AFFILIATE MARKETING

https://binomo.com?a=90810425bb57&t=0

Monday, October 23, 2023

ଭୟଙ୍କର ଅଗ୍ନିକାଣ୍ଡ ରେ ଜଳିଗଲା ୮ ମହଲା ବିଲ୍ଡିଂ

COASTAL NEWS ODIA 1229

ଭୟଙ୍କର ଅଗ୍ନିକାଣ୍ଡ ରେ ଜଳିଗଲା ୮ ମହଲା ବିଲ୍ଡିଂ



ମୁମ୍ବାଇ - (CNO) ଭଞ୍ଜ ବିହାରୀ ମହାନ୍ତି - ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲା ୮ ମହଲା ବିଲ୍ଡିଂ। ହୁତୁ ହୁତୁ ହୋଇ ଜଳି ଉଠିଲା କୋଠା। ଏହି ନିଆଁ ଆଁରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଘଟିଛି ମୁମ୍ବାଇର ବୋରିଓ୍ୱଲିରେ।

ମୁମ୍ବାଇର ବୋରିଓ୍ୱଲିରେ ଥିବା ଏକ ୮ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୋରିଓ୍ୱଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସାଢ଼େ ୧୨ ବେଳେ ବୋରିଓ୍ୱଲିର ମହାବୀର ନଗର ଅଞ୍ଚଳରେ ଥିବା ପାଓ୍ୱନ ଧାମ ବିନା ସନ୍ତୁର ବିଲ୍ଡିଂର ପ୍ରଥମ ଫ୍ଲୋର୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।

ପୁଲିସ କହିବା ମୁତାବକ, ଘଟଣାସ୍ଥଳରେ ୪ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଏବେବି ଅନେକ ଲୋକେ ବିଲ୍ଡିଂ ଭିତରେ ଫସି ରହିଥିବା କୁହାଯାଉଛି। ତେଣୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କେଉଁ କାରଣରୁ ଏହି ବିଲ୍ଡିଂରେ ନିଆଁ ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶଟ୍‌ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଗ୍ଲେସିୟର ଭୁଶୁଡ଼ି ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀରରେ ଆସିପାରେ ବନ୍ୟା

COASTAL NEWS ODIA 12

ଗ୍ଲେସିୟର ଭୁଶୁଡ଼ି ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀରରେ ଆସିପାରେ ବନ୍ୟା
 


 
ନୂଆଦିଲ୍ଲୀ,୨୩ା୧୦ (CNO) ଭଞ୍ଜ ବିହାରୀ ମହାନ୍ତି - ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ଗ୍ଲେସିୟର ତରଳୁଛି। ଏପରିକି ବିଭିନ୍ନ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି। ଏହା ସହିତ ଅବାଧ ନିର୍ମାଣ ଏବଂ ପ୍ରଦୂଷଣ ଆଗାମୀ ଦିନରେ ହିମାଳୟ ଅଞ୍ଚଳରେ ସିକିମ୍‌ ଭଳି ଅଧିକ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।

ନିକଟରେ ଗ୍ଲେସିୟର ହ୍ରଦ ଭୁଶୁଡ଼ି ବନ୍ୟା ମାଡ଼ିଆସିବାରୁ ସିକିମ୍‌ରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବହୁ ଭିତ୍ତିଭୂମି ପ୍ରକଳ୍ପ କ୍ଷତିଗ୍ରସ୍ତ ହେବା ସହ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଶତାଧିକ ନିଖୋଜ ହୋଇଯାଇଥିଲେ। ହିମାଚଳପ୍ରଦେଶ, ଅରୁଣାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀର ଆଦି ହିମାଳୟ ଅଞ୍ଚଳରେ ଗ୍ଲେସିୟର ହ୍ରଦ୍‌ ଭୁଶୁଡ଼ି ଏଭଳି ବନ୍ୟା ଆସିବାର ଆଶଙ୍କା କରାଯାଉଛି। 

ଉତ୍ତାପ ବଢ଼ୁଥିବାରୁ ହିମାଳୟ ଶିଖର ଦେଶରେ ଥିବା ବରଫ ଦ୍ରୁତ ବେଗରେ ତରଳିବାରେ ଲାଗିଛି। ଏହି କାରଣରୁ ଗ୍ଲେସିୟର ହ୍ରଦର ଜଳସ୍ତର ବୃଦ୍ଧି ପାଇ ବନ୍ଧ ଭାଙ୍ଗୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା

COASTAL NEWS ODIA 

ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା



ୱାଜିରିସ୍ତାନ - (CNO) ଭଞ୍ଜ ବିହାରୀ ମହାନ୍ତି - ‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍‍ ୱାଣ୍ଟେଡ୍‌ ଆତଙ୍କବାଦୀ ମସୁଦ ଅଜହରଙ୍କର ସେ ଡାହାଣ ହାତ ଥିଲେ।

ପାକିସ୍ତାନୀ ଖବରକାଗଜ ମୁତାବକ, ପୋଲିସ କହିଛି ଯେ ଶୁକ୍ରବାର ସକାଳେ ମାସ୍କ ପିନ୍ଧିଥିବା ଅଜଣା ଆକ୍ରମଣକାରୀମାନେ ଗୁଳି ମାରି ଆତଙ୍କବାଦୀ ଦାଉଦ ମଲିକଙ୍କୁ ହତ୍ୟା କରିଛନ୍ତି। ଉତ୍ତର ୱାଜିରିସ୍ତାନ ପାକିସ୍ତାନର ଏକ ଆଦିବାସୀ ଜିଲ୍ଲା, ଏଠାରେ ମିରାଲୀ ଅଞ୍ଚଳରେ ଦାଉଦଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଟାର୍ଗେଟ୍‌ କରାଯାଇ ଗୁଳି ଚଳାଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ରିପୋର୍ଟ ମୁତାବକ, ଏକ ବ୍ୟସ୍ତବହୁଳ ବଜାରରେ ଦିନ ଦ୍ୱିପ୍ରହରରେ ଅଜଣା ଆକ୍ରମଣକାରୀ ଦାଉଦ ମଲିକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଥାଉ କି, ୨୦୨୩ରେ ଏ ପର୍ଯ୍ୟନ୍ତ ୪୧ଟି ଟାର୍ଗେଟେଡ୍ ଆକ୍ରମଣ କରାଯାଇଛି, ଯେଉଁଥିରେ ଅତି କମ୍‌ରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଦାଉଦ ମଲିକ ମୁସାକି ଗାଁର ବାସିନ୍ଦା ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଲଏସି ମୁହାଁ ଚାଇନା ସୈନ୍ୟ, ବଢ଼ିଲା ଭାରତର ଚିନ୍ତା

COASTAL NEWS ODIA 1226

ଏଲଏସି ମୁହାଁ ଚାଇନା ସୈନ୍ୟ, ବଢ଼ିଲା ଭାରତର ଚିନ୍ତା 

 


 
ଓ୍ବାଶିଂଟନ,୨୩।୧୦ - (CNO) ଭଞ୍ଜ ବିହାରୀ ମହାନ୍ତି - ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଏହାର ଏକ ରିପୋର୍ଟରେ ଦାବି କରିଛି ଭାରତ ସହିତ ଉତ୍ତେଜନା ବୃଦ୍ଧି ଜାରି ରଖି ଚାଇନା ୨୦୨୨ରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଭିତ୍ତିଭୂମି ତଥା ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଚାଇନା ସୈନ୍ୟମାନେ ଏଲଏସି ମୁହାଁ ହେବାରେ ଲାଗିଛନ୍ତି। ଏହା ଦ୍ୱାରା ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଚାଇନା ଡୋକଲାମ ନିକଟରେ ଅନେକ ଷ୍ଟୋରେଜ ସୁବିଧା, ପୋଙ୍ଗଙ୍ଗ ହ୍ରଦ ଉପରେ ଦ୍ୱିତୀୟ ସେତୁ, ବିମାନବନ୍ଦର ଏବଂ ଅନେକ ହେଲିପ୍ୟାଡ ନିର୍ମାଣ କରିଛି। ପେଣ୍ଟାଗନ କହିଛି ପିପୁଲ୍ସ ରିପବ୍ଲିକ ଅଫ ଚାଇନା ରିପୋର୍ଟ-୨୦୨୩ରେ ଉଲ୍ଲେଖ କରାଯାଇଛି ସାମରିକ ଏବଂ ସୁରକ୍ଷା ବୃଦ୍ଧି ହେବା ସହିତ ମେ ୨୦୨୦ ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଚାଇନା ୨୦୨୨ ମସିହାରେ ଏକ ସୀମା ରେଜିମେଣ୍ଟ ନିୟୋଜିତ କରିଥିଲା। ତାଙ୍କୁ ସାହାଯ୍ୟ କରିବା ପାଇଁ ଜିନଜିଆଙ୍ଗ ଏବଂ ତିବ୍ଦତ ସାମରିକ ଜିଲାର ଦୁଇଟି ବିଭାଗ ମଧ୍ୟ ନିୟୋଜିତ କରାଯାଇଛି। ଏହା ସହିତ ପଶ୍ଚିମ ସେକ୍ଟରରେ ଚାରିଟି ମିଳିତ ସଶସ୍ତ୍ର ବ୍ରିଗେଡ ମଧ୍ୟ ନିୟୋଜିତ କରାଯାଇଛି। ପୂର୍ବାଞ୍ଚଳ ସେକ୍ଟରରେ ତିନୋଟି ଏବଂ କେନ୍ଦ୍ରୀୟ ସେକ୍ଟରରେ ତିନୋଟି ବ୍ରିଗେଡ ନିୟୋଜିତ କରାଯାଇଛି। ପରେ ସିଏବିର କିଛି ଅଂଶ ହଟା ଯାଇଛି।

