AFFILIATE MARKETING

https://binomo.com?a=90810425bb57&t=0

Sunday, March 24, 2024

COASTAL NEWS ODIA 1787 ଆସିବ ପ୍ରାର୍ଥୀ ତାଲିକା ବିଜେପି ଦଳ ସଂଶୟ ର ହେବ ଶେଷ

COASTAL NEWS ODIA 1787

ଆସିବ ପ୍ରାର୍ଥୀ ତାଲିକା ବିଜେପି ଦଳ ସଂଶୟ ର ହେବ ଶେଷ


ନୂଆଦିଲ୍ଲୀ - (CNO) ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଳମ୍ବିତ ରାତି ଯାଏ ଚାଲିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ବୈଠକରେ ଓଡ଼ିଶା ବାବଦରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ ଓ ଷ୍ଟ୍ରାଟେଜି ବାବଦରେ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମନମୋହନ ସାମଲ ।

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପି ସିଇସି ବୈଠକରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ ତାଲିକା ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଆଜି ଏହି ସବୁ ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିପାରେ । ଗତକାଲି ରାତିରେ ବିଜେପିର ଶୀର୍ଷ ନେତାଙ୍କୁ ନେଇ ୩ ଘଣ୍ଟା ଧରି ବସିଥିବା ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।


ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।

ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ । ତେବେ ଦୁଇ ଜଣ ସାଂସଦ ତାଲିକାରୁ ବାଦ ପଡ଼ିଥିବା ANI ସୂତ୍ରରୁ ଖବର ମିଳିଛି ।ଅନ୍ୟପଟେ କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା। ଚତୁର୍ଥ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁ ସମେତ ୧୨ଟି ରାଜ୍ୟର ୪୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । 

ପ୍ରମୁଖ ନେତାଙ୍କ ମଧ୍ୟରେ ବାରାଣସୀରୁ ଲଢ଼ିବେ ୟୁପି କଂଗ୍ରେସ ସଭାପତି ଅଜୟ ରାୟ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ବନ୍ଦ୍ବୀତା କରିବେ ଅଜୟ। ଦିଗବିଜୟ ସିଂ ମଧ୍ୟପ୍ରଦେଶ ରାଜଗଡ଼ରୁ ଏବଂ ଦାନିଶ ଅଲି ଉତ୍ତରପ୍ରଦେଶ ଅମରୋହାରୁ ପ୍ରାର୍ଥୀ ହେବେ ।
...

COASTAL NEWS ODIA କେଜ୍ରିୱାଲ କୋଟି କୋଟି ଭାରତୀୟଙ୍କ ହୃଦୟ ଭଙ୍ଗିଛନ୍ତି, କହି ବର୍ଷିଲେ ଆନ୍ନା ହଜାରେ

COASTAL NEWS ODIA 1786

କେଜ୍ରିୱାଲ କୋଟି କୋଟି ଭାରତୀୟଙ୍କ ହୃଦୟ ଭଙ୍ଗିଛନ୍ତି, କହି ବର୍ଷିଲେ ଆନ୍ନା ହଜାରେ


ନୂଆଦିଲ୍ଲୀ - (CNO) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ସମାଜସେବୀ ଆନ୍ନା ହଜାରେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ପ୍ରେସ ନୋଟରେ କହିଛନ୍ତି, 'ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମୋତେ ଅତ୍ୟନ୍ତ ଦୁଃଖିତ କରୁଛି । 
ସବୁଠାରୁ ବଡ ବିଡମ୍ବନାର ବିଷୟ ଯେ ଜନଲୋକପାଲ ଆନ୍ଦୋଳନରେ ମୋର ସହଯୋଗୀ ଥିବା କେଜ୍ରିୱାଲଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି କେଜ୍ରିୱାଲ ।

ଆନ୍ନା ହଜାରେ କହିଛନ୍ତି, 'ଏଭଳି ଆଚରଣ ଦ୍ୱାରା ଲୋକମାନେ ସାମାଜିକ ଆନ୍ଦୋଳନରେ କାର୍ଯ୍ୟ କରୁଥିବା କର୍ମୀଙ୍କ ଉପରେ ଆତ୍ମବିଶ୍ୱାସ ହରାଇବେ। ଏହା ସ୍ପଷ୍ଟ ହୋଇଯାଇଛି ଯେ ଏକ ପବିତ୍ର ଆନ୍ଦୋଳନ ରାଜନୈତିକ ଲାଭ ପାଇଁ ବ୍ୟବହୃତ ହୋଇଥିଲା ।

ଆନ୍ନା କହିଛନ୍ତି, 'ଏହି ଘଟଣାରେ ମୁଁ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଛି। ଶେଷ ପର୍ଯ୍ୟନ୍ତ ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍। ମୁଁ ଆଶା କରୁଛି ଯେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ସତ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ଏବଂ ଦୋଷୀକୁ ଦଣ୍ଡ ଦିଆଯିବ। ସେ କହିଛନ୍ତି, ଦୁଃଖର ବିଷୟ ଯେ ରାଜନୈତିକ ଅଭିଳାଷ ପାଇଁ ଏକ ଆନ୍ଦୋଳନ ନଷ୍ଟ ହୋଇଯାଇଥିଲା। ଆଜି ସେହି ଆନ୍ଦୋଳନର ରାଜନୈତିକ ବିକଳ୍ପ ମଧ୍ୟ ବିଫଳ ହୋଇଛି। ଏହା ଦୁର୍ଭାଗ୍ୟଜନକ ।

Saturday, March 23, 2024

COASTAL NEWS ODIA 1785 ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଜଣେ ମୃତ, ୪୯ ଆକ୍ରାନ୍ତ

COASTAL NEWS ODIA 1785

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଜଣେ ମୃତ, ୪୯ ଆକ୍ରାନ୍ତ 


ହୀରାକୁଦ - (CNO) ହୀରାକୁଦରେ ବ୍ୟାପୁଛି ଡାଇରିଆ । ମିଳିଥିବା ସୂଚନା ଅନୁସାରେ, ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୯ ଜଣ ଗୁରୁତର ଆକ୍ରନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ହୀରାକୁଦ ମେଡିକାଲରେ ଅନେକଙ୍କର ଚିକିତ୍ସା ଜାରି ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗ୍ରାଉଣ୍ତ ସ୍ଥିତିରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବେ । ସେହିପରି ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜଲସ୍ୱାସ୍ଥ୍ୟ ADMO । 

ସୂଚନା ଅନୁସାରେ, ହୀରାକୁଦ ସହରର ନ୍ୟୁ ମାର୍କେଟ୍ କଲୋନି, ମାଛପଡ଼ା, ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା, କାଲୋପଡ଼ା ଅଞ୍ଚଳରେ ଛାଡାବାନ୍ତି ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ଦୂଷିତ ପାନୀୟ ଜଳ ପାଇଁ ଡାଇରିଆ ବ୍ୟାପୁଥିବା ସନ୍ଦେହ କରାଯାଉଛି । ମୋବାଇଲ୍ ହେଲଥ ୟୁନିଟ୍ ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପିଇବା ପାଣି ପାଇଁ ଡାଇରିଆ ବ୍ୟାପିବାରେ ଲାଗିଛି । ପାଣିକୁ ବିଶୁଦ୍ଧ କରାଯାଉ ନାହିଁ । ପ୍ରାୟ ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଟେଷ୍ଟା ପାଇଁ ପଠାଯାଇଛି ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡୋର ଟୁ ଡୋର ବୁଲି ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଉଛି । 

ନିର୍ବାଚନ 2024: ମେଣ୍ଟରେ ଲାଗିଲା ବିରାମ, ଆଜି ଠୁ ସରଗରମ ହେବ ପ୍ରଚାର ମୈଦାନ

COASTAL NEWS ODIA

ନିର୍ବାଚନ 2024: ମେଣ୍ଟରେ ଲାଗିଲା ବିରାମ, ଆଜି ଠୁ ସରଗରମ ହେବ ପ୍ରଚାର ମୈଦାନ 


ଭୁବନେଶ୍ବର - (CNO) ଆଉ ଦିନ କେଇଟା ପରେ ରାଜ୍ୟରେ ହେବ ମତଦାନ । ଏ ନେଇ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ରାଜନୈତିକ ମହଲରେ ପ୍ରଚାର ମୈଦାନ ଖାଲି ପଡ଼ିଥିଲା । ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ମଧ୍ୟରେ ଘାଣ୍ଟି ହୋଇ ଦ୍ୱନ୍ଦରେ ଥିଲେ ଉଭୟ ଦଳର ନେତା ଓ କର୍ମୀ । 

