AFFILIATE MARKETING

https://binomo.com?a=90810425bb57&t=0

Wednesday, April 2, 2025

ଛବିରାଣୀ ହତ୍ୟାକାଣ୍ଡ

                 "ଛବିରାଣୀ ହତ୍ୟାକାଣ୍ଡ"

ନାରୀଙ୍କ ପ୍ରତି ତତ୍କାଳୀନ ସମାଜର ମନୋଭାବ ଓ ନକଲି ସମ୍ମାନକୁ ଉଜାଗର କରୁଥିବା ସତ ଘଟଣା।
୧୯୮୦ ମସିହା ଅକ୍ଟୋବର ମାସ ୩ ତାରିଖ। ସନ୍ଧ୍ଯା ପ୍ରାୟ ସାଢେ ସାତ। କାହାକୁ କିଛି ନ ଜଣାଇ ବିରିଡି ଗାଁ ଛାଡି ଚାଲିଯିବାକୁ ବାହାରିଲେ ଛବିରାଣୀ ଏବଂ ସ୍ବାମୀ ନବକିଶୋର। ସାଙ୍ଗରେ ଥାଏ ଗୋଟେ ଛୋଟ ଶିଶୁ ପୁତ୍ର। 

ଗାଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହିଯାଉଥାଏ ବିଲୁଆଖାଇ ନଇ (ଆମ ଦେବୀନଦୀର ଉପର ଭାଗ) । ଗୋଟିଏ ଧାର ପାରି ହେଲାପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡାଉଛନ୍ତି। ଜୋରରେ ଦଉଡିବାକୁ ଚେ଼ଷ୍ଟା କଲେ ସ୍ବାମୀ ସ୍ତ୍ରୀ। ନବକିଶୋର ପୁଅକୁ କାଖେଇଥାନ୍ତି। ନଇ ବାଲିରେ ଦଉଡିବାକୁ ବହୁତ କଷ୍ଟ ହୋଇଥିବାରୁ କ୍ଲାନ୍ତ ହୋଇ ତଳେ ପଡିଗଲେ ଛବିରାଣୀ। ଖାଲି କହୁଥାନ୍ତି “ମୋ ପୁଅକୁ ବଞ୍ଚାଅ", ପୁଅକୁ ନେଇ ତମେ ଏଠାରୁ ଚାଲିଯାଅ"। କିନ୍ତୁ ରକ୍ତପିପାସୁଙ୍କ ହାତରେ ସ୍ତ୍ରୀ କୁ ଏକୁଟିଆ ଛାଡି ଚାଲିଯିବାକୁ ମନ ବଳୁନଥିଲା ନବକିଶୋରଙ୍କର। କିନ୍ତୁ ପୁଅର ଜିବନକୁ ରକ୍ଷା କରିବାକୁ ଯାଇ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ଯ ହେଲେ।ସେ ଏକ ବୁଦାମୁଳେ ଲୁଚିଗଲେ। ସେଠି ସେ ଯାହା ଦେଖିଲେ ତାହା ଅକଳ୍ପନୀୟ। 

ଚୋରା ମଦ ବେପାରୀ ବୀର ମାଣିଆ, ବାବାଜୀ ମାଣିଆ ଏବଂ ବ୍ଲକ କଂଗ୍ରେସ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀଙ୍କୁ। ଛବି ତାଙ୍କୁ କାକୁତି ମିନତି ହୋଇ ଛାଡି ଦେବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବୁଦାମୁଳେ ଲୁଚିଥିବା ସ୍ବାମୀଙ୍କ କାନ ପରଦା ଫଟାଇ ହ୍ରୁଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉ ଥାଏ। ସେ ପୁଣି ଛବିରାଣୀଙ୍କ ପାଖକୁ ଯାଇପାରୁନଥାନ୍ତି, କାରଣ ପାଖରେ ଛୋଟ ପିଲାଟି ଥାଏ। 

