୃତ୍ୟୁ ଟା ବି
         ଉତ୍ସବ ପାଲଟିଛି
    ଯେବେ ଠୁଁ ମଶାଣୀ ଟା
         ଆଦର୍ଶ ହେଇଛି....!

     ଶାନ୍ତି ରେ ଚିରନିଦ୍ରା ରେ
        କୋକେଇ ରେ ଶୋଇଥିବା
           ମଣିଷ ର ଆତ୍ମା
       ବିଳି ବିଳେଇ ଦରାଣ୍ଡି ହେଉଛି
            ଆରେ ଏବେ କଣ ଏଠି
         ଚା, ଜଳଖିଆ ସିଗିରେଟ
              ଆଉ ପାନ ବି ମିଳୁଛି....!!

     ଢେର ଦିନ ତଳେ ମାଆ,ବାପା ଙ୍କୁ
           ସତ୍କାର ପାଇଁ ଆଣିଥିଲି
         ଖାଲି କାନ୍ଦୁରା ମୁହଁ ରେ
       ଲୁହ କୁ ଜାକି ମୁଖାଗ୍ନି ଦେଇଥିଲି
    ଏବେଏଠି ଭଲ ଲୋକ ଭିଡଧରିଛି
         ପୁଅ ପୁତୁରାଏ ଙ୍କ ଶବ ସାଙ୍ଗେ
          ସେଲଫି ମରା ଚାଲିଛି...!!!

    ଏବେ ତ ଏଠି ମନୋରଞ୍ଜନ ପାଇଁ
           ପାର୍କ ଟିଏ ଵନିଚି
          ଜଳ ଫୁବରା ସାଙ୍ଗକୁ
        ଦିନ ରାତି ଆଲୁଅ ବି ଜଳୁଛି..!

      ଚାଟ,ଗୁପଚୁପ ସାଙ୍ଗକୁ
           ଦହିବରା ର ପସରା ମେଳିଛି
        ଭୁତ, ପ୍ରେତ ଲୁଚିଲେଣି
           ଆଉ ଡର କାହିଁ ଲାଗୁଚି
      ଥାନେ, ଥାନେ ମଶାଣୀ ବି
             ସ୍ୱାଗତ ଜଣାଉଛି...!!!

       ମlଲବାହୀ ଭାଇ ଟି କହେ
             ମଶାଣୀ ଟା ସତରେ
               ଭାରି ବଢିଆ ହେଇଛି
       ଏତେ ସବୁ ଯୋଗାଡ଼ ଦେଖି
            ମତେ ବି ମରିବାକୁ ଭାରି
                 ଇଛା ହେଉଛି...!!

          ଯାହା କହ ମୃତ୍ୟୁ ଟା
                 ଉତ୍ସବ ପାଲଟିଛି
          ମହାପ୍ରସାଦ ଭୋଜି ପାଇଁ
                କାର୍ଡ ଛପୁଛି
          କିନ୍ତୁ ମହାପ୍ରସାଦ ଲେସ ମାତ୍ର
      ପକୋଡା ଠୁଁ ବିରିୟାନୀ ର
                  ଧୂଳା ଉଡ଼ୁଛି
       ସତରେଭୋଜି ଟା
                  ଉତ୍ସବ ଲାଗୁଚି....!!
      ମେଲୋଡି ସାଙ୍ଗକୁ ପୁଣି ଭଲ
         ଖାଇବା ପିଇବା ଜମୁଛି
       ପଚାରିଲେ ଶୁଭୁଚି, ଏଡ଼େ ବଡ
        ଦୁଃଖଟାକୁ ଭୁଲିବା ପାଇଁକି
           ଟିକେ ହାଲକେଇକି ନେଇଛି

     ଏଣେ ଶ୍ରଦ୍ଧାଞ୍ଜଳି ଦେଇ
          ଦିନେ ମୁହଁ ନ ଦେଖିଥିବା
        ଶ୍ରଦ୍ଧାଳୁ ଙ୍କ ବେଶ ଫଟୋ
                ଉଠା ଚାଲିଛି...!!!

     ତେଣେ ହୁତାତ୍ମା ଟି
       ଫୁଲ ମାଳ ପିନ୍ଧା ଫଟ
            ଭିତରେ ରହି ଭାବୁଛି
       ଯାହା ହେଉ ବଞ୍ଚିବା ଠାରୁ
         ମରିବା ଟା ମନୋରମ ଲାଗୁଚି
      ପ୍ରାୟ ଦଶ -ବାର ଦିନ ହେଲାଣି
            ମୋ ପାଇଁ ଯାତେରା ଜମୁଛି
    ଜିଇ ଥିଲା ବେଳେ
                   ମୁନ୍ଦେ ପାଣି ନାହିଁ
    ଏବେ ବିଅର ସାଙ୍ଗକୁ
              ଥଣ୍ଡାପାନୀୟ ରେ ଭାସୁଛି

     ପୁଅ ପରା ମୋ ଫୋଟୋ ଟେ
         ମୋବାଇଲ ରେ ଛାଡ଼ିଛି
      ଜ୍ଞାତି, ଅଜ୍ଞାତି କେତେ ଚି଼ହ୍ନl,             
          ଅଚିହ୍ନl ସେ ଫୋଟୋ ରେ
             ଓଁ ଶାନ୍ତି ଲେଖନ୍ତି...¡!

     ପରିବାର ଟା ପୁରା ମୋର
     ମରିବାକୁ ଜମେଇକି ପାଳନ୍ତି
     ନେତା ଠୁଁ କର୍ମି ପର୍ଯ୍ୟନ୍ତ
           ସଭିଙ୍କୁ ଡାକନ୍ତି...!!
     ସତରେ ଯେବେଠୁଁ ମଶାଣୀ ଟା
              ଆଦର୍ଶ ହେଇଛି
   ମୃତ୍ୟୁ ଟା ବି ତାଳ ଦେଇ
            ଉତ୍ସବ ପାଲଟି ଯାଇଛି....!!

Saturday, October 5, 2024

ଦୁଖଦ ଖବର 🙏ଆଜି ଶନିବାର ଅପରାହ୍ନ ୦୫. ୪୮ ମିନିଟ ସମୟରେ ବିଶିଷ୍ଟ ସମାଜସେବୀ, ଆଳି ସାରସତ୍ୱ ସଙ୍ଘ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ଇହଲୀଳା ସମ୍ବରଣ କରିଛନ୍ତି, ଭଗବାନ ତାଙ୍କର ଅମର ଆତ୍ମାର ସଦଗତି କରନ୍ତୁ, ଏହାହିଁ ପ୍ରାର୍ଥନା 🙏🙏🙏

ଶନିବାର ରାଶିଫଳ

ଉପକୁଳ ସମାଚାର 
ଅକ୍ଟୋବର ମାସ ୫ ତାରିଖ ୨୦୨୪ ମସିହା(ଶନିବାର) ଶୁଭାଶୁଭ ରାଶିଫଳ 


*═══✧*
*🌷 ମେଷ 🌷👉*
*ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ*

*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ 

सुबह देश राज्यों से बड़ी खब

COASTAL NEWS

सुबह देश राज्यों से बड़ी खबरें

      

*1* राष्ट्रपति ने दिल्ली के उपराज्यपाल की शक्तियां बढ़ाईं, बोर्ड-पैनल बनाने के साथ नियुक्ति कर सकेंगे, पहले दिल्ली सरकार के पास था अधिकार

*2* रक्षा क्षेत्र में देश ने हासिल की दो बड़ी उपलब्धियां; समुद्र से लेकर आसमान तक रहेगी नजर

*3* त्रिपुरा के दो उग्रवादी समूहों के साथ शांति समझौते पर आज होंगे हस्ताक्षर; गृह मंत्री शाह रहेंगे मौजूद

*4* सत्ता हासिल करने के लिए कांग्रेस ने पलटी मारी', जातिगत जनगणना की विपक्ष की मांग पर मेघवाल