ଗତକାଲି(ଶୁକ୍ରବାର) ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେବା ପରେ ଆଜି ଠାରୁ ଜୋରଦାର ହେବ ପ୍ରଚାର । ବିଜେପି-ବିଜେଡ଼ି ମେଣ୍ଟ ଚର୍ଚ୍ଚାରେ ଗତକାଲି ଲାଗିଥିଲା ବିରାମ । ବିଜେପି ରାଜ୍ୟର ସମସ୍ତ 21 ଲୋକସଭା ଓ 147 ବିଧାନସଭା ଆସନରେ ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

ଏହା ପରେ ବିଜେଡ଼ି ମଧ୍ୟ ଏକାକୀ ଲଢିବ ବୋଲି ବାର୍ତ୍ତା ଦେଇଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମେଣ୍ଟ ହେବାକୁ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ହେଉଥିବା ବୋଲି ଅନେକ ସୂଚନା ରହିଥିଲା । ମେଣ୍ଟ ହେଲେ କାହା ଭାଗରେ କେଉଁ ଆସନ ପଡ଼ିବ, କେଉଁ ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦ୍ୱନ୍ଦରେ ଥିବାରୁ ତୃଣମୂଳ ସ୍ତରରେ ନେତା ମାନେ ପ୍ରଚାର ମଧ୍ୟ କରିପାରୁନଥିଲେ । 

ଏହା ସହ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା ନ କରିବା ମଧ୍ୟ ପ୍ରଚାର ମୈଦାନ ଖାଲି ପଡ଼ିବାର ଆଉ ଏକ ବଡ଼ କାରଣ । କିନ୍ତୁ, ବର୍ତ୍ତମାନ ସମସ୍ତ ଚିତ୍ର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଉଠିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତ୍ୟେକ ଦିନ ଦୁଇ - ତିନି ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସ୍ଥାନୀୟ ବିଧାୟକ ଓ ନେତାଙ୍କ ସହ ଆଲୋଚନା କରୁଛନ୍ତି । 

ଅପରପକ୍ଷରେ ବିଜେପି ମଧ୍ୟ ଏହାର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚୂଡ଼ାନ୍ତ କରିବାକୁ କେନ୍ଦ୍ର ନେତୃତ୍ୱଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି । ଏହା ବାଦ୍ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଫାଇଦା ନେବାକୁ ଆଶା ରଖିଥିବା କଂଗ୍ରେସ ମଧ୍ୟ ଏହାର ରଣନୀତି ପ୍ରସ୍ତୁତ କରିସାରିଛି । ନିକଟରେ କଂଗ୍ରେସ କହିଥିଲା, ଦଳ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ରଖିଛି । 

ବିଜେପି ଓ ବିଜେଡିର ମେଣ୍ଟକୁ ନେଇ ସସପେନ୍ସ ରହିଥିବାରୁ କଂଗ୍ରେସ ମଧ୍ୟ ଜଗି ରହି ମୈଦାନକୁ ଓହ୍ଲାଇବା ଠିକ୍ ହେବ ବୋଲି ବିଚାର କରିଥିଲା । ଏବେ କିନ୍ତୁ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଥିବାରୁ ତିନି ଦଳ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରନ୍ତି ।

Thursday, March 21, 2024

COASTAL NEWS ODIA 1782 ଏକ୍ସାଇଜ୍ ପଲିସି ମାମଲା: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଫିସର ଙ୍କ ଦ୍ଵାରା ଦିଲ୍ଲୀ ସିଏମ କେଜ୍ରିୱାଲଙ୍କୁ ଗିରଫ

COASTAL NEWS ODIA 1782

ଏକ୍ସାଇଜ୍ ପଲିସି ମାମଲା: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଫିସର ଙ୍କ ଦ୍ଵାରା ଦିଲ୍ଲୀ ସିଏମ କେଜ୍ରିୱାଲଙ୍କୁ ଗିରଫ 
 


ନୂଆଦିଲ୍ଲୀ - (CNO) ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଏକ୍ସାଇଜ୍ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି।


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ର ଏକ  12 ଜଣିଆ ଇଡି ଅଧିକାରୀ ଆଜି ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସର୍ଚ୍ଚ ୱାରେଣ୍ଟ ସହିତ ଡାକରା ଦେଇଥିଲେ।  କେଜ୍ରିୱାଲ ପୂର୍ବରୁ ଏହି ମାମଲାରେ ଏଜେନ୍ସିର ଏକାଧିକ ସମନ ଛାଡିଥିଲେ।  କେଜ୍ରିୱାଲଙ୍କ ଗିରଫ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ଏଏପିର ଆତିଶି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଟନ୍ତି ଏବଂ ରହିବେ।

ଦିଲ୍ଲୀ ସିଏମଙ୍କ ବାସଭବନ ବାହାରେ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଫ୍) ମଧ୍ୟ ନିୟୋଜିତ କରାଯାଇଛି।  ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଦିଆଯାଇଥିବା ଇଡି ସମନ ସଂପର୍କରେ କେଜ୍ରିୱାଲଙ୍କୁ ବାଧ୍ୟତାମୂଳକ କାର୍ଯ୍ୟରୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିଦେବା ପରେ ଇଡି ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।  

ନୂତନ ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଇଡି ପକ୍ଷରୁ ଉତ୍ତର ମାଗି ହାଇକୋର୍ଟ କହିଛନ୍ତି ଯେ ଆମେ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିବାକୁ ଇଚ୍ଛୁକ ନୁହଁ।  ଏହି ବେଞ୍ଚ ଏପ୍ରିଲ୍ 22 ରେ ଆମ୍ ଆଦମୀ ପାର୍ଟି (AAP) ନେତାଙ୍କ ଆବେଦନକୁ ତାଲିକାଭୁକ୍ତ କରିଛି ଯେତେବେଳେ ଡାକରାକୁ ଚ୍ୟାଲେଞ୍ଜ କରୁଥିବା ତାଙ୍କର ମୁଖ୍ୟ ଆବେଦନ ଶୁଣାଣି ପାଇଁ ସ୍ଥିର ହୋଇଛି ଏବଂ ଏହାର ପ୍ରତିକ୍ରିୟା ଦାଖଲ କରିବାକୁ ଇଡିଙ୍କୁ କହିଛି।

କେଜ୍ରିୱାଲଙ୍କ ଲିଗାଲ୍ ଟିମ୍ ଆଜି ସନ୍ଧ୍ୟାରେ ଦିଲ୍ଲୀ ହାଇକୋର୍ଟ ଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ।  ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳ ପୂର୍ବରୁ ଇଡି ରେଡ୍ ଉପରେ କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହେବ ନାହିଁ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେଜ୍ରିୱାଲ ଶୁକ୍ରବାର ଦିନ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିବେ।

COASTAL NEWS ODIA 1781 କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ହେଲା ଫ୍ରିଜ୍, ସରକାରଙ୍କୁ ଟାର୍ଗେଟ୍ କଲେ ମଲ୍ଲିକାର୍ଜୁନ ଖଡଗେ

COASTAL NEWS ODIA 1781

କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ହେଲା ଫ୍ରିଜ୍, ସରକାରଙ୍କୁ ଟାର୍ଗେଟ୍ କଲେ ମଲ୍ଲିକାର୍ଜୁନ ଖଡଗେ  


ନୂଆଦିଲ୍ଲୀ - (CNO) ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଦାବି କରିଛନ୍ତି ଯେ, କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । କଂଗ୍ରେସ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ଶାସକ ଦଳ ଏପରି କରିଛି ବୋଲି ସେ କହିଛନ୍ତି ।

କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖଡଗେ କହିଛନ୍ତି, ଆମକୁ ଦେଶର ଗଣତନ୍ତ୍ର ବଞ୍ଚାଇବାକୁ ପଡିବ ଏବଂ ଏଥିପାଇଁ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି ।  ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଭାରତ ପରିଚିତ । 



ଏଠି ପ୍ରତ୍ୟେକ ନାଗରିକ ଭୋଟ୍ ଦେବାକୁ ଆଗ୍ରହୀ । ବର୍ତ୍ତମାନ ପର୍ଯ୍ୟନ୍ତ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି । ଖଡଗେ କହିଛନ୍ତି, ତେବେ ପ୍ରତ୍ୟେକ ରାଜନୈତିକ ଦଳକୁ ସମାନ ସୁଯୋଗ ମିଳିବା ଉଚିତ । ହେଲେ ବିଜେପି ସରକାର ସମ୍ବଳ, ଗଣମାଧ୍ୟମ, ସାମ୍ବିଧାନିକ ଏବଂ ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ ଉପରେ କବଜା କରି ବସିଛି ବୋଲି ସେ ଦାବି କରିଛନ୍ତି । ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍ । 

କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଗ୍ରହଣ କରାଯାଇଥିବା ନିର୍ବାଚନ ବଣ୍ଡର ବିବରଣୀ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ। ଏହା ଦେଶର ଭାବମୂର୍ତ୍ତିକୁ ନଷ୍ଟ କରୁଛି । ଗତ ୭୦ବର୍ଷ ମଧ୍ୟରେ ନ୍ୟାୟପୂର୍ଣ୍ଣ ନିର୍ବାଚନ ଆସୁଛି ।

ଏକ ସୁସ୍ଥ ଗଣତନ୍ତ୍ରର ପ୍ରତିଛବି ସୃଷ୍ଟି ହୋଇଥିଲା, କିନ୍ତୁ ଆଜି ଏହା ଉପରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ସରକାର ନିଜ ଆକାଉଣ୍ଟରେ କୋଟି କୋଟି ଟଙ୍କା ଭରିବାରେ ଲାଗିଛି । ଅନ୍ୟପକ୍ଷରେ ଖଡଗେ କହିଛନ୍ତି, ଯେ ଆମର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା କାରଣରୁ ଆମେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ନାହିଁ । ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମକୁ ସମାନ ସୁଯୋଗ ଦିଆଯାଉ ନାହିଁ। ଏହା ଶାସକ ଦଳର ଏକ ପ୍ଲାନ୍ । 

ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍ । ସେ ଆହୁରି ମଧ୍ୟ ଅଭିଯୋଗ କହିଛନ୍ତି, ବିଜେପି ଯେଉଁ ଉପାୟରେ କିଛି କମ୍ପାନୀଠୁ ଟଙ୍କା ନେଇଛି ସେ ବିଷୟରେ ମୁଁ ଆଲୋଚନା କରିବା ପାଇଁ ଚାହେଁ ନାହିଁ । ବର୍ତ୍ତମା ଏହି ମାମଲା ସୁପ୍ରିମକୋର୍ଟରେ ରହିଛି ଏବଂ ଆଶା କରିଛୁ ଖୁବ୍ ଶୀଘ୍ର ସଠିକ୍ ଏବଂ ସତ୍ୟ ରିପୋର୍ଟ ପ୍ରକାଶ ପାଉ । କୌଣସି ରାଜନୈତିକ ଦଳ ଆୟକର ଅଧୀନରେ ଆସେ ନାହିଁ।

Wednesday, March 20, 2024

COASTAL NEWS ODIA 1780 ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ‘କିଛି ବି ହେଇପାରେ, ନିଷ୍ପତ୍ତି ନେବେ ରାଷ୍ଚ୍ରୀୟ ଅଧ୍ୟକ୍ଷ ଅମିତ ଶାହା

COASTAL NEWS ODIA 1780

ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ‘କିଛି ବି ହେଇପାରେ, ନିଷ୍ପତ୍ତି ନେବେ ରାଷ୍ଚ୍ରୀୟ ଅଧ୍ୟକ୍ଷ ଅମିତ ଶାହା 




ନୂଆଦିଲ୍ଲୀ - (CNO) ଓଡ଼ିଶାର ପୁରପଲ୍ଲୀରେ ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଗତ କିଛି ଦିନ ହେବ ଜୋର୍ ଧରିଛି ମେଣ୍ଟ ଚର୍ଚ୍ଚା । ରାଜ୍ୟରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ମେଣ୍ଟ ହେବା ନେଇ ଅନେକ ଚର୍ଚ୍ଚା ହେଉଛି । ଯଦିଓ ଗତ ଦୁଇ ତିନି ଦିନ ଧରି ଏହା ସାମାନ୍ୟ ଥଣ୍ଡା ପଡ଼ିଯାଇଥିଲା, କିନ୍ତୁ ଦୁଇ ଦଳର ପ୍ରମୁଖ ନେତାଙ୍କ ବୟାନ ଏହାକୁ ପୁଣି ଉଜ୍ଜିବିତ କରିଛି । ପୁଣି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ସମୟରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପିର କେନ୍ଦ୍ର ନେତା ଅମିତ ଶାହା । 

ମେଣ୍ଟ ବିଷୟରେ ଏକ ପ୍ରଶ୍ନରେ ଶାହା କହିଛନ୍ତି, 'କିଛି ବି ହେଇପାରେ । ଆଗ ଏ ନେଇ ନିଷ୍ପତ୍ତି ହେଇଯାଉ ।' ଶାହାଙ୍କ ଏପରି ବିବୃତ୍ତି ପରେ ବିଜେଡି ସହ ବିଜେପିର ମେଣ୍ଟ ଚର୍ଚ୍ଚା ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ ହୋଇ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି । 'କିଛି ବି ହୋଇପାରେ । ଏ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ।' ଏହା ସହ ସେ କହିଛନ୍ତି ମେଣ୍ଟ ହେଲେ ବିଜେଡି ସହ ଲଢିବୁ । ନ ହେଲେ ରାଜ୍ୟରେ ସରକାର ଗଢିବା ଲାଗି ବିଜେପି ଏକାକୀ ଲଢିବ ।  
ବିଜେଡି ବିଜେପି ମେଂଟ ହେବ ନା ନାହିଁ । ଏଇ ଗୋଟିଏ ପ୍ରଶ୍ନର ଉତରକୁ ଅନାଇ ରହିଛି ସାରା ଓଡିଶା । ଦୁଇ ଦଳର ନେତା ଓ କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱ ମେଂଟ ନେଇ ମୁହଁ ଖୋଲୁ ନାହାନ୍ତି । ଏତିକି ବେଳେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାpଣ୍ଡିଆନ୍ କହିଛନ୍ତି, ବୃହତର ସ୍ୱାର୍ଥ ଦୃଷ୍ଟିରୁ ମେଂଟ ହେଉଛି । ଯଦିଓ ନିର୍ବାଚନ ଜିତିବା ପାଇଁ ଉଭୟ ମେଂଟ ଆବଶ୍ୟକ କରୁନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁତା ନୀବିଡ ଏବଂ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦୁହେଁ ଏକାଠି ହେଉଥିବା କଥା କହିଛନ୍ତି ।

ବିଜେଡି-ବିଜେପି ମେଂଟକୁ ନେଇ ଚର୍ଚ୍ଚା ଭିତରେ, ଭି.କେ.ପାଣ୍ଡିଆନଙ୍କ ଜାତୀୟ ଗଣମାଧ୍ୟମ ନେଟୱର୍କ-୧୮ କନକ୍ଲେଭରେ ଭାଗ ନେଇ ଦେଇଥିବା ଏହି ବୟାନ ପୁଣି ଥରେ ପ୍ରସଙ୍ଗକୁ ତାଜା କରିଛି । ବିଜେଡି-ବିଜେପି ମଧ୍ୟରେ ଏବେ ବି ମେଂଟ ସମ୍ଭାବନା ରହିଛି, ବୋଲି ପାଣ୍ଡିଆନଙ୍କ ବୟାନରୁ ବାରି ହୋଇପଡୁଛି । ମେଂଟକୁ ବିଜେଡିର ଶୀର୍ଷ ନେତା ମୁହଁ ଖୋଲୁ ନଥିବାବେଳେ, ପାଣ୍ଡିଆନ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ମେଂଟ ହେବ କି ନାହିଁ ସିଧାସଳଖ କିଛି କହି ନଥିଲେ ବି ସସପେନ୍ସକୁ ଆହୁରି ବଢ଼ାଇଛନ୍ତି । ନଜର ପକାନ୍ତୁ କଣ କହିଲେ, ପାଣ୍ଡିଆନ..
ମେଂଟକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା

– ନିର୍ବାଚନ ଗଣିତକୁ ପ୍ରଭାବିତ କରିବା ପାଇଁ ଜଣେ ମେଂଟ କରିଥାଏ
– ବିଜେଡି ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପିର ସହଯୋଗ ଆବଶ୍ୟକ କରୁନି
– ବିଜେପି କେନ୍ଦ୍ରରେ ସରକାର ଗଢ଼ିବାକୁ ବିଜେଡିର ସହାୟତା ଆବଶ୍ୟକ କରିନପାରେ
– ନବୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ, ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି
– ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି
– ରାଜନୀତିରୁ ଉଦ୍ଧ୍ୱର୍ରେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ବନ୍ଧୁ ଏକାଠି ହୋଇପାରନ୍ତି
– କଣ ହେବ ଖୁବଶୀଘ୍ର ଜଣାପଡିବ ?

ମେଂଟକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ତରୀୟ ନେତା ଓ ପ୍ରଭାରୀ କହୁଛନ୍ତି ।  

ମେଂଟ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନପଟ୍ଟନାୟକ ନିଷ୍ପତି ନେବେ ବୋଲି ବିଜେଡି ନେତାମାନେ କହୁଛନ୍ତି । ଅନ୍ୟପଟେ ଉଭୟ ଦଳର ଛାମୁଆ ସଂଗଠନ, ତୃଣମୂଳ ସ୍ତରର ନେତା ଓ କର୍ମୀ ମେଂଟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏତିକିବେଳେ ପାଣ୍ଡିଆନ ଦିଲ୍ଲୀରେ ମେଂଟକୁ ନେଇ ଏଭଳି କହିବା ପରେ କଟାକ୍ଷ କରିଛି କଂଗ୍ରେସ । ଏପଟେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚାହିଁଲେ ମେଂଟ ହୋଇପାରେ ବୋଲି କହିଛନ୍ତି ବିଜେପି ବିଧାୟକ ।

ତେବେ ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ମେଂଟ ଚର୍ଚ୍ଚା ଏବେ ଭିନ୍ନ ଏକ ମୋଡ଼ରେ ପହଂଚିଛି ଯେତେବେଳେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବୟାନ ଆସିଛି ।


ରାଜ୍ୟରେ ବିଜେପିର ଆସନକୁ ନେଇ ଶାହା କହିଛନ୍ତି, 'ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢ଼ିବ । ଓଡ଼ିଶାରେ ଆମ ଶକ୍ତିରେ ବଡ଼ ଅଭିବୃଦ୍ଧି ହେବ । ଏହା ବାଦ୍ ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ନେଇ ଶାହା କହିଛନ୍ତି, 'ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ଏହାରି ଗଣତନ୍ତ୍ରର ସୁନ୍ଦରତା ।' 

ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମେଣ୍ଟ ଉପରେ ମଧ୍ୟ ବୟାନ ଦେଇଥିଲେ । ରାଜ୍ୟରେ ବିଜେଡ଼ିକୁ ସରକାର ଗଢିବାକୁ ବିଜେପିର ଆବଶ୍ୟକତା ନାହିଁ କିମ୍ବା କେନ୍ଦ୍ରରେ ବିଜେପିକୁ ସରକାର ଗଢିବା ପାଇଁ ବିଜେଡ଼ିର ଆବଶ୍ୟକତା ନାହିଁ । ଯଦି ମେଣ୍ଟ ହୁଏ, ତେବେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ହୋଇପାରେ ବୋଲି କହିଥିଲେ ପାଣ୍ଡିଆନ୍ । 

ଏହା ପରେ ଅମିତ ଶାହାଙ୍କ ଏପରି ବୟାନ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । ତେବେ ଆଜିକାଲି ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି । ଦୁଇ ଦଳ ମେଣ୍ଟ କରିବେ ନା ଏକାକୀ ନିର୍ବାଚନୀ ମୈଦୀନକୁ ଓହ୍ଲାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Tuesday, March 19, 2024

COASTAL NEWS ODIA 1779 ମେଣ୍ଟ ନିଶ୍ଚିତ, ସରିଲା ଆସନ ବୁଝାମଣା, ମୋଦି ନବୀନଙ୍କ ମିଳିତ ଘୋଷଣାକୁ ଅପେକ୍ଷା

COASTAL NEWS ODIA 1779

ମେଣ୍ଟ ନିଶ୍ଚିତ, ସରିଲା ଆସନ ବୁଝାମଣା, ମୋଦି ନବୀନଙ୍କ ମିଳିତ ଘୋଷଣାକୁ ଅପେକ୍ଷା 


ଭୁବନେଶ୍ବର - (CNO) ଓଡିଶାରେ ମେଣ୍ଟ ହେବ, ଏହି ଚର୍ଚ୍ଚା କିଛିଦିନ ଧରି ନିରବତା ପରେ ଏବେ ପୁଣି ସକ୍ରିୟ ହୋଇ ଉଠିଛି। ନୂଆଦିଲ୍ଲୀରେ ଏହି ଚର୍ଚ୍ଚା ଅଧିକ ପରିଲକ୍ଷିତ ହୋଇଛି। ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ। ବର୍ତ୍ତମାନ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ଦୀର୍ଘଦିନ ଧରି ଆସନ ବୁଝାମଣା ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଥିଲା ତର୍କ ବିତର୍କ।

ଫଳରେ ଏହା ଚୁଡାନ୍ତ ରୂପ ନେଇ ପାରୁ ନ ଥିଲା। ବର୍ତ୍ତମାନ ବିଜେପିର ଶୀର୍ଷ ନେତୃତ୍ବଙ୍କର ଚାପ ପରେ ରାଜ୍ୟ ବିଜେପି ରାଜି ହୋଇଥିବାର ଜଣାପଡିଛି।

ଦିଲ୍ଲୀର ଏକ ପ୍ରଭାବଶାଳି ସୁତ୍ର ଅନୁସାରେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ଅନ୍ତିମ ରୂପରେଖ ଦେଇସାରିଛନ୍ତି। ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ ଟିରେ ପ୍ରତିଦ୍ୱନ୍ଦୀତା କରିବ। ଆଉ ବିଜେଡି ୭ଟି ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ରାଜି ହୋଇଛି। ପୂର୍ବରୁ ବିଜେଡି ଲୋକସଭା ପାଇଁ ଅଧିକ ଆସନ ଦାବୀ କରୁଥିଲା।



ସେହିପରି ରାଜ୍ୟ ବିଧାନସଭାର ୧୪୭ ଟି ଆସନ ମଧ୍ୟରୁ ଶାସକ ବିଜେଡି ୧୦୬ ଟି ଆସନରେ ପ୍ରାର୍ଥୀ ଦେବ। ସହଯୋଗୀ ବିଜେପି ୪୧ ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି। ତେବେ ଉଭୟ ଦଳ ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତାଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସ୍ଥିର କରାଯାଇଛି।

ତେବେ ମନ୍ତ୍ରୀ ପଦ ନେଇ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନ ଥିବାର ଜଣାପଡିଛି। ହେଲେ ନିର୍ବାଚନ ପରେ ଉଭୟ ଦଳ ମିଶି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚିନ୍ତା କରିବେ ବୋଲି ଜଣାପଡିଛି। କାରଣ ବିଜେଡି କୌଣସି ପ୍ରକାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଜେପିକୁ ସାମିଲ କରିବ ନାହିଁ ବୋଲି ଅଡି ବସିଛି। ତେବେ ତାହା ଭୋଟ ଗଣତି ପରେ ନିଷ୍ପତି ହେବ ବୋଲି କୁହାଯାଇଛି।

ଏହି ମେଣ୍ଟକୁ ନେଇ ବିଳମ୍ବ ହେବାର କାରଣ ହେଲା ଯେ, ବିଜେପି ଅଧିକ ସଂଖ୍ୟାରେ ବିଧାନସଭା ଆସନ ନେବା ପାଇଁ ଅଡି ବସିଥିଲା। ସେଥିପାଇଁ ମନମୋହନ ମେଣ୍ଟ ନେଇ କୌଣସି ସୂଚନା ଦେଉ ନ ଥିଲେ। ତେବେ ବିଜେଡି ଏଥିରେ କୌଣସି ପ୍ରକାରରେ ରାଜି ହେଲା ନାହିଁ। ଦଳ ୧୦୦ ରୁ ଉର୍ଦ୍ଧ ଆସନରେ ଲଢେଇ କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ବଙ୍କ ନିକଟରେ ଜିଦି ଧରି ବସିଲା। ଶେଷରେ ବିଜେପିର ଶୀର୍ଷ ନେତୃତ୍ବଙ୍କ ଚାପ ପରେ ରାଜ୍ୟ ବିଜେପି ସବୁ କଥାରେ ରାଜି ହୋଇଥିବାର ଜଣାପଡିଛି।

ବର୍ତ୍ତମାନ ଆସନ ବୁଝାମଣା ପରେ ଏହା ମିଳିତ ଭାବେ ଘୋଷଣା କରାଯିବ। ସେଥିପାଇଁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେଡି ତରଫରୁ ନବୀନ ପଟ୍ଟନାୟକ ମିଳିତ ଭାବେ ଏହାକୁ ଘୋଷଣା କରିବେ ବୋଲି ନିଷ୍ପତି ହୋଇଛି। ଏ ନେଇ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ମଧ୍ୟ ଖୁବ ଶିଘ୍ର ଘୋଷଣା ହେବ ବୋଲି କୁହାଯାଇଛି। ତେବେ ଏ ନେଇ ଉଭୟ ଦଳ ତରଫରୁ କୌଣସି ସୂଚନା ମିଳିପାରି ନାହିଁ।

Monday, March 18, 2024

ଆଜିର ଖବର

COASTAL NEWS ODIA 1778

ସକାଳର ଖବର, ୧୮-ମାର୍ଚ୍ଚ-୨୦୨୪, ସୋମବାର



➡️୧-ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ପ୍ରଥମ ହୋଲି ଖେଳିବେ ରାମଲଲ୍ଲା । ସୂଚନା ଦେଲେ ଶ୍ରୀରାମ ଜନ୍ମଭୂମିର ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ l

