AFFILIATE MARKETING

https://binomo.com?a=90810425bb57&t=0

Saturday, July 22, 2023

ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ

 ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ



ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡକୁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝୁଲାଇ ଦିଅଯାଇଥିବା ଦେଖିବାକୁ ମିଳିଛି।


ଏହି ବ୍ୟକ୍ତିଜଣକ ଡାଭିଡ ଥିକ୍‌ ବୋଲି ଜଣାପଡ଼ିଥିବା ବେଳେ ସେ କୁକି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ତାଙ୍କ କଟା ମୁଣ୍ଡକୁ ବିଷ୍ଣୁପୁର ଅଞ୍ଚଳରେ ବାଉଁଶ ଉପରେ ଝୁଲାଇ ଦିଆଯାଇଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଥିକ୍‌ଙ୍କୁ ଜୁଲାଇ ୨ ରେ ହତ୍ୟା କରାଯାଇଥିବା ଜଣାଯାଇଛି। ଉକ୍ତ ଦିନ ଘଟିଥିବା ସଂଘର୍ଷରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଡାଭିଡ ଥିକ୍‌ ବି ଥିବା ଜଣାଯାଇଛି।


ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଧୀରେ ଧୀରେ ଶାନ୍ତ ହୋଇ ଆସୁଥିବା ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ ହେବାରେ ଲାଗିଛି। ଏହି ଘଟଣାରେ ଏଯାବତ ୫  ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏଯାବତ ଆହୁରି ବହୁ ଅଭିଯୁକ୍ତ ପୁଲିସ୍‌ କବଜାରୁ ବାହାରେ ଥିବା ଅଭିଯୋଗ ହେଉଛି। ଏହା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ହଜାର ହଜାର ଲୋକ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୟୋମଲେମବାମ ନୂଙ୍ଗସିଠୋଇ ମୈତି ନାମକ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୫ ଅଭିଯୁଙ୍କୁ ୧୧ ଦିନ ପାଇଁ ପୁଲିସ୍‌ ରିମାଣ୍ଡରେ ପଠା ଯାଇଥିବା ସୂଚନା ମିଳିଛି।


 ସୂଚନାଯୋଗ୍ୟ, ମଣିପୁର ରେ ମୈଥୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଉତ୍ତେଜନା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିବା ବେଳେ ଏଥିରେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ନିରୀହ ବ୍ୟକ୍ତିଙ୍କ ଜୀବନ ଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବନିଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବନିଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।



 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେଲା ଆଉ ଏକ ନୂଆ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ। ବନିଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ।


୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ। ତା’ପରଠୁ ସେ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି।  ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ନବୀନ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ବନିଛନ୍ତି ।


ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ। ସେ ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।


୧୯୯୭ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।


ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଦୀର୍ଘ ସମୟ ଧରି ଓଡ଼ିଶାବାସୀଙ୍କ ଆସ୍ଥାବିଶ୍ୱାସର ଭାଜନ ହୋଇପାରିଛନ୍ତି। ଏଥିପାଇଁ ଆମକୁ ଖୁସି ଲାଗୁଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କର ସେ ରେକର୍ଡ ଭାଙ୍ଗିଛନ୍ତି। ଭାରତ ବର୍ଷର ଅତୀତର ଥିବା ସବୁ ରେକର୍ଡକୁ ନବୀନ ପଟ୍ଟନାୟକ ଆଗକୁ ଭଙ୍ଗ କରିବେ। ସର୍ବାଧିକ କାଳ ନବୀନ ଜନପ୍ରତିନିଧି ଭାବରେ ନିଜର ରେକର୍ଡକୁ କାଏମ କରିବେ।


ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି, କେହି ଲମ୍ବା ସମୟ ପଦବୀରେ ରହିଲେ ଇତିହାସରେ ତାହା ସ୍ଥାନ ପାଏ ନାହିଁ। ଯିଏ କମ୍ ସମୟ ପଦବୀରେ ରହିଲା, ଇତିହାସ ତିଆରି  କଲା ସେ ଇତିହାସରେ ସ୍ଥାନ ପାଏ । ଯେଉଁ ଗଛଟା ଛାଇ ଦେବ ନାହିଁ, ତାର ଫଳ ମଣିଷ ଚାଖି ପାରିବ ନାହିଁ, ସେ ଯେତେ ବୟସର ଗଛ ହେଲେ ମଧ୍ୟ ଲାଭ ନାହିଁ।

Friday, July 21, 2023

ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ

 ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ


 


