AFFILIATE MARKETING

https://binomo.com?a=90810425bb57&t=0

Tuesday, April 23, 2024

COASTAL NEWS ODIA 1830 ଓଡିଶାରେ ନିର୍ବାଚନୀ ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ

COASTAL NEWS ODIA 1830

ଓଡିଶାରେ ନିର୍ବାଚନୀ 
ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ 



ହିଞ୍ଜିଳିକାଟୁ - (CNO) ଓଡିଶା ବିକାଶରେ ବିରୋଧୀଙ୍କୁ ଟାର୍ଗେଟ ନିଜ ପାଇଁ ଓ ଆସିକା ସାଂସଦ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ଓଡିଶାର ବିକାଶ ଓ ପରିଚୟ, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ ୨୦୨୪ ଠାରୁ ୨୦୩୪ ଯାଏଁ ଓଡିଶା ହେବ ସ୍ୱତନ୍ତ୍ର ଓ ୧ନଂ ରାଜ୍ୟ : ମୁଖ୍ୟମନ୍ତ୍ରୀ


ବିଜୁ ଜନତା ଦଳ ଓଡିଶାର ସାଢେ ୪ କୋଟି ଓଡିଆଙ୍କ ବିକାଶ ପାଇଁ ୨୪ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଛି । ଚାଷୀ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସର୍ମପିତ ସେବା ଯୋଗାଇ ଆସୁଛି । ହିଞ୍ଜିଳିରୁ ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟାରମ୍ଭ, ଆମ ହସପିଟାଲ, ପଞ୍ଚାୟତରେ ମୋ ବ୍ୟାଙ୍କ ସେବା, ମା’ ତାରାତାରିଣୀ , ସମଲେଶ୍ୱରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଦି ଓଡିଆଙ୍କ ସ୍ୱାଭିମାନ ଓ ବିକାଶର ପରିଚୟ ସୃଷ୍ଟି କରିଛି । ହିଞ୍ଜିଳିରୁ ସମସ୍ତ ବିକାଶ ପ୍ରକ୍ରିୟାର ଆରମ୍ଭ ହୋଇ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । 

ମହିଳାଙ୍କ ପାଇଁ ୦% ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ, ବିଏସକେୱାଇ କାର୍ଡରେ ମହିଳା ଓ ସଦସ୍ୟଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା, ସ୍ୱଂୟମ ଯୋଜନାରେ ୧୮ରୁ ୩୫ ବର୍ଷ ଯୁବବର୍ଗଙ୍କୁ ରୋଜଗାର ପନ୍ଥା , ଶିକ୍ଷାକ୍ଷେତ୍ରରେ ଯୁବବର୍ଗଙ୍କୁ ଛାତ୍ରବୃତ୍ତି ଆଦି ବହୁ ଲୋକହିତକର ଯୋଜନା କାର୍ଯ୍ୟକାରୀ କରାଯାଇଛି ।


୨୦୨୪ ସୁଦ୍ଧା ଆମ ଓଡିଶା- ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଏବଂ ୧ନଂ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ୫ଟି ରୂପାନ୍ତରଣ ଉପକ୍ରମ ଅନୁସାରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଦୃତଗତିରେ ଆଗେଇ ଚାଲିଛି । ସ୍କୁଲ, ମନ୍ଦିର, ଧର୍ମାନୁଷ୍ଠାନ ଗୁଡିକୁ ବିକଶିତ କରାଯାଇ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି । 


ଏହି ବିକାଶ ଧାରାକୁ ବିରୋଧୀ ଆଦୌ ସହ୍ୟ କରିପାରୁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆୟୋଜିତ ସଭାରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେମାନଙ୍କ ଏହି ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାର ବିକାଶ ପ୍ରକ୍ରିୟାକୁ ଜାଣିଶୁଣି ବିରୋଧ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁମତ ହାସଲ କରିବ ବୋଲି ସେ, ଆଶାବ୍ୟକ୍ତ କରିଥିଲେ ।

ଓଡିଶାର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ନିଜ ସପକ୍ଷରେ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଲକ୍ଷାଧିକ ଭୋଟରେ ବିଜୟୀ କରିବାକୁ ଭୋଟରଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । 

ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୦.୪୫ମି ସମୟରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଉଚ୍ଛ୍ବସତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା । ସଭାମଞ୍ଚରେ ଏକ ବିରାଟ ପୁଷ୍ପଗୁଚ୍ଚ ପ୍ରଦାନ କରି ସ୍ୱାଗତ କରାଯାଇଥିଲା ।


ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର କ୍ୟମ୍ପେନର ଭି. କାର୍ତ୍ତିକେୟାନ ପାଣ୍ଡିଆନ, ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଆସିକା ଲୋକସଭା ପ୍ରାର୍ଥୀନୀ ରଞ୍ଜିତା ସାହୁ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଆରଏଚଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ବି. ଗିତାଞ୍ଜଳି, ପ୍ରିତି ସାହୁ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ ମହାରଣା, ରଣପୁର ପର୍ଯ୍ୟବେକ୍ଷକ ନିଳମଣି ପଟ୍ଟନାୟକ ପ୍ରମୁଖ ନେତୃମଣ୍ଡଳୀ ମଞ୍ଚାସିନ ଥିଲେ ।

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରାଇ ୬ଷ୍ଠ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବା ଏବଂ ସର୍ବ କନିଷ୍ଠ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ମଞ୍ଚାସିନ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସେଠି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପୌରାଧ୍ୟକ୍ଷ ଶ୍ରୀ ପୋଲେଇ ଧନ୍ୟବାଦ ଅର୍ପଣ କରିଥିଲେ । 

ଆୟୋଜିତ କାର୍ଯ୍ୟକ୍ରମରେ ଏନ. ରଘୁନାଥ, ପ୍ୟାରମୋହନ ପାଢି, ବିଭୁ ପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, କାଉନସିଲର, ବହୁ ଦଳୀୟ କର୍ମୀଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଆଇ ଆଇ ସି ଶ୍ରୀନିବାସ ସେଠୀଙ୍କ ସମେତ ୨ଜଣ ଅତିରିକ୍ତ ଏସପି , ୫ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର, ୭୮ ଜଣ ଏସଆଇ ଓ ୧୫ ପ୍ଳାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । 

COASTAL NEWS ODIA 1830 *ଖବର ଆଜିର*

COASTAL NEWS ODIA 1830

*ଖବର ଆଜିର* 



ଭୁବନେଶ୍ବର - (CNO) 
୧-ଭୁବନେଶ୍ୱର:ସି-ଭିଜିଲ ଆପ୍ଲିକେସନରେ ୩୮୭୩ ଅଭିଯୋଗ, ବ୍ୟାନର ଓ ପୋଷ୍ଟର ଉପରେ ସର୍ବାଧିକ ଅଭିଯୋଗ ଆଣିଲେ ଜନସାଧାରଣ।

୨-ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି,ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

୩-ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,କଂଗ୍ରେସରେ ସାମିଲ ହେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ।

୪-ଘରକଳିରୁ ସିଧା ନିର୍ବାଚନ ମୈଦାନରେ ମୁହାଁମୁହିଁ, ଅନୁଭବଙ୍କ ବିରୋଧରେ ପ୍ରଚାର କରିବେ ବର୍ଷା ! 

