AFFILIATE MARKETING

https://binomo.com?a=90810425bb57&t=0

Tuesday, October 24, 2023

ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବ

COASTAL NEWS ODIA 1251

ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବ



ନୂଆଦିଲ୍ଲୀ,୨୪।୧୦ : ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। ହ୍ବାଟସଆପ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଏହା ମନୋନୀତ ଉପଭୋକ୍ତାଙ୍କ ପାଇଁ ସେବା ଶେଷ କରିବ। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା ସମ୍ବନ୍ଧରେ ଏକ ବିସ୍ତୃତ ଗାଇଡ ଶେୟାର କରିଛି। ଏନେଇ ଉପଭୋକ୍ତା ବର୍ତ୍ତମାନ ଚିନ୍ତିତ ଅଛନ୍ତି। ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ହ୍ବାଟସଆପ ବନ୍ଦ ହେବ କି ନାହିଁ ତାହା ୟୁଜର ମାନେ ନିଜ ନିଜ ଫୋନରେ ଯାଞ୍ଚ କରି ପାରିବ।

ଏଥିପାଇଁ  ନିଜ ଫୋନର ସେଟିଙ୍ଗକୁ ଯିବାକୁ ପଡିବ ଏବଂ ତା’ପରେ ଡିଭାଇସ ବିଷୟରେ ଯାଞ୍ଚ କରିବାକୁ ପଡିବ। ଯଦ ଫୋନ ଆଣ୍ଡ୍ରଏଡ ୫.୦ କିମ୍ବା ନୂତନ ସଂସ୍କରଣରେ ଚାଲୁଛି ତେବେ ହ୍ବାଟସଆପ ବନ୍ଦ ହେବ ନାହିଁ। ଆଇଫୋନ ବ୍ୟବହାରକାରୀ ଏବଂ ସ୍ମାର୍ଟଫୋନ ଆଇଓଏସ ୧୨ କିମ୍ବା ଏହାର ପରବର୍ତ୍ତୀ ସଂସ୍କରଣ ରହିଛି ତେବେ ଏଥିରେ ହ୍ବାଟସଆପ ବନ୍ଦ ହେବ ନାହିଁ।

ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଡିଭାଇସ କେଏଆଇଓଏସ ୨.୫.୦ କିମ୍ବା ନୂତନ ସଂସ୍କରଣ ଲାଗି କୌଣସି ଅସୁବିଧା ନାହିଁ ।

ସାମସଙ୍ଗ ଗାଲାକ୍ସି ଏସ ୨, ଆର୍କୋସ ୫୩ ପ୍ଲାଟିନମ, ନେକ୍ସସ ୭, ଆଇଫୋନ ୫, ଆଇଫୋନ ୫ ସି, ଏଲଜି ଅପ୍ଟିମସ ୨ ଏକ୍ସ, ଗ୍ରାଣ୍ଡ ଏସ ଫ୍ଲେକ୍ସ ଜେଟିଇ, ଏଚଟିସି ଡିଜାଇର ଏଚଡି, ସାମସଙ୍ଗ ଗାଲାକ୍ସି ଏସ, ଆସସ ପ୍ୟାଡ ଟ୍ରାନ୍ସଫର୍ମର, ସାମସଙ୍ଗ ଗାଲାକ୍ସି ଟ୍ୟାବ ୧୦.୧, ଗ୍ରାଟି ମୋଟରୋଲା ଜୁମ, ଏଚଟିସି ଡିଜାଇର ୫୦୦, ହୁଆୱାଇ ଆସେଣ୍ଡ ଡି, ହୁଆୱେ ଆସେଣ୍ଡ ଡି ୧, ଏଚଟିସି ଓ୍ବାନ, ସୋନି ଏକ୍ସପେରିଆ ଜେଡ ଏବଂ ସାମସଙ୍ଗ ଗାଲାକ୍ସି ନେକ୍ସସ ପ୍ରଭୃତି ଫୋନରେ ହ୍ବାଟସଆପ କାମ କରିବ ନାହିଁ।

ଯେତେବେଳେ ହ୍ବାଟସଆପ ବନ୍ଦ ହେବ ଏନେଇ ହ୍ବାଟସଆପ ଦ୍ୱାରା ସୂଚନା ଦିଆଯିବ। ହ୍ବାଟସଆପ ଫୋନକୁ ଅପଗ୍ରେଡ କରିବାକୁ କହିବ, ନଚେତ ହ୍ବାଟସଆପ ଫୋନରେ ଆଉ କାମ କରିବ ନାହିଁ । ଅକ୍ଟୋବର ୨୪ ପୂର୍ବରୁ ଏସବୁ କରିବାକୁ ହେବ।

ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

COASTAL NEWS ODIA 1250

ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ


 
କାମାକ୍ଷାନଗର – (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମୁଲାନ୍ସ ଯୋଗେ ଜଣେ ରୋଗୀକୁ ଆଣିବା ସମୟରେ ଆମୁଲାନ୍ସଟି ଖରାପ ହେବାରୁ ରୋଗୀ ଜଣକ ମୃତ୍ୟୁ ହୋଇଛି । ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମର କଣ୍ଟାସାହୀ ନିବାସୀ ବିଜୟ ସାମଲ( ୭୦ ) ତିନିଦିନ ହେବ ମଧୁମେହ ଏବଂ ରକ୍ତଚାପ ରୋଗ ଯୋଗୁ ଘରେ ଚିକିତ୍ସିତ ହେଉଥିଲେ ।

ତେବେ ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସମୟରେ ୧୦୮ ଆମ୍ବୁଲାନ୍ସଟି ଭୁବନ ନୂଆଭୁବନ ଛକ ନିକଟରେ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା । ଏହା ଆଉ ଆଗକୁ ଗଡି ନଥିଲା ।

ପରେ ବିଜୟଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚର ସାହାଯ୍ୟରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ଭୁବନ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟ ଆମ୍ବୁଲାନ୍ସରେ ଅକ୍ସିଜେନ୍ ଲାଗିଥିବା କାରଣରୁ ଜୀବିତ ଥିଲେ ଏବଂ ତାଙ୍କୁ ଗାଡିରୁ ଓହ୍ଲାଇବା ପରେ ସିଏ ଆଉ କଥାବାର୍ତ୍ତା କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମ୍ବୁଲାନ୍ସ ଖରାପ ହେବାରୁ ବିଜୟଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଦିନ ଦି’ପହରରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ

COASTAL NEWS ODIA 1249

ଦିନ ଦି’ପହରରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ




ଦେବଗଡ଼ - (CNO) ଭଞ୍ଜ ବିହାରୀ ମହାନ୍ତି - ଦିନ ଦି’ପରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ। ତା’ରେ ଟଙ୍କା ବ୍ୟାଗ ଧରି ବାଇକ୍‌ରେ ଚମ୍ପଟ ମାରିଥିଲେ। ସାପ୍ତାହିକ ହାଟ ଚାଲିଥିବା ବେଳେ ଏପରି ଘଟଣା ଘଟିଛି ଦେବଗଡ଼ରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଦେବଗଡ଼ ଖପରସାହିର କୁନା ନାୟକ ହେଉଛନ୍ତି ଜଣେ ତେଜରାତି ଦୋକାନୀ। ଆଜି ସେ ତିଲେଇବଣୀ ସାପ୍ତାହିକ ହାଟ ଥିବାରୁ ତେଜରାତି ସଉଦା ବିକ୍ରି କରିବା ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ରୁ ସାଢ଼େ ୧୧ଟା ହେବ। ଗହଳି ଚହଳିରେ ଫାଟି ପଡ଼ୁଥିଲା ହାଟ। ପ୍ରବଳ ଭିଡ଼ ଲାଗି ରହିଥିଲା। ଠିକ୍‌ ସେହି ସମୟରେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସି କୁନାଙ୍କ ଦୋକାନ ପାଖରେ ଅଟକି ଥିଲେ। ପ୍ରଥମେ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ତା’ପରେ ଟଙ୍କା ବ୍ୟାଗ ମାଗିଥିଲେ। ମାତ୍ର କୁନା ଟଙ୍କା ବ୍ୟାଗ୍‌ ଦେଇନଥିଲେ।
ଦୁର୍ବୃତ୍ତମାନେ ଛୁରାରେ କୁନାଙ୍କ ପିଠିକୁ ଭୁସିଦେଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଯେଉଁଥିରେ ପ୍ରାୟ ୬୦ ହଜାର ଟଙ୍କା ଥିଲା। ଚିତ୍କାର ଶୁଣି ସାଥୀ ଦୋକାନୀ ଓ ହାଟୁଆମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ। 

ଏନେଇ ଦେବଗଡ଼ ଆଦର୍ଶ ଥାନାକୁ ଖବର ଦେବା ସହିତ କୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କୁନାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ ପୁଲିସ।

ଛାଡପତ୍ର ମନ୍ଦିର

COASTAL NEWS ODIA 1248

ଛାଡପତ୍ର ମନ୍ଦିର 



CNO - ଭଞ୍ଜ ବିହାରୀ ମହାନ୍ତି - ଛାଡପତ୍ର ନେବା ମାନେ ଦୁଇ ଜଣଙ୍କ ଯୋଡି ଭାଙ୍ଗିବା ସହ ଦୁଇ ପରିବାରର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ । ଏହାର ଖରାପ ପ୍ରଭାବ ଆପଣଙ୍କ ପିଲାମାନଙ୍କ ଉପରେ ମଧ୍ୟ ପଡିଥାଏ । ହେଲେ ଯେତେବେଳେ ଗୋଟିଏ ସମ୍ପର୍କ ସହନଶୀଳତା ବାହାରକୁ ଯାଇଥାଏ, ସେତେବେଳେ ଛାଡପତ୍ର ଏକ ମାତ୍ର ବିକଳ୍ପ ହୋଇଯାଏ ।

