AFFILIATE MARKETING

https://binomo.com?a=90810425bb57&t=0

Wednesday, August 30, 2023

ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର

 COASTAL NEWS Odia 535

ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର



ମୋହନା  : ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର। ଗଜପତି ଜିଲ୍ଲା ମୋହନା ବ୍ଲକ ସିନ୍ଧବା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ବୃଦ୍ଧ ସୁସ୍ଥ ହେବାକୁ ଚେଙ୍କ ନେଇ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ସିନ୍ଧବା ଗାଁର ୫୩ ବର୍ଷୀୟ ଜୁନେସ କନ୍ଧ ଅଜଣା ରୋଗରେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ରହିଥିଲେ। ସୁସ୍ଥ ହେବା ପାଇଁ ଗୁଣିଆଙ୍କ ଠାରୁ ଚେରମୂଳି ଖାଇଥିଲେ। କିନ୍ତୁ ଏହା ପରେ ଅଧିକ ଅସୁସ୍ଥ ହୋଇଥିଲେ। ପରେ ସେ ଦେହରେ ଚେଙ୍କ ନେଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏହା ଜାଣିବା ପରେ ସରପଞ୍ଚ ରେଜିନା ପ୍ରଧାନ ତାଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ଜୁନେଶ ଟିବିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news#newDelhi 

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ: ରାକ୍ଷୀ ବାନ୍ଧିଥିଲେ ରଖିଲେ ମାନ; ଇତିହାସରୁ ପୁରାଣ ଯାଏଁର କଥା

 COASTAL NEWS Odia 534

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ: ରାକ୍ଷୀ ବାନ୍ଧିଥିଲେ ରଖିଲେ ମାନ; ଇତିହାସରୁ ପୁରାଣ ଯାଏଁର କଥା 




ଭୁବନେଶ୍ବର --ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ ସୁଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।

ପୌରାଣିକ କଥା –

ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ରାଜା ବଳି ଥିଲେ ମହାଦାନୀ। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ। ବାମନ ରୂପୀ ଭଗବାନ ବିଷ୍ଣୁ ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ।ଏହା ଦେଖି ସମସ୍ତ ଦେବତା ଏବଂ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଭଗବାନ ନିଜ ସ୍ଥାନକୁ କିପରି ଫେରିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ ଦେବୀ ଲକ୍ଷ୍ମୀ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ଲକ୍ଷ୍ମୀ ପାତାଳକୁ ପ୍ରବେଶ କଲେ। ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିବା ଦେବୀ ଲକ୍ଷ୍ମୀ ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ। ରାଜା ବଳି ତାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ମାଗିବାକୁ କହିଲେ। ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ ଲକ୍ଷ୍ମୀ। ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଚିହ୍ନିପାରି ତାଙ୍କୁ ଭାଇ କରିଥିବାରୁ ନିଜକୁ କୃତାର୍ଥ ମନେ କରିଥିଲେ। ରକ୍ଷାସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଗ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ବାମନ ରୂପୀ ଭଗବାନ ବିଷ୍ଣୁଙ୍କୁ ନିଜ ସ୍ଥାନକୁ ଫେରିବାକୁ ଅନୁମତି ଦେଇଥିଲେ।

କୃଷ୍ଣ ଏବଂ ଦ୍ରୌପଦୀ –

ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କଥା ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟି ଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ। ଫଳରେ ରକ୍ତ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବ ମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ସହସ୍ର ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲେ।

ଇତିହାସରେ ରକ୍ଷା ବନ୍ଧନର ମାନ: ହୁମାୟୁନ୍‌ ଏବଂ କର୍ଣ୍ଣାବତୀ –

ମୋଗଲ ସମ୍ରାଟ ହୁମାୟୁନ୍‌ ଓ ରାଣୀ କର୍ଣ୍ଣାବତୀଙ୍କ କଥା ମଧ୍ୟ ରକ୍ଷାବନ୍ଧନ ବେଳେ ମନେପଡ଼େ। ୧୬ଶ ଶତାବ୍ଦୀର ମଧ୍ୟଭାଗରେ ମେୱାର ଉପରେ ଆକ୍ରମଣ କରିଥିଲେ ବାହାଦୂର ଶାହା ଜାଫର। ସେ ସମୟରେ ନିଜ ରାଜ୍ୟକୁ ରକ୍ଷା କରିବାକୁ ରାଣୀ କର୍ଣ୍ଣାବତୀ ଅସହାୟ ହୋଇ ପଡ଼ିଥିଲେ। ଶେଷରେ କୌଣସି ଉପାୟ ନପାଇ ଦିଲ୍ଲୀର ସୁଲତାନ୍‌ ସମ୍ରାଟ ହୁମାୟୁନ୍‌ଙ୍କ ପାଖକୁ ଏକ ଚିଠି ଏବଂ ରାକ୍ଷୀଟିଏ ପଠାଇଥିଲେ। ଏହି ରକ୍ଷା ସୂତ୍ରଟି ଦେଖି ହୁମାୟୁନ୍‌ ଏତେ ପ୍ରଭାବିତ ହୋଇଥିଲେ ଯେ, ସୈନ୍ୟବଳ ତୁରନ୍ତ ଫେରାଇ ଆଣିବାକୁ ବାହାଦୂର ଶାହାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲକ୍ଷ୍ମୀବାଇ ଏବଂ ଚାଖି ଖୁଣ୍ଟିଆ –

ରାଣୀ ଲକ୍ଷ୍ମୀବାଈ ନିଜ ପିତାଙ୍କ ସହ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିବା ବେଳେ, ପିଲାବେଳେ ନିଜ ଯାତ୍ରୀ ପଣ୍ଡାଙ୍କ ପୁଅଙ୍କୁ ରାଖି ପିନ୍ଧାଇ ଭାଇ କରିଥିଲେ। ପରବର୍ତ୍ତୀ ସମୟରେ ଏହି ସେବକ, ବାଳକ ଚାଖି ଖୁଣ୍ଟିଆ ନାମରେ ପ୍ରସିଦ୍ଧ ହୋଇଥିଲେ। ରାଣୀ ଲକ୍ଷ୍ମୀବାଈଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଯେତେବେଳେ ନିଜେ ଲକ୍ଷ୍ମୀବାଈ ଯୁଦ୍ଧକୁ ବାହାରିଲେ, ସେତେବେଳେ ଚାଖି ଖୁଣ୍ଟିଆ ମଧ୍ୟ ନିଜ ଭ୍ରାତା ଧର୍ମ ପାଳନ କରିବାକୁ ଆଗେଇ ଆସି ରାଣୀ ଲକ୍ଷ୍ମୀବାଈଙ୍କ ସହିତ ମିଶି ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧ କରିଥିଲେ।



ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ

 COASTAL NEWS Odia 533

ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ



ନୂଆଦିଲ୍ଲୀ - କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ସରକାର ଗ୍ୟାସ୍‌ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍‌ସିଡି ଘୋଷଣା କରିଛନ୍ତି। ଏହି ସବ୍‌ସିଡି ଉଜ୍ଜ୍ୱଳ ଯୋଜନା ଅଧୀନରେ ଆସୁଥିବା ଲାଭାର୍ଥୀମାନଙ୍କୁ ମିଳିବ। ଅଗଷ୍ଟ ମାସର ପହିଲାରେ ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିଥିଲେ।

ଅଗଷ୍ଟ ୧ ତାରିଖରେ ରାଜଧାନୀ ଦିଲ୍ଲୀରେ ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା। ଏହିପରି ମୁମ୍ବାଇରେ ୧୧୦୨.୫୦ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧୧୧୮.୫୦ ଟଙ୍କା ଥିଲା। ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲ୍‌ପିଜି ମୂଲ୍ୟରେ ପରିବର୍ତ୍ତନ କରିଥାଆନ୍ତି।

ବର୍ତ୍ତମାନ ସରକାରଙ୍କ ଅନୁସାରେ, ଉଜ୍ଜ୍ୱଳା ଯୋଜନା ଅଧୀନରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କହି ରଖୁଛୁ, କେନ୍ଦ୍ର ସରକାର ଗତବର୍ଷ ସ୍ପଷ୍ଟ କରିଥିଲେ ଯେ ରୋଷେଇ ଗ୍ୟାସ୍‌ ଉପରେ ସବ୍‌ସିଡିର ଲାଭ କେବଳ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମିଳିବ। ବାକି ଅନ୍ୟ କାହାରିକୁ ଗ୍ୟାସ୍‌ ସିଲିଣ୍ଡର ଉପରେ ସବ୍‌ସିଡି ଦିଆଯିବ ନାହିଁ।

ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ପୂର୍ବରୁ ହିଁ ୨୦୦ ଟଙ୍କାର ସବ୍‌ସିଡି ଦେଉଥିଲେ। ବର୍ତ୍ତମାନ ଏଥିରେ ୨୦୦ ଟଙ୍କାର ଅତିରିକ୍ତ ସବ୍‌ସିଡି ମିଳିବ।





