AFFILIATE MARKETING

https://binomo.com?a=90810425bb57&t=0

Sunday, August 27, 2023

ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

 COASTAL NEWS Odia 513

ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ



ଉତ୍ତର ୨୪ ପ୍ରଗଣା- ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମର ଛାତ ଉଡିଯାଇଛି। ଆଜି ସକାଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ 10ଟା ସମୟରେ ଉତ୍ତର ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। କାରଖାନାର ଛାତ ଉଡିଯିବାରୁ ଅନୁମାନ କରାଯାଉଛି ବିସ୍ଫୋରଣ କେତେ ଭୟଙ୍କର ଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ, ଟିଏମସି ନେତାଙ୍କ ସହାୟତାରେ ଏହି ବେଆଇନ ବାଣ କାରଖାନା ଚାଲିଛି ଏବଂ ଏଥିପାଇଁ ପୁଲିସକୁ ମଧ୍ୟ ଟଙ୍କା ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅନ୍ୟ ଏକ ବାଣ କାରଖାନାକୁ ନଷ୍ଟ କରି ଦେଇଥିବା ସୂଚନା ମିଳିଛି ।

ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର

 COASTAL NEWS Odia 512

ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର



ସମ୍ବଲପୁର :  ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାର କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ବବିଦ୍ୟାଳୟ କୁଳସଚିବ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନଲମ୍ବନ କରିଛନ୍ତି।

ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ମାସ ତଳେ ରଜତ କୁଜୁର ନିଲମ୍ବିତ ହୋଇଥିଲେ।

ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

 COASTAL NEWS Odia 511

ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି



କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା--



ଭୁବନେଶ୍ବର: ଗୋଲ୍ଡେନ ବାବାର ସମ୍ପତ୍ତି ଆଟାଚ। ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା। ୨୦୧୮ରେ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ଠକିଥିଲା। ୨୦୧୯ରେ ED ଏହି ମାମଲାର ତଦନ୍ତ କରିଥିଲା।

ପୂର୍ବରୁ ଗୋଲଡେନ ବାବାର ୫୩ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଇଡି। ଏହାସହ ୨ଟି ଦାମୀ ଗାଡ଼ି ମଧ୍ୟ ଜବତ କରିଛି। କେନ୍ଦୁଝରର ମୂଳ ନିବାସୀ ଗୋଲଡେନ୍ ବାବା ଭୁବନେଶ୍ବର ନିଳାଦ୍ରୀ ବିହାରରେ ଆଲିସାନ୍ ବଙ୍ଗଳା କରି ରହୁଥିଲା।

ସଂକ୍ଷିପ୍ତ ଖବର

 COASTAL NEWS Odia 510

*ସଂକ୍ଷିପ୍ତ ଖବର *

ତାରିଖ ୨୭/୦୮/୨୦୨୩ ରବିବାର ।



ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସି-ଭୋଟର ଏବଂ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ (ଏମ୍ଓଟିଏନ୍) ସର୍ଭେ ରୁ ଏହା ଜଣାପଡ଼ିଛି । ।ତାଲିକାର ୫ମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଅଡୁଆରେ ପଡିଲା ଏୟାର ଇଣ୍ଡିଆ । ସୁରକ୍ଷା ସମ୍ବନ୍ଧୀୟ ଯାଂଚ ବେଳେ ଡିଜିସିଏ ଧରିଲା ୧୩ଟି ତ୍ରୁଟି ।


କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍ ସହାୟକ ହେବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି ।


ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଷଣ ଦେବା ବେଳେ ଛଳ ଛଳ ହୋଇଗଲା ଆଖି ।


ଚନ୍ଦ୍ରଯାନ-୩ ଅବତରଣ ସ୍ଥାନର ନାମକରଣକୁ ନେଇ ରାଜନୀତି: ଶିବଶକ୍ତି ନାଁକୁ ନେଇ କଂଗ୍ରେସର ପ୍ରଶ୍ନ, ଜବାହାର ପଏଣ୍ଟ କଥା କହି ଘେରିଲା ବିଜେପି ।


ଇସ୍ରୋର ସୂର୍ଯ୍ୟ ମିଶନ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୍‌‌ ୱାନ ଉତ୍‌‌କ୍ଷେପଣ ।


ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି ।


ଦୁଇଜଣ କଏଦୀଙ୍କୁ କୋର୍ଟରେ ହାଜର କରିବାକୁ ଆଣିବାବେଳେ ଗୁଳିମାଡ କଲେ ଅଜଣା ଆତତାୟୀ | ବିହାରର ସମସ୍ତିପୁର କୋର୍ଟ ପରିସରରେ ଏଭଳି ଗୁଳିକାଣ୍ଡ ଘଟିଛି | 


ବକ୍ସ ଅଫିସରେ ପୂଜାର ଜଲଓ୍ଵା। ଗଦର-୨ ଏବଂ ଓ ମାଇ ଗଡ୍-୨ ପରି ଫିଲ୍ମ ଚାଲିଥିବା ସତ୍ତ୍ଵେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ 'ଡ୍ରିମ ଗର୍ଲ ୨' ବକ୍ସ ଅଫିସରେ ଭଲ ଆରମ୍ଭ କରିବାରେ ସଫଳ ହୋଇଛି।  


ପ୍ରଧାନମନ୍ତ୍ରୀ ମୋଦୀ ୫୧,୦୦୦ ଯୁବକ-ଯୁବତୀଙ୍କୁ ଦେବେ ନିଯୁକ୍ତି ପତ୍ର, ଅଗଷ୍ଟ ୨୮ରେ ରୋଜଗାର ମେଳା ।


ଚନ୍ଦ୍ରରେ ରୋଭର ପ୍ରଜ୍ଞାନର ଅନୁସନ୍ଧାନ ଜାରି, ନୂଆ ଭିଡିଓ ଜାରି କଲା ISRO ।


ଚାଉଳ କଟକଣା ବଢ଼ିଲା: ଉଷୁନା ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ।


ଅକ୍ଟୋବର ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସମୀକ୍ଷା କଲେ ୫-ଟି ସଚିବ ।


୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ; ୭ ବ୍ଳକ୍ ପାଇଁ ୧୬୭୦ କୋଟିର ପାଇପ୍ ଜଳଯୋଗାଣ ପ୍ରକଳ୍ପ। 


IBSA World Games: ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଟିମ ରଚିଲା ଇତିହାସ, ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଜିତିଲା ସ୍ୱର୍ଣ୍ଣ ।


ନୁହକୁ ପୁଣି ଫେରିଲା କଟକଣା; ଆଲର୍ଟରେ ହରିୟାଣା ପୋଲିସ, ପଡ଼ୋଶୀ ରାଜ୍ୟକୁ ବି ମାଗିଲେ ସାହାଯ୍ୟ ।

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 COASTAL NEWS Odia 509

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 



ଭଦ୍ରକ - ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର ଜଣେ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ତୋଫାନ ପାତ୍ର। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ସେ ଦୀର୍ଘ ଦିନ ହେଲା ତିହିଡ଼ି ଥାନାରେ କାର୍ଯ୍ୟ କରୁଥିଲେ।