ତେବେ ବର୍ତ୍ତମାନର ଆଧୁନିକ ସମୟରେ ମଧ୍ୟ ଛାଡପତ୍ର ହୋଇଥାବା ମହିଳାଙ୍କୁ ବହୁତ କଥା ଶୁଣିବା ପାଇଁ ପଡୁଛି । ହେଲେ ବହୁତ ବର୍ଷ ପୂର୍ବରୁ ଏପରି ସମୟ ଥିଲା ଯେତେବେଳେ ମହିଳାମାନଙ୍କୁ ଛାଡପତ୍ର ନେବା ପାଇଁ ଅନୁମତି ନଥିଲା । ତେବେ ସେହି ସମୟରେ ମହିଳାମାନଙ୍କୁ ଛାଡପତ୍ର ନେବାକୁ ବାରଣ କରାଯାଇଥିଲା, ଏବଂ ସେ ଅତ୍ୟାଚାର ସହିବାକୁ ବାଧ୍ୟ ଥିଲେ । ଯେପର୍ଯ୍ୟନ୍ତ ଜାପାନରେ ଏହି ଆଶ୍ରମ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିନଥିଲା, ସେହି ସମୟ ପର୍ଯ୍ୟନ୍ତ ମହିଳାମାନଙ୍କ ଉପରେ ଏହି ଅତ୍ୟାଚାର ଜାରି ରହିଥିଲା । କିନ୍ତୁ ଜାପାନରେ ଛାଡପତ୍ର ହୋଇଥିବା ମହିଳାଙ୍କର ସାହାଯ୍ୟ କରିବା ପାଇଁ କିଛି ବର୍ଷ ପୂର୍ବରୁ ଏକ ମନ୍ଦିର ନିର୍ମିତ ହୋଇଛି । ଏହାକୁ ମହିଳାଙ୍କର ଦ୍ୱିତୀୟ ଘର ବୋଲି କୁହାଯାଏ । ତେବେ ଏହି ମନ୍ଦିରଟି ଛାଡପତ୍ର ମନ୍ଦିର ଭାବେରେ ଜଣାଶୁଣା ରହିଛି ।

ଜାପାନର କାନାଗାଓ୍ଵା ପ୍ରଦେଶର କାମାକୁରା ସହରରେ ଅବସ୍ଥିତ ଟୋକି-ଜି ମନ୍ଦିରକୁ ‘ଛାଡପତ୍ର ମନ୍ଦିର’ କୁହାଯାଏ । ଏହି ମନ୍ଦିର ୬୦୦ ବର୍ଷ ପୁରୁଣା । ଏହି ମନ୍ଦିର ସେହିସମୟରେ ତିଆରି ହୋଇଛି ଯେଉଁ ସମୟରେ ଜାପାନର ମହିଳାମାନଙ୍କ ପାଖରେ ମୌଳିକ ଅଧିକାର ନଥିଲା । ଏହି ମନ୍ଦିରରେ ସେହି ମହିଳାମାନେ ରହିପାରୁଥିଲେ ଯେଉଁ ମାନେ ତାଙ୍କ ଶାଶୁ ଘରେ ଅତ୍ୟାଚାରର ଶିକାର ହେଉଥିଲେ । ଏହାକୁ ସେହି ମହିଳାମାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ କୁହାଯାଉଥିଲା ।

ସୂଚନା ମୁତାବକ, ଏହା ଏକ ବୌଦ୍ଧ ମନ୍ଦିର, ୧୨୮୫ରେ ବୌଦ୍ଧିଷ୍ଟ ନନ କାକୁସାନ ଶାଡି ନି ତିଆରି କରିଥିଲେ । ତେବେ ୧୧୫୮ ରୁ ୧୩୩୩ ମଧ୍ୟରେ ଜାପାନରେ ମହିଳାମାଙ୍କ ସ୍ଥିତି ବହୁତ ଖରାପ ଥିଲା । ତାଙ୍କ ପାଖରେ ତାଙ୍କର ମୌଳିକ ଅଧିକାର ନଥିଲା । ଏହା ବ୍ୟତୀତ ସେମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଥିଲା । ଏହି ପରିସ୍ଥିତିରେ ଯେଉଁ ମହିଳାମାନେ ତାଙ୍କ ବିବାହରେ ଖୁସି ନଥିଲେ ଓ ଘରୋଇ ହିଂସାର ଶିକାର ହେଉଥିଲେ , ସେମାନେ ଏହି ମନ୍ଦିରରେ ଆସି ରହିପାରୁଥିଲେ ।

ତେବେ ଏହାର କିଛି ସମୟ ପରେ ଏହି ମନ୍ଦିର ସେହି ମହିଳାମାନଙ୍କୁ ସରକାରୀ ଛାଡପତ୍ର ଦେବା ଆରମ୍ଭ କରିଛି । ଯାହାଦ୍ୱାରା ସେମାନେ ଜୀବନକୁ ଖୁସିରେ ବଞ୍ଚି ପାରିବେ । ଏହି ସାର୍ଟିଫିକେଟ୍‌ ଆଇନଗତ ଭାବେ ମହିଳାମାନଙ୍କୁ ସେ ବିବାହରୁ ବାହାର କରିପାରିବ । ତେବେ ଆଜି ଏହି ମନ୍ଦିର ମହିଳାଙ୍କ ସଶକ୍ତିକରଣର ପ୍ରତିକ ଭାବେ ଦେଖିବା ପାଇଁ ମିଳୁଛି ।

ସୁନାର ଲଙ୍କା

COASTAL NEWS ODIA 1247

ସୁନାର ଲଙ୍କା 



CNO - ଭଞ୍ଜ ବିହାରୀ ମହାନ୍ତି - ରାବଣ ନିଜ ଖରାପ କାର୍ଯ୍ୟ, ଅହଂକାର ଏବଂ ଜ୍ଞାନ ଯୋଗୁ ପୁରାଣ କାଳରୁ ଖୁବ ପରିଚିତ । ଆପଣ ମାନେ ସୁନାର ଲଙ୍କା ବିଷୟରେ ମଧ୍ୟ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏବେ ରାବଣର ସୁବର୍ଣ୍ଣ ଲଙ୍କା କେଉଁଠାରେ ଏବଂ କିପରି ଅଛି? ଆସନ୍ତୁ ଜାଣିବା ସୁନାର ଲଙ୍କା ବିଷୟରେ 

କୁହାଯାଏ ଯେ, ବର୍ତ୍ତମାନର ଶ୍ରୀଲଙ୍କାର ସିଗିରିୟା ନାମକ ଏକ ଅଞ୍ଚଳରେ ଦଶନନାଙ୍କ ରାଜ ମହଲ ଲଙ୍କା ରହିଛି । ଏହା ଏକ ନିଆରା ସ୍ଥାନରେ ଅବସ୍ଥିତ । ରାବଣର ସାମ୍ରାଜ୍ୟ ମଧ୍ୟ ଶ୍ରୀଲଙ୍କା, ବଦୁଲ୍ଲା, ଅନୁରାଧାପୁରା, କେଣ୍ଡି , ପୋଲୋନୁରୱା ଏବଂ ନୁରୱା ଏଲିୟା ପର୍ଯ୍ୟନ୍ତ ବିସ୍ତାର ହୋଇଥିବାର ବିଶ୍ୱାସ କରାଯାଏ । କୁହାଯାଏ ଯେ, ଏହି ମହଲ କୁବେରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ସିଗିରିୟା ପାହାଡ ଶୀର୍ଷରେ ଏକ ପୁରୁଣା ମହଲର ଅବଶେଷ ରହିଛି । ଯାହା ଦୁର୍ଗ, ବଗିଚା, ପୋଖରୀ, କେନାଲରେ ଘେରି ହୋଇରହିଛି । ଶୁଣାଯାଏ ରାବଣ ଏଠାରେ କିଛି ଦିନ ପାଇଁ ମାତା ସୀତାଙ୍କୁ ରଖିଥିଲା । ଏହି ମହଲ ଏତେ ଉଚ୍ଚତାରେ ଥାଇ ମଧ୍ୟ ଏଠାରେ ପାଣିର ବିଶେଷ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ରାଣୀମାନଙ୍କ ପାଇଁ ଏଠାରେ ବଗିଚା ମଧ୍ୟ ରହିଥିଲା ।

ଏହି ମହଲକୁ ଯିବା ପାଇଁ ପ୍ରାୟ ୧୦୦୦ ସିଡ଼ି ଥିଲା । ସେଥିପାଇଁ ରାବଣ ଓ ତାଙ୍କ ବନ୍ଧୁ ପରିଜନଙ୍କ ପାଇଁ ଏଠାରେ ଲିଫ୍ଟ ଲଗାଯାଇଥିଲା । ସ୍ଥାନୀୟ ମିଡିଆ ଅନୁସାରେ, ରାଗେଲା ଜଙ୍ଗଲର ପ୍ରାୟ ୮ ହଜାର ଫୁଟ ଉପରେ ରାବଣର ଶବ ରଖାଯାଇଛି । ଲୋକଙ୍କ କହିବା ଅନୁଯାୟୀ ରାବଣର ଶବକୁ ମମି ରୂପରେ ରଖାଯାଇଛି । ଶବ ଉପରେ ଏକ ନିଆରା ଲେପ ଲଗାଯାଇଛି, ଯାହା ଦ୍ୱାରା ଶବ କେବେ ଖରାପ ହେବ ନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ ।

ପୁଟିନ୍‌ଙ୍କୁ ହୃଦଘାତ: ତଳେ ପଡିଯିବାରୁ ହସ୍ପିଟାଲରେ ଭର୍ତ୍ତି

COASTAL NEWS ODIA 1246

ପୁଟିନ୍‌ଙ୍କୁ ହୃଦଘାତ: ତଳେ ପଡିଯିବାରୁ ହସ୍ପିଟାଲରେ ଭର୍ତ୍ତି

 

ମସ୍କୋ,୨୪।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ହୃଦଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ ଏକ ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । 

ତେବେ ଘଟଣା ସମ୍ପର୍କରେ ରୁଷିଆ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଘଟଣାଟି ରବିବାର ସନ୍ଧ୍ୟାରେ ଘଟିଥିବା ଜଣାଯାଇଛି।

ଦଶହରାରେ ବଡ ଅଘଟଣ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ

COASTAL NEWS ODIA 1245

ଦଶହରାରେ ବଡ ଅଘଟଣ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ 



ଝାରଖଣ୍ଡ - (CNO) ଭଞ୍ଜ ବିହାରୀ ମହାନ୍ତି - ଦଶହରାରେ ବଡ ଅଘଟଣ । ଝାରଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବରାଜରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଯାଇଥିଲେ ।

ଖବର ମୁତାବକ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ବୋଲେରୋରେ ଆସନସୋଲରୁ ଗିରିଡିହ ଯାଉଥିଲେ । ରାସ୍ତାରେ ସିକଟିୟା ପାଖରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଅଜୟ ବରାଜରେ ଖସିପଡିଥିଲା । ଏଥିରେ ଥିବା ଦୁଇ ପିଲାଙ୍କ ସମେତ ୫ ଜଣ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ନିଜ ଜୀବନକୁ ରକ୍ଷା କରିପାରିଛନ୍ତି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସହାୟତା କରିବା ପାଇଁ ଚାଲିଆସିଥିଲେ । ଆଉ ଗାଡି ଭିତରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ

COASTAL NEWS ODIA 1244

ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଗତକାଲି  ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଆଇଏଏସ୍ ଭି.କେ ପାଣ୍ଡିଆନ। ଆଜି କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ପ୍ରାପ୍ତ ୨୦୦୦ ମସିହା ଆଇଏଏସ୍ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।

