AFFILIATE MARKETING

https://binomo.com?a=90810425bb57&t=0

Wednesday, August 23, 2023

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ

 COASTAL NEWS Odia 474

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ


ଆଇଜଲ,୨୩।୮: ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି।

ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ। ଏହି ଘଟଣା ଆଇଜଲଠାରୁ ୨୧କିଲୋମିଟର ଦୂରରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହକୁ ବାହାର କରାଯାଇଥିବା ବେଳେ ଆଉ କିଛି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ

 COASTAL NEWS Odia 473

ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ




ଗୋଆ --ଦୁନିଆରେ ଆଜିବି ଏମିତି କିଛି ଅଦ୍ଭୁତମୟ ରହସ୍ୟ ଦେଖିବାକୁ ମିଳେ। ଯାହା ଆଜିବି ବିଶ୍ଵରେ ରହସ୍ୟ ଘେରରେ ରହିଆସିଛି। ଠିକ ସେମିତି ଆଶ୍ଚର୍ଯ୍ୟକଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଆର ଚର୍ଚ୍ଚରେ।

ଅନେକ ସମୟରେ ରହସ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଏ। କିଛି କିଛି ଜାଗାରେ ସଫଳତା ମିଳେ ଆଉକିଛି ଲୁଚିଯାଏ। ଗୋଆର ଏକ ରହସ୍ୟମୟ କଥା ଏହାର ଏକ ଉଦାହରଣ। ପ୍ରକୃତରେ ଗୋଆର ଚର୍ଚ୍ଚରେ ୪୫୦ବର୍ଷ ହେଲାଣି ଏକ ମୃତ ଶବକୁ  ରଖାଯାଇଛି। କିନ୍ତୁ ସେ ଶବଟି ଏବେବି ସତେଜ ହୋଇକି ରହିଛି। ଶବଟି କୌଣସି ପ୍ରକାରର ନଷ୍ଟ ନ ହୋଇ କିପରି ରହି ପାରିଛି ଏତେ ବର୍ଷ ତାହା ନିଶ୍ଚୟ ଭାବରେ ମନରେ ଆଗ୍ରହ ସୃଷ୍ଟି କରୁଛି। ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରେ ଯେ, ସେହି ଶବଟିରୁ ରକ୍ତ ଝରେ ଆଉ ହଁ ମଣିଷଙ୍କ ପରି ନଖ ମଧ୍ୟ ବଢେ। ଏବେ ଏହା ଆମକୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ ଯେ, ଏ କୋଉ ଭୂତ କି ପ୍ରେତଙ୍କର ଅଲୌକିକ କାଣ୍ଡ ନୁହଁ। ଏହି ଶରୀରଟି ସ୍ପେନର ଫ୍ରାନ୍ସିସ ଜାଭିୟରଙ୍କର ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।  

ଗୋଆ - ଯିଏ କି ୧୫୦୬ ଖ୍ରୀଷ୍ଟାବ୍ଦ ଏପ୍ରିଲ ୫ରେ ଜନ୍ମ ନେଇଥିଲେ। କୁହାଯାଏ ସେ ଗୋଆରେ ଶାସନ କରୁଥିଲେ ଓ ସେତେବେଳେ ତାଙ୍କୁ ସାଧୁ ବୋଲି ସମସ୍ତେ ମାନୁଥିଲେ। ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ସେ ଥିଲେ ଖ୍ରୀଷ୍ଟଧର୍ମର ପ୍ରଚାରକ। ଲୋକଙ୍କ କହିବା ଅନୁସାରେ ସେ ଅନେକ ଭଲ କାମ କରିଛନ୍ତି। ଦଶ ବର୍ଷ ଭିତରେ ସେଣ୍ଟ ଜାଭିୟର ମିଶନ ସମୟରେ ୫୨ଟି ରାଜ୍ୟରେ ଯୀଶୁଙ୍କ ପ୍ରସାର କରିଥିଲେ। କେବଳ ଭାରତ ନୁହଁ, ଚୀନ ଓ ଜାପାନରେ ମଧ୍ୟ ସେ ନିଜର ଦକ୍ଷତା ଦେଖାଇଥିଲେ। କୁହାଯାଏ ସେ ଏକ ସମୁଦ୍ର ଯାତ୍ରାରେ ଚୀନ ଯାଉଥିଲେ। ଏହି ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ଶିଷ୍ୟ ମାନଙ୍କୁ କହିଥିଲେ ସେ ମରିବା ପରେ ତାଙ୍କ ଶବକୁ କବରରେ ରଖିବାକୁ। ଆଉ ଏହି କବରରେ ଥିବା ତାଙ୍କ ଶବ ଆଜିବି ସେମିତି ସତେଜ ହେଇକି ରହିଛି।

ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ

 COASTAL NEWS Odia 472

   ଶାରଦା  ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ


ବାଲେଶ୍ୱର, ୨୩।୮ : ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି (ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାରଦା ଚିଟ୍‌ଫଣ୍ଡର ଷ୍ଟେଟ୍‌ କୋଅର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ବ୍ରାଞ୍ଚ ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉଭୟଙ୍କୁ ୨ଲକ୍ଷ ୪୦ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟେ ଅଧିକ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଫକୀରମୋହନ ଗୋଲେଇରେ ଥିବା ସୁଧାଞ୍ଜଳି ଟାୱାରରେ ୨୦୧୦ ଜାନୁୟାରୀରେ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲିଥିଲା। ଏହା ଅଧିକ ସୁଧ ଏବଂ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ରେକରିଂ ଡିପୋଜିଟ୍‌ (ଆର୍‌ଡି) ଓ ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ମାଧ୍ୟମରେ ଟଙ୍କା ଉଠାଉଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଏଜେଣ୍ଟ ଭାବରେ ବ୍ୟବହାର କରାଯାଉଥିଲା। ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ୍‌ ଯଥା ସାରଦା ରିୟଲିଟି ଓ ସାରଦା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜମାକାରୀଙ୍କଠାରୁ ୪କୋଟି ୧୬ଲକ୍ଷ ଟଙ୍କା ଠକି ନେଇଥିଲା। ୨୦୧୩ ଜାନୁୟାରୀରୁ ସଂସ୍ଥା ଲୋକଙ୍କ ପ୍ରାପ୍ୟ ଟଙ୍କାକୁ ଫେରସ୍ତ ବନ୍ଦ କରିବା ସହ ସେହିବର୍ଷ ଏପ୍ରିଲରୁ ବାଲେଶ୍ୱର ଶାଖା କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଅଫିସ୍‌କୁ ବନ୍ଦ କରିଥିଲା। ଜମାକାରୀମାନେ ବାଧ୍ୟ ହୋଇ କମ୍ପାନୀର ମୁଖ୍ୟ ସୁଦୀପ୍ତ ସେନଙ୍କ ସମେତ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଂଲା ଥାନା ଅଧୀନ ସିଂଲା ଅଞ୍ଚଳର ଗିରିଜା ଶଙ୍କର ଦାଶଙ୍କ ଅଭିଯୋଗ ଅନୁସାରେ ବାଲେଶ୍ୱର ଓପିଆଇଡି କୋର୍ଟରେ ସିଟି ମାମଲା(ନଂ.୯(ସି)/୨୦୧୬) ରୁଜୁ କରାଯାଇଥିଲା। ପରେ ଏହା ଇଓଡବ୍ଲ୍ୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଜଜ୍‌ ବିଶ୍ୱଜିତ ଦାସ ୬୫ଜଣ ସାକ୍ଷ୍ୟ ଓ ୧୪୪ଟି ଦଲିଲ୍‌ ଦସ୍ତାବିଜ୍‌କୁ ଭିତ୍ତିକରି ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ବାସୁଦେବ ସାମଲ ଓ ସହଦେବଖୁଣ୍ଟା ମଡେଲ ଥାନା ରାଣୀପାଟଣା ଅଞ୍ଚଳର ବିଚିତ୍ରାନନ୍ଦ ଦାସଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବାଲେଶ୍ୱର ତହସିଲ ଅଧୀନ ଶ୍ରୀକୋଣା ମୌଜାରେ ୧୩ଏକର ୬୪ ଡିସିମିଲ ଜମିକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ବାଜ୍ୟାପ୍ତି କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

