AFFILIATE MARKETING

https://binomo.com?a=90810425bb57&t=0

Monday, September 22, 2025

OPTCL ପକ୍ଷରୁ 2025 ପାଇଁ ନିଯୁକ୍ତି ସୂଚନା ଜାରି କରାଯାଇଛି।

“ନମସ୍କାର ଦର୍ଶକବୃନ୍ଦ… ଆପଣମାନେ ଦେଖୁଛନ୍ତି ଉପକୂଳ ସମାଚାର

ଆଜିର ବଡ଼ ଖବର – ଓଡିଶାରେ ସରକାରୀ ଚାକିରି ଆଶାୟୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।
ଓଡିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍‌ – ଓ ପି ଟି ସି ଏଲ୍ ପକ୍ଷରୁ 2025 ପାଇଁ ନିଯୁକ୍ତି ସୂଚନା ଜାରି କରାଯାଇଛି।

🔹 ସାରକଥା
ଏହି ନିଯୁକ୍ତିରେ ବିଭିନ୍ନ ପଦବୀରେ ଆବଶ୍ୟକତା ରହିଛି।
ବେତନ ପ୍ରତିମାସ ସର୍ବାଧିକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ।
କାମର ସ୍ଥାନ ସମଗ୍ର ଓଡିଶା ରହିବ।
ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍।

🔹 କେଉଁ ପୋଷ୍ଟ ପାଇଁ ନିଯୁକ୍ତି

ଜୁନିଅର ମେଣ୍ଟେନାନ୍ସ୍ ଅଣ୍ଡ୍‌ ଅପରେଟର୍‌ ଟ୍ରେନି – JMOT

ଜୁନିଅର ଟେଲିକମ୍‌ ଟେକ୍ନିସିଆନ୍‌ ଟ୍ରେନି – JTTT

ମ୍ୟାନେଜମେଣ୍ଟ୍ ଟ୍ରେନି – eM Ti

ଅଫିସ୍‌ ଆସିଷ୍ଟାଣ୍ଟ

ଜୁନିଅର ଆକାଉଣ୍ଟାଣ୍ଟ

ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର୍‌ ଟ୍ରେନି

ଟେକ୍ନିସିଆନ୍‌ ଅପ୍ରେଣ୍ଟିସ୍

🔹 ଯୋଗ୍ୟତା

ଜେ ଏମ୍ ଓ ଟି / ଜେ ଟି ଟି ଟି ପାଇଁ – ଆଇ ଟି ଆଇ  କିମ୍ବା ଡିପ୍ଲୋମା

ଏମ୍ ଟି ପାଇଁ – ବି ଟେକ୍ / ବି ଇ (ଇଲେକ୍ଟ୍ରିକାଲ୍ / ଈଲେକ୍ଟ୍ରୋନିକ / ଟେଲିକମ ) ସହିତ କମ୍‌ତମେ 60 ଦଶମିକ ମାର୍କ୍ସ

ଅଫିସ୍‌ ଆସିଷ୍ଟାଣ୍ଟ – କୋଣସି ବିଷୟରେ ସ୍ନାତକ + କମ୍ପ୍ୟୁଟର୍‌ ଜ୍ଞାନ

ଜୁନିଅର ଆକାଉଣ୍ଟାଣ୍ଟ – କମର୍ସ୍‌ ଗ୍ରାଜୁଏଟ୍‌, ସି ଏ /ଆଇ ସି ଡବ୍ଲୁ ଏ (ଇଣ୍ଟର୍ ) ପ୍ରାଥମିକତା

ଅପ୍ରେଣ୍ଟିସ୍ – ଆଇ ଟି ଆଇ / ଡ଼ିପ୍ଲୋମା / ବି .ଟେକ୍ 

🔹 ବୟସ ସୀମା

କମ୍‌ତମେ – 21 ବର୍ଷ

ଅଧିକତମ – 32 ବର୍ଷ

ଏସ୍ ସି / ଏସ୍ ଟି /ଏସ୍ ଇ ବି ସି / ମହିଳା – 5 ବର୍ଷ ରିଲାକ୍ସେସନ୍
ପି ଡବ୍ଲ୍ୟୁ ଡି – 10 ବର୍ଷ ରିଲାକ୍ସେସନ୍

