AFFILIATE MARKETING

https://binomo.com?a=90810425bb57&t=0

Friday, August 22, 2025

ଭୟଙ୍କର ପରିସ୍ଥିତି: ଦୁର୍ଭିକ୍ଷରେ ୫ ଲକ୍ଷ ୧୪ ହଜାର

ଆଗକୁ ଆହୁରି ଜଟିଳ ହେବ ସ୍ଥିତି, ଭୋକରେ ଛଟପଟ ହେବେ ଲକ୍ଷ ଲକ୍ଷ ଲୋକ

ଗାଜା, ୨୨/୮: ଇସ୍ରାଏଲ ସହ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହମାସ ସହ ଦୀର୍ଘ ବର୍ଷ ହେବ ଯୁଦ୍ଧ ଲାଗି ରହିଛି। ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଜୀବନ ସହ ସଂଘର୍ଷ କରୁଛନ୍ତି। ଗାଜାରେ ବର୍ତ୍ତମାନ ଦୁର୍ଭିକ୍ଷରେ ଅଛନ୍ତି ଲକ୍ଷ ଲକ୍ଷ ଲୋକ। ଆଗକୁ ଆହୁରି ସ୍ଥିତି ଭୟଙ୍କର ହେବାକୁ ଯାଉଛି‌ ବୋଲି ବିଶ୍ୱ କ୍ଷୁଧା ରିପୋର୍ଟରେ ପ୍ରକାଶ ପାଇଛି। ଯାହା ଫଳରେ ପାଲେଷ୍ଟାଇନକୁ ଆହୁରି ମାନବୀୟ ସହାୟତା ଆବଶ୍ୟକ।

ଇଣ୍ଟିଗ୍ରେଟେଡ ଫୁଡ୍ ସିକ୍ୟୁରିଟି ଫେଜ୍ କ୍ଲାସିଫିକେସନ ସିଷ୍ଟମ ଅନୁଯାୟୀ, ଗାଜାର ପ୍ରାୟ ଏକ ଚତୁର୍ଥାଂଶ ପାଲେଷ୍ଟାଇନୀ, ୫ ଲକ୍ଷ ୧୪ ହଜାର ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ଯାହା ସେପ୍ଟେମ୍ବର ଶେଷ ସୁଦ୍ଧା ୬, ୪୧ ହଜାରକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଆଇପିସି ରିପୋର୍ଟ କରିଛି ଯେ ଗାଜା ସିଟିର ଉତ୍ତର ଗଭର୍ଣ୍ଣରେଟରେ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ପୂର୍ବରୁ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି। ଡେଇର ଅଲ-ବଲାହ ଏବଂ ଖାନ ୟୁନିସ ମଧ୍ୟ ଆସନ୍ତା ମାସ ସୁଦ୍ଧା ଦୁର୍ଭିକ୍ଷରେ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଇସ୍ରାଏଲ ଏହି ଫଳାଫଳକୁ ମିଥ୍ୟା ଓ ଏକପାଖିଆ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଇସ୍ରାଏଲ ଦାବି କରିଛି ଯେ ଏହି ମୂଲ୍ୟାଙ୍କନ ହମାସର ଆଂଶିକ ତଥ୍ୟକୁ ନିଆଯାଇ କରାଯାଇଛି।

ତେବେ ଏହାକୁ ନେଇ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ ଗାଜାରେ ଜୀବନ୍ତ ନର୍କ ସହ ଯୋଡି ହୋଇ ଯାଇଛି ଦୁର୍ଭିକ୍ଷ। ଯାହା ମାନବ ନିର୍ମିତ ବିପର୍ଯ୍ୟୟ ଓ ମାନବତାର ବିଫଳତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଭିକ୍ଷ କେବଳ ଖାଦ୍ୟକୁ ନେଇ ନୁହେଁ ବରଂ ଅତ୍ୟାବଶ୍ୟକ ଭାବେ ବଞ୍ଚିବା ବ୍ୟବସ୍ଥାକୁ ଧ୍ୱଂସ କରୁଛି। ଯାହା ଫଳରେ ଲୋକମାନେ ଭୋକରେ ମରୁଛନ୍ତି ଏବଂ ପିଲାମାନେ ମୃତ୍ୟୁବରଣ କରନ୍ତି। ଇସ୍ରାଏଲ ପାଖରେ ସାଧାରଣ ଲୋକଙ୍କୁ ଖାଦ୍ୟ ଏବଂ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ପଷ୍ଟ ଆଇନଗତ ଦାୟିତ୍ୱ ଅଛି।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହତାସ ପକ୍ଷରୁ ପ୍ରଥମେ ଯୁଦ୍ଧର ଆରମ୍ଭ ହୋଇଥିଲା। ସେତେବେଳେ ହମାସ ଦକ୍ଷିଣ ଇସ୍ରାଏଲରେ ୧,୨୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ୨୫୦ ଇସ୍ରାଏଲୀଙ୍କୁ ବନ୍ଧକ କରିଥିଲା। ଏହା ପରେ ଇସ୍ରାଏଲ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ନେଇଥିଲା।, ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୬୨ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଲାଣି। ତେବେ ଏହି ଯୁଦ୍ଧର ଅନ୍ତ ପାଇଁ ଆମେରିକା, କତାର ଏବଂ ଇଜିପ୍ଟ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି।

