AFFILIATE MARKETING

https://binomo.com?a=90810425bb57&t=0

Saturday, October 28, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1296


ସଂକ୍ଷିପ୍ତ ଖବର
୨୮-ଅକ୍ଟବର -୨୦୨୩, ଶନିବାର*



➡️୧-ଆଜି ଧରାଅବତରିବେ ଧନ ଓ ଐଶର୍ଯ୍ୟର ଦେବୀ ମା ଗଜଲକ୍ଷ୍ମୀ । ଢେଙ୍କାନାଳରେ ଚାନ୍ଦି ମେଢ଼ରେ ଝଟକିବେ ମାଆ ଗଜଲକ୍ଷ୍ମୀ l ଚଳିତଥର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ସେପଟେ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।

➡️୨-ଆଜି ଚନ୍ଦ୍ରଙ୍କୁ ଗ୍ରାସିବେ ରାହୁ l ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼ l ରାତି ୧ଟା ୦୫ ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ l

➡️୩-ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି l ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।

➡️୪-ଆଜି ସକାଳ ୧୦ଟାରେ ଭୁବନେଶ୍ବରରୁ ଦିଲ୍ଲୀ ଯିବ ଅମୃତ କଳସ ଯାତ୍ରା ଟ୍ରେନ l ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ୩୧ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅମୃତ ବାଟିକାର କରିବେ ଶିଳାନ୍ୟାସ l

➡️୫-ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ମାଟି କଳସ ଯାତ୍ରା’ର କଲେ ଶୁଭାରମ୍ଭ l

➡️୬-ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଦେଲେ ଇସ୍ତଫା l ସେମାନେ ଦେବୋତ୍ତର କମିସନରଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ଦୁଇ ନିଯୋଗ କଲେ ସ୍ପଷ୍ଟ l

➡️୭-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର l

➡️୮-୨୦୨୪ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା l ଡିସେମ୍ବର ୯ ପର୍ଯ୍ୟନ୍ତ ଭୋଟରମାନେ ଆବେଦନ କରିପାରିବେ l

➡️୯-ଆଜି ଅପରାହ୍ନ ଗୋଟାଏ ସମୟରେ ୫୧ ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୦-କ୍ୟାନ୍ସର ପୀଡିତ ଶିଶୁଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଜଟଣୀରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ l

➡️୧୧-ଅର୍ବାନ ମୋବିଲିଟି ଇଣ୍ଡିଆ ଆୱାର୍ଡ-ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେଲା କ୍ରୁଟ୍ l ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ରୁଟକୁ ମିଳିଲା ଏହି ପୁରସ୍କାର l

➡️୧୨- ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୩-ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ l

➡️୧୪-ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ l

➡️୧୫-ଗାଜାର ହମାସ୍‌ ଆତଙ୍କବାଦୀକୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା l ହମାସ୍‌କୁ ଆର୍ଥିକ, ଲଜିଷ୍ଟିକାଲ ଓ ସାମରିକ ସହାୟତା ଯୋଗାଇବାରେ ଇରାନର ଭୂମିକା ରହିଥିବା ଆମେରିକା କହିଛି।

➡️୧୬-ମିଆଁମାରରେ ଭୂମିକମ୍ପ ଝଟ୍‌କା ଅନୁଭୂତ l ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ l ଏବେସୁଦ୍ଧା ଭୂମିକମ୍ପଜନିତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ l

➡️୧୭-୨୨ ଦିନରେ ପହଞ୍ଚିଲାଣି ଇସ୍ରାଏଲ ଓ ହମାସ ଯୁଦ୍ଧ l ଗାଜା ଉପରେ ଜୋରଦାର ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ l ମୋବାଇଲ ଓ ଇଣ୍ଟରନେଟ୍‌ ସେବା ହେଲା ଠପ୍‌ l

➡️୧୮-ବିଶ୍ବକପ କ୍ରିକେଟ : ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ,ବାଂଲାଦେଶ-​ନେଦରଲ୍ୟାଣ୍ଡ୍‌ସ ମୁକାବିଲା l

➡️୧୯-ସୁଲତାନ ଜୋହର କପ୍‌ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚ ୩-୩ରେ ହେଲା ଡ୍ର l ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଆଜି ଆୟୋଜକ ମାଲେସିଆ ବିପକ୍ଷରେ ଖେଳିବ।

➡️୨୦-ସ୍ୱର୍ଣ୍ଣ ଜିତି ଶତକର ଇତିହାସ ଲେଖିଲା ଭାରତ: ପ୍ରଥମ ଥର ଏସୀୟ ପାରା କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ଛୁଇଁଲା l

➡️୨୧-ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ! ୫ମ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା l ଶେଷ ୱିକଟେରେ ଜିତିଲା ଦକ୍ଷିଣ ଆଫ୍ରିକା l


COASTAL NEWS ODIA 12


କଥାରେ ଅଛି ମାନିଲେ ଠାକୁର ନମାନିଲେ ପଥର। ଏକଥା ଆଜି ଆମେ ଏଥିପାଇଁ କହୁଛୁ ଯାହାକୁ ଆପଣ ନଦେଖିଲେ ଜାଣିପାରିବେ ନାହିଁ। ଗୋଟେଏ ପଥର ପାଣିରେ ଭାସୁଛି। ଆପଣ ଏକଥା କେବେ ଶୁଣିଛନ୍ତି କି? ନିହାତି ଶୁଣିଥିବେ ପାଣିରେ ପଥର ଭାସିବା କଥା, ତାହା ପୁଣି ରାମାୟଣରେ। ଭଗବାନ ରାମ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଝିରେ ରାମସେତୁ ନିର୍ମାଣ କରିଥିଲେ। ଏହି ରାମସେତୁ ପଥରରେ ନିର୍ମିତ ହୋଇଥିଲା। ପ୍ରତିଟି ପଥର ଖଣ୍ଡରେ ଶ୍ରୀରାମଙ୍କ ନାମ ଲେଖା ହୋଇଥିଲା । ଆଉ ରାମଙ୍କ ନାମ ଲେଖାଥିବା ପଥର ଗୁଡିକ ସବୁ ଜଳରେ ଭାସୁଥିଲା ।
ପୁରାଣରେ ଯାହା କେବେ ପଢିଥିଲେ କି ଶୁଣିଥିଲେ ତାହା ଏବେ ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି । ହେଲେ କଳିଯୁଗରେ ଏହା ବିଶ୍ୱାସ କରିବା ହୁଏତ କେତେକଙ୍କ ପକ୍ଷେ ସମ୍ଭବ ହୋଇନପାରେ। କିନ୍ତୁ ଏ ଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନ ନଗରରେ। ଘଟଣାରୁ ପ୍ରକାଶ ଆଜି ସକାଳୁ କିଶନ ନଗର ଗ୍ରାମର ଗୁରୁଚରଣ ଭୋଇ ଘର ପାଖ କେନାଲ ଉପରେ ବସିଥିଲେ।
ହଠାତ ଦେଖିବାକୁ ପାଇଲେ ଗୋଟେ ପଥର ଭଳି ଦିଶୁଥିବା କେନାଲ ରେ ଭାସିକି ଆସୁଛି। ତାଙ୍କ ମନରେ ଉତ୍ସାହ ଆସିବାରୁ ସେ ପ୍ରଥମେ ବାଉଁଶ ରେ ମାରି ଜାଣି ପାରିଲେ ଏହା ଗୋଟେ ପଥର। ସେ ପଥରକୁ କେନାଲ ରୁ ଉଠାଇ ଆଣି ଅନ୍ୟ ମାନଙ୍କୁ ଜଣାଇଲେ। ପ୍ରଥମେ କେହି ବିଶ୍ୱାସ କଲେନାହିଁ ।ଗୋଟେ ବଡ଼ ମାଟି କୁଣ୍ଡ ଆଣି ସେ କୁଣ୍ଡରେ ପାଣି ଭର୍ତ୍ତି କରି ପଥର ପକାଇବାରୁ ପଥରଟି ଭାସିଥିଲା ।ଏ ଖବର ଅଞ୍ଚଳବାସୀ ଜାଣିଲା ପରେ ସମସ୍ତେ ପଥରଟିକୁ ଦେଖିବାକୁ ପ୍ରବଳ ଭିଡ ହେଉଛି।