🔹 ବେତନ ସଂରଚନା

ଜେ ଏମ୍ ଓ ଟି / ଜେ ଟି ଟି ଟି – 22,000 ଟଙ୍କା, 25,000 ଟଙ୍କା 

ମ୍ୟାନେଜମେଣ୍ଟ୍ ଟ୍ରେନି – 50,000 ଟଙ୍କା – 60,000 ଟଙ୍କା 
ଅଫିସ୍‌ ଆସିଷ୍ଟାଣ୍ଟ  – 20,000 ଟଙ୍କା – 25,000 ଟଙ୍କା 
ଜୁନିଅର ଆକାଉଣ୍ଟାଣ୍ଟ – 28,000 ଟଙ୍କା, 35,000 ଟଙ୍କା 
ଟେକ୍ନିସିଆନ୍‌ ଅପ୍ରେଣ୍ଟିସ୍  9,000 ଟଙ୍କା – 12,000 ଟଙ୍କା 
🔹 ଚୟନ ପ୍ରକ୍ରିୟା

1. କମ୍ପ୍ୟୁଟର୍‌ ଆଧାରିତ ପରୀକ୍ଷା (CBT) – ବିଷୟଭିତ୍ତିକ ପ୍ରଶ୍ନ, ରିଜନିଙ୍ଗ , ଜେନେରାଲ ଆୱାର୍ ନେସ୍  ଇଂଲିଶ 

2. ସ୍କିଲ୍‌ ଟେଷ୍ଟ କିମ୍ବା ସାକ୍ଷାତକାର

3. ଡକ୍ୟୁମେଣ୍ଟ ଭେରିଫିକେସନ୍

4. ମେଡିକାଲ୍‌ ଫିଟନେସ୍‌ ଟେଷ୍ଟ

🔹 ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ – 12 ସେପ୍ଟେମ୍ବର 2025

ଆବେଦନର ଶେଷ ତାରିଖ – 14 ଅକ୍ଟୋବର 2025

📮 ଅଧିକ ତଥ୍ୟ ପାଇଁ ପୋଷ୍ଟାଲ୍‌ ଠିକଣା
ଚିଫ୍ ଜେନେରାଲ ମ୍ୟାନେଜର୍ ( ଏଚ୍ ଆର୍ ଡି ),
ଓ ପି ଟି ସି ଏଲ୍  ଟେକ୍ ଟାୱାର, ସହିଦ୍ ନଗର, ଭୁବନେଶ୍ବର – 751007


“ନିଯୁକ୍ତି ପାଇଁ ଇଚ୍ଛୁକ ବନ୍ଧୁଗଣ , ଓ ପି ଟି ସି ଏଲ୍  ରେ ଏହି ସୁଯୋଗ ଦ୍ୱାରା ଏକ ନିରାପଦ କ୍ୟାରିଅର୍ ସହିତ ଉଚ୍ଚ ବେତନର ଚାକିରି ଲଭ୍ୟ।
ସମୟରେ ଅନଲାଇନ୍ ଆବେଦନ କରନ୍ତୁ ଏବଂ ସରକାରୀ ସେବାର ଅଂଶୀଦାର ହୁଅନ୍ତୁ।”

ଆଗାମୀ ପିଢୀର ଜିଏସଟି ସୁଧାର’ ପ୍ରସଙ୍ଗରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ତଥା ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

ନୂଆ ପିଢ଼ି ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର ‘ଜିଏସଟି ସୁଧାର’: ମନମୋହନ ସାମଲ

