AFFILIATE MARKETING

https://binomo.com?a=90810425bb57&t=0

Wednesday, September 27, 2023

ସଂକ୍ଷିପ୍ତ ଖବର

COASTAL NEWS Odia 908
ସଂକ୍ଷିପ୍ତ ଖବର 



*୦୧- ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର ।ପୂର୍ବରୁ ଘୋଷଣା ହୋଇଥିବା ୨୯ ପରିବର୍ତ୍ତେ ୨୮ରେ ଛୁଟି ।ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ସରକାରୀ ଛୁଟି ଘୋଷଣା ।*

*୦୨- ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବିଲ୍ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍।*

*୦୩- ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟଙ୍କ ରାୟ ପରେ ମାହାଙ୍ଗାରେ ମୁହାଁମୁହିଁ କୁଳମଣି ବରାଳଙ୍କ ପରିବାର ଓ ପ୍ରତାପ ଜେନାଙ୍କ ସମର୍ଥକ ।*

*୦୪- ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ମରାମତି ମାମଲା: ଓଡ଼ିଶା ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ।*

*୦୫- ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ଜିତିଲା ଭାରତ।*

*୦୬- କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ: ପୁଅ ବଦଳରେ ଦେଲେ ଝିଅ । ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ହସ୍ପିଟାଲ ନିର୍ଦ୍ଦେଶକ ।*

*୦୭- ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ ।*

*୦୮- ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା ଇଡି ।*

*୦୯- କାନାଡ଼ାରେ ପୁଣି ଖାଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ । ଭାରତୀୟ ଦୂତାବାସ ଆଗରେ କଲେ ତ୍ରିରଙ୍ଗାକୁ ଅପମାନ ।*

*୧୦- ସମ୍ମାନଜନକ ଦାଦା ସାହେବ ଫାଲ୍‌‌କେ ପୁରସ୍କାର ଘୋଷଣା.. ଚଳିତ ବର୍ଷ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲ୍‌‌କେ ପୁରସ୍କାର ।*

*୧୧- ୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ ।*

*୧୨- ରାଜନୀତିକ ସୁବିଧା ଦ୍ବାରା ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ଠିକ୍‌ ନୁହେଁ, ମିଳିତ ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ, କାନାଡ଼ାକୁ ବାର୍ତ୍ତା ।*

*୧୩- ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ ଆସିୟୁରେ ଭର୍ତ୍ତି ।*

*୧୪- ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ ।*

*୧୫- ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।*

*୧୬- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ଏଲ୍‌ପିଜି ସବ୍‌ସିଡି ସ୍କିମ୍‌ର ଯାଞ୍ଚ କରିବେ କେନ୍ଦ୍ର ସରକାର, ବାଜେ ଖର୍ଚ୍ଚ ଓ ସରକାରୀ ଅର୍ଥ ଲୁଟ୍ ରୋକିବାକୁ ନିଷ୍ପତ୍ତି ।*

*୧୭- ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ ।*

*୧୮- ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି ।*

*୧୯- ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ।*

*୨୦- ଆଜି ତୃତୀୟ ଦିନିିକିଆ – ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ।*

*୨୧- ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକି,ଏବେ ବି ଫେରିନି ୨୪ ହଜାର କୋଟି।*


ଆଜିର ରାଶିଫଳ

COASTAL NEWS Odia 907

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
*ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*


Tuesday, September 26, 2023

ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ

COASTAL NEWS Odia 906

ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଚାକିରି ବାଣ୍ଟିଲେ ମୋଦି ସରକାର । ରୋଜଗାର ମେଳାର ନବମ ସଂସ୍କରଣରେ ଦେଶର ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ପିଏମ ମୋଦି ନିଯୁକ୍ତି ପତ୍ର ବାଣ୍ଟିବା ସହ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ୩୯୩ ଜଣ ଯୁବକ ଯୁବତୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ବଣ୍ଟା ଯାଇଛି । 

ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଅଡିଟୋରିୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭାନୁପ୍ରତାପ ସିଂହ ବର୍ମା ଯୋଗ ଦେଇଥିଲେ । ନିଯୁକ୍ତି ମେଳାର ଏହି ନବମ ପର୍ଯ୍ୟାୟରେ ୧୦ଟି କେନ୍ଦ୍ରୀୟ ଅନୁଷ୍ଠାନର ମୋଟ ୩୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ବଣ୍ଟାଯାଇଛି, ଏଥିରୁ ୧୬୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । 

ସେହିଭଳି ଏହି ପର୍ଯ୍ୟାୟରେ ଅନୁସୂଚିତ ଜାତି ବର୍ଗରୁ ୬୩ ଜଣ, ଅନୁସୂଚିତ ଜନଜାତି ବର୍ଗରୁ ୬୬ ଜଣ, ଅନ୍ୟାନ୍ୟ ପଛୁଆ ବର୍ଗରୁ ୯୬ ଜଣ ଏବଂ ଦିବ୍ୟାଙ୍ଗ ବର୍ଗରୁ ୩ ଜଣ ପ୍ରାର୍ଥୀ ନିଯୁକ୍ତ ପାଇଛନ୍ତି । ନିଯୁକ୍ତି ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିଯୁକ୍ତି ପାଇଥିବା ଯୁବକ ଯୁବତୀ ।

ରୋଇଂ ରେ ଭାରତକୁ କାଂସ୍ୟ

COASTAL NEWS Odia 905

ରୋଇଂ ରେ ଭାରତକୁ କାଂସ୍ୟ 



ହ୍ମାଙ୍ଗଝୋ, ୨୫୮୯: ଏସୀୟ କ୍ରୀଡ଼ାରେ ଭାରତୀୟ ରୋଇଂ ଦଳ ନିଜ ପ୍ରଭାବୀ ପ୍ରଦର୍ଶନ ଜାରି ରଖୁଛି । ସୋମବାର ରୋଙ୍ଗରେ ଭାରତକୁ ଦୁଇଟି କାଂସ୍ୟ ପଦକ ମିଳିଛି । ପୁରୁଷ କ୍ୱାଡରୁପଲ୍ ସ୍କୁଲ୍ ଦଳଗତ ବିଭାଗରେ ଭାରତ କାଂସ୍ୟ ଜିତିଛି। 

ସତନାମ ସିଂହ, ପରମିନ୍ଦର ସିଂହ, ଜାକର ଖାନ୍ ଓ ସୁଖମିତ୍ ସିଂହଙ୍କୁ ନେଇ ଗଠିତ ଭାରତୀୟ ଦଳ ୬ ମିନିଟ୍, ୮.୬୧ ସେକେଣ୍ଡରେ ରେସ୍ ଶେଷ କରି କାଂସ୍ୟ ପଦକ ଜିତିଥିଲେ। ଚୀନ୍ ଦଳ ୬ ମିନିଟ୍ ୨.୬୫ ସେକେଣ୍ଡ ନେଇ ସ୍ଵର୍ଣ୍ଣ ଓ ଉଚ୍ଚବେକିସ୍ତାନ ଦଳ ୬ ମିନିଟ୍ ୪.୬୪ ସେକେଣ୍ଡ ନେଇ ରୌପ୍ୟ ପଦକ ଜିତିଥିଲା । ସେହିପରି ପୁରୁଷ-୪ ବିଭାଗରେ ଭାରତକୁ କାଂସ୍ୟ ପଦକ ମିଳିଛି । ଯଶବିନ୍ଦର ସିଂହ, ଭୀମ ସିଂହ, ପୁନିତ କୁମାର ଓ ଆଶିଷଙ୍କୁ ନେଇ ଭାରତୀୟ ଦଳ ୬ ମିନିଟ୍ ୧୦.୮୧ ସେକେଣ୍ଡରେ ରେସ୍ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ଚୀନ୍ ଦଳ ୬ ମିନିଟ୍ ୧୦.୮୧ ସେକେଣ୍ଡରେ ରେସ ଶେଷ କରି ରୌପ୍ୟ ଓ ଉଚ୍ଚବେକିସ୍ତାନ ୬ ମିନିଟ୍ ୪.୯୬ ସେକେଣ୍ଡରେ ରେସ୍ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । 

ବର୍ତ୍ତମାନ ସୁଦ୍ଧା ଭାରତକୁ ରୋଙ୍ଗରେ ମୋଟ୍ ଦୁଇଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳି ସାରିଛି । ପୁରୁଷ ସିଙ୍ଗଲ୍ ସ୍କୁଲ୍ ବିଭାଗରେ ଭାରତର ବଲରାଜ ପନୱାର୍ ୪ର୍ଥ ସ୍ଥାନ ହାସଲ କରିଛନ୍ତି । ମହିଳା ୮ ବିଭାଗରେ ଭାରତ ୫ମ ସ୍ଥାନରେ ରହିଥିଲା।

ଆଳି ନାଗରିକ ମଞ୍ଚ ପକ୍ଷରୁ ଆଳି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

COASTAL NEWS Odia 902
ଆଳି ନାଗରିକ ମଞ୍ଚ ପକ୍ଷରୁ ଆଳି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ 