ବାପ ମାଆଙ୍କ ପାଖରେ ପୁଅର ଜୀବନ ସେମାନଙ୍କ ଜୀବନ ଠାରୁ ଅଧିକ।  ଆଉ କିଛି ଉପାୟ ନପାଇ ଅନ୍ଯ ବାଟ ଦେଇ ନବକିଶୋର ପୁଅକୁ କାଖେଇ ପାଖ ଗାଁ କୁନ୍ଦୁରାରେ ପହଞ୍ଚିଲେ। ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡିଦେଇ ଗାଁ ମୁଖିଆଙ୍କୁ ସବୁ କଥା କହିଲେ। ତତ୍ପର ହୋଇ ଗାଁର କିଛି ଯୁବକଙ୍କୁ ଧରି ବିଲୁଆଖାଇ ନଦୀ ପଠାରେ ପହଞ୍ଚିଲେ ନବକିଶୋର। ସେଠାରେ ପହଞ୍ଚି ସେ ଯାହା ଦେଖିଲେ  ସେଥିରେ ସତେ ଯେମିତି ତାଙ୍କ କଲିଜା ଖସି ପଡିଥିଲା। ସ୍ତବ୍ଧ ହୋଇଯାଇଥିଲେ ପ୍ରତିଟି ଓଡିଆ। 

ନଦୀପଠା ବାଲିରେ ପଡିରହି ଥିଲା ଛବିରାଣୀଙ୍କ ଅର୍ଦ୍ଧଲଗ୍ନ ମ୍ରୁତ ଶରୀର। ମୁଣ୍ଡରୁ ପାଦ ଯାଏଁ ସବୁ ଅଙ୍ଗରେ କ୍ଷତଚିହ୍ନ। ଭାଙ୍ଗିଯାଇଥିଲା ବିବାହ ବେଦୀରେ ପିନ୍ଧିଥିବା ନାଲି ଚୁଡ଼ି ଏବଂ ମଙ୍ଗଳ ସୂତ୍ର। ରକ୍ତ ଜୁଡୁବୁଡୁ ବାଲୁକା ରାଶି ସଭ୍ଯ ସମାଜକୁ ଜଣାଇ ଦେଉଥିଲା ଛବିରାଣୀଙ୍କ ସହ ହୋଇଥିବା ପାଶବିକ ଅତ୍ଯାଚାରର କାହାଣୀ। ମ୍ରୁତ୍ୟୁ ଦୁତଙ୍କ ପାଖରୁ ରକ୍ଷା ପାଇବା ପାଇଁ ଛବି କେତେ ଯେ ସଂଘର୍ଷ କରିଥିବେ ତାହା ଜଣାପଡୁ ଥିଲା ସେହି ନଇ ବାଲିରେ ପଡିଥିବା ଛବିରାଣୀଙ୍କ ନଖ ଆମ୍ପୁଡାର ଚିହ୍ନରୁ। ବାଲି ହିଁ  ଥିଲା ତାର ଏକମାତ୍ର ସାହାରା।

ରକ୍ତ ପିପାସୁଙ୍କ ନିକଟରୁ ରକ୍ଷା ପାଇବା ପାଇଁ ଅସହାୟ ମହିଳା ଛବି ସେହି ବାଲିର ସାହାଯ୍ୟ ନେଇଥିଲେ। ଦୁଇ ମୁଠା ବାଲି ସେମାନଙ୍କ ମୁହଁକୁ ଫିଙ୍ଗିଥିଲେ । ଦୁଇ ଧାର ହୋଇ ବହି ଯାଉଥିଲା ବିଲୁଆଖାଇ। ସେ ନଇ ନଥିଲା, ଥିଲା ଛବିରାଣୀଙ୍କ ଆଖିରୁ ବହିଯାଉଥିବା ଦୁଇ ଧାର ଲୁହ। ତାର ମୃତ ଦେହ ଦେଖି ସ୍ପଷ୍ଟ ବାରି ହେଉଥିଲା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ଯାର ଶିକାର ହୋଇଛି। ସ୍ବାମୀ ନବକିଶୋରଙ୍କ ନିକଟରେ ଜୋରରେ ରଡି ଛାଡି କାନ୍ଦିବା ବ୍ଯତୀତ ଆଉ କିଛି ଉପାୟ ନଥିଲା। 
ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଛବିରାଣୀ। ତାଙ୍କ ଭାଇ ପୁରୀରେ ଏକ ମଠର ତତ୍ତ୍ବାବଧାରକ ଭାବେ କାମ କରନ୍ତି। ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ।ସେଠାରେ ତାଙ୍କର ନବକିଶୋରଙ୍କ ସହିତ ପ୍ରେମ ବିବାହ ହୋଇଥିଲା। 

