AFFILIATE MARKETING

https://binomo.com?a=90810425bb57&t=0

Monday, March 18, 2024

COASTAL NEWS ODIA 1777 ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

COASTAL NEWS ODIA 1777

ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ 


କେନ୍ଦ୍ରାପଡ଼ା,-(CNO) ଭାରତୀୟ ସୁସ୍ଥ ଗଣତନ୍ତ୍ରର ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ନିଷ୍ଠାର ସହ ପାଳନ କରିବୁ ଆଦର୍ଶ ଆଚରଣ ବିଧି । ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ  ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ନିଜର ବକ୍ତବ୍ୟ ରଖିଥିଲେ । ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ କଡ଼ାକଡ଼ିଭାବେ ଆଦର୍ଶ ଆଚରଣ ବିଧି ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । 

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଏହି ମହାପର୍ବରେ ଶାନ୍ତି, ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । କହିଥିଲେ ନିର୍ବାଚନ ବିଷୟରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନରହିବା ଉଚିତ । ଯେଉଁଠି ସନ୍ଦେହ ଉପୁଜିବ, ସେ ବିଷୟରେ ଯୋଗାଯୋଗ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ସଦାସର୍ବଦା ତତ୍ପର ରହିଛି । ସମସ୍ତ ରାଜନୈତିକ ଦଳକୁ ସମାନ ଦୃଷ୍ଟିରେ ବିବେଚନା କରାଯିବ ଏବଂ ନୀତିନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧିର ଉଲଂଘନ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 


ଚଳିତ ନିର୍ବାଚନରେ ପ୍ରାର୍ଥିଭାବେ ଅବତୀର୍ଣ୍ଣ ହେବାକୁ ଥିବା ନେତାମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଂଟ୍ ବିଷୟରେ ଅବଗତ କରାଇବେ । ପ୍ରାର୍ଥିଙ୍କ ନାମରେ ଥିବା ଅପରାଧିକ ମାମଲା ବିଷୟରେ ବିସ୍ତୃତ ବିବରଣୀ ଦେବେ । ନିର୍ବାଚନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଭା କରିବାକୁ ଚାହୁଁଥିବା ପ୍ରାର୍ଥି ବା ସଂପୃକ୍ତ ରାଜନୈତିକ ଦଳ ଆଗୁଆ ଆବେଦନ କରିବେ । ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ନ୍ୟାୟରେ ସେମାନଙ୍କୁ ଅନୁମତି ମିଳିବ । 

ରାଜନୈତିକ ଖର୍ଚ୍ଚ ତଦାରଖ କମିଟି ପ୍ରାର୍ଥି ବା ରାଜନୈତିକ ଦଳର ସଭା ସମିତି ବିଷୟରେ ଖର୍ଚ୍ଚର ସମୀକ୍ଷା କରି ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ସ୍ୟାଡୋ ରେଜିଷ୍ଟର୍‌ରେ ଉଲ୍ଲେଖ କରିବେ । ଉତେଜନାପ୍ରବଣ ମତଦାନ କେନ୍ଦ୍ରରେ ମତଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ ରାଜନୈତିକ ଦଳର ପ୍ରତିନିଧିମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏବଂ କହିଥିଲେ ସଖି ବୁଥ୍‌ରେ ରାଜନୈତିକ ଏଜେଂଟ୍‌ମାନେ ମଧ୍ୟ ମହିଳା ରହିବେ । ଫଳରେ ନିର୍ବାଚନ କାର୍ଯ୍ୟରେ ମା’ ଭଉଣୀମାନେ ଆଗେଇ ଆସିବେ ନିର୍ବାଚନର ଏହି ମହାପର୍ବରେ ନିଜ କର୍ତବ୍ୟ ସମ୍ପାଦନ ପାଇଁ । 

ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜିଲ୍ଲା ଉପ-ସଭାପତି ପ୍ରଫୁଲ୍ଲ କୁମାର ଦାସ, ବିଜେଡିର ପ୍ରତିନିଧି ସମ୍ବିତ ଶ୍ରୀଚନ୍ଦନ, ବିଜେପି କିଶାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ସିପିଆଇ(ଏମ୍‌)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ ପ୍ରମୂଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Sunday, March 17, 2024

ELECTORAL BOND ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ

COASTAL NEWS ODIA 1776

ELECTORAL BOND ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ 



ନୂଆଦିଲ୍ଲୀ - (CNO) ନିର୍ବାଚନ କମିସନ ରବିବାର ଇଲେକ୍ଟୋରାଲ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି, ଯାହାକୁ ସିଲ୍ କଭରରେ ପ୍ରଥମେ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିଲା ଏବଂ ପରେ ଏହାକୁ ସାର୍ବଜନୀନ କରିବାକୁ କୁହା ଯାଇଥିଲା । ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ । 

ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି କପି ଏବଂ ଏହାର ଡିଜିଟାଲ ଭର୍ସନ କମିଶନଙ୍କୁ ଫେରାଇ ଦେଇଥିଲେ । ନିର୍ବାଚନ ଆୟୋଗ ଏହି ରେକର୍ଡକୁ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି । ନିର୍ବଚାନ କମିଶନ ଏକ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି । ଲୋକ ସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛନ୍ତି । 

ଏପ୍ରିଲ ୧୯ ତାରିଖରୁ ଜୁନ ୧ ତାରିଖ ମଧ୍ୟରେ ସାତୋଟି ପର‌୍ୟ୍ୟାୟରେ ନିର୍ବାଚନ ଆୟୋଜିତ ହେବ । ସଦ୍ୟ ପ୍ରକାଶିତ ତଥ୍ୟରେ କେବଳ ବଣ୍ଡର ତାରିଖ, ନାମ, ବଣ୍ଡ ସଂଖ୍ୟା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ପ୍ରଦାନ, ପ୍ରାପ୍ତ ତାରିଖ ଏବଂ ଋଣ ତାରିଖର ପ୍ରାଥମିକ ତଥ୍ୟ ଦର୍ଶାଯାଇଛି । ଏହା ବଣ୍ଡର ଅନନ୍ୟ ସଂଖ୍ୟା ପ୍ରକାଶ କରେ ନାହିଁ । 