ଥାନା ଭିତରେ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ, IICଙ୍କୁ ବ୍ଲେଡ୍‌ରେ କାଟି ପକାଇଲା

COASTAL NEWS ODIA 12

ଥାନା ଭିତରେ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ, IICଙ୍କୁ ବ୍ଲେଡ୍‌ରେ କାଟି ପକାଇଲା



ମୟୂରଭଞ୍ଜ - (argus news) (CNO) ଭଞ୍ଜ ବିହାରୀ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଘଟିଛି ଅଭାବନୀୟ ଘଟଣା । ଗତ ୧୬ ତାରିଖରେ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାର ପଚରାଉଚରା ପାଇଁ ଉକ୍ତ ଶୈବ ପୀଠର ସେବାୟତ ବିଶୋଇଗାଁ ଗ୍ରାମର ସୁଶାନ୍ତ ଦେଓକୁ ବିଶୋଇ ଥାନାକୁ ଡକାଯାଇଥିଲା । ଏହି ସମୟରେ ଅଧିକାରୀ ମିନି ଭୋଇଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ସୁଶାନ୍ତ ଦେଓ । 

ବ୍ଲେଡ଼ ସାହାଯ୍ୟରେ ଥାନା ଅଧିକାରୀଣିଙ୍କ ଗଳା କାଟିବା ଆରମ୍ଭ କରିଥିଲେ ଅଭିଯୁକ୍ତ ସୁଶାନ୍ତ ଦେଓ । ଏଥିରେ ଥାନା ଅଧିକାରିଣୀ ଆକ୍ରମଣରୁ କୌଶଳ କ୍ରମେ ମୁକୁଳି ଯାଇଥିଲେ ସୁଦ୍ଧା ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା । ତାଙ୍କୁ ବିଶୋଇ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଯାଇଛି । ଏନେଇ ଥାନାରେ ୨୦୯/୨୩ରେ ମାମଲା ରୁଜୁ ହୋଇଥିବା ହୋଇଛି । ଆଜି ଆକ୍ରମଣକାରୀ ସୁଶାନ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମନ୍ଦିର ହୁଣ୍ଡିରୁ ଚୋରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବିଶୋଇ ପୋଲିସ କହିଛନ୍ତି ।

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ

COASTAL NEWS ODIA 1293

ବଡ଼ ଖବର : ଏଣିକି ବାହାଘର ପାଇଁ ସରକାରଙ୍କ ଅନୁମତି ଜରୁରୀ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଏଣିକି ବିବାହ କରିବାକୁ ହେଲେ ସରକାରଙ୍କ ଅନୁମତି ଦରକାର । ହଁ..ଠିକ୍‌ ଶୁଣିଲେ ଆପଣ । ବିବାହ କରିବାକୁ ଦରକାର ସରକାରୀ ଅନୁମତି । ଅବଶ୍ୟ ଏହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରାଯିବ ନାହିଁ ହେଲେ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନଙ୍କ ଲାଗି ନିଶ୍ଚତ ଲାଗୁ ହେବ ଏହି ନିୟମ । ଆସାମ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ଯେଉଁ ସରକାରୀ କର୍ମଚାରୀମାନେ ଦ୍ଵିତୀୟ ବିବାହ କରିବାକୁ ଇଚ୍ଛା କରୁଛନ୍ତି ସେମାନେ ସରକାରଙ୍କ ବିନା ଅନୁମତିରେ ବିବାହ କରିପାରିବେ ନାହିଁ ।
 
ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ । କାରଣ ବାହାଘରକୁ ନେଇ ସେ ଯେଉଁ ପରି ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମାଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଦ୍ଵିତୀୟ ବିବାହ ଲାଗି ଧାର୍ମିକ ଅନୁମତି ପାଇବା ପରେ ମଧ୍ୟ ବାହା ହୋଇପାରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଭାବରେ ସ୍ଵୀକୃତ ନମିଳିଛି ।
 
ବର୍ତ୍ତମାନ ଆସାମ ସରକାରଙ୍କ ଅଧୀନରେ ପ୍ରାୟ ୪ ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଅନେକ ଦ୍ଵିତୀୟ ବିବାହ କରିଥିବା କୁହାଯାଉଛି । ତେଣୁ କେମିତି ଦ୍ଵିତୀୟ ବିବାହ ଉପରେ ରୋକ ଲଗାଯିବ ସେନେଇ ଏମିତି ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ପୂର୍ବରୁ ରାଜ୍ୟରେ ଏହି ନିୟମ ପ୍ରଚଳିତ ଥିବା ପରେ ବି କର୍ମଚାରୀମାନେ ଠିକ୍‌ରେ ମାନୁନଥିଲେ । ତେଣୁ ଏବେ ନିୟମକୁ ଆହୁରି କଡାକଡି କରାଯାଇଛି । 
 
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ନିୟମ ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । ଯଦି ମହିଳାଙ୍କ ସ୍ଵାମୀ ବଂଚିଥିବେ କିମ୍ବା ଆଇନ ଅନୁସାରେ ଅଲଗା ହୋଇନଥିବେ ତେବେ ବିବାହ କରିପାରିବେ ନାହିଁ । ଯଦି ନିୟମ ଖିଲାପ ହୁଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଆସାମ ସରକାର । ତେବେ ସରକାରଙ୍କ ଏହି ନିୟମକୁ ନେଇ ଏବେ ଭାରି ଚର୍ଚ୍ଚା ।
 

ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ

COASTAL NEWS ODIA 1292

ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ ଅଭିଯାନ ସମଗ୍ର ଭାରତବର୍ଷରେ ରାଷ୍ଟ୍ରୀୟ ଏକତା ଏବଂ ଦେଶପ୍ରେମର ନବଜାଗରଣ ତିଆରି ହୋଇପାରିଛି । ଆଜି ସ୍ୱତନ୍ତ୍ର ଟ୍ରେନରେ ଓଡ଼ିଶାର ଭାବାବେଗ ଏବଂ ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଯାଇଥିବା ଅମୃତ କଳସର ମାଟି କର୍ତ୍ତବ୍ୟ ପଥରେ ରହିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅମୃତ ବାଟିକାରେ ସ୍ଥାପନା ହେବ, ଯାହା ଆମ ପାଇଁ ଗୌରବର ବିଷୟ ବୋଲି ଶନିବାର ଭୁବନେଶ୍ୱର ଷ୍ଟେସନରେ ‘ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରାମ ମନ୍ଦିର ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦଳ ପକ୍ଷରୁ ଆୟୋଜିତ ଅମୃତ କଳସ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରାରେ କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ ଏବଂ ନାଗରିକମାନେ ‘ମୋ ମୋଟି ମୋ ଦେଶ’ ଅଭିଯାନରେ ଓଡ଼ିଶାର ଗାଁ ମାନଙ୍କରୁ ସଂଗୃହିତ ହୋଇଥିବା ସମସ୍ତ ପବିତ୍ର ମାଟି କଳସକୁ ଧରି ଚାଲିଚାଲି ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯ୍ୟନ୍ତ ନେଇଥିଲେ ।    

 ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକ ସୌଭାଗ୍ୟର ଦିନ । ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଆମ ଦଳର କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀଙ୍କ ସମେତ ଅନେକ ପ୍ରତିନିଧି ଶୁଭାରମ୍ଭ ହୋଇଥିବା ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଇଛନ୍ତି । ଏହି ମାଟି ସ୍ୱରୂପ ଓଡ଼ିଶାର ଭାବାବେଗ ଓ ଓଡ଼ିଆ ଅସ୍ମିତାକୁ ନେଇ ସେମାନେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖିବେ । ଓଡ଼ିଶା ସମେତ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ସବୁ ମାଟିକୁ କର୍ତ୍ତବ୍ୟ ପଥରେ ଏକାଠି କରାଯିବା ପରେ ଆସନ୍ତା ୩୧ ତାରିଖ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା କରିବେ ।
 
ଓଡ଼ିଶାରେ ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁରରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ୱ ଗାଁରୁ ମାଟି ସଂଗ୍ରହ କରାଯିବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ । ଓଡ଼ିଶାରେ ଦଳ ମତ ନିର୍ବିଶେଷରେ ସବୁ ବର୍ଗର ଲୋକମାନେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଶହୀଦ ବାଜି ରାଉତ, ଲକ୍ଷ୍ମଣ ନାୟକ, ଧରଣୀଧର ନାଏକ, ସାରଙ୍ଗଧର ଦାସ, ବିକା ନାୟକଙ୍କ ପରି ସାହସୀ ସଂଗ୍ରାମୀ ଏବଂ କାର୍ଗିଲ ଯୁଦ୍ଧ ସମେତ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । 

ମୋ ମାଟି ମୋ ଦେଶ ଅଭିଯାନକୁ ସଫଳ କରିଥିବା ପ୍ରତ୍ୟେକ ଗୁରୁଜନ, ମାଆ ଭଉଣୀ, ଯୁବସାଥୀ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ସମସ୍ତଙ୍କର ଉତ୍ସର୍ଗୀକୃତ ମନୋଭାବ ଓ ଦେଶ ପ୍ରତି ଥିବା ଶ୍ରଦ୍ଧା ପାଇଁ ଆଜି ଏହା ସଫଳ ହୋଇପାରିଲା । ଏହି କଳସ ଶୋଭାଯାତ୍ରାରେ କାର୍ଯ୍ୟକର୍ତ୍ତା, ମାତୃଶକ୍ତି ଓ ନାଗରିକମାନେ ସାମିଲ ହୋଇ ‘ମାଟି କଳସ’କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବର ରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଗଲା ‘ଅମୃତ କଳସ"

COASTAL NEWS ODIA 1291

ଭୁବନେଶ୍ବର ରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଗଲା ‘ଅମୃତ କଳସ



ଭୁବନେଶ୍ବର,୨୮/୧୦/୨୦୨୩: (CNO) ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଶହୀଦ ବୀର ଓ ଯବାନ" ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍–ବୀରଙ୍କୁ ବନ୍ଦନ୍' ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ "ମୋ ମାଟି, ମୋ ଦେଶ" ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ବାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା । ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ "ମୋ ମାଟି ମୋ ଦେଶ" ଆୟୋଜିତ ହୋଇଛି । 

ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ବରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖଙ୍କ ସମେତ ପାର୍ଟିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

“ମୋ ମାଟି, ମୋ ଦେଶ" ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା ସରିଛି । ଦେଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ "ଅମୃତ ବାଟିକା" ଭବ୍ୟଢଙ୍ଗରେ ନିର୍ମାଣ କରାଯିବ । ଏହି 'ଅମୃତ ବାଟିକା' ଭବିଷ୍ୟତ ପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ବ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକାର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ।

ଓଡିଶାରେ “ମୋ ମାଟି, ମୋ ଦେଶ" ଅଭିଯାନକୁ ସଫଳ କରିଥିବା ମାଆ, ଭଉଣୀ, ଯୁବକ ଯୁବତୀ ଓ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଦେଶର ବୀରମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଉତ୍ସର୍ଗୀଗୃତ ଭାବନା ପାଇଁ ଏହା ସଫଳ ହୋଇଛି ।  ।

ମହିଳାଙ୍କ କାନରୁ ଆସୁଥିଲା ଅଜବ ଶଦ୍ଦ, ପରୀକ୍ଷା ପରେ ଜଣାପଡିଲା ସତ, ଭାଇରାଲ ହେଉଛି ଭିଡିଓ

COASTAL NEWS ODIA 1290

ମହିଳାଙ୍କ କାନରୁ ଆସୁଥିଲା ଅଜବ ଶଦ୍ଦ, ପରୀକ୍ଷା ପରେ ଜଣାପଡିଲା ସତ, ଭାଇରାଲ ହେଉଛି ଭିଡିଓ



 
ତାଇୱାନ୍ତା - (CNO) ଭଞ୍ଜ ବିହାରୀ ମହାନ୍ତି - ଇୱାନର ଜଣେ ମହିଳା କିଛି ଦିନ ହେବ ଅଜବ ସ୍ବର ଶୁଣୁଥିଲେ। ଯାହା ଦ୍ୱାରା ଏତେ ବିବ୍ରତ ହୋଇଯାଇଥିଲେ ଯେ ସେ ଡାକ୍ତରଙ୍କୁ ଏ ବିଷୟରେ ଜଣାଇବାକୁ ସ୍ଥିର କଲେ। ତେବେ ଯେତେବେଳେ ସେ ଡାକ୍ତରଙ୍କ ନିକଟରେ ପହଞ୍ଚି ମହିଳା ଜଣଙ୍କ ପରୀକ୍ଷା କରାଇଥିଲେ। ସେତେବେଳେ ସେ ତାଙ୍କ କାନରେ ଯାହା ପାଇଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ବାସ୍ତବରେ, ମହିଳାଙ୍କ କାନରେ ଏକ ବୁଢିଆଣୀ ଥିଲା, ଯେଉଁଥିପାଇଁ ସେ ସେହି ଅଦ୍ଭୁତ ଶବ୍ଦ ଶୁଣୁଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନ୍ୟୁଜ ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ଗତ ଚାରି ଦିନ ଧରି ଶୋଇପାରୁ ନ ଥିବା ଡାକ୍ତରମାନଙ୍କୁ କହିଥିଲେ। ଏହାର କାରଣଟି ହେଲା ଯେ ଯେତେବେଳେ ବି ସେ ଶୋଇବାକୁ ଯାଆନ୍ତି, ସେ ବେଳେବେଳେ ଏକ ଶବ୍ଦ ଶୁଣନ୍ତି, ଏବଂ ବେଳେବେଳେ ଏହା ଲାଗେ ଯେପରି କିଛି ଜୋରରେ ଶବ୍ଦ ଆସୁଛି । ଚାରି ଦିନ ଚିନ୍ତିତ ହେବା ପରେ, ଏହି ୬୪ ବର୍ଷ ବୟସ୍କା ମହିଳା ସ୍ଥିର କଲେ ଯେ ସେ ତାଙ୍କ କାନକୁ ଡାକ୍ତରଙ୍କୁ ଦେଖାଇବେ।

