AFFILIATE MARKETING

https://binomo.com?a=90810425bb57&t=0

Wednesday, March 6, 2024

ଆଜିର ରାଶିଫଳ

COASTAL NEWS ODIA 1725

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 ବୁଧବାର 
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•════✧*
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*

*🌹ମେଷ🌹👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*🌹ବୃଷ🌹👉:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*🌹ମିଥୁନ🌹👉:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।* 

*🌹 କର୍କଟ 🌹👉:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।*

*🌹ସିଂହ🌹👉:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*🌹କନ୍ୟା🌹👉:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*🌹ତୁଳା🌹👉:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*🌹ବିଛା🌹👉:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।*

*🌹ଧନୁ🌹👉:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*🌹ମକର🌹👉:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*🌹କୁମ୍ଭ🌹👉:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*🌹ମୀନ🌹👉:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*

Monday, March 4, 2024

ଖବର ଆଜିର

COASTAL NEWS ODIA 1724

*ଖବର ଆଜିର* 
*ତାରିଖ ୦୪/୦୩/୨୪, ସୋମବାର*

ଭୁବନେଶ୍ବର _(CNO) 
*୧-୩୫ ଡିଗ୍ରୀ ଉପରେ ୧୩ ସହର , ରାଜ୍ୟର ବିଭନ୍ନ ସ୍ଥାନରେ ପ୍ରବଳ ଖରା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ।*

*୨-ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର: ୫୦୦ ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା।*

*୩-କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ରେ ନୂଆ - ଓ ଛାତ୍ରବୃତ୍ତି ପ୍ରଦାନ।୫ରୁ ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ।*

*୪-ଭୁବନେଶ୍ୱର: ଚାଲିଛି ଦଳ ଡିଆଁ,ସବୁଠି ଛକା ପଞ୍ଜା,ମିଶ୍ରଣ ରାଜନୀତିରେ ପଛରେ ନାହିଁ କଂଗ୍ରେସ।*

*୫-CBSEର ବଡ଼ ପଦକ୍ଷେପ,ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର ।  ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି।*

*୬-ଭୁବନେଶ୍ୱର:ମରିବି ଅମର ଶୁଭଜିତ୍, ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ।*

*୭-ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !* 

*୮-ଟିପିଏନଓଡିଏଲର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଦ୍ୱିଜଦାସ ବସକ୍ । ୩ଦଶନ୍ଧରୁ ଅଧିକ ସମୟ ଧରି ରହିଛି ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଅଭିଜ୍ଞତା।*

*୯-ଚଣ୍ଡିଖୋଲରେ ୧୯, ୬୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।*

*୧୦-କେନ୍ଦ୍ରାପଡାକୁ ଗଡିବ ଯାତ୍ରୀବାହୀ ଟ୍ରେନ୍: ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ।*

*୧୧-ଭୁବନେଶ୍ୱର:ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ପହଞ୍ଚିଲେ ୭୫ କମ୍ପାନୀ ସିଏପିଏଫ।*

*୧୨-ପୁରୀ:ଶ୍ରୀମନ୍ଦିରରେ ଅଣହିନ୍ଦୁ, ୯ ଅଟକ,୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିଲେ।*

*୧୩-ଭୁବନେଶ୍ୱର:କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳା, ୬ରୁ ଆରମ୍ଭ ହେବ ପାଠପଢା।*

*୧୪-୫ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ, ମାରଣାସ୍ତ୍ର ସହ ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ।*

*୧୫-ଭବାନୀପାଟଣା,ଛତିଗୁଡ଼ା ଛକ:ବୁଲେଟ-ବୋଲେରୋ ଧକ୍କା, ୨ ମୃତ।*

*୧୬-ମହାକାଳପଡ଼ା:DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା।*

*୧୭-କଟକ ମଙ୍ଗୁଳି ଟୋଲଗେଟ୍ ନିକଟରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର, ୩ ଗିରଫ।*

*୧୮-ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।*

*୧୯-UPI’ ସେବା ଆରମ୍ଭ କଲା ଫ୍ଲିପକାର୍ଟ,ଏହି ସେବା ବ୍ୟବହାର କଲେ କମ୍ପାନୀ ୟୁଜର୍ସଙ୍କୁ ସୁପରକଏନ୍, କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ଭାଉଚର୍ ପରି ସୁବିଧା ପ୍ରଦାନ କରିବ।* 

*୨୦-ସାମାଜିକ ଗଣମାଧ୍ୟମ ଜରିଆରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଡା. ହର୍ଷବର୍ଦ୍ଧନ।*

*୨୧-ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଆଜି ଶପଥ ଗ୍ରହଣ କରିବେ।*

.              

Sunday, March 3, 2024

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1723


ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ - (CNO) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଘୋଷଣା । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ । 

ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମହାସଚିବ ବିନୋଦ ତାୱଡ଼େଙ୍କ ପ୍ରେସମିଟ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗାନ୍ଧିନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହ । 

ଜଣେ ନୁହେଁ ଦୁଇ ଜଣ ମୁସଲିମ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ । ଦିଲ୍ଲୀ ଚାନ୍ଦିନୀଚୌକ- ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀ- ମନୋଜ ତିୱାରୀ ଙ୍କୁ ଦଳ କରିଛି ପ୍ରାର୍ଥୀ ।ଗତ ୨ଥ ଯାକ ପ୍ରଧାନମନ୍ତ୍ରୀ ବାରଣାସୀରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।

ଆଜିର ରାଶିଫଳ

COASTAL NEWS ODIA 1722



*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ମାର୍ଚ୍ଚ ମାସ ୦୩ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌷ମେଷ🌹👉:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
*✧═════•❁❀❁•═════✧*

*🌷ବୃଷ🌹👉:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।* 
*✧═════•❁❀❁•═════✧*

*🌷ମିଥୁନ🌹👉:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 
*✧═════•❁❀❁•═════✧*

*🌷କର୍କଟ🌹👉:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌷ସିଂହ🌹👉:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*

*✧═════•❁❀❁•═════✧*
*🌷କନ୍ୟା🌹👉:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
*✧═════•❁❀❁•═════✧*

*🌷ତୁଳା🌹👉:-ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌷ବିଛା🌹👉:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ଧନୁ🌹👉:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ମକର🌹👉:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।*

*✧═════•❁❀❁•═════✧*
*🌷କୁମ୍ଭ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*

*✧═════•❁❀❁•═════✧*
*🌷ମୀନ🌹👉:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

Saturday, March 2, 2024

ଆଜିର ସଂକ୍ଷିପ୍ତ ଖବର

COASTAL NEWS ODIA 1721

ଆଜିର ସଂକ୍ଷିପ୍ତ ଖବର 



*୦୧- ଭୁବନେଶ୍ୱର: ଚଳିତ ମାସ ୮ ତାରିଖରେ ପାଳନ ହେବ ମହାଶିବରାତ୍ରୀ।ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରର ହେଲା ନୀତି ନିର୍ଘଣ୍ଟ, ରାତି ୧୦ ଟାରେ ଉଠିବ ମହାଦୀପ।*

*୨-  ଭୁବନେଶ୍ୱର: ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବରମୁଣ୍ଡା ବସ୍ ଟର୍ମିନାଲ୍ । ରାଜ୍ୟର ସବୁଠାରୁ ବଡ଼ ଓ ଅତ୍ୟାଧୁନିକ ବସ୍ ଟର୍ମିନାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୩-ଭୁବନେଶ୍ୱର: 1152 ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।*

