AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ

 COASTAL NEWS Odia 724

ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ 



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଳହରୁ ସ୍ବାମୀ ରକ୍ତମୁଖା ହୋଇ ପତ୍ନୀର ତଣ୍ଟିକୁ ବେଲ୍‌ରେ ଚିପି ହତ୍ୟା କରିବା ପରେ ହାତ, ଗୋଡ଼, ଜଂଘ ଓ ମୁଣ୍ଡକୁ ଖଣ୍ଡ ଖଣ୍ଡ କରି ଋପିକୁଲ୍ୟା ନଦୀରେ ଫୋପାଡ଼ିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । 

ମୃତକ ଜଣକ ହେଉଛନ୍ତି, ବୁଲି ମୁଳି ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବାମୀ ନାରାୟଣ ମୁଳିକୁ ସୋରଡ଼ା ପୁଲିସ ଅଟକରଖି ପଚରାଉଚରା କରୁଛି। ନଦୀ ଭିତରୁ ବୁଲିଙ୍କ ଶରୀରର ବିଭିନ୍ନ ଅଂଶକୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମ ବାହିନୀ ଛାନଭିନ୍‌ ଜାରି ରଖିଛି । ସୂଚନା ମୁତାବକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମର ମୂଳବାସିନ୍ଦା ବୁଲି ଓ ଭଗବାନପୁର ଗ୍ରାମର ନାରାୟଣଙ୍କୁ ତିନିମାସ ତଳେ ପ୍ରେମବିବାହ କରିଥିଲେ ।

ଗତକାଲି ରାତି ୧୨ଟାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ନାରାୟଣ ଉତ୍‌କ୍ଷିପ୍ତ ହୋଇଉଠିବା ସହ ନିଜ ପେଣ୍ଟ୍‌ ବେଲ୍ଟରେ ବୁଲିଙ୍କ ତଣ୍ଟିକୁ ଚିପି ହତ୍ୟା କରି ଶବକୁ କାନ୍ଧରେ ବୋହି ଋଷିକୁଲ୍ୟା ନଦୀତଟକୁ ଆଣିଥିଲା । ଧାରୁଆ ଅସ୍ତ୍ରରେ ବୁଲିଙ୍କ ଗୋଡ଼, ଜଂଘ, ଦୁଇହାତ ଓ ମୁଣ୍ଡକୁ କାଟି ନଦୀରେ ଫୋପାଡ଼ି ଦେଇଥିଲା । ପରିବାରର ଅନ୍ୟ ସଦସ୍ୟ ଶୋଇଥିବାରୁ କେହି ଜାଣି ପାରି ନଥିଲେ ।

ନାରାୟଣ ଘରକୁ ଫେରି ଆସିବାପରେ ଶୋଇ ପାରି ନଥିଲା । ଆଜି ସକାଳେ ସୋରଡ଼ା ଥାନାରେ ପହଞ୍ଚି ନାରାୟଣ ଆତ୍ମସମର୍ପଣ କରିଥିଲା । ଘଟଣା ବିଷୟରେ ସବୁ ଜଣାଇଥିଲା । ନାରାୟଣର ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀର ସହାୟତାରେ ବୁଲିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ବର୍ଷା କାରଣରୁ ନଦୀରେ ପ୍ରବଳ ପାଣିଥିବାରୁ ଏଥିରେ ବାଧା ସୃଷ୍ଟି ହୋଇଛି । ସେହିପରି ନଦୀପଠାରେ ରକ୍ତଛିଟା ବି ଦେଖିବାକୁ ମିଳିଛି । 

ସୋରଡ଼ା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ବୁଲି ପିନ୍ଧିଥିବା ଏକ ସୁନାଚେନକୁ ବିକ୍ରି କରିବା ପାଇଁ ମାଗିବାରୁ ଦେଇ ନଥିଲା l ତେଣୁ ନାରାୟଣ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି

 COASTAL NEWS Odia 723

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି





କଟକ:  ଗଣେଶ ପୂଜାରୁ ଆରମ୍ଭ ହୋଇଥାଏ ପାର୍ବଣର ଋତୁ। ପୂଜାକୁ ଆଉ ଦିନ କେଇଟା ଥିବାବେଳେ ସବୁଠି ଏବେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ତେବେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ଅଛନ୍ତି କଟକ ବକ୍ସିବଜାର ବଢେଇ ସାହିର ଯୁବକମାନେ। ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇ ଯାଇଥିବା ୪ ଶହ ବର୍ଷ ପୁରୁଣା ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହି କୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି ।

ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ । ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା । ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।


ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ । କାରଣ ସେ ଅଷ୍ଟବିନାୟକ। ଭକ୍ତର ମାନସିକ ପୂରଣ କରୁଥିବାର ବିଶ୍ୱାସ କାରଣରୁ ସବୁଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାର ଭକ୍ତ ମାନଙ୍କ ସମାଗମ ହୋଇଥାଏ । ତେବେ ଏଠାରେ ସାହିର ମୁରବି ମାନଙ୍କ କହିବା ଅନୁଯାୟୀ ୪୦୦ ଶହ ବର୍ଷ ହେବ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇ ସାହିରେ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରରେ ପ୍ରଭୁ ଗଣେଶଙ୍କ ସହ ପ୍ରଭୁ ଲୋକନାଥ,  ପ୍ରଭୁ ରାଧାକୃଷ୍ଣ , ମା ଲଷ୍ମୀ ଓ ମା ସରସ୍ୱତୀ ମଧ୍ୟ ପୂଜା ପାଇଥାନ୍ତି।

ତେବେ ଏଥର କଟକ ସହରରେ ପାଖାପାଖି ୧୧ ଶହ ଛୋଟ ବଡ ଗଣେଶ ମୂର୍ତ୍ତି ପୂଜା ପାଇବେ। ତଥାପି ବକ୍ସିବଜାର ବଢେଇସାହି ଏହି ଗଣେଶ ଠାକୁରଙ୍କ ସ୍ୱତନ୍ତ୍ରତା ଭକ୍ତଙ୍କୁ ଆକୃଷ୍ଟ କରିବ ନିଶ୍ଚିତ l

ବିମାନ ଅଟକ ରଖିଲା ୟୁଏଇ ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ

 COASTAL NEWS Odia 722

ବିମାନ ଅଟକ ରଖିଲା ୟୁଏଇ ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ




 

ଦମ୍ମନ(ୟୁଏଇ) : ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନକୁ ଅଟକ ରଖାଯାଇଛି। ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ ପାଣ୍ଠି ନ ମିଳେ ତେବେ ଆଗକୁ ଉଡାଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ। 

ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲା। ଏଥିପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା। ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜଣେ ବରିଷ୍ଠ ନିର୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ମାର୍ଗରେ ୨୩ଟି ବିମାନ ଉଡାଣ କରୁଥିଲା।

ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି। 

ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ଯନ୍ତ୍ରାଂଶ ଦେବାକୁ ମନା କରିଦେଇଛନ୍ତି। କମ୍ପାନୀମାନଙ୍କ ଯନ୍ତ୍ରାଂଶ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଏୟାର ଲାଇନ୍ସ ଖୁବ୍ କମ୍‌ ଉଡାଣ ସଞ୍ଚାଳନ କରୁଥିବା ବେଳେ କମ୍ପାନୀର ଦୈନିକ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି। ଅଧିକାରୀଙ୍କ ଅନୁସାରେ ପିଆଇଏକୁ ଚଳାଇ ରଖିବା ପାଇଁ ଏବେ ୨୩ ଶହ କୋଟି ପାକିସ୍ତାନୀ ଟଙ୍କାର ତ୍ୱରିତ ଆବଶ୍ୟକତା ଅଛି। ଯଦି ସରକାର ଜରୁରି ପାଣ୍ଠି ଯୋଗାଇ ନ ଦିଅନ୍ତି ତେବେ ପିଆଇଏ ଗୁରୁତର ସଂକଟର ସମ୍ମୁଖୀନ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।

ନିଶା କବଳରେ ଯୁବ ସମାଜ ସରକାରୀ କଟକଣା ଅଭାବ

 COASTAL NEWS Odia 721

ନିଶା କବଳରେ ଯୁବ ସମାଜ ଅସହାୟ ପ୍ରଶାସନ ସରକାରୀ କଟକଣା ଅଭାବ

 


ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ପଟ୍ଟାମୁଣ୍ଡାଇ ର ବଜାର ଓ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍‌ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍‌ ଖୁଲା ବେପାର ଚାଲିଛି। ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଗାଁ ର ଝିଅ, ବୋହୂ ସ୍କୁଲ ଓ କଲେଜ ଛାତ୍ରୀ ବାହାରକୁ ଯିବାକୁ ଡରୁଛନ୍ତି ଓ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଚିନ୍ତା ବଢ଼ାଇଛି ମଦ କୋରିଅର୍ ସର୍ଭିସ, ଯେଉଁ ସ୍ଥାନରେ ଥିଲେ ବି ଅନଲାଇନ ଅର୍ଡର ପାଇଲେ ପାଖରେ ପହଞ୍ଚି ଯାଉଛି ନିଶା ଦ୍ରବ୍ୟ l

ନିଶା କବଳରେ ପଡୁଥିବା ଯୁବପିଢି ଘରେ ଟଙ୍କା ପାଇଁ ଘରେ ଓ ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ଅବକାରୀ ବିଭାଗ କର୍ମଚାରୀ କମ୍ ଥିବା ଆଳ ଦେଖାଇ ହାତରେ ହାତ ବାନ୍ଧି ବସିଛି । ଏହାକୁ ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। 

ନିଶା କାରବାର ରୋକିବା ନିମନ୍ତେ ପଟ୍ଟମୁଣ୍ଡାଇ ଠାରେ ଏକ୍ର ଅବକାରୀ କାର୍ଯ୍ୟାଳୟ ରହିଛି। ମାତ୍ର ତାହା ସବୁ ସମୟରେ ଖୋଲା ରହୁନି। ଗାଁ ଗହଳିରେ ଏବେ ଚୋରାମଦ କାଉଣ୍ଟର ଖୋଲିବାରେ ଲାଗିଛି। ଅବକାରୀ ବିଭାଗ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛି। ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି। 

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଦ୍ୟପାନର ଅଭ୍ୟାସ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ଗାଁ ଗହଳିରେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବା ସହ ନିଶା କେତେଜଣ ଯୁବକଙ୍କୁ କବଳିତ କଲାଣି। ଦିନ ଥିଲା । ପିଲାମାନଙ୍କୁ ମିଳୁଥିବା ହାତ ଖର୍ଚ୍ଚ ଟଙ୍କା ସେମାନେ  ଦୁରୁପଯୋଗ କରି ସାଙ୍ଗସାଥି ଙ୍କ ସହିତ ନିଶା ସେବନ କରିବାକୁ ପଛାଉ ନାହାନ୍ତି। 

ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍‌ଖା, ସିଗାରେଟ୍‌ ଏପରି କି ମଦ ପିଉଥିବା ନଜରକୁ ଆସୁଛି।   ଅଞ୍ଚଳର ନିଶା ବ୍ୟବସାୟୀମାନେ ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକଙ୍କୁ ଟାର୍ଗେଟ କରୁଛନ୍ତି । ଅଧିକାଂଶ ଛାତ୍ର, ଯୁବକ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେକାର ଯୁବତୀଯୁବକ ନିଶା ମାଫିଆଙ୍କ ଜାଲରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦକୁ ଡାକି ଆଣୁଛି। 

ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ। ଆଗକୁ ଏଭଳି ଲାଗି ରହିଲେ ପରିସ୍ଥିତି ବେକାବୁ ହୋଇଯିବ। ଆଳି ଓ ପଟ୍ଟାମୁଣ୍ଡାଇ ରେ ବ୍ୟବହୃତ ନିଶା ସାମଗ୍ରୀ ମଧ୍ୟରୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ଗଞ୍ଜେଇ ଏବଂ ତା ପରକୁ ବ୍ରାଉନସୁଗାର ସେବନକାରୀ ରହିଛନ୍ତି। ଏହି ୩ ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍‌ ଅଠା ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି। 

ସଚେତନତା ନାଁରେ ପ୍ରଶାସନ ପକ୍ଷରୁ ଯେତିକି ବୈଠକ ବସୁଛି, ସେତିକି ଦିନ ଚଢ଼ାଉ କରାଯାଉନାହିଁ। ଫଳରେ ବିଭିନ୍ନ ନିଶା ଖୋଲାଖୋଲି ବିକ୍ରି ହେଉଛି। ସରକାରୀ ସ୍ତରରେ ତପ୍ତରତା ପ୍ରକାଶ ପାଇବାର ଆବଶ୍ୟକତା ଅଛି l ନଚେତ୍ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଓ ଅବସ୍ଥା ଅସମ୍ଭାଳ ହେବ l

Thursday, September 14, 2023

ବିଶ୍ୱ ବ୍ରହ୍ମାଣ୍ଡରେ ରହିଛନ୍ତି ଏଲଏନ୍‌।

 COASTAL NEWS Odia 720

ବିଶ୍ୱ ବ୍ରହ୍ମାଣ୍ଡରେ ରହିଛନ୍ତି ଏଲଏନ୍‌।



ୱାଶିଂଟନ - ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ବଡ଼ ସଙ୍କେତ ଦିଆଯାଇଛି। ବିଶ୍ୱ ବ୍ରହ୍ମାଣ୍ଡରେ ରହିଛନ୍ତି ଏଲଏନ୍‌। ଅନ୍ୟ ଗ୍ରହରେ ଜୀବସତ୍ତା ରହିଥାଏ ପlରେ ବୋଲି ଆଜି ନାସା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଲିଏନ୍ ସଂପର୍କିତ ନାସା ପକ୍ଷରୁ କରାଯାଉଥିବା ବହୁ ପ୍ରତୀକ୍ଷିତ ରିପୋର୍ଟ ଆଜି ସାର୍ବଜନୀନ କରାଯାଇଛି। 

୩୩ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ଏଲିଏନ ରହିଥିବା ଚର୍ଚ୍ଚା ଜୋର ଧରିଛି। ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି ଯେ ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ସତ୍ତା ରହିଛି ବୋଲି ମୋର ବିଶ୍ୱାସ। 

ମୁଁ ବିଶ୍ୱାସ କରେ ଯେ ଏଲିଏନ୍ ଅଛନ୍ତି। କହିଛି ଯେ, UFO ବା ଅନ୍-ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ସଂପର୍କରେ ଅଧିକ ଗବେଷଣା ପାଇଁ ନୂଆ ଟେକନିକ୍ ଓ ଉନ୍ନତ ସାଟେଲାଇଟର ଆବଶ୍ୟକତା ରହିଛି। ଏହା ପଛରେ କୌଣସି ଅଲୌକିକ ଶକ୍ତି ନାହିଁ। ଏହା ଅନ୍ୟ ଗ୍ରହରୁ ପୃଥିବୀକୁ ଆସି ଥାଇ ପାରନ୍ତି। ଅନ-ଆଇଡେଣ୍ଟିଫାଏଡ୍ ଏରିଆଲ୍ ଫିନୋମେନନ୍ ବା ୟୁପିଏ ସଂପର୍କରେ ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ଗଠନ କରାଯାଇଛି। ଏହାର ନୂଆ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ପୂର୍ବରୁ ସମ୍ଭାବ୍ୟ UFO ସଂପର୍କିତ କିଛି ଭିଡିଓ ଛାଡ଼ିଥିଲା ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍। ନୌସେନାର ପାଇଲଟମାମାନେ ଆକାଶରେ ଅଜଣା ବସ୍ତୁ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ତେବେ ଏହା କେମିତି ଉଡ଼ୁଥିଲା, ସେସଂପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ତେଣୁ ସେସବୁ ଅନ୍ୟ ଗ୍ରହରୁ ଆସିଥାଇ ପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। 

ସେତେବେଳେ ଏହି ଦୃଶ୍ୟ ଗୁଡ଼ିକ ଅସ୍ପଷ୍ଟ ଥିବାରୁ କୌଣସି ବିଜ୍ଞାନସମ୍ମତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ ବୋଲି କହିଥିଲା ନାସା। କିନ୍ତୁ ଏବେ ନାସା ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। 

ଗତକାଲି ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହୋଇଥିଲା ଦୁଇଟି ଏଲିଏନ ମୃତଦେହ। ପେରୁର କସ୍କୋରୁ ଏହି ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା କୁହାଯାଇଥିଲା। କିନ୍ତୁ ଏହା ପଛରେ କେତେ ସତ୍ୟ ରହିଛି, ସେକଥା ଜଣାପଡ଼ିନି। ଏହା ଉପରେ ମଧ୍ୟ ଗବେଷଣା ଚାଲିଛି।



କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ

 COASTAL NEWS Odia 719

କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ



ନୂଆଦିଲ୍ଲୀ - ଆଉ ଅଧିକ କାଗଜପତ୍ରର ଆବଶ୍ୟକ ନାହିଁ। କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ। ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି।

Registration of Births and Deaths (Amendment) Act, 2023ରେ କେବଳ ଗୋଟିଏ ଡକ୍ୟୁମେଣ୍ଟ ଜନ୍ମ ପ୍ରମାଣପତ୍ର କଥା କୁହାଯାଇଛି।