୫-ଭୁବନେଶ୍ୱର: ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣଙ୍କ ବୟସ ୪୦ ବର୍ଷରୁ କମ୍, ଯୁବଗୋଷ୍ଠୀଙ୍କୁ ଦଳର ପ୍ରାଧାନ୍ୟ।

୬-ଆଳି: ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘର ଡିହ ବିକି ଦେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।

୭-ଭୁବନେଶ୍ୱର:୮୭ ସ୍ଥାନରେ ଜଳୁଛି ଜଙ୍ଗଲ,୯୯% ମନୁଷ୍ୟ କୃତ: ପ୍ରଧାନ ମୁଖ୍ୟ ବନ  ସଂରକ୍ଷକ।

୮-ବିଧାନସଭା ନିର୍ବାଚନ ପାଇଁ ୩୭ ସିଟ୍‌ରେ ଆପ୍‌ର ପ୍ରାର୍ଥୀ ଘୋଷଣା, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ। ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ ପ୍ରାର୍ଥୀ ଘୋଷଣା।

୯-ମାଲକାନଗିରି: ନିର୍ବାଚନ ପାଇଁ ଚିତ୍ରକୋଣ୍ଡାର ବଣ୍ଡାଘାଟୀ ସକ୍ରିୟ, ମତଦାନ କରିବେ ୫ ହଜାର ବଣ୍ଡା।

୧୦-୨୪ ନିର୍ବାଚନରେ ପୁଅଙ୍କ ପାଇଁ ସାରଥୀ ସାଜିଲେ ବାପା । ନିର୍ବାଚନ ଲଢ଼ୁଛନ୍ତି ପୁଅ, ପ୍ରଚାର କରି ଗୋଟି ଚଳାଉଛନ୍ତି ବାପା।

୧୧-ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ୪୩.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ।

୧୨-ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା।

୧୩-IPL:ସୂର୍ଯ୍ୟଙ୍କ ପରେ ବୁମରା-କୋଏତଜିଙ୍କ ଶାଣିତ ବୋଲିଂ, ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ମାତ୍ ଦେଲା ମୁମ୍ବାଇ।

୧୪-ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଗୁଲ୍।

୧୫-ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !

୧୬-କମିଶନରେଟ୍ ପୋଲିସ ହାତରେ ସାଇବର ଠକ, ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ,୪ ଗିରଫ।

୧୭-ଆଜି ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

୧୮-ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଲେ।

୧୯-ଦଶପଲ୍ଲା ଆଶିର୍ବାଦ ସମାବେଶରେ ଯୋଗ ଦେଇ ଭୋଟ୍ ଭିକ୍ଷା କଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।

୨୦-ନୂଆଦିଲ୍ଲୀ:ECଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ EVM ତ୍ରୁଟି ଅଭିଯୋଗର ଅନୁଧ୍ୟାନ କର।

୨୧-କେଜ୍ରିୱାଲଙ୍କୁ ମିଳିବ କି ‘ୱାର୍କ ଫ୍ରମ୍‌ ଜେଲ୍‌’ ଅନୁମତି, ହାଇକୋର୍ଟରେ କଲେ ଗୁହାରୀ

୨୨-ପୁଣି ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ବିଟ କଏନ ସ୍କାମ ମାମଲାରେ ରାଜଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ।

    

Monday, April 22, 2024

COASTAL NEWS ODIA 1828 ମାହାଙ୍ଗା ଡବଲ ମର୍ଡର ମାମଲା; ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

COASTAL NEWS ODIA 1828

ମାହାଙ୍ଗା ଡବଲ ମର୍ଡର ମାମଲା; ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ


ଭୁବନେଶ୍ବର (CNO) ମାହାଙ୍ଗା ଡବଲ ମର୍ଡର ମାମଲା । ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ । ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ତଳ କୋର୍ଟ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13 ତମ ଅଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ ହଟାଇ ଦିଆଯାଇଥିଲା । 

ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି ।

ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

COASTAL NEWS ODIA 1827 ଓଡିଶା ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ?

COASTAL NEWS ODIA 1827

ଓଡିଶା ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ? 


ଭୁବନେଶ୍ବର - (CNO) ରାଜ୍ୟରେ ଜଳବାୟୁ ରେ ଭିଷଣ ତାତି ପରିଲକ୍ଷିତ ହେଉଥିବାବେଳେ ରାଜ୍ୟରେ ରାଜନୀତି ତାତି ଭାରି ଜୋର ଧରିଛି । ନିର୍ବାଚନ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । 

ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ତଥାପି କେତେକ ଆସନରେ ବାକି ରହିଛି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା । କେବେ ସରିବ ଟିକେଟ ଘୋଷଣା ? ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । 

ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଲୋକସଭା ନିର୍ବାଚନ ୨୦୨ ୪: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ, ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ୧୪୭ ଆସନରୁ ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଘୋଷଣା କରିନି । 

ବିଜେପି ୧୬ ଏବଂ କଂଗ୍ରେସ ୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ । ବିଜେଡି ଏହି ୧୨ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ଓଡ଼ିଶା ବିଧାନସଭା ନିର୍ବାଚନ: ରଘୁନାଥପାଲି ହିନ୍ଦୋଳ ଖଣ୍ଡପଡା ବେଗୁନିଆ ଖୋର୍ଦ୍ଧା ବାଙ୍ଗିରିପୋଷି ଭୋଗରାଇ ନୀଳଗିରି ବରି କୋରେଇ ବାଲିକୁଦା-ଏରସମା କାକଟପୁର ବିଜେପି ଏହି ୧୬ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଜୟପୁର ତେଲକୋଇ ଘଷିପୁରା ଚଂପୁଆ ହିନ୍ଦୋଳ ବାରବାଟୀ-କଟକ ବେଗୁନିଆ ଖୋର୍ଦ୍ଧା ଭୋଗରାଇ ବସ୍ତା ନୀଳଗିରି ଭଣ୍ଡାରୀପୋଖରୀ ବାସୁଦେବପୁର ବରି ସାଲେପୁର କେନ୍ଦ୍ରାପଡା 

କଂଗ୍ରେସ ଘୋଷଣା କରିନଥିବା ଆସନଗୁଡିକ ଛତ୍ରପୁର ପାଲଲହଡା ବାରବାଟୀ-କଟକ ଜଳେଶ୍ୱର ବାଲେଶ୍ୱର ସଦର ନୀଳଗିରି ବଡଚଣା ଜଗତସିଂହପୁର କାକଟପୁର ତିନି ପ୍ରମୁଖ ଦଳ ବାକିଥିବା ଆସନରେ କେବେ ପ୍ରାର୍ଥୀ ଘୋଷଣା କରୁଛନ୍ତି ତା'ଉପରେ ସମସ୍ତଙ୍କ ନଜର । 

ବିଜେପି ଓ ବିଜେଡି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ଆହୁରି ୨ଟି ସିଟ୍ ବାକି ରହିଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।  ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । 
ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ ।  ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ ।

Sunday, April 21, 2024

COASTAL NEWS ODIA 1826 ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

COASTAL NEWS ODIA 1826

ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା


ଭୁବନେଶ୍ବର - (CNO) ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ୍ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ପାଣ୍ଡିଆନଙ୍କ ନାମ ୨ୟ ଧାଡିରେ ରହିଛି । 

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଲା । ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ରହିଛି ମୋଟ୍ ୪୦ ଜଣଙ୍କ ନାଁ । ତାଲିକାର ପ୍ରଥମ ସ୍ଥାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭି.କେ ପାଣ୍ତିଆନ୍ । ଲୋକସଭା ନିର୍ବାଚନ ୨୦୨୪ ଆସନ | ପ୍ରାର୍ଥୀ | 

 ଏଥର ପ୍ରଥମ ଥର ନିର୍ବାଚନୀ ମୈଦାନରେ ବିଧିବଦ୍ଧ ଭାବେ ନବୀନଙ୍କ ସହ ଭି,କେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିବ । ସରକାରଙ୍କ ଅନେକ ଯୋଜନାର ବାର୍ତ୍ତା ନେଇ ଜନତାଙ୍କ ପାଖରେ ପହଞ୍ଚିବେ ଦଳର ବରିଷ୍ଠ ନେତା ।

Thursday, April 18, 2024

COASTAL NEWS ODIA ଆକ୍ସନ ମୋଡରେ ଇଡି: ଜବତ କଲା ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି

COASTAL NEWS ODIA 1825

ଆକ୍ସନ ମୋଡରେ ଇଡି: ଜବତ କଲା ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି


ଭୁବନେଶ୍ବର _(CNO) ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଉଭୟଙ୍କୁ ଅନେକ ଥର କ୍ୟାମେରାରେ ଏକାଠି ସ୍ପଟ୍ କରାଯାଏ । ହେଲେ ବର୍ତ୍ତମାନ ଇଡି ଏହି ଦମ୍ପତିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରକୃତରେ, ମନି ଲଣ୍ଡରିଂ ମାମଲାରେ ଇଡି ଶିଳ୍ପା ଏବଂ ରାଜଙ୍କ 97 କୋଟି 79 ଲକ୍ଷ ଟଙ୍କା ସମ୍ପତ୍ତି ଜବତ କରିଛି।

