AFFILIATE MARKETING

https://binomo.com?a=90810425bb57&t=0

Saturday, August 5, 2023

ଆସନ୍ତାକାଲି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଏହି ୫୦୮ଟି ରେଳ ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

 ଆସନ୍ତାକାଲି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଏହି ୫୦୮ଟି ରେଳ ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।




ନୂଆଦିଲ୍ଲୀ - ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍‌‌ ସମେତ ଦେଶର ୫୦୮ଟି ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର​‌(ଆସନ୍ତାକାଲି) ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଏହି ୫୦୮ଟି ରେଳ ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଏହି ୫୦୮ଟି ରେଳଷ୍ଟେସନ ମଧ୍ୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି । ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡ଼ିଶାର ସମ୍ବଲପୁର ଡିଭିଜନର ୧୧ଟି ଷ୍ଟେସନ ଏବଂ ଖୋର୍ଦ୍ଧା ଡିଭିଜନର ୧୪ଟି ଷ୍ଟେସନ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ କେନ୍ଦ୍ର ସରକାର ୫୪୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ । ଯାତ୍ରୀଙ୍କର ସୁବିଧା ଯୋଗାଇଦେବା ସହିତ ଯାତ୍ରୀମାନଙ୍କର ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍‌‌ ହୋଇଥିବା ଟ୍ରାଫିକ୍‌‌ ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଷ୍ଟେସନ୍‌‌ଗୁଡ଼ିକ ଅନୁପ୍ରାଣିତ ହେବ।

ଅମୃତ ଭାରତ ଷ୍ଟେସନ ଯୋଜନାରେ କେନ୍ଦ୍ର ସରକାର ୧ ହଜାର ୩୦୯ଟି ରେଳଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଷ୍ଟେସନଗୁଡ଼ିକର ବିକାଶ ଲାଗି କେନ୍ଦ୍ର ସରକାର ରାଜ୍ୟରେ ମୋଟ ୫ ଶହ ୪୭ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଓଡ଼ିଶାର ୫୭ଟି ଷ୍ଟେସନ ମଧ୍ୟରୁ ୨୫ଟି ଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ଆସନ୍ତାକାଲିଠାରୁ ଶୁଭାରମ୍ଭ କରାଯିବ।

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଇସ୍ରୋ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ-୩।

 ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଇସ୍ରୋ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ-୩



ଇତିହାସ ସୃଷ୍ଟି କରିବା ଦିଗରେ ଇସ୍ରୋ ଆଉ ପାଦେ ଆଗେଇଛି। ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ତ କରିବା ପାଇଁ ଇସ୍ରୋ ରଖିଥିବା ଲକ୍ଷ୍ୟ ଦିଗରେ ଆଗେଇ ଚାଲିଛି। ଆଜି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଇସ୍ରୋ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ-୩। ଆଜି ଚନ୍ଦ୍ରଯାନ ପାଇଁ ଗୋଟିଏ ବଡ଼ ପରୀକ୍ଷାର ଦିନ ଥିଲା।

କାରଣ ଆଜି ଏହା ଚନ୍ଦ୍ରର କକ୍ଷପଥରେ ଠିକ ଭାବେ ପ୍ରବେଶ କରି ପାରୁଛି କି ନାହିଁ, ତା’କୁ ସମସ୍ତେ ଅପେକ୍ଷା କରିଥିଲେ। ତେବେ ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ସନ୍ଧ୍ୟା ଠିକ୍‌ ୭ଟା ବେଳେ ଚନ୍ଦ୍ରଯାନ ୩କୁ ଚନ୍ଦ୍ରର ମାଧ୍ୟକର୍ଷଣ ବଳୟରେ ପ୍ରବେଶ କରାଇବାରେ ଇସ୍ରୋ ସଫଳ ହୋଇଛି। ବର୍ତ୍ତମାନ ଏହି ସ୍ପେଶ ଏୟାରକ୍ରାଫ୍ଟ ଚନ୍ଦ୍ରର ଗୋଟିଏ ସ୍ଥିର କକ୍ଷପଥରେ ରହିଛି।

ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଥିଲ। ତା’ପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା। ଅଗଷ୍ଟ ୧ରେ ଚନ୍ଦ୍ରଯାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଯାଇଥିଲା। ଆଜି ସନ୍ଧ୍ୟା ୭ଟାରେ ଯୋଜନା ମୁତାବକ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି।

ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ତୁଳନାରେ ଅତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ହିଁ ମୁଖ୍ୟ ଚ୍ୟାଲେଞ୍ଜ ଥିଲା। ଏହାକୁ ଆଜି ସଫଳତାର ସହ ବୈଜ୍ଞାନିକମାନେ କରି ଦେଖାଇଛନ୍ତି।

ସ୍ପେଶକ୍ରାଫ୍ଟର ଅବସ୍ଥାକୁ ନିୟମିତ ଅନୁଧ୍ୟାନ କରାଯାଉଛି। ବେଙ୍ଗାଲୁରୁରେ ଥିବା ଇସ୍ରୋର ଟେଲେମେଟ୍ରାଏ, ଟ୍ରାକିଂ ଓ କମାଣ୍ଡ ନେଟୱର୍କ(ISTRAC)ର ମିଶନ ଅପରେସନ କମ୍ପ୍ଲେକ୍ସ(MOX)ରୁ ଚନ୍ଦ୍ରଯାନ ଉପରେ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନର ସବୁ ସିଷ୍ଟମ ଠିକଠାକ ରହିଛି।

ପୂର୍ବଥର ପରି ଏଥର ଯେପରି ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ(ସୁରକ୍ଷିତ ଅବତରଣ)ରେ କୌଣସି ଯାନ୍ତ୍ରିକ ସମସ୍ୟା ନହୁଏ, ସେଥିପାଇଁ ବୈଜ୍ଞାନିକମାନେ ବିଶେଷ ଦୃଷ୍ଟି ରଖିଛନ୍ତି। ୬୧୫ କୋଟିର ଏହି ପ୍ରୋଜେକ୍ଟ ସଫଳ ହେଲେ ଚନ୍ଦ୍ରରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚାଇନା ଓ ରୁଷ ଏହି ସଫଳତା ହାସଲ କରି ସାରିଛନ୍ତି।

ISRO ଅନୁଯାୟୀ, ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ ଉପରେ ତିନୋଟି ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି। ସର୍ବପ୍ରଥମେ, ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଓ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚାହୁଁଛନ୍ତି। ଚନ୍ଦ୍ରଯାନ-୨ ମିଶନ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉର୍ଦ୍ଦିଷ୍ଟ  ଥିଲା। ମାତ୍ର ସାମାନ୍ୟ ତ୍ରୁଟି ମିଶନକୁ ବିଫଳ କରି ଦେଇଥିଲା।