ରିପୋର୍ଟରେ କୁହାଯାଇଛି ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ଆଲୋଚନାରେ ସର୍ବନିମ୍ନ ଅଗ୍ରଗତି ହୋଇଛି। ବର୍ତ୍ତମାନ ଚାଇନା ପାଖରେ ୫୦୦ ଆଣବିକ ଅସ୍ତ୍ର ଅଛି। ଚାଇନା ନିଜର ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି।୨୦୩୦ସୁଦ୍ଧା ଚାଇନା ପାଖରେ ୧୦୦୦ ରୁ ଅଧିକ ପରମାଣୁ ଅସ୍ତ୍ର ରହିବ। ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାକକୁ ନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଇଛି।

ବାଲେଶ୍ବର ମେଡ଼ିକାଲ କଲେଜରେ ନକଲି ଡାକ୍ତର, ଅଟକ ରଖି ପଚରାଉଚୁରା କରୁଛି ଟାଉନ ଥାନା ପୁଲିସ

COASTAL NEWS ODIA 1225

ବାଲେଶ୍ବର ମେଡ଼ିକାଲ କଲେଜରେ ନକଲି ଡାକ୍ତର, ଅଟକ ରଖି ପଚରାଉଚୁରା କରୁଛି ଟାଉନ ଥାନା ପୁଲିସ



 
ବାଲେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - ବାଲେଶ୍ବର ମେଡ଼ିକାଲ କଲେଜ ମେଡ଼ିସିନ ୱାର୍ଡରେ ପଶି ଜଣେ ଡାକ୍ତର ରୋଗୀ ଦେଖୁଥିଲେ ଏବଂ ପ୍ରେସକ୍ରିପସନ ଲେଖୁଥିଲେ। ଡାକ୍ତରଙ୍କ ହାବଭାବ ଓ ଚାଲିଚଳଣ ଦେଖି ହସ୍ପିଟାଲ କର୍ମଚାରୀ ସନ୍ଦେହ କରିଥିଲେ ଏବଂ ରୋଗୀ ନ ଦେଖିବା ପାଇଁ ସେଠାରୁ ତାଙ୍କୁ ବାହାର କରିବାକୁ ସୁରକ୍ଷା କର୍ମୀଙ୍କୁ ଡାକିଥିଲେ। ସୁରକ୍ଷାକର୍ମୀ ରୋଗୀ ଦେଖିବାକୁ ମନା କରିବାରୁ ସେମାନଙ୍କ ସହ ଡାକ୍ତର ଜଣକ ଯୁକ୍ତିତର୍କ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଡାକ୍ତର ନକଲି ବୋଲି ଜଣାପଡ଼ିଥିଲା। ନକଲି ଡାକ୍ତର ରୋଗୀ ଦେଖୁଥିବା ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ହସ୍ପିଟାଲରେ ପୁଲିସ ପହଞ୍ଚି ନକଲି ଡାକ୍ତରକୁ ଟାଉନ ଥାନାକୁ ଆଣି ଅଟକ ରଖି ପଚାରାଉଚୁରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍‌ ଲେଖୁଥିଲେ। ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ କରିବାରୁ ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। ସୁରକ୍ଷାକର୍ମୀ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ଏନେଇ ନକଲି ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟାଉନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ପୁଲିସ ନକଲି ଡାକ୍ତରକୁ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ କିଏ ସେ ନକଲି ଡାକ୍ତର, ତାଙ୍କର ପରିଚୟ କ’ଣ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ମଧ୍ୟ ଏହି ବିଷୟରେ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

ଋଷିକୁଲ୍ଯାରେ ବୁଡି ଯୁବ ଜୁନିଅର ଡାକ୍ତର ମୃତ

COASTAL NEWS ODIA 1224

ଋଷିକୁଲ୍ଯାରେ ବୁଡି ଯୁବ ଜୁନିଅର ଡାକ୍ତର ମୃତ



ସୋରଡ଼ା - ୨୨/୧୦(CNO ):ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଭଗବାନପୁର ପଞ୍ଚାୟତର ଋଷିକୂଲ୍ୟା ହୁଳହୁଳା ଗଣ୍ଡରେ ଗୋଡ ଖସିଯିବାରୁ ଜଣେ ଯୁବ ଜୁନିଅର ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଡାକ୍ତର ଜଣକ ହେଲେ ରାକେଶ କୁମାର ପାଢ଼ୀ (୨୮) । ରାକେଶ କନ୍ଧମାଳ ଜିଲ୍ଲା କେ. ନୂଆଁ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ମୃତ ରାକେଶଙ୍କ ଘର ବ୍ରହ୍ମପୁର ସହର ଗୋସାଇଁନୂଆଗାଁ ଅଞ୍ଚଳରେ। 

ଡା ରାକେଶ, ଦୁଇ ଜଣ ଡାକ୍ତର ବନ୍ଧୁ ଓ ଜଣେ ସମ୍ପକୀୟ ଭାଇଙ୍କ ସହ ଆଜି ହୁଳୁହୁଳା ଗଣ୍ଡକୁ ଭୋଜି କରିବା ପାଇଁ ଆସିଥିଲେ। ସାଙ୍ଗ ମାନଙ୍କ ସହ ପିକନିକ୍ କରିବା ସହ ଗଣ୍ଡରେ ପହଁରିବାର ମଜା ନେଉଥିଲେ। ହେଲେ ନଦୀରେ ପହଁରିବା ତାଙ୍କ ପାଇଁ କାଳ ହେଲା । ଗଣ୍ଡରେ ଗୋଡ ଖସି ଯିବାରୁ ରାକେଶ ବୁଡି ଯାଇଥିଲେ। ବନ୍ଧୁ ଡାକ୍ତର ଓ ସଂପର୍କୀୟ ଭାଇ ଏ ନେଇ ସ୍ଥାନୀୟ ଲୋଡିଥିଲେ।

ଲୋକଙ୍କ ସହାୟତା ଖବର ପାଇ ସୋରଡ଼ା ଥାନାଧିକାରୀ ଅନିଲ କୁମାର ପରିଡା ଓ ଅଗ୍ନିଶମ ଅଧିକାରୀ ଜଗନ୍ନାଥ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ଗଣ୍ଡ ନିକଟରୁ ଡାକ୍ତରଙ୍କ ଶବ ଉଦ୍ଧାର କରାଯାଇଥିଲା। ସୋରଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । 

ରାକେଶଙ୍କର ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଲା କି ଆଉ କେଉଁ କାରଣରୁ ବୁଡିଗଲେ ତାହାର ତଦନ୍ତ ଚାଲିଛି। ଘଟଣା ସମ୍ପର୍କରେ ସାଙ୍ଗ ଡାକ୍ତର ଓ ସମ୍ପର୍କୀୟ ଭାଇଙ୍କୁ ପଚରାଉଚରା କରାଯାଉଛି । ରାକେଶ ଏମ୍‌କେସିଜିରେ ପିଜି କରୁଥିଲେ ।

୩୫୪ ବର୍ଷରେ ପଦାର୍ପଣ କଲା ରାଜବାଟୀ କନକ ଦୁର୍ଗା ପୂଜା

COASTAL NEWS ODIA 1223

୩୫୪ ବର୍ଷରେ ପଦାର୍ପଣ କଲା ରାଜବାଟୀ କନକ ଦୁର୍ଗା ପୂଜା


ଆଳି - (CNO ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ରାଜବାଟୀରେ ପ୍ରତିଷ୍ଠିତ ମା’ କନକ ଦୁର୍ଗା ପୂଜା ସର୍ବ ପୁରାତନ। ପାର୍ବଣ ଅବସରରେ ଆଳି ରାଜବାଟି ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିଲା l ଆଳି ଗ୍ରାମାଞ୍ଚଳରୁ ବର୍ଷକରେ ଥରେ ମା ଙ୍କ ଦର୍ଶନ ସହିତ ବର୍ଷକ ପାଇଁ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାବିକା କରୁଥିଲେ l ଆଳି ରାଜ ପରିବାର ପ୍ରଥମେ ପୁରୀରୁ ଆସି ଡେରାବିଶ ଠାରେ ଅବସ୍ଥାନ କରୁଥିଲେ । ୧୬୭୦ ମସିହାରେ ସେମାନେ ଆଳି ଆସି ରାଜବାଟି ପ୍ରତିଷ୍ଠା କରିଥିଲେ। ସେବେଠୁ ଏଠାରେ ମା’ କନକଦୁର୍ଗାଙ୍କ ପୂଜା ଆୟୋଜିତ ହୋଇଆସୁଛି। 

