AFFILIATE MARKETING

https://binomo.com?a=90810425bb57&t=0

Saturday, May 17, 2025

ମୁଖ୍ୟମନ୍ତ୍ରୀଙ୍କ ମା' ତାରାତାରିଣୀ ପୀଠ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ମା' ତାରାତାରିଣୀ ପୀଠ ଗସ୍ତ
ମା' ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ; ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ

ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ; ମଣିଷ ତିଆରି ମନ୍ଦିର ହେଉ

ଭୁବନେଶ୍ୱର
୮ ମଇ ୨୦୨୫

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା' ତାରାତାରିଣୀଙ୍କୁ ଦର୍ଶନ କରିବା ସହିତ ଏହି ଅଂଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ତାରାତାରିଣୀ ପୀଠ ବୁଲି ଦେଖିଥିଲେ ଏବଂ ଏହି ଅଂଚଳର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେବାକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକପ୍ରନିଧିଙ୍କ ସହିତ ଆଲୋଚନା କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ; ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା। ୧୦୦ ବର୍ଷ ଧରି, ଆମର ସ୍କୁଲ କେବଳ ଶ୍ରେଣୀଗୃହର ସମାହାର ନୁହେଁ। ଏହା ଜ୍ଞାନ ଓ ଚରିତ୍ରର ଏକ ପବିତ୍ର ସ୍ଥାନ। ଆମର ଭବିଷ୍ୟତ ଗଠନର ମୂଳଦୁଆରେ ଥିବା ପ୍ରତ୍ୟେକ ଇଟା ଦୃଢ଼ତାର କାହାଣୀ ଧାରଣ କରିଛନ୍ତି ।

ଆଜିର ଦିନରେ ତୁମମାନଙ୍କ ପାଇଁ ମୋର ଛୋଟ ଉପଦେଶ ରହିବ,  ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ। ଏହା ମାନବିକତା ବା ମଣିଷ ତିଆରି ମନ୍ଦିର ହେଉ। ଶିକ୍ଷାକୁ ସଠିକ ମାର୍ଗରେ ଉପଯୋଗ କରାଯାଉ। ଆଜି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଅନେକ ପିଲା  ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ବଂସ କରୁଛନ୍ତି। ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ। ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ। ଏଣୁ ଆମେ ପାଠ ପଢି ନିଜର, ନିଜ ପରିବାରର, ନିଜ ଗାଁର ଯଶ କୀର୍ତ୍ତି ବଢ଼େଇବା ସହ ଆମ ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ସେ ପୁଣି କହିଥିଲେଯେ, ଦୀର୍ଘ ୧୦୦ ବର୍ଷ ଧରି ଏହି ବିଦ୍ୟାଳୟ ଖଲ୍ଲିକୋଟ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରି ଆସୁଅଛି ଏବଂ  ଏହି ଶତାୟୁ ବିଦ୍ୟାଳୟରେ ପାଠ ପଢ଼ିବା, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗାଙ୍ଗଦହଣୀ ଉଚ୍ଚ ବିଦ୍ୟାଳୟର ଐତିହ୍ୟ, ଜୟଯାତ୍ରା ଓ ସଫଳତାକୁ ମନେ ପକେଇ ଯଥୋଚିତ ସମ୍ମାନ କରିବା ପାଇଁ ଏହା ହେଉଛି ପ୍ରକୃତ ଅବସର । ଏହା ହେଉଛି, ଆମ ପୂର୍ବତନ ଛାତ୍ରଙ୍କ ସଫଳତାର ଜୀବନ୍ତ ପ୍ରମାଣ। ଆପଣଙ୍କ ଯାତ୍ରା ଏଠାରେ ସ୍ଥାପିତ ମୂଲ୍ୟବୋଧକୁ ପ୍ରତିଫଳିତ କରେ, ଏବଂ ଆପଣଙ୍କ ସଫଳତା ଭବିଷ୍ୟତ ପିଢ଼ିକୁ ଉଚ୍ଚ ଲକ୍ଷ୍ୟ ଏବଂ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ।ଏହା ଏକ ବ୍ୟବସ୍ଥା ଯେଉଁଥିରେ ଆମେ ପିଲାମାନଙ୍କୁ ଉତ୍ତମ ନାଗରିକ ଭାବରେ ସେମାନଙ୍କର ଅଧିକାର ଏବଂ ସମାଜ, ରାଜ୍ୟ ଏବଂ ରାଷ୍ଟ୍ର ପ୍ରତି ସେମାନଙ୍କର କର୍ତ୍ତବ୍ୟ ବିଷୟରେ ପରିଚିତ କରାଉ । 

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିବାକୁ ଯାଇ ସେ କହିଥିଲେ, ଜୀବନରେ ସଂଘର୍ଷକୁ କେବେ ହେଲେ ଡରିବନି । ସଂଘର୍ଷର ରାସ୍ତାରେ ହିଁ ସଫଳତା ମିଳେ। ସଫଳତା ପାଇବା ପାଇଁ କୌଣସି ସର୍ଟକଟ ନାହିଁ, ଯଦି ଅଛି ତ କେବଳ ସଂଘର୍ଷ ଆଉ କଠିନ ପରିଶ୍ରମ। ପିଲାମାନେ, ତୁମମାନଙ୍କୁ ମୋର ଉପଦେଶ “ ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ”। କଠିନ ପରିଶ୍ରମ କର, ଫଳ ନିଶ୍ଚୟ ମଧୁର ହେବ । ତୁମେମାନେ ଜଣେ ଜଣେ ସଫଳ ବିଦ୍ୟାର୍ଥୀ ହେବା ସହିତ ଜଣେ ଜଣେ ଦକ୍ଷ ରାଷ୍ଟ୍ର ନିର୍ମାତା ହୁଅ। ତୁମେମାନେ ନିରାଶାର ଅନ୍ଧାରକୁ ଚିରି ଆଶାର ଆଲୁଅ ହେଇ ଜଳ। ନିଜର ଜ୍ଞାନ ଓ ଦକ୍ଷତା ବଳରେ ତୁମେମାନେ ଧୂପକାଠି ପରି ଜଳି ଅନ୍ୟକୁ ସୁବାସ ଦିଅ। ତୁମେମାନେ ଅମୃତର ସନ୍ତାନ। ତୁମେମାନେ ଅସାଧ୍ୟକୁ ସାଧ୍ୟ କରିପାରିବ। ସେ ବିଶ୍ୱାସ ଓ ଭରସା ମୋର ଅଛି। 

ଶିକ୍ଷା ପ୍ରତି ଆମ ସରକାରଙ୍କ ସର୍ବାଧିକ ଗୁରୁତ୍ୱ ରହିଛି। ଚଳିତ ବର୍ଷ ବଜେଟରେ ସ୍କୁଲ ଶିକ୍ଷା ପାଇଁ 31 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ 18 ପ୍ରତିଶତ ଅଧିକ । ସବୁ ବିଭାଗ ମଧ୍ୟରେ ସ୍କୁଲ ଶିକ୍ଷା ପାଇଁ ସର୍ବାଧିକ ବ୍ୟୟ ବରାଦ କରାଯାଇଛି। ତୁମମାନଙ୍କ ସ୍କୁଲ ଭଳି ରାଜ୍ୟରେ ଥିବା 100 ବର୍ଷରୁ ପୁରୁଣା ବିଦ୍ୟାଳୟ ଗୁଡିକୁ ଐତିହ୍ୟ ବିଦ୍ୟାଳୟ ଭାବେ ପୁନରୁଦ୍ଧାର କରିବା ଆମ ସରକାରଙ୍କ ଲକ୍ଷ୍ୟ । ଏହି ‘ଐତିହ୍ୟ ବିଦ୍ୟାଳୟ’ ଅଧିନରେ ରାଜ୍ୟରେ ଥିବା 50ରୁ ଅଧିକ ପୁରୁଣା ବିଦ୍ୟାଳୟ ଗୁଡିକର ନବୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ।

*ମା' ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କଲେ ଘୋଷଣା*

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ 8 କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।  

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହା ସହିତ ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ତଥା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବା ମହତ୍ତ୍ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ପୁଣି ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ସିଂହଦ୍ଵାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା, ବଣଭୋଜି ସ୍ଥଳ, ରାସ୍ତାଘାଟ ଉନ୍ନତିକରଣ ଯଥା ନବ ନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟ ରୋଡ ପାର୍ଶ୍ଵରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ, ସାଇନ୍ ବୋର୍ଡ, ମନ୍ଦିର ଚତୁର୍ଦ୍ଦିଗରେ ୫ ଗୋଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ଵ ଉନ୍ନତିକରଣ, ଋଷିକୂଲ୍ୟା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚାନଥାଉଯେ, ମା' ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଂଜୁର ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା,  ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ  ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିପୋଲିସ କର୍ମାଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ,

