AFFILIATE MARKETING

https://binomo.com?a=90810425bb57&t=0

Tuesday, September 26, 2023

ଲକ୍ଷ୍ମୀ ଯୋଜନା ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

COASTAL NEWS Odia 900

ଲକ୍ଷ୍ମୀ ଯୋଜନା ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ


 
ମାଲକାନଗିରି,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍‌ ଯାଇ ପହଞ୍ଚିଛି। 

ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍‌ ଏହି ଯୋଜନାରେ ଚାଲିିବାକୁ ଥିବା ବେଳେ ଯଥାଶୀଘ୍ର ସମସ୍ତ ବସ୍‌ ପହଞ୍ଚିବ ବୋଲି ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଜିଲାକୁ ସମସ୍ତ ୩୬ଟି ବସ୍‌ ଆସିବା ପରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଓଏସ୍‌ଆର୍‌ଟିସି ରାଜ୍ୟ ମୁଖ୍ୟ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହାର ଉଦ୍‌ଘାଟନ କରିବେ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି । 

ତେବେ ପ୍ରଥମେ ଏହି ଯୋଜନା ମାଧ୍ୟମରେ ବସ ମାଲକାନଗିରିରେ ପହଞ୍ଚି ଥିବାରୁ ଏହାକୁ ନେଇ ଜିଲାରେ ଖୁସି ପ୍ରକାଶ ପାଇଛି।


ଖବର ଆଜିର

COASTAL NEWS Odia 899

*ଖବର ଆଜିର* 
ତାରିଖ ୨୬/୦୯/୨୩, ମଙ୍ଗଳବାର



୧-ନିୟନ୍ତ୍ରଣ ବାହାରେ ଡାଲି,ତେଲ । ପଦକ୍ଷେପ ନ ନେଲେ ବିକ୍ରି ବଟା ବନ୍ଦ ପାଇଁ ବ୍ୟବସାୟୀ ମହାସଂଘର ଚେତାବନୀ।

୨-ରାସ୍ତାରେ ଆୟୁଷ ଛାତ୍ର ସଂଗଠନ,ପୁଣି ଆଲୋଚନା ବିଫଳ, ଜାରି ରହିବ ଆନ୍ଦୋଳନ।

୩-ବିଶାଖାପାଟଣା ଯାଏଁ ଚାଲିବ ସମ୍ବଲପୁର -ବନାରସ ଏକ୍ସପ୍ରେସ।

୪-ଆନ୍ଦୋଳନକୁ ଓହ୍ଲାଇଲେ ମାଧ୍ୟମିକ ଶିକ୍ଷକ,ଦାବି ପୂରଣ ପର୍ଯ୍ୟନ୍ତ ଜାରି ରହିବ ଅହୋରାତ୍ର ଧାରଣା।

୫-ନୂଆଦିଲ୍ଲୀ:ଦେଶରେ ୧୫% ସାଂସଦ,୯%ବିଧାୟକ ମହିଳା।

୬-ଚାଲିପାରିଲାନି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି।

୭-ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ।

୮-ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ।

୯-ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩।

୧୦-ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି।

୧୧-କମୁଛି ହୀରାକୁଦର ଜଳସ୍ତର, ୧୦ଟି ଗେଟ୍‌‌ ବନ୍ଦ, ବର୍ତ୍ତମାନ ୧୪ଟି ଗେଟ୍‌‌ ଦେଇ ଡ୍ୟାମରୁ ନିଷ୍କାସିତ ହେଉଛି ଜଳ।

୧୨-ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।

୧୩-ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଆଦୟ ହୋଇଛି ୧୮୬ କୋଟି, ମୋବାଇଲରେ କଥା ହୋଇ ଦେଇଛନ୍ତି ୬କୋଟି।

୧୪-ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ।

୧୫-ଚେନ୍ନାଇ:ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ।

୧୬-ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ: ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ।

 

ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର

COASTAL NEWS Odia 898
ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର
 

ମେକ୍ସିକୋ ୨୬।୯: ଦେଶର ଜାତୀୟ ପୁରାତନ ପ୍ରତିଷ୍ଠାନ ଆଇଏନଏଏଚ ସୋମବାର କହିଛି ଯେ ମେକ୍ସିକୋର ପ୍ରତ୍ନତତ୍ତ୍ୱବିତମାନେ ଏହି ଅଞ୍ଚଳର ଏକ କବରରୁ ବହୁ ପରିମାଣରେ ସଜାଯାଇଥିବା ମାନବ ଶରୀରକୁ ଖନନ କରିଛନ୍ତି, ଯାହା ୧୦୦୦ ବର୍ଷରୁ ଅଧିକ ପୁରୁଣା ହୋଇପାରେ। 

ଏକ ପ୍ରମୁଖ ପର୍ଯ୍ୟଟକ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ସମୟରେ ଏ ସମ୍ପର୍କରେ ଜଣା ପଡିଥିଲା।

ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ

COASTAL NEWS Odia 897

ଏତେ ସରକାରୀ ବ୍ୟବସ୍ଥା ଥାଇ ବି ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ



ରେଢ଼ାଖୋଲ - ଭଞ୍ଜ ବିହାରୀ ମହାନ୍ତି - ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।

ଗାଡି ମିଳିଲାନି ବୋଲି ୩୦ କିମି ବାଇକ୍ ରେ ବୁହାହୋଇ ଆସିଲା ମୃତଦେହ। ରେଢାଖୋଲ ଯୁଯୁମୁରା କେଶାପାଲି ଗାଁରେ ଏହି ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଯୁଯୁମୁରା କେଶାପାଲି ଗାଁର ଗୁଲାପି ବେହେରାଙ୍କ ଦେହ ଦୀର୍ଘଦିନ ହେଲା ଅସୁସ୍ଥ ଥିଲା। ଚିକିତ୍ସା ପରେ ଗୁଲାପି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅମରପାଲି ଗାଁରେ ନିଜ ଭଉଣୀ ଘରେ ରହି ଚିକିତ୍ସା କରାଉଥିଲେ । ତଥାପି ତାଙ୍କ ଶରୀର ସୁସ୍ଥ ହୋଇ ନଥିଲା।

୧୦ ଦିନର ଚିକିତ୍ସା ପରେ ଗୁଲାପିଙ୍କ ଗତକାଲି ପରଲୋକ ହୋଇଥିଲା । ଏହାପରେ କେଶାପାଲିରୁ ପରିବାର ଲୋକେ ମୃତଦେହ ଆଣିବାକୁ ପହଞ୍ଚିଥିଲେ। ହେଲେ ମୃତଦେହ କେଶାପାଲିକୁ ଆଣିବାକୁ କୌଣସି ଗାଡ଼ି ଯୋଗଡ଼ ହୋଇପାରିନଥିଲା । ଏଣେ ମୃତଦେହ ଗାଁରେ ପଡ଼ିଥିବାରୁ ସବୁ ପୂଜାବିଧ ବନ୍ଦ ପଡ଼ିଥିଲା। ଏଣୁ ମୃତଦେହ ଉଠାଇବାକୁ ଗାଁଲୋକେ ପରିବାର ଉପରେ ଚାପ ପକାଉଥିଲେ । ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ କି ୱାର୍ଡ ସଭ୍ୟ କେହି ଏ ପରିବାର ପାଇଁ ଗାଡ଼ି ଖଣ୍ଡେ ଯୋଗାଡ଼ କରି ନଥିଲେ କି ସହାୟତାର ହାତ ବଢ଼ାଇ ନଥିଲେ।

ଶେଷରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଶେଷରେ ବାଇକ୍ ଯୋଗେ ୩୦ କିମି ମୃତଦେହ ବୋହି ଅମରପାଲିରୁ କେଶାପାଲିକୁ ଆଣିଥିଲେ। ତେବେ ୧୫ କିମି ବାଟ ପହଞ୍ଚିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ଏମାନଙ୍କୁ ଭେଟି ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ କହିଥିଲେ । ହେଲେ ଏତେ ବାଟ ଆସିବା ପରେ ଗାଡ଼ିକୁ ଅପେକ୍ଷା କଲେ ପୁଣି ବିଳମ୍ବ ହେବ କହି ସେମାନେ ମୃତଦେହ ଧରି ଚାଲି ଆସିଥିଲେ । ପରେ ନିଜ ଗାଁରେ ଅନ୍ତିମ ସତ୍କାର କରାଯାଇଥିଲା।

ଏପଟେ ଏତେ ସରକାରୀ ବ୍ୟବସ୍ଥା ଥାଇ ବି ମୃତଦେହ ବୋହିବାକୁ ଗାଡ଼ି ଖଣ୍ଡେ ମିଳି ନପାରିବା ବିଡ଼ମ୍ବନାର ବିଷୟ । ମୃତଦେହର ଏଭଳି ଅସମ୍ମାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହିତ ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।
 

୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ

COASTAL NEWS Odia 896

୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ



ନୂଆଦିଲ୍ଲୀ,: ଭଞ୍ଜ ବିହାରୀ ମହାନ୍ତି - ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଦ୍ରୁତ ବରଫ ସ୍ତର କ୍ଷୟ ହେବାରେ ଲାଗିଛି। ଫଳରେ ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ପାଇଛି। ଏଥିଯୋଗୁଁ ବିଶ୍ବର ତଟବର୍ତ୍ତୀ ସହରଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦିଅନ୍ତି।
 
ଆଣ୍ଟାର୍କଟିକା ମହାଦେଶର ଉତ୍ତରମେରୁରେ ତାପମାତ୍ରାବୃଦ୍ଧି ପାଇବାରେ ଲାଗିଛି। ୧୯୭୯ରୁ ୨୦୧୭ ମଧ୍ୟରେ ଏହି ମହାଦେଶରେ ପ୍ରାୟ ୬ଗୁଣ ବରଫ ହ୍ରାସ ପାଇଛି। ଜାନୁଆରୀ ୧୯୮୨ରେ ଆଣ୍ଟାର୍କଟିକାରେ ତାପମାତ୍ରା -୧୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। 

ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମେରୁରେ ସର୍ବୋଚ୍ଚ ତାପମାତ୍ରା ୧୮.୪ ଓ ଉତ୍ତରମେରୁରେ ୨୧ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୧୫ରେ ଏଠାକାର ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ୨୮ ବର୍ଷ ମଧ୍ୟରେ ତାପମାତ୍ରାର ଏପରି ଦ୍ରୁତ ପରିବର୍ତ୍ତନ ମାନବ ଜାତିଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଜଳବାୟୁ ବି‌େ‌ଶଷଜ୍ଞ ମତ ଦିଅନ୍ତି।
 
