AFFILIATE MARKETING

https://binomo.com?a=90810425bb57&t=0

Saturday, March 9, 2024

ରତ୍ନ ଭଣ୍ଡାରର ଅଳଙ୍କାର ତାଲିକା ପ୍ରସ୍ତୁତି ନେଇ ଆଦି ବସିବ ତଦାରଖ କମିଟି ବୈଠକ

COASTAL NEWS ODIA 1743

ରତ୍ନ ଭଣ୍ଡାରର ଅଳଙ୍କାର ତାଲିକା ପ୍ରସ୍ତୁତି ନେଇ ଆଦି ବସିବ ତଦାରଖ କମିଟି ବୈଠକ  



ପୁରୀ - (CNO) ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର ହେବ ଗଣତି । ଏ ନେଇ ଗଠନ ହୋଇଛି ହାଇଲେବଲ କମିଟି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଏହାର ଅଧ୍ୟକ୍ଷ ଅଛନ୍ତି । ଏହି କ୍ରମରେ ଆଜି ପୁରୀରେ ଏକ ଉଚ୍ଚସ୍ତରୀୟ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହେବ । 

ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ । ସେଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ ଦିନ 11 ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ଦିନ 2 ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ।  

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ 12 ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ASI ଅଧିକାରୀ, ଭଣ୍ଡାର ମେକାପ ଶ୍ରୀଯୁକ୍ତ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି ।

ଦକ୍ଷିଣ ଉପକୂଳ ଅଞ୍ଚଳରେ ହେବ ବର୍ଷା, 11 ରୁ ବଢିବ ତାତି

COASTAL NEWS ODIA 1742

ଦକ୍ଷିଣ ଉପକୂଳ ଅଞ୍ଚଳରେ ହେବ ବର୍ଷା, 11 ରୁ ବଢିବ ତାତି


ଭୁବନେଶ୍ବର - (CNO) ଗତ ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ମେଘୁଆ ପାଗ ସହ ବର୍ଷା ହେଉଛି । ଆଜି ମଧ୍ୟ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସକାଳ 8ଟା ସୁଦ୍ଧା ଉପକୂଳ ଓଡିଶାର କିଛି ଜିଲ୍ଲା ସମେତ 7 ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । 

ସେହିପରି ଆସନ୍ତାକାଲି ଯାଏଁ ଦକ୍ଷିଣ ଉପକୂଳ ଓଡିଶା କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପରେ । ଅନ୍ୟପଟେ ଆସନ୍ତା 3 ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । 11 ତାରିଖ ପରେ ତାତି ବଢିବ । 

ଦିନର ସର୍ବାଧିକ ତାପମାତ୍ରା 3-4 ଡିଗ୍ରୀ ବୃଦ୍ଧି ପାଇବ । ମାର୍ଚ୍ଚ 11 ତାରିଖରୁ ମାର୍ଚ୍ଚ 14ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ହେବ ।  9 ଓ 10 ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । 

ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିଛି । 11 ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ 3-5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଗତକାଲି ରାଜ୍ୟର 11 ଟି ସହରର ତାପମାତ୍ରା 36 ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଥିଲା । 38 ଡିଗ୍ରୀ ସହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଥିଲା । 

ଏହା ସହ ମାର୍ଚ୍ଚ ମାସ ରୁ ମେ ପର୍ଯ୍ୟନ୍ତ ତିନି ମାସ ଅତ୍ୟନ୍ତ ଗରମ ଅନୁଭୂତ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ତା' ସାଙ୍ଗକୁ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂଗଠନ । ଆମକୁ ଫୋଲୋ କରନ୍ତୁ

COASTAL NEWS ODIA 1741 ଆଜି ଉଦଘାଟନ ହେବ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ ଷ୍ଡାଡିୟମ

COASTAL NEWS ODIA 1741

ଆଜି ଉଦଘାଟନ ହେବ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ ଷ୍ଡାଡିୟମ 


ଭୁବନେଶ୍ୱର-(CNO - ଆଜି ଉଦଘାଟନ ହେବ କଳିଙ୍ଗ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ । ଇନଡୋର ଆଥଲେଟିକ୍ ଷ୍ଟାଡିୟମ ସହ ଇଣ୍ଡୋର ଡାଇଭିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ । ବିଶ୍ୱକ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । 


2036 ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ହେବ । ଏହା ପରେ ଆଥଲେଟିକର ବିକାଶ ଆହୁରି ତ୍ୱରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । 

ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । 

ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ିହୋଇଛି 120 କୋଟି ଟଙ୍କାରେ ନିର୍ମିତ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ।


ଶ୍ରୀମନ୍ଦିରରୁ ଖସିଲା ପଥର

COASTAL NEWS ODIA 1740

ଶ୍ରୀମନ୍ଦିରରୁ ଖସିଲା ପଥର  


ପୁରୀ-(CNO) ପୁରୀ ଶ୍ରୀମନ୍ଦିରରୁ ଆସିଲା ବଡ଼ ଖବର । ଶ୍ରୀମନ୍ଦିର ଉପରୁ ଖସିଛି ପଥର । ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି । ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ହୋଇନି । କେହି ବି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାଁନ୍ତି ।

ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିବାବେଳେ, ପଥରଟି କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଛି ପଥର । 

ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଛି । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।

Friday, March 8, 2024

ଏକାକୀ ନିର୍ବାଚନ ଲଢିବ ବିଜେପି - ମନମୋହନ

COASTAL NEWS ODIA 1739

 ଏକାକୀ ନିର୍ବାଚନ ଲଢିବ ବିଜେପି - ମନମୋହନ



ଭୁବନେଶ୍ୱର - (CNO) ଆଜି ଦିନରେ ଦିଲ୍ଲୀରୁ ଫେରିଥିଲେ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ମେଣ୍ଟ ସଂପର୍କରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟରେ ମେଣ୍ଟ ହେବା ଏବଂ ଆସନ ବୁଝାମଣା ନେଇ କଣ ସ୍ପଷ୍ଟ ହୋଇଛି ସେ ନେଇ କୌଣସି ବି ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନଥିଲା । ଆଉ ଏହାରି ମଧ୍ୟରେ ଆଜି ସଂନ୍ଧ୍ୟାରେ ଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।  

ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ସୂଚନା । କହିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 'ମେଣ୍ଟ ସଂପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା, ଆଲୋଚନା ହୋଇନାହିଁ କହିଲେ ମନମୋହନ ।  ଆହୁରି କହିଛନ୍ତି, ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ବିଜେପି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । 

ଓଡିଶାରେ ବିଜେପି ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ଓଡିଶାରେ ୧୪୭ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି ବୋଲି କହିଛନ୍ତି ମନମୋହନ ।

COASTAL NEWS ODIA 1738 *ଖବର ଆଜିର*

COASTAL NEWS ODIA 1738

 *ଖବର ଆଜିର* 
*ତାରିଖ:୦୮/୦୩/୨୪, ଶୁକ୍ରବାର*



*୧-ଭୁବନେଶ୍ୱର:ଆଜି ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ।*

*୨-ବିଜେଡି-ବିଜେପି ମେଣ୍ଟ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ୧୨ରେ ଆସୁଛନ୍ତି ଅମିତ ଶାହା ଓ ନଡ୍ଡା । ନବୀନଙ୍କ ସହ ମିଶି କରିପାରନ୍ତି ଘୋଷଣା।*

*୩-ଭୁବନେଶ୍ୱର: ନିବେଶ ଟାଣିବାରେ ଏବେ ଓଡ଼ିଶା ଆଗରେ,୭ ବୃହତ୍ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ,ଆସିବ ୮୦,୦୦୦ କୋଟିର ନିବେଶ।*

*୪-ଚନ୍ଦ୍ରଶେଖରପୁର: ଜାତୀୟ ଧ୍ବଜା କ୍ଷେତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରତିଦିନ ଶୁଭିବ ଦେଶାତ୍ମବୋଧ ସଂଙ୍ଗୀତ ।*

*୫-ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ୍: ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଏଆଇସିଟିଇ ଅନୁମୋଦନ ଆଣ।*

*୬-ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲା;୮ଟି ସ୍ଥାନରେ ଇଡିର ଚଢ଼ାଉ।*

*୭-ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳିତ, ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଲେ- ମାଆ’ମାନଙ୍କ ପାଖରେ ରହିଛି ବହୁତ ସମ୍ଭାବନା।*

*୮-ଭୁବନେଶ୍ୱର:ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ପଦୋନ୍ନତି।*

*୯-କିଟ୍ ବିଶ୍ୱବିଦ୍ୟାଳୟ: ଯାନ୍ତ୍ରିକ ବିଦ୍ୟାଳୟରେ ଥର୍ମୋଫ୍ଲୁଇଡ ଓ ମାନୁଫାକ୍ଚରିଂ ବିଜ୍ଞାନରେ ୨ ଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ।*

*୧୦-ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମାସିକ ୪,୫୦୦ ଟଙ୍କାରୁ ୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।*

*୧୧-ତାତିରୁ ମିଳିବନି ନିସ୍ତାର,୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ,୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା।*

