AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

COASTAL NEWS Odia 777

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

ନୂଆଦିଲ୍ଲୀ,୧୮।୯: ( ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି) ଦେଶରେ ଜନ୍ମରୁ ୫ ବର୍ଷ ମଧ୍ୟରେ ପ୍ରାୟ ୪୩ ଲକ୍ଷରୁ ଅଧିକ ଶିଶୁ ମେଦବହୁଳତାର ଶିକାର ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ସୁରକ୍ଷା କେନ୍ଦ୍ରଗୁଡ଼ିକର ଡାଟା ମଧ୍ୟ ଏହି ସର୍ଭେର ଯଥାର୍ଥତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ବିଷୟ ହେଲା, ସାରା ଦେଶରେ ପରିଚାଳିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ୬% ଲେଖାଏ ପିଲା ଉଭୟ ମେଦବହୁଳତା ଓ କୁପୋଷଣର ଶିକାର ହୋଇଛନ୍ତି।

ଶିଶୁଙ୍କ ଯତ୍ନ ସମ୍ପର୍କିତ ଡାଟା ସଂଗ୍ରହ କରୁଥିବା ଆପ୍‌ ‘ପୋଷଣ ଟ୍ରାକର’ର ସୂଚନା ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ୪୩,୪୭,୩୮୭ ଜଣ ଶିଶୁ ମେଦବୃଦ୍ଧିର ଶିକାର ହେଉଛନ୍ତି।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମେଦବୃଦ୍ଧି ହାର ଜାତୀୟ ହାରଠାରୁ ୬% ଅଧିକ। ଶିଶୁଙ୍କ ମଧ୍ୟରେ ମେଦବୃଦ୍ଧି ହାର ଗତ କିଛି ବର୍ଷ ହେଲା ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସଭେର୍ର୍ (ଏନ୍‌ଏଫ୍‌ଏଚ୍‌ଏସ୍‌) ୪ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଶିଶୁଙ୍କ ମେଦବୃଦ୍ଧି ହାର କ୍ରମାଗତ ଭାବେ ବଢ଼ିଥିବା ଦର୍ଶାଯାଇଛି। ୨୦୨୧ରେ ‘ପୋଷଣ ଟ୍ରାକର’ ଆପ୍‌ ଆରମ୍ଭ ନ ହେଉଣୁ ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ୱାରା ଉପରୋକ୍ତ ସର୍ଭେ କରାଯାଇଥିଲା।

ଏନ୍‌ଏଫ୍‌ଏଚ୍‌ଏଚ୍‌-୫ର ସୂଚନାନୁସାରେ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ସର୍ବାଧିକ। ଏହା ପଛକୁ ସିକିମ୍‌ ଓ ତ୍ରିପୁରା ରହିଛି। ସେହିପରି ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ଦେଶରେ ସର୍ବନିମ୍ନ। ତାମିଲନାଡ଼ୁ ଓ ଗୋଆ ବ୍ୟତୀତ ଦେଶର ଅଧିକାଂଶ ରାଜ୍ୟରେ ଜନ୍ମରୁ ୫ ବର୍ଷ ମଧ୍ୟରେ ମେଦବହୁଳ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଦର୍ଶାଯାଇଛି। ଓ୍ବାଲର୍‌ଡ ଓବେସିଟି ଫେଡେରେଶନ୍‌ ଦ୍ୱାରା ପ୍ରକାଶିତ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ବିଶ୍ୱସ୍ତରରେ ମୋଟା ଶିଶୁଙ୍କ ସଂଖା ବୃଦ୍ଧି ପାଇବାରେ ଲାଗିଛି।

ଏଥିରୁ ଭାରତ ବାଦ୍‌ ପଡ଼ିନି। ଯଦି ଏଥିପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭାରତରେ ୨୦୩୫ ସୁଦ୍ଧା ବାର୍ଷିକ ୯.୧% ଶିଶୁ ମେଦବୃଦ୍ଧିର ଶିକାର ହେବେ। ୨୦୨୦ରେ ଭାରତରେ ବାଳକଙ୍କ ମଧ୍ୟରେ ମେଦବୃଦ୍ଧି ଆଶଙ୍କା ମାତ୍ର ୩% ଥିବାବେଳେ ଏହା ଆଗାମୀ ୧୨ ବର୍ଷ ପରେ ୧୨% ବୃଦ୍ଧି ପାଇବ। ସେହିପରି ବାଳିକାଙ୍କ ସଂଖ୍ୟାକୁ ଦେଖିଲେ ଆଗାମୀ ୧୨ ବର୍ଷ ପରେ ସେମାନଙ୍କଠାରେ ମେଦବୃଦ୍ଧି ଆଶଙ୍କା ୭% ବୃଦ୍ଧି ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ଅନୁରୂପଭାବେ ୨୦୩୫ ସୁଦ୍ଧା ଦେଶରେ ଜନସଂଖ୍ୟାର ପ୍ରାୟ ୧୧% ମେଦବହୁଳତାର ଶିକାର ହୋଇପାରନ୍ତି। ୨୦୨୦ରୁ ୨୦୩୫ ମଧ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ମାତ୍ରା ବାର୍ଷିକ ୫.୨% ହିସାବରେ ବଢ଼ିବ। ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ୧.୮% ପ୍ରଭାବ ପକାଇବ ବୋଲି କୁହାଯାଇଛି।

ମଣିଷ ସଭ୍ୟତା ସହ ବାଉଁଶର ଯାତ୍ରା

COASTAL NEWS Odia 776

ମଣିଷ ସଭ୍ୟତା ସହ ବାଉଁଶର ଯାତ୍ରା

 

ଭୁବନେଶ୍ବର - ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି - ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇଥିଲା, ଯାହାକି ମନୁଷ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭେଳା ତିଆରି କରି ନଦୀ ପାର କରିବାରେ ବାଉଁଶର ବ୍ୟବହାର ମଧ୍ୟ କରାଯାଉଥିଲା। 

ସେହିପରି ବାସସ୍ଥାନ ନିର୍ମାଣର ବହୁ କ୍ଷେତ୍ରରେ ବାଉଁଶକୁ ବ୍ୟବହାର କରିବା ଆରମ୍ଭ ହୋଇଥିଲା। ଏବେ ବି ଗାଁ ଗଣ୍ଡାରେ ନଡ଼ାଛପର ଘରେ ବାଉଁଶର ଉପଯୋଗ କରାଯାଉଛି। ବାଉଁଶ ବିନା ନଡ଼ାଛପର ଘର ତିଆରି କରିବା ସମ୍ଭବ ନୁହେଁ।

ସେହିପରି ବନ୍ୟାରେ ନଦୀବନ୍ଧରେ ଅତଡ଼ା ଖସିଲେ ବାଉଁଶ ବାଡ଼ରେ ବାଲିବସ୍ତା ପକାଇ ଏହାକୁ ରୋକାଯାଏ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ବାଲର୍ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ୨୦୦୯ ବ୍ୟାଙ୍କକର ୮ମ ଓ୍ବାଲର୍ଡ ବାମ୍ବୋ ସମ୍ମିଳନୀରେ ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 

ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ପରିବେଶ ବିଜ୍ଞାନୀଙ୍କ ମତାନୁସାରେ, ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଗଲେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଏହା ସହିତ ବାଉଁଶ ଦ୍ୱାରା ଭାରତ ଭଳି ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ।