ଆଳି - ଆଳି ବ୍ଲକ୍‌ର ୩୪ ଗୋଟି ପଞ୍ଚାୟତର ଅନେକ ଗୁଡିଏ ଗ୍ରାମ ବ୍ରାହ୍ମଣୀ ଖରସ୍ରୋତା ଓ କାଣୀନଦୀ କୂଳରେ ଅବସ୍ଥିତ ହୋଇ ଥିବାରୁ ନଦୀ ଉପରେ ଅନେକ ଲୋକ ନିର୍ଭରଶୀଳ ଥାଇ ସେମାନଙ୍କର କୌଳିକ ବୃରି ଓ ଅନ୍ୟାନ୍ୟ କାର୍ଯ୍ୟ ନଦୀରେ ହିଁ କରିଥାନ୍ତି । ମୋଟ୍ ଉପରେ କହିବାକୁ ଗଲେ ଆମ୍ଭ ଅଞ୍ଚଳ ନଦୀନାଳ ଘେରା ଅଞ୍ଚଳ ଅଟେ । ଆମ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଅନେକ ମୂଲ୍ୟବାନ ଦୂର୍ଲଭ ଜୀବନ କୁମ୍ଭୀର ମାନଙ୍କ ଆକ୍ରମଣରେ ନଷ୍ଟ ହୋଇ ଗଲାଣି। ଅନେକ ଲୋକ ପ୍ରାଣ ହରାଇଛନ୍ତି । 

ପୂର୍ବରୁ ଆଗ ୩୪ଟି ପଞ୍ଚାୟତ ମଧ୍ୟରୁ ନଦୀ ଅବବାହିକାରେ ଅବସ୍ଥିତ ଗ୍ରାମ ମାନଙ୍କର ନଦୀ ଜଳ ବ୍ୟବହାର, ନଦୀରେ ଗାଧୋଇବା, ଗୋରୁ ଗାଈ ଗୃହପାଳିତ ପଶୁଙ୍କୁ ନଦୀରେ ଗୋଧୋଇ ଦେବା ଓ ଲୋକଙ୍କର ସୁରକ୍ଷା ପାଇଁ ନଦୀ ତୁଠ ମାନଙ୍କରେ ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାର ଜାଲି ବାଡ଼ ନିର୍ମାଣ କରାଯାଇ ଥିଲା, ତାହା ନଷ୍ଟ ହୋଇଯାଇଥିଲେ ହେଁ ଅଦ୍ୟାବଧୂ ବିଭାଗୀୟ ଅଧିକାରୀ ପୁନନିର୍ମାଣ ମରାମତି କରୁ ନଥିବାରୁ କୁମ୍ଭୀର ଆକ୍ରମଣରେ ଲୋକେ ପ୍ରାଣ ହରାଉଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟିରେ ରଖୁ ନଦୀ ଘାଟରେ ତାର ଜାଲ ନିର୍ମାଣ କରାଯାଉ ।

 ଦ୍ଵିତୀୟ କଥା ହେଲା କିଛି ବର୍ଷ ହେବ ଆଳି ପତ୍ରପୁର ଠାରୁ ଆଳି ଗଡ଼ଗଡ଼ ପୋଲ, ଆଳି ଭୂଇଁପୁର ଠାରୁ ଗୋବିନ୍ଦପୁର ପୋଲ, ନିଆଳ ହାଟ ଠାରୁ ନୂଆଗାଁ, ଆଳି ପଶୁ ଡାକ୍ତରଖାନାଠାରୁ ମହୁ ରୋଡ଼୍ ଓ ନିଆଳ ହାଟରୁ ରାଜବାଟୀ ରୋଡ଼ରେ ବୁଲା ଗାଈ ଗୋରୁ ମାନେ ଦିନରେ ଓ ରାତିରେ ବୁଲାବୁଲି କରି ରାସ୍ତାଉପରେ ବିଭିନ୍ନ ଛକ ସ୍ଥାନରେ ଶୋଇ ଯାଇ ଥିବାରୁ ବଡ଼ ବଡ଼ ଦୁର୍ଘଟଣାମାନ ଘଟି ଲୋକମାନେ ମୃତ୍ୟୁବରଣ କରିବା ସହିତ ଶାରିରୀକ ବିକଳାଙ୍ଗ ମଧ୍ୟ ହେଉଛନ୍ତି । ଗୋରୁ ମାନଙ୍କ ଉପରେ ମଧ୍ୟ ଲାଇନ୍ ଟ୍ରକ୍ ଚଢିଯାଇ ଗୋରୁ ମାନେ ମରୁଛନ୍ତି। ଏହାର ନିରାକରଣ ଓ ସଚେତନ ପାଇଁ ଗୋଶାଳା, କିଛି କାଞ୍ଜିଆହୁଡ଼ା ପ୍ରଶାସନ ତରଫରୁ ଖୋଲାଯିବା ନିହାତି ଆବଶ୍ୟକ।

ଆଗକୁ ପାର୍ବଣ ପର୍ବ ଆସୁଥିବାରୁ ଅଧିକ ଟ୍ରାଫିକ୍ ଜାମ୍ ହେବ। ବର୍ତ୍ତମାନ ମଶା ମାନଙ୍କର ପ୍ରାଦୁର୍ଭାବ ଯୋଗୁଁ ଡେଙ୍ଗୁ ହୋଇ ମାରାତ୍ମକ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଆଳିର ସଦରମହକୁମାକୁ ପରିଷ୍କାର ପରିଚ୍ଛନ, ପାଣି ଜମୁଥିବା ସ୍ଥାନ ମାନଙ୍କରେ ମଶା ମାନଙ୍କର ଜନ୍ମ ହେଉଥିବାରୁ ବିଶେଷକରି ଆଳି ତହସିଲ ପୋଖରୀରେ ଦଳ ଭର୍ତି ହୋଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । 

ଆଳି ତହସିଲ ଅଫିସର ପୋଖରୀ ପୁନରୁଦ୍ଧାର, ସଂସ୍କାର ଓ ସୌନ୍ଦର୍ଯ୍ୟକରଣ କରାଯିବା ନିହାତି ଆବଶ୍ୟକ । ଏହି ସବୁ ସମସ୍ୟାକୁ ଆଳି ନାଗରିକ ମଞ୍ଚ ଅତି ସମ୍ବେଦନଶୀଳ ଘଟଣା ଗୁଡିକୁ ଗୁରୁତ୍ଵର ସହିତ ନଜରକୁ ନେଇ ଆଳି ତହସିଲଦାର ଙ୍କ କାର୍ଯ୍ୟାଳୟ ରେ  ନିମ୍ନ ତିନିଗୋଟି ଦାବି ଉପସ୍ଥାପନ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଆଳି ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l 

ଆଳି ନାଗରିକ ମଞ୍ଚର ସଭାପତି ଧନେଶ୍ବର ରାଉତ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ମଲିକ ମାୟାଧର ରାଉତ ସହଦେବ ସିଂହ ଲକ୍ଷ୍ମୀଧର ଦୀକ୍ଷିତ ପ୍ରମୂଖ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ଥିଲେ l


କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ

COASTAL NEWS Odia 903

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ପୁଅ ଜନ୍ମ ହୋଇଛି କହି ପରେ ଝିଅ ଦେଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ। ଏନେଇ ପ୍ରାଣକୃଷ୍ଣ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବା ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଏହାସହ ଛୁଆର DNAଟେଷ୍ଟ ପାଇଁ ଦାବି କରିଛନ୍ତି। ଛୁଆର DNA ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ଛୁଆକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି।

ସେ ଆହୁରି କରିଛନ୍ତି, ଗତକାଲି ରାତି ୧୦ଟାରେ ମୋ ପୁଅ ହେଲା ବୋଲି ମେଡିକାଲ କର୍ମଚାରୀ କହିଥିଲେ। ପରେ ଛୁଆକୁ ନର୍ସ ଆଣି ମୋ ଶାଶୁକୁ ଦେଇଥିଲେ। ମୁଁ ଛୁଆର ଫଟୋ ଉଠାଇଲା ବେଳେ ପୁଅ ନୁହେଁ ଝିଅ ବୋଲି ଜଣାପଡ଼ିଥିଲା। ମୁଁ ନର୍ସଙ୍କୁ ଏହି ବିଷୟରେ ପଚାରିଥିଲି। ମୋର ପୁଅ ହୋଇଥିଲା, ଝିଅ କ’ଣ ଦେଲେ ବୋଲି ପ୍ରଶ୍ନ କରିଥିଲି। ହେଲେ ସେ କିଛି ନ କହି ପଳାଇ ଯାଇଥିଲେ। କିଛି ସମୟ ପରେ ଡାକ୍ତର ଆସି କହିଥିଲେ ତୁମର ଝିଅ ହୋଇଛି। ଅନ୍ୟ ଜଣଙ୍କର ପୁଅ ହୋଇଛି। ନର୍ସରେ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ।

ଅନ୍ୟପକ୍ଷରେ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ କରିବ। ଦରକାର ପଡ଼ିଲେ ଛୁଆର DNA ଟେଷ୍ଟ କରାଯିବ ବୋଲି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି। ପୁଲିସ ମଧ୍ୟ ଡାକ୍ତର ଓ ନର୍ସଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।

ରାଜଧାନୀରେ ବଡ ଧରଣର ଲୁଟ୍‌‌ ; ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର

COASTAL NEWS Odia 902

ରାଜଧାନୀରେ ବଡ ଧରଣର ଲୁଟ୍‌‌ ; ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର


 
ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ରାଜଧାନୀ ଦିଲ୍ଲୀରେ ହୋଇଥିବା ଏକ ବଡ ଧରଣର ଲୁଟ୍‌‌ ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଙ୍ଗପୁରା ଅଞ୍ଚଳରେ ଏକ ଅଳଙ୍କାର ଶୋ ରୁମ୍‌‌ରେ ଲୁଟେରା କାନ୍ଥ କାଟି ପ୍ରାୟ ୨୫ କୋଟି ମୂଲ୍ୟର ସୁନାରୁପା ଅଳଙ୍କାର ଲୁଟ୍‌‌ କରିଛନ୍ତି l

ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ସ୍ଥିତ ଶୋ ରୁମ୍‌‌କୁ ଟାଗେର୍ଟ କରି ଲୁଟେରା କାନ୍ଥ କାଟି ଶୋ ରୁମ୍‌‌ ମଧ୍ୟକୁ ପ୍ରବେଶ କରିଥିଲେ। ଲୁଟ୍‌‌ ପରେ ପୁଲିସ ନିକଟରେ ଅଭିଯୋଗ ପରେ ପୁଲିସ ପହଞ୍ଚି ସିସିଟିଭ ଫୁଟେଜ ଆଧାରରେ ଚୋରଙ୍କୁ ତଲାସ କରିବା ସହ ଘଟଣା ତଦନ୍ତ ଜାରି ରଖିଛି।

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

COASTAL NEWS Odia 901

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ



ଗଜପତି  : ଭଞ୍ଜ ବିହାରୀ ମହାନ୍ତି - ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଜବତ କରି ଅଧିକ ଖୋଳତାଡ କରୁଛି ଅଡବା ଥାନା ପୋଲିସ ।

ସୂଚନା ପ୍ରକାରେ ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ ତାଙ୍କୁ ଗୁଳି ମାଡ଼ କରିଥିଲେ କିଛି ଲୋକ । ଚିକିତ୍ସା ହୋଇ ସୁସ୍ଥ ହେବାପରେ ଅଡବାରେ ରହୁଥିଲେ କପିଳେନ୍ଦ୍ର ଏବଂ ତାଙ୍କ ପରିବାର। ଗତ ପାଞ୍ଚ ମାସ ଧରି କପିଳେନ୍ଦ୍ର ପରିବାର ସହ ଘୋଡାପଙ୍କା ଗ୍ରାମରେ ରହୁଥିଲେ ।

ତେଵେ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କୌଣସି ପ୍ରକାରେ ଘଟଣା ସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା । ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । 

ତେଵେ ଘଟଣା ସମ୍ପର୍କରେ ଦାମଦୁଆ ସରପଞ୍ଚଙ୍କ ସ୍ୱାମୀ ଅବଗତ ଥିବା କହିଛନ୍ତି ଗ୍ରାମବାସୀ । ତେଵେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉନଥିବା ବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଲକ୍ଷ୍ମୀ ଯୋଜନା ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

COASTAL NEWS Odia 900

ଲକ୍ଷ୍ମୀ ଯୋଜନା ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ


 
ମାଲକାନଗିରି,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍‌ ଯାଇ ପହଞ୍ଚିଛି। 

ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍‌ ଏହି ଯୋଜନାରେ ଚାଲିିବାକୁ ଥିବା ବେଳେ ଯଥାଶୀଘ୍ର ସମସ୍ତ ବସ୍‌ ପହଞ୍ଚିବ ବୋଲି ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଜିଲାକୁ ସମସ୍ତ ୩୬ଟି ବସ୍‌ ଆସିବା ପରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଓଏସ୍‌ଆର୍‌ଟିସି ରାଜ୍ୟ ମୁଖ୍ୟ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହାର ଉଦ୍‌ଘାଟନ କରିବେ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି । 

ତେବେ ପ୍ରଥମେ ଏହି ଯୋଜନା ମାଧ୍ୟମରେ ବସ ମାଲକାନଗିରିରେ ପହଞ୍ଚି ଥିବାରୁ ଏହାକୁ ନେଇ ଜିଲାରେ ଖୁସି ପ୍ରକାଶ ପାଇଛି।


ଖବର ଆଜିର

COASTAL NEWS Odia 899

*ଖବର ଆଜିର* 
ତାରିଖ ୨୬/୦୯/୨୩, ମଙ୍ଗଳବାର



୧-ନିୟନ୍ତ୍ରଣ ବାହାରେ ଡାଲି,ତେଲ । ପଦକ୍ଷେପ ନ ନେଲେ ବିକ୍ରି ବଟା ବନ୍ଦ ପାଇଁ ବ୍ୟବସାୟୀ ମହାସଂଘର ଚେତାବନୀ।

୨-ରାସ୍ତାରେ ଆୟୁଷ ଛାତ୍ର ସଂଗଠନ,ପୁଣି ଆଲୋଚନା ବିଫଳ, ଜାରି ରହିବ ଆନ୍ଦୋଳନ।

୩-ବିଶାଖାପାଟଣା ଯାଏଁ ଚାଲିବ ସମ୍ବଲପୁର -ବନାରସ ଏକ୍ସପ୍ରେସ।

୪-ଆନ୍ଦୋଳନକୁ ଓହ୍ଲାଇଲେ ମାଧ୍ୟମିକ ଶିକ୍ଷକ,ଦାବି ପୂରଣ ପର୍ଯ୍ୟନ୍ତ ଜାରି ରହିବ ଅହୋରାତ୍ର ଧାରଣା।

୫-ନୂଆଦିଲ୍ଲୀ:ଦେଶରେ ୧୫% ସାଂସଦ,୯%ବିଧାୟକ ମହିଳା।

୬-ଚାଲିପାରିଲାନି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି।

୭-ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ।

୮-ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ।

୯-ବିଧାନସଭାରେ ଆଗତ ହେଲା ଓଡ଼ିଶା ଆପାର୍ଟମେଂଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ୨୦୨୩।

୧୦-ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି।

୧୧-କମୁଛି ହୀରାକୁଦର ଜଳସ୍ତର, ୧୦ଟି ଗେଟ୍‌‌ ବନ୍ଦ, ବର୍ତ୍ତମାନ ୧୪ଟି ଗେଟ୍‌‌ ଦେଇ ଡ୍ୟାମରୁ ନିଷ୍କାସିତ ହେଉଛି ଜଳ।

୧୨-ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।

୧୩-ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଆଦୟ ହୋଇଛି ୧୮୬ କୋଟି, ମୋବାଇଲରେ କଥା ହୋଇ ଦେଇଛନ୍ତି ୬କୋଟି।

୧୪-ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ।

୧୫-ଚେନ୍ନାଇ:ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ।

୧୬-ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ: ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ।

 

ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର

COASTAL NEWS Odia 898
ମେକ୍ସିକୋରେ ମିଳିଲା ହଜାରେ ବର୍ଷ ପୁରୁଣା ପ୍ରାଚୀନ ମାୟା କବର
 

ମେକ୍ସିକୋ ୨୬।୯: ଦେଶର ଜାତୀୟ ପୁରାତନ ପ୍ରତିଷ୍ଠାନ ଆଇଏନଏଏଚ ସୋମବାର କହିଛି ଯେ ମେକ୍ସିକୋର ପ୍ରତ୍ନତତ୍ତ୍ୱବିତମାନେ ଏହି ଅଞ୍ଚଳର ଏକ କବରରୁ ବହୁ ପରିମାଣରେ ସଜାଯାଇଥିବା ମାନବ ଶରୀରକୁ ଖନନ କରିଛନ୍ତି, ଯାହା ୧୦୦୦ ବର୍ଷରୁ ଅଧିକ ପୁରୁଣା ହୋଇପାରେ। 

ଏକ ପ୍ରମୁଖ ପର୍ଯ୍ୟଟକ ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ସମୟରେ ଏ ସମ୍ପର୍କରେ ଜଣା ପଡିଥିଲା।

ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ

COASTAL NEWS Odia 897

ଏତେ ସରକାରୀ ବ୍ୟବସ୍ଥା ଥାଇ ବି ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ



ରେଢ଼ାଖୋଲ - ଭଞ୍ଜ ବିହାରୀ ମହାନ୍ତି - ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।

ଗାଡି ମିଳିଲାନି ବୋଲି ୩୦ କିମି ବାଇକ୍ ରେ ବୁହାହୋଇ ଆସିଲା ମୃତଦେହ। ରେଢାଖୋଲ ଯୁଯୁମୁରା କେଶାପାଲି ଗାଁରେ ଏହି ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଯୁଯୁମୁରା କେଶାପାଲି ଗାଁର ଗୁଲାପି ବେହେରାଙ୍କ ଦେହ ଦୀର୍ଘଦିନ ହେଲା ଅସୁସ୍ଥ ଥିଲା। ଚିକିତ୍ସା ପରେ ଗୁଲାପି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅମରପାଲି ଗାଁରେ ନିଜ ଭଉଣୀ ଘରେ ରହି ଚିକିତ୍ସା କରାଉଥିଲେ । ତଥାପି ତାଙ୍କ ଶରୀର ସୁସ୍ଥ ହୋଇ ନଥିଲା।