ବାସ୍ତବରେ, ଇଡି ଦୀର୍ଘ ଦିନ ଧରି ଏହି ଘଟଣାର ଅନୁସନ୍ଧାନ କରିଆସୁଥିଲା। ଖବର ଅନୁଯାୟୀ, ଜବତ ହୋଇଥିବା ସମ୍ପତ୍ତିରେ ଜୁହୁରେ ଏକ ବଙ୍ଗଳା ଅନ୍ତର୍ଭୁକ୍ତ। ଯାହା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନାମରେ ରହିଛି । ପୁଣେରେ ଅବସ୍ଥିତ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରାଜ କୁନ୍ଦ୍ରାଙ୍କ ନାମରେ ଅଛି । ଏହା ବ୍ୟତୀତ ଇଡି ରାଜ କୁନ୍ଦ୍ରାଙ୍କ ନାମରେ ରହିଥିବା କିଛି ସେୟାର ମଧ୍ୟ ଜବତ କରିଛି। ମନି ଲଣ୍ଡରିଂ ଆକ୍ଟ ଯଥା PMLA 2002 ଅଧୀନରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ଭାରତରେ କ୍ରିପ୍ଟୋକରେନ୍ସି ଏବଂ ବିଟକଏନ୍ ବ୍ୟବସାୟ କରିବା ଭାରତରେ ବେଆଇନ୍ ଅଟେ । ଏଥି ସହିତ, ଇଡି ଅଭିଯୋଗ କରିଛି ଯେ ରାଜ କୁନ୍ଦ୍ରା ବିଟକଏନ୍ ମାଧ୍ୟମରେ ବ୍ୟବସାୟ କରିଥିଲେ, ଯାହାର କାରବାରରେ ଜାଲିଆତି ହୋଇଥିଲେ।


ଅଭିଯୋଗ ହୋଇଥିଲା ଯେ, ଏହି ଘୋଟାଲାରେ ମାଷ୍ଟରମାଇଣ୍ଡଠୁ ରାଜ କୁନ୍ଦ୍ରା 285 ବିଟକଏନ୍ସ ପାଇଥିଲେ । ନିବେଶକଙ୍କୁ ପ୍ରତାରଣା କରି ଅମିତ ଭରଦ୍ୱାଜ ଏହି ବିଟକଏନ୍ ହାସଲ କରିଥିଲେ ଏବଂ ପରେ ଏହାକୁ ୟୁକ୍ରେନରେ ବିନିଯୋଗ କରିଥିଲେ । ଏହି ମାମଲାରେ ଇଡି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗିରଫ କରିଥିବା ନେଇ ସୂଚନା ରହିଛି ।

COASTAL NEWS ODIA 1824 ପ୍ରଭୁ ଶ୍ରୀ ରାମଙ୍କ ‘ସୂର୍ଯ୍ୟ ତିଳକ' ପଛର ବିନ୍ଧାଣୀ ଓଡିଆ ବୈଜ୍ଞାନିକ

COASTAL NEWS ODIA 1824

ପ୍ରଭୁ ଶ୍ରୀ ରାମଙ୍କ ‘ସୂର୍ଯ୍ୟ ତିଳକ' ପଛର ବିନ୍ଧାଣୀ ଓଡିଆ ବୈଜ୍ଞାନିକ


ନୂଆଦିଲ୍ଲୀ - (CNO) ଆଜି ଶ୍ରୀରାମ ନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଭଗବାନ ଶ୍ରୀ ରାମଙ୍କ କପାଳରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା । ଏହି ଅଲୌକିକ ଦୃଶ୍ୟ ଭକ୍ତିରେ ଭରି ଥିଲା । ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର ପରିସର ଶ୍ରୀ ରାମଙ୍କ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା। 

ବୁଧବାର ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ଅଯୋଧ୍ୟାରେ ରାମ ଲାଲାଙ୍କ କପାଳରେ ପଡ଼ିଛି । ଦର୍ପଣ ଏବଂ ଲେନ୍ସ ଦ୍ୱାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟ ଦେବତାଙ୍କର କିରଣର ଏକ ଧାର ଆସି ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ 'ସୂର୍ଯ୍ୟ ତିଲକ' ପାଲଟିଛି । ଏହି ଅଭିନବ ସୂର୍ଯ୍ୟ ତିଳକ ଏକ ବୈଜ୍ଞାନିକ ପଦ୍ଧତିରେ ତିଆରି କରାଯାଇଛି ।  

ଏହି ନିଆରା କୌଶଳ ପଛର ବିନ୍ଧାଣୀ ହେଉଛନ୍ତି ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ତାଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ଏକ ଟିମ୍ ରାମ ମନ୍ଦିରରେ ନିଆରା 'ସୂର୍ଯ୍ୟ ତିଲକ' ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି । ସୂର୍ଯ୍ୟ କିରଣ , ଦର୍ପଣ ଓ ଲେନ୍ସ ସାହାଯ୍ୟରେ ଏହି ନିଆରା ପ୍ରୋଜେକ୍ଟ କାମ କରିବ । କିନ୍ତୁ ଏଥିରେ ବିଦ୍ୟୁତ, ବ୍ୟାଟେରୀ, ଲୁହା ଓ ଇସ୍ପାତ ର ବ୍ୟବହାର ହୋଇନାହିଁ ।   

ଏହି ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ସରୋଜ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସୁପୁତ୍ର । ନିଜ ଗାଁ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ । ସେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ରାଉରକେଲାର ରିଜିଓନାଲ ଇଞ୍ଜିନିୟରିଂ କଲେଜ (ଆରଇସି)ରୁ ଏମଟେକ୍ କରିଥିଲେ । ସରୋଜ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁରକିରୁ ପିଏଚଡି କରିବା ପରେ ସିବିଆରଆଇରେ ବୈଜ୍ଞାନିକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । 

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ

COASTAL NEWS ODIA 1823

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ: ବିଜୁ ପଟ୍ଟନାୟକ ଓ ଇଣ୍ଡୋନେସିଆର ସ୍ୱର୍ଣ୍ଣିମ ଇତିହାସର 


ଭୁବନେଶ୍ବର - (CNO) ବିଜୁବାବୁ ଥିଲେ ଝଡର ଇଗଲ। ସେ ଥିଲେ କୋଟି କୋଟି ଓଡିଆଙ୍କ ପ୍ରିୟ ନେତା। ସେଥିଲେ ଏକାଧାରରେ ରାଜନେତା, ସ୍ଵାଧୀନତା ସଂଗ୍ରାମୀ, ଯୁଦ୍ଧ ବିଶାରଦ ପାଇଲଟ, ବିଚକ୍ଷଣ ପ୍ରତିଭାର ଅଧିକାରୀ ତଥା ପ୍ରବାଦ ପୁରୁଷ। ଯାହାଙ୍କ ନାମ ସ୍ମରଣ ମାତ୍ରେ ଓଡିଆ ସ୍ଵାଭିମାନର ଶାଣିତ ସ୍ଵର ମନରେ ଗୁଞ୍ଜରିତ ହୁଏ, ଭୂମିପୁତ୍ରଙ୍କୁ ଆଜି ଝୁରୁଛି ସାରା ଦେଶ । 

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ ।  ବିଜୟାନନ୍ଦ ପଟ୍ଟନାୟକ.... ଲୋକେ ତାଙ୍କୁ ବିଜୁ ପଟ୍ଟନାୟକ ନାଁରେ ଜାଣନ୍ତି । ସେ ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ ଏବଂ ଜଣେ ମହାନ ରାଜନେତା । ଆଧୁନିକ ଓଡିଶାର ଥିଲେ ସେ ବିନ୍ଧାଣୀ । ଏହା ସହ ଅନ୍ତର୍ଜାତୀୟ ସ୍ତରରେ ବି ବେଶ୍ ଖ୍ୟାତି ଅର୍ଜମ କରିଥିଲେ ବିଜୁ ବାବୁ । ଯେଉଁଥିଲାଗି ସେ ସର୍ବଦା ସ୍ମରଣୀୟ । 

ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହରଲାଲ ନେହେରୁ ଏବଂ ବିଜୁ ପଟ୍ଟନାୟକଙ୍କ ବନ୍ଧୁତା ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ବୋଲି ଆଜି ବି ବିବେଚନା କରାଯାଏ । ଓଡିଶାର ସବୁଠାରୁ ଲୋକପ୍ରିୟ ରାଜନେତା ଭାବରେ ପରିଗଣିତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାରେ ସମସ୍ତେ ସମ୍ବୋଧନ କରନ୍ତି ବିଜୁ ବାବୁ। ଝଡର ଇଗଲ, ଟଲ ମ୍ୟାନ, ଭୂମି ପୁତ୍ର ତଥା ପ୍ରବାଦ ପୁରୁଷ ଭାବରେ ବେଶ ପରିଚିତ ବିଜୁ ବାବୁ। ତାଙ୍କର ସବୁଠାରୁ ବଡ ପରିଚୟ ହେଉଛି ସେ ଥିଲେ ସ୍ଵାଭିମାନୀ ଓଡିଆ। ଓଡିଶା ପାଇଁ ଅତ୍ୟନ୍ତ ସଂବେଦନଶୀଳ ତଥା ଗମ୍ଭୀର ଥିବା ବିଜୁ ବାବୁଙ୍କ ଜୀବନ ଥିଲା ଅତ୍ୟନ୍ତ ତ୍ୟାଗପୂର୍ଣ ଏବଂ ପ୍ରେରଣାପ୍ରଦ। 

ଆଧୁନିକ ଓଡିଶାର ଇତିହାସର ପୃଷ୍ଠା ଓଲଟାଇଲେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ବିଜୁ ବାବୁଙ୍କ ଅବଦାନର ସ୍ଵାକ୍ଷର ନଥିବ। ଶିଳ୍ପ, ସାହିତ୍ଯ, ଶିକ୍ଷା, ଭିତ୍ତିଭୂମି, ସଡକ, ବନ୍ଦର ଏବଂ ଏପରିକି ରେଳପଥ ଏହି ସମସ୍ତ କ୍ଷେତ୍ର ଆଜି ଯଦି ବିକାଶର ଧାରାରେ ଯୋଡି ହୋଇଛି, ତେବେ ସେଥିରେ ବିଜୁ ବାବୁଙ୍କ ଆଖି ଦୃଶିଆ ଅବଦାନ ରହିଛି। ୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା। ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢ଼ି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲେ। ପିଲାଟିଦିନରୁ ସେ ନିର୍ଭୀକ, ଦୁଃସାହସିକ ଓ ଖେଳପ୍ରିୟ ଥିଲେ। ୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ସେ ଦିଲ୍ଲୀ ଗଲେ। ଶିକ୍ଷା ପରେ ଲାଇସେନ୍ସ ପାଇ ଭାରତୀୟ ଜାତୀୟ ଏଆର୍‌ଓଏଜ୍‌ରେ ପାଇଲଟ୍ ଚାକିରି କଲେ। 


ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥି ଜ୍ଞାନଙ୍କୁ ଜାଣିଲେ। ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ। ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳା। ୧୯୩୯ରେ ଉଭୟଙ୍କର ବିବାହ ହେଲା। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ବିଜୁ ପଟ୍ଟନାୟକ। 

ପ୍ରାଚୀନ କାଳରୁ ଭାରତ ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ସମ୍ପର୍କ ରହିଆସିଛି, ତେଣୁ ନେହେରୁ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଆଗ୍ରହୀ ଥିଲେ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଉପନିବେଶବାଦ ବିରୁଦ୍ଧରେ ଥିଲେ ଏବଂ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆକୁ ଡଚ୍ ମାନଙ୍କଠାରୁ ମୁକ୍ତ କରିବାରେ ସାହାଯ୍ୟ କରିବାର ଦାୟିତ୍ୱ ଦେଇଥିଲେ । ନେହେରୁ ଇଣ୍ଡୋନେସିଆ ଯୁଦ୍ଧବିମାନକୁ ଡଚ୍ ମାନଙ୍କଠାରୁ ରକ୍ଷା କରିବାକୁ କହିଥିଲେ । ନେହେରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ପାଇଲଟ ଭାବରେ 1948 ମସିହାରେ ଡାକୋଟା ବିମାନ ସହିତ ସିଙ୍ଗାପୁର ଦେଇ ଜାକର୍ତ୍ତା ପହଞ୍ଚିଥିଲେ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବଞ୍ଚାଇବା ପାଇଁ ଏଠାରେ ସେ ପହଞ୍ଚିଥିଲେ । 

ଇଣ୍ଡୋନେସିଆର ବାୟୁସେନାରେ ପ୍ରବେଶ କଲାବେଳେ ଡଚ୍ ସେନା ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା । ପଟ୍ଟନାୟକଙ୍କୁ ଜାକର୍ତ୍ତା ନିକଟରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେଠାରେ ସେ ଜାପାନ ସେନାର ଅବଶିଷ୍ଟ ଇନ୍ଧନ ବ୍ୟବହାର କରିଥିଲେ । ଏହା ପରେ ସେ ବିଦ୍ରୋହୀ ଅଞ୍ଚଳକୁ ପ୍ରବେଶ କରିଥିଲେ ଏବଂ ସେ ତାଙ୍କ ସହ ଦିଲ୍ଲୀକୁ ମୁଖ୍ୟ ବିଦ୍ରୋହୀ ସୁଲତାନ ଶାହିର ଏବଂ ସୁକର୍ଣ୍ଣୋଙ୍କୁ ନେଇ ଆସି ନେହେରୁଙ୍କ ସହ ଗୁପ୍ତ ସାକ୍ଷାତ କରାଇଥିଲେ । 

ଏହା ପରେ ଡକ୍ଟର ସୁକର୍ଣ୍ଣୋ ଆଜାଦ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ଏହି ସାହସିକତା କାର୍ଯ୍ୟ ପାଇଁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ନାଗରିକତ୍ୱ ପ୍ରଦାନ କରାଯାଇଥିଲା ଏବଂ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ 'ଭୂମି ପୁତ୍ର' ପ୍ରଦାନ କରାଯାଇଥିଲା । ବହୁତ କମ୍ ବିଦେଶୀଙ୍କୁ ଏହି ପୁରସ୍କାର ଦିଆଯାଏ । 

1996 ରେ, ଇଣ୍ଡୋନେସିଆ 50 ତମ ସ୍ୱାଧୀନତା ଦିବସ ପାଳନ କରିଥିଲା ଏବଂ ବିଜୁ ପଟ୍ଟନାୟକଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର 'ବିଣ୍ଟାଗ ଜାସା ଉତ୍କମ୍' ପ୍ରଦାନ କରାଯାଇଥିଲା । ଯେଉଁ ଦିନ ସୁକର୍ଣ୍ଣୋଙ୍କ ଝିଅ ଜନ୍ମ ହେଲା, ପ୍ରବଳ ବର୍ଷା ହେଉଥିଲା ଏବଂ ମେଘ ବଜ୍ରପାତ ହେଉଥିଲା, ସେଥିପାଇଁ ବିଜୁ ପଟ୍ଟନାୟକ ତାଙ୍କ ନାମ ମେଘାବତୀ ଦେବାକୁ ପରାମର୍ଶ ଦେଇଥିଲେ । 

ବିଜୁ ପଟ୍ଟନାୟକ ତିଦ୍ଦତ୍ ଏବଂ ଭାରତକୁ ବିମାନ ଚଳାଚଳ ସହିତ ସଂଯୋଗ କରିବାକୁ ଚେଷ୍ଟା କରିଥିଲେ । 1951 ମସିହାରେ ଚୀନ୍ ତିବ୍ଦତ ଦଖଲ ପୂର୍ବରୁ ସେ ଏହା କରିଥିଲେ, କିନ୍ତୁ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ଅଭାବରୁ ସେ ବିଫଳ ହୋଇଥିଲେ । ଉତ୍କଳର ମୁକୁଟ ବିହୀନ ସମ୍ରାଟ, କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଦେହାବସାନ ହୋଇଥିଲା ୧୯୯୭, ଏପ୍ରିଲ୍ ୧୭ ତାରିଖରେ । 

Wednesday, April 17, 2024

COASTAL NEWS ODIA 1822 ପ୍ରାକ୍ ନିର୍ବାଚନ ସର୍ଭେ କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ?

COASTAL NEWS ODIA 1822

ପ୍ରାକ୍ ନିର୍ବାଚନ ସର୍ଭେ କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ? 