ଅଜଣା ରୋଗ

 COASTAL NEWS Odia 532

ଅଜଣା ରୋଗ



ଅଷ୍ଟ୍ରେଲିଆ - ଅଜଣା ରୋଗରେ ଛଟପଟ ହେଉଥିଲେ ମହିଳା । ଦିନ ହେଉ ଅବା ରାତି ଶାନ୍ତିରେ ଟିକେ ଶୋଇପାରୁନଥିଲେ । ନିମୋନିଆ ଭଳି ଲକ୍ଷଣ ରହିଥିଲା । ଏହାଛଡା ପେଟ ଯନ୍ତ୍ରଣା, ଝାଡା ଏବଂ ଶୁଖିଲା କାଶ ଭଳି ସମସ୍ୟାରେ ପୀଡିତ ଥିଲେ । ମହିଳାଙ୍କ ମସ୍ତିଷ୍କ ଏମଆରଆଇ କରି ଦେଖିବା ପରେ ଡାକ୍ତରଙ୍କ ହୋସ ଉଡିଯାଇଥିଲା । ମହିଳାଙ୍କ ମସ୍ତିଷ୍କରେ ଜିଆ ଭଳି କିଛି ପୋକ ଚାଲୁଥିବାର ଦେଖିବାକୁ ମିଳିଥିଲା । ନିଜ କ୍ୟାରିଅର ଭିତର ଏଭଳି କେସ୍‌ କେବେ ଦେଖିନଥିଲେ ଡାକ୍ତର । ଏହି ପୋକ କେବଳ ସାପ ମୁଣ୍ଡରେ ହିଁ ଦେଖିବାକୁ ମିଳିଥାଏ ।

ଖବର ମୁତାବକ, ଅଷ୍ଟ୍ରେଲିଆର ୬୪ ବର୍ଷୀୟ ମହିଳାଙ୍କ ମୁଣ୍ଡରେ ୮ ସେମି ଲମ୍ବା ଜିଆ ଭଳି ପୋକ ଚାଲୁଥିବାର ଦେଖିବାକୁ ପାଇଥିଲେ ଡାକ୍ତର । ଗତ ଦୁଇ ବର୍ଷ ହେଲାଣି ମହିଳା ଜଣକ ଷ୍ଟେରଏଡ ସହାୟତାରେ ଚିକିତ୍ସା କରୁଥିଲେ । କିନ୍ତୁ ୨୦୨୨ ପରେ ମହିଳା ଜଣକ ଡିପ୍ରେସନ ଏବଂ ସ୍ମରଣ ଶକ୍ତି ହରାଇଥିଲେ । ଏହା ପରେ ଡାକ୍ତର ତାଙ୍କୁ MRI କରିବା ପାଇଁ କହିଥିଲେ । ଆଉ ଏହା ରିପୋର୍ଟ ପରେ ଯାହା ଦେଖିଲେ, ତାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ମହିଳାଙ୍କ ମୁଣ୍ଡରେ ଏହି ପୋକ କିଭଳି ପହଞ୍ଚିଲା । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପୋକର ଅଣ୍ଡା କୌଣସି ଗ୍ରୀନ ଶାଗ ଜରିଆରେ ଶରୀରକୁ ପ୍ରବେଶ କରିଛି । ମହିଳା ଜଣକ କିଛି ଜିନିଷ କଞ୍ଚା ଖାଇଛନ୍ତି, ସମ୍ଭବତଃ ଏହା ମହିଳାଙ୍କ ଶରୀରକୁ ପ୍ରବେଶ କରିଛି ।

ଏହି ପୋକ ସାପ ମୁଣ୍ଡରେ ଦେଖିବାକୁ ମିଳିଥାଏ । ବିଶେଷ କରି ଅଜଗର ସାପ ମୁଣ୍ଡରେ । ଅଜଗରର ଏଭଳି ପ୍ରଜାତି ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳିଥାଏ ।

ଜନଧନ ଯୋଜନାକୁ ପୁରିଲା ୯ ବର୍ଷ, ଅଭିନନ୍ଦନ ଜଣାଇଲେ ମୋଦୀ

 COASTAL NEWS Odia 531

ଜନଧନ ଯୋଜନାକୁ ପୁରିଲା ୯ ବର୍ଷ, ଅଭିନନ୍ଦନ ଜଣାଇଲେ ମୋଦୀ




ନୂଆଦିଲ୍ଲୀ -ଜନଧନ ଯୋଜନାର ନ’ ବର୍ଷ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ ଧନ ଯୋଜନା ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଯୋଜନାର ସଫଳତା ପାଇଁ ଯେଉଁମାନେ ଅବଦାନ ଦେଇଛନ୍ତି ସେମାନଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଆମ ଲୋକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ଏହି ପଦକ୍ଷେପ ମାଧ୍ୟମରେ ଦେଶର ବିକଶିତ ଅର୍ଥନୀତିରେ ପ୍ରତ୍ୟେକ ଭାରତୀୟଙ୍କର ଏକ ଉପଯୁକ୍ତ ସ୍ଥାନ ସୁନିଶ୍ଚିତ କରି ଆର୍ଥିକ ମୁଖ୍ୟ ସ୍ରୋତରେ ଲକ୍ଷ ଲକ୍ଷ ଲୋକଙ୍କୁ ସାମିଲ କରାଯାଇ ପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

Tuesday, August 29, 2023

ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା

 COASTAL NEWS Odia 530

ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା


 


ରଣପୁର,୨୯ା୮ : ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି ପଡୁଥିଲା ବେଳେ ସେବା ନ ପାଇ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଇ ନେଉଛନ୍ତି। ବର୍ଷ ବର୍ଷ ଧରି ଏପରି କିଛି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତା ଆଖିବୁଜି ଦେଇଛନ୍ତି। କର୍ମଚାରୀଙ୍କ ଶୋଷଣ, ଆବଶ୍ୟକ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟ ସେବା ଦିଗହରା ହୋଇ ଚାଲିଛି।