ଇଲେକ୍ଟୋରାଲ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବାଠାରୁ ରାଜନୈତିକ ଦଳଗୁଡ଼ିକୁ ଏଥିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି । ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା । ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା ଭାଜପା ପାଇଁ ବଡ଼ ଝଟକା । ନିର୍ବାଚନ କମିଶନ ଏବଂ ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥତ୍କ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ପାଇଥିବାବେଳେ ସେଥିରୁ ଶାସକ ଭାଜପାର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା । 

ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ମୋଟ ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ଉକ୍ତ ବଣ୍ଡ୍‌ରୁ ପାଇଛନ୍ତି । ତେବେ ମୋଟାମୋଟି ଦେଖିଲେ ଇଲେକ୍ଟୋରାଲ ବଣ୍ଡ୍‌ରୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ମୋଟ ଆୟର ଅଧାରୁ ଅଧିକ l

ENGLISH Congress is getting stronger in the midst of BJD and BJP

COASTAL NEWS ENGLISH

Congress is getting stronger in the midst of BJD and BJP



Many leaders and workers of BJD joined the Congress

Bhubaneswar _(CNO) While the BJD and BJP Mention is going strong across the state, the Congress is getting stronger through the merger festival.  In this series, in the presence of PCC President Mr. Sharat Patnaik, Sambalpur District Rengali Constituency Youth and Biju Janata Party Joint Editor and undreds of supporters including Phillip Kumar Duriya, Rengali Council President Kiran Jaipuria, Sameer Pradhan, District Secretary Sambalpur BJD, Vishal Kumar Pradhan duly joined the Congress party.  

In this program, PCC President Mr. Sharat Patnaik expressed his opinion regarding the dishonest alliance between BJD and BJP and said that this alliance is against the interests of the state, and BJD and BJP are a alliance for their own political gain.  

The people of Odisha will never accept the benefits that both parties are trying to get by deceiving the people of the state.  This is a deliberate conspiracy to loot Odisha's mines, water forests and keep Odisha in the hands of non-Orissas.


AICC editor Sharat Raut, media department chairman Dr.  Vishwaranjan Mohanty, former Rengali MLA Duryodhan Gartiya, Sambalpur District Congress Committee Vice President Subash Chandra Biswal, Editor Saroj Pujari, Congress MLA Parthi Balkhrishna Rohitdas, Rengali Block President Chaturbhuj Jhankar, Chumuki Mahanand, Bilasini Potter and other leaders attended the event.

ଆଜିର ରାଶିଫଳ

COASTAL NEWS ODIA 1774

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ମାର୍ଚ୍ଚ ମାସ ୧୭ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹👉ମେଷ🌹*
*ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।*

*✧═════•❁❀❁•═════✧*
*🌹👉ବୃଷ🌹*
*ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।* 
*✧═════•❁❀❁•═════✧*

*🌹👉ମିଥୁନ🌹*
*ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।*

*✧═════•❁❀❁•═════✧*
*🌹👉କର୍କଟ🌹*
*ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।*
*✧═════•❁❀❁•═════✧*
*🌹👉ସିଂହ🌹*
*ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।*
*✧═════•❁❀❁•═════✧*
 *🌹👉କନ୍ୟା🌹*
*ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।*

*✧═════•❁❀❁•═════✧*
*🌹👉ତୁଳା🌹*
*ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।*

*✧═════•❁❀❁•═════✧*
*🌹👉ବିଛା🌹*
*ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।  ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।*

*✧═════•❁❀❁•═════✧*
*🌹👉ଧନୁ🌹*
*ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।*

*✧═════•❁❀❁•═════✧*
*🌹👉ମକର🌹*
*ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।*

*✧═════•❁❀❁•═════✧*
*🌹👉କୁମ୍ଭ🌹*
*ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।*

*✧═════•❁❀❁•═════✧*
*🌹👉ମୀନ🌹*
*ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।*
*✧═════•❁❀❁•═════✧*

Saturday, March 16, 2024

ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି

COASTAL NEWS ODIA 1773

ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି 


ଭୁବନେଶ୍ବର _(CNO) ବଢ଼ିଲା ସମିତି ସଭ୍ୟଙ୍କ ଦରମା । ୭୫୦୦ରୁ ୯୫୦୦ ହେଲା ସମିତି ସଭ୍ୟଙ୍କ ଦରମା । ସରକାର ଏବେ ଦରମା ବଢାଇଥିବା ବେଳେ ସେମାନେ ଆନ୍ଦୋଳନ କରିଥିଲେ । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। 

ଗତକାଲି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ । ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ଏହି ସ୍ଥାନରେ ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍‌ ଦର ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଆଉ ଗତ ମାର୍ଚ୍ଚ ୧୨ ତାରିଖରେ ସରକାର ତାଙ୍କ ଦରମା ୭,୫୦୦ ଟଙ୍କାକୁ ବଢ଼ାଇଥିଲେ । ଏ ନେଇ ତୀବ୍ର ସେମାନେ ଆନ୍ଦୋଳନ କରିଥିଲେ । ଫଳରେ ସରକାର ଦରମା ବୃଦ୍ଧି କରିଛନ୍ତି

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

COASTAL NEWS ODIA 1772

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର



ଭୁବନେଶ୍ବର - (CNO) ଘୋଷଣା ହୋଇଯାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ରାଜଧାନୀର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ହେବା ନେଇ କ୍ୟାବିନେଟରେ ସବୁଜ ସଂକେତ ମିଳିପାରିଛି । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିିଳିଛି।ସେହିପରି କଟକ ଚାଉଳିଆଗଞ୍ଜରେ ଏକ ଡିଏଭି ମେଡିକାଲ ପବ୍ଲିକ ସ୍କୁଲ ତିଆରି କରିବେ ରାଜ୍ୟ ସରକାର । ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି। 



ଏହାବ୍ୟତୀତ କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିପାରିଛି । ଅନ୍ୟପକ୍ଷରେ ସାଲେପୁର ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏଥିପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ।

ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀର ପୁନଃନିର୍ମାଣ କାମ ବଢିବା ପାଇଁ ମଧ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ପୁନଃନିର୍ମାଣ କାର୍ଯ୍ୟର ଅବଧିକୁ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି । ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ; ୧୩ ମଇରୁ ଓଡ଼ିଶାରେ ଭୋଟ