 COASTAL NEWS Odia 471

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା



ମାହାଙ୍ଗା - ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ପରେ ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ପିଇଟି ଶିକ୍ଷକ ଅନୁପମ ରାୟ। ଉଭୟଙ୍କୁ ପୋକସୋ କୋର୍ଟରେ ହାଜର କରିବା ପରେ ପାରାଦୀପ ଜେଲକୁ ପଠାଇ ଦିଆଯାଇଛି। ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଉଭୟଙ୍କୁ ଗତକାଲି ଗିରଫ କରିଥିଲା ମାହାଙ୍ଗା ପୁଲିସ।

 

ସୂଚନା ଅନୁସାରେ, ୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ  ଘଟିଥିଲା।  ତେବେ  କିଛି ଦିନ ତଳେ ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।

ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି  ସୂଚନା ରହିଛି। ଅଡିଓ ଭାଇରାଲ ହେବା ପରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ମଧ୍ୟ ସକ୍ରିୟ ହୋଇଯାଇଥିଲା। ଆଉ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ବୟାନ ରେକର୍ଡ କରିଥିଲା। ପରେ ଶେଷରେ ଉଭୟଙ୍କୁ ଗିରଫ କରିଥିଲା।

ଆଜି ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ

 COASTAL NEWS Odia 470

ଆଜି ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ



ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂକୁ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଏହା କିପରି ସମ୍ଭବ ହେବ ତାକୁ ନେଇ ମନରେ ରହିଛି ଅସମାହିତ ପ୍ରଶ୍ନ । ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ସଫଳତାର ସହ କିପରି ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର। ତେଣୁ ଆସନ୍ତୁ ଜାଣିବା ଲ୍ୟାଣ୍ଡର୍ ଓ ରୋଭର ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

 

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ । ଛୋଟ କାର୍ ଆକାରର ଲ୍ୟାଣ୍ଡରର ଲମ୍ବ ୨ ମିଟର, ଓସାର ବି ୨ ମିଟର୍ । ଉଚ୍ଚତା ୧.୧୬୬ ମିଟର । ଏଥିରେ ଲାଗିଛି ଏକାଧିକ କ୍ୟାମେରା, ଉନ୍ନତ ସେନ୍ସର । ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି ୪ଟି ଥ୍ରଷ୍ଟର୍ ଏବଂ ୪ଟି ମଜବୁତ ଗୋଡ଼।

ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିବ ଲ୍ୟାଣ୍ଡର୍ । ରଫ୍ ବ୍ରେକିଂ ଫେଜ୍, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ, ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିବ ଲ୍ୟାଣ୍ଡର୍। ଏହାର ବେଗ ଥିବ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ ।

୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ।

ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ନାହିଁ ତ ।

ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡ କରିବ, ନଚେତ ଆଉ ଏକ ସ୍ଥାନକୁ ବାଛିବ । ପୂରା ପ୍ରକ୍ରିୟା ଘଟିବ ୧୭ ମିନିଟ ୨୧ ସେକେଣ୍ଡରୁ ରୁ ୧୭ ମିନିଟ ୩୨ ସେକେଣ୍ଡ ମଧ୍ୟରେ ।

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

 COASTAL NEWS Odia 469

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

 

ଇସଲାମାବାଦ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ପରିହାସ କରିବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ମଙ୍ଗଳବାର ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ’କୁ ପ୍ରଶଂସା କରି ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି।

ଇମ୍ରାନ୍‌ ଖାନଙ୍କ ଶାସନ ଅଧୀନରେ ଥିବା ପୂର୍ବତନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ


ବୁଧବାର ସାରେ ଚନ୍ଦ୍ରୟାନ-୩ର ଚନ୍ଦ୍ରପୃଷ୍ଟରେ ଅବତରଣ କରିବା ବେଳେ ଦେଶରେ ପ୍ରସାରଣ କରିବାକୁ ଦାବି କରିଛନ୍ତି।

ସେ ଟୁଇଟରରେ ଲେଖିଛନ୍ତି ଯେ, ପାକ୍‌ ଗଣମାଧ୍ୟମକୁ ଆସନ୍ତାକାଲି ସନ୍ଧ୍ୟା ୬.୧୫ରେ ଚନ୍ଦ୍ରୟାନର ଚନ୍ଦ୍ର ଅବତରଣକୁ ଦେଖାଇବା ଉଚିତ୍‌। ମାନବଜାତି ପାଇଐତିହାସିକ ମୁହୂର୍ତ୍ତ, ବିଶେଷ କରି ଭାରତର ଲୋକ, ବୈଜ୍ଞାନିକ ଏବଂ ମହାକାଶ ସମ୍ପ୍ରଦାୟ ପାଇଁ ଅନେକ ଅନେକ ଅଭିନନ୍ଦନ।

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ : ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’

 COASTAL NEWS Odia 468

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ 


: ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’

ଜୋହାନ୍ସବର୍ଗ: - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ବ୍ରିକ୍ସ ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ବିଶ୍ୱବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ବିଶ୍ୱର ବିକାଶ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଏକ ଇଞ୍ଜିନ ହେବ।  ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ବିଶ୍ବ ଅର୍ଥନୀତିରେ ଅସ୍ଥିରତା ସତ୍ତ୍ବେ ଭାରତ ଏ କ୍ଷେତ୍ରରେ ବେଶ୍‌ ଅଭିବୃଦ୍ଧି କରିଛି। ଖୁବ୍ ଶୀଘ୍ର ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆସନ୍ତା ବର୍ଷରେ ଭାରତ ଅଭିବୃଦ୍ଧିର ଇଞ୍ଜିନ ହୋଇ ବିଶ୍ବସମୂହରେ ଉଭା ହେବ। ଏହାର କାରଣ ହେଉଛି ଭାରତ ସଙ୍କଟ ଏବଂ ଅସୁବିଧାକୁ ଆଡ଼େଇ ଏହାକୁ ସୁଯୋଗରେ ପରିଣତ କରିଛି । ଷ୍ଟ୍ରିଟ୍ ବିକ୍ରେତା ଠାରୁ ଆରମ୍ଭ କରି ବଡ ସପିଂ ମଲ୍ ପର୍ଯ୍ୟନ୍ତ ସବୁ ସ୍ତରରେ ଆଜି ବିଶ୍ବର ସମସ୍ତ ଦେଶ ମଧ୍ୟରେ ଭାରତ ହେଉଛି ସର୍ବାଧିକ ଡିଜିଟାଲ୍ କାରବାର କରୁଥିବା ଦେଶ। ଭାରତରେ ବର୍ଷକୁ ଦଶ ହଜାର କିଲୋମିଟର ବେଗରେ ନୂତନ ରାଜପଥ ନିର୍ମାଣ କରାଯାଉଛି। ଗତ ନଅ ବର୍ଷ ମଧ୍ୟରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଅଧିକନ୍ତୁ, ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛୁ।

୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ

 COASTAL NEWS Odia 467

୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ


ବେଜିଂ: ଦୁନିଆରେ ଏପରି କିଛି ଜାଗା ରହିଛି, ଯାହା ବାବଦରେ ଏହି ଆଧୁନିକ ଯୁଗରେ ମଣିଷ ଏବେ ବି ବିଜ୍ଞ। ସେହି ସବୁ ଜାଗା ପ୍ରକୃତିର ଶକ୍ତିଶାଳୀ ଜାଗା ମଧ୍ୟରୁ ଗୋଟେ। ଏପରି ଏକ ପ୍ରକୃତିର ଚମତ୍କାର ଚାଇନାରେ ଦେଖିବାକୁ ମିଳିଛି। ସେଠାରେ ଏକ ଗର୍ତ୍ତ ଥିବା ଜଣାପଡିଛି; ଯାହାର ଗଭୀର ୬୦୦ ଫୁଟରୁ ଅଧିକ। ତେବେ ସେହି ଗର୍ତ୍ତକୁ ଦେଖି ଏହା ଜଣାପଡିଛି କି, ତା’ ଭିତରେ ଅନ୍ୟ ଏକ ଦୁନିଆ ରହିଛି। ରିପୋର୍ଟ ମୁତାବକ, ୬୩୦ ଫୁଟର ଏହି ଗର୍ତ୍ତରେ ବିଶାଳ ପ୍ରାଚୀନ ଜଙ୍ଗଲ ଥିବା ଜଣାପଡ଼ିଛି। ଗତବର୍ଷ ମେ’ରେ ବୈଜ୍ଞାନିକଙ୍କ ଏକ ଗୁମ୍ଫା ଅନ୍ବେଷଣ ଟିମ୍‌କୁ ଚାଇନିଜ୍‌ ଜିଓପାର୍କରେ ଏକ ଭୂମିଗତ ରହସ୍ୟ ଜଣାପଡିଥିଲା। ଏହି ଗର୍ତ୍ତକୁ ‘ଟିଆନକେଙ୍ଗ’ ଏବଂ ‘ସ୍ବର୍ଗୀୟ ଗର୍ତ୍ତ’ ବୋଲି କୁହାଯାଉଛି। ଏହା ଦକ୍ଷିଣ-ପଶ୍ଚିମ ଚାଇନାର ଜୁଆଙ୍ଗଜି ଜୁଆଙ୍ଗ ଅଟୋନମଶ ଅଞ୍ଚଳରେ ଥିବା ଲେୟେ ଫେଙ୍ଗସାନ ୟୁନେସ୍କୋ ଗ୍ଲୋବାଲ ଜିଓପାର୍କରେ ରହିଛି। ଏହି ଗୁମ୍ଫା ଦୁନିଆର ସବୁଠୁ ଲମ୍ବା ପ୍ରାକୃତିକ ପୋଲ ଭାବେ ଜଣାଶୁଣା। ଅନୁସନ୍ଧାନକାରୀମାନେ କହିଛନ୍ତି, ଏହି ଗୁମ୍ଫାରେ ଥିବା ପ୍ରାଚୀନ ଜଙ୍ଗଲ ପୂର୍ବରୁ ଅଜ୍ଞାତ ଗଛ ଏବଂ ଜୀବଜନ୍ତୁଙ୍କ ଘର ହୋଇଥାଇପାରେ। ଚାଇନାରେ ଏପରି ଗୁମ୍ଫା ମିଳିବା ପ୍ରଥମ ନୁହେଁ। ଚାଇନା ସରକାରଙ୍କ ନ୍ୟୁଜ୍‌ ଏଜେନ୍ସି ମୁତାବକ, ଏଠାରେ ଆଗରୁ ୩୦ ଗୁମ୍ଫା ମିଳି ସାରିଛି। ଚାଇନା ଜିଓଲୋଜିକାଲ ସର୍ଭେର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କାର୍ଷ୍ଟ ଜିଓଲୋଜିର ବରିଷ୍ଠ ଇଞ୍ଜିନିୟର ଝାଙ୍ଗ ୟୁଆନହାଇ କହିଛନ୍ତି, ଗୁମ୍ଫାରେ ଏକ ଭଲ ସଂରକ୍ଷିତ ଜଙ୍ଗଲ ରହିଛି। ତା’ ଭିତରେ ଆଉ ୩ ଗୁମ୍ଫା ରହିଛି। ଗୁମ୍ଫାର ଦୈଘ୍ୟ ୩୦୩ ମିଟର, ପ୍ରସ୍ତ ୧୫୦ ମିଟର ଏବଂ ଗଭୀର ୧୯୨ ମିଟର। ଏହା ୫ ମିଲିୟନ କ୍ୟୁବିକ୍‌ ଅଞ୍ଚଳରେ ପରିବ୍ୟାପ୍ତ। ଏହାକୁ ସବୁଠୁ ବଡ଼ ଗୁମ୍ଫା ଭାବେ ବର୍ଗୀକରଣ କରାଯାଇପାରିବ। ରିପୋର୍ଟ ମୁତାବକ, ଗୁମ୍ଫାରେ ଥିବା ଗଛର ଉଚ୍ଚତା ୪୦ ମିଟର। ଏହି ଗର୍ତ୍ତ କାରଣରୁ ତଳେ ଜଙ୍ଗଲ ବୃଦ୍ଧି ହେବା ସ୍ବାଭାବିକ।

Tuesday, August 22, 2023

ଅକ୍ଷୟ ତୃତୀୟା

 COASTAL NEWS Odia 466

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

🙏ଅକ୍ଷୟ ତୃତୀୟା 🙏

🙏ଶ୍ରୀ ପର୍ଶୁରାମ ଜୟନ୍ତୀ 🙏



ପବିତ୍ର ଅକ୍ଷୟ ତୃତୀୟା ଦିନଟି ନିମ୍ନୋକ୍ତ ପୌରାଣିକ କାରଣ ଗୁଡିକ ନିମନ୍ତେ ତତ୍ପର୍ଯ୍ୟପୂର୍ଣ୍ଣ l


ଅକ୍ଷୟ ତୃତୀୟା ଭଗବାନ ପର୍ଶୁରାମ ଙ୍କର ଜନ୍ମ ଜୟନ୍ତୀ l ସେ ଚିରଞ୍ଜିବି ଓ ମହେନ୍ଦ୍ର ଗିରି ଶିଖରରେ ନିତ୍ୟ ନିବାସ କରନ୍ତି l  


ଅକ୍ଷୟ ତୃତୀୟା ମା ମହାଲକ୍ଷ୍ମୀ ଧନ ର ଦେବତା କୁବେର ଙ୍କୁ ସମସ୍ତ ଐଶ୍ୱର୍ଯ୍ୟସମେତ ଅମାପ ସ୍ବର୍ଣ୍ଣ ଦାନ କରିଥିଲେ l


(1)  ଅକ୍ଷୟ ତୃତୀୟା ଦିନ ପ୍ରଳୟ ପରେ ବିଷ୍ଣୁ ମତ୍ସ୍ଯ ଅବତାର ଧାରଣ କରି ବୃକ୍ଷ ଲତା ଗୁଳ୍ମ ଔଷଧି ବୀଜ (ମଞ୍ଜି ) ବ୍ରହ୍ମା ଙ୍କୁ ନୂତନ ସୃଷ୍ଟି ସର୍ଜ୍ଜନା କରିବାକୁ ଦେଇଥିଲେ l


(2)  ଭଗବାନ ଋଷଭ ନାଥ ତପସ୍ୟା ପରେ ରାଜା ସୁଧନ୍ଵl ଙ୍କ ଠାରୁ ଆଖୁରସ ପିଇ ଉପବାସ ଭଙ୍ଗ କରିଥିଲେ l


(3) ଅକ୍ଷୟ ତୃତୀୟା ଦିନ ଗଙ୍ଗା ଗଙ୍ଗୋତ୍ରୀ ଠାରେ ଧରାବତରଣ କରିଥିଲେ l 


(4)  ଅକ୍ଷୟ ତୃତୀୟା ଦିନ ଶ୍ରୀକୃଷ୍ଣ ଦେବୀ ଦ୍ରୌପଦୀ ଙ୍କୁ ଦୁର୍ବାସା ଙ୍କ କୋପ ରୁ ରକ୍ଷା ପାଇବା ନିମନ୍ତେ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ l


(5)  ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ରେ ଧାନ ଅନୁକୂଳ କରାଯାଏ l


(6)  ଅକ୍ଷୟ ତୃତୀୟା ଦିନ ଶ୍ରୀ ଜଗନ୍ନାଥ ଙ୍କର ରଥ ନିର୍ମାଣ ଅନୁକୂଳ ହୁଏ l


(7) ଅକ୍ଷୟ ତୃତୀୟା ଦିନ  ସମସ୍ତ ପ୍ରକାରର ଅନୁକୂଳ ଶୁଭ କାର୍ଯ୍ୟ କରିବାକୁ ଏହା ଏକ ପ୍ରଶସ୍ତ ଦିନ l