*5* अर्जुनराम मेघवाल ने कहा कि लोकतंत्र में सरकार तभी काम करती है, जब उसे बहुमत मिलता है। बहुमत का आंकड़ा 272 है, जो हमें और हमारे साथियों को मिला है। इसलिए हम सरकार में हैं। इस चुनाव में उड़ीसा, आंध्रप्रदेश, केरल में हम जीते है। चुनाव में भाजपा का प्रदर्शन बेहतर रहा।  नेहरू जी के बाद कोई तीन बार प्रधानमंत्री नहीं बन सका। कांग्रेस नहीं चाहती थी, तीसरी बार पीएम बनें।

*6* अमर उजाला संवाद -मैं सरकार की योजना का फायदा नहीं उठाता हूं। सरकार में रहकर काम करना कठिन है।,नितिन गडकरी ने कहा कि मैं ज्यादा सोचता नहीं हूं। काम करता हूं। मैं ज्यादा चिंता नहीं करता।

*7* नितिन गडकरी ने आत्मनिर्भर भारत बनाने के लिए चार सेक्टरों पर ध्यान देने की जरूरत। इसमें पानी, बिजली, संचार और ट्रांसपोर्ट पर ज्यादा ध्यान देना होगा। भारत में लगभग 950 हजार की नदी किनारा है। 

*8* अगर हमें आत्मनिर्भर भारत बनाना है तो हमे सबसे पहले ग्रामीण, आदिवासी, कृषि और विशेष रूप से जंगल इन चार क्षेत्रों का विशेष ध्यान रखना होगा।" 

*9* आज राहुल गांधी की जम्मू-कश्मीर में दो चुनावी रैली, पहली अनंतनाग और दूसरी जम्मू के संगलदान में; कांग्रेस के 40 स्टार कैम्पेनर्स चुनाव में

*10* लोकसभा में विपक्ष के नेता राहुल गांधी ने रेलवे ट्रैकमैन्स के बीच पहुंचकर उनकी समस्याओं को जाना. राहुल गांधी ने अपने सोशल मीडिया प्लेटफॉर्म X पर वीडियो भी जारी किया है. इसमें राहुल गांधी के हाथ में हथौड़ा नजर आ रहा है. वे सिर पर टोपी लगाए नजर आ रहे हैं.

*11* 'पीतल की लौंग क्या मिल जाती है, खुद को सराफ समझ बैठते हैं', वसुंधरा राजे ने किस पर साधा निशाना?राजे ने एक ऐसी टिप्पणी की है, जिसने अफ़वाहों को फिर से हवा दे दी है कि राजस्थान भाजपा नेतृत्व के भीतर सब कुछ ठीक नहीं चल रहा है,यह टिप्पणी की थी मुख्यमंत्री भजनलाल भी मंच पर उपस्थित थे

*12* आरजी कर के पूर्व-प्रिंसिपल को स्वास्थ्य विभाग ने निलंबित किया, संदीप घोष पर वित्तीय गड़बड़ी करने का आरोप, CBI ने 8 दिन की कस्टडी में लिया

*13* पेरिस पैरालिंपिक- भारत ने 20वां मेडल जीता, छठे दिन जैवलिन थ्रो और हाई जंप में 2 सिल्वर और 2 ब्रॉन्ज; दीप्ति ने भी ब्रॉन्ज दिलाया

*14* वर्ल्ड बैंक ने भारत की GDP ग्रोथ अनुमान 0.4% बढ़ाया, वित्त वर्ष 2024-25 के लिए 7% किया, RBI ने अनुमान 7.2% बताया था

*15* शेयर मार्केट में आज दिख सकती है गिरावट, निफ्टी में लगातार 14 दिन से तेजी, अमेरिकी बाजार 626 अंक गिरकर बंद


Wednesday, August 28, 2024

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903

 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର


ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ୍ଟା କରୁଛି। ଏହି କାରଣରୁ ନିଜର ନିୟମ ଦର୍ଶାଇ ଚୀନ୍ ଏବଂ ଭାରତରେ ନିର୍ମିତ ସୋଲାର ପ୍ୟାନେଲ ଉପକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଆମେରିକା ବର୍ତ୍ତମାନ ଭାରତୀୟଙ୍କ ଛାତରେ ସ୍ଥାପିତ ସୋଲାର ପ୍ୟାନେଲ ଉପରେ ନଜର ରଖିଛି।  କାରଣ ଆମେରିକା ଭାରତରେ ଉତ୍ପାଦିତ ଏଭଳି ବୈଦ୍ୟୁତିକ ଉପକରଣ ଉପରେ ପ୍ରତିବନ୍ଧକ ଲଗାଇଛି। ଚୀନ୍ ଉପରେ ମଧ୍ୟ ସମାନ ପ୍ରତିବନ୍ଧକ ଆମେରିକା ଲଗାଇଛି। ବାସ୍ତବରେ, ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (ସିବିପି) ୨୦୨୨ ଅଧିନିୟମ ଅନୁଯାୟୀ ୨୦୨୩ ଅକ୍ଟୋବରଠାରୁ ଭାରତରୁ ପ୍ରାୟ ୪୩ ନିୟୁତ ଡଲାରର ଇଲେକ୍ଟ୍ରୋନିକ୍ସ ଉପକରଣ ଶିପମେଣ୍ଟ୍ ବନ୍ଦ କରିଦେଇଛି। ରଏଟର୍ସ ଏହି ସୂଚନା ଦେଇଛି।

ଆମେରିକାର ଏହି ନିଷେଧାଦେଶ ସୂଚାଇ ଦେଇଛି ଯେ ଦେଶର ବାଣିଜ୍ୟ ଏନଫୋର୍ସମେଣ୍ଟ ଏଜେନ୍ସିର ଧ୍ୟାନ ବର୍ତ୍ତମାନ ଅନ୍ୟତ୍ର ରହିଛି। ତେବେ କେଉଁ ପ୍ରକାର ଇଲେକ୍ଟ୍ରୋନିକ୍ ଉପକରଣ ଉପରେ କଟକଣା ଲଗାଯାଇଛି ତାହା ସିବିପି ସ୍ପଷ୍ଟ କରିନାହିଁ। ରୋକା ଯାଇଥିବା ଶିପମେଣ୍ଟରେ ସୋଲାର ପ୍ୟାନେଲରେ ବ୍ୟବହୃତ କଞ୍ଚାମାଲ  ପଲିସିଲିକନ୍ ଏବଂ ସୋଲାର ପ୍ୟାନେଲ୍ ରହିଛି।

ଯେତେବେଳେ ଏଜେନ୍ସି ଦ୍ୱାରା ସିବିପିକୁ ଏନେଇ ପଚରାଗଲା, ସେମାନେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଏହି ନିୟମ ଚାଇନାର ଜିନଜିଆଙ୍ଗ ଅଞ୍ଚଳରେ ନିର୍ମିତ ସାମଗ୍ରୀ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛି।

ଜିନଜିଆଙ୍ଗରେ ଚୀନ୍ କର୍ତ୍ତୃପକ୍ଷଅନୁସୂଚିତ ଜାତିର ଉଇଗୁରୁ ଏବଂ ଅନ୍ୟ ମୁସଲମାନ ଗୋଷ୍ଠୀ ପାଇଁ ଶ୍ରମ ଶିବିର ସୃଷ୍ଟି କରିଛନ୍ତି। ତେବେ ଚୀନ୍ ସର୍ବଦା ଉଇଗୁର୍ ସମ୍ପ୍ରଦାୟ ବିରୋଧରେ କୌଣସି ହିଂସାକୁ ଅସ୍ୱୀକାର କରିଆସୁଛି। ପୂର୍ବ ବର୍ଷଗୁଡ଼ିକରେ ଉଇଗୁର୍ ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନ (ୟୁଏଫଏଲପିଏ) ଅନୁଯାୟୀ କୌଣସି ଭାରତୀୟ ଇଲେକ୍ଟ୍ରୋନିକ୍ସ ଶିପମେଣ୍ଟ୍ ରୋକା ଯାଇନାହିଁ।


