AFFILIATE MARKETING

https://binomo.com?a=90810425bb57&t=0

Tuesday, July 2, 2024

COASTAL NEWS ODIA 1882 ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍

COASTAL NEWS ODIA 1882

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍


ଭୁବନେଶ୍ବର (CNO) ରାଜ୍ୟରେ ବଦଳିଛି ସରକାର । ଦୀର୍ଘ ୨୫ ବର୍ଷ ପରେ ନୂଆ ମୂଖ୍ୟମନ୍ତ୍ରୀ ପାଇଛି ଓଡ଼ିଶା । ଆଉ ତାଙ୍କୁ ବି ସବୁଠି ଆଦର ମିଳୁଛି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସେ ଜଣାଶୁଣା । ସମସ୍ତେ କହୁଛନ୍ତି ମୋହନ ମାଝୀ ପ୍ରକୃତ ମୁଖ୍ୟମନ୍ତ୍ରୀ। ତେବେ ସରକାର ବଦଳି ଥିବାବେଳେ ସମାନ ଧାରା ମଧ୍ୟ ରାଜ୍ୟ ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳିଛି । 

୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ମନୋଜ ଆହୁଜା ମୋହନ ସରକାରର ମୁଖ୍ୟ ଶାସନ ସଚିବ ଭାବେ ଗତ ରବିବାର ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି । 

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜ । ତେବେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରାଶାସନିକ ଗ୍ରହଣୀୟତା, କେନ୍ଦ୍ର-ରାଜ୍ୟ ସମନ୍ୱୟ, ଶାସକ ଦଳର ପ୍ରତିଶ୍ରୁତି ଓ ଲୋକଙ୍କ ଭାବାବେଗ ସହିତ ଜଡିତ ମହାପ୍ରଭୁ ଶ୍ରୀଜଗନ୍ନନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମନୋଜଙ୍କ ପାଇଁ ଆହ୍ବାନ ସଦୃଶ ହେବ । ଆଦିତ୍ୟ ହେଲେ ନବୀନଙ୍କ ବ୍ୟକ୍ତିଗତ ସଚିବ ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଚ୍ୟାଲେଞ୍ଜ ରହିବ । ଆସନ୍ତା କିଛି ଦିନରରେ ପଡୁଥିବା ଚିରାଚରିତ କାର୍ଯ୍ୟକ୍ରମ ସହ ଦୀର୍ଘକାଳୀନ ଚ୍ୟାଲେଞ୍ଜ । ତାହା ସହ ବିଜେପିର ପ୍ରତିଶ୍ରୁତି। 

ଆସନ୍ତାବର୍ଷ ଜାନୁଆରୀ ପହିଲା ମନୋଜଙ୍କ ଅବସର ଧାର୍ଯ୍ୟ ରହିଛି । ଆଉ ଏହି ୬ ମାସ ମଧ୍ୟରେ ମନୋଜଙ୍କ ଦକ୍ଷତା ତାଙ୍କ କର୍ଯ୍ୟକାଳ ବୃଦ୍ଧିର ମାପକାଠି ହୋଇପାରେ । ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ :- 

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ପୁଳାଏ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି । 

ଏହା ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, 

କୃଷକଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା, 

ଶ୍ରୀମନ୍ଦିରର କର୍ପସ ଫଣ୍ଡ ପ୍ରତିଷ୍ଠା ସହ ଅନେକ ପ୍ରତିଶ୍ରୁତି ରହିଛି । 

ସେହିପରି ଦୁର୍ନୀତି ବିରୋଧରେ ଅଭିଯାନ ପରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଗୁରୁ ଦାୟିତ୍ୱ ମନୋଜଙ୍କ ଉପରେ ରହିବ । ବେଶ ସତର୍କତାର ସହ ମନୋଜଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ନେବାକୁ ପଡିବ । 
 
