AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ

 COASTAL NEWS 403

କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ




ବାଲେଶ୍ବର : ଚୋରା ମଦ ବ୍ୟବସାୟୀଙ୍କୁ ସାବଡ କଲେ ସାଂସଦ । କାନ ଧରି ବସ ଉଠ କରାଇଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବଢୁଛି । ଗୋପୀନାଥପୁର ଷ୍ଟେସନ ଏବେ ଚୋରା ବେପାରୀଙ୍କ ଆଡ୍ଡା ପାଲଟିଛି । ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ଜୁଆ ଖେଳ ହେଉଛି । ଏହି ଖବର ବାଲେଶ୍ଵର ସାଂସଦଙ୍କ କାନରେ ପଡିଥିଲା ।

ଗତକାଲି ରାତିରେ ହଠାତ ସେହି ଅଞ୍ଚଳକୁ ଯାଇଥିଲେ ପ୍ରତାପ ଷଡଙ୍ଗୀ । ମଦ ବେପାରୀ ଓ ପିଉଥିବା ଗ୍ରାହକ ତାଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ଯେଉଁ ମାନଙ୍କୁ ଧରିଥିଲେ ସେମାନଙ୍କୁ ତାଗିଦ କରିବା ସହ କାନ ଧରି ବସ୍ ଉଠ କରାଇଥିଲେ । ପରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ନୀଳଗିରି ଥାନା ପୋଲିସ ।

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC

 COASTAL NEWS 402

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC



ଭୁବନେଶ୍ବର : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC । ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଳ ବିଜୁ ପଟ୍ଟନାୟକ ଏୟାରପୋର୍ଟଠାରୁ ଆରମ୍ଭ ହୋଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବ। ଏଥିରେ ୨୦ଟି ଷ୍ଟେସନ ରହିବ। ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନକୁ ଡିପିଆର ପ୍ରସ୍ ତୁତ ପାଇଁ ଦାୟିତ୍ୱ ଦେଇଥିଲେ।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏହା ଭିତରେ ଟ୍ରାଫିକ ସର୍ଭେ ଠାରୁ ଆରମ୍ଭ କରି ବିଭିନ୍ନ ସର୍ଭେ କରିଥିଲେ। ଆଜି ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ BMRC ତରଫରୁ ଆୟୋଜିତ ବୈଠକରେ, DMRC ତରଫରୁ ମୁଖ୍ୟ ସଚିବଙ୍କୁ ଡିପିଆର ପ୍ରଦାନ କରାଯାଇଛି। ଗତ ଏପ୍ରିଲ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ।

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା

 COASTAL NEWS 401

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା

 


ବାଲିଗୁଡ଼ା,୧୬ା୮ : କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହିଠାରେ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଲିଗୁଡ଼ା ନୂଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥିବା ଦେବରାଜ ବାଗ (୫୫) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ସେଠାରେ ହିଁ ସେ ଟଳି ପଡ଼ିଥିଲେ। ସାହି ବାସିନ୍ଦା ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସେଠାରେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ହତ୍ୟାର କାରଣ ସଠିକ ଜଣାପଡ଼ି ନ ଥିବା ବେଳେ କୌଣସି ବିଷୟକୁ ନେଇ ପୂର୍ବ ଶତ୍ରୁତା ଥିବା ସାହି ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାରୀ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ କେସ୍‌ ନଂ.୧୯୬ /୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ

ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ବୋହି ନେଲେ

 COASTAL NEWS 400

ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ବୋହି ନେଲେ

 


କୋକସରା,୧୬ା୮ : ଦାଦନ ଖଟିବାକୁ ହାଇଦ୍ରାବାଦକୁ ଦୁଇ ମାସ ତଳେ ଯାଇଥିଲେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ହାଇଦ୍ରାବାଦରୁ ମଙ୍ଗଳବାର ଦୁଇ ଜଣ ସାଥୀ ଶ୍ରମିକଙ୍କ ସାହାଯ୍ୟରେ ସଙ୍ଗୀତା ନାମକ ଯାତ୍ରୀବାହୀ ବସ୍‌ରେ ନିଜ ଭିଟାମାଟିକୁ ଫେରୁଥିଲେ। ମାତ୍ର ଆସିବା ବାଟରେ ନବରଙ୍ଗପୁର ନିକଟରେ ବସ୍‌ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଆମପାଣିରେ ବସ୍‌ ପହଞ୍ଚିବା ପରେ ସମ୍ପର୍କୀୟମାନେ ଆଗରୁ ଖବର ପାଇ ଅପେକ୍ଷା କରି ରହିଥିଲେ। ଗିରିଧାରୀଙ୍କ ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ଆମପାଣି ବିଜୁ ଏକ୍ସପ୍ରେସ୍‌ ଓ୍ବେ ରାସ୍ତା ଠାରୁ ନିଜ ଗାଁ କାଦୋପଦର ନେଇ ଯାଇଥିଲେ।

ସୂଚନାନୁଯାୟୀ, ଦୁଇ ମାସ ତଳେ ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ଯୁବକ ଗିରିଧାରୀ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ହେଲେ ସେଠାରେ ସେ ଅସୁସ୍ଥ ହେବାରୁ ଘରକୁ ଫେରିବା ସମୟରେ ବସ୍‌ରେ ଜୀବନ ଚାଲିଯାଇଥିଲା। ଗାଁରେ ଆଜି ମୃତଦେହ ପହଞ୍ଚିବା ପରେ ଗାଁ ଶ୍ମାଶନରେ ଶେଷକୃତ୍ୟ କରାଯାଇଛି। ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି

Wednesday, August 16, 2023

ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ

COASTAL NEWS 399

ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ



ପିପିଲି : ଶିକ୍ଷକଙ୍କ ଅଭାବକୁ ନେଇ ଜେତିଲା ଆନ୍ଦୋଳନ। ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ । ନାରାବାଜି ସହିତ ଆନ୍ଦୋଳନକୁ ଓହ୍ଲାଇଲେ ସମସ୍ତେ । ଏ ଘଟଣା ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ବେରବୋଇ ହାଇସ୍କୁଲର । ୧୯୫୦ ମସିହାରେ ସ୍ଥାପିତ ହେଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠ ପଢାଯାଉଛି । ତେବେ ନବମ ଦଶମ ଶ୍ରେଣୀ ପାଇଁ ଶିକ୍ଷକ ଥିବାବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ଶିକ୍ଷାଦାନ ଯୋଗାଇବା ପାଇଁ ୧୨ ଜଣ ଶିକ୍ଷକ ଆବଶ୍ୟକତା ଥିବାବେଳେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଯାହାକୁ ନେଇ ଏଭଳି ଆନ୍ଦୋଳନ କରାଯାଇଥିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ କହିଥିଲେ ।