୧୦ ଦିନର ଚିକିତ୍ସା ପରେ ଗୁଲାପିଙ୍କ ଗତକାଲି ପରଲୋକ ହୋଇଥିଲା । ଏହାପରେ କେଶାପାଲିରୁ ପରିବାର ଲୋକେ ମୃତଦେହ ଆଣିବାକୁ ପହଞ୍ଚିଥିଲେ। ହେଲେ ମୃତଦେହ କେଶାପାଲିକୁ ଆଣିବାକୁ କୌଣସି ଗାଡ଼ି ଯୋଗଡ଼ ହୋଇପାରିନଥିଲା । ଏଣେ ମୃତଦେହ ଗାଁରେ ପଡ଼ିଥିବାରୁ ସବୁ ପୂଜାବିଧ ବନ୍ଦ ପଡ଼ିଥିଲା। ଏଣୁ ମୃତଦେହ ଉଠାଇବାକୁ ଗାଁଲୋକେ ପରିବାର ଉପରେ ଚାପ ପକାଉଥିଲେ । ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ କି ୱାର୍ଡ ସଭ୍ୟ କେହି ଏ ପରିବାର ପାଇଁ ଗାଡ଼ି ଖଣ୍ଡେ ଯୋଗାଡ଼ କରି ନଥିଲେ କି ସହାୟତାର ହାତ ବଢ଼ାଇ ନଥିଲେ।

ଶେଷରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଶେଷରେ ବାଇକ୍ ଯୋଗେ ୩୦ କିମି ମୃତଦେହ ବୋହି ଅମରପାଲିରୁ କେଶାପାଲିକୁ ଆଣିଥିଲେ। ତେବେ ୧୫ କିମି ବାଟ ପହଞ୍ଚିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ଏମାନଙ୍କୁ ଭେଟି ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ କହିଥିଲେ । ହେଲେ ଏତେ ବାଟ ଆସିବା ପରେ ଗାଡ଼ିକୁ ଅପେକ୍ଷା କଲେ ପୁଣି ବିଳମ୍ବ ହେବ କହି ସେମାନେ ମୃତଦେହ ଧରି ଚାଲି ଆସିଥିଲେ । ପରେ ନିଜ ଗାଁରେ ଅନ୍ତିମ ସତ୍କାର କରାଯାଇଥିଲା।

ଏପଟେ ଏତେ ସରକାରୀ ବ୍ୟବସ୍ଥା ଥାଇ ବି ମୃତଦେହ ବୋହିବାକୁ ଗାଡ଼ି ଖଣ୍ଡେ ମିଳି ନପାରିବା ବିଡ଼ମ୍ବନାର ବିଷୟ । ମୃତଦେହର ଏଭଳି ଅସମ୍ମାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହିତ ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।
 

୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ

COASTAL NEWS Odia 896

୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ



ନୂଆଦିଲ୍ଲୀ,: ଭଞ୍ଜ ବିହାରୀ ମହାନ୍ତି - ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଦ୍ରୁତ ବରଫ ସ୍ତର କ୍ଷୟ ହେବାରେ ଲାଗିଛି। ଫଳରେ ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ପାଇଛି। ଏଥିଯୋଗୁଁ ବିଶ୍ବର ତଟବର୍ତ୍ତୀ ସହରଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦିଅନ୍ତି।
 
ଆଣ୍ଟାର୍କଟିକା ମହାଦେଶର ଉତ୍ତରମେରୁରେ ତାପମାତ୍ରାବୃଦ୍ଧି ପାଇବାରେ ଲାଗିଛି। ୧୯୭୯ରୁ ୨୦୧୭ ମଧ୍ୟରେ ଏହି ମହାଦେଶରେ ପ୍ରାୟ ୬ଗୁଣ ବରଫ ହ୍ରାସ ପାଇଛି। ଜାନୁଆରୀ ୧୯୮୨ରେ ଆଣ୍ଟାର୍କଟିକାରେ ତାପମାତ୍ରା -୧୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। 

ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମେରୁରେ ସର୍ବୋଚ୍ଚ ତାପମାତ୍ରା ୧୮.୪ ଓ ଉତ୍ତରମେରୁରେ ୨୧ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୧୫ରେ ଏଠାକାର ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ୨୮ ବର୍ଷ ମଧ୍ୟରେ ତାପମାତ୍ରାର ଏପରି ଦ୍ରୁତ ପରିବର୍ତ୍ତନ ମାନବ ଜାତିଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଜଳବାୟୁ ବି‌େ‌ଶଷଜ୍ଞ ମତ ଦିଅନ୍ତି।
 
ଆର୍ଜେଣ୍ଟିନାର ଜଳବାୟୁ ବିଶେଷଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ମେରୁରେ ତାପମାତ୍ରା ବୃଦ୍ଧି ପାଇବା ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଇଙ୍ଗିତ କରୁଛି। ଏପରି ତାପମାତ୍ରା ଗରମ ଦିନରେ ଅନୁଭୂତ ହୋଇ ନଥାଏ ବୋଲି ବିଶ୍ବ ଜଳବାୟୁ ସଂଗଠନ ମୁଖପାତ୍ର କ୍ଲେୟର ନାଲିସ୍‌ କହିଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ଆଣ୍ଟାର୍କଟିକାରେ ୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ପାଇଛି। ଏଥିଯୋଗୁଁ ଏଠାରେ ୮୭ ପ୍ରତିଶତ ବରଫ ତରଳିଛି। ଫଳରେ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । 

ବିଶେଷକରି ଗତ ୧୨ ବର୍ଷ ହେଲା ଦ୍ରୁତ ଗତିରେ ବରଫ ତରଳୁ ଥିବା ପରିଲକ୍ଷିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଚଳିତ ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ଜଳ ପତ୍ତନ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଥିବ ବୋଲି ସେମାନେ ଅନୁମାନ କରିଛନ୍ତି। ଏଥିଯୋଗୁଁ ବିଶ୍ବର ଏକାଧିକ ଉପକୂଳ ସହର ସମୁଦ୍ରରେ ବିଲୀନ ହୋଇଯିବ ଆଶଙ୍କା ଦେଖାଦେଇଛି।

ଜଳ ପତ୍ତନ ବୃଦ୍ଧି ଯୋଗୁଁ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ୬ଟି ସହର ହେଲା- ଦ୍ବାରିକା (ଭାରତ), ପୋର୍ଟ ରୟାଲ
(ଜାମାଇକା), ୟୋନାଗୁନି ଜିମା (ଜାପାନ), ଲାୟନ ସିଟି (ଚୀନ୍‌), ପବଲେପେଟ୍ରି (ଇଟାଲୀ) ଓ ବିଲା ଏପିକୁଏନ (ଆର୍ଜେଣ୍ଟିନା)। ଆଗାମୀ ୨୦୫୦ ମସିହା ମଧ୍ୟରେ ସମୁଦ୍ର ତଟବର୍ତ୍ତୀ ୧୩ଟି ସହର ସମ୍ପୂର୍ଣ୍ଣ ସତ୍ତା ହରାଇ ଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। 

ଭାରତ ମହାସାଗର ସଂଲଗ୍ନ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ପ୍ରତିବର୍ଷ ୬.୭ ଇଞ୍ଚ, ବେନିକ ସିଟି (ଇଟାଲୀ) ୦.୮ ଇଞ୍ଚ, ଲାଗୋସ୍‌ (ନାଇଜେରିଆ) ୬.୬ ଇଞ୍ଚ, ହ୍ୟୁଷ୍ଟନ (ଆମେରିକା) ୨ଇଞ୍ଚ ଓ ଢାକା ସହର (ବାଂଲାଦେଶ) ପ୍ରତିବର୍ଷ ୦.୩ ଇଞ୍ଚ ଅଞ୍ଚଳ ସମୁଦ୍ରରେ ଲୀନ ହେଉଛି। ଏହାବ୍ୟତୀତ ବ୍ୟାଙ୍କକ୍‌ (ଥାଇଲ୍ୟାଣ୍ଡ), ଆଲେକ୍‌ଜାଣ୍ଡ୍ରିଆ (ଇଜିପ୍ଟ), ମିଆମି (ଆମେରିକା), ବସରା (ଇରାକ୍‌), ଲଣ୍ଡନ(ଇଂଲଣ୍ଡ), ମାନିଲା (ଫିଲିପାଇନ୍ସ) ଓ ଚୀନ୍‌ର ସାଙ୍ଘାଇ ସହରର ଉପକୂଳ ସମୁଦ୍ରର ବିଶାଳ ଜୁଆର ପ୍ରଭାବରେ ବୁଡ଼ିବାରେ ଲାଗିଛି। 

୨୦୪୦ ସୁଦ୍ଧା ଆମେରିକାର ନ୍ୟୁ ଓରେଲାନ୍ସ ସହର ୧୪.୪ ଇଞ୍ଚ ବୁଡ଼ି ସାରିଥିବ ବୋଲି କେତେକ ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ୨୦୧୯ ମସିହା ସୁଦ୍ଧା ସମୁଦ୍ର ତଟବର୍ତ୍ତୀ ୧୧୦ ନିୟୁତ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏପରି ଜାରି ରହିଲେ ୨୦୫୦ ମସିହା ସୁଦ୍ଧା ଉପରୋକ୍ତ ୧୨ଟି ସହର ସମୁଦ୍ରରେ ଲୀନ ହୋଇଯାଇଥିବ

୨ ପାଣିଟାଙ୍କିରେ ଫାଟ

COASTAL NEWS Odia 895

୨ ପାଣିଟାଙ୍କିରେ ଫାଟ


 
ସୁକିନ୍ଦା,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ଘରେ ଘରେ ପାନୀୟଜଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସୁକିନ୍ଦା ବ୍ଲକରେ ମଧ୍ୟ ଜାରି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ସାଙ୍ଗକୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି। 