COASTAL NEWS ODIA 1771

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ; ୧୩ ମଇରୁ ଓଡ଼ିଶାରେ ଭୋଟ


ଭୁବନେଶ୍ବର - (CNO) ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ । ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ । ଜୁନ୍‌ ୪ ମଙ୍ଗଳବାର ଦିନ ହେବ ଭୋଟ ଗଣତି ।

ଓଡିଶା ବିଧାନସଭା ନିର୍ବାଚନ 

ମେ ୧୩ରେ ୨୮ ବିଧାନସଭା ପାଇଁ ହେବ ଭୋଟ୍‌ ଗ୍ରହଣ । ମେ ୨୦ରେ ୩୫ ବିଧାନସଭା ପାଇଁ ଭୋଟ୍‌ । ମେ ୨୫ରେ ୪୨ ବିଧାନସଭା ଆସନରେ ଭୋଟ । ଜୁନ୍‌ ୧ରେ ୪୨ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତଦନୁଯାୟୀ ଓଡ଼ିଶାରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ଗ୍ରହଣ କରାଯିବ । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୨୪ ତାରିଖରେ ଶେଷ ହେବ । ୨୦୧୯ ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି ।

ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର । ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍‌ ପ୍ରସ୍ତୁତ ରହିଛି ।

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା

COASTAL NEWS ODIA 1770

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା 


ଭୁବନେଶ୍ବର - (CNO) ବିଜେଡି ଛାଡ଼ିଲେ ଅରିନ୍ଦମ୍ । ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅରିନ୍ଦମ । ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହିଲେ ଅରିନ୍ଦମ । ତେବେ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏହି ପ୍ରସଙ୍ଗ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।  

ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ, ବିଜେଡି ଛାଡିବାକୁ ନେଇ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ, ସେହିପରି କିଛି ମାସ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଅରିନ୍ଦମ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ଦଳ ଯଦି ତାଙ୍କୁ ଆବଶ୍ୟକ କରୁନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି କହିଥିଲେ । ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅରିନ୍ଦମ ବିଜେଡି ଛାଡି ପାରନ୍ତି ।

ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କଲେ ଅରିନ୍ଦମ । ସେଠି ଆଉ କାମ କରିବାର ସୁଯୋଗ ନାହିଁ ବୋଲି କହିଲେ । ସେ ଦଳର ସାଚୁରେସନ ଆସିଗଲାଣି, ଆଉ ଫଙ୍କସନ୍‌ ନାହିଁ । ସେଠି କାମ କରିବାର ଶୈଳୀ ବଦଳି ଗଲାଣି, ଖାପଖୁଆଇ ପାରିଲିନି । 

ସେଠି କାମ କରିବା ସୁଯୋଗ ନାହିଁ, ସେଠି ମୋର ଜାଗା ଥିବା ଭାବିଲିନି । ସେମାନେ ମୋତେ ବହୁତ କାମ କରାଇଛନ୍ତି, ଆଉ କାମ ସୁଯୋଗ ନାହିଁ । ଦଳର ନେତାଙ୍କୁ ଭେଟିବା ଏବେ ଇମ୍ପସିବୁଲ ହୋଇଗଲାଣି ବୋଲି କହିଲେ ଅରିନ୍ଦମ। ଯଦି ନେତାଙ୍କୁ ଭେଟିପାରିବୁନି, ଆଉ ସେଠି ରହିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା : କେ. କବିତାଙ୍କୁ ଗିରଫ କଲା ଇଡି

COASTAL NEWS ODIA 1769

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା : କେ. କବିତାଙ୍କୁ ଗିରଫ କଲା ଇଡି



ନୂଆଦିଲ୍ଲୀ - (CNO) ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆଜି ଚଢାଉ କରିଥିଲା । ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା । ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ ସିବିଆଇ ପଚରାଉଚରା ପାଇଁ ଡକାଯାଇଥିଲା । ଆଉ ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି । 

ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ ବିଆର ଏସ୍ ନେତ୍ରୀଙ୍କୁ ଗିରଫ କରାଯାଇଥିଲା । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ କବିତାଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ଚଳିତ ବର୍ଷ ତଦନ୍ତକାରୀ ଏଜେନ୍‌ସି ଦ୍ୱାରା ଜାରି ହୋଇଥିବା ଅତି କମରେ ଦୁଇଟି ସମନକୁ ଏଡ଼ାଇ ଯାଇଥିଲେ ।  

ସୂଚନାନୁସାରେ ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ବିଆରଏସ ଏମଏଲସି କବିତାଙ୍କୁ ପ୍ରାୟ ନଅ ଘଣ୍ଟା ପଚରାଉଚରା କରାଯାଇଥିଲା । ଇଡି ତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି ଯେଉଁଥିରେ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନାପାଲ୍ଲୀ, ଅରୁଣ ପିଲ୍ଲାଇ ଏବଂ ଅନ୍ୟ ରାଜନୈତିକ ନେତାମାନେ ଆମ ଆଦମୀ ପାର୍ଟି କୁ ୧୦୦ କୋଟି ଟଙ୍କା ଲାଞ୍ଚ ପଠାଇଥିବା ଅଭିଯୋଗ ହୋଇଛି । 

ସେତେବେଳେ ବିଆରଏସ ଏମଏଲସି କବିତାଙ୍କୁ ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମନି ଲଣ୍ଡରିଂ ଘଟଣାରେ ଇଡି ତାଙ୍କ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ ମାମଲାରେ ଅନିୟମିତତା ସମ୍ପର୍କରେ ଇଡି ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୮ଥର ନୋଟିସ ପଠାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ତଦନ୍ତକାରୀ ଏଜେନ୍ସିରେ ହାଜର ହୋଇନାହାଁନ୍ତି ।

ଦୋଛକିରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ

COASTAL NEWS ODIA 1768

ଦୋଛକିରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ 


  ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ - ଅମିତ ଶାହା 

ନୂଆଦିଲ୍ଲୀ - (CNO) ଦିଲ୍ଲୀରେ ବିଜେପି-ବିଜେଡି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ। ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ବଡ଼ ବୟାନ ଦେଲେ ଅମିତ ଶାହ । ଅମିତ ଶାହା କହିଛନ୍ତି ଯେ ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି । 

ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି ଅମିତ୍ ଶାହା କହିଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତିରେ ବଡ଼ ସୁଧାର ଆସିବ ବୋଲି କନକ୍ଲେଭରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇ ନାହାନ୍ତି। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Friday, March 15, 2024

ଆଜି ଘୋଷଣା ହୋଇପାରେ ଲୋକକସଭା ନିର୍ବାଚନ ତାରିଖ !