*୧୨-ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ।*

*୧୩-ଭୁବନେଶ୍ୱର:ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର।*

*୧୪-ଚନ୍ଦ୍ରଶେଖରପୁର: ଶ୍ରୀବିହାରରେ ଗଙ୍ଗାଧର ମେହେର ଓ ଅଗ୍ରିଆ ଭବନ ଶିଳାନ୍ୟାସ ସମ୍ପନ୍ନ, ଖର୍ଚ୍ଚ ହେବ ୬ କୋଟି।*

*୧୫-ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।*

*୧୬-କେନ୍ଦ୍ର କର୍ମଚାରୀଙ୍କୁ ହୋଲି ଭେଟି, ୪% ବଢିଲା ମହଙ୍ଗା ଭତ୍ତା, ବଢିବ HRA।*

*୧୭-ପୋଲସରା, ବରଗାଁ:ବନ୍ଦ ଘରୁ ଉଦ୍ଧାର ହେଲା ମାଆ-ଝିଅଙ୍କ ମୃତ ଦେହ, ପାରିବାରିକ କଳହରୁ ହତ୍ୟା ସନ୍ଦେହ କରୁଛି ପୋଲିସ।*

*୧୮-ପତ୍ନୀ ଠାରୁ ଘର କାମ ଆଶା କରିବା ଆଦୌ କ୍ରୂରତା ନୁହେଁ :ଦିଲ୍ଲୀ ହାଇକୋର୍ଟ।*

*୧୯-ନୂଆଦିଲ୍ଲୀ: ସେଲିବ୍ରିଟି ଏବଂ ଇନ୍‌ଫ୍ଲୁଏନ୍‌ସରମାନେ ଜୁଆ ଖେଳ ଏବଂ ବେଟିଂକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ କରିପାରିବେ ନାହିଁ।*

*୨୦-ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ।*

*୨୧-ସବୁଠୁ କମ୍ ଟେଷ୍ଟରେ ଏକ ହଜାର ରନ୍, ଗୋଟିଏ ସିରିଜରେ ୭୦୦ ରନ୍, କ୍ରିକେଟ୍ ମହାରଥୀଙ୍କ ରେକର୍ଡକୁ ପଛରେ ପକାଇଲେ ଜୈସ୍ୱାଲ।*

.                 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
[08/03, 8:53 am] balaji: *╔━━━━🔅━━━━━━🔅━━╗*
*║    *🌼ଖବର ଆଜିର,ତାରିଖ ୦୮/୦୩/୨୦୨୪,ଶୁକ୍ରବାର🌼*                            ║*
*╚━━━━🔅━━━━━━🔅━━╝*       

*୦୧-ଭୁବନେଶ୍ୱର : ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ଉପଲକ୍ଷେ ଶୁକ୍ରବାର ଉତ୍ସବ ପାଳନ ପାଇଁ ନୀତି ନିର୍ଦ୍ଦଣ୍ଟ ସ୍ଥିର କରାଯାଇଛି।ରାତି ୧୦ଟାରେ ଉଠିବ ମହାଦୀପ।*

*୨-ବିଜେଡିର ୨ ନେତା ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନ ଦିଲ୍ଲୀ ଯାଇଥିବା ସୂଚନା ରହିଛି । ସ୍ୱତନ୍ତ୍ର ଚାର୍ଟର ବିମାନରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତ ନେଇ ରାଜନୀତି ସରଗରମ ।*

*୩-  ଭୁବନେଶ୍ୱର: ପୁଣି ଆପିଏସରେ ସ୍ତରରେ ବଡ଼ ଧରଣ ଅଦଳ ବଦଳ । ୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।*

*୪- ‌ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍; ରାଜ୍ୟର ୧୮ଟି ଡିଭିଜନରେ ନିୟୋଜିତ ହେବେ ସ୍ୱତନ୍ତ୍ର ଗାଡି।*

*୫-  ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ ।୫୦୦୦ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।*

*୬-   ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କର୍ମଚାରୀ ମାନଙ୍କ ପାରିଶ୍ରମିକରେ 25 ପ୍ରତିଶତ ବୃଦ୍ଧି ଘୋଷଣା।*

*୭- ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଅରବିନ୍ଦ ।*

*୮-ପୁରୀ: ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ।ମହାଦେବଙ୍କ ପ୍ରତିକୂତିକୁ ସ୍ଥାନ ଦେବା ସହ ୫୦୦ଟି ଷ୍ଟୋନରେ ଶିବଲିଙ୍ଗ ସ୍ଥାପନ କରିଛନ୍ତି ।*

*୯-ଭୁବନେଶ୍ବର: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ।*

*୧୦- ଜମ୍ମୁ-କଶ୍ମୀରରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କଲେ ମୋଦୀ।*

*୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟ (ପୂର୍ବ ଟିଡି-୫ ଗ୍ରେଡ୍ ସହ ସମାନ ଟିଡିଏନ୍-୩)ର ଏମଏସପି କ୍ୱିଣ୍ଟାଲ ପିଛା ୫,୩୩୫/- ଟଙ୍କା ଧାର୍ଯ୍ୟ କରାଯାଇଛି।*

*୧୨- ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ରହିବ ଜାରି।ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ପାଇବେ।*

*୧୩- କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା।ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର ।*

*୧୪- ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛି।କଂଗ୍ରେସରୁ ପାଞ୍ଚ ଥର କେରଳର ମୁଖ୍ୟମନ୍ତ୍ରୀ ଥିବା କରୁଣାକରନଙ୍କ ଝିିଅ ପଦ୍ମଜା ଭେନୁଗୋପାଲ ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।*

*୧୫-ଗୋପାଳପୁର: ଗୋପାଳପୁର ଅଞ୍ଚଳରେ ଆତଙ୍କ,  ବାଇକରେ ଆସି ଝାମ୍ପି ନେଲେ ସୁନାର ମଙ୍ଗଳସୂତ୍ର।*

*୧୬- ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ।ତେବେ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।*

*୧୭- ଦାଣ୍ଡ ମୁକୁନ୍ଦପୁର ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ ହୋଇଛନ୍ତି। ୩କୋଟି ୭୦ଲକ୍ଷ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଗିରଫ କରିଛି ।*

*୧୮- ପୁଣି ଖୋଲିଲା ଚିଟଫଣ୍ଡ ଫାଇଲ  । ସିବିଆଇ ପରେ ମାମଲା ହାତକୁ ନେଇଛି ଇଡି  । ଏଟି ଚିଟଫଣ୍ଡ ଠକେଇ ମାମଲା ରେ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜ ମାଲିକ  ବିକାଶ ସ୍ୱାଇଁଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି।*

*୧୯-୮ ମାର୍ଚ୍ଚ ୨୦୨୪ ରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜରର ନିୟମିତ ସେବା।*

*୨୦-ନୂଆଦିଲ୍ଲୀ: ଏଣିକି ଜୁଆ ଓ ବେଟିଂ ବିଜ୍ଞାପନ କରି ପାରିବେନି ସେଲିବ୍ରିଟି।କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ(ସିସିପିଏ) ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି।*

*୨୧- ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ।*

*୨୨- ଅନୁଗୁଳରେ ରେକର୍ଡ ଭାଙ୍ଗିଲା ସାଇବର ଠକେଇ।ମାସକରେ ଦେଢ଼ କୋଟି ଟପିଲାଣି।*

*୨୩-କୋଲକାତା: ସିଏଏ- ଏନଆରସି ଲାଗୁ ହେବାକୁ ଦେବି ନାହିଁ: ଶାହାଙ୍କୁ ସମାଲୋଚନା କଲେ ମମତା।*

*୨୪- ମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି : ମୁଖ୍ୟମନ୍ତ୍ରୀ।*

*୨୫- ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ରଷ୍ଟ।*

.             

ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା - ସଶକ୍ତ ହେଉଛି କଂଗ୍ରେସ

COASTAL NEWS ODIA 1738

ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା - ସଶକ୍ତ ହେଉଛି କଂଗ୍ରେସ



କଂଗ୍ରେସରେ ଯୋଗଦେଲେ ବିଜେଡ଼ିର ଅନେକ ନେତା ଓ କର୍ମୀ

ଭୁବନେଶ୍ୱର - (CNO) ସାରା ରାଜ୍ୟରେ ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା ଜୋର ଧରୁଥିବାବେଳେ କଂଗ୍ରେସ ମିଶ୍ରଣ ପର୍ବ ମାଧ୍ୟମରେ ସଶକ୍ତ ହେଉଛି । ଏହିକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଇଂ. ଦିଲ୍ଲୀପ କୁମାର ଦୁରିଆ, ରେଙ୍ଗାଲି ପରିଷଦର ସଭାପତି କିରଣ ଜୟପୁରିଆ, ସମୀର ପ୍ରଧାନ, ଜିଲ୍ଲା ସମ୍ପାଦକ ସମ୍ବଲପୁର ବିଜେଡ଼ି, ବିଶାଲ କୁମାର ପ୍ରଧାନ ଙ୍କ ସମେତ ଶତାଧିକ ସମର୍ଥକ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଲେ । 

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ବିଜେଡ଼ି ଓ ବିଜେପି ମଧ୍ୟରେ ହେଉଥିବା ଅସାଧୁ ମେଂଟ ସଂପର୍କରେ ମତ ଦେଇ କହିଥିଲେ ଏ ମେଂଟ ରାଜ୍ୟର ସ୍ୱାର୍ଥ ବିରୋଧି, ବିଜେଡ଼ି ଓ ବିଜେପି ନିଜର ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଏ ମେଂଟ । 

ରାଜ୍ୟର ଜନସାଧାରଣଙ୍କୁ ଧୋକା ଦେଇ ଉଭୟ ଦଳ ମେଂଟ ମାଧ୍ୟମରେ ଯେଉଁ ଳାଭ ପାଇବା ପାଇଁ ଉଦ୍ୟମ କରୁଛନ୍ତି ତାହା ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ଏ ମେଂଟ ଓଡ଼ିଶାର ବିକାଶର ପରିପନ୍ଥୀ ଓ ଅଣଓଡ଼ିଆଙ୍କ ହାତରେ ଟେକି ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ନେତାମାନେ ପ୍ରକାଶ କରିଛନ୍ତି ।


ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଶରତ ରାଉତ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ତିଆ, ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସରୋଜ ପୁଜାରୀ, ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପାର୍ଥୀ ବାଳକୃଷ୍ଣ ରୋହିତଦାସ, ରେଙ୍ଗାଲି ବ୍ଲକ ସଭାପତି ଚତୁର୍ଭୁଜ ଝଙ୍କାର, ଚୁମୁକି ମହାନନ୍ଦ, ବିଳାସୀନି କୁମ୍ଭାର ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

COASTAL NEWS ODIA 1736 ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1736

ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ



ରେଳ ଯୋଗେ କେନ୍ଦୁଝରରୁ ଦିଲ୍ଲୀ ଯିବା ସ୍ଵପ୍ନ ହେଲା ପୂରଣ

କେନ୍ଦୁଝର - (CNO) ରେଳ ଯୋଗେ କେନ୍ଦୁଝରରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲାବାସୀ ଦେଖିଥିବା ସ୍ଵପ୍ନ ଆଜି ପୂରଣ ହୋଇଛି। ଯାହାପାଇଁ ଅନେକ ଥର ଜିଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ସ୍ଵପ୍ନ ପୂର୍ଣ୍ଣ ହୋଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଆଭାଷୀ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି। ଟ୍ରେନଟି ପୁରୀରୁ ବାହାରି କେନ୍ଦୁଝରଗଡ଼ ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ।

Mar 8, 2024
ଏହି ଅବସରରେ କେନ୍ଦୁଝରଗଡ଼ ରେଳ ଷ୍ଟେସନଠାରୁ ଏହି ଟ୍ରେନଟି ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଦ୍ଧାରିତ ସୂଚୀ ଅନୁସାରେ ପୁରୀରୁ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲକୁ ଯିବ। କେନ୍ଦୁଝରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସହିତ ଶହ ଶହ କେନ୍ଦୁଝରବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବରେ ଟ୍ରେନକୁ ସ୍ୱାଗତ କରିଥିଲେ।

ଆଗାମୀ କିଛି ଦିନ ମଧ୍ୟରେ ପାରାଦୀପରୁ କେନ୍ଦୁଝରଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀ ଉପହାର ଦେବେ ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି।

ବିଜେପି-ବିଜେଡ଼ି ମେଣ୍ଟ କେତେ ଜରୁରୀ

COASTAL NEWS ODIA 1735

ବିଜେପି-ବିଜେଡ଼ି ମେଣ୍ଟ କେତେ ଜରୁରୀ 



ନୂଆଦିଲ୍ଲୀ - (CNO) ମେଣ୍ଟ ରାଜନୀତି କାହାକୁ ଦରକାର ମେଣ୍ଟ ? କଣ ରହିଛି ମେଣ୍ଟ ପଛର ସତ୍ୟ...  ବିଜେପି-ବିଜେଡ଼ି ମେଣ୍ଟ: ରାଜ୍ୟରେ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ବେଶ୍ ସରଗରମ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ନିର୍ବାଚନ ପାଇଁ ସଜବାଜ ହେଉଥିବା ଦଳମାନେ ବର୍ତ୍ତମାନ ଅନ୍ୟ ଏକ ଦିଗ ଉପରେ ଆଲୋଚନା କରୁଛନ୍ତି । 

ରାଜ୍ୟରେ ଶାସକ-ବିରୋଧୀ ଥିବା ବିଜେଡ଼ି-ବିଜେପି ଗୋଟିଏ ମଞ୍ଚରେ ଆସିବା ନେଇ ଲାଗି ରହିଥିବା ଚର୍ଚ୍ଚା ଏକ ପ୍ରକାର ସ୍ପଷ୍ଟ ହେଉଛି । 



ନବୀନ ନିବାସରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କ ମାରାଥନ୍ ବୈଠକ ଏହି ଚର୍ଚ୍ଚାକୁ ଆହୁରି ସରଳ କରିଦେଉଛି । ଏପରକି ମେଣ୍ଟକୁ ସିଧାସଳଖ ପ୍ରତ୍ୟାଖାନ କରୁଥିବା ଦୁଇ ଦଳର ନେତା ମାନେ ମଧ୍ୟ ବର୍ତ୍ତମାନ ମନା କରୁନାହାଁନ୍ତି । ରାଜ୍ୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଜେଡ଼ି କହୁଥିବା ବେଳେ ଦେଶର ବୃହତ୍ତର ସ୍ୱାର୍ଥକୁ ନେଇ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହୁଛି ବିଜେପି । 

ଏଥି ମଧ୍ୟରେ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ବିଜେପି-ବିଜେଡ଼ି 15 ବର୍ଷ ପରେ ପୁଣି ଏକ ହେବେ । ତେବେ ଆସନ ବୁଝାମଣାକୁ ନେଇ ଏବେ ଆଲୋଚନା ହେଉଛି ବୋଲି କୁହାଯାଉଛି । ସିଟ୍ ସେୟାରିଂ ଫାଇନାଲ ହେଲେ ମେଣ୍ଟ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।



ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ସାଧାରଣରେ ଆଲୋଚନା ହେଉଛି, କାହା ପାଇଁ ମେଣ୍ଟ ଆବଶ୍ୟକ ? ବିଜେଡ଼ି ନା ବିଜେପି ? କିଏ ମେଣ୍ଟକୁ ନେଇ ବେଶୀ ଉତ୍ସାହିତ ଅଛି ? ଯଦିଓ ରାଜ୍ୟରେ ବିଜେଡ଼ି ସହ ମେଣ୍ଟ ହେବ କି ନାହିଁ ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ଉପରେ ସେତେଟା କିଛି ନିର୍ଭର କରୁନାହିଁ । 

ବିଜେପିର କେନ୍ଦ୍ର ନେତୃତ୍ୱ ହିଁ ଏହାର ନିଷ୍ପତ୍ତି ନେବେ ବୋଲି ମଧ୍ୟ କୁହାଯାଉଛି । ରାଜ୍ୟର ରାଜନୈତିକ ମାହୋଲକୁ ଦେଖିଲେ ବିଜେଡି ମେଣ୍ଟ ପାଇଁ ଆଗ୍ରହ ପ୍ରକାଶ କରିବାର ସେମିତି କିଛି ଖାସ୍ କାରଣ ନାହିଁ । ବର୍ତ୍ତମାନ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଭୋଟର କାହାକୁ ଦେଖୁ ନାହାଁନ୍ତି । 

ନବୀନ ଷଷ୍ଠଥର ଶାସନ ଭାର ଗ୍ରହଣ କରିବେ ବୋଲି ମଧ୍ୟ ବିଜେଡ଼ି ଦୃଢୋକ୍ତି ପ୍ରକାଶ କରିବା ସହ ଏ ନେଇ ଉତ୍ସାହିତ ଅଛି । ଏପରିକି ଅନେକ ସର୍ଭେ ମଧ୍ୟ ସେହି ରିପୋର୍ଟ ପ୍ରଦାନ କରିଛି । ବିଜେଡି ଜିତିବା ପରିସ୍ଥିତିରେ ଥିବା ବେଳେ କାହିଁକି ବିଜେପି ସହିତ ମେଣ୍ଟ କରିବ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମେଣ୍ଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଜେଡ଼ିର ନେତା ଗଣମାଧ୍ୟକୁ ପ୍ରତିକ୍ରିୟା ରଖି କହିସାରିଛନ୍ତି । 
ଅନ୍ୟ ଏକ ଦିଗରୁ ଦେଖିଲେ ରାଜ୍ୟରେ ଆଗ ଅପେକ୍ଷା ବିଜେପିର ଲୋକପ୍ରିୟତା ବଢିଛି । ଗତ ନିର୍ବାଚନରେ ବିଜେପି ଲୋକସଭା ଆସନରେ ଭଲ ପ୍ରଦର୍ଶନ କରିଥିଲା । ଏପରିକି ବିଧାନସଭାରେ ମଧ୍ୟ ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିଲା । ଏହି ଧାରାକୁ ବଢାଇବାକୁ ବିଜେପି ଚେଷ୍ଟା କରିବା ବଦଳରେ ବିଜେଡ଼ି ସହ କାହିଁକି ମେଣ୍ଟ କରୁଛି ବୋଲି ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । 
 
