AFFILIATE MARKETING

https://binomo.com?a=90810425bb57&t=0

Wednesday, July 26, 2023

ମୁଁ ଆଇଆଇସିଙ୍କ ସ୍ୱାମୀ।

 ମୁଁ ଆଇଆଇସିଙ୍କ ସ୍ୱାମୀ



ମୁଁ ଆଇଆଇସିଙ୍କ ସ୍ୱାମୀ। ହାଇଦର ଗ୍ୟାଙ୍ଗ ସହ ବସଉଠ କରୁଛି। ଏପରି କହି ଏକ ଘରୋଇ ଟ୍ୟୁଟୋରିଆଲର ୨ ଅଧ୍ୟାପକ ପ୍ରାୟ ୨୦ ଛାତ୍ରଙ୍କୁ ସାମାନ୍ୟ ଗଣ୍ଡଗୋଳ ପାଇଁ ନିର୍ଧୂମ ଗୋରୁଗାଇ ପରି ପିଟିଛନ୍ତି। ଏଥିଯୋଗୁ ବହୁ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବହୁ ଜଣ ଅସୁସ୍ଥ ଅବସ୍ଥାରେ ଘରେ ରହିଛନ୍ତି। ନୟାଗଡ଼ ଜିଲ୍ଲା ତୁଳସୀପୁରସ୍ଥିତ ଏକ ଯୁକ୍ତ-୨ ଟ୍ୟୁଟୋରିଆଲର ୨ ଅଧ୍ୟାପକ କିଛି ଛାତ୍ରଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର କରିଛନ୍ତି।


ଅଭିଯୋଗ ଅନୁଯାୟୀ, ଗତ ସୋମବାର ରାତିରେ ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଗତିଶ୍ଵର ଟିୟୁଟୋରିଆଲ ହଷ୍ଟେଲରେ ଥିବା କିଛି ଛାତ୍ରଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଖବର ପାଇ ଗତକାଲି କେମେଷ୍ଟ୍ରୀ ଓ ବଟନୀର ୨ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଓ ଦିଲ୍ଲୀପ କୁମାର ମହାନ୍ତି ହଷ୍ଟେଲରେ ପହଞ୍ଚିଥିଲେ। ସେମାନେ ପିଲାଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରିବର୍ତ୍ତେ ପ୍ରାୟ ୨୦ ଛାତ୍ରଙ୍କୁ ପ୍ରଥମେ ଆଣ୍ଠେଇ ଦେଇଥିଲେ। ଏହାପରେ ବେତରେ ସେମାନଙ୍କୁ ନିର୍ଘାତ ପିଟି ଚାଲିଥିଲେ। ଏଥିଯୋଗୁ ବହୁ ପିଲାଙ୍କ ଶରୀରରେ ମାଡ଼ ଦାଗର ଚିହ୍ନ ରହିଛି।


ଏ ସମ୍ପର୍କରେ ବାହାରେ ପ୍ରଘଟ ନ କରିବାକୁ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ପିଲାମାନଙ୍କୁ ଧମକ ଦେଇଥିଲେ। ମୋ’ ସ୍ତ୍ରୀ ଆଇଆଇସି, ମୁଁ ହାଇଦର ଗ୍ୟାଙ୍ଗ ସହ ବସଉଠ କରିବା ସହ ଖିଆପିଆ ବି କରୁଛି। ତେଣୁ ମୋର କିଛି କରି ପାରିବନି ବୋଲି ସେ ଛୋଟ ଛୋଟ ପିଲାଙ୍କୁ ଧମକ ଦେଇଥିଲେ। ଏପରିକି ବାହାରେ ପ୍ରଘଟ କଲେ ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ବି ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧମକ ଦେଇଥିଲେ।


ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତୁରନ୍ତ ଅଧ୍ୟାପକ ଲକ୍ଷ୍ମୀଧର ଦାଶଙ୍କୁ ଗିରଫ କରିଥିବା ବେଳେ ସଙ୍ଗେ ସଙ୍ଗେ ସେ ଜାମିନରେ ବାହାରି ଆସିଛନ୍ତି। କିନ୍ତୁ ଅନ୍ୟ ଜଣେ ଏବେ ବି ଫେରାର ଅଛନ୍ତି।


ଏଥିସହ କିଛି ପିଲାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି।

ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି l - ରାଷ୍ଟ୍ରପତି

 ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି l - ରାଷ୍ଟ୍ରପତି 




ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।


ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି। 


ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 


ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ମ୍ୟୁଜିୟମ ଅଫ୍‌ ଜଷ୍ଟିସ ପରିଦର୍ଶନ କରିଛନ୍ତି। ଏହାପରେ ସେ ହାଇକୋର୍ଟରେ ମଧ୍ୟାହ୍ନ ଭୋଜନ କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।


୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ରାତିରେ ରାଜ୍ୟପାଳ ଭବନରେ ରାତ୍ରୀ ଯାପନ କରିଥିବା ରାଷ୍ଟ୍ରପତି ଆଜି ସକାଳେ ସଡ଼କ ପଥରେ ଭୁବନେଶ୍ୱରରୁ କଟକରେ ପହଞ୍ଚିଥିଲେ। ଏହାପରେ ସେ ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯାଇଥିଲେ । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିଥିଲେ। ଏହାପରେ ସେ ଶୈଳବାଳା ମହାବିଦ୍ୟାଳୟୟ ଓ କଟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢାଉ

 ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢାଉ




ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କିଶୋରଙ୍କ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା ବିଶିଷ୍ଟ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଭିଜିଲାନ୍ସ ଅଧିକାରୀ ଏକ କାଳୀନ ଚଢ଼ାଉ କରିଛନ୍ତି।


ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍‌ ଥିବା ଜଣାପଡ଼ିଛି। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ  ହୋଇଯାଇଛନ୍ତି। କୋରାପୁଟ ଓ ଜୟପୁର ଡିଭିଜନର ଭିଜିଲାନ୍ସର ୩୦ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।


କିଶୋର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ତଦନ୍ତ କରି ଆଜି ସକାଳେ କିଶୋରଙ୍କ ଘରେ ଚଢ଼ାଉ କରିଥିଲେ।

କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବିରତ୍ୱକୁ ମନେ ପକାଉଛି ସାରାଦେଶ

 କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବିରତ୍ୱକୁ ମନେ ପକାଉଛି ସାରାଦେଶ



 