ଯେତେବେଳେ ଡାକ୍ତର ମହିଳାଙ୍କୁ ପରୀକ୍ଷା କରି ଦେଖିଲେ ଯେ ତାଙ୍କ କାନରେ ଏକ ବୁଢିଆଣୀ ଅଛି। ସେ ମହିଳାଙ୍କ କାନରେ ଏକ ଟ୍ୟୁବ ଭର୍ତ୍ତି କଲେ ଏବଂ ତା’ପରେ ଏହାର ସାହାଯ୍ୟରେ ବୁଢିଆଣୀକୁ ବାହାର କରିଥିଲେ। ମହିଳାଙ୍କ କାନରେ ଏବେ କୌଣସି ପ୍ରକାରର ସମସ୍ୟା ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

ଶେରଗଡ ଥାନା ଅଧୂନ ଲାଞ୍ଜିଆପଲ୍ଲି ଗ୍ରାମ ରେ ଯୁବକ ଙ୍କୁ ବିଭତ୍ସ ହତ୍ୟା, ୫ଅଭିଯୁକ୍ତ ଗିରଫ

COASTAL NEWS ODIA 1289

ଶେରଗଡ ଥାନା ଅଧୂନ ଲାଞ୍ଜିଆପଲ୍ଲି ଗ୍ରାମ ରେ ଯୁବକ ଙ୍କୁ ବିଭତ୍ସ ହତ୍ୟା, ୫ଅଭିଯୁକ୍ତ ଗିରଫ



ବ୍ରହ୍ମପୁର,୨୭/୧୦/୨୦୨୩ - (CNO) ଶେରଗଡ ଥାନା ଅନ୍ତର୍ଗତ ଲାଞ୍ଜିଆପଲ୍ଲି ଗ୍ରାମରେ ଜଣେ ଯୁବକ ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା କରାଯାଇଛି ।ଯୁବକ ଜଣକ ଉକ୍ତ ଗ୍ରାମର ୨୪ବର୍ଷୀୟ ମଙ୍ଗଳା ଭୂୟାଁ ବୋଲି ଜଣାପଡିଛି। ପୂର୍ବ ଶତୃତା ରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିଛି।

ହତ୍ୟା ଘଟଣା ଘଟାଇଥିବା ଅଭିଯୁକ୍ତ ମାନେ ହେଲେ ଉକ୍ତ ଗ୍ରାମର ବାୟାଧର ଭୂୟାଁ, ପପୁନ ଭୁୟାଁ,ସୁରେନ୍ଦ୍ର ଭୂୟାଁ, ଜୟସେନ ଗୌଡ, ଚନ୍ଦନ ଗୌଡ ଏବଂ ସେମାନଙ୍କୁ ପୋଲିସ ଗିରଫ କରିଛି।ହତ୍ୟା ର ଶିକାର ହୋଇଥୁବା ମଙ୍ଗଳା ଭୂୟାଁ ଆଜି ନିଜ ବାଇକ ଯୋଗେ ଘର କୁ ଫେରୁଥିବା ବେଳେ ଅଭିଯୁକ୍ତ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ରକ୍ତ ଭିଜା ପଥର,ଗୋଟିଏ କାତି,ଛୁରୀ, ଗାମୁଛା ଇତ୍ୟାଦି ଜବତ କରିଛି ଓ ଉକ୍ତ ଘଟଣାରେ  କେଶ ନଂ-୫୪୫/୨୩ ରେ ରୁଜୁ କରି ତଦନ୍ତ ଚାଲୁ ରଖୁଥିବା ଶେରଗଡ ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ

COASTAL NEWS ODIA 1288

ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ



ଗଞ୍ଜାମ - (CNO) ଭଞ୍ଜ ବିହାରୀ ମହାନ୍ତି - ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତିସାହିରେ ଆଜି ସନ୍ଧ୍ୟାରେ ଏକ ଘରେ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ବେଗୁନିଆପଡ଼ା ଜଗତିସାହିର ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ତାଙ୍କର ୨ ବନ୍ଧୁଙ୍କ ସହିତ ମିଶି ତାଙ୍କ ଘରର ଉପର ମହଲାରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ବାଣ ବିସ୍ଫୋରଣ ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଜିତୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ଜଣାପଡ଼ିଛି।

ବାଣ ବିସ୍ଫୋରଣ ହେବାରୁ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପି ଯାଇଥିଲା। ଏମିତିକି ଜିତୁଙ୍କ ଘରର ତଳ ମହଲାରେ ଥିବା ପରିବାରର ୩ ଜଣ ସଦସ୍ୟ ଆହତ ହୋଇଛନ୍ତି।

ବେଗୁନିଆପଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି। ସେହି ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା ନା ଆଗକୁ ଦୀପାବଳି ଥିବାରୁ ବିକ୍ରି କରିବା ପାଇଁ ବାଣ ରଖାଯାଇଥିଲା ନା ଆଉ କିଛି କଥା ଥିଲା, ସେ ଦିଗରେ ଖୋଳତାଡ଼ କରୁଛି ପୁଲିସ୍।
 

ଆଜି ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ

COASTAL NEWS ODIA 1287

ଆଜି ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ଆଜି ରାହୁ ଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରେ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ୨୯ ତାରିଖ ରାତି ଗୋଟାଏ ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । 
ଚନ୍ଦ୍ରଗ୍ରହଣର ଅବଧି ୧ଘଣ୍ଟା ୧୯ ମିନିଟ୍ ରହିବ। କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ସେଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିର୍ବିଦ ମତ ଦେଇଛନ୍ତି ।

ଅପରାହ୍ନ  ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟା ବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ । ରାତି ୨ଟା ୨୩ ମିନିଟ ଯାଏ ସମସ୍ତ ଶୁଭକାର୍ଯ୍ୟ, ଦେବନୀତି ବାରଣ କରାଯାଇଛି । ରାହୁଗ୍ରସ୍ତ ଆଂଶିକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି। ପାକ ନିଷେଧ ସତ୍ତ୍ବେ ରାତିରେ ଶୁଖିଲା ଖାଦ୍ୟ ଖାଇ ପାରିବେ। ତେବେ ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।

କତାର ରେ ବାସ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

COASTAL NEWS ODIA 1286

କତାର ରେ  ବାସ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ



ନୂଆଦିଲ୍ଲୀ,୨୮।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - କତାରର ଏକ କୋର୍ଟ ସେଠାରେ ବାସ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗଲ୍ଫ ଦେଶ କତାରର ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟଜନକ କରିଛି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ଛୋଟ ଗଲ୍ଫ ଦେଶ ପୂର୍ବତନ ଭାରତୀୟ ନୈସେନା ଅଧିକାରୀଙ୍କୁ ଫାଶୀ ଦେବ?

