AFFILIATE MARKETING

https://binomo.com?a=90810425bb57&t=0

Friday, December 29, 2023

*ଖବର ଆଜିର*

COASTAL NEWS ODIA 1618

*ଖବର ଆଜିର* 
*ତାରିଖ ୨୯/୧୨/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ନିଯୁକ୍ତି ପାଇଲେ ୨୪୭୩ ଚିକିତ୍ସାଧିକାରୀ , ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଚେଷ୍ଠା କର:ପାଣ୍ଡିଆନ୍।*

*୨-ଭୁବନେଶ୍ୱର: ଶିତ କମିଛି,୧୬ ଜିଲ୍ଲାକୁ ଘନ କୁହୁଡି ସତର୍କତା।*

*୩-ନନ୍ଦପୁର:ପାତାଳିରେ ବୁଡିଲା ଦେଶୀ ଡଙ୍ଗା,ଜଣେ ମୃତ,୪ ନିଖୋଜ।*

*୪-ଆନନ୍ଦପୁର: ବଣଭୋଜି ବସ୍ ଦୁର୍ଘଟଣାଗ୍ରସ୍ତ,୨୦ ଛାତ୍ର ଆହତ,୨ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର।*

*୫-SCBରେ ରୋଗୀ ସେବା ବ୍ୟାହତ, ୮ଦିନ ହେବ ଅଚଳ ଜରୁରୀ କାଳୀନ ବିଭାଗ ଲିଫ୍ଟ।*

*୬-ନୂଆ ବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼,୩୧ ରାତି ସାରା ମନ୍ଦିର ଖୋଲା।*

*୭-ଢେଙ୍କାନାଳ ଅନନ୍ତ ଶୟନ କ୍ଷେତ୍ରର ବିକାଶ ଓ ଉନ୍ନୟନ ପାଇଁ ଅର୍ଥ ମଞ୍ଜୁର, ଧନ୍ୟବାଦ ସଭାରେ ଯୋଗଦେଲେ 5-T ଅଧ୍ୟକ୍ଷ।*

*୮-ବଲାଙ୍ଗୀର:ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ, ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା।*

*୯-ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ୍।*

*୧୦-ପୁରୀ:ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି।*

*୧୧-ନୂଆ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ କମିଶନରେଟ୍ ପୋଲିସର ଏନ୍‌କାଉଣ୍ଟର।*

*୧୨-ଭୁବନେଶ୍ୱର:OJS ରେଜଲ୍ଟ; କିଟ୍ ର ତିନି ଛାତ୍ରୀ ପାଇଲେ ସଫଳତା।*

*୧୩-ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ।*

*୧୪-କେନ୍ଦ୍ରାପଡାର ଗୋବରୀ ନଦୀ ତିନିମୁହାଣୀ ଛକ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ।*

*୧୫-ବାଲିଗୁଡ଼ା:ଏସିଡ୍ ଆକ୍ରମଣରେ ବାପ-ପୁଅଙ୍କ ସମେତ ୩ ଆହତ, ଆକ୍ରମଣକାରୀକୁ କାବୁ କଲେ ସ୍ଥାନୀୟ ଲୋକେ।*

*୧୬-ରଙ୍ଗିନ ପୋଷ୍ଟରରେ ଝଲସୁଛି ଅଯୋଧ୍ୟା, ସହରରେ ମଦ ଓ ମାଂସ ବିକ୍ରି ନିଷିଦ୍ଧ।*

*୧୭-ନୂଆ ଦିଲ୍ଲୀ:ଅଟା, ଡାଲି ପରେ ଚାଉଳ ଦରରେ ମିଳିବ ଆଶ୍ୱସ୍ତି, ୨୫ ଟଙ୍କାରେ କିଲେ ଚାଉଳ ବିକ୍ରି କରିବେ ସରକାର !*

*୧୮-ଜୋମାଟୋକୁ ୪୦୧ କୋଟିର ଜିଏସ୍‌ଟି ନୋଟିସ୍, କମ୍ପାନି କହିଲା- ଆଇନଗତ ଉପାୟରେ ଦେବୁ ଉତ୍ତର।*

*୧୯-କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ।*

*୨୦-ଅଯୋଧ୍ୟା ଯିବେ ମୋଦୀ, ଉଦଘାଟନ କରିବେ ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନ୍।*

*୨୧-୯୬ ଲକ୍ଷ ତୀର୍ଥଯାତ୍ରୀ ପରିଦର୍ଶନ କଲେ ବୈଷ୍ଣୋଦେବୀଙ୍କ ପବିତ୍ର ଗୁମ୍ଫା।*

Thursday, December 28, 2023

ଆଜିର ରାଶିଫଳ

COASTAL NEWS ODIA 1617

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୮ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌷ମେଷ🌷
👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*
*✧═════•❁❀❁•═════✧*
*🌷ବୃଷ🌷
👉: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌷
👉: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷କର୍କଟ 🌷
👉: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*
*✧═════•❁❀❁•═════✧*
*🌷ସିଂହ🌷
👉: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷
👉: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*
*✧═════•❁❀❁•═════✧*
*🌷ତୁଳା🌷
👉: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବିଛା🌷
👉: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷ଧନୁ🌷
👉: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।*
*✧═════•❁❀❁•═════✧*
*🌷ମକର🌷
👉: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*
*✧═════•❁❀❁•═════✧*
*🌷କୁମ୍ଭ🌷
👉: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*
*✧═════•❁❀❁•═════✧*
*🌷ମୀନ🌷
👉: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।*
*✧═════•❁❀❁•═════✧*

Wednesday, December 27, 2023

ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା

COASTAL NEWS ODIA 1616

A stampede-like situation occurred in the Sri Jagannath temple in Puri on Friday because of overcrowding of devotees during the Mangal Aalati ritual at early morning.
 ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା



ପୁରୀ - (CNO) ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ପୁରୀ ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା । ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହୋଇଗଲେ ମହିଳା ଶ୍ରଦ୍ଧାଳୁ। ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। ତେବେ ବ୍ୟାରିକେଡ୍‌ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଛନ୍ତି ଭକ୍ତ ।

ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉ ନ ଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ ହୋଇଛି ।

ପୁରୀ ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯାତ୍ରୀମାନଙ୍କର ମୌଳିକ ସୁଖ ସୁବିଧା ପାଇଁ କୌଣସି ବ୍ୟବସ୍ତା କରାଯାଉନାହଁ l

INDIA vs SOUTH AFRICA FIRST TEST MATCH : ରାହୁଲଙ୍କ ଜବରଦସ୍ତ ଶତକ, ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

COASTAL NEWS ODIA 1615

INDIA vs SOUTH AFRICA FIRST TEST MATCH : 
ରାହୁଲଙ୍କ ଜବରଦସ୍ତ ଶତକ, ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ 