କନଷ୍ଟେବଲ ତୋଫାନ ପାତ୍ରଙ୍କ ମୃତଦେହ ଥାନା ପରିସରରେ ଥିବା ତାଙ୍କ ସରକାରୀ ବାସଭବନରୁ ମିଳିଥିଲା। ସେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ। ତିହିଡ଼ି ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

କୁହାଯାଉଛି, ପାରିବାରିକ କଳହକୁ ନେଇ କନଷ୍ଟେବଲ ତୋଫାନ ପାତ୍ର ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ପାଟିତୁଣ୍ଡ ହେଉଥିଲା।

ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟି

 COASTAL NEWS Odia 508

ଦେଶରେ ୧୧୭ କୋଟି ଟେଲିକମ୍ ଗ୍ରାହକ: ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୧୪ କୋଟି

ନୂଆଦିଲ୍ଲୀ: ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଜୁନ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ ମାସରେ ଦେଶରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟି


ରେ ପହଞ୍ଚିଛି। ଚଳିତବର୍ଷ ମେ’ ମାସରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୨୫୭ କୋଟି ରହିଥିଲା। ଅର୍ଥାତ ମାସକ ମଧ୍ୟରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟାରେ ମାତ୍ର ୦.୧୧ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତମାସ ୨୨ ତାରିଖରେ ଭାରତୀୟ ଟେଲିକମ୍ ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।

ଜୁନ ମାସରେ ମୁଖ୍ୟତଃ ରିଲାଏନ୍ସ ଜିଓ ଏବଂ ‌ଭାରତୀ ଏୟାରଟେଲର ଗ୍ରାହକ ସଂଖ୍ୟା ବୃଦ୍ଧି ଘଟିଛି। ଜୁନ ମାସରେ ରିଲାଏନ୍ସ ଜିଓ ନେଟୱର୍କରେ ୨.୨୭ ନିୟୁତ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ସେହିଭଳି ଭାରତୀ ଏୟାରଟେଲ ଉକ୍ତ ମାସରେ ୧.୪ ନିୟୁତ ନୂଆ ଗ୍ରାହକ ଯୋଡ଼ିଛି। କିନ୍ତୁ ଅନ୍ୟପକ୍ଷରେ ସରକାରୀ କମ୍ପାନି ବିଏସଏନଏଲ, ଏମଟିଏନଏଲ ସହିତ ‌ଘରୋଇ କମ୍ପାନି ଭୋଡ଼ାଫୋନ ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ପାଇଛନ୍ତି। ବିଏସଏନଏଲ ଜୁନ ମାସରେ ୧.୮୭ ନିୟୁତ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୨୮ ନିୟୁତ ଏବଂ ଏମଟିଏନଏଲ ୧,୫୨,୯୧୨ ଜଣ ଗ୍ରାହକ ହରାଇଛନ୍ତି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଜୁନ ମାସରେ ୩,୭୩,୬୦୨ ଜଣ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଦେଶରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୪.୩୫୮ କୋଟିକୁ ବୃଦ୍ଧି ପାଇଛି। ମେ’ ମାସରେ ଏମାନଙ୍କ ସଂଖ୍ୟା ୧୧୪.୩୨୧ କୋଟି ରହିଥିଲା। ଅର୍ଥାତ ଏଥିରେ ମାସିକ ବୃଦ୍ଧି ମାତ୍ର ୦.୦୩ ପ୍ରତିଶତ ହୋଇଛି।

ଜୁନ ମାସରେ ଦେଶରେ ‌ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୮୬୧.୪୭ ନିୟୁତରେ ପହଞ୍ଚିଛି। ମେ’ ମାସରେ ଏମାନଙ୍କ ସଂଖ୍ୟା ୮୫୬.୮୧ ନିୟୁତ ରହିଥିଲା। ଅର୍ଥାତ ମାସକ ମଧ୍ୟରେ ଏମାନଙ୍କ ସଂଖ୍ୟାରେ ୦.୫୪ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ୫ଟି ବଡ଼ ସେବା ପ୍ରଦାନକାରୀଙ୍କ ନିକଟରେ ୯୮.୩୭ ପ୍ରତିଶତ ବ୍ରଡବ୍ୟାଣ୍ଡ ଗ୍ରାହକ ରହିଛନ୍ତି। ସେମାନେ ହେଲେ ରିଲାଏନ୍ସ ଜିଓ ଇ‌ନଫୋକମ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ, ବିଏସଏନଏଲ ଏବଂ ଆଟରିଆ କନଭରଜେନ୍ସ।



ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି

 COASTAL NEWS Odia 507

ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି

 


ଭୁବନେଶ୍ୱର : ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କରିଛି (ଆଟାଚ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତେବେ ଏହାପୂର୍ବରୁ ବାବାଙ୍କ ୪ଟି ଦାମୀ କାର୍‌ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ ଘର ଜବତ କରିସାରିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପାଇଁ ମଧ୍ୟ ଗୋଲ୍ଡେନ ବାବା ୱାଣ୍ଟେଡ ଅଛନ୍ତି। ଓଡିଶାର ବ୍ୟବସାୟୀମାନଙ୍କୁ ଲୋନ ଦେବା ନାଁରେ ୫.୫୦ କୋଟି ଟଙ୍କା ପ୍ରତାରଣ କରିଛନ୍ତି । ଏହି ଠକେଇ ଘଟଣାରେ ଇଡି ବାବାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ଦିଗକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Saturday, August 26, 2023

ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍

 COASTAL NEWS Odia 506

ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍



ନୂଆଦିଲ୍ଲୀ - ମିଶନ୍ ମୁନ୍ ସଫଳ ହେବା ପରେ ଏବେ ଇସ୍ରୋର ଫୋକସରେ ମିଶନ୍ ସନ୍। ସୂର୍ଯ୍ୟଙ୍କ ଉପରେ ପରୀକ୍ଷା ନୀରିକ୍ଷା ନେଇ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନୀ। ଏହିପରିପ୍ରେକ୍ଷୀରେ ଇସ୍ରୋର ସନ୍ ମିଶନ ଆଦିତ୍ୟ-ଏଲୱାନକୁ ନେଇ ବଡ଼ ଘୋଷଣା କରାଯାଇଇଛି। ଆସନ୍ତା ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହୋଇପାରେ ଆଦିତ୍ୟ-ଏଲୱାନ।

ପିଏସଏଲଭି ରକେଟ୍ ଜରିଆରେ ଶ୍ରୀହରୀକୋଟା ସ୍ଥିତ ସତିଶ ଧାବନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ। ଏନେଇ ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୂର୍ଯ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ୨ରେ ଏହାକୁ ଲଞ୍ଚ କରାଯାଇପାରେ। ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ମୁନ୍ ମିଶନ୍ ଭଳି ସନ୍ ମିଶନ୍ ମଧ୍ୟ ସଫଳ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