ଜନ୍ମ ପ୍ରମାଣପତ୍ର ଏକମାତ୍ର ଡକ୍ୟୁମେଣ୍ଟୁ ଯାହା ଦ୍ୱାରା ଶିକ୍ଷାନୁଷ୍ଠାନରେ ନାମଲେଖା ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା, ଆଧାର, ବିବାହ ପଞ୍ଜୀକରଣ, ସରକାରୀ ନିଯୁକ୍ତି ପାଇଁ ବ୍ୟବହାର କରାଯାଇ ପାରିବ। ଏହାବାଦ କେନ୍ଦ୍ର ସରକାରଙ୍କ ଅନ୍ୟ ସବୁ ଯୋଜନା ପାଇଁ ଜନ୍ମ ପ୍ରମାଣପତ୍ରକୁ ଦେଖାଇ ହେବ। ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ।

ଗତ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ Registration of Births and Deaths (Amendment) Act, 2023 ପାରିତ ହୋଇଥିଲା।

ଅଗଷ୍ଟ ୭ରେ ଭୟସ ଭୋଟ ଦ୍ୱାରା ରାଜ୍ୟସଭାରେ ଏହା ଗୃହୀତ ହୋଇଥିବା ବେଳେ ଅଗଷ୍ଟ ୧ରେ ଲୋକସଭା ଏହାକୁ ଅନୁମୋଦନ କରିଥିଲା। ୧୯୬୯ ଆଇନରେ ସଂଶୋଧନ କରିବାକୁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିଲା।

ଯଯାତୀ କେଶରୀଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ

 COASTAL NEWS Odia 718

ଯଯାତୀ କେଶରୀଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ





ଯାଜପୁର -ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଯାଜପୁର ମେଡିକାଲ ମେଡିକାଲ କଲେଜର ନାମକରଣ କରାଯାଇଛି। ରାଜ୍ୟର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତୀ କେଶରୀଙ୍କ ନାମରେ ଯାଜପୁର ମେଡିକାଲକୁ ନାମିତ କରାଯିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୨୦୨୪ରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକାରୀ ହେବ l

ଯାଜପୁର ମେଡିକାଲ କଲେଜକୁ ଯଯାତୀ କେଶରୀଙ୍କ ନାମରେ ନାମିତ କରିବାକୁ ସ୍ଥାନୀୟ ଜନସାଧାରଣ ମତାମତ ଦେଇଥିଲେ। ଲୋକଙ୍କ ମତାମତକୁ ସମ୍ମାନ ଦେଇ ମେଡିକାଲ କଲେଜକୁ ଯଯାତୀ କେଶରୀଙ୍କ ନାମରେ ନାମିତ କରି ମୁଖ୍ୟମନ୍ତ୍ରୀ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜର ସଂଖ୍ୟା ୧୨କୁ ବୃଦ୍ଧି ପାଇବ । ପ୍ରତିବର୍ଷ ୧୬୫୦ଜଣ ଏମ୍‌ବିବିଏସ୍ ଡାକ୍ତର ବାହାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲକଲେଜ ଖୋଲିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

ବାଚସ୍ପତି ନିର୍ବାଚନରେ ଅନୁପସ୍ଥିତ ରହିବା ପାଇଁ କଂଗ୍ରେସ ସମସ୍ତ ବିଧାୟକ ଙ୍କ ନିଷ୍ପତ୍ତି

 COASTAL NEWS Odia 717

ବାଚସ୍ପତି ନିର୍ବାଚନରେ ଅନୁପସ୍ଥିତ ରହିବା ପାଇଁ କଂଗ୍ରେସ ସମସ୍ତ ବିଧାୟକ ଙ୍କ ନିଷ୍ପତ୍ତି 





ଭୁବନେଶ୍ୱର - ଆସନ୍ତା ୨୧ ତାରିଖରେ ରାଜ୍ୟ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟହୋଇଛି । ମାତ୍ର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ହେବାକୁ ଯାଉଛି । ୨୧ ତାରିଖରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ଏହିଦିନ ପଶ୍ଚିମ ଓଡ଼ିଶାର ସମସ୍ତ ଅଧିବାସୀ ଦେଶ ବିଦେଶରୁ ଘରକୁ ଆସିଥାନ୍ତି ଓ ସବୁ କାର୍ଯ୍ୟକ୍ରମକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି। ତେଣୁ କଂଗ୍ରେସ ବିଧାୟକଗଣ ନିଜ ଅଞ୍ଚଳରେ ଉପସ୍ଥିତ ରହୁଥିବାରୁ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ପିସିସି ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା ସୂଚନା ଦେଇଛନ୍ତି। 

ଶ୍ରୀ ବେହେରା କହିଛନ୍ତି ଯେ ନୂଆଁଖାଇ ପାଇଁ ରାଜ୍ୟ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି । ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ସରକାର ଏକ ବୃହତ ଧାର୍ମିକ ଅନୁଷ୍ଠାନ କୁ ଅଣଦେଖା କରି ଛୁଟୀ ଦିନରେ ବାଚସ୍ପତି ନିର୍ବାଚନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରିଛନ୍ତି ତେଣୁ କଂଗ୍ରେସ ବିଧାୟକଗଣ ବାଚସ୍ପତି ନିର୍ବାଚନରେ ଯୋଗ ଦେଇପାରିବେ ନାହିଁ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା

 COASTAL NEWS Odia 716

ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା



ୟୁରୋପ - ଆପଣମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ ବିଷୟରେ ଜାଣିଥିବେ ହେଲେ ଦକ୍ଷିଣପୂର୍ବ ୟୁରୋପର ମଣ୍ଡେଳେଟ୍ରୋର ବେକନା ନାମକ ଏକ ମନୋରମ ଗାଁରେ ପ୍ରତି ବର୍ଷ ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏହି ଅଦ୍ଭୁତ ବାର୍ଷିକ ପ୍ରତିଯୋଗିତାରେ ଶ୍ରେଷ୍ଠ ଅଳସୁଆ ନାଗରିକ ଉପାଧି ହାସଲ କରିବାପାଇଁ ପୁରୁଷ ଓ ନାରୀ ପ୍ରତିଯୋଗୀ ଭାଗ ନେଇଥାନ୍ତି। ଏକ ହଜାର ପୁରୀ (ପ୍ରାୟ ୮୮,୮୨୫ ଟଙ୍କାର ପୁରସ୍କାର ହାତେଇବା ପାଇଁ ପୂର୍ବ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ପ୍ରତିଯୋଗୀମାନେ ବିଛଣା ଉପରେ ଲଗାତାର ଭାବେ ୨୦ ଦିନ ଯାଏ ଶୋଇ ରହିଥା'ନ୍ତି।

ଏ ପ୍ରତିଯୋଟିତାର ନିୟମ ସରଳ କିନ୍ତୁ ଖୁବ୍ କଡା ଶୋଇବା ଭିତରେ ଟିକିଏ ଉଠି ବସି ପଡ଼ିଲେ କି ଛିଡ଼ାହେଲେ ପ୍ରତିଯୋଗୀ ଙ୍କୁ ଅଯୋଗ୍ୟ ଘୋଷିତ କରାଯାଏ । ସେହିପରି ପ୍ରତିଯୋଗୀମାନଙ୍କୁ ଅନବରତ ସମାନ୍ତରାଳ ଅବସ୍ଥାରେ ରହିବାକୁ ପଡ଼ିଥାଏ। ପ୍ରତି ୮ ଘଣ୍ଟାରେ ଥରେ ମାତ୍ର ୧୦ ମିନିଟ୍‌ର ଶୌଚାଳୟ ଯିବାପାଇଁ ବିରତି ମିଳେ ଏହା ଏକ ଅକର୍ମା ଜୀବନଶୈଳୀ ର ପ୍ରତୀକ । କିନ୍ତୁ ସଙ୍ଗେ ପ୍ରତିଯୋଗୀମାନଙ୍କୁ ଖାଇବା, ପିଇବା, ପଢିବା ତଥା ମୋବଇଲ୍ ଓ ଲାପ୍‌ଟପ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥାଏ l

ମାତ୍ର ସର୍ତ୍ତାବଳୀ ଅନୁସାରେ ଶୋଇ ଶୋଇ ସେମାନେ ଏସବୁ କରିପାରିବେ । ଏଭଳି ବିଚିତ୍ର ପ୍ରତିଯୋଗିତା ୧୨ ବର୍ଷ ତଳୁ ଆରମ୍ଭ ହୋଇଥିବାବେଳେ ଏଯାଏ ଏହା ଏକ ଲୋକପ୍ରିୟ ପ୍ରତିଯୋଗିତା ଭାବେ ଚଳି ଆସୁଛି l