 ରଣପୁର ବ୍ଲକର ୩୭ଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ଟି ୱାର୍ଡ ସହ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ୫ଟି, ବେଗୁନିଆ ବ୍ଲକର ସିକୋ, ଖଡ଼ିପଦର, ଟାଙ୍କୋଳ, ଛଣିଗିରି ଆଦି ଗ୍ରାମର ଲୋକ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ୬୬ ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ରଟି ରୋଗୀମାନଙ୍କୁ ସେବା ଯୋଗଇବାରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନରେ ଏଠାକୁ ରୋଗୀ ସେବା ପାଇଁ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ରୋଗୀମାନେ ଉପଯୁକ୍ତ ସେବା ପାଉନାହାନ୍ତି। ଏହି ଟଙ୍କା ବାଟବରଣ ହେଉଥିବା ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ରଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇ ଥିଲେ ମଧ୍ୟ ଆବଶ୍ୟକ ବିଶେଷଜ୍ଞ ନାହାନ୍ତି। ସରକାରୀ ନିୟମ ଅନୁସାରେ, ଏଠାରେ ୧୧ଜଣ ବିଶେଷଜ୍ଞ ରହିବା କଥା। ତେବେ ଏଠାରେ ଜଣେ ସହକାରୀ ସର୍ଜନ, ୩ ଜଣ ଏମ୍‌ବିବିଏସ୍‌ ଡାକ୍ତର ରହିଛନ୍ତି। ଶିଶୁୁ ରୋଗ ବିଶେଷଜ୍ଞ ନ ଥିବାରୁ ଶିଶୁ ଓ ଛୋଟ ପିଲାମାନେ ସ୍ବାସ୍ଥ୍ୟ ସେବା ପାଇଁ ହଟହଟା ହେଉଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଥିବାରୁ ଗର୍ଭବତୀ ମହିଳାମାନେ ଚିକିତ୍ସା ପାଇ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହୋଇ ବାହାରକୁ ଯାଉଛନ୍ତି। ଅନ୍ୟପକ୍ଷରେ ୪ଜଣ ଡାକ୍ତର ରହୁଥିଲା ବେଳେ ସପ୍ତାହକେ ଦୁଇ ଦୁଇ ଦିନ ପାଳିରେ ସ୍ବାସ୍ଥ୍ୟ ସେବା କରୁଥିବା ଦେଖିବାକୁ ମିଳିଛି। ବହୁ ବର୍ଷ ଧରି ଜଣେ ଡାକ୍ତର ଅନ୍ୟତ୍ର ବଦଳି ନ ହୋଇ ରହୁଥିବାରୁ ସେ ରୋଗୀମାନଙ୍କୁ ରୁକ୍ଷ ବ୍ୟବହାରପ୍ରଦର୍ଶନ କରୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ଅଭିଯୋଗ ହେଉଛି। ୧୭ଜଣ ଷ୍ଟାଫନର୍ସଙ୍କ ସ୍ଥାନରେ ୮ଜଣ ଅଛନ୍ତି। ୧୪ଜଣ ଆଟେନାଣ୍ଟଙ୍କ ସ୍ଥାନରେ ୭ଜଣ ଅଛନ୍ତି। ଏହା ହେଉଛି ଜିଲାର ସବୁଠାରୁ ବଡ଼ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଯନ୍ତ୍ରାନ୍ସଗୁଡିକ ଟେକନିସିଆନ୍‌ ନ ଥିବାରୁ ପଡି ପଡ଼ି ନଷ୍ଟ ହେବାକୁ ବସିଲାଣି। ଏଠାରେ ରୋଗୀମାନଙ୍କ ପାଇଁ ରକ୍ତଭଣ୍ଡାର ନାହିଁ। ଫଳରେ ରୋଗୀମାନେ ନୟାଗଡ ୪୦ କିମି ଏବଂ ଖୋର୍ଦ୍ଧା ୫୦ କିମି ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ୧୯୫୭ରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନୂତନ ଗୃହ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତିକରଣ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଅବସ୍ଥା ସୁଧୁର ଆସୁନାହିଁ। ଶଯ୍ୟା ଗୁଡିକ ପ୍ରାୟତଃ ନଷ୍ଟ ହୋଇଗଲାଣି। ଏପରି କି କେତେକ ଶଯ୍ୟାକୁ ସ୍ବାସ୍ଥ୍ୟକେନ୍ଦ୍ର ଘରେ ଚାବି ପକାଇ ରଖାଯାଇଛି। ଆଉଟ ଡୋର ଏବଂ ଉନ୍‌ଡୋରରେ ପାଣିର ବ୍ୟବସ୍ଥା ନାହିଁ। କିଛି ବର୍ଷ ପୂର୍ବେ ରାଜ୍ୟ ସଭା ସାଂସଦଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ଏବେ ତାହା ଅଚଳ ହୋଇପଡିଛି। ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ନ ଥିବାରୁ ରୋଗୀମାନେ ହଟହଟା ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ପରିବେଶ ଅପରିଷ୍କାର ହୋଇରହିଛି। ଏଠାରେ ଚିକିତ୍ସା କରୁଥିବା ଡାକ୍ତରମାନେ ସାଧାରଣ ରୋଗୀଙ୍କୁ ଚିକିତ୍ସା ନ କରି ଭୁବନେଶ୍ୱର ବେସରକାରୀ ଡାକ୍ତରଖାନାକୁ ପଠାଇ ଦେଉଥିବା ବହୁ ସମୟରେ ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀଙ୍କ ରକ୍ତ, ମଳ, ମୁତ୍ର ପରୀକ୍ଷା କରାଯାଉ ନ ଥିବାରୁ ଖର୍ଚ୍ଚାନ୍ତ ହୋଇ ବାହାରେ କରିବାକୁ ପଡୁଛି। ରଣପୁର ଏନ୍‌ଏସିରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଜନ୍ମମୃତ୍ୟୁ ପ୍ରମାଣପତ୍ର ମିଳୁନାହିଁ। ଏହି ପ୍ରମାଣପତ୍ର ପାଇବା ପାଇଁ ଲୋକମାନେ ସୁନାଖଳା ୧୩ କିମି ଦୂର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି। ଏଠାରେ ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏହିପରି ନାନା ଅବ୍ୟବସ୍ଥା ମଧ୍ୟରେ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ଛନ୍ଦି ହୋଇ ଯାଇଛି। ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ରମାକାନ୍ତ ପଣ୍ଡାଙ୍କୁ ପଚାରିବାରେ ଏବେ ନୂଆ କରି ଯୋଗ ଦେଇଛି ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯାହା କିଛି ଅସୁବିଧା ଅଛି ଆପଣଙ୍କଠାରୁ ଜାଣିଲି। ୨ରୁ ୩ ଦିନ ଭିତରେ ସମାଧାନ କରିବା ପାଇ ଚେଷ୍ଟା କରିବି ଓ ଏହାର ସମାଧାନ କରାଯିବ। ସ୍ଥାନୀୟ ବିଧାୟକ ଯଦି ତାଙ୍କ ପ୍ୟାଡ଼ରେ ମତେ ଲେଖି କି ଦେବେ ତାହା ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉ ପାଳିରେ ଡାକ୍ତରମାନେ କାମ କରିବେ ନାହିଁ। ଏକ ସାଙ୍ଗରେ କାମ କରିବେ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 



ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ

 COASTAL NEWS Odia 529

ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ



କେନ୍ଦୁଝର :  ଲାଞ୍ଚ ମାଗି ନିଲମ୍ବିତ ହେଲେ ଭିଜିଲାନ୍ସ ମହିଳା କନଷ୍ଟେବଳ। କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ବିଭାଗର ମହିଳା କନଷ୍ଟେବଲ ସାଗରିକା ବାରିକ ମାମଲାର ଦଫାରଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିବାରୁ ଅଡିଓ ଭାଇରାଲ ହୋଇଥିଲା। ଅଡିଓରୁ ସାଗରିକାଙ୍କ ସ୍ବର ସ୍ପଷ୍ଟ ହେବା ପରେ ତାଙ୍କୁ ପ୍ରଥମେ ବାଲେଶ୍ବର ଭିଜିଲାନ୍ସ ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା।

ଅଧିକ ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଏହା ସହ ଭାଇରାଲ ଅଡିଓରେ ମହିଳା କନଷ୍ଟେବଳ ଯେଉଁମାନଙ୍କ ନାଁ ନେଇଛନ୍ତି ସେସଂପର୍କରେ ମଧ୍ୟ ତଦନ୍ତ ହେବ ବୋଲି ସେ କହିଛନ୍ତି। କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଦଫାରଫା କରିବାକୁ ଓ କେସ ଦୁର୍ବଳ କରିବାକୁ ମହିଳା କନଷ୍ଟେବଳ ଲାଞ୍ଚ ମାଗୁଥିବାର ଅଡିଓ ବିବାଦକୁ ଆସିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ବିଜୁ ଆଦର୍ଶ କଲୋନୀରେ ବାସ କରିବେ ବସ୍ତି ବାସିନ୍ଦା

 COASTAL NEWS Odia 528

ବିଜୁ ଆଦର୍ଶ କଲୋନୀରେ ବାସ କରିବେ ବସ୍ତି ବାସିନ୍ଦା



ଭୁବନେଶ୍ବର -ଆଉ ବସ୍ତି ନୁହେଁ, ଏଣିକି ବିଜୁ ଆଦର୍ଶ କଲୋନୀରେ ବାସ କରିବେ ବସ୍ତି ବାସିନ୍ଦା। ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ଲୋକାର୍ପଣ କରାଯାଇଛି।

ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୧ ହଜାରରୁ ଅଧିକ ପରିବାରକୁ ପଟ୍ଟା ବଣ୍ଟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୫ଟି ମହାନଗର ନିଗମର ୮୭୫ଟି ବସ୍ତି ଅନ୍ତର୍ଗତ ୨ ଲକ୍ଷ ପରିବାର ଉପକୃତ ହେବେ। ଏପର୍ଯ୍ୟନ୍ତ ୧୧୦ଟି ପୌର ସଂସ୍ଥାର ୧ ଲକ୍ଷ ୭୨ ହଜାରରୁ ଊର୍ଦ୍ଧ୍ବ ପରିବାରକୁ ଭୂମି ଅଧିକାର ପ୍ରଦାନ କରାଯାଇଛି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

ପାତାଳକୁ ଯିବ ‘ସମୁଦ୍ରଯାନ’

 COASTAL NEWS Odia 527

ପାତାଳକୁ ଯିବ ‘ସମୁଦ୍ରଯାନ’


 


ନୂଆଦିଲ୍ଲୀ : ଚନ୍ଦ୍ର ମିଶନ ସଫଳ ହେବା ପରେ ଏବେ ପାତାଳ ଉପରେ ପଡ଼ିଛି ଭାରତର ନଜର। ଖୁବଶୀଘ୍ର ପାତାଳର ରହସ୍ୟ ବାହାର କରିବା ପାଇଁ ଭାରତ ଆରମ୍ଭ କରିବ ପ୍ରକଳ୍ପ ‘ସମୁଦ୍ରଯାନ’। ‘ମିଶନ୍ ମହାସାଗର’ ଜରିଆରେ ଏକ ବୁଡ଼ା ଜାହାଜ ଗଭୀର ସମୁଦ୍ରକୁ ପଠାଯିବ। ଏହି ମିଶନରେ ପାତାଳର ବିଭିନ୍ନ ରହସ୍ୟ ଉପରୁ ପରଦା ହଟାଇବ ଭାରତ। ସମୁଦ୍ରର ରହସ୍ୟ ଜାଣିବା ହେଉଛି ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ସମୁଦ୍ରଯାନ ଅଧୀନରେ ଭାରତ ୬ ହଜାର ବୁଡ଼ା ଜାହାଜ ପ୍ରସ୍ତୁତ କରୁଛି। ଭାରତ ୨୦୨୧ରେ ସମୁଦ୍ରଯାନ ମିଶନ ଆରମ୍ଭ କରିଥିଲା; କିନ୍ତୁ ତାହାଠାରୁ ଏହି ମିଶନ ବହୁତ ବଡ଼। ମାର୍ଚ୍ଚ ୨୦୨୪ ସୁଦ୍ଧା ଏହାର କାର୍ଯ୍ୟ ସମାପ୍ତ ହେବ। ୨୦୨୬ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଶା କରାଯାଉଛି।