COASTAL NEWS ODIA 1758

ଆଜି ଘୋଷଣା ହୋଇପାରେ ଲୋକକସଭା ନିର୍ବାଚନ ତାରିଖ ! 


ନୂଆଦିଲ୍ଲୀ - (CNO) ନିର୍ବାଚନ ଆୟୋଗର ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖରେ ଦିନ ଅନୁଷ୍ଠିତ ଚୟନ କମିଟି ବୈଠକରେ କେରଳର ଜ୍ଞାନେଶ୍ କୁମାର ଏବଂ ସୁଥବିନ୍ଧର ସିଂ ସାନ୍ଧୁଙ୍କ ନାମ ଚୂଡାନ୍ତ ହୋଇଛି। 

ଏହି ବୈଠକରେ ବିରୋଧୀଦଳ ନେତା ଅଧିର ରଞ୍ଜନ ମଧ୍ୟ ଉପସ୍ଥିତ ଥିଲେ । ଏହାରି ମଧ୍ୟରେ ଏକ ବଡ଼ ଖବର ରହିଛି, ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗ ଶୁକ୍ରବାର ତଥା ମାର୍ଚ୍ଚ ୧୫ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପାରନ୍ତି । ନିର୍ବାଚନ ଘୋଷଣା ସହିତ ଦେଶରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ମଧ୍ୟ ହେବ । 

ଜାମ୍ମୁ କାଶ୍ମୀରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ହେଉଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ଅନେକ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିଥିଲେ। ଯେଉଁଠି ଜାମ୍ମୁ କାଶ୍ମୀରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି କରିବାକୁ ସମସ୍ତ ଦଳ ଦାବି କରିଛନ୍ତି।

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି

COASTAL NEWS ODIA 1766

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି


ନୂଆଦିଲ୍ଲୀ - (CNO) ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ଖବର । କାହାକୁ କେତେ ମିଳିଛି ଚାନ୍ଦା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସାର୍ବଜନୀନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଇଲେକ୍ସନ କମିଶନ ୱେବସାଇଟରେ ଅପଲୋଡ୍ ହୋଇଛି ଷ୍ଟେଟ ବ୍ୟାଙ୍କ୍ ଦାଖଲ କରିଥିବା ଡାଟା।


ତଥ୍ୟ ଥିବା ଦୁଇଟି ପିଡିଏଫ ମଧ୍ୟରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଛି । ଅନ୍ୟଟିରେ ବଣ୍ଡକୁ ଏନକ୍ୟାଶ୍ କରିଥିବା ଦଳର ନାଁ, ତାରିଖ ଓ ମୂଲ୍ୟ ଲେଖାରହିଛି। ଯଥାକ୍ରମେ ୩୩୭ ଓ ୪୨୬ ପୃଷ୍ଠାର ରହିଛି ଏହି ଦୁଇଟି ପିଡିଏଫ୍ ।

ତେବେ ଆସନ୍ତୁ ନଜର ପକାଇବା କେଉଁ କଂପାନୀ ନିର୍ବାଚନୀ ବଣ୍ଡ୍ ଜରିଆରେ ସବୁଠୁ ଅଧିକ ଅର୍ଥ ଦାନ କରିଛି। ସୂଚନା ଅନୁସାରେ, ସବୁଠୁ ଅଧିକ ଟଙ୍କା ଦାନ କରିଛି ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା। ତାମିଲନାଡ଼ୁ କୋଏମ୍ବଟୁରରସ୍ଥିତ ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ।

ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଏହି କମ୍ପାନୀ ଦାନ କରିଛି ୯୬୬ କୋଟି । କ୍ୱିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍ । ଏହି କମ୍ପାନୀ ୧୮୫ କୋଟି ଟଙ୍କା ଦାନ କରିଛି।

ଗତ ମଙ୍ଗଳବାର SBI ଏହି ତଥ୍ୟ ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହା ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI। ଏଥିରେ ୧ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ୍ କିଣାଯାଇଥିବା ଉଲ୍ଲେଖ ରହିଛି।

ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିବାସ ମିତ୍ତଲ, ଏଡିଲୁଇସ୍, ପିଭିଆର୍, କେଭେଣ୍ଟର, ସନ୍ ଫାର୍ମା, ଟରେଣ୍ଟ ପାୱାର୍, ଭାରତୀ ଏୟାରଟେଲ, ଡିଏଲ୍ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ପିରାମଲ୍ କ୍ୟାପିଟାଲ୍ ଆଣ୍ଡ୍ ହାଉସିଂ ଫିନାନ୍ସ ଲିମିଟେଡ୍, ପେଗାସସ୍ ପ୍ରପର୍ଟିଜ୍, ବାଜାଜ୍ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍, ଫିନୋଲେକ୍ସ କେବୁଲ୍ ଲିମିଟେଡ୍ ଆଦି କଂପାନୀର ନାଁ ରହିଛି ।

ଏହି କମ୍ପାନୀମାନଙ୍କଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି ବିଜେପି, କଂଗ୍ରେସ, ବିଜେଡି, AIADMK, BRS, ଶିବସେନା, TDP, YSR କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ।


ସୂଚନା ଅନୁସାରେ, ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ ବିକ୍ରି ହୋଇଛି ।