ବେରବୋଇ ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଯେତିକି ଶ୍ରେଣୀ ଗୃହ ରହିଛି ସେଥି ମଧ୍ୟରୁ ଅଧାରୁ ଅଧିକ ଶ୍ରେଣୀ ଗୃହରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ସ୍ମାର୍ଟ କ୍ଲାସ ରୁମରେ ପଢିବା କଷ୍ଟକର ହୋଇ ପଡ଼ୁଛି । ବିଦ୍ୟାଳୟରେ ଲାଟିନ୍ ଘରେ କାର୍ଯ୍ୟ କରିଥିବା ଠିକାଦାର ଚାବି ପକାଇଥିବାବେଳେ ଛାତ୍ରଛାତ୍ରୀମାନେ ଏହାକୁ ବ୍ୟବହାର କରି ପାରୁ ନାହାନ୍ତି । ପାନୀୟ ଜଳର ଅସୁବିଧା ନ କହିବା ଭଲ । ଏଭଳି ଅନେକ ସମସ୍ୟା ରହିଥିବାର ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କହିଥିବାବେଳେ ଘଟଣାସ୍ଥଳରେ ଡ଼େଲାଙ୍ଗ ବ୍ଲକ ଶିକ୍ଷାଧିକାରୀ ପହଂଚି ଶିକ୍ଷକ ନିଯୁକ୍ତିର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଦୀର୍ଘ ସମୟ ଆନ୍ଦୋଳନ ତାପରେ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ସତ ହେଲେ ବିନା ଶିକ୍ଷକରେ ପାଠ ପଢୁଥିବା ଏହି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ’ଣ ହେବ ତାହା ସମୟ ହିଁ କହିବ ।

ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ଏକ ମୃତ ମୂଷା

 COASTAL NEWS 398

ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ  ଏକ ମୃତ ମୂଷା



ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରାଯାଇଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ବାନ୍ଦ୍ରା ପୋଲିସ ଷ୍ଟେଶନର ଜଣେ ଅଧିକାରୀ କହିଛନ୍ତି ଏକ ବ୍ୟାଙ୍କରେ କାମ କରୁଥିବା ଗ୍ରାହକ ରବିବାର ରାତିରେ ଶପିଂ କରିବା ପରେ ଉପନଗର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ।

ପୋଲିସର ସୂଚନାନୁସାରେ, ରବିବାର ରାତିରେ ଅନୁରାଗ ସିଂ ଏବଂ ତାଙ୍କ ବନ୍ଧୁ ଅମିନ ମୁମ୍ବାଇର ବାନ୍ଦ୍ରାସ୍ଥିତ ପଞ୍ଜାବୀ ଖାଦ୍ୟ ପରିବେଷଣ କରୁଥିବା ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ। ଉଭୟ ବନ୍ଧୁ ଦୁଇଟି ଥାଳି ଅର୍ଡର କରିଥିଲେ। ଗୋଟିଏ ମଟନ ଥାଳି ପାଇଁ ଏବଂ ଅନ୍ୟଟି ଚିକେନ ଥାଳି ଥିଲା। ଖାଦ୍ୟ ପହଞ୍ଚିବା ପରେ ସିଂ ଚିକେନ ତରକାରୀ ଖାଇବା ଆରମ୍ଭ କରି କହିଥିଲେ। ତେବେ, ଯେତେବେଳେ ସେ ଏକ ଛୋଟ ମାଂସ ଖାଇଲେ, ସେତେବେଳେ ସେ ଅନୁଭବ କଲେ ଏହା ଚିକେନ ନୁହେଁ । ଏହାକୁ ସେ ନିରିଖେଇ ଯାଞ୍ଚ କରିବାରୁ ଏହା ଏକ ଛୋଟ ମୂଷା ବୋଲି ଜଣାପଡିଥିଲା। ସୋସିଆଲ ମିଡିଆ ଏକ୍ସରେ ଆମିନ ଏହି ବିଷୟରେ ଟୁଇଟ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ପ୍ରାରମ୍ଭରେ ଗ୍ରାହକ ଏହାକୁ ଥାଳିରେ କ’ଣ ଅଛି ଜାଣି ନ ଥିଲେ ଏବଂ ସେଥିରୁ କିଛି ଚିକେନ ଭାବି ଖାଇଥିଲେ। ଯେତେବେଳେ ଗ୍ରାହକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେମାନେ ତାଙ୍କ ନିକଟରେ କ୍ଷମା ମାଗିଥିଲେ, କିନ୍ତୁ ମୂଷା ଖାଇବା ପରେ ଗ୍ରାହକ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରି ଡାକ୍ତରଙ୍କ ନିକଟକୁ ଯାଇଥିଲେ।

ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ରେଷ୍ଟୁରାଣ୍ଟର ମ୍ୟାନେଜର ଏବଂ ଦୁଇ ଜଣ କୁକଙ୍କୁ ଗିରଫ କରାଯାଇ ଭାରତୀୟ ପେନାଲ କୋଡର ବିଭିନ୍ନ ବିଭାଗ ଅନୁଯାୟୀ ଗିରଫ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୨୭୨ (ବିକ୍ରୟ ଖାଦ୍ୟରେ ଅପମିଶ୍ରଣ) ଏବଂ ୩୩୬ (ଜୀବନ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ) ଲାଗୁ କରାଯାଇଛି । ପରେ ସେମାନେ ଜାମିନରେ ଖଲାସ ହୋଇଛନ୍ତି।

ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା

 COASTAL NEWS 397

ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା



ଜଗତ୍ସିଂହପୁର - ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା। ଘଟାଇଲେ ବୀଭତ୍ସ କାଣ୍ଡ। ଅଭିଯୁକ୍ତଜଣକ ୨ ବର୍ଷ ଜେଲ୍‌ରେ ଥିବା ବେଳେ ପ୍ରାୟ ଦେଢ ବର୍ଷ ହେବ ଫେରାର ହୋଇ ଯାଇଥିଲେ। ଆଜି ସକାଳେ ଫେରାର ଅଭିଯୁକ୍ତଜଣକ ନିଜ ଘରକୁ ଆସିଥିବା ବେଳେ ପାଲଟିଗଲେ ରକ୍ତମୁଖା । ଏପରିକି କଟୁରୀ ଚୋଟରେ ସେ ନିଜ ଆଈମା’ଙ୍କ ଜୀବନ ନେଇଥିବା ବେଳେ ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ସମ୍ପର୍କୀୟା ଜେଜେ ମା’ଙ୍କୁ ବି ହାଣିବାକୁ ପଛାଇ ନାହାନ୍ତି। ଏପରି ଏକ ଅଘଟଣ ଆଜି ସକାଳେ ଜଗତସିଂହପୁର ଜିଲା ବାଲିକୁଦା ଥାନା ଗଦେଇ ଗିରୀ ଗାଁରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁଙ୍କୁ ବାଲିକୁଦା ଥାନାରେ ଅଟକ ରହିଛି ।

ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଗାଁର ଜଣେ ନାବାଳିକାକୁ ଅପହରଣ କରି ୨ ମାସ ପାଖରେ ରଖି ଛାଡ଼ି ଦେଇଥିଲେ। ଏନେଇ ଗତ ୨୦୨୦ ମସିହାରେ ଅଭିଯୋଗ ହେବା ପରେ ସେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ। ଏହାପରେ ସେ ବିଚାରଧୀନ ବନ୍ଦୀ ଭାବେ ଆଳିପିଙ୍ଗଳ ଜେଲ୍‌ରେ ଥିଲେ। ତେବେ ଗତ ୨୦୨୨ ଏପ୍ରିଲ ମାସରେ ଜେଲରୁ ଫେରାର ହୋଇ ଯାଇଥିଲା । ପ୍ରାୟ ଦେଢ ବର୍ଷ ତାଙ୍କ ପତ୍ତା ପାଇ ପାରୁ ନ ଥିଲା ପୁଲିସ୍‌।

ଆଜି ସକାଳୁ ଜୀବନ ଜ୍ୟୋତି ନିଜ ଘରକୁ ଆସିଥିଲେ। ଉକ୍ତ ସମୟରେ ତାଙ୍କ ଘର ପାଖରେ ଥିବା ମାମୁ ଘରୁ ଆଈଙ୍କ ବି ଆସିଥିଲେ। କୌଣସି କଥାକୁ ନେଇ ଆଈଙ୍କ, ନାତିଙ୍କ ମଧ୍ୟରେ ଝଗଡ଼ା ହେବାରୁ ଜ୍ୟୋତି ଏକ କଟୁରୀରେ ନିଜ ଆଈଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ଜୀବନ ଜ୍ୟୋତି ସମ୍ପୃକ୍ତ ନାବାଳିକାଙ୍କ ଘରକୁ ପଳାଇଥିଲେ। ସେଠାରେ ସେ ନାବାଳିକାଙ୍କ ମା’ ଓ ଜଣେ ସମ୍ପର୍କୀୟା ଜେଜେମା’ଙ୍କୁ ହାଣି ପକାଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିକୁଦା ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଏନେଇ ଜଗତସିଂହପୁର ଏସଡିପିଓ ରମେଶ ସିଂ କହିଛନ୍ତି, ଲକ୍ଷ୍ମୀଧର ସାହୁ ଆଜି କରିଥିବା ଅଭିଯୋଗ ଅନୁଯାୟୀ ଆଜି ସକାଳୁ ତାଙ୍କ ମା’ଙ୍କୁ ଜୀବନଜ୍ୟୋତି ସାହୁ ହତ୍ୟା କରିଛନ୍ତି। ଏହାପରେ ବି ସେ ଆଉ ୨ ଜଣଙ୍କୁ ହାଣିଛନ୍ତି। ଏହାପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ତାଙ୍କୁ କାବୁ କରି ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜୀବନ ଜ୍ୟୋତିଙ୍କୁ କାବୁ କରି ବାଲିକୁଦା ଥାନାରେ ଅଟକ ରଖିଛି। ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଏପରି ଘଟିଥିବା ଅଭିଯୋଗ ହେଉଛି। ଜଣେ ଅଭିଯୁକ୍ତ ଦେଢ ବର୍ଷ ଧରି ଫେରାର ହେବା ପରେ ବି କିପରି ପୁଲିସ୍‌ ତାକୁ ଗିରଫ କରି ପାରୁ ନ ଥିଲା ତାକୁ ଖୁବ୍‌ ସମାଲୋଚନା କରାଯାଉଛି।

ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ

COASTAL NEWS 396

ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ


 

ବାଲେଶ୍ଵର - ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର ହୋଇଛି ୨୬ଟି ନାଗ ସାପ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା, ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା

ଏନେଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୩ଟାରେ ଭୁବନେଶ୍ୱରରୁ ବାହାରିଲୁ। ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଲୁ। ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କଲୁ। ଏହି ରେଡ ସମୟରେ ୨୬ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।

ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ଏଥିରୁ ଆହୁରି ବହୁ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

ମାତ୍ର ୩ ବର୍ଷର ଛୁଆକୁ ଛୁରୀ ଭୁଶି ହତ୍ୟା କରି କେନାଲକୁ ଫୋପାଡ଼ି ଦେଲା ବାପା

COASTAL NEWS 395

ମାତ୍ର ୩ ବର୍ଷର ଛୁଆକୁ ଛୁରୀ ଭୁଶି ହତ୍ୟା କରି କେନାଲକୁ ଫୋପାଡ଼ି ଦେଲା ବାପା 



ପଞ୍ଜାବ - ଯେଉଁ ବାପା ଦୁନିଆ ଦେଖାଇଥିଲା, ହାତ ଧରି ଚାଲି ଶିଖାଇଥିଲା, ସିଏ ପାଲଟିଗଲା ରାକ୍ଷାସ । ମାତ୍ର ୩ ବର୍ଷର ଛୁଆକୁ ଛୁରୀ ଭୁଶି ହତ୍ୟା କରି କେନାଲକୁ ଫୋପାଡ଼ି ଦେଲା। ଆଉ ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ରଚିଲା ଅପହରଣ ନାଟକ । ହେଲେ ଶେଷରେ ପୁଲିସ୍‌ ହାତରେ ଧରାପଡ଼ିଥିବା ବ୍ୟକ୍ତିଜଣକ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ପଞ୍ଜାବରେ ଘଟିଛି।