ଭିଜିଲାନ୍ସ ଜାଲରେ ମହୁ ସମବାୟ ସମିତି ସମ୍ପାଦକ

ଉପକୁଳ ସମାଚାର 

ଆଳି ବ୍ଲକ୍ ଅନ୍ତର୍ଗତ ମହୁ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଧ୍ୱରେନ୍ଦ୍ର ମହାନ୍ତି ଜଣେ ଚାଷୀଙ୍କୁ ୧.୫ ଲକ୍ଷ ଟଙ୍କା ଲୋନ କରାଇ ଦେବେ କହି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଜୈନିକ ଚାଷୀ ଲୋନ ପାଇବା ଆଶାରେ ମହୁ ସମବାୟ ସମିତିର ସମ୍ପାଦକ ଧ୍ୱରେନ୍ଦ୍ର ମହାନ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେବାସମୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ମାଡି ବସିଛି । 

ଭୁବନେଶ୍ୱର:ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ୨୫ ଯାଏଁ ଚାଲିବ।

ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ବିଳମ୍ବ,୩୧ ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ, ଖୁବ ଶୀଘ୍ର ପରୀକ୍ଷା ନେଇ ଘୋଷଣା ହେବ।

ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସରେ ଘୋଷଣା ହେବ ରାଜ୍ୟର ଆଉ ୯ NACର ନାଁ।

୨୫ ତାରିଖରେ ରେ ବଙ୍ଗୋପସାଗରରେ ଲଘୁଚାପ, ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା।

ଓ ଏ ଏସ୍  ଅଧିକାରୀ ଲଲାଟେନ୍ଦୁ ସାହୁ ହେଲେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ।

ଭୁବନେଶ୍ୱର:କୃଷି ଅଧିକାରୀମାନଙ୍କୁ ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି, ଖିଲାପକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ।

ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ଼, ଶୀଘ୍ର କର୍ମକ୍ଷେତ୍ରକୁ ଫେରିବେ ନବୀନ,ପାଣ୍ଡିଆନ ଦମ୍ପତି ସେବା କରୁଛନ୍ତି।

ସଡ଼କ ସୁରକ୍ଷା ସଚେତନତାରେ ସହଭାଗୀ ହେବେ  ଦୁର୍ଗା ପୂଜା କମିଟି, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ।

ଆଇପିଏସ ସ୍ତରରେ ଅଦଳବଦଳ, ପ୍ରତୀକ ସିଂ ପୁରୀ ଏସପି ଭାବେ ନିଯୁକ୍ତ।ସନ୍ତୋଷ ବାଲା ହେଲେ ନିର୍ଦ୍ଦେଶକ, ଏସଏଫଏସଏଲ । 

ବ୍ୟାସନଗର: ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ସ୍ବାମୀ ଗିରଫ।

ଗୁରୁବାର ରାତି ୯.୨୦ ସମୟରେ କଟକ ଗୋପାଳପୁରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ।

କଟକ:ପୂଜାରେ ବଡ଼ ତୋରଣ ଉପରେ କଟକଣା ଲଗାଇଲେ କୋର୍ଟ, ୬୫ ଡେସିବଲ୍ ରୁ ଅଧିକ ସାଉଣ୍ଡ ମନା।

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୫, ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର, ରହିଛି। ୨୦୨୫, ୨୬ ଶିକ୍ଷାବର୍ଷ ପାଇଁ ୫ ହଜାର ୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। 

ନୂଆ ଦିଲ୍ଲୀ:ନାମାଙ୍କନ ଦାଖଲ କଲେ ଇଣ୍ଡିମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ, ପ୍ରସ୍ତାବକ ରହିଲେ କଂଗ୍ରେସ ସାଂସଦ।

ଏସିଆ କପ୍‌ : ପାକ୍‌ ସହ ଖେଳିବାକୁ ଟିମ୍‌ ଇଣ୍ତିଆକୁ ଗ୍ରୀନ ସିଗନାଲ; ଦ୍ୱିପାକ୍ଷିକ ସିରିଜକୁ ନା।

ସଂସଦର ମୈ।ସୁମୀ ଅଧିବେଶନ ଶେଷ, ଲୋକସଭା ୩୭ ଘଣ୍ଟା, ରାଜ୍ୟ ସଭା ୪୧ ଘଣ୍ଟା ହେଲା କାର୍ଯ୍ୟକ୍ଷମ।

ମିଥ୍ୟା ବିଜ୍ଞାପନ ପାଇଁ ରାପିଡୋ ଉପରେ ୧୦ ଲକ୍ଷ ଜୋରିମାନା ଲଗାଇଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ।

ଟ୍ରମ୍ପ ପ୍ରଶାସନଙ୍କୁ ନିକି ହେଲିଙ୍କ ଚେତାବନୀ, ଚୀନ୍‌କୁ ଲଗାମ ଲଗାଇବାକୁ ହେଲେ ଭାରତ ସହ ସଂପର୍କ ସୁଧାର

ୟୁକ୍ରେନକୁ ବଡ ଝଟକା ଦେଲା ରୁଷ: ଜେଲେନ୍ସକିଙ୍କ ସହ ଆଲୋଚନା ସମ୍ଭାବନା କମ୍‍।
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...