ଭୁବନେଶ୍ବର - (CNO) ଇଣ୍ଡିଆ ଟିଭି ସିଏନଏକ୍ସର ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି । ବିଜେପି ନେତୃତ୍ଵାଧୀନ ଏନଡିଏ ୩୯୩ ଟି ଆସନରେ ବିଜୟ ହେବାର ସମ୍ଭାବନା ରହିଛି । ସେହିପରି I.N.D.I.A ମେଣ୍ଟ ୯୯ ସିଟ ପାଇବ ବୋଲି ଆକଳନ ହୋଇଛି । 

ସର୍ଭେ ରିପୋର୍ଟ 
ତେଲେଙ୍ଗାନା - 
ବିଜେପି: ୬, କଂଗ୍ରେସ : ୮, ଅନ୍ୟାନ୍ୟ: ୪ 
ଆନ୍ଧ୍ର - 
ବିଜେପି +: ୧୫ , କଂଗ୍ରେସ୍: ୦, ୱାଇଏସଆରସି: ୧୦ 
କେରଳ - 
ବିଜେପି: ୩, କଂଗ୍ରେସ୍ +: ୧୧, ଲେଫ୍ଟ +: ୬ 


ତାମିଲନାଡୁ - 
ବିଜେପି: ୪, ବିଜେପି ସହଯୋଗୀ: 
୨, ଡିଏମକେ: ୧୭, କଂଗ୍ରେସ୍: ୮, ଏଡିଏମକେ: ୪ 
ପଞ୍ଜାବ - 
ବିଜେପି: ୩, କଂଗ୍ରେସ୍: ୧, ଆପ: ୮, ଅକାଳି ଦଳ: ୧ 

କର୍ଣ୍ଣାଟକ - 
ବିଜେପି +: ୨୩, କଂଗ୍ରେସ୍: ୫ 

ମହାରାଷ୍ଟ୍ର - 
ବିଜେପି +: ୩୯, କଂଗ୍ରେସ୍: + ୯ 

ଗୁଜୁରାଟ - 
ବିଜେପି: ୨୬, କଂଗ୍ରେସ୍: ୦ 

ରାଜସ୍ଥାନ - 
ବିଜେପି: ୨୫, କଂଗ୍ରେସ୍: ୦ ସାଂସଦ - ବିଜେପି: ୨୮, କଂଗ୍ରେସ୍: ୧ 


ଛତିଶଗଡ - 
ବିଜେପି: ୧୧, କଂଗ୍ରେସ୍: ୦ 

ଗୋଆ - 
ବିଜେପି: ୨, କଂଗ୍ରେସ୍: ୦ 

ବିହାର - 
ବିଜେପି +: ୩୪ , ଆର୍ଜେଡି + ୬ 

ଉତ୍ତରପ୍ରଦେଶ - 
ବିଜେପି +: ୭୬, ଏସପି + ୪ 

ପଶ୍ଚିମବଙ୍ଗ - 
ବିଜେପି: ୨୩, କଂଗ୍ରେସ୍: ୦, ଟିଏମସି: ୧୯ 

ଓଡ଼ିଶା - 
ବିଜେପି: ୧୧ ବିଜେଡି: ୧୦ 

ଝାଡଖଣ୍ଡ- 
ବିଜେପି +: ୧୩, କଂଗ୍ରେସ୍: ୦ , ଜେଏମଏମ: ୧ 

ହରିୟାଣା - 
ବିଜେପି: ୮, କଂଗ୍ରେସ୍: ୨ 

ଦିଲ୍ଲୀ - 
ବିଜେପି: ୭, କଂଗ୍ରେସ୍: ୦ 

ଆସାମ - 
ବିଜେପି +: ୧୨, 
କଂଗ୍ରେସ୍: ୧, ଏଆଇୟୁଡିଏଫ୍: ୧ 

COASTAL NEWS ODIA 1821 ରାମ ନବମୀ ରାଲିକୁ ନେଇ ଟିଏମସି ଉପରେ ମୋଦିଙ୍କ ବୟାନ, କହିଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା

COASTAL NEWS ODIA 1821

ରାମ ନବମୀ ରାଲିକୁ ନେଇ ଟିଏମସି ଉପରେ ମୋଦିଙ୍କ ବୟାନ, କହିଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା


କୋଲକତା - (CNO) ଆସନ୍ତାକାଲି ହେଉଛି ରାମ ନବମୀ । ରାମଙ୍କ ପାଇଁ ସାରା ଦେଶ ଏବେ ଉତ୍ସବ ମୁଖର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ପୂଜା କରିବେ ଭକ୍ତ ମାନେ । ଆଉ ବର୍ତ୍ତମାନ ଠିକ୍ ରାମ ନବମିର ଦିନକ ପୂର୍ବରୁ ମମତା ବାନାର୍ଜିଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ।


ସେ ମଙ୍ଗଳବାର ପଶ୍ଚିମବଙ୍ଗର ବାଲୁରଘାଟରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ରାଜ୍ୟର ଟିଏମସି ସରକାରଙ୍କୁ କରିଥିଲେ ଟାର୍ଗେଟ । ରାମନବମୀ ଏବଂ ରାମଲାଲାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିବ ଯେ ରାମନବମିରେ ରାମଲାଲା ଅଯୋଧ୍ୟାରେ ଥିବା ତାଙ୍କ ମହାନ ମନ୍ଦିରରେ ପୂଜା ପାଇବେ ।


ମୁଁ ଜାଣେ ଯେ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ମମତା ସରକାର ରାମ ନବମୀ ଉତ୍ସବକୁ ବନ୍ଦ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ସମାରୋହକୁ ବନ୍ଦ କରିବା ପାଇଁ ସେମାନେ ଅନେକ ଷଡଯନ୍ତ୍ର ରଚିଛନ୍ତି । କିନ୍ତୁ ସତ୍ୟ ସର୍ବଦା ଜିତେ । ତେଣୁ ରାମ ନବମୀ ପଦଯାତ୍ରା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତାକାଲି ରାମ ନବମୀ ଅବସରରେ ପୂର୍ଣ୍ଣ ଭକ୍ତି ଓ ଶ୍ରଦ୍ଧାର ସହିତ ଏକ ବିଶାଳ ଶୋଭାଯାତ୍ରା କରାଯିବ । ଏହି ଅବସରରେ ମୁଁ ବଙ୍ଗଳାର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି ।

COASTAL NEWS ODIA ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମାଙ୍କ ଉପରେ ଆସ୍ଥା

COASTAL NEWS ODIA 1820

 ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମାଙ୍କ ଉପରେ ଆସ୍ଥା 


ଭୁବନେଶ୍ବର - (CNO) ଆଜି ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ ବିଜେପି ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି । ଏଥିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ଦଳ ରାଉରକେଲାରୁ ପ୍ରାର୍ଥୀ କରିଛି । ତେବେ ଘୋଷଣା କରିଥିବା ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । 

ରଣପୁର ଓ ପଟାଙ୍ଗୀ ଆସନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ବିଜେପି ପକ୍ଷରୁ ୧୧୨ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କୁ ମୈଦାନକୁ ଓହ୍ଲାଇଥିଲା । ରଣପୁରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଶାୟୀ ଥିଲେ ମଧ୍ୟ ତାଙ୍କ ଟିକେଟ କାଟିଥିଲା ଦଳ । ଯାହାକୁ ନେଇ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । 

ସୁରମାଙ୍କ ଭଳି ଅନୁଭବୀ ନେତାଙ୍କ ବଦଳରେ ଅନ୍ୟ କିଏ ପ୍ରାର୍ଥୀ ହେଲେ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିବନି କର୍ମୀ ମାନେ ସ୍ପଷ୍ଟ କରିଥିଲେ । ଯାହାଫଳରେ ପୁଣିଥରେ ରଣପୁର ଆସନକୁ ନେଇ ତର୍ଜମା କରିଥିଲା ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁରମାଙ୍କ ଉପରେ ଭରସା କରିଛି । କେବଳ ରଣପୁର ନୁହେଁ ପଟାଙ୍ଗୀ ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । 
ପୂର୍ବରୁ ପଟାଙ୍ଗୀ ଆସନ ପାଇଁ ଚୈତନ୍ୟ ହନ୍ତଳଙ୍କୁ ପ୍ରାର୍ଥୀ କରିଥିଲା ଦଳ । ତେବେ ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ଚୈତନ୍ୟଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ଏବେ ସୁଦ୍ଧା ଦଳ ୧୩୧ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