କିନ୍ତୁ ରାଜ୍ୟକୁ ଛାଡ଼ି କେନ୍ଦ୍ର ଦୃଷ୍ଟିରେ ଦେଖିଲେ ବିଜେପିକୁ ମେଣ୍ଟ ଆବଶ୍ୟକ । କାରଣ, ପ୍ରଧାନମନ୍ତ୍ରୀ ମୋଦୀଙ୍କ 400 ପାର୍ ମିଶନକୁ ପୂରଣ କରିବାକୁ ବିଜେପିକୁ ସାହାଯ୍ୟ ଆବଶ୍ୟକ । ଅଲଗା ଅଲଗା ନିର୍ବାଚନ ଲଢିଲେ ବିଜେପି ହୁଏତ ଗତ ଲୋକସଭା ନିର୍ବାଚନ ଅପେକ୍ଷା 2-3 ଆସନ ହାତେଇପାରେ । 

କିନ୍ତୁ କେନ୍ଦ୍ରର ନଜର ଓଡିଶାର ସମସ୍ତ ଆସନ ଉପରେ ରହିଛି । ବିଜେଡ଼ି ସହ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିଲେ ବିଜେଡ଼ି ପାଇଥିବା ଲୋକସଭା ଆସନ ମଧ୍ୟ ଏନଡିଏ ରେ ରହିବ । ଯାହାକି ମୋଦୀଙ୍କ 400 ପାର୍ ଲକ୍ଷ୍ୟକୁ ପୂରଣ କରିବାରେ ବେଶ୍ ସହାୟକ ହେବ । ତେବେ ରାଜନୀତିରେ କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହଁ, କ୍ରମରେ ବିଜେଡ଼ି-ବିଜେପି 15 ବର୍ଷ ପରେ ଏକାଠି ହେବା କିଛି ବଡ଼ କଥା ନୁହଁ । 
ଶାସନ କ୍ଷମତା ହେଉ କିମ୍ବା ରାଜ୍ୟ-କେନ୍ଦ୍ରର ସ୍ୱାର୍ଥ ବାହାନା ଦେଖାଇ ମେଣ୍ଟ କରିବା କିଛି ଅସମ୍ଭବ ନୁହଁ । ଆଗାମୀ ଦିନରେ ଏ ନେଇ ସ୍ପଷ୍ଟ ହେବା ସହ ଭୋଟର ଏହାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା । 

Thursday, March 7, 2024

କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ)

COASTAL NEWS ODIA 1734

କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) 




ନୂଆଦିଲ୍ଲୀ - (CNO) ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । 

ଉଭୟ କେନ୍ଦ୍ର କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ । 

ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଯଦି ଡିଏ ୫୦ ପ୍ରତିଶତ ଯାଏ ପହଞ୍ଚି ଯାଏ ତେବେ ଘର ଭଡ଼ା ଭତ୍ତା ଅର୍ଥାତ୍ ଏଚଆରଏରେ ମଧ୍ୟ ବୃଦ୍ଧି ହେବ । ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ଅନୁମୋଦନ ଏହି ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଟେକ୍‌-ହୋମ ଦରମା ପ୍ୟାକେଜ ମଧ୍ୟ ବଢିବା ନିଶ୍ଚିତ । 


ଉଲ୍ଲେଖଯୋଗ୍ୟ ଯେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଏଚଆରଏ ବୃଦ୍ଧି ପାଇଁ ତିନୋଟି ବର୍ଗରେ ସହରଗୁଡିକୁ ଭାଗ କରାଯାଇଛି । ଏହି କ୍ୟାଟେଗୋରୀ ହେଉଛି x,y ଏବଂ z।

GOAT FARMING ଛେଳି ଚାଷୀଙ୍କ ପାଇଁ ସୁଯୋଗ ; ସରକାର ଦେଉଛନ୍ତି 60% ରିହାତି ।

COASTAL NEWS ODIA 1733

COURTESY - AUL AGRO PRODUCER COMPANY LIMITED 

GOAT FARMING  ଛେଳି ଚାଷୀଙ୍କ ପାଇଁ ସୁଯୋଗ ; ସରକାର ଦେଉଛନ୍ତି 60% ରିହାତି ।




ଭୁବନେଶ୍ଵର - (CNO) ଚାକିରୀ ପାଉ ନଥିବା ଯୁବପିଢ଼ି ଏବେ ଚାଷକାମ ପ୍ରତି ଆଗ୍ରହ ଦେଖାଉଛନ୍ତି l ଯାହା ତାଙ୍କୁ ବେଳବେଳେ ଆର୍ଥିକ ଅସୁବିଧା  ଭୋଗିବାକୁ ପଡୁଛି l ତେଣୁ ସେମାନଙ୍କୁ ସରକାର ସାହାଯ୍ୟ ମଧ୍ୟ କରୁଛନ୍ତି l କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି l ତେବେ ଏହାରି ମଧ୍ୟରେ ବିହାର ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର l ବେରୋଜଗାର ଯୁବକମାନଙ୍କ ପାଇଁ ଆତ୍ମନିର୍ଭରଶୀଳ ଛେଳି ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ବିହାର ସରକାରଙ୍କ ପଶୁପାଳନ ବିଭାଗ ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ଇଣ୍ଟିଗ୍ରେଟେଡ୍ ଛେଳି ବିକାଶ ଯୋଜନାକୁ ପୁନଃ ଆରମ୍ଭ କରିଛନ୍ତି ।

ଚଳିତ ବର୍ଷ ରାଜ୍ୟ ସରକାର ପୁଣି ଥରେ ଛେଳି ପାଳିବା ଦ୍ୱାରା ଗରିବ ପରିବାରକୁ ଆତ୍ମନିଯୁକ୍ତି ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତ ବିଭାଗ ଏଥିରୁ ଉପକୃତ ହେବେ | ଛେଳି ପାଳିବା ପାଇଁ ସାଧାରଣ ବର୍ଗରେ ପଡୁଥିବା ଜାତିମାନଙ୍କୁ ୫୦ ପ୍ରତିଶତ ଅନୁଦାନ ଏବଂ ଏସସି ଏସଟି ପରିବାରକୁ ୬୦ ପ୍ରତିଶତ ଅନୁଦାନ ପ୍ରଦାନ କରାଯିବ। ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଏହି ଜିନିଷ ପାଇଁ ୫ କୋଟି ୨୨ ଲକ୍ଷ ୮୫ ହଜାର ଟଙ୍କା ପାଣ୍ଠି ଯୋଗାଇ ଦେଇଛି | ଉନ୍ନତ ପ୍ରଜାତିର ଏକ ଛେଳିର ହାରାହାରି ମୂଲ୍ୟ ୧୫ ହଜାର ଟଙ୍କା | ଏଥିପାଇଁ ସାଧାରଣ ବର୍ଗଙ୍କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ଏସସି, ଏସଟି ୧ ଲକ୍ଷ ୪୫ ହଜାର ଟଙ୍କା ଅନୁଦାନ ପାଇବେ।

ଛେଳି ପିଛା ୨୦ ଛେଳିର ମୂଲ୍ୟ ୨ ଲକ୍ଷ ୪୨ ହଜାର ଟଙ୍କା, ଯେଉଁଥିରେ ସାଧାରଣ ବର୍ଗ ପାଇଁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ସଂରକ୍ଷିତ ବର୍ଗ ପାଇଁ ୧ ଲକ୍ଷ ୪୫ ହଜାର ଟଙ୍କା ଅନୁଦାନ ରହିଛି | ୪୦ ଛେଳିର ମୂଲ୍ୟ ୫ ଲକ୍ଷ ୩୨ ହଜାର ଟଙ୍କା, ଦୁଇଟି ଛେଳି ଉପରେ ସବସିଡି ହେଉଛି ୨ ଲକ୍ଷ ୬୬ ହଜାର ଟଙ୍କା | ସଂରକ୍ଷିତ ବର୍ଗ ପାଇଁ ଏହା ୩ ଲକ୍ଷ ୧୯ ହଜାର ଟଙ୍କା | ଶହେ ପ୍ରତି ପାଞ୍ଚଟି ଛେଳିର ମୂଲ୍ୟ ହେଉଛି ୧୩ ଲକ୍ଷ ଚାରି ହଜାର ଟଙ୍କା | ଯେଉଁଥିରେ ସବସିଡି ସାଧାରଣ ବର୍ଗ ପାଇଁ ୬ ଲକ୍ଷ ୫୨ ହଜାର ଏବଂ ସଂରକ୍ଷିତ ବର୍ଗ ପାଇଁ ୭ ଲକ୍ଷ ୮୨ ହଜାର ଟଙ୍କା l

ଯୋଜନାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି :-

ଜିଲ୍ଲା ପଶୁପାଳନ ଅଧିକାରୀ କହିଛନ୍ତି ଯେ ଏହି ଯୋଜନା ତିନୋଟି ଶ୍ରେଣୀରେ ଅଛି। ପ୍ରଥମ ଯୋଜନା ହେଉଛି ୨୦ ଛେଳି ଏବଂ ଗୋଟିଏ ଛେଳି ପାଇଁ | ଦ୍ୱିତୀୟ ଯୋଜନା ହେଉଛି ୪୦ ଟି ଛେଳି ଏବଂ ଦୁଇଟି ଛେଳି | ତୃତୀୟ ଯୋଜନା ୧୦୦ ଛେଳି ଏବଂ ୫ ଛେଳି ସହିତ ଆରମ୍ଭ ହେବ | ଯେଉଁଥିରେ ସାଧାରଣ ବର୍ଗ ପାଇଁ ୫୦ ପ୍ରତିଶତ ଅନୁଦାନ ଏବଂ ସଂରକ୍ଷିତ ବର୍ଗ ପାଇଁ ୬୦ ପ୍ରତିଶତ ଅନୁଦାନ ରହିଛି l

ବେରୋଜଗାର ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ପଶୁପାଳନ ବିଭାଗ ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ଇଣ୍ଟିଗ୍ରେଟେଡ୍ ଛେଳି ବିକାଶ ଯୋଜନାକୁ ପୁନଃ ଆରମ୍ଭ କରିଛି । ଚଳିତ ବର୍ଷ ରାଜ୍ୟ ସରକାର ପୁଣି ଥରେ ଛେଳି ପାଳିବା ଦ୍ୱାରା ଗରିବ ପରିବାରକୁ ଆତ୍ମନିଯୁକ୍ତି ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ସମସ୍ତ ବିଭାଗ ଏଥିରୁ ଉପକୃତ ହେବେ | ଛେଳି ପାଳିବା ପାଇଁ ସାଧାରଣ ବର୍ଗରେ ପଡୁଥିବା ଜାତିମାନଙ୍କୁ ୫୦ ପ୍ରତିଶତ ଅନୁଦାନ ଏବଂ ଏସସି ଏସଟି ପରିବାରକୁ ୬୦ ପ୍ରତିଶତ ଅନୁଦାନ ପ୍ରଦାନ କରାଯିବ । ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଏହି ମୁଣ୍ଡରେ ୫ କୋଟି ୨୨ ଲକ୍ଷ ୮୫ ହଜାର ଟଙ୍କା ପାଣ୍ଠି ରଖିଛି ।

ଛେଳି ପାଳନ ସମ୍ପର୍କରେ:-

ଉନ୍ନତ ପ୍ରଜାତିର ଏକ ଛେଳିର ହାରାହାରି ମୂଲ୍ୟ ୧୫ ହଜାର ଟଙ୍କା | ଏଥିପାଇଁ ସାଧାରଣ ବର୍ଗଙ୍କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ଏସସି, ଏସଟି ୧ ଲକ୍ଷ ୪୫ ହଜାର ଟଙ୍କା ଅନୁଦାନ ପାଇବେ । ଜିଲ୍ଲା ପଶୁପାଳନ ଅଧିକାରୀ କହିଛନ୍ତି ଯେ ଏହି ଯୋଜନା ତିନି ପ୍ରକାରର, ପ୍ରଥମ ସେବାରେ ଆସିବା ପାଇଁ ପ୍ରଥମ ଯୋଜନା ହେଉଛି ୨୦ ଟି ଛେଳି ଏବଂ ଗୋଟିଏ ଛେଳି , ଦ୍ୱିତୀୟ ଯୋଜନା ୪୦ ଟି ଛେଳି ଏବଂ ଦୁଇଟି ଛେଳି ପାଇଁ ହୋଇଥିବାବେଳେ ତୃତୀୟ ଯୋଜନା ୧୦୦ ଟି ଛେଳି ଏବଂ ପାଞ୍ଚଟି ଛେଳିରୁ ଆରମ୍ଭ ହେବ । ତେବେ ଆଶା ଏହି ସବସିଡି ନିଷ୍ପତ୍ତି ଛେଳି ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବ l

କେମିତି ଆବେଦନ କରିବେ?

  1. ପ୍ରଥମେ ଆପଣ google କୁ ଯାଇ ଗୋ ସୁଗମ search କରନ୍ତୁ ।
  2. application open ହେଲାପରେ animal husbandry କୁ click କରନ୍ତୁ ।
  3. Small Scale Goat Farming(10+1) ଏହି ପାଖରେ apply କରନ୍ତୁ ।
  4. ନହେଲେ ଏଠି click କରନ୍ତୁ 

 

ଚଳଚ୍ଚିତ୍ର 'ଧାରା 370' ସୁପରହିଟ୍

COASTAL NEWS ODIA 1731

ଚଳଚ୍ଚିତ୍ର 'ଧାରା 370' ସୁପରହିଟ୍ 



ନୂଆଦିଲ୍ଲୀ - (CNO) ୟାମି ଗୌତମଙ୍କ ଚଳଚ୍ଚିତ୍ର 'ଧାରା 370' ସୁପରହିଟ୍ ହୋଇ ଯାଇଛି , ଘରୋଇ ରୋଜଗାର 50 କୋଟି ଟଙ୍କା ଅତିକ୍ରମ କଲା |

23 ଫେବୃଆରୀ 2024 ରେ ମୁକ୍ତିଲାଭ କରିଥିବା ଆଦିତ୍ୟ ଜାମ୍ବଲେ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଧାରା 370'  ସୁପରହିଟ୍ ହୋଇପାରିଛି ।  ଏହି ଚଳଚ୍ଚିତ୍ର ଅନେକ ବଡ ଚଳଚ୍ଚିତ୍ର କୁ ପଛରେ ଛାଡି ନିଜର ରୋଜଗାର ଜାରି ରଖିଛି |  ଫିଲ୍ମ ରିଲିଜ ହେବାର 12 ଦିନ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ଫିଲ୍ମଟି 54 କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି |

ୟାମି ଗୌତମ ବର୍ତ୍ତମାନ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣତି ହୋଇଛନ୍ତି, ଯେଉଁମାନେ ସେମାନଙ୍କ ଚରିତ୍ର ସହିତ ପରୀକ୍ଷା କରିବାକୁ ଆଦୌ ଭୟ କରନ୍ତି ନାହିଁ |  ଏହି କାରଣରୁ ଲୋକମାନେ ଗୁପ୍ତଚର ଅଧିକାରୀ ଭାବରେ ଅଭିନୟ କରିଥିବା ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରନ୍ତି |  ତାଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟମାନି ମଧ୍ୟ ଏକ ଭଲ କାମ କରିଛନ୍ତି।  ଆପଣ ତାଙ୍କୁ ପୂର୍ବରୁ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ'ରେ ମଧ୍ୟ ଦେଖିଥିବେ।

 ଏହି ଦୁଇ ଅଭିନେତ୍ରୀ ନିଜ ଅଭିନୟ ସହିତ ଫିଲ୍ମରେ ଏକ ନୂଆ ଜୀବନ ଦେଇଛନ୍ତି।  


 ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ କାଶ୍ମୀରରୁ ଧାରା 370 ହଟାଇବା ପାଇଁ ଭାରତ ସରକାରଙ୍କୁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଏବଂ ଏହା ଆଦୌ ସହଜ ନଥିଲା।  ଲୋକମାନେ ଏହି ରାଜନୈତିକ  ଡ୍ରାମା ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଛନ୍ତି ଏବଂ ଲାଗୁଛି ଯେ ଘରୋଇ ବକ୍ସ ଅଫିସରେ ଫିଲ୍ମ 80 କୋଟି ଟଙ୍କା ସହଜରେ ବ୍ୟବସାୟ କରି ପାରିବ |

 ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ ପିଏମ ମୋଦୀ ଭୂମିକାରେ ଅଭିନୟ କରିଛନ୍ତି।  ଏହି ଚଳଚ୍ଚିତ୍ରର ବିଶ୍ଵ ବ୍ୟାପୀ ସଂଗ୍ରହ 73 କୋଟି ଟଙ୍କାରେ ପହଞ୍ଚିଛି |  ତେବେ ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ 'ସଇତାନ୍ ' ମାର୍ଚ୍ଚ 8 ରେ ମୁକ୍ତିଲାଭ କରୁଛି।  ଏଭଳି ପରିସ୍ଥିତିରେ ୟାମି ଗୌତମଙ୍କ ଚଳଚ୍ଚିତ୍ର କେତେ ଭଲ ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା।