ଚଳିତ ବର୍ଷ ଏହା ୩୫୪ ବର୍ଷରେ ପହଞ୍ଚିଛି । ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ପୂଜାରେ ଷଷ୍ଠୀରେ ବେଲ ବରଣ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ପୂଜା ଆୟୋଜନ ହେଉଛି। ଦଶହରାରେ ଆଳି ରାଜାଙ୍କ ଦ୍ବାରା ନିଆଳରେ ଲାଖ ବିନ୍ଧା ଉତ୍ସବ ଆୟୋଜନ ହୋଇଥାଏ। ପୂଜା ଦିନ ମାନଙ୍କରେ ପାଣି କଖାରୁ ଓ ମାଛ ବଳି ଦିଆଯାଇଥାଏ। ପୀଠରେ ସ୍ଥାୟୀ ଭାବେ ପ୍ରତିଷ୍ଠିତ ମା’ କନକ ଦୁର୍ଗା ପୂଜା କରାଯାଉଥିବା ବେଳେ ନିକଟରେ ମୃଣ୍ମୟ ମୂର୍ତ୍ତି ନିର୍ମାଣ କରାଯାଇ ମେଢ଼ ପୂଜା କରାଯାଉଛି। ଏହି ପୂଜାରେ କେନ୍ଦ୍ରାପଡ଼ା ବ୍ୟତୀତ ଆଖାପାଖ ଜିଲ୍ଲାର ଶ୍ରଦ୍ଧାଳୁମାନେ ମଧ୍ଯ ଅଂଶଗ୍ରହଣ କରିଥାନ୍ତି।



ପରବର୍ତ୍ତୀ ସମୟରେ ଆଳି ବ୍ଲକ ର ବିଭିନ୍ନ ସ୍ଥାନରେ ପୂଜା ଅନୁଷ୍ଠାନ ଗଢି ଉଠିଲା ଏବଂ ବିଭିନ୍ନ ସ୍ଥାନରେ ମୃଣ୍ମୟ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚନା କରାଗଲା l ଆଳି ବଜାରରେ ସାର୍ବଜନୀକ ଦୁର୍ଗା ପୂଜା ୩୧ ବର୍ଷରେ ପହଞ୍ଚିଥିବା ବେଳେ ନିଆଳ ହାଟ ଦୁର୍ଗା ପୂଜା ୫୧ ବର୍ଷରେ ପହଞ୍ଚିଛି। ମେଡିକାଲ ରୋଡରେ ହର ପାର୍ବତୀ ପୂଜା, ଲକ୍ଷ୍ମୀ ନାରାୟଣ ପୂଜା, ଅନ୍ନପୂର୍ଣ୍ଣା ପଡ଼ିଆରେ ରାମାଭିଷେକ ପୂଜା, ଦେମାଳ ୟୁଥ କ୍ଲବ ନିକଟରେ ହନୁମାନ ପୂଜା, ମହାବୀର ବଜାରରେ ମହାବୀର ପୂଜା, ଡାକବଙ୍ଗଳା ଛକରେ ନୃସିଂହ ଅବତାର ପୂଜା ଆୟୋଜିତ ହେଉଛି। 

ବଡାମ୍ବିଳା ଗ୍ରାମ ପଞ୍ଚାୟତର କଳଦିଆରେ ମଧ୍ୟ ଖଣ୍ଡାୟତ ସଂଘ ପକ୍ଷରୁ ମା’ ଦୁର୍ଗାଙ୍କର ପୂଜା ଆୟୋଜିତ ହେଉଛି । ସବୁ ପୂଜା ସ୍ଥଳରେ ଭକ୍ତଙ୍କର ଭିଡ଼ ଲାଗି ରହିଛି। ହେଲେ ଆଜି ସକାଳୁ ଆରମ୍ଭ ହୋଇଥିବା ବର୍ଷା ପୂଜାର ଆନନ୍ଦକୁ କମେଇବାରେ ଭୂମିକା ନେବା ସମ୍ଭାବନା ରହିଛି l ଏହାଫଳରେ ଗ୍ରାମାଞ୍ଚଳରୁ କମ୍ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି l ଧାର୍ କରଜ କରି ଉଠା ଦୋକାନ କରିଥିବା ବ୍ୟବସାୟୀ ଆଶଙ୍କାରେ ରହିଛନ୍ତି l

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

COASTAL NEWS ODIA 1222

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ



ଭୁବନ - (CNO) ଭଞ୍ଜ ବିହାରୀ ମହାନ୍ତି - ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର ଏକ ଦମ୍ପତି ୨୦ତାରିଖରେ ଭୁବନ ଆସିଥିଲେ।

ସଂଧ୍ୟାରେ ସେମାନେ ଏକ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ କେନାଲ ରାସ୍ତାରେ ୫ଜଣ ଯୁବକ ସେମାନଙ୍କୁ ଅକଟାଇଥିଲେ। ସ୍ବାମୀଙ୍କୁ ପ୍ରବଳ ମାଡ଼ ମାରିବା ସହ ଉଭୟଙ୍କ ଠାରୁ ୨ଟି ମୋବାଇଲ ଛଡାଇନେଇଥିଲେ।
ପରେ ମହିଳାଙ୍କୁ ୫ଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏହାକୁ ମୋବାଇଲରେ ରେକର୍ଡ କରିବା ସହ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏକ ମୋବାଇଲ ନମ୍ବରରେ ୟୁପିଆଇ ଜରିଆରେ ୧୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ।

ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ଭୂବନରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଢେ଼ଙ୍କାନାଳ ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।.

ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ, ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା

COASTAL NEWS ODIA 1221

ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ, ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା



 
ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି)- ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ସକ୍ରିୟ ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଛି। ପାରାଦୀପଠୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ। ଆଗାମୀ ୧୮ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା। ବାତ୍ୟା ବାଂଲାଦେଶ ମୁହାଁ ହେବା ସମ୍ଭାବନା।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୨୫ରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ। ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଆଶାଙ୍କା ପ୍ରକାଶ ପାଇଛି।

ପୁଣି ଅକ୍ଟୋବରରେ ବାତ୍ୟା ଆସୁଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସହ ଉତ୍ତର ଓ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ସକ୍ରିୟ ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ରବିବାର ବିଳମ୍ବିତ ରାତି କିମ୍ବା ସୋମବାର ଗଭୀର ଅବପାତ ରୂପ ନେବା ପରେ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ରବିବାର ସନ୍ଧ୍ୟା ସୁଦ୍ଧା ପାରାଦ୍ୱୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ୫୨୦କି.ମି ଦୂରରେ କେନ୍ଦ୍ରୀଭୂତ ହେଉଥିବା ବେଳେ ପଶ୍ଚିମବଙ୍ଗର ଦୀଘାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ୬୮୦କି.ମି, ବାଂଲାଦେଶର ଖେପୁପାରାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୮୨୦ କି.ମି ଦୂରରେ ଗତି କରୁଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ରୂପନେବା ସମ୍ଭାବନା ଥିବାବେଳେ ରବିବାର ମଧ୍ୟାହ୍ଣଠାରୁ ଅବପାତ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହଁାଉଛି। ବିଭିନ୍ନ ମଡେଲର ଆକଳନ କହୁଛି, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରୁ ୮୦ରୁ ୧୨୦କି.ମି ସମୁଦ୍ର ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ଯିବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନାହିଁ। କିନ୍ତୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି, ଅବପାତ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ। ସୋମବାର ମଧ୍ୟରାତିି ସୁଦ୍ଧା ଗଭୀର ଅବପାତଟି ଦୁର୍ବଳ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏହା ବାତ୍ୟା ରୂପ ନେବାବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୮୦କି.ମି ବହିପାରେ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ ଏବଂ ରାଜ୍ୟରେ ବର୍ଷାର ମାତ୍ରା ମଧ୍ୟ ବିଶେଷ ରହିବ ନାହିଁ।

ଆଜିର ରାଶିଫଳ

COASTAL NEWS ODIA 1220

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୩ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*  *✧═════•❁❀❁•═════✧*


*🌹ମେଷ🌹👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*🌹ବୃଷ🌹👉:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*🌹ମିଥୁନ🌹👉:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।* 