ଜୟ ଭଗବାନ ଶ୍ରୀ ପର୍ଶୁରାମ l

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l

ଓଁ ନମୋ ଭଗବତେ ବାସୁଦେବାୟ l

ପାକିସ୍ତାନ ରେ ଖରାପ ହେଲା କେବୁଲ କାର୍‌, ହଜାର ଫୁଟ୍ ଉପରେ ଝୁଲୁଛି ୮ ଜୀବନ

 COASTAL NEWS Odia 465

ପାକିସ୍ତାନ ରେ ଖରାପ ହେଲା କେବୁଲ କାର୍‌, ହଜାର ଫୁଟ୍ ଉପରେ ଝୁଲୁଛି ୮ ଜୀବନ

ଫସି ରହିଥିବା ୮ ଜଣଙ୍କ ମଧ୍ୟରେ ରହିଛନ୍ତି ୬ ଶିଶୁ



ଖୈବର ପଖ୍‌ତୁନଖ୍ବା: ପାକିସ୍ତାନର ଖୈବର ପଖ୍‌ତୁନଖ୍ବାରେ ଏକ କେବୁଲ କାରରେ ହଠାତ୍ ତ୍ରୁଟି ଦେଖାଦେଇଛି। ଫଳରେ ଏହି କେବୁଲ କାର୍‌ରେ ବସିଥିବା ୬ ଜଣ ଶିଶୁଙ୍କ ସମେତ ମୋଟ୍‌ ୮ଜଣ ୧୦୦୦ ଫୁଟ୍‌ରୁ ଊର୍ଦ୍ଧ୍ବ ଉଚ୍ଚରେ ଫସି ରହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ମୁତାବକ, ପିଲାମାନେ ସ୍କୁଲ ଯାଉଥିଲେ, ଏହି ସମୟରେ ଗୋଟିଏ କେବୁଲ ଛିଡ଼ି ଯାଇଥିଲା। ଫଳରେ ତାହା ଭୂମିଠାରୁ ପ୍ରାୟ ୧୨୦୦ ଫୁଟ୍‌ ଉପରେ ଓହଳି ରହିଛି। ସେନା ହେଲିକପ୍ଟର କାର୍‌ ପର୍ଯ୍ୟନ୍ତ ପହଞ୍ଚି ସାରିଛି କିନ୍ତୁ ଉଦ୍ଧାର କାର୍ଯ୍ୟର ସ୍ଥିତି ସ୍ପଷ୍ଟ ହୋଇନାହିଁ।


ପାକିସ୍ତାନର ୧୧୨୨ କର୍ମଚାରୀ କେବୁଲ କାରରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିବାକୁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, କେବୁଲ କାର୍ ଏପରି ଏକ ସ୍ଥାନରେ ଅଟକି ରହିଛି ଯେଉଁଠାରେ ହେଲିକପ୍ଟର ବିନା ସାହାଯ୍ୟ କରିବା ପ୍ରାୟ ଅସମ୍ଭବ। ଏହି କେବୁଲଟି ପାହାଡ ଘେରରେ ରହିଥିବା ଏକ ଗଭୀର ଖାଇ ମଧ୍ୟରେ ଓହଳି ରହିଛି। ଏଠାରେ ଦୂର ଗ୍ରାମ ଏବଂ ସହରର ଲୋକମାନେ ପ୍ରାୟତଃ କେବୁଲ୍ କାରରେ ଯାତାୟତ କରନ୍ତି।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।

 COASTAL NEWS Odia 464

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।



ଜହ୍ନ ରାଇଜ ଅଭିମୁଖେ ଆଗେଇ ଚାଲିଛି ଇସ୍ରୋର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୩। ଅବତରଣ ପାଇଁ ଅବଗଣନା ମଧ୍ୟ ଆରମ୍ଭ ହୋଇଯାଇଛି। କେବଳ ଇସ୍ରୋ କି ଭାରତ ନୁହେଁ ଅବତରଣ ଉପରେ ରହିଛି ପୂରା ବିଶ୍ୱର ନଜର। ଏହି ସ୍ମରଣୀୟ ମୁହୂର୍ତ୍ତର ମୁକସାଖୀ ହେବାକୁ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।

ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଖିପାରିବେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା। ଏନେଇ ୟୁଜିସି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକୁ ବୁଧବାର ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଇଭଷ୍ଟ୍ରିମିଂର ସ୍ୱତନ୍ତ୍ର ସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି। ଆସନ୍ତାକାଲି(ଅଗଷ୍ଟ ୨୩) ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବାବେଳେ ୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଲାଇଭ୍ ଷ୍ଟ୍ରିମିଂ କରିବାକୁ କହିଛି ୟୁଜିସି। 

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ) ଅନୁଯାୟୀ, ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସନ୍ଧା ୫.୩୦ରୁ ଲାଇଭ ଷ୍ଟ୍ରିମିଂ ପ୍ରକ୍ରିୟା ଆରମ୍ଭ ହେବ। isro.gov.in, ISRO ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ (ଇସ୍ରୋ ଅଫିସିଆଲ୍), ଇସ୍ରୋର ଫେସବୁକ୍ ପେଜ୍ (facebook.com/ISRO) ଏବଂ DD ନ୍ୟାସନାଲ ଟିଭି ଚ୍ୟାନେଲରେ ପୂରା ପ୍ରକ୍ରିୟାର ସିଧାପ୍ରସାରଣ ପ୍ରସାରିତ ହେବ। ଅନ୍ୟପଟେ ଇସ୍ରୋ ଚନ୍ଦ୍ରପୃଷ୍ଠର ଆଉ ଏକ ଆକର୍ଷଣୀୟ ଫଟୋ ଜାରି କରିଛି।

ଲାଣ୍ଡର ବିକ୍ରମର କ୍ୟାମେରା-୪ ଏହି ଫଟୋ କ୍ୟାପ୍ଚର କରିଛି। ଅଗଷ୍ଟ ୨୦ରେ ଲାଣ୍ଡର ଏହି ଦୃଶ୍ୟ ଉତ୍ତୋଳନ କରିଥିବା ଇସ୍ରୋ କହିଛି। ଏନେଇ ଏକ ଭିଡିଓ ମଧ୍ୟ ଜାରିକରିଛି ଇସ୍ରୋ। ସେପଟେ ଗତକାଲି ଚନ୍ଦ୍ରଯାନ-୨ର ଅର୍ବିଟର, ଚନ୍ଦ୍ରଯାନ-୩କୁ ସ୍ୱାଗତ କରିଛି। ୨୦୧୯ରେ ବିଫଳ ହୋଇଯାଇଥିବା ଦ୍ୱିତୀୟ ମୁନ୍ ମିଶନର ଅର୍ବିଟର୍ ଏବେ ବି ଚନ୍ଦ୍ରପୃଷ୍ଠରେ ଘୂରିବୁଲିଛି। ବେଳେ ବେଳେ ଇସ୍ରୋକୁ ଚିତ୍ର ପଠାଇଥାଏ ଅର୍ବିଟର୍। ବର୍ତ୍ତମାନ ଏହି ଅର୍ବିଟର ଚନ୍ଦ୍ରଯାନ-୩ର ଲାଣ୍ଡରକୁ ସ୍ୱାଗତ କରିଛି। ଏହାପରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।

ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଲାଗିଲା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର

 COASTAL NEWS Odia 463

ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଲାଗିଲା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର



 

ଜୋହାନ୍ସବର୍ଗ,୨୨।୮: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ। ଏଥି ସହିତ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ମଧ୍ୟ ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ଏଥି ସହ ଜୋହାନ୍ସବର୍ଗର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପୋଷ୍ଟର ଲଗାଯାଇଛି। ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି।

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି

 COASTAL NEWS Odia 462

#ସୁନ୍ଦରଗଡ଼ #Kendrapara #aul #Odisha #Bhubaneswar 

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି 



ସୁନ୍ଦରଗଡ଼ - ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି । ଚାକିରିିର ଲୋଭ ଦେଖାଇ ଝିଅ ମାନଙ୍କୁ ବାହାର ରାଜ୍ୟକୁ କରୁଛନ୍ତି ଚାଲାଣ । ଦଲାଲଙ୍କର ଏହା ନିତିଦିନିଆ କାମ ହେଇଗଲାଣି । ଆଇନକୁ ଭୟ ନାହିଁ ନିର୍ଭୟରେ ଏଭଳି ଅପରାଧ କରିବାକୁ ପଛାଉ ନାହାନ୍ତି କିଛି ଦଲାଲ । କମ ବୟସର ଝିଅ ମାନଙ୍କୁ କାମ ଦେବା ଆଳରେ ଦଲାଲି କରୁଛନ୍ତି । ତେବେ ସୁନ୍ଦରଗଡ଼ରେ ଝିଅ ଚାଲାଣ ଥମୁନି। ଦଲାଲମାନେ ଗାଁର କମ ବୟସର ଝିଅ ଏବଂ ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତିର ଲୋଭ ଦେଖାଇ ବାହାର ରାଜ୍ୟକୁ ବିକ୍ରି କରୁଛନ୍ତି। ସମାନ ଭାବେ ସୁନ୍ଦରଗଡ଼ରୁ ନାବାଳିକା ଚାଲାଣର ଆଉ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି।