ଦିବସ ପାଳନ ଅବସରରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରାଯିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବାଉଁଶର ଆସବାବପତ୍ର, ଖାଦ୍ୟ, ଜୈବ ଇନ୍ଧନ, କପଡା ଆଦି ଅନେକ ବ୍ୟବହାର ରହିଛି। ତେଣୁ, ଆବଶ୍ୟକତା ବଜାୟ ରଖିବା ପାଇଁ ଏହାର ଚାଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ବିଶ୍ୱ ବାଉଁଶ ଦିବସ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ପରିବେଶ ସଂରକ୍ଷଣ ପାଇଁ ଏକ ଆହ୍ବାନ ମୂଳକ ପଦକ୍ଷେପ(ଏ କଲ ଟୁ ଆକ୍ସନ ଫର ଏନଭାର୍ନମେଣ୍ଟାଲ ପ୍ରିଜରଭେଶନ) ।

ବିଶେଷ ଖବର

COASTAL NEWS Odia 775
ବିଶେଷ ଖବର



୧-ଆଜିଠାରୁ ୨୨ ତାରିଖ ଯାଏ ୫ ଦିନ ଧରି ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ l ସଂସଦର ୭୫ ବର୍ଷ ଯାତ୍ରା ସଂପର୍କରେ ହେବ ଆଲୋଚନା l

୨-ଦ୍ୱାରକା ସେକ୍ଟର ୨୧ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ l

୩-'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ l ଏଥିରେ ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏହି ଯୋଜନାରେ ଓଡ଼ିଶାର ୧ ଲକ୍ଷରୁ ଅଧିକ ଶିଳ୍ପୀ ଓ କାରିଗର ଉପକୃତ ହେବେ ।

୪-ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ l ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ l

୫-ଭଉଣୀ ଗୀତାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଜି ହେବ ଅନ୍ତିମ ସଂସ୍କାର l

୬-ଭୁବନେଶ୍ବରରୁ ମେମୁ ଟ୍ରେନ୍‌ରେ କଟକ ଯାତ୍ରା କଲେ ରେଳମନ୍ତ୍ରୀ, ଯାତ୍ରୀଙ୍କ ଅଭିଯୋଗ ଶୁଣି ପ୍ରତିଶ୍ରୁତି ଦେଲେ l

୭-ଆଗାମୀ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ଶହ ଶ୍ରଦ୍ଧାଳୁଙ୍କୁ ମାଗଣା ହବିଷ ବ୍ରତ ସେବା ଯୋଗାଇବେ ରାଜ୍ୟ ସରକାର l ସଞ୍ଚାର (ଅନ୍‌ଲାଇନ୍‌)ରେ ହେବ ନାମ ପଞ୍ଜୀକରଣ l

୮-ଏକ ଠକେଇ ମାମଲାର ଶୁଣାଣି କରି ବଲିଉଡ୍ ଅଭିନେତ୍ରୀ ଜରୀନ ଖାନ୍‌ଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ କୋଲକାତା କୋର୍ଟ।

୯-ମୋଦୀଙ୍କ ଜନ୍ମଦିନରେ ରିଲିଜ ହେଲା ନୂଆ ଗୀତ, ରିଲିଜ କଲେ ଭୋଜପୁରୀ ଷ୍ଟାର ପବନ ସିଂ l ଗୀତଟି ହେଉଛି “ହେ ଦେଶ ଦିୱାନା ମୋଦୀ କା” ।

୧୦-ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଖୁବଶୀଘ୍ର ‘ଗେମ୍ ଚେଞ୍ଜର’ ନାମକ ଫିଲ୍ମରେ ଦେଖିବାକୁ ମିଳିବ। ତେବେ ରିଲିଜ ପୂର୍ବରୁ ଲିକ ହେଲା ଫିଲ୍ମର ଗୀତ l

୧୧-ହାଇଦ୍ରାବାଦର ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି, ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ l

୧୨-ପଶ୍ଚିମବଙ୍ଗର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟକୁ ମିଳିଲା ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା l ଏହା ନିଶ୍ଚିତ ଭାବେ ପ୍ରତି ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ । ଆଜି ବି ସେଠାରେ ପିଲାମାନେ ବୃକ୍ଷ ତଳେ ବସି ପଢ଼ୁଛନ୍ତି । 

୧୩-ଜମ୍ମୁକଶ୍ମୀରର ଉଦ୍ଦମପୁର ରେଳଷ୍ଟେସନର ନାମ ପରିବର୍ତନ ହୋଇ ହେଲା ସହିଦ କ୍ୟାପଟେନ ତୁଷାର ମହାଜନ l ଜମ୍ମୁକଶ୍ମୀର ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

୧୪-ରାଜ୍ୟରେ ଜମି ଦୁର୍ନୀତି ନେଇ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। 

୧୫-ତେଲେଙ୍ଗାନା ପାଇଁ କଂଗ୍ରେସର ନିର୍ବାଚନୀ ଘୋଷଣା: ୫୦୦ ଟଙ୍କାରେ ସିଲିଣ୍ଡର ସହ ୨୫୦୦ ଟଙ୍କା ଭତ୍ତା, ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା l

୧୬-ଆରବପତି ଏଲନ ମସ୍କ ସହ ସମ୍ପର୍କ ରଖିବା ଅଭିଯୋଗ ଆଣିବା ପରେ ପତ୍ନୀ ନିକେଲ ଶାନହନଙ୍କୁ ଛାଡ଼ପତ୍ର ଦେଲେ ଗୁଗଲର ସହ-ପ୍ରତିଷ୍ଠାତା ସର୍ଗୈ ବ୍ରିନ୍‌।

୧୭-ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଘରୋଇ ଦଳ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍‌ରେ ଶୋଚନୀୟ ଭାବେ ହରାଇ ଜିତିଲା ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ l

୧୮-ମ୍ୟାଚ ଜିତାଇବା ପରେ ହୃଦୟ ଜିତିଲେ ସିରାଜ୍, ଗ୍ରାଉଣ୍ଡଷ୍ଟାଫଙ୍କୁ ଦାନ କଲେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ରାଶି l ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ବାବଦରେ ୫ ହଜାର ଡଲାର ( ପ୍ରାୟ ୪ ଲକ୍ଷ ୧୫ ହଜାର ଟଙ୍କା) ଦିଆଯାଇଥିବାବେଳେ ସେ ଉକ୍ତ ରାଶିକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଇଥିଲେ ।

୧୯-ଚଳିତ ମାସ ୨୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। 

୨୦-ରିଓ ସୁଟିଂ ବିଶ୍ୱକପ୍‌ରେ ଚମକିଲେ ଭାରତର ଇଲାବେନିଲ, ୧୦ ମିଟର ଏୟାର ରାଇଫଲ୍‌ରେ ଜିତିଲେ ସ୍ୱର୍ଣ୍ଣ ପଦକ l

ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପିତ

COASTAL NEWS Odia 774
ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପିତ

 
ହିନ୍ଦୀ ମାତା ମନ୍ଦିର 

ଗ୍ବାଲିଅର୍‌,୧୭।୯: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ଧୂମଧାମରେ ପାଳନ କରୁଛନ୍ତି। ଗ୍ବାଲିଅରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। 