ନୂଆଦିଲ୍ଲୀ - (CNO) ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୨୪୫ ରନରେ ପାଇଁ ଆଉଟ୍ ହୋଇଛି । ଆଜି (27 ଡିସେମ୍ବର) ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ସବୁଠାରୁ ଚିତାକର୍ଷକ ଥିଲା କେ.ଏଲ୍ ରାହୁଲଙ୍କ ଶତକ । ରାହୁଲ, ଜେରାଲ୍ଡ କୋଟଜୀଙ୍କୁ ଛକା ମାରି ଅଷ୍ଟମ ଶତକ ହାସଲ କରିଥିଲେ । ବିଶେଷ କଥା ହେଉଛି ତାଙ୍କର ଶେଷ ଟେଷ୍ଟ ଶତକ ମଧ୍ୟ ୨୬ ଡିସେମ୍ବର ୨୦୨୧ରେ ସେଞ୍ଚୁରିଅନରେ ଆସିଥିଲା । ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ଆକର୍ଷଣ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ବ୍ୟାଟିଂ ଆରମ୍ଭ କରିଛି ।

ଦକ୍ଷିଣ ଆଫ୍ରିକା ଦଳ ପାଇଁ ବ୍ୟାଟିଂ କରିବାକୁ ଟନି ଡି ଜର୍ଜି ଏବଂ ଡିନ୍ ଏଲଗାର ବ୍ୟାଟିଙ୍ଗ କରୁଛନ୍ତି । ଦଳ ମକ୍ରମଙ୍କ ୱିକେଟ ହରାଇଛି ।  ପ୍ରଥମ ୱିକେଟ୍: ଆଡେନ ମାର୍କ୍ରାମ (5), ଆଉଟ୍: ମହମ୍ମଦ ସିରାଜ 1-11 କେ.ଏଲ୍ ରାହୁଲ ତାଙ୍କର ଅଷ୍ଟମ ଶତକ ସ୍କୋର କରିଥିଲେ ଆଜି ମହମ୍ମଦ ସିରାଜ ଜେରାଲ୍ଡ କୋଟଜୀଙ୍କ ପ୍ରଥମ ଶିକାର ହୋଇଥିଲେ। ସମାନ ଓଭରରେ (ସିରାଜ 66 ଓଭରରେ ଆଉଟ୍ ହେବା ମାତ୍ରେ) କେ.ଏଲ୍ ରାହୁଲ ପ୍ରଥମେ ଏହି ଓଭରର ଶେଷ ବଲରେ ନିଜର ଶତକ ପୂରଣ କରିଥିଲେ।  କେ.ଏଲ୍ ରାହୁଲ 95 ରନରେ ଥିଲେ, ସେ 14 ଚୌକା ଓ 4 ଛକା ସହାୟତାରେ 133 ବଲ ସମ୍ମୁଖୀନ ହୋଇ ଶତକ ପୂରଣ କରିଥିଲେ। ତେବେ 4 ଟି ବଲର ସମ୍ମୁଖୀନ ହେବା ପରେ ସେ ନନ୍ଦ୍ରେ ବର୍ଗରଙ୍କ ଦ୍ୱାରା ସ୍ୱଚ୍ଛ ବୋଲିଂ କରିଥିଲେ। କାଗିସୋ ରାବାଡା ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ବୋଲର ହୋଇଛନ୍ତି, ସେ ୫ଟି ୱିକେଟ୍ ନେଇଥିଲେ। ଡେବ୍ୟୁ ମ୍ୟାଚ୍ ଖେଳୁଥିବା ନନ୍ଦ୍ରେ ବର୍ଗରଙ୍କୁ ୩ଟି ୱିକେଟ୍ ମିଳିଥିଲା।


ବର୍ଷା ହେତୁ ପ୍ରଥମ ଦିନରେ 90 ଓଭର ଖେଳାଯାଇ ନ ଥିବାରୁ 98 ଓଭର ଆଜି ଏବଂ ମ୍ୟାଚର ଅବଶିଷ୍ଟ ଦିନରେ ବୋଲିଂ କରାଯିବ। ଟିମ୍ ଇଣ୍ଡିଆ ପ୍ରଥମ ଦିନରେ 59 ଓଭରରେ 208/8 ସ୍କୋର କରିଥିଲା। ମ୍ୟାଚର ପ୍ରଥମ ଦିନ ଏହିପରି ଥିଲା RBI କାର୍ଯ୍ୟାଳୟକୁ ବିଷ୍ପୋରଣରେ ଉଡାଇଦେବା ଧମକ ମାମଲାରେ ୩ ଗିରଫ, ତଦନ୍ତ ଜାରି ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ 8 ୱିକେଟ୍ ହରାଇ 208 ରନ୍ ସଂଗ୍ରହ କରିଥିଲା। ୱିକେଟ୍ କିପର ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା କେ.ଏଲ୍ ରାହୁଲ 70 ରନର ଇନିଂସ ଖେଳି ଟିମ୍ ଇଣ୍ଡିଆର ଦାୟିତ୍ଵ ଗ୍ରହଣ କରିଥିଲେ । 24 ରନ୍ ମଧ୍ୟରେ କ୍ୟାପଟେନ ରୋହିତ ଶର୍ମା (5), ଯଶାସଭି ଜୟ ସୱାଲ (17), ଶୁବମାନ ଗିଲ (2) ଆଉଟ୍ ହୋଇଥିଲେ । ଶ୍ରେୟସ୍ ଆୟର (31) ଏବଂ ବିରାଟ କୋହଲି (38) ମଧ୍ୟ ସେମାନଙ୍କର ଇନିଂସ ଲମ୍ବା କରିପାରି ନଥିଲେ।

CHSE EXAMINATION DOWNLOAD ```ADMITCARD`` ଯୁକ୍ତ ଦୁଇ ପରୀକ୍ଷା; ଆଜିଠାରୁ ମିଳିବ ଆଡମିଟ୍ କାର୍ଡ

COASTAL NEWS ODIA 1614

CHSE EXAMINATION DOWNLOAD ```ADMITCARD``
www.samsodisha.gov.in
 ଯୁକ୍ତ ଦୁଇ ପରୀକ୍ଷା; ଆଜିଠାରୁ ମିଳିବ ଆଡମିଟ୍ କାର୍ଡ


ଭୁବନେଶ୍ବର - (CNO) ନୂଆବର୍ଷ ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ । ତେବେ ଏହା ଭିତରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ କାର୍ଡ ଆଣିବେ । 

ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆସନ୍ତା ୪୧ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପହଞ୍ଚିବ । ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତରଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ତାହାକୁ ଭଲ ଭାବେ ଯାଞ୍ଚ କରିବେ । ଯଦି କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତା‌ରେ ତ୍ରୁଟି ରହିଥିବ ତେବେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍‌ କରି ଜଣାଇବେ । ପରୀକ୍ଷା ସରିବା ପରେ ମଧ୍ୟ ପ୍ରଶ୍ନପତ୍ର ଓ ପ୍ୟାକେଟ୍‌ ସାମଗ୍ରୀକୁ ସେମାନେ ସାଇତି ରଖିବେ । 


ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ସାମ୍ସ ୱେବସାଇଟ www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତୃପକ୍ଷ  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସମସ୍ତ କଲେଜକୁ ଅବଗତ କରାଇଛି । ଆଡମିଟ୍ କାର୍ଡ ଡାଉନଲୋଡ ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରିବେ କଲେଜ କତୃପକ୍ଷ ।  ଆଡମିଟ କାର୍ଡ ରେ କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କର୍ତୃପକ୍ଷ ମେଲ ଜରିଆରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

SIMILIPAL NATIONAL PARK OPENING TODAY FOR TOURISTS ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

COASTAL NEWS ODIA 1613

SIMILIPAL NATIONAL PARK IS OPENING TODAY FOR TOURISTS 
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ 


ଶିମିଳିପାଳ - (CNO) ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ତେବେ ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଉଲ୍ଲାସ ଦେଖିବାକୁ ମିଳିଛି । ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । 

ଶିମିଳିପାଳ ବିକାଶ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ ।  

ଶିମିଳିପାଳ ଜୈବମଣ୍ଡଳ ର ଆୟତନ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ ।ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି । ସମୁଦ୍ର ପତ୍ତନ ଠାରୁ ଶିମିଳିପାଳ ର ହାରାହାରି ଉଚ୍ଚତା ହେଉଛି ୯୦୦ ମି. । 

ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ଗଛ ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ,ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣଷ ଇତ୍ୟାଦି । ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳ ରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.) ର ଦୃଶ୍ୟ ଅତୀବ ମନୋରମ ।

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ

COASTAL NEWS ODIA 1612

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ


ଆଳି - (CNO )  ଗୁ ହାଳରେ ଦିଆଯାଇଥିବା ଧୂଆଁରେ ଅଣନିଶ୍ଵାସୀ ହୋଇ ୫ଟି ଗୋରୁ ଙ୍କର ମୃତ୍ୟୁ
ଘଟିଛି। ଏହାକୁ ନେଇ ସ୍ଥାନୀୟ
ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ,
ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର
ପଞ୍ଚାୟତ ଗୋପାଳପୁର ଗ୍ରାମର ସନ୍ନ୍ୟାସୀ
ପଣ୍ଡା ସୋମବାର ସନ୍ଧ୍ୟାରେ ସବୁଦିନ ପରି
ତାଙ୍କ ଗାଈ ବାଛୁରୀଙ୍କୁ ଗୁହାଳରେ ବାନ୍ଧି
ମଶା ନଲାଗିବା ନିମନ୍ତେ ଧୂଆଁ ଦେଇଥିଲେ।
ରାତି ପ୍ରାୟ ୩ଟା ବେଳେ ସବୁଦିନ ଭଳି
ସେ ଆସି ଗୁହାଳ କବାଟ ଖୋଲିଥିଲେ।
ସେତେବେଳକୁ ଘଷିଗଦାରେ ନିଆଁ ଲାଗି
ଗୁହାଳଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିବା
ବେଳେ ଏଥରେ ଅଣନିଶ୍ଵାସୀ ହୋଇ
ଗୁହାଳରେ ଥିବା ୪ଟି ଗାଈଙ୍କର ମୃତ୍ୟୁ
ଘଟିଥିବା ବେଳେ ଛୋଟ ବାଛୁରୀଟି ଛଟପଟ
ହେଉଥିବା ଦେଖିଥିଲେ। ବାଛୁରୀକୁ
ବାହାରକୁ ନେଇ ଆସିବାର କିଛି ସମୟ
ପରେ ତା’ର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା।
ଗ୍ରାମବାସୀ ନିଆଁ ଲିଭାଇଥିବା ବେଳେ
ଦମକଳ ମଧ୍ୟ ଆସି ପହଞ୍ଚିଲା । ଏଭଳି
ଦୁଃଖଦ ଖବର ପ୍ରଚାରିତ ହେବା ପରେ
ଗ୍ରାମବାସୀ ଘଟଣା ସ୍ଥଳରେ ରୁଣ୍ଡ ହୋଇ
ଯାଇଥିଲେ। ଖବର ପାଇ ନରେନ୍ଦ୍ରପୁର
ସରପଞ୍ଚଙ୍କ ପ୍ରତିନିଧି ବଂଶୀଧର ସ୍ୱାଇଁ, ଯୁବ
ସମାଜସେବୀ ଅବିନାଶ ଦାସ, ଦେବାଶିଷ
ମଲ୍ଲିକ ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ
ସାଙ୍ଗନା ଦେବା ସହିତ ସରକାରୀ ସ୍ତରରୁ
ସନ୍ନ୍ୟାସୀଙ୍କୁ ସହାୟତା ଯୋଗାଇ ଦେବାକୁ
ଦାବି କରିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ
ତହସିଲଦାର ମାନସ ସ୍ବାଇଁ ପହଞ୍ଚି ଘଟଣାର
ତଦନ୍ତ କରିଥିଲେ। ସରକାରୀ ସ୍ତରରେ
ଯାହା ସମ୍ଭବ କ୍ଷତିଗ୍ରସ୍ତ ପରିବାରକୁ ଯୋଗାଇ
ଦିଅଯିବ ବୋଲି ଶ୍ରୀ ୱାଇଁ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସନ୍ନ୍ୟାସୀଙ୍କର ଦୁଇ
ଜଣ ଦିବ୍ୟାଙ୍ଗ ଝିଅ ଥିବା ବେଳେ ସେ
ପୂଜାପାଠ କରିବା ସହିତ ଗାଈ ପାଳନ
କରି ପରିବାର ପ୍ରତିପୋଷଣ କରୁଥିଲେ।

Tuesday, December 26, 2023

ଆଜିର ରାଶିଫଳ

COASTAL NEWS ODIA 1611

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୭ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର* 

 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
  *✧═════•❁❀❁•═════✧*
*🌷ମେଷ🌹
👉:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*
*✧═════•❁❀❁•═════✧*

*🌷ବୃଷ🌹
👉:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।* 
*✧═════•❁❀❁•═════✧*

*🌷ମିଥୁନ🌹
👉:-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 
*✧═════•❁❀❁•═════✧*

*🌷କର୍କଟ🌹
👉:-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌷ସିଂହ🌹
👉:-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*

*✧═════•❁❀❁•═════✧*
*🌷କନ୍ୟା🌹
👉:-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*
*✧═════•❁❀❁•═════✧*

*🌷ତୁଳା🌹
👉:-ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।କୌଣସି କାମ ସ୍ଥଗିତ ରହିବ ନାହିଁ କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌷ବିଛା🌹
👉:-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ଧନୁ🌹
👉:-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌷ମକର🌹
👉:-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ସହ ଏହାକୁ ସଫଳକରିବାର ମଉକା ପାଇପାରିବେ।*

*✧═════•❁❀❁•═════✧*
*🌷କୁମ୍ଭ🌹
👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।*

*✧═════•❁❀❁•═════✧*
*🌷ମୀନ🌹
👉:-ଆଜିର ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