ଆଙ୍ଗରେଜ ସିଂ ନାମକ ବ୍ୟକ୍ତି ଗତ ସୋମବାର ନିଜ ୩ ବର୍ଷର ପୁଅକୁ ଧରି ନିକଟସ୍ଥ ଗୁରୁଦ୍ୱାରକୁ ଯାଇଥିଲେ। ଏହାପରେ ସେ ପୁଲିସ୍‌ ନିକଟରେ ଅଭିଯୋଗ କଲେ ଯେ, କିଛି ଲୋକ ତାଙ୍କ ଫୋନ୍‌ ଲୁଟି ନେବା ସହ ତାଙ୍କ ପୁଅକୁ ଅପହରଣ କରି ନେଇଛନ୍ତି।

ଏହାପରେ ପିଲାଟିକୁ ଉଦ୍ଧାର କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କଲା। ଇତି ମଧ୍ୟରେ ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ତାଙ୍କ କଥାରେ ତାଳମେଳ ରହିଲା ନାହିଁ। ଏହାପରେ ପୁଲିସ୍‌ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ କଥା ମାନିଗଲେ।

ଏପରିକି ସେ ନିଜ ହାତରେ ଛୁରୀ ଭୁଶି ନିଜ ପୁଅକୁ ହତ୍ୟା କରି ନିକଟସ୍ଥ କେନାଲରେ ଫୋପାଡ଼ି ଦେଇଥିବା କହିଥିଲେ। ପୁଲିସ୍‌ କେନାଲରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିବା ସହ ଆଙ୍ଗରେଜ ସିଂଙ୍କ ଫୋନ୍‌ ବି ଜବତ କରିଛି।

ବ୍ୟକ୍ତିଜଣକ କାହିଁକି ଏତେ ନିଷ୍ଠୁର ପାଲଟି ନିଜ ହାତରେ ନିଜ ପିଲାର ଜୀବନ ନେଲେ ତାହା ପଛର କାରଣ ସ୍ପଷ୍ଟ ହୋଇନି। ପୁଲିସ୍‌ ଆଙ୍ଗରେଜ ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ

COASTAL NEWS 394

ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ 



ଭୁବନେଶ୍ୱର  :  କିଛି ଦିନର ନୀରବତା ପରେ ପୁଣି ଥରେ ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷା ହେବ । ୪ଦିନ ପ୍ରବଳ ବର୍ଷା ନେଇ ଆଳର୍ଟ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ

ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଉ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଆସନ୍ତାକାଲି ବଢ଼ିବ ବର୍ଷାର ବିସ୍ତୃତି । କାଲି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । ଏଥିରୁ ଦୁଇଟି ଜିଲ୍ଲା କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ । ୧୮ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ଏଥିପାଇଁ ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ଓ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୧୯ ତାରିଖ ପାଇଁ ୭ ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ଗତ କିଛି ଦିନ ହେବ ମୌସୁମୀର ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ ବର୍ଷା ହୋଇନି । ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୮.୨ ମିଲିମିଟରବୃଷ୍ଟିପାତ ରେକର୍ଡ ହୋଇଛି । ଯାହା ସ୍ବାଭାବିକ ପରିମାଣ ୭୩୭.୧ ମିଲିମଟର ତୁଳନାରେ ୯ ପ୍ରତିଶତ କମ୍ । ଏହାରି ଭିତରେ ୧୧ ଜିଲ୍ଲାରେ ନିଅଣ୍ଟିଆ ଓ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । କେବଳ ବୌଦ୍ଧ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ ।

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

 ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ



ଭୁବନେଶ୍ୱର  : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଘର ଭିତରୁ ଶାଶୂଙ୍କ ମୃତଦେହ ଉଦ୍ଧାର, ବୋହୂ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ବାରି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବୃଦ୍ଧାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘର ଭିତରୁ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘରେ ଶାଶୂ ବୋହୂଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲା ସାନ ପୁଅ । ଶାଶୂ ମଦା ପଲେଇଙ୍କ ମୃତୁ ହୋଇଥିବା ବେଳେ ବୋହୂ ବୈଶାଖୀ ପଲେଇଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ତେବେ କିଏ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭରତପୁର ଥାନା ପୋଲିସ ଚଳାଇଛି ଛାନବିନ୍ । ଘଟଣାସ୍ଥଳରେ ଡିସିପି ପହଞ୍ଚିଥିବା ବେଳେ ସାଇଣ୍ଟଫିକ ଟିମ୍ ତଦନ୍ତ କରୁଛି । ମୃତ ବୃଦ୍ଧାଙ୍କ ଘର ଗଞ୍ଜାମ ବେଲଗୁଣ୍ଠାରେ ବୋଲି ଜଣାପଡିଛି ।