ଏଠାରେ ସମର୍ଥକମାନେ ତାଙ୍କ ନାମରେ ଏକ ପ୍ରତିମୂର୍ତ୍ତି ତିଆରି କରି ଏହାକୁ ଈଶ୍ୱରଙ୍କ ଭଳି ମନ୍ଦିରରେ ସ୍ଥାପନ କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ଏପରି ଏକ ସ୍ଥାନରେ ମଧ୍ୟ ସ୍ଥାପନ କରାଯାଇଥିଲା ଯେଉଁଠାରେ ରାଜମାତା ବିଜୟା ରାଜ ସିନ୍ଧିଆ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇସାରିଛି।

ମଧ୍ୟପ୍ରଦେଶର ଗ୍ବାଲିଅରରେ ଅନ୍ତରାଷ୍ଟ୍ରୀୟ ଅଭିବ୍ୟକ୍ତି ମଞ୍ଚ ସହରର ସତ୍ୟନାରାୟଣ କି ଟେକ୍ରି ନାମକ ଏକ ପାହାଡ ଉପରେ ଥିବା ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।

ଜାତୀୟ ସ୍ତରରେ ହିନ୍ଦୀକୁ ପ୍ରୋତ୍ସାହିତ କରୁଥିବା ଏବଂ ହିନ୍ଦୀକୁ ସମର୍ଥନ କରୁଥିବା ଅନ୍ତରାଷ୍ଟ୍ରୀୟ ଅଭିବ୍ୟକ୍ତି ମଞ୍ଚ ପ୍ରଥମେ ୧୯୯୫ ମସିହାରେ ସତ୍ୟନାରାୟଣ ଟେକ୍ରିରେ ଦେଶର ଏକମାତ୍ର ହିନ୍ଦୀ ମାତା ମନ୍ଦିର ନିର୍ମାଣ କରିଥିଲା। ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସହ ରାଜମାତା ବିଜୟା ରାଜ ସିନ୍ଧିଆଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି ଏବଂ ବର୍ତ୍ତମାନ ହିନ୍ଦୀ ଦିବସ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ଏହି ତିନିଜଣ ନେତା ପ୍ରତିଦିନ ପୂଜା କରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ ହିନ୍ଦୀ ତଥା ହିନ୍ଦୀ ଭାଷା ବଞ୍ଚାଇବା ପାଇଁ କାର୍ଯ୍ୟ କରିଛନ୍ତି, ତେଣୁ ଏଠାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ଅଭିବ୍ୟକ୍ତି ମଞ୍ଚ ପକ୍ଷରୁ କୁହାଯାଇଛି।

ମହାନ ବିପ୍ଳବୀ ସହିଦ୍ ତାନ୍ତିଆ ଟୋପି

  
COASTAL NEWS Odia 773
ମହାନ ବିପ୍ଳବୀ ସହିଦ୍ ତାନ୍ତିଆ  ଟୋପି 





ମହାନ ସହିଦ୍ ତାନ୍ତିଆ  ଟୋପି 
ଏହି ଚିତ୍ର ଅମର ଶହୀଦ ତାନ୍ତିଆ ଟୋପିଜୀଙ୍କର |  ଯେତେବେଳେ ସେ ବ୍ରିଟିଶ ହେପାଜତରେ ଥିଲେ, ଜଣେ ଇଂରାଜୀ ଫଟୋଗ୍ରାଫର ଏହି ଫଟୋ ଉଠାଇ ଥିଲେ |  1858 ମସିହାରେ ଝାନସୀର ରାଣୀ ଲକ୍ଷ୍ମୀବାଈ ଶହୀଦ ହେବା ପରେ ତାନ୍ତିଆ ଟୋପି ଗ୍ୱାଲିଅରରୁ ଅଦୃଶ୍ୟ ହୋଇ ଯାଇଥିଲେ |  ଏହା ପରେ ବ୍ରିଟିଶମାନେ ତାଙ୍କ ଉପରେ 10,000 ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ତାନ୍ତିଆ  ଟୋପି ମଧ୍ୟ ଗୁପ୍ତରେ ବ୍ରିଟିଶମାନଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲେ।  ଏହି ସମୟରେ ସେ ଆଦିବାସୀମାନଙ୍କ ମଧ୍ୟରେ ମିଳିମିଶି  ରହୁଥିଲେ।

ଏହି ସମୟରେ, ଯେତେବେଳେ ତାନ୍ତିଆ ଟୋପି ଗ୍ୱାଲିଅର୍ ନିକଟ ଶିବପୁରୀ ଜଙ୍ଗଲରେ ଥିଲେ, ସେତେବେଳେ ସେ ନରୱାରର ରାଜା ମାନସିଂହଙ୍କୁ ଭେଟିଥିଲେ |  ଯେଉଁଠାରେ ଦୁହେଁ ବନ୍ଧୁ ହେଲେ |  ମାନସିଂହ ତାନ୍ତିଆ  ଟୋପିଙ୍କର ଯତ୍ନ ନେଇଥିଲେ |  ତାନ୍ତିଆ  ଟୋପି ତାଙ୍କୁ ବିଶ୍ୱାସ କରୁଥିଲେ କିନ୍ତୁ ମାନସିଂହ ତାଙ୍କ ବିଷୟରେ ବ୍ରିଟିଶମାନଙ୍କୁ ସୂଚନା ଦେଇଥିଲେ |

7 ଏପ୍ରିଲ 1869 ଦିନ ତାନ୍ତିଆ  ଟୋପି ଧରା ହୋଇ ଶିବପୁରୀକୁ ଅଣାଯାଇଥିଲେ ।  ତାନ୍ତିଆ  ଟୋପିଙ୍କୁ ଦଶ ଦିନ ପରେ 18 ଏପ୍ରିଲରେ ସେଠାରେ ଅବସ୍ଥିତ ସିପ୍ରି ଗ୍ରାମରେ ଫାଶୀ ଦିଆଯାଇଥିଲା |

ଯେଉଁ ପଥର ଉପରେ ତାନ୍ତିଆଟୋପି ଙ୍କୁ ଫାଶୀ ଦିଆଯାଇଥିଲା, ବ୍ରିଟିଶମାନେ ଏହାକୁ ଲେଖିଥିଲେ, "ଏଠାରେ ଏପ୍ରିଲ 18, 1859 ରେ କୁଖ୍ୟାତ ତାନ୍ତିଆ  ଟୋପି ଙ୍କୁ ଫାଶୀ ଦିଆଯାଇଥିଲା |"

ଏହିପରି ଭାବରେ, ନିଜ ଦେଶର ଜଣେ ରାଜାଙ୍କ ପ୍ରତି ବିଶ୍ବାସ କରି ଜଣେ ବିବେକ ବିହୀନ ରାଜାଙ୍କ ବିଶ୍ୱାସଘାତକତା ହେତୁ ଜଣେ ମହାନ ବିପ୍ଳବୀଙ୍କୁ ଜୀବନ ହରାଇବାକୁ ପଡିଥିଲା ।
 