*🌹 କର୍କଟ 🌹👉:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।*

*🌹ସିଂହ🌹👉:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*🌹କନ୍ୟା🌹👉:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*🌹ତୁଳା🌹👉:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*🌹ବିଛା🌹👉:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।*

*🌹ଧନୁ🌹👉:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*🌹ମକର🌹👉:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*🌹କୁମ୍ଭ🌹👉:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*🌹ମୀନ🌹👉:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*

ବିଶ୍ୱକପ୍ 2023 ରେ ଟିମ୍ ଇଣ୍ଡିଆର କ୍ରମାଗତ 5 ମ ବିଜୟ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଶୀର୍ଷରେ

COASTAL NEWS ODIA 1217

ବିଶ୍ୱକପ୍ 2023 ରେ ଟିମ୍ ଇଣ୍ଡିଆର କ୍ରମାଗତ ପଞ୍ଚମ ବିଜୟ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଶୀର୍ଷରେ




ନୂଆଦିଲ୍ଲୀ - (CNO) ଆଇସିସି ODI ବିଶ୍ୱକପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଶକ୍ତିଶାଳୀ ବିଜୟ ପଞ୍ଜୀକୃତ କରିଛି ​​ଏବଂ ଲଗାତାର ପଞ୍ଚମ ଥର ପାଇଁ ବିଜୟ ହାସଲ କରିଛି ।  ଡାରେଲ ମିଚେଲଙ୍କ ଶତକ ଆଧାରରେ କିୱି ଦଳ ଭାରତ ବିପକ୍ଷରେ 273 ରନ୍ ସଂଗ୍ରହ କରିଥିଲା।  ମହମ୍ମଦ ଶାମି ଚମତ୍କାର ବୋଲିଂ କରି 5 ୱିକେଟ୍ ନେଇଥିଲେ।  ଟାର୍ଗେଟକୁ ପଛରେ ପକାଇ ବିରାଟ କୋହଲିଙ୍କ 95 ରନ୍ ଯୋଗୁଁ ଦଳ 48 ଓଭରରେ 6 ୱିକେଟ୍ ହରାଇବା ପରେ ଜିତିଥିଲା।  ବିଶ୍ୱକପରେ କ୍ରମାଗତ ପଞ୍ଚମ ବିଜୟ ସହ ଭାରତ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହାସଲ କରିଛି।

ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଏକରୁ ଅଧିକ ମ୍ୟାଚ୍ ଆୟୋଜନ କରିଥିବା ସମସ୍ତ ସ୍ଥାନ ମଧ୍ୟରୁ ଧର୍ମଶାଳା- ଲକ୍ଷ୍ନୌର ଦ୍ରୁତ ବୋଲରମାନେ ପ୍ରତ୍ୟେକ ଇନିଂସର ପ୍ରଥମ ୧୦ ଓଭରରେ ସର୍ବାଧିକ ସୁଇଙ୍ଗ୍ ପାଇଛନ୍ତି।  ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ସମୟରେ ଏହା ସମାନ ରହିପାରେ |  ସନ୍ଧ୍ୟାରେ କାକରର ପ୍ରଭାବ ପଡିବାରୁ ବୋଲିଂ କରିବାରେ ଅସୁବିଧା ହୋଇଥିଲା ।

ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ ହେନେରୀ ଏବଂ ଲକି ଫର୍ଗୁସନଙ୍କ ରୂପରେ ନ୍ୟୁଜିଲ୍ୟାଣ୍ଡର ଭଲ ଗତି ତ୍ରି ରହିଛି।  ଏଥି ସହିତ ସ୍ପିନ୍ ବିଭାଗରେ ମିଚେଲ ସାଣ୍ଟନର୍ଙ୍କ ପାଇଁ ବିଶ୍ୱକପ୍ ବହୁତ ଭଲ ହୋଇଛି।  ସେ ଟୁର୍ନାମେଣ୍ଟରେ ସର୍ବାଧିକ 11 ୱିକେଟ୍ ନେଇଛନ୍ତି।  ଉଭୟ ଦଳର ଶୀର୍ଷ କ୍ରମ ଚାଲିଛି।  ଏହି ବିଶ୍ୱକପ୍‌ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଡିଭନ୍ କନୱେ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି।  ଭାରତର ମଧ୍ୟମ ଅର୍ଡର ମଧ୍ୟ ରନ୍ ସ୍କୋର କରୁଛି।

ବିଶ୍ୱକପ୍ 2023 ରେ ଟିମ୍ ଇଣ୍ଡିଆର କ୍ରମାଗତ ପଞ୍ଚମ ବିଜୟ |  ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି।  ବିରାଟ କୋହଲି ନିଜର 49 ତମ ଶତକ କୁ 5 ରନରେ ହରାଇଥିଲେ।  ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 273 ରନ୍ ସଂଗ୍ରହ କରିଥିଲା।  କିୱି ଦଳ ପାଇଁ ଡାରିଲ ମିଚେଲ ସର୍ବାଧିକ 130 ରନ୍ ସଂଗ୍ରହ କରିଥିବାବେଳେ ରାଚିନ୍ ରବିନ୍ଦ୍ର 75 ରନ୍ ସଂଗ୍ରହ କରିଥିଲେ।  ଭାରତ ପାଇଁ ଅଭିଜ୍ଞ ପେସର ମହମ୍ମଦ ଶାମି ସର୍ବାଧିକ 5 ୱିକେଟ୍ ନେଇଥିଲେ।


ଭାରତ - ରୋହିତ ଶର୍ମା (ଗ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ଡବ୍ଲୁ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ଶାମି।

 ନ୍ୟୁଜିଲାଣ୍ଡ - ଡିଭନ୍ କନୱେ, ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, ଡାରିଲ୍ ମିଚେଲ, ଟମ୍ ଲାଥାମ୍ (ଗ) (wk), ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ମ୍ୟାଟ ହେନେରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ |

Sunday, October 22, 2023

ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ ଲାଇଭ ସ୍କୋର ଅପଡେଟ୍ ବିଶ୍ୱକପ୍ 2023

COASTAL NEWS ODIA 1218

ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ ଲାଇଭ ସ୍କୋର ଅପଡେଟ୍ ବିଶ୍ୱକପ୍ 2023 



ଭୁବନେଶ୍ବର - (CNO) Source - ସ୍ପୋର୍ଟସ୍ ହୋମ୍ କ୍ରିକେଟ୍ ନ୍ୟୁଜ୍ - ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ ଲାଇଭ ସ୍କୋର ଅପଡେଟ୍ ବିଶ୍ୱକପ୍ 2023 ବିରାଟ କୋହଲି ଶ୍ରେୟସ୍ ଆୟର କୁହୁଡି ହେତୁ ସ୍ୱଳ୍ପ ବନ୍ଦ ହେବା ପରେ ସ୍ଥିର ରହିଛନ୍ତି |

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଲାଇଭ ସ୍କୋର ଅପଡେଟ୍ସ, ବିଶ୍ୱକପ 2023: କୁହୁଡ଼ି ହେତୁ ବିରାଟ କୋହଲି, ଶ୍ରେୟାସ ଆୟର ସ୍ଥିର |
 
IND ବନାମ NZ ଲାଇଭ ସ୍କୋର, ଆଇସିସି ବିଶ୍ୱକପ 2023: ବିରାଟ କୋହଲି ଏବଂ ଶ୍ରେୟାସ ଆୟର 274 ରନ ପଛରେ ଭାରତୀୟ ଇନିଂସକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

IND ବନାମ NZ ଲାଇଭ କ୍ରିକେଟ୍ ସ୍କୋର ଅପଡେଟ୍: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ 274 ରନ୍ ସଂଗ୍ରହ ଲକ୍ଷ୍ୟ ରଖିଛି । 
 
ଲାଇଭ ଅପଡେଟ୍ସ ଇଣ୍ଡିଆ ବନାମ ନ୍ୟୁଜିଲ୍ୟାଣ୍ଡ, IND ବନାମ NZ ODI ବିଶ୍ୱକପ 2023: ବିରାଟ କୋହଲି ଏବଂ ଶ୍ରେୟାସ ଆୟର ଧରମସାଲାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 274 ରନ୍ ପଛରେ ଭାରତୀୟ ଇନିଂସ ପହଞ୍ଚିବା କୁ ଲକ୍ଷ୍ୟ ରଖିଛନ୍ତି।  ରୋକି ଶର୍ମା ଲକି ଫର୍ଗୁସନ୍ଙ୍କ ବୋଲିଂରେ 46 ସ୍କୋରରେ ପଡ଼ିଥିବା ବେଳେ ସମାନ ବୋଲର ଶୁଭମାନ ଗିଲଙ୍କୁ ମଧ୍ୟ ଫାଶରେ ପକାଇଥିଲେ।  