ସଂସାଇଲୋ ପଞ୍ଚାୟତର ପାଟପୁର ଏବଂ ନୂଆସାହି ଗ୍ରାମରେ ନବନିର୍ମିତ ୨ ଉଚ୍ଚ ଜଳଧାରଣ କ୍ଷମତା ସମ୍ପନ୍ନ ପାଣିଟାଙ୍କିରେ ଫାଟ ହୋଇ ସେଥିରୁ ପାଣି ଝରୁଛି। ୨ ପାଣିଟାଙ୍କି ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନ ଥିବାବେଳେ ତାହା ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇନାହିଁ। ଟାଙ୍କିଗୁଡ଼ିକରୁ ପାଣି ଏପରି ଝରୁଛି ଯେ ଲୋକେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ କାର୍ଯ୍ୟକୁ ନାଗାର୍ଜ୍ଜୁନ କନଷ୍ଟ୍ରକଶନ କମ୍ପାନୀକୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ଖଣି ପ୍ରଭାବିତ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟକୁ ୨ ଭାଗରେ କରାଯାଇଛି। ପ୍ରଥମାର୍ଦ୍ଧ କାର୍ଯ୍ୟର ମୂଲ୍ୟ ୫୪ କୋଟି ୮୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟାର୍ଦ୍ଧ କାର୍ଯ୍ୟ ନିମନ୍ତେ ୧୦୧ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ତେବେ ପ୍ରଥମ ଭାଗ କାର୍ଯ୍ୟରେ ଠିକାସଂସ୍ଥା ନିମ୍ନମାନର ଲୁହାଛଡ଼ ବ୍ୟବହାର କରିବା, କଂକ୍ରିଟ ଖୁଣ୍ଟଗୁଡ଼ିକୁ ବଙ୍କାତେଢ଼ା ଭାବେ ନିର୍ମାଣ କରିବା, ଅନୁମୋଦିତ ମାନକର ପାଇପ୍‌ ଉପଯୁକ୍ତ ଗଭୀରରେ ବିଛା ନ ଯିବା ଆଦି ଅଭିଯୋଗ ହୋଇଛି। 

ଏହାକୁ ନେଇ ୨୦୧୯ ଜୁଲାଇରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିରୋଧ କରିବା ସହ କାର୍ଯ୍ୟକୁ ପୁନର୍ବାର ଠିକ୍‌ ଭାବରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଯନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ୭୨୨୮/୨୦ା୦୮ା୨୦୧୯ ନମ୍ବରରେ ଏକ ଚିଠିକରି ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ତଥ୍ୟ ପ୍ରମାଣ ଥାଇ ମଧ୍ୟ ସମ୍ପୃକ୍ତ କମ୍ପାନୀ କୌଣସିମତେ ଏହି ଅଭିଯୋଗରୁ ନିଜକୁ ମୁକ୍ତ କରିନେବାରେ ସକ୍ଷମ ହୋଇଥିଲା। 

ଏବେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟରେ ପାଣି ଟାଙ୍କି ଥିବାରୁ ସେଗୁଡ଼ିକରୁ ମଧ୍ୟ ଅତ୍ୟଧିକ ଲାଭ ଆଶାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଉପରୋକ୍ତ ୨ ପାଣିଟାଙ୍କି ମଧ୍ୟରୁ ପାଟପୁରସ୍ଥିତ ଟାଙ୍କି ୩ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କ୍ଷମତା ଥିବାବେଳେ ନୂଆସାହିସ୍ଥିତ ଟାଙ୍କିରେ ୪ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କରିବାର କ୍ଷମତା ରହିଛି। ସରକାରୀ ହିସାବ ଅନୁଯାୟୀ ପ୍ରତି ଲିଟର ଜଳ ଧାରଣ ନିମନ୍ତେ ୨୨ ଟଙ୍କା ହିସାବରେ ଉକ୍ତ ୨ ଟାଙ୍କି ପାଇଁ ୧ କୋଟି ୭୬ ଲକ୍ଷଟଙ୍କା ପ୍ରଦାନ କରାଯାଇଛି। 

ଏତେ ଟଙ୍କାର ପ୍ରକଳ୍ପ ଏଭଳି ଭାବେ ନିର୍ମାଣ ହେବା ଏବଂ ସେଥିପ୍ରତି ଉଚ୍ଚାଧିକାରୀମାନେ ଆଖିବୁଜି ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି। ଏହି ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ପ୍ରଶ୍ନ କରାଯିବାରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକଚନ୍ଦ୍ର ଦାସ ଏହା ଏକ ତ୍ରୁଟି ବୋଲି ମାନିଛନ୍ତି। ଏଥିସହିତ ଏହାର ସମାଧାନ ନିମନ୍ତେ ରାଜ୍ୟ ବାହାରୁ କୁଶଳୀ କାରିଗରମାନଙ୍କୁ ଡକାଯାଇଛି ବୋଲି କହିଛନ୍ତି। ତେବେ ବିପୁଳ ଟଙ୍କାରେ ହେଉଥିବା ନିର୍ମାଣରେ ତ୍ରୁଟି ଯୋଗୁ ପୁଣି ଖର୍ଚ୍ଚ କରାଯାଇ ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

COASTAL NEWS Odia 894

ପରିଚାଳନା କମିଟି ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ

 

ଯାଜପୁର ରୋଡ୍‌,୨୬ା୯ : ଭଞ୍ଜ ବିହାରୀ ମହାନ୍ତି - ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି। ଜଣେ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଅନ୍ତରୀଣ ଅଭିଯୋଗ କମିଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଗତ ମାସ ୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବଙ୍କୁ ଏକ ଚିଠି ହସ୍ତଗତ ହୋଇଥିଲା। ଏହି ଚିଠି ମାଧ୍ୟମରେ ବ୍ୟାସନଗର ମହାବିଦ୍ୟାଳୟର ଜଣେ ଛାତ୍ରୀ ଯାଜ୍ଞସେନୀ (ଛଦ୍ମନାମ) କଲେଜ ପରିଚାଳନା କମିଟି ସଭାପତିଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ମହାବିଦ୍ୟାଳୟ ଛାତ୍ରୀନିବାସର ଅଧୀକ୍ଷକ ଅନ୍ତେବାସୀମାନଙ୍କୁ କଲେଜ ଗେଷ୍ଟ ହାଉସକୁ ପଠାଇ ପରିଚାଳନା କମିଟି ସଭାପତି ବିଶ୍ୱାଳଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଚିଠିରେ ଦର୍ଶାଯାଇଛି। ଶାରୀରିକ ସମ୍ପର୍କ ନ ରଖିଲେ ମାର୍କ କାଟିଦେବା ଏବଂ ପରୀକ୍ଷାରେ ଫେଲ୍‌ କରିଦେବାର ଭୟ ଦେଖାଯାଉଛି। ଏପରି କି ବିଶ୍ୱାଳ ସମ୍ପୃକ୍ତ ଛାତ୍ରୀଙ୍କୁ ପାଖକୁ ଡାକି ତାଙ୍କ ଲିପଷ୍ଟିକ, ହେୟାର ଷ୍ଟାଇଲ ଏବଂ ସମ୍ବେଦନଶୀଳ ଅଙ୍ଗ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଚିଠିରେ ଦର୍ଶାଯାଇଛି। 

ଛାତ୍ରୀ ଜଣକ ଏ ସମ୍ପର୍କରେ ଛାତ୍ରୀନିବାସ ଅଧୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ। ପାଠପଢ଼ା ବନ୍ଦ ହୋଇଯିବା ଭୟରେ ସେ ଏକଥା ପରିବାର ଲୋକଙ୍କୁ ଜଣାଇ ନ ଥିବା ଉଲ୍ଲେଖ କରିଛନ୍ତି। ସଭାପତି ବିଶ୍ୱାଳ ଛାତ୍ରୀନିବାସ ଅଧୀକ୍ଷକଙ୍କ ନିକଟରୁ ଫୋନ ନମ୍ବର ନେଇ ଛାତ୍ରୀମାନଙ୍କୁ ଫୋନ କରିବା ସହିତ ଜଣେ ଅଧ୍ୟାପିକାଙ୍କୁ ବଳାତ୍କାର କରିଥିବା ମଧ୍ୟ ଚିଠିରେ ଦର୍ଶାଯାଇଛି। ସମ୍ପୃକ୍ତା ଅଧ୍ୟାପିକା ଏ ବିଷୟରେ ପ୍ରଘଟ କରିଦେବା ନେଇ କହିବାରୁ ତାଙ୍କୁ ଚାକିରିରୁ ବିଦା କରାଯାଇଥିବା ସମ୍ପୃକ୍ତ ଛାତ୍ରୀ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏପରିକି ବର୍ତ୍ତମାନର କଲେଜ ଅଧ୍ୟକ୍ଷ ନିଜ ପେନସନ ଚାଲିଯିବା ଭୟରେ ଚୁପ୍‌ ରହୁଥିବା ମଧ୍ୟ ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି। 

ଏହାର ତଦନ୍ତ ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଅନ୍ତରୀଣ ଅଭିଯୋଗ କମିଟିକୁ ନିର୍ଦ୍ଦେଶ (ଚିଠି ସଂଖ୍ୟା ଏଚ୍‌ଇ-ଏନ୍‌ସିଇଟି-୧-ମିସ-୦୪୦୭-୨୦୨୩/ ୪୧୧୯୯/ ଚ୍‌ଇ/୨୫ା୯ା୨୦୨୩) ଦେବା ସହିତ ଏ ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ତଥ୍ୟ ୭ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ପ୍ରଦାନ କରିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି।