*୪- ‌ ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା 5 ତାରିଖରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଛି ।*

*୫-  ମାଲକାନଗିରି: ଉପାନ୍ତରୁ ଉଡ଼ିବ ଯାତ୍ରୀବାହୀ ବିମାନ । ମାଲକାନାଗିରିରୁ ଆସନ୍ତା 5 ତାରିଖରେ ଉଡିବ ଯାତ୍ରୀବାହୀ ବିମାନ । ଏନେଇ ଏୟାର୍ ଅନ୍ ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି।*

*୬- ହିଟୱେଭ୍ ମୁକାବିଲା ନେଇ ପିଲାଙ୍କୁ ସଚେତନ କର, ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସ୍କୁଲ ଓ କଲେଜକୁ ନିର୍ଦ୍ଦେଶ।*

*୭-  GST ଆଦାୟରେ ଆଗୁଆ ଓଡ଼ିଶା, ଫେବୃଆରୀରେ ଆଦାୟ ହେଲା 5335.81 କୋଟି ଟଙ୍କା।*

*୮-  ଚିନ୍ତା ବଢାଇଛି ସଡ଼କ ଦୁର୍ଘଟଣା, 2023 ରେ ଯାଇଛି 5600 ଜୀବନ।ଏଥି ମଧ୍ୟରେ 70 ପ୍ରତିଶତ ହେଉଛନ୍ତି ଯୁବବର୍ଗ ।*

*୯-  ଗଞ୍ଜାମ: ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ଜଳସମ୍ପଦ ବିଭାଗ CAD ଡିଭିଜନ ନଂ-8 କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।*

*୧୦- ଭୁବନେଶ୍ୱର: ନିର୍ବାଚନ ଆଗରୁ ଆଇଏଏସ୍, ଓଏଏସ୍ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ କରୁଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆଜି ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି ।*

*୧୧- Odisha Congress: ନିର୍ବାଚନ ଆଗରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡିଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ।*

*୧୨- ଲ' ଅଫିସର ମାନଙ୍କ ଫି' ବୃଦ୍ଧି କଲେ ରାଜ୍ୟ ସରକାର । କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି' ୫୦% ବୃଦ୍ଧି ।*

*୧୩- Paytm: ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଥିକ ଇଣ୍ଟେଲିଜେନ୍ସ ୟୁନିଟ୍ PMLA ଅଧୀନରେ ଥିବା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ 5.49 କୋଟି ଟଙ୍କା ଜରିମାନା ଲଗାଇଛି।*

*୧୪- ଢେଙ୍କାନାଳ: ଢ଼େଙ୍କାନାଳରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ପଥରରେ ଅତି ନିର୍ମମ ଭାବେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ।*

*୧୫- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି।କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଵ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ।*

*୧୬- ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ), ଏସିଆନ୍ ଟେଲିକମ୍ ପୁରସ୍କାର ୨୦୨୪ ରେ 'ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର' ଆଖ୍ୟା ହାସଲ କରିଛି । ।*

*୧୭- ରାଜଧାନୀରରେ ଗର୍ଜିଲା ଯୁବ କଂଗ୍ରେସ । ନବୀନ ନିବାସ ଘେରାଉ ଉଦ୍ୟମବେଳେ ରାଜମହଲ ଛକରେ ପୋଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି।*

*୧୮- ରାୟଗଡା: ନାଗାବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ।ସ୍କୁଲରୁ ଫେରି ଗାଧୋଇବା ସମୟରେ ବୁଡିଗଲେ ଦୁଇ ସାଙ୍ଗ।*

*୧୯- ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ କେନ୍ଦ୍ରାପଡା ଜିଲ୍ଲାର ଓମ୍ ଶିବୁ।ସ୍ବେଚ୍ଛାକୃତ ଭାବରେ ପୁଅର ଦୁଇ କିଡନୀକୁ ଦାନ କରିବା ପାଇଁ ପରିବାର ସଦସ୍ୟ ନିଷ୍ପତ୍ତି ନେଇଥିଲେ । ଏବେ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚେଇ ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ଓମ ଶିବୁ ।*

*୨୦- ବିଜେପିରେ ସାମିଲ ହେଲେ ରାୟଗଡା ଜିଲ୍ଲା ବିଜେଡି ନେତୃବୃନ୍ଦ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ।*

*୨୧- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍ ଏକ ଯୌତୁକ ଦାବିରେ ବଧୂହତ୍ୟା ମାମଲାରେ ସ୍ୱାମୀ ଶ୍ବଶୁର ଶାଶୁଙ୍କୁ ୧୪ ବର୍ଷ ଜେଲଦଣ୍ତ ଶୁଣାଇଲେ  ବିଚାରପତି।*

*୨୨- ପୁଣି ଖଟୁଆରେ ବୁହା ହେଲେ ରୋଗି । ଏଭଳି ଘଟଣା ଦେଖିବାକୁ ମିଳିଛି  ରେଢାଖୋଲରେ । ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ।**

*୨୩- ରାଜ୍ୟରେ ବଡ଼ ଧରଣର ଇଡି ରେଡ୍ । ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମାୱାଲାଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡି ରେଡ୍।*

*୨୪- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ  କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।OTET ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।*

*୨୫- ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲ୍ଲିସାହି ପଞ୍ଚାୟତର ଲୋକେ ।ଲୋକ ମାନେ ଏକଜୁଟ ହୋଇ ଆମ ଓଡିଶା ନବୀନ ଓଡିଶା ବ୍ୟାଗରେ ନିଆଁ ଲଗାଇଇଛନ୍ତି ।*

*୨୬-ପୁଣି ମହିଳାଙ୍କୁ ଅସମ୍ମାନ।ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରିକୁ ଆସିଥିଲେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।ପାଣ୍ଡିଆନଙ୍କ ସଭାରେ ମହିଳାଙ୍କୁ କରାଯାଉଛି ଟଣାଓଟରା ।*

*୨୭-ଜୟରାମପୁର ପଞ୍ଚାୟତରୁ ଆସିଥିବା ବିଜୟ ଲକ୍ଷ୍ମୀ ପାତ୍ର ପାଣ୍ଡିଆନଙ୍କୁ ଦାବୀ ପତ୍ର ଦେବାକୁ ଗଲା ବେଳେ ପୋଲିସ ତାଙ୍କୁ ଅଟକାଇ ଥିଲା, ପରେ ପୋଲିସ ଧକ୍କାର ଶିକାର ମଧ୍ୟ ହୋଇଥିଲେ ।ଯୁବତୀ ପାଖରୁ ଦାବିପତ୍ର ନେଇ ଚିରି ଦେଲା ପୋଲିସ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।*

*୨୮-ଓଡ଼ିଶାରେ ଏମିତି ଅତିଥି ସତ୍କାର ? ନେଦରଲାଣ୍ଡ ନାଗରିକଙ୍କ ସବୁ ଚୋରି କଲା ଟାକ୍ସି ଡ୍ରାଇଭର।*