COASTAL NEWS ODIA 1819 ଘାଟିରେ ଓଲଟିଲା ଅଟୋ; ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଗୁରୁତର

COASTAL NEWS ODIA 1819

ଘାଟିରେ ଓଲଟିଲା ଅଟୋ; ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଗୁରୁତର


ଦିଗପହଣ୍ଡି - (CNO) ଘାଟିରେ ଓଲଟିଲା ଅଟୋ । ୨୦ରୁ ଊର୍ଦ୍ଧ୍ବ ଆହତ ବାଙ୍କେଶ୍ବରୀ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ। ସମସ୍ତ ଆହତ ଆମ୍ବୁଲାନ୍ସରେ ଦିଗପହଣ୍ଡି ମେଡିକାଲ୍‌ ପହଞ୍ଚିଛନ୍ତି । ତେବେ ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।


ଆଜି ଅପରାହ୍ଣରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି । ଶେରଗଡ଼ କରଡ଼ାକଣା ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ବାଙ୍କେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ହେଲେ ଫେରିଲା ବେଳେ ଘାଟି ରାସ୍ତାରେ ଓଲଟିଲା ଡାଲା ଅଟୋ। ଯାହାଫଳରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି।


ମାଆଙ୍କ ଆଶୀର୍ବାଦ ନେଇ ଅପରାହ୍ଣରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ଘାଟି ରାସ୍ତାରେ ଡାଲା ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ୧୦୮ ଆମ୍ୱୁଲାନ୍ସରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି।

COASTAL NEWS ODIA 1818 ବଜ୍ରପାତରେ ଯୁବ ଉଦ୍ୟୋଗୀ ଙ୍କ ମୃତ୍ୟୁ

COASTAL NEWS ODIA 1818
ବଜ୍ରପାତରେ ଯୁବ ଉଦ୍ୟୋଗୀ ଙ୍କ ମୃତ୍ୟୁ 


ଆଳି - (CNO) କେନ୍ଦ୍ରାପଡା : ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ସରବହାର ବିଚ୍ଛିନ୍ନ ରହିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଛି । 

ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣଙ୍କ ମୃତ୍ୟୁ ହେବା ସହ କୁଣ୍ଡିଲୋରେ ବଜ୍ରାଘାତରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଆଳି ଶାଳିଅଞ୍ଚ ଭେଡାରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ହଠାତ୍ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରାଘାତ ଆଳି ଅଞ୍ଚଳ ରେ ଅନୁଭୂତ ହୋଇଥିଲା l କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଶାଳିଅଞ୍ଚ ଗ୍ରାମର ବିଷ୍ଣୁ ଚରଣ ବେହେରା ଙ୍କ ପୁତ୍ର ଅନୀଲ କୁମାର ବେହେରା,  ଙ୍କ ଆଜି ତା ୧୬/୦୪/୨୦୨୪ରିଖ ସମୟ ପ୍ରାୟ ଘ ୪.୩୦ମି: ସମୟରେ ବଜ୍ରାଘାତ ରେ ଅକାଳ ବିୟୋଗ ଘଟିଛି। 


ସେ ତାଙ୍କର ଚିଙ୍ଗୁଡି ଘେରି କୁ ଯାଇଥିବା ବେଳେ ହଠାତ୍ତା ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ସ୍ତ୍ରୀ ଏବଂ ଦୁଇଟି ଶିଶୁ କନ୍ୟା ଅଛନ୍ତି। ତାଙ୍କର ଅକାଳ ମୃତ୍ୟୁ ରେ ଶାଳିଅଞ୍ଚ ଗ୍ରାମ ନିସ୍ତବ୍ଦ ଓ ଆଳି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।  

Tuesday, April 16, 2024

COASTAL NEWS ODIA 1817 ଆସିଲା ବିଜେପି ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ

COASTAL NEWS ODIA 1817

ଆସିଲା ବିଜେପି ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ


ଭୁବନେଶ୍ବର - (CNO) ଆସିଲା ବିଜେପି ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା । ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ରାଉରକେଲା ଆସନରୁ ଦଳ ଟିକେଟ୍ ଦେଇଛି ।


ସେହିପରି ରାଉରକେଲା - ଦିଲ୍ଲୀପ ରୟ
ପାଟଣା -ଅଖିଲ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରିପୋଷ-ସଞ୍ଜଳୀ ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ,
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମା ସତ୍ୟସାରଥି ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ- ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ଶିଶା

COASTAL NEWS ODIA 1816 ବିଜେପିରେ ମିଶିଲେ ଭାଇରାଲ କାରଖାନା ଭାଉଜ; ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଖାଇବା ବିକ୍ରୀ ଚର୍ଚ୍ଚାରେ ଥିଲେ ଏହି ଦୁଇ ଯା

COASTAL NEWS ODIA 1816

ବିଜେପିରେ ମିଶିଲେ ଭାଇରାଲ କାରଖାନା ଭାଉଜ; ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଖାଇବା ବିକ୍ରୀ ଚର୍ଚ୍ଚାରେ ଥିଲେ ଏହି ଦୁଇ ଯା 



ଭୁବନେଶ୍ବର - (CNO) ବିଜେପିରେ ଭାଇରାଲ୍ ଭାଉଜ । ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା କାରଖନା ଭାଉଜ (ଦୁଇ ଯା') ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା' ।

ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା' । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଦୁଇ ଯା'ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ବେଶ୍ ବିବାଦ ମଧ୍ୟ ହୋଇଥିଲା ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଏହି ଦୁଇ ଯା' ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏବେ ଦୁଇ ଯା' ବିଜେପିରେ ସାମିଲ ହୋଇଛନ୍ତି ।

Monday, April 15, 2024

COASTAL NEWS ODIA 1815 ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ ବସ୍ ଦୁର୍ଘଟଣା ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା ବସ୍

COASTAL NEWS ODIA 1815

ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ  ବସ୍ ଦୁର୍ଘଟଣା 
ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା ବସ୍



ଯାଜପୁର - (CNO) ପୁରୀରୁ କୋଲକାତା ଯାଉଥିବାବେଳେ ବେଳେ ବସ ଦୁର୍ଘଟଣା ଯାଜପୁର ଜିଲ୍ଲାର କୁଆଖିଆ ନିକଟ NH 16 ବାରବାଟୀ ଛକ ନିକଟରେ ଦୁର୍ଘଟଣା ଓଲଟିଲା ବସ୍ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ପଡିଲା ଆହତ ମାନଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର

ଯାଜପୁର କୁଆଖିଆରେ ଓଲଟିଲା ଯାତ୍ରୀବାହୀ ବସ୍ । ୪୦ରୁ ଅଧିକ ଆହତ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ପୋଲିସ ଓ ଅଗ୍ନିଶମ ବାହିନୀ କରୁଛନ୍ତି ରେସ୍କ୍ୟୁ । ଆହତମାନଙ୍କୁ ତୁରନ୍ତ ନିଆଯାଇଛି ଧର୍ମଶାଳା ହସ୍ପିଟାଲ । ବସ୍‌ ଟି ପୁରୀରୁ କୋଲକାତା ଯାଉଥିଲା l ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । 

ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସୂଚନା । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଘଟଣାସ୍ଥଳରେ ପ୍ରାଶାସନିକ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକ ମାନେ ମଧ୍ୟ ସହାୟତା କରୁଛନ୍ତି ।

Sunday, April 14, 2024

COASTAL NEWS ODIA 1814 ରାଷ୍ଟ୍ରପୁରୁଷ ଭୀମରାଓ ଆମ୍ବେଦକରଙ୍କୁ ଆଜି ୧୩୪ତମ ଜୟନ୍ତୀ

COASTAL NEWS ODIA 1814

ଆମ୍ବେଦକର ଜୟନ୍ତୀ 
ରାଷ୍ଟ୍ରପୁରୁଷ ଭୀମରାଓ ଆମ୍ବେଦକରଙ୍କୁ ଆଜି ୧୩୪ତମ ଜୟନ୍ତୀ; 