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ପୋଲିସ କର୍ମାଚାରୀଙ୍କ ପୋଷାକ ଭତ୍ତା  ଦ୍ବିଗୁଣିତ, 
କନେଷ୍ଟବଳ, ହାବିଲଦାର ଓ ସିପାହୀ ମାନଙ୍କ 'ଏକ୍‌ଷ୍ଟ୍ରା ଡ୍ୟୁଟି ପ୍ରୋତ୍ସାହନ ରାଶି'ରେ ମଧ୍ୟ ବୃଦ୍ଧି

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ପ୍ରକାଶ କଲେ କନେଷ୍ଟବଳ, ହାବିଲଦାର ଓ ସିପାହୀ ସଂଘ

ଓଡିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର 
୨୪ ଏପ୍ରିଲ ୨୦୨୫


ରାଜ୍ୟ ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ।
ଏହି ନିଷ୍ପତ୍ତି ଅନୁଯାୟୀ   କନଷ୍ଟେବଳ ଠାରୁ ଇନ୍‌ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି ।

 ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ ରୁ ୮୬୦୦ ଟଙ୍କା, ସବ୍‌ଇନ୍ସପେକ୍ଟର ଓ ଏ.ଏସ୍‌.ଆଇ ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ  ୮୪୦୦ ଟଙ୍କା,   ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା  ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍‌ସ ଆର୍ମି କର୍ମଚାରୀ ମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । 

ଏହି ପଦବୀର ସମାନ ର‍୍ୟାଙ୍କର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।

ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ (Extra Duty Incentive) ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 

 ଏହାସହିତ ହାବିଲଦାର ଓ ସମାନ ର‍୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍‌ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 

ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଯୋଗୁ ଆଜି କନେଷ୍ଟବଳ, ହବିଲଦାର ଓ ସିପାହୀ ସଂଘର କର୍ମକର୍ତ୍ତା ମାନେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଭେଟି କୃତଜ୍ଞତା ପ୍ରକାଶ କରିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତା ମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନ ଗୁଡିକରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

  ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୋଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ ।

ବିଶେଷକରି, ଅସହାୟ ମାନେ କିଭଳି ଯଥା ଶୀଘ୍ର ସହାୟତା ପାଇବେ, ଅସୁରକ୍ଷିତ ଲୋକେ କିଭଳି ତୁରନ୍ତ ସୁରକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦେବା ଓ ସମସ୍ତ ପୋଲିସ ଷ୍ଟେସନରେ FIR ତୁରନ୍ତ ଗ୍ରହଣ ଏବଂ ସେହି FIR ଉପରେ କିଭଳି ଠିକ୍‌ ସମୟରେ ତଦନ୍ତ କରାଯିବ, ସେଥିପ୍ରତି ଯତ୍ନଵାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ପୋଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ରାଜ୍ୟ  ପୋଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବୀ ଖାଲି ଥିବାବେଳେ, ଆହୁରି ୧୬, ୦୫୯ଟି ନୂଆ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

 ଏସବୁ ପଦବୀ ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୋଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୋଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀ ମାନେ ଅନ୍ୟ ରାଜ୍ୟକୁ ଯାଇ, ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

ବୈଠକ ଆରମ୍ଭରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ ସ୍ୱାଗତଭାଷଣ ଦେବା ସହିତ ନିକଟରେ ପୋଲିସ ବାହିନୀର ବିଭିନ୍ନ ବିଭାଗକୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

କନେଷ୍ଟବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଶ୍ରୀ ଅନିଲ  କୁମାର ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସଂପାଦକ ଶ୍ରୀ କିଶୋର କୁମାର ମହାନ୍ତି ଓ ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Friday, May 16, 2025

ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମହାମହିମଙ୍କ ୧୪ ପ୍ରଶ୍ନ

‘ସାମ୍ବିଧାନିକ ଶୀର୍ଷ ପଦର କ୍ଷମତା ଉପରେ ନ୍ୟାୟପାଳିକାର ହସ୍ତକ୍ଷେପ ଯଥାର୍ଥ କି’

ନୂଆଦିଲ୍ଲୀ, ୧୫/୦୫: ଏପ୍ରିଲ ୮ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ତାମିଲନାଡୁ ରାଜ୍ୟପାଳ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲକୁ ପକେଇ ରଖି ପାରିବେ ନାହିଁ। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ପାଖରେ ଭିଟୋ କ୍ଷମତା ନାହିଁ ଏବଂ ତାଙ୍କୁ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟପାଳଙ୍କ ଦ୍ୱାରା ପଠାଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ। ଯଦି ରାଷ୍ଟ୍ରପତି ୩ ମାସ ଭିତରେ କୌଣସି ନିଷ୍ପତି ନ ନେଇ ପାରିବେ, ତାହାଲେ ରାଜ୍ୟଗୁଡିକୁ କାରଣ ସମ୍ପର୍କରେ ରାଷ୍ଟ୍ରପତି ଜଣାଇବେ। ୩ ମାସ ଭିତରେ ବିଲ୍ ଉପରେ କୌଣସି ନିଷ୍ପତ୍ତି ନ ନେଇ ପାରିଲେ ରାଜ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲକୁ ରାଜ୍ୟପାଳ ଆର୍ ଏନ୍ ରବି ବହୁ ବର୍ଷ ଧରି ମୋହର ନ ମାରିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି ଏହା କହିଥିଲେ।

ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମୟସୀମା ରାୟ ଉପରେ ପ୍ରଶ୍ନ ଉଠାଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ବିଚାରପତି ସୁପର ପାର୍ଲିଆମେଣ୍ଟ ଭାବେ କାର୍ଯ୍ୟ କରୁଥିବା କହିଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ କରିଛନ୍ତି। ସମ୍ବିଧାନର ଧାରା ୧୪୩ (୧) ଆଧାରରେ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ଏହି ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନଗୁଡ଼ିକ ସମ୍ବିଧାନର ଧାରା ୨୦୦, ୨୦୧, ୩୬୧, ୧୪୩, ୧୪୨, ୧୪୫(୩), ୧୩୧ ସହିତ ଜଡ଼ିତ।

 

୧. ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳଙ୍କ ନିକଟରେ ଏକ ବିଲ୍ ଉପସ୍ଥାପିତ ହେଲେ ତାଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଛି?

୨. ରାଜ୍ୟପାଳଙ୍କ ସମ୍ମୁଖରେ ଏକ ବିଲ୍ ଉପସ୍ଥାପିତ ହେବା ସମୟରେ ମନ୍ତ୍ରୀ ପରିଷଦର ଉପଦେଶ ମାନିବାକୁ ରାଜ୍ୟପାଳ କ’ଣ ବାଧ୍ୟ କି?

୩. ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ନ୍ୟାୟସଙ୍ଗତ କି?

୪. ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାରରେ କୋର୍ଟ ହସ୍ତକ୍ଷେପ କରି ପାରିବେ କି?

୫. ରାଜ୍ୟପାଳଙ୍କ କାର୍ଯ୍ୟକଳାପର ନ୍ୟାୟିକ ଯାଞ୍ଚ ଉପରେ ନିଷେଧାଦେଶ ଲଗାଇ ପାରିବ କି ଧାରା ୩୬୧? ଧାରା ୨୦୦ ଅନୁଯାୟୀ ରାଜ୍ୟପାଳ କିପରି ତାଙ୍କ କ୍ଷମତାର ବ୍ୟବହାର କରିବେ ତାହା ମଧ୍ୟ ସେ କହିପାରିବେ କି?

୬. ସମ୍ବିଧାନର ଧାରା ୨୦୧ ଅନୁଯାୟୀ, ରାଜ୍ୟପାଳଙ୍କୁ ନିଜ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରି ପାରିବ କି କୋର୍ଟ?

୭. ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରି ପାରିବେ କି ଅଦାଲତ?

୮. ସମ୍ବିଧାନର ଧାରା ୧୪୩ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ନିଜ ଇଚ୍ଛାଧୀନ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଏବଂ ପ୍ରକ୍ରିୟା ଧାର୍ଯ୍ୟ କରି ପାରିବେ କି କୋର୍ଟ?

୯. ରାଜ୍ୟପାଳଙ୍କ ଠାରୁ ଆସିଥିବା ବିଲ୍ ନେଇ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟର ମତ ନେବାକୁ ବାଧ୍ୟ କି ରାଷ୍ଟ୍ରପତି?

୧୦. ସମ୍ବିଧାନର ଧାରା ୧୪୨ ଅନୁଯାୟୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତି ନେଉଥିବା ନିଷ୍ପତ୍ତି ଆଇନତଃ ଯୁକ୍ତି ସଙ୍ଗତ ବୋଲି ପୂର୍ବରୁ ଦର୍ଶାଇବାକୁ ପଡ଼ିବ କି?

୧୧. ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ନ୍ୟାୟିକ ବ୍ୟବସ୍ଥା ବଦଳାଇ ପାରିବ କି?

୧୨. ସମ୍ବିଧାନର ଧାରା ୧୪୫ (୩) ଅନୁଯାୟୀ, ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇ ପାରିବ କି?

୧୩. ସମ୍ବିଧାନର ଧାରା ୧୪୨ ଅନୁଯାୟୀ, ସାମ୍ବିଧାନିକ ବ୍ୟବସ୍ଥାକୁ ବିରୋଧ କରୁଥିବା ଭଳି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇ ପାରିବେ କି?

