AFFILIATE MARKETING

https://binomo.com?a=90810425bb57&t=0

Friday, August 22, 2025

ଆଳି ଗାଁ ସାଥୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଆଳି ଗାଁ ସାଥୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଆଳି - ଆଳି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତର ଗାଁ ସାଥୀ ମାନଙ୍କୁ ନେଇ, ବୁଧବାର ସକାଳ 10 30  ସମୟରେ  - ନିଆଳ ଗ୍ରାମପଂଚାୟତ ଅଫିସ ପରିସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏଥିରେ ଆଳି ବ୍ଲକ ର ସମସ୍ତ ଗ୍ରାମରେ ନିଯୁକ୍ତି ପାଇଥିବା ଗ୍ରାମ ସାଥୀ ମାନଙ୍କ ମଧ୍ୟରୁ ବର୍ତ୍ତମାନର ସକ୍ରିୟ କର୍ମୀ ମାନଙ୍କର ଡାଟାବେସ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଇବାକୁ ସ୍ଥିର ହୋଇଥିଲା l  ଏଥି ସହିତ ଜିଲ୍ଲା ସଂଗଠନ ଅନୁମୋଦନ କ୍ରମେ -ଆଳି ଗ୍ରାମସାଥୀ ସଂଘର ନୂତନ କର୍ମକର୍ତ୍ତା ନିଯୁକ୍ତି କରାଯାଇ ଥିଲା l ସଭାପତି ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପୃଷ୍ଟି, ସମ୍ପାଦକ ସତ୍ୟବ୍ରତ ପୁଝାରୀ , ସହ ସମ୍ପାଦିକା ସୁଜାତା ପ୍ରଧାନ, ଉପସଭାପତି ଭାବେ ସାଧୁ ଚରଣ ଜେନା, କୋଷାଧକ୍ଷ କନକଲତା ପାତ୍ରଙ୍କୁ ଚୟନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l 

ଏହି କାର୍ଯ୍ୟକ୍ରମ ରେ ଆଳି ବ୍ଲକର ଏପିଓ ଓ ନିଆଳ ପଂଚାୟତ ପିଓ ଗୁରୁ ଚରଣ ସାମଲ, ଏଡିଓ ସୁବାଷ ଚନ୍ଦ୍ର ସାହୁ, ଦେସାହି ସରପଞ୍ଚ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ଗାଁ ସାଥୀଙ୍କ ଆଭିମୁଖ୍ୟ ଓ ଗାଁ ର ନରେଗା କାର୍ଯ୍ୟକ୍ରମ ପ୍ରତି ଅଧିକ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ l 
କେନ୍ଦ୍ରାପଡ଼ା ମିଳିତ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟି ର ସଭାପତି ଅନିଲ କୁମାର ଜେନା , ସମ୍ପାଦକ ବିଜୟ କୁମାର ବେହେରା ସମସ୍ତ ଗାଁ ସାଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ l ସଂଘର ଉପଦେଷ୍ଟା ଶରତ କୁମାର ପାତ୍ର, ଦୋଳଗୋବିନ୍ଦ ମଲିକ ତଥା ଅନ୍ୟ ମେଟ ସଦସ୍ୟ ପ୍ରମୁଖ ଏହାର ପରିଚାଳନା କରିଥିଲେ l

Wednesday, August 20, 2025

ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

ପ୍ରମୁଖ ଟ୍ରେନ ବାତିଲ ସମ୍ପର୍କିତ ସୂଚନା ବିଷୟରେ ଜାଣନ୍ତୁ

ଟ୍ରେନଗୁଡିକ ବାତିଲ:

ତାରିଖ ୨୪.୦୯.୨୦୨୫ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ

1. ଟ୍ରେନ ନମ୍ବର ୬୮୪୧୯, ଭୁବନେଶ୍ୱର-ପଲାସା ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ।

2. ଟ୍ରେନ ନମ୍ବର ୬୮୪୨୦ , ପଲାସା – ଭୁବନେଶ୍ୱର ମେମୁ ପାସେଞ୍ଜର ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ବାତିଲ ରହିବ।

3. ଟ୍ରେନ ନମ୍ବର ୬୮୪୧୧/୬୮୪୧୨ , ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ।

ତାରିଖ ୨୪.୦୯.୨୦୨୫ ପର୍ଯ୍ୟନ୍ତ ଗନ୍ତବ୍ୟସ୍ଥଳ ଆଗରୁ ବାତିଲ/ଉତ୍ପତ୍ତି ହେବାକୁ ଥିବା ଟ୍ରେନ

୧. ଟ୍ରେନ ନମ୍ବର ୬୮୪୪୫, କଟକ-ପଲାସା ମେମୁ ଶନିବାର, ରବିବାର, ସୋମବାର ଏବଂ ବୁଧବାର ଦିନ ପଲାସା ପରିବର୍ତ୍ତେ ଇଚ୍ଛାପୁରମ ପର୍ଯ୍ୟନ୍ତ ଚଳାଚଳ କରିବ।।

୨. ଟ୍ରେନ ନମ୍ବର ୬୮୪୩୪ ଗୁଣୁପୁର-କଟକ ମେମୁ ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ଦିନ ଗୁଣୁପୁର ପରିବର୍ତ୍ତେ ଇଚ୍ଛାପୁରମରୁ ଯାତ୍ରା ଆରମ୍ଭ କରିବ।

୩. ଟ୍ରେନ ନମ୍ବର ୫୮୫୩୧ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ବୁଧବାର, ରବିବାର, ସୋମବାର ଏବଂ ଶନିବାର ଦିନ ବ୍ରହ୍ମପୁର ପରିବର୍ତ୍ତେ ପଲାସାରୁ ଯାତ୍ରା ଆରମ୍ଭ କରିବ।

୪. ଟ୍ରେନ ନମ୍ବର ୫୮୫୩୨, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ମଙ୍ଗଳବାର, ଶନିବାର, ରବିବାର ଏବଂ ଶୁକ୍ରବାର ଦିନ ବ୍ରହ୍ମପୁର ପରିବର୍ତ୍ତେ ପଲାସା ପର୍ଯ୍ୟନ୍ତ ଚଳାଚଳ କରିବ।

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ।

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...