ଭୁବନେଶ୍ୱର, ୨୨/୦୯: ଆଜି ହେଉଛି ପବିତ୍ର ନବରାତ୍ରର ପ୍ରଥମ ଦିନ । ଆଜିଠାରୁ ଓଡିଶା ତଥା ସମଗ୍ର ଦେଶରେ ନୂତନ ଜିଏସଟି ସୁଧାର ଲାଗୁ ହେବା ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ । ରାଜ୍ୟବାସୀଙ୍କ ତରଫରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ତଥା ଧନ୍ୟବାଦ ଜ୍ଞାପନ କରୁଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦି ଦଶହରା, ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଜିଏସଟି ଉପହାର ଦେବାପାଇଁ ଘୋଷଣା କରିଥଲେ । ଏହି ପରିପ୍ରେକ୍ଷୀରେ ଗତ ସେପ୍ଟେମ୍ବର ୩ତାରିଖ ଦିନ ୫୬ ତମ ଜିଏସଟି ପରିଷଦ ବୈଠକରେ ସମସ୍ତ ରାଜ୍ୟର ସହମତିରେ ‘ଆଗାମୀ ପିଢୀର ଜିଏସ୍‌ଟି ସୁଧାର’କୁ ଗୃହୀତ କରାଯାଇଥିଲା । ବିକଶିତ ଭାରତର ଗଠନ ପାଇଁ ଗରିବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗକୁ ପ୍ରାଧାନ୍ୟ ଦେଇ ବିରାଟ ଆର୍ôଥକ ସଂସ୍କାର କରାଯାଇଛି । ଏହା କେବଳ ଦୀପାବଳି ଉପହାର ନୁହେଁ, ବରଂ ଏହା ହେଉଛି ନୂଆ ପିଢ଼ି ପାଇଁ ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର । ସମସ୍ତ ବର୍ଗଙ୍କୁ ଆର୍ôଥକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ । ଦୈନନ୍ଦିନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ପାଇବା କାରଣରୁ ଗରିବ, ମଧ୍ୟବିତ ପରିବାରର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଗୋଟିଏ ବର୍ଷ ଭିତରେ ‘ଆୟକର ସହ ଜିଏସ୍‌ଟି ଛାଡ’ ହେଉଛି ଡବଲ ଇଂଜିନ ସରକାରର ଡବଲ ଉପହାର । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆର୍ôଥକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ ଓ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ହୋଇପାରିଛି । ନୂତନ ପିଢୀର ଜିଏସ୍‌ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ôଥକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ପୂର୍ବରୁ ୧୨ ପ୍ରତିଶତ ହାରରେ ଥିବା ଜିଏସ୍‌ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାର ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢିବ, ଆବଶ୍ୟକ ସାମଗ୍ରୀର ଦର କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ଗରିବ, କୃଷକ, ମଧ୍ୟବିତ ଓ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍‌ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି, କ୍ୟାନ୍ସର ସହ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍‌ଟି ଛାଡ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ଜିଏସଟି ୨.୦ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ôଥକ ସଂସ୍କାରର ଏକ ଅଂଶବିଶେଷ ଅଟେ । ଯାହା ଦୀର୍ଘ ୧୧ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଓ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଅଟେ । ରେକର୍ଡ ସଂଖ୍ୟକ ବିଦେଶୀ ପୁଞ୍ଜି ନିବେଶ ସହ ବ୍ୟବସାୟ ଓ ରୋଜଗାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଭିତଭୂମିରେ କ୍ରାନ୍ତିକାରୀ ପ୍ରଗତି ହୋଇଛି । ୬୦ପ୍ରତିଶତରୁ ଅଧିକ ଜାତୀୟ ରାଜପଥ ବିସ୍ତାର, ୨୦ରୁ ଅଧିକ ସହରରେ ମେଟ୍ରୋ ରେଲ୍‌, ୧୫୦ରୁ ଅଧିକ ଏୟାରପୋର୍ଟ, ବନ୍ଦେଭାରତ ଓ ଅମ୍ବୃତ ଭାରତ ଭଳି ଟ୍ରେନର ଆଧୁନିକରଣ ହୋଇଛି । ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ କ୍ରାନ୍ତି ଦ୍ୱାରା ବିଶ୍ୱର ସର୍ବବୃହତ ଡିଜିଟାଲରେ ନେଣଦେଣ କରୁଥିବା ଅର୍ଥବ୍ୟବସ୍ଥା ଅଟେ । ଡିବିଟି ବା ସିଧାସଳଖ ବ୍ୟାଙ୍କ ଖାତାରେ ଜମା ଦ୍ୱାରା ମଧ୍ୟସ୍ଥି / ଦଲାଲମାନଙ୍କର ଭୂମିକାକୁ ସମାପ୍ତ କରାଯିବା ସହ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜକୋଷରୁ ବାଟମାରଣାକୁ ବନ୍ଦ କରାଯାଇଛି । ଆତ୍ମନିର୍ଭର ଭାରତ ଓ ପିଏଲଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି । ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନର ମାନ ପରିବର୍ତିତ ହୋଇଛି । ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଣ, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା, କୋଟି କୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି । ୧୪କୋଟି ଶୌଚାଳୟ ଦ୍ୱାରା ସ୍ୱଚ୍ଛତା ଓ ସମ୍ମାନଜନକ ଜୀବନଯାପନର ବ୍ୟବସ୍ଥା ହୋଇପାରିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନାରେ ଉଦ୍ୟମୀମାନଙ୍କୁ ନୂଆ ଶକ୍ତି ମିଳିଛି ଓ ଶହେରୁ ଅଧିକ ୟୁନିକର୍ଣ୍ଣ ଉଦ୍ୟୋଗୀ ଭାରତରେ ପ୍ରତିଷ୍ଠିତ ହୋଇଛନ୍ତି । କୋଭିଡ ମହାମାରୀ ପରେ ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡିବାରେ ସମର୍ଥ ହୋଇଛି । ଏହି ଜିଏସଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ, ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ ତ୍ୱରିତ ବେଗରେ ଅଗ୍ରସର ହେବ । ଜିଏସଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି ।