*୨୯-ରାଜଧାନୀ ନୀଳାଦ୍ରି ବିହାର ଅଞ୍ଚଳରେ ବୋମାମାଡ଼।ଏଥିରେ ୨ଜଣ ଆହତ ହୋଇଥିବାବେଳେ ଗୋଟିଏ କାର ଭାଙ୍ଗି ଚୁରମାର ହୋଇଯାଇଛି।*

*୩୦-ଭୁବନେଶ୍ବର: ବେଦୀରୁ ଥାନାକୁ ଗଲା ବର।ଦ୍ବିତୀୟ ବିବାହ କରୁଥିବା ବେଳେ ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ଜଣେ ଯୁବକଙ୍କୁ ଭୁବନେଶ୍ବର ମହିଳା ଥାନା ପୁଲିସ ଉଠାଇ ନେଇଛି।*

.            *🙏 ସୁପ୍ରଭାତ,ଜୟ ଶ୍ରୀଜଗନ୍ନାଥ🙏*
[02/03, 7:09 am] +91 98490 34778: *ଖବର ଆଜିର* 
*ତାରିଖ ୦୨/୦୩/୨୪, ଶନିବାର*

*୧-୩୨ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,୬୯୯୩ କୋଟିର ନିବେଶ,୨୪,୫୦୮ ନିଯୁକ୍ତି ସୁଯୋଗ।*

*୨-ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,OTET ପାସ୍ କରିଥିଲେ ହେବେ ଏକ୍ସ କ୍ୟାଡ଼ର ସହକାରୀ ଶିକ୍ଷକ।*

*୩-୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ସିଭିଲ ସର୍ଭିସ କୋଚିଂ: ଆରମ୍ଭ ହେଲା ଆବେଦନ,ମେ' ୫ରେ ପରୀକ୍ଷା।*

*୪-ଉଲିବୁରୁ ଖଣି ଦୁର୍ନୀତି ମାମଲା,କଲକାତା ସମେତ ଓଡ଼ିଶାର ୨୦ ସ୍ଥାନରେ ଇଡି ଚଢାଉ।*

*୫-ଜାଲ କାଗଜ ପତ୍ରରେ ଅର୍ଥ ଆତ୍ମସାତ:RSP AGMଙ୍କୁ ୨ ବର୍ଷ କାରାଦଣ୍ଡାଦେଶ।*

*୬-ରାଜଧାନୀର ନିଳାଦ୍ରୀବିହାର ଅଞ୍ଚଳରେ ବୋମାମାଡ଼: ୨ ଆହତ, କାର ଭାଙ୍ଗି ଚୁରମାର।*

*୭-ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍‌ଲାଇନ୍‌ ଜାରି।*

*୮-କଟକ:ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।*

*୯-ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା।*

*୧୦-ଆସନ୍ତା ୫ରେ ମାଲକାନଗିରି ବିମାନ ବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ।*

*୧୧-ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ : ୧୧୫୨ ନୂଆ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି।*

*୧୨-ରାଜଧାନୀ ମୁହାଁ ବିଜେଡି ନେତା: କ୍ଷମତା କେନ୍ଦ୍ରରେ କାଟୁଛନ୍ତି ଚକ୍କର, ନବୀନ ନିବାସରେ ଆଶାୟୀଙ୍କ ଭିଡ଼।*

*୧୩-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।*

*୧୪-ଚର୍ଚ୍ଚାରେ ଅନନ୍ତ-ରାଧିକା ପ୍ରି-ୱେଡିଂ ସମାରୋହ । ଜାମନଗରରେ ଜମିଛି ହାଇପ୍ରୋଫାଇଲ ଅତିଥିଙ୍କ ଭିଡ଼।*

*୧୫-ପୁଣି ୪ ଆଇପିଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର।*

*୧୬-କେନ୍ଦୁଝର: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବାପାକୁ ୨୦ ବର୍ଷ ଓ ପୁଅକୁ ୨୫ ବର୍ଷ ଜେଲ।*

*୧୭-ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢ଼ିଲା ଲ' ଅଫିସରଙ୍କ ଦୈନିକ ଓ ରିଟେନର ଫି।*

*୧୮-ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ: ନବୀନ ନିବାସ ଘେରିବାକୁ ଯିବା ବେଳେ ରାଜମହଲ ଛକରେ ଅଟକାଇଲା ପୁଲିସ।*

*୧୯-ଭୁବନେଶ୍ୱର ରାଜଭବନ ପଛ ରାଧାକୃଷ୍ଣ ମନ୍ଦିର:ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି; ‌ଅଧା ବାହାଘରରୁ ବରକୁ ଉଠାଇନେଲା ପୋଲିସ।*

*୨୦-କାନପୁରରୁ କୁବେର ସମ୍ପତି ଜବତ । ତମ୍ବାଖୁ କମ୍ପାନୀ ମାଲିକଙ୍କ ୨୦ ଠିକଣାରୁ ମିଳିଲା ୫କୋଟି ନଗଦ ଟଙ୍କା ସହ ୬୦କୋଟି ମୂଲ୍ୟର ଦାମୀ କାର।*

*୨୧-ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆରବିଆଇର ବଡ ସୂଚନା । -ବ୍ୟାଙ୍କକୁ ଫେରିସାରିଛି ୯୭.୬୨ ପ୍ରତିଶତ ନୋଟ।*

*୨୨-ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା।ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ ଅର୍ଥ ହେରଫେର ଅଭିଯୋଗରେ ଏହି ଜରିମାନା ଲାଗୁ।*

.                

ସଂକ୍ଷିପ୍ତ ଖବର

COASTAL NEWS ODIA 1720

ସଂକ୍ଷିପ୍ତ ଖବର 


*୧-ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ । ରତ୍ନଭଣ୍ଡାରର ଉତ୍ତର ପାର୍ଶ୍ୱରେ ଫାଟ ହୋଇଥିବା ସ୍ପଷ୍ଟ ହୋଇଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ଏହା ଜଣାପଡ଼ିଛି ।*

*୨-  ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦିବ୍ୟାଙ୍ଗ ଭକ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହ୍ବିଲ ଚେୟାର ନୁହଁ ବରଂ କାଠ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ।*

*୩-  ଭୁବନେଶ୍ୱର: ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ପ୍ରଶାନ୍ତ ବିଧିବଦ୍ଧ ଭାବରେ ପଦ୍ମ ଧରିଛନ୍ତି । ।*

*୪- ‌ଭୁବନେଶ୍ବର: ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ; ଜଷ୍ଟିସ ଅରିଜିତ୍ ପଶାୟତ କମିଟି ଅଧ୍ୟକ୍ଷ।ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି ।*

*୫- ଭୁବନେଶ୍ବର: ବନ୍ଧା ହେଲେ ଆପାର୍ଟମେଣ୍ଟ ଲୁଟେରା, 9 ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ୍।*

*୬-   ଭୁବନେଶ୍ୱର: ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 8 ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିସହ 504 ଅଙ୍ଗନୱାଡ଼ି ସୁପରଭାଇଜର ନିୟମିତ ହୋଇଛନ୍ତି ।*

*୭-  ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ, ଅନୁଦାନର ସୁବିନିଯୋଗ ଉପରେ ଗୁରୁତ୍ୱ।*

