ରାଜନଗର, ୦୨/୦୩: ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ଗୁପ୍ତି – ବନବିହାରୀପୁର ଗ୍ରାମ ମଧ୍ୟସ୍ଥଳୀରେ ୫୬ତମ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ଉଦଯାପିତ ହୋଇଯାଇଛି। ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଆଞ୍ଚଳିକ ଭକ୍ତ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଏହି ସନାତନ ଧର୍ମ ସମ୍ମିଳନୀ ଗତ ୨୬ ରୁ ଆରମ୍ଭ ହୋଇ ରବିବାର ଦିନ ଉଦଯାପିତ ହୋଇଯାଇଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ହରିକଥା ଶ୍ରବଣ କରିଥିଲେ। ପ୍ରତ୍ୟହ ଶ୍ରୀ ଶ୍ରୀ ଠାକୁରଙ୍କ ମଙ୍ଗଳ ଆଳତି, ଶ୍ରୀବିଷ୍ଣୁ ସହସ୍ରନାମ ପାଠ, ପ୍ରଭାତ କୀର୍ତ୍ତନ ସହିତ ସନ୍ଧ୍ୟା ଆଳତି ପ୍ରଭୃତି ନିତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହି ମହାନ ଧର୍ମ ସମ୍ମିଳନୀରେ ଶାନ୍ତି ଆନନ୍ଦାଶ୍ରମର ସାଧୁସନ୍ଥ ମାନଙ୍କ ସହ ଭାରତର ବିଭିନ୍ନ ଧର୍ମ ଧାରାରୁ ବହୁ ସାଧୁସନ୍ଥ ଉପସ୍ଥିତ ହୋଇ ସନାତନ ଧର୍ମର ମହତ୍ତ୍ଵ ପ୍ରତିପାଦନ କରିଥିଲେ। ଏତଦବ୍ୟତୀତ ଓଡ଼ିଶାର ବହୁ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଧର୍ମ ଦର୍ଶନ ତତ୍ତ୍ବକୁ ଉପସ୍ଥାପନ କରିଥିଲେ। ପ୍ରତ୍ୟେକ ଦିନ ଧର୍ମସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସନାତନ ଧର୍ମ ସମ୍ମିଳନୀକୁ ଆଞ୍ଚଳିକ ଭକ୍ତଗୋଷ୍ଠୀର ସେବକ ଅଭୟ ଦାସ ପରିଚାଳନା କରିଥିଲେ। ଭକ୍ତ ଗୋଷ୍ଠୀର ସଭାପତି ଦିବାକର ପରିଡ଼ା, ଉପସଭାପତି ଅଭିରାମ ମହାନ୍ତି, ସମ୍ପାଦକ ଗୋଲେଖ ବିହାରୀ ରାଉତ, ଯାମିନିକାନ୍ତ ସାହୁ, ଦୁଃଶାସନ ନାୟକ, ଯାମିନୀ କାନ୍ତ ବିଶ୍ଵାଳଙ୍କ ସମେତ ଗୁପ୍ତି ଗ୍ରାମ ପଞ୍ଚାୟତର ଅଧିବାସୀଙ୍କ ଅକୁଣ୍ଠ ସହଯୋଗରେ ସମ୍ମିଳନୀ ସଫଳ ହୋଇଥିଲା।
ତେହେରାନ, ୦୪/୦୩: ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ହୋଇଛନ୍ତି ତାଙ୍କ ପୁଅ ମୋଜତାବା ଖାମେନେଇ। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ କରାଯାଇଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଚାପରେ ମୋଜତାବାଙ୍କୁ ସର୍ବୋଚ୍ଚ ନେତା ଭାବରେ ବଛା ଯାଇଥିଲା ହୋଇଥିଲା।
ଉଲ୍ଲେଖନୀୟ ଯେ ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନରେ ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ନିହତ ହୋଇଥିଲେ। ତାଙ୍କ ମୃତ୍ୟୁ ପରଠାରୁ, ମୋଜତାବା ଖାମେନି ସର୍ବୋଚ୍ଚ ନେତା ପଦ ପାଇଁ ଜଣେ ଆଗୁଆ ଦାବିଦାର ଥିଲେ।
ମୋଜତାବା ଖାମେନେଇ ଆୟାତୋଲ୍ଲା ଖାମେନେଇଙ୍କ ପୁଅ। ୫୬ ବର୍ଷୀୟ ମୋଜତାବା ଜଣେ ସିଆ ଧର୍ମଗୁରୁ। ତାଙ୍କର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ସହିତ ଘନିଷ୍ଠ ସମ୍ପର୍କ ଅଛି, ଯଦିଓ ସେ କେବେବି କୌଣସି ନିର୍ବାଚିତ କିମ୍ବା ଆନୁଷ୍ଠାନିକ ସରକାରୀ ପଦବୀରେ ରହିନାହାଁନ୍ତି।
ବରିଷ୍ଠ ଧର୍ମଗୁରୁ କିମ୍ବା ସରକାରୀ ପଦବୀରେ ନଥିବା ସତ୍ତ୍ୱେ, ମୋଜତାବା ସର୍ବଦା ବ୍ୟବସ୍ଥା ମଧ୍ୟରେ ପରଦା ପଛରେ ଯଥେଷ୍ଟ ପ୍ରଭାବ ପକାଇଥିବା ବିଶ୍ୱାସ କରାଯାଏ।
ସେ ଇରାନ-ଇରାକ ଯୁଦ୍ଧ ସମୟରେ ଇରାନ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲେ। ୨୦୧୯ ମସିହାରେ, ଆମେରିକାର ଅର୍ଥ ବିଭାଗ ତାଙ୍କ ଉପରେ କଟକଣା ଲଗାଇଥିଲା।






