AFFILIATE MARKETING

https://binomo.com?a=90810425bb57&t=0

Monday, July 1, 2024

COASTAL NEWS ODIA 1881 ବିଶ୍ୱବିଜେତା ଭାରତ

COASTAL NEWS ODIA 1881

ବିଶ୍ୱବିଜେତା ଭାରତ 


ମୁମ୍ବାଇ - (CNO) ବିଶ୍ବ ଚମ୍ପିଆନ୍‌ ହୋଇ ଦେଶକୁ ଫେରୁଛି ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଟି୨୦ ବିଶ୍ବକପ୍‌ ବିଜୟୀ ଦଳ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଟ୍ବିଟ୍‌ କରି ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହ । କେତେ ଟଙ୍କା ମିଳିଲା ଜାଣନ୍ତୁ,

ଦୀର୍ଘ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ୧୧ ବର୍ଷ ପରେ ଭାରତକୁ ଆସିଛି ଆଇସିସି ଟ୍ରଫି । ୨୦୦୭ ପରେ, ଅର୍ଥାତ ୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆ ଜିତିଛି କୌଣସି ଟି୨୦ ବିଶ୍ବକପ୍‌ ଟ୍ରଫି । ଏହାପରେ ଭାରତୀୟ ଦଳ ଉପରେ ବର୍ଷିଛି ଟଙ୍କା । ଚମ୍ପିଆନ୍‌ ଦଳକୁ ପୂର୍ବ ନିର୍ଦ୍ଧାରିତ ୨୦.୪୨ କୋଟି ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । 

ଟି୨୦ ବିଶ୍ବକପ୍‌ ୨୦୨୪ ବିଜେତା ଭାରତୀୟ ଦଳ ଉପରେ ବିସିସିଆଇ ମଧ୍ୟ ବର୍ଷା କରିଛି ଟଙ୍କା । ବିଶ୍ବକପ୍‌ ବିଜୟୀ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।



ବିଶ୍ବ ଚମ୍ପିଆନ ହୋଇଛି ଭାରତ । ଚଳିତ ଟି20 ବିଶ୍ବକପ୍ 2024 ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଛି ବିଶ୍ବକପ୍ ଟ୍ରଫି । ଏଥିପାଇଁ ଭାରତବାସୀଙ୍କୁ କିଛି କମ ଦିନ ଅପେକ୍ଷା କରିବାକୁ ପଡ଼ିନି । ୨୦୧୩ରେ ଶେଷ ଆଇସିସି ଟ୍ରଫି ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏହାପରେ ଗୋଟିଏ ଆଇସିସି ଟ୍ରଫି ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୧୧ ବର୍ଷ । 

୨୦୧୪ରୁ ଭାରତୀୟ ଦଳ ୧୦ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ମଧ୍ୟ ଭାଗ୍ୟର ସାଥ ପାଇନଥିଲା । ହେଲେ ଶେଷରେ ୨୦୨୪ ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବା ପରେ ସବୁ ଅପେକ୍ଷାର ଘଟିଥିଲା ଅନ୍ତ । ଅସୀମ ଆନନ୍ଦ ପାଇଥିଲେ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀ । ୨୦୦୭ ପରେ ଏହା ଭାରତ ପାଇଁ ପ୍ରଥମ ଟି୨୦ ବିଶ୍ବକପ୍‌ । ଅର୍ଥାତ ଦ୍ବିତୀୟ ଟି୨୦ ବିଶ୍ବକପ୍‌ ଜିତିବାକୁ ଭାରତୀୟ ଦଳକୁ ୧୭ ବର୍ଷ ଲାଗିଗଲା ।


ସେ ଯାହା ହେଉ, ଏହି ପ୍ରଦର୍ଶନରେ ସାରା ଦେଶ ଆମ ଖେଳାଳିଙ୍କ ଉପରେ ଖୁସି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବା ଖୁସି ନହେବ କେମିତି । ଭାରତୀୟ ଦଳର ଏପରି ପ୍ରଦର୍ଶନ ପରେ ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ୧୦ କି ୨୦ କୋଟି ନୁହେଁ, ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ ।  

୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା. ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୪ ଜିତିଥିବାରୁ ଟିମ୍‌ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ କ୍ରୀଡ଼ା ପ୍ରଦର୍ଶନ କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି ।"

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...