ସେପଟେ ଇସ୍ରୋ ଗଗନଯାନ ନେଇ ମଧ୍ୟ ପ୍ରସ୍ତୁତ ହେଉଛି। ଏହି ମିଶନରେ ପ୍ରଥମ କରି ମହାକାଶକୁ ଲେଡି ରୋବୋଟ୍ ପଠାଯିବ। ଏନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅକ୍ଟୋବର ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ଗଗନଯାନ ଉତକ୍ଷେପଣ କରାଯିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ଏହି ମିଶନ 3 ପର୍ଯ୍ୟାୟରେ ହେବ। ଦୁଇଟି ପର୍ଯ୍ୟାୟ ସଫଳ ହେବା ପରେ ତୃତୀୟ ପର୍ଯ୍ୟାୟରେ ତିନି ଜଣ ମହାକାଶଚାରୀ ମହାକାଶ ଯାତ୍ରା କରିବେ। 

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ

 COASTAL NEWS Odia 505

ପୁଣି ନଂ୧ ରେ ନବୀନ, ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ




ଭୁବନେଶ୍ବର - ପୁଣି ଏକ ସର୍ଭେ । ପୁଣି ନବୀନ ନମ୍ବର ୱାନ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ଶୀର୍ଷ ସ୍ଥାନରେ ଅଛନ୍ତି ନବୀନ ପଟ୍ଟନାୟକ । ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ସର୍ଭେ ହୋଇଥିଲା । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କାମରେ ସର୍ବାଧିକ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୫୯.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରୁଛନ୍ତି । ୫୭.୭ ପ୍ରତିଶତ ସହ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ୍ । ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ୫୫.୩ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ୪୯.୨ ପ୍ରତିଶତ ଲୋକଙ୍କ ପସନ୍ଦ ସହ ପଞ୍ଚମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ନିର୍ବାଚନ ପାଖେଇବା ସହ ସବୁ ରାଜ୍ୟରେ ସରକାରଙ୍କ ସମୀକ୍ଷା ଚାଲିଛି। ଲୋକପ୍ରିୟତା ସହ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରୁଛନ୍ତି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ।

 

ସଂକ୍ଷିପ୍ତ ସମ୍ବାଦ



➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର୍’ରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ l


➡️୨-୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ l କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣିର ସନ୍ଧାନ l


➡️୩-ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।


➡️୪-ଚଳିତ ବର୍ଷଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ୫୦ ହଜାର, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ ହଜାର ଜଣଙ୍କୁ ୧୦ ହଜାର ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ l


➡️୫-ଆଜି ଇସ୍ରୋରେ ବୈଜ୍ଞାନିକଙ୍କୁ ଭେଟିବେ ମୋଦି, ଚନ୍ଦ୍ରଯାନ-୩ ସଫଳତାର ପାଳନ କରିବେ ଉତ୍ସବ l ଏକ ଘଣ୍ଟା ବିତାଇବେ ସମୟ l


➡️୬-ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l


➡️୭-ବିଏମସି ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l


➡️୮-ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍ l ରାଜ୍ୟରେ ୨ ହଜାର ୮ ଶହ ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।


➡️୯-ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାରେ ରାଜ୍ୟର ୩ଟି ଆୟୁର୍ବେଦିକ କଲେଜ ଓ ୪ଟି ହୋମିଓପ୍ୟାଥିକ କଲେଜର ଆୟୁଷ ଛାତ୍ରଛାତ୍ରୀ ଆଜିଠାରୁ କଳା ବ୍ୟାଜ୍ ପରିଧାନ l


➡️୧୦-'ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି l ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ।


➡️୧୧-ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ l ବିଧାୟକ ଅଧିରାଜ ପାଣିଗ୍ରାହୀ ଦେଲେ ସୂଚନା l


➡️୧୨-ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ, ୧୮୦ କୋଟି ଟଙ୍କା ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପର ହେବ ଶୁଭାରମ୍ଭ l ଜୁଲାଇ ୨୦୨୫ ସୁଦ୍ଧା ହେବ ସମାପ୍ତ l


➡️୧୩-ଦିଲ୍ଲୀ ଦ୍ବାରକା ସେକ୍ଟର-୭ର ଦୁର୍ଗାପାର୍କ ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଜୁସ୍‌ ପିଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ, ପେଟରେ ଯନ୍ତ୍ରଣା-ବାନ୍ତି ପରେ ହସ୍ପିଟାଲରେ ହେଲେ ଭର୍ତ୍ତି l


➡️୧୪-ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ‘ପାଣ୍ଡିଆନ୍ ସୁପର ମିଛୁଆ’ l


➡️୧୫-ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ହେଲା ବେଶ ଦୁର୍ବଳ, ୩୦୦ ଟଙ୍କା ଟପିଲା ଡଲାର ଦାମ୍ l


➡️୧୬-ଆଜି ହେବ ମଧ୍ୟପ୍ରଦେଶ କ୍ୟାବିନେଟର ସଂପ୍ରସାରଣ, ଅନେକ ବିଧାୟକଙ୍କ ନିକଟକୁ ଗଲା ସିକ୍ରେଟ୍ ଫୋନ୍ କଲ୍ l


➡️୧୭-ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା l ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କଲେ ମନା l


➡️୧୮-ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ କଲେ ପ୍ରବେଶ l


➡️୧୯-ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ ( WWE ) ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ହେଲା ପରଲୋକ l


➡️୨୦-ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍‌ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


*🔅ଆଜି ଆନ୍ତର୍ଜାତୀୟ ମହିଳା ସମାନତା ଦିବସ ll*

*🔅ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ ll*

*🔅ଆଜି ମଦର ତେରସାଙ୍କ ଜନ୍ମଦିନ ll*

*🔅ଆଜି ଶ୍ରୀମତୀ ମେନେକା ଗାନ୍ଧୀଙ୍କ ଜନ୍ମଦିନ ll*

*🔅ଆଜି ବିଶ୍ୱ ଆଫ୍ରିକୀୟ ବନ୍ୟପ୍ରାଣୀ ଦିବସ ll*

*🔅ଆଜି ସଂଗୀତ ଯୋଗ ଦିବସ ll*

*🔅ଆଜି ଜାତୀୟ ସୌଚାଳୟ କାଗଜ ଦିବସ ll*


*ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଦେହ, ହାତ ଓ ଗୋଡକୁ ପୂରା ଘୋଡାଇ ରଖିଲା ଭଳି ପୋଷାକ ପିନ୍ଧନ୍ତୁ ଓ ମଶାରୀ ଟାଙ୍ଗି ଶୁଅନ୍ତୁ । ଜନହିତରେ ଜାରି ll*



ନକଲି ଶିକ୍ଷକ ପରେ ଏବେ ନକଲି ଅଧ୍ୟାପକ

 COASTAL NEWS Odia 503

ନକଲି ଶିକ୍ଷକ ପରେ ଏବେ ନକଲି ଅଧ୍ୟାପକ



ନକଲି ଶିକ୍ଷକ ପରେ ଏବେ ବାହାରିଲେଣି ନକଲି ଅଧ୍ୟାପକ। ପୂର୍ବରୁ ୪ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ଏବେ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବଲାଙ୍ଗିର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ମେହେର ଓ ନରେନ୍ଦ୍ର ନାଗ । ଏମାନେ ଜାଲ୍ ମାର୍କସିଟ୍ ବଳରେ ଚାକିରି ପାଇଥିବାର ଅଭିଯୋଗ ହୋଇଛି।

ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଥାନାରେ ଏହି ଦୁଇ ଅଧ୍ୟାପକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିସହ ଏହି ଦୁଇ ଅଧ୍ୟାପକଙ୍କୁ ସେମାନେ  ଦରମା ଆକାରରେ ପାଇଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ଉଭୟ ନକଲି ଅଧ୍ୟାପକଙ୍କ ସାର୍ଟିଫିକେଟରେ ସମ୍ବଲପୁର ୟୁନିଭରସିଟିର ଫେକ୍‌ ଷ୍ଟାମ୍ପ ବାଜିଛି। ସେମାନଙ୍କ ମଧ୍ୟରୁ ଲିଙ୍ଗରାଜ ମେହେର ଓଡ଼ିଆ ଅଧ୍ୟାପକ ଥିବା ବେଳେ ନରେନ୍ଦ୍ର ନାଗ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଉଭୟ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ବି କେହି ତାହାର ଟେର ପାଇ ନଥିଲେ। 

ସଂପୃକ୍ତ ପ୍ରିନ୍ସପାଲମାନେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗଙ୍କୁ ଅବଗତ କରିବା ପରେ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଭୟଙ୍କୁ କଲେଜ ମ୍ୟାନେଜମେଣ୍ଟରୁ ବାହାର କରାଯାଇଛି। ଏଥିସହ ସେମାନେ ମ୍ୟାନେଜମେଣ୍ଟ ଓ ବ୍ଲକ ଗ୍ରାଣ୍ଟରୁ ଦରମା ଆକାରରେ ପାଇଥିବା ୩୧ ଲକ୍ଷ ୬୦ ହଜାର ୨୫୨ ଟଙ୍କା ଲେଖାଏ ଫେରସ୍ତ କରିବାକୁ କୁହାଯାଇଛି।

ପାଟଣାଗଡ଼ ପୁଲିସ୍‌ ଏହାକୁ ହାଲକା ମାମଲା ଭାବେ ଗ୍ରହଣ କରି ମାମଲା ରୁଜୁ କରିଥିବା ବେଳେ ଉଭୟ ଏବେ ଜାମିନରେ ବାହାରେ ବୁଲୁଥିବା ଜଣାଯାଇଛି।

ପୁଲିସର ଏପରି ଖାମଖିଆଲି କାର୍ଯ୍ୟାନୁଷ୍ଠାନ କଥା ବିଧାନସଭାରେ ପଡ଼ିବ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିବା ବେଳେ ବିଜେପି ନେତା ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଗତ ମାର୍ଚ୍ଚରେ ବଲାଙ୍ଗିରରେ ନକଲି ସାଟିଫିକେଟ ରାକେଟର ପର୍ଦ୍ଦାଫାସ ହୋଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ପ୍ରାୟ ମାସେ କାଳ ବଲାଙ୍ଗିରରେ ରହି ତଦନ୍ତ କରିଥିବା ବେଳେ ଫଳ କିନ୍ତୁ ଶୂନ ।

ଏହି ସମୟ ମଧ୍ୟରେ କିଛି କଲେଜ ଅଧ୍ୟକ୍ଷ ନିଜ ଅଧ୍ୟାପକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ୟୁନିଭରସିଟିକୁ ପଠାଇଥିଲେ। ଏହି କ୍ରମରେ ବଲାଙ୍ଗିର ଡିଇଓ ମଧ୍ୟ ୩ଶହରୁ ୪ଶହ ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଇଥିଲେ। ଏବେ ଧୀରେ ଧୀରେ ଯାଞ୍ଚ ରିପୋର୍ଟ ଆସୁଥିବା ବେଳେ ଗୁମର ପଦାରେ ପଡ଼ୁଛି।

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

 COASTAL NEWS Odia 502

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା

ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଅଧ୍ୟାପିକା


 

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ସୂଚନା ଅନୁସାରେ, ମହିଳା ଅଧ୍ୟାପିକାଙ୍କୁ ସେହି ବିଭାଗର ପ୍ରଫେସର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି। ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ଅଭିଯୋଗ ପରେ ତାଙ୍କ ନାଁରେ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର କୁଜୁର୍। ଏହା ସଂପୂର୍ଣ୍ଣ ମିଛ ଏବଂ ଏ ନେଇ ଆସନ୍ତାକାଲି ପକ୍ଷ ରଖିବେ ବୋଲି କହିଛନ୍ତି ରଜତ କୁଜୁର।

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼

 COASTAL NEWS Odia 501

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼ ଅଭିଯୋଗ 

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼

ଛେଣ୍ଡିପଦା - ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼ । ମାଡ଼ ଏପରି ଯେ, ଗୋଟିଏ ପରେ ଗୋଟିଏ ବାଡ଼ି ଭାଙ୍ଗି ଯାଇଛି, ହେଲେ ସାର୍‌ଙ୍କ ରାଗ ଶାନ୍ତ ହେଉନି। ଏହିପରି ଜଣ ଜଣ କରି ପ୍ରାୟ ୫ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ସାର୍‌ଜଣକ ଆଖି ବୁଜା ବେତ ପାହାର ବଜାଇ ଚାଲିଥିବା ବେଳେ ପିଲାମାନେ ଛାଡ଼ି ଦେବାକୁ ଆକୁଳ ଚିତ୍କାର କରୁଛନ୍ତି। ହେଲେ ସାର୍‌ଙ୍କ ହୃଦୟ ତରଳୁନି।

ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଥିବା ବେଳେ ସାର୍‌ଙ୍କ ଉଗ୍ର ରୂପର ଏପରି ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ରହିଥିବା ଏକ କୋଚିଂ ସେଣ୍ଟରରେ ଆଖପାଖର କିଛି ପିଲା ରହି କୋଚିଂ ନିଅନ୍ତି। ସେମାନେ ଆଖପାଖ କଲେଜରେ ପଢ଼ୁଥିବା ବେଳେ ଉକ୍ତ ସେଣ୍ଟରରେ ମେସ୍‌ କରି ରହିବା ସହ କୋଚିଂ ନେଇଥାନ୍ତି। ଉକ୍ତ କୋଚିଂ ସେଣ୍ଟରରେ ସେମାନଙ୍କୁ ପ୍ରତିଦିନ ରାତି ୩ଟାରେ ଉଠି ପାଠ ପଢ଼ିବାକୁ ବାଧ୍ୟ କରାଯାଏ।