ଆଜି ଦୁନିଆରେ ଏକ ଶକ୍ତିଶାଳୀ ଦେଶ ଭାବରେ ଉଭା ହୋଇଥିବା ଭାରତର ଏହି ଏହି ଅଧିକାରୀମାନଙ୍କୁ ଦଣ୍ଡ ଦେବା କତାର ଏତେ ସହଜ ନୁହେଁ, ଯେତେ ସହଜରେ ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଥିଲା। ବିଶେଷକରି ଯେତେବେଳେ ଭାରତ ସରକାର ଘୋଷଣା କରିଛନ୍ତି ଯେ କତାର କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ପ୍ରତ୍ୟେକ ଆଇନଗତ ବିକଳ୍ପ ବ୍ୟବହାର କରାଯିବ।

କିଛି ଦିନ ପୂର୍ବରୁ ପାକିସ୍ତାନ ମଧ୍ୟ ଭାରତୀୟ ନୈସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦେଇଥିଲା, କିନ୍ତୁ ଭାରତ ଏହାକୁ ଅନ୍ତର୍ଜାତୀୟ କୋର୍ଟରେ ଅପିଲ କରିଥିଲା ଏବଂ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। କତାର କ୍ଷେତ୍ରରେ ମଧ୍ୟ ଭାରତର ଏହି ବିକଳ୍ପ ରହିଛି। ଏହା ବ୍ୟତୀତ କତାରର ଏମିର ତମିମ ବିନ ହମଦ ଅଲ ଥାନିଙ୍କ ଅଧୀନରେ ଆମେ ୮ ଜଣ ଭାରତୀୟଙ୍କୁ କ୍ଷମା ଦେଇପାରିବେ। ଏହା ମଧ୍ୟ ଜରୁରୀ ଯେ ଏଥିପାଇଁ ଆବେଦନ ଠିକ ସମୟରେ କରାଯିବା ଆବଶ୍ୟକ। ସେ ବର୍ଷକୁ ଦୁଇଥର ଏପରି ଦଣ୍ଡ ଛାଡ କରନ୍ତି ଏବଂ ଭାରତ ନିଶ୍ଚିତ ଭାବରେ ଅପିଲରେ ବିଳମ୍ବ କରିବ ନାହିଁ।

ଖବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ମୃତ୍ୟୁ

COASTAL NEWS ODIA 1285

ଖବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ମୃତ୍ୟୁ



ମସ୍କୋ,୨୮।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ହୋଇଛି ମୃତ୍ୟୁ। ଏପରି ଏକ ଦାବି କରିଛି ଟେଲିଗ୍ରାମ ଚ୍ୟାନେଲ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛିି। ମସ୍କୋରେ ମଧ୍ୟ ବିଦ୍ରୋହ ହେବାକୁ ଯାଉଥିବା ନେଇ ଦାବି କରାଯାଇଛି । ଟେଲିଗ୍ରାମ ଚ୍ୟାନେଲରେ ପୁଟିନଙ୍କ ମୃତଦେହ ପାଖରେ ଡାକ୍ତରମାନେ ଅଛନ୍ତି । ଏବଂ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଏଥିରେ କୁହାଯାଇଛି ।

ତେବେ ପୁଟିନଙ୍କ ମୃତ୍ୟୁ ଏବଂ ଋଷିଆରେ ବିଦ୍ରୋହକୁ କ୍ରେମଲିନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ସମ୍ପୂର୍ଣ୍ଣଭାବେ ଗୁଜବ ଏବଂ ମିଥ୍ୟା ସୂଚନା ବୋଲି କ୍ରେମଲିନ କହିଛି।

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1284

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
 


 
ନୂଆଦିଲ୍ଲୀ,୨୮।୧୦ - (CNO) ଭଞ୍ଜ ବିହାରୀ ମହାନ୍ତି - ଶନିବାର ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ  କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା ଏହି ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଗତ ବର୍ଷ ଅକ୍ଟୋବରରେ ଆମେ ଏହି ମେଳା ଆରମ୍ଭ କରିଥିଲୁ । 

ସେବେଠାରୁ ନିରନ୍ତର ଭାଜପା ଶାସିତ ରାଜ୍ୟଗୁଡ଼ିକ ରୋଜଗାର ମେଳାର ଆୟୋଜନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। ଆଜି ବି ୫୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି। ଦୀପାବଳି ପାଇଁ ଆଉ କିଛି ଦିନ ବାକି ଅଛି, କିନ୍ତୁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ୫୦ ହଜାର ଯୁବକଙ୍କ ପରିବାର ପାଇଁ, ଏହି ସୁଯୋଗ ଦୀପାବଳିଠାରୁ କମ୍‌ ନୁହେଁ ।

ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ

COASTAL NEWS ODIA 1283

ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ 

 

 
ଚେକୋସ୍ଲୋଭାକିଆ- (CNO) ଭଞ୍ଜ ବିହାରୀ ମହାନ୍ତି - ଚେକୋସ୍ଲୋଭାକିଆର ଟିଭି କଳାକାର କାମିଲ ବାର୍ତୋସେକ ଏଭଳି କାମ କରିଛନ୍ତି ଯାହା ସାରା ବିଶତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକାଶ ମାର୍ଗରୁ ହେଲିକପ୍ଟରରୁ ବର୍ଷା କରିଛିନ୍ତି ଲକ୍ଷ ଲକ୍ଷ ଟଙ୍କା । ଆକାଶମାର୍ଗରେ ଥାଇ ଏକ ହେଲିକପ୍ଟରରୁ ତଳେ ଅପେକ୍ଷାରତ ସମର୍ଥକମାନଙ୍କ ଉପରକୁ ୧୦ ଲକ୍ଷ ଡଲାର ଅର୍ଥ ବର୍ଷା କରିଛନ୍ତି। ସ୍ପେନୀୟ ଅପରାଧଭିତ୍ତିକ ଧାରାବାହିକ ‘ମନି ହାଇଷ୍ଟ୍‌’ ଢଙ୍ଗରେ ତାଙ୍କର ଏହି କାରନାମା ଚର୍ଚ୍ଚାର ବିଷୟ ହୋଇଛି। ବାର୍ତୋସେକ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏ ପ୍ରତିଯୋଗିତାର ଘୋଷଣା କରିଥିଲେ। ତେବେ ଉକ୍ତ ପ୍ରତିଯୋଗିତାର ଅଭିନବ ଦିଗଟି ହେଲା ଏଥିରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ।