ଏହି ମିଶନର ନାଁ ‘ସମୁଦ୍ରଯାନ’। ଯେଉଁଥିରେ ୩ ଜଣଙ୍କୁ ୬ ହଜାର ମିଟର ସମୁଦ୍ରର ତଳକୁ ପଠାଯିବ। ଭାରତ ଦ୍ୱାରା ପ୍ରସ୍ତୁତ ମାନବ ବୁଡ଼ା ଜାହାଜ ବୈଜ୍ଞାନିକଙ୍କୁ ସିଧା ସଳଖ ପାତାଳକୁ ନେଇଯିବ। ଏହା ପାତାଳକୁ ଛୁଇଁବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଗଭୀର ସମୁଦ୍ର ଭିତରେ ଅପରିଷ୍କାର ଉପାଦାନ, ଖଣିଜ ପଦାର୍ଥ ବିଷୟରେ ସୂଚନା ଦେବ। ଏହି ମିଶନ ପାଇଁ ଭାରତକୁ ୪ ହଜାର ୭୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ୨୦୨୧ରେ ମହାସାଗର ମିଶନ ସମୁଦ୍ରଯାନର ଶୁଭାରମ୍ଭ କରିଥିଲା ଭାରତ। ଆମେରିକା, ରୁଷ, ଜାପାନ୍, ଚୀନ ଏବଂ ଫ୍ରାନ୍ସ ଭଳି ଦେଶ ସହିତ ସାମିଲ ହୋଇ ସାରିଛି ଭାରତ। ଏବେ କିନ୍ତୁ ମେଗା ମହାସାଗର ‘ମିଶନ ସମୁଦ୍ରଯାନ’ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଏଥିପାଇଁ ୩ ଜଣ ବିଶେଷଜ୍ଞ ଦଳ ସାମିଲ ହୋଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

5T ସଚିବ ଙ୍କ ଗଞ୍ଜାମ ଗସ୍ତ

 COASTAL NEWS Odia 526

5T ସଚିବ ଙ୍କ ଗଞ୍ଜାମ ଗସ୍ତ 

ଗଞ୍ଜାମ ରେ 5T ସଚିବ 


*-ଗଞ୍ଜାମରେ ଏହିଭଳି ଆଉ କାରଖାନା ହେବ*

*-୪ ହଜାର କୋଟି ବିନିଯୋଗରେ ହେବ କାରାଖାନା, ୩ ହଜାର ଲୋକେ ନିଯୁକ୍ତି ପାଇବେ*

*-ସରକାରଙ୍କ ସହ ୫ରୁ ଅଧିକ କମ୍ପାନିଙ୍କ ବୁଝାମଣା ସ୍ବାକ୍ଷର*

*-ସବୁ କମ୍ପାନି ଜିଲ୍ଲା ଆସି ୪୦ ହଜାର କୋଟି ବିନିଯୋଗ କରିବେ*

*-ଟଙ୍କା ବିନିଯୋଗ ସହ ୧୦ ହଜାର ଲୋକେ ନିଯୁକ୍ତି ପାଇବେ*

*ବ୍ରହ୍ମପୁରରେ ସୂଚନା ଦେଲେ 5T ସଚିବ*

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

Monday, August 28, 2023

ଇସ୍ରୋ ଫୋକସରେ ସୂର୍ଯ୍ୟ

 COASTAL NEWS Odia 525

ଇସ୍ରୋ ଫୋକସରେ ସୂର୍ଯ୍ୟ



ନୂଆଦିଲ୍ଲୀ - ଚନ୍ଦ୍ରକୁ ଛୁଇଁବା ପରେ ଇସ୍ରୋ ଫୋକସରେ ସୂର୍ଯ୍ୟ। ଶନିବାର ଭାରତର ସୂର୍ଯ୍ୟ ଅଭିଯାନ- ଆଦିତ୍ୟ ଏଲ-୧ ଆରମ୍ଭ ହେବ। ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV C-57 ଯୋଗେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧।

ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରକୁ ଯିବ। ଅର୍ଥାତ୍ ଚନ୍ଦ୍ରଯାନ-୩ ଯେତିକି ଦୂରକୁ ଯାଇଛି, ତା’ଠାରୁ ପ୍ରାୟ ୪ ଗୁଣ ଅଧିକ ବାଟ ଯିବ ଆଦିତ୍ୟ ଏଲ-୧। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛି ପୃଥିବୀର ସବୁଠୁ ନିକଟତମ ନକ୍ଷତ୍ର। ତେଣୁ ସୂର୍ଯ୍ୟ ଉପରେ ଗବେଷଣାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ବେଶ ଉତ୍ସାହିତ ହୋଇପଡ଼ିଛି। ବିଶ୍ୱର କୌଣସି ବୈଜ୍ଞାନିକ ଯାହା କରି ପାରି ନଥିଲା, ସେକଥା ଏସ ସୋମନାଥଙ୍କ ଟିମ କରି ଦେଖାଇଛି। ଚନ୍ଦ୍ରଯାନ-୩ ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇଛନ୍ତି।

ଏହି ସଫଳତା ପରେ ଇସ୍ରୋ ପକ୍ଷରୁ ଆସନ୍ତା ଶନିବାର ସୂର୍ଯ୍ୟ ଉପରେ ଗବେଷଣା ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ପଠାଯିବ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧।

ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।

ଏହାର ଅର୍ଥ ୨୦୨୩ ଶେଷ ସପ୍ତାହ କିମ୍ବା ୨୦୨୪ ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ-୧ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବ। ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧।

ଲାଗରେଞ୍ଜିଆନ୍ ପଏଣ୍ଟ-୧ ବା ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି। ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ସେଠାରେ କୌଣସି ପରାଗ ବା ଗ୍ରହଣର ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ।

ଏଥିରେ ମୋଟ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ। ଏଥିପାଇଁ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #prigroupaul




ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ

 COASTAL NEWS Odia 524

ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ


 


ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍‌୧ ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହେବ। ସକାଳ ୧୧.୫୦ରେ ଲଞ୍ଚ୍‌ ସମୟ ସ୍ଥିର କରାଯାଇଛି। ଏହା ଶ୍ରୀହରିକୋଟାଠାରୁ ଆରମ୍ଭ ହେବ। ଭାରତର ଆଦିତ୍ୟ-ଏଲ୍‌୧ ମିଶନ ସୂର୍ଯ୍ୟଙ୍କ ଅଦୃଶ୍ୟ କିରଣ ଏବଂ ସୌର ଉଦ୍‌ଗିରଣରୁ ମୁକ୍ତ ଶକ୍ତିର ରହସ୍ୟ ଅନୁଧ୍ୟାନ କରିବ।

ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ୍‌ ମିଶନ ହେବ। ଏଲ୍‌୧ ଚତୁଃପାର୍ଶ୍ୱରେ ଥିବା କକ୍ଷରୁ ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଚଳାଇବ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମୋସ୍ପିୟର ଅନୁଧ୍ୟାନ ଲାଗି ଉକ୍ତ ମହାକାଶ ଯାନରେ ବିଭିନ୍ନ ଓ୍ବେଭ୍‌ ବ୍ରାଣ୍ଡ୍‌ର ୭ଟି ପ୍ଲେଲୋଡ୍‌ ରହିବ। ଆଦିତ୍ୟ-ଏଲ୍‌୧ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ଏହାର ଭିଜିବଲ୍‌ ଏମିଶନ ଲାଇନ କରୋନାଗ୍ରାଫ୍‌ ପ୍ଲେଲୋଡ୍‌ ପ୍ରସ୍ତୁତ କରିବାରେ ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ(ଆଇଆଇଏ) ମୁଖ୍ୟ ଅନୁଷ୍ଠାନ। ସେହିପରି ପୁଣେର ଇଣ୍ଟରୟୁନିଭର୍ସିଟି ସେଣ୍ଟର ଫର୍‌ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ମିଶନ ପାଇଁ ସୋଲାର ଅଲ୍‌ଟ୍ରାଭାଓଲେଟ୍‌ ଇମେଜର ପ୍ଲେଲୋଡ୍‌ ବିକଶିତ କରିଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 



ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି।

 COASTAL NEWS Odia 523

ଭୟ: ଏକ ବୈଜ୍ଞାନିକ ବିଶ୍ଳେଷଣ

ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି।


 