ISRO ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦୁଇ ସୋପାନ ଅତିକ୍ରମ କଲେ ବୈଜ୍ଞାନିକମାନେ ଚନ୍ଦ୍ର ଉପରେ ଅନେକ ପରୀକ୍ଷା-ନୀରିକ୍ଷା କରିବାକୁ ସକ୍ଷମ ହେବେ। ଏଥିପାଇଁ ଚନ୍ଦ୍ରଯାନ-୩ ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ଅନେକ ଯନ୍ତ୍ର ପଠାଯିବ। ଏକ ସ୍ୱତନ୍ତ୍ର ଯନ୍ତ୍ର ମହାକାଶକୁ ପ୍ରେରଣ କରାଯିବ, ଯାହା ଜହ୍ନ ରାଇଜରୁ ପୃଥିବୀ ଉପରେ ନଜର ରଖିବ।



ଥାନାଧିକାରୀ ଙ୍କ ଗଞ୍ଜେଇ ବିକ୍ରି ଅଭିଯୋଗ ଥାନାରେ ଲଗିଲା ନିଆଁ

 ଥାନାଧିକାରୀ ଙ୍କ ଗଞ୍ଜେଇ ବିକ୍ରି ଅଭିଯୋଗ ଥାନାରେ ଲଗିଲା ନିଆଁ 



ଉତ୍ୟକ୍ତ ଲୋକେ ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇକୁ ଫିରିଙ୍ଗିଆ ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ୟକ୍ତ ଲୋକେ ଆଜି ଥାନାରେ ନିଆଁ ଲଗାଇଦେଇଛନ୍ତି । ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧିନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ଆଇଆଇସି ହୋମଗାର୍ଡଙ୍କ ସହାୟତାରେ ବିକ୍ରି କରିଦେଉଛନ୍ତି ।

ଝାରସୁଗୁଡ଼ା ରେ ଭିଜିଲାନ୍ସ ଜାଲରେ ସିଡିପିଓ

 ଝାରସୁଗୁଡ଼ା ରେ ଭିଜିଲାନ୍ସ ଜାଲରେ ସିଡିପିଓ 




ଝାରସୁଗୁଡ଼ା - ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଝାରସୁଗୁଡ଼ା (ଅର୍ବାନ) ସିଡିପିଓ ସରୋଜିନୀ ଏକ୍କା। ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।


ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ସରୋଜିନୀ ଏକ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।


ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।


ଗତକାଲି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲର ଗୋଡ଼ା ରାଜସ୍ୱ ନିରୀକ୍ଷକ (ଆରଆଇ) ନୃସିଂହ ଚରଣ ରାଉତ। ଏକ ଜମିର ମ୍ୟୁଟେସନ ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ



ଭୁବନେଶ୍ବର - ଭିତ୍ତିଭୂମି ଦୁର୍ବଳ ଥିଲେ ଦେଶର ବିକାଶ ସମ୍ଭବ ନୁହେଁ। ଦେଶର ବିକାଶ ପାଇଁ ରାଜମାର୍ଗ ସୁଦୃଢ ହେବା ଆବଶ୍ୟକ । ଭୂମି ଉପରେ ତିଆରି ହୋଇଥିବା ରାଜମାର୍ଗ ବ୍ୟକ୍ତିର ପାପୁଲିରେ ଥିବା ଭାଗ୍ୟରେଖା ସହ ସମାନ । ଦେଶର ବିକାଶ, ଦେଶର ଅର୍ଥନୀତିର ବିକାଶ ରାଜମାର୍ଗ ସହ ଓତପ୍ରେତ ଭାବେ ଜଡ଼ିତ । ’ ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ବେଳେ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ ଏହି ଦୁଇ ତୁଙ୍ଗ ନେତା।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି କାମାକ୍ଷାନଗର-ଡୁବୁରୀ ୪ ଲେନ୍ NHର ଲୋକାର୍ପଣ କରିଥିଲେ । ଏହାସହ ମୋଟେର-ବାନେର ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ବି କରିଥିଲେ ।

ଏହି ଅବସରରେ ଗୃହ ମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ଦେଶର ବିକାଶ ତଥା ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ । ଗତ ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ରାଜମାର୍ଗର ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଛନ୍ତି । ବିଗତ ୯ ବର୍ଷ ଭିତରେ ନକ୍ସଲବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି ।

ଓଡ଼ିଶାରେ ନକ୍ସଲ ଗତିବିଧି କମିଥିବାରୁ ରାଜ୍ୟ ସରକାରକୁ ଧନ୍ୟବାଦ ଦେଇଛନ୍ତି ଶାହ । ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବହୁ ନୂଆ ପନ୍ଥା ଆପଣାଇଛି । ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡ଼ିଶା । କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ବି ପରାସ୍ତ ହେଉଛି ବୋଲି କହିଛନ୍ତି ଶାହ ।

 ନବୀନ ପଟ୍ଟନାୟକ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବା ସହ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିବା କହି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମିତ ଶାହ । ଏହାପରେ ନିଜ ସରକାରଙ୍କ ଗୁଣଗାନ କରି ଅମିତ ଶାହ କହିଛନ୍ତି, ୨୦୧୪-୧୫ରେ ପ୍ରତିଦିନ ୧୨ କିମି ରାସ୍ତା ନିର୍ମାଣ ହେଉଥିଲା। ୨୦୨୧-୨୨ରେ ଏହା ୨୯ କିମିରେ ପହଞ୍ଚିଛି। ରାଜରାସ୍ତାର ନିର୍ମାଣ ଦ୍ୱାରା ସମଗ୍ର ଦେଶରେ ଆର୍ଥିକ ଅଭିବୃଦ୍ଧି ହେଉଛି। ବହୁ ଯୋଜନା କାର୍ଯ୍ୟକାରୀ ହେଉଛି।

ଦେଶର ପୂର୍ବ ଭାଗର ବିକାଶ ନ ହେଲେ ସମ୍ପୂର୍ଣ୍ଣ ଦେଶର ବିକାଶ ସମ୍ଭବ ନୁହେଁ। ଏଥିପାଇଁ ମୋଦି ସରକାର ପୂର୍ବ ଭାରତ ଉପରେ ଅଧିକ ଫୋକସ୍‌ କରୁଛନ୍ତି। ପୂର୍ବ ଓ ପଶ୍ଚିମ ଭାରତକୁ ଗୋଟିଏ ସମାନ ସ୍ଥାନକୁ ଆଣି ପାରିଲେ ହିଁ ବିକାଶ ସମ୍ଭବ ବୋଲି କହିଛନ୍ତି ଶାହ ।