ଜଣେ ବାପାମା ଛେଉଣ୍ଡ ଝିଅକୁ ବର୍ଷେ ତଳେ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରାଯାଇଥିଲା। କିନ୍ତୁ ଉକ୍ତ ଝିଅ ସେଠାରୁ କୌଶଳ କରି ସୁନ୍ଦରଗଡ଼ ଚାଲିଆସିଥିଲେ । ପରେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଚାଲାଣ କଥା ଜଣାପଡ଼ିଛି । ତେବେ ନାବାଳିକାଙ୍କୁ କୌଣସି ବାହାର ଦଲାଲ ନୁହେଁ, ସଦର ବ୍ଲକ୍ ବିରବିରା ପଞ୍ଚାୟତର ଜଣେ ମହିଳା ସରପଞ୍ଚ ବିକ୍ରି କରିଥିବା ଜଣା ପଡ଼ିଛି । ସିଲେଇ ତାଲିମ ଦିଆଯିବ କହି ସୁଦୂର ଗୁଜୁରାଟ ଅହମଦାବାଦ ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଧରୁଆଡିହି ଥାନା ପୁଲିସ, ସରପଞ୍ଚ ଓ ଝିଅ ଜଣଙ୍କୁ ବନ୍ଦୀ କରି ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ନାମରେ ଭାରତୀୟ ଦଣ୍ଡବିଧି ଅଧିନିୟମର ଧାରା ୩୭୦(୪), ୩୪ରେ ମାମଲା ରୁଜୁ କରିଛି । ଗିରଫ ଭୟରେ ସରପଞ୍ଚ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ଗାଁକୁ ଆସିବା ପରେ ପ୍ରଥମେ ଧରୁଆଡିହି ଥାନାକୁ ଯାଇଥିଲେ, କିନ୍ତୁ ପୁଲିସ ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ଗ୍ରହଣ କରି ନଥିଲା । ପରେ ଏସପି ନିର୍ଦ୍ଦେଶ ଦେବାରୁ ଥାନାରେ ମାମଲା ରୁଜୁ ହୋଇଛି । ପିଲାଦିନୁ ବାପାମାଙ୍କୁ ହରାଇ ଏକାକି ରହୁଥିବା ଝିଅ ରାସନ ଆଦି ସହାୟତା ପାଇଁ ବିରବିରା ସରପଞ୍ଚ ଦଲରସା ଗୁଡ଼ିଆଙ୍କ ପାଖକୁ ବାରମ୍ବାର ଯାଉଥିଲେ। ଏହି ସମୟରେ ତାକୁ ରୋଜଗାରକ୍ଷମ କରିବାକୁ ଝାରସୁଗୁଡ଼ାର ଏକ ସିଲେଇ ତାଲିମ କେନ୍ଦ୍ରରେ ଭର୍ତ୍ତି କରିଦେବେ ବୋଲି ସରପଞ୍ଚ କହିଥିଲେ। ଏହା ପରେ ଝିଅର ମନରେ ବିଶ୍ବାସ ଜନ୍ମାଇ ଗତ ୨୦୨୨ ଜୁଲାଇ ମାସରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନୟ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଛାଡ଼ିଥିଲେ ଉକ୍ତ ସରପଞ୍ଚ । କିନ୍ତୁ ବିନୟ ବଡ଼ ସିଲେଇ କେନ୍ଦ୍ରରେ ତାଲିମ ଦେବ କହି ଟ୍ରେନ ଯୋଗେ ଝିଅ ଜଣଙ୍କୁ ଗୁଜରାଟ ନେଇ ଯାଇଥିଲା । କିନ୍ତୁ ଗୁଜରାଟର ଅହମଦାବାଦ୍ ରେ ପହଞ୍ଚିବା ପରେ ସେ ଠକି ଯାଇଥିବା ଜାଣିପାରିଲେ।

ଅହମଦାବାଦରେ ରହୁଥିବା ବିନୟ ତାଙ୍କୁ ନିଜ ଘର କାମ କରିବାକୁ ବାଧ୍ୟ କରିଥିଲେ। ବିନୟଙ୍କ ପତ୍ନୀ ସୁନିତା ତାଙ୍କୁ ଭୋର ୫ଟାରୁ ରାତି ୯ଟା ଯାଏ ଖଟାଉଥିଲେ। ତାଙ୍କୁ ମାତ୍ର ୭ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା। ସରପଞ୍ଚ ଝିଅକୁ ବିକି ୫ ଲକ୍ଷ ଟଙ୍କା ନେଇ ସାରିଛି, ତେଣୁ ତାକୁ ଯେମିତି ହେଉ କାମ କରିବାକୁ ହେବ ବୋଲି ବିନୟ ଓ ସୁନିତା କହୁଥିଲେ। କାମରେ କିଛି ଭୁଲ ହେଲେ ତାଙ୍କୁ ସୁନିତା ମାଡ଼ ମାରୁଥିଲେ। ଦିନେ ନାବାଳିକା ଘରକୁ ଫେରିଯିବେ ବୋଲି କହିବାରୁ ତାଙ୍କୁ ୬ ମାସ ଘରେ ନଜରବନ୍ଦୀ କରି ରଖାଯାଇଥିଲା । କିନ୍ତୁ ସେ ବହୁତ କନ୍ଦାକଟା କରିବା ସହ ଥରେ ଗାଁକୁ ଯାଇ ପୁଣି ଫେରିବ ବୋଲି କହିବା ପରେ ୨୦୨୩ ଜୁଲାଇରେ ତାଙ୍କୁ ଗାଁକୁ ଛଡ଼ା ଯାଇଥିଲା ।

ସେ ଗାଁକୁ ଆସିବା ପରେ ସରପଞ୍ଚ ଦଲରସା ଗୁଡ଼ିଆ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ଏପରିକି ବିନୟ ସରପଞ୍ଚଙ୍କୁ କଲ୍ କରି ଝିଅକୁ ନେବାକୁ ଝାରସୁଗୁଡ଼ା ଆସିବେ ବୋଲି କହୁଥିଲେ। ଏଥିରେ ଭୟଭୀତ ଝିଅ ଗାଁର ଗୋଲାପି ନାଏକ ନାମ୍ନି ଜଣେ ମହିଳା ନେତ୍ରୀଙ୍କୁ କାନ୍ଦି କାନ୍ଦି ସମସ୍ତ କଥା ଜଣାଇଥିଲେ। ପରେ ଗୋଲାପିଙ୍କ ସହ ଧରୁଆଡିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଝିଅର ଅଭିଯୋଗ ନଶୁଣି ତାକୁ ଫେରାଇ ଦେବାରୁ ଗତ ୫ ତାରିଖରେ ଏସପିଙ୍କୁ ଜଣାଇଥିଲେ । ଏହା ପରେ ଧରୁଆଡିହି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରି ସଦରଥାନା ନିକଟ ଆଭା ଆସ୍ଥା ଗୃହରେ ରଖାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏହି ଚାଲାଣକୁ ରୋକାଯାଇ ପାରୁ ନାହିଁ । ଏ ଝିଅ ଜଣଙ୍କ ସିନା କୌଶଳ କରି ଫେରି ଆସିଲେ ତେବେ ଅନେକ ଝିଅ ଏପରି ଅଛନ୍ତି ଯେଉଁମାନେ ଏଭଳି ଦଲାଲିର ଶିକାର ହେଉଛନ୍ତି । ତେବେ ଏହି ଚାଲାଣକୁ ରୋକାଯାଇ ପାରିଲେ ଅନେକ ଝିଅଙ୍କ ଜୀବନ ଉଦ୍ଧାର ହୋଇପାରନ୍ତା ।

DIG ପତ୍ନୀଙ୍କ ହୋମଗାର୍ଡ ଙ୍କୁ ନିର୍ଯ୍ୟାତନା ମାମଲା

 COASTAL NEWS Odia 461

DIG ପତ୍ନୀଙ୍କ ହୋମଗାର୍ଡ ଙ୍କୁ ନିର୍ଯ୍ୟାତନା ମାମଲା



ଅନୁଗୁଳ : ଅସହ୍ୟ ହେଲା DIG ପତ୍ନୀଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଅନୁଗୁଳରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡ । ଟ୍ରେନ ଆଗରେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ମହିଳା ହୋମଗାର୍ଡ ଦୁଇ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତା କରାଯାଇଛି । ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡ ହେଲେ ଅନୁଗୁଳ ଜିଲ୍ଲା ରାଣୀଗୋଡାର ସୈରିଦ୍ରୀ ସାହୁ । ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲା । ପୋଲିସ ତଦନ୍ତ ଚଳାଇଛି । ଏ ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ମହିଳା ହୋମଗାର୍ଡ ।