ଭୁବନେଶ୍ବର - ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି। ଏପରି କୌଣସି ବ୍ୟକ୍ତି ନାହିଁ ଯାହା ମନରେ ଏହା କେବେ ନା କେବେ ସଞ୍ଚରିତ ନ ହୋଇଛି। ସାଧାରଣତଃ ଏହାକୁ ‘ନିରାନନ୍ଦ ଭାବପ୍ରବଣତା’ ବୋଲି ମନେକରାଯାଏ। ତେବେ ବେଳେବେଳେ ଏଥିରୁ ଆମେ ଆନନ୍ଦ ମଧ୍ୟ ପାଇଥାଉ, ଯେପରିକି ଭୟ ଉଦ୍ରେକକାରୀ ସିନେମା ଦେଖିବାରୁ। ଆମେ ଜାଣିଥାଉ ଯେ ଏହା ଆମ ପାଇଁ ବିପଦର କାରଣ ନୁହେଁ, ତଥାପି ଆମଠାରେ ଭୟର ଲକ୍ଷଣମାନ ପ୍ରକଟିତ ହୁଏ। ଏହି ଭୟ ଆମ ପାଇଁ ଉପଭୋଗ୍ୟ ହୁଏ।

ବିବର୍ତ୍ତନ କଥା ବିଚାରକୁ ନେଲେ ଏହା ହେଉଛି ଆମ ପ୍ରଜାତିର ସୃଷ୍ଟିକାଳୀନ ସାଥୀ ଏବଂ କେତେକ ଦୃଷ୍ଟିରୁ ଆମକୁ ତିଷ୍ଠି ରହିବାରେ ସାହାଯ୍ୟ କରିଆସିଛି। କାରଣ ହିଂସ୍ର ଜୀବଜନ୍ତୁ ତଥା ବିପଜ୍ଜନକ ପରିସ୍ଥିତିର ମୁକାବିଲା କିମ୍ବା ତାଙ୍କଠାରୁ ପଳାୟନ କରିପାରୁ ନ ଥିବା ପ୍ରଜାତିର ଶୀଘ୍ର ବିଲୁପ୍ତି ଘଟିଥାଏ। କିନ୍ତୁ ଭୟ ଆମକୁ ଏ ଦିଗରେ ପ୍ରରୋଚିତ କରି ସୁରକ୍ଷା ପ୍ରଦାନ କରିଥାଏ।

ଏହି ସମୟରେ ଆମ ଶ୍ୱାସକ୍ରିୟା ଏବଂ ହୃତ୍‌ସ୍ପନ୍ଦନ ପ୍ରଖର ହୁଏ। ଚର୍ମ ଆଦି ଶରୀରର ବାହ୍ୟଅଂଶର ରକ୍ତପେଟିକାମାନ ସଙ୍କୁଚିତ ହେଲାବେଳେ ବହୁ ଅତ୍ୟାବଶ୍ୟକ ଅଙ୍ଗଗୁଡ଼ିକର ଚତୁଃପାର୍ଶ୍ୱସ୍ଥ କେନ୍ଦ୍ରୀୟ ରକ୍ତପେଟିକାଗୁଡ଼ିକ ସମ୍ପ୍ରସାରିତ ହୋଇ ତାହାଙ୍କୁ ଅମ୍ଳଜାନ ଓ ପୁଷ୍ଟିଧାରଣ କରୁଥିବା ରକ୍ତରେ ପ୍ଳାବିତ କରନ୍ତି। ମାଂସପେଶୀ ଅଧିକ ରକ୍ତ ପ୍ରାପ୍ତ ହୁଅନ୍ତି ଏବଂ ଭୟ ପ୍ରତି ପ୍ରତିକ୍ରିୟା ପ୍ରକାଶ ଲାଗି ପ୍ରସ୍ତୁତ ହୋଇଯାଆନ୍ତି। ଏସମୟରେ ଚୟପୟନ ଦ୍ରୁତ ହେବାରୁ ରକ୍ତରେ ଗ୍ଲୁକୋଜର ସ୍ତର ହଠାତ୍‌ ବଢ଼ିଯାଏ ଏବଂ ତାହା ସମ୍ଭାବ୍ୟ ଆବଶ୍ୟକତା ପୂରଣ ଲାଗି ଶକ୍ତି ସଞ୍ଚୟ କରି ରଖନ୍ତି। ଅନ୍ୟପକ୍ଷରେ ରକ୍ତରେ କ୍ୟାଲସିୟମ ଏବଂ ଶ୍ୱେତ ରକ୍ତକଣିକା ଅଧିକ ହୋଇଯାଏ।

ଭୟ ସମୟରେ ଉତ୍ପନ୍ନ ମୁକାବିଲା କିମ୍ବା ପଳାୟନ ପ୍ରତିକ୍ରିୟାକୁ ମସ୍ତିଷ୍କର ଲିମ୍ବିକ ବ୍ୟବସ୍ଥା ନିୟନ୍ତ୍ରିତ କରିଥାଏ। ଏହି ଅଂଶଟି ଆମିଗ୍‌ ଡାଲା, ହାଇଫୋଥାଲାମସ୍‌, ହିପୋକାମ୍ପସ୍‌ ଏବଂ ସେରିବ୍ରମ୍‌ର ତଳପଟେ ଥିବା ଥାଲାମସ୍‌ର ଉଭୟ ପାର୍ଶ୍ୱରେ ଅବସ୍ଥିତ ସିଙ୍ଗୁଲେଟ୍‌ ଗାଇରସ୍‌କୁ ନେଇ ଗଠିତ। ଏହି ବ୍ୟବସ୍ଥା ଦ୍ୱାରା ଆମ ଅନ୍ତଃସ୍ରାବୀ ଗ୍ରନ୍ଥୀ ଓ ସ୍ବୟଂକ୍ରିୟ ସ୍ନାୟବିକ ସଂସ୍ଥା ପ୍ରଭାବିତ ହୋଇଥାଏ। ଆମ ମନସ୍ତାତ୍ତ୍ୱିକ ବିକୃତିକୁ ନିୟନ୍ତ୍ରଣରେ ରଖୁଥିବା ପ୍ରି ଫ୍ରିଣ୍ଟାଲ କୋରଟେକସକୁ ମଧ୍ୟ ଏହା ସଂଯୋଜିତ କରି ରଖେ। ଆମର କ୍ଷୁଧା, ଖୁସି, କ୍ରୋଧ ଓ ଉଦ୍‌ବେଗକୁ ହାଇପୋଥାଲାମସ୍‌ ନିୟନ୍ତ୍ରିତ କରିଥାଏ। ଏହାର ଅନ୍ୟ କାର୍ଯ୍ୟ ହେଲା ରକ୍ତ ଚାପ, ହୃତ୍‌ସ୍ପନ୍ଦନ ଓ ଆବେଗକୁ ସନ୍ତୁଳିତ ରଖିବା। ହଠାତ୍‌ କୌଣସି ବିପଦର ସମ୍ମୁଖୀନ ହେଲେ, ମାନସିକ ଚାପଗ୍ରସ୍ତ ହେଲେ କିମ୍ବା ଉତ୍ତେଜିତ ହେଲେ ତାକୁ ପ୍ରତିହତ କରିବା କିମ୍ବା ସେଠାରୁ ପଳାୟନ କରିବା ଲାଗି ଉତ୍‌ପ୍ରେରିତ କରିବା କାମ ହେଲା ଆମିଗଡାଲାର। ଏହା ହାଇପୋଥାଲାମସ୍‌କୁ ଏ ସମ୍ପର୍କରେ ସୂଚନା ଦିଏ। ଅନ୍ୟପକ୍ଷରେ ହାଇପୋଥାଲାମସ୍‌ ସକ୍ରିୟ କରେ ପିଟ୍ୟୁଟାରୀ ଗ୍ରନ୍ଥୀକୁ। ଫଳରେ ତହିଁରୁ ଆଡ୍ରେନୋକୋରଟିକୋଟ୍ରାପକ୍‌ ହର୍‌ମୋନର କ୍ଷରଣ ଘଟେ।