ଏଥିସହ ସେ କହିଛନ୍ତି, ପୂର୍ବ ଭାରତ ବିଗତ ଦିନରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଥିଲା। ଗତ ୯ ବର୍ଷରେ ମୋଦି ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲଙ୍କୁ ମୂଳୋତ୍ପାଟନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଫଳରେ ନକ୍ସଲ କାର୍ଯ୍ୟକଳାପ ବହୁ ମାତ୍ରାରେ କମିଛି। ନକ୍ସଲ ବିରୋଧୀ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାକୁ ଓଡ଼ିଶା ସରକାର ବି ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ବହୁ କାମ କରିଥିବା କହିବାକୁ ଭୁଲି ନାହାନ୍ତି ଶାହ।

ଏହି ସଭାରେ ନବୀନ ପଟ୍ଟନାୟକ ନିଜ ଭାଷଣ ଆରମ୍ଭରେ ଅମିତ ଶାହଙ୍କୁ ଜଗନ୍ନାଥଙ୍କ ଭୂମିକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ କହିଥିଲେ, ନୂତନ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରୁଛି। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ଯୋଗାଯୋଗକୁ ସୁଦୃଢ କରିବାକୁ ପଡ଼ିବ । ଯେପରି ଗୁରୁପ୍ରିୟା ସେତୁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ଯୋଗାଯୋଗ କରୁଛି। ଫଳରେ ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଏହି ସେତୁ ବରଦାନ ସଦୃଶ୍ୟ ପାଲଟିଛି। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଗାଯୋଗ କରୁଛି। ଚଳିତ ବର୍ଷ ଆମେ ୬ ,୫୦୦ କିମି ରାସ୍ତା କାମ ସହ ୩ଶହ ବ୍ରିଜ କାମ କରିବାକୁ ଲକ୍ଷ୍ୟ ରଖିଛୁ । ନିକଟରେ ଆମେ ୨ଟି ଏୟାରପୋର୍ଟ କାମ ସାରିଛୁ। ଏଥିସହ ମାଲକାନଗିରିରେ ଏକ ବିମାନବନ୍ଦର କାମ ଚାଲିଛି। ଏଥିସହ ବିଭିନ୍ନ ଉନ୍ନୟନମୂଳକ କାମରେ ସହଯୋଗର ହାତ ବଢ଼ାଉଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାନ ଜଣାଇଛନ୍ତି ନବୀନ ।

ଏହି ବୈଠକରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ରାସ୍ତା ଓ ଉନ୍ନୟନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ୍‌ କମିଶନର ସୌମ୍ୟ ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ।

ଆଜି ମୋଦି ସରକାରୀ କାର୍ଯ୍ୟକ୍ରମ ପରେ ବିଜେପି ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ବୈଠକ କରିବେ ବୋଲି ଜଣାଯାଇଛି। ଉକ୍ତ ବୈଠକରେ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ କରିବା ସହ ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ ବୋଲି ଜଣାଯାଇଛି।

ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତକାଲି ଗଠିତ ହୋଇଥିବା ୩୫ ଜଣିଆ ଟିମ୍‌ ମୋଦିଙ୍କ ସହ ଆଲୋଚନା କରି ତାଙ୍କଠୁ ଟିପ୍ସ ନେବାକୁ ବେଶ୍‌ ଉତ୍ସୁକ ଥିବା ଦେଖିବାକୁ ମିଳିଛି l

ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍; ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ

 ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍; ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ




୦୫।୦୮ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଝଟକା । ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍ ଦଣ୍ଡ । ଏହା ସହିତ ୧ ଲକ୍ଷ ଟଙ୍କା ଜୋରିମନା ଲଗାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି କୋର୍ଟ । ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ । କୋର୍ଟଙ୍କ ରାୟ ପରେ ଇସଲାମାବାଦ ପୋଲିସ ପିଟିଆଇ ମୁଖ୍ୟଙ୍କୁ ଗିରଫ କରିଛି ।

ଟଙ୍କା ପାଇଁ ମମତା ଭୁଲିଲା ଜନ୍ମଦାତା: ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ପୁଅକୁ ବିକିଲା

  ଟଙ୍କା ପାଇଁ ମମତା ଭୁଲିଲା ଜନ୍ମଦାତା: ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ପୁଅକୁ ବିକିଲା





ଟିଟଲାଗଡ଼: ଟଙ୍କା ପାଇଁ ମମତା ଭୁଲିଲା ଜନ୍ମଦାତା। ମାତ୍ର ଅଡ଼େଇ ଲକ୍ଷ ଟଙ୍କାରେ ବିକି ଦେଲା ନିଜ ଜନ୍ମକଲା ପୁଅକୁ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡ଼ରେ। ଜଣେ ବାପା ତାର ୫ଦିନର ଶିଶୁ ପୁତ୍ରକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ହେଲେ ଟିଟିଲାଗଡ ଝାଙ୍କରପଡାର ସନ୍ତୋଷ ପଟେଲ।

ସନ୍ତୋଷ ଓ ପୁଷ୍ପା ପଟେଲଙ୍କର ପୂର୍ବରୁ ୩ଟି ସନ୍ତାନ ଥିଲେ। ଏହା ଚତୁର୍ଥ ଶିଶୁପୁତ୍ର। ବାପା ସନ୍ତୋଷ ପୁଅକୁ କଳାହାଣ୍ଡିରେ ଜଣେ ଗ୍ରାହକଙ୍କ ପାଖରେ ବିକ୍ରି କରିଦେଇଥିଲେ। ଏହି ଘଟଣାରେ ଟିଟିଲାଗଡ଼ର ରମାଜାନ ସେଖ ଓ ଶିଶୁର ବାପା ସନ୍ତୋଷ ପଟେଲଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

 ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା




ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶୁକ୍ରବାର ମଧ୍ୟ ରାତ୍ରିରେ ଭୁବନେଶ୍ୱରରେ ଆସି ପହଁଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାତି ପାଖାପାଖି ୧୧ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ପ୍ରଭାତୀ ପରିଡ଼ା, ମୋହନ ମାଝୀ ପ୍ରମୂଖ ବହୁ ନେତା ଶାହାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଲୋକସେବା ଭବନର କନଭେନସନ୍ ସେଣ୍ଟରରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ।ଦିନ ୧୧ଟାରେ ସୁକିନ୍ଦା – କାମାକ୍ଷାନଗର ଓ ଚଣ୍ଡିଖୋଲ – ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କରିବେ ଅମିତ ଶାହା। ଏହାପରେ ଦିନ ୧୨ଟା’ରେ ମାଓବାଦୀ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ। ଏହାପରେ ୨ଟା ୦୫ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀଙ୍କ ବୈଠକରେ ସାମିଲ୍ ହେବେ ଶାହା। ଅପରାହ୍ନ ୫ଟା ୨୦ରେ ବିମାନବନ୍ଦର ଲାଉଞ୍ଜରେ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ସାରି ନୂଆଦିଲ୍ଲୀ ଫେରିଯିବେ ଶାହା।