ଏହାପୂର୍ବରୁ ମହମ୍ମଦ ଶାମିଙ୍କ ପାଞ୍ଚ ୱିକେଟ୍ ନେଇ 273 ରେ ନ୍ୟୁଜିଲ୍ୟାଣ୍ଡକୁ ସୀମିତ ରଖିବାରେ ଟିମ୍ ଇଣ୍ଡିଆକୁ ସାହାଯ୍ୟ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ କୁହାଯାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ପ୍ରାରମ୍ଭିକ ୱିକେଟ୍ ହରାଇଥିଲା କିନ୍ତୁ ଡାରିଲ୍ ମିଚେଲ (130) ଏବଂ ରାଚିନ୍ ରବିନ୍ଦ୍ର (75) ଙ୍କ ମଧ୍ୟରେ ଥିବା ଜ୍ୱଳନ୍ତ ଭାଗିଦାରୀ ଶେଷରେ ସେମାନଙ୍କୁ ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥିଲା।  

ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲେ ଯୁବକ

COASTAL NEWS ODIA 1217

ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲେ ଯୁବକ



ଘସିପୁରା,୨୨।୧୦ : (CNO) ଭଞ୍ଜ ବିହାରୀ ମହାନ୍ତି - କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି। ରାମଚନ୍ଦ୍ରପୁର ପୋଲିସ ଟଙ୍କା ବ୍ୟାଗ ଧରି ଫେରାର ଯୁବକଙ୍କ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ, ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତରେ ରବିବାର ଜିଆର୍‌ଏସ୍‌ ଅଶୋକ ସାହୁଙ୍କ ଦ୍ୱାରା ଭତ୍ତା ଟଙ୍କା ହିତାଧିକାରୀଙ୍କୁ ବଣ୍ଟାଯାଉଥିଲା। ଜିଆରଏସ୍‌ ଅଶୋକ ୨ ଲକ୍ଷ ୪ ହଜାର ୬ ଶହ ଟଙ୍କା ଉଠାଇ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରୁଥିଲେ। ୯୭ଜଣ ହିତାଧିକାରୀଙ୍କୁ ଟଙ୍କା ବଣ୍ଟା ଯାଇଥିବା ବେଳେ ଶାଳଦେଇ ଗ୍ରାମର ନୀଳମଣି ଦଳେଇ ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେ ନେଇଥିବା ବ୍ୟାଗରେ ୧ଲକ୍ଷ ୩ ହଜାର ୪ ଶହ ଟଙ୍କା ରହିଥିବା ଜିଆର୍‌ଏସ୍‌ ସାହୁ କହିଛନ୍ତି।

ଏହି ଘଟଣାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତନାଘନା ଚାଲିଥିବା ବେଳେ ନୀଳମଣିଙ୍କ ବାପା ଅନାମ ଦଳେଇ ଓଲଟା ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଅଶୋକ ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଇସ୍ରାଏଲ୍ ହାମାସ୍ ଯୁଦ୍ଧ

COASTAL NEWS ODIA 1215

ଇସ୍ରାଏଲ୍ ହାମାସ୍ ଯୁଦ୍ଧ: ହାମାସକୁ ‘ବିନାଶ’ କରିବାକୁ ଗାଜା ସୀମାରେ ଇସ୍ରାଏଲ୍ ସୈନ୍ୟ ମାନେ ପ୍ରସ୍ତୁତ ହେଉଛନ୍ତି


ଭୁବନେଶ୍ବର - (CNO) ଅକ୍ଟୋବର 21, 2023, 07:31 AM ISTS ଉତ୍ସ: TOI.in |

ଅକ୍ଟୋବର 7 ହତ୍ୟାକାଣ୍ଡ ପାଇଁ ଦାୟୀ ଆତଙ୍କବାଦୀ ସଂଗଠନ ହାମାସକୁ ଧ୍ୱଂସ କରିବାକୁ ଇସ୍ରାଏଲ୍ ସୈନ୍ୟ ମାନେ ପ୍ରସ୍ତୁତ ହେଉଛନ୍ତି, ଯାହା ସମ୍ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତି ଆରମ୍ଭ କରିଛି।  ଇସ୍ରାଏଲ୍ ଟ୍ୟାଙ୍କ ଗଡ଼ୁଛି ଏବଂ ଘାଟିରେ ସୈନ୍ଯମାନେ ସ୍ଥଳଭାଗରେ ଆକ୍ରମଣାତ୍ମକ ପ୍ରସ୍ତୁତି ଚଳାଇଛନ୍ତି ।  

ଇସ୍ରାଏଲର ବରିଷ୍ଠ ଅଧିକାରୀମାନେ ଗୁରୁବାର ଦିନ ଆତଙ୍କବାଦୀ ଗୋଷ୍ଠୀ ହାମାସକୁ ହଟାଇବା ପାଇଁ ଘାଜା ଅଞ୍ଚଳର ଏକ ବଡ଼ ଧରଣର ସ୍ଥଳଭାଗ ଆକ୍ରମଣର ଆଶଙ୍କା ବିଷୟରେ କହିଛନ୍ତି।  ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଗାଜା ନିକଟରେ ଥିବା ସୈନିକ ମାନଙ୍କୁ କହିଛନ୍ତି ଯେ ପାଲେଷ୍ଟାଇନ ଏନକ୍ଲେଭରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଶୀଘ୍ର ଦିଆଯିବ।

ଚୀନ୍ ଏହାର କାର୍ଯ୍ୟକଳାପରୁ ବିରତ ନୁହେଁ! LAC ଉପରେ ନିର୍ମାଣ କରୁଛି ହେଲିପ୍ୟାଡ୍ ଓ ରାସ୍ତାଗୁଡ଼ିକର ନେଟୱାର୍କ, ପେଣ୍ଟାଗନ୍ ରିପୋର୍ଟରେ ପ୍ରକାଶ ପାଇଛି |

COASTAL NEWS ODIA 1215

ଚୀନ୍ ଏହାର କାର୍ଯ୍ୟକଳାପରୁ ବିରତ ନୁହେଁ!
  LAC ଉପରେ ନିର୍ମାଣ କରୁଛି ହେଲିପ୍ୟାଡ୍ ଓ ରାସ୍ତାଗୁଡ଼ିକର ନେଟୱାର୍କ, ପେଣ୍ଟାଗନ୍ ରିପୋର୍ଟରେ ପ୍ରକାଶ ପାଇଛି |
 

ନୂଆଦିଲ୍ଲୀ - 22 ଅକ୍ଟୋବର 2023 (CNO) ଆମେରିକାର ପ୍ରତିରକ୍ଷା ବିଭାଗର ରିପୋର୍ଟରେ କୁହାଯାଇଛି ଯେ 2022 ମସିହାରେ ଚୀନ୍ LAC ନିକଟରେ ଅନେକ ନିର୍ମାଣ କାର୍ଯ୍ୟ କରିଛି।  ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ପଶ୍ଚିମ ଅଞ୍ଚଳର ରିଜର୍ଭରେ 2022 ମସିହାରେ ଚାରିଟି ମିଳିତ ଅସ୍ତ୍ରଶସ୍ତ୍ର ବ୍ରିଗେଡ୍ ସହିତ ଜିନଜିଆନ୍ ଏବଂ ତିବ୍ଦତ ସାମରିକ ଜିଲ୍ଲାରେ ଦୁଇଟି ବିଭାଗ ମଧ୍ୟ ନିୟୋଜିତ କରିଛି।
 
 ଚୀନ୍ ସୀମାରେ ଥିବା ନିଜର କାର୍ଯ୍ୟକଳାପରୁ ବିରତ ନୁହେଁ।  ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ର ଏକ ରିପୋର୍ଟରୁ ଜଣାପଡିଛି ଯେ ଚୀନ୍ 2022 ମସିହାରେ ଭାରତ ନିକଟରେ ଥିବା LAC ଉପରେ ବ୍ୟାପକ ନିର୍ମାଣ କାର୍ଯ୍ୟ କରିଥିଲା ​​ଏବଂ ଏହାର ସେନା ନିୟୋଜନ ମଧ୍ୟ ବୃଦ୍ଧି କରିଥିଲା।

ରିପୋର୍ଟ ଅନୁଯାୟୀ, ଭାରତ ସହ ତିକ୍ତତା ବଢ଼ିବା କାରଣରୁ ଚୀନ୍ ନୂତନ ରାସ୍ତା, ଡୋକଲାମ ନିକଟରେ ବଙ୍କର୍, ପାଙ୍ଗଙ୍ଗ ହ୍ରଦ ଉପରେ ଦ୍ୱିତୀୟ ସେତୁ ଏବଂ ତ୍ଵରିତ ଗତିରେ ଉଦ୍ଦେଶ୍ୟମୂଳକ ଭାବେ ବିମାନବନ୍ଦର ଏବଂ LAC ନିକଟରେ ଅନେକ ହେଲିପ୍ୟାଡ୍ ନିର୍ମାଣ କରିଛି।