ରଥଯାତ୍ରା, ରତ୍ନଭଣ୍ଡାର ଖୋଲା ଓ ରାଷ୍ଟ୍ରପତିଙ୍କ ଗସ୍ତ :- ଆଗକୁ ରହିଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନୂଆ ସରକାର ଓ ମୁଖ୍ୟ ଶାସନ ସଚିବଙ୍କର ଏହା ପ୍ରଥମ ପ୍ରାଥମିକତା । ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ବଡ଼ ଚ୍ୟାଲେଞ୍ଜ ରହିବ । ଏହି ରଥଯାତ୍ରାରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁରୁଖୁରୁରେ ରଥଯାତ୍ରା ସହ ରାଷ୍ଟ୍ରପତିଙ୍କ ଗସ୍ତ ସମାପନ ଦାଇତ୍ୱ ରହିବ । ସେହିପରି ରତ୍ନ ଭଣ୍ଡାର ଖୋଲିବା ଶାସକ ଦଳର ନିର୍ବାଚନୀ ପ୍ରତିଶ୍ରୁତି ରହିଛି । ଏହାକୁ ବିଧି ଅନୁସାରେ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ହେବ । 

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ :- କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ଅର୍ଥାତ ଓଡିଶାରେ ଡବଲ ଇଞ୍ଜିନ ସରକାର । 

ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରଖିବା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କେବଳ ସୁସମ୍ପର୍କ ନୁହେଁ, ଗଭୀର ଚିନ୍ତନ ସହ ପରିସ୍ଥିତିର ସାମନା କରିବା ସହ ବୁଦ୍ଧିମତାର ସହ ସମସ୍ୟାର ସମାଧାନ କରିବାକୁ ପଡିବ । ବିଭିନ୍ନ କ୍ଷମତା କେନ୍ଦ୍ରର ଚାପ ସମ୍ଭାଳିବାକୁ ପଡିପାରେ । 

ଶାସନ ବ୍ୟବସ୍ଥାରେ ସ୍ଥିରତା :- ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବା ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଜେଡି ଲମ୍ବା ସମୟ ଧରି ଶାସନରେ ରହିବା ସହ କାର୍ଯ୍ୟପାଳିକାର ପ୍ରତି ସ୍ତରରେ ନିଜ ବିଶ୍ୱସ୍ତ ଅଧିକାରୀଙ୍କୁ ରଖିଥିଲା । ତେଣୁ କାର୍ଯ୍ୟପାଳିକାର ପ୍ରଦର୍ଶନ ଉପରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଦର୍ଶନ ନିର୍ଭର କରୁଛି । ଆଉ ଏହାର ପୂରା ଦାୟିତ୍ୱ ଏବେ ମନୋଜଙ୍କ କାନ୍ଧରେ ରହିବ । 

ପ୍ରଶାସନିକ ଚେହେରା:- ରାଜନୀତିରେ ଅନୁପ୍ରବେଶ ଅଭିଯୋଗ ସହ ନେଇ ବଦନାମ ହୋଇଛି ପ୍ରଶାସନିକ ବ୍ୟବସ୍ଥା । କାର୍ଯ୍ୟପାଳିକାର ନିରପେକ୍ଷତାକୁ ନେଇ ପ୍ରଶ୍ନ । କିଛି ଆଇଏଏସ ଓ ଆଇପିଏସ ଦଳୀୟ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ରହିଥିଲା । ବିଜେପି ସରକାରରେ ଅଧିକାରୀ ଯେ ନିରପେକ୍ଷ ମନୋଜଙ୍କୁ ଏହି ବିଶ୍ୱାସ ଜନସାଧାରଣରେ ପ୍ରକାଶ କରିବାକୁ ପଡିବ । 

ଜନତାଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବିଶ୍ୱସନୀୟତା ଫେରାଇ ଆଣିବାକୁ ପଡିବ । ନବୀନଙ୍କ ନିଷ୍ପତ୍ତି, ଯୋଜନା ସମୀକ୍ଷା :- ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କରିଥିଲା ବିଜେଡି । 

୨୪ ବର୍ଷ କ୍ଷମତାରେ ରହିବା ସହ ନବୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯାହାକୁ ବିରୋଧୀରେ ଥିବା ସମୟରେ ବିଜେପି ନାପସନ୍ଦ କରିଛି । 

ଆମ ଓଡ଼ିଶା, ନବୀନ ଓଡିଶା, BSKY, ମିଶନଶକ୍ତିକୁ ଅତୀତରେ ଟାର୍ଗେଟ କରିଛି ବିଜେପି । ଏହାକୁ ବନ୍ଦ କରିବା କିମ୍ବା ଏଗୁଡିକର ବିକଳ୍ପ ବ୍ୟବସ୍ଥା କରିବା ମନୋଜଙ୍କ ତତ୍ୱାବଧାନରେ ହୋଇପାରେ । ଯାହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...