AFFILIATE MARKETING

https://binomo.com?a=90810425bb57&t=0

Monday, September 25, 2023

ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

COASTAL NEWS Odia 886

ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ 



ବଲାଙ୍ଗିର - ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଗତ ୧୮ ତାରିଖ ଦିନ ଖପ୍ରାଖୋଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ କେସରେ ଫେରାର ଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ପୋଲିସ ଛତିଶଗଡ ରାଜ୍ୟରୁ ଗିରଫ କରିବାରେ ସଫଳ ହୋଇଅଛି । 

ସୂଚନା ଅନୁସାରେ ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିବା ବେଳେ ତାଙ୍କ କୋଡ୍‌ ବ୍ୟବହାର କରି ଗାଁର ଟିକେମଣି ବାଗଙ୍କୁ ଚଞ୍ଚକତା କରି ଘର ଦେଇଥିବା ବେଳେ କୌଶଲ୍ୟା ଘର ପାଇ ନଥିବା ଜଣାପଡ଼ିଥିଲା । ଏନେଇ କୌଶଲ୍ୟାଙ୍କ ତରଫରୁ ଅଭିଯୋଗ ହୋଇଥିଲା । ସେହିପରି ଯୁନାନିବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନଥିବା ବେଳେ ତାଙ୍କ ନାମରେ ଅନ୍‌ଲାଇନ୍‌ରେ ଘର ସୋ’ କରୁଥିବା ବେଳେ ସେହି କୋଡ୍‌ ବ୍ୟବହାର କରି ରୂପେ ଧରୁଆଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା । 

ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା, ଜିଓ ଟେଗ୍‌ ଗୋଲାପ ପୋଢ଼ ଦାୟୀ ବୋଲି ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବାକୁ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା ଙ୍କ ଏତାଲା କ୍ରମେ ଖପ୍ରାଖୋଲ ଥାନା କେସ ନମ୍ବର ୧୫୯/୨୦୨୩ରେ ଗତ ୫/୦୯/୨୦୨୩ ତାରିଖ ଦିନ ଏକ ମାମଲା ରୁଜୁ କରାଯାଇଥିଲା । କିଛିଦିନ ତଳେ ଦୁଇ ନକଲି ହିତାଧିକାରୀ ଏବଂ ତତ୍କାଳୀନ ପିଇଓ ଲଳିତ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର୍‌ ଥିବା ଜିଆର୍‌ଏସ୍‌ ବିପିନ ବେହେରା ଏବଂ ଜିଓ ଟେଗ୍‌ ଗୋଲାପ ପୋଢ଼ଙ୍କୁ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ସରାଇପାଲି ଥାନା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ଖପ୍ରାଖୋଲ ପୋଲିସ । 

ଅଭିଯୁକ୍ତ ଦୁଇଜଣ ସରାଇପାଲିର ଏକ ଗେଷ୍ଟହାଉସ୍‌ରେ ଲୁଚି ରହିଥିଲେ ବୋଲି ଜଣାପଡ଼ିଛି । ଏନେଇ ଧାରା ୪୦୯/୪୭୧/୪୬୮/୧୨୦ବିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଲ୍ ନାମଞ୍ଜୁର ହେବାରୁ ଦୁଇଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି । ଖପ୍ରାଖୋଲ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

"ଡିଜିଜ୍ X"

COASTAL NEWS Odia 885

"ଡିଜିଜ୍ X" 



ଲଣ୍ଡନ - ଭଞ୍ଜ ବିହାରୀ ମହାନ୍ତି - ଆଉ ଏକ ମହାମାରୀ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। COVID-19 ଭଳି ଭବିଷ୍ୟତରେ ଅନ୍ୟ ଏକ ଭୟଙ୍କର ମହାମାରୀ ଆସିପାରେ ବୋଲି ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ। ଏହି ଅଜଣା ରୋଗକୁ ସେମାନେ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟ ମୁତାବକ, ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବା ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ପାଣ୍ଡାମିକରେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସମ୍ଭାବ୍ୟ ମହାମାରୀକୁ "ଡିଜିଜ୍ X" ବୋଲି କହିବା ସହ ଏହା ପାଣ୍ଡାମିକ ସ୍ଥିତିରେ ଥିବା କହିଛି।

WHO ତଥ୍ୟ ଅନୁଯାୟୀ, ୨୦୧୯ରେ ସୃଷ୍ଟି ହୋଇଥିବା କୋଭିଡ-୧୯ ବିଶ୍ୱରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି। "ଡିଜିଜ୍ X" COVID-19 ତୁଳନାରେ ସାତଗୁଣରୁ ଅଧିକ ମାରାତ୍ମକ ହୋଇପାରେ ବୋଲି ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ପରବର୍ତ୍ତୀ ମହାମାରୀ ଏକ ବିଦ୍ୟମାନ ଭୂତାଣୁରୁ ଆସିପାରେ। ଅର୍ଥାତ୍ ବର୍ତ୍ତମାନ ସମୟରେ ଥିବା କିଛି ଭୂତାଣୁରୁ ସୃଷ୍ଟି ହୋଇପାରେ ଏହି ଏକ୍ସ ମହାମାରୀ।

୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ପାଣ୍ଡାମିକରେ ସମାନ ପରିସ୍ଥିତି ଉପୁଜିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି। 

ଡେଲି ମେଲକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏପରି ମହାମାରୀ ସମସ୍ତଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୁଅନ୍ତି ନାହିଁ। କିନ୍ତୁ ଏଥିରେ ନିଶ୍ଚିତ ରୂପେ ଅନେକଙ୍କର କ୍ଷତି ଘଟେ। ବୈଜ୍ଞାନିକମାନେ ୨୫ଟି ଭୂତାଣୁ ଫ୍ୟାମିଲି(ପରିବାର) ଉପରେ ନଜର ରଖିଛନ୍ତି, ପ୍ରତ୍ୟେକରେ ହଜାରେରୁ ଅଧିକ ବ୍ୟକ୍ତିଗତ ଭୂତାଣୁ ଅଛନ୍ତି, ଯାହା ମଧ୍ୟରୁ କୌଣସି ଭୟଙ୍କର ମହାମାରୀର ରୂପ ନେଇପାରନ୍ତି। ଏହି ନୀରିକ୍ଷଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଥିବା ଭୂତାଣୁ ଉପରେ କରାଯାଏ ନାହିଁ ବୋଲି ସେ କହିଛନ୍ତି।

ଡେମ କେଟ୍ କହିଛନ୍ତି, "କୋଭିଡରେ ଅନେକ ଲୋକ ସୁସ୍ଥ ହୋଇଥିଲେ। କିନ୍ତୁ ଡିଜିଜ୍ X ମିଳିମିଳା ଭଳି ସଂକ୍ରାମକ ଏବଂ ଇବୋଲା ଭଳି ୬୭% ମୃତ୍ୟୁହାର କରାଇପାରେ। ବିଶ୍ୱର କୌଣସି ସ୍ଥାନରେ ଏହା ଶୀଘ୍ର କିମ୍ବା ବିଳମ୍ବରେ ଆସିପାରେ, ଧୀରେ ଧୀରେ ଏଥିରେ ଲୋକେ ଅସୁସ୍ଥ ଅନୁଭବ କରିବେ।

ସେପଟେ, ବ୍ରିଟେନର ବୈଜ୍ଞାନିକମାନେ ଏହି ଅଜ୍ଞାତ 'ଡିଜିଜ୍ X' କୁ ଟାର୍ଗେଟ କରି ଟିକା ବିକାଶ ପ୍ରୟାସ ଆରମ୍ଭ କରିସାରିଛନ୍ତି। ୱିଲଟସାୟାରର ଉଚ୍ଚ-ସୁରକ୍ଷା ପୋର୍ଟନ୍ ଡାଉନ୍ ଲାବୋରେଟୋରୀ କମ୍ପ୍ଲେକ୍ସରେ କରାଯାଇଥିବା ଏହି ଅନୁସନ୍ଧାନରେ ୨୦୦ରୁ ଅଧିକ ବୈଜ୍ଞାନିକ ସାମିଲ ହୋଇଛନ୍ତି। ସେମାନେ ପଶୁ ଭୂତାଣୁ ସହ ମଣିଷକୁ ସଂକ୍ରମିତ କରୁଥିବା ଏବଂ ଦ୍ରୁତଗତିରେ ବ୍ୟାପୁଥିବା ଭୂତାଣୁ ଉପରେ ଅନୁଧ୍ୟାନ କରିଛନ୍ତି। ଅନୁସନ୍ଧାନରେ ଥିବା ପାଥୋଜେନ ମଧ୍ୟରେ ବାର୍ଡ ଫ୍ଲୁ, ମଙ୍କିପକ୍ସ ଏବଂ ହାଣ୍ଟାଭାଇରସ୍ ଅଛି, ଯାହା ମୂଷାମାନଙ୍କ ଦ୍ୱାରା ସଂକ୍ରମିତ ହୁଏ।