ଅଭିଯୋଗ ସେ ଦର୍ଶାଇଛନ୍ତି, ସାତ ମାସ ତଳେ ଡିଆଇଜିଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି । କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେଉଥିଲେ । ଚାକିରି ନେଇଯିବାକୁ ଦେଉଥିଲେ ଧମକ । ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ । ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଞ୍ଚି ଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ଦୁଇ ଗୋଡ଼ ହରାଇଛନ୍ତି ।

ସେପଟେ DIG ପତ୍ନୀ ନିର୍ଯାତନା ମାମଲାରେ DIG ବ୍ରିଜେଶ ରାୟଙ୍କ ପ୍ରତିକ୍ରିୟା ମିଳିଛି। ସଂପୃକ୍ତ ମହିଳା ହୋମ ଗାର୍ଡଙ୍କୁ ଡ଼ିଉଟି ବଦଳାଇବାକୁ କୁହାଯାଇଥିଲା। ତାଙ୍କୁ ରିଜର୍ଭ ପୋଲିସରେ ଡ଼ିଉଟି କରିବାକୁ କୁହାଯାଇଥିଲା। ଘଟଣା ଦିନ ତାଙ୍କ ଭଉଣୀଙ୍କ ପୁଅର ମୃତ୍ୟୁ ହୋଇଥିଲା। ସେ ଡ଼ାକ୍ତର୍ ଖାନା ଯାଇଥିଲେ। ତାପରେ ଏହି ଦୁର୍ଘଟଣା ହୋଇଛି। ତାଙ୍କୁ କେହି ଉସୁକାଇ ଏଭଳି କରୁଥିବା ଅନୁମାନ କରାଯାଉଛି।

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ

 COASTAL NEWS Odia 460

୭ ଶିଶୁଙ୍କୁ ମାରିଥିବା ନର୍ସଙ୍କୁ ଆଜୀବନ ଜେଲ


 


ଲଣ୍ଡନ,୨୨ା୮: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ସହ ଅନ୍ୟ ୬ ଜଣଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିବା ନର୍ସ ଲୁସି ଲେଟ୍‌ବିଙ୍କୁ ବ୍ରିଟେନ୍‌ର ଏକ ଅଦାଲତ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩୩ ବର୍ଷୀୟା ନର୍ସଙ୍କ ଅପରାଧର ଗମ୍ଭୀରତାକୁ ବିଚାରକୁ ନିଆଯାଇ ତାଙ୍କୁ ଜୀବନର ଅବଶିଷ୍ଟ ଭାଗ ଜେଲରେ କଟାଇବାକୁ ନିର୍ଦ୍ଦେଶ ଦିଆଗଲା ବୋଲି ଜଷ୍ଟିସ୍‌ ଜେମ୍ସ ଗୋସ୍‌ କହିଛନ୍ତି। ନବଜାତକ ହତ୍ୟା ମାମଲାରେ ଲୁସିଙ୍କୁ ଗତ ସପ୍ତାହରେ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ।

୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା

 COASTAL NEWS Odia 459

୬୦ ପ୍ରତିଶତ କରୋନା ରୋଗୀଙ୍କ ଜୀବନ ବଞ୍ଚାଇଛି ଟିକା



 

ନୂଆଦିଲ୍ଲୀ,୨୨।୮: ପ୍ରାୟ ୬.୫ ପ୍ରତିଶତ କରୋନା ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୃତ୍ୟୁବରଣ କରିଛନ୍ତି। କରୋନା ସଂକ୍ରମଣ ହେବା ପରେ ଯେଉଁମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେମାନଙ୍କଠାରେ ସଂକ୍ରମଣର ପ୍ରଭାବ ଦୀର୍ଘ ସମୟ ଧରି ଦେଖାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବାର ଗୋଟିଏ ବର୍ଷ ପରେ ପୁରୁଷ ରୋଗୀଙ୍କ ମୃତ୍ୟୁ ହେବାର ସର୍ବାଧିକ ଆଶଙ୍କା ରହିଥିଲା। ତେବେ ହସ୍ପିଟାଲରୁ ଘରକୁ ଫେରିବା ପରେ କରୋନା ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇ ଦିଆଯାଇଥିଲା।

ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କରୋନା ପାଇଁ ସ୍ଥାପିତ ନ୍ୟାଶନାଲ କ୍ଲିନିକାଲ ରେଜିଷ୍ଟ୍ରି ଅଧୀନରେ ଦେଶର ୩୧ଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି। ଏଥିପାଇଁ ସମୁଦାୟ ୧୪,୪୧୯ ରୋଗୀ ଚୟନ କରାଯାଇଥିଲା, ଯାହାର ଅନୁସନ୍ଧାନକାରୀ ଦଳ ଡାକ୍ତରଖାନାରୁ ଘରକୁ ଯିବା ପରେ ଅତି କମରେ ଥରେ ଫୋନରେ ଫଲୋଅପ୍‌ କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଡାକ୍ତରଖାନାରୁ ଡିସଚାର୍ଜ ହେବାର ଏକ ବର୍ଷ ମଧ୍ୟରେ ୯୪୨ (୬.୫%) ଲୋକଙ୍କର ମୃତ୍ୟୁ ଘଟିଛି। ଏହି ରୋଗୀମାନେ ସଂକ୍ରମିତ ହେବା ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅନୁସନ୍ଧାନକାରୀମାନେ ଚଳିତ ବର୍ଷ ଫେବୃଆରୀ ପର୍ଯ୍ୟନ୍ତ ରୋଗୀମାନଙ୍କ ସହିତ ଅନୁସନ୍ଧାନ କରିଥିଲେ।

ଆଇସିଏମଆର ଅନୁଯାୟୀ, ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ୪୦ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ପୁରୁଷ ରୋଗୀଙ୍କ ହସ୍ପିଟାଲରୁ ଡିସଚାର୍ଜ ହେବାର ଏକ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି। ସମାନ ବିଶ୍ଳେଷଣରେ ଏହା ମଧ୍ୟ ଜଣାପଡିଛି ଯେ, ହସ୍ପିଟାଲରେରୁ ଡିସଚାର୍ଜ ହେବା ପରେ କରୋନା ଟିକା ନେଇଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ୬୦% ହ୍ରାସ ପାଇଛି।

ଅନ୍ତିମ ସଂସ୍କାର ସରିଥିବା ଝିଅଙ୍କ ଆସିଲା ଫୋନ୍‌ କଲ୍‌

 COASTAL NEWS ODIA 458

ଅନ୍ତିମ ସଂସ୍କାର ସରିଥିବା ଝିଅଙ୍କ ଆସିଲା ଫୋନ୍‌ କଲ୍‌



 

ପାଟନା,୨୨।୮: ଝିଅର ମୃତଦେହ ଅନ୍ତିମ ସଂସ୍କାର କରି ଦୁଃଖରେ ମ୍ରିୟମାଣ ହୋଇଥିବା ଏକ ପରିବାର ଲାଗି ଫୋନ୍‌ କଲ୍‌ ଖୁସି ଆଣିଦେଇଛି। ଫୋନରେ ଯେତେବେଳେ ଝିଅ କହିଛି ବାପା ମୁଁ ଜୀବିତ, ସେତେବେଳେ ପୂରା ପରିବାର ଖୁସିରେ ଆତ୍ମହରା ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପୂର୍ଣ୍ଣିଆ ଜିଲାର ଆକବରପୁର ଥାନା ଅଞ୍ଚଳରେ।

ଆକବରପୁର ଥାନା ଅଞ୍ଚଳର ଅଂଶୁକୁମାରୀ ନାମ୍ନୀ ଜଣେ ଝିଅ କିଛି ଦିନ ତଳେ ନିଖୋଜ ହୋଇଥିଲେ। ତାଙ୍କ ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଗତ ସପ୍ତାହରେ ପୋଲିସ ସ୍ଥାନୀୟ କେନାଲ ନିକଟରୁ ଜଣେ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ନିକଟରେ ନିଖୋଜ ଝିଅର ପିନ୍ଧା କପଡ଼ା ଉଦ୍ଧାର ହୋଇଥିବାରୁ ମୃତକ ତାଙ୍କ ଝିଅ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଏହାପରେ ଶବ ଆଣି ଅନ୍ତିମ ସଂସ୍କାର କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶନିବାର ଝିଅ ତାଙ୍କ ବାପାଙ୍କୁ ଭିଡିଓ କଲ୍‌ କରି କହିଥିଲେ, ବାପା ମୁଁ ଜୀବିତ ଏବଂ ବିବାହ କରିବା ପାଇଁ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଥିଲି। ଏବେ ଶାଶୁଘରେ ଭଲରେ ଅଛି। ଏହା ଶୁଣିବା ପରେ ତାଙ୍କ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଥିଲେ।