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

 ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ 




ଭୋଗରାଇ - ରାତିରେ ଖିଆପିଆ କରି ନିଜ ଛୁଆକୁ ଧରି ଶୋଇଥିଲେ ମହିଳା। ସକାଳୁ ଛୁଆ ଉଠି ମା’କୁ ଖୋଜିବା ବେଳେ ଆଉ ପାଇଲାନି ମା’ର ପତ୍ତା । ଛାତ ଉପରକୁ ଯାଇ ଯାହା ଦେଖିଲା, ନିଜ ଆଖିକୁ ବିଶ୍ୱାସ କରି ପାରିଲାନି। କାରଣ ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ । ରାତିରେ ଯିଏ ମା’ କୋଳରେ ଶୋଇଥିଲେ, ସକାଳେ ସେ ମା’ ଛେଉଣ୍ଡ ହୋଇ ଯାଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗ୍ରାମରେ ଆଜି ସକାଳୁ ଘଟିଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିବା ବେଳେ ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରିକି ଉତ୍ତ୍ୟକ୍ତ ଗ୍ରାମବାସୀ ମିଲିଙ୍କ ଶାଶୁଙ୍କୁ ଟଣାଓଟରା କରି ମାରପିଟ କରିଥିବା ବେଳେ ପୁଲିସ୍‌ ଗାଡ଼ି ଆଗରେ ବସି ରହିଛନ୍ତି। 

ମିଲିଙ୍କ ସ୍ୱାମୀ ବାହାରେ ରହି କାମ କରୁଥିବା ବେଳେ ଘରେ ସେ ନିଜର ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ତଥା ଶାଶୁ, ଶ୍ୱଶୁରଙ୍କ ସହ ରହୁଥିଲେ। ତେବେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ବହୁ ଥର ନିର୍ଯାତନା ଅସହ୍ୟ ହେବାରୁ ମିଲି ପିଲାଙ୍କୁ ଧରି ବାପ ଘରକୁ ପଳାଉଥିଲେ। ଏହାପରେ ଗାଁରେ ବୈଠକ ବସି ତାଙ୍କୁ ଶାଶୁ ଘର ଲୋକେ ଫେରାଇ ଆଣୁଥିଲେ।

ଗତ ରାତିରେ ମିଲି ନିଜ ରୁମ୍‌ରେ ଝିଅ ସହ ଶୋଇଥିବା ବେଳେ ବେଳେ ତାଙ୍କ ପୁଅ ନିଜ ଜେଜେ ବାପା ଓ ଜେଜେମା’ଙ୍କ ନିକଟରେ ଶୋଇଥିଲେ। ସକାଳୁ ଝିଅ ଉଠି ମା’କୁ ଖୋଜି ନ ପାଇବାରୁ କାନ୍ଦିଥିଲା। ଏହାପରେ ଘର ଲୋକେ ଖୋଜାଖୋଜି କରି ମିଲିଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା

 ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା 




ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ ଦେଖୁ ସେଠାରେ ଝଗଡା ଓ ପଥର ମାଡ ଆରମ୍ଭ ହୋଇଯାଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ ଏବଂ ଗାଡିଗୁଡିକ ଭଙ୍ଗାରୁଜା କରାଯାଇଥିଲା। ଏସବୁ ଘଟଣା ଜଣେ ସୋସିଆଲ ମିଡିଆ ସେଲିବ୍ରିଟି ବା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଏକ ବାର୍ତ୍ତା ଯୋଗୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରସିଦ୍ଧ ୟୁଟ୍ୟୁବର୍‌ କାଇ ସେନାଟ ଇନଷ୍ଟାଗ୍ରାମରେ ଏକ ଭିଡିଓରେ ଲାଇଭ ଆସି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକଙ୍କୁ ମ୍ୟାନହେଟନର ତଳ ଅଞ୍ଚଳରେ ଭେଟିବେ ଏବଂ ସେମାନଙ୍କୁ ଉପହାର ଦେବେ। ଏହି ଉପହାର ଗୁଡ଼ିକରେ, କେ ସେନାଟ ପ୍ଲେ ଷ୍ଟେସନ ୫ ଦେବା କଥା କହିଥିଲେ। କେ ସେନାଟଙ୍କ ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଥିଲା ଏବଂ ୟଟ୍ୟୁବର୍‌ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ଥାନରେ ବହୁ ସଂଖ୍ୟକ ଯୁବକ ଏକତ୍ରିତ ହେବାକୁ ଲାଗିଲେ। ଭିଡ ବଢିବାରୁ କେତେଜଣ ଯୁବକ ଭିଡର ସୁଯୋଗ ନେଇ ପୋଲିସ ଉପରକୁ ପଥର ମାଡ କରିଥିଲେ ଓ କିଛି ଗାଡି ଭଙ୍ଗାରୁଜା କରିବାରୁ ହିଂସା ପରିସ୍ଥିତି ଉପୁଜିଥିଲା।

ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ

 ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ 



ଭୁବନେଶ୍ବର - ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆର ଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମ‌ନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ(ଲିଭର୍‌) ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍‌, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ଆଇଏସ୍‌ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍) ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶଗ୍ରହଣ କରି ଏହି କ୍ଷେତ୍ରରେ ଏକ ସୁଗମ ପରିବେଶ ସୃଷ୍ଟି କରିବାକୁ ମତ ରଖିଥିଲେ । ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତ ପ୍ରତିନିଧିଙ୍କୁ ଏମ୍‌ସକୁ ସ୍ବାଗତ କରିବା ସହିତ ଏଭଳି ଏକ ଅଭିନବ ସମ୍ମିଳନୀ ପାଇଁ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଡ. ସଞ୍ଜୀବ କଲ୍‌ଭାଙ୍କ ସହ ଜାତୀୟସ୍ତରରେ ସୁପରିଚିତ ଡ. ଅଜିତ ଯାଦବ, ଡ. ରୋଚନ୍ ପନ୍ଥ, ଡ. ଅମର ମୁକୁନ୍ଦ୍‌, ଡ. ଯଶୱନ୍ତ ପଟ୍ଟିଦାର, ଡ. ରଶ୍ମୀ ପାଢ଼ୀ, ଡ. ଦୟାନନ୍ଦ ଏଲ୍‌, ଡ. ପୁଲକିତ ରଙ୍ଗର ଏବଂ ଡ. କରମଭୀର ଚାନ୍ଦେଲ ପ୍ରମୁଖ ଏହି ସମ୍ମିଳନୀ ମାଧ୍ୟମରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ବିଭିନ୍ନ ଜଟିଳ ରୋଗର ଚିକିତ୍ସାରେ ନିର୍ବାହ କରୁଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। 