ପଶ୍ଚିମବଙ୍ଗରେ ବଢିଲା ବିଜେପିର ବଳ, ସାମିଲ ହେବେ ଏହି ସବୁ ଟିଏମ଼ସି ନେତା

COASTAL NEWS ODIA 1765

ପଶ୍ଚିମବଙ୍ଗରେ ବଢିଲା ବିଜେପିର ବଳ, ସାମିଲ ହେବେ ଏହି ସବୁ ଟିଏମ଼ସି ନେତା 
 

କୋଲକତା - (CNO) ଦୁଇ ବର୍ଷ ପୂର୍ବେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ଅର୍ଜୁନ ସିଂ ପୁଣିଥରେ ବିଜେପିରେ ଯୋଗଦେବେ ବୋଲି ସୂଚାଇ ଦେଇଛନ୍ତି । ବ୍ୟାରେକପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିଏମସିରୁ ଟିକେଟ ନ ପାଇବା ପରେ ସେ ବଙ୍ଗଳାର ଶାସକ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । 
ଦେଶରେ ସିଏଏ ଲାଗୁ ହୋଇଥିବାରୁ ନିୟମକୁ ଅବଗତ କରାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । 

ଖବର ଅନୁସାରେ ଅର୍ଜୁନ ସିଂ ପୁଣିଥରେ ଭାରତୀୟ ଜନତା ପାର୍ଟିରେ ଶୁକ୍ରବାର ଯୋଗ ଦେବେ । କେବଳ ଅର୍ଜ୍ଜୁନ ସିଂ ନୁହଁନ୍ତି ଦିବେନ୍ଦୁ ଅଦବକାରୀ ମଧ୍ୟ ଶୁକ୍ରବାର ମାର୍ଚ୍ଚ ୧୫ରେ ସାମିଲ ହେବେ ବିଜେପିରେ । ବିଜେପିରେ ଯୋଗଦେବା ବିଷୟରେ ସୂଚନା ଦେଇ ସାଂସଦ ଅର୍ଜୁନ ସିଂ ବାରକପୁରରୁ ଟିକେଟ୍ ନ ପାଇ ଦଳ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛନ୍ତି । 

ଏହି ସମୟରେ ସେ ବାରକପୁର ଆସନରୁ ଟିଏମସି ପ୍ରାର୍ଥୀ ଭୋମିକଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶପଥ ନେଇଛନ୍ତି । ସିଂ କହିଛନ୍ତି ଯେ ୨୦୧୯ ରେ ତାଙ୍କୁ ଲୋକସଭାକୁ ନିର୍ବାଚିତ କରିଥିବା ଲୋକଙ୍କୁ ସେ ନିରାଶ କରିପାରିବେ ନାହିଁ । ସିଏଏ ସମ୍ବନ୍ଧରେ ମମତା ବାନାର୍ଜୀଙ୍କୁ କରିଛନ୍ତି ଟାର୍ଗେଟ । ସେ କହିଛନ୍ତି ଯେ ପଡୋଶୀ ଦେଶରେ ଦଳିତ ସଂଖ୍ୟାଲଘୁଙ୍କ ସ୍ୱପ୍ନକୁ ପୂରଣ କରି ସେମାନଙ୍କୁ ନାଗରିକତ୍ୱ ଅଧିକାର ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି । 

ସେ କହିଛନ୍ତି ଯେ ଯେଉଁମାନେ ଏପରି ଐତିହାସିକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନେ ରାଜନୈତିକ କାରଣରୁ ଏପରି କରୁଛନ୍ତି । ଏଥିସହ ବିଜେପିରେ ଯୋଗଦେବାକୁ ସୂଚନା ଦେଇ ଅର୍ଜୁନ ସିଂ ଟିଏମସି ସୁପ୍ରିମୋ ଏବଂ ଅଭିଷେକ ବାନାର୍ଜୀଙ୍କ ଫଟୋ ତାଙ୍କ କାର୍ଯ୍ୟାଳୟରୁ ହଟାଇ ଦେଇଛନ୍ତି । କେବଳ ଏତିକି ନୁହେଁ, ପିଏମ ମୋଦୀଙ୍କ ଫଟୋ ସେମାନଙ୍କ ସ୍ଥାନରେ ଲଗାଯାଇଛି ।

ସଂକ୍ଷିପ୍ତ ଖବର

COASTAL NEWS ODIA

ସଂକ୍ଷିପ୍ତ ଖବର 



➡️୧-ଚିପ୍‌ ଇଣ୍ଡିଷ୍ଟ୍ରୀର ହବ୍‌ ହେବ ଭାରତ, ୧.୨୫ ଲକ୍ଷ କୋଟି ଟଙ୍କାର ତିନି ସେମିକଣ୍ଡକ୍ଟର ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ l

➡️୨-ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ଏଣିକି ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀଙ୍କୁ ଆରବିକ୍ ତାଲିମଦିଆଯିବ l

➡️୪-ପ୍ରଥମ ଥର ପାଇଁ ବିଦେଶ ମାଟି ଦୁବାଇରେ ଆଜିଠାରୁ ଆରମ୍ଭ ହେବ ଓଡିଶା ଜନଜାତି ଚିତ୍ରକଳା ପ୍ରଦର୍ଶନୀ l ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗା ଠାରେ ୩ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ l

➡️୫-ଲୋକସଭା ନିର୍ବାଚନ କାଉଣ୍ଟଡାଉନ ଆରମ୍ଭ: ମାର୍ଚ୍ଚ ୧୬ ଅବା ୧୭ରେ ହୋଇପାରେ ତାରିଖ ଘୋଷଣା, ଅଧିକାରୀଙ୍କୁ ଇସି ଦେଲେ ବିଶେଷ ପରାମର୍ଶ l

➡️୬-କେନ୍ଦ୍ର ଦେଲା ସମ୍ମାନ । ରାଜ୍ୟ ଦେବ ଅର୍ଥ । ଏଣିକି ପଦ୍ମ ବିଜେତାଙ୍କୁ ମିଳିବ ମାସକୁ ୨୫ ହଜାର ଟଙ୍କା । ଆସନ୍ତା ଏପ୍ରିଲ ମାସରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୭-ଘନ କୁହୁଡି ତଳେ ଢାଙ୍କି ହୋଇଛି କେନ୍ଦୁଝର ସହର, ତାତିର ପ୍ରକୋପରୁ ଆଣିଲା ସାମାନ୍ୟ ଆଶ୍ୱସ୍ତି l