ଅପରପକ୍ଷରେ ପରିଚାଳନା କମିଟି ସଭାପତି ପ୍ରଦୀପ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କଲେଜରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବା, ଏପରିକି ମଦ୍ୟପାନ କରି ଏବଂ ମନଇଚ୍ଛା କଲେଜ ଆସି ଶିକ୍ଷାଦାନ କରୁଥିବା କେତେଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପରେ ଏପରି ବେନାମୀ ଚିଠି କରାଯାଇ ତାଙ୍କୁ ବଦନାମ କରାଯାଉଛି। ଅଭିଯୋଗର ସତ୍ୟାସତ୍ୟ କିଛି ନାହିଁ। ଯେକୌଣସି ତଦନ୍ତର ସମ୍ମୁଖୀନ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ ଛୁଟିରେ ଥିବା ଏବଂ ଏଭଳି ଚିଠି ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।

Monday, September 25, 2023

୬୪୦କିଲୋ ଭାଙ୍ଗ ଜବତ

COASTAL NEWS Odia 893

୬୪୦କିଲୋ ଭାଙ୍ଗ ଜବତ 



ପାରଳାଖେମୁଣ୍ଡି:୨୫/୯  ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଆଜି ରାତ୍ର ମୋହନା ଚାନ୍ଦିପୁଟ ରାସ୍ତାରେ ପେଟ୍ରୋଲିଙ୍ଗ କରିବା ସମୟରେ ଏକ ପିକ ଅପ୍ ଭ୍ୟାନ ଆସିବା ସମୟରେ ସେହି ଗାଡ଼ିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ୬୪୦କିଲୋ ଭାଙ୍ଗ ଥିବା ଦେଖିବାକୁ ପାଇଥିଲେ। 

ମୋହନା ଥାନା ଅଧିକାରୀ ସେହି ଭାଙ୍ଗକୁ ଜବତ କରିବା ସହ ଆସାମୀ ବିଜୟ ପାତ୍ର  କୁ ଗିରଫ୍ନ କରିଥିଲେ l ବିଜଯ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିମାଳ ଗ୍ରାମର ବୋଲି ସୂଚନା ମିଳିଛି। ମୋହନା ଥାନା କେସ ନମ୍ବର ୧୪୭/୨୩ଧାରା ୫୨(କ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ କେସ ରୁଜୁ ହୋଇଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଗାଡ଼ି ସହ ଭାଙ୍ଗ ଜବତ କରି ଆସାମୀ ଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l

ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ଅଭାବରୁ ନିର୍ଦ୍ଦୋଷରେ ଖଲାସ

COASTAL NEWS Odia 892

ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ଅଭାବରୁ ନିର୍ଦ୍ଦୋଷରେ ଖଲାସ



ବ୍ରହ୍ମପୁର - ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପୋକ୍ଟ ବିଚାରପତି ଶ୍ରୀ ପ୍ରଭାତ କୁମାର ରାଜଗୁରୁ ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ଶୁଣାଣି କରି ଅଭିଯୁକ୍ତ ରିଙ୍କୁ ନାୟକ କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ରମ୍ଭା ଗ୍ରାମ ର ନାବାଳିକାକୁ ପାଲୁର ଗ୍ରାମର ଅଭିଯୁକ୍ତ ରିଙ୍କୁ ନାୟକ ମନ୍ଦିର ରେ ପୀଡ଼ିତାକୁ ସିନ୍ଦୁର ଲଗାଇ ବିବାହ କରି ଶାରୀରିକ ସମ୍ପର୍କ ରଖୁବାକୁ ବାଧ୍ୟ କରିଥିଲା l

ନାବାଳିକା ପ୍ରତିରୋଧ କରିବାରୁ ତାକୁ ଟଣା ଓଟରା କରି ପିନ୍ଧିଥିବା ଲୁଗାକୁ ଚିରିଦେଇଥିଲା I ପୀଡିତା ର ଏତଲା କ୍ରମେ ପୁଲିସ [ ରମ୍ଭା ଥାନା ସଂଖ୍ୟା 0627 ତା ୯. ୧୧୨୨, ଭାରତୀୟ ଦଣ୍ଡ ବିଧୂ ଆଇନ ର ଦଫା ୨୯୪, ୩୫୪, ୫୦୬ ଏବଂ ପୋକ୍ସ ଆଇନ ର ୧୨ ଦଫା ] ଅନୁଯାଇ ପୋଲିସ ଅଭିଯୁକ୍ତ କୁ ଗିରଫ କରି ଅଦାଲତ କୁ ବିଚାର କରିବା ପାଇଁ ପଠେଇଥିଲେ ।ପୋକ୍ସ ବିଚାରପତି ଶ୍ରୀ ରାଜଗୁରୁ ୬ ଜଣ ସାକ୍ଷୀ ଙ୍କ ସାକ୍ଷୀ କୂ ବିଚାରକୁ ନେଇ ପ୍ରମାଣ ଅଭାବରୁ ଅଭିଯୁକ୍ତ ରିଙ୍କୁ ନାୟକ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । 

ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଚନ୍ଦ୍ରଗୁପ୍ତ ପଟ୍ଟନାୟକ, ଓ ନଦିଆଚାନ୍ଦ ବିଶ୍ବାଳ ଲଢ଼ୁଥିବା ବେଳେ ସରକାରଙ୍କ ତରଫରୁ ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ ।

ଆଜିର ରାଶିଫଳ꧂

COASTAL NEWS Odia 891

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*




*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।* 
*✧═════•❁❀❁•═════✧*
 *ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।* 
*✧═════•❁❀❁•═════✧*
 *କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।* 
*✧═════•❁❀❁•═════✧*
 *ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।* 
*✧═════•❁❀❁•═════✧*
 *କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।* 
*✧═════•❁❀❁•═════✧*
 *ତୁଳା : 👉ଦିନଟି କ୍ଳେଶ ଦାୟକ ।  ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।* 
*✧═════•❁❀❁•═════✧*
 *ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।* 
*✧═════•❁❀❁•═════✧*
 *ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।* 
*✧═════•❁❀❁•═════✧*
 *ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ ।  ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।* 
*✧═════•❁❀❁•═════✧*
 *କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।* 
*✧═════•❁❀❁•═════✧*
 *ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।*
*✧═════•❁❀❁•═════✧*



ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

COASTAL NEWS Odia 890

ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା



ମୋରଡା - ମୟୁରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମର ଜୈନିକ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୂଚନା ମୁତାବକ, ଲଦଡ଼ିହି ଗ୍ରାମର ଲାଲ ମୋହନ ମାର୍ଣ୍ଡିଙ୍କ ଝିଅ ସସ୍ମିତା ମାର୍ଣ୍ଡି ନୂଆଗାଁସ୍ଥିତ ବାବା ଜଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଛୋଟ ବେଳୁ ପାରିଆଉଡ଼ାସ୍ଥିତ ନିଜ ମାଉସୀ ଘରେ ରହି ପାଠ ପଢୁଥିଲେ l

ତେବେ ପାରିବାରିକ କଳହ ଲାଗିରହୁଥିବା ବେଳେ ଗତକାଲି ରାତିରେ ସସ୍ମିତା ଓ଼ ତାଙ୍କ ମାଉସୀ କାପୁରା ହେମ୍ବ୍ରମଙ୍କ ମଧ୍ୟରେ କୌଣସି କାରଣ ବଶତଃ ପାଟିତୁଣ୍ଡ ହୋଇଥିଲା ବୋଲି କହିଛନ୍ତି ପାଖ ପଡୋଶୀ ଦୁଲି ହେମ୍ବ୍ରମ ତେବେ ଆଜି ଦିନ ପ୍ରାୟ ସାଢେ ଏଗାରଟା ସମୟରେ ସସ୍ମିତାଙ୍କ ମୃତଦେହ ସ୍ଥାନୀୟ ଲତାବୁଦା ଭିତରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ଗ୍ରାମବାସୀ l ଗ୍ରାମବାସୀ ଚିତ୍ରଡା ଫାଣ୍ଡିକୁ ଖବର ଦେବାରୁ ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଂଚି ମୃତଦେହକୁ ଜବତ କରି ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛନ୍ତି l

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏ ଆଇ) ଯୋଗୁ ନିଯୁକ୍ତି ସୁଯୋଗ ହ୍ରାସ ପାଇବ

COASTAL NEWS Odia 889


ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏ ଆଇ) ଯୋଗୁ ନିଯୁକ୍ତି ସୁଯୋଗ ହ୍ରାସ ପାଇବ





ପୋଲାଣ୍ଡ - ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏଆଇ) ଯୋଗୁ ନିଯୁକ୍ତି ସୁଯୋଗ ହ୍ରାସ ପାଇବାକୁ ନେଇ ଅନେକେ ଚିତ୍ରିତ ଅଛନ୍ତି। ଏହା ଭିତରେ ପୋଲାଣ୍ଡର ଏକ ପାନୀୟ କମ୍ପାନୀ ଏଆଇ ରୋବୋକୁ ‘ପରୀକ୍ଷାମୂଳକ’ ଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ନିଯୁକ୍ତ କରିଛି। 