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA)ର ମୁଖ୍ୟ ପ୍ରଫେସର ଡେମ ଜେନି ହ୍ୟାରି କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ଜନସଂଖ୍ୟାରେ ପରିବର୍ତ୍ତନ ଭଳି କାରଣ ଭବିଷ୍ୟତରେ ମହାମାରୀ ହେବାର ସମ୍ଭାବନା ବଢାଉଛି। ତେଣୁ ଆଗୁଆ ପଦକ୍ଷେପଗୁଡିକ ଉପରେ ଦୃଷ୍ଟି ଦିଆଯିବା ଜରୁରୀ। 

ଚାଇନାରେ କୋଇଲା ଖଣି ଦୁର୍ଘଟଣା: ୧୬ ଶ୍ରମିକ ମୃତ

COASTAL NEWS Odia 884

ଚାଇନାରେ କୋଇଲା ଖଣି ଦୁର୍ଘଟଣା: ୧୬ ଶ୍ରମିକ ମୃତ 


 
ବେଜିଂ,୨୫।୯ : ଭଞ୍ଜ ବିହାରୀ ମହାନ୍ତି - ଚାଇନାର ଗୁଇଝୋଉ ପ୍ରଦେଶର ପେନଝୋଉ ସହରରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ସମସ୍ତେ ଗୁଇଝୋଉ ପାନଜିଆଙ୍ଗ ରିଫାଇନ କୋଇଲା କମ୍ପାନୀର କର୍ମଚାରୀ ଥିଲେ। ଖଣି ମାଲିକ ସୋମବାର ସାଂଘାଇ ଷ୍ଟକ ଏକ୍ସଚେଞ୍ଜକୁ ଏହା ଜଣାଇଛନ୍ତି। ସାଂଘାଇ ଭିତ୍ତିକ ଖଣିଜ ପରାମର୍ଶଦାତା ମିଷ୍ଟେଲଙ୍କ ଅନୁଯାୟୀ, ଏହି ଦୁର୍ଘଟଣା ପରେ ପାନଝୋଉ ସହରର ସମସ୍ତ କୋଇଲା ଖଣିରେ କାମ ଗୋଟିଏ ଦିନ ପାଇଁ ବନ୍ଦ ହୋଇଯାଇଛି।
ଗୁଇଝୋଉର ଖଣି ସୁରକ୍ଷା ପ୍ରଶାସନ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛି ଦୁର୍ଘଟଣାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ମିଷ୍ଟେଲ କମ୍ପାନୀ ଅନୁଯାୟୀ, କ୍ଷେତ୍ରର ମୋଟ ଉତ୍ପାଦନ କ୍ଷମତା ବର୍ଷକୁ ପ୍ରାୟ ୫୨.୫ ନିୟୁତ ମେଟ୍ରିକ ଟନ। ଏହା ଚାଇନାର କୋକିଂ କୋଇଲା ଉତ୍ପାଦନ କ୍ଷମତାର ପ୍ରାୟ ୫ ପ୍ରତିଶତ।
ରାଷ୍ଟ୍ରାୟତ୍ତ ପାନଜିଆଙ୍ଗ କୋଇଲା ଏହାର ସମସ୍ତ ଖଣିରେ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ନିରାପଦ ଉତ୍ପାଦନ ନିଶ୍ଚିତ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି। କମ୍ପାନୀ ପ୍ରାୟ ୧୭.୩ ନିୟୁତ ଟନ କ୍ଷମତା ବିଶିଷ୍ଟ ସାତୋଟି କୋଇଲା ଖଣି ଚଳାଇଥାଏ। ମିଷ୍ଟେଲଙ୍କ ଅନୁଯାୟୀ, ଯେଉଁ ଖଣିରେ ଦୁର୍ଘଟଣା ଘଟିଛି ଏହାର ବାର୍ଷିକ କ୍ଷମତା ୩.୧ ନିୟୁତ ଟନ।
ଚାଇନାରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ; ପୂର୍ବରୁ ଅନେକ କୋଇଲା ଖଣିରେ ଏଭଳି ଦୁର୍ଘଟଣା ଘଟିଛି। ଫେବୃଆରୀରେ, ମଙ୍ଗୋଲିଆ ଅଞ୍ଚଳରେ ଏକ ଖୋଲା ଖଣି ଖନନ ଘଟଣାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ଭୁଶୁଡ଼ି ପଡ଼ିଛି ବ୍ରିଜ୍

COASTAL NEWS Odia 883

ଭୁଶୁଡ଼ି ପଡ଼ିଛି ବ୍ରିଜ୍ 


ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ । ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଏହି ଅଘଟଣ ସମୟରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍‌, ବାଇକ୍‌ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଖବର ପାଇ ତତ୍‌କ୍ଷଣାତ ପ୍ରଶାସନ ଓ ରେସକ୍ୟୁ ଟିମ୍‌ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।

ସୁରେନ୍ଦ୍ରନଗର ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ପୋଲ ୪୦ ବର୍ଷର ପୁରୁଣା ପୋଲ। ଏହି ପୋଲ ଉପରେ ଭାରି ଯାନ ତଥା ମାଲବାହୀ ଗାଡ଼ି ଯିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବାଲି ଭର୍ତ୍ତି ଟ୍ରକ୍‌ ପୋଲ ଅତିକ୍ରମ କରୁଥିଲା। ଫଳରେ ଭାର ସହି ନ ପାରି ପୋଲଟି ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ନଦୀକୁ ଖସି ପଡ଼ିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ପୋଲ ସ୍ଥାନରେ ଆଉ ଏକ ନୂତନ ପୋଲ ନିର୍ମାଣ ନିମନ୍ତେ ମଞ୍ଜୁରୀ ମିଳିଛି।

ପ୍ରାୟ ୧୧୦ ଗାଁ ଲୋକେ ଏହି ପୋଲ ଉପରେ ନିର୍ଭର କରନ୍ତି। ଏହି ବ୍ରିଜଟି ରାଜ୍ୟ ରାଜପଥ ସହ ସଂଯୋଗ କରିଥାଏ । ଏବେ ଏହି ପୋଲ ଭାଙ୍ଗିଯିବାରୁ ବହୁ ଲୋକ ବଜାର ଆସିବାକୁ ହଇରାଣ ହେଉଛନ୍ତି। ତଥା ତୁରନ୍ତ ସେମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଶାସନ ନିକଟରା ଗୁହାରୀ କରିଛନ୍ତି ।ଏହି 

ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା, ମୋଦୀଙ୍କୁ ୧୦ ରୁ ୮... ଭୁବନେଶ୍ଵର ୨୫-୯ : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ମୋଦୀଙ୍କୁ ୧୦ ରୁ ୮ ସୂଚନାଯୋଗ୍ୟଯେ, ଭୁନେଶ୍ୱରରେ ଏକ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ଦ୍ୱାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚାୱଲାଙ୍କର ସହ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେ ମୋଦୀ ସରକାରଙ୍କୁ ୧୦ ରୁ ୮ ମାର୍କ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବୈଦେଶିକ ନୀତି ଏବଂ ଦୁର୍ନୀତି ନିବାରଣ ପାଇଁ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେଯେ, ମୋଦୀ ସରକାର ବୈଦେଶିକ ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଯାହା କରିଛନ୍ତି, ସେଥିପାଇଁ ମୁଁ ଏହାକୁ ୧୦ ରୁ ୮ ରେଟିଂ ଦେଉଛି। ଏହି ସରକାରରେ ମଧ୍ୟ ଦୁର୍ନୀତି ହ୍ରାସ ପାଇଛି। ମହିଳା ସଂରକ୍ଷଣ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୋ ଦଳ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ କରିଆସୁଛି। ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ ଏବଂ ମୁଁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲି। ୨୦୧୯ ଲୋକସଭା ନିର୍ବାଚନରେ ପଟ୍ଟନାୟକଙ୍କ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା। ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ ବିଜେଡ଼ି ସୁପ୍ରିମୋ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ କରି କହିଥିଲେ, ଆମେ ଏହାକୁ ସର୍ବଦା ସ୍ୱାଗତ କରିଛୁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। କେନ୍ଦ୍ର ସହିତ ତାଙ୍କ ସରକାରଙ୍କ ସମ୍ପର୍କ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କେନ୍ଦ୍ର ସହ ଆମର ଆନ୍ତରିକ ସମ୍ପର୍କ ରହିଛି। ସ୍ୱାଭାବିକ ଭାବରେ, ଆମେ ଆମ ରାଜ୍ୟର ବିକାଶ ଚାହୁଁ ଏବଂ ବିକାଶରେ କେନ୍ଦ୍ର ସରକାରଙ୍କ ଅଂଶଗ୍ରହଣ କରିବା ଜରୁରୀ ଅଟେ।