ଆଗାମୀ ପିଢୀର ଜିଏସଟି ସୁଧାର କାରଣରୁ ଓଡିଶାର କୋଟି କୋଟି କୃଷକଙ୍କର ଆୟରେ ଆଖି ଦୃଶିଆ ଅଭିବୃଦ୍ଧି ହେବ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଓ ତାଙ୍କ ପରିବାର ବର୍ଗ ଆର୍ôଥକ ଦୃଷ୍ଟିରୁ ଆହୁରି ସଶକ୍ତ ହେବେ । କୋଇଲାରେ ସେସ୍ ହଟାଇ ଦିଆଯିବା ଓ ଜିଏସଟି ହାରରେ ପରିବର୍ତନ ଯୋଗୁ ଓଡିଶାର ରାଜସ୍ୱରେ ଅଭିବୃଦ୍ଧି ହେବ । ଓଡିଶା ପର୍ଯ୍ୟଟନ ଶିଳ୍ପରେ ବୈପ୍ଲବିକ ପରିବର୍ତନ ଆସିବ ଏବଂ ନିଯୁକ୍ତିର ଅପାର ସମ୍ଭାବନା ସୃଷ୍ଟି ହେବ । ସୂତା ଉପରେ ଜିଏସଟି ଦର ୧୮% ରୁ ୫% କୁ ହ୍ରାସ ଦ୍ୱାରା ଓଡିଶାର ଲକ୍ଷଲକ୍ଷ ବୁଣାକାର ଉପକୃତ ହେବେ ଓ ବିଦେଶକୁ ରପ୍ତାନି ପରିମାଣ ବୃଦ୍ଧି ପାଇବା ସହିତ ଦେଶ ପାଇଁ ବୈଦେଶିକ ମୁଦ୍ରା ଆଣିବାରେ ସହାୟକ ହେବ । ଜିଏସଟି ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