ବାହାଘର ପରେ ନବଦମ୍ପତି ରୋଜଗାର ଆଶାରେ ବିରିଡି ଆସିଥିଲେ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁଥିଲେ। ସତ୍ଯ ଘଟଣାର ପର୍ଦ୍ଦାଫାସ କରୁଥିବା ନବକିଶୋର ଓ ଛବିରାଣୀ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ରହିଯିବେ ଏକଥା ସେମାନଙ୍କୁ ଜଣା ନଥିଲା। ମଦମାଫିଆ, ସାର ଦୁର୍ନିତୀକାରୀ ଓ କଂଗ୍ରେସୀ କୁଜିନେତାଙ୍କ ଷଢଯନ୍ତ୍ରର ଶିକାର ହେବାକୁ ପଡିଲା ଛବିରାଣୀଙ୍କୁ। 

ସତ୍ଯର ଉନ୍ମୋଚନ କରୁକରୁ ନିଜେ ଏକ ଅପ୍ରୀତିକର ସତ୍ଯ ହୋଇ ରହିଗଲେ ଛବିରାଣୀ।

ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ମଞ୍ଚେଶ୍ୱର ଥାନାଞ୍ଚଳରୁ ମିଳିଲା ମୃତଦେହ

ହତ୍ୟା ନା ଆତ୍ମହତ୍ୟା?


ଭୁବନେଶ୍ୱର, ୦୧/୦୪: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସମାନ ପ୍ରସଙ୍ଗରେ ଚର୍ଚ୍ଚାର ପରିସରକୁ ଆସିଲା କିଟ୍ ବିଶ୍ଵବିଦ୍ୟାଳୟ। କିଟ୍ ବିଶ୍ଵବିଦ୍ୟାଳୟରେ ପୁଣି ଘଟିଛି ଅଘଟଣ। ସେଠାରେ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ କୋଠାରୁ ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ମୃତ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି।

ସେ ପଶ୍ଚିମବଙ୍ଗର ବାଙ୍କୁରା ଅଞ୍ଚଳର ଅର୍ଣ୍ଣବ ମୁଖାର୍ଜୀ ବୋଲି ଜଣାପଡ଼ିଛି। ଅର୍ଣ୍ଣବ କିଟ୍ ବିଶ୍ଵବିଦ୍ୟାଳୟରେ ବି.ଟେକ ତୃତୀୟ ବର୍ଷର ଛାତ୍ର ଥିଲେ ଏବଂ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତ କାଲି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ୭ ମହଲା କୋଠା ତଳୁ ତାଙ୍କର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ଉକ୍ତ କୋଠାର ସିକ୍ୟୁରିଟି ଗାର୍ଡ ଜଣକ ମୃତଦେହ ଦେଖି ପୋଲିସକୁ ଫୋନ୍ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ମୃତ ଛାତ୍ରଙ୍କ ପରିବାର ଲୋକେ ଉପସ୍ଥିତ ନଥିବାରୁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ପରିବାର ଲୋକେ ଓଡ଼ିଶାରେ ପହଞ୍ଚିବା ପରେ ହିଁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ।

ଏସବୁ ମଧ୍ୟରେ ଛାତ୍ରଙ୍କ ମୃତ୍ୟୁକୁ ନେଇ କିଟ୍ ଉପରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି। ବାରମ୍ବାର କିଟ୍ ବିଶ୍ଵବିଦ୍ୟାଳୟରେ ଏଭଳି ଅଘଟଣ ଘଟୁଥିବା ବିଶ୍ୱବିଦ୍ୟାଳୟରେ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମଞ୍ଚେଶ୍ୱର ଥାନାଞ୍ଚଳ ବିଶ୍ୱବିଦ୍ୟାଳୟ ଠାରୁ ବହୁ ଦୂରରେ ଥିଲେ ମଧ୍ୟ ସେ କିପରି ଓ କାହିଁକି ଏଠାକୁ ଆସିଥିଲେ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏବଂ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ଜନିତ କି ହତ୍ୟା କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯଦିଓ ମଞ୍ଚେଶ୍ୱର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ର ମୃତ୍ୟୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ କିଟ୍‌ ପକ୍ଷରୁ ମଧ୍ୟ ଛାତ୍ରଙ୍କ ନିଖୋଜ ଥିବା ଖବର ଇନଫୋସିଟି ଥାନାରେ ରୁଜୁ କରାଯାଇଛି।