୧୪. ସମ୍ବିଧାନର ଧାରା ୧୩୧ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ କୋର୍ଟକୁ ସମ୍ବିଧାନ ଅଧିକାର ଦେଇଛି କି?

Thursday, May 15, 2025

ରାଜ୍ୟସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ

ଜନତାଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୦୫: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।

ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ, Chief Development Officer ଏବଂ ବ୍ଲକ୍‍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି।

ଆପଣମାନେ କ୍ଷେତ୍ର ସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି। ତେଣୁ ମୁଖ୍ୟ କଥା ହେଉଛି, ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍‍ ଭାବରେ ପହଞ୍ଚାନ୍ତୁ। ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ । ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ। ଏହା ସେମାନଙ୍କ ଅଧିକାର। ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ। ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଆପଣମାନେ ନିଜକୁ ଜନସେବକ ଭାବି କାମ କରନ୍ତୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ସବୁବେଳେ ନିଜକୁ ପ୍ରଧାନ ସେବକ ବୋଲି କହି ଆସିଛନ୍ତି । ମୁଁ ମଧ୍ୟ ନିଜକୁ ଓଡ଼ିଶାର ମୁଖ୍ୟ ସେବକ ବୋଲି ମନେକରେ । ଆପଣ ନିଯୁକ୍ତି ପାଇଛନ୍ତି ଲୋକଙ୍କ ସେବା କରିବା ପାଇଁ, ତେଣୁ ସେବା ମନୋଭାବ ନେଇ ନିଷ୍ଠାର ସହ କାମ କରିବା ଆପଣମାନଙ୍କ ଦାୟିତ୍ୱ । ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ, ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମୁଖ୍ୟତଃ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ସୁଭଦ୍ରା, ଭିଜନ ୨୦୩୬ ଓ ୨୦୪୭ ଭଳି ଅନେକ ଯୋଜନା ଜନହିତରେ କାର୍ଯ୍ୟ କରୁଛି ଓ କରିବାକୁ ଯାଉଛି, ଏହାର ସଫଳ ରୂପାୟନର ଗୁରୁ ଦାୟିତ୍ୱ ଆପଣଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକାରୀତା ଉପରେ ଆଲୋକପାତ କରି କହିଥିଲେ, MGNREGSରେ ଅନ୍ୟୁନ୍ୟ ପକ୍ଷେ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇଦେବା ସହ ଏହି ସବୁ କାର୍ଯ୍ୟରେ ମେସିନ୍ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରିଭୁତ ହେବ। ସେ କହିଥିଲେ ଯେ, ପ୍ରକଳ୍ପ ଗୁଡିକ ପୂର୍ଣ୍ଣାଙ୍ଗ କରିବା ପାଇଁ ହେଲେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି କାମ କରନ୍ତୁ ଓ ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରୀତା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ କହିଥିଲେ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଗାଁର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ। ଏହି ଦୃଷ୍ଟିକୋଣ ଆଧାରରେ ଆମେ କାମ କରୁଛୁ। ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧତାକୁ ଆପଣମାନେ ପ୍ରାଥମିକତା ଦେଇଛନ୍ତି । ସରକାରଙ୍କ ଯୋଜନାକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଲେ, ସରକାରଙ୍କର ସଠିକ ମୂଲ୍ୟାଙ୍କନ ହୋଇ ପାରିବ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଆମକୁ ସଫଳ କରାଇବ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବିକଶିତ ଓଡିଶାର ରୋଡମ୍ୟାପରେ ଗାଁର ବିକାଶକୁ ହିଁ ଆମେ ପ୍ରାଥମିକତା ଦେଇଛୁ। ଏଣୁ ପ୍ରତ୍ୟେକ ବ୍ଲକରେ ଏହି ବିକାଶର ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ହେଉଛି ଆପଣ ମାନଙ୍କର ।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଗିରୀଶ ଏସ.ଏନ. ସ୍ୱାଗତଭାଷଣ ଦେଇଥିବା ବେଳେ, ନିର୍ଦ୍ଦେଶକ, ପାନୀୟ ଜଳ ଓ ପରିମଳ ଶ୍ରୀଯୁକ୍ତ ଭିନୀତ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଦ୍ବି-ଦିବସୀୟ କର୍ମଶାଳା ତଥା ବୈଠକରେ ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୩୧୪ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଯୋଗ ଦେଇଥିଲେ।

ABDOଙ୍କ ଘରେ ଭିଜିଲାନ୍ସ ରେଡ୍ଆୟକୁ ଅଧିକ ସମ୍ପତ୍ତି ଅର୍ଜିତ

ଆୟକୁ ଅଧିକ ସମ୍ପତ୍ତି ଅର୍ଜିତ

ଭୁବନେଶ୍ୱର, ୧୫/୦୫: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ) ଅସିତ କୁମାର ପାତ୍ରଙ୍କ ଘରେ ଚଢ଼ାଉ କରାଯାଇଛି। ଆୟ‌ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି। ଏବିଡିଓଙ୍କ ଅଫିସ ସମେତ ଯାଜପୁର, କଟକ, ଭୁବନେଶ୍ୱର ଓ ଭଦ୍ରକର ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ସାମିଲ ଅଛନ୍ତି।

ଯାଜପୁର ରୋଡ୍ ର କହ୍ନେଇପୁର ନିକଟସ୍ଥ ଚୋରଡ଼ାଠାରେ ଥିବା ଏକ ୪ ମହଲା କୋଠା, କଟକର ଚାଉଳିଆଗଞ୍ଜସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଥିବା ତାଙ୍କ ଫ୍ଲାଟ୍, ଯାଜପୁରର ସୁନ୍ଦରୀମୁହାଣ ନିକଟ ଗରଦେଶ୍ୱରସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକ ସାନବନସ୍ତରେ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା ବ୍ଲକସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର, ଧର୍ବ୍ଲମଶାଳାରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଏକ ବାସଗୃହ ପ୍ଲଟ୍ ଉପରେ ଚଢ଼ାଉ ଚାଲିଛି।

ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର, ଏହି ବର୍ଗର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୪/୦୫: ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିବା ସହ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ । ଏହି ନୀତି ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ । ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ, ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ ଓ ଏମପିଏଡ ପାଠ୍ୟକ୍ରମରେ ଲାଗୁ କରାଯିବ, ଯାହା ପ୍ରଶଂସନୀୟ ନିଷ୍ପତି ।

‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ । ମୋଦୀ ସରକାର ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଆସୁଛନ୍ତି । ଏସଇବିସି ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ତତ୍କାଳୀନ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନଦେଇ ଅବହେଳିତ କରିଆସୁଥିଲେ । ଆଜି ଦେଶରେ ଯେତେବେଳେ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତିକୁ ମୋଦୀ ସରକାର କ୍ୟାବିନେଟରେ ମଞ୍ଜୁର ଦେଇଛନ୍ତି, ସେଭଳି ସମୟରେ ଓଡ଼ିଶା ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଏପ୍ରିଲ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଅବଗତ କରାଇଥିଲେ ।

ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ୩୧ ଡିସେମ୍ବର ୨୦୨୦, ୧୫ ଜାନୁଆରୀ ୨୦୨୦ ଏବଂ ୨୫ ଜୁଲାଇ ୨୦୧୯ରେ ଏହି ପ୍ରସଙ୍ଗରେ ତିନି ଥର ପତ୍ର ଲେଖିବା ପରେ ବି ପୂର୍ବ ସରକାର କୌଣସି ତତ୍ପରତା ଦେଖାଇନଥିଲେ ।

Tuesday, May 13, 2025

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ‘ନିଃସର୍ଭ’

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ
‘ନିଃସର୍ଭ’ 
ଭୁବନେଶ୍ୱର  : ଆମର
ମ୍ୟୁଜିକ୍ ଦ୍ବାରା ରିଲିଜ୍ ହୋଇଛି ମ୍ୟୁଜିକ୍ ଭିଡିଓ
‘ନିଃସର୍ଭ’ । ଏହାର ସିଡି ଉନ୍ମୋଚିତ
ହୋଇଯାଇଛି । ଏହି ଅବସରରେ ପ୍ରଯୋଜକ
ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ, ଶିବାଶିଷ
ମହାନ୍ତି, ସମାଜସେବୀ ବୁଲନ ଭାଇଙ୍କ ସମେତ
ଭିଡିଓର ନିର୍ଦ୍ଦେଶକ ବାବୁ ବାବୁ, ଅଭିନେତା
ବିକ୍ରମ ଓ ଅଭିନେତ୍ରୀ ପ୍ରତୀକ୍ଷା ଉପସ୍ଥିତ
ଥିଲେ। ଭିଡିଓରେ ଏକ ନିଚ୍ଛକ ଭଲ ପାଇବାର
କାହାଣୀ ଦେଖିବାକୁ ମିଳିଛି। ସେହିପରି
ଗୀତକୁ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା
ଦେଇଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ
ନିଜେ ମଧ୍ଯ କଣ୍ଠଦାନ କରିଛନ୍ତି। ବିଭିନ୍ନ
ଚଳଚ୍ଚିତ୍ର ଓ ମେଗା ଧାରାବାହିକରେ ଅଭିନୟ
କରିଥିବା ବିକ୍ରମ ଓ ଅଭିନେତ୍ରୀ ପ୍ରତୀକ୍ଷା ଏହି
ମ୍ୟୁଜିକ୍ ଭିଡିଓରେ ସୁନ୍ଦର ଅଭିନୟ କରିଛନ୍ତି।