କିଛି ଦିନ ପୂର୍ବେ ଉକ୍ତ ଛାତ୍ରମାନଙ୍କ ପରୀକ୍ଷା ରେଜଲ୍ଟ ବାହାରିଥିବା ବେଳେ ସେମାନେ ପରୀକ୍ଷାରେ ଭଲ୍‌ ମାର୍କ ଆଣି ନ ଥିବା ଜଣାଯାଇଛି। ଏହାପରେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିବା ଉକ୍ତ ସେଣ୍ଟରର ମାଲିକ ପିଲମାନଙ୍କୁ ଡାକି ଜଣକ ପରେ ଜଣକୁ ଗୋରୁଗାଇ ପରି ପିଟିବାକୁ ଲାଗିଥିଲେ। ଏପରିକି ଅସହ୍ୟ ମାଡ଼ ଯନ୍ତ୍ରଣାରେ ପିଲାମାନେ ଛଟପଟ ହେଉଥିବା ବେଳେ ସାର୍‌ କିନ୍ତୁ ନିଷ୍ଠୁର ପାଲଟି ଯାଇଥିଲେ।

ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ପିଟି ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ଉକ୍ତ ଶିକ୍ଷକ କିପରି ପିଲାମାନଙ୍କୁ ପିଟିବାକୁ ସାହସ କରି ପାରିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ଆଜି ଅନୁଗୁଳ ଓ ଛେଣ୍ଡିପଦାର ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ପୁଲିସ୍‌ ସହ ଉକ୍ତ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି। ଏଥିସହ ନିର୍ଯାତନାର ଶିକାର ହୋଇଥିବା ପିଲାଙ୍କ ଅଭିଭାବକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିବା ଚାଇଲଡ ଲାଇନ୍‌ ପକ୍ଷରୁ କୁହାଯାଇଛି।

 

ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇବା ଘଟଣା

 COASTAL NEWS Odia 500

ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇବା ଘଟଣା



ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇବା ଘଟଣା। ପୋଲିସ ଓ ମେଡିକାଲ କତୃପକ୍ଷଙ୍କ ଭିତରେ ରହୁନି ତାଳମେଳ। ବୟଫ୍ରେଣ୍ଡ ସହ ଝଗଡା ପରେ ସଇଁତଲାର ଭଡା ଘରେ ବିଷ ପିଇଲେ ମହିଳା ଏସଆଇ। ସଇଁତଲା ଥାନାର ଦୁଇଜଣ ମହିଳା କର୍ମଚାରୀ ଓ ପଡୋଶୀ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସକାଳୁ ମେଡିକାଲରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପୂର୍ବରୁ କୁଆଡେ ମେଡିକାଲରୁ ଉଭାନ ହୋଇଗଲେ ମହିଳା ଏସଆଇ।


ଏପରିକି ବୟଫ୍ରେଣ୍ଡ ମେଡିକାଲର ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ସକାଳେ ଡାକ୍ତର ରାଉଣ୍ଡ ସମୟରେ ଅନୁପସ୍ଥିତ ମହିଳା ଏସଆଇ  ଏବଂ ଦିନ ଗୋଟାଏ ରାଉଣ୍ଡ ସମୟରେ ଓ ରାତିରେ ରାଉଣ୍ଡ ସମୟରେ ମଧ୍ୟ ଅନୁପସ୍ଥିତ। ଏନେଇ ମେଡିକାଲ ସୁପରିଟେଣ୍ଡଣ୍ଟ ମିସିଙ୍ଗ ରିପୋର୍ଟ ଦେଇଛନ୍ତି। ମାତ୍ର ପୋଲିସ କହୁଛି ଡାକ୍ତରଖାନାରେ ଅଛନ୍ତି ମହିଳା ଏସଆଇ। ଜଣେ ମହିଳା ପୋଲିସକୁ ବଞ୍ଚାଇବାକୁ ଯାଇ ମିଛ କହୁନି ତ ପୋଲିସ। କୁଆଡେ ଗଲେ ଲେଡି ଏସଆଇ କାଜଲ ବାଗ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତମାନ କେମିତି ଅଛି?। ସାଧାରଣ ଲୋକ ବିଷ ପିଇଥିଲେ ମାମଲା ରୁଜୁ କରିସାରନ୍ତାଣି ୂ ମାତ୍ର ମହିଳା ପୋଲିସ ବିଷ ପିଇବା ଘଟଣାରେ ମାମଲା ରୁଜୁ କରିଛି କି ପୋଲିସ?

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା

 COASTAL NEWS Odia 499

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା



ମଦୁରାଇ - ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା । ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ । ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ବେଳେ ଏହି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଗୁରୁତର ହୋଇଛନ୍ତି । ଟ୍ରେନରେ କିଛି ପ୍ୟାସେଞ୍ଜନ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ । ସେଥିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ତେବେ ସାଉଥ ରେଲେଓ୍ଵ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସୂଚନା ଅନୁସାରେ ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟ ଲକ୍ଷ୍ନୌରୁ ରାମେଶ୍ୱରମ ଅଭିମୁଖେ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସର ବଗିରେ ଅଗ୍ନିକାଣ୍ଡ ଘଟିଛି । ମଦୁରାଇ କଲେକ୍ଟର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ଉତ୍ତରପ୍ରଦେଶର ବୋଲି ଜଣା ପଡ଼ିଛି । ସୀତାପୁରର ଏକ ଟ୍ରାଭେଲ ଏଜେନ୍ସି ଏହି କୋଚର ଥାର୍ଡ ପାର୍ଟି ବୁକିଂ କରିଥିଲେ । ଏଥିରେ ୬୩ ଜଣ ଲୋକ ଯାତ୍ରା କରୁଥିଲେ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମ୍ପର୍କରେ ସକାଳ ପ୍ରାୟ ୫.୧୫ ସମୟରେ ସୂଚନା ମିଳିଥିଲା। ଯେତେବେଳେ ଟ୍ରେନ୍ ମଦୁରାଇ ୟାର୍ଡ ଜଙ୍କସନରେ ଅଟକି ଥିଲା । ଦକ୍ଷିଣ ରେଳବାଇ କହିଛି ଯେ ଯାତ୍ରୀମାନେ ଟ୍ରେନର ଘରୋଇ ପାର୍ଟି କୋଚରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିଲେ। ସେଥିପାଇଁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆହତମାନଙ୍କୁ ମଦୁରାଇର ସରକାରୀ ରାଜାଜୀ କଲେଜରେ ଭର୍ତ୍ତି କରାଯାଇଛି ।




ଭାରତର ଲଙ୍କା ସହର ଗୁଣ୍ଟୁର

 COASTAL NEWS Odia 498

ଭାରତର ଲଙ୍କା ସହର ଗୁଣ୍ଟୁର



 