ପ୍ରଥମେ ପ୍ରଥମେ ଏଥିରେ ୨୧ ଜଣ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ଏବେ ମାତ୍ର ୭ ଜଣ ଏଥିରେ ଭାଗ ନେଉଛନ୍ତି । ଗତବର୍ଷର ୧୧୭ ଘଣ୍ଡାର ଶୋଇବା ରେକର୍ଡ କୁ ଚଳିତବର୍ଷ ଆଉ ଜଣେ ପ୍ରତିଯୋଗୀ ଭାଙ୍ଗିଛନ୍ତି । ପାରମ୍ପରିକ ଭାବେ ଏହି ପ୍ରତିଯୋଗିତା ଏକ ମ୍ୟାପରୁ ଗଛ ମୂଳେ ଅନୁଷ୍ଠିତ ହୋଇଆସୁଥିଲା ହେଲେ ପ୍ରତିକୂଳ ପାଗ ଲାଗି ଏବେ ତାହା ଏକ କାଠ ଘରକୁ ସ୍ଥାନାନ୍ତର ହୋଇଛି। ପ୍ରତିଯୋଗିତା ପାଇଁ ଗ୍ରାମବାସୀ ବହୁତ୍ ଉତ୍ସାହିତ ଥିବା ବେଳେ ଏହି ସମୟରେ ସମଗ୍ର ଗାଆଁ ଉତ୍ସବମୁଖର ହୋଇ ପଡିଥାଏ ।

ଗ୍ରାନାଇଟ୍ ଫ୍ୟାକ୍ଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ

 COASTAL NEWS Odia 715

ଗ୍ରାନାଇଟ୍ ଫ୍ୟାକ୍ଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ



ବ୍ରହ୍ମପୁର - ବ୍ରହ୍ମପୁର ସଦର ଥାନା ଅଧୀନ ମହୁରୀକାଳୁଆ ଛକରେ ଥିବା ଏକ ଗ୍ରାନାଇଟ୍ ଫ୍ୟାକ୍ଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଶ୍ରମିକମାନେ କାମ କରୁଥିବା ବେଳେ ଏକ ବଡ଼ ପଥର ଗଡ଼ିଯିବାରୁ ତା’ତଳେ ଚାପି ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଦୁଇ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି. ତୁରୁବୁଡ଼ି ପଞ୍ଚାୟତ ପିଲିଗାଡ଼ିହର ଗୋବିନ୍ଦ ମଳିକ(୨୨) ଓ ଜଗା ମଳିକ(୨୩) ବୋଲି ପୁଲିସ କହିଛି । 

ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ଶ୍ରମିକ ଆହତ ହୋଇଛନ୍ତି। ଗ୍ରାନାଇଟ୍ ଫ୍ୟାକ୍ଟିରେ ସଂଧ୍ୟାରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା।ତେଣୁ ଦୁଇ ଜଣ ଭାଇ ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି l ଏହିଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

କୋଟାରେ ପୁଣି ଜଣେ ନିଟ୍ଆଶାୟୀଙ୍କ ଆତ୍ମହତ୍ୟା ଚର୍ଚା ର ବିଷୟ

 COASTAL NEWS Odia 714

କୋଟାରେ ପୁଣି ଜଣେ ନିଟ୍ଆଶାୟୀଙ୍କ ଆତ୍ମହତ୍ୟା ବଢେଇ ଦେଇଛି ଚିନ୍ତା 

କୋଟା 


କୋଟା, ୧୩/୯: ରାଜସ୍ଥାନର କୋଟାରେ ପୁଣିଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ବର୍ଷର ୨୫ତମ ମାମଲା ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବୟସ ୧୬ ଏବଂ ସେ ଝାଡ଼ଖଣ୍ଡର ରାଞ୍ଚିରୁ ଆସି ଏଠାରେ କୋଚିଂ ନେଉଥିଲେ। ଅତ୍ୟଧିକ ପାଠ ପଢିବା ଚାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି ବୋଲି କୁହାଯାଉଛି।ପ୍ରତିବର୍ଷ କୋଟାକୁ ପାଖାପାଖି ୨ ଲକ୍ଷ ପିଲା ନିଟ୍ କିମ୍ବା ଜେଇଇ ପରୀକ୍ଷା ଏଣ୍ଟ୍ରାନ୍ସ ରେ ଉତ୍ତୀର୍ଣ୍ଣ ହେବା ଆଶା ନେଇ ଆସୁଛନ୍ତି। କିନ୍ତୁ ଗତ କିଛି ବର୍ଷ ଧରି କୋଟାରେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 

ଚଳିତ ବର୍ଷ ୮ ମାସ ମଧ୍ୟରେ କୋଟାରେ ୨୫ ଛାତ୍ର ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନ ସରକାର ତଥା କେନ୍ଦ୍ର ସରକାର ଙ୍କ ପାଇଁ ତଥା ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି l

ବସ୍ ଉପରକୁ ମାଡ଼ିଗଲା ଟ୍ରକ ୧୨ ଜଣ ମୃତ୍ୟୁ

 COASTAL NEWS Odia 713

ବସ୍ ଉପରକୁ ମାଡ଼ିଗଲା ଟ୍ରକ ୧୨ ଜଣ ମୃତ୍ୟୁ



ଭରତପୁର, ୧୩/୯: ରାଜସ୍ଥାନର ଭରତପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଭୋର୍‌ ସମୟରେ ଜୟପୁର ଆଗ୍ରା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଅଟକିଥିବା ବେଳେ ପଛପଟୁ ଏକ ଟ୍ରକ୍ ପ୍ରଚଣ୍ଡ ଧକ୍କା ଦେଇଥିଲା। 

ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନାନୁଯାୟୀ ମୃତକମାନେ ହେଉଛନ୍ତି ଗୁଜରାଟର ଭାବନଗର ଜିଲ୍ଲାର। ବସ୍‌ ଗୁଜରାଟରୁ ଆସିଥିଲା ଏବଂ ଏହା ଉତ୍ତରପ୍ରଦେଶର ମଥୁରାକୁ ଯାଉଥିଲା। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି |

ରେଳ ଅଧିକାରୀଙ୍କ ଘରେ ଖୋଜାଖୋଜି ବେଳେ ସିବିଆଇ 2.6 କୋଟି ଟଙ୍କା ଜବତ କରିଛି

 COASTAL NEWS Odia 712

ରେଳ ଅଧିକାରୀଙ୍କ ଘରେ ଖୋଜାଖୋଜି ବେଳେ ସିବିଆଇ 2.6 କୋଟି ଟଙ୍କା ଜବତ କରିଛି



ଉତ୍ତରପ୍ରଦେଶ - ଉତ୍ତର ପୂର୍ବ ରେଳ ଅଧିକାରୀ କେ.ସି ଯୋଶୀଙ୍କୁ 3 ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ)  ନାଲି ହାତରେ ଧରାଯିବା ପରେ ଗିରଫ କରିଛି।ଦୁର୍ନୀତି ମାମଲାରେ ସର୍ଚ୍ଚ କରିବା ପରେ ସିବିଆଇ 2 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି | 

ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୋରଖପୁରର ଉତ୍ତର ପୂର୍ବାଞ୍ଚଳ ରେଳବାଇର ମୁଖ୍ୟ ପରିଚାଳକ କେସି ଯୋଶୀଙ୍କୁ ଗିରଫ କରିଛି।  ଉତ୍ତରପ୍ରଦେଶର ଗୋରଖପୁର ଏବଂ ନୋଏଡାସ୍ଥିତ ତାଙ୍କ ସରକାରୀ ତଥା ଆବାସିକ ପରିସରରେ ଅନୁସନ୍ଧାନ ବେଳେ ଅନୁସନ୍ଧାନକାରୀ ସଂସ୍ଥା ପ୍ରାୟ 2.61 କୋଟି ଟଙ୍କା ନଗଦ ଉଦ୍ଧାର କରିଛି।

1988 ମସିହାରେ ଭାରତୀୟ ରେଳ ଷ୍ଟୋରସ ସର୍ଭିସ (ଆଇଆରଏସଏସ) ବ୍ୟାଚ୍‌ର ଏହି ଅଧିକାରୀ ସିବିଆଇ ଦ୍ୱାରା ଏକ ଗୁପ୍ତ ଅପରେସନରେ 3 ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ରେଡ୍ଲା ହ୍ୟାଣ୍ଡ  ଧରାପଡିଥିବା ଅଭିଯୋଗ ହୋଇଥିଲା।