ଏହି ସମୟରେ ଆମ ସ୍ନାୟୁ ବ୍ୟବସ୍ଥାର ଏକ ଅଂଶବିଶେଷ ହୋଇଥିବା ଏବଂ ମୁକାବିଲା କିମ୍ବା ପଳାୟନ ପ୍ରତିକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସମ୍ବେଦନଶୀଳ ସ୍ନାୟୁବ୍ୟବସ୍ଥା ଆଡେନାଲ୍‌ ଗ୍ରନ୍ଥୀକୁ ସକ୍ରିୟ କରେ। ଏହାଦ୍ୱାରା ଏପିନେଫ୍ରିନ୍‌ ବା ଆଡ୍ରେନାଲିନ୍‌ ଏବଂ କାଟେକୋଲାମିନ୍‌ ଜାତୀୟ ହର୍‌ମୋନଗୁଡ଼ିକୁ ରକ୍ତସ୍ରୋତରେ ବୃଦ୍ଧି ପାଇବାକୁ ପ୍ରୋତ୍ସାହନ ଦିଏ। ପୁନଶ୍ଚ ଆଡ୍ରେନୋ କୋରଟିକୋଟ୍ରୋପିକ୍‌ ହର୍‌ମୋନ ଦ୍ୱାରା ପ୍ରରୋଚିତ ହୋଇ ଶରୀର ମଧ୍ୟରେ କୋର୍ଟିସଲର ମଧ୍ୟ କ୍ଷରଣ ଘଟେ। ଫଳରେ ରକ୍ତଚାପ, ରକ୍ତ ଶର୍କରା (ସୁଗାର) ଏବଂ ରକ୍ତରେ ଶ୍ୱେତକଣିକା ଅଧିକ ହୁଏ। ରକ୍ତରେ ସଞ୍ଚାଳିତ ହେଉଥିବା କୋର୍ଟିସଲ୍‌ ଆବଶ୍ୟକସ୍ଥଳେ ମାଂସପେଶୀର ବ୍ୟବହାର ପାଇଁ ମେଦାମ୍ଳଗୁଡ଼ିକୁ ଶକ୍ତିରେ ମଧ୍ୟ ରୂପାନ୍ତର କରେ।

ଏପିନେଫ୍ରିନ୍‌ ଏବଂ ନରଏପିନେଫ୍ରିନ୍‌ ଭଳି କାଟେକୋଲାମିନ୍‌ ଶ୍ରେଣୀର ହର୍‌ମୋନ ମାଂସପେଶୀକୁ ପ୍ରଚଣ୍ଡ ଭାବେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ କରିଥା’ନ୍ତି। ସେଗୁଡ଼ିକ ଆମ ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ପାକସ୍ଥଳୀ ଓ ଅନ୍ତନଳୀମାନଙ୍କ ସକ୍ରିୟତାକୁ ପ୍ରଭାବିତ କରନ୍ତି। ଫଳରେ ଆମଠାରେ ପ୍ରକଟିତ ହୁଏ ଛାତି ଧଡ଼ପଡ଼ ହେବା, ଘନ ଘନ ନିଃଶ୍ୱାସ ନେବା, ଶରୀରରୁ ଝାଳ ବୋହିବା, ତଣ୍ଟି ଶୁଖିଯିବା ଆଦି ଭୟର ନାନାଦି ଲକ୍ଷଣ। ଏ ସମସ୍ତ ଆମ ଧମନୀକୁ ପ୍ରସାରିତ କରେ ଏବଂ ଶ୍ରବଣ ଶକ୍ତି ହ୍ରାସ ମଧ୍ୟ ହୁଏ।

ସ୍ମରଣ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ମସ୍ତିଷ୍କର ହିପୋକାମ୍ପସ୍‌ ଏବଂ ଉଚ୍ଚସ୍ତରୀୟ ନିଷ୍ପତ୍ତି ନେବାରେ ସହାୟତା କରୁଥିବା ପ୍ରି ଫ୍ରଣ୍ଟାଲ୍‌ କୋର୍‌ଟେକସ୍‌ ମଧ୍ୟ ଭୟ ପ୍ରତି ଆମର ପ୍ରତିକ୍ରିୟାରେ ଅନ୍ୟ ପ୍ରକାର ଅଂଶଗ୍ରହଣ କରନ୍ତି। ଏହା ବାସ୍ତବ ଓ ଯୁକ୍ତିଯୁକ୍ତ କି ଘଟଣାଟି ପ୍ରତି ଆମେ ଅନାବଶ୍ୟକ ଭାବେ ଅଧିକ ପ୍ରତିକ୍ରିୟା ପ୍ରଦର୍ଶନ କରୁଛୁ ତାହା ବୁଝିବାରେ ସେଗୁଡ଼ିକ ସାହାଯ୍ୟ କରନ୍ତି। ଯଦି ହିପୋକାମ୍ପସ୍‌ ଏବଂ ପ୍ରି ଫ୍ରଣ୍ଟାଲ୍‌ କୋରଟେକାସ୍‌ ନିର୍ଣ୍ଣୟ କରନ୍ତି ଯେ ଏହା ଅତିରଞ୍ଜିତ, ତା’ହେଲେ ସେଗୁଡ଼ିକ ତାହାକୁ ଫେରାଇ ଆଣିପାରିବେ ଏବଂ ଆମିଗଡାଲ ସକ୍ରିୟତାକୁ ହ୍ରାସ କରିପାରିବେ। ଅତଏବ ଆମ ଡର କମିଯିବ। ଆମେ ଭୀତପ୍ରଦ ସିନେମା ଦେଖି ଡରିବା ପରିବର୍ତ୍ତେ ଏହାକୁ ଉପଭୋଗ କରିବାର ଏହା ହେଉଛି କାରଣ।

ଉଭୟ ସ୍ନାୟବିକ ଦିଗଗୁଡ଼ିକ ଉଦ୍‌ଘାଟନ ପାଇଁ ଏବେ ପରୀକ୍ଷା ନିରୀକ୍ଷା ତଥାପି ଚାଲିଛି। ସମ୍ଭବତଃ ଆଗାମୀ ଦିନମାନଙ୍କରେ ବୈଜ୍ଞାନିକମାନେ ଏଥିରେ ସଫଳତା ହାସଲ କରିପାରିବେ। ସେତେବେଳେ ଆମର ଅଯଥା ଭୟର ନିୟନ୍ତ୍ରଣ ଏବଂ ଆବଶ୍ୟକସ୍ଥଳେ ନିବାରଣ ଲାଗି ଚିକିତ୍ସା ସମ୍ଭବ ହେବ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ ଦୁର୍ବଳ

 COASTAL NEWS Odia 522

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ ଦୁର୍ବଳ


 
ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ ଦୁର୍ବଳ

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥାଏ। ସ୍ବିଡେନର ଏକ ଗବେଷକ ଦଳଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି।

ସର୍ଭେ ରିପୋର୍ଟ ଅନୁଯାୟୀ, ମହାକାଶଚାରୀଙ୍କ ଶରୀର ମହାକାଶକୁ ଯିବା ମାତ୍ରେ ପ୍ରଥମେ ବ୍ରହ୍ମାଣ୍ଡ ବିକିରଣର ସମ୍ମୁଖୀନ ହୁଏ। ଏହି ମାଇକ୍ରୋଗ୍ରାଭିଟି ପରେ ଯଥା ଶୂନ୍ୟ ମାଧ୍ୟାକର୍ଷଣ ଶରୀରର ତରଳ ପଦାର୍ଥ (ତରଳ ପଦାର୍ଥ) ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ପ୍ରତିରକ୍ଷା ପ୍ରଣାଳୀ ସହିତ ହୃଦୟ, ରକ୍ତ ସଞ୍ଚାଳନ, ହଜମ, ମାଂସପେଶୀ, ହାଡ ଏବଂ ପ୍ରତିରୋଧ ପ୍ରଣାଳୀ ସହିତ ଜଡିତ ପ୍ରଣାଳୀ ଉପରେ ଏହାର ପ୍ରଭାବ ପଡିଥାଏ। ଶୂନ୍ୟ ମାଧ୍ୟାକର୍ଷଣ ଯୋଗୁ ମହାକାଶରେ ସ୍ବାଭାବିକ ସ୍ବାସ୍ଥ୍ୟ ଅତ୍ୟନ୍ତ କଷ୍ଟକର ହୋଇଯାଇଥାଏ।

କୋଲନ ମେଡିକାଲ କଲେଜର ମହାକାଶ ସ୍ବାସ୍ଥ୍ୟ ଗବେଷକ ୟୋଖାନ ହିଙ୍କେଲବେନ ଡିଡବ୍ଲୁ କହିଛନ୍ତି ମହାକାଶଚାରୀମାନେ ମଧ୍ୟ ବିଭିନ୍ନ ସଂକ୍ରମଣ ଲାଗି ଅସୁରକ୍ଷିତ ହୋଇପାରନ୍ତି ଏବଂ ସାଧାରଣତଃ ରୋଗ ସୃଷ୍ଟିକାରୀ ତତ୍ତ୍ୱ ଯାହା ପୁରାତନ ଜଣେ ମହାକାଶଚାରୀ ପୃଥିବୀରୁ ନେଇ ଯାଇଥିଲେ ତାହା ମହାକାଶରେ ଭାସମାନ ଅବସ୍ଥାରେ ରହିଥାଏ। କାନାଡାର ଅଟ୍ଟୋ ବିଶ୍ୱବିଦ୍ୟାଳୟର ଓଡେଟ ଲେନୁଭିଲଙ୍କ ଅନୁଯାୟୀ, ମହାକାଶଚାରୀଙ୍କ ସୁପ୍ତ ରୋଗ ସୃଷ୍ଟିକାରୀ ତତ୍ତ୍ୱ ପୁନର୍ବାର ସକ୍ରିୟ ହୋଇଯାଇଥାଏ। ଫଳରେ ଚର୍ମ ସଂକ୍ରମଣ ମଧ୍ୟ ହୋଇଥାଏ ।