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଡ. ମାଥ୍ୟୁ ଚେରିୟାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଯୁବ ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କୁ ଅଭିଭୂତ କରିଥିଲେ । ଗୁରୁତର ରୋଗର ସଫଳ ଚିକିତ୍ସା‌ କ୍ଷେତ୍ରରେ ଆଇଆର୍‌ ଉପଯୋଗ କରି ରୋଗୀର ଜୀବନରେ ଗୁଣବତ୍ତା ଆଣିବା ଦିଗରେ ଏହି ସମ୍ମିଳନୀ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଡ. ଚେରିୟାନ୍‌ ପ୍ରକାଶ କରିଥିଲେ । ଓଡ଼ିଶାରେ ଆଇଆରକୁ ବ୍ୟାପକ ଭାବେ ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ଅନନ୍ୟ ଧାରା ପ୍ରବର୍ତ୍ତନ କରିବା ନେଇ ସେ ପ୍ରସ୍ତାବ ରଖିଥିଲେ । ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ଡିଏମ୍‌ଇଟି ଡ. ସଚ୍ଚିଦାନନ୍ଦ ମହାନ୍ତି ରାଜ୍ୟର ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ଆଇଆର ବ୍ୟବହାର ବ୍ୟାପକ କରିବା ଉପ‌ରେ ମତ ରଖିଥିଲେ । ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ଡିନ୍‌ ଡ. ପି ଆର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । 

ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ଡ. ଏନ୍‌ ଦୀପ୍‌ ବାଗ୍‌, ଡ. ସୁପ୍ରଭା ନାଏକଙ୍କ ସମେତ ଆୟୋଜନ କମିଟି ସଚିବ ଡ. ସୁଦୀପ୍ତା ମହାକୁଡ଼, ଡ. ମନୋଜ ନାୟକ, ଡ. ରଂଜନ ପଟେଲ ଏବଂ ଡ. ତାରା ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି ସମ୍ମିଳନୀ ସଂପାଦିତ ହୋଇଥିଲା । ଉଲ୍ଲେଖଯୋଗ୍ୟଯେ ବିଭିନ୍ନ ପ୍ରକାରର ରେଡିଓଡାଇଗ୍ନୋସିସ୍‌ ନିମନ୍ତେ ଜନସାଧାରଣଙ୍କୁ ଘରୋଇ ଡାକ୍ତରଖାନାରେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିଥାଏ । ମାତ୍ର ସାମ୍ପ୍ରତିକ ବର୍ଷଗୁଡିକରେ, ଏମ୍‌ସ ଭୁବନେଶ୍ୱର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଦକ୍ଷ, ଯୁବ ଚିକିତ୍ସକଙ୍କ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହିତ ବିଭିନ୍ନ ଜଟିଳ ରୋଗର ସରଳ ଚିକିତ୍ସା ପଦ୍ଧତି ହାତକୁ ନିଆଯାଉଛି । ଏହା ଫଳରେ ସାଧାରଣଲୋକଙ୍କୁ ଏମ୍‌ସରେ ଯଥେଷ୍ଟ ଉପକାର ମିଳୁଛି ।

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା ।

 ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା । 



ବାରଣାସୀ - ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା । ସପ୍ତଦଶ ଶତାବ୍ଦୀରେ ଜ୍ଞାନବାପି ମସ୍‌ଜିଦ ନିର୍ମାଣ ପୂର୍ବରୁ ସେଠାରେ ମନ୍ଦିର ଥିଲା କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ମସ୍‌ଜିଦ ପରିସରରେ ବିଜ୍ଞାନ ସମ୍ମତ ସର୍ଭେ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ । ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି । 

ତେବେ ସର୍ଭେ ସମୟରେ ମସ୍‌ଜିଦ ପରିସରରେ ଯେପରି କୌଣସି କ୍ଷତି ନ ହୁଏ, ତାହା ଦେଖିବା ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । 

ସର୍ଭେ ବେଳେ କୌଣସି ଖନନ କିମ୍ବା ମସ୍‌ଜିଦ ଢାଞ୍ଚା ପ୍ରତି କ୍ଷତି ପହଞ୍ଚବା ଭଳି କିଛି କାର୍ଯ୍ୟ କରାଯିବ ନାହିଁ ବୋଲି ଏଏସ୍‌ଆଇ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲିଠାରୁ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । ଘଣ୍ଟାଘଣ୍ଟା ଧରି ମସଜିଦ ଭିତରେ ସର୍ଭେ କରିଥିଲେ ଏଏସଆଇ ଟିମ୍ ।

ତୁଚ୍ଛ ହେଲା ରକ୍ତ ସମ୍ପର୍କ ଭାଇକୁ ହତ୍ୟା କଲା ଭାଇ

 ତୁଚ୍ଛ ହେଲା ରକ୍ତ ସମ୍ପର୍କ ଭାଇକୁ ହତ୍ୟା କଲା ଭାଇ 



ଢେଙ୍କାନାଳ - ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସୋଗରପଷୀ ଦେହୁରୀ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭୟ ଦେହୁରୀ। ପୁଲିସ ପ୍ରଶାନ୍ତ ଦେହୁରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ଗତକାଲି ସନ୍ଧ୍ୟା ସମୟରେ ଅଭୟ କୋଠ ଘରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଅଭୟଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ପ୍ରଶାନ୍ତ। ସ୍ଥାନୀୟ ଲୋକେ ଅଭୟଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ପ୍ରଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

କେଉଁ କାରଣ ପାଇଁ ପ୍ରଶାନ୍ତ ଅଭୟଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଅଭୟଙ୍କ ସହ ପ୍ରଶାନ୍ତଙ୍କର କୌଣସି ପୂର୍ବ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Friday, August 4, 2023

ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ

 ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ




 