Tuesday, August 15, 2023

ଆବାସ ଯୋଜନା ସ୍ଵପ୍ନ

 COASTAL NEWS 392

ଆବାସ ଯୋଜନା ସ୍ଵପ୍ନ 



ଭଦ୍ରକ – କାହା ଭାଗ୍ୟ ପଥର ତଳେ ତ କାହା ଭାଗ୍ୟ ପତର ତଳେ । ଯିଏ ଲାଞ୍ଚ ଦେଇ ପାରିଲା,ଖୋସାମତି କରିପାରିଲା ସେ ସରକାରୀ ଯୋଜନାକୁ ହାତେଇଲା ମାତ୍ର ପ୍ରକୃତ ହିତାଧିକାରୀ କୌଣସି ସରକାରୀ ସୁବିଧା ନପାଇ କେବଳ ଭାଗ୍ୟକୁ ଆଦରି ପଡ଼ିବା ସାର ହୋଇଛି । ଏହିପରି ଘଟଣା ଦେଖିବାକୁ ମିଳିଛି ଚାରିଗାଁ ଗ୍ରାମର ବିଧବା ବାସନ୍ତୀ କଟୁଆଳଙ୍କ କ୍ଷେତ୍ରରେ । ତାଙ୍କର ବୟସ ୪୪ବର୍ଷ,ମାତ୍ର ଏହି ବୟସରେ ସ୍ୱାମୀ ଭଗବାନ କର୍କଟ ରୋଗରେ ପ୍ରାଣ ହରାଇଛନ୍ତି,୨୧ବର୍ଷ ବୟସ୍କା ଏକମାତ୍ର ଝିଅ ମଧ୍ୟ ତାଙ୍କ ବେକରେ ବନ୍ଧା । ପୁରୁଣା ଚାଳଛପର ଘରକୁ ଛାଉଣୀ କରି ନ ପାରିବାରୁ ବର୍ଷାରେ ଧିରେ ଧିରେ ଘର ଖଣ୍ଡିକ ମଧ୍ୟ ନଷ୍ଟ ହୋଇଗଲାଣି । ମା ଝିଅ ମୁଣ୍ଡ ଗୁଞ୍ଜିବା ପାଇଁ ଭଙ୍ଗା ଦଦରା ଘର ଉପରେ ଜରିପାଲ ବିଛାଇ ଜୀବନ ଅତିବାହିତ କରୁଛନ୍ତି । ଏହିପରି ଦୁର୍ଦ୍ଦିନ ମଧ୍ୟରେ ବାସନ୍ତି ଓ ତାଙ୍କ ଝିଅ ଜୀବନ କାଟୁଥିବା ବେଳେ ତାଙ୍କୁ ଆଜିଯାଏ ଆବାସଗୃହ ମିଳି ପାରିନାହିଁ । କେବଳ ଅନ୍ନପୂର୍ଣ୍ଣା ଯୋଜନାରେ ରାସନ ପାଇ ଆସୁଥିବା ବେଳେ ବାରମ୍ବାର ଗୁହାରି ପରେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ମିଳି ପାରିନାହିଁ । ଏଥିପାଇଁ ସେ ପ୍ରଶାସନିକ ଅଧିକାରୀ,ସ୍ଥାନୀୟ ନେତା ମାନଙ୍କ ଘରକୁ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେଲେଣି,ତଥାପି ତାଙ୍କୁ କେହି ସହାୟତାର ହାତ ବଢାଇ ନାହାଁନ୍ତି । ଭାଗ୍ୟକୁ ଆଦରୀ ମା ଝିଅ ପଡ଼ିରହିଛନ୍ତି । କେବେ ବଡ଼ ବଡ଼ିଆ ମାନଙ୍କ ଶୁଭ ଦୃଷ୍ଟି ଏହି ମାଆ ଝିଅଙ୍କ ଉପରେ ପଡ଼ିବ ତାହା ଆଗାମୀ ଦିନରେ ଜଣାପଡ଼ିବ ।

ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ

 COASTAL NEWS 391

ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ



ନୂଆଦିଲ୍ଲୀ,୧୫।୮ : ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମଙ୍ଗଳବାର ୭୭ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଅତିଥିମାନଙ୍କ ମଧ୍ୟରେ ବସିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ବାଧୀନତା ଦିବସ ସମ୍ବୋଧନରେ ଆଞ୍ଚଳିକ ଭାଷାର ଗୁରୁତ୍ୱକୁ ଦର୍ଶାଇ ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରିଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ଯାହା ଦ୍ୱାରା କୋର୍ଟଙ୍କ ନିର୍ଦ୍ଦେଶ ପଢ଼ ିବା କୁ ସହଜ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ବର୍ତ୍ତମାନ କୋର୍ଟଙ୍କର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକ୍ଷମ ଅଂଶ ମାତୃଭାଷାରେ ଉପଲବ୍ଧ ହେବ। ଏହାଦ୍ୱାରା ଆଞ୍ଚଳିକ ଭାଷାର ଗୁରୁତ୍ୱ ବଢୁଛି। ଏହି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ହାତଯୋଡ଼ି ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଥିବାର ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦଶମ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରାୟ ୯୦ ମିନିଟ ଧରି ଭାଷଣ ଦେଇଥିଲେ, ଯେଉଁଠାରେ ସେ ତାଙ୍କ ସରକାରଙ୍କ ସଫଳତା ଏବଂ ଦେଶ ସମ୍ମୁଖରେ ବିଭିନ୍ନ ଆହ୍ବନ ଏବଂ ସୁଯୋଗ ଉପରେ ଆଲୋକପାତ କରିଥିଲେ ୍‌।

ପ୍ରଧାନମନ୍ତ୍ରୀ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ ଉପରେ ତାଙ୍କ ସରକାରଙ୍କ ଧ୍ୟାନ ଉପରେ ଆଲୋକପାତ କରିବାବେଳେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଚଳିତ ବର୍ଷ ସୁପ୍ରିମକୋର୍ଟ ପ୍ରାୟ ୧୦୦୦ ବିଚାରକୁ ଆଞ୍ଚଳିକ ଭାଷାରେ ଅପଲୋଡ କରିଛନ୍ତି। ହିନ୍ଦୀ, ଓଡିଆ, ଗୁଜୁରାଟୀ, ତାମିଲ, ଆସାମ, ଖାସି, ଗାରୋ, ପଞ୍ଜାବୀ, ନେପାଳୀ ଏବଂ ବଙ୍ଗାଳୀରେ ସୁପ୍ରିମକୋର୍ଟଙ୍କ ରାୟ ବର୍ତ୍ତମାନ ଉପଲବ୍ଧ ହେଉଛି।

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ

 COASTAL NEWS 390

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ 



ଭୁବନେଶ୍ବର :ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି। ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସୁରକ୍ଷାକର୍ମୀଙ୍କୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି।

ଯାହାକୁ ନେଇ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚିବା ବୁଝାସୁଝା କରିବା ଉତ୍ତେଜନା ଥମିଥିଲା।

ଅ଼ନ୍ୟପକ୍ଷରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

କଲେଜ କ୍ୟାମ୍ପସ ଭିତରେ ଛାତ୍ର ଗୋଷ୍ଠୀର ଜଣେ ଛାତ୍ର କହିଛନ୍ତି, ସାଢ଼େ ଆଠଟା ସମୟରେ କଲେଜ ପ୍ରୋଗାମ ସରିଥିଲା। ଏହାପରେ ୪୦ରୁ ୫୦ ଜଣ ଅଣ ଛାତ୍ର ମାରାଣସ୍ତ୍ର ଧରି କଲେଜ ଭିତରକୁ ଆସୁଥିଲେ। ସୁରକ୍ଷାକର୍ମୀ ଏହା ଦେଖି ଗେଟ୍‌ ତଲା ପକାଇ ଦେଇଥିଲେ। ଆମେ ସୁରକ୍ଷାକର୍ମୀଙ୍କୁ କହି ଗେଟ୍ ତଲା ପକାଇ ନାହୁଁ।