ଏସିଆ କପ 2023: ଏସିଆ କପ୍ ଚାମ୍ପିଅନ୍ ବନିଲା ଭାରତ

COASTAL NEWS Odia 772

ଏସିଆ କପ 2023: ଏସିଆ କପ୍ ଚାମ୍ପିଅନ୍ ବନିଲା ଭାରତ 
 


ଶ୍ରୀଲଙ୍କା - ଏସିଆ କପ 2023: ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ । ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଜିତିଲା ଭାରତ । ୧୦ ୱିକେଟ୍‌ରେ ଜିତିଲା ଭାରତୀୟ ଟିମ୍ । ଭାରତ ଆଗରେ ଥିଲା ମାତ୍ର ୫୧ ରନ୍‌ର ଟାର୍ଗେଟ୍ । ସିରାଜଙ୍କ ସୁଇଂ ଆଗରେ ମାଟି କାମୁଡ଼ିଲା ଶ୍ରୀଲଙ୍କା । ସିରାଜଙ୍କୁ ୬, ପାଣ୍ଡ୍ୟାଙ୍କୁ ୩ ଓ ବୁମ୍‌ରାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି l

ଖେଳ ଆରମ୍ଭରୁ ଏସିଆ କପ୍‌ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୫୦ ରନ୍‌ରେ ୧୦ ୱିକେଟ୍ ହରାଇ ଶ୍ରୀଲଙ୍କା ଅଲ୍ଆଉଟ୍‌ ହୋଇଥିଲା । ଗୋଟିଏ ଓଭରରେ ୪ଟି ୱିକେଟ୍ ନେଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଫାଷ୍ଟ ବୋଲର୍ ମହମ୍ମଦ ସିରାଜ୍ । ମୋଟ ୬ଟି ଓ୍ବିକେଟ୍ ନେଇ ସିରାଜ ଶ୍ରୀଲଙ୍କା ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି । ଜସପ୍ରିତ ବୁମ୍ରା ୧ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ଟି ଓ୍ବିକେଟ ମିଳିଥିଲା । ୧ରନରେ ପ୍ରଥମ ଓ୍ବିକେଟ୍ ଖସାଇଥିଲେ ବୁମ୍ରା ।

ଏହା ପରେ ୮ ରନରେ ୩ଟି ଓ୍ବିକେଟ ଦଖଲ କରିଥିଲେ ସିରାଜ । ଶ୍ରୀଲଙ୍କାର ୯ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ସ୍କୋର ବି ଡେଇଁ ପାରି ନାହାନ୍ତି । ଏପରିକି ୫ ଜଣ ବ୍ୟାଟସମ୍ୟାନ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନାହାନ୍ତି| ଏସିଆ କପ ଇତିହାସରେ ଏଭଳି ମ୍ୟାଚ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା l ଏତେ କମ୍ ରନ୍ ଏସିଆ କପ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ଯାଚ ରେ ଦେଖିବା ବିରଳ l


ନିଜ ଦେଶର ଘରୋଇ ପରିବେଶରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିବାରୁ ଭାରତ ପାଖରେ ମଧ୍ୟ ଆହ୍ବାନ ରହିଥିଲା। ଉଭୟ ଦଳ ପାଇଁ ବିଶେଷ କରି ଭାରତ ପାଇଁ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ବିଜୟ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ‌‌ହୋଇଛି। କାରଣ ଟ୍ରଫି ବିଜୟ ନିଶ୍ଚିତ ଖେଳାଳିଙ୍କ ମନୋବଳକୁ ବଢ଼ାଇଛି । ଗତବର୍ଷ ଅନୁଷ୍ଠିତ ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ହାରିଯିବାରୁ ଭାରତ ଆଗକୁ ବଢ଼ିପାରିନଥିଲା।


Sunday, September 17, 2023

ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

COASTAL NEWS Odia 771

 ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

 
ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଏବଂ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ରବିବାର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ ହୋଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ ତଥା ସହଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ପ୍ରଧାନମନ୍ତ୍ରୀ ପ୍ରଥମେ ଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନାମକ ଇଣ୍ଡିଆ ଇଣ୍ଟରନେସନାଲ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ଏକ୍ସପୋ ସେଣ୍ଟରର ଉଦ୍‌ଘାଟନ କରିଥିଲେ। ଏହାପରେ ସେଠାରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯଶୋଭୂମି କନ୍‌ଭେନ୍‌ସନ୍‌ ସେଣ୍ଟରରେ ୧୮ ଜଣ ବିଶ୍ବକର୍ମାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ମୋଦୀ ସେମାନଙ୍କ ସହ ଫଟୋ ଉଠାଇଛନ୍ତି। 

ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ବିଶ୍ୱକର୍ମା ପରିଚୟ ମିଳିବ। ଏଥିସହ ସରକାରଙ୍କ ପକ୍ଷରୁ ୫% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ୧୮ ବର୍ଗର କୌଳିକ ବୃତ୍ତିଧାରୀ ଏହି ଯୋଜନା ଦ୍ବାରା ଉପକୃତ ହେବେ। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର।

ରୋବୋ ପଢାଉଛି ପାଠ

COASTAL NEWS Odia 770
ରୋବୋ ପଢାଉଛି ପାଠ

 

କର୍ଣାଟକ - ସ୍କୁଲ ୟୁନିଫର୍ମ ପନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ଧଳା ରିବନ ବାନ୍ଧି ଥିବା ଏକ କୁନି ଝିଅଟି ପ୍ରକୃତରେ ଏକ ରୋବୋ। କର୍ନାଟକ ସିର୍‌ସି ଗ୍ରାମର ଶିକ୍ଷକ ଅକ୍ଷୟ ମାଶେଲକର୍‌ ତିଆରି କରିଛନ୍ତି ଉକ୍ତ ସୁନ୍ଦର ରୋବୋଟିକୁ, ଯାହାର ନାଁ ‘ଶିକ୍ଷା’। ଗାଁର ଶିକ୍ଷା ପଦ୍ଧତିକୁ ଅଧିକ ମଜାଦାର ଓ ଆଧୁନିକ ତଥା ବୈଜ୍ଞାନିକ ଶୈଳୀର କରିବା ଲାଗି ସେ ଏହି ରୋବୋ ନିର୍ମାଣ କରିଛନ୍ତି। ଅକ୍ଷୟଙ୍କ ପରିବାର ଶିକ୍ଷାଦାନ ସହ ଜଡ଼ିତ ଥିବାରୁ ସେ ବି ଶିକ୍ଷାଦlନ କରିବା ଲାଗି ପିଲାଟି ବେଳୁ ନିଷ୍ପତ୍ତି ନେଇଥିଲେ। ଆଉ ବଡ଼ ହେବା ପରେ ସତକୁସତ କଲେଜ୍‌ ପ୍ରଫେସର୍‌ ହେଲେ। ଅକ୍ଷୟ ଜାଣନ୍ତି ଗାଁର ଶିକ୍ଷା ପଦ୍ଧତି ବହୁତ ଅନୁନ୍ନତ। ଆଜି ବି ପୁରୁଣା ଶୈଳୀରେ ପଢା ଯାଉଛି। ତେଣୁ କୋଭିଡ଼ ସମୟରେ ମିଳିଥିବା ଅବସର ସମୟକୁ ଗ୍ରାମର ଶିକ୍ଷା ପ୍ରଣାଳୀକୁ ଉନ୍ନତ କରିବାଲାଗି ‘ଶିକ୍ଷା’ ନାମକ ଏହି ରୋବୋ ତିଆରି କଲେ। ରୋବୋଟି ଦେଖିବାକୁ ସୁନ୍ଦର ସ୍କୁଲ ଛାତ୍ରୀ ଭଳି। ଆଉ ଏହା ପିଲାଙ୍କୁ ପଢାଇବାରେ ବେଶ୍‌ ସକ୍ଷମ। ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସେ ପଢାଇପାରେ। ଦେଢ ବର୍ଷର ଗବେଷଣା ଓ ପରିଶ୍ରମ ପରେ ଅକ୍ଷୟ ଏହି ରୋବୋ ତିଆରି କରିଥିଲେ। ଆଉ ଖର୍ଚ୍ଚ ହୋଇଥିଲା ପ୍ରାୟ ୨ ଲକ୍ଷ ଟଙ୍କା। ଗବେଷଣାରେ ତାଙ୍କର ଅଧିକ ଖର୍ଚ୍ଚ ହୋଇଥିବାବେଳେ ରୋବୋ ତିଆରିରେ ମାତ୍ର ୫୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। 