ଜୟପୁର,୪।୮: ନିର୍ବାଚନ ବର୍ଷରେ ବଜେଟ ସମୟରେ ରାଜ୍ୟରେ ୧୯ଟି ନଆ ଜିଲା ଏବଂ ତିନୋଟି ନୂତନ ଡିଭିଜନ ଗଠନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଥିଲେ। ବର୍ତ୍ତମାନ ଗେହଲୋଟ କ୍ୟାବିନେଟ ଏହି ନୂଆ ଜିଲା ଏବଂ ଡିଭିଜନଗୁଡ଼ିକୁ ଅନୁମୋଦନ କରିଛ। ଏହାପରେ ଏବେ ରାଜସ୍ଥାନ ୫୦ଟି ଜିଲା ଏବଂ ୧୦ଟି ଡିଭିଜନ ସହିତ ଏକ ରାଜ୍ୟ ହୋଇପାରିଛି। ଅଗଷ୍ଟ ୭ରେ ନୂତନ ଜିଲା ପ୍ରତିଷ୍ଠା ହେବ। ଏହା ସହିତ ସର୍ବଧର୍ମ ସଭା ଏବଂ ପୂଜା ପାଠ ମଧ୍ୟ କରାଯିବ।

ଏଥି ସହିତ ଜୟପୁରର ଦୁଇ ଭାଗରେ ଚାଲିଥିବା ବିବାଦ ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ବାସ୍ତବରେ ଜୟପୁରକୁ ଦୁଇ ଭାଗରେ ବିଭକ୍ତ କରି ଜୟପୁର ସହର ଏବଂ ଜୟପୁର ଗ୍ରାମୀଣ ଦୁଇଟି ନୂତନ ଜିଲା ଭାବରେ ସୃଷ୍ଟି ହୋଇଛି। ସେହିଭଳି ଯୋଧପୁର ସହର ଏବଂ ଯୋଧପୁର ଗ୍ରାମୀଣ ମଧ୍ୟ ଅଲଗା ହୋଇ ଦୁଇଟି ନୂତନ ଜିଲା ଗଠନ କରାଯାଇଛି। ଅନ୍ୟପକ୍ଷରେ, ଡୁଡୁକୁ ନେଇ ମଧ୍ୟ ଗେହଲୋଟଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଜୟପୁର ଗ୍ରାମ୍ୟରେ ଡୁଡୁରେ ଅନ୍ତର୍ଭୂକ୍ତ ହେବାକୁ ଚାହୁଁ ନ ଥିବା ଅଞ୍ଚଳକୁ ଯୋଡି କ୍ୟାବିନେଟ ଡୁଡୁକୁ ଏକ ଅଲଗା ଜିଲା କରିପାରିଛି। ଏହା ପରେ ଡୁଡୁ ରାଜସ୍ଥାନର ସବୁଠାରୁ ଛୋଟ ଜିଲା ହୋଇପାରିଛି। ଏହା ପୂର୍ବରୁ ଧୋଲପୁର ରାଜସ୍ଥାନର ସବୁଠାରୁ ଛୋଟ ଜିଲା ଥିଲା।

ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମୋଦି ସରନେମ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।

ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମୋଦି ସରନେମ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।



ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗିଆ’ ଟିପ୍ପଣୀ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ‌ହୋଇଥିବା ଦଣ୍ଡାଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।

ରାୟ ଶୁଣାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ।

କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ବି ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ବିଚାରପତି ବି.ଆର୍‌. ଗୱାଇ, ପି. ଏସ୍‌. ନରସିଂହ ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରୁଥିଲେ।

ସୁରତ ଅଦାଲତ ଦେଇଥିବା ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ।

ରାହୁଲ୍‌ଙ୍କ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଂହୱି କହିଲେ ଯେ, ବିଚାର ଶେଷ କରାଯାଇ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ପ୍ରମାଣ ମିଳିନାହିଁ।

ସିଂହୱି ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ମୂଳ ସାଙ୍ଗିଆ ‘ମୋଦୀ’ ନ ଥିଲା। ସେ ସାଙ୍ଗିଆ ପରିବର୍ତ୍ତନ କରି ‘ମୋଦୀ’ କରିଛନ୍ତି। ସେ ନିଜେ ମଧ୍ୟ କହିଛନ୍ତି ଯେ, ସେ ‘ମୋଧ ବଣିକ ସମାଜ’ ସମ୍ପ୍ରଦାୟର। କିନ୍ତୁ, ଭାଷଣରେ ରାହୁଲ୍‌ ‘ମୋଧ ବଣିକ ସମାଜ’ ସମ୍ପ୍ରଦାୟର କାହାରି ନାଁ ଧରି ନାହାନ୍ତି।

ଅଦ୍ଭୁତ ପ୍ରାଣୀ

 ଅଦ୍ଭୁତ ପ୍ରାଣୀ




ଦୁନିଆରେ ଏତେ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରି ହୁଏନା। ବେଳେବେଳେ ସୋସିଆଲ ମିଡିଆରେ ଏପରି ଚମତ୍କାରୀ ଜୀବଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସେତେବେଳେ ଲୋକେ ଭାବନ୍ତି ଦୁନିଆରେ ଏପରି ଜୀବ ଅଛନ୍ତି ସତରେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଜୀବର ଭିଡିଓ ଭାଇରାଲ ହେଉଛି। ଯାହା ଏକ ମାଛର ଭିଡିଓ। ଏହି ମାଛଟି ପୂରା କାଚ ପରି ସ୍ବଚ୍ଛ।

@ThebestFigen ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହାକୁ ଧରିଥିବା ବ୍ୟକ୍ତି ଜଣକ ତାଙ୍କ ଆଙ୍ଗୁଠିରେ ମାଛ ଦେଖାଉଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ମାଛର ଶରୀରର କୌଣସି ଅଂଶ ଦେଖାଯାଉନାହିଁ। କେବଳ ଆଖି ଦେଖାଯାଉଛି। ବ୍ୟକ୍ତି ଜଣକ ମଧ୍ୟ ମାଛକୁ ନିଜ ହାତରେ ବୁଲାଇ ଦେଖାନ୍ତି, ତଥାପି କିଛି ଦେଖାଯାଉନାହିଁି।