Friday, May 9, 2025

ପାକିସ୍ତାନ ର କମୁଛି ସମର୍ଥନ, କମୁଛି ଶକ୍ତି

କମୁଛି ସମର୍ଥନ, କମୁଛି ଶକ୍ତି

ନୂଆଦିଲ୍ଲୀ, ୦୯/୦୫: ପାକିସ୍ତାନ ବାରମ୍ବାର ଭାରତ ସହିତ ଲଢେ଼ଇ କରୁଛି। ଯେତିକି ଥର ପାକିସ୍ତାନ ଭାରତର ସାମ୍ନା କରିଛି, ସେତେବେଳେ ଆମେରିକାର ଶରଣ ପଶିଛି। ପାକିସ୍ତାନର ମନରେ ଆମେରିକାର ସାହସ ନେଇ ଭାରତ ସହ ଲଢିଥାଏ। କିନ୍ତୁ ଏଥର ପାକିସ୍ତାନର ଭରସାଯୋଗ୍ୟ ଲାଇଫଲାଇନ ଆମେରିକା ତା’ର ସାଥ୍ ଛାଡିଦେଇଛି। କୌଣସି ମତ୍ତେ ପାକିସ୍ଥାନକୁ ସମର୍ଥନ କରିବ ନାହିଁ ବୋଲି ସିଧା ଶୁଣାଇ ଦେଇଛି। ଭାରତର ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ପାଇଁ ଆମେରିକାର କୋଳ ଖାଲି ହୋଇଯାଇଛି।

ପୂର୍ବରୁ କାର୍ଗିଲ ଯୁଦ୍ଧ ବେଳେ ଭାରତ ଭିତରକୁ ରାଜସ୍ଥାନ ସୀମା ଦେଇ ପାକିସ୍ତାନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଆମେରିକାର ସ୍ପାଏ ସାଟେଲାଇଟରେ ଦେଖିଥିଲା ଆମେରିକା। କିନ୍ତୁ ସାର୍ବଜନୀନ ଭାବେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସିଧାସଳଖ କାର୍ଗିଲରେ ପାକିସ୍ତାନର ଭୂମିକାକୁ ସିଧାସଳଖ ଏଡାଇ ଯାଇଥିଲେ। କିନ୍ତୁ ସରିଫ ଏ ବିଷୟରେ ଅବଗତ ଥିବାରୁ ସେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଶରଣ ପଶିଥିଲେ। ପରେ ସରିଫ କାର୍ଗିଲରୁ ନିଜ ଦେଶର ସୈନ୍ୟଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନୁପ୍ରବେଶକାରୀହାନେ ଆଉ କାର୍ଗିଲରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ। ଯାହା ପରେ ଯୁଦ୍ଧ ଥମିଥିଲା।

ସେହିପରି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ପରମାଣୁ ଶକ୍ତି ଚାଳିତ ବିମାନବାହୀ ଜାହାଜ ୟୁଏସଏସ ଏଣ୍ଟରପ୍ରାଇଜ ନେତୃତ୍ୱରେ ବଙ୍ଗୋପସାଗରରେ ସ୍ଥଳ ସୀମାରୁ ଆକ୍ରମଣ କରିଥିଲା ପାକିସ୍ତାନ।

ସେହିପରି ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ପରେ ସମସ୍ୟାର ସମାଧାନ ପାଇଁ ଆମେରିକା ତା’ର ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀ ପଠାଇଥିଲା।

କିନ୍ତୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସିଧାସଳଖ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି କହି ଦେଇଛନ୍ତି। ଆମେ ଯାହା କରିପାରିବା ତାହା ହେଉଛି ଏହି ଲୋକମାନଙ୍କୁ ଟିକିଏ ଉତ୍ତେଜନା ହ୍ରାସ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିବା। କିନ୍ତୁ ଆମେ ଏକ ଯୁଦ୍ଧ ମଝିରେ ସାମିଲ ହେବୁ ନାହୁଁ। ଆମେରିକା ଭାରତ କିମ୍ବା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ନ ଉଠାଇବାକୁ କହିପାରିବୁ ନାହିଁ। କାରଣ ଏହା ଆମର ବ୍ୟକ୍ତିଗତ ଘଟଣା ନୁହେଁ ବୋଲି ଜେଡି ଭାନ୍ସ କହିଛନ୍ତି।

ଅନ୍ୟପଟେ ପାକିସ୍ତାନର ଏହି ଯୁଦ୍ଧ ମଧ୍ୟରେ ବେଲୁଚିସ୍ତାନକୁ ମଧ୍ୟ ଫାଇଦା ମିଳୁଛି। ବେଲୁଚିସ୍ତାନ ସ୍ୱତନ୍ତ୍ର ଭାବେ ଅଲଗା ରାଷ୍ଟ୍ର ଗଠନ ପାଇଁ ଦାବି କରି ଆସୁଥିବାରୁ ବିଏଲଏ ଆକ୍ରମଣ କରୁଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ କେବଳ ଚୀନ, ତୁର୍କୀ ଓ ଆଜରବାଇଜାନ ସମର୍ଥନ କରୁଥିବା ବେଳେ ଅନ୍ୟ‌ କୌଣସି ରାଷ୍ଟ୍ର ପାକିସ୍ତାନର ସହଯୋଗ କରୁ ନାହାନ୍ତି। କିନ୍ତୁ ଭାରତକୁ ଆରବ ଦେଶଗୁଡ଼ିକ ସମର୍ଥନ କରୁଛନ୍ତି।

ଔଷଧ ବିକଳରେ ତାଟିଆ କାମୁଡିବା ଭଳି ପାକିସ୍ତାନ ସହଯୋଗ ପାଉନଥିବାରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ପାକିସ୍ତାନର ପୁରୁଣା ରେକର୍ଡ ରହିଛି ଯେ, ଯେତେବେଳେ ବି ଭାରତ ସହ ଉତ୍ତେଜନା ଲାଗି ରୁହେ ସେ ପରମାଣୁ ଆକ୍ରମଣର‌ ଧମକ ଦିଏ ନହେଲେ, ଅନ୍ତର୍ଜାତୀୟ ମଧ୍ୟସ୍ଥତାର ସହଯୋଗ ଲୋଡ଼େ ଏବଂ ଆମେରିକାର ଶରଣ ପଶେ। ଯାହା ଚଳିତ ଥର ସମ୍ଭବପର ହୋଇପାରିନାହିଁ।

Wednesday, May 7, 2025

ଅପରେସନ ସିନ୍ଦୁର’: ଭାରତର ବଦଲା

ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ

୮ ଜଣ ମୃତ: ପାକ୍ ଅଧିକାରୀ

ନୂଆଦିଲ୍ଲୀ, ୦୭/୦୫: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦର ଗଡ଼ ମୁରିଦକେ ଓ ବାହାଓ୍ଵାଲପୁର ସମେତ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

ଏପ୍ରିଲ ୨୨ ରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ରାତି ୧ଟା ୪୪ମିନିଟରେ ଏହି ଆକ୍ରମଣ କରାଯାଇଛି। ଏହି ଅପରେସନର ନାମ ‘ଅପରେସନ ସିନ୍ଦୁର’ ରଖାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ନିଶ୍ଚିତ କରିଛି , ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରାଯାଇଛି।

ଏୟାର ଷ୍ଟ୍ରାଇକ ଯୋଗୁଁ ଧର୍ମଶାଳା, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଭୁଜ ଏବଂ ଅମୃତସରକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ ଜେଟ୍, ଆକାଶ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ସମେତ ପ୍ରମୁଖ ବିମାନ ଚଳାଚଳ ବନ୍ଦ ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏୟାର ଇଣ୍ଡିଆ କହିଛି ଯେ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି।

ସେହିପରି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ବିକାନେର, ଯୋଧପୁର ଏବଂ ଧର୍ମଶାଳାକୁ ଆସୁଥିବା ଏହାର ସମସ୍ତ ବିମାନକୁ ଆଜି ପାଇଁ ବାତିଲ କରାଯାଇଛି। ଅନ୍ୟପଟେ ଜମ୍ମୁ, କାଠୁଆରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ। ସାମ୍ବା, ରାଜୌରୀ, ପୁଞ୍ଚେରେ ମଧ୍ୟ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ପ୍ରତି ବିଶ୍ୱ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଉଚିତ ବୋଲି ଏକ ପୋଷ୍ଟରେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେ ପାକିସ୍ତାନର କୌଣସି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇନାହିଁ। ଲକ୍ଷ୍ୟ ଚୟନ ଏବଂ କାର୍ଯ୍ୟକାରିତା ପଦ୍ଧତିରେ ଭାରତ ଯଥେଷ୍ଟ ସଂଯମତା ପ୍ରଦର୍ଶନ କରିଛି। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦାୟୀ କରାଯିବ ବୋଲି ଭାରତ ପ୍ରତିଶ୍ରୁତି ପାଳନ କରୁଛି।