Tuesday, April 1, 2025

ଉତ୍କଳ ଦିବସ

ଉତ୍କଳ ଦିବସ 
ପୁରାଣ ଠାରୁ ଆରମ୍ଭ କରି ପାଣିନିଙ୍କ ବ୍ୟାକରଣ ପର୍ଯ୍ୟନ୍ତ ଓଡ଼ିଶାର ବର୍ଣ୍ଣନା ‘ଉଡ୍ଡୀୟାନ’ରୁ ‘ଉତ୍କଳ’-‘କପିଶା ନଦୀ’ରୁ ‘ବିଳାସପୁର’


ଆଜି ପ୍ରତିଟି ଓଡ଼ିଆ ପାଳୁଛି ‘ଉତ୍କଳ ଦିବସ’ ବା ‘ଓଡିଶା ଦିବସ’। ୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା। ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ। ଏହା ପୂର୍ବରୁ ବ୍ରିଟିଶ ଶାସନ କାଳରେ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସି ଓ ବିହାର ଅଧିନରେ ଥିଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବାରେ ବହୁ ବଳିଦାନ ଦେବାକୁ ପଡିଛି ଓଡି଼ଶାର ବରପୁତ୍ର ମାନଙ୍କୁ।

ଓଡ଼ିଶାର ଏକ ସମୃଦ୍ଧ ଓ ଜୀବନ୍ତ ଇତିହାସ ରହିଛି, ଯାହା କି ମହାଭାରତ ସମୟର। ଏଠାରେ ପ୍ରସିଦ୍ଧ କଳିଙ୍ଗ ସାମ୍ରାଜ୍ୟ ସମେତ ଶକ୍ତିଶାଳୀ ରାଜ୍ୟ ରହିଥିଲା, ଯାହା ଭାରତୀୟ ଇତିହାସକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା ଉତ୍କଳ ସମ୍ମିଳନୀରୁ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ, ବ୍ରଜ ସୁନ୍ଦର ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଦିୱାନ ଅଥର ମହମ୍ମଦ, ଗଙ୍ଗାଧର ମେହେର, ବାସୁଦେବ ସୁଢଳଦେବ, ରାଧାନାଥ ରାୟ, ସୟଦ ମହମ୍ମଦ, ଭୁବନାନନ୍ଦ ଦାସ, ଏପି ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା।

୧୯୩୬ ମସିହା ଏପ୍ରିଲ ୧ରେ ମାଡ୍ରାସ ପ୍ରେସିଡେନ୍ସିରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାକୁ ମିଶାଇ ବିହାର ଓ ବେଙ୍ଗଲ ପ୍ରୋଭିନ୍ସରୁ ଅଲଗା ହୋଇ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନ ହୋଇଥିଲା। ନବଗଠିତ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଆଦି ୬ଟି ଜିଲ୍ଲା ରହିଥିଲା। ଜନ୍ ଅଷ୍ଟିନ୍ ହବ୍ୟାକ୍ ଶପଥ ଗ୍ରହଣ କରି ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ ହୋଇଥିଲେ।

ଓଡ଼ିଶା ପଛର ଇତିହାସ ଓ ପୁରାଣରେ ଓଡ଼ିଶା:

ଉତ୍କଳ ଥିଲା ‘ଉଡ୍ଡୀୟାନ’। ଏହି ଦେଶ ଉତ୍ତରରେ କପିଶା ନଦୀ (କଂସେଇ ବା କାଂଶବାଂଶ) ଠାରୁ ଦକ୍ଷିଣରେ ଋଷିକୂଲ୍ୟା ଯାଏଁ, ପୂର୍ବରେ ପୂର୍ବ ସମୁଦ୍ର (ଆଧୁନିକ ବଙ୍ଗଳା ଖ୍ୟାତ) ଠାରୁ ପଶ୍ଚିମରେ ବିଳାସପୁର ଯାଏଁ ବିସ୍ତୃତ ଥିଲା।