ଗତ ତିନିବର୍ଷ ଧରି ପୂର୍ବ ଲଦାଖର ଅନେକ କେନ୍ଦ୍ର ଉପରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ବିବାଦ ଲାଗି ରହିଛି।  ବିବାଦକୁ ହ୍ରାସ କରିବାକୁ ବ୍ୟାପକ କୂଟନୈତିକ ଏବଂ ସାମରିକ ଆଲୋଚନା ପରେ ଉଭୟ ପକ୍ଷ ବିଭିନ୍ନ ଅଞ୍ଚଳରୁ ସୈନ୍ଯ ପ୍ରତ୍ୟାହାର କରିଥିଲେ।  ଏସବୁ ମଧ୍ୟରେ ପେଣ୍ଟାଗନ୍ 'ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ସାମରିକ ଏବଂ ସୁରକ୍ଷା ବିକାଶ' ନାମକ ଏହି ରିପୋର୍ଟ ପ୍ରକାଶ କରିଛି।

ସୁକିନ୍ଦାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୩ ଦିନିଆ ‘ସାଥୁଆ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଶେଷ l

COASTAL NEWS ODIA 1214

ସୁକିନ୍ଦାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୩ ଦିନିଆ  ପ୍ରଶିକ୍ଷଣ ଶେଷ l



ସୁକିନ୍ଦା (CNO) ) - ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ‘ସାଥୁଅ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଇଚ୍ଛୁକ ଥିବା ସ୍ଥାନୀୟ ଯୁବବର୍ଗଙ୍କୁ ନେଇ ଗଠିତ ସାଥୀ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼, ଅମ୍ପଲୋବା ଓ ସନସାଇଲୋ ଗ୍ରାମ ପଂଚାୟତର ୩୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ସହକର୍ମୀଙ୍କ ମଧ୍ୟରେ ବାତାବରଣ ସୃଷ୍ଟି କରି ସେମାନଙ୍କ ଅଂଚଳରେ ବାଲ୍ୟ ବିବାହ ହ୍ରାସ କରିବାରେ ସକ୍ଷମ କରିବା ପାଇଁ ସାଥୁଆମାନଙ୍କୁ ଟିଏସଏଫ ଦ୍ଵାରା ପ୍ରସ୍ତୁତ କରାଯାଏ ।

ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ରେକୋନା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଶ୍ଵେତାଲିନା ରଥ, ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମ୍ରତା ମୋଦୀ ଓ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପକୁ ପ୍ରଶଂସା କରି ଗ୍ରାମସ୍ତରରେ ଜ୍ଞାନର ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ । ଅତିଥିମାନେ ସାଥୁଆମାନଙ୍କ ସମର୍ପଣକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସାଥୀଆଙ୍କ ନେତୃତ୍ଵ ଗୁଣ, ଯୋଗାଯୋଗ ଦକ୍ଷତା, ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ଯାହା ଦ୍ଵାରା ସେମାନେ ସାମାଜିକ ପରିବର୍ତନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । 

ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ସମିତି (ଭିଏଲସିପିସି)ରେ ସାଥୁଆମାନଙ୍କ ଅଂଶଗ୍ରହଣ ଏବଂ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାରେ ସାହାଯ୍ୟ କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ।ଏହି ପ୍ରଶିକ୍ଷଣ ରାଷ୍ଟ୍ରୀୟ କିଶୋର ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ (ଆରକେଏସକେ) ମଡ୍ୟୁଲ ଉପରେ ଆଧାରିତ ଥିଲା ଯେଉଁଥରେ କିଶୋର ଅବସ୍ଥାରେ ପରିବର୍ତନ, ପ୍ରଜନନ ଅଙ୍ଗ, ଋତୁସ୍ରାବ ସ୍ଵଚ୍ଛତା, କମ୍ ବୟସରେ ବିବାହ ଏବଂ କିଶୋର ଗର୍ଭଧାରଣର ପରିଣାମ, ଲିଙ୍ଗଗତ ସମାନତା, ସୁରକ୍ଷିତ ଗର୍ଭପାତ, ପରିବାର ନିୟୋଜନ, ଆରଟିଆଇ/ଏସଟିଆଇ ଏବଂ ଏଚଆଇଭି/ଏଡ୍, ସହକର୍ମୀଙ୍କ ଚାପ, ନିଶା ଏବଂ କିଶୋର ଅବସ୍ଥାରେ ପୋଷଣ ଇତ୍ୟାଦି ବିଷୟ ଅନ୍ତର୍ଭୁକ୍ତ । 

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ଦିନରେ ଅଂଶଗ୍ରହଣକାରୀ ମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସାମଗ୍ରୀ ସମ୍ବଳିତ 'ସାଥୁଆ କିଟ୍' ବଂଟନ କରାଯାଇଥିଲା । ପ୍ରୋଜେକ୍ଟ ରିସ୍ତା ହେଉଛି ଏକ ଗୋଷ୍ଠୀ ଭିତିକ ଏବଂ ଯୁବ ନେତୃତ୍ୱାଧୀନ କାର୍ଯ୍ୟକ୍ରମ ଯାହା ଗ୍ରାମୀଣ ଅଂଚଳରେ କମ୍ ବୟସର ବିବାହକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖୁଛି । ବାଲ୍ୟ ବିବାହ ନିବାରଣ, କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆରଏସ୍ଏଚ୍) ଶିକ୍ଷା ଏବଂ ଯୁବ ବିକାଶ ସୁଯୋଗ ଉପରେ ଯୁବବର୍ଗମାନଙ୍କୁ ପରାମର୍ଶ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ସାଥୁଆମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ରାଜ୍ୟ ସରକାର କଲେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି

COASTAL NEWS ODIA 1213

ରାଜ୍ୟ ସରକାର କଲେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି



ଭୁବନେଶ୍ବର - (CNO) - ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ସରକାର ତାଗିଦ୍ କରିଛନ୍ତି । ଯଦିଓ ଦୁର୍ଗାପୂଜା ପାଇଁ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ସଚିବାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛୁଟି ରହିଛି । ତେବେ ଗତ ୨୦ ଓ ୨୧ତାରିଖ ଦୁଇଦିନ ଧରି ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ବିଭାଗ ଦ୍ୱାରା ଜାରି ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତିରେ ରାଜ୍ୟ ସରକାର ନିଜର ଏକଛତ୍ରବାଦୀ ନୀତିର ପରିଚୟ ଦେବାକୁ ପଛାଇ ନାହାନ୍ତି । 

ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌କୁ ଖୋଲାଖୋଲି ଉଲ୍ଲଘଂନ କରିବା ସହ ବଦଳି କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ କ୍ଷମତାକୁ ବି କାଢ଼ି ନେଇଥିବା ଜଣାପଡ଼ିଛି । ଆଉ ଏସବୁ କେବଳ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ହେଉଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଦୁର୍ଗା ପୂଜା ପାଇଁ ଛୁଟି ଥିବା ସତ୍ତ୍ୱେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଅଫିସରମାନଙ୍କ ସମୂହ ବଦଳି ରାଜ୍ୟ ସରକାରଙ୍କ କାର୍ଯ୍ୟର ଅଂଶବିଶେଷ ତଥା ସ୍ୱାଭାବିକ ପ୍ରକ୍ରିୟା । 