ଅମରାବତି: ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ ଲୋକମାନେ ଜାଣିବାକୁ ଆଗ୍ରହୀ ଅଟନ୍ତି। କିନ୍ତୁ ଆପଣ ଜାଣନ୍ତି କି ’ଚିଲି ସିଟି ଅଫ ଇଣ୍ଡିଆ’ କାହାକୁ କୁହାଯାଏ? ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଲଙ୍କା ଚାଷ କରାଯାଏ। ବିଶେଷକରି ଉତ୍ତର ଭାରତରେ ଅଧିକାଂଶ କୃଷକ ଏହାକୁ ଚାଷ କରନ୍ତି। ଏପରି ଏକ ସ୍ବତନ୍ତ୍ର ସହରକୁ କିପରି ଚିଲି ସହର କୁହାଯାଇପାରେ? ଏହି ସହର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ରହିଛି। ଗୁଣ୍ଟୁରକୁ ଚିଲି ସିଟି ବା ଲଙ୍କାର ସହର କୁହାଯାଏ। କାରଣ ଏଠାରେ ଅନେକ ପ୍ରକାରର ଲଙ୍କା ଚାଷ କରାଯାଏ। ଏଠାରେ ଯେଉଁ ପ୍ରଜାତିର ଲଙ୍କା ଚାଷ କରାଯାଏ ତାହା ଆପଣ ଦେଶର ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। ଯଦିଓ ଏଠାରେ ବଢୁଥିବା ଲଙ୍କା ପ୍ରସିଦ୍ଧ, କିନ୍ତୁ ୩୩୪ ଚିଲି ପ୍ରିମିୟମ ଗୁଣବତ୍ତା ଏବଂ ସମଗ୍ର ବିଶ୍ୱରେ ରପ୍ତାନୀ ହୁଏ। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଗୁଣ୍ଟୁର ଲଙ୍କାର ଚାହିଦା ରହିଛି। ଏପରିକି ଚାଇନାର ଲୋକମାନେ ଭାରତୀୟ ଲଙ୍କାକୁ ନିଜ ଲଙ୍କା ଅପେକ୍ଷା ଅଧିକ ରାଗ ଭାବରେ ଗ୍ରହଣ କରିଥାନ୍ତି। ଯେଦି ଜଣେ ରାଗକୁ ସହ୍ୟ କରିପାରିବ, ତେବେ ଏଠାରେ ଚାଷ କରାଯାଉଥିବା ଲଙ୍କା ଖାଦ୍ୟକୁ ଉତ୍କୃଷ୍ଟ ସ୍ବାଦ ଦେଇଥାଏ। ଏଥିରେ କ୍ୟାପସାଇସିନ ପ୍ରଚୁର ପରିମାଣରେ ମିଳିଥାଏ।ଯେଉଁଥିପାଇଁ ଗୁଣ୍ଟୁର ଲଙ୍କାର ରଙ୍ଗ ଅତ୍ୟନ୍ତ ଲାଲ ହୋଇଯାଏ। ଗୁଣ୍ଟୁର ଲଙ୍କା ଅତ୍ୟଧିକ ରାଗ, ହାରାହାରି ରାଗ ୩୫,୦୦୦ରୁ ୪୦୦୦୦ ଏସଏଚ୍ୟୁ। ସାଧାରଣ ଲଙ୍କାଠାରୁ ଏହା ୧୦ ଗୁଣ ଅଧିକ। ମସଲା ବିଷୟରେ କହିବାକୁ ଗଲେ ଭାରତ ଆଜି ବିଶ୍ୱର ସର୍ବବୃହତ ଲଙ୍କା ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଦେଶ ଭାବରେ ପରିଗଣିତ। ଏଠାରେ ପ୍ରାୟ ଦୁଇ ଡଜନ କିସମର ଲଙ୍କା ଚାଷ କରାଯାଏ। କେବଳ ଆନ୍ଧ୍ରପ୍ରଦେଶରେ ୪୦ ପ୍ରତିଶତ ଲଙ୍କା ଉତ୍ପାଦନ କରାଯାଏ। ୨୦୨୦-୨୧ରେ କେବଳ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରୁ ପ୍ରାୟ ୮,୪୩୦ କୋଟି ଟଙ୍କା ମୂଲ୍ୟର ଚିଲି ରପ୍ତାନୀ ହୋଇଥିଲା। ଯାହା ଭାରତର ମୋଟ ରପ୍ତାନୀର ଅଧାରୁ ଅଧିକ ଥିଲା। ଏବେ ରାଜ୍ୟର ସମସ୍ତ ଜିଲାରେ ଗୁଣ୍ଟୁର ଲଙ୍କା ଚାଷ କରାଯାଏ।

ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ

 COASTAL NEWS Odia 497

ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ



ନୂଆଦିଲ୍ଲୀ - ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ। ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚନ୍ଦ୍ରଯାନ -୩ ର ସଫଳତା ଅବସରରେ ବେଙ୍ଗଳୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ସେ ଏହି ଘୋଷଣା କରିଛନ୍ତି। ତା ସହିତ ଯେଉଁଠି ଚନ୍ଦ୍ରଯାନ ୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ ୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖିଛନ୍ତି ମୋଦି।

ଗତ ୨୩ରେ ଚନ୍ଦ୍ରଯାନ ୩ ଯେତେବେଳେ ସଫଳତାର ସହିତ ଲାଣ୍ଡିଂ କରିଥିଲା, ସେତେବେଳେ ଭାରତରେ ନ ଥିଲେ ମୋଦି। ବ୍ରିକସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଥିଲେ। ସେଠାରୁ ଗ୍ରୀସ୍ ଯାଇ ଆଜି ସକାଳେ ସିଧା ବାଙ୍ଗାଲୁରୁକୁ ଯାଇ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଛନ୍ତି ଏବଂ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତ ବୈଜ୍ଞାନିକଙ୍କୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି।

ମୋଦି କହିଛନ୍ତି, ମଣିଷ ଜୀବନରେ ବେଳେ ବେଳେ ଏପରି ଘଟଣା ଘଟେ ଯାହାକୁ କି ସେ ଖୁବ୍‌ ବ୍ୟଗ୍ରତାର ସହ ଅପେକ୍ଷା କରିଥାଏ। ମୋ’ ସହ ବି ତାହା ହିଁ ଘଟିଛି। ସାଉଥ ଆଫ୍ରିକା, ଗ୍ରୀସ୍‌ ଯେଉଁଠି ଥିଲେ ବି ମୋ’ ମନ କିନ୍ତୁ ଆପଣମାନଙ୍କ ପାଖରେ ଥିଲା। ଭାରତ ଫେରିବାକୁ ମୋ’ ମନ ଛଟପଟ ହେଉଥିଲା । କାରଣ ଏପରି ବିରଳ ମୁହୂର୍ତ୍ତ ବାରମ୍ବାର ଆସେନି। ତେଣୁ ଭାରତକୁ ଫେରିବା ପରେ ଦିଲ୍ଲୀ ନ ଯାଇ ମୁଁ ସିଧାସଳଖ ଆପଣମାନଙ୍କ ପାଖକୁ ଚାଲି ଆସିଲି।

ମହିଳା ବୈଜ୍ଞାନିକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି। କହିଛନ୍ତି, ଜନକଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। ଚନ୍ଦ୍ରଯାନ ୩ର ସଫଳତା ଯୁଗ ଯୁଗକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ବୈଜ୍ଞାନିକଙ୍କ ସଫଳତା ସାରା ଦେଶକୁ ଗର୍ବିତ କରିଛି।