ଶ୍ରୀ ଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

COASTAL NEWS ODIA 1610

ଶ୍ରୀ ଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା


ଆଳି - (CNO) ଶ୍ରୀଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ରତ୍ନାକର ବାରିକଙ୍କ ୨୬ ତମ ତିରୋଧାନ ଦିବସ ଉତ୍ସବରେ ଯୁବ ସାମ୍ବାଦିକ ବନମାଳୀ ସାହୁଙ୍କୁ ସମୃଦ୍ଧିତ କରାଯାଇଛି। ଟ୍ରଷ୍ଟର ସଭାପତି ଦମନ ମହାନ୍ତି ଓ ଉପସଭାପତି ରଶ୍ମିରଞ୍ଜନ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବର ଅତିଥି ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମୋହିନୀ ମା’, ଶାନ୍ତି ମା, ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ, ଗୋଷ୍ଟେଶ୍ୱର ମହାଦେବ ମନ୍ଦିରର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ଓ ପୂର୍ବତନ ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ, ସେନା କର୍ମଚାରୀ ବ୍ରଜ କିଶୋର ସାହୁ ଓ ମଞ୍ଚ ପରିଚାଳକ ସଞ୍ଜୀବ କୁମାର ତରାଇ ପ୍ରମୁଖ ଶ୍ରୀ ସାହୁଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଥିଲେ ।

Monday, December 25, 2023

କୋବି ପାଇଁ ମା’କୁ ମାଡ ଘଟଣା, ଗିରଫ ହେଲା ନିଷ୍ଠୁର ପୁଅ

COASTAL NEWS ODIA 1609

କୋବି ପାଇଁ ମା’କୁ ମାଡ ଘଟଣା, ଗିରଫ ହେଲା ନିଷ୍ଠୁର ପୁଅ 



କେନ୍ଦୁଝର - (CNO) କୋବି ଚୋରି ଅଭିଯୋଗରେ  ମା'କୁ ଖୁଣ୍ଟିରେ ବାନ୍ଧି ବାଡେଇବା ଘଟଣା । ଆଜି ନୁଷ୍ଠୁର ପୁଅକୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ । ତେବେ ଏହି ଖବରଟି ଫଟୋ ସହ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ଖବର ଅନୁଯାୟୀ  କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରସପାରି ଗାଁର ଶତ୍ରୁଘ୍ନ ମହନ୍ତ ନିଜ ମା'ସୁଭଦ୍ରା ମହନ୍ତଙ୍କୁ କୋବି ଚୋରି ଅଭିଯୋଗରେ ପ୍ରଥମେ ନିର୍ମମ ଭାବେ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ଘର ବାହାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ବର୍ତ୍ତମାନ ସୁଭଦ୍ରା ମହନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।  

ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିବା ବୃଦ୍ଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ତରଫରୁ ଆକ୍ସନ ନେଇଥିଲା ଏବଂ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲା । ସୁଭଦ୍ରାଙ୍କ ବଡ଼ ପୁଅ କରୁଣାଙ୍କ ଏକ ଅଜଣା ରୋଗରେ ମୃତ୍ୟୁ ହେବା ପରେ ସେ ସାନ ପୁଅ ସହ ରହୁଥିଲେ ।

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1608

*ସଂକ୍ଷିପ୍ତ ସମ୍ବାଦ * 
*ତାରିଖ ୨୫/୧୨/୨୩, ସୋମବାର*



*୧-ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ;୨୬ରୁ ଦେଶର ପ୍ରମୁଖ ଦେବପୀଠକୁ ଯିବ ନିମନ୍ତ୍ରଣ।*

*୨-କମିଲା ଶୀତ:ଘନ କୁହୁଡି ପାଇଁ ୨୦ ଜିଲ୍ଲାକୁ ଆଲର୍ଟ ଜାରି।*

*୩-ବିନା ପ୍ଲାଷ୍ଟିକ ବ୍ୟବହାରରେ ବଣଭୋଜି କର; ମୁଖ୍ୟ ଶାସନ ସଚିବଙ୍କ ଆହ୍ବାନ : ସମସ୍ତେ ଗ୍ରୀନ ପିକନିକ୍ ଆମ୍ବଆସଡର ହୁଅ।*

*୪-ବାରଙ୍ଗ: ପ୍ରାଣୀ ଉଦ୍ୟାନରେ ଅସମ୍ଭାଳ ଭିଡ଼,ବୁଲିଲେ ୪୫ ହଜାର ପର୍ଯ୍ୟଟକ। ମାଙ୍କଡ କାମୁଡାରେ ୮ ପର୍ଯ୍ୟଟକ ଆହତ।*

*୫-କଲିକତା:ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅଙ୍କ ବାଜିମାତ, ମିସ୍ ଇଣ୍ଡିଆ ପ୍ରତିଯୋଗିତାର ମୁକୁଟ ବିଜୟିନୀ ହେଲେ ଅୟନା ରାଉତରାୟ।*

*୬-ସାକ୍ଷୀଗୋପାଳ:ଭି.କେ. ପାଣ୍ଡିଆନଙ୍କ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ; ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ।*

*୭-ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ ପବରେ ଚାଲିଛି ଯାଂଚ।*

*୮-ଆଜି ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି,ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି।*

*୯-ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ।*

*୧୦-ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି ୧୬ଜଣଙ୍କ ଜୀବନ।*

*୧୧-କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ।*

*୧୨-ବାଲିଗୁଡା:କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ୨ ଯବାନ ଆହତ।*

*୧୩-ବିବାଦ ପରେ ମୁହଁ ଖୋଲିଲେ ୟୁ-ଟ୍ୟୁବର କାମିୟା ଜାନି, କହିଲେ- ମୁଁ କେବେବି ବିଫ୍‌ ଖାଇନାହିଁ।*

*୧୪-ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି।*

*୧୫-ରାଜଧାନୀରେ ଆତଙ୍କ, ଭୁବନେଶ୍ବର ଏୟାରପୋର୍ଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ।*

*୧୬-ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ, ଗାଈକୁ ମାରି ଖାଇଲା ମହାବଳ।*

*୧୭-ଛତିଶଗଡ଼:ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୩ ମାଓବାଦୀ ମୃତ।*

*୧୮-ଦେବଗଡ଼:ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ସମେତ ୪ ଅଭିଯୁକ୍ତ ଗିରଫ।*

*୧୯-ମହିଳା ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଭାରତ,୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ।*

*୨୦-ଜାକର୍ତ୍ତା:ଇଣ୍ଡୋନେସିଆ ନିକେଲ କାରଖାନାରେ ବିସ୍ଫୋରଣ, ୧୩ ମୃତ।*

.               