ଭାଗ ନେଇଥିବା ପ୍ରତ୍ୟେକ ପ୍ରତିଯୋଗୀ ଏକ ଇ-ମେଲ୍‌ ପାଇଥିଲେ, ଯେଉଁଥିରେ ଏକ ଅଜ୍ଞାତ ସ୍ଥାନର ବିବରଣୀ ରହିଥିଲା। ବାର୍ତୋସେକ୍‌ ୧୦ ଲକ୍ଷ ଡଲାର୍‌ର ନୋଟଗୁଡ଼ିକୁ ଏକ ବିଶାଳ ଧାତବ ବାକ୍ସରେ ଭର୍ତ୍ତି କରି ଏକ ହେଲିକପ୍ଟର ଯୋଗେ ଆକାଶରେ ଝୁଲାଇ ରଖିଥିଲେ। ଶେଷରେ ସେହି ବହୁ ପ୍ରତୀକ୍ଷିତ ରୋମାଞ୍ଚକର ମୁହୂର୍ତ୍ତ ଆସିଥିଲା, ଯେତେବେଳେ ବାର୍ତୋସେକ୍‌ ଦଶ ଲକ୍ଷ ଡଲାରର ଉପହାରକୁ ଆକାଶରୁ ତଳକୁ ବିଛାଡ଼ି ଦେଇଥିଲେ। ଆଉ ତଳେ ଅପେକ୍ଷା କରିଥିବା ଦର୍ଶକମାନେ ତାହାକୁ ଗୋଟାଇବା ଆରମ୍ଭ କରିଥିଲେ। ବାର୍ତୋସେକ୍‌ଙ୍କର ଏଭଳି କାର୍ୟ୍ୟକୁ ଅନେକ ପ୍ରଶଂସା କରି ତାଙ୍କୁ ଜଣେ ‘ଉଦାର ସେଲିବ୍ରିଟି’ର ଆଖ୍ୟା ଦେଇଥିବା ବେଳେ ଅନେକ ତାଙ୍କର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

COASTAL NEWS ODIA 1282

ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ


ପୁରୀ - (CNO) ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଫାଇଭ୍-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ପ୍ରଥମ ଥର ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍ । ଭୋର ୪ଟାରେ ପୁରୀରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସକାଳ ୬ଟା ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ନୂଆବର୍ଷରେ ଭକ୍ତଙ୍କ ପାଇଁ ନୂଆ ଅନୁଭୂତି ହେବ ବୋଲି କହିଛନ୍ତି । ଏହା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ ଶ୍ରୀମନ୍ଦିର ଚାରି ଦ୍ୱାର କାମ ମଧ୍ୟ ବୁଲି ଦେଖିଥିଲେ । ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସହ ଯାତ୍ରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଫାଇଭ୍-ଟି ଓ ମୋ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଏହି ସମୟରେ ପୁରୀ ଜିଲ୍ଲାପାଳ, ଏସ୍ପି, ଓବିସିସି ଏମଡି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
 

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଶିଶୁଙ୍କ ପାଇଁ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

COASTAL NEWS ODIA 1281

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଶିଶୁଙ୍କ ପାଇଁ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ

 

ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସବୁଠୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ କରାଯିବ। କ୍ୟାନସର ପୀଡ଼ିତ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଟଣୀରେ ପ୍ରତିଷ୍ଠା ହେବ ହୋମି ଭାବା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର।

ହସ୍ପିଟାଲ ସହ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ ନିର୍ମାଣ କରାଯିବ। ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟିଏମସି, ମୁମ୍ବାଇକୁ ହସ୍ତାନ୍ତର କରିବେ। ଏ ନେଇ ଟିଏମସି, ମୁମ୍ବାଇକୁ ରାଜ୍ୟ ସରକାର ଚିଠି ଲେଖି ଜଣାଇଲେ। ପେଡିଆଟ୍ରିକ କ୍ୟାନସର ଫାସିଲିଟିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ ବିଲ୍ଡିଂ ପାଇଁ ୮୦ ଏବଂ ଚିକିତ୍ସା ଉପକରଣ ପାଇଁ ୭୦ କୋଟି ଖର୍ଚ୍ଚ ହେବ। ସେହିପରି ଦୁଇ ବ୍ଲକ ବିଶିଷ୍ଟ ଧର୍ମଶାଳା ନିର୍ମାଣରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Friday, October 27, 2023

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

COASTAL NEWS ODIA 1280

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍


ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। 

ମୁଁ କାହିଁକି ଆସିଛି ଓ କେଉଁଠୁ ଆସିଛି ଓଡ଼ିଶାରୁ ହିଁ ବୁଝିପାରିଲି। ଓଡ଼ିଶାରେ ମୋର ଦ୍ବିତୀୟ ଜନ୍ମ ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ । ବସୁଧୈବ କୁଟୁମ୍ବକମ୍ ର ମୂଳଦୁଆ ହେଉଛି ଓଡ଼ିଶା।

ବିଦାୟ ପୂର୍ବରୁ ରାଜଭବନ ପରିସରରେ ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ରାଜଭବନ କର୍ମଚାରୀ ମାନେ ମଧ୍ଯ ବିଦାୟୀ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। କର୍ମଚାରୀଙ୍କ ସହ କଥା ହୋଇ ଭାବବିହ୍ବଳ ହୋଇପଡିଥିଲେ ଗଣେଶୀ ଲାଲ। ଓଡ଼ିଶାରେ ପାଞ୍ଚବର୍ଷ ପାଞ୍ଚ ମାସ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ପ୍ରଫେସର ଗଣେଶୀ ଲାଲ। 

୨୦୧୮ ମେ ୨୫ତାରିଖରେ ଓଡ଼ିଶାର ୨୫ ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ। …୨୯ରେ ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ ।

ନରୱେର ନର୍ସ ଦେବତାଙ୍କର. ମନ୍ଦିର

COASTAL NEWS ODIA 1279

ନରୱେର  ନର୍ସ ଦେବତାଙ୍କର. ମନ୍ଦିର 



ନରୱେ - (CNO) ଭଞ୍ଜ ବିହାରୀ ମହାନ୍ତି - ଯେତେବେଳେ କୌଣସି ମନ୍ଦିରର କଥା ଆସେ, ଲୋକଙ୍କ ମନକୁ ଆସୁଥିବା ପ୍ରଥମ ନାମ ହେଉଛି ଭାରତ । ବାସ୍ତବରେ ଭାରତର ସମସ୍ତ ଗଳି କନ୍ଦିରେ ଆପଣ ମନ୍ଦିର ପାଇପାରିବେ । ସେଥିପାଇଁ ଲୋକେ ଭାରତକୁୁ ମନ୍ଦିରର ଦେଶ ବୋଲି କହିଥାନ୍ତି । ଭାରତରେ ଅନେକ ଏପରି ମନ୍ଦିର ରହିଛି ଯାହା ଭିତରେ ଏତେ ସୁନା ରହିଛି ଯାହାର କଳ୍ପନା ଆପଣ କରିପାରିବେ ନାହିଁ । କିନ୍ତୁ ଆଜି ଆମେ ଭାରତର କୌଣସି ମନ୍ଦିର ବିଷୟରେ ନୁହଁ ବରଂ ନରୱେର ଏକ ମନ୍ଦିର ବିଷୟରେ କହୁଛୁ । କୁହାଯାଉଛି ଯେ ଏହି ମନ୍ଦିରରେ ସୁନାର ଭଣ୍ଡାର ରହିଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ନରୱେରେ ଥିବା ଏହି ମନ୍ଦିର ନର୍ସ ଦେବତାଙ୍କର ଅଟେ । ଏହି ମନ୍ଦିର ଭିତରୁ ପ୍ରତ୍ନତତ୍ତ୍ୱବିତଙ୍କୁ କିଛି ମୂର୍ତ୍ତୀ ମଧ୍ୟ ମିଳିଛି । ଯାହା ଉପରେ ଦେବତାଙ୍କ ଚିତ୍ର ତିଆରି କରାଯାଇଛି । ଏହି ସବୁ ମୂର୍ତ୍ତୀ ସୁନାରେ ନିର୍ମିତ । କିନ୍ତୁ ବର୍ଗ ଆକାରର ଏହି ମୂର୍ତ୍ତୀ କାଗଜ ପରି ପତଳା । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମୂର୍ତ୍ତୀ ଉପରେ ନର୍ସ ଦେବତା ଏବଂ ଦେବୀ ଗର୍ଡଙ୍କ ଚିତ୍ର ତିଆରି ହୋଇଛି । ୟୁନିଭର୍ସିଟି ଅଫ ଓସ୍ଲୋ ରିପୋର୍ଟ ଅନୁସାରେ, ଏହି ମୂର୍ତ୍ତୀ ସବୁ ମେରୋବିଂଗିୟନ ସମୟର ଅଟେ ଯାହା ୫୫୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