 COASTAL NEWS Odia 882

ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା



ଭୁବନେଶ୍ଵର ୨୫-୯   :ଭଞ୍ଜ ବିହାରୀ ମହାନ୍ତି - ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟଯେ, ଭୁନେଶ୍ୱରରେ ଏକ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” ଦ୍ୱାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚାୱଲାଙ୍କର ସହ ସାକ୍ଷାତକାରରେ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେ ମୋଦୀ ସରକାରଙ୍କୁ ୧୦ ରୁ ୮ ମାର୍କ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବୈଦେଶିକ ନୀତି ଏବଂ ଦୁର୍ନୀତି ନିବାରଣ ପାଇଁ କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେଯେ, ମୋଦୀ ସରକାର ବୈଦେଶିକ ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଯାହା କରିଛନ୍ତି, ସେଥିପାଇଁ ମୁଁ ଏହାକୁ ୧୦ ରୁ ୮ ରେଟିଂ ଦେଉଛି। 

ଏହି ସରକାରରେ ମଧ୍ୟ ଦୁର୍ନୀତି ହ୍ରାସ ପାଇଛି।

ମହିଳା ସଂରକ୍ଷଣ ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୋ ଦଳ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ କରିଆସୁଛି। ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ ଏବଂ ମୁଁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲି। ୨୦୧୯ ଲୋକସଭା ନିର୍ବାଚନରେ ପଟ୍ଟନାୟକଙ୍କ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ

ବିଜେଡ଼ି ସୁପ୍ରିମୋ, ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ସମର୍ଥନ କରି କହିଥିଲେ, ଆମେ ଏହାକୁ ସର୍ବଦା ସ୍ୱାଗତ କରିଛୁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। କେନ୍ଦ୍ର ସହିତ ତାଙ୍କ ସରକାରଙ୍କ ସମ୍ପର୍କ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କେନ୍ଦ୍ର ସହ ଆମର ଆନ୍ତରିକ ସମ୍ପର୍କ ରହିଛି। ସ୍ୱାଭାବିକ ଭାବରେ, ଆମେ ଆମ ରାଜ୍ୟର ବିକାଶ ଚାହୁଁ ଏବଂ ବିକାଶରେ କେନ୍ଦ୍ର ସରକାରଙ୍କ ଅଂଶଗ୍ରହଣ କରିବା ଜରୁରୀ ଅଟେ।

ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ

COASTAL NEWS Odia 881

ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ



ସୁବର୍ଣପୁର - ଭଞ୍ଜ ବିହାରୀ ମହାନ୍ତି - ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ। ହେଲେ ଦିବ୍ୟାଙ୍ଗ ଯୁବକ ଶିବାଜୀ ପଣ୍ଡାଙ୍କୁ ଜୀବନ ସାଥୀ। ଆଉ ଓଡ଼ିଶାର ମାଟି, ପାଣି, ପବନ ଓ ଭାଷା ସଂସ୍କୃତି ପ୍ରେମରେ ପଡ଼ିଗଲେ। ଇଂଲଣ୍ଡରେ ପ୍ରଫେସର ଚାକିରି ଛାଡ଼ି ସ୍ୱାମୀଙ୍କ ସହିତ ଓଡ଼ିଶା ଫେରି ଆସିଲେ। ମହାନଦୀ କୂଳରେ ତିଆରି କଲେ ଇକୋ-ଭିଲେଜ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା। ନା ଶୁଣି ପାରନ୍ତି ନା କହିପାରନ୍ତି। ତଥାପି ସେ ସାଧାରଣ ପିଲାଙ୍କ ପରି ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ଦଶମ ପାସ୍‌ କରିବା ପରେ ସୋନପୁର ଯାଇଥିଲେ। ସେଠାରେ ରାଜ କଲେଜରୁ ବିଏ ପାସ୍‌ କରିଥିଲେ। ତା’ପରେ ସେ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ସାଙ୍କେତିକ ଭାଷାରେ ଏମ୍‌ଏ ପଢ଼ିଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଭଲ ମାର୍କରେ ସେ ଏମ୍‌ଏ ପାସ୍‌ କରିଥିଲେ।

ଏମ୍‌ଏରେ ଭଲ ମାର୍କ ରଖିଥିବାରୁ ଇଂଲଣ୍ଡର ୟୁନିର୍ଭସିଟି ଅଫ୍‌ ସେନ୍‌‌ଟ୍ରାଲ୍‌ ଲାଙ୍କାସିରରେ ସାଙ୍କେତିକ ଭାଷାର ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ଯେଉଁମାନେ କହିପାରନ୍ତି ନାହିଁ ଓ ଶୁଣିପାରନ୍ତି ନାହିଁ ସେମାନଙ୍କର ତ୍ରାଣ କର୍ତ୍ତା ସାଜିଥିଲେ ପ୍ରଫେସର ପଣ୍ଡା। ସେଇଠି ସେ ଜର୍ମାନୀର ଯୁବତୀ ପ୍ରଫେସର ଉଲରିକ‌୍‍ ଜେସନଙ୍କୁ ଭେଟିଥିଲେ। ପ୍ରଫେସର ଉଲରିକ‌୍‍ ଜେସନ ମଧ୍ୟ ସେହି ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। କେବଳ ଏତିକି ଫରକ- ପ୍ରଫେସର ପଣ୍ଡା ହେଉଛନ୍ତି ଜଣେ ଦିବ୍ୟାଙ୍ଗ କିନ୍ତୁ ପ୍ରଫେସର ଜେସନ୍‌ ଜଣେ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି। ଅର୍ଥାତ ସେ କହିପାରନ୍ତି, ଶୁଣିପାରନ୍ତି, ଚାଲିପାରନ୍ତି। ସେ ପ୍ରଫେସର ପଣ୍ଡାଙ୍କ ଚାଲିଚଳଣ ଓ ଶାନ୍ତ ସ୍ୱଭାବରେ ଫିଦା ହୋଇଥିଲେ ପ୍ରଫେସର ଉଲରିକ‌୍‍ ଜେସନ। ଆଉ ତାଙ୍କୁ ମନ ଦେଇବସିଥିଲେ। ସାଙ୍କେତିକ ଭାଷାରେ ନିଜ ମନ କଥା ଓ ବ୍ୟଥାକୁ ପ୍ରଫେସର ପଣ୍ଡାଙ୍କ ଆଗରେ ବଖାଣି ଥିଲେ।

କଥା କହିନପାରିଲେ କ’ଣ ହେଲା। ପ୍ରଫେସର ପଣ୍ଡା କିନ୍ତୁ ସବୁ ବୁଝିପାରିଥିଲେ। ଆଉ ପ୍ରଫେସର ଉଲରିକ‌୍‍ ଜେସନଙ୍କ ପ୍ରେମ ନିବେଦନକୁ ସାଦରେ ଗ୍ରହଣ କରିଥିଲେ। ତା’ପରେ ଉଭୟଙ୍କ ଭିତରେ ଚାଲିଲା ନୀରବ ପ୍ରେମ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଓଡ଼ିଆଣୀ ବେଶରେ ସଜେଇ ହୋଇଥିଲେ। ଶାଢ଼ୀ ପିନ୍ଧିଥିଲେ। ଆଉ ପ୍ରଫେସର ପଣ୍ଡାଙ୍କୁ ବିବାହ କରିଥିଲେ। ଲଣ୍ଡନର ଏକ କୋର୍ଟରେ ବିବାହ କରିଛନ୍ତି।