ଆର୍ଜେଣ୍ଟିନାର ଜଳବାୟୁ ବିଶେଷଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ମେରୁରେ ତାପମାତ୍ରା ବୃଦ୍ଧି ପାଇବା ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଇଙ୍ଗିତ କରୁଛି। ଏପରି ତାପମାତ୍ରା ଗରମ ଦିନରେ ଅନୁଭୂତ ହୋଇ ନଥାଏ ବୋଲି ବିଶ୍ବ ଜଳବାୟୁ ସଂଗଠନ ମୁଖପାତ୍ର କ୍ଲେୟର ନାଲିସ୍‌ କହିଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ଆଣ୍ଟାର୍କଟିକାରେ ୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ପାଇଛି। ଏଥିଯୋଗୁଁ ଏଠାରେ ୮୭ ପ୍ରତିଶତ ବରଫ ତରଳିଛି। ଫଳରେ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । 

ବିଶେଷକରି ଗତ ୧୨ ବର୍ଷ ହେଲା ଦ୍ରୁତ ଗତିରେ ବରଫ ତରଳୁ ଥିବା ପରିଲକ୍ଷିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଚଳିତ ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ଜଳ ପତ୍ତନ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଥିବ ବୋଲି ସେମାନେ ଅନୁମାନ କରିଛନ୍ତି। ଏଥିଯୋଗୁଁ ବିଶ୍ବର ଏକାଧିକ ଉପକୂଳ ସହର ସମୁଦ୍ରରେ ବିଲୀନ ହୋଇଯିବ ଆଶଙ୍କା ଦେଖାଦେଇଛି।

ଜଳ ପତ୍ତନ ବୃଦ୍ଧି ଯୋଗୁଁ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ୬ଟି ସହର ହେଲା- ଦ୍ବାରିକା (ଭାରତ), ପୋର୍ଟ ରୟାଲ
(ଜାମାଇକା), ୟୋନାଗୁନି ଜିମା (ଜାପାନ), ଲାୟନ ସିଟି (ଚୀନ୍‌), ପବଲେପେଟ୍ରି (ଇଟାଲୀ) ଓ ବିଲା ଏପିକୁଏନ (ଆର୍ଜେଣ୍ଟିନା)। ଆଗାମୀ ୨୦୫୦ ମସିହା ମଧ୍ୟରେ ସମୁଦ୍ର ତଟବର୍ତ୍ତୀ ୧୩ଟି ସହର ସମ୍ପୂର୍ଣ୍ଣ ସତ୍ତା ହରାଇ ଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। 

ଭାରତ ମହାସାଗର ସଂଲଗ୍ନ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ପ୍ରତିବର୍ଷ ୬.୭ ଇଞ୍ଚ, ବେନିକ ସିଟି (ଇଟାଲୀ) ୦.୮ ଇଞ୍ଚ, ଲାଗୋସ୍‌ (ନାଇଜେରିଆ) ୬.୬ ଇଞ୍ଚ, ହ୍ୟୁଷ୍ଟନ (ଆମେରିକା) ୨ଇଞ୍ଚ ଓ ଢାକା ସହର (ବାଂଲାଦେଶ) ପ୍ରତିବର୍ଷ ୦.୩ ଇଞ୍ଚ ଅଞ୍ଚଳ ସମୁଦ୍ରରେ ଲୀନ ହେଉଛି। ଏହାବ୍ୟତୀତ ବ୍ୟାଙ୍କକ୍‌ (ଥାଇଲ୍ୟାଣ୍ଡ), ଆଲେକ୍‌ଜାଣ୍ଡ୍ରିଆ (ଇଜିପ୍ଟ), ମିଆମି (ଆମେରିକା), ବସରା (ଇରାକ୍‌), ଲଣ୍ଡନ(ଇଂଲଣ୍ଡ), ମାନିଲା (ଫିଲିପାଇନ୍ସ) ଓ ଚୀନ୍‌ର ସାଙ୍ଘାଇ ସହରର ଉପକୂଳ ସମୁଦ୍ରର ବିଶାଳ ଜୁଆର ପ୍ରଭାବରେ ବୁଡ଼ିବାରେ ଲାଗିଛି। 

୨୦୪୦ ସୁଦ୍ଧା ଆମେରିକାର ନ୍ୟୁ ଓରେଲାନ୍ସ ସହର ୧୪.୪ ଇଞ୍ଚ ବୁଡ଼ି ସାରିଥିବ ବୋଲି କେତେକ ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ୨୦୧୯ ମସିହା ସୁଦ୍ଧା ସମୁଦ୍ର ତଟବର୍ତ୍ତୀ ୧୧୦ ନିୟୁତ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏପରି ଜାରି ରହିଲେ ୨୦୫୦ ମସିହା ସୁଦ୍ଧା ଉପରୋକ୍ତ ୧୨ଟି ସହର ସମୁଦ୍ରରେ ଲୀନ ହୋଇଯାଇଥିବ

୨ ପାଣିଟାଙ୍କିରେ ଫାଟ

COASTAL NEWS Odia 895

୨ ପାଣିଟାଙ୍କିରେ ଫାଟ


 
ସୁକିନ୍ଦା,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ଘରେ ଘରେ ପାନୀୟଜଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସୁକିନ୍ଦା ବ୍ଲକରେ ମଧ୍ୟ ଜାରି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ସାଙ୍ଗକୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି। 

ସଂସାଇଲୋ ପଞ୍ଚାୟତର ପାଟପୁର ଏବଂ ନୂଆସାହି ଗ୍ରାମରେ ନବନିର୍ମିତ ୨ ଉଚ୍ଚ ଜଳଧାରଣ କ୍ଷମତା ସମ୍ପନ୍ନ ପାଣିଟାଙ୍କିରେ ଫାଟ ହୋଇ ସେଥିରୁ ପାଣି ଝରୁଛି। ୨ ପାଣିଟାଙ୍କି ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନ ଥିବାବେଳେ ତାହା ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇନାହିଁ। ଟାଙ୍କିଗୁଡ଼ିକରୁ ପାଣି ଏପରି ଝରୁଛି ଯେ ଲୋକେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ କାର୍ଯ୍ୟକୁ ନାଗାର୍ଜ୍ଜୁନ କନଷ୍ଟ୍ରକଶନ କମ୍ପାନୀକୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ଖଣି ପ୍ରଭାବିତ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟକୁ ୨ ଭାଗରେ କରାଯାଇଛି। ପ୍ରଥମାର୍ଦ୍ଧ କାର୍ଯ୍ୟର ମୂଲ୍ୟ ୫୪ କୋଟି ୮୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟାର୍ଦ୍ଧ କାର୍ଯ୍ୟ ନିମନ୍ତେ ୧୦୧ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ତେବେ ପ୍ରଥମ ଭାଗ କାର୍ଯ୍ୟରେ ଠିକାସଂସ୍ଥା ନିମ୍ନମାନର ଲୁହାଛଡ଼ ବ୍ୟବହାର କରିବା, କଂକ୍ରିଟ ଖୁଣ୍ଟଗୁଡ଼ିକୁ ବଙ୍କାତେଢ଼ା ଭାବେ ନିର୍ମାଣ କରିବା, ଅନୁମୋଦିତ ମାନକର ପାଇପ୍‌ ଉପଯୁକ୍ତ ଗଭୀରରେ ବିଛା ନ ଯିବା ଆଦି ଅଭିଯୋଗ ହୋଇଛି। 

ଏହାକୁ ନେଇ ୨୦୧୯ ଜୁଲାଇରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିରୋଧ କରିବା ସହ କାର୍ଯ୍ୟକୁ ପୁନର୍ବାର ଠିକ୍‌ ଭାବରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଯନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ୭୨୨୮/୨୦ା୦୮ା୨୦୧୯ ନମ୍ବରରେ ଏକ ଚିଠିକରି ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ତଥ୍ୟ ପ୍ରମାଣ ଥାଇ ମଧ୍ୟ ସମ୍ପୃକ୍ତ କମ୍ପାନୀ କୌଣସିମତେ ଏହି ଅଭିଯୋଗରୁ ନିଜକୁ ମୁକ୍ତ କରିନେବାରେ ସକ୍ଷମ ହୋଇଥିଲା। 

ଏବେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟରେ ପାଣି ଟାଙ୍କି ଥିବାରୁ ସେଗୁଡ଼ିକରୁ ମଧ୍ୟ ଅତ୍ୟଧିକ ଲାଭ ଆଶାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଉପରୋକ୍ତ ୨ ପାଣିଟାଙ୍କି ମଧ୍ୟରୁ ପାଟପୁରସ୍ଥିତ ଟାଙ୍କି ୩ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କ୍ଷମତା ଥିବାବେଳେ ନୂଆସାହିସ୍ଥିତ ଟାଙ୍କିରେ ୪ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କରିବାର କ୍ଷମତା ରହିଛି। ସରକାରୀ ହିସାବ ଅନୁଯାୟୀ ପ୍ରତି ଲିଟର ଜଳ ଧାରଣ ନିମନ୍ତେ ୨୨ ଟଙ୍କା ହିସାବରେ ଉକ୍ତ ୨ ଟାଙ୍କି ପାଇଁ ୧ କୋଟି ୭୬ ଲକ୍ଷଟଙ୍କା ପ୍ରଦାନ କରାଯାଇଛି। 

ଏତେ ଟଙ୍କାର ପ୍ରକଳ୍ପ ଏଭଳି ଭାବେ ନିର୍ମାଣ ହେବା ଏବଂ ସେଥିପ୍ରତି ଉଚ୍ଚାଧିକାରୀମାନେ ଆଖିବୁଜି ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି। ଏହି ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ପ୍ରଶ୍ନ କରାଯିବାରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକଚନ୍ଦ୍ର ଦାସ ଏହା ଏକ ତ୍ରୁଟି ବୋଲି ମାନିଛନ୍ତି। ଏଥିସହିତ ଏହାର ସମାଧାନ ନିମନ୍ତେ ରାଜ୍ୟ ବାହାରୁ କୁଶଳୀ କାରିଗରମାନଙ୍କୁ ଡକାଯାଇଛି ବୋଲି କହିଛନ୍ତି। ତେବେ ବିପୁଳ ଟଙ୍କାରେ ହେଉଥିବା ନିର୍ମାଣରେ ତ୍ରୁଟି ଯୋଗୁ ପୁଣି ଖର୍ଚ୍ଚ କରାଯାଇ ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