➡️୨-ଘରଭଡ଼ା ଭତ୍ତା ସଂଶୋଧନ କଲେ ରାଜ୍ୟ ସରକାରl ଏଣିକି ମୂଳ ବେତନର ୧୬ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ ସରକାରୀ କର୍ମଚାରୀ l

➡️୩-ଏଣିକି ଫେକ୍ ନ୍ୟୁଜ ଉପରେ ରହିବ ନିର୍ବାଚନ କମିସନଙ୍କ ନଜର l ମିଛ ଖବର ପ୍ରଚାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ l

➡️୪-ଓଡ଼ିଶା ଚକ୍ଷୁ ସେବା କ୍ୟାଡର’ ଗଠନ କଲେ ରାଜ୍ୟ ସରକାର, ସଂକଳ୍ପନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ l

➡️୫-ଭୁବନେଶ୍ୱର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା ଗତକାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ହେଲା ଆରମ୍ଭ । ସୋମବାର ବ୍ୟତୀତ ଏହି ଟ୍ରେନ୍ ସେବା ସବୁ ଦିନ ଉପଲବ୍ଧ ହେବ।

➡️୬-କଟକରେ ଆରମ୍ଭ ହେଲା ପଖାଳ ଦିବସ ପାଳନ, ଜିଆଇ ଟ୍ୟାଗ୍‌ ଦାବି କରି ଏଣିକି ସପ୍ତାହେ ଯାଏଁ ପାଳିବେ କଟକିଆ l

➡️୭-ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦେଲେ ଖାସ୍ ନିର୍ଦ୍ଦେଶ, କହିଲେ ନୂତନ ସରକାରର ପ୍ରଥମ ୧୦୦ ଦିନ ଏବଂ ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ l

➡️୮-କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର l ୪୦ରୁ ୫୦ କିମି ବେଗରେ ବହିପାରେ ପବନ l

➡️୯-ନିର୍ବାଚନ ପାଇଁ ଏଣିକି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ l ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଗଲା ସୂଚନା l

➡️୧୦-ଗଣତି ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ହେଲା ସଂଶୋଧନ, ଏଣିକି ଅରୁଣାଚଳ ଓ ସିକିମରେ ଭୋଟ୍ ଗଣତି ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍ ୨ରେ ହେବ l

➡️୧୧-ବ୍ରହ୍ମପୁର ଶୀତଳାପଲ୍ଲୀ ସମ୍‌ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର ହେଲା ଅନୁଷ୍ଠିତ l

➡️୧୨-ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟକୁ ଲାଗିଲା ଶକ୍ତ ଝଟ୍‌କା, ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି ହେଲା ହ୍ରାସ l

➡️୧୩-ମଣିପୁରରୁ ଆରମ୍ଭ ହୋଇଥିବା ମୁମ୍ବାଇରେ ଶେଷ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା l

➡️୧୪-ମଥୁରା ‘ଲଡୁ ହୋଲି’ରେ ଦଳାଚକଟା ଯୋଗୁଁ ଅନେକ ଶ୍ରଦ୍ଧାଳୁ ହେଲେ ଆହତ, ୨ ଜଣ ଗୁରୁତର l

➡️୧୫-ଗୁଜରାଟ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କୁ ମାର୍‌ପିଟ ଘଟଣାରେ ୨ଜଣ ହେଲେ ଗିରଫ, ୧୫ ଜଣଙ୍କ ବିରୋଧରେ ହେଲା ମାମଲା ରୁଜୁ l

➡️୧୬-ଋଷ୍‌ରେ ପୁଣିଥରେ ଭ୍ଲାଦିମିର ପୁଟିନ୍ ରାଷ୍ଟ୍ରପତି ହେବା ନିଶ୍ଚିତ। ଏନେଇ ଆରମ୍ଭ ହେଲା ପ୍ରସ୍ତୁତି। ନିର୍ବାଚନରେ ଋଷରେ ପ୍ରଥମ ଥର ପାଇଁ ଅନଲାଇନ୍ ଭୋଟ୍ ବ୍ୟବସ୍ଥା ହୋଇଛି।

➡️୧୭-ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନ ହୁଅନ୍ତି ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଏବଂ ସମଗ୍ର ଦେଶରେ ରକ୍ତପାତ ହେବ।

➡️୧୮-ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା WPL ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ବିକେଟରେ କଲା ପରାସ୍ତ  l ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍ l

➡️୧୯-ଆୟର୍ଲାଣ୍ଡ ବ୍ୟାଟର୍‌ଙ୍କ ବିଶ୍ୱ ରେକର୍ଡ।  ଭାଙ୍ଗିଲେ ବାବରଙ୍କ ରେକର୍ଡ। ଅନ୍ତର୍ଜାତୀୟ ଟି-୨୦ରେ ୪୦୦ ଚୌକା ମାରିବାରେ ପ୍ରଥମ ବ୍ୟାଟର ହେଲେ ପଲ୍ ଷ୍ଟ୍ରିର୍ଲିଂ। 

➡️୨୦-ଅଶ୍ୱିନଙ୍କୁ ସମ୍ମାନିତ କଲା TNCA: ମିଳିଲା ୫୦୦ ସ୍ୱର୍ଣ୍ଣମୁଦ୍ରା ସହ କୋଟିଏ ଟଙ୍କାର ଚେକ୍ l ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ ସିରିଜରେ ସର୍ବାଧିକ ୨୬ଟି ୱିକେଟ୍ ସେ ନେଇଥିଲେ। 

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଶ୍ରୀ ହରି ଜୟନ୍ତୀ ll*
*🔅ଆଜି ଜାତୀୟ ଅଶୁଭ ମୁହୂର୍ତ୍ତ ଦିବସ ll*
*🔅ଆଜି ବୈଶିକ ପୁନଃଚକ୍ରଣ ଦିବସ ll*
*🔅ଆଜି ଜାତୀୟ ବାୟୋଡିଜେଲ୍ ଦିବସ ll*
*🔅ଆଜି ସର୍ବୋଚ୍ଚ ବଳିଦାନ ଦିବସ ll*
*🔅ଆଜି ବିଶ୍ୱ ମାଂସ ବହିଷ୍କାର ଦିବସ ll*
*🔅ଆଜି ଅଭିନେତା ଶ୍ରୀ ଶଶି କପୁରଙ୍କ ଜନ୍ମ ବାର୍ଷିକୀ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

          *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
                *ll ଶୁଭ ସକାଳ,ସୁପ୍ରଭାତ ll*

COASTAL NEWS ODIA 1777 ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

COASTAL NEWS ODIA 1777

ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ 


କେନ୍ଦ୍ରାପଡ଼ା,-(CNO) ଭାରତୀୟ ସୁସ୍ଥ ଗଣତନ୍ତ୍ରର ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ନିଷ୍ଠାର ସହ ପାଳନ କରିବୁ ଆଦର୍ଶ ଆଚରଣ ବିଧି । ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ  ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ନିଜର ବକ୍ତବ୍ୟ ରଖିଥିଲେ । ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ କଡ଼ାକଡ଼ିଭାବେ ଆଦର୍ଶ ଆଚରଣ ବିଧି ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । 

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଏହି ମହାପର୍ବରେ ଶାନ୍ତି, ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । କହିଥିଲେ ନିର୍ବାଚନ ବିଷୟରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନରହିବା ଉଚିତ । ଯେଉଁଠି ସନ୍ଦେହ ଉପୁଜିବ, ସେ ବିଷୟରେ ଯୋଗାଯୋଗ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ସଦାସର୍ବଦା ତତ୍ପର ରହିଛି । ସମସ୍ତ ରାଜନୈତିକ ଦଳକୁ ସମାନ ଦୃଷ୍ଟିରେ ବିବେଚନା କରାଯିବ ଏବଂ ନୀତିନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧିର ଉଲଂଘନ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 


ଚଳିତ ନିର୍ବାଚନରେ ପ୍ରାର୍ଥିଭାବେ ଅବତୀର୍ଣ୍ଣ ହେବାକୁ ଥିବା ନେତାମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଂଟ୍ ବିଷୟରେ ଅବଗତ କରାଇବେ । ପ୍ରାର୍ଥିଙ୍କ ନାମରେ ଥିବା ଅପରାଧିକ ମାମଲା ବିଷୟରେ ବିସ୍ତୃତ ବିବରଣୀ ଦେବେ । ନିର୍ବାଚନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଭା କରିବାକୁ ଚାହୁଁଥିବା ପ୍ରାର୍ଥି ବା ସଂପୃକ୍ତ ରାଜନୈତିକ ଦଳ ଆଗୁଆ ଆବେଦନ କରିବେ । ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ନ୍ୟାୟରେ ସେମାନଙ୍କୁ ଅନୁମତି ମିଳିବ । 