ସିବିପି ଅନୁଯାୟୀ, ଜବତ ହୋଇଥିବା ଭାରତୀୟ ଇଲେକ୍ଟ୍ରୋନିକ୍ସ ଶିପମେଣ୍ଟର ପ୍ରାୟ ଏକ ତୃତୀୟାଂଶ ଫେରାଇ ଦିଆଯାଇଥିଲା। ସମାନ ଅବଧିରେ, ଆମେରିକାରେ ସୋଲାର ଉପାଦାନ ଯୋଗାଉଥିବା ଶୀର୍ଷ ଦେଶ ମାଲେସିଆ, ଭିଏତନାମ ଏବଂ ଥାଇଲ୍ୟାଣ୍ଡରୁ ମାତ୍ର ୫.୪% ଶିପମେଣ୍ଟ୍ ବନ୍ଦ ହୋଇଥିଲା।

ଭାରତୀୟ ଉପକରଣଗୁଡ଼ିକର ରୋକାଯାଇଥିବା ଶିପମେଣ୍ଟ ଗତ ଦୁଇ ବର୍ଷ ମଧ୍ୟରେ ୟୁଏଫଏଲପିଏ ଅଧୀନରେ ସୀମାରେ ସିବିପି ଦ୍ୱାରା ହସ୍ତଗତ ହୋଇଥିବା ୩ ବିଲିୟନ ଡଲାରର ଇଲେକ୍ଟ୍ରୋନିକ୍ସ ପରିବହନର ଏକ ଛୋଟ ଅଂଶ। କିନ୍ତୁ ଏହା ଭାରତୀୟ ଉତ୍ପାଦକମାନଙ୍କ ପାଇଁ ଏକ ବଡ଼ ଝଟ୍‌କା। ଯେଉଁମାନେ ମୁଖ୍ୟତଃ ଚୀନ୍‌ର କମ୍ପାନୀ ଏବଂ ୟୁଏଫଏଲପିଏ କାର୍ଯ୍ୟକାରୀ ଦ୍ୱାରା ପ୍ରସ୍ତୁତ ପ୍ୟାନେଲ ଉପରେ ଶୁଳ୍କ ଯୋଗୁ ନିଜକୁ ଆମେରିକାର ସୌର ପ୍ରକଳ୍ପ ବିକାଶକାରୀଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି।

Tuesday, August 27, 2024

COASTAL NEWS ODIA 1902 ନୂତନ ପେନ୍‌ସନ୍‌ ଯୋଜନାକୁ ଅନୁମୋଦନ କଲେ ଓଡିଶା ରାଜ୍ୟ ସରକାର

COASTAL NEWS ODIA 1902

ନୂତନ ପେନ୍‌ସନ୍‌ ଯୋଜନାକୁ ଅନୁମୋଦନ କଲେ ଓଡିଶା ରାଜ୍ୟ ସରକାର 

ସରକାରୀ କର୍ମଚାରୀ ପାଇବେ ଅଧା ଦରମା



ନୂଆଦିଲ୍ଲୀ,୨୫।୮: କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂତନ ପେନ୍‌ସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ଯୋଜନା)କୁ ଅନୁମୋଦନ କରିଛନ୍ତି। ଏହା ପରେ, ବର୍ତ୍ତମାନ ରାଜ୍ୟଗୁଡିକ ମଧ୍ୟ ଏହି ପେନ୍‌ସନ୍ ଯୋଜନା ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନ୍‌ସନ୍ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ସରକାରୀ କର୍ମଚାରୀଙ୍କୁ ୫୦% ନିଶ୍ଚିତ ପେନ୍‌ସନ୍ ପ୍ରଦାନ କରାଯାଇଛି।

ଏହା ବ୍ୟତୀତ, ଏହି ଯୋଜନାରେ ନିଶ୍ଚିତ ପରିବାର ପେନ୍‌ସନ୍‌, ନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌, ମୁଦ୍ରାସ୍ଫୀତି ସହିତ ସୂଚକାଙ୍କ ଏବଂ ଗ୍ରାଚ୍ୟୁଟି ବ୍ୟତୀତ ଅତିରିକ୍ତ ଦେୟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ। ଯଦି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମଧ୍ୟ ଏଥିରେ ଯୋଗ ଦିଅନ୍ତି, ତେବେ ପ୍ରାୟ ୯୦ ଲକ୍ଷ କର୍ମଚାରୀ ଏହି ଯୋଜନାର ଲାଭ ପାଇବେ।

ୟୁନିଫାଏଡ୍ ପେନ୍‌ସନ୍‌ଯୋଜନାରେ, ପେନ୍‌ସନ୍ ରାଶି ଅବସର ପୂର୍ବରୁ ୧୨ ମାସର ହାରାହାରି ମୌଳିକ ବେତନର ୫୦ ପ୍ରତିଶତ ହେବ। ଏହି ପେନ୍ସନ୍ ପାଇଁ ସେବା ଯୋଗ୍ୟତା ୨୫ ବର୍ଷ ହେବ। ୨୫ ବର୍ଷ କାର‌୍ୟ୍ୟ କରୁଥିବା କର୍ମଚାରୀମାନେ ଏହି ନିଶ୍ଚିତ ପେନ୍‌ସନ୍‌ର ସୁବିଧା ପାଇବେ। ସେହି ସମୟରେ, ଯଦି ସେବା ୨୫ ବର୍ଷରୁ କମ୍ ଏବଂ ୧୦ ବର୍ଷରୁ ଅଧିକ, ତେବେ ସେହି କର୍ମଚାରୀମାନେ ସେବା ଅନୁପାତରେ ପେନ୍‌ସନ୍ ପାଇବେ।

ୟୁନିଫାଏଡ୍ ପେନ୍‌ସନ୍ ସ୍କିମ୍ ଅନୁଯାୟୀ ମୃତ କର୍ମଚାରୀଙ୍କ ମୃତ୍ୟୁ ପରେ ଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ତାଙ୍କର ସ୍ତ୍ରୀ ପାଇବେ।

ଯେଉଁମାନଙ୍କର ସେବା ଅବଧି କମ୍, ୟୁନିଫାଏଡ୍ ପେନ୍‌ସନ୍ ଯୋଜନାରେ ମାସକୁ ୧୦,୦୦୦ ଟଙ୍କା ନିଶ୍ଚିତ ହୋଇଥିବା ସର୍ବନିମ୍ନ ପେନ୍‌ସନ୍ ପ୍ରଦାନର ବ୍ୟବସ୍ଥା ଅଛି।

ୟୁନିଫାଏଡ୍ ପେନ୍‌ସନ୍‌ ଯୋଜନାରେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଇଛି। ମହଙ୍ଗା ଭତ୍ତା ସହିତ ସମାନ ଢାଞ୍ଚାରେ, ତିନୋଟି ଉପରେ ମୁଦ୍ରାସ୍ଫୀତି ସୂଚକାଙ୍କ ପ୍ରଯୁଜ୍ୟ ହେବ – ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ପରିବାର ପେନ୍‌ସନ୍‌ ଏବଂ ସୁନିଶ୍ଚିତ ସର୍ବନିମ୍ନ ପେନ୍ସନ୍।

ୟୁନିଫାଏଡ୍ ପେନ୍ସନ୍ ଯୋଜନାରେ ଅବସର ପରେ ଗ୍ରାଚ୍ୟୁଇଟି ବ୍ୟତୀତ ଏକଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ପ୍ରତି ୬ ମାସର ସେବା ପାଇଁ, ମାସିକ ବେତନର ୧/୧୦ (ପେ + ଡିଏ) ଅବସର ଦିନ ଦିଆଯିବ।

COASTAL NEWS ODIA 1901 ସରକାର ଘୋଷଣା କଲେ ‘ସୁଭଦ୍ରା’ ଯୋଜନା ର ଗାଇଡଲାଇନ୍‌

COASTAL NEWS ODIA 1901

ସରକାର ଘୋଷଣା କଲେ ‘ସୁଭଦ୍ରା’ ଯୋଜନା ର ଗାଇଡଲାଇନ୍‌


ଭୁବନେଶ୍ବର - (CNO) ଓଡ଼ିଶାର ମହିଳାଙ୍କ ପାଇଁ ବିଜେପି ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ପୂର୍ବରୁ ଏସ୍‌ଓପି ଜାରି କରିଥିବା ବେଳେ ଏବେ ଗାଇଡଲାଇନ୍‌ ବାହାର କରିଛନ୍ତି। ଏହି ‌ଗାଇଡଲାଇନ୍‌ ମାଧ୍ୟମରେ କିଏ ହିତାଧିକାରୀ ହୋଇପାରିବେ ରାଜ୍ୟ ସରକାର ଏନେଇ ସ୍ପଷ୍ଟକରିଛନ୍ତି।