COASTAL NEWS Odia 894

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

 

ଯାଜପୁର ରୋଡ୍‌,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଅନ୍ତରୀଣ ଅଭିଯୋଗ କମିଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଗତ ମାସ ୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବଙ୍କୁ ଏକ ଚିଠି ହସ୍ତଗତ ହୋଇଥିଲା। ଏହି ଚିଠି ମାଧ୍ୟମରେ ବ୍ୟାସନଗର ମହାବିଦ୍ୟାଳୟର ଜଣେ ଛାତ୍ରୀ ଯାଜ୍ଞସେନୀ (ଛଦ୍ମନାମ) କଲେଜ ପରିଚାଳନା କମିଟି ସଭାପତିଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ମହାବିଦ୍ୟାଳୟ ଛାତ୍ରୀନିବାସର ଅଧୀକ୍ଷକ ଅନ୍ତେବାସୀମାନଙ୍କୁ କଲେଜ ଗେଷ୍ଟ ହାଉସକୁ ପଠାଇ ପରିଚାଳନା କମିଟି ସଭାପତି ବିଶ୍ୱାଳଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଚିଠିରେ ଦର୍ଶାଯାଇଛି। ଶାରୀରିକ ସମ୍ପର୍କ ନ ରଖିଲେ ମାର୍କ କାଟିଦେବା ଏବଂ ପରୀକ୍ଷାରେ ଫେଲ୍‌ କରିଦେବାର ଭୟ ଦେଖାଯାଉଛି। ଏପରି କି ବିଶ୍ୱାଳ ସମ୍ପୃକ୍ତ ଛାତ୍ରୀଙ୍କୁ ପାଖକୁ ଡାକି ତାଙ୍କ ଲିପଷ୍ଟିକ, ହେୟାର ଷ୍ଟାଇଲ ଏବଂ ସମ୍ବେଦନଶୀଳ ଅଙ୍ଗ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଚିଠିରେ ଦର୍ଶାଯାଇଛି। 

ଛାତ୍ରୀ ଜଣକ ଏ ସମ୍ପର୍କରେ ଛାତ୍ରୀନିବାସ ଅଧୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ। ପାଠପଢ଼ା ବନ୍ଦ ହୋଇଯିବା ଭୟରେ ସେ ଏକଥା ପରିବାର ଲୋକଙ୍କୁ ଜଣାଇ ନ ଥିବା ଉଲ୍ଲେଖ କରିଛନ୍ତି। ସଭାପତି ବିଶ୍ୱାଳ ଛାତ୍ରୀନିବାସ ଅଧୀକ୍ଷକଙ୍କ ନିକଟରୁ ଫୋନ ନମ୍ବର ନେଇ ଛାତ୍ରୀମାନଙ୍କୁ ଫୋନ କରିବା ସହିତ ଜଣେ ଅଧ୍ୟାପିକାଙ୍କୁ ବଳାତ୍କାର କରିଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି। ସମ୍ପୃକ୍ତା ଅଧ୍ୟାପିକା ଏ ବିଷୟରେ ପ୍ରଘଟ କରିଦେବା ନେଇ କହିବାରୁ ତାଙ୍କୁ ଚାକିରିରୁ ବିଦା କରାଯାଇଥିବା ସମ୍ପୃକ୍ତ ଛାତ୍ରୀ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏପରିକି ବର୍ତ୍ତମାନର କଲେଜ ଅଧ୍ୟକ୍ଷ ନିଜ ପେନସନ ଚାଲିଯିବା ଭୟରେ ଚୁପ୍‌ ରହୁଥିବା ମଧ୍ୟ ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି। 

ଏହାର ତଦନ୍ତ ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଅନ୍ତରୀଣ ଅଭିଯୋଗ କମିଟିକୁ ନିର୍ଦ୍ଦେଶ (ଚିଠି ସଂଖ୍ୟା ଏଚ୍‌ଇ-ଏନ୍‌ସିଇଟି-୧-ମିସ-୦୪୦୭-୨୦୨୩/ ୪୧୧୯୯/ ଚ୍‌ଇ/୨୫ା୯ା୨୦୨୩) ଦେବା ସହିତ ଏ ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ତଥ୍ୟ ୭ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ପ୍ରଦାନ କରିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି।

ଅପରପକ୍ଷରେ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କଲେଜରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା, ଏପରିକି ମଦ୍ୟପାନ କରି ଏବଂ ମନଇଚ୍ଛା କଲେଜ ଆସି ଶିକ୍ଷାଦାନ କରୁଥିବା କେତେଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପରେ ଏପରି ବେନାମୀ ଚିଠି କରାଯାଇ ତାଙ୍କୁ ବଦନାମ କରାଯାଉଛି। ଅଭିଯୋଗର ସତ୍ୟାସତ୍ୟ କିଛି ନାହିଁ। ଯେକୌଣସି ତଦନ୍ତର ସମ୍ମୁଖୀନ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା ଏବଂ ଏଭଳି ଚିଠି ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।

Monday, September 25, 2023

୬୪୦କିଲୋ ଭାଙ୍ଗ ଜବତ

COASTAL NEWS Odia 893

୬୪୦କିଲୋ ଭାଙ୍ଗ ଜବତ 



ପାରଳାଖେମୁଣ୍ଡି:୨୫/୯  ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଆଜି ରାତ୍ର ମୋହନା ଚାନ୍ଦିପୁଟ ରାସ୍ତାରେ ପେଟ୍ରୋଲିଙ୍ଗ କରିବା ସମୟରେ ଏକ ପିକ ଅପ୍ ଭ୍ୟାନ ଆସିବା ସମୟରେ ସେହି ଗାଡ଼ିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ୬୪୦କିଲୋ ଭାଙ୍ଗ ଥିବା ଦେଖିବାକୁ ପାଇଥିଲେ। 

ମୋହନା ଥାନା ଅଧିକାରୀ ସେହି ଭାଙ୍ଗକୁ ଜବତ କରିବା ସହ ଆସାମୀ ବିଜୟ ପାତ୍ର  କୁ ଗିରଫ୍ନ କରିଥିଲେ l ବିଜଯ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିମାଳ ଗ୍ରାମର ବୋଲି ସୂଚନା ମିଳିଛି। ମୋହନା ଥାନା କେସ ନମ୍ବର ୧୪୭/୨୩ଧାରା ୫୨(କ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ କେସ ରୁଜୁ ହୋଇଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଗାଡ଼ି ସହ ଭାଙ୍ଗ ଜବତ କରି ଆସାମୀ ଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l

ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ଅଭାବରୁ ନିର୍ଦ୍ଦୋଷରେ ଖଲାସ

COASTAL NEWS Odia 892

ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ଅଭାବରୁ ନିର୍ଦ୍ଦୋଷରେ ଖଲାସ



ବ୍ରହ୍ମପୁର - ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପୋକ୍ଟ ବିଚାରପତି ଶ୍ରୀ ପ୍ରଭାତ କୁମାର ରାଜଗୁରୁ ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ଶୁଣାଣି କରି ଅଭିଯୁକ୍ତ ରିଙ୍କୁ ନାୟକ କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ରମ୍ଭା ଗ୍ରାମ ର ନାବାଳିକାକୁ ପାଲୁର ଗ୍ରାମର ଅଭିଯୁକ୍ତ ରିଙ୍କୁ ନାୟକ ମନ୍ଦିର ରେ ପୀଡ଼ିତାକୁ ସିନ୍ଦୁର ଲଗାଇ ବିବାହ କରି ଶାରୀରିକ ସମ୍ପର୍କ ରଖୁବାକୁ ବାଧ୍ୟ କରିଥିଲା l

ନାବାଳିକା ପ୍ରତିରୋଧ କରିବାରୁ ତାକୁ ଟଣା ଓଟରା କରି ପିନ୍ଧିଥିବା ଲୁଗାକୁ ଚିରିଦେଇଥିଲା I ପୀଡିତା ର ଏତଲା କ୍ରମେ ପୁଲିସ [ ରମ୍ଭା ଥାନା ସଂଖ୍ୟା 0627 ତା ୯. ୧୧୨୨, ଭାରତୀୟ ଦଣ୍ଡ ବିଧୂ ଆଇନ ର ଦଫା ୨୯୪, ୩୫୪, ୫୦୬ ଏବଂ ପୋକ୍ସ ଆଇନ ର ୧୨ ଦଫା ] ଅନୁଯାଇ ପୋଲିସ ଅଭିଯୁକ୍ତ କୁ ଗିରଫ କରି ଅଦାଲତ କୁ ବିଚାର କରିବା ପାଇଁ ପଠେଇଥିଲେ ।ପୋକ୍ସ ବିଚାରପତି ଶ୍ରୀ ରାଜଗୁରୁ ୬ ଜଣ ସାକ୍ଷୀ ଙ୍କ ସାକ୍ଷୀ କୂ ବିଚାରକୁ ନେଇ ପ୍ରମାଣ ଅଭାବରୁ ଅଭିଯୁକ୍ତ ରିଙ୍କୁ ନାୟକ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । 

ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଚନ୍ଦ୍ରଗୁପ୍ତ ପଟ୍ଟନାୟକ, ଓ ନଦିଆଚାନ୍ଦ ବିଶ୍ବାଳ ଲଢ଼ୁଥିବା ବେଳେ ସରକାରଙ୍କ ତରଫରୁ ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ ।