କାରଣ ସେ ଜୁଗାଡ ଲଗାଇ ଉକ୍ତ ରୋବୋ ତିଆରି କରିଛନ୍ତି। ରୋବୋ ‘ଶିକ୍ଷା’ କନ୍ନଡ଼ ଓ ଇଂରାଜୀ ଭାଷାର ରାଇମ୍‌ ସହ ବିଭିନ୍ନ ଶେପ୍‌ର ନାମ, ଇଂରାଜୀ ଆଲଫାବେଟ୍‌, ଗଣିତ(ଗୁଣନ, ହରଣ, ମିଶାଣ, ଫେଡ଼ାଣ, ପଣିକିଆ) ଆଦି ପଢାଇପାରେ। ‘ଶିକ୍ଷା’ ୟା’ ମଧ୍ୟରେ ୨୫ଟି ସ୍କୁଲ ଯାଇ ପିଲାଙ୍କୁ ପଢାଇସାରିଲାଣି। ପିଲାମାନେ ଶିକ୍ଷାକୁ ଦେଖି ବହୁତ ଖୁସି ହୋଇ ଯାଆନ୍ତି। ଅକ୍ଷୟ କୁହନ୍ତି, ‘ଶିକ୍ଷାକୁ ନିର୍ମାଣ କରିବା ପଛର କାରଣ କେବଳ ଶ୍ରେଣୀ ଗୃହରେ ଟେକ୍ନଲୋଜି ବ୍ୟବହାର କରିବା ନୁହେଁ ବରଂ ପିଲାଙ୍କୁ ରୋବୋ ତିଆରି ପ୍ରତି ଆକୃଷ୍ଟ କରିବା ମଧ୍ୟ ଥିଲା।’

ରିପୋର୍ଟର - ଭଞ୍ଜବିହାରି ମହାନ୍ତି 

୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

COASTAL NEWS Odia 769

୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - ୭୩ ବର୍ଷରେ ପାଦ ଥାପିଲେ ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସବୁଠୁ ନେତା ଓ ଜନତା ଜଣାଉଛନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି। ତାଙ୍କ ପୂରା ନାମ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କ ପିଲା ଦିନ ବେଶ୍ ସଙ୍ଘର୍ଷପୂର୍ଣ୍ଣ ଥିଲା। ପ୍ରାରମ୍ଭରେ ସେ ଷ୍ଟେସନରେ ଚା' ବିକ୍ରି କରି ବାପାଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। କିନ୍ତୁ ନିଷ୍ଠା ଓ ଲୋକସେବା ତାଙ୍କୁ ଆଜି ଆଣି ପ୍ରଧାନମନ୍ତ୍ରୀ ଆସନରେ ବସାଇପାରିଛି l

ସେ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି। ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବା, କଠୋର ନିଷ୍ପତ୍ତି ନେବା, ଘଣ୍ଟା ଘଣ୍ଟା ଧରି ସାଧାରଣ ସଭାଠୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଭିଭାଷଣ ରଖିବା ଓ ବିରୋଧୀଙ୍କୁ ଏକ ନିଜସ୍ୱ ଶୈଳୀରେ ମାତ୍ ଦେବା ତାଙ୍କୁ ଅନ୍ୟ ନେତାମାନଙ୍କଠାରୁ ଭିନ୍ନ କରିପାରିଛି। ତାଙ୍କର ଏସବୁ ଶୈଳୀ ତାଙ୍କୁ ଆଜି ବିଶ୍ୱର ଲୋକପ୍ରିମ ପ୍ରଧାନମନ୍ତ୍ରୀ କରିପାରିଛି।

ଜଣେ ସାଧାରଣ ଚା' ବିକାଳୀରୁ ପ୍ରଧାନମନ୍ତ୍ରୀ ହେବାର ତାଙ୍କର ଏହି ଯାତ୍ରା ବେଶ୍ ସଙ୍ଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ ମଧ୍ୟ। ପ୍ରଥମେ ଆରଏସଏସରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ସାଧାରଣ ନେତା, ଗୁଜରାଟ ମୁଖ୍ୟମନ୍ତ୍ରୀ ଆଉ ବର୍ତ୍ତମାନର ପ୍ରଧାନମନ୍ତ୍ରୀ। 

ସେ ୨୦୦୧ରୁ ୨୦୧୪ ଯାଏଁ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୧୪ରୁ ଆଜି ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ସାରା ବିଶ୍ୱ ସମ୍ମୁଖରେ ନିଜର ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି। ଜଣେ ଅଣକଂଗ୍ରେସ ନେତା ଭାବେ ଦୀର୍ଘ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାରେ ସେ ଦେଶର ପ୍ରଥମ। 

ଆଜିର ରାଶିଫଳ

COASTAL NEWS Odia 768


*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।*
*✧═════•❁❀❁•═════✧*
*🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା

COASTAL NEWS Odia 767

ଆଜି ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ବିଶ୍ୱକର୍ମା ଙ୍କ ପୂଜା 


ଆଜି ଆସନ୍ତୁ ଜାଣିବା ହିନ୍ଦୁ ଦେବତା ବିଶ୍ୱକର୍ମାଙ୍କ ସମ୍ବନ୍ଧରେ

 

📝ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।*

*ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।*

*ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।*

ଅବତାର ଓ ପଞ୍ଚମୁଖ 

*📝ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ।[୨] ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା - ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ।*

*❣️ବିଶ୍ୱକର୍ମା ପୂଜା :-*

*📝ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳୀର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ପାଳନ କରାଯାଏ । । ଶିଳ୍ପପ୍ରଧାନ ଅଞ୍ଚଳ ଯଥା ନାଲକୋନଗର, ହୀରାକୁଦ, ପାରାଦ୍ୱୀପ ଓ ରାଉରକେଲା ଆଦି ସହର ତଥା ଓଡ଼ିଶାର ସର୍ବତ୍ର ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ।*