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ନେଇ ରାଜ୍ୟ ସରକାର ସୋମବାର ଗାଇଡଲାଇନ୍‌ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା 'ସୁଭଦ୍ରା' ଯୋଜନାରେ ମୋହନ ମାଝୀ ସରକର କହିଛନ୍ତି ଜୁଲାଇ ୧ ତାରିଖ ସୁଦ୍ଧା ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ସାମିଲ ହୋଇପାରିବେ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ। 

ଗତ ୨୩ ତାରିଖ ଦିନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି କରିଥିଲେ। ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଥିଲେ। ୨୧-୬୦ବର୍ଷର ମହିଳାଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଆସନ୍ତା ୫ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ। ନିଜ ଇଚ୍ଛା‌ରେ ସେ ଏହି ଟଙ୍କା ଖର୍ଚ୍ଚ କରିପାରିବେ।


ଗତ ୨୩ ତାରିଖ ଦିନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି କରିଥିଲେ। ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଥିଲେ।

ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ୫୫,୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ। କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ। ସମସ୍ତ ହିତାଧିକାରୀଙ୍କୁ ରାଖି ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ(୮ ମାର୍ଚ୍ଚ)ରେ ୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ସହାୟତା ପ୍ରଦାନରେ ସ୍ବଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ୍‌(ଏପିବିଏସ୍‌) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏହାସହ ହିତାଧିକାରୀଙ୍କୁ ଏକ ‘ସୁଭଦ୍ରା’ ଡେବିଟ୍‌ କାର୍ଡ ମଧ୍ୟ ପ୍ରଦାନ କରାଯିବ। 

ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏଥିପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ। ଏହାର କାର୍ଯ୍ୟକାରିତା ଓ ତଦାରଖ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ‘ସୁଭଦ୍ରା’ ସମିତି ଗଠନ କରିବ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ  ଓ ପୌରାଞ୍ଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଅତିରିକ୍ତ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ। 


ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏହାବାଦ୍ କୌଣସି ସରକାରୀ ଯୋଜନାରେ ମାସିକ ୧୫ଶହ କିମ୍ବା ତା’ଠାରୁ ଅଧିକ ବା ବାର୍ଷିକ ୧୮ହଜାର ଟଙ୍କା ବା ତା’ଠାରୁ ଅଧିକ ସହାୟତା ରାଶି ପାଉଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। 

‘ସୁଭଦ୍ରା’ ଯୋଜନା ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା କୋଟିଏରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ରାଜ୍ୟ କ୍ୟାବିନେଟ ଏହି ଦୂରଦୃଷ୍ଟି ସଂପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ସରକାରଙ୍କ ଦ୍ବାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ଓ ରୂପାୟନ ପାଇଁ ଏହି ଯୋଜନାରୁ ଯେପରି କୌଣସି ଯୋଗ୍ୟ ମହିଳା ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସକ୍ରିୟ ସହଯୋଗ କାମନା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Sunday, August 25, 2024

COASTAL NEWS ODIA 1900 ଖବର ଆଜିର

COASTAL NEWS ODIA 1900

    ଖବର ଆଜିର 


▪️ରତ୍ନ ଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ଶେଷ.. ସାଧାରଣ ଦର୍ଶନ ସ୍ଵାଭାବିକ..

▪️ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି.. ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା..

▪️ଏୟାରଇଣ୍ଡିଆ ବିରୋଧରେ ଡିଜିସିଏଙ୍କ ବଡ କାର୍ଯ୍ୟାନୁଷ୍ଠାନ.. ଏୟାର ଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ଡିଜିସିଏଙ୍କ ନିର୍ଦ୍ଦେଶ..

▪️ଶନିବାର ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି.. ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

▪️ଓଡ଼ିଶା ଉପରେ ସିରିଜ୍ ଘୂର୍ଣ୍ଣିବଳୟ.. ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା.. କିଛି ସ୍ଥାନରେ ପ୍ରବଳ ବର୍ଷିବ.. ଶନିବାର ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ..

▪️ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

▪️ରାଜ୍ୟରେ ଡାନ୍ସ ବାର୍‌ ସମ୍ପୂର୍ଣ୍ଣ ବନ୍ଦ ହେବ.. ଗୃହରେ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ.

▪️ଭାରତର ଚନ୍ଦ୍ର ବିଜୟକୁ ବର୍ଷେ.. ଆଜିର ଦିନରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩.. ଐତିହାସିକ ସଫଳତାର ସ୍ମୃତିକୁ ଜୀବିତ ରଖିବାକୁ ଆଜି ସାରା ଦେଶ ପାଳୁଛି ଜାତୀୟ ମହାକାଶ ଦିବସ..

▪️ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜେଲେନ୍‌ସ୍କିଙ୍କ ସହିତ କଲେ ଦ୍ଵିପାକ୍ଷିକ ଆଲୋଚନା..

▪️ଚିକିଟି ମଦ ମୃତ୍ୟୁ ମାମଲା.. ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଗଞ୍ଜାମ ଜିଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି.. ୬ ଜଣଙ୍କୁ ଗିରଫ କରାଯାଇଛି..

▪️କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ.. ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ନୋଟିସ୍ ଜାରି କଲେ ଉଚ୍ଚ ନ୍ୟାୟାଳୟ.. ସ୍ଵାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର କରିଥିଲେ ଆବେଦନ..

▪️କଲକାତା ଲଜ୍ଜା: ସିବିଆଇ ହାତରେ ଲାଗିଲା ସିସିଟିଭି ଫୁଟେଜ.. ଘଟଣା ପୂର୍ବରୁ ପୀଡ଼ିତାଙ୍କୁ ଦିନସାରା ଚାହିଁ ରହୁଥିଲା ଅଭିଯୁକ୍ତ ସଞ୍ଜୟ ରଏ..

▪️ନେପାଳରେ ନଦୀକୁ ଖସିଲା ବସ୍‌.. ୧୪ ଭାରତୀୟ ମୃତ..

▪️ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ.. ଜେଲ ଭିତରୁ ବିଡି, ସିଗାରେଟ୍, ଦିଆସିଲି ଏବଂ ଅନ୍ୟ ନିଶାଦ୍ରବ୍ୟ ଜବତ.. କାରନାମାରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ..

Saturday, August 24, 2024

ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକା

COASTAL NEWS ODIA 1899

ଏହି ୧୫୬ଟି ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ - (CNO) ବ୍ୟାନ ହେଲା ୧୫୬ ଔଷଧ । ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ଏହି ଔଷଧଗୁଡିକ ସାଧାରଣତଃ ବ୍ୟବହାର କରାଯାଏ । ଶରୀର ଉପରେ ଏହା କୁପ୍ରଭାବ ଥିବାରୁ ଏହାକୁ ବ୍ୟାନ କରାଯାଇଥିବା ଜଣାପଡିଛି।

ବ୍ୟାନ ହୋଇଥିବା ଔଷଧ ମଧ୍ୟରେ ଅନେକ ଆଣ୍ଟିବାୟୋଟିକ, ପେନକିଲର ଓ ମଲ୍ଟିଭିଟାମିନ ରହିଛି ।ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ଏହି FDC ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ କକଟେଲ୍ ଔଷଧ ବୋଲି କୁହାଯାଇଥାଏ । ତେବେ ଔଷଧ ବ୍ୟାନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏସିକ୍ଲୋଫେନାକ ଓ ପାରସିଟାମଲ କମ୍ୱିନେସନ, ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ HCL, ପାରାସିଟାମଲ୍ ଓ ଫିନାଇଲେଫ୍ରିନ HCL କମ୍ୱିନେସନ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ HCL ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡାଇହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ କମ୍ୱିନେସନ ଭଳି ଅନେକ କମ୍ୱିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି ।