ଆଜିର ରାଶିଫଳ꧂

COASTAL NEWS Odia 891

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*




*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।* 
*✧═════•❁❀❁•═════✧*
 *ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।* 
*✧═════•❁❀❁•═════✧*
 *କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।* 
*✧═════•❁❀❁•═════✧*
 *ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।* 
*✧═════•❁❀❁•═════✧*
 *କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।* 
*✧═════•❁❀❁•═════✧*
 *ତୁଳା : 👉ଦିନଟି କ୍ଳେଶ ଦାୟକ ।  ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।* 
*✧═════•❁❀❁•═════✧*
 *ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।* 
*✧═════•❁❀❁•═════✧*
 *ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।* 
*✧═════•❁❀❁•═════✧*
 *ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ ।  ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।* 
*✧═════•❁❀❁•═════✧*
 *କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।* 
*✧═════•❁❀❁•═════✧*
 *ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।*
*✧═════•❁❀❁•═════✧*



ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

COASTAL NEWS Odia 890

ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା



ମୋରଡା - ମୟୁରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମର ଜୈନିକ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୂଚନା ମୁତାବକ, ଲଦଡ଼ିହି ଗ୍ରାମର ଲାଲ ମୋହନ ମାର୍ଣ୍ଡିଙ୍କ ଝିଅ ସସ୍ମିତା ମାର୍ଣ୍ଡି ନୂଆଗାଁସ୍ଥିତ ବାବା ଜଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଛୋଟ ବେଳୁ ପାରିଆଉଡ଼ାସ୍ଥିତ ନିଜ ମାଉସୀ ଘରେ ରହି ପାଠ ପଢୁଥିଲେ l

ତେବେ ପାରିବାରିକ କଳହ ଲାଗିରହୁଥିବା ବେଳେ ଗତକାଲି ରାତିରେ ସସ୍ମିତା ଓ଼ ତାଙ୍କ ମାଉସୀ କାପୁରା ହେମ୍ବ୍ରମଙ୍କ ମଧ୍ୟରେ କୌଣସି କାରଣ ବଶତଃ ପାଟିତୁଣ୍ଡ ହୋଇଥିଲା ବୋଲି କହିଛନ୍ତି ପାଖ ପଡୋଶୀ ଦୁଲି ହେମ୍ବ୍ରମ ତେବେ ଆଜି ଦିନ ପ୍ରାୟ ସାଢେ ଏଗାରଟା ସମୟରେ ସସ୍ମିତାଙ୍କ ମୃତଦେହ ସ୍ଥାନୀୟ ଲତାବୁଦା ଭିତରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ଗ୍ରାମବାସୀ l ଗ୍ରାମବାସୀ ଚିତ୍ରଡା ଫାଣ୍ଡିକୁ ଖବର ଦେବାରୁ ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଂଚି ମୃତଦେହକୁ ଜବତ କରି ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛନ୍ତି l

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏ ଆଇ) ଯୋଗୁ ନିଯୁକ୍ତି ସୁଯୋଗ ହ୍ରାସ ପାଇବ

COASTAL NEWS Odia 889


ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏ ଆଇ) ଯୋଗୁ ନିଯୁକ୍ତି ସୁଯୋଗ ହ୍ରାସ ପାଇବ





ପୋଲାଣ୍ଡ - ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏଆଇ) ଯୋଗୁ ନିଯୁକ୍ତି ସୁଯୋଗ ହ୍ରାସ ପାଇବାକୁ ନେଇ ଅନେକେ ଚିତ୍ରିତ ଅଛନ୍ତି। ଏହା ଭିତରେ ପୋଲାଣ୍ଡର ଏକ ପାନୀୟ କମ୍ପାନୀ ଏଆଇ ରୋବୋକୁ ‘ପରୀକ୍ଷାମୂଳକ’ ଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ନିଯୁକ୍ତ କରିଛି। 

ଏହି କମ୍ପାନୀର ନାଁ ଡିକ୍ସାଡୋର ହୋଇଥିବାବେଳେ ରମ୍ ପ୍ରସ୍ତୁତ ପାଇଁ  ଏହା ଜଣାଶୁଣା। ସିଇଓ ନିଯୁକ୍ତ ହୋଇଥିବା ରୋବୋର ନାଁ ମିକା ରୋବୋ କମ୍ପାନୀର ଅଭିବୃଦ୍ଧି ଉପରେ ନଜର ରଖୁବ। କମ୍ପାନୀର କଲେକ୍ସନ, କମ୍ୟୁନିକେଶନ ଏପରିକି ଭବିଷ୍ୟତ କମ୍ପାନୀ ସିଇଓ ଯୋଜନା ଉପରେ ମଧ୍ୟ ରୋବୋ କାମ ହେଲା ଏଆଇ କରିବ। ଡିକ୍‌ଡୋର କମ୍ପାନୀର ୟୁରୋପ ମୁଖ୍ୟ ମାରେକ୍ ଜୋଲ୍‌ୱିସ୍କି କହିଛନ୍ତି, ଡିକ୍ସାଡୋର ବୋର୍ଡ ଏକ କ୍ରାନ୍ତିକାରୀ ନିଷ୍ପଭି ରୋବୋ ନେଇଛି । 

ଏବେ ବହୁତ କିଛି କଥା ମାନବ କର୍ମଚାରୀଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ଆଗକୁ ଏଥରେ ବିଶେଷ ପରିବର୍ତ୍ତନ ଆସିବ । ଏବେ ମିକା ବିଶେଷକରି ପାନୀୟ ବିକ୍ରି ନିମନ୍ତେ ବୋତଲ ଡିଜାଇନ ଉପରେ ଗୁରୁତ୍ଵ ଦେବ। ଏଥିସହ ରୋବୋ ନିରପେକ୍ଷ ଭାବେ ଏବଂ ବୁଦ୍ଧିମତାର ସହ କମ୍ପାନୀର ହିତ ପାଇଁ କାମ କରିପାରିବ । ପ୍ରକାଶଥାଉ କି, ଡିକ୍ସାଡୋର ଦୁନିଆର ପ୍ରଥମ ଏଲ୍‌ (ବହୁ ପୁରୁଣା) ରମ୍ଟୋ କୋନାଇଜେଶନ କରିଥିଲା ଏବଂ ଗତ ବର୍ଷ ଏନ୍‌ଫ୍ଟି ମାଧ୍ୟରେ ରମ୍ ଅଫର୍ କରିଥିଲା।


ମାହାଙ୍ଗା ଡବଲ ମର୍ଡର ମାମଲା

COASTAL NEWS Odia 888

ମାହାଙ୍ଗା ଡବଲ ମର୍ଡର ମାମଲା



ସାଲେପୁର - ଭଞ୍ଜ ବିହାରୀ ମହାନ୍ତି - ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ। ତାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମ୍‌ଏଫସି କୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରହିବ।

ସାଲେପୁର ଜେଏମ୍‌ଏଫସି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।

ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ବିଧାୟକ ବା ସାଂସଦ ମାନଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତ୍ୱରିତ ବିଚାର କରାଯାଏ।

ଏହି ମାମଲାର ତଦନ୍ତ ମାହାଙ୍ଗା ପୁଲିସ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍‌କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ସେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜଶିଟ୍ ଦାଖଲ କଲା, ସେତେବେଳେ ସେଥିରେ ପ୍ରତାପ ଜେନାଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍‌ଚିଟ୍ ଦେଇଥିଲା। ପ୍ରତାପ ଜେନାଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜଶିଟ୍‌ରେ ଦର୍ଶାଯାଇଥିଲା।

ଏହି ଚାର୍ଜଶିଟ୍‌କୁ ନେଇ ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟଙ୍କୁ କହିଥିଲେ ହାଇକୋର୍ଟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଲେପୁର ଜେଏମ୍‌ଏଫସି କୋର୍ଟ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ସେମାନଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା ଯେ ଏହି ମାମଲାରେ ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦେବା ଭଳି ଯେଉଁ ଅଭିଯୋଗ ରହିଛି, ତା’ପଛରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।

ଏଥିରୁ ସ୍ପଷ୍ଟ ହେଉଛି ପୁଲିସ ତଦନ୍ତ ବେଳେ ଓ ଚାର୍ଜଶିଟ୍ ଦାଖଲ ବେଳେ ଯେଉଁ ସବୁ ଦିଗଗୁଡ଼ିକୁ ଅଣଦେଖା କରିଥିଲା, ସେଗୁଡ଼ିକୁ ଅଭିଯୋଗକାରୀ ଓ ସାକ୍ଷୀମାନେ ସାମ୍ନାକୁ ଆଣିଥିଲେ। ଆଉ ସେନେଇ ସେମାନେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଫଳରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ମଧ୍ୟ ସେମାନଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ।

୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ।

*ପରିବର୍ତ୍ତନର ପଦଧ୍ବନୀ*

COASTAL NEWS Odia 887


*ପରିବର୍ତ୍ତନର ପଦଧ୍ବନୀ*
*ସମସ୍ତ ଙ୍କ ପାଇଁ ସତର୍କ ବାଣୀ*

ଭୁବନେଶ୍ବର - *୧୯୯୮ରେ, କୋଡାକ୍ କମ୍ପାନୀର ୧,୭୦,୦୦୦ କର୍ମଚାରୀ ଥିଲେ ଏବଂ ଏହି କମ୍ପାନୀ ବିଶ୍ଵ ଫଟୋପେପର୍ ବ୍ୟବସାୟର  ୮୫% ଅଂଶ ନିୟନ୍ତ୍ରଣ କରୁଥିଲା। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ସେମାନଙ୍କୁ ଫଟୋ ବଜାରରୁ ଠେଲି ବାହାର କରି ଦେଲା। କୋଡାକ୍ ଦେବାଳିଆ ହୋଇଗଲା ଏବଂ ସେମାନଙ୍କର ସମସ୍ତ କର୍ମଚାରୀ ବୃତ୍ତି ହରେଇଲେ।* 

*HMT ଘଡି, BAJAJ ସ୍କୁଟର୍, Dyenora ଏବଂ Konark ଟେଲିଭିଜନ ସେଟ୍, Phillips, Murphy ଏବଂ Bush ରେଡ଼ିଓ, NOKIA ମୋବାଇଲ୍ ଫୋନ୍, RAJDOOT ଓ ୟେଜଦୀ ମୋଟର୍ ସାଇକେଲ, AMBASSADOR କାର୍ ଇତ୍ୟାଦି ଉତ୍ପାଦର ଗୁଣବତ୍ତାରେ କୌଣସି  କମି ନଥିଲା, ତଥାପି ସେମାନେ ବଜାର ପ୍ରତିଯୋଗିତାରେ ରହି ପାରିଲେନି। କାରଣ କଣ ? କାରଣ ସେମାନେ ସମୟ ସହିତ ତାଳଦେଇ ଚାଲିଲେନି, ନିଜକୁ ପରିବର୍ତ୍ତନ କଲେ ନାହିଁ।*