ପ୍ରତିକୂଳ ଆକ୍ରମଣ ହେଲେ ପ୍ରଭାବଶାଳୀ ବେସାମରିକ ସୁରକ୍ଷା ପାଇଁ ସମଗ୍ର ଦେଶରେ ପ୍ରତିରକ୍ଷା ସୁରକ୍ଷା ମକ୍ ଡ୍ରିଲ୍ ର କିଛି ଘଣ୍ଟା ପୂର୍ବରୁ ଭାରତ ଏହି ଆକ୍ରମଣ କରିଛି।

ଆକ୍ରମଣରେ ପାକର ୮ ଜଣଙ୍କ ମୃତ୍ୟୁ ହୋଇଥିବା ପାକ୍ ଅଧିକାରୀ କହିଛନ୍ତି।

Tuesday, May 6, 2025

ବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ

ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ

ଭୁବନେଶ୍ୱର,୦୫/୦୫: ବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ ଅବସରରେ ଇ.ଏସ୍‌.ଆଇ, ହସ୍ପିଟାଲ୍‌ ଛକ, ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଅମରସ୍ମୁତିର ଜୟଗାନ କରଥିଲେ । ଏହି ଅବସରରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପୂର୍ବତନ ବିଧାୟକ ଶ୍ରୀ ପ୍ରୀୟଦର୍ଶି ମିଶ୍ର, ପୂର୍ବତନ ବିଧାୟକଶ୍ରୀ ସୁବର୍ଣ୍ଣ ନାଏକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ନାଗରିକ ବିକାଶ ପରିଷଦ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱରର ସଦସ୍ୟଗଣ ଉପସ୍ଥିତ ରହି ବିପ୍ଳବୀ ଧରଣୀଧରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବଢ଼ିଲା ଯୁଦ୍ଧ ଆଶଙ୍କା୭ରେ ପ୍ରତିରକ୍ଷା ପ୍ରସ୍ତୁତି ମକଡ୍ରିଲ

ବଢ଼ିଲା ଯୁଦ୍ଧ ଆଶଙ୍କା

୭ରେ ପ୍ରତିରକ୍ଷା ପ୍ରସ୍ତୁତି ମକଡ୍ରିଲ


ନୂଆଦିଲ୍ଲୀ, ୦୫/୦୫: ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଯେକୌଣସି ମୁହୂର୍ତ୍ତରେ ବି ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଶସ୍ତ୍ର ବାହିନୀର ଘନଘନ ବୈଠକରୁ ସ୍ପଷ୍ଟ ଅନୁମାନ କରି ହେଉଛି। ଅନ୍ୟପଟେ ଅପରପଟୁ ଆକ୍ରମଣ ହେଲେ ପଡା ଜବାବ ଦେବା ପାଇଁ ପ୍ରଭାବଶାଳୀ ବେସାମରିକ ସୁରକ୍ଷା ସୁନିଶ୍ଚିତ କରିଛନ୍ତି କେନ୍ଦ୍ର ସରକାର। ତେଣୁ ଅନେକ ରାଜ୍ୟକୁ ମେ ୭ ତାରିଖ ବୁଧବାର ଦିନ ପ୍ରତିରକ୍ଷା ପ୍ରସ୍ତୁତି ମକ୍ ଡ୍ରିଲ୍ କରିବାକୁ କହିଛନ୍ତି।

ମକଡ୍ରିଲରେ ଏହି ସବୁ ବ୍ୟବସ୍ଥା କରାଯିବ:-

୧. ଶତ୍ରୁତାପୂର୍ଣ୍ଣ ଆକ୍ରମଣ ହେଲେ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆକାଶମାର୍ଗରୁ ସାଇରନ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଚେତାବନୀ ଆକାରରେ ଏହି ସାଇରନକୁ କାର୍ଯ୍ୟକ୍ଷମ କରାଯିବ।

୨. ଆକ୍ରମଣ ସମୟରେ ନାଗରିକଙ୍କ ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦିଆଯାଇ ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

୩. ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇ ବ୍ଲାକ୍ ଆଉଟ୍ ବ୍ୟବସ୍ଥା କରାଯିବ।

୪. ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶତ୍ରୁ ଆଢ଼ୁଆଳରେ ରଖିବା ପାଇଁ ଛଦ୍ମ ବେଶର ବ୍ୟବସ୍ଥା କରାଯିବ।

୫. ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍କାସନ ଯୋଜନାକୁ ବ୍ୟାପକ କରାଯିବ।

୧,୧୬୪ ଏକର ଜମିରେ ୫,୬୩୧ କୋଟି ଟଙ୍କା ବିନିଯୋଗରେ ବିକଶିତ ହେବ ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର

୩ଟି ପର୍ଯ୍ୟାୟରେ ନିର୍ମାଣ ହେବ

ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ

ଭୁବନେଶ୍ୱର, ୦୬/୦୫: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି ୫,୬୩୧ କୋଟି ଟଙ୍କା ମୂଲ୍ୟରେ ୧,୧୬୪ ଏକର ଜମିରେ ବିକଶିତ ହେବ। ଏହି ନିର୍ମାଣ କାର୍ଯ୍ୟ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ କରିବ ।

ଏହି ବିମାନ ବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପବିତ୍ର ପୁରୀ ସହର ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କେ. ରାମ ମୋହନ ନାଇଡୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ

ଗତ ତିନି ମାସ ମଧ୍ୟରେ ସାମିଲ ହୋଇଛନ୍ତି ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ

ଭୁବନେଶ୍ଵର, ୦୬/୦୫: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ-ପାଳନ ଯୋଜନାକୁ ମିଳିଛି ପ୍ରାରମ୍ଭିକ ସଫଳତା । ଗତ ତିନି ମାସ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ ଗୋ-ପାଳନ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆନ୍ଧ୍ର-ପ୍ରଦେଶ, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରୁ ଏହି ଗାଈ ଅଣାଯାଇଛି । ଫଳରେ ଦୁଗ୍ଧ-ଚାଷୀଙ୍କ ଜୀବନ-ଜୀବିକାକୁ ଗୋ-ପାଳନ ଯୋଜନା ଅଧିକ ସୁରକ୍ଷିତ ଓ ସଶକ୍ତ କରିଛି ।  ଆମ ରାଜ୍ୟରେ ଉନ୍ନତ ପ୍ରଜାତିର ଗୋ-ପାଳନ ପାଇଁ ମଧ୍ୟ ଏହା ସହାୟକ ହେବ ଓ ଅନ୍ୟମାନଙ୍କୁ ପ୍ରେରିତ କରିବ ।

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା -୨୦୨୫ ଆୟୋଜନ ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଚାଷୀମାନଙ୍କୁ ଗୋ-ଆହେଡ୍ ଲେଟର୍ ବା କାର୍ଯାଦେଶ ପତ୍ର ପ୍ରଦାନ କରିଥିଲେ । ସରକାରୀ ସହାୟତା ପାଇ ଚାଷୀମାନେ ବାହାର ରାଜ୍ୟରୁ ଦୁଧିଆଳୀ ଗାଈ କ୍ରୟ କରିଛନ୍ତି । ଏବେ ଏହି ଉତ୍କୃଷ୍ଟମାନର ଦୁଧିଆଳୀ ଗାଈ ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗେମ୍‌ଚେଞ୍ଜର୍‌ ଭାବେ ଉଭା ହୋଇଛି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଏହି ଗୋପାଳନ ଯୋଜନାରେ ପ୍ରଥମ କରି ତିନୋଟି ୟୁନିଟ ପ୍ରତିଷ୍ଠା ହୋଇଛି । ସମସ୍ତ ତିନି ଦୁଗ୍ଧ ଚାଷୀ ହେଉଛନ୍ତି ମହିଳା । ଏହି ସଫଳତା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରୁଛି । ଗୋପାଳକଙ୍କ ଜୀବିକାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବା ନିମନ୍ତେ  ରାଜ୍ୟ ସରକାର ଗୋ-ପାଳନ ଯୋଜନା ଆରମ୍ଭ କରିଛନ୍ତି  । ଦୈନିକ ଅତି କମରେ ୧୦ ଲିଟରରୁ ଅଧିକ ଦୁଗ୍ଧ ଦେଉଥିବା ଗାଈ କ୍ରୟ କରିବା ନିମନ୍ତେ ରାଜ୍ୟ ସରକାର ୭୦ ପ୍ରତିଶତ ପର୍ଯନ୍ତ ସବସିଡି ପ୍ରଦାନ କରୁଛନ୍ତି । ସମ୍ପୂର୍ଣ୍ଣ ସ୍ଵଚ୍ଛତାର ସହ ଚାଷୀମାନେ ସେମାନଙ୍କର ପସନ୍ଦ ମୁତବକ ଗାଈ ବାହାର ରାଜ୍ୟରୁ କ୍ରୟ କରି ପାରୁଛନ୍ତି । ଏହି ଯୋଜନାରେ ଗାଈ କ୍ରୟ କରିବାର ୭-୧୦ ଦିନ ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବସିଡି ପ୍ରଦାନ କରାଯାଇଥାଏ ।  ତେଣୁ ଅଧିକରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନାରେ ସାମିଲ ହେବାକୁ ମତ ପ୍ରକାଶ ପାଉଛି ।