ଏହି କମ୍ୱିନେସନଗୁଡିକରେ ଏପରିକି ଆଣ୍ଟିବ୍ୟାକ୍ଟେରିଆଲ୍ ଔଷଧରେ ଚିକିତ୍ସା ସଂପର୍କିତ ତଥ୍ୟଭିତ୍ତିକ ଯୁକ୍ତି ନଥିବା ଓ ମଣିଷ ଶରୀରକୁ ଏହା କ୍ଷତି ପହଞ୍ଚାଉଥିବାର ଏକ ବିଶେଷଜ୍ଞ କମିଟି ଓ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (DTAB) ଜାଣିବାକୁ ପାଇଛନ୍ତି । ଏହାକୁ ଆଧାର କରି ସରକାର ଏହି ବ୍ୟାନ ନିଷ୍ପତ୍ତି ନେଇଛନ୍ତି । ଏହି ଔଷଧଗୁଡିକର ବିକଳ୍ପ ଔଷଧ ମଧ୍ୟ ରହିଥିବାର କୁହାଯାଇଛି।

ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଭଳି ୧୫୬ଟି ଔଷଧର ତିଆରି, ବିକ୍ରି ଓ ବିତରଣ ଉପରେ ଅଙ୍କୁଶ ଲଗାଯାଇଛି । ଏହି ତାଲିକାରେ ଥିବା ଅନେକ ଔଷଧର ତିଆରି ପୂର୍ବରୁ ମଧ୍ୟ ବନ୍ଦ ହୋଇଯାଇଛି । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ୧୪ଟି ଔଷଧ ବ୍ୟାନ କରିଥିବା ବେଳେ ୨୦୧୬ରେ ୩୪୪ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

Wednesday, August 21, 2024

ଆଜିର ଖବର

COASTAL NEWS ODIA 1898

ଆଜିର ଖବର 


ଭୁବନେଶ୍ବର - (CNO) ତାରିଖ:୨୧/୦୮/୨୪, ବୁଧବାର* 

୧-ଆଜି ୨୪ଘଣ୍ଟିଆ ଭାରତ ବନ୍ଦ: ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଲା ଗୃହ ବିଭାଗ।

୨-ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆରମ୍ଭରୁ ବିଧାନସଭା ସଭା ଅଚଳାବସ୍ଥା, ଛାତ୍ର ସଂସଦ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି।

୩-ଦ୍ବାଦଶ ଶ୍ରେଣୀ ବଦଳିଲା ପ୍ରଶ୍ନପତ୍ର ଢ଼ାଞ୍ଚା, ଏଣିକି ୮୦:୨୦ ଅନୁପାତରେ ଦେବାକୁ ପଡ଼ିବ ବାର୍ଷିକ ପରୀକ୍ଷା।

୪-ଆଳୁ ପରେ ବଢିଲା ପିଆଜ ଦର, ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗର ଚଢାଉ ଜାରି।

୫-ଭୁବନେଶ୍ୱର:ଶିଳ୍ପ ଓ ସରକାରୀ ସଂସ୍ଥା ଉପରେ ୨୨୦୮ କୋଟି ଟଙ୍କାର ଜଳକର ବାକି।

୬-ସଚିବ ସ୍ତରୀୟ ବୈଠକ: ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୭-ଆଜି ଓଡିଶା ଆସିବେ ପ୍ୟାରିସ ଅଲିମ୍ପିକସ୍ ହକି ବ୍ରୋଞ୍ଜ ବିଜେତା ଦଳ, ଭବ୍ୟ ସ୍ଵାଗତ ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି।

୮-ରାସ୍ତାକଡକୁ ଓଲଟିଲା ବସ୍‌‌, ୨୦ଜଣ ଗୁରୁତର,ଭଦ୍ରକରୁ ଉଦଳା ଯାଉଥିଲା ଜୟ ରଘୁନାଥ ବସ୍‌‌, ସମସ୍ତ ଆହତ ଭଦ୍ରକ ମେଡିକାଲରେ ଭର୍ତ୍ତି।

୯-କଠୋର ହେଲେ ସରକାର, ଏଣିକି ଚଢ଼ା ଦରରେ ଆଳୁ ବିକିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୧୦-ମମତା ମହନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ମମତାଙ୍କ ନାଁରେ ମୋହର ମାରିଲା ବିଜେପି ।

୧୧-ଭୁବନେଶ୍ୱର:ଚିନ୍ତା ବଢ଼ାଉଛି ଭାଇରାଲ ଜ୍ୱର: ହସ୍ପିଟାଲରେ ରୋଗୀଙ୍କ ଭିଡ଼।

୧୨-ଭୁବନେଶ୍ୱର:୩୦ ବର୍ଷରେ ପଦାର୍ପଣ କଲା କିଟ୍ ପଲିଟେକନିକ୍। ଗୁଣାତ୍ମକ ଶିକ୍ଷା ଓ ଶୃଙ୍ଖଳା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଆଦୃତ।

୧୩-ଓଡ଼ିଆ ପୁଅ ନମ୍ବର ୱାନ୍: ଲଗାତର ଦ୍ୱିତୀୟ ଥର ପାଇଁ ବିଶ୍ୱର ଟପ୍‌ ସେଣ୍ଟ୍ରାଲ ବ୍ୟାଙ୍କର ହେଲେ ଶକ୍ତିକାନ୍ତ ଦାସ।

୧୪-ପୁରୀ:୨୩ରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ହେବ ସ୍ଥାନାନ୍ତର।

୧୫-ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ, ବିଧାନସଭାରେ ତଥ୍ୟ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

୧୬-ସୁନ୍ଦରଗଡ:ଡିଏମଏଫ ପାଣ୍ଠି ଖର୍ଚ୍ଚର ହେବ ଖୋଳତାଡ: ଖୋଲିବ କୋଟି କୋଟି ଟଙ୍କା ଦୁର୍ନୀତିର ପେଡି।

୧୭-ଡିସେମ୍ବରରେ ହେବ ମିଶନ ‘ଗଗନଯାନ’ର ପ୍ରଥମ ଫ୍ଲାଇଟ ଟେଷ୍ଟ୍‌:ଇସ୍ରୋ ମୁଖ୍ୟ 

୧୮-ନୁଆ ଦିଲ୍ଲୀ:ଗତ ୩ ବର୍ଷରେ ୭୬ ଲକ୍ଷ ଗ୍ରାହକ ହରାଇଲାଣି DTH ଇଣ୍ଡଷ୍ଟ୍ରୀ।

୧୯-ନୂଆ ଦିଲ୍ଲୀ:ଟି୨୦ରେ ବିଶ୍ବ ରେକର୍ଡ, ଗୋଟିଏ ଓଭରରେ ୩୯ରନ।ସାମୋଆ ବ୍ୟାଟ୍‌ସମ୍ୟାନ ଡାରିୟସ ଭିସେର କଲେ ଏହି ରେକର୍ଡ।

୨୦-କୋଲକାତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ । ଗଠନ ହେବ ଟାସ୍କ ଫୋର୍ସ, ମେଡିକାଲ କଲେଜ ଜଗିବ CISF ।

୨୧-ଶେଖ ହସିନାଙ୍କୁ ଆଣି ଫାଶୀ ଦିଅ, ବାଂଲାଦେଶ ସଡ଼କରେ ବିକ୍ଷୋଭକାରୀଙ୍କ ଦାବି।

୨୨-ଯୁଦ୍ଧବିରାମ ଆଲୋଚନା ଭିତରେ ଇସ୍ରାଏଲ ବନ୍ଧକଙ୍କ ମୃତଦେହ ଠାବ; ଗାଜାରୁ ଆସିଲା ଭୀଷଣ ଯୁଦ୍ଧର ଆଭାସ।

 