କଲେଜ ବାହାରେ ଥିବା ଛାତ୍ର ଗୋଷ୍ଠୀର ଜଣେ ଛାତ୍ର କହିଛନ୍ତି, ଆମେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ କଲେଜ ପ୍ରନ୍ସିପାଲଙ୍କ ପାଖରୁ ଅନୁମତି ନେଇଥିଲୁ । ପ୍ରନ୍ସିପାଲ ମଧ୍ୟ ଅନୁମତି ଦେଇଥିଲେ। ଗତକାଲି ରାତିରେ ପିଲାମାନେ ଭାରତମାତାର ପୋଷ୍ଟର ମାରିଲାବେଳେ ବିଜୁ ଛାତ୍ର ଜନତା ଦଳର କିଛି ପିଲା ଆସି ଆମ ପିଲାମାନଙ୍କୁ ମାଡ଼ ମାରିଥିଲେ ଓ ପୋଷ୍ଟର ଚିରି ଦେଇଥିଲେ। ଆଜି  ଆମକୁ ତ୍ରିରଙ୍ଗା ଯାତ୍ରା କରାଇ ଦେଲାନି। ବିଜୁ ଜନତା ଦଳ ଓଡ଼ିଶାରେ ତାଲିବାନ ଶାସନ ଚଳାଇଛି।

ଅନ୍ୟପକ୍ଷରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ନେଇ କଲେଜ ଅଧ୍ୟକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ

ଲଗାତାର ଦଶମ ଥର ପାଇଁ ଲାଲକିଲ୍ଲାରୁ ଝଣ୍ଡା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 COASTAL NEWS 389

ଲଗାତାର ଦଶମ ଥର ପାଇଁ ଲାଲକିଲ୍ଲାରୁ ଝଣ୍ଡା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - ଲଗାତାର ଦଶମ ଥର ପାଇଁ ଲାଲକିଲ୍ଲାରୁ ଝଣ୍ଡା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 77ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ଏଥିସହ ଦେଶର ଅଗ୍ରଗତି ପାଇଁ ଦେଲେ ଆହ୍ୱାନ। ଏହି ଅବସରରେ ତାଙ୍କ ବିଜେପି ସରକାର 10 ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜନତାଙ୍କ ନିକଟରେ ପହଞ୍ଚାଇଥିବା ସମସ୍ତ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ବିଭିନ୍ନ ପୂର୍ବ ଯୋଜନାର ସଫଳତା ବଖାଣିବା ସହ ଏକ ନୂଆ ଯୋଜନା ଅୟମାରମ୍ଭ ଉପରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। 

ପାରମ୍ପାରିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ 'ବିଶ୍ୱକର୍ମ ଯୋଜନା' ଆସିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ 'ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ସରକାର ସାହାଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ସୁନା କାରିଗର, କମାର, ବାରିକ, ମୋଚୀ ଭଳି ପାରମ୍ପାରିକ ଦକ୍ଷତା ଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ 13-15 ହଜାର କୋଟିର ବ୍ୟୟ ଅଟକଳ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଦେଶର ସମ୍ଭାବନା ବଢୁଛି। ଯଦି ଏକ ସରକାର ଗରିବଙ୍କ ପଛରେ ସବୁ ଅର୍ଥ ବିନିଯୋଗ କରେ, ତେବେ ଫଳାଫଳ କଣ ହୁଏ। ମୁଁ ତ୍ରିରଙ୍ଗା ତଳେ 10 ବର୍ଷର ହିସାବ ରଖୁଛି। ମୁଦ୍ରା ଯୋଜନାରେ ଯୁବକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ 20 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଆଠ କୋଟି ଲୋକ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ପ୍ରତ୍ୟେକ ବ୍ୟବସାୟ ଜଣେରୁ ଦୁଇ ଜଣ ଲୋକଙ୍କୁ ରୋଜଗାର ଦେଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆମେ ଲକ୍ଷ ଲକ୍ଷ କୋଟି ଟଙ୍କା ମୂଲ୍ୟର ଦୁର୍ନୀତିକୁ ବନ୍ଦ କରିଛୁ ଏବଂ ଗରିବଙ୍କ କଲ୍ୟାଣ ପାଇଁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିଛୁ। ପୂର୍ବରୁ ରାଜ୍ୟକୁ 30 ଲକ୍ଷ କୋଟି ଟଙ୍କା ପାଣ୍ଠି ପ୍ରଦାନ କରାଯାଉଥିଲା। ଗତ 10 ବର୍ଷ ମଧ୍ୟରେ ଆମେ ଏହାକୁ 100 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛୁ। ଦେଶର ଯୁବ ଶକ୍ତି ଉପରେ ମୋର ବିଶ୍ୱାସ ଅଛି। ଯୁବ ଶକ୍ତିରେ ସମ୍ଭାବନା ଅଛି ଏବଂ ଆମର ନୀତି ମଧ୍ୟ ଯୁବ ଶକ୍ତିକୁ ଅଧିକ ଶକ୍ତି ଦେବା ଦିଗରେ କାମ କରୁଛି। ଆମ ଦେଶର ଯୁବକମାନେ ଭାରତକୁ ବିଶ୍ୱର ପ୍ରଥମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସ୍ଥାନ ଦେଇଛନ୍ତି। ଆଜି ଭାରତର ଏହି ସାମର୍ଥ୍ୟ ଦେଖି ଦୁନିଆର ଯୁବକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି

 COASTAL NEWS 388

ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି



ରୁଷିଆ - ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି। ଦକ୍ଷିଣ ରୁଷିଆର ଦାଗେସ୍ତାନ ଅଞ୍ଚଳରେ ଗତ ରାତିରେ ଏହି ସାଂଘାତିକ ଅଗ୍ନିକାଣ୍ଡ ଘଟିଛି।

ଦାଗେସ୍ତାନ ଅଞ୍ଚଳରେ ଥିବା ଏକ ଅଟୋ ୱାର୍କସପ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ନିଆଁ ନିକଟସ୍ଥ ଗ୍ୟାସ୍‌ ଷ୍ଟେଶନରେ ଲାଗି ଯାଇଥିବା ବେଳେ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ଫଳରେ ଉକ୍ତ ସମୟରେ ସେଠାରେ ଉପସ୍ଥିତ ଲୋକେ ନିଆଁ କବଳରେ ପଡ଼ି ଜୀଅନ୍ତା ଜଳି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହା ଏକ ଯୁଦ୍ଧ ଦୃଶ୍ୟଠୁ କିଛି କମ୍‌ ଭୟଙ୍କର ଦେଖା ଯାଉ ନ ଥିଲା।

ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲ। ଏହାପରେ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରି ପାରିଥିଲେ। ଏହାପରେ ତା’ ମଧ୍ୟରୁ ୨୫ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଅଗ୍ନିକାଣ୍ଡରେ ୬୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୧୦ ଶିଶୁ ଥିବା ଦାଗେସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପର୍କୀୟ ଭାଇକୁ ମିଶାଇ ୫ ଅଭିଯୁକ୍ତ ଗିରଫ