ନୂଆଦିଲ୍ଲୀ -ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।


ମେ’ ୨୬ରେ ଭାରତୀୟ ବାୟୁସେନା ଏହାର ଅପରେସନ୍‌ ‘ସଫେଦ ସାଗର’ ଆରମ୍ଭ କରିଥିଲା। ଏଥିରେ ବାୟୁସେନାର ମିଗ୍‌-୨୧, ମିଗ୍‌-୨୭ ଓ ମିରେଜ୍‌-୨୦୦୦ ବିମାନଗୁଡ଼ିକ ଶତ୍ରୁସେନା ଉପରେ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିଲେ । ଏପରିକି ପାକିସ୍ତାନରେ ପଶି ବୋମା ନିକ୍ଷେପ କରିବାକୁ ମଧ୍ୟ ବାୟୁସେନା ଯୋଜନା କରିଥିଲା । ମାତ୍ର ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ଏନ୍‌ଡିଏ ସରକାର କୌଣସି ପରିସ୍ଥିତିରେ ବି ଭାରତୀୟ ବିମାନଗୁଡ଼ିକ ନିୟନ୍ତ୍ରଣ ରେଖା ନଡେଇଁବା ପାଇଁ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏ ଵାଇ ଟିପନିସ୍‌ଙ୍କୁ ପରାମର୍ଶ କରିଥିଲେ । ଏଥି ସହିତ ଯୁଦ୍ଧ ବେଳେ ନିୟନ୍ତ୍ରଣ ରେଖା ଡେଇଁବାକୁ ବାୟୁସେନା ଚାହିଥିଲା ବେଳେ ତାହାକୁ ମଧ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ।


ଭାରତୀୟ ନୌସେନା ମଧ୍ୟ ଅପରେସନ ‘ତଲଵାର’ ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନୀ ବନ୍ଦର ବିଶେଷ କରି କରାଚିକୁ ତୈଳ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା। ଏପରିକି ନୌସେନାର ପୂର୍ବତଟ ଓ ପଶ୍ଚିମତଟ ବାହିନୀ ଆରବ ସାଗରରେ ପଇଁତରା ମାରି ପାକିସ୍ତାନର ଯାବତୀୟ ବାଣିଜ୍ୟପଥ ବନ୍ଦ କରିଦେବାକୁ ଧମକାଇଥିଲା। ଏଥିରେ ଆମେରିକା ହସ୍ତକ୍ଷେପ କରିବାକୁ ପାକିସ୍ତାନ ଅନୁରୋଧ କରିଥିବା ବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ତାହା ପ୍ରତ୍ୟାଖ୍ୟାନ କରିବା ସହ ନିୟନ୍ତ୍ରଣ ରେଖା ନିକଟରୁ ନିଜ ସୈନ୍ୟଙ୍କୁ ଫେରାଇନେବା ଲାଗି ପାକିସ୍ତାନକୁ ପରାମର୍ଶ କରିଥିଲେ। ଜୁଲାଇ ୨୬ରେ ଭାରତୀୟ ସେନା କାର୍ଗିଲ୍‌ରେ ପାକିସ୍ତାନ ନିର୍ମିତ ଘାଟିଗୁଡ଼ିକ ଧ୍ବଂସ କରି ବିଜୟ ହାସଲ କରିଥିଲେ । ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୩୫୭ରୁ ୪୫୩ ଭିତରେ ସୈନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।

୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ନନ୍ଦନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

 ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ନନ୍ଦନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।



ଭୁବନେଶ୍ବର - ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି।


ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ନନ୍ଦନକାନନ ଆସିଛନ୍ତି। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଥିଲେ। ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।


ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍‌ର ମିଳନରୁ ଜନ୍ମଲାଭ କରିଥିଲା।

କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


 


ଭୁବନେଶ୍ବର : କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡ଼ା ସୁରକ୍ଷା ମଧ୍ୟରେ ରାଜଭବନରୁ ରାଷ୍ଟ୍ରପତିଙ୍କ କାରକେଡ଼ ବାହାରି ନଖରା ଅତିକ୍ରମ କରିଛି। ସଡ଼କ ପଥରେ ଯାଉଥିବାରୁୁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କୁ ଦେଖିବାରୁ କଟକର ଗଳିକନ୍ଦି ଚଳଚଞ୍ଚଳ ହୋଇପଡ଼ିଛି l

୪ଦିନ ନିଖୋଜ ଥିବା ବୃଦ୍ଧଙ୍କୁ କୁମ୍ଭୀର ପେଟରୁ ଉଦ୍ଧାର କରାଗଲା

 ୪ଦିନ ନିଖୋଜ ଥିବା ବୃଦ୍ଧଙ୍କୁ କୁମ୍ଭୀର ପେଟରୁ ଉଦ୍ଧାର କରାଗଲା




 

ନୂଆଦିଲ୍ଲୀ: ମାଲେସିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣ‌ା ସାମ୍ନାକୁ ଆସିଛି। ଏଠାରେ ଏକ କୁମ୍ଭୀର ଜଣେ ବୃଦ୍ଧଙ୍କୁ ଗିଳି ଦେଇଥିଲା। ବୃଦ୍ଧ ନିଖୋଜ ଥିବା ଜଣାପଡ଼ିବା ପରେ ତାଙ୍କୁ ପରିବାରଲୋକେ ଅନେକ ଖୋଜାଖୋଜି କରିଥିଲେ। ଏମିତି କି ପୁଲିସରେ ବି ଖବର ଦେଇଥିଲେ।  ଶେଷରେ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିବା କୁମ୍ଭୀର ପେଟ ଦେଖି ଲୋକଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଜୁଲାଇ ୨୨ ତ‌ାରିଖ ଦ୍ବିପହର ୩ଟା ସମୟରେ ଉକ୍ତ କୁମ୍ଭୀରକୁ ଗୁଳି କରାଯାଇଥିଲା।


କୁମ୍ଭୀରର ମୃତ୍ୟୁ ପରେ ପୁଲିସ, ସ୍ଥାନୀୟଲୋକେ ଓ ନିଖୋଜ ବୃଦ୍ଧଙ୍କ ପରିବାରଲୋକ ଉପସ୍ଥିତିରେ ତାର ପେଟ କଟା ଯାଇଥିଲା। କୁମ୍ଭୀର ପେଟରୁ ମଣିଷ ଶରୀର ଯେଉଁ ଅଂଶ ବ‌ାହାରିଥିଲା ପରିବାର ଲୋକେ ତାହାକୁ ଆଦି ବଙ୍ଗସାଙ୍କ ବୋଲି ଚିହ୍ନଟ କରିଥିଲେ। ବଙ୍ଗସାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଦେଖି ପରିବାରଲୋକ ‌କୋହ ସମ୍ଭାଳି ପାରି ନଥିଲେ। ବୃଦ୍ଧଙ୍କୁ ଗିଳି ଦେଇଥିବା କୁମ୍ଭୀର ଓଜନ ୧୨୬କିଲୋ ଓ ଲମ୍ବ ୧୪ଫୁଟ ରହିଥିବା ଜଣାପଡ଼ିଥିଲା।


କୁହାଯାଉଛି କି, ବୃଦ୍ଧ ଘଟଣା ଘଟିବାର ୪ଦିନ ପୂର୍ବରୁ ତାଙ୍କ ଚାଷ ଜମିକୁ ଯାଇଥିଲେ। ବର୍ଷା ହେତୁ ସେଠାରେ ପାଣି ଜମି ରହିଥିଲା। ଏହି ପାଣି ଭିତରେ ବୋଧ ହୁଏ ଉକ୍ତ କୁମ୍ଭୀର ଲୁଚି ରହିଥିଲା। ଯେମିତି ହିଁ ବଙ୍ଗସା ଚା‌ଷ ଜମି ଭିତରେ ପଶିଥିଲେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି। ଲୋକେ ନିଜନିଜ ଚାଷ ଜମିକୁ ଯିବା ପାଇଁ ଭୟ କରୁଛନ୍ତି।