ବିବାହ ପୂର୍ବରୁ ପ୍ରଫେସର ଉଲରିକ‌୍‍ ଜେସନ ଓ ପ୍ରଫେସର ପଣ୍ଡା ମହାନଦୀ କୂଳରେ ଜାଗା କିଣିଥିଲେ। ଆଉ ସେଠାରେ ଗଢ଼ିଥିଲେ ଇକୋ ଭିଲେଜ୍‌। ନାଁ ଦେଇଥିଲେ ଲକ୍ଷ୍ମଣପୁର ଇକୋ ଭିଲେଜ୍‌। ସେଠାରେ ସେ ଗୋଟିଏ ସ୍କୁଲ ତିଆରି କରିଛନ୍ତି। ଯେଉଁଠି ମୁକ, ବିଧିର ପିଲାମାନେ ପାଠ ପଢ଼ୁଛନ୍ତି। ଜୈବିକ ପଦ୍ଧତିରେ ପନିପରିବା ଚାଷ ଠାରୁ ଆରମ୍ଭ କରି କରମଙ୍ଗା, ଲେମ୍ୱୁ, ଆମ୍ୱ, ନଡିଆ, ଚାଇନିଜ‌୍‍ ଲେମ୍ୱୁ ଗଛ ଆଦି ୬୦ ପ୍ରକାର ଚାରା ରୋପଣ କରୁଛନ୍ତି।
ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଇଂଲଣ୍ଡରେ ଲକ୍ଷାଧିକ ଟଙ୍କାର ଚାକିରି ପ୍ରଫେସର ପଣ୍ଡା ଓ ପ୍ରଫେସର ଉଲରିକ‌୍‍ ଜେସନ ଓଡ଼ିଶା ଫେରି ଆସିଛନ୍ତି। ଆଉ ନିଜ ଇକୋ ଭିଲେଜରେ ଜୀବନ ଅତିବାହିତ କରୁଛନ୍ତି। ମହାନଦୀ କୂଳରେ ପ୍ରକୃତିକୁ ଉପଭୋଗ କରୁଛନ୍ତି। ଆଉ ଓଡ଼ିଆଣୀଟିଏ ପରି କେତେବେଳେ ରୋଷେଇ କରୁନ୍ତି ତ ଆଉ କେତେବେଳେ ମାଆଟିଏ ହୋଇ ଗଛମାନଙ୍କ ସେବା କରୁଛନ୍ତି। ଏବେ ସେଠାକୁ ଦେଶ ବିଦେଶର ଶିକ୍ଷାବିତମାନେ ଆସୁଛନ୍ତି। ଆଉ ପ୍ରକୃତିକୁ ଉପଭୋଗ କରୁଛନ୍ତି।

ଆଜିର ରାଶିଫଳ

COASTAL NEWS Odia 880


 
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼  *✧═════•❁❀❁•═════✧*

*🌷 ମେଷ 🌷👉*
*ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ*

*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*



ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

COASTAL NEWS Odia 879

ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ:

ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ
 

 
ନ୍ୟୁୟର୍କ,୨୪।୯: ଭଞ୍ଜ ବିହାରୀ ମହାନ୍ତି - ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ, ମଧ୍ୟ ଆଣ୍ଟଲାଣ୍ଟିକର ନ୍ୟୁୟର୍କରୁ ଦକ୍ଷିଣ କାରୋଲିନା ପର୍ଯ୍ୟନ୍ତ ୮୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଶିଂଟନ ଓ ଉତ୍ତର କାରୋଲିନା। ପାମଲିକୋ ନଦୀ କୂଳ ସ୍ଥିତ ଅନେକ ସହର ପାଣି ଘେରରେ ରହିଛି। ବିଦ୍ୟୁତ ସଂଯୋଗ ବିଚ୍ଛନ ହେବା ଯୋଗୁ ୬୫ହଜାର ଲୋକ ଅନ୍ଧାରରେ ରହିଛନ୍ତି।

Sunday, September 24, 2023

ଗଛରେ ପିଟି ହେଲା ବାଇକ୍, ୩ ଯୁବକ ଗୁରୁତର

COASTAL NEWS Odia 878
ଗଛରେ ପିଟି ହେଲା ବାଇକ୍, ୩ ଯୁବକ ଗୁରୁତର



ଆଳି-ଆଳି –ଭୂଇଁପୁର ରାସ୍ତାରେ ଏକ ଗଛରେ ବାଇକ୍ ପିଟି ହେବା ଯୋଗୁ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ପଦନିପାଳ ଗ୍ରାମର ଜଗନ୍ନାଥ ମଳିକଙ୍କୁ ଟାଇଫଏଡ଼ ଜ୍ଵର ହୋଇଥିବାରୁ ତାଙ୍କୁ ବାଇକ୍‌ରେ ବସାଇ ଟେରୁ ମଳିକ ଓ ଶ୍ରୀଧର ମଳିକ (ବଣ୍ଟି ) ଆଳି ମେଡିକାଲକୁ ଆଣୁଥିଲେ । 

ଖରକା ବଜାର ଅତିକ୍ରମ କରିବା ପରେ ଜଗନ୍ନାଥଙ୍କ ଦେହ ଅଧିକ ଅସୁସ୍ଥ ହୋଇ ପଡିଥିଲା । ତାଙ୍କୁ ଶୀଘ୍ର ମେଡିକାଲରେ ପହଞ୍ଚାଇବା ପାଇଁ ଟେରୁ ଗାଡ଼ି ଦ୍ରୁତଗତିରେ ଚଳାଇ ରାସ୍ତା ପାରହେଉଥିଲେ । ହେଲେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳnରେ ବାଇକ୍‌ରେ ଥିବା ୩ଜଣ ଗୁରୁତର ହୋଇଥିଲେ। 

ସେମାନଙ୍କୁ ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆଳି ମେଡିକାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଫଟୋ: ଆପଣ ଏହି ଫଟୋରେ କ’ଣ ଦେଖିଲେ?

COASTAL NEWS Odia 877

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଫଟୋ: ଆପଣ ଏହି ଫଟୋରେ କ’ଣ ଦେଖିଲେ?
 


ଭୁବନେଶ୍ୱର: ଭଞ୍ଜ ବିହାରୀ ମହାନ୍ତି = ସୋସିଆଲ୍ ମିଡିଆରେ ବେଳେବେଳେ ଏପରି ଫଟୋ ସେୟାର ହୁଏ, ଯେଉଁଥିରେ କିଛି ନୂତନତ୍ୱ ବା କିଛି ଭିନ୍ନତା ଥାଏ। ଏପରି ଫଟୋ ଖୁବ୍ ଶୀଘ୍ର ଏବଂ ବିଜୁଳି ବେଗରେ ଭାଇରାଲ୍ ହୋଇଯାଏ। ସୋସିଆଲ୍ ମିଡିଆରେ ବେଳେବେଳେ ଏମିତି ଫଟୋ ଦେଖିବାକୁ ମିଳେ ଯାହା ହଠାତ୍ ଦେଖିଲା ବେଳକୁ ଗୋଟେ ଏବଂ ନିରୀକ୍ଷଣ କରି ଦେଖିଲେ କିଛି ଭିନ୍ନ ହୋଇଥାଏ। ଏବେ ଆପଣ କୁହନ୍ତୁ ଆପଣଙ୍କୁ ଏ’ ଫଟୋରେ କ’ଣ ଦେଖାଗଲା ଆଉ ବାସ୍ତବରେ ଏହା କ’ଣ?