*୮-  ସଫଳ ହୋଇଛି ବ୍ରହ୍ମପୁର ସରକାରୀ ITIର ଛାତ୍ରଛାତ୍ରୀଙ୍କ ବିଦେଶରେ ଚାକିରୀ କରିବା ସ୍ୱପ୍ନ ।୩୨ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ସ୍ଥିତ ଏସା ସାଲେହ ଅଲ ଗୁର୍‌ଗ ଗ୍ରୁପ୍‌ ସାକ୍ଷାତକାର ନେଇ ନିଯୁକ୍ତି ଲାଗି ଅଫର୍ ଲେଟର ପଠାଇଛି।*

*୯-  ଭୁବନେଶ୍ବର: ଆଗୁଆ ମିଳିବ ବନ୍ୟା ସୂଚନା। କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ। ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।*

*୧୦- ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା । ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା।*

*୧୧- ଭାରତ ଅର୍ଥନୀତିରେ ଅଭିବୃଦ୍ଧି, 8.4 ପ୍ରତିଶତ ରହିଲା ଜିଡିପି ହାର, ପ୍ରଧାନମନ୍ତ୍ରୀ କହିଲେ - 140 କୋଟି ନାଗରିକଙ୍କ ଶକ୍ତି।*

*୧୨-ଯୁବ ଡାକ୍ତରଙ୍କ ମହାନତା। ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ସୁଦାମ ଚରଣ ସ୍ୱାଇଁଙ୍କର ପୁତ୍ର ଡାକ୍ତର ବ୍ରଜସୁନ୍ଦର ସ୍ୱାଇଁ। ଚାକିରୀ ଛାଡି ଏବେ ଖଇରା ସିମୁଳିଆ ବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।*

*୧୩- ବିଜେପିରେ ମିଶିଲେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ମାମୁଁ ଭବାନୀ ଶଙ୍କର ଜଗଦେବ ମହାପାତ୍ର ।*

*୧୪- ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’।ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ*

*୧୫- ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।*

*୧୬- ଖଲ୍ଲିକୋଟ ବିଜେଡିରେ ବିଦ୍ରୋହ: ଅସନ୍ତୁଷ୍ଟ ନେତା କହିଲେ- ବିଧାୟିକା ହଟାଓ।*

*୧୭- ରାଉରକେଲା: ସୀମାନ୍ତ ଟୋଣ୍ଟୋ ଥାନା ବନଗ୍ରାମ ଜିମକି ଇକ୍ରୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗୁରୁବାର ୭ଟି ମାଓବାଦୀ ବଙ୍କର ଠାବ କରାଯାଇଛି। ଏଥିରେ ପ୍ରାୟ ୭୦ରୁ ୮୦ ଜଣ ରହିବା ବ୍ୟବସ୍ଥା ରହିଛି।*

*୧୮-ସମ୍ବଲପୁର: ସହରର ଏକ ଜୁଏଲେରି ଦୋକାନ ମାଲିକଙ୍କୁ ଗୁଳିକରି ଲୁଟ୍‌ ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।*

*୧୯- ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା; ଜଣେ ମୃତ, ୨୦ ଆହତ।*

*୨୦- ଭୁବନେଶ୍ୱର: ଦିନକୁ ଦିନ ବଢୁଛି ତାତି । କିଛି ଦିନ ଭଲ ପାଗ ପରେ ପୁଣି ଖରା ବଢ଼ିବାରେ ଲାଗିଛି ।୩୮ ଡିଗ୍ରୀ କରିବ ପାର୍‌ !ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।*

*୨୧-ଏୟାର ଇଣ୍ତିଆ ଗଣିବ ଜରିମାନା, ଡିଜିସିଏ ଦେଲା ନିର୍ଦ୍ଦେଶ। ହ୍ୱିଲ୍ ଚେୟାର ନ ମିଳିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା।*

*୨୨-Lok Sabha Election 2024: ପଶ୍ଚିମବଙ୍ଗରେ ୧୬ ଲକ୍ଷ ଫେକ୍‌ ଭୋଟର୍‌ । ଏପରି ଅଭିଯୋଗ ଆଣିଛି ବିଜେପି। ଭାରତୀୟ ଜନତା ପାର୍ଟିର ୬ ଜଣ ପ୍ରତିନିଧି ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି ।*

*୨୩- PM Surya Ghar Muft Bijli Yojana: ଗୁରୁବାର କ୍ୟାବିନେଟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ୧ କୋଟି ଘରକୁ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ । ଏଥିପାଇଁ ମୋଟ୍ ୭୫,୦୨୧ କୋଟି ଟଙ୍କା ଖର୍ଚ୍ଚ ହେବ।*

*୨୪- ଆମେରିକା- ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (USISPF) ଅଧ୍ୟକ୍ଷ ଜନ୍ ଚାମ୍ବରସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ ପିଏମ ମୋଦୀଙ୍କୁ 'ଆଜିର ଦୁନିଆର ସର୍ବୋତ୍ତମ ନେତା' ବୋଲି ବର୍ଣ୍ଣନା କରିଛନ୍ତି ।*

*୨୫- 2024 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 25 ମାର୍ଚ୍ଚରେ ଘଟିବାକୁ ଯାଉଛି ଅର୍ଥାତ୍ ହୋଲି ଦିନ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଅର୍ଥାତ୍ ଉଭୟ ହୋଲି ଏବଂ ଚନ୍ଦ୍ରଗ୍ରହଣ ଗୋଟିଏ ଦିନରେ ପଡୁଛି। ଏହା ଏକ ପେନ୍‌ମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ହେବ ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ।*

*୨୬-ନୂଆଦିଲ୍ଲୀ:୨୦ମିନିଟରେ ୨କୋଟି ଟଙ୍କାର ଅଳଙ୍କାର ଲୁଟି ଫେରାର ହୋଇଗଲେ ଲୁଟେରା।*

*୨୭-ତ୍ରିପୁରା: କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କ ଜୀବନ। ୨୦୧୭ରେ ସେ ମିସ୍ ଇଣ୍ଡିଆ ତ୍ରିପୁରା ଟାଇଟେଲ ଜିତିଥିଲେ।*

*୨୮-ନୂଆଦିଲ୍ଲୀ: ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର: ସୃଷ୍ଟି ହେବ ୮୦ ହଜାରରୁ ଅଧିକ ନିଯୁକ୍ତି।*

.              

Thursday, February 29, 2024

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି

COASTAL NEWS ODIA 1719

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି 




ରାଇରଙ୍ଗପୁର-(CNO) ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିଲେ ହେଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ଯେତେକି ସାଧାରଣ, ତାଙ୍କର ଖାଦ୍ୟପେୟ ସେତିକି ସାଧାସିଧା । ନିଜର ଜୀବନଶୈଳୀ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଓଡ଼ିଶା ଗସ୍ତରେ ଥିବାବେଳେ ତାଙ୍କର ଖାଦ୍ୟପେୟ ସାମ୍ନାକୁ ଆସିଛି । 