ମାତ୍ର ଯେଉଁ ଢଙ୍ଗରେ ସରକାର ଏବେ ଅଫିସରମାନଙ୍କ ବଦଳି ନିର୍ଦ୍ଦେଶ ଜାରି କରୁଛନ୍ତି ଓ ସେଥିରେ ଜିଲ୍ଲାସ୍ତରର ଅଫିସରମାନଙ୍କୁ ରିଲିଭ୍ କରିବା କ୍ଷମତା ଜିଲ୍ଲାପାଳମାନଙ୍କଠୁ କାଢ଼ି ନେଇ ବିଭାଗ ଦ୍ୱାରା କରାଉଛନ୍ତି ତାହା ଓଡ଼ିଶା ସର୍ଭିସ କୋଡ୍ ଓ ବଦଳି ନୀତିରେ ଥିବା ପ୍ରାବଧାନକୁ ଖୋଲା ଉଲ୍ଲଘଂନ କରୁଛି । ଏପରିକିି ଜିଲ୍ଲାସ୍ତରର ଅଫିସରମାନଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲି ରିଲିଭ୍ କରାଯିବା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ସେମାନଙ୍କୁ ସମୟ ଦିଆନଯିବା ଦ୍ୱାରା ପରୋକ୍ଷରେ ରାଜ୍ୟରେ ନୂଆ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ଉଦାହରଣସ୍ୱରୂପ, ପଂଚାୟତିରାଜ ବିଭାଗ ପକ୍ଷରୁ ଗତ ୨୦ତାରିଖ ଶୁକ୍ରବାର ଏକ ବଦଳି ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ୨୯ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ବ୍ଲକରେ ବିଡିଓ ଭାବେ ନିଯୁକ୍ତି ମିଳିଛି । ଆଉ ସେହି ବଦଳି ବିଜ୍ଞପ୍ତିରେ ଚଳିିତବର୍ଷ ଜାନୁୟାରୀରୁ ଅକ୍ଟୋବରମାସ ମଧ୍ୟରେ ୧୨ଟି ବଦଳି ବିଜ୍ଞପ୍ତିର ଉଲ୍ଲେଖ କରାଯାଇଛି । ଏହି ୧୨ଟି ବଦଳି ନିର୍ଦ୍ଦେଶ ଆଧାରରେ ଯେଉଁ ଓଏଏସ୍ ଅଫିସରମାନେ ନିଜ ସ୍ଥାନରୁ ରିଲିଭ୍ ନହୋଇଛନ୍ତି ସେମାନଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ପଂଚାୟତିରାଜ ବିଭାଗର ସଦ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ପଂଚାୟତିରାଜ ବିଭାଗ ଚଳିତବର୍ଷ ଅକ୍ଟୋବର ୭, ସେପ୍ଟେମ୍ବର ୧୨, ମେ’ ୯, ଏପ୍ରିଲ ୨୭, ମାର୍ଚ୍ଚ ୨, ଫେବୃୟାରୀ ୨୦ ଓ ଜାନୁୟାରୀ ୧୯ ତାରିଖର ବଦଳି ବିଜ୍ଞପ୍ତି ଏବଂ ରାଜସ୍ୱ ବିଭାଗର ଜାନୁୟାରୀ ୧୮, ମେ’ ୧୮, ମେ’୩୧, ଜୁନ୍ ୮ ଓ ଜୁଲାଇ ୧୯ତାରିଖର ବଦଳି ବିଜ୍ଞପ୍ତିକୁ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ବଦଳି ବିଜ୍ଞପ୍ତି ତାରିଖକୁ ଉଲ୍ଲେଖ କରି ପଂଚାୟତିରାଜ ବିଭାଗ ଗତ ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୨୦ ଅପରାହ୍ନରେ ସମସ୍ତ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରିଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅକ୍ଟୋବର ୨୧ ଶନିବାର ଜାରି ବଦଳି ବିଜ୍ଞପ୍ତିରେ ମଧ୍ୟ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ସେଣ୍ଟ୍ରାଲି ରିଲିଭ୍ କରାଗଲା ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହି ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା ସେମାନଙ୍କୁ ମଧ୍ୟ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ଉଲ୍ଲେଖ ରହିଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶ ସତ୍ତ୍ୱେ ଦୀର୍ଘ ୮-୧୦ ମାସ ଧରି କିଭଳି ଜିଲ୍ଲାସ୍ତରରେ କାର୍ଯ୍ୟରତ ଓଏଏସ୍ ଅଫିସରମାନେ ନିଜ ଗାଦି ଛାଡ଼ୁ ନଥିଲେ? ବଦଳି ହୋଇଥିବା ଅଫିସରମାନଙ୍କୁ ରିଲିଭ୍ କରିବା ଦିଗରେ ଜିଲ୍ଲାପାଳମାନେ କାହିଁକି ପଦକ୍ଷେପ ନେଉନଥିଲେ? ରାଜ୍ୟ ସରକାର କାହିଁକି ଏଥିପାଇଁ ଜିଲ୍ଲାପାଳମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ? ଏଭଳି ପ୍ରଶାସନିକ ବିଶୃଙ୍ଖଳା ପାଇଁ ଦାୟୀ କିଏ?

ଅନ୍ୟପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ,  ପୂର୍ବରୁ ଅଫିସରମାନଙ୍କ ବଦଳି ତାଲିକା ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇ ମନ୍ତ୍ରୀ ଅବା ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଉଥିଲା । ସେଠାରୁ ମଞ୍ଜୁରୀ ମିଳିବା ପରେ ବିଭାଗ ତା’ର ବଦଳି ବିଜ୍ଞପ୍ତି ଜାରି କରୁଥିଲା । କେଉଁ ଅଫିସର କେତେଦିନ ଧରି ଗୋଟିଏ ପଦବୀ ଓ ଜିଲ୍ଲାରେ ରହିଛନ୍ତି ତାକୁ ଦୃଷ୍ଟିରେ ରଖି ଏହି ବଦଳି ତାଲିକା ବିଭାଗ ପ୍ରସ୍ତୁତ କରୁଥିଲା । ଫଳରେ ଅଫିସରମାନଙ୍କ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍‌ର ଅନୁପାଳନ ଠିକ୍ ଭାବେ ହୋଇପାରୁଥିଲା । ସେହି ଆଧାରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ସମ୍ପୃକ୍ତ ଅଫିସରମାନଙ୍କୁ ରିଲିଭ୍ କରିବା ନିମନ୍ତେ ରିମାଇଣ୍ଡର ପଠାଯାଉଥିଲା ।

ମାତ୍ର ଏବେ କିଛିବର୍ଷ ହେବ ସବୁକିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଛି । ଜିଲ୍ଲାସ୍ତରର ଅଫିସରମାନଙ୍କ ବଦଳି କରିବାବେଳେ କୌଣସି ନୀତି-ନିୟମକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଜିଲ୍ଲାସ୍ତରରେ ଯେଉଁ ଓଏଏସ୍ ଅଫିସରମାନେ ବିଡିଓ,ତହସିଲଦାର, ଆସିଷ୍ଟାଣ୍ଟ କଲେକ୍ଟର, ଡେପୁଟି କଲେକ୍ଟର, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଭଳି ପଦବୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପରିବର୍ତ୍ତେ ଜଣେ ଅଫିସର ଯୋଗ ନଦେବା ପର୍ଯ୍ୟନ୍ତ ଜିଲ୍ଲାପାଳମାନେ ରିଲିଭ୍ ନିଷ୍ପତ୍ତି ନେଉନାହାନ୍ତି । ସ୍ୱାଭାବିକ ଭାବେ ଜିଲ୍ଲାସ୍ତରରେ ଅଫିସରଙ୍କ ବହୁ ପରିମାଣର ଆବଶ୍ୟକତା ରହିଛି । ବିଡିଓ ଓ ତହସିଲଦାର ସିଧାସଳଖ ଲୋକଙ୍କ ସହ ଜଡ଼ିତ ରହୁଛନ୍ତି । ତା’ଛଡ଼ା ଜିଲ୍ଲାପାଳ ଅଫିସରେ ଜୁଡିସିଆରି, ରେଭନ୍ୟୁ, ଏଷ୍ଟାବ୍ଲିସମେଂଟ, ଇଲେକ୍ସନ, ଜେନେରାଲ ଆଣ୍ଡ ମିସିଲାନିୟସ୍ , ଗ୍ରିଭାନ୍ସ ଓ ଡେଭଲପମେଂଟ ଭଳି ସେକ୍ସନ ରହିଛି । ଯାହାର ଦାୟିତ୍ୱରେ ଜୁନିୟର ଓଏଏସ୍ ଅଫିସରମାନେ ରହିଥାନ୍ତି । ଗୋଟିଏ ଅବା ଏକାଧିକ ସେକ୍ସନ ଦାୟିତ୍ୱରେ ଏହି ଓଏଏସ୍ ଅଫିସର ରହୁଥିବାରୁ ସେମାନଙ୍କ ବଦଳି ହେଲେ କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଧିକ । 

ସେହିପରି ଅଫିସରମାନଙ୍କ ବଦଳିବେଳେ ସରକାର ଏସବୁ ଦିଗ ପ୍ରତି ଧ୍ୟାନ ନଦେଇ ‘ବ୍ରହ୍ମା ବିଳି ବିଳେଇଲେ ବେଦ’ ନ୍ୟାୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯେଉଁ ଢଙ୍ଗରେ ନିୟମକୁ ମୋଡ଼ିମକଚି ଦେବାକୁ ଚାହୁଁଛନ୍ତି ବିଭାଗଗୁଡ଼ିକ ସେପରି କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ଏବେ ଦୁର୍ଗାପୂଜା ଛୁଟି ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ରହିଛି । ଅଫିସରମାନଙ୍କୁ ୨୫ତାରିଖ କିମ୍ବା ତା’ପୂର୍ବରୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବଦଳି ନୀତି ଅନୁସାରେ ଅଫିସରମାନଙ୍କୁ ଟ୍ରାନଜିଟ୍ ପରିୟଡ୍ (୧୨୦କିମି ଦୂରତ୍ୱକୁ ବଦଳି ହୋଇଥିଲେ ଗୋଟିଏ ଦିନ) ବି ଦିଆଯାଇନି । ସେମାନେ ଯେଉଁ ଦାୟିତ୍ୱରେ ରହିଛନ୍ତି ତା’ର ହିସାବ-ନିକାସ ମଧ୍ୟ କରି ଦାୟିତ୍ୱ ହସ୍ତାନ୍ତର କରିବାକୁ ବି ସୁଯୋଗ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏସବୁ ପ୍ରଶାସନିକ ଅପାରଗତା ଓ ଦୂରଦୃଷ୍ଟି ନଥିବାରୁ  ସରକାରଙ୍କ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାରେ ମାସମାସ ବିତିଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ।