ବାକ୍ ଶକ୍ତି ବନ୍ଦ କରିଦେଇ ପାରେ କରୋନା , ବଢ଼ିଲା ଚିନ୍ତା

COASTAL NEWS ODIA 1607

ବାକ୍ ଶକ୍ତି ବନ୍ଦ କରିଦେଇ ପାରେ କରୋନା , ବଢ଼ିଲା ଚିନ୍ତା 


ନୂଆଦିଲ୍ଲୀ - (CNO) ଦିନକୁ ଦିନ କରୋନା ସଂକ୍ରମଣ ଅତ୍ୟନ୍ତ ବିପଜ୍ଜନକ ହୋଇପଡୁଛି । କୋଭିଡ୍ 19 ସଂକ୍ରମଣ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ବିପଦ ସୃଷ୍ଟି କରୁଛି । ଆଜି ପୁଣି କେରଳରେ କରୋନା ଆଉ ଜଣଙ୍କର ଜୀବନ ନେଇଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ କରୋନା ଆପଣଙ୍କ କଥା କହିବା ଶକ୍ତିକୁ ମଧ୍ୟ ଛଡ଼ାଇ ନେଇପାରେ | 
ଆମେରିକାରେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ କିଛି ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ ପାଇଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ସଂକ୍ରମଣ କେବଳ ସ୍ୱାଦ ଏବଂ ଗନ୍ଧ ନୁହେଁ ବରଂ କଥା କହିବା ଶକ୍ତିକୁ ମଧ୍ୟ ଦୂର କରିପାରେ । କୋଭିଡ୍ 19 ହେତୁ ଭୋକାଲ୍ କର୍ଡ ପକ୍ଷାଘାତର ପ୍ରଥମ ମାମଲା ମଧ୍ୟ ସାମ୍ନାକୁ ଆସିଛି | 

ଆମେରିକାର ମାସାଚୁସେଟ୍ସ ଚକ୍ଷୁ ଏବଂ କର୍ଣ୍ଣ ହସ୍ପିଟାଲର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ସଂକ୍ରମଣ ସ୍ନାୟୁ ପ୍ରଣାଳୀ କିମ୍ବା ନ୍ୟୁରୋପାଥିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏହି କାରଣରୁ, ଭୋକାଲ୍ କର୍ଡରେ ପକ୍ଷାଘାତର ଏକ ମାମଲା ଦେଖିବାକୁ ମିଳିଛି | ପେଡିଆଟ୍ରିକ୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ୟାନ୍ୟ ଗୁରୁତର ସମସ୍ୟା ବିଷୟରେ ସତର୍କ କରାଯାଇଛି। । 

ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁଣମ ଖେତରପାଲ ସିଂ କହିଛନ୍ତି କରୋନା ଭାଇରସ କ୍ରମାଗତ ଭାବରେ ବିକଶିତ ତଥା ପରିବର୍ତ୍ତିତ ହୋଇ ବିଶ୍ୱର ସମସ୍ତ ଦେଶରେ ବ୍ୟାପୁଛି । ଯଦିଓ ସାମ୍ପ୍ରତିକ ପ୍ରମାଣରୁ ଜଣାପଡିଛି ଜେଏନ.୧ ଜନସ୍ବାସ୍ଥ୍ୟ ପାଇଁ ସାମାନ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି ଏହାର ଭାଇରସର ବିବର୍ତ୍ତନ ଉପରେ ନଜର ରଖି ସେହି ଅନୁଯାୟୀ ଆମର ପ୍ରତିକ୍ରିୟାକୁ ଅନୁକୂଳ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଦେଶଗୁଡିକ ପାଇଁ ତଦାରଖ ଏବଂ ଜେନୋମ କ୍ରମକୁ ମଜବୁତ କରିବା ଏବଂ ତଥ୍ୟ ମଧ୍ୟ ଅଂଶୀଦାର କରିବା ଆବଶ୍ୟକ । 

ଭାରତରେ କରୋନାଭାଇରସ ରୋଗର କ୍ରମାଗତ ବୃଦ୍ଧି ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି । ଓଡ଼ିଶାରେ କରୋନାର ପଦଧ୍ୱନି ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛି l ସାବଧାନ ହୁଅ ସତର୍କତା ଅବଲମ୍ବନ କରିବା ରେ କରୋନା କୁ ରୋକା ଯାଇପାରିବ l

ଦ୍ୱାରକାରେ ଆହିର ସମାଜର ୩୭ ହଜାର ମହିଳାଙ୍କ ମହାରାସ

COASTAL NEWS ODIA 1606

ଦ୍ୱାରକାରେ ଆହିର ସମାଜର ୩୭ ହଜାର ମହିଳାଙ୍କ ମହାରାସ 



ଗୁଜରାଟ - (CNO) ଗୁଜରାଟ ଦ୍ୱାରକାରେ ଆହିର ସମାଜର ମହିଳାଙ୍କ ମହାରାସ। ୩୭ ହଜାର ମହିଳା ଏକାଠି ହୋଇ ରାସ କରିଥିଲେ। ଦ୍ୱାରକା ନାଗେଶ୍ୱର ରୋଡ୍‌ ରୁକ୍ମିଣ ମନ୍ଦିର ସାମ୍ନାରେ ୩୭ ହଜାର ମହିଳା ସକାଳ ୮ଟାରେ ପାରମ୍ପରିକ ବସ୍ତ୍ର ପିନ୍ଧି ରାସ ପରିବେଷଣ କରିଛନ୍ତି। ଅଖିଳ ଭାରତୀୟ ମହାରାସ ସଂଗଠନ ତରଫରୁ ଏହାର ଆୟୋଜନ କରାଯାଇଥିଲା। ଦେଶ ବିଦେଶର ହଜାର ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି।


ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ରବଧୁ ଏବଂ ବଣାସୁରର ଝିଅ ଉଷା ରାସ କେଳିଥିଲେ। ଏହା ପରଠାରୁ ଗୁଜରାଟରେ ଗରବାର ଶୁଭାରମ୍ଭ ହୋଇଥିଲା।


Sunday, December 24, 2023

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ଖେଳରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ଚମ୍ପିୟନ

COASTAL NEWS ODIA 1605

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ  ଫାଇନାଲ ଖେଳରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ଚମ୍ପିୟନ



ଆଳି - (CNO) ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ୍ ଖେଳ ରଙ୍ଗାରଙ୍ଗ ଉତ୍ସବ ମୁଖରିତ ପରିବେଶରେ ସମାପନ ହୋଇଯାଇଛି l ଏହି ସଂଘର୍ଷପୂର୍ଣ୍ଣ ଖେଳରେ ରେ ୟୁନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର କୁ  4-3 ଟାଏ ବ୍ରେକର ରେ ହରାଇ ସ୍ପୋର୍ଟ୍ସ ହଷ୍ଟେଲ କଟକ ଚମ୍ପିୟନ ହୋଇଛି l ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ପୋର୍ଟ୍ସ ହଷ୍ଟେଲ କଟକ ର ଡି ସଞ୍ଜୟ ଙ୍କୁ 1000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଓ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ଭାବେ ଗଣ୍ଡରପୁର  କ୍ଳବ ର ଗୋଲକିପର ଫଗୁ ବାସ୍କେ ଙ୍କୁ 2000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l 

ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ତଥା ଆଳି ଏଥଲେଟିକ ଆସୋସିଏସନ ର ସଭାପତି ଶ୍ରୀ ଯୁକ୍ତ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଚମ୍ପିୟାନ ଦଳକୁ 30000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଓ ରନର୍ସ ଅପ ଦଳକୁ 20000 ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭୀଷ୍ମ ମହାନ୍ତି,   ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ, ସନମାନିତ ଅତିଥି ଶ୍ରୀଯୁକ୍ତ ମନୋରଞ୍ଜନ ସାମଲ , ଅଧ୍ୟକ୍ଷ ପଂଚାୟତ ସମିତି ଆଳି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା,  ଶିକ୍ଷାବିତ, ଶ୍ରୀଯୁକ୍ତ ବିଜୟ କୁମାର ସେନାପତି, ଆଳି ଏଥଲେଟିକ ଆସୋସିଏସନ ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ l 

ରେଫରୀ ଜିତେନ୍ଦ୍ର ସ୍ୱାଇଁ, ସୁଦିପ ଦାସ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ପହଲି ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ଖେଳ ପରିଚାଳନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ନିର୍ମଳ ବେହେରା ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ସତ୍ୟ ରଞ୍ଜନ ରାଉତ, ଅରୁଣ ଖଣ୍ଡୁଆଳ , ଗଣେଶ୍ୱର ସାମଲ , ଶରତ ଦାସ, ଇକବାଲ ଖାଁ, ମନୋଜ ମହାନ୍ତି ଏବଂ ଏଥଲେଟିକ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ .

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

COASTAL NEWS ODIA 1604

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି 



ପୁରୀ - (CNO) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ଜୋରଦାର ହେଉଛି ପ୍ରସ୍ତୁତି । ଆସନ୍ତା ଜାନୁଆରୀ 17 ରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର‌ ଅର୍ପଣ କରାଯାଇଥିଲା । ଏହାପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିୟନ୍ତ୍ରଣ ଦିଆଯାଇଛି । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ ପତ୍ର୍ର ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସହ ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଠାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଉତ୍ସବରେ ଉପସ୍ଥିତି ପାଇଁ ନିବେଦନ କରିଛନ୍ତି । ସେଠାରେ ଜଗତଗୁରୁଙ୍କ ସହ ଵିସ୍ତ୍ରୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯାଇଛି । 
 
ଆଗାମୀ ମାସରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଶ୍ରୀକ୍ଷେତ୍ରକୁ ଫେରିବା ପରେ ଗଜପତି ମହାରାଜଙ୍କ ନେତୃତ୍ବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଆଜିର ରାଶିଫଳ

COASTAL NEWS ODIA 1603

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୪ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹ମେଷ🌹
👉  ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
*✧═════•❁❀❁•═════✧*
*🌹ବୃଷ🌹
👉-ଆଜି  ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*
*✧═════•❁❀❁•═════✧*

*🌹 ମିଥୁନ🌹
👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
*✧═════•❁❀❁•═════✧*

*🌹କର୍କଟ🌹
👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
*✧═════•❁❀❁•═════✧*

*🌹ସିଂହ🌹
👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।* 
*✧═════•❁❀❁•═════✧*
*🌹କନ୍ୟା🌹
👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌹
👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।*
*✧═════•❁❀❁•═════✧*

*🌹ବିଛା🌹
👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ  ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹
👉-ଆଜି  ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
*✧═════•❁❀❁•═════✧*

*🌹ମକର🌹
👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
*✧═════•❁❀❁•═════✧*

*🌹କୁମ୍ଭ🌹
👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*

*✧═════•❁❀❁•═════✧*
*🌹 ମୀନ🌹
👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।*
*✧═════•❁❀❁•═════✧*

Saturday, December 23, 2023

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର ଫାଇନାଲ ରେ

COASTAL NEWS ODIA 1602

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ  ଉନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର ଫାଇନାଲ ରେ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଦ୍ଵିତୀୟ ସେମିଫାଇନାଲ ରେ ରାମଧୁନ କ୍ଲବ ସୋନପୁର କୁ  5-0 ଟାଏ ବ୍ରେକର ରେ   ହରାଇ ଉନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର ଫାଇନାଲ ରେ l  ମ୍ୟାନ ଅଫ ଦି ମ୍ୟାଚ ଭାବେ ଗଣ୍ଡରପୁର କ୍ଳବ ର ଗୋଲକିପର  ଫଗୁ ଦାସକେ  ଙ୍କୁ 1000 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l 

ମୁଖ୍ୟ ଅତିଥି ଶ୍ରୀଯୁକ୍ତ କ୍ଷମା ସାଗର ପଣ୍ଡା ସନମାନିତ ଅତିଥି ମିନତୀ ବାରିକ ଉପାଧ୍ୟକ୍ଷା ଆଳି ପଞ୍ଚାୟତ ସମିତି ଉପସ୍ଥିତ ରହି ଖେଳାଳି ମାନଙ୍କୁ  ଉତ୍ସାହିତ କରିଥିଲେ l
ରେଫରୀ ଭାବେ ସୁଦିପ ଦାସ, ଜିତେନ୍ଦ୍ର ସ୍ୱାଇଁ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ

ପୁନଶ୍ଚ କରୋନା ମହାମାରୀର ପଦଧ୍ୱନି

COASTAL NEWS ODIA 1601

ପୁନଶ୍ଚ କରୋନା ମହାମାରୀର ପଦଧ୍ୱନି



ନୂଆଦିଲ୍ଲୀ - (CNO) ପୁନଶ୍ଚ କରୋନା ମହାମାରୀର ପଦଧ୍ୱନି l ପୁଣି ଥରେ କାୟା ବିସ୍ତାର କରିଛି କରୋନା । ଗତ ଏକ ମାସ ମଧ୍ୟରେ ସାରା ବିଶ୍ୱରେ 8.5 ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । WHO କହିଛି ଯେ ଗତ ଚାରି ସପ୍ତାହ ମଧ୍ୟରେ କରୋନା ମାମଲା 52% ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁଯାୟୀ, ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ଯୋଗୁଁ 3 ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ 28 ଦିନ ତୁଳନାରେ ଏହି ଚାରି ସପ୍ତାହରେ ମୃତ୍ୟୁ ମଧ୍ୟ 8% ବୃଦ୍ଧି ପାଇଛି । 

ଡିସେମ୍ବର 17 ପର୍ଯ୍ୟନ୍ତ ସାରା ବିଶ୍ୱରେ 77 କୋଟିରୁ ଅଧିକ ମାମଲା ରୁଜୁ ହୋଇଛି । WHO ଅନୁଯାୟୀ, ଗତ 28 ଦିନ ମଧ୍ୟରେ 118,000 ଲୋକ ସାରା ବିଶ୍ୱରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 1600 ଆଇସିୟୁରେ ଥିବାବେଳେ | ପୂର୍ବ ଦିନ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ 23% ବୃଦ୍ଧି ପାଇଛି । WHO ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟ JN.1 ଯୋଗୁଁ କରୋନାରେ ବୃଦ୍ଧି ଘଟିଛି । କରୋନାର ନୂଆ ଭାଇରସ JN.1 ର ଦ୍ରୁତ ଭାବରେ ସଂକ୍ରମଣ ବଢ଼ିବାରେ ଲାଗୁଛି । 