*ବର୍ତ୍ତମାନ ଏକ ଧାରଣା ଜନ୍ମିଲାଣି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ଵ  ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଏବଂ ଆଜି ବିଶ୍ବରେ ଚାଲୁଥିବା ଶିଳ୍ପଗୁଡିକ ମଧ୍ୟରୁ ପ୍ରାୟ ୭୦ ରୁ ୯୦ % ଶିଳ୍ପ ବନ୍ଦ ହୋଇଯିବ। ଏବେ ଚତୁର୍ଥ ଶିଳ୍ପ ବିପ୍ଳବକୁ ସ୍ୱାଗତମ୍।*

*ସମସ୍ତେ ଜାଣନ୍ତି, Uber କେବଳ ଗୋଟେ ସଫ୍ଟୱେର୍। ନିଜର ଗୋଟିଏ ହେଲେ କାର୍ ନଥିଲେ ମଧ୍ୟ ସେ ଦୁନିଆର ସବୁଠୁ ବଡ ଟ୍ୟାକ୍ସି କମ୍ପାନୀ।*

*AirBNB ହେଉଛି ବିଶ୍ଵର ସବୁଠୁ ବଡ ହୋଟେଲ କମ୍ପାନୀ, ଯଦିଓ ସେମାନଙ୍କର ଗୋଟିଏ ବି ନିଜସ୍ୱ ହୋଟେଲ ନାହିଁ। ପେଟିଏମ୍, ଓଲା କ୍ୟାବ୍, ଓୟୋ -ରୁମ୍ ପରି ଅନେକ ଉଦାହରଣ ଆମ ସାମନାରେ ଅଛି।*

*ଆମେରିକାର ଯୁବ ଆଇନଜୀବୀମାନଙ୍କ ପାଇଁ ବର୍ତ୍ତମାନ ଆଉ କୌଣସି କାମ ନାହିଁ, କାରଣ IBM-Watson ନାମକ ଗୋଟିଏ ସଫ୍ଟୱେୟାର୍ ଆପ୍ ତୁରନ୍ତ ଉତ୍ତମ ଆଇନଗତ ପରାମର୍ଶ ଦେଇ ଦେଉଛି। ଆମେରିକୀୟ ଓକିଲମାନଙ୍କ ମଧ୍ୟରୁ ପ୍ରାୟ ୯୯% ଆଇନଜୀବୀ ଆସନ୍ତା ୧୦ ବର୍ଷ ମଧ୍ୟରେ ବେକାର ହେଇଯିବେ। ଯେଉଁ ୧୦% ବାକି ରହିବେ, ସେମାନେ ଅବଶ୍ୟ ସୁପର ସ୍ପେଶାଲିଷ୍ଟ ହେବେ।*

*ଚିକିତ୍ସା ବିଜ୍ଞାନରେ ମଧ୍ୟ ଏକ ବୈପବ୍ଳିକ ପରିବର୍ତ୍ତନର ସୂଚନା ମିଲିଲାଣି। Watson ସଫ୍ଟୱେର୍ ଡାକ୍ତର ମାନଙ୍କ ଅପେକ୍ଷା ୪ ଗୁଣ ଅଧିକ ସଠିକ୍ ରୋଗ ନିର୍ଣ୍ଣୟ କରିପାରିବ। ଏପରିକି ଶତ ପ୍ରତିଶତ ସଠିକତାରେ ହାରରେ କର୍କଟ ରୋଗ ବି ନିର୍ଣ୍ଣୟ କରିବ ଏବଂ ନିଦାନ ଦେବ।* 

*ଅନ୍ ଲାଇନ୍ କ୍ଲାସ୍ ଅଭିଜ୍ଞତା ଏବେବି ମନରୁ ଯାଇନି। ଯଦି ବିଶ୍ବ ସ୍ତରୀୟ ଅଧ୍ୟାପନା ଅନ୍ ଲାଇନ୍ ରେ ମିଳିପାରୁଛି, ତେବେ ବିଦ୍ୟାଳୟ କଣ ଦରକାର ? ଅଧ୍ୟାପକ ଅଧ୍ୟାପିକା କଣ ଦରକାର ?* 

*ଏବେ ଏଇମିତି ଆହୁରି ଅନେକ ପରିବର୍ତ୍ତନର ପୁର୍ବାନୁମାନ କରାଯାଉଛି। ପରିବର୍ତ୍ତନର କାରଣ ହେଉଛି କମ୍ପ୍ୟୁଟର୍। ବିଶେଷଜ୍ଞ ମାନଙ୍କ ମତରେ ୨୦୩୦ ସୁଦ୍ଧା କମ୍ପ୍ୟୁଟର ମାନେ ମାନବ ଅପେକ୍ଷା ଯଥେଷ୍ଟ ଅଧିକ ବୁଦ୍ଧିମାନ ହେବେ, ବିଶ୍ବସ୍ତ ତଥା ଭରସାଯୋଗ୍ୟ ହେବେ।*

*ଆଗାମୀ ୧୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ୯୦ ପ୍ରତିଶତ କାର୍ ରାସ୍ତାରୁ ଅଦୃଶ୍ୟ ହୋଇଯିବ। ଯାହା ବି ଥିବ ତାହା ଇଲେକ୍ଟ୍ରିକ୍ କାର୍ କିମ୍ବା ହାଇବ୍ରିଡ୍ ହେବ। ପେଟ୍ରୋଲ୍ ଡିଜେଲ୍ ବ୍ୟବହାର ୯୦% ହ୍ରାସ ପାଇବ। ଏଭଳି ସ୍ଥିତିରେ ପେଟ୍ରୋଲ୍ ର ଡିମାଣ୍ଡ୍ ଆଉ ରହିବନି, ଫଳରେ ତୈଳ ଅର୍ଥନୀତି ହେତୁ ସମୃଦ୍ଧିଶାଳୀ ଆରବ ଦେଶଗୁଡିକ ଦେବାଳିଆ ହୋଇଯିବେ।*

 *Uber ଓ Ola cab ପରି ସଫ୍ଟୱେୟାରରୁ ଆପଣ ଏକ କାର୍ ଅର୍ଡର କରିବେ ଏବଂ କିଛି କ୍ଷଣ ମଧ୍ୟରେ ଡ୍ରାଇଭର୍ ବିହୀନ କାର ଆପଣଙ୍କ ଦ୍ୱାରରେ ପାର୍କିଂ ହେବ। ଯଦି ଆପଣ ଏହାକୁ କାହା ସହିତ ସେୟାର କରନ୍ତି, ତେବେ ସେହି ଇଲେକ୍ଟ୍ରିକ୍ କାର୍ ଆହୁରି ଶସ୍ତା ହେବ।*

*କାରଗୁଡିକ ଡ୍ରାଇଭର୍ ବିହୀନ ହୋଇଥିବାରୁ ୯୯% ଦୁର୍ଘଟଣା କମିଯିବ। ହୁଏତ ଦୁର୍ଘଟଣା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯାଇ ପାରେ। ଏହା କାର୍ ଇନସୁରାନ୍ସ ନାମକ ବ୍ୟବସାୟକୁ ବନ୍ଦ କରିଦେବ। ଟ୍ରାଫିକ୍ ପୋଲିସ ବ୍ୟବସ୍ଥା ହୁଏତ  ଆସନ୍ତାକାଲି ଦେଖିବାକୁ ନ ମିଳିପାରେ !*

*ଡ୍ରାଇଭର ପରି  କୌଣସି କାମ ପୃଥିବୀରେ ବଞ୍ଚିବ ନାହିଁ। ଯଦି ସହର ଏବଂ ସଡକରୁ ୯୦% କାର ଅଦୃଶ୍ୟ ହୋଇଯାଏ, ତେବେ ଟ୍ରାଫିକ୍ ଏବଂ ପାର୍କିଂ ଭଳି ସମସ୍ୟା ସ୍ୱୟଂକ୍ରିୟ ସମାପ୍ତ ହେବ, କାରଣ ଗୋଟିଏ ଗୋଟିଏ କାର ଆଜି ରାସ୍ତାରେ ଗଡୁଥିବା ୨୦ ଟି କାର୍ ର ଆବଶ୍ୟକତା ତୁଲେଇବ।*

*ସ୍ମରଣଯୋଗ୍ୟ, ୫ ବର୍ଷ କିମ୍ବା ୧୦ ବର୍ଷ ପୂର୍ବେ, ପୃଥିବୀରେ ଏପରି ପୃଷ୍ଠ ନଥିଲା... ଯେଉଁଠାରେ PCO ନଥିଲା। ତା’ପରେ ଯେତେବେଳେ ମୋବାଇଲ୍ ଫୋନ୍ ସମସ୍ତଙ୍କ ପକେଟକୁ ଆସିଲା, PCO ଗୁଡିକ ବନ୍ଦ ହେବା ଆରମ୍ଭ କଲା। ତା’ପରେ ସେସବୁ PCO ବଞ୍ଚିବା ପାଇଁ ଫୋନ୍ ରିଚାର୍ଜ ବିକ୍ରୟ ଆରମ୍ଭ କଲେ। ସେ ମାର୍ଗ ବି ଏବେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି। ଏବେ ଅନଲାଇନ୍ ପରଚେଜ୍, ଅନଲାଇନ୍ ରିଚାର୍ଜ, ଆଉ ଶସ୍ତା ବି।*

*ଆଜିକାଲି ବଜାରରେ ପ୍ରତ୍ୟେକ ତୃତୀୟ ଦୋକାନଟି ଏକ ମୋବାଇଲ୍ ଫୋନ୍ ହେଇଥିବ। ବିକ୍ରୟ, ସେବା, ରିଚାର୍ଜ, ଆସେସୋରିଜ୍, ମରାମତି, ରକ୍ଷଣାବେକ୍ଷଣ ପାଇଁ। ସେ ବ୍ୟବସାୟର ଆୟୁଷ ବି ବେଶି ଦିନ ହେବ ବୋଲି ଭରସା ନାହିଁ।*