ଆଜିର ରାଶିଫଳ

 COASTAL NEWS ODIA 711

*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*

*🌷ମେଷ🌷👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।* 

*✧═════•❁❀❁•═════✧*

*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*

*✧═════•❁❀❁•═════✧*

*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 

*✧═════•❁❀❁•═════✧*

*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*

*✧═════•❁❀❁•═════✧*

*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*

*✧═════•❁❀❁•═════✧*

*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*

*✧═════•❁❀❁•═════✧*

*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*

*✧═════•❁❀❁•═════✧*

*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 

*✧═════•❁❀❁•═════✧*

*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*

*✧═════•❁❀❁•═════✧*

*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*

*✧═════•❁❀❁•═════✧*

*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*

*✧═════•❁❀❁•═════✧*

 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*

*✧═════•❁❀❁•═════✧*



ସଂକ୍ଷିପ୍ତ ସମ୍ବାଦ

 COASTAL NEWS Odia 710

ସଂକ୍ଷିପ୍ତ ସମ୍ବାଦ 



ଭୁବନେଶ୍ବର - କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି; ଲଞ୍ଚ ହେଲା ଉଜ୍ୱଳା ୨.୦ ସ୍କିମ୍‌, ୭୫ ଲକ୍ଷ ମାଗଣା ଏଲପିଜି ସଂଯୋଗକୁ ମଞ୍ଜୁରୀ ।

ଡେଙ୍ଗୁକୁ ନେଇ ଭୟ ଲାଗି ରହିଥିବାବେଳେ, ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ସ୍କ୍ରବ ଟାଇଫଓ କାମୁଡିବା ଯୋଗୁଁ ବରଗଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡିବା ପରେ, ଆତଙ୍କିତ ହୋଇପଡିଛନ୍ତି ଲୋକେ । 


କାବେରୀ ବିବାଦ: ତାମିଲନାଡୁକୁ ପାଣି ଦେବାପାଇଁ ମନା କଲେ ସିଦ୍ଧ ରମୈୟା ।


ଜି-୨୦ ଶିଖର ସମ୍ମିଳନୀର ସଫଳତା ପାଇଁ ବିଜେପି ମୁଖ୍ୟାଳୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ, ଗୋଲାପ ଦେଇ ବଧେଇ ଜଣାଇଲେ ନେତା ।


ଶାହରୁଖ ଖାନ୍ ଫିଲ୍ମ ‘ଜବାନ’ ବିଜେପିର ପ୍ରଶଂସା; ଦଳର ଦାବି- କଂଗ୍ରେସ ସରକାରଙ୍କ ଦୁର୍ନୀତିର ପୋଲ୍ ଖୋଲିଛି ଫିଲ୍ମ ।


ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ପାକିସ୍ତାନକୁ ଜୋରଦାର ଝଟକା, ଏସିଆ କପ୍‌ରୁ ବାଦ୍ ପଡ଼ିଲେ ନସୀମ ଶାହ ।


କେରଳରେ ପୁଣି ନିପାହା ଆତଙ୍କ ।କେରଳରେ ହାଇଆର୍ଲଟ । ନିପାରେ ସଂକ୍ରମିତ ହୋଇ ୨ଜଣଙ୍କ ମୃତ୍ୟୁ ଓ ୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି ।


ସୌମ୍ୟରଂଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଲେ ବିରୋଧୀ: ରାଜାଙ୍କ କୋଳି ଉପଖ୍ୟାନ କହି ବିଜେଡିକୁ କଟାକ୍ଷ କଲେ ନରସିଂହ 


INDIA ମେଣ୍ଟର ପ୍ରଥମ ସମନ୍ୱୟ ସମିତିର ବୈଠକ ଅନୁଷ୍ଠିତ, ଭାଗନେଲାନି CPM, ଆସିଲେନି ଅଭିଷେକ ବାନାର୍ଜୀ ।


କୋର୍ଟ ପରିସରରେ ସାଥି ବିଚାରପତିଙ୍କ ଗହଣରେ ବୁଲିଲେ ପ୍ରଧାନବିଚାପତି ଚନ୍ଦ୍ରଚୂଡ, ଏକାଠି ବସି କଫି ଓ ସିଙ୍ଗଡ଼ାର ଆନନ୍ଦ ନେଲେ ।


କାର୍‌ରେ ୬ ଏୟାରବ୍ୟାଗ୍‌ ନିୟମକୁ ବାଧ୍ୟତାମୂଳକ କରିବେନି ସରକାର: ନିତିନ ଗଡକରୀ ।


ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ: ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ନିର୍ଦ୍ଦେଶ 


ଭାରତ ଠାରୁ ୧.୯ ବିଲିୟନ ଡଲାର ଉପକରଣ କିଣିବାକୁ ଚାହୁଁଛି ଟେସ୍‌ଲା: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ।


କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସେନାର ଲଢେଇ । କର୍ନଲ ସମେତ ୩ ଯବାନ ସହିଦ, ଗଡିଲା ୨ ଆତଙ୍କବାଦୀଙ୍କ ମୁଣ୍ଡ ।


ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ.. ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଖୋଲିଲା ହୀରାକୁଦର ୨ଟି ଗେଟ୍‌ ।ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଗୋଟିଏ ଲେଖାଏଁ ଖୋଲିଲା ।


ଏସିଆନ୍‌‌ ଗେମ୍ସ ପାଇଁ ଯୋଗ୍ୟ ୧୩ ଓଡ଼ିଆ ଆଥଲେଟଙ୍କୁ ସହାୟତା ।ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ସ୍କ୍ରବ ଟାଇଫସ୍‌ ହେଲେ ଦଶ ଦିନ ପରେ ଇନଫେକ୍ସନ ଜଣାପଡ଼ିବ, ସତର୍କ ହୋଇ ଚଳିବାକୁ ପଡ଼ିବ: ଡାକ୍ତର ନୀରଜ ମିଶ୍ର ।



୧୮ରୁ ଆରମ୍ଭ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ବସିବ ସର୍ବଦଳୀୟ ବୈଠକ ।


ଲିବିୟା ବନ୍ୟା: ବନ୍ଦର ସହର ଡେର୍ନା ଛାରଖାର, ସବୁଠି କୁଢ଼ କୁଢ଼ ଶବ ।


ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ୪ ବିଲ୍ ଆଲୋଚନା ହେବ, ଅସ୍ଥାୟୀ ତାଲିକା ଜାରି କଲେ କେନ୍ଦ୍ର ସରକାର   ।


ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗର ସୂଚନା ପରେ ସତର୍କ ଘଣ୍ଟି ବଜାଇଲେ ଏସ୍‌ଆରସି ।

ସଂକ୍ଷିପ୍ତ ସମ୍ବାଦ

 COASTAL NEWS Odia 709

ସଂକ୍ଷିପ୍ତ ସମ୍ବାଦ 



*୧-ପ୍ରାଥମିକ ଶିକ୍ଷାରେ ଅଚଳ ଅବସ୍ଥା! ଜିଦ୍ ରେ ଅଟଳ ପ୍ରାଥମିକ ଶିକ୍ଷକ, ଗଲେ ସମୂହ ଛୁଟିରେ।*


*୨-ଜନ ଅଭିଯୋଗ ଶୁଣାଣୀ ସମୀକ୍ଷା କଲେ ୫ଟି ସଚିବ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସମସ୍ୟା ସମାଧାନ ଉପରେ ଗୁରୁତ୍ବ।*


*୩-ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ସମୀକ୍ଷା, ତାଲିକରେ ୩.୪୫ ଲକ୍ଷ ମୃତ ଭୋଟର।*


*୪-ଯଯାତି କେଶରୀଙ୍କ ନାମରେ ଯାଜପୁର ମେଡିକାଲ କଲେଜ, ୨୦୨୪ରୁ ହେବ କାର୍ଯ୍ୟକ୍ଷମ।*


*୫-ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜାରି ହେଲା ମାର୍ଗଦର୍ଶିକା।*


*୬-ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ ଗେଟ୍।*


*୭-କିମସରେ ସାନ୍ଧ୍ୟ କ୍ଲିନିକ୍ ଆରମ୍ଭ, ୭୬୮୨୮୦୬୫୭୧କୁ ଫୋନ୍ କରି ଅଗ୍ରିମ ବୁକିଂ କରିପାରିବେ।*


*୮-ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍‌ ! ବିଷାକ୍ତ ପୋକ କାମୁଡ଼ା ସଂକ୍ରମଣରୁ ୬ ମୃତ୍ୟୁ।ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ।*


*୯-ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସମ୍ଭାବନା।*


*୧୦-ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ।କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ।*