ବିଜୟାଦଶମୀରୁ ନୂଆ ଦାୟିତ୍ୱ ନେଇଥିବା ପାଣ୍ଡିଆନଙ୍କ କାର୍ଯ୍ୟ ପ୍ରାୟତଃ ସମାନ ରହିବ। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ପୁଣି ସରକାରରେ ଗୁରୁତ୍ୱପୁର୍ଣ୍ଣ ପଦ ମିଳିଛି। ଏହି ପଦବୀରେ ରହି ସେ ବିଧିବଦ୍ଧ ଭାବେ ସରକାରୀ ଭାବେ ନବୀନଙ୍କ ପରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବା ସ୍ପଷ୍ଟ ହୋଇଛି। ଯଦିଓ ପୂର୍ବରୁ ସେ ଅଣ ଆନୁଷ୍ଠାନିକ ଭାବେ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟିଥିଲେ। ଏହି ନୂଆ ଦାୟିତ୍ୱରେ ରହିବା ପରେ ସେ  ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ କରିବାକୁ ବାଧ୍ୟ ହେବେ। 

ସୂଚନାଯୋଗ୍ୟ, ଗତକାଲି ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଉଭୟ ବିଜେଡି ଓ ସରକାରୀ କଳରେ ପାଣ୍ଡିଆନ ପ୍ରଭାବଶାଳୀ ଅଛନ୍ତି । 

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପାଣ୍ଡିଆନ ସରକାରୀ ଚାକିରି ଛାଡ଼ିବାକୁ ନେଇ ରାଜନୀତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଆଇଏଏସ୍ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ ।
୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । 

୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ ।
COASTAL NEWS ODIA 1243


न्यू दिल्ली - (CNO) क्या छिनेगी महुआ मोइत्रा की सांसदी? क्या है 18 साल पुराना 11 सांसदों का वो केस
क्या छिनेगी महुआ मोइत्रा की सांसदी? क्या है 18 साल पुराना 11 सांसदों का वो केस

 18 साल पहले, डॉ. मनमोहन सिंह के कार्यकाल में ठीक ऐसा ही मामला सामने आया था. तब 11 सांसद निलंबित हो गए थे.

निशिकांत दुबे ने महुआ मोइत्रा के खिलाफ लोकपाल में भी शिकायत की है. 


तृणमूल कांग्रेस की लोकसभा सांसद महुआ मोइत्रा के खिलाफ सवाल के बदले रिश्वत लेने का मामला गरमा गया है. एक तरफ लोकसभा अध्यक्ष ओम बिरला ने BJP सांसद निशिकांत दुबे की शिकायत को आचार समिति के पास भेज दिया है. तो वहीं, दुबे ने लोकपाल में भी शिकायत की है. उधर, महुआ की पार्टी TMC ने इस पूरे घटनाक्रम से खुद को अलग कर लिया है.

लोकसभा अध्यक्ष को लिखी चिट्ठी में निशिकांत दुबे ने महुआ मोइत्रा पर पैसे लेकर सवाल पूछने का आरोप लगाया है और 2005 के वाकये का जिक्र किया था. क्या है 18 साल पुरानी वो घटना? क्या उसी तर्ज पर महुआ मोइत्रा की सांसदी छिन सकती है? आइये समझते हैं…

क्या है 2005 की वो घटना?
साल 2004 में डॉ. मनमोहन सिंह की अगुवाई में केंद्र में यूपीए की सरकार बनने के ठीक सालभर बाद एक स्टिंग सामने आया और तहलका मच गया. कोबरा पोस्ट नाम के डिजिटल पोर्टल ने स्टिंग ऑपरेशन किया, जिसका टाइटल था ‘ऑपरेशन दुर्योधन’. इस स्टिंग ऑपरेशन में कुछ सांसद एक कंपनी को प्रमोट करने और पैसे के बदले संसद में सवाल पूछने को तैयार होते दिख रहे थे.

पोर्टल ने दावा किया उसने 8 महीने तक स्टिंग के बाद 56 वीडियो और 70 ऑडियो टेप जुटाए थे. इस स्टिंग ऑपरेशन में जिन सांसदों का नाम आया था, उसमें 6 सांसद बीजेपी के थे. जबकि एक सांसद (मनोज कुमार) आरजेडी के और एक कांग्रेस के थे. 12 जनवरी 2005 को एक न्यूज चैनल ने इस स्टिंग ऑपरेशन को ऑन एयर चला दिया.

आनन-फानन में बनी संसदीय समिति
उसी दिन आनन-फानन में लोकसभा अध्यक्ष ने पूरे मामले की जांच के लिए एक संसदीय समिति गठित कर दी. कांग्रेस नेता पवन बंसल इस कमेटी के अध्यक्ष थे. जबकि भाजपा के विजय कुमार मल्होत्रा, सीपीएम के मोहम्मद सलीम, समाजवादी पार्टी के राम गोपाल यादव और कांग्रेस के सी. कुप्पूस्वामी (C Kuppusamy) सदस्य के तौर पर शामिल किए गए थे.


और चली गई 11 सांसदों की सदस्यता
इस समिति की जांच के आधार पर तत्कालीन रक्षा मंत्री प्रणब मुखर्जी ने संसद में एक प्रस्ताव पेश किया. जिसमें कहा गया कि इन सांसदों का व्यवहार अनैतिक था और उनकी सदस्यता खत्म की जानी चाहिए. यह प्रस्ताव पारित भी हो गया. 11 सदस्यों की सांसदी छीन ली गई थी. हालांकि बीजेपी की तरफ से तीखा विरोध देखा गया. बीजेपी सांसद वॉक आउट कर गए. तब लाल कृष्ण आडवाणी ने इस फैसले को ‘कैपिटल पनिशमेंट’ करार दिया था. बाद में मामला कोर्ट की दहलीज तक भी गया.

 

ପାକିସ୍ତାନ ବନାମ ଆଫଗାନିସ୍ତାନ ସ୍କୋର, ବିଶ୍ୱକପ: ଆଫଗାନିସ୍ତାନ ପାକିସ୍ତାନକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।

COASTAL NEWS ODIA 1242

ପାକିସ୍ତାନ ବନାମ ଆଫଗାନିସ୍ତାନ ସ୍କୋର, ବିଶ୍ୱକପ:  ଆଫଗାନିସ୍ତାନ ପାକିସ୍ତାନକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।
 

ଚେନ୍ନାଇ - (CNO) ସୋମବାର  (23 ଅକ୍ଟୋବର) ଦିନିକିଆ ବିଶ୍ୱକପ 2023 ରେ ହୋଇଥିଲା |  ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଆଫଗାନିସ୍ତାନ ଦଳ 8 ୱିକେଟରେ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା।

ଏହାପୂର୍ବରୁ ଆଫଗାନିସ୍ତାନ ଦଳ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ 69 ରନରେ ପରାସ୍ତ କରି ପ୍ରଥମ ଅସନ୍ତୋଷ ସୃଷ୍ଟି କରିଥିଲା।  ଏହା ପରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନେଦରଲ୍ୟାଣ୍ଡ ଦ୍ୱାରା ଟୁର୍ନାମେଣ୍ଟର ଦ୍ୱିତୀୟ ବିରକ୍ତି ହାସଲ କରାଯାଇଥିଲା |  ବର୍ତ୍ତମାନ ଆଫଗାନିସ୍ତାନ ଟୁର୍ନାମେଣ୍ଟର ତୃତୀୟ ପ୍ରମୁଖ ଅସନ୍ତୋଷ ସୃଷ୍ଟି କରିଛି।

ଜଡ୍ରାନ୍, ଗୁରୁବାଜ ଏବଂ ରହମତ ଏହି ମ୍ୟାଚର ହିରୋ ଭାବେ ବିବେଚିତ ହୋଇଛନ୍ତି l

ଏହି ମ୍ୟାଚରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନୀ ଦଳ 283 ରନ୍‌ର ଟାର୍ଗେଟ ଦେଇଥିଲା।  ଏହାର ଜବାବରେ ଆଫଗାନିସ୍ତାନ ଦଳ 2 ୱିକେଟ୍ ହରାଇବା ପରେ ମ୍ୟାଚ୍ ଜିତିଥିଲା।  ଓପନିଂରେ ଏକ ଶତକ ଭାଗିଦାରୀ କରି ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜାଦ୍ରାନ ଦଳକୁ ଭଲ ଆରମ୍ଭ କରିଥିଲେ।  ଜାଦ୍ରାନ୍ 113 ବଲରେ 87 ରନ୍ ଏବଂ ଗୁରୁବାଜ 53 ବଲରେ 65 ରନ୍ ସଂଗ୍ରହ କରିଥିଲେ।




ଆଫଗାନିସ୍ତାନ ୱିକେଟ୍

ପ୍ରଥମ ୱିକେଟ୍: ରହମାନୁଲ୍ଲା ଗୁରୁବାଜ (65), ୱିକେଟ୍- ଶାହିନ୍ ଆଫ୍ରିଦି, 130/1

ଦ୍ୱିତୀୟ ୱିକେଟ୍: ଇବ୍ରାହିମ୍ ଜାଦ୍ରାନ୍ (87), ୱିକେଟ୍- ହାସନ୍ ଅଲି, 190/2 |

ODI ରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଛି |

ODI ରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ବିଜୟ ପଞ୍ଜିକରଣ କରିଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 8 ଟି ODI ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ପାକିସ୍ତାନ ପ୍ରଥମ 7 ଟି ମ୍ୟାଚ୍ ଜିତିଛି |  ODI ବିଶ୍ୱକପରେ ଆଫଗାନିସ୍ତାନର ଏହା ହେଉଛି ତୃତୀୟ ବିଜୟ |  ଏହାପୂର୍ବରୁ, ସେମାନେ 2015 ରେ ସ୍କଟଲ୍ୟାଣ୍ଡ କୁ ଏବଂ  ଇଂଲଣ୍ଡକୁ ପରାସ୍ତ କରିଥିଲେ ଅର୍ଥାତ୍ 2023 |


 ଆଫଗାନିସ୍ତାନ ଦଳ 2015 ରୁ ବିଶ୍ୱକପ୍ ଖେଳିବା ଆରମ୍ଭ କରିଛି |  ସେବେଠାରୁ ବିଶ୍ୱକପରେ ମୋଟ 20 ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ 3 ଟି ଜିତିଛି |  ଏହି ତିନୋଟି ମଧ୍ୟରୁ ଦୁଇଟି ପ୍ରମୁଖ ଅପ୍ସେଟ୍ କରିଥିଲା ​​|  ବର୍ତ୍ତମାନର ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ 69 ରନ ବ୍ୟବଧାନରେ ପରାସ୍ତ କରି ଏକ ବଡ଼ ଅସନ୍ତୋଷ ସୃଷ୍ଟି କରିଥିଲା।  ଏହା ପରେ, ଆଜି ଆମେ 1992 ଚାମ୍ପିୟନ ପାକିସ୍ତାନକୁ ପରାସ୍ତ କରିଛୁ |