*ବର୍ତ୍ତମାନ ପେଟିଏମ୍ ଓ ଫୋନ୍-ପେ ମାଧ୍ୟମରେ ଅର୍ଥ କାରବାର ସମ୍ଭବ ହେଉଛି। ଡିଜିଟାଲ କରେନ୍ସି ର ପ୍ରଚଳନ ମଧ୍ୟ ଆରମ୍ବ ହେଲାଣି। ବ୍ୟାଙ୍କ୍ ଓ ଲକ୍ଷ ଲକ୍ଷ କର୍ମଚାରୀଙ୍କର ଆଉ ଆବଶ୍ୟକତା ନାହିଁ।*

*ବର୍ତ୍ତମାନ ଲୋକମାନେ ନିଜ ଫୋନରୁ ଟ୍ରେନ୍ ଟିକେଟ ବୁକିଂ, ଫ୍ଲାଇଟ୍ ବୁକିଂ, ହୋଟେଲ୍ ବୁକିଂ କରିବା, ଏପରିକି ବ୍ରେକଫାଷ୍ଟ୍, ଲଞ୍ଚ ଡିନର୍ ପାଇଁ ଅର୍ଡର୍ ଦେବା ଆରମ୍ଭ କଲେଣି। ଏ କାରବାର ପୁରୁଣା କାରବାରକୁ ଧୀରେ ଧୀରେ ହତ୍ୟା କରୁଛି।*

*ଏବେ ଦୁନିଆ ବଦଳୁଛି। ବଦଳୁଛି ବହୁତ ଦ୍ରୁତ ଗତିରେ। ଆଖି, କାନ, ନାକ ଖୋଲା ରଖିବାକୁ ହେବ, ନଚେତ୍ ମଣିଷ ସାତ ପଛରେ ରହିଯିବ। ସମୟ ସହିତ ତାଳଦେଇ ନିଜକୁ ପରିବର୍ତ୍ତନ କରିବାକୁ ପଡିବ, ଯୋଗ୍ୟ ହେବାକୁ ହେବ। ନହେଲେ ଆଗକୁ ଆଗକୁ ଘନ ଅନ୍ଧାର। ସାଧୁ ସାବଧାନ।



ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

COASTAL NEWS Odia 886

ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ 



ବଲାଙ୍ଗିର - ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଗତ ୧୮ ତାରିଖ ଦିନ ଖପ୍ରାଖୋଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ କେସରେ ଫେରାର ଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ପୋଲିସ ଛତିଶଗଡ ରାଜ୍ୟରୁ ଗିରଫ କରିବାରେ ସଫଳ ହୋଇଅଛି । 

ସୂଚନା ଅନୁସାରେ ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିବା ବେଳେ ତାଙ୍କ କୋଡ୍‌ ବ୍ୟବହାର କରି ଗାଁର ଟିକେମଣି ବାଗଙ୍କୁ ଚଞ୍ଚକତା କରି ଘର ଦେଇଥିବା ବେଳେ କୌଶଲ୍ୟା ଘର ପାଇ ନଥିବା ଜଣାପଡ଼ିଥିଲା । ଏନେଇ କୌଶଲ୍ୟାଙ୍କ ତରଫରୁ ଅଭିଯୋଗ ହୋଇଥିଲା । ସେହିପରି ଯୁନାନିବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନଥିବା ବେଳେ ତାଙ୍କ ନାମରେ ଅନ୍‌ଲାଇନ୍‌ରେ ଘର ସୋ’ କରୁଥିବା ବେଳେ ସେହି କୋଡ୍‌ ବ୍ୟବହାର କରି ରୂପେ ଧରୁଆଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା । 

ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା, ଜିଓ ଟେଗ୍‌ ଗୋଲାପ ପୋଢ଼ ଦାୟୀ ବୋଲି ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବାକୁ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା ଙ୍କ ଏତାଲା କ୍ରମେ ଖପ୍ରାଖୋଲ ଥାନା କେସ ନମ୍ବର ୧୫୯/୨୦୨୩ରେ ଗତ ୫/୦୯/୨୦୨୩ ତାରିଖ ଦିନ ଏକ ମାମଲା ରୁଜୁ କରାଯାଇଥିଲା । କିଛିଦିନ ତଳେ ଦୁଇ ନକଲି ହିତାଧିକାରୀ ଏବଂ ତତ୍କାଳୀନ ପିଇଓ ଲଳିତ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର୍‌ ଥିବା ଜିଆର୍‌ଏସ୍‌ ବିପିନ ବେହେରା ଏବଂ ଜିଓ ଟେଗ୍‌ ଗୋଲାପ ପୋଢ଼ଙ୍କୁ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ସରାଇପାଲି ଥାନା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ଖପ୍ରାଖୋଲ ପୋଲିସ । 

ଅଭିଯୁକ୍ତ ଦୁଇଜଣ ସରାଇପାଲିର ଏକ ଗେଷ୍ଟହାଉସ୍‌ରେ ଲୁଚି ରହିଥିଲେ ବୋଲି ଜଣାପଡ଼ିଛି । ଏନେଇ ଧାରା ୪୦୯/୪୭୧/୪୬୮/୧୨୦ବିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଲ୍ ନାମଞ୍ଜୁର ହେବାରୁ ଦୁଇଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି । ଖପ୍ରାଖୋଲ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

"ଡିଜିଜ୍ X"

COASTAL NEWS Odia 885

"ଡିଜିଜ୍ X" 



ଲଣ୍ଡନ - ଭଞ୍ଜ ବିହାରୀ ମହାନ୍ତି - ଆଉ ଏକ ମହାମାରୀ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। COVID-19 ଭଳି ଭବିଷ୍ୟତରେ ଅନ୍ୟ ଏକ ଭୟଙ୍କର ମହାମାରୀ ଆସିପାରେ ବୋଲି ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ। ଏହି ଅଜଣା ରୋଗକୁ ସେମାନେ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟ ମୁତାବକ, ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବା ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ପାଣ୍ଡାମିକରେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସମ୍ଭାବ୍ୟ ମହାମାରୀକୁ "ଡିଜିଜ୍ X" ବୋଲି କହିବା ସହ ଏହା ପାଣ୍ଡାମିକ ସ୍ଥିତିରେ ଥିବା କହିଛି।

WHO ତଥ୍ୟ ଅନୁଯାୟୀ, ୨୦୧୯ରେ ସୃଷ୍ଟି ହୋଇଥିବା କୋଭିଡ-୧୯ ବିଶ୍ୱରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି। "ଡିଜିଜ୍ X" COVID-19 ତୁଳନାରେ ସାତଗୁଣରୁ ଅଧିକ ମାରାତ୍ମକ ହୋଇପାରେ ବୋଲି ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ପରବର୍ତ୍ତୀ ମହାମାରୀ ଏକ ବିଦ୍ୟମାନ ଭୂତାଣୁରୁ ଆସିପାରେ। ଅର୍ଥାତ୍ ବର୍ତ୍ତମାନ ସମୟରେ ଥିବା କିଛି ଭୂତାଣୁରୁ ସୃଷ୍ଟି ହୋଇପାରେ ଏହି ଏକ୍ସ ମହାମାରୀ।

୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ପାଣ୍ଡାମିକରେ ସମାନ ପରିସ୍ଥିତି ଉପୁଜିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି। 

ଡେଲି ମେଲକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏପରି ମହାମାରୀ ସମସ୍ତଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଅନ୍ତି ନାହିଁ। କିନ୍ତୁ ଏଥିରେ ନିଶ୍ଚିତ ରୂପେ ଅନେକଙ୍କର କ୍ଷତି ଘଟେ। ବୈଜ୍ଞାନିକମାନେ ୨୫ଟି ଭୂତାଣୁ ଫ୍ୟାମିଲି(ପରିବାର) ଉପରେ ନଜର ରଖିଛନ୍ତି, ପ୍ରତ୍ୟେକରେ ହଜାରେରୁ ଅଧିକ ବ୍ୟକ୍ତିଗତ ଭୂତାଣୁ ଅଛନ୍ତି, ଯାହା ମଧ୍ୟରୁ କୌଣସି ଭୟଙ୍କର ମହାମାରୀର ରୂପ ନେଇପାରନ୍ତି। ଏହି ନୀରିକ୍ଷଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଥିବା ଭୂତାଣୁ ଉପରେ କରାଯାଏ ନାହିଁ ବୋଲି ସେ କହିଛନ୍ତି।

ଡେମ କେଟ୍ କହିଛନ୍ତି, "କୋଭିଡରେ ଅନେକ ଲୋକ ସୁସ୍ଥ ହୋଇଥିଲେ। କିନ୍ତୁ ଡିଜିଜ୍ X ମିଳିମିଳା ଭଳି ସଂକ୍ରାମକ ଏବଂ ଇବୋଲା ଭଳି ୬୭% ମୃତ୍ୟୁହାର କରାଇପାରେ। ବିଶ୍ୱର କୌଣସି ସ୍ଥାନରେ ଏହା ଶୀଘ୍ର କିମ୍ବା ବିଳମ୍ବରେ ଆସିପାରେ, ଧୀରେ ଧୀରେ ଏଥିରେ ଲୋକେ ଅସୁସ୍ଥ ଅନୁଭବ କରିବେ।