ଆଜିର ରାଶିଫଳ

COASTAL NEWS Odia 876


*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ସେପ୍ଟେମ୍ବର ମାସ ୨୪ ତାରିଖ ୨୦୨୩ 
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 *
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌹👉*
*ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।*
*✧═════•❁❀❁•═════✧*

*🌹ବୃଷ🌹👉*
*ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।*

*✧═════•❁❀❁•═════✧*
*🌹ମିଥୁନ🌹👉*
*ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।*

*✧═════•❁❀❁•═════✧*
*🌹କର୍କଟ🌹👉*
*କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।*
*✧═════•❁❀❁•═════✧*

*🌹ସିଂହ🌹👉*
*ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।*

*✧═════•❁❀❁•═════✧*
*🌹କନ୍ୟା🌹👉*
*ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌹👉,*
*ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।*

*✧═════•❁❀❁•═════✧*
*🌹ବିଛା🌹👉*
*ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।*

*✧═════•❁❀❁•═════✧*
*🌹ଧନୁ🌹👉*
*କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।*

*✧═════•❁❀❁•═════✧*
*🌹ମକର🌹👉*
*ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।*

*✧═════•❁❀❁•═════✧*
*🌹କୁମ୍ଭ🌹*
*କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର  ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।*

*✧═════•❁❀❁•═════✧*
*🌹ମୀନ🌹👉*
*ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।*
*✧═════•❁❀❁•═════✧*

Saturday, September 23, 2023

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

COASTAL NEWS Odia 875

 ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ
 

ଭୁବନେଶ୍ବର: ଭଞ୍ଜ ବିହାରୀ ମହାନ୍ତି - ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର ସୁଦ୍ଧା ଦାବି ପୂରଣ ପରେ ଆନ୍ଦୋଳନ ସ୍ଥଗିତ ରଖିାଯାଇଛି। ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ଆଲୋଚନାରେ ପ୍ରାଥମିକ ଶିକ୍ଷକ ମହାସଂଘର ୯ ସଂଘ ସାମିଲ ଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି। ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଚାରୁଲତା ମହାପାତ୍ରଙ୍କ ସୂଚନା ଅନୁଯାୟୀ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି। 

ଠିକା ନିଯୁକ୍ତିକୁ ନିୟମିତ, ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ମୁଖ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଗ୍ରହଣ କରିଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି।

ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶିକ୍ଷକଙ୍କୁ ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରକାଶ କରିଛନ୍ତି। ନୂଆବର୍ଷରେ ନୂଆ ଭେଟି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ମିଳିପାରେ ବୋଲି ଆଶ୍ଵାସନା ମିଳିଛି । ଆଜି ବୈଠକରେ ୧୦ ଟି ପ୍ରାଥମିକ ସଂଘରୁ ୯ ସଂଘ ଯୋଗ ଦେଇଥିଲେ। ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଡାକରା ହୋଇନଥିଲା ବୋଲି ଚାରୁଲତା ମହାପାତ୍ର ପ୍ରକାଶ କରିଛନ୍ତି।

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର

COASTAL NEWS Odia 874

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର


 
ଭୋପାଳ,୨୩।୯ : ଭଞ୍ଜ ବିହାରୀ ମହାନ୍ତି - ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ ଚଳାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ନାହିଁ । ଏହା ଇଲେକ୍ଟ୍ରିକ ଚାର୍ଜିଂ ଏବଂ ସୌର ଶକ୍ତିରେ ଚାଲିଥାଏ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଖଟିଆ କାରକୁ ପ୍ରଶଂସା କରିଛନ୍ତି।

ଅଶୋକନଗର ଜିଲା ମୁଖ୍ୟାଳୟଠାରୁ ସେମାରକେଡି ଗ୍ରାମ ୧୫ କିଲୋମିଟର ଦୂର। ଏହି ଗାଁରେ ୨୧ ବର୍ଷ ବୟସ୍କ ଯୁବକ ପୱନ ଓଝା ବାସ କରନ୍ତି। ପୱନ ପିଲାଦିନରୁ ଅଧ୍ୟୟନରେ ଦୁର୍ବଳ ଥିଲେ କିନ୍ତୁ ବୈଷୟିକ କୌଶଳ ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଦଶମ ପରେ ପାଠପଢ଼ା ଛାଡିଥିଲେ। ସେ ଖାଲି ସମୟରେ ନୂତନ ପରୀକ୍ଷଣ ଏବଂ ଯନ୍ତ୍ରପାତି ତିଆରି କରିବା ଆରମ୍ଭ କଲେ। ଦିନେ ସେ ନିଜ ଚାଷ ଜମିରେ ଏକ ଖଟ ଉପରେ ଶୋଇଥିଲେ। ସେ ଚିନ୍ତା କଲେ ଯଦି ଖଟକୁ କାରରେ ପରିଣତ କରିବି ତେବେ ଯିବା ଆସିବାରେ ସୁବିଧା ହେବ।

ସେ ଗୋଟିଏ ଗାଡିର ଇଞ୍ଜିନ ଏବଂ ଏଥିରେ ଲାଗିଥିବା ମୋଟର ସମେତ ସାମଗ୍ରୀ ସଂଗ୍ରହ କରିଥିଲେ। ସେ ପ୍ରାୟ ଦେଢ଼ ମାସ ମଧ୍ୟରେ ନିଜ ଖଟିଆକୁ କାରରେ ପରିଣତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ତାଙ୍କ ଖଟିଆ କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କାରେ ତିଆରି ହୋଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଡିଜେଲ-ପେଟ୍ରୋଲ ଅସୁବିଧା ହେତୁ ପୱନ ନିଷ୍ପତ୍ତି ନେଇଥିଲେ ତାଙ୍କ ଖଟିଆ କାରକୁ ବୈଦ୍ୟୁତିକ ଯାନରେ ରୂପାନ୍ତରିତ କରିବେ। ସେ ବ୍ୟାଟେରୀ ଚାର୍ଜିଂ ବ୍ୟବହାର କରିଥିଲେ।

ବର୍ତ୍ତମାନ ତାଙ୍କ ଖଟିଆ କାରରେ ସୌର ପ୍ଲେଟ ସ୍ଥାପନ କରି ସେ ଏହାକୁ ସୌର ଶକ୍ତିରେ ଚାଲୁଥିବା ଏକ ଯାନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏନେଇ ପରୀକ୍ଷା ଜାରି ରହିଛି। ତାଙ୍କ କାର ପ୍ରାୟ ୩ ଘଣ୍ଟା ଚାର୍ଜିଂରେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର। ପୱନଙ୍କ ଅନୁଯାୟୀ ଚାରିରୁ ପାଞ୍ଚ ଜଣ ଲୋକ ଏହି ଖଟିଆ କାରରେ ସହଜରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଏହି ଗାଡିର ତିନିରୁ ଚାରି କ୍ୱିଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି। ଖଟିଆ କାରକୁ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗୀନ ଆଲୋକରେ ସଜାଯାଇଛି। ଏହା ସହିତ ଏଥିରେ ମ୍ୟଜିକ ବ୍ୟବସ୍ଥା ମଧ୍ୟ ରହିଛି।



ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ

COASTAL NEWS Odia 873

ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ:  କାନ୍ଦବୋବାଳିରେ ଫାଟିପଡ଼ୁଛି ଘର


 
ପାଟଣା,୨୩।୯ : ଭଞ୍ଜ ବିହାରୀ ମହାନ୍ତି - କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ  ଶୁକ୍ରବାର  ଅପ୍ରାହ୍ନରେ  ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ହଷ୍ଟେଲ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପିଆର୍‌ଏମ ମେଡିକାଲ କଲେଜର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ  ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 

ଶୁକ୍ରବାର ସକାଳେ ମେଡିକାଲର ସର୍ଜରୀ ଓ୍ବାର୍ଡରେ  ନିଜ କାର୍ଯ୍ୟ ଶେଷ କରି ହଷ୍ଟେଲ ରୁମରେ ବିଶ୍ରାମ ନେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କଲେଜ ପରିସରରେ ଥିବା ଅନ୍ୟ ଛାତ୍ରମାନେ ଝରକା ଭାଙ୍ଗିଥିଲେ। ଭାଙ୍ଗିବା ପରେସେ ବେକରେ ରଶି ଲଗାଇ ଥିବା ଦେଖିବାକୁ ପାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି  ପିଆରଏମ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଅକୁ ହରାଇ  କାନ୍ଦବୋବାଳିରେ ଫାଟି ପଡୁଛି ଘର। ତେବେ ସଚିନ  ରୋଗୀ ସେବା କରିବାକୁ ଡାକ୍ତରୀ ପଢ଼ୁଥିବା ବେଳେ ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। 

ସଚିନ ମୁରୁସୁଆଁ ଗାଁର ବାପା ଜ୍ଞାନେନ୍ଦ୍ର ସାହୁ  ମା’ ମଞ୍ଜୁଲତା ସାହୁଙ୍କ  ଏକ ମାତ୍ର ପୁଅ ଥିଲେ  । ୩ ଭଉଣୀଙ୍କ ମଧ୍ୟରେ ଗୋଟିଏ ଭାଇ ଥିଲେ ସଚିନ । ବହୁ କଷ୍ଟରେ ମା’ ବାପା ତାଙ୍କୁ ପିଜି ପଢ଼ାଉ ଥିଲେ। ତେବେ କିଭଳି ପରିସ୍ଥିତିରେ ସଚିନ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ  ତାହାର ନିରପେକ୍ଷ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସିସୋର ଚିଟଫଣ୍ଡ ମାମଲା