WHO ପ୍ରକାଶ କରିଛି ଯେ ବର୍ତ୍ତମାନର ଟିକା JN.1 ଏବଂ SARS-CoV-2 ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ରୋଗ ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ। WHO କହିଛି ଯେ ଏହା କ୍ରମାଗତ ଭାବରେ JN.1 ପ୍ରକାର ଉପରେ ନଜର ରଖିଛି | ଟୀକାକରଣ, ମାସ୍କ ପିନ୍ଧିବା ଏବଂ ଦୂରତା ବଜାୟ ରଖିବା ଭଳି ନିୟମ ପାଳନ କରିବାକୁ WHO ଲୋକଙ୍କୁ ପରାମର୍ଶ ଦେଇଛି, ଯାହା ଦ୍ୱାରା କରୋନା ସଂକ୍ରମଣକୁ ଏଡାଯାଇପାରିବ ।କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ WHO ପରୀକ୍ଷା କରିବାକୁ ପରାମର୍ଶ ଦେଇଛି। 

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 752 ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି । ମେ 21 ପରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା । ଏଥି ସହିତ, ସକ୍ରିୟ ମାମଲା ମଧ୍ୟ 3,420 କୁ ବୃଦ୍ଧି ପାଇଛି । ଭାରତରେ ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ ଚାରି ଜଣ ପ୍ରାଣ ହରାଇଛନ୍ତି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ 2 ଜଣ କେରଳର, ଜଣେ ରାଜସ୍ଥାନ ଏବଂ ଅନ୍ୟ ଜଣେ କର୍ଣ୍ଣାଟକର । 

ଓଡ଼ିଶାରେ ପାଦଥାପି ସାରିଛି କରୋନା ଏପର୍ଯ୍ୟନ୍ତ ଜଣେ ରୋଗୀ ଚିହ୍ନଟ ହେବା ରାଜ୍ୟ ସରକାରଙ୍କୁ ଓ ରାଜ୍ୟ ବାସୀଙ୍କୁ ଚିନ୍ତାରେ ପକାଇ ଥିବାବେଳେ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ 5,33,332 ଜଣଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଗୁରୁବାର ଦିନ ସାରା ଦେଶରେ 640 ମାମଲା ଦେଖିବାକୁ ମିଳିଥିଲା ।

Friday, December 22, 2023

ବିଶ୍ୱକୁ ଘାରିଲାଣି କରୋନା ଭୟ

COASTAL NEWS ODIA 1600

ବିଶ୍ୱକୁ ଘାରିଲାଣି କରୋନା ଭୟ


ନୂଆଦିଲ୍ଲୀ - (CNO) ବିଶ୍ୱକୁ ଘାରିଲାଣି କରୋନା ଭୟ । ଇଂଲଣ୍ଡରେ କାୟା ବିସ୍ତାର କରିଛି କରୋନା ପ୍ରତ୍ୟେକ 24 ଜଣରେ ଜଣେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଯାହା ଏବେ ପୁଣି ଚିନ୍ତାର କାରଣ ହୋଇଛି । ଭାଇରସର ନୂତନ JN.1 ଭାରିଆଣ୍ଟ ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି । 

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସ୍ବାମ୍ୟା ସ୍ବାମୀନାଥନ କହିଛନ୍ତି, ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ। ନୂତନ ଭାରିଆଣ୍ଟ ଚିନ୍ତାଜନକ ନୁହେଁ ବୋଲି ବର୍ଣ୍ଣନା କୁହାଯାଇଛି। ଅବଶ୍ୟ, ଏହା ପରେ ମଧ୍ୟ କୋଭିଡର ନୂତନ ଭାରିଆଣ୍ଟ ବିଷୟରେ ଲୋକଙ୍କ ମଧ୍ୟରେ ଭୟ ରହିଛି। ସ୍ବାମୀନାଥନ ଆହୁରି ମଧ୍ୟ କହିଛନ୍ତି, ଆମକୁ ସତର୍କ ରହିବା ଆବଶ୍ୟକ, କିନ୍ତୁ ଆମକୁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଆମର ତଥ୍ୟ ନାହିଁ ଯାହା ଦର୍ଶାଇପାରେ ଯେ JN.1 ଭାରିଆଣ୍ଟ ବିପଜ୍ଜନକ। 

ଏହା ଅଧିକ ନିମୋନିଆ କିମ୍ବା ମୃତ୍ୟୁ ଘଟାଇବ କି ନାହିଁ ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ବର୍ତ୍ତମାନ ଆମକୁ ସାଧାରଣ ପଦକ୍ଷେପ ନେବାକୁ ପଡ଼ିବ।ଭାରତରେ ୫୯୪ ନୂତନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛି। ଏହିପରି ଦେଶରେ କୋଭିଡ ସକ୍ରିୟ ସଂଖ୍ୟା ୨୬୬୯ରେ ପହଞ୍ଚିଛି। କେରଳରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ କରାଯାଇଛି। 

ଭାରତରେ JN.1 ଭାରିଆଣ୍ଟ ରୋଗୀଙ୍କ ସଂଖ୍ୟା ୨୬ ରହିଛି । ନୂଆ ବର୍ଷରେ ନନ୍ଦନକାନନ ଖୋଲା ରହିବ ନା ବନ୍ଦ, ବୁଲିବାକୁ ଆସିବା ପୂର୍ବରୁ ପଢି ନିଅନ୍ତୁ ଏହି ଖବର ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଏବଂ ସ୍କଟଲାଣ୍ଡର ୨୪ ଜଣଙ୍କ ମଧ୍ୟରୁ ଜଣେ କୋଭିଡ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କୋଭିଡ ଦ୍ୱାରା ଲଣ୍ଡନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମଧ୍ୟରୁ ଗୋଟିଏ।ଏଠାରେ JN.1 ଭାରିଆଣ୍ଟ ଦ୍ରୁତ ଗତିରେ ବିସ୍ତାର କରୁଛି । 

ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡର 24 ଜଣଙ୍କ ମଧ୍ୟରୁ ପ୍ରତ୍ୟେକ ଜଣେ ଲେଖାଏ କୋଭିଡରେ ସଂକ୍ରମିତ ହୋଇଛନ୍ତି। କୋଭିଡ ଦ୍ୱାରା ଲଣ୍ଡନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମଧ୍ୟରୁ JN.1 ଭାଇରସ ଦ୍ରୁତ ଗତିରେ ବିସ୍ତାର କରୁଛି | ବ୍ରିଟେନର 'ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି' ଏବଂ 'ଅଫିସ୍ ଅଫ୍ ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ'ର ମିଳିତ ରିପୋର୍ଟରେ କୁହାଯାଇଛି ଯେ 18 ରୁ 44 ବର୍ଷ ବୟସର ଲୋକମାନେ କୋଭିଡର ସବୁଠାରୁ ବଡ ଶିକାର ହେଉଛନ୍ତି। 