ସିବିଆଇ ଅଧିକାରୀ କହି ଲୁଟିନେଲେ ୨ କୋଟି ଟଙ୍କା

 COASTAL NEWS Odia 521

ସିବିଆଇ ଅଧିକାରୀ କହି ଲୁଟିନେଲେ  ୨ କୋଟି ଟଙ୍କା



ଭୁବନେଶ୍ବର - ସିବିଆଇ ଅଧିକାରୀ କହି ରାତି ଅଧରେ ଘରେ ପଶି ୨ କୋଟି ଟଙ୍କା ଲୁଟି ନେଇଥିଲେ। ହେଲେ ଦୁର୍ଭାଗ୍ୟକୁ ଛାଡ଼ି ଯାଇଥିଲେ ବ୍ୟାଗ। ସେହି ବ୍ୟାଗକୁ ଘାଣ୍ଟି ଘାଣ୍ଟି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ନନ୍ଦନବିହାର ଲୁଟ୍‌ ମାମଲାରେ ପୁଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କିଛି ସୁନା ଅଳଙ୍କାର ଓ କୋଟିଏ  ଟଙ୍କା ଜବତ କରିଛି।

ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତି ନନ୍ଦନ ବିହାରର ନିବାରଣ ପାଣି ଓ ତାଙ୍କ ପୁଅ ଘରେ ଥିଲେ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରର ତଲାସୀ ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ।

 

ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌।

ବାଦଲ ମୁଖ୍ୟ ଅଭିଯୁକ୍ତ। ସମ୍ବଲପୁର ଜିଲ୍ଲା ରେଙ୍ଗାଲୀରେ ବସି ଲୁଟ୍‌ର ପୂରା ପ୍ଲାନ୍‌ ତିଆରି କରିଥିଲା ବାଦଲ। ତା’ପରେ ସେ ଅନ୍ୟ ୮ ଜଣଙ୍କୁ ଏଥିରେ ସାମିଲ କରାଇ ନିବାରଣଙ୍କ ଘରୁ ଲୁଟ୍‌ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ନିବାରଣ କେଉଁଠୁ ଟଙ୍କା ଆଣିଥିଲେ? ସେ ସମ୍ପର୍କରେ ବାଦଲ ଜାଣିଲେ କେମିତି? ତାକୁ ଖୋଜିବା ଏବେ ପୁଲିସ୍‌ ପାଇଁ ବଡ଼ କାଠିକର ପାଠ ହେବ।

କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ତେବେ ବାକି ଟଙ୍କା ଓ ଗହଣା ଅନ୍ୟ ୪ ଅପରାଧୀଙ୍କ ପାଖରେ ଥାଇପାରେ। ସେଥିପାଇଁ ତଦନ୍ତକୁ ଆହୁରି ଜୋରଦାର କରିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି

 COASTAL NEWS Odia 520

ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି



 

ଯାଜପୁର ଟାଉନ,୨୮ା୮ : ଯାଜପୁର ସହରରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅଧିକାଂଶ ସମୟରେ ବହୁ ଅଞ୍ଚଳରେ ପାଇପ୍‌ଗୁଡ଼ିକରେ କଳା ନର୍ଦ୍ଦମା ପାଣି ଆସୁଛି। ମଝିରେମଝିରେ ପାଇପ୍‌ଗୁଡ଼ିକ ସଫା ହେବାବେଳେ ସାଧାରଣତଃ କାଦୁଅମିଶା ପାଣି ଆସିଥାଏ। କିନ୍ତୁ ୩ ଦିନ ହେବ ସହରର ଭୀମକରପୁର, ରାଉତରାପୁର, ନୂଆଗାଁ, ମହାବୀରଛକ, ଭାଗବତପୁର ଆଦି ଅଞ୍ଚଳରେ ସମ୍ପୂର୍ଣ୍ଣ ନର୍ଦ୍ଦମା ଜଳ ସପ୍ଲାୟ କରାଯାଉଛି। ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ, ସହରର ହାବେଳିବଜାର ଛକଠାରୁ ଭାୟା ବଡ଼ବଜାର, ରାଜପୁର ଦେଇ ଗଞ୍ଜେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ଅଧା କିଲୋମିଟର ଦୂରତାର ପାଇପ୍‌ ପ୍ରାୟ ୬୦ ବର୍ଷ ତଳୁ ପରିବର୍ତ୍ତନ କରାଯାଇନାହିଁ। ଫଳରେ ବଡ଼ବଜାର, ରାଜପୁର, ବଡ଼ଶାସନ, ଜାଗେଶ୍ୱରପୁର, ହାବେଳିବଜାର, ବିବିସରାଇ, ଡେଲିମାର୍କେଟ, ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସହରବାସୀ ପ୍ରତିଦିନ ନର୍ଦ୍ଦମା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ସମସ୍ତଙ୍କର ନଳକୂପ ନ ଥିବାରୁ ବାଧ୍ୟ ହୋଇ ଏହି ପାଇପ ଜଳ ଉପରେ ସବୁପ୍ରକାର ବ୍ୟବହାର ପାଇଁ ନିର୍ଭର କରିଥାନ୍ତି। ଆଉ ଜନସ୍ବାସ୍ଥ୍ୟ ବିଭାଗ ଜନଗଣଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପରିବର୍ତ୍ତେ ନର୍ଦ୍ଦମା ଜଳ ଯୋଗାଇଦେଇ ନାନାଦି ରୋଗରେ ପୀଡ଼ିତ କରିବାର ବ୍ୟବସ୍ଥା କରୁଛି ବୋଲି ଅଭିଯୋଗ ହୋଇଛି। ପୁରୁଣା ପାଇପ୍‌ ପରିବର୍ତ୍ତନ ସହିତ ସହରବାସୀଙ୍କୁ ସିଧାସଳଖ ପାଇପ୍‌ରୁ ବିଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌର ପ୍ରଶାସନକୁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ ଧ୍ୟାନ ଦିଆଯାଉନାହିଁ ବରଂ ପାନୀୟଜଳ ଟିକସ୍‌ ପାଇଁ ପୌରପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି।

ରୋଜଗାର ମେଳା ଅଧୀନରେ ୫୧,୦୦୦ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

 COASTAL NEWS Odia 519


ରୋଜଗାର ମେଳା ଅଧୀନରେ ୫୧,୦୦୦ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

 





ନୂଆଦିଲ୍ଲୀ: ଅଗଷ୍ଟ ୨୮ରେ ରୋଜଗାର ମେଳା ଅଧୀନରେ ୫୧, ୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଗଷ୍ଟ, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବେ। ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ), ସୀମା ସୁରକ୍ଷା ବଳ (ବିଏସଏଫ), ଶସସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି। ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ- ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ। ଆଭ୍ୟନ୍ତରୀଣ ନିରାପତ୍ତା, ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା, ବାମପନ୍ଥୀ ଉଗ୍ରବାଦ ବିରୋଧୀ ଏବଂ ଦେଶର ସୀମା ସୁରକ୍ଷା ଭଳି ବହୁମୁଖୀ ଭୂମିକା ନିର୍ବାହ କରିବାରେ ସିଏପିଏଫ୍ ଏବଂ ଦିଲ୍ଲୀ ପୁଲିସର ସୁଦୃଢ଼ୀକରଣ ଏହି ବାହିନୀକୁ ଅଧିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବାରେ ସହାୟକ ହେବ।ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମୋଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ସ୍ଥାନରେ, ଯେକୌଣସି ଡିଭାଇସ୍‌\’ ଶିକ୍ଷଣ ଫର୍ମାଟରେ ୬୭୩ରୁ ଅଧିକ ଇ – ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା

 COASTAL NEWS Odia 518

ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା



ନୂଆଦିଲ୍ଲୀ - ମନ୍ କି ବାତ କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ-୩ର ସଫଳତା କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ-୩ ସାରା ଭାରତବାସୀଙ୍କ ପାଇଁ ସ୍ପିରିଟ୍ ପାଲଟିଛି' । ସଂକଳ୍ପର ସୂର୍ଯ୍ୟ ଚନ୍ଦ୍ରପୃଷ୍ଠରେ ଉଇଁଛି' । ମିଶନ ଚନ୍ଦ୍ରଯାନ ନାରୀଶକ୍ତିର ଏକ ସ୍ପଷ୍ଟ ଉଦାହରଣ । ସେହିପରି G 20 ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି ପିଏମ୍ । G 20ସହ ଜଡ଼ିତ ପ୍ରାୟ 200 ବୈଠକର ଆୟୋଜନ ହୋଇଛି'। ସମ୍ମିଳନୀକୁ 4 ଶହ ଦେଶର ପ୍ରତିନିଧି ଭାରତ ଆସିବେ' । ସାରା ଭାରତର ସମ୍ଭାବନା ଉପରେ ବିଶ୍ବର ନଜର ରହିଛି' ।