ଗତକାଲି(ବୁଧବାର) ରାତିରେ ନିଜ ରାଇରଙ୍ଗପୁରସ୍ଥିତ ବାସଭବନରେ ରାଷ୍ଟ୍ରପତି ରାତି ବିତାଇ ଥିବାବେଳେ ରାତ୍ରିଭୋଜନରେ କେବଳ ରୁଟି ତରକାରୀ ଖାଇଥିଲେ । ଏଥିସହ ନିଜ ବାସଗୃହରେ କେବଳ ଘର ଲୋକଙ୍କ ସହ ସମୟ କାଟିଥିଲେ । ଏହାପୂର୍ବରୁ ଦିନ ବେଳା ସେ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ୱରୀଙ୍କ ଦର୍ଶନ କରି ସେଠାରେ ଅନ୍ନ ପ୍ରସାଦ ସେବନ କରିଥିଲେ । ଏନେଇ ତାଙ୍କର ଝିଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଜି (ଗୁରୁବାର) ମହାମହିମଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ରାଇରଙ୍ଗପୁରରୁ କେନ୍ଦୁଝର ଗସ୍ତ କରିଛନ୍ତି । କେନ୍ଦୁଝର ଅଭିମୁଖେ ଯାତ୍ରା ପାଇଁ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ମହାମହିମ ପହଞ୍ଚିଥିବା ବେଳେ ସେଠାରେ ରାଜ୍ୟପାଳ ରଘୁବର ଦାସ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ତେବେ ଆଜି ସକାଳେ ନିଜ ବାସଭବନରେ ସକାଳ ଜଳଖିଆ ପରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ରହିଥିଲା । 

ଘରେ ମହାମହିମଙ୍କ ଝିଅ ଇତିଶ୍ରୀ ମୁର୍ମୁ, ଭାଇ ତରଣୀସେନ ଟୁଡୁ, ଭାଉଜ ସାକ୍ରୋମଣି ଟୁଡୁଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ପରେ ବାସଭବନରୁ ଭାବବିହ୍ଵଳ ଅବସ୍ଥାରେ ତାଙ୍କୁ ବିଦାୟ ଦେଇଥିଲେ ଆତ୍ମୀୟ ସ୍ୱଜନ । ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଏହା ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲାକୁ ତୃତୀୟ ଗସ୍ତ ।

ଗତକାଲି(ବୁଧବାର) ରାତିରେ ମାଆଙ୍କ ସହ ବାସଗୃହରେ କେବଳ ଘରଲୋକ ଥିଲେ ବୋଲି କହିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ସେପଟେ ଆଗାମୀ ନିର୍ବାଚନରେ ଇତିଶ୍ରୀ ମୟୂରଭଞ୍ଜରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ବିଷୟରେ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ତେବେ ଇତିଶ୍ରୀ ମୁର୍ମୁ ପାହାଡପୁର ସ୍ଥିତ ଏସଏଲଏସ ଟ୍ରଷ୍ଟ ବୋର୍ଡର ସଭାପତି ଥିବାରୁ ଆଜି ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଛନ୍ତି । ସେଠାରେ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ଓ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଭେଟି ସ୍କୁଲ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି ।

ଓଲଟିଲା ଅଟୋ ରିକ୍ସା ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ

COASTAL NEWS ODIA 1718 

ଓଲଟିଲା ଅଟୋ ରିକ୍ସା ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ 





ଆଳି - (CNO ): ଗତ କାଲି ସନ୍ଧ୍ୟାରେ ଏକ ଅଟୋ ରିକ୍ସା ଓଲଟି ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ ହୋଇ ଆଜି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଚୌଦକୁଲାଟ ମଦ୍ରାସାର ୨ ଶିକ୍ଷକ ୫ ଜଣ ଛାତ୍ରଙ୍କୁ ଏକ ଅଟୋ ରିକ୍ସାରେ ନେଇ ଆଳିରୁ ଚୌଦକୁଲାଟ ଅଭିମୁଖେ ଫେରୁଥିଲେ। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାର ମାଳପାଟଣା ନିକଟରେ ଏକ କୁକୁର ଅଟୋର ଆଗ ଚକରେ ପିଟି ହୋଇ ଗାଡି ତଳକୁ ପଶି ଯାଇଥିଲା | ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। 

ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୨ ଶିକ୍ଷକ ଅବଦୁଲ ରହିମ୍, ଅବଦୁଲ ବାସିତ ଓ ଛାତ୍ର ସେଖ୍ ଆଏସ୍ ଆହତ ହୋଇ ରାସ୍ତା ଉପରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ୩ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଳି ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଆହତ ୩ ଜଣଙ୍କ ମଧ୍ୟରୁ ଅବଦୁଲ ବାସିତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୌଭାଗ୍ୟ ବଶତଃ ଅନ୍ୟ ୩ ଛାତ୍ର ସୁରକ୍ଷିତ ଅଛନ୍ତି। 

ବେଆଇନ ଖଣି ଦୁର୍ନୀତି ମାମଲା: ସିବିଆଇ ରେ ହାଜର ହେବେ ନାହିଁ ଅଖିଳେଶ ଯାଦବ

COASTAL NEWS ODIA 1717

ବେଆଇନ ଖଣି ଦୁର୍ନୀତି ମାମଲା: ସିବିଆଇ ରେ ହାଜର ହେବେ ନାହିଁ ଅଖିଳେଶ ଯାଦବ 


ନୂଆଦିଲ୍ଲୀ - (CNO) ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ବେଆଇନ ଖଣି ଖନନ ମାମଲାରେ ସାକ୍ଷୀ ଭାବେ ପଚରାଉଚରା ପାଇଁ ସିବିଆଇ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଆଜି (29 ଫେବୃଆରୀ) ଏଜେନ୍ସିରେ ହାଜର ହେବାକୁ କହିଛନ୍ତି । 

ଅଖିଳେଶ ଯାଦବ ଆଜି ସିବିଆଇରେ ହାଜର ହେବେ ନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏସପି ସଭାପତି ଅଖିଳେଶ ଯାଦବଙ୍କ ସାକ୍ଷ୍ୟ ପାଇଁ ଦିଲ୍ଲୀ ଯିବା କଷ୍ଟକର। ସିବିଆଇ ଏଫଆଇଆରକୁ ଆଧାର କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗର ତଦନ୍ତ କରୁଛି । 
 
ଏଥି ସହ ସିବିଆଇର ଡକାଯାଇଥିବା ବେଳେ ଅଖିଳେଶ ଯାଦବ କହିଛନ୍ତି ଯେ ନିର୍ବାଚନ ହେତୁ ତାଙ୍କୁ ହଇରାଣ କରିବାକୁ ନୋଟିସ ପଠାଯାଇଛି। ସେ କହିଛନ୍ତି, "ସପା ସବୁଠାରୁ ବଡ ଟାର୍ଗେଟ, 2019 ରେ ମଧ୍ୟ ମୁଁ କିଛି ପ୍ରସଙ୍ଗରେ ନୋଟିସ ପାଇଥିଲି, କାରଣ ସେତେବେଳେ ବି ଲୋକସଭା ନିର୍ବାଚନ ହୋଇଥିଲା। 

ବର୍ତ୍ତମାନ ଯେତେବେଳେ ନିର୍ବାଚନ ଆସୁଛି, ମୁଁ ପୁଣି ଏକ ନୋଟିସ୍ ପାଇଛି । ମୁଁ ବୁଝିପାରୁଛି ଯେ ଯେତେବେଳେ ନିର୍ବାଚନ ଆସିବ, ନୋଟିସ୍ ମଧ୍ୟ ଆସିବ।  ଯଦି ଆପଣ ଗତ ଦଶ ବର୍ଷ ମଧ୍ୟରେ ବହୁତ କାମ କରିଛନ୍ତି, ତେବେ ଆପଣ କାହିଁକି ନର୍ଭସ ଅଛନ୍ତି ? କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ ।