୭୮ ବର୍ଷ ପୂର୍ବେ ଆମକୁ ବିଦେଶୀ ଶାସନରୁ ମୁକ୍ତି ମିଳିଥିଲା, କିନ୍ତୁ ବିଦେଶୀ ଦ୍ରବ୍ୟରୁ ମୁକ୍ତ ହେବା ପାଇଁ ଆଜି ସମୟ ଆସିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ “ଆମେ ସ୍ୱଦେଶୀ କିଣିବା, ସ୍ୱଦେଶୀ ବିକିବା’ ରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Sunday, September 21, 2025

ଗଛ ତଳେ ଚାଲିଛି ପ୍ରାକ ଶିକ୍ଷା

ଅନ୍ଧାରରେ ଶିଶୁଙ୍କ ଭବିଷ୍ୟତ

ମାଥିଲି, ୨୦/୦୯ (ଦର୍ଶନ ନ୍ୟୁଜ): ମାଲକାନଗିରି ଜିଲ୍ଲା ମିଥିଲି ବ୍ଳକ ପ୍ରାକ ଶିକ୍ଷା, କୋମଳମତି ଶିଶୁ, ଗର୍ଭବତୀ ମହିଳା ଓ କିଶୋରୀ ମାନଙ୍କ ନିକଟରେ ପୃଷ୍ଟିକର ଖାଦ୍ୟ ଠାରୁ ଆରମ୍ଭ କରି ପ୍ରାକ ଶିକ୍ଷା ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ସହିତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସ୍ୱାଧୀନତାର ସାତ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉପାନ୍ତ ଗ୍ରାମାଞ୍ଚଳରେ ପ୍ରାକ ଶିକ୍ଷା ଏବେ ବି ନାହିଁ ନାହିଁ ରେ ଚାଲୁ ଥିବା ଚିତ୍ର ସାମ୍ନାକୁ ଆସିଛି। କେଉଁଠି ଭଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ତ କେଉଁଠି ଗଛ ମୂଳେ କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ଗଢ଼ା ହେଉଛି। ସେହିପରି ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଲୁଲେର ଗ୍ରାମରେ ଥିବା ଅଙ୍ଗନବାଡ଼ି-୨ କେନ୍ଦ୍ର। ଲୁଲେର ଗ୍ରାମରେ ପୂର୍ବରୁ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଥିବାରୁ ସେହି ଗ୍ରାମରେ ଲୋକ ସଂଖ୍ୟା ବଢିବା ସହିତ କୋମଳମତି ଶିଶୁ ବୃଦ୍ଧି ପାଇବାରୁ ପ୍ରଶାସନ ପକ୍ଷରୁ ଗତ ୨୦୨୨ ମସିହାରେ ଲୁଲେର-୧ରୁ ବିଭାଜନ କରି ଘର ସଂଖ୍ୟା-୮୬, ଲୋକ ସଂଖ୍ୟା-୩୯୨, ଗର୍ଭବତୀ ମା ସଂଖ୍ୟା-୦୬, ପ୍ରସୂତି ମା-୦୫, ଗାଁରେ କିଶୋରି ସଂଖ୍ୟା-୧୦କୁ ନେଇ ଏବେ ଲୁଲେର-୨ ଅଙ୍ଗନବାଡ଼ି କେନ୍ଦ୍ର ଗଢ଼ା ହେଲା। କିନ୍ତୁ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ସହିତ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବା ପରେ ଅଙ୍ଗନବାଡ଼ି ନିଯୁକ୍ତି ପାଇଲେ କୁମାରୀ ନୀଳା ଭୂମିଆକୁ ଗାଁର ଝିଅ ଭାବରେ ଅଙ୍ଗନୱାଡ଼ି କର୍ମୀ ଭାବରେ ପାଇଛନ୍ତି। କିନ୍ତୁ ଆଜିକୁ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ିର ଭିତ୍ତିଭୂମି ନଥିବାରୁ ଖରା, ବର୍ଷା ଓ ଶୀତ ବର୍ଷ ତମାମ ଅଙ୍ଗନବାଡ଼ି ହେଲଫର ଫୁଲମତି ଭୁମିଆଙ୍କ ଘରେ ରୋଷେଇ ହେବା ସହ ତାଙ୍କର ତେନ୍ତୁଳି ଗଛ ମୂଳରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଗଢା ହେଉଛି।ଏପରି ବିପଦ ସଂକୁଳ ଅବସ୍ଥାରେ ଯଦି କୋମଳମତି ଶିଶୁ କିପରି ପ୍ରାକ ଶିକ୍ଷା ହେଉଥିବା ତାହା ଧର୍ମକୁ ଆକ୍ଷି ଠାରୁ ସଦୃଶ୍ୟ ପରି ଲାଗୁଛି। ଆମେ ଏ ବିଷୟରେ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାକୁ ତାଙ୍କର ମୋବାଇଲ ନମ୍ବରରେ ବାରମ୍ବାର କଲ କରି ବୁଝିବା ପାଇଁ ଚେଷ୍ଟା କରିଥିଲୁ। କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବେହେରା କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆମ ଫୋନ କଲ ଗ୍ରହଣ କରି ପାରି ନଥିଲେ। ସେଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମତାମତ ମିଳି ପାରିନାହିଁ। ପ୍ରାକ ଶିକ୍ଷାର ଉନ୍ନତି ପାଇଁ ଲୁଲେର ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ତୁରନ୍ତ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଓ ବହୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର “VOCAL FOR LOCAL” ଆଲୋଚନା ଚକ୍ର ଉଦଯାପିତ