COASTAL NEWS Odia 872

ସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ



 
ଭୁବନେଶ୍ବର: ଭଞ୍ଜ ବିହାରୀ ମହାନ୍ତି - ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜ ଫ୍ରେମ କରିଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। 

ଭୁବନେଶ୍ବର ସିବିଆଇ-୧ କୋର୍ଟରେ ଉଭୟଙ୍କୁ ଚାର୍ଜ ଫ୍ରେମ କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାମରେ ଜାର୍ଜ ଫ୍ରେମ ହୋଇଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ପକ୍ଷରୁ ଦଫା ୪୨୦, ୧୨୦ବି, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଚାର୍ଜ ଫ୍ରେମ କରାଯାଇଛି ବୋଲି ସୂଚନା ମିଳିଛି।

ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ନିଆଁ

COASTAL NEWS Odia 871

ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ନିଆଁ


ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଷ୍ଟେସନ ଛାଡ଼ିବାର ମାତ୍ର କିଛି ମିନିଟ ପରେ ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ଲାଗି ଯାଇଛି ନିଆଁ। ଟ୍ରେନର ଜେନେରେଟର କୋଚ ଓ ଏହାକୁ ଲାଗିଥିବା ଯାତ୍ରୀବାହୀ ବଗିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି।

ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି ବାହାରକୁ ଚାଲି ଆସିଥିଲେ।

ଶନିବାର ପ୍ରାୟ ଦିନ ୨ଟା ବେଳେ ଟ୍ରେନଟି ଗୁଜରାଟର ଭାଲସାଦ ରେଳ ଷ୍ଟେସନ ଛାଡ଼ିବା କ୍ଷଣି ଏହି ଘଟଣା ଘଟିଛି। ଜଣେ ଅଧିକାରୀ କହିଛନ୍ତି, ଥିରୁଚଚିରାପାଲ୍ଲୀ-ଶ୍ରୀ ଗଙ୍ଗାନଗର  ଏକ୍ସପ୍ରେସ ଭାଲସାସ ଷ୍ଟେସରେ ରହିଥିଲା। ତେବେ ଟ୍ରେନଟି ଷ୍ଟେସନ ଛାଡ଼ି ସୁରତ ଅଭିମୁଖ୍ୟ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା।

ପ୍ରଥମେ ନିଆଁ ପାୱାର କୋଚରେ ଲାଗିଥିଲା। ଶର୍ଟସର୍କିଟ ଯୋଗୁ ଲାଗିଥିବା ନିଆଁ ପାୱାର କୋଚରୁ ପାର୍ଶ୍ୱବର୍ତ୍ତୀ ବି-୧ କୋଚ୍‌କୁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ଜାଣି ତୁରନ୍ତ ଟ୍ରେନକୁ ଅଟକା ଯାଇଥିଲେ। ନିଆଁକୁ ତୁରନ୍ତ ଆୟତ୍ତ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ବାହାରକୁ ଅଣା ଯାଇଥିଲା। ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

ରେଳବାଇ ପୁଲିସ୍‌, କର୍ମଚାରୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ କିଛି ମିନିଟ ମଧ୍ୟରେ ଆୟତ୍ତ କରି ନେଇଥିଲେ। ହେଲେ ନିଆଁକୁ ଦେଖି ଲୋକମାନେ ବେଶ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡ଼ିଥିଲେ। ସେମାନେ ବଗିରୁ ଡେଇଁ ଏଣେତେଣେ ମଧ୍ୟ ଦୌଡ଼ି ଥିଲେ।

ଇସ୍ରୋ ଲଞ୍ଚ କରିବ BIKINI ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ

COASTAL NEWS ODIA 870

ଇସ୍ରୋ ଲଞ୍ଚ କରିବ BIKINI 
 ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ
ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ । ଏହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ହେଉଛି ବିକିନି । ଏହା ୟୁରୋପୀୟ ଷ୍ଟାର୍ଟଅପ୍ ‘ଦ ଏକ୍ସପ୍ଲୋରେସନ୍ କମ୍ପାନୀ’ର ଏକ ରିଏଣ୍ଟ୍ରି ହ୍ୱିକିଲ ।

ପିଏସଏଲଭି ରକେଟ୍ ଏହି ସ୍ପେଶକ୍ରାଫ୍ଟକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ । ସେଠାରୁ ଏହା ପୁଣି ପୃଥିବୀ ଆଡକୁ ଫେରିବ । ଫେରିବା ବାଟରେ ଏହା ବାୟୁମଣ୍ଡଳର ଯାଞ୍ଚ କରିବ ଏବଂ ବାୟୁମଣ୍ଡଳକୁ ଅତିକ୍ରମ କରି ଶେଷରେ ସମୁଦ୍ରରେ ପଡିବ । ବିକିନିର ଓଜନ ମାତ୍ର ୪୦ କେଜି । ମହାକାଶରେ ଡେଲିଭରୀ ପହଞ୍ଚାଇବ ଏହାର ଉଦ୍ଦେଶ୍ୟ ।

ଯଦି ବିକିନି ଜାନୁଆରୀରେ ହେବାକୁ ଥିବା ପରୀକ୍ଷଣରେ ସଫଳ ହୁଏ ତେବେ କମର୍ସିଆଲ ମହାକାଶ ଯାତ୍ରା କ୍ଷେତ୍ରରେ ଭାରତର ଦିଗ ଉନ୍ମୁକ୍ତ ହୋଇଯିବ । ଏହାର ଅର୍ଥ ମହାକାଶକୁ ଯେକୌଣସି ସାମଗ୍ରୀର ଡେଲିଭରୀ ସମ୍ଭବ ହୋଇପାରିବ, ତାହା ପୁଣି କମ୍ ଖର୍ଚ୍ଚରେ ।


ମାତ୍ର ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା

COASTAL NEWS Odia 869

ମାତ୍ର ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା



ମୁମ୍ବାଇ - ଭଞ୍ଜ ବିହାରୀ ମହାନ୍ତି - ଯିଏ ୯ ମାସ ଧରି ଗର୍ଭରେ ରଖି ଜନ୍ମ ଦେଇଥିଲା, ସେ କିନ୍ତୁ ୨ ମାସ ବି ସମ୍ଭାଳି ପାରିଲାନି। ଜନ୍ମ ଦେଇଥିବା ମା’ ହିଁ ନେଇଗଲା ଜୀବନ । ଦୁନିଆକୁ ଜାଣିବା ଆଗରୁ ମାତ୍ର ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା’ । 

ନିଜ ମା’ ହାତରେ ଶିଶୁ କନ୍ୟାଟିର ଜୀବନ ଚାଲିଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଜ ଛୁଆକୁ ଫୋପାଡ଼ି ଦେଇଥିବା ମହିଳାଜଣକ ଭିନ୍ନକ୍ଷମ ବୋଲି ଜଣାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ମୁମ୍ବାଇରେ ଘଟିଛି।

ମୁମ୍ବାଇର ଜାଭେଦ ରୋଡ ଅଞ୍ଚଳରେ ଗତ ଗୁରୁବାର ଏପରି ଏକ ଘଟଣା ଘଟିଛି। ମହିଳାଜଣକ ମୁକ ଓ ବଧିର ବୋଲି ଜଣାଯାଇଛି। ସେ ପ୍ରାୟ ଦେଢ ମାସ ତଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ମାତ୍ର ଗତ ଗୁରୁବାର ସେ ନିଜ ଝିଅକୁ ଫ୍ଲାଟର ଝରକା ଦେଇ ୧୪ ମହଲାରୁ ତଳକୁ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ମାତ୍ର ତାଙ୍କୁ ଗିରଫ କରାଯାଇ ନ ଥିବା ବେଳେ ଏହା ପଛର କାରଣ ଉପରୁ ପରଦା ହଟିନି।

ଗତ ବର୍ଷ ଜୁଲାଇରେ ମଧ୍ୟ ମହିଳାଜଣକଙ୍କର ୭ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ଶିଶୁଟି ଖାଇବା ସମୟରେ ଅଣନିଶ୍ୱାସୀ ହୋଇ ଆଖି ବୁଜିଥିବା ତଦନ୍ତରୁ ଜଣାପଡ଼ିଥିଲା।