ଉପକୂଳ ଜିଲ୍ଲାରେ ବି ପହଞ୍ଚିଲାଣି ଗୁଣିଗାରେଡି ସନ୍ଦେହ।

 ଉପକୂଳ ଜିଲ୍ଲାରେ ବି ପହଞ୍ଚିଲାଣି ଗୁଣିଗାରେଡି ସନ୍ଦେହ।




ପଟ୍ଟମୁଣ୍ଡାଇ - କେବଳ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ, ଉପକୂଳ ଜିଲ୍ଲାରେ ବି ପହଞ୍ଚିଲାଣି ଗୁଣିଗାରେଡି ସନ୍ଦେହ। ପୂର୍ବରୁ ନିରୀହ ଆଦିବାସୀଙ୍କ ମନରେ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଗୁଣିଗାରେଡି ସନ୍ଦେହ ବସା ବାନ୍ଧି ରହୁଥିବା ବେଳେ, ଏବେ ଉପକୂଳ ଜିଲ୍ଲାବାସୀ ବି ଏହାର ଜାଲରେ ଫସି ଯାଉଛନ୍ତି। ଫଳରେ ଅକାରଣେ ହେଉଛି ରକ୍ତପାତ, ଗଡ଼ୁଛି ମୁଣ୍ଡ । ଆଉ ଉଜୁଡ଼ି ଯାଉଛି ପରିବାର।


ଗୁଣିଗାରେଡି ସନ୍ଦେହରୁ ଏପରି ଏକ ଲୋମଟାଙ୍କୁରା ଓ ବୀଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବନ୍ତୋପାଟଣା ହରନାବେବି ଗ୍ରାମରେ ଦେଖିବାକୁ ମିଳିଛି। ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହରନାବେବି ଗ୍ରାମର ମଣି ଚରଣ ସାହୁଙ୍କ ଜୀବନ ନେଇ ଯାଇଛନ୍ତି ପଡ଼ୋଶୀ। ଗତ ୨ ଦିନ ହେବ ଏହି ଘଟଣା ଘଟିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପ୍ରମାଣ ସଂଗ୍ରହ କରି ନ ଥିବାରୁ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି ମୃତକଙ୍କ ପରିବାର।


ମଣି ଚରଣ ସାହୁଙ୍କର ନିଜ ପଡ଼ୋଶୀ ଅଜୁ ମହାରଣାଙ୍କ ସହ ଦୀର୍ଘ ଦିନ ହେବ ଭଲ ସମ୍ପର୍କ ନ ଥିଲା। ଉଭୟ ପରିବାର ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ମଣି ଚରଣ ଚାଷ ବାସ କରିବା ସହ ଗାଁରେ ଝଡ଼ାଫୁଙ୍କା କରିଥାନ୍ତି। ତାଙ୍କର ୨ ଝିଅ ବାହା ହୋଇ ଯାଇଥିବା ବେଳେ ଏକ ବଖରିଆ ଘରେ ବୁଢ଼ି ମା’, ପତ୍ନୀ ଓ ଏକ ୧୨ ବର୍ଷର ପୁଅ ସହ ସେ ରହୁଥିଲେ। 


ଗତ ରବିବାର ରାତିରେ ଅଜୁ ମହାରଣାଙ୍କ ପରିବାର ଲୋକେ ଉଠିଥିବା ବେଳେ ବାଡ଼ି ପଟେ କେହି ଚାଲି ଯାଉଥିବା ଦେଖିବାକୁ ପାଇଥିଲେ । ମଣି ଚରଣ ତାଙ୍କ ବାଡ଼ିପଟେ ଗୁଣିଗାରେଡି କରି କିଛି ରଖିଥିବା ସେମାନେ ସନ୍ଦେହ କରିଥିଲେ।


ଏହାପରେ ଅଜୁ ମହାରଣା ଓ ତାଙ୍କ ୨ ପୁଅ ବିପିନି ଓ ଗୁନୁଆ ଶାବଳ ଧରି ମଣି ଚରଣଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ସେହି ସମୟରେ ଅଜୁ ମହାରଣା ଓ ତାଙ୍କ ଦୁଇ ପୁଅ ଶାବଳରେ ମଣି ଚରଣଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ମଣିଙ୍କୁ ଛାଡ଼ି ଦେବାକୁ ପରିବାର ଲୋକେ କାକୁତି ମୀନତି ହୋଇଥିଲେ ବି ସେମାନେ ଶୁଣି ନ ଥିଲେ।


ମଣି ଚରଣଙ୍କ ଅବସ୍ଥା ଗୁରୁତର ହେବା ସହ ପ୍ରବଳ ରକ୍ତପାତ ହେବାରୁ ଅଭିଯୁକ୍ତ ବାପପୁଅ ଘଟଣାସ୍ଥଳରୁ ପଳାଇଥିଲେ। ଏହାପରେ ମଣି ଚରଣଙ୍କୁ ପରିବାର ଲୋକେ ପ୍ରଥମେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ ତା’ ପରେ କଟକ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧନ ଅବସ୍ଥାରେ ଗତକାଲି ସେ ଆଖି ବୁଜିଥିଲେ। 


ଇତି ମଧ୍ୟରେ ଘଟଣାକୁ ୨ ଦିନ ବିତିବାକୁ ବସିଥିବା ବେଳେ ପୁଲିସ୍‌ ଥରେ ଘଟଣାସ୍ଥଳକୁ ଯାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ର ଦେଖା ମିଳିନି। ଅପରପକ୍ଷେ, ଘରେ ରକ୍ତର ଛିଟା ଲାଗିଥିବାରୁ ସାଇଣ୍ଟିଫିକ୍‌ ଟିମ୍‌ ପ୍ରମାଣ ସଂଗ୍ରହ ନ କରିବା ପର୍ଯ୍ୟନ୍ତ ଘରେ ପଶିବାକୁ ପରିବାର ଲୋକଙ୍କୁ ବାରଣ କରିଛି ପୁଲିସ୍‌। ଫଳରେ ଖରା, ବର୍ଷାରେ ଅଖିଆ, ଅପିଆ ସେମାନେ ଅତି ଦୟନୀୟ ଅବସ୍ଥାରେ ବାହାରେ ପଡ଼ି ରହିଛନ୍ତି।


ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ୍‌ର ନିଷ୍କ୍ରିୟତା ଓ ଖାମଖିଆଲି ମନୋଭାବ ଯୋଗୁ ଅଭିଯୁକ୍ତ ବାପପୁଅ ୩ ଜଣ ଫେରାର ହେବାରେ ସକ୍ଷମ ହୋଇଥିବା ଅଭିଯୋଗ ହେଉଛି। ଏଥିସହ ତାଙ୍କ ପରିବାରର ମହିଳାମାନେ ବି କେଉଁଆଡେ ପଳାଇଥିବା ବେଳେ ଘରେ ଏବେ ତାଲା ଝୁଲୁଛି। ପୁଲିସ୍ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଭିଯୁକ୍ତଙ୍କୁ କାବୁ କରିବାକୁ ସକ୍ଷମ ହୋଇଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।


ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଗତ ୮ ଦିନରେ ୨ଟି ହତ୍ୟାକାଣ୍ଡ ଘଟି ସାରିଥିବା ବେଳେ ପୁଲିସ୍‌ ଏଗୁଡ଼ିକୁ ଗୁରୁତ୍ୱ ଦେଇ ତଦନ୍ତ କରୁଥିବା ଭଳି ଲାଗୁ ନଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ



ଭୁବନେଶ୍ୱର-ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୫ଟା ୫୯ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନନ୍ଦରରେ ପୂର୍ବରୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର, ମୁଖ୍ୟ ଶାସନ ସିଚବ ଏବଂ ପୁଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।


ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନ ଅଭିମୁଖେ ଆସିଥିଲା। ତେବେ ଆସିବା ବେଳେ ବାଟରେ ସେ ଗାଡ଼ିରୁ ଓହ୍ଲାଇ ପାରମ୍ପରିକ ନାଚଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଥିବା ଲୋକଙ୍କୁ ଭେଟିଥିଲେ। ପରେ ରାଜଭବନରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍।


ରାଷ୍ଟ୍ରପତି ଆଜି ରାଜଭବନରେ ବିଶ୍ରାମ କରିବା ସହ ରାତ୍ରୀଯାପନ କରିବେ। ଏହି ସମୟରେ ସେ ରାଜଭନରେ ଅତୁଟ ବନ୍ଧନ ପରିବାର ସହ ଭାବ ବିନିମୟ କରିବେ।


ଆସନ୍ତାକାଲି ସେ କଟକ ଯିବେ। କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏଠାରେ କାଲି ଦିନ ତମାମ ରହିବେ। ଆସନ୍ତାକାଲି ସକାଳ ୮ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରୁ କଟକ ନରାଜ ପର୍ଯ୍ୟନ୍ତ ଆକାଶ ପଥରେ ଯିବେ। ସେଠାରୁ ତାଙ୍କ କାରକେଡ୍ ସିଧା ପହଞ୍ଚିବ କଟକ ଚଣ୍ଡୀ ମନ୍ଦିରରେ। ଏଠାରେ ପ୍ରାୟ ୧୫ ମିନିଟ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବ। ପରେ ନେତାଜୀଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି।


୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ଏଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।


ସେହିଭଳି ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ।

Tuesday, July 25, 2023

ଗୁଣି ଗାରେଡି ସନ୍ଦେହରେ ଗଡ଼ିଲା ମୁଣ୍ଡ

 ଗୁଣି ଗାରେଡି ସନ୍ଦେହରେ ଗଡ଼ିଲା ମୁଣ୍ଡ



ସମ୍ବଲପୁର - ଗୁଣି ଗାରେଡି ସନ୍ଦେହରେ ଗଡ଼ିଲା ମୁଣ୍ଡ । ଜଣେ ନିରୀହ ଆଦିବାସୀଙ୍କୁ ବାଡେଇ ବାଡ଼େଇ ପଡ଼ୋଶୀ ଜୀବନ ନେଇଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରାଣ ବିକଳରେ ରାତିରେ ଜଙ୍ଗଲରେ ଦୌଡ଼ି ଦୌଡ଼ି ଯାଇ ନିଜ ଜୀବନ ରକ୍ଷା କରି ପାରିଛନ୍ତି। ଏପରି ଏକ ଲୋମଟାଙ୍କୁରେ ଘଟଣା ସମ୍ବଲପୁର ଜିଲ୍ଲା, କିସିଣ୍ଡା ଥାନା ଡିମିରିକୁଦା ଗାଁରେ ଘଟିଛି। ମୃତକ ହେଲେ ଶୁକ୍ରୁ ମାଝୀ ।


ଡିମିରିକୁଦା ଗାଁର ସଞ୍ଜୁ ମାଝୀଙ୍କ ୪ ବର୍ଷ ର ପୁଅର ଦେହ କିଛିଦିନ ହେବ ବାରମ୍ବାର ଖରାପ ରହୁଥିବା ବେଳେ ଶେଷରେ ସେ ଆଖି ବୁଜିଥିଲା। ତେବେ ସଞ୍ଜୁଙ୍କ ପୁଅର ମୃତ୍ୟୁର କାରଣ ସେହି ଗାଁର ଶୁକ୍ରୁ ମାଝୀ ବୋଲି ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏହାକୁ ନେଇ ସଞ୍ଜୁ ମାଝୀ ପରିବାର ସହ ଶୁକ୍ରଙ୍କର ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା ।


ଏହି କାରଣକୁ ନେଇ ଗତ କାଲି ବିଳମ୍ବିତ ରାତିରେ ସଞ୍ଜୁ ମାଝୀ ସହ ଅନ୍ୟ ୪ ଜଣ ମିଶି କାଠ ଫାଳିଆ ଓ ଟାଙ୍ଗିଆ ଧରି ଶୁକ୍ରୁ ମାଝୀଙ୍କ ଘରେ ପଶି ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ତାପରେ ଶୁକ୍ରୁଙ୍କ ସ୍ତ୍ରୀ ରତନୀ ମାଝୀଙ୍କୁ ମଧ୍ୟ ସେମାନେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ରାତାରାତି ସେ ଜଙ୍ଗଲିଆ ରାସ୍ତାରେ ଦୌଡ଼ି ଦୌଡ଼ି ହତ୍ୟାକାରୀଙ୍କ କବଳରୁ ଖସି ଆସିଥିଲେ । ଏହାପରେ ସେ ଗାଁ ବାହାରେ ରାତିରେ ଆଶ୍ରୟ ନେଇଥିଲେ।


ଏନେଇ ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁଛି। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ସହ ତଦନ୍ତ ଚାଲିଛି ବୋଲି ରେଢ଼ାଖୋଲ ଏସଡିପିଓ କହିଛନ୍ତି ।

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ

 ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ 




ସମ୍ପତି ପାଇଁ ତୁଚ୍ଛ ହେଲା ରକ୍ତର ସମ୍ପର୍କ। ଯେଉଁ ବାପାମା’ ଛୋଟରୁ ବଡ଼ କରିଥିଲେ, ଯେଉଁ ଭଉଣୀ ସୁରକ୍ଷା ପାଇଁ ହାତରେ ରାକ୍ଷୀ ବାନ୍ଧିଥିଲା ସେମାନଙ୍କୁ ଜୀବନରୁ ମାରିବା ପାଇଁ ପଛାଇଲା ନାହିଁ ନୃଶଂସ ପୁଅ। ରାତିରେ ଶୋଇଥିଲା ବେଳେ ସମସ୍ତଙ୍କୁ କୁରାଢ଼ିରେ ହାଣି ପକାଇଲା। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ।