‘ପ୍ରତିକୂଳ ପରିସ୍ଥିତିରେ ଯିଏ ସଫଳତାର ସ୍ୱପ୍ନ ଦେଖେ ସେ ହିଁ ପ୍ରକୃତ ଶିଳ୍ପଉଦ୍ୟୋଗୀ’

ଭୁବନେଶ୍ୱର, ୨୦/୯: ସେବାପକ୍ଷର ଚତୁର୍ଥ ଦିନ ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠ ତରଫରୁ “VOCAL FOR LOCAL” ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ବରନ୍ୟାସ ହୋଟେଲରେ ଅନୁଷ୍ଠିତ ହୋଇଯାଇ ଅଛି I ଏହି ଆଲୋଚନା ଚକ୍ରରେ ରାଜ୍ୟ ବିଜେପି ଦଳର ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I

ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର ଆବାହକ ଚୌଧୁରୀ ପ୍ରଭାତ ମିଶ୍ର ଏବଂ ଯୁଗ୍ମ ଆବାହକ ଡ. ତପନ କୁମାର ଚାନ୍ଦ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ I ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ କୁଳମଣି ବିଶ୍ୱାଳ, ଶ୍ରୀ ସଂକରଜି ମହାପାତ୍ର, ଶ୍ରୀ ଦୀପକ କୁମାର ମହାନ୍ତି , ଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ ଏହି ଆଲୋଚନା ଚକ୍ରର ପରିଚାଳନାରେ ସହଯୋଗ କରିଥିଲେ I ଭୁବନେଶ୍ୱର ଶିଳ୍ପ ପ୍ରକୋଷ୍ଠର ଆବାହକ ଶ୍ରୀ ପ୍ରକାଶ ମହାନ୍ତି ଆଲୋଚନା ଚକ୍ରର ସୁପରିଚାଳନା ପାଇଁ ଆନୁଷଙ୍ଗିକ ସାହାଯ୍ୟ ପ୍ରଦାନ କରିଥିଲେ I

ଏହି ଆଲୋଚନା ଚକ୍ରର ବହୁ ବୁଦ୍ଧିଜୀବୀ, ଶିଳ୍ପଉଦ୍ୟୋଗୀ , ଷ୍ଟାର୍ଟ ଅପ ବ୍ୟବସାୟୀ, ସୃଜନ ଶିଳତାର ନୂତନ ପ୍ରୟୋଗ କରିବା ପାଇଁ ଇଛୁକ ବ୍ୟକ୍ତି ଏବଂ ବୃହତ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଥିଲେ I