*୧୧-ରେଳ ଧାରଣା ଉପରେ ପଡ଼ିଲା ବିରାଟ ପଥର ଖଣ୍ଡ, ରାୟଗଡ଼ା-କୋରାପୁଟକୁ ଟ୍ରେନ ଚଳାଚଳ ପ୍ରଭାବିତ।*


*୧୨-ଏସିଆନ ଗେମ୍ସରେ ଚୟନ ହୋଇଥିବା ୧୩ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବେ ମୁଖ୍ୟମନ୍ତ୍ରୀ।*


*୧୩-ହାଇକୋର୍ଟରେ ଟ୍ରକ ମାଲିକ ସଂଘ ନିର୍ବାଚନ ପ୍ରସଙ୍ଗ; ସୋମବାର ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଅନ୍ତରୀଣ ଆଦେଶ ବଳବତ୍ତର।*


*୧୪-ନେତାଜୀ ବସ୍ ଟର୍ମିନାଲରୁ ଗଡିଲା ବସ୍, ୨ଟି ସରକାରୀ ବସ୍ ଜରିଆରେ  ଟ୍ରାଏଲ ରନ୍ ଆରମ୍ଭ।*


*୧୫-ଜି -୨୦ ସମ୍ମିଳନୀରେ ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ସଫଳ ସମ୍ମିଳନୀ ପାଇଁ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ।*


*୧୬-ଭରତପୁର: ବସ୍ କୁ ପଛରେ ପିଟିଲା ଟ୍ରକ୍,୧୧ ତୀର୍ଥ ଯାତ୍ରୀ ମୃତ।*


*୧୭-୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ସର୍ବଦଳୀୟ ବୈଠକ।*


*୧୮-ଭାରତରେ ଜି- ୨୦ ସମ୍ମିଳନୀ; ପାକିସ୍ତାନ ଜଳକା, ଚୀନ୍ ର ଛାତି ଫାଟିଯାଉଛି।*


*୧୯-ସ୍ପେନ୍‌ଠାରୁ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କଲା ଭାରତ।*


*୨୦-କାଶ୍ମୀର- ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲଙ୍କ ସହ ଜଣେ ମେଜର ଏବଂ ପୁଲିସ ଡିଏସ୍‌ପି ସହିଦ।*


ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ

 COASTAL NEWS Odia 708

ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ




ପୁରୀ : ଶ୍ରୀମନ୍ଦିରରେ ଆନନ୍ଦ ବଜାର ଶୃଙ୍ଖଳା ନେଇ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ। ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରି ଦିଆଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ।

ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ , ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ , ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା , ଜରି କାଢି ଶେଡ୍ ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ଗଠିତ ହୋଇଥିବା କୋର୍ କମିଟି ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକ ଏହାକୁ ଅନୁମୋଦନ କରିବେ। ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି। ବିଶେଷ କରି ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି।



ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ ବିପଦରେ ଯାତ୍ରୀ

 COASTAL NEWS Odia 707

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ ବିପଦରେ ଯାତ୍ରୀ 



 

କେନ୍ଦ୍ରାପଡ଼ା - ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ସବୁଦିନ ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏହା ସତ୍ତ୍ୱେ ଜିଲା ପ୍ରଶାସନ କିମ୍ବା ଜନସାଧାରଣଙ୍କୁ ସେଥିରୁ କୌଣସି ଶିକ୍ଷା ମିଳିବା ପରି ମନେ ହେଉନାହିଁ। ସାଧାରଣତଃ ଡଙ୍ଗାରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧିବାର ଗାଇଡଲାଇନ ଥିବାବେଳେ କେହି ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିବାର କେହି କେବେ ଦେଖି ନଥିବେ, ଏହି ଗାଇଡଲାଇନ ପୋଥିର ପାଠ ସଦୃଶ l ଅନ୍ୟପକ୍ଷରେ ମାଛଧରା ବୋଟ୍‌ରେ ଯାତ୍ରୀ ପରିବହନ ଯୋଗୁ ଜୀବନମରଣର ସମସ୍ୟା ସୃଷ୍ଟି ହେଉଛି । ନିରାପଦ ଯାତ୍ରା ପାଇଁ ବୋଟ୍‌ ଗାଇଡଲାଇନ ଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ଅନୁପାଳନ କରାଇବାରେ ପ୍ରଶାସନ ବିଫଳ ।

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ର ପଦନୀପାଳ, ଏକମାଣିଆ, ପଟ୍ଟମୁଣ୍ଡାଇ ବ୍ଲକ ର ସିଂହଗାଁ ଓ ମହାକାଳପଡା ବ୍ଲକ ର ବତିଘର ଆଦି ୧୭ ପଞ୍ଚାୟତ ଅଦ୍ୟାବଧି ନଦୀ ଘେରାବନ୍ଦୀରେ ଅଛି। ଏହି ୧୭ ପଞ୍ଚାୟତରେ ୧୨୦ରୁ ଊର୍ଦ୍ଧ୍ୱ ଡଙ୍ଗା ଘାଟ ଥିବାବେଳେ ସରକାରୀ ସ୍ତରରେ ଚିହ୍ନଟ ୬୩ ଘାଟରୁ ଅନବରତ ଡଙ୍ଗା ଚାଲୁଛି। କିନ୍ତୁ ସବୁଠି ବିପଦସଙ୍କୁଳ ଭାବେ ଯାତ୍ରୀ ପରିବହନ କରାଯାଉଛି। ନୌକା ଅଥବା ଦେଶୀ ଡଙ୍ଗା ଯାତାୟାତ ମାଧ୍ୟମ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ୨୦୦୪ର ବୋଟ୍‌ ରୁଲ୍‌ସ କାର୍ଯ୍ୟକାରୀ ହେଉନାହିଁ। ଲାଇଫ୍‌ ଜ୍ୟାକେଟ୍‌ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାତ୍ରା କରୁଛନ୍ତି । ବିଶେଷକରି ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବେଳିଖଟି, ବତିଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଜ୍ଜନକ ଭାବେ ପର୍ଯ୍ୟଟକ ଡଙ୍ଗା, ଭୁଟୁଭୁଟି, ମାଛଧରା ବୋଟ ଆଦିରେ ଯାତ୍ରା କରୁଛନ୍ତି ।

ରାଜ୍ୟ ସରକାରଙ୍କ ବୋଟ୍‌ ରୁଲ୍‌ସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟ୍‌, ଡଙ୍ଗା ଓ ଏହାର ଚାଳକ ବୀମାଭୁକ୍ତ ହେବାର ଆବଶ୍ୟକତା ଅଛି ହେଲେ ତାହା ମଧ୍ଯ ସରକାରୀ ଅବହେଳାରୁ ଫେଲ ମାରିଛି । ଏପରିକି ଫିଟନେସ୍‌ ନ ଥିବା ଫଟା ପୁରୁଣା ବୋଟ୍‌ରେ ଯାତ୍ରୀ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡ଼ି ହେଲେ ମୃତ ଯାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ  l ଏବେ ୬୦ରୁ ଊର୍ଦ୍ଧ୍ୱ ବୋଟ୍‌ ଫିଟ୍‌ନେସ ନ ଥାଇ ଜାତୀୟ ଉଦ୍ୟାନ ମଧ୍ୟରେ ଚାଲୁଛି। ଏହା ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜନଗର ବ୍ଲକ  ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି। ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଅଞ୍ଚଳରୁ ବୋଟ ଯାତାୟତ କରୁଛି । ଏଥିରେ କେତେଜଣ ନାବାଳକ ଚାଳକ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅର୍ଥ ଲୋଭରେ ଅଧିକ ଯାତ୍ରୀ ଡଙ୍ଗା ଅଥବା ବୋଟ୍‌ରେ ପରିବହନ ହେଉଥିଲେ ମଧ୍ୟ କୌଣସି ସରକାରୀ କଟକଣା ନାହିଁ।