ରାଜନୈତିକ ଖର୍ଚ୍ଚ ତଦାରଖ କମିଟି ପ୍ରାର୍ଥି ବା ରାଜନୈତିକ ଦଳର ସଭା ସମିତି ବିଷୟରେ ଖର୍ଚ୍ଚର ସମୀକ୍ଷା କରି ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ସ୍ୟାଡୋ ରେଜିଷ୍ଟର୍‌ରେ ଉଲ୍ଲେଖ କରିବେ । ଉତେଜନାପ୍ରବଣ ମତଦାନ କେନ୍ଦ୍ରରେ ମତଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ ରାଜନୈତିକ ଦଳର ପ୍ରତିନିଧିମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏବଂ କହିଥିଲେ ସଖି ବୁଥ୍‌ରେ ରାଜନୈତିକ ଏଜେଂଟ୍‌ମାନେ ମଧ୍ୟ ମହିଳା ରହିବେ । ଫଳରେ ନିର୍ବାଚନ କାର୍ଯ୍ୟରେ ମା’ ଭଉଣୀମାନେ ଆଗେଇ ଆସିବେ ନିର୍ବାଚନର ଏହି ମହାପର୍ବରେ ନିଜ କର୍ତବ୍ୟ ସମ୍ପାଦନ ପାଇଁ । 

ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜିଲ୍ଲା ଉପ-ସଭାପତି ପ୍ରଫୁଲ୍ଲ କୁମାର ଦାସ, ବିଜେଡିର ପ୍ରତିନିଧି ସମ୍ବିତ ଶ୍ରୀଚନ୍ଦନ, ବିଜେପି କିଶାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ସିପିଆଇ(ଏମ୍‌)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ ପ୍ରମୂଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Sunday, March 17, 2024

ELECTORAL BOND ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ

COASTAL NEWS ODIA 1776

ELECTORAL BOND ନୂଆ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ 



ନୂଆଦିଲ୍ଲୀ - (CNO) ନିର୍ବାଚନ କମିସନ ରବିବାର ଇଲେକ୍ଟୋରାଲ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି, ଯାହାକୁ ସିଲ୍ କଭରରେ ପ୍ରଥମେ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିଲା ଏବଂ ପରେ ଏହାକୁ ସାର୍ବଜନୀନ କରିବାକୁ କୁହା ଯାଇଥିଲା । ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ । 

ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି କପି ଏବଂ ଏହାର ଡିଜିଟାଲ ଭର୍ସନ କମିଶନଙ୍କୁ ଫେରାଇ ଦେଇଥିଲେ । ନିର୍ବାଚନ ଆୟୋଗ ଏହି ରେକର୍ଡକୁ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି । ନିର୍ବଚାନ କମିଶନ ଏକ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି । ଲୋକ ସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛନ୍ତି । 

ଏପ୍ରିଲ ୧୯ ତାରିଖରୁ ଜୁନ ୧ ତାରିଖ ମଧ୍ୟରେ ସାତୋଟି ପର‌୍ୟ୍ୟାୟରେ ନିର୍ବାଚନ ଆୟୋଜିତ ହେବ । ସଦ୍ୟ ପ୍ରକାଶିତ ତଥ୍ୟରେ କେବଳ ବଣ୍ଡର ତାରିଖ, ନାମ, ବଣ୍ଡ ସଂଖ୍ୟା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ପ୍ରଦାନ, ପ୍ରାପ୍ତ ତାରିଖ ଏବଂ ଋଣ ତାରିଖର ପ୍ରାଥମିକ ତଥ୍ୟ ଦର୍ଶାଯାଇଛି । ଏହା ବଣ୍ଡର ଅନନ୍ୟ ସଂଖ୍ୟା ପ୍ରକାଶ କରେ ନାହିଁ । 

ଇଲେକ୍ଟୋରାଲ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବାଠାରୁ ରାଜନୈତିକ ଦଳଗୁଡ଼ିକୁ ଏଥିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି । ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା । ସୁପ୍ରିମକୋର୍ଟ ଉକ୍ତ ଯୋଜନାକୁ ରଦ୍ଦ କରିଦେବା ଭାଜପା ପାଇଁ ବଡ଼ ଝଟକା । ନିର୍ବାଚନ କମିଶନ ଏବଂ ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ପାଖରେ ଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥତ୍କ ବର୍ଷ ସୁଦ୍ଧା ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାରେ ୧୨,୦୦୦ କୋଟି ଟଙ୍କାରୁ ଅଧିକ ପାଇଥିବାବେଳେ ସେଥିରୁ ଶାସକ ଭାଜପାର ଭାଗ ଥିଲା ୫୫ ପ୍ରତିଶତ ବା ୬,୫୬୫ କୋଟି ଟଙ୍କା । 

ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ମୋଟ ଚାନ୍ଦାର ୯୦ ପ୍ରତିଶତରୁ ଅଧିକ ଉକ୍ତ ବଣ୍ଡ୍‌ରୁ ପାଇଛନ୍ତି । ତେବେ ମୋଟାମୋଟି ଦେଖିଲେ ଇଲେକ୍ଟୋରାଲ ବଣ୍ଡ୍‌ରୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ମୋଟ ଆୟର ଅଧାରୁ ଅଧିକ l

ENGLISH Congress is getting stronger in the midst of BJD and BJP

COASTAL NEWS ENGLISH

Congress is getting stronger in the midst of BJD and BJP



Many leaders and workers of BJD joined the Congress

Bhubaneswar _(CNO) While the BJD and BJP Mention is going strong across the state, the Congress is getting stronger through the merger festival.  In this series, in the presence of PCC President Mr. Sharat Patnaik, Sambalpur District Rengali Constituency Youth and Biju Janata Party Joint Editor and undreds of supporters including Phillip Kumar Duriya, Rengali Council President Kiran Jaipuria, Sameer Pradhan, District Secretary Sambalpur BJD, Vishal Kumar Pradhan duly joined the Congress party.  

In this program, PCC President Mr. Sharat Patnaik expressed his opinion regarding the dishonest alliance between BJD and BJP and said that this alliance is against the interests of the state, and BJD and BJP are a alliance for their own political gain.  

The people of Odisha will never accept the benefits that both parties are trying to get by deceiving the people of the state.  This is a deliberate conspiracy to loot Odisha's mines, water forests and keep Odisha in the hands of non-Orissas.


AICC editor Sharat Raut, media department chairman Dr.  Vishwaranjan Mohanty, former Rengali MLA Duryodhan Gartiya, Sambalpur District Congress Committee Vice President Subash Chandra Biswal, Editor Saroj Pujari, Congress MLA Parthi Balkhrishna Rohitdas, Rengali Block President Chaturbhuj Jhankar, Chumuki Mahanand, Bilasini Potter and other leaders attended the event.

ଆଜିର ରାଶିଫଳ

COASTAL NEWS ODIA 1774

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ମାର୍ଚ୍ଚ ମାସ ୧୭ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹👉ମେଷ🌹*
*ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।*

*✧═════•❁❀❁•═════✧*
*🌹👉ବୃଷ🌹*
*ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।* 
*✧═════•❁❀❁•═════✧*

*🌹👉ମିଥୁନ🌹*
*ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।*

*✧═════•❁❀❁•═════✧*
*🌹👉କର୍କଟ🌹*
*ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।*
*✧═════•❁❀❁•═════✧*
*🌹👉ସିଂହ🌹*
*ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।*
*✧═════•❁❀❁•═════✧*
 *🌹👉କନ୍ୟା🌹*
*ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।*

*✧═════•❁❀❁•═════✧*
*🌹👉ତୁଳା🌹*
*ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।*

*✧═════•❁❀❁•═════✧*
*🌹👉ବିଛା🌹*
*ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।  ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।*

*✧═════•❁❀❁•═════✧*
*🌹👉ଧନୁ🌹*
*ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।*

*✧═════•❁❀❁•═════✧*
*🌹👉ମକର🌹*
*ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।*

*✧═════•❁❀❁•═════✧*
*🌹👉କୁମ୍ଭ🌹*
*ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।*

*✧═════•❁❀❁•═════✧*
*🌹👉ମୀନ🌹*
*ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।*
*✧═════•❁❀❁•═════✧*

Saturday, March 16, 2024

ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି

COASTAL NEWS ODIA 1773

ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି 


ଭୁବନେଶ୍ବର _(CNO) ବଢ଼ିଲା ସମିତି ସଭ୍ୟଙ୍କ ଦରମା । ୭୫୦୦ରୁ ୯୫୦୦ ହେଲା ସମିତି ସଭ୍ୟଙ୍କ ଦରମା । ସରକାର ଏବେ ଦରମା ବଢାଇଥିବା ବେଳେ ସେମାନେ ଆନ୍ଦୋଳନ କରିଥିଲେ । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। 