ଗୌହାଟୀ,୨୧।୭: ଆସାମ ଶିବସାଗରର ଅୟଲ ଆଣ୍ଡ ନାଚରାଲ ଗ୍ୟାସ କର୍ପୋରେଶନ(ଓଏନଜିସି) ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପୋଲିସ ଏବଂ ଓଏନଜିସି ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଛି।

ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ

 ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା; ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ



ମୁମ୍ଵାଇ  : ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଚାଲିଥିବାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଗତ କାଲି ମୁଖ୍ୟ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା । ଶୁକ୍ରବାର ଅର୍ଥାତ୍‌ ଜୁଲାଇ ୨୧ ମଣିପୁରର ଗିରଫଦାରୀ ପରେ ମୁଖ୍ୟ ଅଭିଯୁକ୍ତର ଘରେ ନିଆଁ ଲଗାଇ ଦେଇଥିଲେ।


କୁହାଯାଉଛି ଯେ କ୍ରୋଧିତ ଲୋକେ ଭିଡ ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ।ଯେଉଁଥିରେ ଅଧିକାଂଶ ମହିଳା ମଧ୍ୟ ସମ୍ପୃକ୍ତ ଥିଲେ। ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ମେ ୪ ରେ ମହିଳାଙ୍କ ସହ ଘଟିଥିବା ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି।  ଗିରଫ ହୋଇଥିବା ଅନ୍ୟ ତିନି ଅଭିଯୁକ୍ତଙ୍କ ପରିଚୟ ଜଣା ପଡିନାହିଁ। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏହି ଘଟଣାକୁ ଅମାନବୀୟ ବୋଲି କହିଛନ୍ତି ଏବଂ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି କହିଥିଲେ। ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

 ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

 


ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଦୁଇ ଦିନିଆ ସରକାରୀ ଗସ୍ତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ।


ଦକ୍ଷିଣ ଏସିଆ ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ବନ୍ଦର ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଓଲଟିଲା ଯାତ୍ରୀବାହୀ ବସ୍‌

 ଓଲଟିଲା ଯାତ୍ରୀବାହୀ ବସ୍‌



ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।


ଏହି ବସ୍‌ ପାଣିକୋଇଲିରୁ ଯାଜପୁରରୋଡ ଦେଇ କଂରଞ୍ଜିଆ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ରାସ୍ତା କଡ଼କୁ ବସ୍‌ଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଏହା ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଏକଜୁଟ ହୋଇଥିଲେ। ସେପଟେ ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲା। ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।


ଏହି ରାସ୍ତା ନୂଆ କରି ନିର୍ମାଣ ହୋଇଥିଲେ ହେଁ ଅଣଓସାରିଆ ହେବା ସାଙ୍ଗକୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରାଯିବା ଦୁର୍ଘଟଣାର କାରଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଜମିବାରୁ କିଛି ଘଣ୍ଟା ପାଇଁ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଲିସ ଟିମ୍ ଭିଡ଼ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛି।

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

 ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ


 


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି। କୁହାଯାଉଛି ଯେ, ଏହା ୟୁନିୟନ ଅଞ୍ଚଳରେ ସଂଯୋଗକୁ ତ୍ୱରାନ୍ବିତ କରିବ।


ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୋର୍ଟ ବ୍ଲେୟାରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଆଜି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ୭୧୦ କୋଟି ଟଙ୍କା ବିମାନବନ୍ଦର ଭାରତ ପାଇଁ ଉତ୍ସର୍ଗ କରାଯାଉଛି। ଏହାଦ୍ୱାରା ଦିଲ୍ଲୀ-ଚେନ୍ନାଇ-ବିଶାଖାପାଟନମ ପାଇଁ ସଂଯୋଗ ହେବ ଏବଂ ଆଗାମୀ ଦିନରେ ଅଧିକ ସଂଯୋଗ ବୃଦ୍ଧି ପାଇବ। ଏହା ସହିତ ୪ ଟି ୱାଟର ଡ୍ରୋନ ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅର୍ଥନୈତିକ ବିକାଶ ଘଟିବ।

ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ

 ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ

 


ନୂଆଦିଲ୍ଲୀ : ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ୪ଟି ସହକାରୀ ସମିତିରେ ଜମା ହୋଇଥିବା କୋଟି କୋଟି ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା ବର୍ତ୍ତମାନ କେହି ଜମାକାରୀଙ୍କ ଟଙ୍କା ବନ୍ଦ କରିପାରିବେ ନାହିଁ ଏବଂ ପୋର୍ଟାଲରେ ପଞ୍ଜୀକରଣ ହେବାର ୪୫ ଦିନ ମଧ୍ୟରେ ସେମାନେ ଫେରସ୍ତ ପାଇବେ ବୋଲି ଜମାକାରୀଙ୍କୁ ଶାହା ଆଶ୍ୱାସନା ଦେଇଛନ୍ତି।