୨୦୨୨ ଜୁନ ୧୬ରେ ରାଜନଗର ବ୍ଲକ ତାଳଚୁଆ ଥାନା ଅଧୀନ ଏକ ମାଛଧରା ଟ୍ରଲର ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ଜୁନ ୧୯ରେ ମହାକାଳପଡ଼ା ବ୍ଲକ ପୀତାପାଟ ନିକଟରେ ଡଙ୍ଗା ଓଲଟି ପଡ଼ିଥିଲା। ଏଥିରେ ଥିବା ୫ ଶ୍ରମିକ କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ। ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡ଼ି ଘଟଣାରେ ଜଗତ୍‌ସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳିଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ୨୦୨୩ ଏପ୍ରିଲ ୨୭ରେ ଆଳି ବ୍ଲକ୍‌ ଏକମାଣିଆା ଘାଟରେ ଡଙ୍ଗାବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଡଙ୍ଗା ବୁଡ଼ିର ଅନ୍ୟ ଏକ କାରଣ ହୋଇଛି। ବାହାକୁଦ ଓ ଖରିନାସୀ ସେତୁ ଅଦ୍ୟାବଧି ନିର୍ମାଣ ଶେଷ ହୋଇନାହିଁ। ସେହିପରି ବର୍ଷାଋତୁରେ ଜିଲାର ଅଧିକାଂଶ ସ୍ଥାନରେ ଡଙ୍ଗା ହିଁ ଯାତାୟାତର ମାଧ୍ୟମ ହୋଇଛି। ସରକାର ତୁରନ୍ତ ନିର୍ମାଣାଧୀନ ନଦୀ ସେତୁ କୁ ପୂର୍ଣ୍ଣାଙ୍ଗ କରିବାର ଆବଶ୍ୟକତା ଥିବାବେଳେ ସରକାରୀ ତନ୍ତ୍ର ଫେରି ଘାଟ କୁ ସରକାରୀ ନିୟମ ଅନୁସାରେ ଚଳେଇଲେ ଯାତ୍ରୀ ସୁରକ୍ଷିତ ଯାତ୍ରା କରି ପାରିବେ l

ସଂସଦର ସ୍ୱତନ୍ତ୍ର ଅଧିବେଶନ 18 ସେପ୍ଟେମ୍ବରରୁ ଆରମ୍ଭ

 COASTAL NEWS Odia 706

ସଂସଦର ସ୍ୱତନ୍ତ୍ର ଅଧିବେଶନ 18 ସେପ୍ଟେମ୍ବରରୁ ଆରମ୍ଭ

 


ନୂଆଦିଲ୍ଲୀ - ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସରକାର ସ୍ଵତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି l ସଂସଦର ସ୍ୱତନ୍ତ୍ର ଅଧିବେଶନ 18 ସେପ୍ଟେମ୍ବରରୁ ଆରମ୍ଭ ହେବ |  ସରକାରଙ୍କ କାର୍ଯ୍ୟକାରିତାକୁ ବିଚାରକୁ ନେଇ ଏହା ସେପ୍ଟେମ୍ବର 22 ପର୍ଯ୍ୟନ୍ତ ଚାଲିବ।  ଏଥିରେ କୁହାଯାଇଛି ଯେ ଅଧିବେଶନ ସାଧାରଣତ ସକାଳ 11 ଟାରୁ 1 ଟା ଏବଂ ପରେ ଅପରାହ୍ନ 2 ଟାରୁ 6 ଟା ପର୍ଯ୍ୟନ୍ତ ଚାଲିବ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ସରକାର ଏଜେଣ୍ଡା ପ୍ରକାଶ କରିଛନ୍ତି।  ଏହା ଅଧୀନରେ, ବିଧାନସଭା ଠାରୁ ଆରମ୍ଭ ହୋଇଥିବା '75 ବର୍ଷର ସଂସଦୀୟ ଯାତ୍ରା 'ଅଧିବେଶନର ପ୍ରଥମ ଦିନରେ ସେପ୍ଟେମ୍ବର 18 ରେ ଆଲୋଚନା ହେବ।  ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ ସଂସଦର 75 ବର୍ଷର ଯାତ୍ରା, ସଫଳତା, ଅଭିଜ୍ଞତା, ସ୍ମୃତି ଏବଂ ବିଧାନସଭା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷା ବିଷୟରେ ଆଲୋଚନା କରିବା ବ୍ୟତୀତ ଚାରୋଟି ବିଲ୍ ମଧ୍ୟ ତାଲିକାଭୁକ୍ତ ହୋଇଛି।


ତାଲିକାଭୁକ୍ତ ଚାରୋଟି ବିଲରେ ଆଡଭୋକେଟ୍ ସଂଶୋଧନ ବିଲ୍ 2023 ଏବଂ ପ୍ରେସ୍ ଏବଂ ପେରିଓଡିକାଲ୍ସ ରେଜିଷ୍ଟ୍ରେସନ୍ ବିଲ୍ 2023 ଅନ୍ତର୍ଭୁକ୍ତ, ଯାହା ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ବିଚାରାଧୀନ ଅଛି।  ଏହା ସହିତ ପୋଷ୍ଟ ଅଫିସ୍ ବିଲ୍ 2023 ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି, ଅନ୍ୟ ନିର୍ବାଚନ କମିଶନର, ସେବା ସର୍ତ୍ତ ବିଲ୍ 2023 ମଧ୍ୟ ତାଲିକାଭୁକ୍ତ |

Wednesday, September 13, 2023

ଅପରାଧିକ ମାମଲାରେ ଦେଶର ଗଣାମାଧ୍ୟମ ନିଜ ଇଚ୍ଛାର କରୁଥିବା ଖବର ପ୍ରସାରଣ ବା ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

COASTAL NEWS Odia 705

ଅପରାଧିକ ମାମଲାରେ ଦେଶର ଗଣାମାଧ୍ୟମ ନିଜ ଇଚ୍ଛାର କରୁଥିବା ଖବର ପ୍ରସାରଣ ବା ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। 



ନୂଆଦିଲ୍ଲୀ - ଅପରାଧିକ ମାମଲାରେ ଦେଶର ଗଣାମାଧ୍ୟମ ନିଜ ଇଚ୍ଛାର କରୁଥିବା ଖବର ପ୍ରସାରଣ ବା ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକପାଖିଆ ରିପୋର୍ଟିଂ ଯୋଗୁ ଲୋକଙ୍କ ମନରେ ଜଣେ ଅଭିଯୁକ୍ତ ହିଁ ଅପରାଧୀ ବୋଲି ଲୋକମାନେ ଭାବି ନେଉଛନ୍ତି। ତେଣୁ ଏହାକୁ ଅନୁମତି ଦେବା କଥା ନୁହେଁ ବୋଲି ସର୍ବୋଚ୍ଚ ଅଦଲତ କହିଛନ୍ତି।

ଏଥିସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପୁଲିସ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଡିଆକୁ ସୂଚନା ଦେବା ବେଳେ ପୁଲିସ୍‌ କେଉଁ ସବୁ ନିୟମ ପାଳନ କରିବ, ସେ ବିଷୟରେ ଗାଇଡଲାଇନରେ ଉଲ୍ଲେଖ ରହିବ। ଏଥିପାଇଁ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟ ୩ ମାସ ସମୟ ଦେଇଛନ୍ତି।

ଗାଇଡଲାଇନରେ କ’ଣ ସବୁ ବିଷୟବସ୍ତୁ ରହିବ, ସେବାବଦରେ ସବୁ ରାଜ୍ୟର ଡିଜିପି ଓ ଜାତୀୟ ମାନବାଧିକାର କମିଶନ ଗୋଟିଏ ମାସ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇ ପାରିବେ। ଏବେ ମାମଲା ପରବର୍ତ୍ତୀ ଶୁଣାଣି ୨୦୨୪ ମସିହା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ମିଡିଆ ଟ୍ରାଏଲ ଦ୍ୱାରା ନ୍ୟାୟ ପ୍ରଦାନ ପ୍ରଭାବିତ ହେଉଛି। ପୁଲିସ ପାଖରେ ସମ୍ବେଦନଶୀଳତା ରହିବା ଦରକାର। କେଉଁ ପର୍ଯ୍ୟାୟରେ ଅନୁସନ୍ଧାନର ସବିଶେଷ ତଥ୍ୟ ପ୍ରକାଶ କରାଯିବାର ଆବଶ୍ୟକ ରହିଛି, ତା’ର ନିଷ୍ପତ୍ତି ନେବା ଉଚିତ। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କାରଣ ଏଥିରେ ପୀଡ଼ିତ ଓ ଅଭିଯୁକ୍ତଙ୍କ ସ୍ୱାର୍ଥ ଜଡ଼ିତ ହୋଇ ରହିଛି। ଏହାବାଦ ଜନସାଧାରଣଙ୍କ ସ୍ୱାର୍ଥ ସହ ମଧ୍ୟ ଏହାର ସମ୍ପର୍କ ଅଛି। ଅପରାଧ ସମ୍ପର୍କିତ ମିଡିଆ ରିପୋର୍ଟ ସହ ସାର୍ବଜନୀନ ହିତର ଅନେକ ସ୍ୱାର୍ଥ ରହିଛି।