ଗୁଗଲ ଦେବ ଲୋନ

COASTAL NEWS ODIA 1212

ଗୁଗଲ ଦେବ ଲୋନ
ଗୁଗଲ ଦେବ ଲୋନ

 

 
ନୂଆଦିଲ୍ଲୀ,୨୨।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ଆରମ୍ଭ କରିବାକୁ ଯାଉଛି। ବ୍ୟାଙ୍କ୍‌ମାନଙ୍କ ପରି ଗୁଗଲ ଆପଣଙ୍କୁ ଲୋନ ଦେବାରେ ସାହାର୍ଯ୍ୟ କରିବ। ଏହି ସେବା ଏହାର ଲୋକପ୍ରିୟ ପେମେଣ୍ଟ ଆପ ‘ଗୁଗଲ-ପେ’ ଦ୍ୱାରା ଏହି ସେବା ଉପଲବ୍ଧ ହେବ। ତେବେ ଗୁଗଲର ଏହି ଫିଚର୍ସ ଫୋନ-ପେ ଓ ଭାରତ ପେ ପାଇଁ ଆହ୍ବନ ହୋଇପାରେ। ଗୁଗଲ ଏଥିପାଇଁ ଏହାର ଗୁଗୁଲ ପେ ଡାଟାବେସକୁ ବ୍ୟବହାର କରିବାକୁ ଯାଉଛି।

ପୂର୍ବରୁ ଗୁଗଲ ଭାରତରେ ସ୍ବତନ୍ତ୍ର ଦେୟ ନେଣଦେଣ ସେବା ‘ତେଜ’ ଆରମ୍ଭ କରିଥିଲା। ପରେ ଏହା ‘ଗୁଗଲ ପେ’ ବା ‘ଜି-ପେ’ ଭାବରେ ଜଣାଶୁଣା। ଏହି ପ୍ଲାଟଫର୍ମ ମାଧ୍ୟମରେ ଦେଶର କୋଟି କୋଟି ଲୋକ ୟୁପିଆଇ ଟ୍ରାଞ୍ଜାକ୍ସନ କରିଥାନ୍ତି। ଭାରତରେ ସମୁଦାୟ ୟୁପିଆଇ ଟ୍ରାଞ୍ଜାକ୍ସନର ୩୦ପ୍ରତିଶତ କେବଳ ଗୁଗଲ ପେ ମାଧ୍ୟମରେ ହୋଇଥାଏ। ବର୍ତ୍ତମାନ କମ୍ପାନୀ ଏହି ଡାଟାବେସ ବ୍ୟବହାର କରି ପେଟିଏମ ଏବଂ ଭାରତପେ ଭଳି କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।

ଏହି ସେବା ଗୁଗଲରେ ପଞ୍ଜୀକୃତ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ମିଳିବାକୁ ଯାଉଛି। କମ୍ପାନୀ ‘ଗୁଗଲ ପେ’ ଡାଟାବେସ ଏବଂ ଏଆଇ ବ୍ୟବହାର କରି ଲୋକଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଦେବ। ଏଥିପାଇଁ ଗୁଗୁଲ ଅନେକ ବ୍ୟାଙ୍କ ଏବଂ NBFC (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ) ସହିତ ଟାଏ-ଅପ କରିଛି। ଏହି ସେବାରେ ଲୋକମାନେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ପ୍ରତି ମାସରେ ସର୍ବନିମ୍ନ ୧୧୧ ଟଙ୍କା ଦେଇ ନିଜର ଋଣ ପରିଶୋଧ କରିପାରିବେ।ବ୍ୟବସାୟ ହେଉ କି ଘରୋଇ ଲୋନ ଗୁଗଲ ସମସ୍ତଙ୍କୁ ଏହି ସେବା ଯୋଗାଇଦେବାକୁ ଯାଉଛି।

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧

COASTAL NEWS ODIA 1211

ନେପାଳରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସେଲରେ ତୀବ୍ରତା ୬.୧



 
ନୂଆଦିଲ୍ଲୀ, ୨୨।୧୦ (CNO) - ଭଞ୍ଜ ବିହାରୀ ମହାନ୍ତି - ପାହାଡ଼ି ଦେଶ ନେପାଳରେ ସକାଳୁ ସକାଳୁ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ସକାଳ ୭ତା ୩୯ ମିନିଟ ସମୟରେ ଭୂକମ୍ପ ହୋଇଥିଲା ଯାହା ଦେଶର ବିଭିନ୍ନ ପ୍ରାନ୍ତରେ ଝଟକା ଅନୁଭୂତ ହୋଇଛି। ଭୂକମ୍ପ କେନ୍ଦ୍ର ନେପାଳର ଧାଣ୍ଡିଙ୍ଗରେ ରହିଥିଲା।

ଏହି ଭୂକମ୍ପ ପ୍ରଭାବ ନୂଆଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି। ୟୁରୋପୀୟ ଭୂବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଭୂକମ୍ପ କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୩ କିଲୋମିଟର ଗଭୀରରେ ରହିଥିଲା।

ବର୍ଷରେ ଅନେକ ସମୟରେ ନେପାଳରେ ଭୂକମ୍ପ ଆସିଥାଏ। ଏହା ପୂର୍ବରୁ ନେପାଳର ସୁଦୂର ପଶ୍ଚିମ ପ୍ରାନ୍ତରେ ୧୬ ଅକ୍ଟୋବରରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

କାହିଁକି ଆସେ ନେପାଳରେ ଭୂମିକମ୍ପ ?

ନେପାଳ ଭାରତୀୟ ଏବଂ ତିବ୍ଦତୀୟ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ। ଏହି ଟେକ୍ଟୋନିକ୍ ପ୍ଲେଟଗୁଡିକ ପ୍ରତି ୧୦୦ ବର୍ଷରେ ଦୁଇ ମିଟର ପର୍ଯ୍ୟନ୍ତ ଗତି କରେ, ଯେଉଁ କାରଣରୁ ଚାପ ସୃଷ୍ଟି ହୁଏ ଏବଂ ଭୂକମ୍ପ ହୁଏ। ୨୦୧୫ ରେ ନେପାଳରେ ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଏବଂ ଏହାର ଭୂକମ୍ପ ଯୋଗୁଁ ପ୍ରାୟ ୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା
 

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

COASTAL NEWS ODIA 1210

ଭାଗ ଚାଷୀଙ୍କର ସାପ କାମୁଡ଼ାରେ ମୃତ୍ୟୁ



ଆଳି - (CNO ): ଆଳି ଥାନା ଅନ୍ତର୍ଗତ ମେଣ୍ଟପୁର ଗ୍ରାମ ପଞ୍ଚାୟତ ର କଣ୍ଟିପୁର ଗ୍ରାମର ଜଣେ ଭାଗ ଚାଷୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। କଣ୍ଟିପୁର ଗ୍ରାମର ଗୟାଧର ସାହୁ ଶନିବାର ଦିନ ଚାଷ ଜମିରେ କିଟ ନାଶକ ପକାଉ ଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। 

ଫଳରେ ଗୟାଧର ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଳି ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୟାଧରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି

COASTAL NEWS ODIA 1209

ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଗତକାଲିର ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ବର୍ତ୍ତମାନ ଏହା ପାରାଦୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ମଧ୍ୟାହ୍ନଠାରୁ ଏହି ଅବପାତଟି ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସମ୍ଭାବନା ରହିଛି। ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସେ କହିଛନ୍ତି, ଆସନ୍ତାକାଲି ମଧ୍ୟରାତ୍ର ସୁର୍ଦ୍ଧା ଗଭୀର ଅବପାତଟି ଦୁର୍ବଳ ବାତ୍ୟାର ରୂପ ନେଇପାରେ। ଏହା ବାତ୍ୟାର ରୂପ ନେବା ବେଳେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ। ବର୍ଷାର ମାତ୍ରା ମଧ୍ୟ ବିଶେଷ ରହିବ ନାହିଁ। ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ସାମାନ୍ୟ ବଢ଼ିବ। ତେବେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୭ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।

ଆଜିର ରାଶିଫଳ

COASTAL NEWS ODIA 120

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ  ୨୨ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।*
*✧═════•❁❀❁•═════✧*
*🌹ବୃଷ🌹👉:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।*
*✧═════•❁❀❁•═════✧*
*🌹ତୁଳା🌹👉:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।*
*✧═════•❁❀❁•═════✧*
*🌹ମକର🌹👉:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ  ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।  ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।*
*✧═════•❁❀❁•═════✧*

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...