ମହାକାଶରେ ଆଉ ଏକ ପାଦ ଆଗେଇବାକୁ ପ୍ରସ୍ତୁତ ଇସ୍ରୋ, ମିଶନ ଗଗନାୟନର ଏସଏମପିଏସର ସଫଳ ପରୀକ୍ଷଣ

 ମହାକାଶରେ ଆଉ ଏକ ପାଦ ଆଗେଇବାକୁ ପ୍ରସ୍ତୁତ ଇସ୍ରୋ, ମିଶନ ଗଗନାୟନର ଏସଏମପିଏସର ସଫଳ ପରୀକ୍ଷଣ


 


ବେଙ୍ଗାଲୁରୁ,୨୦।୭: ଚନ୍ଦ୍ରୟାନ -୩ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନାୟନ-୨ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ) ଗଗନାୟନ ସର୍ଭିସ ମଡ୍ୟୁଲ ପ୍ରପୁଲସନ ସିଷ୍ଟମ (ଏସଏମପିଏସ)କୁ ସଫଳତାର ସହ ପରୀକ୍ଷା କରିଛି । ମହେନ୍ଦ୍ରଗିରିର ଇସ୍ରୋ ପ୍ରପୁଲସନ କମ୍ପ୍ଲେକ୍ସ (ଆଇପିଆରସି)ରେ ଏହି ପରୀକ୍ଷା କରାଯାଇଥିଲା।


ଇସ୍ରୋ ଗୁରୁବାର ଟୁଇଟ କରି କହିଛି ଯେ ମହେନ୍ଦ୍ରଗିରିର ଆଇପିଆରସିରେ ଗଗନାୟନ ସର୍ଭିସ ମଡ୍ୟୁଲ ପ୍ରପୁଲସନ ସିଷ୍ଟମ (ଏସଏମପିଏସ) ସଫଳତାର ସହ ପରୀକ୍ଷା କରାଯାଇଛି। ଯାହା କକ୍ଷପଥ ମଡ୍ୟୁଲର ଆବଶ୍ୟକତା ପୂରଣ କରେ। ମହାକାଶରେ ଦେଶର ପ୍ରଥମ ମାନବ ମିଶନ ଗଗନାୟନ ଚଳିତ ବର୍ଷ ଆରମ୍ଭ ହୋଇପାରିବ। ଯାହାକୁ ନେଇ ସବୁ ସ୍ତରରେ ପରୀକ୍ଷଣ କରାଯାଉଛି।



ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ

 ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ




 

ସମ୍ବଲପୁରେ ଧାର୍ମିକ ଶୋଭାଯାତ୍ରା ବନ୍ଦ। ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ନିଷ୍ପତ୍ତି ନିଆଯାଇଛି। ଧାର୍ମିକ ଶୋଭାଯାତ୍ରା ବନ୍ଦ ପାଇଁ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ କରାଯିବ ବୋଲି ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି।


ବର୍ଷେ ପର୍ଯ୍ୟନ୍ତ ସମ୍ବଲପୁରରେ କୌଣସି ଧାର୍ମିକ ଅନୁଷ୍ଠାନ ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଶୋଭାଯାତ୍ରା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଅନୁମତି ମିଳିପାରିବ ନାହିଁ। ବିଭିନ୍ନ ଥାନାର ଆଇଆଇସିମାନେ ସ୍ଥାନୀୟ ଅଞ୍ଚଳରେ ପର୍ବପର୍ବାଣୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି।

୫ ହଜାର ଡାକ୍ତର ପଦବୀ ସୃଷ୍ଟି

 ୫ ହଜାର ଡାକ୍ତର ପଦବୀ ସୃଷ୍ଟି ,ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ଦୂର ହେଵ





ଭୁବନେଶ୍ୱର : ସ୍ବାସ୍ଥ୍ୟ ବିଭାଗ ଓଡିଶା ମେଡିକାଲ ହେଲଥ ସର୍ଭିସ କ୍ୟାଡରର ୫୦୦୦ ଲିଭ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି। ରାଜ୍ୟର ୧୧୦ ହସ୍ପିଟାଲ, ୧୦୧୬ ଡିସପେନସାରୀ ଓ ଅନ୍ୟ ସ୍ଥାନରେ ନିୟୁକ୍ତି ପାଇବେ। ଏହି ପଦବୀ ମଞ୍ଜୁର ପାଇଁ ଆକାଉଣ୍ଟ ଜେନେରାଲ ଏଜିଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ।