ଏହି କମ୍ପାନୀର ନାଁ ଡିକ୍ସାଡୋର ହୋଇଥିବାବେଳେ ରମ୍ ପ୍ରସ୍ତୁତ ପାଇଁ  ଏହା ଜଣାଶୁଣା। ସିଇଓ ନିଯୁକ୍ତ ହୋଇଥିବା ରୋବୋର ନାଁ ମିକା ରୋବୋ କମ୍ପାନୀର ଅଭିବୃଦ୍ଧି ଉପରେ ନଜର ରଖୁବ। କମ୍ପାନୀର କଲେକ୍ସନ, କମ୍ୟୁନିକେଶନ ଏପରିକି ଭବିଷ୍ୟତ କମ୍ପାନୀ ସିଇଓ ଯୋଜନା ଉପରେ ମଧ୍ୟ ରୋବୋ କାମ ହେଲା ଏଆଇ କରିବ। ଡିକ୍‌ଡୋର କମ୍ପାନୀର ୟୁରୋପ ମୁଖ୍ୟ ମାରେକ୍ ଜୋଲ୍‌ୱିସ୍କି କହିଛନ୍ତି, ଡିକ୍ସାଡୋର ବୋର୍ଡ ଏକ କ୍ରାନ୍ତିକାରୀ ନିଷ୍ପଭି ରୋବୋ ନେଇଛି । 

ଏବେ ବହୁତ କିଛି କଥା ମାନବ କର୍ମଚାରୀଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ଆଗକୁ ଏଥରେ ବିଶେଷ ପରିବର୍ତ୍ତନ ଆସିବ । ଏବେ ମିକା ବିଶେଷକରି ପାନୀୟ ବିକ୍ରି ନିମନ୍ତେ ବୋତଲ ଡିଜାଇନ ଉପରେ ଗୁରୁତ୍ଵ ଦେବ। ଏଥିସହ ରୋବୋ ନିରପେକ୍ଷ ଭାବେ ଏବଂ ବୁଦ୍ଧିମତାର ସହ କମ୍ପାନୀର ହିତ ପାଇଁ କାମ କରିପାରିବ । ପ୍ରକାଶଥାଉ କି, ଡିକ୍ସାଡୋର ଦୁନିଆର ପ୍ରଥମ ଏଲ୍‌ (ବହୁ ପୁରୁଣା) ରମ୍ଟୋ କୋନାଇଜେଶନ କରିଥିଲା ଏବଂ ଗତ ବର୍ଷ ଏନ୍‌ଫ୍ଟି ମାଧ୍ୟରେ ରମ୍ ଅଫର୍ କରିଥିଲା।


ମାହାଙ୍ଗା ଡବଲ ମର୍ଡର ମାମଲା

COASTAL NEWS Odia 888

ମାହାଙ୍ଗା ଡବଲ ମର୍ଡର ମାମଲା



ସାଲେପୁର - ଭଞ୍ଜ ବିହାରୀ ମହାନ୍ତି - ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ। ତାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମ୍‌ଏଫସି କୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରହିବ।

ସାଲେପୁର ଜେଏମ୍‌ଏଫସି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।

ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ବିଧାୟକ ବା ସାଂସଦ ମାନଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତ୍ୱରିତ ବିଚାର କରାଯାଏ।

ଏହି ମାମଲାର ତଦନ୍ତ ମାହାଙ୍ଗା ପୁଲିସ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍‌କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ସେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜଶିଟ୍ ଦାଖଲ କଲା, ସେତେବେଳେ ସେଥିରେ ପ୍ରତାପ ଜେନାଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍‌ଚିଟ୍ ଦେଇଥିଲା। ପ୍ରତାପ ଜେନାଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜଶିଟ୍‌ରେ ଦର୍ଶାଯାଇଥିଲା।

ଏହି ଚାର୍ଜଶିଟ୍‌କୁ ନେଇ ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟଙ୍କୁ କହିଥିଲେ ହାଇକୋର୍ଟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଲେପୁର ଜେଏମ୍‌ଏଫସି କୋର୍ଟ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ସେମାନଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା ଯେ ଏହି ମାମଲାରେ ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦେବା ଭଳି ଯେଉଁ ଅଭିଯୋଗ ରହିଛି, ତା’ପଛରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।

ଏଥିରୁ ସ୍ପଷ୍ଟ ହେଉଛି ପୁଲିସ ତଦନ୍ତ ବେଳେ ଓ ଚାର୍ଜଶିଟ୍ ଦାଖଲ ବେଳେ ଯେଉଁ ସବୁ ଦିଗଗୁଡ଼ିକୁ ଅଣଦେଖା କରିଥିଲା, ସେଗୁଡ଼ିକୁ ଅଭିଯୋଗକାରୀ ଓ ସାକ୍ଷୀମାନେ ସାମ୍ନାକୁ ଆଣିଥିଲେ। ଆଉ ସେନେଇ ସେମାନେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଫଳରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ମଧ୍ୟ ସେମାନଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ।

୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ।

*ପରିବର୍ତ୍ତନର ପଦଧ୍ବନୀ*

COASTAL NEWS Odia 887


*ପରିବର୍ତ୍ତନର ପଦଧ୍ବନୀ*
*ସମସ୍ତ ଙ୍କ ପାଇଁ ସତର୍କ ବାଣୀ*

ଭୁବନେଶ୍ବର - *୧୯୯୮ରେ, କୋଡାକ୍ କମ୍ପାନୀର ୧,୭୦,୦୦୦ କର୍ମଚାରୀ ଥିଲେ ଏବଂ ଏହି କମ୍ପାନୀ ବିଶ୍ଵ ଫଟୋପେପର୍ ବ୍ୟବସାୟର  ୮୫% ଅଂଶ ନିୟନ୍ତ୍ରଣ କରୁଥିଲା। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ସେମାନଙ୍କୁ ଫଟୋ ବଜାରରୁ ଠେଲି ବାହାର କରି ଦେଲା। କୋଡାକ୍ ଦେବାଳିଆ ହୋଇଗଲା ଏବଂ ସେମାନଙ୍କର ସମସ୍ତ କର୍ମଚାରୀ ବୃତ୍ତି ହରେଇଲେ।* 

*HMT ଘଡି, BAJAJ ସ୍କୁଟର୍, Dyenora ଏବଂ Konark ଟେଲିଭିଜନ ସେଟ୍, Phillips, Murphy ଏବଂ Bush ରେଡ଼ିଓ, NOKIA ମୋବାଇଲ୍ ଫୋନ୍, RAJDOOT ଓ ୟେଜଦୀ ମୋଟର୍ ସାଇକେଲ, AMBASSADOR କାର୍ ଇତ୍ୟାଦି ଉତ୍ପାଦର ଗୁଣବତ୍ତାରେ କୌଣସି  କମି ନଥିଲା, ତଥାପି ସେମାନେ ବଜାର ପ୍ରତିଯୋଗିତାରେ ରହି ପାରିଲେନି। କାରଣ କଣ ? କାରଣ ସେମାନେ ସମୟ ସହିତ ତାଳଦେଇ ଚାଲିଲେନି, ନିଜକୁ ପରିବର୍ତ୍ତନ କଲେ ନାହିଁ।*

*ବର୍ତ୍ତମାନ ଏକ ଧାରଣା ଜନ୍ମିଲାଣି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ଵ  ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଏବଂ ଆଜି ବିଶ୍ବରେ ଚାଲୁଥିବା ଶିଳ୍ପଗୁଡିକ ମଧ୍ୟରୁ ପ୍ରାୟ ୭୦ ରୁ ୯୦ % ଶିଳ୍ପ ବନ୍ଦ ହୋଇଯିବ। ଏବେ ଚତୁର୍ଥ ଶିଳ୍ପ ବିପ୍ଳବକୁ ସ୍ୱାଗତମ୍।*

*ସମସ୍ତେ ଜାଣନ୍ତି, Uber କେବଳ ଗୋଟେ ସଫ୍ଟୱେର୍। ନିଜର ଗୋଟିଏ ହେଲେ କାର୍ ନଥିଲେ ମଧ୍ୟ ସେ ଦୁନିଆର ସବୁଠୁ ବଡ ଟ୍ୟାକ୍ସି କମ୍ପାନୀ।*

*AirBNB ହେଉଛି ବିଶ୍ଵର ସବୁଠୁ ବଡ ହୋଟେଲ କମ୍ପାନୀ, ଯଦିଓ ସେମାନଙ୍କର ଗୋଟିଏ ବି ନିଜସ୍ୱ ହୋଟେଲ ନାହିଁ। ପେଟିଏମ୍, ଓଲା କ୍ୟାବ୍, ଓୟୋ -ରୁମ୍ ପରି ଅନେକ ଉଦାହରଣ ଆମ ସାମନାରେ ଅଛି।*

*ଆମେରିକାର ଯୁବ ଆଇନଜୀବୀମାନଙ୍କ ପାଇଁ ବର୍ତ୍ତମାନ ଆଉ କୌଣସି କାମ ନାହିଁ, କାରଣ IBM-Watson ନାମକ ଗୋଟିଏ ସଫ୍ଟୱେୟାର୍ ଆପ୍ ତୁରନ୍ତ ଉତ୍ତମ ଆଇନଗତ ପରାମର୍ଶ ଦେଇ ଦେଉଛି। ଆମେରିକୀୟ ଓକିଲମାନଙ୍କ ମଧ୍ୟରୁ ପ୍ରାୟ ୯୯% ଆଇନଜୀବୀ ଆସନ୍ତା ୧୦ ବର୍ଷ ମଧ୍ୟରେ ବେକାର ହେଇଯିବେ। ଯେଉଁ ୧୦% ବାକି ରହିବେ, ସେମାନେ ଅବଶ୍ୟ ସୁପର ସ୍ପେଶାଲିଷ୍ଟ ହେବେ।*