Sunday, August 18, 2024

ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ନବୀନ ନିବାସରେ 'ଦମନ' ଟିମ୍

COASTAL NEWS ODIA 1898

ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ନବୀନ ନିବାସରେ 'ଦମନ' ଟିମ୍
ଅଧିକ ସାମାଜିକ ସଚେତନତା ଧର୍ମୀ ଚଳଚିତ୍ର ନିର୍ମାଣ ଉପରେ  ନବୀନ  ପଟ୍ଟନାୟକଙ୍କ ଗୁରୁତ୍ୱ



ଭୁବନେଶ୍ୱର - (CNO) 17/8/24 ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।

 ଦମନ  ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।  ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଦମନ ଚଳଚିତ୍ରର ମୁଖ୍ୟ କଳାକାର ଶ୍ରୀ ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ ।

COASTAL NEWS ODIA 17ତମ ଓଡିଶା ବିଧାନସଭାର ମାନ୍ୟବର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ”ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ

COASTAL NEWS ODIA 1896

17ତମ ଓଡିଶା ବିଧାନସଭାର ମାନ୍ୟବର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ”ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ


ଭୁବନେଶ୍ବର - (CNO) ୧୭ ଅଗଷ୍ଟ  ୨୦୨୪ ରେ  ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ପ୍ରତି ବିଧାନସଭା ଗଠନ ପରେ ପରେ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ବିଧାନସଭା ତରଫରୁ ଆୟୋଜନ କରାଯାଉଥିବା “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର।


 ଆପଣମାନଙ୍କୁ ମୁଁ ମନେପକାଇ ଦେବାକୁ ଚାହେଁ ଯେ, 24 ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ପରବର୍ତ୍ତୀ ସମୟରେ ଏହିପରି କାର୍ଯ୍ୟକ୍ରମରେ ମୋତେ ଅତିଥି ଭାବେ ଆସିବାକୁ ପଡିଥିଲା ଏବଂ ମୁଁ ମାନ୍ୟବର ବିଧାୟକ ଓ ବିଧାୟିକାମାନଙ୍କ ପ୍ରଶିକ୍ଷଣରେ ମୋର ଅନୁଭୁତିକୁ ସେମାନଙ୍କ ସହ ବାଣ୍ଟିବାର ସୁଯୋଗ ପାଇଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି। 
ଆଶା କରୁଛି ଯେ, ଏହି କାର୍ଯ୍ୟକ୍ରମର ଆଲୋଚନା ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ।

ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବାସ୍ତବ କ୍ଷମତାର ଅଧିକାରୀ ହେଉଛନ୍ତି ଆମ ଜନସାଧାରଣ । ଗଣତାନ୍ତ୍ରିକ ଶାସନ ପଦ୍ଧତିର ସଠିକ୍‌ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ଯାହାଫଳରେ ବିଶ୍ୱ ଦରବାରରେ ଆମ ଦେଶର ଓ ରାଜ୍ୟ ଗୁଡିକର ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଓଡିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡିଶାକୁ ବିକଶିତ ଭାରତବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। 


ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ସଂଖ୍ୟାଧିକ ମତକୁ ନେଇ ପ୍ରତିନିଧି ସଭା ଗଠନ କରାଯାଇ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ସଫଳ କରିବା ପାଇଁ ସମସ୍ତେ ଚେଷ୍ଟା କରି ଚାଲିଛନ୍ତି। ଏହି କ୍ଷେତ୍ରରେ ନିର୍ବାଚିତ ବିଧାୟକ, ବିଧାୟିକା ଓ ସାଂସଦ ମାନଙ୍କର ସର୍ବପ୍ରଥମ କର୍ତ୍ତବ୍ୟ ହେଉଛି ସମ୍ବିଧାନର ବ୍ୟବସ୍ଥା ଭିତରେ ବାନ୍ଧିହୋଇ ପ୍ରଦତ୍ତ କ୍ଷମତାର ସଦୁପୋଯୋଗ କରି ମତଦାତା ମାନଙ୍କର ଆଶା ଓ ଭରସାକୁ ନିଷ୍ଠାପର ଭାବେ କର୍ମକରି ସେବା ମାଧ୍ୟମରେ ପୂରଣ କରିବା ପାଇଁ ଚେଷ୍ଟାକରି ସେମାନଙ୍କର ମାନ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା । କାରଣ ଜନସାଧାରଣଙ୍କ ମତରେ “ଜଣେ ଲୋକ ପ୍ରତିନିଧି ଉପଯୁକ୍ତ ସ୍ଥାନରେ ରହି ଦେଶ ଓ ରାଜ୍ୟର ସେବାରେ ବ୍ରତୀ ହେବାପାଇଁ ସୁଯୋଗ ପାଉ ଏବଂ ଶାସନ ପରିଚାଳନା ଲୋକାଭିମୁଖୀ ହେଉ” । 

ଏ ସମ୍ପର୍କରେ ସମ୍ବିଧାନ ସଭାର ସଭାପତି ଭାବେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ରାଷ୍ଟ୍ରପତି ଡଃ. ପଣ୍ଡିତ ରାଜେନ୍ଦ୍ର ପ୍ରସାଦଙ୍କ ଉକ୍ତି ଅତ୍ୟନ୍ତ ଶିକ୍ଷଣୀୟ ଓ ପ୍ରଣିଧାନ ଯୋଗ୍ୟ। ତାଙ୍କ ମତରେ “ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସବୁବେଳେ ଯୋଗ୍ୟ ବ୍ୟକ୍ତି ଓ ସମାଜ ସେବାରେ ବ୍ରତୀ ରହୁଥିବା ଲୋକ ପ୍ରତିନିଧି ନିର୍ବାଚିତ ହୋଇ ଆସିବା ଦରକାର”। ଏହାର ସଫଳ ରୂପାୟନ ପାଇଁ ଆମ ଦେଶର ବିଧାନସଭା, ବିଧାନ ପରିଷଦ ଗୁଡିକ ଏବଂ ଭାରତର ସର୍ବୋଚ୍ଚ ଲୋକ ପ୍ରତିନିଧି ମୂଳକ ସଂସ୍ଥା, ଲୋକସଭା ଓ ରାଜ୍ୟସଭା ସବୁବେଳେ ଗଣତନ୍ତ୍ରରେ ବିଶ୍ୱାସ ରଖି ସଫଳତାର ସହ କାର୍ଯ୍ୟକରି ଆସୁଅଛି।

ଏହି ପରିପ୍ରେକ୍ଷୀରେ ସରକାର ଚଳାଉଥିବା ଅଧିକାଂଶ ନେତା ମାନେ ଆମରି ଭିତରୁ ବଛା, ବଛା କର୍ମପ୍ରବଣ ନିଃସ୍ୱାର୍ଥପର ବିଧାୟକ, ମନ୍ତ୍ରୀ, ପାରଙ୍ଗମ ଓ ଦାୟିତ୍ୱବାନ ବ୍ୟକ୍ତି ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଠିକ୍ ଠିକ୍ ଭାବେ କାର୍ଯ୍ୟକରି ଆମ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ। ଏଥିରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ ।


ଆମ ପରମ୍ପରାରେ ପରିବାର ପାଇଁ ବ୍ୟକ୍ତି, ଗାଁ ପାଇଁ ପରିବାର, ରାଜ୍ୟ ପାଇଁ ଗାଁ, ଦେଶ ପାଇଁ ଓ ରାଜ୍ୟର କଲ୍ୟାଣ ପାଇଁ ସଂକୀର୍ଣ୍ଣ ସ୍ୱାର୍ଥକୁ ତ୍ୟାଗ କରି ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ନୀତି ଆଦର୍ଶର ସ୍ଥାପନା ପାଇଁ ଲୋକ ପ୍ରତିନିଧି ମାନେ ସାଧାରଣତଃ ରାଷ୍ଟ୍ର ଧର୍ମ ପାଳନ କରିବା ସହିତ, ମାନବିକତାକୁ ସର୍ବୋଚ୍ଚ ସ୍ଥାନ ଦେବାର ସଠିକ୍‌ ସମୟ ଆସିଛି । 