ଶ୍ରୀମତୀ ପଣ୍ଡିତ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ନଜରରେ ରଖି ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ପୂରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୬୫, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୬୪ ପଦବୀ ରହିଛି। ସେହିପରି କୋରାପୁଟ, କଳାହାଣ୍ଡି, ବାଲେଶ୍ବର, ବରଗଡ଼, ପୁରୀ ଓ କଟକ ଆଦି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୨୦ ଲେଖାଏଁ ପଦବୀ ରହିଛି। ଆଉ ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଦେଵଗଡ଼, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୧୫ ଲେଖାଏଁ ପଦବୀ ରହିଛି। ଏହାବ୍ୟତୀତ ଆରଜିଏଚ ରାଉରକେଲାରେ ୪୫, କ୍ୟପିଟାଲ ହସ୍ପିଟାଲରେ ୩୫ ଓ ସୁନ୍ଦରଗଡରେ ୪୫ ପଦବି ରହିଛି। ଏହାଛଡା ୩୨ ଜିଲ୍ଲା ଉପଖଣ୍ଡ ହସ୍ପିଟାଲରେ ୧୫ ଲେଖାଏଁ ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପଦବୀ ରହିଛି। ରାଜ୍ୟ ସରକାରଙ୍କ ସମସ୍ତଙ୍କ ହାତପାଆନ୍ତରେ ଗୁଣାତ୍ମକ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ମଧ୍ୟ ୨୦୦୦ ଡାକ୍ତର ପଦବୀ ପାଇଁ ଅନୁମତି ମାଗିଥିଲେ।

ଯୁବକଙ୍କୁ ଗଳାକାଟି ହତ୍ୟା

 ଯୁବକଙ୍କୁ ଗଳାକାଟି ହତ୍ୟା


 


ବରଗଡ଼ ୨୦।୭ : ବରଗଡ଼ ସହରରେ ବୁଧବାର ବିଳମ୍ବିତ ରାତିରେ ଏକା ହତ୍ୟାକାଣ୍ଡ ଘଟିଛି। ବରଗଡ଼ ପୌର ପରିଷଦ ଅଧୀନ ୧ ନଂ ଓ୍ବାର୍ଡର ମାଳପଡ଼ାସ୍ଥିତ ଏକ ନିର୍ମାଣାଧୀନ ଘର ପାଖରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ଏହି ୧ ନଂ ଓ୍ବାର୍ଡର ରାକେଶ ପ୍ରଧାନ ବୋଲି ଜଣାପଡ଼ିଛି।


ଅଭିଯୁକ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ସହିତ ବରଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଗୋଟିଏ ଧାରୁଆ ଛୁରି ଓ ଗୋଟିଏ ମୋବାଇଲ ପଡ଼ିରହିଛି। ତେବେ କିଏ କିଭଳି ପରିସ୍ଥିତିରେ ତାଙ୍କୁ କାହିଁକି ହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ । ସପ୍ତାହକ ମଧ୍ୟରେ ବରଗଡ଼ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ହୋଇପଡ଼ଛି।

ମଣିପୁର ଘଟଣା ଲଜ୍ଜାଜନକ, ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ: ପ୍ରଧାନମନ୍ତ୍ରୀ ମୋଦି

 ମଣିପୁର ଘଟଣା ଲଜ୍ଜାଜନକ, ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ: ପ୍ରଧାନମନ୍ତ୍ରୀ ମୋଦି


 


ନୂଆଦିଲ୍ଲୀ,୨୦।୭: ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାରେ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା କୌଣସି ସଭ୍ୟ ସମାଜ ପାଇଁ ଲଜ୍ଜାଜନକ ଘଟଣା। ଏଭଳି ଘଟଣା ମୋତେ ବ୍ୟଥିତ କରିଛି। ଏଭଳି ଅପରାଧ କରୁଥିବା ପାପୀ ନିଜ ସ୍ଥାନରେ ଅଛନ୍ତି, କିନ୍ତୁ ସମଗ୍ର ଦେଶ ଅପମାନିତ ହେଉଛି। ଏହା ୧୪୦ କୋଟି ଭାରତୀୟଙ୍କ ସହ ଘଟୁଛି। ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ପଦକ୍ଷେପ ନିଅନ୍ତୁ। ଏହି ଘଟଣା ରାଜସ୍ଥାନ, ଛତିଶଗଡ କିମ୍ବା ମଣିପୁରର ହୋଇପାରେ। ଆସନ୍ତୁ ବିତର୍କରୁ ଊର୍ଦ୍ଧ୍ୱରେ ରହି ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା। ଏଭଳି ଘଟଣାରେ ଜଡ଼ିତ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ।