ନିଦରୁ ଉଠୁନି ବିକ୍ରମ

COASTAL NEWS Odia 868

ନିଦରୁ ଉଠୁନି ବିକ୍ରମ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ନିଦରୁ ଉଠୁନି ବିକ୍ରମ । ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସିଗ୍ନାଲ ମିଳିନାହିଁ ବୋଲି ସୂଚନା ଦେଇଛି ଇସ୍ରୋ । ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ବି ଜାରି ରହିବ।

ପୃଥିବୀ ସମୟ ଅନୁସାରେ ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ସେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ଥିଲା । ଏହି ତାପମାତ୍ରାକୁ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ସହ୍ୟ କରିବା କାଠିକର ପାଠ। ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖିଥିଲା ଇସ୍ରୋ। କେବଳ ରିସିଭରକୁ ଅନ୍ ରଖି ବାକି ସବୁ ଯନ୍ତ୍ରପାତିକୁ ବନ୍ଦ କରିଦିଆଯାଇଥିଲା।

ଇତି ମଧ୍ୟରେ ବିତିଯାଇଛି ୨ ସପ୍ତାହରୁ ଅଧିକ ସମୟ। ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି।

ଯଦି ଅସହ୍ୟ ଥଣ୍ଡା ତାପମାତ୍ରାରେ ଯନ୍ତ୍ରପାତି ଠିକ୍‌ ଥିବ, ତା’ ହେଲେ ଲ୍ୟାଣ୍ଡର ବିକ୍ରମ ସିଗନାଲ ଦେଇପାରେ । ନଚେତ କିଛି କୁହାଯାଇ ପାରିବିନ । ଲ୍ୟାଣ୍ଡର ବିକ୍ରମ ନିଦରୁ ଉଠିଲେ ପୁଣି ଥରେ ଅନୁସନ୍ଧାନ ଜାରି ରହିବ ବୋଲି ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି।

ପୃଥିବୀ ସମୟ ଅନୁସାରେ ପ୍ରତି ୧୪ ଦିନ ଅନ୍ତରରେ ଚନ୍ଦ୍ରରେ ଦିନ ଓ ରାତି ହୋଇଥାଏ । ଚନ୍ଦ୍ରରେ ୧୪ ଦିନ ଅନ୍ଧାର ଏବଂ ୧୪ ଦିନ ସୂର୍ଯ୍ୟାଲୋକ ପଡ଼ିଥାଏ। ତେବେ ଗତକାଲି ସେଠାରେ ସୂର୍ଯ୍ୟୋଦୟ ହୋଇସାରିଥିବା ବେଳେ, କେମିତି ଭାଙ୍ଗିବ ବିକ୍ରମ ଓ ପ୍ରଜ୍ଞାନର ନିଦ? ସେମାନଙ୍କୁ କେମିତି ନିଦରୁ ଉଠାଇବ ଇସ୍ରୋ? ଆସନ୍ତା ଜାଣିବା ପୂରା ପ୍ରକ୍ରିୟା ।

- ପଏଣ୍ଟ ଶିବଶକ୍ତିର ଦିଗବଳୟରେ ଉଦିତ ସୂର୍ଯ୍ୟ ୬ରୁ ୯ ଡିଗ୍ରୀ ଉପରକୁ ଉଠିଲେ ଖରା ଚନ୍ଦ୍ରୟାନ ଉପରେ ପଡ଼ିବ ।

- ଲ୍ୟାଣ୍ଡର ଓ ରୋଭରର ସୋଲାର ପ୍ୟାନେଲ୍ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଏହା ସୌରଶକ୍ତି ସଂଗ୍ରହ କରିବା ଆରମ୍ଭ କରିବ ।

- ଲ୍ୟାଣ୍ଡର ଓ ରୋଭର୍ କାର୍ଯ୍ୟକ୍ଷମ ହେବା ପାଇଁ ତାପମାତ୍ରା ଅତି କମରେ ମାଇନସ୍ ୧୦ ଡିଗ୍ରୀ ସେଲସିୟସ ହେବା ଦରକାର ।

- ଚନ୍ଦ୍ରରେ ରାତି ସମୟରେ ଲ୍ୟାଣ୍ଡରର ତାପମାତ୍ରା ଯେପରି ମାଇନସ୍ ୩୦ରୁ ମାଇନସ୍ ୪୦ ଡିଗ୍ରୀ ଅପେକ୍ଷା ଆଉ ତଳକୁ ନଖସେ ସେଥିଲାଗି ବ୍ୟବସ୍ଥା ହୋଇଥିଲା ।

- ଲ୍ୟାଣ୍ଡର ବିକ୍ରମକୁ ସୁନେଲି ରଙ୍ଗର ଚଦର ବା ମଲ୍ଟି ଲେୟାର୍ ଇନସୁଲେସନ୍ ବ୍ଲାଙ୍କେଟରେ ଘୋଡ଼ାଯାଇଥିଲା ।

- ଏଥିସହ ଅତି ଅଳ୍ପ ଚାର୍ଜରେ ମଧ୍ୟ ଯେପରି ବିକ୍ରମର ତାପମାତ୍ରା ବୃଦ୍ଧି କରିହେବ, ସେଥିପାଇଁ ତା ଭିତରେ ବ୍ୟାଟେରି ଓ ହିଟର୍ ବ୍ୟବସ୍ଥା ରହିଛି ।

- ଆବଶ୍ୟକ ଚାର୍ଜ ଓ ତାପମାତ୍ରା ମିଳିବା ପରେ ହିଁ ଲ୍ୟାଣ୍ଡର ବିକ୍ରମର ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହୋଇପାରିବ।

- ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହେବା ପରେ ଲ୍ୟାଣ୍ଡର ବିକ୍ରମ ପାଖରୁ ଇସ୍ରୋକୁ ସିଗ୍ନାଲ୍ କନଫର୍ମେସନ ମିଳିବ ।

- ଇସ୍ରୋ ପକ୍ଷରୁ କମାଣ୍ଡ୍ ପଠାଯିବ ଏବଂ ବିକ୍ରମର ରିସିଭର୍ ଏହାକୁ ଗ୍ରହଣ କରି ଜବାବ ଦେବା ପରେ ହିଁ ତାହା ନିଦରୁ ଉଠିଲା ବୋଲି କହିହେବ ।

- ଲ୍ୟାଣ୍ଡର ବିକ୍ରମ ପରେ ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରୁ ଜଗାଇବାକୁ ଚେଷ୍ଟା କରିବ ଇସ୍ରୋ ।

- ରୋଭର୍ ସହିତ ଇସ୍ରୋର ସିଧାସଳଖ ସଂପର୍କ ସ୍ଥାପନ ଲାଗି କୌଣସି ବ୍ୟବସ୍ଥା ନାହିଁ ।

- ଲ୍ୟାଣ୍ଡର୍ ସକ୍ରିୟ ହେବା ପରେ ହିଁ ରୋଭର ସହ ଏହା ମାଧ୍ୟମରେ ଯୋଗାଯୋଗ କରିହେବ।

- ଲ୍ୟାଣ୍ଡରକୁ କମାଣ୍ଡ ପଠାଇ ରୋଭରକୁ ନିଦରୁ ଉଠାଇବାକୁ ଚେଷ୍ଟା କରିବ ଇସ୍ରୋ ।
 

୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

COASTAL NEWS Odia 867

୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ


 
ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି = ୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ l ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପାର୍ବଣ ଅବସରରେ ଓଡ଼ିଶା ପାଇଁ ଏହା ଉତ୍ସବ ଭେଟି ଅଟେ। 

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ସମଗ୍ର ଦେଶରେ ଅନ୍ୟାନ୍ୟ ସ୍ଥାନରେ ଆରମ୍ଭ ହେବାକୁ ଥିବା ୮ଟି ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏହି ଟ୍ରେନର ଶୁଭାରମ୍ଭ କରିବେ। ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇସ୍ପିଡ ଟ୍ରେନ ଏବଂ ଏହା ଉନ୍ନତ ମାନର ବିଶେଷତ୍ୱ ସହିତ ଆରାମଦାୟକ ଯାତ୍ରାର ଅନୁଭୂତି ପ୍ରଦାନ କରିଥାଏ। ଏହି ଟ୍ରେନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପୁରୀରୁ ଓଡ଼ିଶାର ଶିଳ୍ପ ନଗରୀ ରୂପେ ପରିଚିତ ରାଉରକେଲାକୁ ସଂଯୋଗ କରିବ। 