ବ୍ରିକ୍ସ ସମ୍ମିଳନୀ : ଆଜିଠାରୁ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ

 ବ୍ରିକ୍ସ ସମ୍ମିଳନୀ : ଆଜିଠାରୁ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ




 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଠାରୁ ତିନିଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିନୟ କ୍ବାତ୍ରା। କରୋନା ମହାମାରୀ ପାଇଁ ତିନିବର୍ଷ ହେଲା ବ୍ରିକ୍ସ ସମ୍ମିଳନୀ ଆଭାସି ମାଧ୍ୟମରେ ହୋଇଥିବାବେଳେ ଚଳିତବର୍ଷ ପ୍ରତ୍ୟକ୍ଷ ବୈଠକ ହେବ। ବ୍ରିକ୍ସ ସମ୍ମିଳନୀରେ ଅବସରରେ ମୋଦୀ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ତେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ମୋଦୀଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ କି ନାହିଁ ତାହା ଚୂଡାନ୍ତ ହୋଇପାରି ନାହିଁ।

ଜୋହାନ୍ସବର୍ଗ ବୈଠକ ଶେଷ ପରେ ମୋଦୀ ଅଗଷ୍ଟ ୨୫ରେ ଗ୍ରୀସ୍ ଗସ୍ତ କରିବେ। ଗ୍ରୀସ୍ ପ୍ରଧାନମନ୍ତ୍ରୀ କେରିଆକୋସ୍‌ ମିଟସୋଟାକିସ୍‌ଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଗ୍ରୀସକୁ ସରକାରୀ ଗସ୍ତ କରିବେ।

୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚିଛି - ମୋଦୀ

 COASTAL NEWS Odia 456

୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚିଛି - ମୋଦୀ 



ମଧ୍ୟପ୍ରଦେଶ - ପୁଣିଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟ କରୁଥିଲେ ବୋଲି ସେ କହିଛନ୍ତି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଆଦୌ ପଛାଇ ନାହାନ୍ତି।

୨୦୧୪ ପୂର୍ବରୁ ଭାରତରେ ଠକେଇ ଓ ଦୁର୍ନୀତିର ଯୁଗ ଚାଲିଥିଲା ବୋଲି ମୋଦି କହିଛନ୍ତି। ଭୋପାଲରେ ଥିବା ସିଏମ ରାଇଜ ଗଭର୍ଣ୍ଣମେଣ୍ଟ ମହାତ୍ମା ଗାନ୍ଧି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିବନିଯୁକ୍ତ ଶିକ୍ଷକମାନଙ୍କ ତାଲିମ ତଥା କର୍ମଶାଳାରେ ମୋଦି ଯୋଗ ଦେଇ ଏପରି କହିଛନ୍ତି।

ସେ କହିଛନ୍ତି, “ଦେଶବାସୀ କେବେ ହେଲେ ୨୦୧୪ ପୂର୍ବରୁ ସମ୍ମୁଖୀନ ହୋଇଥିବା ଦିନଗୁଡ଼ିକୁ ଭୁଲି ପାରିବେ ନାହିଁ। କାରଣ ୨୦୧୪ ପୂର୍ବରୁ ବ୍ୟାପକ ଠକେଇ ଓ ଦୁର୍ନୀତି ହେଉଥିଲା। ୨୦୧୪ ପୂର୍ବରୁ ଗରିବ ଲୋକଙ୍କ ଅଧିକାରକୁ ଲୁଟ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି। ଗରିବ ଲୋକମାନେ ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଉଛନ୍ତି।”

ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଫାଇଲର ଗୋଟିଏ ରିପୋର୍ଟର ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦେଶର ଲୋକମାନେ ଏବେ ଟିକସ ଦେବାକୁ ଆଗେଇ ଆସୁଛନ୍ତି। ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଦାଖଲକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ୯ ବର୍ଷ ମଧ୍ୟରେ ଲୋକଙ୍କ ହାରାହାରି ଆୟ ବୃଦ୍ଧି ପାଇଛି। ସେମାନେ(ଲୋକେ) ହୃଦୟଙ୍ଗମ କରିଛନ୍ତି ଯେ ସେମାନଙ୍କ ଟଙ୍କା ଦେଶର ବିକାଶରେ ଖର୍ଚ୍ଚ ହେଉଛି।”

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଅମୃତ କାଳର ପ୍ରଥମ ବର୍ଷରୁ ହିଁ ସକାରାତ୍ମକ ଖବର ଆସିବାରେ ଲାଗିଲାଣି। ଏହାର ଅର୍ଥ ସମୃଦ୍ଧି ବଢ଼ିଛି ଓ ଗରିବୀ କମିଛି। ନୀତି ଆୟୋଗ ରିପୋର୍ଟ ଦର୍ଶାଇଛି ଯେ ୧୩.୫୦ କୋଟି ଲୋକ ଏବେ ଗରିବୀ ରେଖା ବା ବିପିଏଲ ତାଲିକାରୁ ଉପରକୁ ଉଠିଛନ୍ତି।

୫ ବର୍ଷ ମଧ୍ୟରେ ଏପରି ସଫଳତା ମିଳିଛି। ୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚି

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

Monday, August 21, 2023

WORLD' SENIOR CITIZEN DAY

 COASTAL NEWS 455 

  ରିଟାୟାର୍ଡ଼ ପରେ !

                



ରିଟାୟାର୍ଡ଼ ପରେ, ଛୋଟ ଛୋଟ କଥା,

                                     ମନେ ରହୁନାହିଁ ଜମା,

ବନାନ ଭୁଲିକି, ଲେଖିଲେ ଛାଡ଼ୁଛି,

                                   ଫୁଲ୍-ଷ୍ଟପ୍ ଆଉ କମା !

ଲୁଙ୍ଗି, ଗାମୁଛାରେ, ଦିନ କଟୁଅଛି,

                                ଲୋଡ଼ା ନାହିଁ ପ୍ୟାଣ୍ଟ, ଶାର୍ଟ,

ଦୁଇ-ଚକିଆଟା, ପଡ଼ି ପଡ଼ି ଏବେ,

                                    ହେଉନାହିଁ ଜମା ଷ୍ଟାର୍ଟ !

ନଅରୁ ଛଅଟା, ଯେଉଁ ଖଟ ଘରେ,

                                     ଏକା ଏକା ଥିଲା ରହି,

ଏବେ ପଟା ତା'ର, ବଙ୍କା ହୋଇଲାଣି,

                              ମୋ ବୋଝକୁ ବୋହି ବୋହି !

ସକାଳରୁ ସଞ୍ଜ, ଟିଭି ଖୋଲେନାହିଁ,

                                    ଏବେ ଚାଲେ ଦିନ-ରାତି,

ସାଢେ-ଗୋଟାଏରେ, ଚାହା ଖାଉଥିଲି,

                                       ଏବେ ବିପରୀତ ସ୍ଥିତି !

ଗୋଟାଏ-ଦୁଇଟା, ବାଜି ଯାଉଅଛି,

                                       ଗାଧୁଆ-ପାଧୁଆ ପାଇଁ,

କେଉଁ ଦିନ କେଉଁ ବାର କି ତାରିଖ,

                                       ଜମା ମନେ ପଡୁନାହିଁ !

ସବୁ ଦିନ, ବାର, ଭୁଲିଯାଏ ସିନା,

                                    ପହିଲା ଭୁଲେନା କେବେ,

କାରଣ ସେଦିନ, ସରକାର ପରା,

                                    ପେନସନ୍ ଟଙ୍କା ଦେବେ !

ଚୁଟି, ନିଶ ଆଗେ, ରଙ୍ଗ କରୁଥିଲି,

                                        ମାସକୁ ଥରେ ଦି'ଥର,

ସେ ରଙ୍ଗ ନ ଲାଗି, ଏବେ ବଗ ଭଳି,

                                    ଦିଶେ ଧୋବ ଫର-ଫର !