ସୂଚନାଯୋଗ୍ୟ, ଦୀର୍ଘ ଅଢ଼େଇ ମାସ ଧରି ଭାଜପା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଘର୍ଷ ଲାଗିରହିଥିବାବେଳେ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨ ପୀଡ଼ିତାଙ୍କୁ ନିକଟସ୍ଥ ଚାଷଜମିରେ ଗଣବଳାତ୍କାର କରାଯାଇଥିବା ନେଇ ଏକ ଆଦିବାସୀ ସଙ୍ଗଠନ ଅଭିଯୋଗ ଆଣିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଶେୟାର ନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ବାଲ୍ୟ ବିବାହ ଆଇନ ଅନୁଯାୟୀ ଅପରାଧ

ବାଲ୍ୟ ବିବାହ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ 



ବାଲ୍ୟ ବିବାହ ଆଇନ ଅନୁଯାୟୀ ଅପରାଧ। ଏହାକୁ ରୋକିବା ପାଇଁ ବିଭିନ୍ନ ସଚେତନତା କରାଯାଉଛି। ହେଲେ ଏହାକୁ ମାନୁ ନାହିଁ ମଣିଷ ସମାଜ। ବିଭିନ୍ନ ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଉଛି ବାଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏପରି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟି କଟକ ସହରରେ।


ଗତକାଲି କଟକ ଜିଲ୍ଲା ଗଡ଼ଗଡ଼ିଆ ମନ୍ଦିରରେ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ କରାଇ ଦେଉଥିଲେ। ହେଲେ ନାବାଳିକାଙ୍କ ଅଜା ଏହାକୁ ବିରୋଧ କରିଥିଲେ। ନାତୁଣୀକୁ ଏତେ କମ୍‌ ବୟସରେ ନ ବିବାହ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଅଜାର କଥାକୁ ଶୁଣି ନଥିଲେ। ଶେଷରେ ନାତୁଣୀର ବିବାହ ଅଟକାଇବା ପାଇଁ ଚାଇଲ୍ଡଲାଇନରେ ଖବର ଦେଇଥିଲେ। ଚାଇଲ୍ହ ଲାଇନ ଅଜାଙ୍କ ଅଭିଯୋଗ ଆଧାରରେ ପୁଲିସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।


ପୁଲିସକୁ ଦେଖି ବର ଫେରାର ହୋଇଯାଇଥିଲା। ପୁଲିସ ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏହା ସହିତ ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରିଥିଲା। ଅଜା ନାତୁଣୀର ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ଏପରି ପଦକ୍ଷେପ ନେଇଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ।


ନାବାଳିକାଙ୍କ ଅଜା କହିଛନ୍ତ, ଆମ ଗାଁ ପାଖରେ ଜଣେ ଦଲାଲ ପରିବାର ଲୋକଙ୍କୁ କିଛି ପଇସା ଲୋଭ ଦେଖାଇ ଝିଅମାନଙ୍କୁ ବାହାର ରାଜ୍ୟର ଯୁବକ ସହ ବିବାହ କରି ଦେଉଛି। ମୋ ନାତୁଣୀକୁ ମଧ୍ୟ ଏପରି କରିଥିଲା। ମୁଁ ତା’ ବାପାମାକୁ ମନା କରିଥିଲି। ହେଲେ ସେମାନେ ମୋ କଥା ଶୁଣି ନଥିଲେ। ଶେଷରେ ମୁଁ ଏହି ବିଷୟରେ ଚାଇଲ୍ହ ଲାଇନକୁ ଜଣାଇଥିଲି।


ନାବାଳିକା ଜଣଙ୍କ କହିଛନ୍ତି, ମୁଁ ଏହି ବିବାହ କରିବାକୁ ରାଜି ନଥିଲି। ମୋ ବାପାମା ବି ରାଜି ନଥିଲେ। ମୋ ଜେଜେମା’ ଜୋରଜବରଦସ୍ତକରିବାରୁ ମୋ ବାପାମା’ ବିବାହ ପାଇଁ ରାଜି ହୋଇଥିଲେ। ଜଣେ ଦଲାଲ ମୋ ଜେଜେ ମା’କୁ ମୋ ବିବାହ ପାଇଁ କହିଥିଲା। ସେହି ଦଲାଲ ଆମ ଗାଁର କେତେକ ଝିଅକୁ ନେଇ ବାହାର ରାଜ୍ୟର ଯୁବକଙ୍କ ସହ ବିବାହ କରି ଦେଉଛି। ପରେ ସେହି ଝିଅମାନେ ଆଉ ଗାଁକୁ ଫେରୁ ନାହାନ୍ତି।