ଆଜି ଭାରତ ବିଭିନ୍ନ କ୍ଷେତ୍ରରେ ବିଜୟ ଲାଭ କରିଚାଲିଛି' । ଖେଳ, ଶିକ୍ଷା, ସ୍ବାସ୍ଥ୍ୟକ୍ଷେତ୍ରରେ ଯୁବବର୍ଗ ଜିତି ଚାଲିଛନ୍ତି' । ଆଜି ନୂଆ ଭାରତର ଲକ୍ଷ୍ୟ କେବଳ ବିଜୟ ଉପରେ ରହିଛି ବୋଲି କହିଛନ୍ତି ପ୍ରଧାନମନମନ୍ତ୍ରୀ । ସେହିପରି ହର୍ ଘର୍ ତ୍ରିରଙ୍ଗା ଅଭିଯାନର ସଫଳତା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ "ମୋ ମାଟି ମୋ ଦେଶ" ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3

 COASTAL NEWS Odia 517

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3



ନୂଆଦିଲ୍ଲୀ - ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା'ର ଅନୁସନ୍ଧାନ କରିଛି ଏହି ପେଲୋଡ୍। 

ଏନେଇ ଇସ୍ରୋ ଏକ୍ସ(ପୂର୍ବର ଟ୍ୱିଟର୍) ଯେଗେ ସୂଚନା ଦେଇ କହିଛି, "ଚନ୍ଦ୍ରର ଭୂପୃଷ୍ଠରୁ 10 ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-3 ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।" ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି। ଗ୍ରାଫରେ ଥିବା ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।

ଇସ୍ରୋ କହିଛି ଯେ, ChaSTE ପେଲୋଡ୍ ମାଧ୍ୟମରେ ଏହି ଅନୁସନ୍ଧାନ କରାଯାଇଛି। ଏଥିରେ 10 ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି। 

ଗତକାଲି ଇସ୍ରୋ କହିଥିଲା ​​ଯେ, ଚନ୍ଦ୍ରଯାନ-3 ମିଶନର ତିନୋଟି ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ପୂରଣ ହୋଇସାଛି। ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକ ପରୀକ୍ଷଣ ଜାରିରହିଛି। ଆହୁରି ମଧ୍ୟ, ଚନ୍ଦ୍ରଯାନ-3 ମିଶନର ସମସ୍ତ ପେଲୋଡ୍ ସାଧାରଣ ଭାବରେ କାମ କରୁଛି। ଆଗକୁ ଚନ୍ଦ୍ରପୃଷ୍ଠ ଭାବଦରେ ନୂଆ ସୂଚନା ଆସିବ। 

ଆଶ୍ଳୀଳ ମେସେଜ

 COASTAL NEWS Odia 516

ଆଶ୍ଳୀଳ ମେସେଜ



ବଲାଙ୍ଗୀର - ଆଶ୍ଳୀଳ ମେସେଜ। କୌଣସି ଉତ୍ତର ନପାଇବାରୁ ପର୍ଣ୍ଣ ଭିଡ଼ିଓ ପଠାଇଥିଲା। ସେଥିରେ ମଧ୍ୟ ଯୁବତୀଙ୍କଠାରୁ କୌଣସି ରିପ୍ଲାଏ ପାଇଲେ ନାହିଁ। କଥା ହେବା ପାଇଁ ବ୍ୟଗ୍ର ଥିବା ଯୁବକ ରାତିରେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ଶେଷରେ ଭିଡିଓ କଲ୍‌ କରି ଶାରୀରିକ ସମ୍ପର୍କ ରଖିବା ପାଇଁ ଯୁବତୀଙ୍କୁ ନିବେଦନ କରିଥିଲା।

ଗତ ୨୫ ତାରିଖ ସକାଳେ ଯୁବତୀ ଜଣକ ଏନେଇ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ସାଇବର ଥାନା ପୁଲିସ୍‌ ହ୍ୱାଟ୍ସଆପ୍‌ ମେସେଜ୍‌ ଓ ମୋବାଇଲ୍‌ ନମ୍ୱରକୁ ଖେଳାଇଥିଲା। ଆଉ ସେଇଥିରୁ ଅଭିଯୁକ୍ତ ଯୁବକଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା।

ଅଭିଯୁକ୍ତ ଯୁବକ ହେଉଛି ପୁଇଁତଲା ଥାନା ବାହାଲବୁକା ଗାଁର ଗିରିଧାରୀ କୁଅଁର ଓରଫ କାହ୍ନା। ତା’ପରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରି ଗିରିଧାରୀକୁ ଧରିଥିଲା। ତା’ଠାରୁ ମୋବାଇଲ ଫୋନ ଜବତ କରିଥିଲା। ପୁଲିସ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଦେଇଛି।

ଏନେଇ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ କହିଛନ୍ତି, ବର୍ତ୍ତମାନ ବହୁଳ ପରିମାଣରେ ସୋଶାଲ ମିଡ଼ିଆର ବ୍ୟବହାର ଯୋଗୁ ଯୁବକ ଯୁବତୀ ଅସୁବିଧାରେ ପଡୁଛନ୍ତି। ବିଶ୍ୱାସରେ ଫଟୋ ସେୟାର କରୁଛନ୍ତି। ପରେ ବ୍ଲାକମେଲର ଶିକାର ହେଉଛନ୍ତି।

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

 COASTAL NEWS Odia 516

ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ



 

ମୁମ୍ବାଇ,୨୭।୮: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗିବାର ଖବର ମିଳିବା ପରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡର ଗାଡି ପହଞ୍ଚିଥିଲା। ଫାୟାର ବ୍ରିଗେଡର ଗାଡି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା।

କୁହାଯାଉଛି କି ଏହି ନିଆଁ ଦିନ ପ୍ରାୟ ୧ଟାରେ ଲାଗିଥିଲା। ନିଆଁ ଲାଗିଥିବା ଜଣାପଡିବା ପରେ ହୋଟେଲରେ ଥିବା ଲୋକେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ। ହୋଟେଲ ଷ୍ଟାଫ ଭୟଭୀତ ହୋଇ ରୁମ ଖାଲି କରିବାରେ ବ୍ରସ୍ତ ହୋଇ ପଡିଥିଲେ। ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ଆହତଙ୍କୁ ତୁରନ୍ତ ଚିକିସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Sunday, August 27, 2023

ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା

 COASTAL NEWS Odia 514

ଖଣ୍ଡିଆକୁ ଶୀଘ୍ର ଭଲ କରିବ ହଳଦୀ ବ୍ୟାଣ୍ଡେଜ । ଅନ୍ୟ ବ୍ୟାଣ୍ଡେଜ ତୁଳନାରେ ଶସ୍ତା

 


ଭୁବନେଶ୍ବର -ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ -ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସଂଜୀବ ସାହୁ । ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡ଼େଭଲପମେଂଟ କର୍ପୋରେସନ-ଏନଆରଡ଼ିସି ଜରିଆରେ ଆଇଏଲଏସ ସହ ଆଲୋଚନା କରିଛନ୍ତି ଗୁଜରାଟ ଓ ଉତରପ୍ରଦେଶର ଦୁଇ କମ୍ପାନୀ । ତେବେ ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ ।

ହଳଦୀରୁ ଉପଚାର:

– ଖୁବ ଶୀଘ୍ର ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ

-ଯାହା ଅନ୍ୟ ବ୍ୟାଣ୍ଡେଜ ଠାରୁ ସ୍ୱତନ୍ତ୍ର ଓ ଶସ୍ତା

– ଏହା ହେଉଛି ଶୁଦ୍ଧ ଓ ଖାଂଟି ହଳଦୀରେ ତିଆରି ଦେଶୀ ଚିିକିତ୍ସା

-କ୍ଷତସ୍ଥାନକୁ ଶୀଘ୍ର ଶୁଖାଇବ ଏହି ହଳଦୀ ବ୍ୟାଣ୍ଡେଜ

-ଡ଼ାଇବେଟିସ ରୋଗୀଙ୍କ କ୍ଷତ ସ୍ଥାନକୁ ଖୁବ ଶୀଘ୍ର ଶୁଖାଇବାରେ କରିବ ସାହାଯ୍ୟ

-ଦୀର୍ଘ ବର୍ଷ ହେବ ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି

-ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ରହିଛି ବହୁ ଔଷଧୀୟ ଗୁଣ

-ଏହାକୁ ପ୍ରଥମେ ମୂଷା ଉପରେ ପରୀକ୍ଷା କରାଯାଇଛି

– ଏହି ବ୍ୟାଣ୍ଡେଜକୁ ବାରମ୍ବାର ବ୍ୟବହାର କରିବାକୁ ପଡ଼ିବନି

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...