Wednesday, February 28, 2024

ଓଡିଶାର ରୂପାନ୍ତରରେ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି - ମୁଖ୍ୟମନ୍ତ୍ରୀ

COASTAL NEWS ODIA 1716

ଓଡିଶାର ରୂପାନ୍ତରରେ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି 
ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର - (CNO) ତା.୨୭.୦୨.୨୦୨୪   ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସୟଂ ସହାୟକ ଗୋଷ୍ଠି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। 


ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନରେ ସାମିଲ ହୋଇଛନ୍ତି। ଆଜି ମିଶନ ଶକ୍ତି ମା’ ମାନଙ୍କର ଭଲ କାମ ଦେଶ ବିଦେଶରେ ପହଞ୍ଚି ପାରିଛି। ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଦୁବାଇ ଓ ସିଙ୍ଗାପୁରକୁ exposure visit ରେ ଯାଉଥିବାରୁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆଗକୁ ଅଧିକରୁ ଅଧିକ ମା’ ମାନେ ବିଦେଶ ଯିବେ। 

ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ SHG ରୁ SME ଆଡକୁ ଆଗଉଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ Corporate ଜଗତ ସହ ଯୋଡି ହୋଇଛନ୍ତି। ବିଜିନେସ୍‌ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଓ ୧.୫ ଲକ୍ଷ ଏସ.ଏଚ୍.ଜି. ଲିଡର ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। 

ସେ ଆହୁରି ମଧ୍ୟ କହିଥିଲେ ଯେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଆଜି ଖୋଲାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ। ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ । ଏଣିକି ଓଡିଶାର ମା’ ମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ । ଏହା ଦ୍ୱାରା ମା’ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ । ଆଜି ମିଶନ ଶକ୍ତି ମା’ ମାନେ ଓଡିଶାର ରୂପାନ୍ତରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ। 

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରଶଂସା କରି ଖୁବ୍‌ ଶୀଘ୍ର ସେମାନେ ଖୁସି ଖବର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ ଜିଲ୍ଲା ମା’ ଯମୁନା ଏସ୍.ଏଚ୍.ଜି. ଓ ଗଂଜାମ ଜିଲ୍ଲା ମା’ ବିମଳା ଏସ୍‌.ଏଚ୍‌.ଜି.କୁ ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମହିଳା ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧାତା ମିଶନ ଶକ୍ତି ମା’ମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏସ୍.ଏଚ.ଜି ସ୍ତରରେ ମହିଳା ନେତୃତ୍ୱାଧିନ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କୁ ଅହୁରି ଅଧିକ ସଶକ୍ତ କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା  ଲୋପାମୁଦ୍ରା ବକ୍ସି ପାତ୍ର, ଗିତାଞ୍ଜଳୀ ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି। ମିଶନ ଶକ୍ତି ମା’ମାନେ ଆଜି exposure visit ରେ ଯାଉଛନ୍ତି । ଆଜି ଓଡିଶାର ରୂପାନ୍ତରରେ ମା’ମାନଙ୍କର ଏକ ପଦ ଚିହ୍ନ ଅଧିକ ସ୍ପଷ୍ଟ  ହୋଇଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଏସ୍.ଏଚ.ଏଜି. ଲିଡର କେତକୀ ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ମା’ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ଆମକୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ଓ ସିଙ୍ଗାପୁର ବୁଲାଇଲେ। ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କ ସମ୍ମାନାର୍ଥେ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। 

କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମିଶନ ଶକ୍ତିର ବହୁସଂଖ୍ୟକ ମା’ମାନେ ଯୋଗ ଦେଇଥିଲେ।

ଶଶିକାନ୍ତଙ୍କ ଦୁଇଟିଯାକ କିଡ୍‌ନୀ ସଂକ୍ରମିତ ଚିକିତ୍ସାରେ ଅର୍ଥ ବାଧକ

COASTAL NEWS ODIA 1715

ଶଶିକାନ୍ତଙ୍କ ଦୁଇଟିଯାକ କିଡ୍‌ନୀ ସଂକ୍ରମିତ ଚିକିତ୍ସାରେ ଅର୍ଥ ବାଧକ


ରାଜକନିକା - (CNO ): ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେହି ବୟସରେ ଅବିବାହିତ ଶଶିକାନ୍ତ ବିଶ୍ବାଳ(୩୦)ଙ୍କ ଦୁଇଟି ଯାକ କିଡ୍ନୀ ସଂକ୍ରମିତ ହୋଇଛି। ତେଣୁ ଦୀର୍ଘ ୬ ମାସ ହେବ ସେ ରୋଗଶଯ୍ୟାରେ ରହିଛନ୍ତି। 

ଅଭାବୀ ସଂସାର ଚଳାଇବା ପାଇଁ ଶଶିକାନ୍ତ ବଡ଼ ଭାଇଙ୍କ ସହ ବାଙ୍ଗାଲୋରରେ ଦାଦନ ଖଟୁଥିଲେ। ହେଲେ ହଠାତ୍ ଦେହ ଖରାପ ହେବାରୁ ଘରକୁ ଆସି କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସପ୍ତାହକୁ ୩ ଥର ଡାଏଲିସିସ୍ କରିବା ନିହାତି ଜରୁରି ହୋଇ ପଡ଼ିଛି। ଦୁଇ କିଡ୍‌ନୀ ସଂକ୍ରମଣ ଯୋଗୁଁ ଯୁଆନ ବୟସରେ ବୟସ୍କ ରୋଗୀଟିଏ ଭଳି ବୃଦ୍ଧ ବାପା-ମା’ଙ୍କ ଉପରେ ସେ ବୋଝ ହୋଇଛନ୍ତି। ଅପରପକ୍ଷରେ ଅର୍ଥାଭାବ ଶଶିକାନ୍ତଙ୍କ ଚିକିତ୍ସାରେ ବାଧକ ସାଜିଛି । 

ବାପା ରମାକାନ୍ତ ବିଶ୍ବାଳ(୭୦) ଜଣେ ଭୂମିହୀନ ତଥା ଦିନମଜୁରିଆ। ପୁଅର ଏଭଳି ଅବସ୍ଥାରେ ମା’ ଦ୍ରୌପଦୀ ମାଗିଯାଚି ଆଜିଯାଏ ପୁଅକୁ କଟକ ନେଇ ଚିକିତ୍ସା କରି ଆସୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ କେବଳ ଡାଏଲିସିସ୍ ବାବଦକୁ ଥରକୁ ୧୮ ଶହ ଟଙ୍କା କଟିଯିବା ପରେ ଔଷଧ କିଣିବାକୁ ପ୍ରତିଥର ୩ ହଜାର ଟଙ୍କା ଦରକାର ପଡୁଛି। 

ଆଗରୁ ସପ୍ତାହରେ ଦୁଇ ଥର ଡାଏଲିସିସ୍  ହେଉଥିବା ବେଳେ ଏବେ ସପ୍ତାହକୁ ୩ ଥର ନ ହେଲେ ଅଚଳ। ଘରେ ୩ ଓଳି ଖାଇବାକୁ ଦାନା ନଥିବା ବେଳେ ଏଭଳି ବ୍ୟୟ ବହୁଳ ଚିକିତ୍ସା କେବଳ ହାତ ଉଧାରିରେ ଚାଲିଛି। ରୋଗ ଶଯ୍ୟାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅକୁ ଭଲ କରିବା ପାଇଁ ମା’ ବାର ଓଳି ହୋଇ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। 