Wednesday, July 19, 2023

ବଡ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ

 ବଡ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ


 


ଡେରାଡୁନ୍‌‌ : ଉତ୍ତରାଖଣ୍ଡର ଚମୋଲୀରେ ବୁଧବାର ଏକ ବଡ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଭାବେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ୨୦ ରୁ ଅଧିକ ଲୋକଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ନମାମି ଗଙ୍ଗେ ପ୍ରକଳ୍ପରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି। ଟ୍ରାନ୍ସଫର୍ମର ଫାଟିଯିବାରୁ ଏହି ବଡ ଅଘଟଣ ଘଟିଛି। ଘଟଣା ନେଇ ଚମୋଲି ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ବିଚାର ବିଭାଗୀୟ ତଦନ୍ତ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଳକାନନ୍ଦା ନଦୀ ତଟରେ ଏହି ନମାମି ଗଙ୍ଗେ ପ୍ରକଳ୍ପ କାମ ଚାଲିଥିଲା।

ମିଳିଥିବା ସୂଚନାନୁଯାୟୀ, ପ୍ଲାଣ୍ଟରେ କାମ କରୁଥିବା ଜଣେ ଯୁବକଙ୍କର ରାତିରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ କାର୍ୟ୍ୟାନୁଷ୍ଠାନ ପାଇଁ ସକାଳେ ପହଞ୍ଚିଥିଲା। ତେଣୁ ଏହି ସମୟ ମଧ୍ୟରେ ମୃତକଙ୍କ ସମ୍ପର୍କୀୟଙ୍କ ସମେତ ଅନ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ, ବିଦ୍ୟୁତ ସଂସ୍ପର୍ଶରେ ଉପସ୍ଥିତ ଲୋକମାନେ ଆସିଯାଇଥିଲେ। ମୃତକଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଛନ୍ତି ବୋଲି ଜଣାପଡିଛି।

ବଢ଼ିଲା ଖବରଦାତାଙ୍କ ସ୍ବାସ୍ଥ୍ୟବୀମା

 ବଢ଼ିଲା ଖବରଦାତାଙ୍କ ସ୍ବାସ୍ଥ୍ୟବୀମା


 


ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ଖବରଦାତା ଓ ତାଙ୍କ ପରିବାର ଉପକୃତ ହେବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ଖବରଦାତା ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ଖବରଦାତା ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।

କୁକୁର ଗଳାରେ ଆଧାର କାର୍ଡ

 କୁକୁର ଗଳାରେ ଆଧାର କାର୍ଡ


 

ମୁମ୍ବାଇ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ପାଲଟିଛି। ସରକାରୀ କାର୍ଯ୍ୟ ହେଉ ଅବା ବ୍ୟକ୍ତିଗତ ସବୁ କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି। କିନ୍ତୁ ଏବେ ଏହି ଆଧାର କାର୍ଡ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ବୁଲୁଥିବା କୁକୁରଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏୟାରପୋର୍ଟ ବାହାରେ ଚରାବୁଲା କରୁଥିବା ପାଖାପାଖି ୨୦ କୁକୁରଙ୍କୁ କୁଇକ୍‌ ରେସ୍ପନ୍ସ (କ୍ୟୁଆର୍‌) କୋଡ୍‌ ଥିବା ଆଧାର କାର୍ଡ ପିନ୍ଧାଯାଇଛି।

ଗଳାରେ ଝୁଲୁଥିବା ସ୍ବତନ୍ତ୍ର ପ୍ରକାର ଆଧାର କାର୍ଡରେ ସେମାନେ ନେଇଥିବା ଟିକା, ବନ୍ଧ୍ୟାକରଣ ସହିତ ସମସ୍ତ ମେଡିକାଲ୍‌ ରେକର୍ଡ ଉଲ୍ଲେଖ କରାଯାଇଛି। ଯଦି ଏହି କୁକୁର ଭିତରୁ କେହି ହଜିଯାଏ ତେବେ ଉକ୍ତ ପରିଚୟ ପତ୍ର ଜରିଆରେ ତାକୁ ଖୋଜିହେବ। ତେବେ ବ୍ରିହାନ୍‌ ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେଶନ ତରଫରୁ ବିମାନବନ୍ଦର ଟର୍ମିନାଲ-୧ ବାହାରେ କୁକୁରମାନଙ୍କ ଟିକାକରଣ କରାଯାଇଛି। କୁକୁର ଆଇକାର୍ଡ ଯୋଗାଇବା ପଛରେ ସିଓନ୍‌ରେ କାର୍ଯ୍ୟରତ ଇଞ୍ଜିନିୟର ଅକ୍ଷୟ ରିଦଲାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଟିମ୍‌ ମୁମ୍ବାଇରେ ଥିବା ସବୁ ବୁଲା କୁକୁରଙ୍କ ଟିକାକରଣ କରାଇବା ସହ ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ବୁଲା କୁକୁରଙ୍କ ଯତ୍ନ ପାଇଁ ‘ପଫ୍ରେଣ୍ଡସ୍‌ ଡଟ୍‌ ଇନ୍‌’ ଭାବେ ଏକ ଓ୍ବେବ୍‌ ସାଇଟ୍‌ ପରିଚାଳନା କରାଯାଉଛି।

ବୁଲା କୁକୁରଙ୍କ ଗୁରୁତ୍ୱକୁ ଦର୍ଶାଇବା ଉଦ୍ଦେଶ୍ୟରେ ପୂର୍ବରୁ ନଭି ମୁମ୍ବାଇରେ ‘ୟାର୍ଡ ଗାର୍ଡ ପ୍ରୋଜେକ୍ଟ’ ଲଞ୍ଚ କରାଯାଇଥିଲା। କୁକୁର ଏକ୍ସପର୍ଟ ଗରିମର ତୋମାର ଏବଂ କାଲଭିନ୍‌ ଗୋଡିନହୋ ଏହାର ପରିଚାଳନା କରୁଥିଲେ। ବିଭିନ୍ନ ପ୍ରାନ୍ତରୁ କୁକୁରଙ୍କୁ ଉଦ୍ଧାର କରି ସେମାନଙ୍କୁ ସନ୍ଦିଗ୍ଧ ବ୍ୟକ୍ତିକୁ ଦେଖି ଭୋକିବା ଭଳି ପ୍ରଶିକ୍ଷଣ ଦିଆଯାଇଥିଲା।

ଓଡ଼ିଶାର ୧୯ ଜିଲାକୁ ‘ଭୂମି ସମ୍ମାନ’

 ଓଡ଼ିଶାର ୧୯ ଜିଲାକୁ ‘ଭୂମି ସମ୍ମାନ’


 


ଭୁବନେଶ୍ବର : ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେଶନ ପ୍ରୋଗ୍ରାମ (ଡିଆଇଏଲ୍‌ଆର୍‌ଏମ୍‌ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯାଇଛି। ଦେଶର ସମୁଦାୟ ୭୬୬ଜିଲାରୁ ୬୮ଟିକୁ ଡିଆଇଏଲ୍‌ଆର୍‌ଏମ୍‌ପି ଅନ୍ତର୍ଗତ ୬ଟି ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ମିଳିଛି। ସେଥିଧ୍ୟରୁ ଓଡ଼ିଶାର ୧୯ ଜିଲା ଏହି ପୁରସ୍କାର ପାଇବା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ ହୋଇଛି। ସେହି ଜିଲାଗୁଡ଼ିକ ହେଉଛି ଅନୁଗୋଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର। ରାଷ୍ଟ୍ରପତି ଏହି ଜିଲାଗୁଡ଼ିକର ଜିଲାପାଳ ବା ଅତିରିକ୍ତ ଜିଲାପାଳମାନଙ୍କୁ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ୫-ଟି କାର୍ଯ୍ୟାନ୍ବୟନ ତଥା ମୋ ସରକାର ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେଶନ୍‌ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ରାଜସ୍ବ କାର୍ଯ୍ୟାଳୟଗୁଡ଼ିକରେ ନାଗରିକଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥାସମ୍ଭବ କମାଇବା ସହ ମଧ୍ୟସ୍ଥମାନଙ୍କ ଭୂମିକାକୁ ନୂ୍ୟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଭାଗ ଦ୍ୱାରା ନାଗରିକଙ୍କୁ ଯୋଗାଇ ଦିଆଯାଉଥିବା ୩୪ଟି ପ୍ରମୁଖ ସେବାକୁ ଅନ୍‌ଲାଇନ୍‌ କରାଯିବା ଦ୍ୱାରା ଲୋକମାନେ ଅନ୍‌ଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିପାରୁଛନ୍ତି। ଭର୍ଚୁଆଲ୍‌ କୋର୍ଟ ମାଧ୍ୟମରେ ୧୩ ହଜାରରୁ ଊର୍ଦ୍ଧ୍ୱ ମାମଲାର ଫଇସଲା ହୋଇଛି।

ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଓଲଟିଲା ଯାତ୍ରୀବାହୀ ବସ୍‌।

 ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଓଲଟିଲା ଯାତ୍ରୀବାହୀ ବସ୍‌।



ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।


ଏହି ବସ୍‌ ପାଣିକୋଇଲିରୁ ଯାଜପୁରରୋଡ ଦେଇ କଂରଞ୍ଜିଆ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ରାସ୍ତା କଡ଼କୁ ବସ୍‌ଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଏହା ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଏକଜୁଟ ହୋଇଥିଲେ। ସେପଟେ ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲା। ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।


ଏହି ରାସ୍ତା ନୂଆ କରି ନିର୍ମାଣ ହୋଇଥିଲେ ହେଁ ଅଣଓସାରିଆ ହେବା ସାଙ୍ଗକୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରାଯିବା ଦୁର୍ଘଟଣାର କାରଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଜମିବାରୁ କିଛି ଘଣ୍ଟା ପାଇଁ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଲିସ ଟିମ୍ ଭିଡ଼ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛି।

ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ

 ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ




 

ନୂଆଦିଲ୍ଲୀ : ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ୪ଟି ସହକାରୀ ସମିତିରେ ଜମା ହୋଇଥିବା କୋଟି କୋଟି ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା ବର୍ତ୍ତମାନ କେହି ଜମାକାରୀଙ୍କ ଟଙ୍କା ବନ୍ଦ କରିପାରିବେ ନାହିଁ ଏବଂ ପୋର୍ଟାଲରେ ପଞ୍ଜୀକରଣ ହେବାର ୪୫ ଦିନ ମଧ୍ୟରେ ସେମାନେ ଫେରସ୍ତ ପାଇବେ ବୋଲି ଜମାକାରୀଙ୍କୁ ଶାହା ଆଶ୍ୱାସନା ଦେଇଛନ୍ତି।

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

 ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 


 


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି। କୁହାଯାଉଛି ଯେ, ଏହା ୟୁନିୟନ ଅଞ୍ଚଳରେ ସଂଯୋଗକୁ ତ୍ୱରାନ୍ବିତ କରିବ।


ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୋର୍ଟ ବ୍ଲେୟାରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଆଜି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ୭୧୦ କୋଟି ଟଙ୍କା ବିମାନବନ୍ଦର ଭାରତ ପାଇଁ ଉତ୍ସର୍ଗ କରାଯାଉଛି। ଏହାଦ୍ୱାରା ଦିଲ୍ଲୀ-ଚେନ୍ନାଇ-ବିଶାଖାପାଟନମ ପାଇଁ ସଂଯୋଗ ହେବ ଏବଂ ଆଗାମୀ ଦିନରେ ଅଧିକ ସଂଯୋଗ ବୃଦ୍ଧି ପାଇବ। ଏହା ସହିତ ୪ ଟି ୱାଟର ଡ୍ରୋନ ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅର୍ଥନୈତିକ ବିକାଶ ଘଟିବ।

୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

 ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

 



ଭୁବନେଶ୍ୱର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ବ୍ରିଜ ଆଜି ସକାଳ ପ୍ରାୟ ୬ଟା ୨୫ ମିନିଟ ସମୟରେ ଭୁଶୁଡ଼ି ପଡିଛି। ଫଳରେ ପାଣିକୋଇଲି ପଟୁ କୁଆଖିଆ ପାର୍ଶ୍ୱ ରାସ୍ତାରେ ଗୋଟିଏ ପାଖ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହା ଘଟିବା ସମୟରେ ବ୍ରିଜ ଉପରେ କେହି ଯାତାୟତ କରୁନଥିଲେ ।


ଯାହାଫଳରେ କୌଣସି ଅଘଟଣ ନଘଟିବା ସହ ଧନ ଜୀବନହାନୀ ହୋଇ ନାହିଁ। କୁଆଖିଆ ଥାନା ପୁଲିସ ଖଣ୍ଡିତର ନିକଟରେ ରହି ଅପର ପାର୍ଶ୍ୱ ରାସ୍ତାରେ କଟକ- ଭୁବନେଶ୍ୱର ଯିବା ଆସିବା ପାଇଁ ଯାନବାହାନ ନିୟନ୍ତ୍ରଣ କରୁଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...