ଉତ୍କଳର ନାମକରଣ ସମ୍ବନ୍ଧରେ ବହୁମତ ରହିଛି। ସୁଦ୍ୟୁମ୍ନଙ୍କ ପୁତ୍ର ‘ଉତ୍କଳ’ ଏ ରାଜ୍ୟ ସ୍ଥାପନ କରିଥିଲେ। ରାଜଧାନୀର ନାମ ଥିଲା ‘ଉତ୍କଳା’। ସମସ୍ତ ପ୍ରକାର ‘କଳା’ ବା ବିଦ୍ୟାର ବିକାଶ ଭୂମି ହେତୁ ଏ ଦେଶ ଉତ୍କଳ ନାମରେ ପ୍ରସିଦ୍ଧ ହେବା କେତେକଙ୍କର ମତ। ମହାଭାରତ ଭୀଷ୍ମପର୍ବରେ କର୍ଣ୍ଣ ଏ ଦେଶ ଜୟ କରିଥିବା ଉଲ୍ଲେଖ ଅଛି। ମହାକବି କାଳିଦାସଙ୍କ ରଘୁବଂଶରେ ଉତ୍କଳର ନାମ ଅଛି‌। ଏ ଦେଶକୁ ଲାଗି ଦକ୍ଷିଣରେ କଳିଙ୍ଗ ଦେଶ ଥିଲା। ଦକ୍ଷିଣ କୋଶଳ ବର୍ତ୍ତମାନ ମଧ୍ୟପ୍ରଦେଶର ସମଗ୍ର ପୂର୍ବାଞ୍ଚଳ ସମେତ ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ମାନଙ୍କୁ ନେଇ ଗଠିତ ହୋଇଥିଲା। ମହାଭାରତର ସଭା-ଭୀଷ୍ମ-ଦ୍ରୋଣ ଓ କର୍ଣ୍ଣପର୍ବ ମାନଙ୍କରେ କୋଶଳ ଦେଶର ଉଲ୍ଲେଖ ଅଛି। କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ସାହାଯ୍ୟରେ ଏ ଦେଶ ଜୟ କରିଥିଲେ। ସହଦେବ ତାଙ୍କର ଦକ୍ଷିଣ-ଦିଗ ବିଜୟରେ ମଧ୍ୟ ଏ ଦେଶ ଜୟ କରିଥିଲେ। ଅଭିମନ୍ୟୁ କୋଶଳାଧିପତି ବୃହଦ୍ବଳଙ୍କୁ ଯୁଦ୍ଧରେ ନିହତ କରିଥିଲେ। ଦକ୍ଷିଣକୋଶଳର ଏକକାଂଶ ଉତ୍କଳର ଅଧୀନ ହୋଇଥିଲା।
କଳିଙ୍ଗ ଋଷିକୂଲ୍ୟା ନଦୀର ଦକ୍ଷିଣରୁ ଗୋଦାବରୀ ନଦୀ ଯାଏଁ ପୂର୍ବ ସାଗର ଠାରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ମତ୍ସ୍ୟ, କୂର୍ମ, ବାୟୁ ଓ ସ୍କନ୍ଦ ପୁରାଣରେ ଏହା ଉଲ୍ଲେଖ ଅଛି।

ମହାଭାରତର ଆଦି ପର୍ବରେ ଅର୍ଜୁନଙ୍କ ତୀର୍ଥଯାତ୍ରା ପ୍ରସଙ୍ଗରେ, ଭୀଷ୍ମପର୍ବରେ ସହଦେବଙ୍କ ଦକ୍ଷିଣ ଦିଗ୍-ବିଜୟରେ, ସଭାପର୍ବରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଭେଟି ଦେବା, ବନପର୍ବରେ କର୍ଣ୍ଣ ଏ ଦେଶକୁ ଜୟ କରିବା ଏବଂ ଉଦଯୋଗାଦି ପର୍ବରେ ଓ ଭୀମଙ୍କ ଦ୍ୱାରା ସୁପୁତ୍ର ନିହତ ହୋଇଥିଲେ। ବିଷ୍ଣୁ ପୁରାଣରେ ‘ଗୁହ’ ନାମକ ରାଜା କଳିଙ୍ଗ ଶାସନ କରୁଥିବା ଉଲ୍ଲେଖ ଅଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ କଳିଙ୍ଗ ହସ୍ତୀ ମାନେ ଶ୍ରେଷ୍ଠ ବୋଲି ଉଲ୍ଲେଖ ଅଛି।

ପାଣିନିଙ୍କ ବ୍ୟାକରଣ ୪|୧|୧୭୦ ସୂତ୍ରରେ କଳିଙ୍ଗ ଜଳପଥ ରାଜ୍ୟ ଥିବା ଉଲ୍ଲେଖ କରାଯାଇଛି। ଶଂସିତ କାଳରେ ମହାତ୍ମା ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଓଡ଼ିଆ ନବାକ୍ଷରୀ ପଦ୍ୟରେ ଅନୁବାଦ କରିଥିଲେ।