ଗତକାଲି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ । ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ଏହି ସ୍ଥାନରେ ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍‌ ଦର ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଆଉ ଗତ ମାର୍ଚ୍ଚ ୧୨ ତାରିଖରେ ସରକାର ତାଙ୍କ ଦରମା ୭,୫୦୦ ଟଙ୍କାକୁ ବଢ଼ାଇଥିଲେ । ଏ ନେଇ ତୀବ୍ର ସେମାନେ ଆନ୍ଦୋଳନ କରିଥିଲେ । ଫଳରେ ସରକାର ଦରମା ବୃଦ୍ଧି କରିଛନ୍ତି

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

COASTAL NEWS ODIA 1772

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର



ଭୁବନେଶ୍ବର - (CNO) ଘୋଷଣା ହୋଇଯାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ରାଜଧାନୀର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ହେବା ନେଇ କ୍ୟାବିନେଟରେ ସବୁଜ ସଂକେତ ମିଳିପାରିଛି । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିିଳିଛି।ସେହିପରି କଟକ ଚାଉଳିଆଗଞ୍ଜରେ ଏକ ଡିଏଭି ମେଡିକାଲ ପବ୍ଲିକ ସ୍କୁଲ ତିଆରି କରିବେ ରାଜ୍ୟ ସରକାର । ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି। 



ଏହାବ୍ୟତୀତ କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିପାରିଛି । ଅନ୍ୟପକ୍ଷରେ ସାଲେପୁର ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏଥିପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ।

ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀର ପୁନଃନିର୍ମାଣ କାମ ବଢିବା ପାଇଁ ମଧ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ପୁନଃନିର୍ମାଣ କାର୍ଯ୍ୟର ଅବଧିକୁ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି । ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ; ୧୩ ମଇରୁ ଓଡ଼ିଶାରେ ଭୋଟ

COASTAL NEWS ODIA 1771

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ; ୧୩ ମଇରୁ ଓଡ଼ିଶାରେ ଭୋଟ


ଭୁବନେଶ୍ବର - (CNO) ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ । ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ । ଜୁନ୍‌ ୪ ମଙ୍ଗଳବାର ଦିନ ହେବ ଭୋଟ ଗଣତି ।

ଓଡିଶା ବିଧାନସଭା ନିର୍ବାଚନ 

ମେ ୧୩ରେ ୨୮ ବିଧାନସଭା ପାଇଁ ହେବ ଭୋଟ୍‌ ଗ୍ରହଣ । ମେ ୨୦ରେ ୩୫ ବିଧାନସଭା ପାଇଁ ଭୋଟ୍‌ । ମେ ୨୫ରେ ୪୨ ବିଧାନସଭା ଆସନରେ ଭୋଟ । ଜୁନ୍‌ ୧ରେ ୪୨ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତଦନୁଯାୟୀ ଓଡ଼ିଶାରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ଗ୍ରହଣ କରାଯିବ । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୨୪ ତାରିଖରେ ଶେଷ ହେବ । ୨୦୧୯ ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି ।

ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର । ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍‌ ପ୍ରସ୍ତୁତ ରହିଛି ।

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା

COASTAL NEWS ODIA 1770

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା 


ଭୁବନେଶ୍ବର - (CNO) ବିଜେଡି ଛାଡ଼ିଲେ ଅରିନ୍ଦମ୍ । ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅରିନ୍ଦମ । ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହିଲେ ଅରିନ୍ଦମ । ତେବେ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏହି ପ୍ରସଙ୍ଗ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।  

ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ, ବିଜେଡି ଛାଡିବାକୁ ନେଇ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ, ସେହିପରି କିଛି ମାସ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଅରିନ୍ଦମ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ଦଳ ଯଦି ତାଙ୍କୁ ଆବଶ୍ୟକ କରୁନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି କହିଥିଲେ । ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅରିନ୍ଦମ ବିଜେଡି ଛାଡି ପାରନ୍ତି ।

ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କଲେ ଅରିନ୍ଦମ । ସେଠି ଆଉ କାମ କରିବାର ସୁଯୋଗ ନାହିଁ ବୋଲି କହିଲେ । ସେ ଦଳର ସାଚୁରେସନ ଆସିଗଲାଣି, ଆଉ ଫଙ୍କସନ୍‌ ନାହିଁ । ସେଠି କାମ କରିବାର ଶୈଳୀ ବଦଳି ଗଲାଣି, ଖାପଖୁଆଇ ପାରିଲିନି । 

ସେଠି କାମ କରିବା ସୁଯୋଗ ନାହିଁ, ସେଠି ମୋର ଜାଗା ଥିବା ଭାବିଲିନି । ସେମାନେ ମୋତେ ବହୁତ କାମ କରାଇଛନ୍ତି, ଆଉ କାମ ସୁଯୋଗ ନାହିଁ । ଦଳର ନେତାଙ୍କୁ ଭେଟିବା ଏବେ ଇମ୍ପସିବୁଲ ହୋଇଗଲାଣି ବୋଲି କହିଲେ ଅରିନ୍ଦମ। ଯଦି ନେତାଙ୍କୁ ଭେଟିପାରିବୁନି, ଆଉ ସେଠି ରହିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା : କେ. କବିତାଙ୍କୁ ଗିରଫ କଲା ଇଡି

COASTAL NEWS ODIA 1769

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା : କେ. କବିତାଙ୍କୁ ଗିରଫ କଲା ଇଡି



ନୂଆଦିଲ୍ଲୀ - (CNO) ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆଜି ଚଢାଉ କରିଥିଲା । ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା । ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ ସିବିଆଇ ପଚରାଉଚରା ପାଇଁ ଡକାଯାଇଥିଲା । ଆଉ ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି । 

ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ ବିଆର ଏସ୍ ନେତ୍ରୀଙ୍କୁ ଗିରଫ କରାଯାଇଥିଲା । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ କବିତାଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ଚଳିତ ବର୍ଷ ତଦନ୍ତକାରୀ ଏଜେନ୍‌ସି ଦ୍ୱାରା ଜାରି ହୋଇଥିବା ଅତି କମରେ ଦୁଇଟି ସମନକୁ ଏଡ଼ାଇ ଯାଇଥିଲେ ।  

ସୂଚନାନୁସାରେ ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ବିଆରଏସ ଏମଏଲସି କବିତାଙ୍କୁ ପ୍ରାୟ ନଅ ଘଣ୍ଟା ପଚରାଉଚରା କରାଯାଇଥିଲା । ଇଡି ତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି ଯେଉଁଥିରେ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନାପାଲ୍ଲୀ, ଅରୁଣ ପିଲ୍ଲାଇ ଏବଂ ଅନ୍ୟ ରାଜନୈତିକ ନେତାମାନେ ଆମ ଆଦମୀ ପାର୍ଟି କୁ ୧୦୦ କୋଟି ଟଙ୍କା ଲାଞ୍ଚ ପଠାଇଥିବା ଅଭିଯୋଗ ହୋଇଛି । 

ସେତେବେଳେ ବିଆରଏସ ଏମଏଲସି କବିତାଙ୍କୁ ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମନି ଲଣ୍ଡରିଂ ଘଟଣାରେ ଇଡି ତାଙ୍କ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ ମାମଲାରେ ଅନିୟମିତତା ସମ୍ପର୍କରେ ଇଡି ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୮ଥର ନୋଟିସ ପଠାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ତଦନ୍ତକାରୀ ଏଜେନ୍ସିରେ ହାଜର ହୋଇନାହାଁନ୍ତି ।

ଦୋଛକିରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ

COASTAL NEWS ODIA 1768

ଦୋଛକିରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ 


  ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ - ଅମିତ ଶାହା 

ନୂଆଦିଲ୍ଲୀ - (CNO) ଦିଲ୍ଲୀରେ ବିଜେପି-ବିଜେଡି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ। ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ବଡ଼ ବୟାନ ଦେଲେ ଅମିତ ଶାହ । ଅମିତ ଶାହା କହିଛନ୍ତି ଯେ ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି । 

ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି ଅମିତ୍ ଶାହା କହିଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତିରେ ବଡ଼ ସୁଧାର ଆସିବ ବୋଲି କନକ୍ଲେଭରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇ ନାହାନ୍ତି। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Friday, March 15, 2024

ଆଜି ଘୋଷଣା ହୋଇପାରେ ଲୋକକସଭା ନିର୍ବାଚନ ତାରିଖ !

COASTAL NEWS ODIA 1758

ଆଜି ଘୋଷଣା ହୋଇପାରେ ଲୋକକସଭା ନିର୍ବାଚନ ତାରିଖ ! 