 ବାବର ଏବଂ ଶାଫିକ୍ ଚମତ୍କାର ପଚାଶ ରନ୍ କରିଥିଲେ

 ବାବର ଫର୍ମକୁ ଫେରିଛନ୍ତି।  ସେ 92 ବଲରେ 74 ରନର ଇନିଂସ ଖେଳିଥିଲେ।  ତାଙ୍କ ବ୍ୟତୀତ ଅବଦୁଲ୍ଲା ଶାଫିକ୍ 58 ରନ୍ ସଂଗ୍ରହ କରିଥିଲେ।  ଶେଷରେ ଶାଦବ ଖାନ 40 ରନ ଏବଂ ଇଫ୍ଟିକର ଅହମ୍ମଦ ମଧ୍ୟ 40 ରନ ଖେଳିଥିଲେ।  18 ବର୍ଷୀୟ ସ୍ପିନର ନୁର ଅହମ୍ମଦ ଆଫଗାନିସ୍ତାନ ପାଇଁ ସର୍ବାଧିକ 3 ୱିକେଟ୍ ନେଇଥିଲେ।  ନବୀନ ଉଲ ହକ ୨ଟି ୱିକେଟ୍ ନେଇଥିଲେ।  ମହମ୍ମଦ ନବୀ ଏବଂ ଆଜମତୁଲ୍ଲା ଉମରଜାଇ ପ୍ରତ୍ୟେକଙ୍କୁ 1 ସଫଳତା ପାଇଥିଲେ।

 ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଏହି ବିଶ୍ୱକପରେ 4 ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ 2 ଟି ଜିତି 2 ଟି ହାରିଛି |  ବାବର ଆଜାମଙ୍କ ଅଧିନାୟକତ୍ୱରେ ଏହି ଦଳ ଗତ ଦୁଇଟି ମ୍ୟାଚ୍ ହାରିଛି।  ଏଥିରେ ଭାରତ ଏବଂ ଅଷ୍ଟ୍ରେଲିଆଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା।  ସେମିଫାଇନାଲରେ ରହିବାକୁ ହେଲେ ଏହାର ଅବଶିଷ୍ଟ 5 ଟି ମ୍ୟାଚ ମଧ୍ୟରୁ ଅତି କମରେ 4 ଟି ଜିତିବାକୁ ପଡିବ |

ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ରେ 4 ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ 2 ଟି ଜିତି 2 ଟି ହାରିଛି।  ବାବର ଆଜାମଙ୍କ ଅଧିନାୟକତ୍ୱରେ ଏହି ଦଳ ଗତ ଦୁଇଟି ମ୍ୟାଚ୍ ହାରିଛି।  ଏଥିରେ ଭାରତ ଏବଂ ଅଷ୍ଟ୍ରେଲିଆଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା।  ସେମିଫାଇନାଲରେ ରହିବାକୁ ହେଲେ ଏହାର ଅବଶିଷ୍ଟ 5 ଟି ମ୍ୟାଚ ମଧ୍ୟରୁ ଅତି କମରେ 4 ଟି ଜିତିବାକୁ ପଡିବ |

ଆଫଗାନିସ୍ତାନ ଦଳ 2015 ରୁ ବିଶ୍ୱକପ୍ ଖେଳିବା ଆରମ୍ଭ କରିଛି |  ସେବେଠାରୁ ବିଶ୍ୱକପରେ ମୋଟ 20 ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ 3 ଟି ଜିତିଛି |  ଏହି ତିନୋଟି ମଧ୍ୟରୁ ଦୁଇଟି ପ୍ରମୁଖ ଅପ୍ସେଟ୍ କରିଥିଲା ​​|  ବର୍ତ୍ତମାନର ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ 69 ରନ ବ୍ୟବଧାନରେ ପରାସ୍ତ କରି ଏକ ବଡ଼ ସଫଳତା ସୃଷ୍ଟି କରିଥିଲା।  ଏହା ପରେ, ଆଜି  1992 ଚାମ୍ପିୟନ ପାକିସ୍ତାନକୁ ପରାସ୍ତ କରଛି |


ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା

COASTAL NEWS ODIA 1241

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା 



ଗାଜା - (CNO) ଭଞ୍ଜ ବିହାରୀ ମହାନ୍ତି - ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ଅଧିକାଂଶ ଅଞ୍ଚଳ ଛିନଛତ୍ର ହୋଇ ଯାଇଛି। ଗାଜାକୁ ନିଜର ଗଡ଼ ଭାବେ ବ୍ୟବହାର କରୁଥିବା ହମାସ ଆତଙ୍କବାଦୀଙ୍କ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗି ପଡ଼ିଛି। ଉଭୟ ଆକାଶ ପଥ ଓ ସ୍ଥଳ ପଥରେ ଇସ୍ରାଏଲ ସେନା ଅପରେସନ ଜାରି ରଖିଛନ୍ତି। ଏଥିପାଇଁ ସାଧାରଣ ଲୋକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି।

ଏସବୁ ଭିତରେ ଗାଜାର ନେଓନିତାଲ ଇଣ୍ଟେନସିଭ କେୟାର ୟୁନିଟର ଡାକ୍ତରମାନେ ପୂରା ବିଶ୍ୱକୁ ଆକୁଳ ନିବେଦନ କରିଛନ୍ତି। ହସ୍ପିଟାଲରେ ତେଲ ଓ ଜରୁରୀ ମେଡିସିନର ଅଭାବ ସେମାନଙ୍କୁ ବଚଳିତ କରିଛି। ଯଦି ସେମାନଙ୍କ ଇନକ୍ୟୁବଟର୍ସଗୁଡ଼ିକ ତେଲ ଅଭାବରୁ ବନ୍ଦ ହୋଇଯିବ, ତା’ହେଲେ କିଛି ମିନିଟ ମଧ୍ୟରେ ୫୫ ଜଣ ଶିଶୁଙ୍କ ଜୀବନ ଚାଲିଯିବ ବୋଲି ସେମାନେ କହିଛନ୍ତି।

ଅଲ ଶିଫା ହସ୍ପିଟାଲର ଡାକ୍ତର ନସୀର ବୁଲବୁଲ କହିଛନ୍ତି, “କ୍ରିଟିକାଲ ବିଭାଗ ପାଇଁ ଜରୁରୀ ମେଡିସିନ ଆବଶ୍ୟକ। ଜରୁରୀ ମେଡିସିନ ପଠାଇବା ପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରିଛୁ।

ଯଦି ମେଡିସିନ ନ ମିଳିବ, ତା’ହେଲେ ଆମେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବୁ। ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଗଲେ, ୫୫ ଜଣ ଶିଶୁଙ୍କ ଜୀବନ ଚାଲିଯିବ। କାରଣ ସେମାନଙ୍କୁ ୫ ମିନିଟ ମଧ୍ୟରେ ବିଜୁଳି ମିଳିବା ଦରକାର। ନଚେତ ସେମାନେ ସବୁ ଦିନ ପାଇଁ ଆଖି ବୁଜି ଦେବେ।”

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ ଅଲ କିଦ୍ରାଙ୍କ କହିବା କଥା ଯେ ଇଲେକ୍ଟ୍ରିକ ଇନକ୍ୟୁବର୍ସରେ ୧୩୩ ଜଣ ନବଜାତ ରହିଛନ୍ତି। ହସ୍ପିଟାଲଗୁଡ଼ିକରେ ଥିବା ଜେନେରେଟର୍ସଗୁଡ଼ିକରେ ତେଲ ଶେଷ ହେବାକୁ ଲାଗିଲାଣି। ବିଶେଷ କରି ଗାଜାର ସବୁ ଠାରୁ ବଡ଼ ହସ୍ପିଟାଲ ଶିଫାରେ ଥିବା ଜେନେରେଟର ଟାଙ୍କିରେ ତେଲ ଆଉ ମାତ୍ର ସ୍ୱଳ୍ପ ପରିମାଣର ରହିଛି।

ଜୀବନ ରକ୍ଷା କରି ଉପକରଣଗୁଡ଼ିକ ପାଇଁ ତେଲ ସୁଇଜକୁ ଖୋଲା ରଖାଯାଇଛି। କିନ୍ତୁ ସେଗୁଡ଼ିକ କେତେ ସମୟ ଚାଲିବ, ସେକଥା କାହାକୁ ଜଣା ନାହିଁ। ଆମେ ପୂରା ବିଶ୍ୱକୁ ତେଲ ଯୋଗାଇ ଦେବାକୁ ନିବେଦନ କରୁଛି। ହସ୍ପିଟାଲଗୁଡ଼ିକରେ ଜୀବନ ରକ୍ଷା ପାଇଁ ଆମେ ଆମର ସରକାର ଓ ଘରୋଇ ପେଟ୍ରୋଲ ଷ୍ଟେସନଗୁଡ଼ିକ ଯଥା ସମ୍ଭବ ତେଲ ଯୋଗାଣ ପାଇଁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।

ଅଭିନବ ଉପାୟରେ ଚୋରି

COASTAL NEWS ODIA 1240

ଅଭିନବ ଉପାୟରେ ଚୋରି 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଦଶହରା ପୂଜାରେ ମାଲାମାଲ୍‌ ହେବାକୁ ଚାହୁଁଥିଲେ। ସେଥିପାଇଁ ଭଦ୍ର ଲୋକଙ୍କ ପରି ହାଫ୍‌ ପ୍ୟାଣ୍ଟ ପିନ୍ଧି ଲୁଗା ଶୋ’ ରୁମ୍‌କୁ ଯାଇଥିଲେ। ଆଉ ବାହାରିଲା ବେଳେ ହାଫ୍‌ ପ୍ୟାଣ୍ଟ ଉପରେ ଗୋଟେ ପରେ ଗୋଟିଏ ଦୁଇଟି ଜିନ୍ସ ପିନ୍ଧି ବାହାରୁଥିଲେ। ହେଲେ ଧରି ପକାଇଲା ପ୍ରସ୍ଥାନ ଗେଟ୍‌ରେ ଲାଗିଥିବା ଡିଟେକ୍ଟର ମେସିନ୍‌। ଆଉ ତା’ପରେ ମାଡ଼ି ବସିଲେ ସିକ୍ୟୁରିଟି ଗାର୍ଡ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଅଭିଯୋଗ।

କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ରହିଛି ଏକ ବଡ଼ ଶୋ’ ରୁମ୍‌। ସେହି ଶୋ’ ରୁମ୍‌କୁ ହାଫ୍‌ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ଯାଇଥିଲେ ରାଜ୍‌(ଛଦ୍ମନାମ)। ଲୁଗା ଦୋକାନରେ ବିଭିନ୍ନ ଷ୍ଟଲ୍‌ ବୁଲିଥିଲେ। ତା’ସହ ଜିନ୍ସ ଓ ଟି-ସାର୍ଟ ଧରି ଟ୍ରାଏଲ୍‌ ରୁମ୍‌କୁ ଗଲେ । ଟ୍ରାଏଲ୍‌ କରିବେ କଣ ହାଫ୍‌ ପ୍ୟାଣ୍ଟ ଉପରେ ଜିନ୍ ପ୍ୟାଣ୍ଟ ପିନ୍ଧିଲେ। ତା’ଉପରେ ଗୋଟିଏ ପରେ ଗୋଟିଏ ଦୁଇଟି ଜିନ୍ସ ପିନ୍ଧିଥିଲେ। ଖାଲି ଜିନ୍ସ ନୁହେଁ, ଟି-ସାର୍ଟ ଉପରେ ଟି-ସାର୍ଟ ମଧ୍ୟ ପିନ୍ଧି ଥିଲେ ରାଜ୍। ତା’ପରେ ଭଦ୍ର ଲୋକଙ୍କ ପରି ଟ୍ରାଏଲ ରୁମ୍‌ରୁ ବାହାରି ଆସିଲେ। ଆଉ ଅନ୍ୟ ଲୋକଙ୍କ ପରି ଶୋ’ ରୁମ୍‌ରେ କିଛି ସମୟ ପାଇଁ ବୁଲିଲେ। ହେଲେ ପ୍ୟାଣ୍ଟ ଓ ସାର୍ଟରେ ଲାଗିଥିବା ବାର୍‌ କୋର୍ଡକୁ କାଢ଼ିନଥିଲେ।

କିଛି ସମୟ ବୁଲିବା ପରେ ରାଜ ଶୋ’ ରୁମ୍‌ ଛାଡ଼ିବା ପାଇଁ ଚାହିଁଥିଲେ। ଶୋ’ ରୁମ୍‌ରୁ ବାହାରୁଥିବା ବେଳେ ପ୍ରସ୍ଥାନ ଗେଟ୍‌ରେ ଲାଗିଥିବା ଡିଟେକ୍ଟର ମେସିନ୍‌ ରିଙ୍ଗ କରିଥିଲା। ଆଉ ତା’ପରେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଯାଞ୍ଚ କରିଥିଲେ। ତା’ପରେ ଖୋଲିଥିଲା ସବୁ ରାଜ୍‌। ସିକ୍ୟୁରିଟି ଗାର୍ଡ଼ ଓ ଶୋ’ ରୁମ୍‌ କର୍ମଚାରୀମାନେ ତା’ ଦେହରୁ ଗୋଟିଏ ପରେ ଗୋଟିଏ ଟି-ସାର୍ଟ, ଗୋଟିଏ ପରେ ଗୋଟିଏ ଜିନ୍ସ ଓ ହାଫ୍‌ ପ୍ୟାଣ୍ଟ କାଢ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଜିମାରେ ଦେଇଥିଲେ।

ନିକଟରେ ନୟାପଲ୍ଲୀ ଥାନା ଅଧୀନରେ ଏହିପରି ଏକ ମହିଳା ରାକେଟ ଧରାପଡ଼ିଥିଲେ। ସେମାନେ ଶାଢ଼ୀ ଭିତରେ ସାମଗ୍ରୀ ଲୁଚାଇ ନେଉଥିବା ବେଳେ ଧରାପଡ଼ି ଥିଲେ।

ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍’: ଆହ୍ଲାବାଦ ହାଇକୋର୍ଟ

COASTAL NEWS ODIA 1239

‘ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍’: ଆହ୍ଲାବାଦ ହାଇକୋର୍ଟ
 



 
ନୂଆଦିଲ୍ଲୀ, ୨୩।୧୦: (CNO) ଭଞ୍ଜ ବିହାରୀ ମହାନ୍ତି =‘ଲିଭ୍ ଇନ୍ ରିଲେସନସିପ୍ ପ୍ରାୟତଃ ଟାଇମ୍ ପାସ୍ ପାଇଁ ରହିଥାନ୍ତି।’ ଭିନ୍ନ ଜାତିରେ ସମ୍ପର୍କକୁ ବିଶ୍ୱାସ ରଖୁଥିବା ଲିଭ୍ ଇନ୍ ଦମ୍ପତିଙ୍କୁ ପୋଲିସ ସୁରକ୍ଷା ଦେବାକୁ ମନା କରି ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି ଯେ ଏକ ଲିଭ୍ ଇନ୍ ସଂପର୍କରେ ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ରହିଛି। ଏପରି ସଂପର୍କରେ କୌଣସି ସଚ୍ଚୋଟତା ନାହିଁ।

ଜଷ୍ଟିସ ରାହୁଲ ଚତୁର୍ବେଦୀ ଏବଂ ଜଷ୍ଟିସ ମହମ୍ମଦ ଅଜହର ହୁସେନ୍ ଇଡ୍ରିସିଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ବେଞ୍ଚ କହିଛନ୍ତି – ଏଥିରେ କୌଣସି ସନ୍ଦେହ ନାହିଁ ଯେ ସୁପ୍ରିମକୋର୍ଟ ଅନେକ କ୍ଷେତ୍ରରେ ଲିଭ୍ ଇନ୍ ସମ୍ପର୍କକୁ ଆଇନଗତ କରିଛନ୍ତି, କିନ୍ତୁ ୨୨-୨୦ ବର୍ଷ ବୟସରେ ଦୁଇ ମାସର ସମ୍ପର୍କ ମଧ୍ୟରେ ଆମେ ଆଶା କରିପାରିବୁ ନାହିଁ ଯେ ଏହି ଦମ୍ପତି ଏପରି ଅସ୍ଥାୟୀ ଭାବରେ ପ୍ରବେଶ କରିବେ? ସମ୍ପର୍କ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ସମର୍ଥ ହେବେ।
-କ’ଣ ଥିଲା ସମଗ୍ର ବିଷୟ ?

ଜଣେ ହିନ୍ଦୁ ଝିଅ ଏବଂ ଜଣେ ମୁସଲମାନ ବାଳକ ସୁରକ୍ଷା ଦାବି କରି କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ, ଝିଅର ପରିବାର ଆଇପିସିର ଧାରା 366 ଅନୁଯାୟୀ ପୁଅ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ। ଦମ୍ପତିମାନେ ଏଫ୍ଆଇଆର୍ ରଦ୍ଦ କରିବାକୁ ଦାବି କରିଥିଲେ।

ଓକିଲ ଦମ୍ପତିଙ୍କ ମାଧ୍ୟମରେ କୋର୍ଟଙ୍କୁ କହିଛନ୍ତି – ଦୁହେଁ ବୟସ୍କ ଅଟନ୍ତି। ପରସ୍ପରକୁ ଭଲ ପାଉଛନ୍ତି ଏବଂ ଲିଭ୍ ଇନ୍ ରିଲେସନସିପ୍ ରେ ରହିବାକୁ ଚାହୁଁଛନ୍ତି। ସେମାନଙ୍କର ଭବିଷ୍ୟତ ସ୍ଥିର କରିବାର ଅଧିକାର ସେମାନଙ୍କର ଅଛି।
ଅନ୍ୟପକ୍ଷରେ, ଏଫଆଇଆର ଦାଖଲ କରିଥିବା ଝିଅର ମାଉସୀ ଏହି ଦମ୍ପତିଙ୍କ ଆବେଦନକୁ ବିରୋଧ କରି କହିଛନ୍ତି ଯେ ୟୁପି ଗ୍ୟାଙ୍ଗଷ୍ଟର ଆକ୍ଟର ଧାରା ୨,୩ ଅନୁଯାୟୀ ବାଳକ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇସାରିଛି। ସେ ଏକ ରୋଡ୍-ରୋମିଓ ଏବଂ ଯାହା ବି ହେଉ, ଯାହାର ନିଜର ଭବିଷ୍ୟତ ନାହିଁ, ସେ ନିଶ୍ଚିତ ଭାବରେ ଝିଅର ଜୀବନକୁ ନଷ୍ଟ କରିଦେବ।

ଶେଷରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ପ୍ରକାର ସମ୍ପର୍କକୁ ବିରୋଧ କରିଥିଲେ।

କୋର୍ଟ କହିଛନ୍ତି- “ଏଭଳି ସଂପର୍କରେ ସ୍ଥିରତା ଏବଂ ସଚ୍ଚୋଟତା ଅପେକ୍ଷା ଅଧିକ ସଂଲଗ୍ନତା ଅଛି। ଯେପର୍ଯ୍ୟନ୍ତ ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେବେ ଏବଂ ସେମାନଙ୍କ ସମ୍ପର୍କର ନାମ ନ ଦିଅନ୍ତି କିମ୍ବା ସେମାନେ ପରସ୍ପର ସହ ସଚ୍ଚୋଟ ନ ହୁଅନ୍ତି, ସେପର୍ଯ୍ୟନ୍ତ କୋର୍ଟ ଏଭଳି ସମ୍ପର୍କ ଉପରେ କୌଣସି ମତ ପ୍ରକାଶ କରିବାକୁ ବାରଣ କରିବେ। ”

ଶେଷରେ, କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୋର୍ଟଙ୍କ ମନ୍ତବ୍ୟକୁ ଭୁଲ ବ୍ୟାଖ୍ୟା କରାଯିବା ଉଚିତ ନୁହେଁ। ଏହା ସହିତ ପୋଲିସର ସୁରକ୍ଷା ଦାବିରେ ଦମ୍ପତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଆଜିର ରାଶିଫଳ

COASTAL NEWS ODIA 1238

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୪ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର* 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।*
*✧═════•❁❀❁•═════✧*
*🌹ବୃଷ🌹👉:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।*
*✧═════•❁❀❁•═════✧*
*🌹ତୁଳା🌹👉:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।*
*✧═════•❁❀❁•═════✧*
*🌹ମକର🌹👉:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ  ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।  ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।*
*✧═════•❁❀❁•═════✧*

Monday, October 23, 2023

ବାତ୍ୟା ହମୁନ ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ

COASTAL NEWS ODIA 1237

ବାତ୍ୟା ହମୁନ ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ 



ଭୁବନେଶ୍ୱର – (CNO) ଭଞ୍ଜ ବିହାରୀ ମହାନ୍ତି---- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇଛି ।ଏବେ ଏହା ସମୁଦ୍ର ମଧ୍ୟରେ ଉତ୍ତର ଏବଂ ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏହି ବାତ୍ୟା ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ । ଉତ୍ତର ଓଡ଼ିଶାର ଏବଂ ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । 