ଏହି ଟ୍ରେନ ତାର ଯାତ୍ରା ସମୟରେ ଖୋର୍ଦ୍ଧା ରୋଡ, ରାଜଧାନୀ ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ଷ୍ଟେସନ ଗୁଡିକରେ ରହଣି କରିବ। ଏହି ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିମି ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ସଂଖ୍ୟା ୨୦୮୩୬ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ଟାରେ ଯାତ୍ରାରମ୍ଭ କରିବ ଏବଂ ସେହି ଦିନ ଦିନ ୧୨ଟା ୪୫ ମିନିଟରେ ରାଉରକେଲାରେ ପହୁଞ୍ôଚବ। ସେହିଭଳି ପ୍ରତ୍ୟାବର୍ତ୍ତନ ସମୟରେ ଏହି ଟ୍ରେନ ୨୦୮୩୫ ରାଉରକେଲା – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ହୋଇ ଦିନ ୨ଟା ୧୦ ମିନିଟରେ ରାଉରକେଲାରୁ ଛାଡି ରାତ୍ର ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। 

ଏହି ଟ୍ରେନ ଉପକୂଳ, ମଧ୍ୟ ଓ ପଶ୍ଚିମ ଓଡ଼ିଶାର ଜିଲା ଗୁଡିକୁ ସଂଯୋଗ କରିବା ସହିତ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାର ଯାତ୍ରୀ ମାନଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ ଯାତ୍ରାର ସ୍ୱପ୍ନକୁ ପୁରଣ କରିବ। ଏଥି ସହ ପୁରୀ ରୁ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ ସହିତ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଓ ପର୍ଯ୍ୟଟକ ମାନଙ୍କୁ ବହୁଳ ଭାବରେ ଉପକୃତ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।


ଛାତ୍ରୀଙ୍କୁ ଦୁଷ୍କର୍ମନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ

COASTAL NEWS Odia 866

ଛାତ୍ରୀଙ୍କୁ ଦୁଷ୍କର୍ମନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ


ରାୟଗଡା - ଭଞ୍ଜ ବିହାରୀ ମହାନ୍ତି - ହସଖୁସିରେ ଘରୁ ସ୍କୁଲକୁ ଯାଇଥିଲା ତୃତୀୟ ଶ୍ରେଣୀ ଛାତ୍ରୀ। ମାତ୍ର ଫେରିବା ବେଳେ ଲୋଲୁପ ଦୃଷ୍ଟି ପକାଇଲେ ସ୍କୁଲର ପିଅନ । ଆଉ ଛାତ୍ରୀଙ୍କୁ ଟେକି ନେଇ କଲେ ଦୁଷ୍କର୍ମ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍‌ ଜିପ୍‌କୁ ଭଙ୍ଗାରୁଜା କରିବା ସହ ପୁଲିସ୍‌ ବସ୍‌ ଜାଳି ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ଘଟିଛି। ଗାଁରେ ଉତେଜନା ଲାଗିଥିବାରୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଗତକାଲି ସ୍କୁଲ ସରିବା ପରେ ତୃତୀୟ ଶ୍ରେଣୀ ଛାତ୍ରୀଜଣକ ନିଜ ଘରକୁ ଯାଉଥିଲେ। ମାତ୍ର ତାଙ୍କୁ ଏକୁଟିଆ ପାଇ ପ୍ରଲୋଭିତ କରି ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ତାଙ୍କୁ ଏକ ରୁମ୍‌କୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାପରେ ଛାତ୍ରୀଜଣକ କାନ୍ଦୁଥିବା ଦେଖି ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ନାବାଳିକାଜଣକ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ।

ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଡ଼ଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପରିବାର ବର୍ଗ ପକ୍ଷରୁ ଡଙ୍ଗା ସିଲ ଥାନରେ ଏତଲା ଦେବାକୁ ଯାଇଥିଲେ। ମାତ୍ର ପ୍ରଥମେ ପୁଲିସ୍‌ ଏତଲା ଗ୍ରହଣ କରୁ ନ ଥିବା ବେଳେ ପରେ ଗ୍ରହଣ କରିଥିବା କହିଛନ୍ତି ପରିବାର ଲୋକେ ।

ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ପୁଲିସ୍‌ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପୁଲିସ୍‌ ଫୋର୍ସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା। 

ପୁଲିସ୍‌ ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କୁ ଅଟକ ରଖିଥିବା ବେଳେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଁରେ ଆଜି ୫ ପ୍ଲାଟୁନ୍‌ ପୁଲିସ ମୁତୟନ କରଯାଇଥିବା ନେଇ ସୂଚନା ମିଲିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପିଅନଙ୍କୁ ଅଟକ ରଖି ପଚରାଉଚରା କରିଛି। 
 


ଇଷ୍ଟର୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା

COASTAL NEWS Odia 865

ଇଷ୍ଟର୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା


 
ଭୁବନେଶ୍ୱର,୨୩।୯ : ଭଞ୍ଜ ବିହାରୀ ମହାନ୍ତି - ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଦୈନିକ ଖବରକାଗଜ ସମ୍ବାଦରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଗତ କିଛିବର୍ଷ ମଧ୍ୟରେ ଇଷ୍ଟର୍ନ ମିଡିଆ ଲିମିଟେଡ/ସମ୍ବାଦର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବିପୁଳ ଟଙ୍କା ଜମା ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ଶୁକ୍ରବାର ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। 

ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଯାଞ୍ଚବେଳେ ଏହା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଇଓଡବ୍ଲ୍ୟୁର ଏକ ଟିମ୍‌ ସମ୍ବାଦ ଅଫିସରେ ଯାଞ୍ଚ କରିଥିଲା। ହେଲେ ଏହି ସମୟରେ ସମ୍ବାଦ ଅଧିକାରୀ ତଥା କର୍ମଚାରୀମାନେ ତଦନ୍ତରେ ସହଯୋଗ କରି ନ ଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ତଥା ଦସ୍ତାବିଜ୍‌ ମିଳି ନ ଥିଲା। କିଛି ସନ୍ଦେହଜନକ ଦସ୍ତାବିଜ୍‌କୁ ଦେବା ପାଇଁ ସମ୍ବାଦ ଅଧିକାରୀମାନେ ଇଓଡବ୍ଲ୍ୟୁ ଟିମ୍‌କୁ ମନା କରିଦେଇଥିଲେ। 

ସଂସ୍ଥାର ଆକାଉଣ୍ଟ୍‌ ଓ ଏଚ୍‌ଆର୍‌ ସେକ୍ସନ୍‌ର କିଛି ପ୍ରାସଙ୍ଗିକ କମ୍ପ୍ୟୁଟର୍‌ ଫାଇଲ୍‌ର କପି ନେବା ପାଇଁ ଇଓଡବ୍ଲ୍ୟୁ ଚାହିଁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ବାରଣ କରାଯାଇଥିଲା। ଏଭଳି ପରିସ୍ଥିତିରେ କିଛି ହାର୍ଡଡିସ୍କକୁ ଜବତ କରିବାକୁ ଇଓଡବ୍ଲ୍ୟୁ ଟିମ୍‌ ବାଧ୍ୟ ହୋଇଥିଲେ ବୋଲି କୁହାଯାଇଛି। ତଦନ୍ତ ସମୟରେ ସମ୍ବାଦର ଆଉ କେତେଜଣ ପୀଡ଼ିତ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। 

ସେମାନେ ଏତଲାକାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗକୁ ପ୍ରମାଣ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ବାଦର ଋଣ ଜାଲିଆତିର ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଇଓଡବ୍ଲ୍ୟୁର ପ୍ରେସ୍‌ ବିବୃତିରେ ଆହୁରି ଦର୍ଶାଯାଇଛି ଯେ, ଇଷ୍ଟର୍ନ ମିଡିଆ ସଂସ୍ଥା ଦରମା ପରିମାଣକୁ ଏପଟସେପଟ କରିଥିବା ଏବଂ ଇପିଏଫ୍‌ଓ ଓ ଇଏସ୍‌ଆଇସି ଡିପୋଜିଟ୍‌ କରି ନ ଥିବା କେତେଜଣ ପୀଡ଼ିତ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଦୃଷ୍ଟି ଦେବା ସହ ସଂସ୍ଥାଠାରୁ ସୂଚନା ମଗାଯାଇଥିବା କୁହାଯାଇଛି। ସେପଟେ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ୩ ଅଧିକାରୀଙ୍କୁ ଗୁରୁବାର ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା। ଶୁକ୍ରବାର ମଧ୍ୟ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୨ଜଣଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...