ବିଜେପି ଓ ବିଜେଡି ଦଳର ଲୋକସଭା ଆସନର ସମ୍ଭାବ୍ଯ ବୁଝାମଣା

COASTAL NEWS ODIA 1731

ବିଜେପି ଓ ବିଜେଡି ଦଳର ଲୋକସଭା ଆସନର ସମ୍ଭାବ୍ଯ ବୁଝାମଣା 


ବିଜେପି ଲୋକସଭା: 14, ବିଜେଡି ଲୋକସଭା: 7
 ବିଜେପି ବିଧାନସଭା: 40-46
 ବିଜେଡି ବିଧାନସଭା: 101-107


1 - ଆସ୍କା - ବିଜେଡି
 2 - ବାଲେଶ୍ୱର - ବିଜେପି
 3 - ବରଗଡ - ବିଜେପି
 4 - ବ୍ରହ୍ମପୁର - ବିଜେଡି
 5 - ଭଦ୍ରକ - ବିଜେପି
 6 - ଭୁବନେଶ୍ୱର - ବିଜେଡି
 7 - ବଲାଙ୍ଗୀର - ବିଜେପି
 8 -  କଟକ - ବିଜେପି
 9 -  ଢେଙ୍କାନାଳ - ବିଜେପି
 10 - ଜଗତ୍ସିଂହପୁର - ବିଜେଡି
 11 - ଜାଜପୁର - ବିଜେଡି
 12 - କାଲାହାଣ୍ଡି - ବିଜେପି |
 13 - କନ୍ଧମାଳ - ବିଜେଡି
 14 - କେନ୍ଦ୍ରାପଡା - ବିଜେଡି
 15 - କୋରାପୁଟ - ବିଜେପି
 16 - କେଉଁଝର  - ବିଜେପି
 17 - ମୟୂରଭଞ୍ଜ - ବିଜେପି
 18 - ନବରଙ୍ଗପୁର - ବିଜେପି |
 19 - ପୁରୀ - ବିଜେପି
 20 - ସମ୍ବଲପୁର - ବିଜେପି |
 21 - ସୁନ୍ଦରଗଡ - ବିଜେପି 

Wednesday, March 6, 2024

COASTAL NEWS ODIA 1730 ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

COASTAL NEWS ODIA 1730

ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ


ଆନନ୍ଦପୁର: ବହୁଚର୍ଚ୍ଚିତ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । 

ସେମାନେ ହେଲେ ସଞ୍ଜୟ ପୃଷ୍ଟି ଓରଫ ଚିନୁ, ନିର ପୃଷ୍ଟି ଓରଫ ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ। ଘଟଣା ସମୟରେ ପ୍ରମୋଦ ଦାସ ନାବାଳକ ଥିବାରୁ ବିଚାରଧୀନ କାରାଗାରରେ ଅଛନ୍ତି।


ମାମଲାରୁ ଜଣାଯାଏ ଯେ, ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୧୦ଟାରେ ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ସଭାପତି, ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ରେ ଘସିପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହାତ ଗୋଡକୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। 

ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ରାମଚନ୍ଦ୍ରଙ୍କ ଗୋଟିଏ ହାତକୁ କାଟି ନେଇ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିଲେ। ମାର୍ଚ୍ଚ ୨୬ରେ ରାମଚନ୍ଦ୍ର ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ନବୀନ ନିବାସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା

ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି ଗଲେ ଯୁବକ

COASTAL NEWS ODIA 1729

ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି
ଗଲେ ଯୁବକ 

ଆଳି - (CNO) ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସଂସିଧା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଶୁଦ୍ଧିକ୍ରିୟା କର୍ମ ଅନୁଯାୟୀ ବାରିକ ପାଖରୁ ବାଳ କାଟି ସାରି ନଦୀରେ ଗାଧୋଉଥିବା ବେଳେ ଜନୈକ ଯୁବକ କାଣୀନଦୀ ସ୍ରୋତରେ ଭାସି ଯାଇଛନ୍ତି। 

ଘଟଣାରୁ ଜଣାପଡ଼ିଛି ଯେ, ମଙ୍ଗରାଜପୁର ଗ୍ରାମର ପରଲୋକଗତ ପୁରୁଷୋତ୍ତମ ଗିରିଙ୍କ ଦଶାହରେ ଆଜି ଜ୍ଞାତିକୁଟୁମ୍ବ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥିଲେ। ସୁଶାନ୍ତ ଗିରିଙ୍କ ପୁଅ ତଥା ମୃତ ପୁରୁଷୋତ୍ତମଙ୍କ ନାତି ପ୍ରକାଶ ଶୁଦ୍ଧିକ୍ରିୟା ସାରି ନଦୀରେ ଗାଧୋଉଥିବା ବେଳେ ହଠାତ୍ ନଦୀସ୍ରୋତରେ ଭାସି ଯାଇଥିଲେ। 

ଖବର ପାଇ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ଏ ପର୍ଯ୍ୟନ୍ତ ନିଖୋଜ ପ୍ରକାଶଙ୍କର କୌଣସି ସନ୍ଧାନ ମିଳି ନଥିବା ବେଳେ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ରହିଛନ୍ତି।

COASTAL NEWS ODIA 1728 ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ

COASTAL NEWS ODIA 1728

ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ 

ନୂଆଦିଲ୍ଲୀ - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏସବୁ ପ୍ରକଳ୍ପ ତୈଳ ଓ ଗ୍ୟାସ୍, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ର ସହ ଜଡ଼ିତ । 

ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଏବଂ ଓଡ଼ିଶାରେ ବିକାଶର ଏକ ନୂଆ ଧାରା ପ୍ରବାହିତ ହେଉଛି। ଶ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶ ତଥା ଓଡ଼ିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ । 

ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି, ସଡ଼କ ପଥ, ରେଳବାଇ ଏବଂ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପ୍ରମୁଖ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଜିର ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବିକଶିତ ଭାରତର ସଂକଳ୍ପ ପୂରଣ କରିବା ଲାଗି କାର୍ଯ୍ୟ କରିବା ସମୟରେ ଦେଶର ସାମ୍ପ୍ରତିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଶକ୍ତି କ୍ଷେତ୍ରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରୟାସ ସମ୍ପର୍କରେ ସେ ସୂଚନା ଦେଇଥିଲେ। 

ଊର୍ଜ୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ବାଷ୍ପ ଯୋଗାଣ ପାଇଁ ୫ଟି ବଡ଼ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବଡ଼ ବଡ଼ ପ୍ରକଳ୍ପ ଚାଲିଛି । ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ଉତ୍ପାଦ ପାଇପଲାଇନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଛନ୍ତି । 

ସେ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପ ଏବଂ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିଛନ୍ତି ଯାହା ପୂର୍ବ ଭାରତର ପଲିଷ୍ଟର ଉଦ୍ୟୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଏହାଦ୍ୱାରା ଭଦ୍ରକ ଓ ପାରାଦୀପରେ ଥିବା ଟେକ୍ସଟାଇଲ ପାର୍କରେ କଞ୍ଚାମାଲ ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ ଆଜିର ଅବସରକୁ ଦେଶରେ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ପ୍ରତୀକ ବୋଲି ଅଭିହିତ କରିଥିଲେ ।

ସେ ପୂର୍ବ ସରକାରଙ୍କ ସମୟ ସହିତ ବର୍ତ୍ତମାନର ସମୟକୁ ତୁଳନା କରିଥିଲେ। ପୂର୍ବ ସରକାର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗ୍ରହ ଦେଖାଇନଥିଲେ। ଅନ୍ୟପଟେ ବର୍ତ୍ତମାନର ସରକାର ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରି ସେଗୁଡ଼ିକର ଉଦଘାଟନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

୨୦୧୪ ପରେ ସମ୍ପୂର୍ଣ୍ଣ ହୋଇଥିବା ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାର ବିଷୟରେ ଉଲ୍ଲେଖ କରିଥିଲେ ଯାହା ୨୦୦୨ରେ ଆଲୋଚନାର ବିଷୟ ପାଲଟିଥିଲା କିନ୍ତୁ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଏହାର କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିଲା । 

ଶ୍ରୀ ମୋଦୀ ତେଲଙ୍ଗାନାର ସଙ୍ଗାରେଡ୍ଡୀଠାରେ ଉଦଘାଟିତ ହୋଇଥିବା ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍ ଏବଂ ପଶ୍ଚିମବଙ୍ଗ ଆରାମବାଗରେ ଲୋକାର୍ପିତ ହୋଇଥିବା ହଳଦିଆରୁ ବରାଉନି ପର୍ଯ୍ୟନ୍ତ ୫୦୦ କିଲୋମିଟର ଦୀର୍ଘ ଅଶୋଧିତ ତୈଳ ପାଇପ୍ ଲାଇନ୍ ବିଷୟରେ ସୂଚନା ଦେଇଥିଲେ ।

ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ପୂର୍ବ ଭାରତରେ ଥିବା ପ୍ରଚୁର ପ୍ରାକୃତିକ ସମ୍ପଦର ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିବା ସହ ଗଞ୍ଜାମ ଜିଲ୍ଲାରେ ଲବଣ ଅପସାରଣ ପ୍ଲାଣ୍ଟ ବିଷୟରେ କହିଥିଲେ ଯାହା ଦୈନିକ ପାଖାପାଖି ୫୦ ଲକ୍ଷ ଲିଟର ଲୁଣିପାଣିକୁ ବିଶୋଧନ କରି ଏହାକୁ ପିଇବା ଉପଯୋଗୀ କରିବ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାରେ ଆଧୁନିକ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି, ଯାହାଦ୍ୱାରା ସ୍ଥାନୀୟ ସମ୍ବଳ ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିପାରିବ । ଗତ ୧୦ ବର୍ଷ ମଧ୍ୟରେ ୩୦୦୦ କିଲୋମିଟର ଦୀର୍ଘ ଜାତୀୟ ରାଜପଥ ନିର୍ମାଣ ସହ ରେଳ ବଜେଟକୁ ୧୨ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ରେଳ-ରାଜପଥ-ବନ୍ଦର ସଂଯୋଗରେ ଉନ୍ନତି ଆଣିବା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କେନ୍ଦୁଝରରେ ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଉଛି। 

ନୂଆ ଅନୁଗୁଳ ସୁକିନ୍ଦା ରେଳଲାଇନ କଳିଙ୍ଗ ନଗର ଶିଳ୍ପାଞ୍ଚଳର ବିକାଶ ପାଇଁ ମାର୍ଗପ୍ରଶସ୍ତ କରିବ ବୋଲି ସେ କହିଥିଲେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଅଭିଭାଷଣ ଶେଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ର ମନୋ ଇଥିଲିନ ଗ୍ଲାଇକୋଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ। ସେ ମଧ୍ୟ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନକୁ ଉଦଘାଟନ କରିଛନ୍ତି । ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ କରିଛନ୍ତି ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଂଗଡ଼ାରୁ ବିଞ୍ଜାବାହାଲ ସେକ୍ସନର ଚାରି ଲେନ୍ କରିବା; ୪୯ ନମ୍ବର ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନକୁ ୪ ଲେନ୍ କରିବା; ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନକୁ ୪ ଲେନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନକୁ ୪ ଲେନ୍ କରିବା ଆଦି ପ୍ରଶସ୍ତିକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲଠାରେ ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥକୁ ୮ ଲେନ୍ କୁ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛନ୍ତି।

ପ୍ରଧାନମନ୍ତ୍ରୀ ୧୬୨ କିଲୋମିଟର ବାଂଶପାଣି – ଦୈତାରୀ – ଟମକା – ଜଖପୁରା ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ । ଏହା କେବଳ ବର୍ତ୍ତମାନର ଟ୍ରାଫିକ୍ ସୁବିଧାର କ୍ଷମତା ବୃଦ୍ଧି କରିବ ନାହିଁ ବରଂ କେନ୍ଦୁଝର ଜିଲ୍ଲାରୁ ନିକଟସ୍ଥ ବନ୍ଦର ଏବଂ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ଦକ୍ଷ ପରିବହନରେ ସହାୟକ ହେବ, ଯାହା ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋର ଉଦଘାଟନ କରାଯାଇଛି। 

ନର୍ଲାଠାରେ ଇଲେକ୍ଟ୍ରିକ୍ ଲୋକୋ ପିରିୟଡିକାଲ୍ ଓଭରହଲିଂ ୱାର୍କଶପ୍, କଣ୍ଟାବାଞ୍ଜିରେ ଓ୍ଵାଗନ୍ ପିରିୟଡିକାଲ ଓଭରହଲିଂ ୱର୍କଶପ୍ ଏବଂ ବାଘୁଆପାଳରେ ରେଳ ଗାଡ଼ି ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ଅନ୍ୟାନ୍ୟ ରେଳ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସାଣ୍ଡସ କମ୍ପ୍ଲେକ୍ସରେ ୫ଟି ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳରୁ ଲବଣ ଅପସାରଣ ପ୍ଲାଣ୍ଟକୁ ଉଦଘାଟନ କରିଥିଲେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ସ୍ୱଦେଶୀ ଲବଣ ଅପସାରଣ ପ୍ରଯୁକ୍ତିର କ୍ଷେତ୍ରୀୟ ପ୍ରୟୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।

ସମ୍ପର୍କ ଦୁଇଟି ରାଜନୈତିକ ଦଳର

COASTAL NEWS ODIA 1727

ସମ୍ପର୍କ ଦୁଇଟି ରାଜନୈତିକ ଦଳର 

ଭୁବନେଶ୍ୱର - (CNO) ବିଜେପିର ଶୀର୍ଷ ନେତୃତ୍ୱଙ୍କ ଟାର୍ଗେଟ୍‌ରେ ନାହିଁ ବିଜେଡି । ଏକଥା ଆଜି ପୁଣି ପ୍ରମାଣିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି । ସେ କେବଳ କଂଗ୍ରେସ ଓ ଏହାର ମେଣ୍ଟ ଦଳକୁ କଟୁ ସମାଲୋଚନା କରିଥିଲେ ।

ଏହା ପୂର୍ବରୁ ଫେବୃଆରୀ ୩ରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମଧ୍ୟ ସେହି ଭୂମିକା ଗ୍ରହଣ କରିଥିଲେ । ଗତଥର ତିନୋଟି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିବା ବେଳେ ଏଥର ଗୋଟିଏ ସାଧାରଣ ସଭାରେ ଉଦ୍‌ବୋଧନ ଦେଲେ । ହେଲେ କୌଣସି ଗୋଟିଏ ସଭାରେ ବିଜେଡି ବିରୋଧରେ ପଦୁଟିଏ ବି କହିଲେ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେଡି ସହ ଉତ୍ତମ ବୁଝାମଣା ଓ ସମ୍ପର୍କ ରଖିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଭାବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି । 

ଏପରିକି ଗତଥର ଅପେକ୍ଷା ଏଥର ଆଉଏକ ସାର୍ଟିଫିକେଟ୍ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇକି ଗଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦୀଙ୍କୁ ଉତ୍ସସିତ ପ୍ରଶଂସା ସହ ତାଙ୍କ ସହଯୋଗ କାମନା କଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଏକଥା ଦୁଇଦଳ ଶୀର୍ଷ ନେତୃତ୍ୱ ଲୋକଙ୍କୁ ଜଣାଇଦେଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ସ୍ୱଳ୍ପ ବ୍ୟବଧାନରେ ଦୁଇଥର ଓଡ଼ିଶା ଆସିଲେ । ନିର୍ବାଚନ ପାଖେଇ ଆସିଲାଣି । ହାତ ଗଣତିରେ ଆଉ କିଛିଦିନ ପରେ ତାରିଖ ଘୋଷଣା ହେବ । ହେଲେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୨୦୧୯ ନିର୍ବାଚନ ଭଳି ୨୦୨୪ ନିର୍ବାଚନ ପାଇଁ ବିଜେଡିକୁ ପ୍ରମୁଖ ବିରୋଧୀ ଭାବେ ଗ୍ରହଣ କରୁନାହିଁ । ବିଜେଡିକୁ ପରୋକ୍ଷରେ ଏକ ଅଘୋଷିତ ସହଯୋଗୀ ଦଳ ଭାବେ ଗ୍ରହଣ କରୁଥିବା ପ୍ରମାଣିତ ହେଉଛି । 
୨୦୧୯ ନିର୍ବାଚନ ପୂର୍ବରୁ ଓ ସେ ସମୟରେ ମୋଦୀ ଓ ଅମିତ୍ ଶାହାଙ୍କ ସମେତ ବରିଷ୍ଠ ନେତାମାନେ ଓଡ଼ିଶା ଆସି ବିଜେଡି ବିରୋଧରେ ପ୍ରବଳ ବିଶୋଦଗାର କରୁଥିଲେ । ହେଲେ ଏଥର ସେ ସ୍ଥିତି ବଦଳି ଯାଇଛି ।

ଏଥର ନିର୍ବାଚନ ପାଇଁ ବିଜେପିର ରାଜ୍ୟ ନେତୃବୃନ୍ଦମାନେ ଅନେକ ସମାଲୋଚନା ବିଜେଡିକୁ କରୁଥିଲାବେଳେ କେନ୍ଦ୍ରୀୟ ନେତାଙ୍କ ଭିନ୍ନ ମତ ଦେଖାଯାଉଛି । ଉଭୟ ବୁଝାମଣା ଭିତିରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ସୂଚନା ମିଳୁଛି । ମୋଦୀଙ୍କ ଏ ଗସ୍ତ ଉପରେ ଅନେକ ଆଶା କରାଯାଉଥିଲା । ରାଜ୍ୟ ନେତମାନେ ଯେଉଁ କଥା କହୁଥିଲେ ତାହା କାର୍ଯ୍ୟ କ୍ଷେତ୍ରରେ ଦେଖାଗଲା ନାହିଁ । ଅନ୍ୟପକ୍ଷରେ ସମାଲୋଚନା କରିବା ତ ଦୂରର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ବଡ଼ ସାର୍ଟିଫିକେଟ୍ ଦେଲେ । 

ନବୀନଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କାର୍ଯ୍ୟକ୍ରମରେ ସମ୍ବୋଧନ କଲେ । ଗତ ୩ ତାରିଖରେ ସମ୍ବଲପୁର ଏକ ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କୁ ତାଙ୍କର ପ୍ରିୟ ମିତ୍ର ବା ଅନ୍ତରଙ୍ଗ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ । ଏଥର ଆଉପାଦେ ଆଗକୁ ଯାଇ ନବୀନ ହେଉଛନ୍ତି ଓଡ଼ିଶା ଲୋକଙ୍କର ପ୍ରିୟ ଏକଥା କହିଲେ । ଏଥିରୁ ବିଜେପିର ନବୀନଙ୍କ ପ୍ରତି ଆଭିମୁଖ୍ୟ କ’ଣ ତାହା ଆଉ ଅଛପା ହୋଇ ରହି ନାହିଁ । 

ବିଜେପିର ରାଜ୍ୟ ନେତାମାନେ କେବଳ ଅରଣ୍ୟ ରୋଦନ କରୁଥିବା କଥା କୁହାଯାଉଛି । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଉଦ୍‌ବୋଧନ ବେଳେ ପ୍ରଧାମନ୍ତ୍ରୀଙ୍କୁ ବେଶ୍ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଦେଶକୁ ଏକ ନୂଆ ଦିଗ୍‌ଦର୍ଶନ ଦେଉଛନ୍ତି । ଦେଶକୁ ଅର୍ଥନୈତିକ କ୍ଷେତ୍ରରେ ଶକ୍ତିର ଭଣ୍ଡାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚାଇ ଥିବା ବେଳେ ଏବେ ଭାରତକୁ ତୃତୀୟ ସ୍ଥାନକୁ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏଥିରୁ ମୋଦୀଙ୍କ ପ୍ରତି ନବୀନଙ୍କ ମନୋଭବ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ନିର୍ବାଚନରେ ଦୁଇ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଏବେ ଠାରୁ ସ୍ପଷ୍ଟ ସୂଚନା ମିଳିଲାଣି । ବୁଝାମଣା ଭିତିରେ ନିର୍ବାଚନ ଲଢ଼ିବେ ବୋଲି ଅନେକ ମତ ରଖୁଛନ୍ତି । କାରଣ ନିକଟରେ ବିଜେପି ଯେଉଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ସେଥିରେ ଓଡ଼ିଶା ପାଇଁ କାହାର ନାମ ପ୍ରକାଶ କଲାନାହିଁ । କୌଣସି ସାଂସଦଙ୍କ ନାମ ସ୍ଥାନ ପାଇଲା ନାହିଁ । 
ଏଣୁ ବିଜେପି ଓଡ଼ିଶାରେ ବିଜେଡି ସହ ମେଣ୍ଟ ନକଲେ ବି ବୁଝାମଣା ଭିତିରେ ନିର୍ବାଚନ ଲଢ଼ିପାରେ ବୋଲି ସୂଚନା ମିଳୁଛି । ରାଜ୍ୟସଭା ନିର୍ବାଚନରେ ଗୋଟିଏ ଆସନ ବିଜେପିକୁ ଟେକିଦେଇ ବିଜେଡି ସମ୍ପର୍କ ବଜାଇ ରଖିବାକୁ ଚାହୁଁଥିବାର ସୂଚନା ଦେଇ ସାରିଛି । ବିଜେପିକୁ ଯଦି ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେଡି ଦେଖୁ ଥାଆନ୍ତା ତେବେ ତାହାର ପ୍ରାର୍ଥୀକୁ ଜିତାଇ ନଥା’ନ୍ତା । କାରଣ ଗଣତନ୍ତ୍ରରେ ଏ ଏକ ବିରଳ ଘଟଣା । 

ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପୁଣି ଥରେ ପଠାଇଲା ବେଳେ ବିଜେଡି ଯେଉଁ ମତ ରଖିଲା ସେଥିରେ ବୁଦ୍ଧିଯିବିମାନେ ସହମତ ହେଉ ନାହାଁନ୍ତି । ରେଳ ଓ ଆଇଟି କ୍ଷେତ୍ରରେ ରାଜ୍ୟର ପୁଣି ବିକାଶ ପାଇଁ ସମର୍ଥନ ଦିଆଗଲା ବୋଲି ବିଜେଡି କହିଲା । ଆଉ କିଛି ମାସ ପରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିଲେ ବି ଅଶ୍ୱିନୀ ବୈଷ୍ଣବଙ୍କୁ ଯେ ସେହି ସମାନ ବିଭାଗ ମିଳିବ ବୋଲି ବିଜେଡି କ’ଣ ଗ୍ୟାରେଣ୍ଟି ଦେଇପାରିବ? 

ଏଣୁ ବିଜେପି ସହ ଉତ୍ତମ ବୁଝାମଣା ରଖିବା ପାଇଁ ବିଜେଡିର ଏହି ପଦକ୍ଷେପ ବୋଲି କୁହାଯାଉଛି । ରାଜ୍ୟ ନେତାମାନେ ଯେତେ ବାଡ଼େଇଛାଟି ହେଲେ ବି କେନ୍ଦ୍ରୀୟ ନେତୃବୃନ୍ଦ ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାଁନ୍ତି ବୋଲି ପ୍ରମାଣି ହେଉଛି । କାରଣ ସେମାନେ ଭଲ ଭାବରେ ବୁଝି ସାରିଛନ୍ତି ନବୀନଙ୍କୁ ହଟାଇବା ସମ୍ଭବ ନୁହେଁ ।

ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ଟ୍ରେନର ଲୋକାର୍ପଣ

COASTAL NEWS ODIA 1726

ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ଟ୍ରେନର ଲୋକାର୍ପଣ

କୋଲକାତା - (CNO) ଆମ ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଲୋକାର୍ପଣ ହୋଇଯାଇଛି । ବୁଧବାର ଏହାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 
ଜନସାଧାରଣଙ୍କ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବାକୁ ଉତ୍ସର୍ଗ କରାଯାଇଛି । ଏହା ସହିତ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ଉଦଘାଟନ କରାଯିବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।



ଏହି ମେଟ୍ରୋ ସେବାର ପ୍ରଥମ ଜନସାଧାରଣ ଯାତ୍ରା ମଧ୍ୟ କରିବେ। ପିଏମ ମୋଦୀଙ୍କ ଉଦଘାଟନ ପରେ ବର୍ତ୍ତମାନ ସାଧାରଣ ଲୋକମାନେ ଅଣ୍ଡର ୱାଟର ମେଟ୍ରୋରେ ଯାତ୍ରା କରିପାରିବେ । ଏହି ମେଟ୍ରୋ ହାଓ୍ୱଡା ମଇଦାନ ଏବଂ ଏସପ୍ଲାନେଡ୍ ମଧ୍ୟରେ ଚାଲିବ । 

ଯାତ୍ରୀମାନେ ହୁଗଲି ନଦୀ ପାର କରିବା ପରେ ଟନେଲରେ ନୀଳ ଜଳରାଶିର ମଜା ନେବେ । ପୂର୍ବ-ପଶ୍ଚିମ ମେଟ୍ରୋ କରିଡରକୁ ୨୦୦୮ରେ କେନ୍ଦ୍ରରେ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାର ସବୁଜ ସଙ୍କେତ ଦେଇଥିଲେ । ୨୦୦୯ରେ ଏହାର ମୂଳଦୁଆ ପଡିଯାଇଥିଲା ।



ହାଓ୍ୱଡା ମେଟ୍ରୋ ଷ୍ଟେସନ ହେଉଛି ପୂର୍ବ-ପଶ୍ଚିମ କୋଲକାତା ମେଟ୍ରୋ କରିଡରର ଗଭୀରତମ ଷ୍ଟେସନ୍ । ଏହି ଷ୍ଟେସନର ଉଚ୍ଚତା ପ୍ରାୟ ୧୦ ମହଲା କୋଠା ପରି । ଏହା ହେଉଛି ଦେଶର ସବୁଠାରୁ ଗଭୀର ମେଟ୍ରୋ ଷ୍ଟେସନ ।

କୋଲକାତା ମେଟ୍ରୋ ଜେନେରାଲ ମ୍ୟାନେଜର ପି ଉଦୟ କୁମାର କହିଛନ୍ତି ଯେ 'କୋଲକାତା ମେଟ୍ରୋ ସମସ୍ତ ତିନୋଟି ମେଟ୍ରୋ ବିଭାଗରେ ବ୍ୟବସାୟିକ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ । ତେବେ ଏହାର ଉଦ୍‌ଘାଟନ ପରେ ପର୍ଧାନମନ୍ତ୍ରୀ ନିଜେ ସ୍କୁଲ ପିଲାଙ୍କ ସହ ଯାତ୍ରା କରିଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...