ସେପଟେ, ବ୍ରିଟେନର ବୈଜ୍ଞାନିକମାନେ ଏହି ଅଜ୍ଞାତ 'ଡିଜିଜ୍ X' କୁ ଟାର୍ଗେଟ କରି ଟିକା ବିକାଶ ପ୍ରୟାସ ଆରମ୍ଭ କରିସାରିଛନ୍ତି। ୱିଲଟସାୟାରର ଉଚ୍ଚ-ସୁରକ୍ଷା ପୋର୍ଟନ୍ ଡାଉନ୍ ଲାବୋରେଟୋରୀ କମ୍ପ୍ଲେକ୍ସରେ କରାଯାଇଥିବା ଏହି ଅନୁସନ୍ଧାନରେ ୨୦୦ରୁ ଅଧିକ ବୈଜ୍ଞାନିକ ସାମିଲ ହୋଇଛନ୍ତି। ସେମାନେ ପଶୁ ଭୂତାଣୁ ସହ ମଣିଷକୁ ସଂକ୍ରମିତ କରୁଥିବା ଏବଂ ଦ୍ରୁତଗତିରେ ବ୍ୟାପୁଥିବା ଭୂତାଣୁ ଉପରେ ଅନୁଧ୍ୟାନ କରିଛନ୍ତି। ଅନୁସନ୍ଧାନରେ ଥିବା ପାଥୋଜେନ ମଧ୍ୟରେ ବାର୍ଡ ଫ୍ଲୁ, ମଙ୍କିପକ୍ସ ଏବଂ ହାଣ୍ଟାଭାଇରସ୍ ଅଛି, ଯାହା ମୂଷାମାନଙ୍କ ଦ୍ୱାରା ସଂକ୍ରମିତ ହୁଏ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA)ର ମୁଖ୍ୟ ପ୍ରଫେସର ଡେମ ଜେନି ହ୍ୟାରି କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟାରେ ପରିବର୍ତ୍ତନ ଭଳି କାରଣ ଭବିଷ୍ୟତରେ ମହାମାରୀ ହେବାର ସମ୍ଭାବନା ବଢାଉଛି। ତେଣୁ ଆଗୁଆ ପଦକ୍ଷେପଗୁଡିକ ଉପରେ ଦୃଷ୍ଟି ଦିଆଯିବା ଜରୁରୀ। 

ଚାଇନାରେ କୋଇଲା ଖଣି ଦୁର୍ଘଟଣା: ୧୬ ଶ୍ରମିକ ମୃତ

COASTAL NEWS Odia 884

ଚାଇନାରେ କୋଇଲା ଖଣି ଦୁର୍ଘଟଣା: ୧୬ ଶ୍ରମିକ ମୃତ 


 
ବେଜିଂ,୨୫।୯ : ଭଞ୍ଜ ବିହାରୀ ମହାନ୍ତି - ଚାଇନାର ଗୁଇଝୋଉ ପ୍ରଦେଶର ପେନଝୋଉ ସହରରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ସମସ୍ତେ ଗୁଇଝୋଉ ପାନଜିଆଙ୍ଗ ରିଫାଇନ କୋଇଲା କମ୍ପାନୀର କର୍ମଚାରୀ ଥିଲେ। ଖଣି ମାଲିକ ସୋମବାର ସାଂଘାଇ ଷ୍ଟକ ଏକ୍ସଚେଞ୍ଜକୁ ଏହା ଜଣାଇଛନ୍ତି। ସାଂଘାଇ ଭିତ୍ତିକ ଖଣିଜ ପରାମର୍ଶଦାତା ମିଷ୍ଟେଲଙ୍କ ଅନୁଯାୟୀ, ଏହି ଦୁର୍ଘଟଣା ପରେ ପାନଝୋଉ ସହରର ସମସ୍ତ କୋଇଲା ଖଣିରେ କାମ ଗୋଟିଏ ଦିନ ପାଇଁ ବନ୍ଦ ହୋଇଯାଇଛି।
ଗୁଇଝୋଉର ଖଣି ସୁରକ୍ଷା ପ୍ରଶାସନ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛି ଦୁର୍ଘଟଣାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ମିଷ୍ଟେଲ କମ୍ପାନୀ ଅନୁଯାୟୀ, କ୍ଷେତ୍ରର ମୋଟ ଉତ୍ପାଦନ କ୍ଷମତା ବର୍ଷକୁ ପ୍ରାୟ ୫୨.୫ ନିୟୁତ ମେଟ୍ରିକ ଟନ। ଏହା ଚାଇନାର କୋକିଂ କୋଇଲା ଉତ୍ପାଦନ କ୍ଷମତାର ପ୍ରାୟ ୫ ପ୍ରତିଶତ।
ରାଷ୍ଟ୍ରାୟତ୍ତ ପାନଜିଆଙ୍ଗ କୋଇଲା ଏହାର ସମସ୍ତ ଖଣିରେ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ନିରାପଦ ଉତ୍ପାଦନ ନିଶ୍ଚିତ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି। କମ୍ପାନୀ ପ୍ରାୟ ୧୭.୩ ନିୟୁତ ଟନ କ୍ଷମତା ବିଶିଷ୍ଟ ସାତୋଟି କୋଇଲା ଖଣି ଚଳାଇଥାଏ। ମିଷ୍ଟେଲଙ୍କ ଅନୁଯାୟୀ, ଯେଉଁ ଖଣିରେ ଦୁର୍ଘଟଣା ଘଟିଛି ଏହାର ବାର୍ଷିକ କ୍ଷମତା ୩.୧ ନିୟୁତ ଟନ।
ଚାଇନାରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ; ପୂର୍ବରୁ ଅନେକ କୋଇଲା ଖଣିରେ ଏଭଳି ଦୁର୍ଘଟଣା ଘଟିଛି। ଫେବୃଆରୀରେ, ମଙ୍ଗୋଲିଆ ଅଞ୍ଚଳରେ ଏକ ଖୋଲା ଖଣି ଖନନ ଘଟଣାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ଭୁଶୁଡ଼ି ପଡ଼ିଛି ବ୍ରିଜ୍

COASTAL NEWS Odia 883

ଭୁଶୁଡ଼ି ପଡ଼ିଛି ବ୍ରିଜ୍ 


ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ । ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଏହି ଅଘଟଣ ସମୟରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍‌, ବାଇକ୍‌ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଖବର ପାଇ ତତ୍‌କ୍ଷଣାତ ପ୍ରଶାସନ ଓ ରେସକ୍ୟୁ ଟିମ୍‌ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।

ସୁରେନ୍ଦ୍ରନଗର ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ପୋଲ ୪୦ ବର୍ଷର ପୁରୁଣା ପୋଲ। ଏହି ପୋଲ ଉପରେ ଭାରି ଯାନ ତଥା ମାଲବାହୀ ଗାଡ଼ି ଯିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବାଲି ଭର୍ତ୍ତି ଟ୍ରକ୍‌ ପୋଲ ଅତିକ୍ରମ କରୁଥିଲା। ଫଳରେ ଭାର ସହି ନ ପାରି ପୋଲଟି ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ନଦୀକୁ ଖସି ପଡ଼ିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ପୋଲ ସ୍ଥାନରେ ଆଉ ଏକ ନୂତନ ପୋଲ ନିର୍ମାଣ ନିମନ୍ତେ ମଞ୍ଜୁରୀ ମିଳିଛି।

ପ୍ରାୟ ୧୧୦ ଗାଁ ଲୋକେ ଏହି ପୋଲ ଉପରେ ନିର୍ଭର କରନ୍ତି। ଏହି ବ୍ରିଜଟି ରାଜ୍ୟ ରାଜପଥ ସହ ସଂଯୋଗ କରିଥାଏ । ଏବେ ଏହି ପୋଲ ଭାଙ୍ଗିଯିବାରୁ ବହୁ ଲୋକ ବଜାର ଆସିବାକୁ ହଇରାଣ ହେଉଛନ୍ତି। ତଥା ତୁରନ୍ତ ସେମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଶାସନ ନିକଟରା ଗୁହାରୀ କରିଛନ୍ତି ।ଏହି 

ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା, ମୋଦୀଙ୍କୁ ୧୦ ରୁ ୮... ଭୁବନେଶ୍ଵର ୨୫-୯ : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ମୋଦୀଙ୍କୁ ୧୦ ରୁ ୮ ସୂଚନାଯୋଗ୍ୟଯେ, ଭୁନେଶ୍ୱରରେ ଏକ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ଦ୍ୱାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚାୱଲାଙ୍କର ସହ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେ ମୋଦୀ ସରକାରଙ୍କୁ ୧୦ ରୁ ୮ ମାର୍କ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବୈଦେଶିକ ନୀତି ଏବଂ ଦୁର୍ନୀତି ନିବାରଣ ପାଇଁ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେଯେ, ମୋଦୀ ସରକାର ବୈଦେଶିକ ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଯାହା କରିଛନ୍ତି, ସେଥିପାଇଁ ମୁଁ ଏହାକୁ ୧୦ ରୁ ୮ ରେଟିଂ ଦେଉଛି। ଏହି ସରକାରରେ ମଧ୍ୟ ଦୁର୍ନୀତି ହ୍ରାସ ପାଇଛି। ମହିଳା ସଂରକ୍ଷଣ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୋ ଦଳ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ କରିଆସୁଛି। ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ ଏବଂ ମୁଁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲି। ୨୦୧୯ ଲୋକସଭା ନିର୍ବାଚନରେ ପଟ୍ଟନାୟକଙ୍କ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା। ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ ବିଜେଡ଼ି ସୁପ୍ରିମୋ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ କରି କହିଥିଲେ, ଆମେ ଏହାକୁ ସର୍ବଦା ସ୍ୱାଗତ କରିଛୁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। କେନ୍ଦ୍ର ସହିତ ତାଙ୍କ ସରକାରଙ୍କ ସମ୍ପର୍କ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କେନ୍ଦ୍ର ସହ ଆମର ଆନ୍ତରିକ ସମ୍ପର୍କ ରହିଛି। ସ୍ୱାଭାବିକ ଭାବରେ, ଆମେ ଆମ ରାଜ୍ୟର ବିକାଶ ଚାହୁଁ ଏବଂ ବିକାଶରେ କେନ୍ଦ୍ର ସରକାରଙ୍କ ଅଂଶଗ୍ରହଣ କରିବା ଜରୁରୀ ଅଟେ।

 COASTAL NEWS Odia 882

ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା



ଭୁବନେଶ୍ଵର ୨୫-୯   :ଭଞ୍ଜ ବିହାରୀ ମହାନ୍ତି - ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟଯେ, ଭୁନେଶ୍ୱରରେ ଏକ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ଦ୍ୱାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚାୱଲାଙ୍କର ସହ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେ ମୋଦୀ ସରକାରଙ୍କୁ ୧୦ ରୁ ୮ ମାର୍କ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବୈଦେଶିକ ନୀତି ଏବଂ ଦୁର୍ନୀତି ନିବାରଣ ପାଇଁ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେଯେ, ମୋଦୀ ସରକାର ବୈଦେଶିକ ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଯାହା କରିଛନ୍ତି, ସେଥିପାଇଁ ମୁଁ ଏହାକୁ ୧୦ ରୁ ୮ ରେଟିଂ ଦେଉଛି। 