ପ୍ରାରମ୍ଭରେ ଯୁଗ୍ମ ଆବାହକ ଡ଼. ଚାନ୍ଦ ସମସ୍ତଙ୍କୁ ସ୍ୱାଗତ କରି ଆଲୋଚନାର ମୂଳ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ I କ୍ଷୁଦ୍ର, ମଧ୍ୟମ ଏବଂ ଷ୍ଟାର୍ଟ ଅପ ଶିଳ୍ପମାନଙ୍କର ସହାୟତା ପାଇଁ ଏକ କୋମ୍ପୁଟର ଆପ୍ପ ୩୩ କ୍ରୋର ର MD ଶ୍ରୀ ବିଶ୍ୱରଂଜନ ପ୍ରଦର୍ଶନ କରିଥିଲେ I ତା ସହିତ ଉତ୍କର୍ଷ ଓଡିଶା ଶୀର୍ଷକ ପୁସ୍ତକ ଉନ୍ମୋଚନ ହୋଇଥିଲା I ପରେ NIST ୟୁନିଭର୍ସିଟି ତରଫରୁ କିଭଳି “VOCAL FOR LOCAL” କାର୍ଯ୍ୟକ୍ରମରେ ସମାଜର ତଥା ସ୍ଥାନୀୟ ଲୋକମାନଙ୍କର ଆର୍ଥିକ ସ୍ୱଚ୍ଛଳତା ବଢିପାରିବ ତା ଉପରେ ଏକ ଉପସ୍ଥାପନା କରିଥିଲେ I ସ୍ଥାନୀୟ ଉତ୍ପାଦକୁ କିଭଳି ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରକୁ ପଠାଯାଇ ପାରିବ, ତାହା ଉପରେ ଆଲୋକପାତ କରିଥିଲେ I

ବୃହତ ଉଦ୍ୟଗ ତରଫରୁ ବେଦାନ୍ତ ପ୍ରତିନିଧିମାନେ ଭାଗ ନେଇ ଓଡିଶାର ଅର୍ଥନୀତିରେ ବେଦାନ୍ତର ଭୂମିକା ଉପରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ I ମୂଲ୍ୟଯୁକ୍ତ ପାଇଁ ଡାଉନଷ୍ଟ୍ରିମ୍ ଶିଳ୍ପଗୁଡିକର ନିହାତି ଆବଶ୍ୟକତା ରହିଛି ତାହା ବେଦାନ୍ତ ଭଲ ଭାବରେ ଜାଣେ, ଯେଉଁଥିପାଇଁ ଝାରସୁଗୁଡ଼ାରେ ଏକ ଆଲୁମିନିଅମ ପାର୍କର ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛି I ଯାହା ଦ୍ୱାରା ଆଲୁମିନିଅମ ସମ୍ଭନ୍ଧୀତ ଶିଳ୍ପ ଗୋଟିଏ ସ୍ଥାନରେ ଗଢି ଉଠିବ I ଶିଳ୍ପ ଉଦ୍ୟୋଗୀମାନେ ଗୋଟିଏ ଜାଗାରେ ଜମି , କଞ୍ଚାମାଲ, ବିଦ୍ୟୁତ ଏବଂ ଅନ୍ୟ ଭିତ୍ତିଭୂମି ସୁବିଧା ପାଇପାରିବେ I ବେଦାନ୍ତ ମଧ୍ୟ ସ୍ଥାନୀୟ ଲୋକମାନଙ୍କର ରୋଜଗାର ବଢାଇବା ପାଇଁ ହସ୍ତଶିଳ୍ପର ବିକାଶ ଉପରେ କାର୍ଯ୍ୟ କରୁଅଛି I