ଆହତମାନେ ହେଲେ ଗୁଡ଼ିଆଳି ଗ୍ରାମର ବାପା, ହେରେକୃଷ୍ଣ ରେଡ଼ୀ, ମାଆ ପ୍ରମିଳା ରେଡ଼ୀ, ଭାଇବୋହୂ ମାମା ରେଡ଼ୀ ଓ ଭଉଣୀ ଦୁଖୀଆମା ରେଡ୍ଡୀ। ସମସ୍ତେ ଗୋଟିଏ ପରିବାର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପାଣ୍ଡଵ ରେଡ଼ୀ ଓ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି।


ପାଣ୍ଡବଙ୍କ ସାନ ଭାଇ ଅନ୍ୟ ଜଣଙ୍କ ଘରକୁ ପୁଅ ହୋଇଯାଇ ରହିଥିଲେ। ହେଲେ ଏବେ ସେ ଆସି ନିଜ ବାପା ସମ୍ପତ୍ତିରେ ଭାଗ ନେବାକୁ ଦାବି କରିଥିଲେ। ହେଲେ ପାଣ୍ଡବ ସାନ ଭାଇକୁ ଭାଗ ଦେବାକୁ ରାଜି ନଥିଲେ।  ଯାହାକୁ ନେଇ ପରିବାରରେ ଝଗଡ଼ା ହୋଇଥିଲା।


ଗତକାଲି ରାତିରେ ପରିବାର ଲୋକେ ଶୋଇଥିଲା ବେଳେ ଏହି ସମୟରେ ପାଣ୍ଡଵ ଓ ତାଙ୍କ  ସ୍ତ୍ରୀ ପ୍ରଥମେ ବାପାମା’ଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ବାପାମା’ଙ୍କ ପାଟି ଶୁଣି ଭଉଣୀ ଦୁଖୀଆମା ଦୌଡ଼ି ଆସିଥିଲେ। ପାଣ୍ଡବ ମଧ୍ୟ ତାଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲେ। ପରେ ଭାଇବୋହୂ ମାମା ରେଡ଼ୀଙ୍କୁ ମଧ୍ୟ କୁରାଢ଼ି ଆକ୍ରମଣ କରି ଘଟଣାସ୍ଥଳରୁ ସ୍ୱାମୀ ଫେରାର ହୋଇଯାଇଥିଲେ।


ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଗ୍ରାମବାସୀମାନେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଗତକାଲି ରାତିରେ ପାଣ୍ଡବଙ୍କ ସାନ ଭାଇ ଘରେ ନଥିଲେ l

Monday, July 24, 2023

ବଦଳିଲା ଟ୍ବିଟର୍‌ର ଲୋଗୋ--- ନ୍ୟୁୟର୍କ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ଲୋଗୋ ବଦଳା ଯାଇଥିବା ଜଣାପଡ଼ିଛି। ଏଣିକି ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି। ପ୍ରକାଶ ଯେ, ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ। ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ। ଏବେ ଟ୍ୱିଟରର ୨ ଶହ ମିଲିୟନ ସକ୍ରିୟ ବ୍ୟବହାରକାରୀ ଅଛନ୍ତି।

 ବଦଳିଲା ଟ୍ବିଟର୍‌ର ଲୋଗୋ


 


ନ୍ୟୁୟର୍କ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ଲୋଗୋ ବଦଳା ଯାଇଥିବା ଜଣାପଡ଼ିଛି। ଏଣିକି ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି। ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ୍ ଭାବେ ବିକଶିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା କୁହାଯାଉଛି। ପ୍ରକାଶ ଯେ, ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କମ୍ପାନୀ ଗଢିଥିଲେ। ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ। ଏବେ ଟ୍ୱିଟରର ୨ ଶହ ମିଲିୟନ ସକ୍ରିୟ ବ୍ୟବହାରକାରୀ ଅଛନ୍ତି।

ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୋହୂକୁ ରକ୍ଷା କରିବାକୁ ଯାଇ ଶାଶୁ ମଧ୍ୟ ଖଣ୍ଡା ଚୋଟ ଖାଇଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତିଳାବାଡ଼ି ଗାଁରେ। ବୋହୂ ପ୍ରମିଳା ପ୍ରଧାନ ଓ ଶାଶୁ ରଜନୀ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖିଛି। ଶତ୍ରୁଘ୍ନ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ଶତ୍ରୁଘ୍ନ ଘରୁ ଖଣ୍ଡା ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ପ୍ରମିଳା ଦୌଡ଼ି ପଳାଇବାରୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଶାଶୁ ଦୌଡ଼ି ଆସି ବୋହୂକୁ ରକ୍ଷା କରିବାରୁ ଶତ୍ରୁଘ୍ନ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଶତ୍ରୁଘ୍ନଙ୍କୁ ଅଟକ ରଖିବା ସହ ଧାରୁଆ ଖଣ୍ଡାକୁ ଜବତ କରିଛି।

 ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।


ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୋହୂକୁ ରକ୍ଷା କରିବାକୁ ଯାଇ ଶାଶୁ ମଧ୍ୟ ଖଣ୍ଡା ଚୋଟ ଖାଇଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ନାୟଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ତିଳାବାଡ଼ି ଗାଁରେ। ବୋହୂ ପ୍ରମିଳା ପ୍ରଧାନ ଓ ଶାଶୁ ରଜନୀ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖିଛି।


ଶତ୍ରୁଘ୍ନ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ଶତ୍ରୁଘ୍ନ ଘରୁ ଖଣ୍ଡା ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ। ପ୍ରମିଳା ଦୌଡ଼ି ପଳାଇବାରୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଶାଶୁ ଦୌଡ଼ି ଆସି ବୋହୂକୁ ରକ୍ଷା କରିବାରୁ ଶତ୍ରୁଘ୍ନ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ।


ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଶତ୍ରୁଘ୍ନଙ୍କୁ ଅଟକ ରଖିବା ସହ ଧାରୁଆ ଖଣ୍ଡାକୁ ଜବତ କରିଛି।

ଆସନ୍ତାକାଲି ତିନିଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

 

ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।



ଆସନ୍ତାକାଲି ତିନିଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ସେଠାରୁ ରାଜଭବନ ଯିବେ।


ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।


୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।


ତିନିଦିନିଆ ମହାମହିଙ୍କ ଓଡ଼ିଶା ଗ୍ରସ୍ତ ନେଇ  କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଫାଇନାଲ ରିହରସିଆଲ କରାଯାଇଛି। ବିମାନବନ୍ଦରରୁ ରାଜଭବନ ପରେ ରାଜଭବନରୁ କାର୍ଯ୍ୟକ୍ରମ ସ୍ଥାନକୁ ଫୁଲ କାରକେଡ ରିହରସିଆଲ କରାଯାଇଛି।

ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ--- ଫୁଲବାଣୀ : କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ତାହା ଉପରେ କିଛି ତଥ୍ୟ ପ୍ରଦାନ କରାଯାଉନାହିଁ। ପ୍ରକାରାନ୍ତରେ ଏସବୁ ଚାଷ ସରକାରୀ ଜମିରେ କରାଯାଉଛି। ତାହା ରାଜସ୍ବ ବିଭାଗର ହେଉ ଅବା ଜଙ୍ଗଲ ବିଭାଗର। ଏହି ଦୁଇ ବିଭାଗର ଅଧିକାରୀ ସବୁ ଜାଣି ନୀରବ। କହିବାକୁ ଗଲେ ଗଂଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ ରହିଛି। ଜିଲାରେ ଗଞ୍ଜେଇ ମାଫିଆମାନେ ଖୁଲମ୍‌ଖୁଲା ସେମାନଙ୍କ ସାମ୍ରାଜ୍ୟ ଚଳାଉଛନ୍ତି। ଜିଲାରେ ପ୍ରତି ବ୍ଲକସ୍ତରର ଲୋକ ପ୍ରତିନିଧି, ବିଡିଓ, ତହସିଲଦାର, ଅବକାରୀ ବିଭାଗ ଓ ବନ ବିଭାଗକୁ ନେଇ ବିଭିନ୍ନ ସମୟରେ ଗଞ୍ଜେଇ ଚାଷ ରୋକିବାକୁ ପ୍ରୟାସ କରାଯାଉଛି। ଲୋକପ୍ରତିନିଧି ମାନଙ୍କୁ ଗଞ୍ଜେଇ ଚାଷ ରୋକିବା ଉପରେ ଏନ୍‌ଡିପିଏସ୍‌ ଧାରା ୪୬ ଓ ୪୭ର ସର୍ମ୍ପକରେ ଅବଗତ କରାଯାଉଛି। ହେଲେ କିଛି ଲାଭ ହେଉନି। ଧାରା ୪୬ ଓ ୪୭ ଅନୁଯାୟୀ ଯଦି କୌଣସି ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ପାଆନ୍ତି ତା’ହେଲେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ। ତା ନ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯଦି ଏପରି ଏକ ଆଇନ ଅଛି ତା’ହେଲେ ପ୍ରଥମ ଦୋଷୀ ଜଙ୍ଗଲ ବିଭାଗ। କାରଣ ଜଙ୍ଗଲ ଜମିରେ ଅଧିକାଂଶ ଗଂଜେଇ ଚାଷ ହୋଇଥାଏ। ଏଥିପାଇଁ ଫରେଷ୍ଟ ଗାର୍ଡ, ରେଞ୍ଜର ଏବଂ ଡିଏଫଓ ଦାୟୀ ହେବା ଉଚିତ। କିନ୍ତୁ ଆଜି ଯାଏ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ। ଜିଲାରେ ପୋଲିସ୍‌, ରାଜସ୍ବ, ଓ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି। ଜିଲାରେ ଥିବା ବନାଞ୍ଚଳରେ କେତେକ ଅସାଧୁ ଗଞ୍ଜେଇ ବେପାରୀ ଲାଭ ପାଇବା ଆଶାରେ ବେଆଇନ୍‌ ଗଞ୍ଜେଇ ଚାଷରେ ଲିପ୍ତ ରହୁଛନ୍ତି। ଆଜି ଯାଏ କୌଣସି ଜମିରେ ଗଞ୍ଜେଇ ଚାଷ ନ ହୋଇ ସରକାରଙ୍କ ତତ୍ୱାବଧାନରେ ଥିବା ଜଙ୍ଗଲ ଓ ରାଜସ୍ବ ଜମି ଗୁଡ଼ିକର ଦୁର୍ଗମ ଅଞ୍ଚଳରେ ହେଉଥିବା କୁହାଯାଉଛି। ଜଙ୍ଗଲ ବିଭାଗର କର୍ମଚାରୀ ସେମାନଙ୍କ ଅଧିନରେ ଥିବା, ଫରେଷ୍ଟ ବିଟ୍‌ ମଧ୍ୟରେ ମୋଟ ଉପରେ ଗଞ୍ଜେଇ ଚାଷ ଉପରେ କେବେ ସରକାରଙ୍କୁ ଅବଗତ କରୁନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏବଂ ଅବକାରୀ ବିଭାଗ ଏସବୁର ଫାଇଦା ନେଉଛି। ଜିଲାର ଫିରିଙ୍ଗିଆ ଥାନା ଏବଂ ଗୋଚ୍ଛାପଡା ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଛି ।ଉଭୟ ବିଭାଗ ଜାଣତରେ ଏସବୁ ହେଉଛି। ହେଲେ ଅଧିକାଂଶ ସମୟରେ ଏହି ଦୁଇଟି ଥାନାର କର୍ମଚାରୀ ଖାଲି ଗଂଜେଇ ଜବତ କରୁଥିବା ପ୍ରେସ୍‌ ନୋଟ ଦେଉଛନ୍ତି। ଚଢ଼ାଉ ବେଳେ ଚାଲାଣକାରୀ ଫେରାର ହୋଇ ଯାଉଥିବା କହୁଛନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଚାଲାଣକାରୀ ଫେରାର ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତକୁ ପୋଲିସ ଧରିବାରେ ବିଫଳ ହୋଇଛି। ପ୍ରକୃତରେ ସେମାନେ ଫେରାର ହେଉଛନ୍ତି ନା ସେମାନଙ୍କୁ ଛାଡି ଦିଆଯାଉଛି ତାହା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଖାଲି ଗଞ୍ଜେଇ ଗଛ କାଟିବା ନାଁରେ କୋଟି କୋଟି ଟଙ୍କା ଜିଲାରେ ଚଳୁ କରାଯାଉଛି।

 ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ


 


ଫୁଲବାଣୀ : କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ତାହା ଉପରେ କିଛି ତଥ୍ୟ ପ୍ରଦାନ କରାଯାଉନାହିଁ। ପ୍ରକାରାନ୍ତରେ ଏସବୁ ଚାଷ ସରକାରୀ ଜମିରେ କରାଯାଉଛି। ତାହା ରାଜସ୍ବ ବିଭାଗର ହେଉ ଅବା ଜଙ୍ଗଲ ବିଭାଗର। ଏହି ଦୁଇ ବିଭାଗର ଅଧିକାରୀ ସବୁ ଜାଣି ନୀରବ। କହିବାକୁ ଗଲେ ଗଂଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ ରହିଛି। ଜିଲାରେ ଗଞ୍ଜେଇ ମାଫିଆମାନେ ଖୁଲମ୍‌ଖୁଲା ସେମାନଙ୍କ ସାମ୍ରାଜ୍ୟ ଚଳାଉଛନ୍ତି। ଜିଲାରେ ପ୍ରତି ବ୍ଲକସ୍ତରର ଲୋକ ପ୍ରତିନିଧି, ବିଡିଓ, ତହସିଲଦାର, ଅବକାରୀ ବିଭାଗ ଓ ବନ ବିଭାଗକୁ ନେଇ ବିଭିନ୍ନ ସମୟରେ ଗଞ୍ଜେଇ ଚାଷ ରୋକିବାକୁ ପ୍ରୟାସ କରାଯାଉଛି। ଲୋକପ୍ରତିନିଧି ମାନଙ୍କୁ ଗଞ୍ଜେଇ ଚାଷ ରୋକିବା ଉପରେ ଏନ୍‌ଡିପିଏସ୍‌ ଧାରା ୪୬ ଓ ୪୭ର ସର୍ମ୍ପକରେ ଅବଗତ କରାଯାଉଛି। ହେଲେ କିଛି ଲାଭ ହେଉନି।