ନୂଆଦିଲ୍ଲୀ - (CNO) ନିର୍ବାଚନ ଆୟୋଗର ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖରେ ଦିନ ଅନୁଷ୍ଠିତ ଚୟନ କମିଟି ବୈଠକରେ କେରଳର ଜ୍ଞାନେଶ୍ କୁମାର ଏବଂ ସୁଥବିନ୍ଧର ସିଂ ସାନ୍ଧୁଙ୍କ ନାମ ଚୂଡାନ୍ତ ହୋଇଛି। 

ଏହି ବୈଠକରେ ବିରୋଧୀଦଳ ନେତା ଅଧିର ରଞ୍ଜନ ମଧ୍ୟ ଉପସ୍ଥିତ ଥିଲେ । ଏହାରି ମଧ୍ୟରେ ଏକ ବଡ଼ ଖବର ରହିଛି, ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗ ଶୁକ୍ରବାର ତଥା ମାର୍ଚ୍ଚ ୧୫ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପାରନ୍ତି । ନିର୍ବାଚନ ଘୋଷଣା ସହିତ ଦେଶରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ମଧ୍ୟ ହେବ । 

ଜାମ୍ମୁ କାଶ୍ମୀରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ହେଉଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ଅନେକ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିଥିଲେ। ଯେଉଁଠି ଜାମ୍ମୁ କାଶ୍ମୀରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି କରିବାକୁ ସମସ୍ତ ଦଳ ଦାବି କରିଛନ୍ତି।

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି

COASTAL NEWS ODIA 1766

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି


ନୂଆଦିଲ୍ଲୀ - (CNO) ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ଖବର । କାହାକୁ କେତେ ମିଳିଛି ଚାନ୍ଦା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସାର୍ବଜନୀନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଇଲେକ୍ସନ କମିଶନ ୱେବସାଇଟରେ ଅପଲୋଡ୍ ହୋଇଛି ଷ୍ଟେଟ ବ୍ୟାଙ୍କ୍ ଦାଖଲ କରିଥିବା ଡାଟା।


ତଥ୍ୟ ଥିବା ଦୁଇଟି ପିଡିଏଫ ମଧ୍ୟରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଛି । ଅନ୍ୟଟିରେ ବଣ୍ଡକୁ ଏନକ୍ୟାଶ୍ କରିଥିବା ଦଳର ନାଁ, ତାରିଖ ଓ ମୂଲ୍ୟ ଲେଖାରହିଛି। ଯଥାକ୍ରମେ ୩୩୭ ଓ ୪୨୬ ପୃଷ୍ଠାର ରହିଛି ଏହି ଦୁଇଟି ପିଡିଏଫ୍ ।

ତେବେ ଆସନ୍ତୁ ନଜର ପକାଇବା କେଉଁ କଂପାନୀ ନିର୍ବାଚନୀ ବଣ୍ଡ୍ ଜରିଆରେ ସବୁଠୁ ଅଧିକ ଅର୍ଥ ଦାନ କରିଛି। ସୂଚନା ଅନୁସାରେ, ସବୁଠୁ ଅଧିକ ଟଙ୍କା ଦାନ କରିଛି ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା। ତାମିଲନାଡ଼ୁ କୋଏମ୍ବଟୁରରସ୍ଥିତ ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ।

ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଏହି କମ୍ପାନୀ ଦାନ କରିଛି ୯୬୬ କୋଟି । କ୍ୱିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍ । ଏହି କମ୍ପାନୀ ୧୮୫ କୋଟି ଟଙ୍କା ଦାନ କରିଛି।

ଗତ ମଙ୍ଗଳବାର SBI ଏହି ତଥ୍ୟ ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହା ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI। ଏଥିରେ ୧ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ୍ କିଣାଯାଇଥିବା ଉଲ୍ଲେଖ ରହିଛି।

ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିବାସ ମିତ୍ତଲ, ଏଡିଲୁଇସ୍, ପିଭିଆର୍, କେଭେଣ୍ଟର, ସନ୍ ଫାର୍ମା, ଟରେଣ୍ଟ ପାୱାର୍, ଭାରତୀ ଏୟାରଟେଲ, ଡିଏଲ୍ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ପିରାମଲ୍ କ୍ୟାପିଟାଲ୍ ଆଣ୍ଡ୍ ହାଉସିଂ ଫିନାନ୍ସ ଲିମିଟେଡ୍, ପେଗାସସ୍ ପ୍ରପର୍ଟିଜ୍, ବାଜାଜ୍ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍, ଫିନୋଲେକ୍ସ କେବୁଲ୍ ଲିମିଟେଡ୍ ଆଦି କଂପାନୀର ନାଁ ରହିଛି ।

ଏହି କମ୍ପାନୀମାନଙ୍କଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି ବିଜେପି, କଂଗ୍ରେସ, ବିଜେଡି, AIADMK, BRS, ଶିବସେନା, TDP, YSR କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ।


ସୂଚନା ଅନୁସାରେ, ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ ବିକ୍ରି ହୋଇଛି ।

ପଶ୍ଚିମବଙ୍ଗରେ ବଢିଲା ବିଜେପିର ବଳ, ସାମିଲ ହେବେ ଏହି ସବୁ ଟିଏମ଼ସି ନେତା

COASTAL NEWS ODIA 1765

ପଶ୍ଚିମବଙ୍ଗରେ ବଢିଲା ବିଜେପିର ବଳ, ସାମିଲ ହେବେ ଏହି ସବୁ ଟିଏମ଼ସି ନେତା 
 

କୋଲକତା - (CNO) ଦୁଇ ବର୍ଷ ପୂର୍ବେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ଅର୍ଜୁନ ସିଂ ପୁଣିଥରେ ବିଜେପିରେ ଯୋଗଦେବେ ବୋଲି ସୂଚାଇ ଦେଇଛନ୍ତି । ବ୍ୟାରେକପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିଏମସିରୁ ଟିକେଟ ନ ପାଇବା ପରେ ସେ ବଙ୍ଗଳାର ଶାସକ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । 
ଦେଶରେ ସିଏଏ ଲାଗୁ ହୋଇଥିବାରୁ ନିୟମକୁ ଅବଗତ କରାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । 

ଖବର ଅନୁସାରେ ଅର୍ଜୁନ ସିଂ ପୁଣିଥରେ ଭାରତୀୟ ଜନତା ପାର୍ଟିରେ ଶୁକ୍ରବାର ଯୋଗ ଦେବେ । କେବଳ ଅର୍ଜ୍ଜୁନ ସିଂ ନୁହଁନ୍ତି ଦିବେନ୍ଦୁ ଅଦବକାରୀ ମଧ୍ୟ ଶୁକ୍ରବାର ମାର୍ଚ୍ଚ ୧୫ରେ ସାମିଲ ହେବେ ବିଜେପିରେ । ବିଜେପିରେ ଯୋଗଦେବା ବିଷୟରେ ସୂଚନା ଦେଇ ସାଂସଦ ଅର୍ଜୁନ ସିଂ ବାରକପୁରରୁ ଟିକେଟ୍ ନ ପାଇ ଦଳ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛନ୍ତି । 

ଏହି ସମୟରେ ସେ ବାରକପୁର ଆସନରୁ ଟିଏମସି ପ୍ରାର୍ଥୀ ଭୋମିକଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶପଥ ନେଇଛନ୍ତି । ସିଂ କହିଛନ୍ତି ଯେ ୨୦୧୯ ରେ ତାଙ୍କୁ ଲୋକସଭାକୁ ନିର୍ବାଚିତ କରିଥିବା ଲୋକଙ୍କୁ ସେ ନିରାଶ କରିପାରିବେ ନାହିଁ । ସିଏଏ ସମ୍ବନ୍ଧରେ ମମତା ବାନାର୍ଜୀଙ୍କୁ କରିଛନ୍ତି ଟାର୍ଗେଟ । ସେ କହିଛନ୍ତି ଯେ ପଡୋଶୀ ଦେଶରେ ଦଳିତ ସଂଖ୍ୟାଲଘୁଙ୍କ ସ୍ୱପ୍ନକୁ ପୂରଣ କରି ସେମାନଙ୍କୁ ନାଗରିକତ୍ୱ ଅଧିକାର ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି । 

ସେ କହିଛନ୍ତି ଯେ ଯେଉଁମାନେ ଏପରି ଐତିହାସିକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନେ ରାଜନୈତିକ କାରଣରୁ ଏପରି କରୁଛନ୍ତି । ଏଥିସହ ବିଜେପିରେ ଯୋଗଦେବାକୁ ସୂଚନା ଦେଇ ଅର୍ଜୁନ ସିଂ ଟିଏମସି ସୁପ୍ରିମୋ ଏବଂ ଅଭିଷେକ ବାନାର୍ଜୀଙ୍କ ଫଟୋ ତାଙ୍କ କାର୍ଯ୍ୟାଳୟରୁ ହଟାଇ ଦେଇଛନ୍ତି । କେବଳ ଏତିକି ନୁହେଁ, ପିଏମ ମୋଦୀଙ୍କ ଫଟୋ ସେମାନଙ୍କ ସ୍ଥାନରେ ଲଗାଯାଇଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...