ଆଲୋଚନାଚକ୍ରରେ ଭାଗ ନେଇ ବହୁ କ୍ଷୁଦ୍ର ଶିଳ୍ପପତି ଏବଂ ଷ୍ଟାର୍ଟ ଅପ ବ୍ୟବସାୟୀମାନେ ସରକାରୀ କଳର ଶୀଥିଳତା ଏବଂ ସରକାରୀ କର୍ମଚାରୀମାନଙ୍କର ନକାରାତ୍ମକ ମନୋଭାବ ଉପରେ ଆଲୋକପାତ କରିଥିଲେ ଯାହା ଓଡ଼ିଶାର ଶିଳ୍ପାୟନ ଉପରେ ବାଧକ ସାଜୁଛି I ସେମାନେ “REAL SINGLE WINDOW CLEARANCE” ଉପରେ ଜୋର ଦେଇଥିଲେ I “EASE OF DOING BUSINESS” ତାଲିକାରେ ଓଡ଼ିଶାର ସ୍ଥିତି ସର୍ଵନିମ୍ନରେ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ I

ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠର ଆବାହକ ଚୌଧୁରୀ ପ୍ରଭାତ ମିଶ୍ର ଉଦବୋଧନ ଦେଇ କହିଲେ ଯେ ଏହି ପ୍ରକୋଷ୍ଠ ଓଡ଼ିଶାର ଶିଳ୍ପଉଦ୍ୟୋଗୀ ଏବଂ ସରକାର ମଧ୍ୟରେ ଏକ ସଂଯୋଜକ ଭାବେ କାମ କରିବ ଏବଂ ଦ୍ରୁତ ଶିଳ୍ପାୟନ ପାଇଁ ଯାହା ସବୁ ବାଧକ ଅଛି ତାହାକୁ ଦୂର କରିବା ପାଇଁ ଅବିରତ ଚେଷ୍ଟା କରିବ I

ସେ ମଧ୍ୟ କହିଲେ ଯେ ପ୍ରତିକୂଳ ପରିସ୍ଥିତିରେ ଯିଏ ସଫଳତାର ସ୍ୱପ୍ନ ଦେଖେ ସେ ହିଁ ପ୍ରକୃତ ଶିଳ୍ପଉଦ୍ୟୋଗୀ I

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ କହିଲେ ଯେ ଆଜିର ଆଲୋଚନା ଚକ୍ର ଏକ ରୁଚି ସମ୍ପର୍ଣ୍ଣ ଏବଂ ଗଠନମୂଳକ ବିଷୟକୁ ନେଇ କରାଯାଇଥିବାରୁ ରାଜ୍ୟ ଶିଳ୍ପ ପ୍ରକୋଷ୍ଠ ପ୍ରଶଂସାର ଅଧିକାରୀ I ସେ ପୁଣି କହିଲେ ଯେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଆମ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଥିଲା I ୨୦୩୬ ସୁଦ୍ଧା ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମର ଲକ୍ଷ I ସେଥିପାଇଁ ଆମକୁ “VALUE ADDED PRODUCTS” ଉପରେ ଧ୍ୟାନ ଦେବାକୁ ହେବ I ସରକାରୀ କର୍ମଚାରୀମାନଙ୍କର ନକାରାତ୍ମକ ମନୋଭାବ ଉପରେ ସେ କହିଲେ ଯେ ଆମେ କାହାର ଚରିତ୍ର ବଦଳାଇ ପାରିବା ନାହିଁ, କିନ୍ତୁ ବ୍ୟବସ୍ଥାକୁ ବଦଳାଇ ପାରିବା I ବ୍ୟବସ୍ଥା ବଦଳି ଗଲେ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ I ଆଜିର ଆଲୋଚନା ଚକ୍ରରେ ଯେଉଁସବୁ ସମସ୍ୟା ଉପରେ ଆଲୋକପାତ କରାଗଲା ତାହାର ଉପଯୁକ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଅବଗତ କରାଇବେ ବୋଲି ଆଶ୍ୱାସନା ଦେଇଥିଲେ I

ରାଜ୍ୟ ଶିଳ୍ପ ପ୍ରକୋଷ୍ଠର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ କୁଳମଣି ବିଶ୍ୱାଳ ବହୁ କାର୍ଯ୍ୟ ବ୍ୟସ୍ତତା ଭିତରେ ସମୟ ବାହାରକରି ଆଲୋଚନାଚକ୍ରରେ ଯୋଗ ଦେଇଥିବାରୁ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...