ବିଶ୍ୱଭାତୃତ୍ୱଭାବ ଓ ଜଗତକଲ୍ୟାଣ ସାଧନ କରିବା କ୍ଷେତ୍ରରେ ଆମ ଦେଶ ପୃଥିବୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବାକୁ ଯାଉଛି ; ଯାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଉକ୍ତ କର୍ମଶାଳାର ଆଲୋଚନା ବିଧାୟକ ଓ ବିଧାୟିକା ମାନଙ୍କୁ ବିଧାନସଭାରେ ରହି ବିଧାନସଭାର କାର୍ଯ୍ୟଧାରା ଓ ପରିଚାଳନା ଅନୁସାରେ ଗୃହର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଣେ ଶୃଙ୍ଖଳିତ ସଦସ୍ୟ ବା ସଦସ୍ୟା ହୋଇ ବିଧାୟକ ନିୟମର ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ ନିଶ୍ଚୟ।

ବିଧାନସଭାର କାର୍ଯ୍ୟଧାରା ଓ ତତ୍ ସମ୍ପର୍କୀୟ ନିୟମ ତଥା ବ୍ୟବସ୍ଥାପକ ମାନଙ୍କ ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର ସମ୍ପର୍କୀୟ ଆଲୋଚନା, ଗୃହର ବିଭିନ୍ନ ବୈଧାନିକ ପ୍ରକ୍ରିୟା, ଗୃହଭିତରେ ପରମ୍ପରା ଓ ଶିଷ୍ଟାଚାରର ପ୍ରକ୍ରିୟା, ଆଇନ ପ୍ରଣୟନ ପ୍ରକ୍ରିୟା, ବାଚସ୍ପତି ମହୋଦୟାଙ୍କ ଦ୍ୱାରା ଗଠିତ ବିଭିନ୍ନ କମିଟିର କ୍ଷମତା ଓ ଦାୟିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ବିଧାୟକ ଓ ବିଧାୟିକାମାନଙ୍କୁ, ଜଣେ ଜଣେ ସୁଦକ୍ଷ ସଦସ୍ୟଭାବେ ଗଢି ତୋଳିବାରେ ସହାୟକ ହେବ।
ଶେଷରେ, ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଭାଗ ନେଇଥିବା ସଦସ୍ୟ ସଦସ୍ୟାମାନଙ୍କୁ  ଧନ୍ୟବାଦ ଦେବା ସହ, କାର୍ଯ୍ୟକ୍ରମର ସଫଳତା କାମନା କରୁଛି ।  
ଜୟହିନ୍ଦ୍, 

ବନ୍ଦେ ଉତ୍କଳ ଜନନୀ ।

Tuesday, August 6, 2024

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା

COASTAL NEWS ODIA 1895

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା 


ନୂଆଦିଲ୍ଲୀ - (CNO) ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ପାର୍ଟିର ମୁଖ୍ୟ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା । 

ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ । ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଛନ୍ତି । ଏନଏସଏ ଅଜିତ ଡୋଭାଲ ହିଣ୍ଡନ ଏୟାରବେସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟଥିବା ସୂଚନା ମିଳିଛି । 

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବାୟୁସେନାର ବରିଷ୍ଠ ଅଧିକାରୀମାନେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହିଣ୍ଡନ ବାୟୁସେନା ଷ୍ଟେସନରେ ପହଞ୍ଚିଥିବା ବେଳେ ଶେଖ ହସିନାଙ୍କୁ ଆଣବା ପାଇଁ ଆସିଥିଲେ ।  

ଶେଖ ହସିନା ଏବଂ ଡୋଭାଲଙ୍କ ମଧ୍ୟରେ ଏକ ଦୀର୍ଘ ସମୟ ଧରି ଆଲୋଚନା ହୋିଥବବା ଜଣାପଡ଼ିଛି । ତେବେ କୌଣସି ଅଧିକାରୀ ଆଲୋଚନା ବିଷୟରେ କିଛି ସୁଚନା ଦେଇ ନାହାନ୍ତି । ସୂଚନାନୁସାରେ, ଶେଖ ହସିନା ଭାରତରେ କିଛି ଦିନ ରହିପାରନ୍ତି । 

ଏକ କୋଟି ହିନ୍ଦୁ ଶରଣାର୍ଥୀ ବାଂଲାଦେଶରୁ ପଶ୍ଚିମବଙ୍ଗ ଆସିବେ: ଶୁଭେନ୍ଦୁ ଅଧିକାରୀ

COASTAL NEWS ODIA 1895

ଏକ କୋଟି ହିନ୍ଦୁ ଶରଣାର୍ଥୀ ବାଂଲାଦେଶରୁ ପଶ୍ଚିମବଙ୍ଗ ଆସିବେ: ଶୁଭେନ୍ଦୁ ଅଧିକାରୀ  


କୋଲକାତା : ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ଅଧିକାରୀ କହିଛନ୍ତି ଯେ ବାଂଲାଦେଶରୁ ଏକ କୋଟି ହିନ୍ଦୁ ଶରଣାର୍ଥୀ ପଶ୍ଚିମବଙ୍ଗକୁ ଆସିବାକୁ ଯାଉଛନ୍ତି, ତେଣୁ ରାଜ୍ୟ ଏନେଇ ପ୍ରସ୍ତୁତ ହେବା ଉଚିତ୍। 

ଶୁଭେନ୍ଦୁ କହିଛନ୍ତି ବାଂଲାଦେଶରେ ହିନ୍ଦୁମାନଙ୍କର ନରସଂହାର ଘଟୁଛି, ଯେଉଁଥିରେ ରଙ୍ଗପୁରରେ ମ୍ୟୁନିସିପାଲିଟି କାଉନସିଲର ହରଧନ ନାୟକଙ୍କ ହତ୍ୟା ଏବଂ ସିରାଜଗଞ୍ଜର ପୁଲିସ୍ ଷ୍ଟେସନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଅନ୍ତର୍ଭୁକ୍ତ। ଶେଖ ହସିନାଙ୍କ ସହ ଆଲୋଚନା କଲେ ଅଜିତ ଡୋଭାଲ ସେଥିମଧ୍ୟରୁ ୯ ଜଣ ହିନ୍ଦୁ ଅଛନ୍ତି। ନୋଆଖଲିରେ ହିନ୍ଦୁମାନଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଶୁଭେନ୍ଦୁ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। 

Saturday, August 3, 2024

୫ ସ୍ତ୍ରୀଙ୍କ ସ୍ବାମୀ

COASTAL NEWS ODIA 1893

ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ବାମୀ


ଭୁବନେଶ୍ବର - (CNO) ବନ୍ଧା ହେଲା ୫ ସ୍ତ୍ରୀଙ୍କ ସ୍ବାମୀ, ଲାଇନରେ ଆହୁରି ୪୯ଜଣ ମହିଳା । ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା । ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା । 

ଜଣେ ମହିଳା ପୋଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡିଥିଲା । ଆଉ ଧିରେ ଧିରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କମିସନରେଟ ପୁଲିସର 'ଅପରେସନ ମଜନୁ'ରେ ବନ୍ଧା ହେଲା ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜୀତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି।

ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି। 

ମହିଳାଙ୍କ ଶହ ସମ୍ପର୍କ ରଖି ଜଣେ ମହିଳାଙ୍କ ଠାରୁ ୩୬ ଲକ୍ଷ ଏବଂ ବାଲିନୋ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି । ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ। ପ୍ରଥମେ କଥାବାର୍ତ୍ତା ହେବା ପରେ ବିଭିନ୍ନ ଉପାୟରେ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗୁଥିଲା । 

ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ କରୁଥିଲା ଏବଂ ସେହି ଋଣ ଟଙ୍କାରେ ମଉଜ କରୁଥିଲା ଠକ ସତ୍ୟଜୀତ ସାମଲ। ମହିଳାଙ୍କ ନାଁରେ ଲୋନ କରି କାର କିଣି ସେହି କାରକୁ ଭଡ଼ାରେ ଲଗାଇ ଟଙ୍କା କମାଉଥିଲା। ଆଉ ସବୁ ଟଙ୍କା ଆତ୍ମସାତ କରି ବିଦେଶ ପଳାଉଥିଲା ଏହି ଠକ। 