ଏହି ମେରୋବିଂଗିୟନ ଅବଧି ବାଇକିଙ୍ଗ ଯୁଗ ପର୍ଯ୍ୟନ୍ତ ଜାରି ରହିଲା । କହିରଖୁଛୁ ଯେ, ବାଇକିଙ୍ଗ ଯୁଗର ଲୋକମାନେ ଖୁବ୍‌ ଶକ୍ତିଶାଳୀ ଥିଲେ । ସେମାନେ ନିଜ ସଭ୍ୟତା ଏବଂ ଧର୍ମକୁ ବହୁ ଦୂର ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ସୁନା ଖୋଜିବା ବିଷୟରେ କହିବାକୁ ଗଲେ ଏଠାରେ ପ୍ରାୟ ୩୫ଟି ସୁନାର ଖଣ୍ଡ ମିଳିଛି । ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରର ତଳ କୋଠରୀ ସମ୍ପୂର୍ଣ୍ଣ ସୁନାରେ ପରିପୂର୍ଣ୍ଣ । କିନ୍ତୁ ଏପର୍ଯ୍ୟନ୍ତ ଏହାର ଆବିଷ୍କାର ହୋଇପାରିନାହିଁ ।

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ

COASTAL NEWS ODIA 1278

ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଆପଣମାନେ ତ ଜାଣିଥିବେ ଯେ ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ ଅଛି, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଯେତେବେଳେ ଏହାର ସତ୍ୟତା ସାମ୍ନାକୁ ଆସିଥାଏ, ସେତେବେଳେ ଏହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ କୁହାଯାଏ ଯେ ଏହି ବିଶ୍ୱରେ ଏପରି ୫ଟି ଦେଶ ଅଛି, ଯେଉଁଠାରେ ୩୬୫ ଦିନରୁ ୫୦ ଦିନ, ୭୩ ଦିନ ଏବଂ ୭୬ ଦିନ ପାଇଁ କିଛି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୁଏନାହିଁ । ଏହା ଶୁଣିବାପରେ ଆଶ୍ଚର୍ଯ୍ୟ ଲାଗୁଥିବ ନା? ତାହେଲେ ଆସନ୍ତୁ ଆମେ ଆଜି ଜାଣିବା ଏପରି ୫ ଟି ଦେଶ ଯେଉଁ ଠାରେ ଆପଣ ରାତିରେ ମଧ୍ୟ ଦିନକୁ ଉପଭୋଗ କରିପାରିବେ । ତେବେ ସେହି ଦେଶ ଗୁଡିକର ନାମ ହେଉଛି । ନରୱେ, ଆଇସଲ୍ୟାଣ୍ଡ, କାନାଡା, ଆଲାସ୍କା ଏବଂ ଫିନଲ୍ୟାଣ୍ଡ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ଦେଶ ବିଷୟରେ ବାସ୍ତବରେ କିଛି କଥା ଜଣାଇବୁ ।

ନରୱେ :
ଏହା ହେଉଛି ଏକ ଏପରି ଦେଶ ଯାହା ପାହାଡ ଦ୍ୱାରା ଘେରି ହୋଇ ରହିଛି । ଏହା ଆର୍କଟିକ୍‌ ସର୍କଲ୍‌ ଭିତରେ ରହିଥାଏ । ନରୱେରେ ମେ ରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହାକୁ ‘ଲେଟ୍‌ ଅପ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ । ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ଦେଶରେ ବୁଲିବାର ଆନନ୍ଦ ଉଠାଇ ପାରିବେ ।

ଫିନଲ୍ୟାଣ୍ଡ :
ଏହି ସ୍ଥାନରେ ଆପଣ ମଧ୍ୟରାତ୍ରିରେ ମଧ୍ୟ ସୂର୍ଯ୍ୟ କିରଣର ଆନନ୍ଦ ନେଇ ପାରିବେ । ତେବେ ଆପଣମାନେ ଜାଣିଛନ୍ତି କି ଏହି ଦେଶ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜରେ ସଜେଇ ହୋଇଥାଏ । ଏଥିପାଇଁ ଫିଲଲ୍ୟାଣ୍ଡ ବହୁତ ସୁନ୍ଦର ଓ ଆକର୍ଷଣୀୟ ଲାଗିଥାଏ । ଗରମ ସମୟରେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ବା ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତିରେ ସୂର୍ଯ୍ୟଙ୍କ କିରଣ ଦେଖିବା ପାଇଁ ମିଳିଥାଏ । ଯଦି ବୁଲିବା ପାଇଁ ଦେଖିବା ତାହେଲେ ଫିନଲ୍ୟାଣ୍ଡ ବୁଲିବା ପାଇଁ ବହୁତ ଭଲ ସ୍ଥାନ ହୋଇଥାଏ ।

କାନାଡା: 
ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ ଯାହାକି ବହୁତ ସମୟ ଧରି ବରଫରେ ଆବୃତ ରହିଥାଏ । ଏପରି ମଧ୍ୟ କାନାଡାରେ ରାତିର ଅନ୍ଧାର ଦେଖିବା ପାଇଁ ମିଳିନଥାଏ । ଏଠାରେ ଉତ୍ତର ଓ ପଶ୍ଚିମ ଭାଗରେ ଖରା ସମୟରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବା ପାଇଁ ମିଳିଥାଏ ।

ଆଲାସ୍କା :
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଲାସ୍କାରେ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଲାସ୍କା ଏହାର ସୁନ୍ଦର ଗ୍ଲେସିଅର ପାଇଁ ଜଣାଶୁଣା । ତେବେ ମେ ରୁ ଜୁଲାଇ ମଧ୍ୟରେ ରାତିରେ ଉଜ୍ଜଳତା ଦେଖାବା କେତେ ଆନନ୍ଦମୟ ତାହା ଆପଣ କଳ୍ପନା କରିପାରିବେ ।

ଆଇସଲ୍ୟାଣ୍ଡ :
ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ସବୁଠାରୁ ବଡ ଦୀପ ଅଟେ । ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟ କିରଣର ଉପଭୋଗ କରିପାରିବେ । ତେବେ ଏହି ସ୍ଥାନରେ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଇସଲ୍ୟାଣ୍ଡ ବୁଲିବା ପାଇଁ ସବୁ ଠାରୁ ଭଲ ସ୍ଥାନ ହୋଇପାରେ । ସେଥିପାଇଁ ଯଦି ରାତିରେ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ୫ଟି ସ୍ଥାନକୁ ଯାଇପାରିବେ ।

ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା

COASTAL NEWS ODIA 1277

ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା



ଗଞ୍ଜାମ - (CNO) ଭଞ୍ଜ ବିହାରୀ ମହାନ୍ତି - ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ ଲାଞ୍ଜିଆପଲ୍ଲୀରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣର କରିବା ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଲାଞ୍ଜିଆପଲ୍ଲୀ ଗାଁର ମଙ୍ଗୁଳୁ ଭୂୟାଁ। ତାଙ୍କୁ ୨୩ ବର୍ଷ ହୋଇଥିଲା।

ମଙ୍ଗୁଳୁ ଆଜି ସକାଳେ ନିତ୍ୟକର୍ମ ସମାପନ କରିବାକୁ ଘର ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଚାକୁରେ ଆକ୍ରମଣ କରିବା ପରେ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ସିଆଳ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ସିଆଳ।

ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

COASTAL NEWS ODIA 1276

ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ



ଭୁବନେଶ୍ୱର  : ( CNO) ଭଞ୍ଜ ବିହାରୀ ମହାନ୍ତି - କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ। ଆସନ୍ତାକାଲି ହେବ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରେ ମଧ୍ୟରାତ୍ରିରେ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ଏହି ଚନ୍ଦ୍ରଗ୍ରହଣ ଭାରତୀୟ ସମୟ  ରାତି ଗୋଟାଏ ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଚନ୍ଦ୍ରଗ୍ରହଣର ଅବଧି ୧ଘଣ୍ଟା ୧୯ ମିନିଟ୍ ରହିବ।

କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ସେଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଚନ୍ଦ୍ର ଗ୍ରହଣ ଲାଗିବ ରାତି ୧ଟା ୪୪ ମିନିଟ ୫ ସେକେଣ୍ଡରେ । କିନ୍ତୁ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ। ୪ଟାବେଳେ ଚନ୍ଦ୍ର ଦର୍ଶନ କରିବେ। ତାପରେ ଚନ୍ଦ୍ର ଦର୍ଶନ ନିଷେଧ । 

ରାତି ୨ଟା ୨୩ ମିନିଟ ଯାଏ ସମସ୍ତ ଶୁଭକାର୍ଯ୍ୟ, ଦେବନୀତି ବାରଣ କରାଯାଇଛି । ରାହୁ ଗ୍ରସ୍ତଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି। ପାକ ନିଷେଧ ସତ୍ତ୍ବେ ରାତିରେ ଶୁଖିଲା ଖାଦ୍ୟ ଖାଇ ପାରିବେ। ତେବେ ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।

୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ

COASTAL NEWS ODIA 1275

୨ ଜନଜାତି ଶିଶୁଙ୍କୁ ମିଳୁନି ଖାଦ୍ୟ
 


 
ମହାକାଳପଡ଼ା : (CNO) ଭଞ୍ଜ ବିହାରୀ ମହାନ୍ତି - ଭାରତବର୍ଷରେ କୌଣସି ଶିଶୁ ଉପବାସରେ ନ ରହିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବ୍ୟୟ ହେଉଛି। ବିଶେଷ କରି ଜନଜାତି ବର୍ଗର ଲୋକମାନଙ୍କର ବିକାଶ ପାଇଁ ସରକାର କହୁଥିବାବେଳେ ଏହାର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଜନଜାତି ବର୍ଗର ଶିଶୁମାନଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି ପାଇଛନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱହୀନତା ପାଇଁ ମା’ ଛେଉଣ୍ଡ ୨ ଯମଜ ଶିଶୁ ଖାଦ୍ୟ ନ ପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଶବରପଡ଼ାରେ। ମା’ ଛେଉଣ୍ଡ ୨ ଯମଜ ଶିଶୁ କାଞ୍ଚନ ଭକ୍ତାଙ୍କ ଘରେ ଜେଜେ ମା’ଙ୍କ କୋଳରେ ଆଶ୍ରା ନେଇଛନ୍ତି।
ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ଅଞ୍ଜଳି ଭକ୍ତା (୪୫)ଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା ପରେ ପୁଅ ବାମନଙ୍କ ସ୍ତ୍ରୀ ନୀଳିମା ଭକ୍ତା ୨ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ୩ ମାସ ପରେ ନୀଳିମା ଆରପାରିକୁ ଚାଲିଗଲେ। ନିରାଶ୍ରୟା ଅଞ୍ଜଳି ନିଜର ବାପ ଘର ମହାକଳପଡ଼ା ବ୍ଲକ ଶବରପଡ଼ାକୁ ବର୍ଷେ ପୂର୍ବେ ଆସି ଭାଉଜ କାଞ୍ଚନଙ୍କ ପାଖରେ ଆଶ୍ରା ନେଇଛନ୍ତି। ଭାବିଥିଲେ ଶାଶୁ ଘର ଅପେକ୍ଷା ବାପଘରେ ଭଲରେ ଚଳିବେ। ତେବେ ବାପଘରେ ପହଞ୍ଚତ୍ଲା ପରେ ଅଞ୍ଜଳିଙ୍କ ଦୁଃଖ ୨ଗୁଣ ହୋଇଗଲା। କାରଣ ବାପଘରେ ଖାଇବାକୁ ଖୁଦ ମୁଠେ ନ ଥିବାରୁ ଅଞ୍ଜଳିଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ୨ ଯମଜ ନାତୁଣୀନାତିଙ୍କ ମୁହଁରେ ଆହାର ଦେବାକୁ ଚିନ୍ତା ଘାରିଛି। ଅପରପକ୍ଷରେ ଅଞ୍ଜଳିଙ୍କ ପୁଅ ବାମନ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ହେଲେ ପୁଅ ସହ ଆଉ ଯୋଗାଯୋଗ ହୋଇପାରିନାହିଁ ବୋଲି ମା’ ଅଞ୍ଜଳି କହିଛନ୍ତି। ଅଞ୍ଜଳି ବହୁ କଷ୍ଟରେ ଚଳୁଥିବା ବେଳେ ୨ଯମଜ ଶିଶୁଙ୍କ ମୁହଁରେ ମୁଠାଏ ଆହାର ଦେବାକୁ ସକ୍ଷମ ନୁହନ୍ତି। ଅପରପକ୍ଷରେ ଦେଢ଼ବର୍ଷ ଶିଶୁର ଓଜନ ଅନୁସାରେ ଶାରୀରିକ ବିକଶିତ ହେଉ ନ ଥିବା ଦେଖିବାକୁ ମିଳୁଛି। ଏମାନେ ବର୍ଷେ ଧରି ଏଠାରେ ବସବାସ କରୁଥିଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିପରି ଏଥିପ୍ରତି ଦୃଷ୍ଟି ପଡ଼ିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ସମୟରେ ୨ ଶିଶୁଙ୍କ ଶାରୀରିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା ଆଦିି ଆବଶ୍ୟକ ରହିଛି ତାହା ଏମାନଙ୍କ ନିକଟରେ ସାତ ସପନ ପାଲଟିଛି। ବାସି ପଖାଳକୁ ତୋରାଣିରେ ଚକଟି ଏହି ୨ ଶିଶୁଙ୍କୁ ଖାଦ୍ୟ ରୂପେ ଦିଆଯାଉଛି ବୋଲି ଆଈ ମା’ ଅଞ୍ଜଳି କହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...