ବିଛଣା ଉପରେ, ଦିନ-ରାତି ପଡ଼ି,

                                     ପିଠିରେ ହେଲାଣି ଘାଆ,

ଅସଲ ରିଟାର୍ଡ, ହେବି ଯେଉଁ ଦିନ,

                                       ଏ ଭବୁ ଛାଡିବ ନାଆ !

ଯେଉଁ ବିଛଣାରେ, ପଡ଼ି ପଡ଼ି ଏବେ,

                                       ହୋଇ ଯାଇଅଛି ବୁଢା,

ସମୟ ଆସିବ, ସେ ବିଛଣା ନିଶ୍ଚେ,

                                    ଦେହରେ ହୋଇବ ଗୁଡା !

ପାନ ଖଣ୍ଡେ ଖଣ୍ଡେ, କିଣି ଖାଉଥିଲି,

                                    ଏବେ ଡାଲା କଲି ଘରେ,

ଏହିପରି ମୋର, ସମୟ କଟୁଛି,

                                    ରିଟାୟାର୍ଡ଼ ହେବା ପରେ !


                          

                   

              

                   ,

ସଂକ୍ଷିପ୍ତ ସମ୍ବାଦ

COASTAL NEWS 454

ସଂକ୍ଷିପ୍ତ ସମ୍ବାଦ 



ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବଳରେ ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶୁକ୍ରବାର ଡବ୍‌ଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୨ରନରେ ଆୟରଲାଣ୍ଡକୁ ପରାସ୍ତ କରିଛି। 


ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍ । କୋଟାରେ ଛାତ୍ର ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ।


ଦୁଇଟି ପୋଷା କୁକୁରଙ୍କ କଳି ପାଇଁ ସେମାନଙ୍କ ମାଲିକଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଓ ପରେ ଗୁଳିକାଣ୍ଡ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖଜରାନା ଥାନା ଅଧୀନସ୍ଥ ଏକ କଲୋନିରେ ଏହି ଘଟଣା ଘଟିଛି। 


ଭୁବନେଶ୍ୱରରେ ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ ।


ଚନ୍ଦ୍ରାୟାନ-୩: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରାୟାନ, ଇସ୍ରୋ ଜାରି କଲା ଭିଡିଓ ।


ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ଘୋଷଣା, ଆମେଠିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ ।


ହିମାଚଳ ପ୍ରଦେଶରେ ବର୍ଷା ତାଣ୍ଡବ: ୧୦, ହଜାର କୋଟିର ସମ୍ପତ୍ତି ନଷ୍ଟ ଓ ୭୪ ମୃତ୍ୟୁ, ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି।


ନାଗପୁରରୁ ଆସିଲା ଛାତିଥରା ଦୃଶ୍ୟ । ଚଳନ୍ତା ବାଇକକୁ ଧକ୍କା ଦେଇ ୩ କିଲୋମିଟର ଘୋଷାଡି ନେଲା ଦ୍ରୁତ ବେଗର କାର ।


ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ।


କୋର୍ଟରେ ଆଉ ବ୍ୟବହାର ହେବନାହିଁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ: ସୁପ୍ରିମ୍‌କୋର୍ଟ 


ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା ।


ପୁଣି ହିଂସାରେ ଥରିଲା ମଣିପୁର । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ।


ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ: ୯ ବର୍ଷରେ ବଦଳିଛି ଭାରତର ଚିତ୍ର, ଆର୍ଥିକ ସମୃଦ୍ଧିର ଶିଖରରେ ଦେଶ ।


ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ ।  


ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ଏଲନ ମସ୍କଙ୍କ ପ୍ରଶଂସା। 


ଆଇଏଲ୍‌ଏସ୍‌ ବିନା ବିମାନବନ୍ଦର ଦିବା ସ୍ବପ୍ନ: ୭ ମାସରେ ୧୮ ଦିନ ବାତିଲ ।


ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା: ଶୈକ୍ଷିକ ଭିତ୍ତିଭୂମି ପ୍ରସଂଗରେ ହାଇକୋର୍ଟଙ୍କ ଜବାବ ତଲବ ।


ବିହାରର ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ୨୮ ବର୍ଷ ପୁରୁଣା ଏକ ଦ୍ଵୈତ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ: ଡିସେମ୍ବର ସୁଦ୍ଧା ଶେଷ ହେବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ

 COASTAL NEWS Odia 453

ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ: ଡିସେମ୍ବର ସୁଦ୍ଧା ଶେଷ ହେବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ




ରାଜ୍ୟରେ ଥିବା ପ୍ରାୟ ୫୦ହଜାରରୁ ଅଧିକ ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ। ପିଲାଙ୍କୁ ଯେପରି ଗୁଣାତ୍ମକ ଶିକ୍ଷା ମିଳିବ ସେନେଇ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସପ୍ତାହକୁ ୬ଦିନ କେମିତି ପିଲା‌ଙ୍କୁ କି କି ପାଠ ପଢ଼ାଯିବ ସେନେଇ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି। ସପ୍ତାହର ପ୍ରଥମ ୪ଦିନ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୧୨୦ମିନିଟ ଲେଖାଏ ମୌଳିକ ଭାଷା ପଢ଼ାଯିବ।


ଏଥିରେ ପିଲାଙ୍କ ଭାଷାଜ୍ଞାନ ବଢ଼ାଯିବ। ସେହିପରି ୯୦ମିନିଟ ଲେଖାଏ ପିଲାଙ୍କୁ ଗଣିତ ପଢ଼ାଯିବ। ୫ମ ଦିନରେ ଏହାର ପୁନରାବୃତ୍ତି କରାଯିବ। ୬ଷ୍ଠ ଦିନରେ ପିଲାଙ୍କର ମୂଲ୍ୟାୟନ କରାଯିବ। ଏନେଇ ମାଷ୍ଟର ଟ୍ରେନରମାନଙ୍କୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ସଚିବ ଅଶ୍ବଥୀ ଏସ୍‌ ସୂଚନା ଦେଇଛନ୍ତି।


ଆଜି ମୁଖ୍ୟମନ୍ତ୍ରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଚିବ କହିଥିଲେ ଯେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲରେ ଆଇଟି ଲ୍ୟାବ୍ ପ୍ରତିଷ୍ଠା ହେବ। ସବୁ ହାଇସ୍କୁଲର ୫ଟି ରୂପାନ୍ତରଣ କାର୍ଯ୍ୟ ଶେଷ ହେବ। ସେହିପରି ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ମାଧ୍ୟମିକ ସ୍କୁଲ ଭଳି ହାଉସ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଛାତ୍ରଛାତ୍ରୀଙ୍କୁ ୪ଟି ହାଉସ୍‌ରେ ବିଭକ୍ତ କରାଯିବ। ଏଥିପାଇଁ ଟି-ସାର୍ଟ ଏବଂ ଟ୍ରାକ୍ ପ୍ୟାଣ୍ଟ ଯୋଗାଇ ଦିଆଯିବ। କିପରି ଏହା କାର୍ଯ୍ୟ କରିବ ଏନେଇ ସପ୍ତାହକ ମଧ୍ୟରେ ଗାଇଡଲାଇନ୍ ଜାରି ହେବ। ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯିବ।


ଏହାସହ ସ୍କୁଲରେ ଏକାଡେମିକ କ୍ୟାଲେଣ୍ଡର ରହିବ। କେଉଁଦିନ କ'ଣ ହେବ ତାହା ଆଗୁଆ ପିଲା ଓ ଅଭିଭାବକଙ୍କୁ ଜଣାଇ ଦିଆଯିବ। ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଦୂରତା କମାଇବାକୁ ଷ୍ଟୁଡେଣ୍ଟ ଡାଏରି ବ୍ୟବସ୍ଥା ଆରମ୍ଭ ହେବ। ସଚିବ କହିଥିଲେ ଯେ, ଗତବର୍ଷ ୧୩ହଜାର ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ଚଳିତବର୍ଷ ଏହା ଆହୁରି ବଢ଼ିବ। ନକଲି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ଦୂର କରିବା ଏବଂ ପିଲାଙ୍କ ସାର୍ଟିଫିକେଟ୍‌କୁ ସୁରକ୍ଷିତ ରଖିବା ପାଇଁ ଡିଜିଲକର୍‌ରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ସାର୍ଟିଫିକେଟ୍ ଉପଲବ୍ଧ ହେବ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...