ଦୁର୍ଘଟଣା ପୀଡ଼ିତଙ୍କ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ତୁରନ୍ତ ମିଳିବ ନଗଦ ବିହୀନ ଚିକିତ୍ସା

ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ପାଇବେ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ, ୦୬/୦୫: ଦେଶରେ ସଡ଼କ ଦୁର୍ଘଟଣାରେ ଆହତ ହେଲେ ତୁରନ୍ତ ମିଳିବ ନଗଦ ବିହୀନ ଚିକିତ୍ସା। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଏକ ଯୋଜନା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗତ ଜାନୁୟାରୀ ମାସ ୮ ତାରିଖରେ ଏହି ବିଷୟରେ ଘୋଷଣା କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ କ୍ୟାସଲେସ୍ ଚିକିତ୍ସା ଯୋଜନା, ୨୦୨୫ ଅଧୀନରେ ଜଣେ ପୀଡ଼ିତ ଦୁର୍ଘଟଣା ଘଟିବା ପରେ ଯେକୌଣସି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ କ୍ୟାସଲେସ୍ ଚିକିତ୍ସା ପାଇ ପାରିବେ। ଦେଶର ଯେକୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ବି ଏହି ସୁବିଧା ମିଳିବ। ମେ ୫, ୨୦୨୫ରୁ ଏହା କାର୍ଯ୍ୟକାରୀ ହୋଇଛି।

କୃଷି କ୍ଷେତ୍ରର ବିକାଶରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର

ଆଗୁଆ ସୂଚନା ପ୍ରଦାନ ପାଇଁ ଆଗେଇ ଆସିଛି AMNEX

ଭୁବନେଶ୍ୱର, ୦୬/୦୫: କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୃଷିଭିତ୍ତିକ ଭୌଗଳିକ ତଥ୍ୟକୁ ଅନୁଧ୍ୟାନ କରି ଚାଷୀଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ପାଇଁ ଏଏମଏନଇଏକ୍ସ (AMNEX) ନାମକ ସଂସ୍ଥା ଆଗେଇ ଆସିଛି । ଏହି ସଂସ୍ଥାର ପ୍ରତିନିଧିଙ୍କ ପକ୍ଷରୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରଦର୍ଶନ କରାଯାଇଥିଲା ।

କୃଷି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ନିହାତି ଜରୁରୀ । କୃତ୍ରିମ ବୁଦ୍ଧିମତାର ଉପଯୋଗରେ ସଠିକ୍ ତଥ୍ୟ ହାତପାହାନ୍ତାରେ ପାଇବା ସହଜସାଧ୍ୟ ହୋଇପାରିଛି । ଆମ ଦେଶର ମେରୁଦଣ୍ଡ, କୃଷକଙ୍କୁ ସମୟୋପଯୋଗୀ କୃଷି ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ଫସଲ ହାନିରେ ହ୍ରାସ ତଥା ଉତ୍ପାଦନରେ ଅଭିବୃଦ୍ଧି ଆଣିବା ପାଇଁ ଆମେ ସର୍ବଦା ଚେଷ୍ଟିତ । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଆମେ ଗ୍ରହଣ କରୁଛୁ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

କୃଷି କ୍ଷେତ୍ରର ବିକାଶରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏହାର ବ୍ୟବହାର ଫଳରେ ଅଧିକ ସଂଖ୍ୟକ ଚାଷୀଙ୍କୁ ସମୃଦ୍ଧ ଚାଷୀରେ ପରିଣତ କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି ବୋଲି ମତପ୍ରକାଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ।

ଏଏମଏନଇଏକ୍ସ ସଂସ୍ଥା ପୂର୍ବରୁ କୃଷି ବିଭାଗ ଦ୍ଵାରା କରାଯାଉଥିବା ଏଗ୍ରିଷ୍ଟାକ- ଡିଜିଟାଲ କ୍ରପ ସର୍ଭେ, ଫାର୍ମର୍ସ ରେଜିଷ୍ଟ୍ରୀ ଇତ୍ୟାଦି ପାଇଁ ବୈଷୟିକ ସହାୟତା ଯୋଗାଇ ଆସିଛି । ଏତଦବ୍ୟତୀତ, କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ସହ ଯୋଡ଼ି ହୋଇ ୩୩ଟି ଫସଲ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରୁଛି ।

ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଏଏମଏନଇଏକ୍ସ ପକ୍ଷରୁ ଶ୍ରୀ ପରିଚୟ କୁମାର ଦାସ, ନୀତିଶ ଠକ୍କର, ଜୟେନ୍ଦ୍ର ପୁୱାର, ଆନନ୍ଦ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।

ଉପକୂଳବର୍ତ୍ତୀ ଓ ସହରାଞ୍ଚଳରେ ବାଜିବ ସାଇରନ୍

ଉପକୂଳବର୍ତ୍ତୀ ଓ ସହରାଞ୍ଚଳରେ ବାଜିବ ସାଇରନ୍

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି


ଭୁବନେଶ୍ୱର, ୦୬/୦୫: ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହାର ଜବାବରେ ଭାରତୀୟ ଗୃହ ମନ୍ତ୍ରଣାଳୟ ମେ ୭ ତାରିଖରେ ଦେଶବ୍ୟାପୀ ପ୍ରତିରକ୍ଷା ପ୍ରସ୍ତୁତି ମକ୍ ଡ୍ରିଲ୍ କରିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧୨ଟି ପ୍ରମୁଖ ସ୍ଥାନରେ ଏହି ମକ୍ ଡ୍ରିଲ୍ କରାଯିବ।

ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ଚିଠି ଜାରି କରିଛି, ଯେଉଁଥିରେ ମେ ୭ ତାରିଖରେ ଦେଶବ୍ୟାପୀ ୨୪୪ଟି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟାପକ ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଦେଶବ୍ୟାପୀ ଅଭ୍ୟାସର ଉଦ୍ଦେଶ୍ୟ। ଓଡ଼ିଶାରେ ୧୨ଟି ଉପକୂଳବର୍ତ୍ତୀ ଓ ସହରାଞ୍ଚଳ ସ୍ଥାନରେ ଏହି ଅଭ୍ୟାସ କରାଯିବ।

ଓଡ଼ିଶାର ଯେଉଁ ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ ସେଗୁଡ଼ିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ତାଳଚେରରେ କାଟେଗୋରି ୱାନ୍ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି ଟୁ ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା ଏବଂ କାଟେଗୋରି ଥ୍ରି ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ରହିଛି।

୧. ଶତ୍ରୁତାପୂର୍ଣ୍ଣ ଆକ୍ରମଣ ହେଲେ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆକାଶମାର୍ଗରୁ ସାଇରନ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଚେତାବନୀ ଆକାରରେ ଏହି ସାଇରନକୁ କାର୍ଯ୍ୟକ୍ଷମ କରାଯିବ।

୨. ଆକ୍ରମଣ ସମୟରେ ନାଗରିକଙ୍କ ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦିଆଯାଇ ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

୩. ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇ ବ୍ଲାକ୍ ଆଉଟ୍ ବ୍ୟବସ୍ଥା କରାଯିବ।

୪. ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶତ୍ରୁ ଆଢ଼ୁଆଳରେ ରଖିବା ପାଇଁ ଛଦ୍ମ ବେଶର ବ୍ୟବସ୍ଥା କରାଯିବ।

୫. ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍କାସନ ଯୋଜନାକୁ ବ୍ୟାପକ କରାଯିବ।

Monday, May 5, 2025

ଖୁବ୍ ଶୀଘ୍ର ଆସିବ ଇସିଆଇର ନୂତନ ଆପ୍ ECINET

ଗୋଟିଏ ପ୍ଲାଟଫର୍ମରେ ମିଳିବ ନିର୍ବାଚନ ଆୟୋଗ ସମ୍ପର୍କିତ ସମସ୍ତ ସୁବିଧା

ଅନ୍ତର୍ଭୂକ୍ତ ହେବ ୪୦ଟି ଅତିରିକ୍ତ ଆଇଟି ଆପ୍ସ

ନୂଆଦିଲ୍ଲୀ, ୦୪/୦୫: ଭାରତୀୟ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଏକ ସମଗ୍ର ଏପ୍ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି। ଉପଯୋଗକର୍ତ୍ତା ଅନୁଭବକୁ ଉନ୍ନତ କରିବା ପାଇଁ ୪୦ଟି ଅତିରିକ୍ତ ଆଇ.ଟି. ଆପ୍ଲିକେସନକୁ ଏହି ପ୍ଲାଟଫର୍ମ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ।

ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ, ଭୋଟର, ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ ଏବଂ ସିଭିଲ ସୋସାଇଟି ପାଇଁ ଏକ ସୁବିଧାଜନକ ଏବଂ ସହଜ ଡିଜିଟାଲ୍ ଇଣ୍ଟରଫେସ୍ ବିକାଶ କରୁଛି। ଏହି ନୂତନ ପ୍ଲାଟଫର୍ମ ECINET ନାମରେ ଜଣାଯିବ ଓ ୪୦ରୁ ଅଧିକ ଇସିଆଇର ପୂର୍ବତନ ଆପ୍ଲିକେସନକୁ ଏକତ୍ରିତ କରାଯିବ।

ECINET ଏକ ଆକର୍ଷଣୀୟ ଇଣ୍ଟରଫେସ୍ (UI) ଓ ସହଜ ଉପଯୋଗକର୍ତ୍ତା ଅନୁଭବ (UX) ଦେଇଥିବା ଏକ ଏକମାତ୍ର ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହା ଦ୍ୱାରା ଉପଯୋଗକର୍ତ୍ତାମାନେ ବହୁତ ଆପ୍ ଡାଉନଲୋଡ୍ କରିବା ଓ ବିଭିନ୍ନ ଲଗଇନ୍ ମନେ ରଖିବାର ଅସୁବିଧାରୁ ମୁକ୍ତ ହେବେ।

ଗତ ମାର୍ଚ୍ଚ ୨୦୨୫ରେ ସିଇଓ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏହି ପ୍ଲାଟଫର୍ମ‌ ବିଷୟରେ କହିଥିଲେ।

ECINET ଉପଯୋଗକର୍ତ୍ତାଙ୍କୁ ତାଙ୍କର ଡେସ୍କଟପ୍ କିମ୍ବା ସ୍ମାର୍ଟଫୋନ୍ ଦ୍ୱାରା ଉପଯୁକ୍ତ ତଥ୍ୟ ଅନୁଗମନ କରିବାର ସୁବିଧା ଦେଇଥିବ। ତଥ୍ୟ ସଠିକ୍ ରହିବାକୁ, ସେଗୁଡିକୁ କେବଳ ଅଧିକୃତ ଇସିଆଇ ଅଧିକାରୀମାନଙ୍କ ଦ୍ୱାରା ଇନପୁଟ କରାଯିବ। ଯଦି କୌଣସି ଦ୍ୱନ୍ଦ୍ୱ ଘଟେ, ତେବେ ବିଧିବଦ୍ଧ ଫର୍ମରେ ଭରାଯାଇଥିବା ପ୍ରାଥମିକ ତଥ୍ୟକୁ ବୈଧ ଧରାଯିବ।

ଏହି ନୂତନ ପ୍ଲାଟଫର୍ମ ଭୋଟର ହେଲ୍ପଲାଇନ, ଭୋଟର ଟର୍ଣ୍ଣଆଉଟ ଆପ୍, ସିଭିଜିଲ, ସୁବିଧା ୨.୦, ଇଏସଏମଏସ, ସକ୍ଷମ, ଏବଂ କେୱାଇସି ଆପ୍ ସହ ଅନ୍ୟ ୪୦ଟି ଆପ୍ଲିକେସନ୍ସକୁ ଅନ୍ତର୍ଭୁକ୍ତ କରାୟିବ। ECINET ଦ୍ୱାରା ପ୍ରାୟ ୧୦୦ କୋଟି ଭୋଟର ଏବଂ ଦେଶ ଜୁଡି ୧୦.୫ ଲକ୍ଷ ବିଏଲଓ, ୧୫ ଲକ୍ଷ ବିଏଲଏ, ୪୫ ଲକ୍ଷ ମତଦାନ କର୍ମଚାରୀ, ୧୫,୫୯୭ ଏଇଆରଓ, ୪,୧୨୩ ଇଆରଓ ଏବଂ ୭୬୭ ଡିଇଓ ମାନେ ଲାଭାନ୍ବିତ ହେବେ।

ECINET ବିକାଶର ଶେଷ ଚରଣରେ ପହଞ୍ଚିଛି ଓ ବ୍ୟବହାରର ସହଜତା, ସୁଚାଳନ ଓ ସାଇବର ସୁରକ୍ଷା ଦୃଢ଼ କରିବା ପାଇଁ କଠିନ ପରୀକ୍ଷା ହେଉଛି। ଏହି ବିକାଶ ପ୍ରକ୍ରିୟାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୬ ଜଣ ସିଇଓ, ୭୬୭ ଡିଇଓ ଓ ୪,୧୨୩ ଇଆରଓ ଅଂଶ ନେଇଛନ୍ତି।

Saturday, May 3, 2025

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ବର, ୦୨/୦୫: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛି । ନିଗମ ଗୁଡିକ ହେଲା ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ (OSSC), ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ଼ (OSCDCL) ।

ବିଗତ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା କୃଷି ଶିଳ୍ପ ନିଗମ ଓ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ଅଧ୍ୟକ୍ଷଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି କହିଥିଲେ ଯେ, ଅନୁବନ୍ଧିତ ସମସ୍ତ ନିଗମ ଗୁଡିକ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଗତିର ଏହି କାର୍ଯ୍ୟଧାରା ଆଗକୁ ଜାରି ରହୁ । ଗତ ଆର୍ଥିକ ବର୍ଷ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ଯ ସରକାରଂକ ଏକ ପ୍ରମୁଖ ବିଭାଗ ଭାବେ ଅନୁମୋଦିତ ବଜେଟର ୯୪.୭ ପ୍ରତିଶତ ଖର୍ଚ୍ଚ କରିପାରିଛି । କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

ଓଡ଼ିଶା କୃଷି ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ୪୫,୦୦୦ ଟନ୍ ସାର, ୨୦ କୋଟି ଟଙ୍କାର ଜୈବିକ ସାର ଓ କୀଟନାଶକ, ୭୦୦୦ ଟ୍ରାକ୍ଟର, ୧୦୦୦ ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ୫୨୦୦ ବିଦ୍ୟୁତ ଚାଳିତ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ, ୪୮୦୦ ସୌରଚାଳିତ ଜଳନିଧି ପ୍ରକଳ୍ପ, ୧୦୦୦ ଅଗଭୀର ନଳକୂପ ପ୍ରକଳ୍ପ (Shallow Tube Well) ଏବଂ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ୩୦ କୋଟି ଟଙ୍କା କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖିଛି । ସମୁଦାୟ ୧୦୦୦ କୋଟି ଟଙ୍କାର କାରବାର କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିଭଳି ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ ସହ ହୋଇଥିବା ସହଭାଗୀତା ଓଡ଼ିଶାର ବିହନ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖିଛି । କୃଷି ବିଭାଗ ପ୍ରଜନନକାରୀ ପ୍ରାମାଣିକ ବିହନର ସମୟୋଚିତ ଯୋଗାଣ ସୁନିଶ୍ଚିତ କରି ଚାଷୀଙ୍କ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ । ଏହି ସହଯୋଗରେ ଉଭୟପକ୍ଷ ସମନ୍ବିତ ଚାଷୀ ସଚେତନତା ଅଭିଯାନ ମାଧ୍ୟମରେ ବିହନ ପ୍ରତିସ୍ଥାପନ ଓ କିସମ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଏଥିପାଇଁ ୫୬ କୋଟି ଟଙ୍କାର କାରବାର ଲକ୍ଷ୍ୟ ରହିଛି ।

ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ୬,୫୦୦ଟି ବ୍ୟବସାୟିକ ଉଦ୍ୟମ ନିର୍ମାଣ ସହିତ ୨୫୦ କୋଟି ମୂଲ୍ୟର ସବସିଡ଼ି ପ୍ରଦାନ କରିବା ଲକ୍ଷ୍ୟ ରଖିଛି । ସେଥିରୁ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ପାଇଁ ୨୦୦ କୋଟି ଏବଂ ଶୀତଳ ଭଣ୍ଡାର ସହାୟତା ଯୋଜନା ପାଇଁ ୫୦ କୋଟି ରହିଛି ।

ଅନୁରୂପଭାବେ, ଓଡ଼ିଶାରେ କାଜୁ ଚାଷକୁ ସୁଦୃଢ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ନିଗମ ୫୦୦ ହେକ୍ଟର ହାଇବ୍ରିଡ଼ କାଜୁ ପୁନଃରୋପଣ କାର୍ଯ୍ୟକ୍ରମ ଏବଂ ୧୩୩୬.୨୨ ହେକ୍ଟରରୁ ଅଧିକ ବୃକ୍ଷର ରକ୍ଷଣାବେକ୍ଷଣ କରିବ । ଏହାଛଡ଼ା ଏହାର ବିଦ୍ୟମାନ ୨୦ ଟି କ୍ଲୋନାଲ୍ ନର୍ସରୀରୁ ୩୫ ଲକ୍ଷ ହାଇବ୍ରିଡ଼ କାଜୁ କଲମ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।