➡️୮-ଆସିଲା ବିଜେପିର ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା । ଏଥର ବି ତାଲିକାରେ ନାହିଁ ଓଡ଼ିଶା । ଲୋକସଭା ପାଇଁ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । 

➡️୯-ଗଞ୍ଜାମ ଜିଲା ଗୋପାଳପୁର ଥାନାର ନିର୍ମିତ କୋଠା ଓ ବିଜୁପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୦-ଦେଶର ପ୍ରଥମ ରାଜ୍ୟ ଭାବରେ ଉତ୍ତରାଖଣ୍ଡରେ ଲାଗୁହେଲା ୟୁସିସି l ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦେଲେ ଅନୁମୋଦନ l

➡️୧୧-ଦିଲ୍ଲୀ ମେଟ୍ରୋ ର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି କରିଡରକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି l ଦୁଇଟି କରିଡର ହେଉଛି; ଇନ୍ଦ୍ରଲୋକ – ଇନ୍ଦ୍ରପ୍ରସ୍ଥ-୧୨.୩୭୭ କି.ମି. l ଲାଜପତ ନଗର – ସାକେତ ଜି ବ୍ଲକ- ୮.୩୮୫ କିଲୋମିଟର l

➡️୧୨-ଖୁବ୍ ଶୀଘ୍ର ଛିଣ୍ଡିପାରେ ଗଣିତ, ମେଣ୍ଟ ସସପେନ୍ସ ଉପରୁ ଉଠିବ ପରଦା; ଶାହଙ୍କ ଇସାରାକୁ ଅପେକ୍ଷା l ଏପଟେ ଆଜି ନବୀନ ନିବାସରେ ବସିବ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । 

➡️୧୩-ବୁର୍ଲା ଭୀମସାରରେ ଆଜିଠୁ ପ୍ରତିବାଦକୁ ଓହ୍ଲାଇବ ଜୁନିଅର ଡାକ୍ତର ଆସୋସିଏସନ l ରୋଗୀ ସେବା ଉପରେ ଏହି ଆନ୍ଦୋଳନର ପ୍ରଭାବ ପଡିବାର ଉପୁଜିଲା ଆଶଙ୍କା l

➡️୧୪-ରାମଲୀଲା ମୈଦାନରେ ଆଜି ବସିବ କିସାନ ମହାପଞ୍ଚାୟତ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବେ ଚାଷୀ ସଂଗଠନ l

➡️୧୫-ଭାରତ ପରେ ଚୀନକୁ ଝଟକା ଦେଲା ଆମେରିକା, TikTok ବ୍ୟାନ କରିବା ପାଇଁ ସଂସଦରେ ପାସ ହେଲା ବିଲ୍ l

➡️୧୬-ଶିଥିଲ ପର୍ଯ୍ୟଟକ ଭିସା ମାନଦଣ୍ଡର ଅବମାନନା କରି ଶ୍ରୀଲଙ୍କାରେ ୨୧ ଭାରତୀୟ ହେଲେ ଗିରଫ, ବୁଲିବାକୁ ଯାଇ କରୁଥିଲେ ବ୍ୟବସାୟ l

➡️୧୭-ଥରିଲା ଆଫଗାନିସ୍ତାନ, ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ହେଲା ମାପ l ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ, 

➡️୧୮-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର୍‌ର ରାଜିନାମାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରି l

➡️୧୯-ଶତକୀୟ ଟେଷ୍ଟ୍‌ରେ ୯ ୱିକେଟ୍‌ ସଫଳତା ପାଇବା ପରେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇସିସି ପୁରୁଷ ଟେଷ୍ଟ୍‌ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଲେ l

➡️୨୦-ଆଇପିଏଲ ଆସିବାରୁ ଟଙ୍କା ରୋଜଗାର ଲୋଭରେ ସୁସ୍ଥ ହେଲେ ପାଣ୍ଡ୍ୟା: ସମାଲୋଚନା କଲେ ପୂର୍ବତନ ପେସ୍ ବୋଲର ପ୍ରବୀଣ କୁମାର କଡ଼ା l

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ପ୍ରତିଭା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପ୍ରଶ୍ନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଗଣିତ ଦିବସ ll*
*🔅ଆଜି ବିଶ୍ୱ କିଡନୀ ଦିବସ ll*
*🔅ଆଜି ବୈଜ୍ଞାନିକ ଦିବସ ll*
*🔅ଆଜି ଆଇନ ସହାୟତା ଦିବସ ll*
*🔅ଆଜି ମାତୃ ଦିବସ ll*
*🔅ଆଜି ଜାତୀୟ ଶିଶୁ ହସ୍ତଶିଳ୍ପ ଦିବସ ll*
*🔅ଆଜି ଅଭିନେତା ଆମୀର ଖାନଙ୍କ ଜନ୍ମଦିନ ll*
*🔅ଆଜି ଜାତୀୟ ପାଇ (PI) ଦିବସ ll*
*🔅ଆଜି ପପକର୍ଣ୍ଣ ପ୍ରେମୀ ଦିବସ ll*
*🔅ଆଜି ବିଜ୍ଞାନ ଶିକ୍ଷା ଦିବସ ll*

ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ

COASTAL NEWS ODIA 1763

ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ  


ନୂଆଦିଲ୍ଲୀ - (CNO) ନିଯୁକ୍ତି ପାଇଲେ ୨ ନୂଆ ନିର୍ବାଚନ କମିଶନର । ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ସାରା ଦେଶରେ ପେଟ୍ରୋଲ ଡିଜେଲ ଦାମ କମାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । 

ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା । ଏହି ଦୁଇଟି ପଦ ପାଇଁ ଏବେ ଦୁଇଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି । 
 
ସୂଚନା ଅନୁସାରେ ଆଜିର ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ବୈଠକରେ ସରିବା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା କିନ୍ତୁ ତା ପୂର୍ବରୁ ଅଧୀର ରଂଜନ ଚୌଧୁରୀ ନବନିଯୁକ୍ତି କମିଶନରଙ୍କ ନାଁ ପ୍ରଘଟ କରିଥିଲେ ।

Thursday, March 14, 2024

COASTAL NEWS ODIA 1762 ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମାଇଲେ କେନ୍ଦ୍ର ସରକାର