ଏହି ଭିଡିଓଟି ୧୪ଲକ୍ଷରୁ ଅଧିକ ଭ୍ୟୁ ପାଇଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ପଚାରିଛନ୍ତି, ଏହି ମାଛ କୌଣସି ଅଙ୍ଗ ବିନା କିପରି ଜୀବନ୍ତ? ଆଉ ଜଣେ ୟୁଜର କହିଛନ୍ତି, ଯଦି ଏକ ବଡ଼ ଶିକାରୀ ପ୍ରାଣୀ ଏହିପରି ସ୍ବଚ୍ଛ ହୋଇଯାଏ ତେବେ କ’ଣ ହେବ? ସେହିପରି କିଛି ଲୋକ ଭିଡିଓ ଉପରେ ସନ୍ଦେହ କରି ମାଛକୁ ନକଲି ବୋଲି କହିଛନ୍ତି। ଏହି ମାଛର ନାମ କେହି କହିବାକୁ ସକ୍ଷମ ନୁହନ୍ତି। ନ୍ୟାଶନାଲ ଜିଓଗ୍ରାଫିକ୍‌ର ଏକ ୟୁଟ୍ୟୁବ ଭିଡିଓ ଏବଂ ମୋଣ୍ଟେରୀ ଓ୍ବେ ଆକ୍ୱାରିୟମର ଏକ ରିପୋର୍ଟ ଅନୁଯାୟୀ, ପ୍ରକୃତିରେ ଏକ ସ୍ବଚ୍ଛ ମାଛ ଅଛି, ଯାହାକୁ ବାରେଲି ମାଛ କୁହାଯାଏ। କିନ୍ତୁ ଏହା ଏହି ଭିଡିଓରେ ଦେଖାଯାଇଥିବା ମାଛଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ

 ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ



ଭୁବନେଶ୍ବର - ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ । ଜାତୀୟସ୍ତରରେ ବିଜେଡିକୁ ତୀବ୍ର ସମାଲୋଚନା ହେଉଥିବାବେଳେ ଦଳ ଭିତରେ ବି ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜ୍ୟରେ ବିଜେପି ବିରୁଦ୍ଧରେ ବିଜେଡି ଲଢ଼େଇ କରୁଥିବାବେଳେ ଦିଲ୍ଲୀ ବିଲ୍ ଓ ଅନାସ୍ଥା ପ୍ରସ୍ତାବ ଉପରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଏଭଳି ଅଯାଚିତ ସମର୍ଥନ ଯୋଗୁ ବିଜେଡିର ନେତା ଓ ସମର୍ଥକମାନଙ୍କ ଚାପା ଅସନ୍ତୋଷ ଦେଖାଦେଇଛି । ଯେଉଁଥିପାଇଁ ଦଳ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଥିବା ଜଣାପଡ଼ିଛି ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ଦିଲ୍ଲୀ ବିଲକୁ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଜେଡି ସମର୍ଥନ କରିଛି । ଏହା ବିଜେପିକୁ ସମର୍ଥନ ନୁହେଁ ବରଂ ଏକ ବିଲକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦର କ୍ଷମତାକୁ ବିଜେଡି ସମର୍ଥନ  ଦେଇଛି । ସମ୍ବିଧାନର ଧାରା ୨୩୯(କକ)ରେ ସଂସଦକୁ ଦିଲ୍ଲୀ ମାମଲାରେ ଆଇନ ପ୍ରଣୟନ କରିବାର କ୍ଷମତା ମିଳିଛି । ତେଣୁ ବିଜେପିକୁ ତାଙ୍କ ଦଳ ଖୋଲା ସମର୍ଥନ କରୁନି । ରାଜ୍ୟରେ ବିଜେପି ହିଁ ବିଜେଡିର ପ୍ରମୁଖ ବିରୋଧୀ । ଓଡ଼ିଶାରେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଗଲାଣି । କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ନୀତିରେ ବିଜେଡି କାଏମ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନୀ ବର୍ଷରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସୁହାଇବା ଭଳି ସମର୍ଥନ ଦେବାକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେଇଛି । ଦଳର ବରିଷ୍ଠ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି । ଯଦିଓ ଦଳୀୟ ପ୍ରସଙ୍ଗରେ ବିଜେଡି ନେତୃତ୍ୱଙ୍କ ସମସ୍ତ ନିଷ୍ପତ୍ତିକୁ ଦଳର କର୍ମୀ ଓ ନେତାମାନେ ମାନିବାକୁ ବାଧ୍ୟ । ମାତ୍ର ନିର୍ବାଚନୀ ବର୍ଷରେ ରାଜ୍ୟରେ ତୃଣମୂଳସ୍ତରରେ ବିଜେପି ସହ ବିଜେଡି ଲଢ଼ୁଥିବାବେଳେ ଏପରି ନିଷ୍ପତ୍ତି ଯୋଗୁ ସାଧାରଣ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ବିଜେଡି କର୍ମୀ ଓ ନେତାମାନଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିବ ବୋଲି ଦଳୀୟ ନେତାମାନେ ଆଶଙ୍କା କରୁଛନ୍ତି । ସମ୍ଭବତଃ ଦଳ ଭିତରେ ବଢ଼ୁଥିବା ଆକ୍ରୋଶ ଓ ଜାତୀୟସ୍ତରରେ ବିଜେଡିର ସୁବିଧାବାଦୀ ଚରିତ୍ରକୁ ନେଇ ହେଉଥିବା ସମାଲୋଚନା ଯୋଗୁ ବିଜେଡି ବାଧ୍ୟ ହୋଇ ସ୍ପଷ୍ଠୀକରଣ ରଖିଛି ବୋଲି ଚର୍ଚ୍ଚା ।

ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ



ଭୁବନେଶ୍ବର - ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ଶାହଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି। ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ।


ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଯେଉଁଠି ଦଳୀୟ ସଂଗଠନର ସ୍ଥିତି ଓ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କରେ ସମୀକ୍ଷା କରିବେ ଶାହ।


୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଶାହଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତା’ଉପରେ ନଜର ରହିଛି।

ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’- କେଜରିୱାଲ

 ‘ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’- କେଜରିୱାଲ 



 

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହା ଉପରେ ଆସି ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ଟୁଇଟ୍‌ କରି କହିଛନ୍ତି ଯେ, ପ୍ରତ୍ୟେକ ଥର ଭାଜପା ପ୍ରତିଶ୍ରୁତି ଦେଇଛି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କରିବ। ୨୦୧୪ରେ ମୋଦି ନିଜେ କହିଥିଲେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କରିବେ। କିନ୍ତୁ ଆଜି ଏହି ଲୋକମାନେ ଦିଲ୍ଲୀର ଲୋକଙ୍କୁ ପଛପଟୁ ଛୁରି ମାରିଛନ୍ତି। ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରନ୍ତୁନି।