ଏହି ଏମଓୟୁ ସ୍ୱାକ୍ଷରିତବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Friday, May 2, 2025

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କେମିତି ରେଜଲ୍ଟ ଚେକ୍ କରିବେ ଜାଣନ୍ତୁ

ଉପକୁଳ ସମାଚାର 

ଭୁବନେଶ୍ୱର, ୦୨/୦୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ କଟକ ସ୍ଥିତ ବିଏସଇ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟାରୁ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ www.bseodisha.ac.in ଅନଲାଇନରେ ନିଜର ରେଜଲ୍ଟ ଦେଖିପାରିବେ ।

ଏହାବ୍ୟତୀତ ଇଣ୍ଟରନେଟ୍ ସଂଯୋଗ ନଥିବା ଛାତ୍ରଛାତ୍ରୀ ମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ। “OR10<space>ରୋଲ୍ ନମ୍ବର” ଟାଇପ୍ କରି 5676750 ନମ୍ବରରେ ପଠାଇ ରେଜଲ୍ଟ ଦେଖି ପାରିବେ।

ଉଲ୍ଲେଖଯୋଗ୍ୟ, ୩୦ଟି ଜିଲ୍ଲାର ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ ସେଣ୍ଟରରେ ଅନୁଷ୍ଠିତ ଏଚ୍ଏସ୍ସି ପରୀକ୍ଷାରେ ମୋଟ ୫ ଲକ୍ଷ ୧୦ ହଜାର ୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ରାଜ୍ୟରେ ରବି ଋତୁ ଧାନକିଣା ନେଇ ଆନ୍ତଃ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକ

ଧାନକିଣା ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି

୨୦ ଜିଲ୍ଲାରୁ ୧୪ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯିବା ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର, ୦୧/୦୫: ରାଜ୍ୟରେ ଚଳିତ ରବି ଋତୁରେ ଧାନ କିଣା ନେଇ ବିଭିନ୍ନ ବିଭାଗୀୟ ପ୍ରସ୍ତୁତି ଶେଷ ହୋଇଛି । ସମ୍ପୃକ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ରଖି ଧାନ କିଣା ସୁପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ଆନ୍ତଃ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ବିଭାଗୀୟ ସଚିବ ଏବଂ ଆଭାସୀ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା । ଏଥିନିମନ୍ତେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍‌ପୁଟ୍‌ ସହାୟତା ଭାବେ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଚଳିତ ରବି ଋତୁ ପାଇଁ  ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ପ୍ରକ୍ରିୟା ଜାରି ରହିବ । ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ନେଇ ବୈଠକରେ ଅବଗତି କରାଯାଇଥିଲା । ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ  ଅଧିକ ରହିଛି । ଚଳିତ ରବି ଋତୁରେ ମୋଟ୍‌ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ଯିବ ।

ଗତ ଖରିଫ ଋତୁରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ଅଧିକ ପରିମାଣର ଧାନ ସଂଗ୍ରହ କରାଯାଇଥିଲା। ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟା ସୁଗମ ହୋଇପାରିଥିବା ନେଇ ଉପ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ଚଳିତ ରବି ଋତୁରେ ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ଏଥିପ୍ରତି ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପ୍ରତ୍ୟେକ ମଣ୍ଡିରେ କ୍ୟାମେରା ଲଗାଇବା ସହ ନୋଡାଲ ଅଫିସର ଓ ସୁପରଭାଇଜର ନିଯୁକ୍ତି ତୁରନ୍ତ କରିବାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅଧିକ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବାରୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକତା ରହିଛି । ସେହିଭଳି ମଣ୍ଡି ମନିଟରିଂ ଆପ୍‌ ମାଧ୍ୟମରେ ସେମାନଙ୍କର ପଞ୍ଜୀକରଣ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଥିଲେ ।  ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏବଂ ଧାନକିଣା ସମ୍ପର୍କିତ ଅଭିଯୋଗ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଖରିଫ ଭଳି ଚଳିତ ରବିଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଭାବେ ମୋଟ୍‌ ୩୧୦୦ ଟଙ୍କା ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ପ୍ରଦାନ କରାଯିବ ।  ଏଥିସହ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ କରିହେବ । ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯଇଥିବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିଭଳି ବାହାର ରାଜ୍ୟର ଧାନଗାଡ଼ି ଯେଭଳି ଆମ ରାଜ୍ୟ ଭିତରକୁ ନଆସେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ୍‌ ମୁତୟନ ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି । ମଣ୍ଡିରୁ ମିଲ୍‌କୁ ଯାଉଥିବା ଧାନଗାଡ଼ିକୁଡ଼ିକ ଉପରେ କ୍ୟାମେରା ସଂଯୋଗ କରାଯିବ । ଏଥିନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ  ଶୁଭମ୍‌ ସକ୍ସେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦାମ ଚରଣ ମଣ୍ଡଳ, ସମବାୟ ସମିତି ରେଜିଷ୍ଟ୍ରର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୁଣି କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର, ୦୧/୦୫: ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ପ୍ରିଶା ଶାହା। ୪ ନମ୍ବର କ୍ୟାମ୍ପସ ହଷ୍ଟେଲ ରୁମ ୧୧୧ରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଡିସିପି ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥାଇପାରେ ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ପୋଲିସ କମିଶନର ସେ ଦେବଦତ୍ତ ସିଂହ। ସେ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ ଏବଂ ନେପାଳର ବୀରଗଞ୍ଜ ଅଞ୍ଚଳର ବାସିନ୍ଦା ଥିଲେ। ତେବେ ଏହି ଘଟଣା ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏବେ ବି କାଶ୍ମୀରରେ ଲୁଚି ରହିଛନ୍ତି ଆତଙ୍କୀପାଖରେ ମହଜୁଦ ରଖିଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ

ପାଖରେ ମହଜୁଦ ରଖିଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ

ନୂଆଦିଲ୍ଲୀ, ୦୧/୦୫: ପହଲଗାମରେ ତାଣ୍ଡବ ରଚି ଭାରତୀୟମାନଙ୍କ ନିଦ ହଜାଇ ଦେଇଥିବା ଆତଙ୍କବାଦୀମାନେ ଏବେ ବି କାଶ୍ମୀରରେ ଲୁଚି ରହିଛନ୍ତି। ଦକ୍ଷିଣ କାଶ୍ମୀରରେ‌ ଏହି ଆତଙ୍କବାଦୀମାନେ ଏବେ ବି ସକ୍ରିୟ ରହିଥିବାର ଏନଆଇଏକୁ ସୂଚନା ମିଳିଛି। ଯଦି ସୁରକ୍ଷା ବାହିନୀ ପକ୍ଷରୁ ଦୃଢ଼ ଜବାବ ଦିଆଯାଏ ତେବେ ଏହି ଆତଙ୍କବାଦୀମାନେ କଭର ଫାୟାର କରିବାର ସମ୍ଭାବନା ରହିଛି।

ଏହି ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଦୀର୍ଘ ସମୟ ଧରି ରହିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ଓ ଫଳମୂଳ ପାଖରେ ରଖୁଛନ୍ତି। ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆତଙ୍କୀମାନେ ପ୍ରଥମେ ବୈସରନ ଉପତ୍ୟକାର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ଅବରୋଧ କରିଥିଲେ। ଦୁଇ ଜଣ ମୁଖ୍ୟ ଗେଟ୍ ଦେଇ ପ୍ରବେଶ କରିଥିଲେ, ଜଣେ ପ୍ରସ୍ଥାନ ପଥରେ ନିୟୋଜିତ ଥିଲେ ଏବଂ ଚତୁର୍ଥ ଜଣକ ପାଖ ଜଙ୍ଗଲରେ ଲୁଚି ରହିଥିଲେ। ଦୁଇ ଜଣ ସାମରିକ ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଜଣେ ପାରମ୍ପରିକ କାଶ୍ମୀରୀ ପୋଷାକ ପିନ୍ଧିଥିଲେ।

ସେମାନେ ପ୍ରବେଶ ଦ୍ଵାର ପାଖରେ ଥିବା ପ୍ରଥମେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସେମାନେ ମୁଖ୍ୟତଃ ହିନ୍ଦୁ ପୁରୁଷମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଚା’ ଓ ଭେଲପୁରୀ ଷ୍ଟଲ ନିକଟରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ବେଳେ ସେଠାରେ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଏହି ହତ୍ୟାକାଣ୍ଡ ପରେ ଆତଙ୍କବାଦୀମାନେ ବୈସରନ ଘାଟିର ବାମ ପାର୍ଶ୍ୱରେ ଥିବା କାନ୍ଥ ଡେଇଁ ଅଞ୍ଚଳ ଛାଡ଼ି ପଳାଇଥିଲେ‌ ବୋଲି ଜଣାପଡ଼ିଛି।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...