 COASTAL NEWS 387


ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପର୍କୀୟ ଭାଇକୁ ମିଶାଇ ୫ ଅଭିଯୁକ୍ତ ଗିରଫ



ବାରିପଦା - ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପର୍କୀୟ ଭାଇକୁ ମିଶାଇ ୫ ଅଭିଯୁକ୍ତ ଗିରଫ। ଗିରଫ କଲା ବାରିପଦା ସଦର ଥାନା ପୋଲିସ। ବାରିପଦା ସଦର ଥାନା ଅଧିନସ୍ଥ ଲକ୍ଷ୍ମୀପୁର ଗାଁ ପଡିଆରେ ଗତ ୧୦ ତାରିଖ ରାତିରେ ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ବାରିପଦା ଟାଉନ ଥାନା ଅଂଚଳର ଜଣେ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ ବୁଲାଇ ନେବାକୁ କହି ଲକ୍ଷ୍ମୀପୁର ଗାଁ ପଡିଆରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।

ଅଭିଯୁକ୍ତ ସଂପର୍କୀୟ ଭାଇର ନାଁ କଟି ସିଂ। ତାର ଆଉ ୪ ଜଣ  ସାଙ୍ଗ ମଧ୍ୟ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ବାରିପଦା ସଦର ଥାନା ପୋଲିସ ସମସ୍ତ ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଛି।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

 COASTAL NEWS 386

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ



 

ଭୁବନେଶ୍ୱର,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜଧାନୀର ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ରାଜ୍ୟସ୍ତରୀୟ ପରେଡରେ ଏସ୍‌ଏସ୍‌ବି, ଓଏସ୍‌ଏପି, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗ ପୋଲିସର ଏକ ଟିମ ସାମିଲ ହୋଇଛନ୍ତି । ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ ଅଙ୍କିତ ବର୍ମା । ସ୍ବାଧୀନତା ଦିବସକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ କରାଯାଇଛି।

77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 COASTAL NEWS 385


77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - 77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାନଜନ କହି ସମ୍ୱୋଧିତ କରିଛନ୍ତି। ସେ କହିଛନ୍ତି, "ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର 140 କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।"

 

ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ବକ୍ତବ୍ୟ ରଖି କହିଛନ୍ତି, 'କିଛିଦିନ ହେବ ଦେଶରେ ବିଭିନ୍ନ ଅଞ୍ଚଳବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ସମସ୍ତଙ୍କୁ ସମବେଦନା ଜଣାଉଛି।' ମଣିପୁର ହିଂସା ଉପରେ ମଧ୍ୟ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମଣିପୁରରେ ଯେଉଁ ହିଂସା ଘଟିଥିଲା ତାହା ମୋତେ ବ୍ୟଥିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତଥାପି କିଛି ଦିନ ଧରି ନିରନ୍ତର ସେଠାରେ ଶାନ୍ତି ଖବର ଆସୁଛି, ଏହା ଆଶ୍ୱସ୍ତିକର। ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରବାସୀଙ୍କ ସହ ପୂରା ଦେଶ ଛିଡା ହୋଇଛି। ଲୋକମାନେ ଶାନ୍ତି ପର୍ବକୁ ଆଗକୁ ବଢିବା ଉଚିତ୍। ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ଏବଂ ଜାରି ରଖିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଆମ ଯୁବପିଢି ଯେଉଁ ସୌଭାଗ୍ୟ ପାଇଛନ୍ତି ତାହା କଷ୍ଟସାଧ୍ୟ। ଆମେ ଏହାକୁ ହରାଇବା ଉଚିତ୍ ନୁହେଁ। ଆଗାମୀ ସମୟ ଦେଶ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ଆମର ଛୋଟ ସହରଗୁଡିକ ଜନସଂଖ୍ୟାରେ କମ୍ ହୋଇପାରନ୍ତି, କିନ୍ତୁ ସେମାନଙ୍କ ସାମର୍ଥ୍ୟ ଅନ୍ୟମାନଙ୍କଠାରୁ କିଛି କମ୍ ନୁହେଁ। ଦେଶରେ କୌଣସି ସୁଯୋଗର ଅଭାବ ନାହିଁ। ଆପଣ ଯେତେ ସୁଯୋଗ ଚାହିଁବେ ଏହି ଦେଶ ସେତେ ସୁଯୋଗ ଦେବାର ସାମର୍ଥ୍ୟ ରଖିଛି। 

କୋଭିଡ ସମୟରେ ଦେଶ ସମଗ୍ର ବିଶ୍ୱକୁ ମାନବିକତା ଶିଖାଇଛି କହିଛନ୍ତି ପ୍ରଧାନମନ୍ତ୍ରୀ। ସାରା ବିଶ୍ୱକୁ ବଞ୍ଚାଇବା ଭଳି କାର୍ଯ୍ୟ କରିଛି ଭାରତ। ସଂସ୍କାର ପାଇଁ ହିମତ୍ ଆବଶ୍ୟକ। 2014ରେ ସରକାର ଗଠନ କରିବା ପରେ ସଂସ୍କାର ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, 'ସଂସ୍କାର ଆଣିବା ପାଇଁ ହିମତ ମୋ ସରକାରର ରହିଛି। ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି।'

ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ଫେକ୍ ନ୍ୟୁଜ

 COASTAL NEWS 384


ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ଫେକ୍ ନ୍ୟୁଜ 



ନୂଆଦିଲ୍ଲୀ - ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ସରକାରଙ୍କ ବିରୋଧରେ ସଡ଼କକୁ ଓହ୍ଲାଇବାକୁ ହ୍ୱାଟଆପ୍‌ରୁ ଆରମ୍ଭ ହୋଇଥିବା ଅପପ୍ରଚାର ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ସୁପ୍ରିମକୋର୍ଟ ପ୍ରଶାସନ ଗମ୍ଭୀରତାର ସହ ନେଇଛି।

ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଅତୁଳ କୁରହେକରଙ୍କ କହିବାନୁଯାୟୀ, ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି। ଏପରି ଏକ ସାଂଘାତିକ ଘଟଣା ପଛରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରପକ୍ଷେ, ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଏହି ପୋଷ୍ଟ ସମ୍ପୂର୍ଣ୍ଣ ଫେକ୍‌। ଏହା ନକଲି ମେସେଜ, ଯାହାକୁ ଜଣଙ୍କ ଜଣେ ଫରୱାର୍ଡ କରୁଛନ୍ତି। କୌଣସି ସିଜେଆଇ କେବେ ହେଲେ ଏମିତି କାମ କରିପାରିବେ ନାହିଁ। ଭାରତର ପ୍ରଧାନ ବିଚାରପତିଙ୍କ ନାଁରେ ଏପରି ମେସେଜକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଏପରି ଏକ ଘଟଣା ଭାରତୀୟ ସୁପ୍ରିମକୋର୍ଟଙ୍କ ଜ୍ଞାନ ପରିସୀମାକୁ ଆସିଛି ଯେଉଁଥିରେ ଏକ ଫାଇଲ୍‌ ଫଟୋକୁ ବ୍ୟବହାର କରି ଭାରତର ପ୍ରଧାନ ବିଚାରପତିଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି।

ଏହି ପୋଷ୍ଟ ଫେକ୍‌ ହୋଇଥିବା ବେଳେ ଭୁଲ୍ ଉଦ୍ଦେଶ୍ୟରେ ଏହାକୁ ଭାଇରାଲ କରାଯାଉଛି। ତେଣୁ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିଛି ଦିନ ହେଲେ ସିଜେଆଇଙ୍କ ଫଟୋ ଥିବା ଗୋଟିଏ ମେସେଜ ଭାଇରାଲ ହେବାରେ ଲାଗିଛି। ଏହାର ହେଡଲାଇନ ରହିଛି, “ଭାରତୀୟ ଗଣତନ୍ତ୍ର ସୁପ୍ରିମକୋର୍ଟ ଜିନ୍ଦାବାଦ।” ଏଥିରେ କୁହାଯାଇଛି, “ଆମେ ଭାରତର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଶତ ଚେଷ୍ଟା କରୁଛୁ। କିନ୍ତୁ ଆପଣଙ୍କ ସହଯୋଗ ମଧ୍ୟ ଏହି କାମରେ ଅତ୍ୟନ୍ତ ଜରୁରୀ।

ସବୁ ଲୋକ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାନ୍ତୁ ଓ ସରକାରଙ୍କ ନିକଟରେ ନିଜର ଅଧିକାର ପାଇଁ ଦାବି ଉପସ୍ଥାପନ କରନ୍ତୁ। ଏହି ଏକଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରାଇବେ ଓ ଧମକାଇବେ। କିନ୍ତୁ ଆପଣମାନେ ଆଦୌ ଭୟଭୀତ ହେବେ ନାହିଁ।

ଆପଣମାନେ ସାହାସ ଦେଖନ୍ତୁ ଓ ସରକାରଙ୍କୁ ଉତ୍ତରଦାୟୀ କରନ୍ତୁ। ମୁଁ ଆପଣମାନଙ୍କ ସହ ରହିଛି।” ଏସବୁ କଥା ସିଜେଆଇ ଚନ୍ଦ୍ରଚୂଡ଼ କହିଥିବା ତଳେ ଉଲ୍ଲେଖ କରାଯାଇଛି। ହେଲେ ଏହା ସଂପୂର୍ଣ୍ଣ ଫେକ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

Monday, August 14, 2023

ଭୁବନେଶ୍ୱର ଏମ୍‌ସକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 COASTAL NEWS 383


ଭୁବନେଶ୍ୱର ଏମ୍‌ସକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ



ଭୁବନେଶ୍ବର - ଭୁବନେଶ୍ୱର ଏମ୍‌ସକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାନଗାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ମର ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଓ ନିରନ୍ତର ପ୍ରୟାସ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।

ସେ କହିଛନ୍ତି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଏମ୍‌ସ ଭୁବନେଶ୍ୱରକୁ ଶବ ପରିଚାଳନା ଭଳି ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏମ୍‌ସକୁ ଆସିଥିଲା ମୋଟ ୧୬୨ ମୃତଦେହ। ସମସ୍ତ ମୃତଦେହକୁ ସଂରକ୍ଷିତ କରି ରଖିବା ଓ ସଠିକ ଭାବେ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଏକ ଆହ୍ୱାନ ଥିଲା। ମେଡିକାଲ୍‌ ଇତିହାସରେ ଏତେ ସଂଖ୍ୟକ ଶବକୁ ସଂରକ୍ଷିତ କରି ରଖିବା ପ୍ରଥମ ଘଟଣା ଥିଲା। ତେବେ ଏହି ଅପ୍ରତ୍ୟାଶିତ ଆହ୍ୱାନକୁ ଗ୍ରହଣ କରିବା ସହିତ ପ୍ରାୟ ଦେଢ଼ଶହ ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଓ ଆଟେଣ୍ଡାଣ୍ଟାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବ ବୋଲି ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି।

ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଆନାଟୋମି ବିଭାଗ ମୁଖ୍ୟ ଡ. ମନୀଷା ଗାଏକୱାଡ, ଏଫ୍‌ଏମ୍‌ଟି ବିଭାଗ ଅତିରିକ୍ତ ପ୍ରଫେସର୍‌ ଡ. ସୁଦୀପ୍ତ ସିଂ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱରକୁ ଦୁଇଟି ପର୍ଯ୍ୟାୟରେ ବାହାନାଗା ଟ୍ରେନ ଦୁର୍ଘଟଣାର ୧୬୨ ମୃତଦେହ ଆସିଥିଲା। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡଖଣ୍ଡ, ଛତିଶଗଡ, ତାମିଲନାଡୁ, କେରଳ ଆଦି ରାଜ୍ୟରୁ ଥିବା ଏହି ମରଶରୀର ଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ସହିତ ସଠିକ୍‌ ଚିହ୍ନଟ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ସୁଦ୍ଧା ୧୩୩ଟି ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୨୯ଟି ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି।

ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଅସୁସ୍ଥ

 COASTAL NEWS 382


ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଅସୁସ୍ଥ 



ନୂଆଦିଲ୍ଲୀ,୧୪।୮: ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କାର୍ଡିଓଲୋଜି ବିଭାଗରେରେ ସେ ଚିକିତ୍ସାଧୀନ ଥିବା ସୂଚନାମିଳିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।ପରେ ସେ ଦିଲ୍ଲୀ ଏମ୍ସ ଯାଇ ଆବଶ୍ୟକ ପରୀକ୍ଷା କରାଇଥିଲେ। ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା। ସେଥିପାଇଁ ଅପରେଶନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଏମ୍‌ପି ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହାର୍ଟରେ ୪ଟି ଷ୍ଟେଣ୍ଟ ଲଗାଯାଇଛି।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...