ଏହି ସରକାରରେ ମଧ୍ୟ ଦୁର୍ନୀତି ହ୍ରାସ ପାଇଛି।

ମହିଳା ସଂରକ୍ଷଣ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୋ ଦଳ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ କରିଆସୁଛି। ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ ଏବଂ ମୁଁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲି। ୨୦୧୯ ଲୋକସଭା ନିର୍ବାଚନରେ ପଟ୍ଟନାୟକଙ୍କ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ

ବିଜେଡ଼ି ସୁପ୍ରିମୋ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ କରି କହିଥିଲେ, ଆମେ ଏହାକୁ ସର୍ବଦା ସ୍ୱାଗତ କରିଛୁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। କେନ୍ଦ୍ର ସହିତ ତାଙ୍କ ସରକାରଙ୍କ ସମ୍ପର୍କ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କେନ୍ଦ୍ର ସହ ଆମର ଆନ୍ତରିକ ସମ୍ପର୍କ ରହିଛି। ସ୍ୱାଭାବିକ ଭାବରେ, ଆମେ ଆମ ରାଜ୍ୟର ବିକାଶ ଚାହୁଁ ଏବଂ ବିକାଶରେ କେନ୍ଦ୍ର ସରକାରଙ୍କ ଅଂଶଗ୍ରହଣ କରିବା ଜରୁରୀ ଅଟେ।

ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ

COASTAL NEWS Odia 881

ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ



ସୁବର୍ଣପୁର - ଭଞ୍ଜ ବିହାରୀ ମହାନ୍ତି - ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ। ହେଲେ ଦିବ୍ୟାଙ୍ଗ ଯୁବକ ଶିବାଜୀ ପଣ୍ଡାଙ୍କୁ ଜୀବନ ସାଥୀ। ଆଉ ଓଡ଼ିଶାର ମାଟି, ପାଣି, ପବନ ଓ ଭାଷା ସଂସ୍କୃତି ପ୍ରେମରେ ପଡ଼ିଗଲେ। ଇଂଲଣ୍ଡରେ ପ୍ରଫେସର ଚାକିରି ଛାଡ଼ି ସ୍ୱାମୀଙ୍କ ସହିତ ଓଡ଼ିଶା ଫେରି ଆସିଲେ। ମହାନଦୀ କୂଳରେ ତିଆରି କଲେ ଇକୋ-ଭିଲେଜ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା। ନା ଶୁଣି ପାରନ୍ତି ନା କହିପାରନ୍ତି। ତଥାପି ସେ ସାଧାରଣ ପିଲାଙ୍କ ପରି ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ଦଶମ ପାସ୍‌ କରିବା ପରେ ସୋନପୁର ଯାଇଥିଲେ। ସେଠାରେ ରାଜ କଲେଜରୁ ବିଏ ପାସ୍‌ କରିଥିଲେ। ତା’ପରେ ସେ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ସାଙ୍କେତିକ ଭାଷାରେ ଏମ୍‌ଏ ପଢ଼ିଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଭଲ ମାର୍କରେ ସେ ଏମ୍‌ଏ ପାସ୍‌ କରିଥିଲେ।

ଏମ୍‌ଏରେ ଭଲ ମାର୍କ ରଖିଥିବାରୁ ଇଂଲଣ୍ଡର ୟୁନିର୍ଭସିଟି ଅଫ୍‌ ସେନ୍‌‌ଟ୍ରାଲ୍‌ ଲାଙ୍କାସିରରେ ସାଙ୍କେତିକ ଭାଷାର ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ଯେଉଁମାନେ କହିପାରନ୍ତି ନାହିଁ ଓ ଶୁଣିପାରନ୍ତି ନାହିଁ ସେମାନଙ୍କର ତ୍ରାଣ କର୍ତ୍ତା ସାଜିଥିଲେ ପ୍ରଫେସର ପଣ୍ଡା। ସେଇଠି ସେ ଜର୍ମାନୀର ଯୁବତୀ ପ୍ରଫେସର ଉଲରିକ‌୍‍ ଜେସନଙ୍କୁ ଭେଟିଥିଲେ। ପ୍ରଫେସର ଉଲରିକ‌୍‍ ଜେସନ ମଧ୍ୟ ସେହି ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। କେବଳ ଏତିକି ଫରକ- ପ୍ରଫେସର ପଣ୍ଡା ହେଉଛନ୍ତି ଜଣେ ଦିବ୍ୟାଙ୍ଗ କିନ୍ତୁ ପ୍ରଫେସର ଜେସନ୍‌ ଜଣେ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି। ଅର୍ଥାତ ସେ କହିପାରନ୍ତି, ଶୁଣିପାରନ୍ତି, ଚାଲିପାରନ୍ତି। ସେ ପ୍ରଫେସର ପଣ୍ଡାଙ୍କ ଚାଲିଚଳଣ ଓ ଶାନ୍ତ ସ୍ୱଭାବରେ ଫିଦା ହୋଇଥିଲେ ପ୍ରଫେସର ଉଲରିକ‌୍‍ ଜେସନ। ଆଉ ତାଙ୍କୁ ମନ ଦେଇବସିଥିଲେ। ସାଙ୍କେତିକ ଭାଷାରେ ନିଜ ମନ କଥା ଓ ବ୍ୟଥାକୁ ପ୍ରଫେସର ପଣ୍ଡାଙ୍କ ଆଗରେ ବଖାଣି ଥିଲେ।

କଥା କହିନପାରିଲେ କ’ଣ ହେଲା। ପ୍ରଫେସର ପଣ୍ଡା କିନ୍ତୁ ସବୁ ବୁଝିପାରିଥିଲେ। ଆଉ ପ୍ରଫେସର ଉଲରିକ‌୍‍ ଜେସନଙ୍କ ପ୍ରେମ ନିବେଦନକୁ ସାଦରେ ଗ୍ରହଣ କରିଥିଲେ। ତା’ପରେ ଉଭୟଙ୍କ ଭିତରେ ଚାଲିଲା ନୀରବ ପ୍ରେମ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଓଡ଼ିଆଣୀ ବେଶରେ ସଜେଇ ହୋଇଥିଲେ। ଶାଢ଼ୀ ପିନ୍ଧିଥିଲେ। ଆଉ ପ୍ରଫେସର ପଣ୍ଡାଙ୍କୁ ବିବାହ କରିଥିଲେ। ଲଣ୍ଡନର ଏକ କୋର୍ଟରେ ବିବାହ କରିଛନ୍ତି।

ବିବାହ ପୂର୍ବରୁ ପ୍ରଫେସର ଉଲରିକ‌୍‍ ଜେସନ ଓ ପ୍ରଫେସର ପଣ୍ଡା ମହାନଦୀ କୂଳରେ ଜାଗା କିଣିଥିଲେ। ଆଉ ସେଠାରେ ଗଢ଼ିଥିଲେ ଇକୋ ଭିଲେଜ୍‌। ନାଁ ଦେଇଥିଲେ ଲକ୍ଷ୍ମଣପୁର ଇକୋ ଭିଲେଜ୍‌। ସେଠାରେ ସେ ଗୋଟିଏ ସ୍କୁଲ ତିଆରି କରିଛନ୍ତି। ଯେଉଁଠି ମୁକ, ବିଧିର ପିଲାମାନେ ପାଠ ପଢ଼ୁଛନ୍ତି। ଜୈବିକ ପଦ୍ଧତିରେ ପନିପରିବା ଚାଷ ଠାରୁ ଆରମ୍ଭ କରି କରମଙ୍ଗା, ଲେମ୍ୱୁ, ଆମ୍ୱ, ନଡିଆ, ଚାଇନିଜ‌୍‍ ଲେମ୍ୱୁ ଗଛ ଆଦି ୬୦ ପ୍ରକାର ଚାରା ରୋପଣ କରୁଛନ୍ତି।
ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଇଂଲଣ୍ଡରେ ଲକ୍ଷାଧିକ ଟଙ୍କାର ଚାକିରି ପ୍ରଫେସର ପଣ୍ଡା ଓ ପ୍ରଫେସର ଉଲରିକ‌୍‍ ଜେସନ ଓଡ଼ିଶା ଫେରି ଆସିଛନ୍ତି। ଆଉ ନିଜ ଇକୋ ଭିଲେଜରେ ଜୀବନ ଅତିବାହିତ କରୁଛନ୍ତି। ମହାନଦୀ କୂଳରେ ପ୍ରକୃତିକୁ ଉପଭୋଗ କରୁଛନ୍ତି। ଆଉ ଓଡ଼ିଆଣୀଟିଏ ପରି କେତେବେଳେ ରୋଷେଇ କରୁନ୍ତି ତ ଆଉ କେତେବେଳେ ମାଆଟିଏ ହୋଇ ଗଛମାନଙ୍କ ସେବା କରୁଛନ୍ତି। ଏବେ ସେଠାକୁ ଦେଶ ବିଦେଶର ଶିକ୍ଷାବିତମାନେ ଆସୁଛନ୍ତି। ଆଉ ପ୍ରକୃତିକୁ ଉପଭୋଗ କରୁଛନ୍ତି।

ଆଜିର ରାଶିଫଳ

COASTAL NEWS Odia 880


 
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼  *✧═════•❁❀❁•═════✧*

*🌷 ମେଷ 🌷👉*
*ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ*

*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*



ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

COASTAL NEWS Odia 879

ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ:

ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ
 

 
ନ୍ୟୁୟର୍କ,୨୪।୯: ଭଞ୍ଜ ବିହାରୀ ମହାନ୍ତି - ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ, ମଧ୍ୟ ଆଣ୍ଟଲାଣ୍ଟିକର ନ୍ୟୁୟର୍କରୁ ଦକ୍ଷିଣ କାରୋଲିନା ପର୍ଯ୍ୟନ୍ତ ୮୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଶିଂଟନ ଓ ଉତ୍ତର କାରୋଲିନା। ପାମଲିକୋ ନଦୀ କୂଳ ସ୍ଥିତ ଅନେକ ସହର ପାଣି ଘେରରେ ରହିଛି। ବିଦ୍ୟୁତ ସଂଯୋଗ ବିଚ୍ଛନ ହେବା ଯୋଗୁ ୬୫ହଜାର ଲୋକ ଅନ୍ଧାରରେ ରହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...