*ବିଶ୍ୱକର୍ମା ପୂଜା ମହତ୍ତ୍ୱ:-*

*ପୌରାଣିକ ସମୟର ସବୁଠୁ ବଡ ସିଭିଲ ଇଂଜିନିୟର ବିଶ୍ୱକର୍ମା ଅଟନ୍ତି l ତାଙ୍କର ଜୟନ୍ତୀ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ହୋଇଥାଏ l ଭଗବାନ ବିଶ୍ୱକର୍ମା ଙ୍କ ଆଲୋଚନା ୧୨ ଟି ଆଦିତ୍ୟ ଓ ଲୋକପାଳ ଙ୍କ ସହିତ ଋଗବେଦ ରେ ମଧ୍ୟ ହୋଇଛି l ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ଯେତେବି ରାଜଧାନୀ ରହିଥିଲା , ତାର ନିର୍ମାଣ ଭଗବାନ ବିଶ୍ୱକର୍ମା ଙ୍କ ଦ୍ୱାରା କରାଯାଇଛି l ସତ୍ୟ ଯୁଗର ସ୍ୱର୍ଗ ଲୋକ ,ତ୍ରେତେୟା ଯୁଗର ଲଙ୍କାପୁରି , ଦ୍ଵାପରେ ଯୁଗର ଦ୍ୱାରିକା ଓ କଳିଯୁଗର ହସ୍ତିନା ପୁତ୍ର ବିଷୟରେ କହିବା ଏହାର ନିର୍ମାଣ ବିଶ୍ୱକର୍ମା କରିଛନ୍ତି l*

*କିପରି ହେଲା ବିଶ୍ୱକର୍ମା ଙ୍କ ଉତ୍ପତି :-*

*ଗୋଟିଏ ପୌରାଣିକ କଥା ଅନୁସାରେ ସୃଷ୍ଟିର ଆରମ୍ଭ ରେ ସର୍ବପ୍ରଥମେ ନାରାୟଣ ସାଗରରୁ ଶେଷ ନାଗ ଉପରେ ସାୟଂ କରି ପ୍ରକଟ ହେଲେ l ତାଙ୍କ ନାଭି କମଣ୍ଡଳୁ ରୁ ଚତୁର୍ମୁଖ ବ୍ରହ୍ମା ଦୃଷ୍ଟି ଗୋଚର ହେଉଥିଲେ ,ବ୍ରହ୍ମାଙ୍କ ପୁତ୍ର ଧର୍ମ ଓ ଧର୍ମ ଙ୍କ ପୁତ୍ର ଵାସ୍ତୁଦେବ l କୁହାଯାଏ ଯେ ଧର୍ମ ଙ୍କର ବସ୍ତୁ ନାମକ ସ୍ତ୍ରୀ ଙ୍କ ନିକଟରୁ ଉତ୍ପନ ବାସ୍ତୁ ସପ୍ତମ ସନ୍ତାନ ଥିଲେ , ଯିଏ ଶିଳ୍ପ ଶାସ୍ତ୍ରରେ ଖୁବ କୁଶଳୀ ଥିଲେ l ସେହି ବାସ୍ତୁ ଙ୍କର ଆଙ୍ଗିରସି ନାମକ ପତ୍ନୀ ଙ୍କ ନିକଟରୁ ବିଶ୍ୱକର୍ମା ଉତ୍ପନ୍ନ l ପିତା ଙ୍କ ଭଳି ବିଶ୍ୱକର୍ମା ମଧ୍ୟ ବାସ୍ତୁ କଳାରେ ନିପୁଣ ହେଲେ l ବିଶ୍ୱକର୍ମା ଙ୍କର ମନୁ , ମୟ ,ତ୍ଵତ୍ସତା ,ଶିଳ୍ପୀ ଓ ଦୈଵଜ୍ଞ ନାମରେ ୫ଟି ପୁତ୍ର ଥିଲେ l ତେଣୁ ଏହା ମଧ୍ୟ ମାନ୍ୟତା ରହିଛି ଯେ ସେମାନେ ଅଲଗା ଅଲଗା ଭାବରେ ବିଭିନ୍ନ ବାସ୍ତୁ ଶାସ୍ତ୍ରର ଉଦ୍ଭାବନ କରିଥିଲେ l ତେଣୁ ମନୁ ଙ୍କ ଲୁହା ସହିତ , ମୟଙ୍କୁ କାଠ ,ତ୍ବଷ୍ଟାଙ୍କୁ କଂସା ଏବଂ ତମ୍ବା ,ଶିଳ୍ପୀ ଙ୍କୁ ଇଟା ଓ ଦୈଵଜ୍ଞ ଙ୍କୁ ସୁନା ରୁପା ସହିତ ଯୋଡ଼ା ହୋଇଥାଏ l

ଚଳିତ ବର୍ଷ ଏହା ଆଜି ୧୭ ତାରିଖ ଶୁକ୍ରବାର ଦିନ କନ୍ୟା ସଂକ୍ରାନ୍ତିରେ ପାଳିତ ହେଉଛି l କାରଣ ଏହି ସଂକ୍ରାନ୍ତିର ପାବନ ମୁହୁର୍ତ୍ତରେ ବାବା ବିଶ୍ୱକର୍ମା ଜନ୍ମ ହୋଇଥିଲେ l

*🌹🌳🔘ଜୟ ବାବା ବିଶ୍ୱକର୍ମା ନମଃ🔘🌳🌹*


ବିଶେଷ ଖବର

COASTAL NEWS Odia 766
ବିଶେଷ ଖବର 


ଭୁବନେଶ୍ବର - ନୂଆଁଖାଇ ପାଇଁ ସଜେଇ ହେଉଛି ପଶ୍ଚିମ ଓଡିଶା: ଘରେ ଘରେ ଚାଲିଛି ଲିପାପୋଛା ।

ଏସିଆ କପ୍‌ କ୍ରିକେଟର ୧୬ତମ ସଂସ୍କରଣର ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ରବିବାର କଲମ୍ବୋର ଆର. ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯିବ।

କଟକରେ ଲୋକାର୍ପଣ ହେଲା ନେତାଜୀ ବସ ଟର୍ମିନାଲ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି, କମିଟିର ଅଧ୍ୟକ୍ଷ କହିଲେ, ସେପ୍ଟେମ୍ବର ୨୩ ତାରିଖରେ ପ୍ରଥମ ବୈଠକ ।


ରାଜ୍ୟରେ ନାହିଁ ବନ୍ୟାସ୍ଥିତି: ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପଶିଛି ପାଣି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ।


ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ୩ ଆତଙ୍କବାଦୀଙ୍କୁ ଗୁଳି କରି ନିପାତ କଲେ ଭାରତୀୟ ସେନା ।

କେତେକ ଚିରନ୍ତନ କର୍ତ୍ତବ୍ୟର ସମାହାର ହେଉଛି ସନାତନ ଧର୍ମ, ଏହା କେବଳ ଜାତିଭେଦକୁ ପ୍ରେତ୍ସାହିତ କରୁଥିବା କହିବା ଭୁଲ ହେବ : ମାଡ୍ରାସ୍ ହାଇକୋର୍ଟ ।

ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲୁର ପଚରାଉଚରା, ଘର ଯୋଗାଇବାରେ ଅନିୟମିତତା ଅଭିଯୋଗ 

ମହାଦେବ ଅନଲାଇନ ବେଟିଂ ଆପର ବଡ ଠକେଇ । ଖୋଳତାଡରେ ୪୧୭ କୋଟି ଟଙ୍କା ଓ ସମ୍ପତି ଜବତ, ୧୭ଜଣ ବଲିଉଡ କଳାକାରଙ୍କୁ ମିଳିପାରେ ଇଡିର ସମନ ।