ରାଜକନିକା ବ୍ଲକ୍ ଭାରିଗଦା ପଞ୍ଚାୟତ ଅଚ୍ୟୁତପୁର ଗାଁର ଶଶିକାନ୍ତ ଜଣେ ସରଳ ଯୁବକ ଭାବରେ ଜଣାଶୁଣା । ହଠାତ୍ ତାଙ୍କର ଦୁଇଟି ଯାକ କିଡନୀ ସଂକ୍ରମଣ ହୋଇ ରୋଗଶଯ୍ୟାରେ ପଡ଼ି ଛଟପଟ ହେଉଥିବା ବେଳେ ଆର୍ଥିକ ସହଯୋଗ ମିଳିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବେ ବୋଲି ଡାକ୍ତର କହିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଶଶିକାନ୍ତଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ତାଙ୍କ ମା’ ଦ୍ରୌପଦୀ ନିବେଦନ କରିଛନ୍ତି।

ବରମୁଣ୍ଡା ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟ୍ ପୋଷ୍ଟ

COASTAL NEWS ODIA 1714

ବରମୁଣ୍ଡା ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟ୍ ପୋଷ୍ଟ



ଭୁବନେଶ୍ୱର - (CNO) ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ଏହାର ଉଦ୍‌ଘାଟନ ହୋଇପାରେ । ଏହା ପୂର୍ବରୁ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିରେ 89 ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ ।

ଏହା ଲୋକାର୍ପିତ ହେବା ପରେ ଏଠାକୁ ଦୈନିକ 700 ରୁ 800 ବସ୍‌ ଯାତାୟତ କରିବ । ଭବିଷ୍ୟତରେ ବସ୍‌ ସଂଖ୍ୟା 1700 ରୁ 1800 କୁ ବୃଦ୍ଧି ପାଇପାରେ । ଏହା ସହ ଦୈନିକ 35 ରୁ 45 ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି ।


5T ଅଧ୍ୟକ୍ଷ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।


ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ନେବା ଆଣିବା ସୁବିଧା, 144 ଟି ବସ୍‌ ବେ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି । ଏହି ଆଉଟପୋଷ୍ଟରେ 89 ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏଥି ମଧ୍ୟରୁ 2 ଜଣ ସବ୍‌-ଇନ୍‌ସ୍ପେକ୍ଟର, 9ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, 4ଜଣ ହାବିଲଦାର, 72 ଜଣ କନଷ୍ଟେବଳ ଓ 2 ଜଣ ଡ୍ରାଇଭର ରହିବେ ।

COASTAL NEWS ODIA 1713 ଭୁବନେଶ୍ବରରେ ବିଲ୍‌ ଗେଟ୍ସ

COASTAL NEWS ODIA 1713

ଭୁବନେଶ୍ବରରେ ବିଲ୍‌ ଗେଟ୍ସ
କୃଷି ଭବନ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ କରିବେ ସାକ୍ଷାତ




ଭୁବନେଶ୍ବର - (CNO) ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ । ଆଜି(ବୁଧବାର) କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ କୃଷକ ମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । 


ଏହା ସହ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । ରାଜ୍ୟର କିଛି ମହିଳା ଚାଷୀ , ମିଶନ ଶକ୍ତି ମହିଳା  ଉଦ୍ୟୋଗୀଙ୍କୁ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି । 

ଓଡିଶା ସରକାର କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ତେବେ ଗେଟ୍ସ  ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି,  ସେ ନେଇ ସମୀକ୍ଷା କରିବେ । ବିଲ୍‌ ଗେଟ୍ସଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Tuesday, February 27, 2024

COASTAL NEWS ODIA ‘ଆମ ହସ୍ପିଟାଲ’ ଲୋକାର୍ପିତ ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ

COASTAL NEWS ODIA 1712


‘ଆମ ହସ୍ପିଟାଲ’ ଲୋକାର୍ପିତ
ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ


ଭୁବନେଶ୍ବର - (CNO) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି  ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ  BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡିଶାର ଜନସାଧାରଣ ପ୍ରାଇଭେଟ ହସ୍ପିଟାଲ ଭଳି ସୁବିଧା ସୁଯୋଗ ସରକାରୀ ହସ୍ପିଟାଲରେ ପାଉଛନ୍ତି। 5T ଉପକ୍ରମରେ ସୋନପୁରରେ ଓଡିଶାର ଜିଲ୍ଲାସ୍ତରୀୟ ସବୁଠାରୁ  ବଡ ହସ୍ପିଟାଲ ବହୁତ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଛି। ସୋନପୁରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହା ମାଧ୍ୟମରେ ସାକାର ହୋଇଛି।

କାର୍ଯ୍ୟକ୍ରମକୁ 5T ତଥା  ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ ଏବଂ କହିଥିଲେ ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୪୦ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ ହେଲା । ଏଥିପାଇଁ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସମସ୍ତଙ୍କ ସହଯୋଗରେ ଏହି କାମ ସଫଳ ହୋଇଛି । ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏହିସବୁ ହସ୍ପିଟାଲଗୁଡିକୁ ନିଜ ସଂପତ୍ତି ଭଳି ରକ୍ଷଣାବେକ୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।

 କାର୍ଯ୍ୟକ୍ରମରେ ଗଜପତି ପାରଳାଖେମୁଣ୍ଡିରୁ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଅନୁଗୋଳ ଜିଲ୍ଲା କୋଶଳାରୁ ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ପୁରୀ ଜିଲ୍ଲା ରେବଣା ନୂଆଗାଁରୁ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଭଦ୍ରକ ଜିଲ୍ଲା ଧାମନଗରରୁ ବିଧାୟକ ଶ୍ରୀ ପ୍ରଫୁଲ ସାମଲ, ନୟାଗଡ ଜିଲ୍ଲା ରଣପୁରରୁ ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନବୀନ ନାୟକ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ମେହେର, ଝାରସୁଗୁଡାରୁ ବିଧାୟକା ଦିପାଳୀ ଦାସ  ଯୋଗ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ। 

ଏଥିପାଇଁ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନକୁ ସେ ସବୁବେଳେ ଉଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଆଜି ସରକାରୀ ଡାକ୍ତରଖାନା ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ନିଳଗିରୀରୁ ସସ୍ମିପ୍ରଭା ରାଉତ, ଦେବଗଡ ଜିଲ୍ଲାରୁ ସୁନୀତା ରାଣୀ ପୃଷ୍ଟି, ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରୁ ସାବିତ୍ରୀ ମେହେର, ଖୋର୍ଦ୍ଧା ଜିଲ୍ଲା ବୋଲଗଡରୁ ସୁନନ୍ଦିତା ସାହୁ, କୋରାପୁଟ ଜିଲ୍ଲା  ଲକ୍ଷ୍ମୀପୁରରୁ ଆରତି କୁଲଦୀପ, ଯାଜପୁର ଜିଲ୍ଲା ବଡଚଣାରୁ ସୋନାଲି ଦାସ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ତାକୁ ଠିକ୍ ଭାବେ ବୁଝିଛନ୍ତି ଆମ ମୁଖ୍ୟମନ୍ତ୍ରୀ। ସେଥିପାଇଁ ଆମ ପାଇଁ ଏଭଳି ଭଲ ହସ୍ପିଟାଲ ନିର୍ମାଣ କରିଛନ୍ତି। 

ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ଆମ ଅଞ୍ଚଳରେ ଥିବା ହସ୍ପିଟାଲଗୁଡିକର ବ୍ୟାପକ ରୂପାନ୍ତର ଘଟି ରୂପରେଖ ବଦଳି ଯାଇଛି। ମାଗଣାରେ ସବୁ ସେବା ଉପଲବ୍ଧ ହେଉଛି। ଏଥିପାଇଁ ଆମେ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ସେମାନେ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunday, February 25, 2024

Sudarshan Setu ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ ସୁଦର୍ଶନ ସେତୁ ଉଦ୍‌ଘାଟିତ

COASTAL NEWS ODIA 1711

Sudarshan Setu ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ ସୁଦର୍ଶନ ସେତୁ ଉଦ୍‌ଘାଟିତ



ଦ୍ଵାରକା - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫେବୃଆରୀ 25 ରେ ଗୁଜୁରାଟର ଦ୍ୱାରକାଠାରେ 'ସୁଦର୍ଶନ ସେତୁ'ର ଲୋକାର୍ପଣ କରିଛନ୍ତି । ଏହା ହେଉଛି ଦେଶର ସବୁଠାରୁ ଲମ୍ବା କେବୁଲ ବ୍ରିଜ୍ । ଦ୍ୱାରକାରୁ ଓଖାକୁ ସଂଯୋଗ କରୁଛି ସୁଦର୍ଶନ ସେତୁ । ସେତୁ ନିର୍ମାଣ ପାଇଁ ବ୍ୟୟ ହୋଇଛି ୯୮୦ କୋଟି । ଏହାର ଲମ୍ବ ପ୍ରାୟ 2.32 କିଲୋମିଟର ଅଟେ |



'ସୁଦର୍ଶନ ସେତୁ' ନିର୍ମାଣର ମୂଲ୍ୟ 980 କୋଟି ଟଙ୍କା ହୋଇଛି। ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି । ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ ।

ସୁଦର୍ଶନ ସେତୁର ଡିଜାଇନ୍ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ । ଏହି ସେତୁର ଉଭୟ ପାର୍ଶ୍ୱରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ସଜ୍ଜିତ ଏକ ପଦ ରାସ୍ତା ଅଛି ।

ଚାଲିବା ରାସ୍ତାର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରୁ ଗୋଟିଏ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେବ ।


ସୁଦର୍ଶନ ସେତୁ ଦ୍ୱାରକା-ବିଟ୍-ଦ୍ୱାରକା ମାର୍ଗ ମଧ୍ୟରେ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଅନେକ ସମୟ ସଞ୍ଚୟ କରିବେ । ସେତୁ ନିର୍ମାଣ ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ବିଟ୍ ଦ୍ୱାରକା ପହଞ୍ଚିବା ପାଇଁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା ।

ସୁଦର୍ଶନ ସେତୁ ମଧ୍ୟ ଏହି କ୍ଷେତ୍ରରେ ସଂଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ସେତୁ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ।

ଏହି ଚାରି ଲେନ ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ 2.50 ମିଟର ଚଉଡା ଫୁଟପାଥ ଅଛି । ଅକ୍ଟୋବର 2017 ରେ ପିଏମ ମୋଦୀ ସେତୁର ମୂଳଦୁଆ ପକାଇଥିଲେ । ଏହା ମୋଦୀଙ୍କ ସ୍ୱପ୍ନର ଅନ୍ୟତମ ପ୍ରକଳ୍ପ ।

ଆଜିର ରାଶିଫଳ

COASTAL NEWS ODIA 1710

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଫେବୃଆରୀ ମାସ ୨୫ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂*    *✧═════•❁❀❁•═════✧*


*🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

Tuesday, February 20, 2024

COASTAL NEWS ODIA 1709 ଆଳି ଥାନା ଅନ୍ତର୍ଗତ ଧନେଶ୍ଵରପୁର୍ ଚାଷ ଜମିରୁ ଚୋରାଇ ନେଲେ ୮ କୁଇଣ୍ଟାଲ୍‌ ବିରି

COASTAL NEWS ODIA 1709

ଆଳି ଥାନା ଅନ୍ତର୍ଗତ ଧନେଶ୍ଵରପୁର୍ ଚାଷ ଜମିରୁ ଚୋରାଇ ନେଲେ ୮ କୁଇଣ୍ଟାଲ୍‌  ବିରି


ଆଳି - (CNO): ଆଳି ଥାନା ଅଞ୍ଚଳରେ ଲଗାତାର ଚୋରି, ଲୁଟ୍ ଲାଗିରହିଛି । ଗ୍ରାମାଞ୍ଚଳରେ ଘରେ ଆଳି ବଜାରରୁ ଦୋକାନ ଲୁଟ ସହିତ ରାସ୍ତା ଘାଟରେ ଛିନ୍ତାଇ ବୃଦ୍ଧି ସହିତ ଏବେ ଚାଷଜମି ବି ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇନାହିଁ। ଜମିରୁ ଉପଡା ହୋଇ ଅମଳ ହେବାକୁ ଥିବା ଅନ୍ୟୁନ ୬୦ ହଜାର ଟଙ୍କା ୮ କୁଇଣ୍ଟାଲ୍ ବିରି ଚୋରି ହୋଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । 


ଏଭଳି ଘଟଣା ଘଟିଛି ଆଳି ଥାନା ଅଧୀନ ଧନେଶ୍ବରପୁର ଗ୍ରାମରେ | ଧନେଶ୍ଵରପୁର ଗ୍ରାମର ୨ ଚାଷୀ ଏ ନେଇ ଆଳି ଥାନାରେ ଏତଲା ଦେଇଛନ୍ତି । 


ଚାଷୀ ଭରତ ଚନ୍ଦ୍ର ଜେନା ଓ ସୁବାସ ବଳ ଆଳି ଥାନାରେ କରିଥିବା ଲିଖିତ ଅଭିଯୋଗ ପତ୍ରରେ ଜଣାଇଛନ୍ତି ଯେ, ଧନେଶ୍ଵରପୁର ପାଟରେ ସେମାନେ ବିରି ଚାଷ କରିଥିଲେ। ବିରି ଅମଳକ୍ଷମ ହେବା ପରେ ତାହାକୁ ଉପାଡି ଅମଳ ପାଇଁ ଜମିରେ ଗଦା ଦେଇ ରଖିଥିଲେ। 

କେହି ଦୁର୍ବୃତ୍ତ ରାତିରେ ଟ୍ରାକ୍ଟର ଲଗାଇ ଅମଳ ହେବାକୁ ଥିବା ଏହି ବିରିକୁ ଜମିରୁ ଚୋରି କରି ନେଇଛନ୍ତି। ଚୋରି ଯାଇଥିବା ପ୍ରାୟ ୮ କୁଇଣ୍ଟାଲ ବିରିର ମୂଲ୍ୟ ୬୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଚାଷୀଦ୍ଵୟ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ବିରି ଚୋରି ପରେ ଏହି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...