*ଚିକିତ୍ସା ବିଜ୍ଞାନରେ ମଧ୍ୟ ଏକ ବୈପବ୍ଳିକ ପରିବର୍ତ୍ତନର ସୂଚନା ମିଲିଲାଣି। Watson ସଫ୍ଟୱେର୍ ଡାକ୍ତର ମାନଙ୍କ ଅପେକ୍ଷା ୪ ଗୁଣ ଅଧିକ ସଠିକ୍ ରୋଗ ନିର୍ଣ୍ଣୟ କରିପାରିବ। ଏପରିକି ଶତ ପ୍ରତିଶତ ସଠିକତାରେ ହାରରେ କର୍କଟ ରୋଗ ବି ନିର୍ଣ୍ଣୟ କରିବ ଏବଂ ନିଦାନ ଦେବ।* 

*ଅନ୍ ଲାଇନ୍ କ୍ଲାସ୍ ଅଭିଜ୍ଞତା ଏବେବି ମନରୁ ଯାଇନି। ଯଦି ବିଶ୍ବ ସ୍ତରୀୟ ଅଧ୍ୟାପନା ଅନ୍ ଲାଇନ୍ ରେ ମିଳିପାରୁଛି, ତେବେ ବିଦ୍ୟାଳୟ କଣ ଦରକାର ? ଅଧ୍ୟାପକ ଅଧ୍ୟାପିକା କଣ ଦରକାର ?* 

*ଏବେ ଏଇମିତି ଆହୁରି ଅନେକ ପରିବର୍ତ୍ତନର ପୁର୍ବାନୁମାନ କରାଯାଉଛି। ପରିବର୍ତ୍ତନର କାରଣ ହେଉଛି କମ୍ପ୍ୟୁଟର୍। ବିଶେଷଜ୍ଞ ମାନଙ୍କ ମତରେ ୨୦୩୦ ସୁଦ୍ଧା କମ୍ପ୍ୟୁଟର ମାନେ ମାନବ ଅପେକ୍ଷା ଯଥେଷ୍ଟ ଅଧିକ ବୁଦ୍ଧିମାନ ହେବେ, ବିଶ୍ବସ୍ତ ତଥା ଭରସାଯୋଗ୍ୟ ହେବେ।*

*ଆଗାମୀ ୧୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ୯୦ ପ୍ରତିଶତ କାର୍ ରାସ୍ତାରୁ ଅଦୃଶ୍ୟ ହୋଇଯିବ। ଯାହା ବି ଥିବ ତାହା ଇଲେକ୍ଟ୍ରିକ୍ କାର୍ କିମ୍ବା ହାଇବ୍ରିଡ୍ ହେବ। ପେଟ୍ରୋଲ୍ ଡିଜେଲ୍ ବ୍ୟବହାର ୯୦% ହ୍ରାସ ପାଇବ। ଏଭଳି ସ୍ଥିତିରେ ପେଟ୍ରୋଲ୍ ର ଡିମାଣ୍ଡ୍ ଆଉ ରହିବନି, ଫଳରେ ତୈଳ ଅର୍ଥନୀତି ହେତୁ ସମୃଦ୍ଧିଶାଳୀ ଆରବ ଦେଶଗୁଡିକ ଦେବାଳିଆ ହୋଇଯିବେ।*

 *Uber ଓ Ola cab ପରି ସଫ୍ଟୱେୟାରରୁ ଆପଣ ଏକ କାର୍ ଅର୍ଡର କରିବେ ଏବଂ କିଛି କ୍ଷଣ ମଧ୍ୟରେ ଡ୍ରାଇଭର୍ ବିହୀନ କାର ଆପଣଙ୍କ ଦ୍ୱାରରେ ପାର୍କିଂ ହେବ। ଯଦି ଆପଣ ଏହାକୁ କାହା ସହିତ ସେୟାର କରନ୍ତି, ତେବେ ସେହି ଇଲେକ୍ଟ୍ରିକ୍ କାର୍ ଆହୁରି ଶସ୍ତା ହେବ।*

*କାରଗୁଡିକ ଡ୍ରାଇଭର୍ ବିହୀନ ହୋଇଥିବାରୁ ୯୯% ଦୁର୍ଘଟଣା କମିଯିବ। ହୁଏତ ଦୁର୍ଘଟଣା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯାଇ ପାରେ। ଏହା କାର୍ ଇନସୁରାନ୍ସ ନାମକ ବ୍ୟବସାୟକୁ ବନ୍ଦ କରିଦେବ। ଟ୍ରାଫିକ୍ ପୋଲିସ ବ୍ୟବସ୍ଥା ହୁଏତ  ଆସନ୍ତାକାଲି ଦେଖିବାକୁ ନ ମିଳିପାରେ !*

*ଡ୍ରାଇଭର ପରି  କୌଣସି କାମ ପୃଥିବୀରେ ବଞ୍ଚିବ ନାହିଁ। ଯଦି ସହର ଏବଂ ସଡକରୁ ୯୦% କାର ଅଦୃଶ୍ୟ ହୋଇଯାଏ, ତେବେ ଟ୍ରାଫିକ୍ ଏବଂ ପାର୍କିଂ ଭଳି ସମସ୍ୟା ସ୍ୱୟଂକ୍ରିୟ ସମାପ୍ତ ହେବ, କାରଣ ଗୋଟିଏ ଗୋଟିଏ କାର ଆଜି ରାସ୍ତାରେ ଗଡୁଥିବା ୨୦ ଟି କାର୍ ର ଆବଶ୍ୟକତା ତୁଲେଇବ।*

*ସ୍ମରଣଯୋଗ୍ୟ, ୫ ବର୍ଷ କିମ୍ବା ୧୦ ବର୍ଷ ପୂର୍ବେ, ପୃଥିବୀରେ ଏପରି ପୃଷ୍ଠ ନଥିଲା... ଯେଉଁଠାରେ PCO ନଥିଲା। ତା’ପରେ ଯେତେବେଳେ ମୋବାଇଲ୍ ଫୋନ୍ ସମସ୍ତଙ୍କ ପକେଟକୁ ଆସିଲା, PCO ଗୁଡିକ ବନ୍ଦ ହେବା ଆରମ୍ଭ କଲା। ତା’ପରେ ସେସବୁ PCO ବଞ୍ଚିବା ପାଇଁ ଫୋନ୍ ରିଚାର୍ଜ ବିକ୍ରୟ ଆରମ୍ଭ କଲେ। ସେ ମାର୍ଗ ବି ଏବେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି। ଏବେ ଅନଲାଇନ୍ ପରଚେଜ୍, ଅନଲାଇନ୍ ରିଚାର୍ଜ, ଆଉ ଶସ୍ତା ବି।*

*ଆଜିକାଲି ବଜାରରେ ପ୍ରତ୍ୟେକ ତୃତୀୟ ଦୋକାନଟି ଏକ ମୋବାଇଲ୍ ଫୋନ୍ ହେଇଥିବ। ବିକ୍ରୟ, ସେବା, ରିଚାର୍ଜ, ଆସେସୋରିଜ୍, ମରାମତି, ରକ୍ଷଣାବେକ୍ଷଣ ପାଇଁ। ସେ ବ୍ୟବସାୟର ଆୟୁଷ ବି ବେଶି ଦିନ ହେବ ବୋଲି ଭରସା ନାହିଁ।*

*ବର୍ତ୍ତମାନ ପେଟିଏମ୍ ଓ ଫୋନ୍-ପେ ମାଧ୍ୟମରେ ଅର୍ଥ କାରବାର ସମ୍ଭବ ହେଉଛି। ଡିଜିଟାଲ କରେନ୍ସି ର ପ୍ରଚଳନ ମଧ୍ୟ ଆରମ୍ବ ହେଲାଣି। ବ୍ୟାଙ୍କ୍ ଓ ଲକ୍ଷ ଲକ୍ଷ କର୍ମଚାରୀଙ୍କର ଆଉ ଆବଶ୍ୟକତା ନାହିଁ।*

*ବର୍ତ୍ତମାନ ଲୋକମାନେ ନିଜ ଫୋନରୁ ଟ୍ରେନ୍ ଟିକେଟ ବୁକିଂ, ଫ୍ଲାଇଟ୍ ବୁକିଂ, ହୋଟେଲ୍ ବୁକିଂ କରିବା, ଏପରିକି ବ୍ରେକଫାଷ୍ଟ୍, ଲଞ୍ଚ ଡିନର୍ ପାଇଁ ଅର୍ଡର୍ ଦେବା ଆରମ୍ଭ କଲେଣି। ଏ କାରବାର ପୁରୁଣା କାରବାରକୁ ଧୀରେ ଧୀରେ ହତ୍ୟା କରୁଛି।*

*ଏବେ ଦୁନିଆ ବଦଳୁଛି। ବଦଳୁଛି ବହୁତ ଦ୍ରୁତ ଗତିରେ। ଆଖି, କାନ, ନାକ ଖୋଲା ରଖିବାକୁ ହେବ, ନଚେତ୍ ମଣିଷ ସାତ ପଛରେ ରହିଯିବ। ସମୟ ସହିତ ତାଳଦେଇ ନିଜକୁ ପରିବର୍ତ୍ତନ କରିବାକୁ ପଡିବ, ଯୋଗ୍ୟ ହେବାକୁ ହେବ। ନହେଲେ ଆଗକୁ ଆଗକୁ ଘନ ଅନ୍ଧାର। ସାଧୁ ସାବଧାନ।



COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...