ଧାରା ୪୬ ଓ ୪୭ ଅନୁଯାୟୀ ଯଦି କୌଣସି ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ପାଆନ୍ତି ତା’ହେଲେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ। ତା ନ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯଦି ଏପରି ଏକ ଆଇନ ଅଛି ତା’ହେଲେ ପ୍ରଥମ ଦୋଷୀ ଜଙ୍ଗଲ ବିଭାଗ। କାରଣ ଜଙ୍ଗଲ ଜମିରେ ଅଧିକାଂଶ ଗଂଜେଇ ଚାଷ ହୋଇଥାଏ। ଏଥିପାଇଁ ଫରେଷ୍ଟ ଗାର୍ଡ, ରେଞ୍ଜର ଏବଂ ଡିଏଫଓ ଦାୟୀ ହେବା ଉଚିତ। କିନ୍ତୁ ଆଜି ଯାଏ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ।

ଜିଲାରେ ପୋଲିସ୍‌, ରାଜସ୍ବ, ଓ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି। ଜିଲାରେ ଥିବା ବନାଞ୍ଚଳରେ କେତେକ ଅସାଧୁ ଗଞ୍ଜେଇ ବେପାରୀ ଲାଭ ପାଇବା ଆଶାରେ ବେଆଇନ୍‌ ଗଞ୍ଜେଇ ଚାଷରେ ଲିପ୍ତ ରହୁଛନ୍ତି। ଆଜି ଯାଏ କୌଣସି ଜମିରେ ଗଞ୍ଜେଇ ଚାଷ ନ ହୋଇ ସରକାରଙ୍କ ତତ୍ୱାବଧାନରେ ଥିବା ଜଙ୍ଗଲ ଓ ରାଜସ୍ବ ଜମି ଗୁଡ଼ିକର ଦୁର୍ଗମ ଅଞ୍ଚଳରେ ହେଉଥିବା କୁହାଯାଉଛି। ଜଙ୍ଗଲ ବିଭାଗର କର୍ମଚାରୀ ସେମାନଙ୍କ ଅଧିନରେ ଥିବା, ଫରେଷ୍ଟ ବିଟ୍‌ ମଧ୍ୟରେ ମୋଟ ଉପରେ ଗଞ୍ଜେଇ ଚାଷ ଉପରେ କେବେ ସରକାରଙ୍କୁ ଅବଗତ କରୁନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏବଂ ଅବକାରୀ ବିଭାଗ ଏସବୁର ଫାଇଦା ନେଉଛି। ଜିଲାର ଫିରିଙ୍ଗିଆ ଥାନା ଏବଂ ଗୋଚ୍ଛାପଡା ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଛି ।ଉଭୟ ବିଭାଗ ଜାଣତରେ ଏସବୁ ହେଉଛି। ହେଲେ ଅଧିକାଂଶ ସମୟରେ ଏହି ଦୁଇଟି ଥାନାର କର୍ମଚାରୀ ଖାଲି ଗଂଜେଇ ଜବତ କରୁଥିବା ପ୍ରେସ୍‌ ନୋଟ ଦେଉଛନ୍ତି। ଚଢ଼ାଉ ବେଳେ ଚାଲାଣକାରୀ ଫେରାର ହୋଇ ଯାଉଥିବା କହୁଛନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଚାଲାଣକାରୀ ଫେରାର ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତକୁ ପୋଲିସ ଧରିବାରେ ବିଫଳ ହୋଇଛି। ପ୍ରକୃତରେ ସେମାନେ ଫେରାର ହେଉଛନ୍ତି ନା ସେମାନଙ୍କୁ ଛାଡି ଦିଆଯାଉଛି ତାହା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଖାଲି ଗଞ୍ଜେଇ ଗଛ କାଟିବା ନାଁରେ କୋଟି କୋଟି ଟଙ୍କା ଜିଲାରେ ଚଳୁ କରାଯାଉଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।

 ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।



ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ସମୁଦ୍ର ପତ୍ତନଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିଛି। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଛି।


ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୨୫ ତାରିଖ ବେଳକୁ ବିସ୍ତୃତ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିପାରେ। ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


ସୂଚନାଯୋଗ୍ୟ, ଜୁଲାଇ ୨୦ ତାରିଖରେ ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଥିଲା। ଏହାଯୋଗୁ କେଉଁଠି ପୋଲ ଓ ରାସ୍ତା ଉପରେ ପାଣି ଚାଲୁଥିଲା ତ ଆଉ କେଉଁଠି ଭୂସ୍ଖଳନ ହୋଇଥିଲା। ଯାହାଫଳରେ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।


୨୪ ରେ #ଘୂର୍ଣ୍ଣିବଳୟ, ପରବର୍ତ୍ତୀ ୨୪ଘଣ୍ଟାରେ #ଲଘୁଚାପ !!#୨୪ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |

ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର।

ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର।


ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର। ନିଜ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁରେ। ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ। ଅଭିଯୁକ୍ତ ବାପା ଉମେଶ ନାୟଙ୍କୁ ପୁଲିସ ଅଟକ ରଖିଛି।

ବନ୍ତ ଅଞ୍ଚଳର ଉମେଶ କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ୩ବର୍ଷ ଧରି ଭଡ଼ାରେ ରହୁଥିଲେ। ତେବେ ବିଭିନ୍ନ ସମୟ ଉମେଶ ମଦ ପିଇ ଘରକୁ ଆସି ନିଜ ସ୍ତ୍ରୀକୁ ମାଡ଼ ମାରିଥାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ। ତେବେ ଗତକାଲି ବିଳମ୍ବିତ ରାତିରେ ଉମେଶ ମଦ ପିଇ ଘରକୁ ଫେରିଥିଲେ। ମଦ ନିଶାରେ ପ୍ରଥମେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ। ପୁଅର ଚିତ୍କାର ଶୁଣି ଉମେଶଙ୍କ ସ୍ତ୍ରୀର ନିଦ ଭାଙ୍ଗି ଯାଇଥିଲା। ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଉମେଶ ଛାଡ଼ି ନଥିଲେ। ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ।

ପୁଅ ଓ ସ୍ତ୍ରୀକୁ ହତ୍ୟା ଉମେଶ ଫେରାର ହୋଇଯାଇଥିଲେ। ଏପରିକି ଗାଁ ପାଖ ଏକ ଗଛ ଉପରେ ଚଢି ଉମେଶ ଲୁଚିକି ବସିଥିଲେ। ଆଜି ସକାଳେ ଗ୍ରାମବାସୀ ଘଟଣାସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସସ ପହଞ୍ଚି ଉମେଶଙ୍କୁ କବୁ କରିଥଲା। ଉମେଶ ମଧ୍ୟ ପୁଲିସ ପାଖରେ ସବୁ କଥା ମାନିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି l