COASTAL NEWS ODIA 18 ପଶ୍ଚିମବଙ୍ଗ ନୁହେଁ ଉତ୍ତର ପ୍ରଦେଶରୁ ଏଣିକି ଆସିବ ଓଡ଼ିଶାକୁ ଆଳୁ

COASTAL NEWS ODIA 18

ପଶ୍ଚିମବଙ୍ଗ ନୁହେଁ ଉତ୍ତର ପ୍ରଦେଶରୁ ଏଣିକି ଆସିବ ଓଡ଼ିଶାକୁ ଆଳୁ 



ଭୁବନେଶ୍ବର - (CNO) ଆଳୁ ପଶ୍ଚିମବଙ୍ଗର ଓଡ଼ିଶାରେ ହାହାକାର । ବେଶ କିଛି ଦେବ ରାଜ୍ୟରେ ଆଳୁକୁ ନେଇ ବେଶ ସରଗରମ ହେଉଛି ମାର୍କେଟ ।ପଶ୍ଚିମବଙ୍ଗରୁ ଆସୁନି ଓଡ଼ିଶାକୁ ଆଳୁ ଯାହା ପାଇଁ ରାଜ୍ୟରେ ବଡ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗକୁ ଛାଡି ଏଥର ରାଜ୍ୟ ସରକାର ନୂଆ ଉପାୟ ବାହାର କରିଛନ୍ତି ।


ରାଜ୍ୟ ସରକାର ବଜାରରେ ଆଳୁ ଅଭାବ ଦୂର କରିବାକୁ ପଶ୍ଚିମବଙ୍ଗ ବଦଳରେ ଉତ୍ତରପ୍ରଦେଶରୁ ଆଳୁ ଆଣିଛନ୍ତି । ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ମହାସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଆଳୁ ସମସ୍ୟା ପଛର ରାଜନୈତିକ କାରଣ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ସରକାର ଉଦ୍ଦେଶ୍ୟମୂଳକ ଭାବେ ଓଡ଼ିଶାକୁ ଆଳୁ ଛାଡୁ ନାହାନ୍ତି। ଫଳରେ ବିଜେପି ଶାସିତ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପଶ୍ଚିମବଙ୍ଗ ଅପେକ୍ଷା ୟୁପି ଆଳୁ ଦର କମ ରହିବ, କିନ୍ତୁ ଗ୍ରାହକ ୟୁପି ଅପେକ୍ଷା ପଶ୍ଚିମବଙ୍ଗ ଆଳୁକୁ ପସନ୍ଦ କରୁଥିବା ବ୍ୟବସାୟୀ କହୁଛନ୍ତି।

ଉତ୍ତରପ୍ରଦେଶରେ ଆଳୁ କ୍ବିଣ୍ଟାଲ ୨୪୦୦ ଟଙ୍କା
ପରିବହନ ଖର୍ଚ୍ଚ ୩୦୦ ଟଙ୍କା
ୟୁପି ଆଳୁ ଓଡ଼ିଶାରେ କ୍ୱିଣ୍ଟାଲକୁ ୨୭୦୦ ଟଙ୍କା
ପଶ୍ଚିମବଙ୍ଗରେ ଆଳୁ କ୍ବିଣ୍ଟାଲ ୨୪୦୦ ଟଙ୍କା
ପରିବହନ ଖର୍ଚ୍ଚ ୨୦୦ ଟଙ୍କା
ଓଡ଼ିଶାରେ ପଶ୍ଚିମବଙ୍ଗ ଆଳୁ କ୍ୱିଣ୍ଟାଲକୁ ୨୬୦୦ ଟଙ୍କା
ବଜାରରେ ୟୁପି ଆଳୁର ଖୁଚୁରା ଦର କିଲୋକୁ ୩୨ରୁ ୩୪ ଟଙ୍କା

ପଶ୍ଚିମବଙ୍ଗ ଆଳୁର ଖୁଚୁରା ଦର କିଲୋକୁ ୩୪ ରୁ ୩୬ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ପଶ୍ଚିମବଙ୍ଗ ଆଳୁର ଚାହିଦା ଅଧିକ ଥିବାରୁ ଖୁଚୁରା ବଜାରରେ ଦର ସାମାନ୍ୟ ଅଧିକ ରହୁଛି । ଓଡ଼ିଶାର ଆଳୁ ଚାହିଦା ମେଣ୍ଟାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରୁ ୨୦ ଟ୍ରକ ଆଳୁ ପାଇଁ ଅନୁମତି ମିଳିଛି । ୟୁପିରୁ ୭ ଟ୍ରକ ଆଳୁ ଆସି ଓଡ଼ିଶାରେ ପହଞ୍ଚି ସାରିଛି ।

Wednesday, July 31, 2024

COASTAL NEWS ODIA 1891 ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବାଣରେ ବିଜେଡି ଘାଇଲା, ୫ଟି ସ୍କୁଲକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ

COASTAL NEWS ODIA 1891


ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବାଣରେ ବିଜେଡି ଘାଇଲା, ୫ଟି ସ୍କୁଲକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ 



ଭୁବନେଶ୍ବର - (CNO) ବିଧାନସଭା ଆରମ୍ଭ ହେବା ଠାରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗିରହିଛି । ଆଜି ବିଧାନସଭାରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଉପରେ ବର୍ଷିଛନ୍ତି ମୋହନ ମାଝି । ମୁଖ୍ୟମନ୍ତ୍ରୀ କିଏ ନେମ ଚେଞ୍ଜର ଓ କିଏ ଗେମ ଚେଞ୍ଜର ବୋଲି ପ୍ରଶ୍ନ କରିଛନ୍ତି । 

ସେ କହିଛନ୍ତି, ଜୁମଲା ସରକାରଙ୍କୁ ଓଡିଶା ଲୋକ ହଟାଇଦେଇଛନ୍ତି । ୭୦୦ ଯୋଜନା ଆରମ୍ଭ ହେଲା ପରେ କେତେବେଳେ ୬ ମାସ ପରେ ତ କେତେବେଳେ ୧ ବର୍ଷ ପରେ ପୁଣି କେତେବେଳେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ପଂଚସଖାଙ୍କ ନାଁରେ ଯୋଜନା ନାମକରଣ କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ୨୪ ବର୍ଷ ଭିତରେ କାହିଁକି ବିଜେଡି ସରକାର କର୍ପସ ଫଣ୍ଡ କରିପାରିଲା ନାହିଁ । ଯଦି ବିଜେପି ଶ୍ରୀଜଗନ୍ନାଥଙ୍କ କର୍ପସ ପାଣ୍ଠି ଗଠନ କଲା ଏହା କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝି । 

ବିଜେପି ସରକାରକୁ ବଦନାମ କରିବାକୁ ଉଦ୍ୟମ ହେଉଛି । ଅନେକ ଅର୍ଥନୈତିକ ବଜେଟକୁ ପ୍ରଶଂସା କରିଛନ୍ତି । ତେଣୁ ଏହା ନେମ ଚେଞ୍ଜର ନୁହେଁ , ଗେମ ଚେଞ୍ଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡିଶା ପାଇଁ ନିଷ୍ପତ୍ତି ନେଇଛୁ । ଓଡିଆ ଅସ୍ମିତାକୁ ରକ୍ଷା କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

5 T ଫାଇଭ-ଟି ସ୍କୁଲକୁ ନେଇ ବି ତତକାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନା ସର୍ବସ୍ୱ ହୋଇ ଲୋକଙ୍କୁ ସେବା ନଦେଇ ପାରିବାରୁ ଲୋକେ ବିଜେଡିକୁ କ୍ଷମା ଦେଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାବେଳେ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ । 

COASTAL NEWS

🌹ଜହ୍ନମାମୁଁ ପୃଷ୍ଠାରୁ..🌹

          🌹 ଜହ୍ନମାମୁଁ ପୃଷ୍ଠାରୁ..🌹              ସୋମିଲାକ୍ ତନ୍ତ୍ରୀ କଥା   ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ...