AFFILIATE MARKETING

https://binomo.com?a=90810425bb57&t=0

Sunday, June 30, 2024

COASTAL NEWS ODIA 1880 ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଜି କରିବେ ଦାୟିତ୍ଵ ଗ୍ରହଣ

COASTAL NEWS ODIA 1880

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଜି କରିବେ ଦାୟିତ୍ଵ ଗ୍ରହଣ


ଭୁବନେଶ୍ବର (CNO) ଆଜି ଦାୟିତ୍ଵ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଆ । ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପହଞ୍ଚିିଛନ୍ତି । ଆଜି ଅପରାହ୍ନରେ ସେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ।


ଆଜି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ମନୋଜ ଆଜି ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି । ମନୋଜ ଆହୁଜା ୧୯୯୦ କ୍ୟାଡର ଆଇଏଏସ୍ ଅଧିକାରୀ ।



ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୧୦ରେ ଖଣି ଓ ଇସ୍ପାତ ସଚିବ, ୨୦୧୨ ଯୁବ ଓ କ୍ରୀଡ଼ା ସଚିବ ଓ ୨୦୧୫ରେ ସମବାୟ ସଚିବ ଥିଲେ । ୨୦୧୭ ଡିସେମ୍ବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସିବିଏସଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

Saturday, June 22, 2024

ଶ୍ରୀଜଗନ୍ନାଥ ଦର୍ଶନ ବିଧି

COASTAL NEWS ODIA 1879

⚫‼️⚫🌹‼️⚫‼️⚫ 🌹🌹           
*ଶ୍ରୀଜଗନ୍ନାଥ ଦର୍ଶନ ବିଧି* 
(ସଂଗୃହିତ) 
                                     

ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେ
 ଦକ୍ଷିଣ ଭାଗରେ ଥିବା 
(1)୨୨ ଭୂଜ ନୃସିଂହ , 
(2)ପତିତପାବନ ଦର୍ଶନ।

ବାମ ଭାଗେ ଥିବା 
(୩)ମହାବୀର ଗଣେଶ ଆଦି ଦର୍ଶନ।
(୪)୨୨ ପାହାଚ ରେ ଥିବା *ଯମ ଶିଳା* ଉପରେ ଠିଆ ହୋଇ ନୀଳଚକ୍ର ଦର୍ଶନ।
(୫)ବାମ ଭାଗେ ଥିବା 
କାଶୀ ବିଶ୍ଵନାଥ , 
ଶ୍ରୀ ରାମ ଚନ୍ଦ୍ର , 
ନୃସିଂହ ଆଦି ଙ୍କୁ ଦର୍ଶନ।
(୬)ବାଇଶି ପାହାଚ ଅତିକ୍ରମ।

*କୂର୍ମ ବେଢ଼ା ପ୍ରବେଶ ପରେ*
ବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ। 
(୧)ସତ୍ୟ ନାରାୟଣ ଙ୍କ ଦର୍ଶନ।
(୨)କଳ୍ପ ବଟ ମୂଳେ ଥିବା ବାଳ ମୁକୁନ୍ଦ, ଦର୍ଶନ।
(୩)ହରି ସହଦେବ ମନ୍ଦିର, 
(୪)ବଟ ଜଗନ୍ନାଥ , 
(୫)ବଟ ଗଣେଶ , 
(୬)ପଞ୍ଚ ମହାଦେବ , 
(୭)ବଟ ମଙ୍ଗଳା 
(୮)କଳ୍ପବଟ , 
(୯)ଇନ୍ଦ୍ରାଣୀ ମନ୍ଦିର , 
(୧୦)କୁତ୍ତାମ ଚଣ୍ଡୀ , 
(୧୧)ଅନନ୍ତ ଶୟନ , 
(୧୨)ମୁକ୍ତି ମଣ୍ଡପ , 
ମୁକ୍ତି ମଣ୍ଡପ ନିକଟସ୍ଥ 
(୧୩)ଆଦି ନୃସିଂହ ,
(୧୪)ରୋହିଣୀ କୁଣ୍ଡ , 
(୧୫)ବିମଳା ଠାକୁରାଣୀ, 
(୧୬)ସାକ୍ଷୀ ଗୋପାଳ, 
(୧୭)କାଞ୍ଚି ଗଣେଶ , 
(୧୮)ନିଶା ନୃସିଂହ , 
(୧୯)ନିଶା ବରାହ , 
(୨୦)ସରସ୍ଵତୀ ମନ୍ଦିର, 
(୨୧)ଭୁବନେଶ୍ଵରୀ ଠାକୁରାଣୀ
(୨୨)ଷଷ୍ଠୀ ଦେବୀ , 
(୨୩)ନୀଳମାଧବ , 
(୨୪)ବେଢ଼ା କାଳୀ , 
(୨୫)ମହାଲକ୍ଷ୍ମୀ ମନ୍ଦିର , 
(୨୬)ନବଗ୍ରହ ମନ୍ଦିର , 
(୨୭)ସୂର୍ଯ୍ୟ ମନ୍ଦିର , 
(୨୮)ନିଶା ତ୍ରିବିକ୍ରମ ,  
(୨୯)ଶ୍ରୀ ରାମ ଚନ୍ଦ୍ର ମନ୍ଦିର ,
(୩୦) ହୟଗ୍ରିବ, 
(୩୧)ପାତାଳେଶ୍ୱର ମହାଦେବଙ୍କ ଦର୍ଶନ କରି  

*ସାତ ପାହାଚ ଦେଇ, ବଡ଼ ଦେଉଳ ର ନାଟ ମଣ୍ଡପ କୁ ପ୍ରବେଶ*

ପ୍ରଥମେ ଗରୁଡ଼ ପଛ ଭାଗରୁ , 
(୧)ଶିବ ଓ ବ୍ରହ୍ମା ଙ୍କୁ ଦର୍ଶନ କରି,
(୨)ମହାପ୍ରଭୁଙ୍କ ଦର୍ଶନ।  
(୩)ଗରୁଡ ଖମ୍ୱ କୁ ଆଲିଙ୍ଗନ। 

*ନାଟ ମଣ୍ଡପ ମଧ୍ୟରେ ଥିବା, ସମସ୍ତ ଦେବତା ଙ୍କୁ ଦର୍ଶନ*

*ଜଗମୋହନ କୁ ପ୍ରବେଶ*
ଜଗ ମୋହନ ନଣ୍ଡାବର୍ତ୍ତ ନିକଟରେ 
(୧)ଜୟ ବିଜୟ ଙ୍କୁ ନମସ୍କାର। 
ଜଗମୋହନ ମଧ୍ୟରେ 
କୋଟି କୈବଲ୍ୟ ନାଥ 
*(୨)ମହାପ୍ରଭୁ ଙ୍କୁ ଦର୍ଶନ* 

ବାହାର ଭଣ୍ଡାର ଘରେ 
(୩)ଦେବ ଦେବ ଲୋକନାଥ , 
(୪)ଦେବୀ ଦୁର୍ଗା , 
(୫)ଶୟନ ଦିଅଁ ଆଦି ଙ୍କୁ ଦର୍ଶନ।

*ବେହରଣ ଦ୍ଵାର ଦେଇ ବାହାରକୁ ବାହାରି*
  
ଦକ୍ଷିଣ ଘରେ 
(୬)ସମସ୍ତ ଚଳନ୍ତି ବିଗ୍ରହ ଙ୍କୁ ଦର୍ଶନ। 

*ଆନନ୍ଦ ରେ,  ଆନନ୍ଦ ବଜାର ରେ ପ୍ରବେଶ*

(୧)ମହାପ୍ରସାଦ ସେବନ।
(୨)ସ୍ନାନ ବେଦୀ, ଦର୍ଶନ।

ଉତ୍ତର ଭାଗରେ ଥିବା  
(୧)ଇଶାଣେଶ୍ୱର ମହାଦେବ ,  
(୨)ଶୀତଳା ଠାକୁରାଣୀ , 
(୩)ମହାବୀର , 
(୪)କୋଇଲି ବୈକୁଣ୍ଠ ଦର୍ଶନ।
  
*ପଶ୍ଚିମ ଭାଗରେ ଥିବା* 
(୧)କାନ ପତା ମହାବୀର , 
(୨)ଚାରି ଧାମ ମନ୍ଦିର , 
(୩)ନିଳାଦ୍ରୀ ଉପବନ ଏବଂ 

*ଦକ୍ଷିଣ ପାର୍ଶ୍ଵ ରେ* 
(୧)ଶ୍ରୀ ରାମ ଚନ୍ଦ୍ର ମନ୍ଦିର, 
(୨)ବାର ଭାଇ ହନୁମାନ , 
(୩)ଭାଗବତ ମନ୍ଦିର ଆଦି ଦର୍ଶନ ବିଧେୟ। 
🙏
ଏହି ପ୍ରକାର ଦର୍ଶନ କରିବା ଦ୍ୱାରା 
ମହାପ୍ରଭୁ ଶ୍ରୀ ନୀଳାଦ୍ରୀ ନାଥଙ୍କ ଦର୍ଶନ କରିବା ର ସମସ୍ତ ଫଳ ପ୍ରାପ୍ତ ହୋଇଥାଏ।
🙏🙏🙏🙏🙏🙏🙏🙏🙏🙏🙏
ଦେବନୀତି*....
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ । ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ।

#ଧୂପ_-_::
ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ । ପ୍ରତ୍ୟେକ ଧୂପ ପୂର୍ବରୁ ପ୍ରତିହାରୀ ଭୋଗ ବିଧିପୂର୍ବକ ଡାକନ୍ତି ଓ ଭୋଗ ଆଗରେ ଆସନ୍ତି । ଯଦି ଭୋଗ ଆସିବାକୁ ବିଳମ୍ବ ହୁଏ ତେବେ ସେ ରୋଷଘର ପାଖରେ ଅପେକ୍ଷା କରନ୍ତି । ଭୋଗ ନ ଆସିବା ପର୍ଯ୍ୟନ୍ତ ସେ ରୋଷରୁ ଫେରିବା ନିଷେଧ । ଭୋଗ ଆସିବା ପରେ ତିନିଜଣ ପୂଜାପଣ୍ଡା ଉତ୍ତରାଭିମୁଖି ହୋଇ ପିଢ଼ାରେ ବସି ତିନିବାଡ଼ରେ (ବଳଭଦ୍ରଙ୍କ ବାଡ଼ ବା ବଡ଼ବାଡ଼, ଶ୍ରୀଜଗନ୍ନାଥଙ୍କ ବାଡ଼ ବା ମହାପ୍ରଭୁଙ୍କ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ ବା ମଝିବାଡ଼) ବଳଭଦ୍ରଙ୍କୁ ଦ୍ଵାଦଶାକ୍ଷର ବାସୁଦେବ ମନ୍ତ୍ର, ଶ୍ରୀଜଗନ୍ନାଥଙ୍କୁ ଅଶ୍ଟଦଶାକ୍ଷର ଗୋପାଳ ମନ୍ତ୍ର ବା ରାଜ ମନ୍ତ୍ର ଓ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ମନ୍ତ୍ରରେ ପୂଜା କରନ୍ତି ।

#ସକାଳ ଧୂପ (ପ୍ରଥମ ଧୂପ)-_-::
(ସକାଳ୧୦.୦୦): ଏହା ଦିନର ପ୍ରଥମ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ । ଏହା 'କୋଠ ଭୋଗ' ବା 'ରାଜଭୋଗ' ଭାବେ ପରିଚିତ[1]

#ବଡ଼କାନ୍ତି: ୫ଶରା

#ସାନକାନ୍ତି: ୩ଶରା

#ଏଣ୍ଡୁରି: ୬ଟି (ପ୍ରତ୍ୟେକ ୨ ଖଣ୍ଡରେ ବିଭକ୍ତ, ମୋଟ ୧୨ ଖଣ୍ଡ)

#ପିଠା_ପୁଳି: ୪ଶରା

#ମିଠା_ପୁଳି: ୬ଟି

#ଦହି_ଅମାଲୁ (ମାଲପୁଆ) ଓ ଗ୍ରେ: ୧ ଶରା

#ହଂସକେଳି: ୨ଶରା

#କାକପୁଆ_ଝିଲ୍ଲି: ୪ଟି

#ଅଦା_ପାଚେଡ଼ି: ୪ଶରା

#ବୁନ୍ଦିଆ: ୧ସରା

#ବଡ଼_କଣିଆ: ୩କୁଡୁଆ

#ସାନ_କଣିଆ: ୨କୁଡୁଆ

#ତଥା_ଖେଚୁଡ଼ି: ୬ଖୁଡ଼

#ନୁଖୁରା_ଖେଚୁଡ଼ି: ୩

#ସାନ_ଖେଚୁଡ଼ି: ୩

#ଶ୍ରୀବଳଭଦ୍ର_ଖେଚୁଡ଼ି: ୨ କୁଡ଼ୁଆ

#ତୈଳ_ଖେଚୁଡ଼ି: ୩

#ମେଣ୍ଢା_ମୁଣ୍ଡିଆ: ୧ଟି

#ଶାଗ: ୫

#ପୂଜାପଣ୍ଡାଙ୍କ_ପାଇଁ_ଚଣ୍ଡ: ୯

#ମଧ୍ୟାହ୍ନ ଧୂପ ବା ଦିପହର ଧୂପ (ଦ୍ଵିତୀୟ ଧୂପ) -_-::

(ମଧ୍ୟାହ୍ନ ୧୨.୩୦ ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ । ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।

#ବଡ଼ପିଠା: ୪ଶରା

#ବଡ଼_କାକରା: ୯ଟି

#ସାନକାକରା: ୪ଶରା

#ବଡ଼_ପୁଷ୍ପାଳକ_ଆରିସା: ୧୦

#ବଡ଼_ଆରିସା: ୧୮ଟି

#ସାନ_ଆରିସା: ୨୧ ଟି

#ପାଗ_ଆରିସା: ୯

#ବୋକ_ଆରିସା:୬

#ମଥା_ପୁଳି:୧୭ଟି

#ବଡ଼_ବଡ଼: ୯ଟି

#ଚଢ଼େଇ_ନଦା: ୨ଓଳି

#ଚଢ଼େଇନଦା_ଗୁଳା: ୧୦ଟି

#ସୁଆର ମନୋହର: ୩୦

#ମନୋହର: ୮

#ବଡ଼_ଖଇରଚୁଳ: ୧

#ସାନ_ଖଇରଚୁଳ: ୪

#ଗଜା: ୧ ଓଳି (୨୪ଟି)

#ବିରି_ବଡ଼ି: ୪ ଓଳି

#ଥାଳି_ଅନ୍ନ (ବଳଭଦ୍ରଙ୍କ ନିମନ୍ତେ): ୯ କୁଡୁଆ

#ଥାଳି_ଅନ୍ନ (ଜଗନ୍ନାଥଙ୍କ ନିମନ୍ତେ): ୪ କୁଡୁଆ

#ଥାଳି_ଅନ୍ନ (ସୁଭଦ୍ରାଙ୍କ ନିମନ୍ତେ): ୨ କୁଡୁଆ

#ଥାଳି_ଅନ୍ନ (ସୁଦର୍ଶନ ଚକ୍ରଙ୍କ ନିମନ୍ତେ): ୨ କୁଡୁଆ

#ସାନ_ଓଳି_ଓରିଆ (ଅନ୍ନ): ୪ ଓଳି

#ଭୋଗ_ଓଡ଼ିଆ_ବଡ଼: ୧୦ ଓଳି

#ପୀତ_ଅନ୍ନ: ୪ଓଳି

#ମୁଗ_ଡାଲି: ୪ ଓଳି

#ସାନ_ଓଳି_ମରିଚି_ପାଣି: ୪ଓଳି

#ବଡ଼_ଓଳି_ମରିଚି_ପାଣି: ୪ଓଳି

#ସାନ_ମ୍ବ: ୫ ଓଳି

#ବଡ଼_ଖିରିସା: ୧ ଓଳି

#ଓଳି_ବଡ଼_ଖିରିସା: ୪ଓଳି

#ସୁବାସ_ପଖାଳ: ୧୧ ଓଳି

#ଛେନା_ପିଠା: ୨ଶରା

#ଶାକର: ୨ଓଳି

#ପନକ: ୫ଓଳି

#କଦମ୍ବ_ହାଣ୍ଡି: ୩ଟି

#ଝଣ୍ଡା_ତଡ଼ା: ୧

#ମରିଚୀ_ଲଡ଼ୁ: ୫୦

#ଥାଳି_ପକା_ଢଉଳ: ୯

#ତ୍ରିପୁରି: ୫ସରା

#ସନ୍ଧ୍ୟା ଧୂପ (ତୃତୀୟ ଧୂପ)-_-::

(ସନ୍ଧ୍ୟା ୭.୦୦ ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ । ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ।

#ପାଣି_ପଖାଳ:୨୩ ଓଳି

#ଚିପୁଡ଼ା_ପଖାଳ: ୧୪ ଓଳି

#ସାନ_ଓଳି_ପଖାଳ: ୨ ଓଳି

#କଣର_ପୁଳି: ୩ଓଳି

#ହାତ_ପୋଡ଼ା_ଅମାଲୁ: ୭

#ବଡ଼_ଅମାଲୁ (ମାଲପୁଆ):୨୧

#ସାନ_ଅମାଲୁ (ମାଲପୁଆ): ୮୩

#ଶାକର: ୫ଓଳି

#ମଠ_ପୁଳି: ୨୨

#ଭୋଗ

ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ।

ଗୋପାଳ ବଲ୍ଲଭ ଭୋଗ  (ପ୍ରଥମ ଭୋଗ)

(ସକାଳ ୮.୩୦): ଦିନର ପ୍ରଥମ ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡିରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି । ଅଣସର ସମୟରେ ଏହା ଜୟ ବିଜୟ ଦ୍ଵାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କର ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ । (ପୂର୍ବେ ଏହି ଦୁଇଯାତ୍ରାରେ ବିଗ୍ରହମାନେ ରତ୍ନସିଂହାସନ ଛାଡି ବାହାର ବିଜେ କରୁଥିବାରୁ ଏଭଳି ନୀତି ଅନୁସୃତ ହେଉଥିଲା । କିନ୍ତୁ ଗଉଡିଆ ଗୋବିନ୍ଦଦେବଙ୍କ ସମୟରେ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନମୋହନ (ଦୋଳଗୋବିନ୍ଦ) ଙ୍କୁ ବିଜେ କରାଗଲା । ବର୍ତ୍ତମାନ ଦୋଳବେଦୀକୁ ବିଜୟ ପ୍ରତିମା ଆସିଲେ ମଧ୍ୟ ପୂର୍ବ ପରମ୍ପରା ରକ୍ଷା କରାଯାଉଛି ।)

#ବଲ୍ଲଭ_ଖଇ: ୪୪ ଓଳି,

#ପାଚିଲା_କଦଳୀ: ୭ଟି,

#ନଡ଼ିଆ_ଖୁଡ଼ି: ୩ଶରା,

#କୋରା (ବଡ଼): ୨୯ ଟି,

#କୋରା (ଛୋଟ): ୨୨୦ଟି

ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)

(ସକାଳ ୧୧.୦୦) : ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ। ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ଥ୍ୟଝସୁଆରମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ।ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଦୁଇଥର ବା ତିନିଥର ଥର ହୋଇଥାଏ । 

#ପଖାଳ

#ଦହି

#କାଞ୍ଜି

#ସାଦା ଅନ୍ନ

#କାନିକା

#ଡାଲି

#ବେସର

#ଖଟା

#ବଡ଼ସିଂହାର ଭୋଗ (ତୃତୀୟ ଭୋଗ)_-_::

(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ।

ଖୁଆ, ଲହୁଣି, ନଡ଼ିଆ ପାତି, ଖଇ, ଦହି, କଦଳୀ

#ସୁଆର_ପିଠା: ୧ଶରା

#ରୋସ_ପାଇକ: ୧ଶରା

#ମିଠା_ପଖାଳ: ୧୧

#କାଞ୍ଜି: ୩ଓଳି

#ସରପୁଳି ପିଠା: ୫ଶରା

#ବିରି ବୁହା ପିଠା: ୧ଶରା

#ବଡ଼ କଦଳୀ: ୧୫

#କ୍ଷୀରି/ପାୟସ: ୬ଓଳି

[ଓଳି= ଛୋଟ ମାଟି କୁଡୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ: ମାଲପୁଆ, ଓରିଆ: ଦେବତାଙ୍କ ଅନ୍ନ]

#ପର୍ବ ପର୍ବାଣୀ ସମୟର ବିଶେଷ ଭୋଗ-_-::

#ଅଣସର_ସମୟରେ: ଧୁଆମୁଗ ଓ ପଣା

#ଅଣସର_ଏକାଦଶୀ: ଆଷାଢ଼ କୃଷ୍ଣ ଏକାଦଶୀ: ଦଶମୂଳ ମୋଦକ

#ଜନ୍ମାଷ୍ଟମୀ: ରାଶିଲଡୁ, ରାଶିକୋରା

#ଭାଦ୍ରବ_କୃଷ୍ଣ_ଦଶମୀ: ଗୁଆ, ନଡିଆ

#ଭାଦ୍ରବ_ଅମାବାସ୍ୟା: ସପ୍ତପୁରୀ (ସକାଳଧୂପ ସହ)

#କାର୍ତ୍ତିକ_ମାସରେ: ହରିବଲ୍ଲଭ ଲିଆ (ବଲ୍ଲଭ ଭୋଗ ସହିତ)

#ପହିଲିଭୋଗ_-_::

ଧନୁ ସଂକ୍ରାନ୍ତି ଦିନ ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ ।[4] ଧନୁସଂକ୍ରାନ୍ତି ଦିନଠାରୁ ମା' ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ ଖାଇବାକୁ ଦିଅନ୍ତି । ଏହାପରେ ଅନ୍ୟାନ୍ୟ ଧୂପ ସବୁ ହୁଏ । ତେଣୁ ଏହା ପହିଲି ବା ପ୍ରଥମ ଭୋଗ ।

#ବିଶେଷତ୍ଵ_-_::

ବାତ୍ସଲ୍ୟ ରସର ନିଦର୍ଶନ ପହିଲିଭୋଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କ ମାଆଙ୍କ ହାତ ରନ୍ଧା ଖାଇଥାନ୍ତି । ଆକାଶରେ ନକ୍ଷତ୍ର ଥିବା ସହ କୁଆ କା’ କରିବା ପୂର୍ବରୁ ପ୍ରଭୁଙ୍କୁ ପହିଲି ଭୋଗ ଅର୍ପଣ କରିବାର ବିଧି ରହିଛି । ମାଆ ପୁଅପାଇଁ ରୋଷେଇକରୁଥିବାରୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏହି ଦିନମାନଙ୍କରେ ଭୋଗ ଶିଘ୍ର ହେଉଛି ବୋଲି ଭକ୍ତମାନଙ୍କ ମଧ୍ୟରେ ଏକ ବିଶ୍ଵାସ ରହିଛି । ଏହି ମାସରେ ଲକ୍ଷ୍ମୀ ତାଙ୍କ ବାପଘରକୁ ବୁଲିଯିବେ, ତେଣୁ ଦ୍ଵାପରଯୁଗରେ ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଖୁଆଇବା ପରି, ମା' ଯଶୋଦା ରାମକୃଷ୍ଣ ଦୁଇ ଭାଇଙ୍କୁ ସକାଳୁ ଆରିଶା, କାକରା, ବଡ଼ା, ଖଇରଚୂଳ, ଚୁଡ଼ା ଖୁଆ, ଅମାଲୁ, ବିରିବଡ଼ି ଆଦି ଅନେକ ପ୍ରକାରର ନିସଙ୍କୁଡ଼ି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି ବୋଲି ସାଧରଣରେ ବିଶ୍ଵାସ ରହିଛି ।

ମକର ସଂକ୍ରାନ୍ତି: ମକର ଚାଉଳ ଓ ଧନୁ ମୁଆଁ (ମଧ୍ୟାହ୍ନ ଧୂପ ପରେରେ)

ଚୈତ୍ର ଶୁକ୍ଳ ଅଷ୍ଟମୀ: ଜେଉଡ଼ ଭୋଗ

ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ପର୍ଯ୍ୟନ୍ତ: ମାଣ୍ଡୁଆ ଭୋଗ (ଚନ୍ଦନ ମଣ୍ଡପରେ), ଓ ତାପରେ ବିଡିଆ ମଣୋହି

ବିଭିନ୍ନ ବେଶ ସମୟରେ: ବେଶ କ୍ଷୀରି

#ଅବକାଶ-_-::

ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ।

ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)

ଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ।

ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ।

ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ।

ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ, ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ଵାର ବନ୍ଦ ରହେ ।

#ପହଡ଼-_-::

ଦିନରେ ଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ । ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ।

#ଦର୍ଶନ

#ସାହାଣ ମେଲା-_-::

ଶ୍ରୀମନ୍ଦିରରେ ବିନା ମୂଲ୍ୟରେ ସାହାଣମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହ ଭିତରେ ପ୍ରବେଶ କରି ଜଗନ୍ନାଥଙ୍କୁ ରତ୍ନବେଦୀ ନିକଟରୁ ଅବାଧରେ ଦର୍ଶନ କରନ୍ତି ।ସାଧାରଣତଃ ଦିନକୁ ଦୁଇଥର ସାହାଣମେଲା ହୋଇଥାଏ, ଥରେ ସକାଳ ଅବକାଶ ପରେ ଓ ଅନ୍ୟଟି ସନ୍ଧ୍ୟା ଆଳତି ପରେ, କିନ୍ତୁ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ ।

#ପରିମାଣିକ ଦର୍ଶନ-_-::

ଶ୍ରୀମନ୍ଦିରରେ ସାହାଣ ମେଲା ବ୍ୟତିତ ପରିମାଣିକ ଦର୍ଶନର ମଧ୍ୟ ବ୍ୟବସ୍ଥା ଅଛି । ଆଗ୍ରହୀ ଶ୍ରଦ୍ଧାଳୁମାନେ ୫୦ଟଙ୍କା ଲେଖାଏଁ ଟିକେଟ କାଟି ପରିମାଣିକ ଦର୍ଶନରେ ଭିତରକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି) ଏହି ଦର୍ଶନ ହେଉଛି । ସାହାଣମେଲା ଦର୍ଶନରେ ହେଉଥିବା ଗହଳି ଯୋଗୁଁ ବହୁ ଦର୍ଶକ ପରିମାଣିକ ଟିକେଟ କାଟି ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ପାକ -_-::

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନୈବେଦ୍ୟ ୪ ପ୍ରକାର ପାକରେ ପ୍ରସ୍ତୁତ ହୋଇଥାଏ ଯଥା:

#ଭୀମପାକ

#ନଳପାକ

#ସୌରୀ_ପାକ

#ଗୌରୀ_ପାକ

ଜୟ ଶ୍ରୀଜଗନ୍ନାଥ ଶରଣଂ 🙏🌺🚩

Thursday, June 20, 2024

COASTAL NEWS ODIA ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ

COASTAL NEWS ODIA 1878

ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ


ଭୁବନେଶ୍ବର - (CNO) ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସକାଳ ସାଢେ ୬ଟାରେ ସ୍କୁଲ ଖୋଲିବାକୁ ଥିବାବେଳେ, ସାଢେ ୧୦ଟା ଯାଏଁ କ୍ଲାସ୍ ଚାଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ କ୍ଲାସ ହେବ ବୋଲି କୁହାଯାଇଛି । 

ଏହାପରେ ୨୨ ତାରିଖଠାରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଥିଲା ।*

Wednesday, June 19, 2024

ଆଳି ଗାନ୍ଧୀ ସହଦେଵ ଦାସ ଙ୍କ 63ତମ ଶ୍ରାଦ୍ଧ ଉତ୍ସବ ପାଳନ

COASTAL NEWS ODIA 1877

 ଆଳି ଗାନ୍ଧୀ ସହଦେଵ ଦାସ ଙ୍କ 63ତମ ଶ୍ରାଦ୍ଧ ଉତ୍ସବ ପାଳନ



ଆଳି - (CNO) ତା-15.6.24ରିଖ - ଆଳି ଅଞ୍ଚଳ ର ଗାନ୍ଧୀ ଭାବେ ପରିଚିତ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସହଦେଵ ଦାସ ଙ୍କର 63ତମ ଶ୍ରାଦ୍ଧ ଉତ୍ସବ ତାଙ୍କର ଜନ୍ମ ମାଟି ନମୋୖଜ଼ା ର ନୂଆଗାଁ ସ୍ଥିତ ମୌଳିକ ବିଦ୍ୟାଳୟ ପରିସରରେ ସହଦେଵ ଦାସ ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ରଜ ସଂକ୍ରାନ୍ତି ଦିନ ପାଳିତ ହୋଇ ଯାଇଛି. 

ସ୍ଵର୍ଗତଃ ମହାପୁଋଷ ଙ୍କ ସମାଧି ପୀଠ ରେ ଥିବା ସ୍ବର୍ଗତ ଦାସ ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ସମୂହ ରାମଧୁନ ଗାନ କରାଯାଇଥିଲା l ଆଳି ଗାନ୍ଧୀ ସହଦେଵ ଦାସ ଅମର ରହେ ସ୍ଲୋଗାନ ରେ ନମୋୖଜ଼ା ର ଗଗନ ପବନ ପ୍ରକମ୍ପିତ ହୋଇଥିଲା ଏହା ପରେ ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁ ମାନେ ସ୍ଵର୍ଗତ ନେତାଙ୍କର ସ୍ମୃତିଚାରଣ କରିଥିଲେ l 

ସଂସଦ ର ସଭାପତି ଗୋବିନ୍ଦ ଚନ୍ଦ୍ର ନନ୍ଦ, ସା. ସମ୍ପାଦକ ବୀରେନ୍ଦ୍ର କୁମାର ପଣ୍ଡା, ବାମନ ଚରଣ ବେହେରା, ବିଦ୍ୟାଧର ପଣ୍ଡା, ପ୍ରଦୁମ୍ନ ଦାଶ, ଉଷା ରାଣୀମଲ୍ଲିକ, ବିଷ୍ଣୁ ଚରଣ ଦାଶ, ବିଜୟ କୁମାର ମହୀ, ମଧୁସୂଦନ ଦାସ, ବିନୋଦ ଚନ୍ଦ୍ର ଦାଶ, ଅକ୍ଷୟ ଦାସ, ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ବେହେରା, ଦର୍ପନାରାୟଣ ସାହୁ, ରତ୍ନାକର ମହାନ୍ତି, ଭରତ ଚରଣ ସେଠି, ବୃନ୍ଦାବନ ପଣ୍ଡା, ଅକ୍ଷୟ ମହାନ୍ତି, ତ୍ରୈଲୋକ୍ୟ ନାଥ ପଣ୍ଡା, ମୋହନ ଦଳାଇ, ସାମଲ ଦାସ ପ୍ରଭୃତି ଶତାଧିକ ଶ୍ରଦ୍ଧାଳୁ ସହଦେଵ ମାର୍ଗ ର ନିଆଳ ଠାରେ ଉପସ୍ଥିତ ହୋଇ ସେଠାରେ ଥିବା ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l

Tuesday, June 18, 2024

COASTAL NEWS ODIA 1876 ନେଦରଲ୍ୟାଣ୍ଡରେ ବାହାହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

COASTAL NEWS ODIA 1876

ନେଦରଲ୍ୟାଣ୍ଡରେ ବାହାହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ


ଭୁବନେଶ୍ବର - (CNO) ବିବାହ କଲେ ଅରୁଣ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନେଦରଲାଣ୍ଡରେ ବିବାହ କରିଛନ୍ତି।


ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ବିବାହର ଫଟୋ ଶେୟାର କରିଛନ୍ତି। ଫଟୋରେ ଅରୁଣ ବିଦେଶୀ କନ୍ୟାଙ୍କ ସହ ନଜର ଆସିଛନ୍ତି।


ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ଆସିବା ପରେ ଅରୁଣ ଓଡ଼ିଶା ଆସିଥିବା ଚର୍ଚ୍ଚା ହେଉଥିଲା। କେବଳ ଏତିକି ନୁହେଁ, ସେ ଆଗାମୀ ଦିନରେ ଓଡ଼ିଶାରେ ବିଜେଡିର ମଙ୍ଗ ଧରିବେ ବୋଲି ଆଲୋଚନା ଚାଲିଥିଲା। କିନ୍ତୁ ଏନେଇ ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ପୂର୍ବରୁ ମଧ୍ୟ ସେ ଅନେକଥର ପରିବାର ରାଜନୀତିକୁ ଖଣ୍ଡନ କରିଛନ୍ତି।

ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ

COASTAL NEWS ODIA
ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ




ବଲାଙ୍ଗିର, (CNO ) : ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ । ସ୍ୱର୍ଗତ୍‌ ପାଟଣା ମହାରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ହେଉଛନ୍ତି ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ଯିଏ ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଶପଥ ଗ୍ରହଣ କରିବେ । କନକବର୍ଦ୍ଧନ ୬ ଥର ବିଧାୟକ ହୋଇଛନ୍ତି । ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ସେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡ଼ି-ବିଜେପି ମେଂଟ ସରକାରରେ ସେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ମେଂଟ ସରକାରରେ ସାମିଲ୍‌ ରହିଥିଲେ । ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ଭାଂଗିବା ପରେ ବି ପାଟଣାଗଡ଼କୁ ବିଜେପିର ଗଡ଼ ଭାବେ ସହି ସଲାମତ୍‌ ରଖିଥିଲେ କନକବର୍ଦ୍ଧନ । ୨୦୧୯ରେ ସେ ପ୍ରଥମ ଥର ପରାଜିତ ହୋଇଥିଲେ ବିଜେଡ଼ି ବିଧାୟକ ସରୋଜ ମେହେରଙ୍କ ଠାରୁ । ଚଳିତ ନିର୍ବାଚନରେ ସେ ପୁଣି ବିଜୟୀ ହୋଇ ନିଜ ଗଡ଼ ଫେରି ପାଇଛନ୍ତି । କନକବର୍ଦ୍ଧନଙ୍କ ଧର୍ମପତ୍ନୀ ହେଉଛନ୍ତି ସାଂସଦ ସଂଗୀତା କୁମାରୀ ସିଂହଦେଓ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ୍‌ କରିଛନ୍ତି କନକବର୍ଦ୍ଧନ । ଶ୍ରୀ ସିଂହଦେଓ ଭାରତୀୟ ଜନତା ପାର୍ଟିର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ଦାୟିତ୍ୱ ତୁଳାଇଥିବା ବେଳେ ସେ ରାଜ୍ୟ ସଭାପତି ପଦରେ ମଧ୍ୟ ରହିଥିଲେ । ଚଳିତ ନିର୍ବାଚନରେ କନକବର୍ଦ୍ଧନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ସରୋଜ ମେହେରଙ୍କୁ ୧୩୫୭ ଖଣ୍ଡ ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ । କନକବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ହେବା କଥା ପ୍ରଚାର ହେବା ପରେ ପାଟଣାଗଡ଼ ସମତେ ସାରା ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।

Monday, June 17, 2024

COASTAL NEWS ODIA ପଶ୍ଚିମବଙ୍ଗ ଦାର୍ଜିଲିଂରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା

COASTAL NEWS ODIA

ପଶ୍ଚିମବଙ୍ଗ ଦାର୍ଜିଲିଂରେ  ବଡ ଧରଣର ଟ୍ରେନ୍ ଦୁର୍ଘଟଣା



ଦାର୍ଜିଲିଂ (CNO) ପଶ୍ଚିମବଙ୍ଗ ଦାର୍ଜିଲିଂରେ ସୋମବାର ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଦୁର୍ଘଟଣା ଘଟିଛି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ କୋଲକାତା ଯାଉଥିଲା।

ସୂଚନାନୁଯାୟୀ, ପଶ୍ଚିମବଙ୍ଗ-ବିହାର ସୀମାନ୍ତ ନୂଆ ଜଲପାଇଗୁଡ଼ିରେ ସୋମବାର ସକାଳେ ଏହି ଟ୍ରେନ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୯ଟାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ। ଦୁର୍ଘଟଣା ଫଳରେ ଏକ୍ସପ୍ରେସ ଟ୍ରେନର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି। ବଗିଗୁଡ଼ିକ ଟ୍ରାକରୁ ବାହାରି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ମାଲବାହୀ ଟ୍ରେନର ଏକାଧିକ ବଗି ଟ୍ରାକରୁ ବାହାରି ବିକ୍ଷିପ୍ତ ଅବସ୍ଥାରେ ପଡ଼ିରହିଛି।

ମିଳିଥିବା ସୂଚନା ଅନୁସାରେ, ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିଲଦା ଅଭିମୁଖେ ଯାତ୍ରା କରୁଥିଲା। ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ଏକ୍ସପ୍ରେସ ଟ୍ରେନ ଅଟକିଥିବା ବେଳେ ପଛପଟୁ ଆସୁଥିବା ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇ ପଡ଼ିଥିଲା। ୩ଟି ବଗି ବହୁ କ୍ଷତିଗ୍ରସ୍ତ ହୋଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ନେଇ ସୂଚାନ ଦେବା ସହିତ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି। ଏହା ସହିତ ଜିଲାପାଳ, ଏସପି ଏବଂ ଆମ୍ବୁଲାନ୍ସ ସହିତ ଡାକ୍ତରୀଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

Sunday, June 16, 2024

ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ

COASTAL NEWS ODIA 1873

ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ



ଭୁବନେଶ୍ବର - (CNO) ରାଜ୍ୟର ନବଗଠିତ ବିଜେପି ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ ନେଇ ଉତ୍କଣ୍ଠା ରହିଥିଲା, ତାହା ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ।

୧. ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ: କୃଷି ଓ    କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
୨. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ
୩. ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୪. ରବି ନାୟକ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ
୫. ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା, ଏସସି/ଏସଟି ଉନ୍ନୟନ, ସଂଖ୍ୟାଲଘୁ ବିଭାଗ
୬. କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି
୭. ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍, ପୂର୍ତ୍ତ ଏବଂ ଅବକାରୀ
୮. ମୁକେଶ ମହାଲିଙ୍ଗ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର
୯. ବିଭୂତି ଭୂଷଣ ଜେନା: ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି
୧୦. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ
୧୧. ଗଣେଶରାମ ସିଂଖୁଣ୍ଟିଆ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
୧୨. ସୂର୍ଯ୍ୟବଂଶୀ ସୂରଜ: ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୧୩. ପ୍ରଦୀପ ବଳସାମନ୍ତ: ସମବାୟ, ହସ୍ତତନ୍ତ
୧୪. ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଏମଏସଏମଇ
୧୫. ସମ୍ପଦ ଚନ୍ଦ୍ର ସ୍ୱାଇଁ: ଖଣି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଉତ୍କଳୀୟ ସଂସ୍କୃତିର ପ୍ରତୀକ ”ରଜ”

 ଉତ୍କଳୀୟ ସଂସ୍କୃତିର ପ୍ରତୀକ ”ରଜ” 




ଭୁବନେଶ୍ବର - (CNO) ରଜ ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ । ଏହା ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ, ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ବସୁମତୀ ସ୍ନାନ / ଭୂମି ଦହନ କୁହାଯାଏ । ରଜସ୍‌’ ଶବ୍ଦରୁ ‘ରଜ’ର ସୃଷ୍ଟି । ଏହି ଶବ୍ଦର ଅର୍ଥ ରଜସ୍ୱଳା ବା ଋତୁମତୀ । ଆଷାଢ଼ ମାସର ପ୍ରଥମ ବର୍ଷାରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ, ରଜ ତିନି ଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ରହିଛି, ତେଣୁଏହି ସମୟରେ ଭୂ ଖନନ ନିଷିଦ୍ଧ । 

ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରିଥିବା ଚାଷୀ, କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ, ଏହା ତା’ ପାଇଁ ବିଶ୍ରାମର ବେଳ । ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଏହି ପର୍ବ ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀ ଜାତିକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । ତେଣୁ ଏହାକୁ କେବଳ ଏକ କୃଷିଭିତ୍ତିକ ପର୍ବ ଭାବେ ବିଚାର ନ’କରି ନାରୀ ଜାତି ପ୍ରତି ସମ୍ମାନବୋଧର ଏକ ପର୍ବ ଭାବେ ମଧ୍ୟ ବିଚାର କରାଯାଏ । ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ମଧ୍ୟ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଙ୍କଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ ।


ମହତ୍ତ୍ୱ : ମାଟି ଓ ମେଘର ଅପୂର୍ବ ମିଳନର ପର୍ବ ହେଉଛି ରଜ । ଆଦ୍ୟ ଆଷାଢର ପ୍ରଥମ ବାରି’ପାତରେ ପୃଥିବୀ ଋତୁମତୀ ହୋଇଥିବାରୁ, ଆନନ୍ଦ ଉଲ୍ଲାସରେ ଉତ୍ସବ ମୁଖର ହୋଇଉଠେ ଚତୁର୍ଦ୍ଦିଗ । ମାଟି’ର ମାତୃତ୍ଵ କାମନା କରି ସୃଷ୍ଟିର ଜୟଗାନ କରେ କୃଷକ । ଶରୀର ପାଇଁ ବିଶ୍ରାମ, ଆଉ ମନ ପାଇଁ ଆନନ୍ଦର ଅବସର ହେଉଛି ଏହି ରଜ ପର୍ବ । ପୋଡ଼ପିଠା ଖାଇ ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅମାନଙ୍କ ଗାଁ ବୁଲା, ଦୋଳି ଝୁଲା, ଅଳତା ଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ଇଏ ହେଉଛି ଏକ ନିଆରା ମଉକା ! ଏ ପର୍ବରେ ଆତ୍ମୀୟ ସ୍ଵଜନ ଯିଏ ଯେଉଁଠି ଥିଲେ ବି ଫେରି ଆସନ୍ତି ଘରକୁ, ବନ୍ଧୁ ବାନ୍ଧବଙ୍କ ଗହଳି, ଆଉ ହସ କୌତୁକର ଆସର ଭିତରେ କର୍ମମୟ ଜୀବନର ଅବସାଦ ଭୁଲିଯିବାକୁ ।


କିମ୍ବଦନ୍ତୀ : ଲଙ୍କାରେ ମହାପ୍ରତାପୀ ରାଜା ‘ରାବଣ’ ରାଜୁତି କରୁଥିବାବେଳେ,“ମୟ” ନାମରେ ଆଉ ଜଣେ ରାଜା ଅନ୍ୟ ଏକ ରାଜ୍ୟରେ ରାଜୁତି କରୁଥିଲେ । ଉଭୟେ ରାକ୍ଷସମାନଙ୍କର ରାଜା ହୋଇଥିବା କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ ଥିଲା । ରାଜା ‘ମୟ’ଙ୍କର ‘ମନ୍ଦୋଦରୀ’ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ଓ ମନ୍ଦୋଦରୀ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ୱା ହେଲେ । ମନ୍ଦୋଦରୀଙ୍କ ଗର୍ଭରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ହେଲା । ଅବିବାହିତ କନ୍ୟା ଜନନୀ ହେବାର ଲୋକଲଜ୍ୟା ଭୟରେ ରାଜା ‘ମୟ’ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଏକ ଦୂର ରାଇଜ - ମିଥିଳା ନଗରକୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି ଡ଼ାକିଲେ । ମିଥିଳା ରାଜ୍ୟର ପ୍ରଜାବତ୍ସଳ ରାଜା ଥିଲେ ‘ଜନକ’ । 

ପ୍ରଜାଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ସେ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷଗଣ ମତ ଦେଲେ - ରାଜା ନିଜେ ହଳ ଯୋଚିଲେ ଦୁର୍ଦ୍ଦିନ ଦୂର ହେବ । ପ୍ରଜାଙ୍କ ହିତ ଉଦ୍ଦେଶ୍ୟରେ ରାଜା ଜନକ ହଳ ଯୋଚିଲେ । ଏଥିରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ଏବଂ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ପୌରାଣିକ ମତାନୁଯାୟୀ ସେହି ଦିନଠୁଁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ ।


କୁମାରୀମାନଙ୍କ ପାଇଁ ରଜ'ର ମହତ୍ତ୍ୱ : କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ଏକ ତାଲିମ ପ୍ରଦାନକାରୀ ପର୍ବ । ଆଗାମୀ ଦିନରେ ଏକ ସ୍ୱୟଂ ସଂପୂର୍ଣ୍ଣା ନାରୀ ଭୂମିକାରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ ଏହି ରଜ ପର୍ବ ପାଳନ ଅବସରରେ । ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧି ଭାବେ କୁମାରୀମାନେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟି ନାରୀ ଭୂମିକାରେ ଅବତୀର୍ଣ୍ଣ ହୁଏ, ଏହି ଆଚାର ସଂହିତା ତା’ର ସହାୟକ ହୋଇଥାଏ । 

ରଜ ତିନିଦିନ ଧରି ରଜସ୍ୱଳା ନାରୀ ଭାବେ ଧରଣୀ ମାତାକୁ କଷ୍ଟ ନ ଦେଇ, ଭୂମି କର୍ଷଣ ନ କରି ବିଶ୍ରାମ ଦେଲା ଭଳି, କଟା-ବଟା ଆଦି ଗୃହକର୍ମ ନ’କରି କୁମାରୀମାନେ ବିଶ୍ରାମ କରନ୍ତି । ଏହି ଦିନ ଧରିତ୍ରୀ ମାଆ’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ – ଗୁଆ କିମ୍ବା କଦଳୀ ଗଛ ପଟୁଆରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି, ଯଦିଓ କାଳକ୍ରମେ ଏହା ଲୋପ ପାଇବାକୁ ବସିଲାଣି । 


ବସୁମତୀ ସ୍ନାନ : ରଜ ପର୍ବର ଅନ୍ତିମ ଦିବସରେ ‘ମାସିକ ଧର୍ମ’ର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ, ପବିତ୍ର ହୋଇଥାଆନ୍ତି । ଏହା ବସୁମତୀ ସ୍ନାନ, ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆ ଓ ଲଙ୍ଗଳ ଲୁହାରେ ହଳଦୀ କନା ଗୁଡ଼ାଇ, ସିନ୍ଦୂର କଜଳ ଦେଇ, ପିଢ଼ା ଉପରେ ସ୍ଥାପନା କରି, କଳସ ଆମ୍ବଡ଼ାଳ ରଖି କ୍ଷୀରରେ ସ୍ନାନ କରାଯାଏ । ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା “ମହାଲକ୍ଷ୍ମୀ ପେଡ଼ି” ମଧ୍ୟ ଏହି ଦିନ ଖୋଲାଯାଇଥାଏ । 


ରଜ ଦୋଳି : ରଜ ପର୍ବରେ ଦୋଳି ଖେଳିବାର ପରମ୍ପରା ନିଆରା । ଏହା ରଜର ମୁଖ୍ୟ ଆକର୍ଷଣ । ଦୋଳି ଖେଳ ବିନା ରଜ ପର୍ବ ଫିକା ଲାଗିଥାଏ । ବଡ଼ି ଭୋର୍‌ରୁ ଗାଧୋଇ ଚନ୍ଦନ ଟିପା, ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡ଼ ଯାଏଁ କୁଆଁରୀ ଝିଅମାନେ ବାହାରିଯାଆନ୍ତି ଦୋଳି ଖେଳିବାକୁ । ଘର ଛାତର ହୁକ, ବାରଣ୍ଡା, ଆମ୍ବଗଛଠାରୁ ବରଗଛ ସବୁଠି ଦୋଳିର ଭିଡ଼ । ପଟା ଦୋଳି, ବାଉଁଶ ଦୋଳି, ଚକ୍ରି ଦୋଳି ଆଦି ବିଭିନ୍ନ ପ୍ରକାରର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରିଥାଏ । ଦୋଳି ଖେଳ ପୂର୍ବରୁ ମା’ ବସୁମତିଙ୍କୁ ସ୍ମରଣ କରି ଦୋଳି ପୂଜା କରାଯାଇଥାଏ । ଦୋଳିରେ ଛୁଟେ କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ଦୋଳି ଚାରିପଟେ ଦୋଳି ଖେଳାଳି ଆଉ ଦେଖଣାହାରୀଙ୍କର ଭିଡ଼ ଜମିଥାଏ । ଗୋଟିଏ ଗୋଟିଏ ଜାଗାରେ ଏକାଧିକ ଦୋଳି ବନ୍ଧାଯାଇ କିଏ କେତେ ଉପରକୁ ଯାଇପାରୁଛି, ସେ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ବିଭିନ୍ନ ଦଳ ମଧ୍ୟରେ ପଦକୁ ପଦ ସଜାଡ଼ି ଦୋଳି ଗୀତର ଆସର ଜମିଯାଏ । ରଜରେ ବୋଲାଯାଉଥିବା ଅଗଣିତ ଗୀତ ମଧ୍ୟରୁ କିଛି : 


“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜଲୋ, ଘେନି ନୂଆ ସଜବାଜ”

“ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତାଲୋ, ମଥାରେ ସିନ୍ଦୂର ଟୋପା”

“ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକାଲୋ, କାହା ବିନା ଏକା ଏକା”

“ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳିଲୋ, ଝୁଲାଅ ରଜର ଦୋଳି”

“ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେଲୋ, ମନକଥା କିଏ ଜାଣେ”

“ଶଙ୍ଖ ମଲମଲ ଗିନା, ଦରଦ ଜାଣେ ଦରଦୀ ସିନାଲୋ, ବଣିଆ ଚିହ୍ନେଟି ସୁନା”

“ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ”

“ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକି ଗାଲିଲୋ, ଦେଖାଉଛୁ କେତେ ବେଲି”

“ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ”



ରଜ ପାନ : ରଜରେ ପାନ ଖାଇବା ଓ ଖୁଆଇବା ଏକ ପ୍ରାଚୀନ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପାନକୁ ତାମ୍ବୁଳ, ସପ୍ତଲତା ଓ ନାଗବଲ୍ଲୀ ବୋଲି ମଧ୍ୟ କୁହାଯାଏ । ନାଗବଲ୍ଲୀ ରସ ପାନ କରି ଜଣେ ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି । ତେଣୁ ଏହାକୁ ‘ପ୍ରାଣ’ ବୋଲି କୁହାଯାଉଥିଲା । କାଳକ୍ରମେ ଏହା ଅପଭ୍ରଂଶ ହୋଇ ‘ପାନ’ ହୋଇଛି । ବଡ଼ଠାକୁର ଜଗନ୍ନାଥ ପ୍ରତି ଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ରଜପାନର ଚମକ ଓ ମହକ ବର୍ଷ ତମାମ୍ ପାନକୁ ବଳିଯାଏ । ରଜ ପାନରେ ଗୁଆ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ଇତ୍ୟାଦି ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ, ଉପରେ ଲବଙ୍ଗ ଖୋସି, ଅତି ସୁନ୍ଦର ଭାବରେ ଥାଳି ଉପରେ ସଜାଇ ଦିଆଯାଇଥାଏ । ରଜ ପାନ ସମ୍ପର୍କରେ ସୁନ୍ଦର ଢ଼ଗ’ଟିଏଅଛି : 


“ପାନଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ,

ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ”



ପିଠାପଣା : ଓଡ଼ିଆ ଘରେ ପର୍ବପର୍ବାଣୀର ଅର୍ଥ ବିଭିନ୍ନ ପ୍ରକାର ପିଠାର ଆସର । ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ । ଅନ୍ୟ ପର୍ବ ଅପେକ୍ଷା ରଜପର୍ବରେ ତିଆରି ପିଠା ସଭିଙ୍କର ପ୍ରିୟ । ଏହି ଦିନ ଚକୁଳି, କାକରା ଓ ପୋଡ଼ ପିଠାର ମହକ ଘରେ ଘରେ ମହକିଥାଏ । ନଡ଼ିଆ ପୁର ଦିଆ ପୋଡ଼ ପିଠା ରଜରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କାରଣ ଜଗନ୍ନାଥଙ୍କ ଛପନ ଭୋଗରେ ଏହା ସ୍ଥାନ ପାଇଥାଏ । ଏହି ପୋଡ଼ ପିଠାକୁ ତିନି ଦିନ ଧରି ଖିଆଯାଏ ।


ରଜ ଉତ୍ସବର ବ୍ୟାପକତା ଓ ବିଭିନ୍ନତା : ଓଡିଶା ବାହାରେ ପଶ୍ଚିମ ବଙ୍ଗ ଓ ଆସାମରେ ରଜପର୍ବ “ଅମ୍ବୁବାଚି” ନାମରେ ପାଳିତ ହୁଏ । ମିଥୁନ ସଂକ୍ରାନ୍ତି ଅବସରରେ ୫୨ ଶକ୍ତିପୀଠ ମଧ୍ୟରୁ ଗୌହାଟୀରେ ଥିବା ପ୍ରତ୍ୟକ୍ଷଦେବୀ କାମାକ୍ଷା’ଙ୍କ ପୀଠ ଲୋକାରଣ୍ୟ ହୁଏ । ବିଶ୍ଵାସ କରାଯାଏ, ଦେବୀ କାମାକ୍ଷା ଏହି ସମୟରେ ରଜବତୀ ହୁଅନ୍ତି । ଦେବୀଙ୍କ ମହାସ୍ନାନ ପରେ ୪ର୍ଥ ଦିନ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରନ୍ତି । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ, ସାଧୁ ସନ୍ୟାସୀ ଏଠାରେ ଏକତ୍ରିତ ହୁଅନ୍ତି । ରଜପର୍ବ ଢ଼ାଞ୍ଚାରେ ରାଜସ୍ଥାନରେ ପାଳନ ହୁଏ ‘ଡାଜପତ୍ର’ । ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଦୋଳି ଖେଳିଥାଆନ୍ତି । 


ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ବଲାଙ୍ଗିର, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଏହା ପାଳିତ ହେଇଥାଏ । ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ୫ ଦିନ ବ୍ୟାପୀ ରଜୋତ୍ସବ ପାଳନ ହୁଏ । ଏହାର ବିଶେଷତ୍ୱ ହେଲା, ରଜ ଉତ୍ସବ ଉପଲକ୍ଷେ ଗ୍ରାମରେ ଥିବା ବାଙ୍କବିହାରୀ ମନ୍ଦିରରେ ପହିଲି ରଜ ଦିନ ଅଖଣ୍ଡ ଧୂନି ଜଳେ । ପହିଲି ରଜଠୁ ୪ ଦିନ ଧରି ଏଠାରେ ଅନ୍ନଭୋଗ ଲାଗି ହୁଏ ନାହିଁ । ଏହି ପ୍ରଥା ୨୦୦ ବର୍ଷରୁ ଅଧିକ ବୋଲି ଜଣାଯାଏ । ଏହି ଅବସରରେ ସେଠାରେ ଏକ ‘ଆମ୍ବ-ପଣସ ଯାତ୍ରା’ ଅନୁଷ୍ଠିତ ହୁଏ, ଯାହାର ବିଶେଷତ୍ୱ ହେଲା ଆମ୍ବ ଓ ପଣସର ପସରା ।


କେନ୍ଦୁଝର ଅଞ୍ଚଳରେ ରଜ ଏକ ନିଆରା ଢଙ୍ଗରେ ପାଳନ କରାଯାଏ । ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ‘ଦେହୁରି’, ସ୍ଵର୍ଗର ଶିଳ୍ପୀ ବିଶ୍ଵକର୍ମା’ଙ୍କ ସମ୍ମାନାର୍ଥେ ନିହାଣ, ବାରିସି ଆଦି ଦୋଳିରେ ରଖି ଝୁଲାଇଥାନ୍ତି । ଏହି ଅବସରରେ ଶବର-ଶବରୀ ନାଚ ହୁଏ । କୃଷି କର୍ମରେ ତତ୍ପର ହେବା ପାଇଁ ଶବରୀ ଶବରକୁ ପ୍ରବର୍ତ୍ତାଏ l ନୃତ୍ୟ ମାଧ୍ୟମରେ ଶବର ତା’ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଏହି ଜନଜାତିମାନଙ୍କର ବିଶ୍ଵାସ, ଯେ ମା’ ସୀତା ଏହି ଦିନ ଗର୍ଭବତୀ ହୋଇଥିଲେ । 


ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ, ୨୦୧୦ରୁ ଏକ ନିଆରା ଢଙ୍ଗରେ ପାଳିତ ହୋଇଆସୁଛି ରଜ ପର୍ବ । ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ । ଦୁଇଜଣ ଝିଅ ବରକନ୍ୟା ବେଶରେ ବେଦୀରେ କଣ୍ଢେଇ ଧରି ବସନ୍ତି । ଏହି ବାହାଘର ଦେଖି‍ବାପାଇଁ ସମସ୍ତ ଗ୍ରାମବାସୀଙ୍କ ସହ, ଆଖପାଖ ଗ୍ରାମରୁ ଶତାଧିକ ଲୋକ ଆସନ୍ତି । ସମସ୍ତଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରାଯାଇଥାଏ । ନାଚଗୀତ ଆସର ଜମିବା ସହ, ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳର ମଜା ଉଠାନ୍ତି । 


କ୍ରମେ ହଜିବାକୁ ବସିଥିବା ଉତ୍କଳୀୟ ସଂସ୍କୃତିର ପ୍ରତୀକ ଓ ପରମ୍ପରାକୁ ଧରି ରଖିବା ଉଦ୍ଦେଶ୍ୟରେ ,କିଛି ବର୍ଷ ହେଲା ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ଓଡିଶାର ପୁରପଲ୍ଲୀର ମହିଳାମାନଙ୍କୁ ନେଇ ରଜ ପିଠା ଓ ରଜ ପାନ ପ୍ରତିଯୋଗୀତା ଆଦିର ପ୍ରୟାସ ଆରମ୍ଭ ହୋଇଛି ।

ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା
ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନା
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ


ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । 

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । 


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। 

ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି ।

preparations for Rath Yatra 2024.

COASTAL NEWS ODIA 

preparations for Rath Yatra 2024.


Chief Minister Shri Mohan Charan Majhi reviewing preparations for Rath Yatra 2024.
Law Minister Shri Prithwiraj Harichandan also present.
State Guest House, 16.06.2024

Saturday, June 15, 2024

ଓଡିଶା ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ

COASTAL NEWS ODIA 1869

ଓଡିଶା ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ 




ଭୁବନେଶ୍ବର - (CNO) ଶେଷ ହୋଇଛି ରାଜ୍ୟର ନବଗଠିତ ବିଜେପି ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ ନେଇ ଉତ୍କଣ୍ଠା । ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ।

୧. ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ: କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
୨. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ
୩. ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୪. ରବି ନାୟକ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ
୫. ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା, ଏସସି/ଏସଟି ଉନ୍ନୟନ, ସଂଖ୍ୟାଲଘୁ ବିଭାଗ
୬. କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି
୭. ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍, ପୂର୍ତ୍ତ ଏବଂ ଅବକାରୀ
୮. ମୁକେଶ ମହାଲିଙ୍ଗ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର
୯. ବିଭୂତି ଭୂଷଣ ଜେନା: ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି
୧୦. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ
୧୧. ଗଣେଶରାମ ସିଂ ଖୁଣ୍ଟିଆ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
୧୨. ସୂର୍ଯ୍ୟବଂଶୀ ସୂରଜ: ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୧୩. ପ୍ରଦୀପ ବଳସାମନ୍ତ: ସମବାୟ, ହସ୍ତତନ୍ତ
୧୪. ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଏମଏସଏମଇ
୧୫. ସମ୍ପଦ ଚନ୍ଦ୍ର ସ୍ୱାଇଁ: ଖଣି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

Tuesday, June 11, 2024

COASTAL NEWS ODIA 1867

ନୂଆଦିଲ୍ଲୀ - (CNO) କେନ୍ଦ୍ରରେ ମୋଦୀ ସରକାରଙ୍କ ୩ୟ ଇନିଂସ ଆରମ୍ଭ ହୋଇଛି । ରବିବାର ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ଇତିହାସକୁ ଦ୍ୱିତୀୟଥର ପାଇଁ ଦୋହରାଇଛନ୍ତି ନରେନ୍ଦ୍ର ମୋଦୀ । ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ତୃତୀୟ ଥର ପାଇଁ ତାଙ୍କ ଶପଥଗ୍ରହଣ ସମାରୋହ ବେଶ ଜାକ ଜମକରେ ହୋଇଛି । କେବଳ ପାକିସ୍ତାନ ଓ ଚୀନକୁ ଛାଡି ଅନ୍ୟ ସମସ୍ତ ପଡୋଶୀ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।
ଏବେ ଦେଖନ୍ତୁ ସାମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ରହିଛି କେଉଁମାନଙ୍କ ନାମ —

ମୋଦୀଙ୍କ ନୂଆ ଟିମ୍
ନରେନ୍ଦ୍ର ଦାମୋଦର ଦାସ ମୋଦୀ, ପ୍ରଧାନମନ୍ତ୍ରୀ
ଲଗାତର ହ୍ୟାଟ୍ରିକ ସରକାର ଗଢିବାରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ
ଜବାହର ଲାଲ ନେହେରୁ ୧୯୫୨, ୧୯୫୭ ଏବଂ ୧୯୬୨ରେ ସରକାର ଗଢିଥିଲେ
ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ମୋଦୀ
ଆରଏସଏସର ପ୍ରଚାରକୁ ହୋଇଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ
ଅପରାଜେୟ ନରେନ୍ଦ୍ର ମୋଦୀ
ରାଜନାଥ ସିଂହ, ବିଜେପି
ଅଟଳ ବିହାରୀ ବାଜପେୟୀ ସରକାରରେ ଥିଲେ ମନ୍ତ୍ରୀ
ୟୁପି ସମେତ ସାରା ଦେଶର ଜଣେ ଟାଣୁଆ ନେତା
ପୂର୍ବରୁ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ବେଳେ ୨୦୧୪ରେ ଦଳ କ୍ଷମତାକୁ ଫେରିଛି
ବିରୋଧୀ ଶିବିର ସହିତ ଭଲ ସମ୍ପର୍କ ଥିବା ଅନ୍ୟତମ ନେତା
ମୋଦୀ ସରକାରରେ ଗୃହ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ
ଫିଜିକ୍ସ ଅଧ୍ୟାପକରୁ ରାଜନେତା ରାଜନାଥ ସିଂହ
ଅମିତ ଶାହ, ବିଜେପି
ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତ ସହଯୋଗୀ
ଗୁଜରାଟରେ ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଶାହ ଥିଲେ ଗୃହମନ୍ତ୍ରୀ
ରାଷ୍ଟ୍ରୀୟ ବିଜେପିର ଅଧ୍ୟକ୍ଷ ରହି ଦଳକୁ ଦେଇଛନ୍ତି ବଡ଼ ସଫଳତା
୨୦୧୪ ଓ ୨୦୧୭ରେ ୟୁପିରେ ବିଜେପିର ଭଲ ପ୍ରଦର୍ଶନ ପଛରେ ଶାହ
ଦେଶର ଗୃହମନ୍ତ୍ରୀ ଭାବରେ ଧାରା ୩୭୦ ଉଚ୍ଛେଦ ଓ ସିଏଏ କାର୍ଯ୍ୟକାରୀ କରିଛନ୍ତି
ବିଜେପିର କଠୋରପନ୍ଥୀ ଭାବେ ଜଣାଶୁଣା
ନୀତୀନ ଗଡ଼କରୀ (ବିଜେପି)
ନାଗପୁରରୁ ହ୍ୟାଟ୍ରିକ ବିଜୟ
ଆରଏସଏସ ସହିତ ଭଲ ସମ୍ପର୍କ
ସଡ଼କ ପରିବହନ ମନ୍ତ୍ରୀ ଭାବେ ଦେଶରେ ନିଜସ୍ୱ ପରିଚୟ
ରେକର୍ଡ ସଂଖ୍ୟକ ଜାତୀୟ ରାଜପଥ ନିର୍ମାଣ କରି ଚର୍ଚ୍ଚାର
ମିଷ୍ଟ ଭାଷୀ ଏବଂ କାମରେ ବିଶ୍ୱାସ କରନ୍ତି ଗଡକରୀ
ପୂର୍ବରୁ ବିଜେପିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ
ବିରୋଧୀଙ୍କ ଶିବିରରୁ ପ୍ରଶଂସା ପାଉଥିବା ବିଜେପିର ଅନ୍ୟତମ ନେତା
ମହାରାଷ୍ଟ୍ର ସରକାରରେ ଥିଲେ ମନ୍ତ୍ରୀ
ନିର୍ମଳା ସୀତାରମଣ (ବିଜେପି)
ରାଜ୍ୟସଭା ସାଂସଦ ଭାବେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ
ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ
ବିଜେପିର ମୁଖପାତ୍ର ହିସାବରେ ପରିଚିତ
ଧର୍ମେନ୍ଦ୍ର ପ୍ରଧାନ, ବିଜେପି
ସମ୍ବଲପୁର ଲୋକସଭାରୁ ନିର୍ବାଚିତ
ପୂର୍ବରୁ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ
ପେଟ୍ରୋଲିୟମ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଅଭିଜ୍ଞତା
ମୋଦୀ-ଶାହଙ୍କର ବିଶ୍ୱସ୍ତ
ଓଡିଶା ବିଜେପିର ପୋଷ୍ଟର ବୟ
ପ୍ରହଲ୍ଲାଦ ଯୋଶୀ (ବିଜେପି)
କର୍ଣ୍ଣାଟକର ଧରୱାଡରୁ ହ୍ୟାଟ୍ରିକ ବିଜୟ
୧୯ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ
କର୍ଣ୍ଣାଟକ ରାଜନୀତିରେ ରହିଛି ପ୍ରଭାବ
ହରଦୀପ ସିଂ ପୁରୀ (ବିଜେପି)
କୂଟନୀତିଜ୍ଞରୁ ରାଜ୍ୟସଭା ସାଂସଦ
ଋଷ-ୟୁକ୍ରେନ ଯଦ୍ଧ ଭାରତୀୟଙ୍କୁ ସ୍ୱଦେଶ ଫେରାଇବାରେ ମୁଖ୍ୟ ଭୂମିକା
ପୂର୍ବରୁ ସହର ଉନ୍ନୟନ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିଲେ
ମୋଦୀଙ୍କ ଅନ୍ୟତମ ବିଶ୍ୱସ୍ତ ନେତା
ବିରୋଧୀଙ୍କୁ କଡା ଜବାବ ଦେବାରେ ବିଜେପିର ଆଗଧାଡିର ନେତା
ଅଶ୍ୱିନୀ ବୈଷ୍ଣବ (ବିଜେପି)
ଓଡିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି
୧୯ ସରକାରରେ ରେଲୱେ ଏବଂ ଟେଲିକମ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ
ପୂର୍ବରୁ ପ୍ରଶାସନିକ ଅଧିକାରୀ ଭାବେ ଓଡିଶାରେ ସୁପରିଚିତ
ବାହାନଗା ରେଳ ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାଉଁଟିଛନ୍ତି ପ୍ରଶଂସା
ପୀୟୂଷ ଗୋଏଲ (ବିଜେପି)
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ
ରାଜ୍ୟସଭାରେ ବିଜେପି ଦଳର ନେତା
ବିଜେପିର କୋଷାଧ୍ୟକ୍ଷ ଭାବେ ବହୁବର୍ଷ ଧରି କାର୍ଯ୍ୟ
ପୂର୍ବରୁ ପୀୟୁଷଙ୍କ ବାପା ବେଦପ୍ରକାଶ ମଧ୍ୟ ଥିଲେ କୋଷାଧ୍ୟକ୍ଷ
ଚାଟାର୍ଡ ଆକାଉଣ୍ଟ ପରୀକ୍ଷାରେ ଟପ୍ପର ହୋଇଥିଲେ
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ପ୍ରଶଂସନୀୟ
ମୋଦୀଙ୍କ ଅନ୍ୟତମ ବିଶ୍ୱସ୍ତ
ଶିବରାଜ ସିଂ ଚୌହାନ (ବିଜେପି)
ଚଳିତଥର ବିଜେପିରୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ନେତା
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଖ୍ୟାତି
ମଧ୍ୟପ୍ରଦେଶରେ ମାମା ଭାବେ ପରିଚିତ
ଅଟ୍ଟଳ ସରକାରରେ କେନ୍ଦ୍ର କୃଷିମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ
ପ୍ରତିକୂଳ ପରିସ୍ଥିତିରେ ମଧ୍ୟପ୍ରଦେଶରେ ଦଳକୁ କ୍ଷମତାସୀନ କରିବାରେ ମୁଖ୍ୟ ଭୂମିକା
ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି)
କୋଭିଡ ବେଳେ ଦଳ ବଦଳାଇ ବିଜେପିରେ ସାମିଲ ହୋଇଥିଲେ
ଗୁନା ଲୋକସଭାରୁ ନିର୍ବାଚିତ
ପୂର୍ବରୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ
ଗ୍ୱାଲିୟର ରାଜ ପରିବାରର ମୁଖ୍ୟ
ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ
ଜେପି ନଡ୍ଡା, ବିଜେପି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ରାଜ୍ୟସଭାକୁ ସଭ୍ୟ
ନରେନ୍ଦ୍ର ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ମନସୁଖ ମାଣ୍ଡଭ୍ୟ (ବିଜେପି)
କୋଭିଡ ପରବର୍ତ୍ତୀ ସମୟରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ
ଗୁଜରାଟ ବିଜେପିର ଅନ୍ୟତମ ଟାଣୁଆ ନେତା
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ
ପୂର୍ବରୁ ରାଜ୍ୟସଭାକୁ ହୋଇଥିଲେ ନିର୍ବାଚିତ

ମନ୍ତ୍ରଣାଳୟ ପରିଚାଳନା କରିବାରେ ରହିଛି ଦୃଢ ଅଭି୍ଜ୍ଞତା
ସି.ଆର ପାଟିଲ (ବିଜେପି)
ଗୁଜରାଟ ବିଜେପିର ସଭାପତି
ନଭସାରିରୁ ୩ ଥର ସାଂସଦ ଭାବେ ନିର୍ବାଚିତ
ମନୋହରଲାଲ ଖଟ୍ଟର (ବିଜେପି)
ହରିଆଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି
ସଂଘର କଠୋରପନ୍ଥୀ ହିସାବରେ ମୋଦୀଙ୍କ ବିଶ୍ୱସ୍ତ
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ
ଗିରିରାଜ ସିଂ (ବିଜେପି)
ମୋଦୀ ସରକାରର ଅନ୍ୟତମ ଟାଣୁଆ ନେତା
ବିହାର ବେଗୁସରାଇରୁ ଦ୍ୱିତୀୟ ଥର ଲୋକସଭାକୁ ନିର୍ବାଚିତ
ପଶୁପାଳନ ଓ ମତ୍ସ୍ୟ ସମ୍ପଦର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି
ବିରୋଧୀ ଦଳକୁ ସବୁବେଳେ ତାଚ୍ଛଲ୍ୟ କରୁଥିବା ନେତା
ଜଣେ ହିନ୍ଦୁ କଠୋପନ୍ଥୀ ନେତା ଭାବେ ଜଣାଶୁଣା
ଏସ୍. ଜୟଶଙ୍କର (ବିଜେପି)
କୂଟନୀତିରୁ ରାଜନୀତିକୁ ଆସିଛନ୍ତି
ବୈଦେଶିକ ମନ୍ତ୍ରୀ ଭାବେ ରହିଛି ଖ୍ୟାତି
ସୁଷମା ସ୍ୱରାଜଙ୍କ ପରେ ସମ୍ଭାଳିଛନ୍ତି ଦାୟିତ୍ୱ
ମୋଦୀଙ୍କର ଅନ୍ୟତମ ବିଶ୍ୱସ୍ତ ନେତା
ଅର୍ଜୁନରାମ ମେଘୱାଲ (ବିଜେପି)
୨୦୦୯ରୁ ବିକାନେରରୁ ନିର୍ବାଚିତ ହୋଇଆସୁଛନ୍ତି
ପ୍ରଶାସକରୁ ରାଜସ୍ଥାନର ପୋଖର ରାଜନେତା
ସଂସଦକୁ ସାଇକେଲରୁ ଆସି ଚର୍ଚ୍ଚାରେ
ମୋଦୀ ସରକାରରେ ନ୍ୟାୟ ମନ୍ତ୍ରୀ ଥିଲେ
କିରଣ ରିଜ୍ଜୁ (ବିଜେପି)
ଅରୁଣାଚଳ ପ୍ରଦେଶରୁ ହ୍ୟାଟ୍ରିକ ବିଜୟ
ବିଧାନସଭାରେ ବିଜେପିର ବିଜୟ ପଛରେ ମୁଖ୍ୟ ଭୂମିକା
ପୂର୍ବରୁ ଆଇନ ଓ ଯୁବ କ୍ରୀଡା ବିଭାଗର ମନ୍ତ୍ରୀ ଥିଲେ
ଭୂପେନ୍ଦ୍ର ଯାଦବ, ବିଜେପି
ବିଜେପିର ସାଂଗଠନିକ ଚେହେରା
ରାଜସ୍ଥାନ ଅଲୱାରରୁ ଲୋକସଭାକୁ ନିର୍ବାଚିତ
ଓଡିଶାର ବିଜେପିର ସଫଳତା ପଛରେ ରହିଛି ଭୂମିକା
କେନ୍ଦ୍ରରେ ଶ୍ରମମନ୍ତ୍ରାଳୟର ଦାୟିତ୍ୱ ତୁଲାଇଛନ୍ତି
ଜିତେନ୍ଦ୍ର ସିଂହ (ବିଜେପି)
ଜମ୍ମୁ କଶ୍ମୀର ଉଦ୍ଧମପୁର ଲୋକସଭାକୁ ହ୍ୟାଟ୍ରିକ ବିଜୟ
ପିଏମଓ, କାର୍ମିକ ଓ ପ୍ରଶାସନିକ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଜଣାଶୁଣା
ପ୍ରଥମ ଥର ପାଇଁ ୨୦୧୪ରେ ଗୁଲାମନବୀ ଆଜାଦଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ
ନରେନ୍ଦ୍ର ମୋଦୀଙ୍କର ଅନ୍ୟତମ ବିଶ୍ୱସ୍ତ ନେତା
ସର୍ବାନନ୍ଦ ସୋନୱଲ (ବିଜେପି)
ଆସାମର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ
୨୦୧୪ରେ ପ୍ରଥମ ଥର ପାଇଁ ଲ କ୍ଷ୍ମୀପୁରରୁ ଲୋକସଭାକୁ ନିର୍ବାଚିତ
ଏବେ ଦିବ୍ରୁଗଡ ଲୋକସଭାରୁ ନିର୍ବାଚିତ
ଜହାଜ ଚଳାଚଳ ଓ ଆୟୂଷ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ
କେ. ଆନ୍ନାମଲାଇ (ବିଜେପି)
ତାମିଲନାଡୁ ବିଜେପିର ସଭାପତି
ବିଜେପିର ଭୋଟ୍ ସେୟାର ବଢିବା ପଛରେ ରହିଛି ଅବଦାନ
ନିର୍ବାଚନରେ ହାରି ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ
ଆଇପିଏସ ଚାକିରି ଛାଡି ରାଜନୀତିରେ ଯୋଗଦାନ
ପଙ୍କଜ ଚୌଧୁରୀ (ବିଜେପି)
ମହାରାଜଗଂଜ ଲୋକସଭାକୁ ଲଗାତର ନିର୍ବାଚିତ
ୟୁପିର ଜଣେ ପ୍ରମୁଖ ବିଜେପି ନେତା
ଗତ ସରକାରରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ
ଗଜେନ୍ଦ୍ର ସିଂହ ଶେଖାୱତ (ବିଜେପି)
ରାଜସ୍ଥାନ ଯୋଧପୁର ଲୋକସଭାରୁ ହ୍ୟାଟ୍ରିକ ନିର୍ବାଚିତ
ଜଳ ଶକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ଥିଲେ
ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ଓ ମୋଦୀଙ୍କ ବିଶ୍ୱସ୍ତ
ଜୁଏଲ ଓରାମ (ବିଜେପି)
ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ
ବାଜପେୟୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଅଭିଜ୍ଞତା
ସୁନ୍ଦରଗଡରୁ ବାରମ୍ବାର ଲୋକସଭାକୁ ନିର୍ବାଚିତ
ଓଡିଶା ବିଜେପିର ଅନ୍ୟତମ ପ୍ରମୁଖ ଚେହେରା
ଓଡିଶା ବିଜେପିର ଦୁଇ ଦୁଇ ଥର ସଭାପତି
ବଣେଇ ବିଧାନସଭାରୁ ୨ ଥର ବିଧାନସଭାକୁ ନିର୍ବାଚିତ
ଲଲନ ସିଂହ (ଜେଡିୟୁ)
ବିହାର ଜେଡିୟୁର ପ୍ରମୁଖ ନେତା
ନୀତୀଶ କୁମାରଙ୍କର ଅତ୍ୟନ୍ତ ବିଶ୍ୱସ୍ତ
ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି କେନ୍ଦ୍ରରେ
ମୁଙ୍ଗେରରୁ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ
ରାମନାଥ ଠାକୁର (ଜେଡିୟୁ)
ଭାରତରତ୍ନ କପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର
ରାଜ୍ୟସଭା ସଦସ୍ୟ ଭାବେ ବିହାରରୁ ନିର୍ବାଚିତ
ଜୀତନରାମ ମାଂଝୀ (ଏଚଏଏମ୍)
ବିହାରର ମୁଖ୍ୟମନ୍ତ୍ରୀ ଭାବେ ଅଭିଜ୍ଞତା
ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚାରୁ ଏକମାତ୍ର ସଭ୍ୟ
ନୀତୀଶ କୁମାରଙ୍କ ସହ ବୟାନବାଜି ନେଇ ଚର୍ଚ୍ଚାରେ ରୁହନ୍ତି
କୁମାର ସ୍ୱାମୀ (ଜେଡିଏସ୍)
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ’
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କ ପୁଅ
ଜଣେ ଫିଲ୍ମ ପ୍ରଯୋଜକ ଭାବେ ଜଣାଶୁଣା
ମାଣ୍ଡ୍ୟା ଲୋକସଭାକୁ ନିର୍ବାଚିତ
ଶ୍ରୀପଦ ନାୟକ, ବିଜେପି
ଗୋଆ ବିଜେପିର ପ୍ରମୁଖ ଚେହେରା
ଉତ୍ତର ଗୋଆରୁ ବହୁବାର ଲୋକସଭାକୁ ନିର୍ବାଚିତ
ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ
ଚିରାଗ ପାସୱାନ (ଏଲଜେପି)
ହାଜିରରୁ ଲୋକସଭାକୁ ନିର୍ବାଚିତ
ମୋଦୀଙ୍କ ହନୁମାନ ବୋଲି ପରିଚୟ ଦିଅନ୍ତି
ଦିବଂଗତ ନେତା ରାମବିଳାଶ ପାଶୱାନଙ୍କ ପୁଅ
ନିତ୍ୟାନନ୍ଦ ରୟ, ବିଜେପି
ବିହାର ବିଜେପିର ଅନ୍ୟତମ ପ୍ରମୁଖ ଚେହେରା
କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ
ଜି. କିଷାନ ରେଡ୍ଡୀ (ବିଜେପି)
ସିକନ୍ଦରାବାଦରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ
ତେଲେଙ୍ଗାନା ବିଜେପିର ସଭାପତି
ପର୍ଯ୍ୟଟନ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟରତ
ବନ୍ଦୀ ସଞ୍ଜୟ (ବିଜେପି)
ତେଲେଙ୍ଗାନା କରିମନଗରରୁ ଲଗାତର ଦ୍ୱିତୀୟ ଥର ନିର୍ବାଚିତ
ପୂର୍ବରୁ ଥିଲେ ତେଲେଙ୍ଗାନା ବିଜେପିର ସଭାପତି
ଭାରତ ରାଷ୍ଟ୍ରୀୟ ସମିତି ସହ ବିଜେପିର ସଂଗ୍ରାମ ନେଇ ପରିଚିତି ହାସଲ
କେସିଆର ସରକାରରେ ଆନ୍ଦୋଳନ କରି ଅନେକ ଥର ଜେଲ୍ ଯାଇଥିଲେ
ରାୱ ଇନ୍ଦ୍ରଜିତ ସିଂହ (ବିଜେପି)
ବରିଷ୍ଠ କଂଗ୍ରେସ ନେତା ରାୱ ବିରେନ୍ଦ୍ର ସିଂହଙ୍କ ପୁଅ
ହରିଆଣାର ଗୁରଗାଁଓ ଲୋକସଭାରୁ ନିର୍ବାଚିତ
୧୯୯୮ରୁ ଲଗାତର ଲୋକସଭାକୁ ନିର୍ବାଚିତ
ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟକାରିତା ମନ୍ତ୍ରଣାଳୟର ମନ୍ତ୍ରୀ
ଜୟନ୍ତ ଚୌଧୁରୀ (ଆରଏଲଡି)
ପୂର୍ବତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଚରଣସିଂହଙ୍କ ପୁଅ

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...