AFFILIATE MARKETING

https://binomo.com?a=90810425bb57&t=0

Thursday, April 3, 2025

ଲାଞ୍ଚ ନେଇ ଫସିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ଲାଞ୍ଚ ନେଇ ଫସିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର, ୦୨/୦୪: ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଭୁବନେଶ୍ୱର ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ (ଏଇ)ଙ୍କୁ ଗିରଫ କରିଛି। 

ଏଇ ନରେଶ କୁମାର ଦାସଙ୍କୁ ଠିକାଦାର ତାଙ୍କର ପ୍ରାୟ ୭ ଲକ୍ଷ ଟଙ୍କାର ବକେୟା ବିଲ୍ ପୈଠ କରିବାକୁ ଅନୁରୋଧ କରୁଥିଲେ, କିନ୍ତୁ ଏଇ ଦାଶ ଏଥିପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଠିକାଦାର କୌଣସି ବିକଳ୍ପ ନ ପାଇ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଏଇ ଦାସ ଲାଞ୍ଚ ନେବା ସମୟରେ ହିଁ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅତିରିକ୍ତ ୧ ଲକ୍ଷ ୨୬ ହଜାର ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି।


Wednesday, April 2, 2025

ବଦଳିବ ଉତ୍ତରାଖଣ୍ଡର ୪ ଜିଲ୍ଲାର ୧୧ଟି ସ୍ଥାନର ନାମ

ବଦଳିବ ଉତ୍ତରାଖଣ୍ଡର ୪ ଜିଲ୍ଲାର ୧୧ଟି ସ୍ଥାନର ନାମ

ହିନ୍ଦୁ ଦେବାଦେବୀ ଓ ପୁରାଣକୁ ଆଧାର କରି ଦିଆଯିବ ନୂଆ ନାମ

ନୂତନ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

#COASTAL NEWS ODIA 
#ଉପକୁଳ ସମାଚାର 

ନୂଆଦିଲ୍ଲୀ, ୦୧/୦୪: ବଦଳିବ ଉତ୍ତରାଖଣ୍ଡର ୪ଟି ଜିଲ୍ଲାର ୧୧ଟି ସ୍ଥାନର ନାମ। ହିନ୍ଦୁତ୍ୱ, ହିନ୍ଦୁ ଦେବାଦେବୀ ଓ ପୁରାଣକୁ ଭିତ୍ତି କରି କିଛି ସ୍ଥାନ ଗୁଡ଼ିକର ନାମ ପରିବର୍ତ୍ତନ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି। ହରିଦ୍ୱାର, ଡେରାଡୁନ୍, ନୈନିତାଲ ଏବଂ ଉଧମ ସିଂହ ନଗର ଜିଲ୍ଲାର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ହେବ ବୋଲି ବିଜେପି ନେତୃତ୍ୱାଧୀନ ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି।

ହରିଦ୍ୱାରର ଔରଙ୍ଗଜେବପୁରକୁ ଶିବାଜୀ ନଗର, ଗାଜିୱାଲିକୁ ଆର୍ଯ୍ୟ ନଗର, ଚାନ୍ଦପୁରରୁ ଜ୍ୟୋତିବା ଫୁଲେ ନଗର, ମହମ୍ମଦପୁର ଜାଟକୁ ମୋହନପୁର ଜାଟ, ଖାନପୁରକୁ ଶ୍ରୀକୃଷ୍ଣପୁର, ଖାନପୁର କୁର୍ସାଲିକୁ ଆମ୍ବେଦକର ନଗର, ଇଦ୍ରିଶପୁରକୁ ନନ୍ଦପୁର ଏବଂ ଆକବରପୁର ଫଜଲପୁରକୁ ବିଜୟନଗର ନାମରେ ନାମିତ କରାଯିବ।

ଡେରାଡୁନ ଜିଲ୍ଲାର ମିଆଁୱାଲାଙ୍କୁ ରାମଜୀୱାଲା, ପିରୱାଲାକୁ କେଶରୀ ନଗର, ଚାନ୍ଦପୁର ଖୋର୍ଦକୁ ପୃଥ୍ୱୀରାଜ ନଗର ଏବଂ ଅବଦୁଲ୍ଲାପୁରକୁ ଦକ୍ଷନଗରକୁ ପରିବର୍ତ୍ତନ କରାଯିବ। ସେହିପରି ନୈନିତାଲ ଜିଲ୍ଲାର ନବାବି ରୋଡ୍ କୁ ଅଟଳ ମାର୍ଗ ଓ ପଞ୍ଚକ୍କି-ଆଇଟିଆଇ ମାର୍ଗକୁ ଗୁରୁ ଗୋଲୱାଲକର ମାର୍ଗ ନାମରେ ନାମିତ କରାଯିବ।

ଉଧମ ସିଂହ ନଗର ଜିଲ୍ଲାର ସୁଲତାନପୁର ପଟ୍ଟିକୁ କୌଶଲ୍ୟାପୁରୀରେ ପରିବର୍ତ୍ତନ କରାଯିବ।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...