ମୌଳିକ ଭାବରେ ଦେଖିଲେ, ବାକ ସ୍ୱାଧୀନତା ମଧ୍ୟରେ ଗଣମାଧ୍ୟମର ଖବର ଚିତ୍ରଣ ଓ ପ୍ରସାରଣ ଅଧିକାର ଅନ୍ତର୍ଭୁକ୍ତ। କିନ୍ତୁ ଆମକୁ ମିଡିଆ ଟ୍ରାଏଲ ପାଇଁ ଅନୁମତି ଦେବା କଥା ନୁହେଁ। ସୂଚନା ହାସଲ କରିବା ଲୋକଙ୍କ ଅଧିକାର। କିନ୍ତୁ ତଦନ୍ତ ବେଳେ ଯଦି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ବା ତଥ୍ୟ ସାର୍ବଜନୀନ ହୋଇଯାଏ, ତା’ହେଲେ ଏହାର ପୂରା ମାମଲାକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, “ଗୋଟିଏ ଅପରାଧିକ ମାମଲାର ଅଭିଯୁକ୍ତ ମଧ୍ୟ ନିରପେକ୍ଷ ତଦନ୍ତର ହକଦାର। ପ୍ରତିଟି ପର୍ଯ୍ୟାୟରେ ଓ ପ୍ରତିଟି ଅଭିଯୁକ୍ତକୁ ନିରୀହ ଭାବି ତଦନ୍ତ କରାଯିବା ଦରକାର। ମିଡିଆ ରିପୋର୍ଟରେ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ବିବେଚନା କରିବା ଆଦୌ ଠିକ ନୁହେଁ। ଏକପାଖିଆ ରିପୋର୍ଟ ମଧ୍ୟ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରେ ଯେ ଅଭିଯୁକ୍ତ ଜଣଙ୍କ ହିଁ ଅପରାଧ କରିଛନ୍ତି।

ମିଡିଆ ରିପୋର୍ଟ ମଧ୍ୟ ପୀଡ଼ିତଙ୍କ ଗୋପନୀୟତାକୁ ଉଲ୍ଲଂଘନ କରିପାରେ। କେତେକ କ୍ଷେତ୍ରରେ ପୀଡ଼ିତ/ପୀଡ଼ିତା ନାବାଳକ ହୋଇପାରନ୍ତି। ତେଣୁ ସେମାନଙ୍କର ଗୋପନୀୟତା ପ୍ରଭାବିତ ହେବା ଉଚିତ ନୁହେଁ। ଗଣମାଧ୍ୟମକୁ ପୁଲିସ୍‌ କେମିତି ସୂଚନା ଦେବ? ଏ ସମ୍ପର୍କରେ ପୁଲିସ୍‌କୁ କେମିତି ପରାମର୍ଶ ଦିଆଯିବ? ୨୦୧୪ରେ ଆମେ ଦେଇଥିବା ନିର୍ଦ୍ଦେଶ ଉପରେ ଭାରତ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି?” ଏହା ଶୁଣି ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ ହେବ ଓ ଏ ବିଷୟରେ କୋର୍ଟଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଲିଙ୍ଗ ନିରୂପଣ ମେସିନ୍‌ ଜବତ

 COASTAL NEWS Odia 704

ଲିଙ୍ଗ ନିରୂପଣ ମେସିନ୍‌ ଜବତ



କଟକ - ବେଆଇନ୍‌ ଭାବେ କ୍ଲିନିକରେ ଚାଲୁଥିଲା ଲିଙ୍ଗ ନିରୂପଣ। ସେଥିପାଇଁ ଦଲାଲଙ୍କ ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣରୁ ଗର୍ଭବତୀଙ୍କୁ ଅଣାଯାଉଥିଲା। ସେଠାରେ ଲିଙ୍ଗ ନିରୂପଣ କରାଯାଉଥିଲା। ଆଉ ମାଲାମାଲ୍‌ ହେଉଥିଲେ କ୍ଲିନିକ୍‌ ଓ ନର୍ସିଂ ହୋମ୍‌ ମାଲିକ। ସିଲ୍‌ଭର ସିଟି କଟକରୁ ଆସିଛି ଏପରି ଅଭିଯୋଗ। ଆଜି ସ୍ୱାସ୍ଥ୍ୟ ବିଭାଗର ୩ଟି ଟିମ୍‌ କଟକରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲିଙ୍ଗ ନିରୂପଣ ମେସିନ୍‌ ଜବତ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।

କଟକ ଟାଉନ୍‌ରେ ମାଳ ମାଳ କ୍ଲିନିକ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଛି। ସେଥିରେ ବେଆଇନ୍‌ ଭାବେ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ ବାଦାମବାଡ଼ି ରକ୍ସି ଲେନ୍‌, ଲିଙ୍କ ରୋଡ୍‌ ସମେତ ୩ଟି ସ୍ଥାନରେ  ଚଢ଼ଉ କରିଥିଲା। ଦୁଇଟି ସ୍ଥାନରୁ ଦୁଇଟି ଅଲଟ୍ରାସାଉଣ୍ଡ ମେସିନ, ଜେଲ୍‌ ଓ କିଛି ମେଡିସିନ୍‌ ଜବତ କରିଛି। ମେସିନ୍‌ଟି ବେଆଇନ୍‌ ଭାବେ ଲିଙ୍ଗ ନିରୁପଣ କାମରେ ବ୍ୟବହାର ହେଉଥିବା ଜଣାପଡ଼ିଛି।

ରାଜ୍ୟ ବାହାରୁ ଦଲାଲ୍‌ଙ୍କ ଜରିଆରେ ଗର୍ଭବତୀ ମହିଳାଙ୍କୁ ଅଣାଯାଉଥିଲା। ସେଠାରେ ଲିଙ୍ଗ ନିରୂପଣ କରାଯାଉଥିଲା। ଏଥିପାଇଁ ମୋଟା ଆକାରରେ ଟଙ୍କା ବେଆଇନ୍‌ ଭାବେ ଆଦାୟ କରାଯାଉଥିଲା। ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ ଜଗତସିଂହପୁର ଜିଲ୍ଲାର ଭିକାରୀ ପରିଡ଼ା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସେ ବର୍ତ୍ତମାନ ଫେରାର ଅଛନ୍ତି। ତାଙ୍କୁ ଗିରଫ କରାଗଲେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ କହିଛି।

କଟକ ସହରରେ ଏଭଳି ବେଆଇନ୍‌ ଲିଙ୍ଗ ନିରୂପଣ ନୂଆ ନୁହେଁ। କିଛିଦିନ ତଳେ କଟକ ଫ୍ରେଣ୍ଡସ୍‌ କଲୋନୀଠାରେ ଜଣେ ଜଣାଶୁଣା ଡାକ୍ତରଙ୍କ ଘରୁ ବେଆଇନ୍‌ ଲିଙ୍ଗ ନିରୂପଣ ମେସିନ ଜବତ ହୋଇଥିଲା। ଅଲଟ୍ରାସାଉଣ୍ଡ ମେସିନ ସହ କିଛି କମ୍ପ୍ୟୁଟର ଜବତ କରିବା ସହ ଡାକ୍ତରଙ୍କୁ ଗିରଫ କରିଥିଲା ପୁଲିସ।

ବନ୍ଦ ଘର ଭିତରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର

 COASTAL NEWS Odia 703

ବନ୍ଦ ଘର ଭିତରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର



କେନ୍ଦୁଝର - ଗୋଟେ ବନ୍ଦ ଘର ଭିତରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ସଦର ଥାନା ଅଞ୍ଚଳରୁ ଆସିଛି ଏପରି ଦୁଃଖଦ ଖବର। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମହାଦେଈଜୋଡା ସ୍ଥିତ ନିଜ ଘରେ ରହୁଥିଲେ ଅବସରପ୍ରପର ଡାକ୍ତର ବଳରାମ ସାହୁ। ସେ ବିବାହ କରିନଥିଲେ। ତାଙ୍କର ନିକଟ ସମ୍ପର୍କୀୟମାନେ(ପରିବାର ଲୋକେ) ରାଜ୍ୟ ବାହାରେ ଚାକିରି କରୁଥିବାରୁ ଘରକୁ ପ୍ରାୟତଃ ଆସନ୍ତି ନାହିଁ। ତେଣୁ ଡାକ୍ତର ସାହୁ ଏକାକୀ ଘରେ ରୁହନ୍ତି। ଚାକିରିରୁ ଅବସର ପରେ ପରିବାର ଲୋକେ ତାଙ୍କୁ ବହୁତ ଡାକିଥିଲେ। ମାତ୍ର ସେ ଯିବାକୁ ରାଜି ହୋଇନଥିଲେ। କାରଣ ସେ ଗାଁ ଛାଡ଼ି ଯିବାକୁ ଚାହୁଁନଥିଲେ।

ହେଲେ ଗତ ଦୁଇ ଦିନ ହେଲା ଡାକ୍ତର ସାହୁ ଘରୁ ବାହାରୁନଥିଲେ। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ସ୍ଥାନୀୟ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...