ଜହ୍ନ ରାଇଜର ଯେଉଁଠି ପାଦ ଥାପିଲା ‘ଚନ୍ଦ୍ରଯାନ-୩’

 COASTAL NEWS Odia 496

ଜହ୍ନ ରାଇଜର ଯେଉଁଠି ପାଦ ଥାପିଲା ‘ଚନ୍ଦ୍ରଯାନ-୩’ 



ନୂଆଦିଲ୍ଲୀ - ଜହ୍ନ ରାଇଜର ଯେଉଁଠି ପାଦ ଥାପିଲା ‘ଚନ୍ଦ୍ରଯାନ-୩’ ଉକ୍ତ ସ୍ଥାନର ନାମକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ସମଗ୍ର ଦୁନିଆ ଉକ୍ତ ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାଁରେ ଜାଣିବ ବୋଲି କହିଲେ ମୋଦି। ଏଥିସହ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେଲେ ମୋଦି । 

‘ଶିବଶକ୍ତି’ ନାଁର ଯଥାର୍ତତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଶିବ ଶବ୍ଦରେ ମାନବତାର କଲ୍ୟାଣ ପାଇଁ ସଙ୍କଳ୍ପ ଭର୍ତ୍ତି ହୋଇ ରହିଛି। ଆଉ ଶକ୍ତି ନିକଟରୁ ଉକ୍ତ ସଙ୍କଳ୍ପ ପୂରା କରିବାକୁ ଆମକୁ ସାମର୍ଥ୍ୟ ମିଳିଥାଏ । ତେଣୁ ଆଜିଠୁ ଉକ୍ତ ସ୍ଥାନର ନାମକୁ ‘ଶିବଶକ୍ତି’ ନାଁରେ ନାମିତ କରିଛନ୍ତି ମୋଦି । ଅନନ୍ତ ଆକାଶରେ ବହୁ ସମ୍ଭାବନା ଭାରତର ଅପେକ୍ଷା କରୁଛି ବୋଲି ସେ କହିବା ସହ ମାନବତାର କଲ୍ୟାଣ ହିଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବି କହିଛନ୍ତି।

ବିଦେଶ ଗସ୍ତରୁ ଫେରି ଆଜି ସକାଳେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳୁ ବାଙ୍ଗାଲୁରୁର ହାଲ୍‌ ଏୟାରପୋର୍ଟରେ ପହଞ୍ଚିବା ପରେ ସିଧାସଳଖ ଇସ୍ରୋ ସେଣ୍ଟରକୁ ଯାଇଥିଲେ ମୋଦି। ସେଠାରେ ବୈଜ୍ଞାନିକମାନଙ୍କୁ ଭେଟିବା ଅବସରରେ ମୋଦି ବେଶ୍‌ ଭାବୁକ ହୋଇ ଯାଇଥିଲେ। ଏହି ଅବସରରେ ସେ ପୂରା ଚନ୍ଦ୍ରଯାନ ମଡେଲକୁ ଦେଖିବା ସହ ସବିଶେଷ ଭାବେ ତଥ୍ୟ ଆହରଣ କରିଥିଲେ।

ଏହାପରେ ସେ ଇସ୍ରୋ ବୈଜ୍ଞାନିକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କହିଥିଲେ ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି। ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା। ସବୁ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ ଜଣାଇ ବେଶ୍‌ ଭାବବିହ୍ୱଳ ହୋଇପଡ଼ିଲେ ମୋଦି। ଏହି ଅବସରରେ ଜୟବିଜ୍ଞାନ, ଜୟ ଅନୁସନ୍ଧାନର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ । ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ ଓ ଲଢୁଆ ଭାରତ । ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ ବୋଲି କହିଛନ୍ତି ମୋଦି ।

ଏହି ଅବସରରେ ବୈଜ୍ଞାନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଭାରତ ଏବେ ଚନ୍ଦ୍ରରେ ପହଞ୍ଚି ଯାଇଛି। ଏହାପଛରେ  ଆପଣମାନଙ୍କ ଧୈର୍ଯ୍ୟ ସାମର୍ଥ୍ୟ, ତପସ୍ୟା ଥିବା ବେଳେ ତାହା ସମ୍ମୁଖରେ ମୁଁ ନତମସ୍ତକ ହେଉଛି।  

ଗତ ବୁଧବା ଚନ୍ଦ୍ରୟାନ-୩ ସଫ୍ଟଲ୍ୟାଣ୍ଡିଂ ବେଳେ ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରୁ ଭର୍ଚୁଆଲ୍‌ ମୋଡ୍‌ରେ ମିଶନ ଅପରେସନ କଂପ୍ଲେକ୍ସ ସହ ଯୋଡ଼ି ହୋଇଥିଲେ। ଏଥିସହ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।

Friday, August 25, 2023

ଦିଲ୍ଲୀ ସର୍ଭିସ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ

 COASTAL NEWS Odia 495

ଦିଲ୍ଲୀ ସର୍ଭିସ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ



ଦେଶର ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ସର୍ଭିସ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ। ନିକଟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଏହା ଆଇନରେ ପରିଣତ ହୋଇଛି।

ଏବେ ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ମୂଳ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ସଂଶୋଧିତ ଆବେଦନ ଉପରେ ଜବାବ ରଖିବାକୁ କହିଛନ୍ତି।

ପ୍ରଥମେ ଦିଲ୍ଲୀ ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶରେ ଥିବା ବ୍ୟବସ୍ଥାଗୁଡ଼ିକୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଶୁଣାଣି କରୁଛନ୍ତି।

ଏସବୁ ଭିତରେ କେନ୍ଦ୍ର ସରକାର ଅଧ୍ୟାଦେଶ ବଦଳରେ ବିଲ୍‌ ସଂସଦରେ ପାରିତ କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଆଇନରେ କିଛି ନୂଆ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ସିଙ୍ଘଭୀ ମୂଳ ଆବେଦନରେ ସଂଶୋଧନ କରିବା ପାଇଁ ଅନୁମତି ମାଗିଥିଲେ।

ଏହାକୁ ଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ସଂଶୋଧନ ଆବେଦନ ଉପରେ କେନ୍ଦ୍ର ସରକାର ମଧ୍ୟ କୌଣସି ପ୍ରକାରର ଆପତ୍ତି ଉଠାଇ ନଥିଲେ। ସୁପ୍ରିମକୋର୍ଟ ଏଥିସହ କେନ୍ଦ୍ର ସରକାରଙ୍କୁ ସଂଶୋଧିତ ଆବେଦନ ଉପରେ ଜବାବ ରଖିବାକୁ ୪ ସପ୍ତାହ ସମୟ ମଧ୍ୟ ଦେଇଛନ୍ତି।

ନିକଟରେ ସଂସଦରେ କେନ୍ଦ୍ର ସରକାର ଆଣିଥିବା Government of National Capital Territory of Delhi (Amendment) Bill 2023 ପାରିତ ହୋଇଥିଲା। ଏହା ଦିଲ୍ଲୀ ସର୍ଭିସ ବିଲ୍‌ ନାଁରେ ପରିଚିତ।

ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ

 COASTAL NEWS Odia 994

ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ 



 

ନୂଆଦିଲ୍ଳୀ : ଗ୍ରୀସ୍ ରାଷ୍ଟ୍ରପତି ଶ୍ରୀମତୀ କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।

ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା । ତାରାର ସମ୍ମୁଖ ପାର୍ଶ୍ୱରେ ଦେବୀ ଏଥେନାଙ୍କ ମୁଣ୍ଡକୁ “କେବଳ ସତ୍‍ପୁରୁଷମାନଙ୍କୁ ସମ୍ମାନ ଦିଆଯିବା ଉଚିତ” ଲେଖା ସହିତ ଚିତ୍ରିତ କରାଯାଇଛି । ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରନ୍ତି, ଯେଉଁମାନେ ସେମାନଙ୍କର ଉଲ୍ଲେଖନୀୟ ପଦବୀ କାରଣରୁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଥାନ୍ତି ।

ପ୍ରଶଂସାପତ୍ରରେ କୁହାଯାଇଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ଭାରତୀୟ ବନ୍ଧୁମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଗସ୍ତ ଅବସରରେ ଗ୍ରୀକ୍ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିଛି, ଯିଏ କି ନିଜ ଦେଶର ବିଶ୍ୱସ୍ତରୀୟ ପହଞ୍ଚକୁ ନିରନ୍ତର ପ୍ରୋତ୍ସାହନ ଦେଇଛନ୍ତି ଏବଂ ଯିଏ ଭାରତର ଅର୍ଥନୈତିକ ପ୍ରଗତି ଏବଂ ସମୃଦ୍ଧି ପାଇଁ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଦେଶରେ ସାହସିକ ସଂସ୍କାର ଆଣିଛନ୍ତି । ଜଣେ ରାଷ୍ଟ୍ରନେତା ଯିଏ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନକୁ ଅନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି ।

ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ଗ୍ରୀକ୍-ଭାରତ ବନ୍ଧୁତାକୁ ରଣନୀତିକ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ଅବଦାନକୁ ମଧ୍ୟ ସ୍ୱୀକୃତି ମିଳିଛି । ପ୍ରଧାନମନ୍ତ୍ରୀ ଗ୍ରୀସର ରାଷ୍ଟ୍ରପତି ଶ୍ରୀମତୀ କାଟେରିନା ସାକେଲାରୋପୋଉଲୁ, ଗ୍ରୀସ ସରକାର ଏବଂ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା

 COASTAL NEWS Odia 493

5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା



ବ୍ରହ୍ମପୁର- 5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା। ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।  

ବ୍ରହ୍ମପୁର ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଛନ୍ତି ଶତାଧିକ ବିଜେଡି କର୍ମୀ। କୌଣସି ପରିସ୍ଥିତିରେ ବି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବନି ବୋଲି ସେମାନେ ଚେତାବନୀ ଦେଇଛନ୍ତି।

୫ଟି ସଚିବ ଭି.କେ ପାଣ୍ଡିଆନ ଆଜିଠୁ ତିନି ଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି। ୫ଟି ସଚିବ ଗଞ୍ଜାମ ଯିବା ବେଳେ ମୁଁ ବି ମୋ’ ନିର୍ବାଚନ ମଣ୍ଡଳୀକୁ ଯିବି ବୋଲି ଗତ ୧୫ ତାରିଖରେ ସୂଚନା ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେଣୁ ଆଜି ସେ ବ୍ରହ୍ମପୁରମୁହାଁ ହୋଇଥିବା ବେଳେ ଲାଞ୍ଜିପଲ୍ଲୀ ଛକଠାରେ ତାଙ୍କୁ ଶତାଧିକ ବିଜେଡି କର୍ମୀ ଅଟକାଇଛନ୍ତି। ଫଳରେ ଲାଞ୍ଜିପଲ୍ଲୀ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।

ଲାଞ୍ଜିପଲ୍ଲୀ ରାସ୍ତାରେ ପୁଲିସ୍‌ ଉପସ୍ଥିତିରେ ୨ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଜଣେ ଯୁବକ ପ୍ରଦୀପ ପାଣିଗ୍ରାହୀଙ୍କ କାର୍‌ ବନେଟ ଉପରେ ଚଢ଼ି ଯାଇଥିଲେ। ଏହାକୁ ନେଇ ଉଚ୍ଚବାଚ ହୋଇଥିଲା। ଏପରିକି କିଛି ଉତ୍ତ୍ୟକ୍ତ ଲୋକେ ପ୍ରଦୀପ ପାଣିଗ୍ରାହୀଙ୍କୁ ଠେଲାପେଲା କରିଥିବା ଜଣାଯାଇଛି।



ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି

 COASTAL NEWS Odia 492

ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି



ଭୁବନେଶ୍ବର - ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି। ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଅଗଷ୍ଟ ୨୩ ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୭ଶହ ପାର କରିସାରିଛି। ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁର ହଟସ୍ପଟ୍‌ ପାଲିଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୩୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ସ୍ଥିତ ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ ଡେଙ୍ଗୁ ଚିହ୍ନଟ କରାଯାଇଥିବା ଆଚାର୍ଯ୍ୟ ବିହାରରୁ ୧୦୫, ଜୟଦେବ ବିହାରରୁ ୬୬, ୟୁନିଟ୍‌ ୯ରୁ ୫୯, ସହିଦ ନଗରରୁ ୫୬, ୟୁନିଟ୍ ୪ରୁ ୫୦ ଓ ସତ୍ୟନଗରରୁ ୪୯ ଜଣ ଡେଙ୍ଗୁ ରୋଗୀ ଚହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୭୦, ବାଲେଶ୍ୱରରୁ ୨୪୮, କଟକରୁ ୧୭୩ ଓ ଜଗତସିଂହପୁରରୁ ୧୫୬ଜଣ ରୋଗୀ ଚିହ୍ନଟ କରାଯାଇଛି।

ପ୍ରତିଦିନ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ୬୦୦ରୁ ୮୦୦ ରକ୍ତ ନମୂନା ପରୀକ୍ଷା କରାଯାଉଥିବା ବେଳେ ସେଥିରୁ ୭୦ରୁ ୮୦ ପିଜିଟିଭ ଚିହ୍ନଟ ହେଉଛନ୍ତି। ଏଯାବତ୍ ରାଜ୍ୟରେ ୪୦ହଜାର ୬୧୭ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଗତବର୍ଷ ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୮୪୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତବର୍ଷ  ତୁଳନାରେ ଚଳିତ ବର୍ଷ୫୦ ପ୍ରତିଶତ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର କାରଣ ପାଲଟିଛି। ଡେଙ୍ଗୁ ସ୍ଥିତି ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ଏହାସହ ସିଏଚସି ଗୁଡ଼ିକରେ ୧୦ଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ରହିବ ବୋଲି  ନିଷ୍ପତ୍ତି ନିଆଯାଇଛି। 

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...