ଦଳିତଙ୍କ ଅଧିକାର ଓ ଜାତି ପ୍ରଥା ବିରୁଦ୍ଧରେ କରିଥିଲେ ସ୍ୱର ଉତ୍ତୋଳନ

ଭାରତୀୟ ସମ୍ବିଧାନ ପ୍ରଣୟତା ରାଷ୍ଟ୍ରପୁରୁଷ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଆଜି ୧୩୪ତମ ଜୟନ୍ତୀ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ମଧ୍ୟ ଥିଲେ । ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଭୀମରାଓ ଆମ୍ବେଦକର । ଭାରତୀୟ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସେ ଭାରତୀୟ ସମ୍ୱିଧାନର ପ୍ରଣୟତା ବ୍ୟତୀତ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ତଥା ସାମାଜିକ ସଂସ୍କାରକ ଭାବେ ଗୌରବ ଅର୍ଜନ କରିଛନ୍ତି। ଏହା ସହ ସେ ଅନେକଗୁଡିଏ ପୁସ୍ତକ ମଧ୍ୟ ଲେଖି ଯାଇଛନ୍ତି । ପିଲାଦିନରୁ ଭୀମରାଓ ଭେଦଭାବର ସମ୍ମୁଖୀନ ହୋଇଥିଲା, ଯାହା ତାଙ୍କୁ ସମାନତା କ୍ଷେତ୍ରରେ ପ୍ରବର୍ତ୍ତାଇଥିଲା। ଜାତି ପ୍ରଥା, ଭେଦଭାବ ସତ୍ତ୍ୱେ ସେ କଠିନ ପରିଶ୍ରମ କରି ବିଦେଶରେ ଅଧ୍ୟୟନ କରିଥିଲେ । କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ ଭୀମରାଓ ।


ମାନବିକତା ବିଷୟରେ କଥାବାର୍ତ୍ତା କରୁଥିବା ଲୋକ ସାଧାରଣତଃ ମାନବ ଅଧିକାର ବିଷୟରେ ଆଲୋଚନା କରନ୍ତି । କିନ୍ତୁ ଏମିତି ଏକ ବାସ୍ତବତା ମଧ୍ୟ ଥିଲା, ଦେଶରେ ଅନେକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ମଧ୍ୟ ଜାତି ପ୍ରାଧାନ୍ୟ ବିସ୍ତାର କରିଥିଲା । ଆମ୍ବେଦକରଙ୍କୁ ଏପରି ସମୟ ଦେଖିବାକୁ ପଡ଼ିଥିଲା, ଯାହାକି ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଭୋକରେ ରଖିଥିଲା । ଛୁଆଁ-ଅଛୁଆଁ ର ପ୍ରଭାବ କେତେ ଥିଲା, ତାହା ଏହି କଥାରୁ ଅନୁଭବ କରିହେବ । ମହାର ରାସ୍ତା ନିକଟରେ ପ୍ରବାହିତ ନଦୀରେ ବନ୍ୟା ଆସିଥାଏ । ବନ୍ୟା ଯୋଗୁଁ ଦୁଇ କୂଳର ଲୋକଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଦୁଇ ଦିନ ଧରି ବନ୍ୟା ଜଳ କମି ନଥିଲା ଏବଂ ଅଛୁଆଁ ବୋଲି ଭୀମରାଓଙ୍କୁ ଦୁଇ ଦିନ ଭୋକରେ ରହିବାକୁ ପଡିଥିଲା ।

ଅଛୁଆଁ ବିବେଚିତ ଲୋକଙ୍କ ବସ୍ତିରେ ରହୁଥିବାରୁ ସାମାଜିକ ବାସନ୍ଦ ଭୟରେ ଭୀମରାଓଙ୍କୁ କେହି ଖାଦ୍ୟ ଦେବା ଉଚିତ୍ ବୋଲି ଭାବି ନଥିଲେ । ସେହି ସମୟରେ ଅସ୍ପୃଶ୍ୟ କୁହାଯାଉଥିବା ଲୋକଙ୍କୁ କେହି ଖାଦ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ଦଳିତଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଦୂର କରିବା, ମହିଳା ଏବଂ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରିଥିଲେ ଭୀମରାଓ ।

ଦଳିତ ସମ୍ପ୍ରଦାୟର ଉନ୍ନତି ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ଜାତି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଶିକ୍ଷା ତଥା ନିଯୁକ୍ତି ସୁଯୋଗରେ ସମାନତା ପାଇଁ ଜୀବନକୁ ଉତ୍ସର୍ଗିତ କରି ଦେଇଥିଲେ ଭୀମରାଓ।

COASTAL NEWS ODIA 1814 ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର ୨୦୨୪; ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ

COASTAL NEWS ODIA 1814

ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର ୨୦୨୪; ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ 


ଭୁବନେଶ୍ବର - (CNO) ସାଧାରଣ ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚିତ । ସଂକଳ୍ପ ପତ୍ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି । ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି। 

ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି । ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ଲୋକସଭା ନିର୍ବାଚନ ୨୦୨୪ ଆସନ | ପ୍ରାର୍ଥୀ | ନିର୍ବାଚନ ତାରିଖ ଆମର ଫୋକସ ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳତ । ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । 

ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ଗରିବ ହୁଅନ୍ତୁ କିମ୍ବା ମଧ୍ୟମ ବର୍ଗୀୟ ହୁଅନ୍ତୁ, ଉପକୃତ ହେବେ । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ବୋଲି ମୋଦି କହିଛନ୍ତି । ସେହିପରି ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ । 

ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ । ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବୁ । ମହିଳା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆଗକୁ ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ। ଏନେଇ ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ । ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ।

COASTAL NEWS ODIA 1812 18 ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତାଲିକାରୁ ହଟେଇ ଦେବାକୁ କରିବାକୁ ଯୋଜନା କରିଛନ୍ତି

COASTAL NEWS ODIA 1812

18 ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତାଲିକାରୁ ହଟେଇ ଦେବାକୁ କରିବାକୁ ଯୋଜନା କରିଛନ୍ତି


ମୋଦୀ ସରକାର 18 ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତାଲିକାରୁ ହଟେଇ ଦେବାକୁ କରିବାକୁ ଯୋଜନା କରିଛନ୍ତି କାରଣ ସେମାନଙ୍କର ଆଉ ଜାତୀୟ ଗୁରୁତ୍ୱ ନାହିଁ।

ଉଦାହରଣ ସ୍ୱରୂପ, ନୂଆଦିଲ୍ଲୀର ପ୍ରାଣୀ ଉଦ୍ୟାନରେ ଥିବା ଏକ ମୋଗଲ କୋସ ମିନାର ତାଲିକାରୁ ହଟାଯିବ।

ଏହି ତାଲିକାରେ ବିଭିନ୍ନ ରାଜ୍ୟରୁ ସ୍ମାରକୀ ଅନ୍ତର୍ଭୁକ୍ତ |  ମୋଦୀ ସରକାରଙ୍କ ଆଉ ଏକ histor ତିହାସିକ ନିଷ୍ପତ୍ତି

ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଅବଶିଷ୍ଟ ଅଧିନିୟମ, 1958 (AMASR ଅଧିନିୟମ) ର ଧାରା 35 କୁ ସରକାର ଆହ୍ .ାନ କରିଛନ୍ତି।  ଥରେ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତାଲିକାରୁ ହଟାଯିବା ପରେ ASI ଏବଂ ସଂସ୍କୃତି ମନ୍ତ୍ରଣାଳୟ ସେମାନଙ୍କର ସଂରକ୍ଷଣ, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆଉ ଦାୟୀ ରହିବେ ନାହିଁ |

ଏଥିମଧ୍ୟରୁ ଶାହାବାଦର କୋସ ମିନାର ଏବଂ ହରିୟାଣାର ମୁଜେସର, ଦିଲ୍ଲୀର ବାରା ଖମ୍ବା ଶ୍ମଶାନ ଏବଂ ଉତ୍ତରପ୍ରଦେଶର ଅନେକ ଶ୍ମଶାନ ଏବଂ କବର ସମେତ ବର୍ତ୍ତମାନ ତାଲିକାଭୁକ୍ତ ହୋଇଥିବା ସ୍ମାରକୀ ମଧ୍ୟରେ ସ୍ଥାନ ପାଇଛନ୍ତି (ହିନ୍ଦୁ 08 ଏପ୍ରିଲ 24)।