ବାତ୍ୟା ହମୁନ ଯୋଗୁଁ ଆକାଶ ମେଘାଚ୍ଛନ୍ନ ରହିଛି । ହମୁନ୍‌ ଏକ ଇରାନୀୟ ଶଦ୍ଦ । ଉପକୂଳ ସହ ଏବେ ସମାନ୍ତରଳ ଭାବେ ଉତ୍ତର ଉତ୍ତର-ପୂର୍ବ ଦିଗରେ ବାତ୍ୟା ଅଗ୍ରସର ହେଉଛି । ବାଂଲାଦେଶର ଚିଟଗଙ୍ଗ ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ସମୁଦ୍ର ଭିତରେ ଏହା ବାତ୍ୟାର ବା ଘୂ୍‌ର୍ଣ୍ଣୀଝଡର ଆକାର ଧାରଣ କରିବା ପରେ ଦୁର୍ବଳ ହୋଇଯିବ ବୋଲି ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ।

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ବାଂଲାଦେଶ ଏବଂ ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ଏହି ସମୟରେ ମତ୍ସଜୀବୀମାନଙ୍କୁ ସମୁଦ୍ରମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ସ୍ବେଚ୍ଛାକୃତ ଅବସର ଗ୍ରହଣ କଲେ ଓଡିଶା ସିଏମ୍ (5 ଟି) ସଚିବ ଭି.କେ ପାଣ୍ଡିଆନ୍

COASTAL NEWS ODIA 1236

ସ୍ବେଚ୍ଛାକୃତ ଅବସର ଗ୍ରହଣ କଲେ ଓଡିଶା ସିଏମ୍ (5 ଟି) ସଚିବ ଭି.କେ ପାଣ୍ଡିଆନ୍ 


ଭୁବନେଶ୍ବର - (CNO) ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ (5 ଟି) ସଚିବ ଭି.କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର (VRS) ଗ୍ରହଣ କରିଛନ୍ତି ବୋଲି ସୋମବାର ନିର୍ଭରଯୋଗ୍ୟ ରିପୋର୍ଟରେ କୁହାଯାଇଛି।

ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ (5T) ଭି.କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ନେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭି.କେ ପାଣ୍ଡିଆନଙ୍କ VRS ଅନୁମୋଦନ ପତ୍ର କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଅନୁମୋଦିତ ହୋଇଛି |
 
ଅନୁମୋଦନ ପତ୍ରଟି ନିମ୍ନଲିଖିତ ଭାବରେ ପଠା ଯାଇଛି, “20.10.2023 ତାରିଖରୁ ନମ୍ବର GAD-SER1-PERS-0100-2014 ଅକ୍ଷର ସମ୍ବନ୍ଧରେ |  ଉପରୋକ୍ତ ବିଷୟ ଉପରେ ଓଡ଼ିଶା ସରକାର, ଅଲ ଇଣ୍ଡିଆ ସର୍ଭିସେସ୍  ର ନିୟମ 16 (2A) ଅଧୀନରେ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍, ଆଇଏଏସ୍ (OD-2000) ର ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଦକ୍ଷ ଅଧିକାରୀଙ୍କ ଅନୁମୋଦନ ଜଣାଇବାକୁ ମୋତେ ନିର୍ଦ୍ଦେଶ ଦିଆଯାଇଛି |  cum- ଅବସରକାଳୀନ ସୁବିଧା) ନିୟମ, 1958 ରାଜ୍ୟ ସରକାରଙ୍କ ସୁପାରିଶ ଅନୁଯାୟୀ ବିଜ୍ଞପ୍ତି ଅବଧି ଛାଡ ସହିତ। ”

ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ 2000 ବ୍ୟାଚ୍ ଆଇଏଏସ୍ ଭି.କେ ପାଣ୍ଡିଆନ୍ ଓଡିଶା ସରକାରରେ 23 ବର୍ଷ କାର୍ଯ୍ୟ କରିଥିଲେ ବୋଲି ନିର୍ଭରଯୋଗ୍ୟ ରିପୋର୍ଟରେ କୁହାଯାଇଛି।  5T ରୂପାନ୍ତରର ଚେହେରା ଭାବରେ ଭି.କେ ପାଣ୍ଡିଆନ୍ ଲୋକଙ୍କ ପାଖରେ ଭଲ ପ୍ରତିକ୍ରିୟା ସୃଷ୍ଟି କରି ପାରିଛନ୍ତି |  ରାଜନୈତିକ ଦୃଷ୍ଟିକୋଣରୁ ଆଲୋଚନା ଚାଲିଛି ଯେ VRS ପରେ ଭି.କେ ପାଣ୍ଡିଆନ୍ ଓଡିଶା ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ  ।

ଆରବ ସାଗର ଏବଂ ଭାରତ ନିକଟରେ ଥିବା ବଙ୍ଗୋପସାଗରରେ ଦୁଇଟି ବିପଜ୍ଜନକ ଘୂର୍ଣ୍ଣିବଳୟ ଏକାସାଙ୍ଗରେ ସୃଷ୍ଟି ହେଉଛି

COASTAL NEWS ODIA 1235

ଆରବ ସାଗର ଏବଂ ଭାରତ ନିକଟରେ ଥିବା ବଙ୍ଗୋପସାଗରରେ ଦୁଇଟି ବିପଜ୍ଜନକ ଘୂର୍ଣ୍ଣିବଳୟ ଏକାସାଙ୍ଗରେ ସୃଷ୍ଟି ହେଉଛି




ନୂଆଦିଲ୍ଲୀ: (CNO) ଆରବ ସାଗର ଏବଂ ଭାରତ ନିକଟରେ ଥିବା ବଙ୍ଗୋପସାଗରରେ ଦୁଇଟି ବିପଜ୍ଜନକ ଘୂର୍ଣ୍ଣିବଳୟ ଏକାସାଙ୍ଗରେ ସୃଷ୍ଟି ହେଉଛି।  ଆରବ ସାଗରରେ ଘୂର୍ଣ୍ଣିବଳୟ 'ତେଜ' ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି।  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ 'ହାମୁନ୍' ସୃଷ୍ଟି ହେଉଛି।  ତଥାପି, ଏହା ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି |  ତେବେ, 2018 ରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା ​​|  ଯେତେବେଳେ ଭାରତର ଉଭୟ ପୂର୍ବ ଏବଂ ପଶ୍ଚିମ ପାର୍ଶ୍ୱରେ ଏକକାଳୀନ ଘୂର୍ଣ୍ଣିବଳୟ ସୃଷ୍ଟି ହେଲା |  ଆଇଏମଡି ଅନୁଯାୟୀ ସାଇକ୍ଲୋଥନ୍ ହାମୁନ୍ ମଧ୍ୟ ସକ୍ରିୟ ହୋଇପାରିଛି।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଚାପ ଅଧିକ ତୀବ୍ର ହୋଇପାରେ ଏବଂ ସୋମବାର ସୁଦ୍ଧା ଏକ ଗଭୀର ଅବସାଦରେ ପରିଣତ ହୋଇପାରେ |  ଏହା ପରେ ଆସନ୍ତା ତିନି ଦିନ ମଧ୍ୟରେ ଏହା ବାଂଲାଦେଶ ଏବଂ ନିକଟ ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି।  ସ୍କାଏମେଟ୍ ରିପୋର୍ଟ ଅନୁଯାୟୀ, ଅକ୍ଟୋବର 24 ସୁଦ୍ଧା ହାମୁନ୍ ସାଇକ୍ଲୋନିକ୍ ଝଡ଼ରେ ପରିଣତ ହେବାର ପ୍ରମୁଖ ସଙ୍କେତ ଦେଇଛି।  ରବିବାର ରାତିରେ ଉତ୍ତର-ପୂର୍ବ ଦିଗକୁ ଯିବା ପରେ, ଏହି ବ୍ୟବସ୍ଥା ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥିତ |  ଏହା ଓଡିଶାର ପାରାଦୀପଠାରୁ ପ୍ରାୟ 400 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମବଙ୍ଗର ଦିଗା ଠାରୁ 550 କିଲୋମିଟର ଦକ୍ଷିଣ-ଦକ୍ଷିଣରେ ଅବସ୍ଥିତ |

ଆଇଏମଡି ଏହାର ବୁଲେଟିନ୍‌ରେ କହିଛି ଯେ ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।  ଅକ୍ଟୋବର 25 ତାରିଖ ସନ୍ଧ୍ୟାରେ କେପପୁରା ଏବଂ ଚିତ୍ରକୋଣ୍ଡା ମଧ୍ୟରେ ବାଂଲାଦେଶ ଉପକୂଳ ପାର ହେବାର ସମ୍ଭାବନା ରହିଛି। ଏହି ସମୟରେ ଓଡିଶା ସରକାର କୌଣସି ପରିସ୍ଥିତି ପାଇଁ ସମସ୍ତ ସମ୍ପୃକ୍ତ ଜିଲ୍ଲା କୁ ଚେତାବନୀ ଦେଇଛନ୍ତି। ପ୍ରସ୍ତୁତ ହେବାକୁ କୁହାଯାଇଛି ଏବଂ ପ୍ରବଳ ବର୍ଷା ହେଲେ ନିମ୍ନ ସ୍ଥାନ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଜ୍ଞାନୀ ୟୁଏସ୍ ଡ୍ୟାସ୍ କହିଛନ୍ତି, 'ଏହି ସିଷ୍ଟମ (ସାଇକ୍ଲୋଥନ୍) ଓଡିଶା ଉପକୂଳଠାରୁ ପ୍ରାୟ 200 କିଲୋମିଟର ସମୁଦ୍ରକୁ ଗତି କରିବ। ସେ କହିଛନ୍ତି ଯେ ଏହାର ପ୍ରଭାବରେ ଅଳ୍ପ କେତେକ ସ୍ଥାନରେ ଏବଂ ଉପକୂଳର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଓଡ଼ିଶା।  ପାଣିପାଗ ବିଭାଗ କହିଛି ଯେ  ଏହା ମୟୂରଭଞ୍ଜ ଏବଂ ଢେଙ୍କାନାଳ  ବ୍ୟତୀତ ଉତ୍ତର ଏବଂ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବ।  ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛି।  ପାଣିପାଗର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁର୍ଗା ପୂଜା ଆୟୋଜକମାନେ ପର୍ବ ସମୟରେ ସମ୍ଭାବ୍ୟ ବର୍ଷା ଏବଂ ପବନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି |


ଇସ୍ରାଏଲକୁ ସମର୍ଥନ କରି ଟୁଇଟ୍ କରିଥିଲେ, ଇସଲାମିକ ଦେଶ ଜଣେ ଭାରତୀୟ ମୂଳ ଡାକ୍ତରଙ୍କୁ ଏପରି ଚାକିରିରୁ ବହିଷ୍କୃତ କରାଯାଇଛି !

COASTAL NEWS ODIA 1234

ଇସ୍ରାଏଲକୁ ସମର୍ଥନ କରି ଟୁଇଟ୍ କରିଥିଲେ, ଇସଲାମିକ ଦେଶ ଜଣେ ଭାରତୀୟ ମୂଳ ଡାକ୍ତରଙ୍କୁ ଏପରି ଚାକିରିରୁ ବହିଷ୍କୃତ କରାଯାଇଛି !