ଇତିହାସକୁ ଦେଖିଲେ ନଜିର ଆସେ ଯେ, ଓଡ୍ର ବା ଉଡ୍ର, ଉତ୍କଳ, କଳିଙ୍ଗ ଅତି ପ୍ରାଚୀନ। ସମଜାତୀୟ ତଥା ସମାଭାଷାଭାଷୀ ବ୍ୟକ୍ତି ବର୍ଗ ଏଠି ରାଜତ୍ୱ କରୁଥିଲେ। ବହୁ ସମୟରେ ଏମାନଙ୍କର ସୀମା ମଧ୍ୟ ବଦଳୁଥିଲା। ତିନିଟି ଯାକ ରାଜ୍ୟର ବହୁ ଅଂଶ ଶବରାଦି ଆଦିବାସୀଙ୍କ ବାସସ୍ଥଳୀ ଥିଲା। କାଳକ୍ରମେ ଉଡ୍ର ଏବଂ ଉତ୍କଳ ଏକ ହୋଇଗଲା। କଳିଙ୍ଗ ସାମ୍ରାଜ୍ୟ ଦିନକୁ ଦିନ ବୃଦ୍ଧି ଲାଭ କଲା। ଏକ ସମୟରେ ମହାନଦୀଠାରୁ ଗୋଦାବରୀ ଯାଏଁ ଏହାର ବିସ୍ତୃତି ଘଟିଥିଲା। ଏହିପରି ଭାବେ ଓଡ଼ିଶା କୌଣସି ଶାସକଙ୍କ ଅଧୀନକୁ ନ ଯାଇ ନିଜର ସ୍ୱାଧୀନତା ବଜାୟ ରଖିଥିଲା

ଅବସର ନେବେ ମୋଦି ?*

ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବରରେ ଅବସର ନେବାକୁ ଯୋଜନା କରୁଛନ୍ତି। ତେଣୁ ନିକଟରେ ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟକୁ ଗସ୍ତ କରିଥିଲେ। ଗତ ୧୦-୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆରଏସଏସ ମୁଖ୍ୟାଳୟକୁ ଯାଇ ନାହାନ୍ତି, କିନ୍ତୁ ଏବେ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ସଂଘରୁ ବିଦାୟ ନେବେ ବୋଲି କହିବା ପାଇଁ ଯାଇଛନ୍ତି।

ଶ୍ରୀ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ସଂଘ ପରିବାର ଦେଶର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟ ମଧ୍ୟ ଶେଷ ହୋଇଛି। ତେଣୁ ସେମାନେ ନୂଆ ମୁଖ୍ୟ ଚାହୁଁଛନ୍ତି।

ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପରେ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ସାଂସଦ ରାଉତଙ୍କ ମନ୍ତବ୍ୟ ଉପରେ ବୟାନ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।

ଫଡନାଭିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଛନ୍ତି ଯେ ମୋଦୀ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଦେଶର ନେତୃତ୍ୱ ନେବେ। ୨୦୨୯ରେ ଆମେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବୁ। ତାଙ୍କ ଉତ୍ତରାଧିକାରୀ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ସେ ଆମର ନେତା ଏବଂ ଆଗକୁ ରହିବେ। ଆମ ସଂସ୍କୃତିରେ ବାପା ଜୀବିତ ଥିବା ବେଳେ ଉତ୍ତରାଧିକାରୀ କଥା କହିବା ଅନୁଚିତ। ତାହା ହେଉଛି ମୋଗଲ ସଂସ୍କୃତି।

ସୂଚନାଯୋଗ୍ୟ, ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟପରିଦର୍ଶନ କରିବାରେ ମୋଦି ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଅଟଳ ବିହାରୀ ବାଜପେୟୀ ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ସମୟରେ ଆରଏସଏସ ମୁଖ୍ୟାଳୟ ଗସ୍ତ କରିଥିଲେ


ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

Monday, March 31, 2025

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

କଟକ, ୩୦/୦୩: କଟକ ଚୌଦ୍ୱାର ନିର୍ଗୁଣ୍ଡି ନିକଟରେ ଆଜି ଏକ ସୁପରଫାଷ୍ଟ ରେଳ ଦୁର୍ଘଟଣା ଘଟିଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୂର୍ବତଟ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (ସିପିଆରଓ) ଅଶୋକ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ରିପୋର୍ଟରେ କେହି ମୃତାହତ ହୋଇନାହାନ୍ତି। ତେବେ କିଛି ଜଣ ଆହତ ହୋଇଥିବା ପାସେଞ୍ଜର ମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥର ଜିଏମ୍, ଖୋର୍ଦ୍ଧା ଡିଭିଜନ ଡିଆରଏମ୍, ଅନ୍ୟ ଜରୁରୀକାଳୀନ ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଅଟକି ରହିଥିବା ପାସେଞ୍ଜର ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ହେଲ୍ପଲାଇନ୍ 8991124238 ଜାରି କରାଯାଇଛି।

ଆଳି ବାର ଆସୋସିଏସନ ର ନିର୍ବାଚନ ଫଳାଫଳ

ଆଳି ବାର ଆସୋସିଏସନ ନିର୍ବାଚନ 

ଆଳି - 29/03/2025
ୱାନ୍ ବାର ୱାନ୍ ଇଲେକ୍ସନ ପରିପ୍ରେକ୍ଷୀରେ ଆଳି ବାର ଆସୋସିଏସନ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ପ୍ରିଜାଇଡିଂ ଅଫିସର ଭାବେ ଆଡଭୋକେଟ ଶରତ ମହାନ୍ତି ଓ ସହଯୋଗୀ ନିର୍ବାଚନ ପରିଚାଳନାରେ ଆଡଭୋକେଟ ରାଧାକାନ୍ତ ବିଶ୍ଵାଳ ଏହି ନିର୍ବାଚନ ପରିଚାଳନା କରିଥିଲେ l

ସମସ୍ତ ସାତଟି ପଦବୀ ମଧ୍ୟରୁ ଚାରିଗୋଟି ପଦବୀରେ ଚାରିଜଣ ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ l ତିନିଜଣ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ବାଚନ ମାଧ୍ୟମରେ ନିର୍ଦ୍ଧାରିତ ହୋଇଛି l

ଆଜି ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଶ୍ରୀ ବସନ୍ତ କୁମାର ନାୟକ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଶ୍ରୀ ମୃତ୍ୟୁଞ୍ଜୟ ସାମଲଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ସମ୍ପାଦକ ଭାବେ ଶ୍ରୀ ଅକ୍ଷୟ କୁମାର ମଲିକ ତାଙ୍କ ପ୍ରତିଦ୍ଵନ୍ଦୀ ଶ୍ରୀ ଅଜୟ କୁମାର ସେଠୀଙ୍କୁ ପରାସ୍ତ କରି ବିଜଯ ଲାଭ କରିଛନ୍ତି l ଉପସଭାପତି ଭାବେ ଶ୍ରୀମତୀ ପ୍ରତିଭା ପାତ୍ର ଶ୍ରୀମତୀ ପଦ୍ମିନୀ ଆଚାର୍ଯ୍ଯଙ୍କୁ ପରାସ୍ତକରି ବିଜୟ ଲାଭ କରିଛନ୍ତି l ଜଏଣ୍ଟ ସେକ୍ରେଟାରୀ ଭାବେ ଶ୍ରୀ ଅଣାକର ବାରିକ, ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଶ୍ରୀ ସୂର୍ଯ୍ୟମଣୀ ସାମଲ ଓ ଲାଇବ୍ରେରୀ ସେକ୍ରେଟାରୀ ଭାବେ ପ୍ରଦୀପ କୁମାର ଦାଶ ଓ ଏକଜିକ୍ୟୁଟିଭ ବଡ଼ି ସଦସ୍ୟ ଭାବେ ଶ୍ରୀ ଭିକାରୀ ଚରଣ ସାମଲ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l

ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଭବ୍ୟ ଏବଂ ଦିବ୍ୟ ଆକାରରେ ପାଳିତ ହେବ ଓଡ଼ିଆ ପକ୍ଷ: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

୧୪ ଦିନ ଧରି ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ


ଭୁବନେଶ୍ୱର - ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆଡ଼ମ୍ବରର ସହ “ଓଡ଼ିଆ ପକ୍ଷ” ପାଳନ କରାଯିବ। ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ବ୍ଲକ ସ୍ତରରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯିବ। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷକୁ ପାଳନ କରାଯିବ”, ବୋଲି କହିଛନ୍ତି ସଂସ୍କୃତିମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଆ ପକ୍ଷ ପାଳନକୁ ନେଇ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଆ ପକ୍ଷରେ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା :

 

ଏପ୍ରିଲ ୧

ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।

 

ଏପ୍ରିଲ ୨

ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।

 

ଏପ୍ରିଲ ୩

ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।

 

ଏପ୍ରିଲ ୪

ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।

 

ଏପ୍ରିଲ ୫

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

 

ଏପ୍ରିଲ ୬

ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ।


ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ।

 

ଏପ୍ରିଲ ୮

ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନ ରକ୍ତଦାନ ଅଭିଯାନ ପାଳନ କରାଯିବ।

 

ଏପ୍ରିଲ ୯

ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୦

ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୧

ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।

 

ଏପ୍ରିଲ ୧୨

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ।

 

ଏପ୍ରିଲ ୧୩

ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ। ପଞ୍ଚାୟତିରାଜ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ ।

 

ଏପ୍ରିଲ ୧୪

ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।

 

ଏଥିସହ ସଫଳତାର ସହ ଓଡ଼ିଆ ପକ୍ଷ ପାଳନକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଓଡ଼ିଆ ପକ୍ଷକୁ ଯେପରି ସୁଚାରୁ ରୂପେ ମହା ଆଡ଼ମ୍ବରର ସହ ପାଳନ କରାଯିବ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Sunday, March 30, 2025

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

କଟକ, ୩୦/୦୩: କଟକ ଚୌଦ୍ୱାର ନିର୍ଗୁଣ୍ଡି ନିକଟରେ ଆଜି ଏକ ସୁପରଫାଷ୍ଟ ରେଳ ଦୁର୍ଘଟଣା ଘଟିଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୂର୍ବତଟ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (ସିପିଆରଓ) ଅଶୋକ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ରିପୋର୍ଟରେ କେହି ମୃତାହତ ହୋଇନାହାନ୍ତି। ତେବେ କିଛି ଜଣ ଆହତ ହୋଇଥିବା ପାସେଞ୍ଜର ମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥର ଜିଏମ୍, ଖୋର୍ଦ୍ଧା ଡିଭିଜନ ଡିଆରଏମ୍, ଅନ୍ୟ ଜରୁରୀକାଳୀନ ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଅଟକି ରହିଥିବା ପାସେଞ୍ଜର ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ହେଲ୍ପଲାଇନ୍ 8991124238 ଜାରି କରାଯାଇଛି।

ଓଡିଶା ସରକାରଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା ଘୋଷିତ 

ଭୁବନେଶ୍ୱର, ୨୭/୦୩: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଥିବା କଲ୍ୟାଣମୂଳକ ସୁବିଧା ବିଷୟରେ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେକୌଣସି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ୭ଟି କଲ୍ୟାଣକାରୀ ସୁବିଧା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା-୨୦୧୬ ଅଧିନରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ସେହିପରି ମୃତ ସାମ୍ବାଦିକଙ୍କ ପିଲାଙ୍କ ସ୍କୁଲ ଖର୍ଚ୍ଚ ପାଇଁ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ସହାୟତାର ବ୍ୟବସ୍ଥା ରହିଛି।

ସ୍ଥାୟୀ ଭାବେ ଭିନ୍ନକ୍ଷମ ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଦିଲ୍ଲୀସ୍ଥିତ ଓଡ଼ିଶା ବାସଭବନ, କୋଲକାତାର ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡ଼ିଶା ଭବନ ଓ ସରକାରୀ ଡାକଘରେ ସରକାରୀ ଦରରେ ରହିବାର ସୁବିଧା ଯୋଗାଇ ଦେବାକୁ ଉକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ରିହାତି ରେଳ ଯାତ୍ରା ପାଇଁ ଅଣସ୍ଵିକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଆବଶ୍ୟକୀୟ ପାସ୍ ପ୍ରଦାନ କରିବାକୁ ରେଳ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ସାମ୍ବାଦିକମାନେ ରଥଯାତ୍ରାର ବିବରଣୀ ସଂଗ୍ରହ କରିବା ପାଇଁ ପୁରୀ ଯିବାର ବ୍ୟବସ୍ଥା କରାଯାଇଛି।

କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ କୋଭିଡ୍-୧୯ ସଂକ୍ରମଣରେ ମୃତ୍ୟୁବରଣ କରିଥିବା କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ସଚିବାଳୟକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ପାସ୍ ଦେବାକୁ ଗୃହ ବିଭାଗକୁ ସୁପାରିସ କରାଯାଇଛି।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...