COASTAL NEWS ODIA 1762

ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମାଇଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ - (CNO) ଲୋକସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଉଛି । 

ସୋସିଆଲ୍ ମିଡ଼ିଆ ଏକ୍ସରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଲେଖିଛନ୍ତି ଯେ, " ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ସର୍ବଦା କୋଟି କୋଟି ଭାରତୀୟଙ୍କ ପରିବାରର କଲ୍ୟାଣ ଓ ସୁବିଧା ଉପରେ ରହିଛି । 


ଏହାପୂର୍ବରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରନ୍ଧନ ଗ୍ୟାସ ମୂଲ୍ୟରେ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ । ମୂଲ୍ୟ ହ୍ରାସ, ପ୍ରାୟ ୩୩ କୋଟି ପରିବାର ଲାଭାନ୍ୱିତ ହୋଇଛନ୍ତି ଯାହା ପେଟ୍ରୋଲିୟମ ଗ୍ୟାସ (ଏଲ୍ପିଜି) କୁ ରନ୍ଧନ ଇନ୍ଧନ ଭାବରେ ବ୍ୟବହାର କରନ୍ତି ।  

ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ପେଟ୍ରୋଲ ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା ସେ ସମୟରେ ମଧ୍ୟ ଭାରତ ସରକାର କିପରି ତୈଳ ଦର ନିୟନ୍ତ୍ରଣରେ ରଖିଥିଲେ ତାହା ସେ କହିଛନ୍ତି । ଆଜି ବି ଅନେକ ଦେଶ ତୁଳନାରେ ଭାରତରେ ପେଟ୍ରୋଲର ମୂଲ୍ୟ କମ୍ ଥିବା ସେ କହିଛନ୍ତି ।"

ଏକା ଲଢିବ ବିଜେପି - ମନମୋହନ

COASTAL NEWS ODIA 1761

ଏକା ଲଢିବ ବିଜେପି - ମନମୋହନ 


ଭୁବନେଶ୍ବର - (CNO) ମନମୋହନଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା, କହିଲେ ସାରା ଓଡ଼ିଶା ଆନନ୍ଦିତ  କେବଳ କର୍ମୀ ନୁହଁନ୍ତି । ସାରା ଓଡ଼ିଶା ଆନନ୍ଦିତ । ମନମୋହନଙ୍କ ମନ୍ତବ୍ୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆଜି କେବଳ କର୍ମୀ ନୁହଁନ୍ତି, ସାରା ଓଡ଼ିଶାବାସୀ ଆନନ୍ଦିତ । 

ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିଛନ୍ତି ଆମେ ଏକାକୀ ଲଢ଼ିବୁ । ଏହାକୁ ନେଇ ଆମେ ସମସ୍ତେ ଉତ୍ସବ ମନାଇବା ଉଚିତ ବୋଲି ସେ କହିଛନ୍ତି । ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୩ୟ ଥର ଓ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିବ ବୋଲି ଦୃଢ଼ୋକ୍ତି ବଢ଼ିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବ ବୋଲି କହିଛନ୍ତି ମନମୋହନ ସାମଲ । ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ଲଢ଼ିବ ବୋଲି ଦୋହରାଇ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୧୪୭ ଆସନ ପାଇଁ ପ୍ରାର୍ଥୀ ଦେବ ବିଜେପି । ୨୧ ସିଟ୍‌ରେ ସାଂସଦ ପ୍ରାର୍ଥୀ ଦେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଦେବ ବୋଲି ସେ କହିଛନ୍ତି ।  

ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି । ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି । ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି ।

COASTAL NEWS ODIA 1760 କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ

COASTAL NEWS ODIA 1760

କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ


ନୂଆଦିଲ୍ଲୀ - (CNO) ଦଳ ବଦଳ ପ୍ରକ୍ରିୟାରେ ବିଜେପି ର ପାଲା ଭାରି ରହିଛି l ବିଭିନ୍ନ dalaru ନେତାଙ୍କ ସୁଅ ଛୁଟୁଛି ବିଜେପି ଦଳ ମଜବୁତ୍ଦେ ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ର ବିଷୟ ହୋଇଛି l ବର୍ତ୍ତମାନ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । 

ଶାସକ ବିରୋଧୀ କରୁଛନ୍ତି ଜୋରଦାର ପ୍ରଚାର । ଦେଶରେ କିଭଳି କ୍ଷମତା ଗାଦିକୁ କଂଗ୍ରେସ ଫେରିବ ସେ ନେଇ ଜୋର ଦାର ପ୍ରୟାସ ଚଳାଇଛି । କିନ୍ତୁ ଲୋକସଭା ନିର୍ବାଚନ ପାଖଉଥିବା ବେଳେ ଏବେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍‌ପି ପରିନୀତି କୌର ହାତଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି ।



ଏହାପୂର୍ବରୁ ପରିନୀତି ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ପ୍ରୀତି ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ । ସେ ପଞ୍ଜାବର 'ରାଜକୀୟ ଆସନ' ପଟିଆଲାରୁ ଚାରିଥର କଂଗ୍ରେସ ଏମ୍‌ପି ହୋଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୁଁ ଆଜି ଭାଜପାରେ ଯୋଗ ଦେଉଛି ।


ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି । ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିପାରେ । ସେ ଆହୁରି କହିଛନ୍ତି ଯେ,ମୋଦି ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ଭାଜପାରେ ଯୋଗ ଦେଉଛି । କେବଳ ମୋଦି ଜିଙ୍କ ନେତୃତ୍ୱରେ ଆମେ ଆମର ପିଲା ଏବଂ ଦେଶକୁ ସୁରକ୍ଷିତ ରଖିପାରିବା । ମୁଁ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡା ଏବଂ ଭାଜପାକୁ ଧନ୍ୟବାଦ ଦେଉଛି । ଜଣାଶୁଣା ଯେ ପ୍ରୀତି କୌର ଗତ ୨୫ ବର୍ଷ ଧରି ପଟିଆଲା ଲୋକସଭା ଆସନରୁ ନିର୍ବଚନ ଲଢୁଛନ୍ତି ।