ଦିଲ୍ଲୀର ପ୍ରଶାସନିକ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କର ରହିଛି ବୋଲି ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଅକାମୀ କରିବା ଲାଗି କେନ୍ଦ୍ର ସରକାର ଗତ ମେ’ ୧୯ରେ ଅଧ୍ୟାଦେଶ ଲଗାଇଥିଲେ। ଅଧ୍ୟାଦେଶ ଉପରେ ସ୍ଥଗିତାଦେଶ ଜାରି ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ବିଲ୍‌ ଅନୁଯାୟୀ ଜାତୀୟ ରାଜଧାନୀ ସିଭିଲ୍‌ ସର୍ଭିସେସ୍‌ ଅଥରିଟିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟ ସଚିବ ଏବଂ ଦିଲ୍ଲୀ ଗୃହ ସଚିବ ରହିବେ। ଦିଲ୍ଲୀର ଅଫିସରମାନଙ୍କ ନିଯୁକ୍ତି, ବଦଳି ପାଇଁ ଉକ୍ତ ଅଥରିଟି ଉପରାଜ୍ୟପାଳଙ୍କୁ ସୁପାରିସ କରିବେ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କ୍ଷମତା ଉପରାଜ୍ୟପାଳଙ୍କୁ ଦିଆଯାଇଛି।

Wednesday, August 2, 2023

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍




ଭୁବନେଶ୍ବରବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖାଯାଇଛି । ମାମଲାକୁ ନେଇ ବାହାରେ ସେ କିଛି ପ୍ରତିକ୍ରିୟା ରଖିପାରିବେନି ।

କୋଷ୍ଟାଲ ନ୍ୟୁଜ ସକ୍ଷିପ୍ତ ସମ୍ବାଦ

  •  କୋଷ୍ଟାଲ ନ୍ୟୁଜ ସକ୍ଷିପ୍ତ ସମ୍ବାଦ 



ଲଗାଣ ବର୍ଷା ଜାରି, ୧୪ ଜିଲାରେ ଛୁଟି ଘୋଷଣା


ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର ଓ ବଲାଙ୍ଗୀର, ନୟାଗଡ଼, ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..


ପ୍ରବଳ ବର୍ଷା ନେଇ କଟକ ଓ ଭୁବନେଶ୍ୱରକୁ ସତର୍କ ସୂଚନା, ଗତକାଲି ରାତିରୁ ଚାଲିଛି ବର୍ଷା..


ତଳିଆ ଅଂଚଳରେ ପାଣି ଜମିବା ଓ ଟ୍ରାଫିକ ସମସ୍ୟା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ..


ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀର ଜିଲ୍ଲାରେ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର, ନିର୍ଦ୍ଦେଶ ଜାରି କଲେ ଜିଲ୍ଲାପାଳ..


ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ ଆଜି ପାଇଁ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ..


ଟ୍ୱିନ ସିଟିକୁ ବର୍ଷା ସତର୍କତା: ଆଜି ମଧ୍ୟ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୂଚନା ଦେଲା ପାଣିପାଗ ବିଭାଗ..


ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..


ସୋର : ପୋଖରୀ ଭିତରେ ପଶିଗଲା କାର ..


ଅଳ୍ପକେ ବର୍ତ୍ତିଲେ ୫ ଜଣ..


କାର ଭିତରୁ ୫ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ..


୪ ଜଣ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର ଥିବା ସୂଚନା..


ଲଘୁଚାପ ବର୍ଷା : ସାରା ରାଜ୍ୟରେ ପ୍ରବଳ ବର୍ଷିବ; ୪ ଜିଲାକୁ ରେର୍ଡ଼ ଆଲର୍ଟ; ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣି..


କେନ୍ଦୁଝର : ଜୁଡ଼ିଆ ଘାଟିରେ ଭୂସ୍ଖଳନ..


ରେଳୱେ ଇଞ୍ଜିନ ଲାଇନ୍‌ଚ୍ୟୁତ୍‌ .. ଅନୁଗୂଳ ମାଲବାହୀ ଟ୍ରେନ୍‌ ଉପରେ ପାହାଡ଼ରୁ ଖସିଲା ପଥର..


ରାଉରକେଲାରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ଘଟିଲା ଅଘଟଣ..


ରେଳବାଇ କର୍ମଚାରୀ ସୁରକ୍ଷିତ..


ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା..


ଲଗାଣ ବର୍ଷା ଜାରି..


୧୩ ଜିଲାରେ ଛୁଟି ଘୋଷଣା ..


ଢ଼େଙ୍କାନାଳ, ଅନୁଗୂଳ, ମୟୂରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର ଓ ବଲାଙ୍ଗୀର, ନୟାଗଡ଼, ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..


ଲଗାଣ ବର୍ଷାର ସ୍ଥିତି ନେଇ ଏସ୍‌ଆରସିଙ୍କ ସମୀକ୍ଷା..


ପ୍ରସିଦ୍ଧ ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା..


ଲଗାଣ ବର୍ଷା : ଦେବଗଡ଼ରେ ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଦୁଇ ଦିନ ଛୁଟି ଘୋଷଣା ସୂଚନା..


ନିକୋବର ଦ୍ୱୀପରେ ଭୂକମ୍ପ ଝଟକା

ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ

 ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ 



ଦଶମନ୍ତପୁର : ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଝଡ ବର୍ଷାରେ ୨ କିମି ଭାରରେ ବୁହା ହେବାପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଗଲେ ଗର୍ଭବତୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅଧୀନ ତେଙ୍ଗଡାସିଲ୍‌ ଗାଁରେ ମଙ୍ଗଳବାର ଏଭଳି ଜନନୀ ଯନ୍ତ୍ରଣାର ଦୃଶ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ପୂର୍ବାହ୍ନରେ ଗାଁର ପ୍ରଫୁଲ୍ଲ ଗୌଡ଼ଙ୍କ ସ୍ତ୍ରୀ ମାୟାବତୀ (୨୫)ଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗର୍ଭକୁ ମାତ୍ର ୬ମାସ ହୋଇଥିବାରୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଏହାପରେ ତାଙ୍କ ପାଟିରୁ ରକ୍ତସ୍ରାବ ହୋଇଥିଲା। ଏ ସମ୍ପର୍କରେ ପ୍ରଫୁଲ୍ଲ ଗ୍ରାମର ଆଶାକର୍ମୀଙ୍କୁ ଜଣାଇଥିଲେ। ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗ୍ରାମଠାରୁ ୨ କି.ମି. ଦୂର କେମିଲି ବେଢ଼ାପଦର ଗ୍ରାମ ଛକଠାରେ ଅପେକ୍ଷା କରିଥିଲା। ବର୍ଷା ପ୍ରବଳ ହେଉଥିବା ସତ୍ତ୍ୱେ ବାଧ୍ୟ ହୋଇ ଗ୍ରାମର ଗୋକୁଳ ଗୌଡ଼ ଓ ଅନ୍ୟମାନେ ଏକ ଭାରରେ ମାୟାବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଛି। ଏବେ ମାୟବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...