ବହାରେନ - (CNO) ଇସ୍ରାଏଲ୍ ହାମାସ୍ ଯୁଦ୍ଧ ଉପରେ ନିଜର ମତାମତ ପାଇଁ, ଇସଲାମ ଦେଶ ବହାରେନରେ ରହୁଥିବା ଜଣେ ଭାରତୀୟ ମୂଳ ଡାକ୍ତର ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଇସ୍ରାଏଲର ପକ୍ଷ ରଖିବା ତାଙ୍କୁ ମହଙ୍ଗା ପଡ଼ିଛି ।  ବହାରେନର ରୟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର ସୋସିଆଲ ମିଡିଆରେ ପାଲେଷ୍ଟାଇନ ବିରୋଧୀ ମନ୍ତବ୍ୟ ଦେଇଥିଲେ, ଯେଉଁଥିପାଇଁ ହସ୍ପିଟାଲ ପ୍ରଶାସନ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।

ଜଣେ ଉପଭୋକ୍ତା ପାଲେଷ୍ଟାଇନକୁ ସମର୍ଥନ କରି ଭାରତୀୟ ମୂଳ ଡାକ୍ତର ସୁନୀଲ ରାଓଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟକୁ ଫ୍ଲାଗ କରି ବହାରେନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।  ଏହା ପରେ ବହାରେନ ଡାକ୍ତରଖାନା ପ୍ରଶାସନ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ଟୁଇଟ୍ କରି କହିଛି ଯେ ଇସ୍ରାଏଲ୍ ସମର୍ଥନରେ ଟ୍ୱିଟ୍ କରି ଡକ୍ଟର ସୁନୀଲ ରାଓଙ୍କୁ ତାଙ୍କ ଚାକିରିରୁ ବରଖାସ୍ତ କରାଯାଇଛି।

ଡାକ୍ତରଖାନା ଏହାର ବିବୃତ୍ତିରେ କହିଛି ଯେ ଆଭ୍ୟନ୍ତରୀଣ ମେଡିସିନ ରେ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା ଡକ୍ଟର ସୁନୀଲ ରାଓ ସୋସିଆଲ ମିଡିଆରେ ଏଭଳି ଟ୍ୱିଟ୍ କରିଛନ୍ତି ଯାହା ଆମ ସମାଜ ପାଇଁ ଅପମାନଜନକ।  ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ତାଙ୍କର ଟ୍ୱିଟ୍ ଏବଂ ମତାମତ ବ୍ୟକ୍ତିଗତ ଏବଂ ଡାକ୍ତରଖାନାର ମତ ନୁହେଁ।  ଏହା ଆମର ଆଚରଣ ବିଧି ଉଲ୍ଲଂଘନ ଏବଂ ଆମେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।  ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କର ସେବା ସମାପ୍ତ ହୋଇଛି |ତାଙ୍କୁ ତାଙ୍କ ଚାକିରିରୁ ବହିଷ୍କୃତ କରାଯାଇଛି l

ଡାକ୍ତର କ୍ଷମା ମାଗିଥିଲେ ମଧ୍ୟ ଡାକ୍ତରଖାନା ପ୍ରଶାସନ ତାଙ୍କ ନିଷ୍ପତ୍ତି ରେ ଅଟଳ ।

ଡାକ୍ତରଖାନା ପ୍ରଶାସନର ଏହି ବିବୃତ୍ତି ପରେ ସୁନୀଲ ରାଓ ତାଙ୍କ ବିବୃତ୍ତି ସମ୍ବେଦନଶୀଳ ବୋଲି ସ୍ୱୀକାର କରିଛନ୍ତି।  ସେ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

X ରେ ପୋଷ୍ଟ କରାଯାଇଥିବା କ୍ଷମା ପ୍ରାର୍ଥନାରେ ଡାକ୍ତର କହିଛନ୍ତି, 'ମୁଁ ଏହି ଫୋରମରେ ପୋଷ୍ଟ କରାଯାଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବାକୁ ଚାହେଁ।  ସାମ୍ପ୍ରତିକ ଘଟଣାକୁ ବିଚାରକୁ ନେଇ ମୋର ବିବୃତ୍ତି ସମ୍ବେଦନଶୀଳ ଥିଲା।  ଜଣେ ଡାକ୍ତର ଭାବରେ, ସମସ୍ତ ଜୀବନ ଗୁରୁତ୍ୱପୂର୍ଣ୍ଣ |  ଏହି ଦେଶ, ଏହାର ଲୋକ ଏବଂ ଏହାର ଧର୍ମ ପ୍ରତି ମୋର ଅପାର ସମ୍ମାନ ଅଛି କାରଣ ମୁଁ ଏଠାରେ 10 ବର୍ଷ ଧରି ରହିଆସିଛି।

ଲାଇଭ ମେଣ୍ଟର ଏକ ରିପୋର୍ଟ ଅନୁଯାୟୀ, ରୟାଲ ହସ୍ପିଟାଲ ବହାରେନ ସୁନୀଲ ରାଓଙ୍କ ପ୍ରୋଫାଇଲକୁ ହସ୍ପିଟାଲ ୱେବସାଇଟରୁ ହଟାଇ ଦେଇଛି।

X ରେ ଡକ୍ଟର ସୁନୀଲ ରାଓଙ୍କ ବାୟୋ ଅନୁଯାୟୀ, ସେ କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ଆନ୍ଧ୍ର ମେଡିକାଲ କଲେଜ, ବିଶାଖାପାଟନମ ଏବଂ କସ୍ତୁରବା ମେଡିକାଲ କଲେଜର ଆଲୁମନାସ।  ଡକ୍ଟର ରାଓଙ୍କର ମୋଟ 20 ବର୍ଷର ଅଭିଜ୍ଞତା ଅଛି |

ବାଂଲାଦେଶରେ ମାଲଗାଡ଼ି ସହିତ ଧକ୍କା ହେଲା ଯାତ୍ରୀବାହୀ ଦୁଇ ଟ୍ରେନ୍, ୧୫ ମୃତ ଶତାଧିକ ଆହତ

COASTAL NEWS ODIA 1233

ବାଂଲାଦେଶରେ ମାଲଗାଡ଼ି ସହିତ ଧକ୍କା ହେଲା ଯାତ୍ରୀବାହୀ ଦୁଇ ଟ୍ରେନ୍, ୧୫ ମୃତ ଶତାଧିକ ଆହତ




 
ନୂଆଦିଲ୍ଲୀ,୨୩/୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ସୋମବାର ବାଂଲାଦେଶରେ ଘଟିଥିବା ଏକ ଭୟଙ୍କର ରେଳ ଦୁର୍ଘଟଣାରେ ୧୫ ଅଧିକ ଲୋକେ ମୃତ୍ୟ ବରଣ କରିଥିବା ବେଳେ ଶହେରୁ ଅଧିକ ଲୋକେ ଆହତ ହୋଇଛନ୍ତି। ପୂର୍ବ ଭୈରବ ସହରରେ ଏକ ମାଲବାହୀ ଟ୍ରେନ୍ ବିପରୀତ ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇଟି ଯାତ୍ରୀବାହୀ ବଗି ଓଲଟି ପଡିଥିବା ଅଧିକାରୀ କହିଛନ୍ତି।

ରାଜଧାନୀ ଢାକାଠାରୁ ୬୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଭୈରାବର ଜଣେ ସରକାରୀ ପ୍ରଶାସକ ସାଦିକୁର ରହମାନ କହିଛନ୍ତି ଯେ ଆମେ ୧୫ ଟି ମୃତଦେହ ଉଦ୍ଧାର କରିଛୁ, ଅନେକ ଆହତ ହୋଇଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଓଲଟି ପଡିଥିବା ବଗି ତଳେ ଅନେକ ମୃତ ଦେହ ଏବେ ମଧ୍ୟ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି।

ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖରାପ ଭିତ୍ତିଭୂମି ସାଙ୍ଗକୁ ବିପର୍ଯ୍ୟସ୍ତ ସିଗନାଲ ବ୍ୟବସ୍ଥା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ରାଜଧାନୀରେ ବାହାର ରାଜ୍ୟ ମହିଳା ଲୁଟେରା ଦଳ ପୁଲିସ ଦ୍ୱାରା ଅଟକ ଥିବା ସୂଚନା- ପୂଜା ଭିଡରେ ଲୁଟୁଥିଲେ ସୁନାଚେନ୍‌!

COASTAL NEWS ODIA 1232

ରାଜଧାନୀରେ ବାହାର ରାଜ୍ୟ ମହିଳା ଲୁଟେରା ଦଳ
 ପୁଲିସ ଦ୍ୱାରା ଅଟକ ଥିବା ସୂଚନା- 
ପୂଜା ଭିଡରେ ଲୁଟୁଥିଲେ ସୁନାଚେନ୍‌!



ଭୁବନେଶ୍ୱର – (CNO) ଭଞ୍ଜ ବିହାରୀ ମହାନ୍ତି - ପାର୍ବଣରେ ବିଭିନ୍ନ ପୂଜାମଣ୍ଡପରେ ଭିଡ । ଭକ୍ତି ଶ୍ରଦ୍ଧାରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରୁଛନ୍ତି ଲେଡି ଲୁଟେରା । ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଥିଲା । ଏହାର ଅଭିଯୋଗ ପରେ ପୁଲିସ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ।

ସିସିଟିଭିର ସୁରାକରେ ରାଜଧାନୀରେ ବିଭିନ୍ନ ଅଞ୍ଚଳରୁ ୬ ଜଣ ମହିଳା ଏବଂ ପ୍ରାୟ ୩୦ ଜଣ ସନ୍ଦିଗ୍ଧ ଲୁଟେରାଙ୍କୁ ପୁଲିସ ଅଟକ ରଖିଛି । ଖଣ୍ଡଗିରି ଥାନାରେ ମହିଳା ଲୁଟେରାମାନେ ଅଟକ ରହିଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ପୁଲିସ ବିଭିନ୍ନ ଚୋରାମାଲ୍‌ ବି ଜବତ କରିଛି । ନୟାପଲ୍ଲୀ, ମଞ୍ଚେଶ୍ୱର,ଲକ୍ଷ୍ମୀସାଗର ,ସହିଦନଗର, ଖଣ୍ଡଗିରି , କ୍ୟାପିଟାଲ ସହ ବିଭିନ୍ନ ଥାନାରେ ଏହି ଲୁଟେରାମାନେ ଅଟକ ରହିଥିବା ସୂଚନା ରହିଛି । ପୁଲିସ ଏମାନଙ୍କ ଠାରୁ ଲୁଟ୍‌ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଛି ।

ଶନିବାରରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଲୁଟ୍‌ ହୋଇଥିବା ସୂଚନା ମିଳିଥିଲା । ବିଭିନ୍ନ ଥାନାରେ ଏ ନେଇ ଅଭିଯୋଗ ବି ହୋଇଥିଲା । ମୋବାଇଲ୍‌ ପର୍ସ ସହ ସୁନାଚେନ୍‌ ଲୁଟ୍‌ ହୋଇଥିଲା । ବମିଖାଲର କର୍ମକର୍ତ୍ତା ପ୍ରାୟ ୮ ଜଣ ଲୁଟେରାଙ୍କୁ ଧରି ପୁଲିସକୁ ଦେଇଥିଲେ । ସେମାନଙ୍କ ମଧ୍ୟରେ ୬ମହିଳା ଲୁଟେରା ଅଛନ୍ତି । ଏମାନେ ବାହାର ରାଜ୍ୟରୁ ଆସିଛନ୍ତି । ସାଙ୍ଗରେ ଛୋଟ ଛୁଆ ଆଣି ଏମାନେ ମହିଳାଙ୍କ ସହାୟତାରେ ଲୁଟ୍‌ କରୁଥିବା ଜଣା ପଡିଛି ।

ଲୁଟେରାଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ଏବଂ ଅଧିକ ମହିଳା ପୁଲିସ ବିଭିନ୍ନ ପୂଜାମଣ୍ଡପରେ ମୁତୟନ କରାଯାଇଛି ।

କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଡିଜିଟାଲ୍‌ ଆପ୍‌ରୁ ୨୨୭୫ ଋଣ ନେଇ ଅଡୁଆରେ ରୁଣ ଗ୍ରହିତା

COASTAL NEWS ODIA 1231

କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଡିଜିଟାଲ୍‌ ଆପ୍‌ରୁ ୨୨୭୫ ଋଣ ନେଇ ଅଡୁଆରେ ରୁଣ ଗ୍ରହିତା 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଡିଜିଟାଲ୍‌ ଆପ୍‌ରୁ ୨୨୭୫ ଋଣ ନେଇଥିଲେ। ୭ ଦିନ ପରେ ଫେରାଇଲେ ୨୮୦୦ ଟଙ୍କା। ହେଲେ ଏବେ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ୍‌। ଟଙ୍କା ନଦେଲେ ଫଟୋ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଛନ୍ତି। ଯେଉଁଥିରେ ଋଣ ଟଙ୍କା ନେଇଥିବା ବ୍ୟକ୍ତିଙ୍କ ଫଟୋକୁ ଲଙ୍ଗୁଳୀ ଯୁବତୀଙ୍କ ସହିତ ଯୋଡ଼ି ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକ ହେଉଛନ୍ତି ହେମୁ(ଛଦ୍ମନାମ)। ମେଡିକାଲ୍‌ ଏମ୍‌ରର୍ଜେନ୍ସୀ ଥିବାରୁ ହଠାତ୍‌ ଟଙ୍କା ଦରକାର ଥିଲା। ସେ କିଛି ଉପାୟ ନପାଇ ସୋଶାଲ୍‌ ମିଡିଆରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଏକ ଡିଜିଟାଲ୍‌ ବ୍ୟାଙ୍କ ଆପ୍‌ରୁ ଟଙ୍କା ପାଇଁ ଆବେଦନ କରିଥିଲେ। ସେମାନେ ୩୫୦୦ ଟଙ୍କା ଦେବେ କହି ଦେଲେ ୨୨୭୫ ଟଙ୍କା। ପରବର୍ତ୍ତୀ ସମୟରେ ସେହି ଟଙ୍କା ସୁଝି ଦେଇଥିଲେ ହେମୁ। ଅର୍ଥାତ ୭ ଦିନ ପରେ ହେମୁ ଦୁଇଟି କିସ୍ତିରେ ୧୪୦୦ ଟଙ୍କା ଲେଖାଏଁ(ମୋଟ୍‌ ୨୮୦୦) ଟଙ୍କା ଫେରାଇଥିଲେ।

ଆଜି ହଠାତ୍‌ ହେମୁଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ଋଣ ଟଙ୍କା ଫେରାଇବାକୁ କହିଥିଲେ। ଟଙ୍କା ଫେରାଇବାକୁ ମନା କରିବାକୁ ହେମୁଙ୍କ ପାଖକୁ ପଠାଇଲେ ଲଙ୍ଗଳା ଯୁବତୀ ଫଟୋ। ଯେଉଁଥିରେ ଯୋଡ଼ା ଯାଇଛି ହେମୁଙ୍କ ପାନ୍‌ ଓ ଆଧାର କାର୍ଡ ଫଟୋ। ଟଙ୍କା ନଫେରାଇଲେ ସୋଶାଲ ମିଡ଼ିଆରେ ସେହି ଫଟୋ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଛନ୍ତି। 

ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଛନ୍ତି ହେମୁ। କିଛି ଉପାୟ ନପାଇ ସେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମାଡ଼ି ଆସୁଛି ଭୟଙ୍କର ବିପଦ, ଖାଇବାକୁ ମିଳିବ ନାହିଁ ଖାଦ୍ୟ, ଆମେରିକା ଜଳବାୟୁ କେନ୍ଦ୍ରର ପୂର୍ବାନୁମାନ

COASTAL NEWS ODIA 1230

ମାଡ଼ି ଆସୁଛି ଭୟଙ୍କର ବିପଦ, ଖାଇବାକୁ ମିଳିବ ନାହିଁ ଖାଦ୍ୟ, ଆମେରିକା ଜଳବାୟୁ କେନ୍ଦ୍ରର ପୂର୍ବାନୁମାନ

 


 
ଓ୍ବାଶିଂଟନ,୨୩।୧୦ : (CNO) ଭଞ୍ଜ ବିହାରୀ ମହାନ୍ତି - ଆମେରିକାର ଜଳବାୟୁ ପୂର୍ବାନୁମାନ କେନ୍ଦ୍ର କହିଛି ‘ସୁପର ଏଲ ନିନୋ’ର ପ୍ରଭାବ ଆସନ୍ତା ବର୍ଷ ସମଗ୍ର ଉତ୍ତର ଗୋଲାର୍ଦ୍ଧରେ ଦେଖିବାକୁ ମିଳିବ। ଏହା ଯୋଗୁ ଭୟଙ୍କର ବିପଦ ମାଡ଼ି ଆସିବ। ଏଜେନ୍ସି ଅନୁଯାୟୀ, ଏହି ଏଲ ନିନୋ ବହୁତ ଶକ୍ତିଶାଳୀ ହେବାର ୭୫ରୁ ୮୫ ପ୍ରତିଶତ ସମ୍ଭାବନା ରହିଛି। ଏହି କାରଣରୁ, ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଭୂମଧ୍ୟ ସାଗରୀୟ ସମୁଦ୍ରର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ।

ଜଳବାୟୁ ପୂର୍ବାନୁମାନ କେନ୍ଦ୍ର କହିଛି ଏହି ସୁପର ଏଲ ନିନୋ ଯୋଗୁଁ ସମଗ୍ର ବିଶ୍ୱର ପାଣିପାଗ ଢାଞ୍ଚା ପ୍ରଭାବିତ ହେବ। ସମସ୍ତ ପ୍ରକାର ବିପର୍ଯ୍ୟୟ ମଧ୍ୟ ହୋଇପାରେ। ୩୦ ପ୍ରତିଶତ ସମ୍ଭାବନା ଅଛି ଏହି ଏଲ ନିନୋ ଯୋଗୁ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ। ଯେଉଁଥିପାଇଁ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି। ଏହା ଯୋଗୁ ମରୁଡ଼ି ଏବଂ ବନ୍ୟା ପରି ବିପର୍ଯ୍ୟୟ ହୋଇପାରେ। ଫଳରେ ବ୍ୟାପକ ଫସଲ ନଷ୍ଟ ଯୋଗୁ ଲୋକଙ୍କୁ ଖାଦ୍ୟ ଖାଇବାକୁ ମିଳିବ ନାହିଁ।

ଏହିପରି ଏଲ ନିନୋ ୮ ବର୍ଷ ପୂର୍ବେ ଆସିଥିଲା। ୧୯୯୭-୯୮ ଏବଂ ୨୦୧୫-୧୬ ବର୍ଷରେ ଏକ ସମାନ ସୁପର ଏଲ ନିନୋ ଘଟିଥିଲା । ଏହା ପରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଥିଲା ଏବଂ ଅନେକ ଦେଶରେ ମରୁଡ଼ି ସମସ୍ୟା ଏବଂ ଅନେକ ସ୍ଥାନରେ ବନ୍ୟା ସମସ୍ୟା ଦେଖାଦେଇଥିଲା। ପାଣିପାଗ କେନ୍ଦ୍ର ଅନୁଯାୟୀ, ଏହି ଏଲ ନିନୋ ପରେ ପ୍ରବଳ ବର୍ଷା ହେବା ସହ ଶୀତର ତାପମାତ୍ରା ମଧ୍ୟ ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ସୁପର ଏଲ ନିନୋର ପ୍ରଭାବ ବିଶ୍ୱ ଅର୍ଥନୀତି ଏବଂ କୃଷି ଉପରେ ଦୃଶ୍ୟମାନ ହେବ। ଫସଲ ଉତ୍ପାଦନ ଉପରେ ନକାରାତ୍ମକ ପ୍ରଭାବ ଅନେକ ଦେଶରେ ଦେଖାଯାଇପାରେ। ଦକ୍ଷିଣ ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲ ଭଳି ଦେଶ ଅଧିକ ପ୍ରଭାବିତ ହୋଇପାରନ୍ତି, ଯେଉଁଠାରେ ତାପମାତ୍ରା ପୂର୍ବରୁ ଗରମ ହୋଇସାରିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆମେ ଭାରତର ପ୍ରସଙ୍ଗକୁ ଦେଖିବା, ସେଠାରେ ଅନେକ କ୍ଷେତ୍ର ଅଛି ଯେଉଁଠାରେ ଜଳ ସଙ୍କଟ ଦେଖାଦେଇଛି ଏବଂ ଜଳସେଚନ ପାଇଁ ସ୍ଥିତି ସଙ୍କଟ ଜନକ ରହିଛି। ଏଭଳି ପରିସ୍ଥିତିରେ ଏଲ ନିନୋ ଇଫେକ୍ଟ ଯୋଗୁଁ ମରୁଡ଼ି ସମସ୍ୟା ଉପୁଜିପାରେ। ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇପାରେ ।

ତେବେ ଭାରତରେ ସୁପର ଏଲ ନିନୋର ପ୍ରଭାବ ସ୍ବାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ପୂର୍ବ ମୌସୁମୀ ସମୟରେ ଏହାର ପ୍ରଭାବ ଅଧିକ ରହିପାରେ, ଯାହା ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...