Wednesday, March 13, 2024

COASTAL NEWS ODIA 1758 ବିଜେଡି ଓ ବିଜେପି ଦଳର ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କ ଘରେ ଜରୁରୀ ବୈଠକ

COASTAL NEWS ODIA 1758

ବିଜେଡି ଓ ବିଜେପି ଦଳର ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କ ଘରେ ଜରୁରୀ ବୈଠକ 



ନୂଆଦିଲ୍ଲୀ - (CNO) ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବୈଠକ। ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ବୈଠକରେ ସାମିଲ। ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ସୂଚନା।

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗ

ଆସନ୍ତାକାଲି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକରା
ପୂର୍ବ ବୈଠକରେ ଥିବା ନେତାଙ୍କୁ ପୁଣି ଡାକରା
ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ବି ବୈଠକରେ ଯୋଗଦେବେ
ଅପରାହ୍‌ଣରେ ଥିବା ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ଆଲୋଚନା

COASTAL NEWS ODIA 1758

Anuprash Mohanty: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି କଟକ ଗଣ୍ତରପୁର ଅର୍ବାନ କୋପରଟିଭ୍ ବ୍ୟାଙ୍କରୁ ଋଣ ନେଇ ସୁଝିନପାରିବାରୁ ଆଜି କଟକ ଖାନନଗର ସ୍ଥିତ ଅନୁପ୍ରସାଙ୍କ ଘରେ ପହଞ୍ଚିଛି ବ୍ୟାଙ୍କ ରିକଭରି ଟିମ୍ ।


Anubhav Mohanty
ସୂଚନା ଅନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ଗଣ୍ତରପୁର ଅର୍ବାନ କୋପରଟିଭ୍ ବ୍ୟାଙ୍କରୁ ଋଣ ଆଣିଥିଲେ । ହେଲେ ସଠିକ୍ ସମୟରେ ସେ ଏହାକୁ ସୁଝି ପାରି ନଥିଲେ । ଏନେଇ ଅନୁପ୍ରାସଙ୍କୁ ପୂର୍ବରୁ ନୋଟିସ୍ ମଧ୍ୟ ପଠାଯାଇଥିଲା । ହେଲେ ସେ ଏହାକୁ ଅଣଦେଖା କରିଥିଲେ । ଯାହା ପରେ ଆଜି ଖାନନଗର ସ୍ଥିତ ଭଡ଼ା ଘରେ ବ୍ୟାଙ୍କ ପକ୍ଷରୁ ଚଢାଉ କରାଯାଇଛି ।

ତେବେ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଅନୁପ୍ରାସ ମହାନ୍ତି ଉକ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି ହେଲେ ଏହାକୁ ସଠିକ୍ ସମୟରେ ସେ ସୁଝିପାରି ନାହାଁନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ଋଣ ସୁଝି ପାରି ନାହାଁନ୍ତି ବୋଲି କୁହାଯାଉଛି । ତେବେ ସେ ବ୍ୟାଙ୍କରୁ କେତେ ଟଙ୍କା ଋଣ ନେଉଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

COASTAL NEWS ODIA ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଭେଟି; ଏଣିକି ପଦ୍ମ ପୁରସ୍କାରପ୍ରାପ୍ତ ଓଡ଼ିଶାର କୃତୀ ସନ୍ତାନମାନେ ପାଇବେ ମାସିକ ୨୫୦୦୦

COASTAL NEWS ODIA 

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଭେଟି; ଏଣିକି ପଦ୍ମ ପୁରସ୍କାରପ୍ରାପ୍ତ ଓଡ଼ିଶାର କୃତୀ ସନ୍ତାନମାନେ ପାଇବେ ମାସିକ ୨୫୦୦୦ 


ଭୁବନେଶ୍ବର - (CNO) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଭେଟି। ଏଣିକି ଏମାନଙ୍କୁ ମିଳିବ ୨୫ ହଜାର ଟଙ୍କା। ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
 
ବୁଧବାର ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଭେଟି। ଏଣିକି ଏମାନଙ୍କୁ ମିଳିବ ୨୫ ହଜାର ଟଙ୍କା। ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ।

ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଦୁଇ ଦିନରେ ୪୦ ଡିଗ୍ରୀ ଡେଇଁବ ତାପମାତ୍ରା

COASTAL NEWS ODIA

ଦୁଇ ଦିନରେ ୪୦ ଡିଗ୍ରୀ ଡେଇଁବ ତାପମାତ୍ରା 


ଭୁବନେଶ୍ବର - (CNO) ରାଜ୍ୟର ୧୯ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେର୍କଡ କରାଯାଇଛି । ରାଜ୍ୟରେ ଧୀରେ ଧୀରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆହୁରି ୨ରୁ ୪ଡିଗ୍ରୀ ଯାଏ ପାରଦ ବୃଦ୍ଧି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଆଜି ମାଲକାନଗିରି, ସୋନପୁର, ଖୋର୍ଦ୍ଧା, ଟିଟିଲାଗଡ଼, ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ୩୯ ଡିଗ୍ରୀ ତାପମାତ୍ରା ଛୁଇଁବ । ଆସନ୍ତା କାଲିକୁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିଟିବ ବୋଲି ପୂର୍ବାନୁମାନ କରାଯାଇଛି । ଦୁଇ ଦିନରେ ୪୦ ଡେଇଁବ ତାପମାତ୍ରା । 



୧୫ ତାରିଖରେ ବର୍ଷା ସମ୍ଭାବନା ଥିବାରୁ ତାତିରେ ସାମନ୍ୟ ବେକ୍ର ଲାଗିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରୀ ଥିଲା । ମଙ୍ଗଳବାର ୩୭ ଡିଗ୍ରୀ ରହିଛି । 

ଦିନକରେ ପାଖାପାଖି ୯ ଡିଗ୍ରୀ ବଢ଼ିଛି ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ ଥିଲା । ମଙ୍ଗଳବାର ୩୮ ଡିଗ୍ରୀ ଟପିଯାଇଛି । ସୋମବାର ତୁଳନାରେ ବଲାଙ୍ଗୀରରେ ପ୍ରାୟ ଦେଢ଼ ଡିଗ୍ରୀ ତାପମାତ୍ରା ବଢ଼ିଛି । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...