ରିପୋର୍ଟରେ କୁହାଯାଇଛି ଯେ କୋଭିଡ ରୋଗରେ ବୃଦ୍ଧି ହେବାର କାରଣ ହେଉଛି ଥଣ୍ଡା ତାପମାତ୍ରା, ସ୍ୱଳ୍ପ ଦିନ ଏବଂ ଶୀତ ଋତୁତରେ ଲୋକଙ୍କ ମିଶ୍ରଣ। ଏହି କାରଣରୁ, ଏପରି ଏକ ପରିବେଶ ସୃଷ୍ଟି ହେଉଛି ଯେଉଁଥିରେ କୋଭିଡ ସହଜରେ ବିସ୍ତାର କରୁଛି | ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ କୋଭିଡ୍ର ବିସ୍ତାର ହାର 4.2 ପ୍ରତିଶତ ରହିଛି ।

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ

COASTAL NEWS ODIA 1599

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର  ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ରେ ଫ୍ରେଣ୍ଡ୍ସ ପରଡ଼ାଇସ କ୍ଲବ ଜଟଣୀ କୁ 1  -0 ରେ ହରାଇ ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ . ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ପୋର୍ଟ୍ସ ହଷ୍ଟେଲ କଟକ ର 9 ନମ୍ବର ଜର୍ସି  ପିନ୍ଧିଥିବା ପାରୋ ମୁର୍ମୁ କୁ 1000 ଟଙ୍କା ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା .  

ଅତିଥି ଭାବେ ଶ୍ରୀମତୀ ମିନତୀ ରାଉତ, ଅଧ୍ୟକ୍ଷା ରାଜକନିକା ପଂଚାୟତ ସମିତି, ରାଜକନିକା , ଶ୍ରୀମତୀ ମିନତୀ ଜଗଦେବ , ବ୍ଲକ ଉନ୍ନୟନ ଅଧିକାରୀ  ଆଳି, ଶ୍ରୀମତୀ ରିତାରାଣୀ ପରିଡା , ସରପଞ୍ଚ ଦେମାଳ ଗ୍ରାମ ପଂଚାୟତ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ  ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ , ନିର୍ମଳ ବେହେରା, ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ଗଣେଶ୍ୱର ସାମଲ , ଅରୁଣ ଖଣ୍ଡୁଆଳ , ମନୋଜ ମହାନ୍ତି  ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ . 

ରେଫରୀ ଭାବେ ସୁଦିପ ଦାସ, ଜିତେନ୍ଦ୍ର ସ୍ୱାଇଁ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ . ଆସନ୍ତା କାଲି ର ମ୍ୟାଚ ଉନାଇଟେଡ଼ କ୍ଲବ ଗଣ୍ଡରପୁର  ଭୁବନେଶ୍ୱର ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ .

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1598

*ସଂକ୍ଷିପ୍ତ ସମ୍ବାଦ* 

*ତାରିଖ ୨୨/୧୨/୨୩, ଶୁକ୍ରବାର*



ଭୁବନେଶ୍ବର - (CNO) *୧-ଜାନୁଆରୀ ୧୭ରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରଭୁଙ୍କୁ ଅର୍ପଣ କରାଗଲା ନିମନ୍ତ୍ରଣ ପତ୍ର।*

*୨-ରାଜ୍ୟରେ ଡିସେମ୍ବର ୨୨ ପର ଠାରୁ ଶୀତ କମିବା ସହ କୁହୁଡି ବଢିବ।*

*୩-ନନ୍ଦନକାନନକୁ ଆସିବ ଅଷ୍ଟ୍ରେଲିୟାର କଙ୍ଗାରୁ : ନୂଆ ପ୍ରୋଜେକ୍ଟରେ ଖୋଲିବ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ,ନାଇଟ ସଫାରୀ।*

*୪-୫-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ, ଚଣ୍ଡୀ ମନ୍ଦିର ରୂପାନ୍ତର କାମ ସାରିବାକୁ ନିର୍ଦ୍ଦେଶ।*

*୫-ବୁର୍ଲା ଭୀମସାରରୁ କଟକ ଏସସିବିକୁ ସ୍ଥାନାନ୍ତର ହେଲା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ।*

*୬-ଆଜି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ।ଢେଙ୍କାନାଳର ଯୋରନ୍ଦା ପୀଠରେ ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।*

*୭-ଅପେକ୍ଷାର ଅନ୍ତ ; ଅନୁଭବ-ବର୍ଷା, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି।*

*୮-ବିଏସକେୱାଇର କଳେବର ବୃଦ୍ଧି: ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ, ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭ ପ୍ରତିଶତ ବୃଦ୍ଧି।*

*୯-ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ।*

*୧୦-ଭୁବନେଶ୍ୱର:ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା:ଭାରିଯାନ ଚାଳକଙ୍କ ପାଇଁ କରାଗଲା ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା।*

*୧୧-କଟକ:ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ, ଗୋଟିଏ ବର୍ଷରେ ୧୦ କୋଟି ଟଙ୍କା ଚଳୁ କରିଦେଇଛନ୍ତି ଅଦୃଶ୍ୟ ବ୍ୟକ୍ତି।*

*୧୨-ନୟାଗଡ଼:୨ଟି ପୃଥକ୍  ଘଟଣା; କୂଅରେ ପଡି ୨ ଶିଶୁ କନ୍ୟା ମୃତ।*

*୧୩-ଭୁବନେଶ୍ୱର:ଡିସ୍‌କାଉଣ୍ଟରେ କାର୍ ଦେବାକୁ କହି ୪୦ କୋଟି ଟଙ୍କାର ଠକେଇ, ଠକ ଦମ୍ପତି ଅଟକ।*

*୧୪-କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିଅନସିପ୍ ଉଦଘାଟିତ୍।*

*୧୫-ରାଉରକେଲାରେ ହଇଜା ସ୍ଥିତି ନିୟନ୍ତ୍ରଣଧୀନ ରହିଛି, ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।*

*୧୬-ନୁଆ ଦିଲ୍ଲୀ:ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ସଭାପତି ନିର୍ବାଚିତ।*

*୧୭-କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ।*

*୧୮-ନୂଆ ଦିଲ୍ଲୀ:ଏଣିକି ନକଲି ସିମ୍‌ ପାଇଁ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା;*

*୧୯-ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାରିତ।*

*୨୦-ପାର୍ଲ:ସାମସନଙ୍କ ଶତକ,ଅର୍ଶଦୀପଙ୍କୁ ୪ ଓ୍ବେକେଟ୍, ଦିନିକିଆ ଶୃଙ୍ଖଳା ଜିତିଲା ଭାରତ।*

.                   

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...