Sunday, July 23, 2023

କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର

ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର



କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ଏକ ବନ୍ଦ ଘରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମାଲାଡି ଭେଙ୍କଟରମଣ ଚନ୍ଦ୍ରଶେଖର। ସେ ସାଲେପୁର ଡାକ୍ତରଖାନାରେ ଡାକ୍ତର ଥିଲେ। ତେବେ କଟକରେ ଘର ଭଡ଼ା ନେଇ ଏକା ରହୁଥିଲେ।


ଭେଙ୍କଟରମଣ ଚନ୍ଦ୍ରଶେଖରଙ୍କ ଘର ମାଲିକ ହରିପ୍ରସାଦ ମହାନ୍ତି କହିଛନ୍ତି, ସେ ଜଣେ ଏମ୍‌ବିବିଏସ୍ ଡାକ୍ତର ଥିଲେ। ସେ ସାଲେପୁର ସିଏଚ୍‌ସିରେ କାର୍ଯ୍ୟ କରୁଥିଲେ। ସେ ୪ ବର୍ଷ ହେଲାଣି କଟକରୁ ଯିବାଆସିବା କରୁଥିଲେ। ତାଙ୍କର ଶ୍ୱାସରୋଗ ସହିତ ହାର୍ଟ ସମସ୍ୟା ଥିଲା। ଦୁଇ ତିନି ଦିନ ହେଲାଣି ଘର ପାଖରୁ ଦୁର୍ଗନ୍ଧ ଆସିଥିଲା। ଆମେ ଭାବିଲୁ କେଉଁ ବିଲେଇ ମରିଥିବ। ଏଣୁ ଖୋଜାଖୋଜି କଲୁ। କିନ୍ତୁ ପାଇଲୁ ନାହିଁ। ତା’ପରେ ଗତକାଲି ତାଙ୍କ ଘର କବାଟ ବାଡ଼େଇ ଥିଲୁ। କିନ୍ତୁ ଭିତରୁ କୌଣସି ଉତ୍ତର ଆସି ନଥିଲା। ଏହା ପରେ ତାଙ୍କ ମୋବାଇଲ ଫୋନ୍‌କୁ କଲ୍ କଲୁ। ଦୁଇ ଥର ରିଙ୍ଗ ହେବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ସନ୍ଦେହ ହେବାରୁ ଆମେ ପୁଲିସ୍‌କୁ ଖବର ଦେଇଥିଲୁ।


ଚାଉଳିଆଗଞ୍ଜ ଥାନା ପୁଲିସ ଗତକାଲି ଆସି ଘରଟିକୁ ସିଲ୍ କରିଥିଲା। ଆଜି ସାଇଣ୍ଟିଫିକ୍ ଟିମ୍‌ର ଉପସ୍ଥିତିରେ ପୁଲିସ୍ ଘର ଭିତରକୁ ଯାଇଥିଲା ଓ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଛି। ଡାକ୍ତର ଜଣଙ୍କ କିଛି ଦିନ ହେଲା ଡାକ୍ତରଖାନା ଯାଇ ନଥିଲେ ବୋଲି ଜଣାପଡ଼ିଛି। ଦୁଇ ତିନି ଦିନ ହେଲାଣି ତାଙ୍କୁ ଘର ବାହାରେ ମଧ୍ୟ କେହି ଦେଖି ନଥିଲେ।


ଘର ମାଲିକଙ୍କ ଠାରୁ ଯାହା ଜଣାପଡ଼ିଛି, ଡାକ୍ତର ମାଲାଡି ଭେଙ୍କଟରମଣ ଚନ୍ଦ୍ରଶେଖର ବିବାହ କରି ନଥିଲେ। ସେ ଏଠାରେ ଏକା ରହୁଥିଲେ। ତାଙ୍କର କୌଣସି ସଂପର୍କୀୟ ମଧ୍ୟ ଆସି ତାଙ୍କ ସହିତ ରହୁ ନଥିଲେ। ସେ ଶ୍ୱାସରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ପୂର୍ବରୁ ଅନେକ ଥର ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ହାତୀ ଉପଦ୍ରବ

 ହାତୀ ଉପଦ୍ରବ 



*କୋଇଡ଼ା: କନ୍ତରକୋଇଡ଼ା ଗାଁରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ, ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କଲେ ହାତୀପଲ l*

*ବସ୍ ଦୁର୍ଘଟଣା: ୧୭ ମୃତ*

 *ବସ୍ ଦୁର୍ଘଟଣା: ୧୭ ମୃତ*




*-ପୋଖରୀକୁ ଖସିଗଲା ବସ୍: ୩ ଶିଶୁ ସମେତ ୧୭ ଯାତ୍ରୀ ମୃତ*

*-ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଦୁର୍ଘଟଣା*

*-ଦୁର୍ଘଟଣାରେ ୩୫ ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି.*

*-ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଖସିଗଲା*

ସେକ୍ସ ରାକେଟ ଠାବ ୧୪ଗିରଫ

 ସେକ୍ସ ରାକେଟ ଠାବ ୧୪ଗିରଫ 



*ସେକ୍ସ ରାକେଟ ଠାବ ୧୪ଗିରଫ -ଝାରସୁଗୁଡ଼ା: ରାତି ଅଧିଆ ହୋଟେଲରେ ପୋଲିସର ଚଢ଼ାଉ -ସେକ୍ସ ରାକେଟ ଅଭିଯୋଗରେ ପୋଲିସର ଚଢ଼ାଉ, ୧୪ ଗିରଫ -ପଞ୍ଚପଡ଼ା ନିକଟ ଏକ ହୋଟେଲରେ ଚଢ଼ାଉ; ୧୩ ଯୁବତୀ ଉଦ୍ଧାର*

ସରକାରୀ ପଦକ୍ଷେପ

ସରକାରୀ ପଦକ୍ଷେପ



*୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସବୁ ପଂଚାୟତ ଓ ସହରାଂଚଳର ପ୍ରାୟ ୮ହଜାର ବିଜୁ ଯୁବ ବାହିନୀକୁ ୫୦ହଜାର ଟଙ୍କା ଲେଖାଏଁ କ୍ରୀଡ଼ା ସାମଗ୍ରୀ ବାଂଟିଥିବା ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁରୂପ ପଦକ୍ଷେପ ନେଇଛନ୍ତି*

COASTAL NEWS

କହିଲେ କହିବେ କହୁଛି

କେଜାଣି କଣ ହେଇଛି, ଗାଁ ଜମିଦାର ରବି ବାବୁ ଏବେ, ନିତିଆ କୁ ଦେଖି ଜଳୁଛି, କହିଲେ କହିବେ କହୁଛି... ରବି ବାବୁ ପୁଅ ବିଦେଶୀ କମ୍ପାନୀ, ଅଫିସର ଗୋଟେ ହୋଇଛ...