 ଟିକସଦାତାଙ୍କ ଟଙ୍କା ଆଉ ମୋଗଲମାନଙ୍କର ଚତୁର୍ଥ ତଥା ପଞ୍ଚମ ପତ୍ନୀଙ୍କ ଶ୍ମଶାନ ଏବଂ ସମାଧି ସଂରକ୍ଷଣ ପାଇଁ ଖର୍ଚ୍ଚ ହେବ ନାହିଁ |

ଏହା ହିନ୍ଦୁମାନଙ୍କ ପାଇଁ ସେମାନଙ୍କର historical ତିହାସିକ ସ୍ଥାନ ପୁନରୁଦ୍ଧାର ପାଇଁ ଏକ ପଥ ପରିଷ୍କାର କରିବ ଏବଂ ତାଜମହଲକୁ କିଛି ବର୍ଷ ମଧ୍ୟରେ ତାଲିକାଭୁକ୍ତ କରାଯିବ

COASTAL NEWS ODIA 1811 ଆର୍ଥିକ ବର୍ଷ ଆରମ୍ଭରୁ କମିଲା ଏଲପିଜି ଦର, ଜାଣନ୍ତୁ କେତେ ବଦଳିଲା ଦାମ୍

COASTAL NEWS ODIA 1811
ଆର୍ଥିକ ବର୍ଷ ଆରମ୍ଭରୁ କମିଲା ଏଲପିଜି ଦର, ଜାଣନ୍ତୁ କେତେ ବଦଳିଲା ଦାମ୍ 



ନୂଆଦିଲ୍ଲୀ - (CNO) ଅପ୍ରେଲ ମାସ ପହିଲା ଅର୍ଥାତ୍ଆ ର୍ଥିକ ବର୍ଷ 2024-25 ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଅପ୍ରେଲ ପହିଲାରୁ କମିଲା ଏଲପିଜି ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଏହି ଦର ହ୍ରାସ ବ୍ୟବସାୟିକ ସିଲିଣ୍ଡର ଉପରେ ହୋଇଛି, କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । 

ଦର ହ୍ରାସ ପରେ ଦିଲ୍ଲୀରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 30 ଟଙ୍କା, କୋଲକାତାରେ 32 ଟଙ୍କା, ମୁମ୍ବାଇରେ 31.50 ଟଙ୍କା ଏବଂ ଚେନ୍ନାଇରେ 30 ଟଙ୍କା ହ୍ରାସ ହୋଇଛି । 


ନୂଆ ଦର ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 1764 ଟଙ୍କା ହୋଇଛି । ଅନ୍ୟପକ୍ଷରେ କୋଲକାତାରେ ଏହାର ମୂଲ୍ୟ 1879 ଟଙ୍କା ଥିବାବେଳେ ମୁମ୍ବାଇରେ ଏହାର ଦର 1717 ଟଙ୍କା ଥିବାବେଳେ ଚେନ୍ନାଇରେ ଏହାର ମୂଲ୍ୟ 1930 ଟଙ୍କା ରେ ପହଞ୍ଚିଛି । 

ନୂଆ ଦର ଏବେ ଠାରୁ ହିଁ ଲାଗୁ ହେବ । ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ । ସେତେବେଳେ ଏଲପିଜି ସିଲିଣ୍ଡରର ମୂଲ୍ୟ 25.50 ଟଙ୍କା ବୃଦ୍ଧି ପାଇଥିଲା, କିନ୍ତୁ ଆଜି ମୂଲ୍ୟ ହ୍ରାସ ହେତୁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।

Saturday, April 13, 2024

COASTAL NEWS ODIA 1810 ବୋମାମାଡ଼ କରି 14 ଲକ୍ଷ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଦୁବୃର୍ତ୍ତ

COASTAL NEWS ODIA 1810

ବୋମାମାଡ଼ କରି 14 ଲକ୍ଷ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଦୁବୃର୍ତ୍ତ 


କାମାକ୍ଷାନଗର - (CNO) ସକାଳୁ ସକାଳୁ ବୋମାମାଡ଼ । ଗୋରୁ ବେପାରୀଙ୍କ ଠାରୁ ଲୁଟିନେଲେ 14 ଲକ୍ଷ ଟଙ୍କା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କାମାକ୍ଷାନଗର ସାପ୍ତାହିକ ହାଟ ନିକଟରେ । ଜିରାଳ ସାପ୍ତାହିକ ହାଟରେ ବୋମା ମାଡ଼ କରି ଲୁଟ୍‌ପାଟ ଅଭିଯୋଗ ହୋଇଛି । ଗୋରୁ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଦୁବୃର୍ତ୍ତ । ବୋମାମାଡ଼ ସହ 2 ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ ମଧ୍ୟ କରିଥିଲେ । ଏପରିକି ଡ୍ରାଇଭରଙ୍କୁ ଭୟଭୀତ କରି 14 ଲକ୍ଷ ଟଙ୍କା ସହ ବୋଲେରୋ ନେଇ ଫେରାର ହୋଇଯାଇଛନ୍ତି 5 ଦୁର୍ବୃତ୍ତ ।  

ସୂଚନା ଅନୁସାରେ, କିଛି ବ୍ୟବସାୟୀ ଆଜି ଜିରାଳ ସାପ୍ତାହିକ ହାଟରୁ ଗୋରୁ କିଣିବା ପାଇଁ ଆସିଥିଲେ । ଏହି ସମୟରେ ସେମାନଙ୍କୁ 5 ଦୁବୃର୍ତ୍ତ ବୋମାମାଡ଼ କରିବା ସହ ଫାଙ୍କା ଗୁଳି ଚଳାଇ ଭୟଭୀତ କରିଥିଲେ । ସେମାନଙ୍କୁ ଠାରୁ 14 ଲକ୍ଷ ଟଙ୍କା ଲୁଟିନେବା ସହ ଗାଡ଼ି ନେଇ ଫେରାର ହୋଇଯାଇଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

COASTAL NEWS ODIA 1809 ରାଜନୈତିକ ରାଲିରେ ଯୋଗ ଦେଇ ଶିକ୍ଷୟତ୍ରୀ ସସ୍‌ପେଣ୍ଡ

COASTAL NEWS ODIA 1809

ରାଜନୈତିକ ରାଲିରେ ଯୋଗ ଦେଇ ଶିକ୍ଷୟତ୍ରୀ ସସ୍‌ପେଣ୍ଡ 


ଭୁବନେଶ୍ୱର (CNO) ରାଜ୍ୟରେ ବର୍ତ୍ତମାନ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଗ୍ରାଉଣ୍ଡ ସ୍ତରରେ ଏବେ ନେତା ଡେରା ପକାଇ ବସିଛନ୍ତି । ଏବେ ଗାଁ ଠୁ ସହର ସବୁଠି ଚାଲିଛି ଜୋରଦାର ରାଲି ସାଙ୍ଗକୁ ପ୍ରଚାର । ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ନିର୍ବଚନର ନିୟମକୁ କଡ଼ାକଡ଼ି କରିଛନ୍ତି । ନିୟମ ନ ମାନିଲେ ନିର୍ବାଚନ ଆୟୋଗ ନେଉଛନ୍ତି କଡା କାର୍ଯ୍ୟାନୁଷ୍ଠାନ । 

ଏବେ ନିର୍ବାଚନ ନିୟମ ଭାଙ୍ଗି ସସପେଣ୍ଡ ହୋଇଛନ୍ତି ଜଣେ ଶିକ୍ଷୟତ୍ରୀ । ନର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ରାଜନୈତିକ ଦଳର ରାଲିରେ ଯୋଗଦେଇ ଶିକ୍ଷୟିତ୍ରୀ ସସପେଣ୍ଡ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଛନ୍ତି । 
ଗତ ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା । 
ବିଭାଗୀୟ ତଦନ୍ତ ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସରକାରୀ କର୍ମଚାରୀ ଓ ଅଧିକାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଯୋଗଦେଇ ପାରିବେ ନାହିଁ । ଏହାର ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଯାହାଫଳରେ ଶୀକ୍ଷୟତ୍ରୀଙ୍କୁ ସସପେଣ୍ଡ କରାଯାଇଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...