କେନ୍ଦ୍ର ସରକାର ଆଧାର ସଂଶୋଧନ ସମୟସୀମାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଧାର ପରିଚୟପତ୍ରରେ ସଂଶୋଧନ ଲାଗି ବିନା ଦେୟରେ ଅନଲାଇନ୍‌‌ ଜରିଆରେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରାଯାଇପାରିବ।  ।

ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ । ଏସିଆ କପ୍ ସୁପର ଫୋର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରାଟଙ୍କ ମଜାଳିଆ ଭିଡିଓ ।

ପାରୋଲ ପାଇଁ ଦ୍ୱିତୀୟ ଥର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶାରାମ ବାପୁ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ପ୍ରସଙ୍ଗ : ସିଂହଦ୍ଵାର ଥାନାରେ ଏତଲା ଦେଲେ ପୁଷ୍ପାଳକ ସେବକ ।

ପୁରୁଣା ମିଗ୍‌-୨୧ ଓ ୨୩କୁ ପର୍ଯ୍ୟାୟକ୍ରମେ ହଟାଇବ ବାୟୁସେନା; ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ ।

ଦିନଟେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯ଟାରେ ୩୦ରେ ହେବ ନିର୍ବାଚନ।  ।

ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି  ।

ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଖଣ୍ଡୁଆ ଦେଇ ସ୍ୱାଗତ କଲେ ସେବାୟତ- ଶ୍ରୀମନ୍ଦିର ପ୍ରଶାସନ ।

ନ୍ୟୁଜ୍‌ ଆଙ୍କରକୁ ବୟକଟ୍ କରିବା ପ୍ରସଙ୍ଗରେ ନୀତୀଶଙ୍କ ଓଲଟା ବୟାନ; ମୁଁ ସାମ୍ବାଦିକଙ୍କୁ ସମର୍ଥନ କରେ, ସେମାନଙ୍କର ଅଧିକାର ଅଛି ।

ମୁଣ୍ଡ ବିନ୍ଧାର କାରଣ ହୋଇଛି ବେଆଇନ ଋଣ ଆପ୍

COASTAL NEWS Odia 765

ମୁଣ୍ଡ ବିନ୍ଧାର କାରଣ ହୋଇଛି ବେଆଇନ ଋଣ ଆପ୍


ନୂଆଦିଲ୍ଲୀ, ୧୬/୯: ଦେଶରେ ବେଆଇନ ଋଣ ଆପ୍ ଜନିତ ଠକେଇ ବଢ଼ିବାରେ ଲାଗିଛି। ଏହା ସରକାରଙ୍କ ପାଇଁ ବି ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ଏଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଯୋଜନା ନିର୍ଦ୍ଧାରଣ କରିଛନ୍ତି। ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଷ୍ଟୋଟୋରରେ ଉପଲବ୍ଧ ଆପ ଗୁଡ଼ିକ ସରକାରଙ୍କ ନଜରରେ ଏବେ ରହିଛି । ଯେଉଁ ଋଣ ଆପକୁ ଅନୁମତି ମିଳିଛି କେବଳ ସେଗୁଡ଼ିକ ଏହି ଦୁଇଟି ଷ୍ଟୋରରେ ଉପଲବ୍ଧ ହେବ। 

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଏହା କହିଛନ୍ତି l ୬ ମାସ ପୂର୍ବରୁ ସରକାର ବେଆଇନ ଲୋନ୍ ଆପ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ । 

ପାଖାପାଖି ୧୨୦ଟି ବେଆଇନ ଲୋନ୍‌ ଆପ୍‌କୁ ନିଷିଦ୍ଧ କରିଥିଲେ । ବେଆଇନ ଲୋନ ଆପ୍ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଠକେଇର ଶିକାର ହେଉଛନ୍ତି।ପରିସ୍ଥିତି ଏଭଳି ହେଉଛି ଆତ୍ମହତ୍ୟା ଭଳି ପନ୍ଥା ଆପଣାଇ ନେଉଛନ୍ତି। 

ସରକାର ଏସବୁ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। କେଉଁ କେଉଁ ଲୋନ୍‌ ଆପ୍‌କୁ ଅନୁମତି ଦିଆଯିବ ସେ ସଂପର୍କରେ ରିଜର୍ଭ ବ୍ୟାଙ୍କ ସହିତ ଏକ ବୈଠକ ପାଇଁ ଉଦ୍ୟମ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।



ଅବତରଣ ବେଳେ ହେଉଥିଲା ପ୍ରବଳ ବର୍ଷା !ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ

 COASTAL NEWS Odia 764

ଅବତରଣ ବେଳେ ହେଉଥିଲା ପ୍ରବଳ ବର୍ଷା !ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ



ବ୍ରାଜିଲ୍‌: ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା । ଦେଖୁ ଦେଖୁ ଚାଲିଗଲା ୧୪ ଜୀବନ । ଗତକାଲି ଶନିବାର ଦିନ ବ୍ରାଜିଲ୍‌ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ୍‌ ସହରରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ, ଏଥିରେ ୧୪ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର୍‌ ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାଜ୍ୟପାଳ ୱିଲ୍‌ସନ୍‌ ଲିମାଙ୍କ ସୂଚନା ଅନୁସାରେ ଏହି ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ଜଣ ହେଉଛନ୍ତି ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀ।

ଶନିବାର ଦିନ ବର୍ସେଲୋସ୍‌ ବିମାନ ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଓ ୨ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ଖବର ସମଗ୍ର ସହରରେ ଦୁଃଖର ବାତାବରଣ ଖେଳାଇଦେଲା। ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି। ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

ମ୍ୟାନୌସ୍‌ ଏରୋଟ୍ୟାକ୍ସି ଏୟାର୍‌ଲାଇନ୍‌ ବିବୃତି ଜାରି କରି ସୁନିଶ୍ଚିତ କରିଛି ଯେ, ଘଟିଥିବା ଦୁର୍ଘଟଣା ଉପରେ ସବିଶେଷ ତଦନ୍ତ ଚାଲିଛି। କିନ୍ତୁ ଏଥିରେ ମୃତାହତଙ୍କ ବିଷୟରେ କୌଣସି ସଠିକ୍ ବିବରଣୀ ନାହିଁ। କିନ୍ତୁ, ଏକ ରିପୋର୍ଟ ଅନୁସାରେ, ବିମାନଟି ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ରୁ ୯୦ ମିନିଟ୍‌ ଉଡ଼ାଣ ଦୂରତାରେ ଅବସ୍ଥିତ ବର୍ସେଲୋସ୍‌ ଅଭିମୁଖେ ଯାଉଥିଲା। ତେବେ ସେହି ସମୟରେ ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳକୁ ବ୍ରାଜିଲ୍‌ ସମୟ ପାଖାପାଖି ଅପରାହ୍ନ ୩ଟା ହୋଇଥିଲା।

ଏହି ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ବ୍ରାଜିଲ୍‌ ର ସବୁ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅବତରଣ ବେଳେ ପ୍ରବଳ ବର୍ଷା ହେଉଥିଲା। ସମ୍ଭବତଃ ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ରିପୋର୍ଟରେ କୁହାଯାଇଛି ।

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା

 COASTAL NEWS Odia 763

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା



ନୂଆଦିଲ୍ଲୀ - ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା। ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗଜଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି।

ଏହି ଅବସରରେ ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି ମୁରଳୀଧନରଙ୍କ ସମେତ ଉଭୟ ସଦନ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ।

ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ। ଆସନ୍ତାକାଲି(ସେପ୍ଟେମ୍ବର 18)ରୁ 22 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ପୁରୁଣା ଭବନରେ ପ୍ରଥମ ଦିନର ଅଧିବେଶନରେ ଆଲୋଚନା ହେବ। ଏହାପର ଦିନ ଗଣେଶ ପୂଜାରେ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବ।

ସାଇଲେଣ୍ଟ କିଲର ମୋବାଇଲ୍

 COASTAL NEWS Odia 762

ସାଇଲେଣ୍ଟ କିଲର



 

ଭୁବନେଶ୍ବର - ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଘାରିଛି ମୋବାଇଲ୍‌ ଫୋନ ନିଶା। ଦିନରୁ ରାତି, ପ୍ରତି ସମୟରେ ପାଖରେ ରହୁଛି ଫୋନ। ତେବେ ଏହି ଆଡିକ୍ସନ ଅଜାଣତରେ ଧୀରେ ଧୀରେ ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ବିଜ୍ଞାନର ଏହି ବରଦାନ ଯେପରି ସ୍ବାସ୍ଥ୍ୟ ପାଇଁ ଅଭିଶାପ ନ ପାଲଟେ, ସେଥିପାଇଁ ସତର୍କ ରହିବା ଆବଶ୍ୟକ…

ବର୍ତ୍ତମାନ ପ୍ରାୟ ସମସ୍ତେ ନିଜର ଅଧିକାଂଶ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି। ଏହା ଅନେକଙ୍କ ପାଇଁ ଏତେ ଜରୁରୀ ପାଲଟିଛି ଯେ, କିଛି କ୍ଷଣ ଏହାବିନା ରହିବା ଯେମିତି ସେମାନଙ୍କ ପାଇଁ ଅସମ୍ଭବ ମନେହେଉଛି। ଏମିତିକି କେତେଜଣ ରାତିରେ ଶୋଇବା ବେଳେ ମଧ୍ୟ ଏହାକୁ ପାଖରେ ରଖିବାକୁ ଆଦୌ ଭୁଲି ନ ଥା’ନ୍ତି। ହେଲେ ଆପଣ ଜାଣନ୍ତିକି କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହେଲେ ଖରାପ। ଅର୍ଥାତ୍‌ ଆବଶ୍ୟକତାଠାରୁ ଅଧିକ ସମୟ ମୋବାଇଲ୍‌ରେ ବିତାଇବା ଦ୍ୱାରା ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ। ସେଥିପାଇଁ ମୋବାଇଲ୍‌କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ। ତେଣୁ ଅଧିକ ସମୟ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ ସତର୍କ ହୋଇଯାଆନ୍ତୁ, ନଚେତ୍‌ ଏହା ଆପଣଙ୍କ ପାଇଁ ଘାତକ ସାଜିପାରେ।

ସମସ୍ୟା:

-ବିଶେଷଜ୍ଞଙ୍କ ମତରେ ମୋବାଇଲ୍‌ ଅଧିକ ସମୟ ଦେଖିବା କାରଣରୁ ଅନେକଙ୍କଠାରେ ବର୍ତ୍ତମାନ ଚକ୍ଷୁ ସମସ୍ୟା ବଢ଼ିବାରେ ଲାଗିଛି।

– ସେହିପରି ଅନେକେ ବସିବା ସମୟରେ ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତି କିମ୍ବା ସୋଫା, ବେଡ୍‌ ଆଦି ଉପରେ ଶୋଇ ଘଣ୍ଟା ଘଣ୍ଟା ମୋବାଇଲ୍‌ ଦେଖନ୍ତି। ହେଲେ ଦୀର୍ଘ ସମୟ ଏପରି ପୋଜିଶନ୍‌ରେ ରହିବା ଦ୍ୱାରା ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। କେବଳ ଏତିକି ଅଧିକ ସମୟ ଏପରି ପୋଜିଶନ୍‌ରେ ରହିବା ଯୋଗୁ ସ୍ପଣ୍ଡିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।

-ମତରେ ରାତିରେ ଶୋଇବା ବେଳେ ମୋବାଇଲ୍‌ରେ ଗପିବା, ଚାର୍ଟିଂ କରିବା, ଭିଡିଓ ଦେଖିବା, ଗେମ୍‌ ଖେଳିବା ହେଉ କିମ୍ବା ପାଖରେ ରଖି ଶୋଇବା ବେଳେ ଆସୁଥିବା ନୋଟିଫିକେଶନ୍‌ ଯୋଗୁ ବାରମ୍ବାର ନିଦ ଭାଙ୍ଗିବା ଦ୍ୱାରା ନିଦ ସମ୍ପୂର୍ଣ୍ଣ ହୋଇ ନ ଥାଏ। ପ୍ରତିଦିନ ଏଭଳି କାରଣ ଯୋଗୁ ଦିନରେ ନିଦ ଆସିବା, ମୁଣ୍ଡ ବୁଲେଇବା, ଥକାପଣ, ଗ୍ୟାସ୍‌, ବ୍ଲଡ୍‌ପ୍ରେସର ଭଳି ଅନେକ ନିଦ୍ରାହୀନତାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। କେବଳ ଏତିକି ନୁହେଁ ମାନସିକ ସ୍ତରରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଷ୍ଟ୍ରେସ୍‌ ହର୍‌ମୋନ ବଢ଼ିବା ସହ ଇମ୍ୟୁନିଟି ସିଷ୍ଟମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

-ଇୟରଫୋନ୍‌ ଲଗାଇ ଲାଉଡ୍‌ ମ୍ୟୁଜିକ୍‌ ଶୁଣିବା ବି ଅନେକଙ୍କୁ ଭାରି ପସନ୍ଦ। ହେଲେ ଦୀର୍ଘ ସମୟ ଧରି ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକଙ୍କଠାରେ ଶ୍ରବଣ ସମସ୍ୟା ଦେଖାଦେଉଛି। ଏମିତିକି କାହା କାହାଠାରେ ଅଡିଓ ସେନ୍ସେରି ନର୍ଭସ ସିଷ୍ଟମ ଡ୍ୟାମେଜ ହୋଇ ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତି ମଧ୍ୟ ନଷ୍ଟ ହେଇଯାଉଛି।

ଡିଜିଟାଲ୍‌ ଡିଟକ୍ସ ଦ୍ୱାରାହେବେ ଉପକୃତ

ମୋବାଇଲ୍‌ ଫୋନ୍‌ର ଅଧିକ ବ୍ୟବହାର ଯୋଗୁ ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକେ ପ୍ରତିଦିନ ଏଥିରୁ କିଛି ସମୟ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଡିଜିଟାଲ୍‌ ଡିଟକ୍ସ ବୋଲି କୁହାଯାଉଛି…

-ଡିଟକ୍ସ ଲାଗି ସର୍ବପ୍ରଥମେ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। କାରଣ ଏହାର ଅର୍ଥ ନୁହେଁ ଯେ, ମାତ୍ର କିଛି ସମୟ ମନକୁ ବୁଝାଇ ରଖିବେ ଏବଂ ପୁନର୍ବାର ମୋବାଇଲ୍‌ ଦୁନିଆକୁ ଚାଲିଯିବେ। ଏଥିପାଇଁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ଦରକାର। ଧୀରେଧୀରେ ସେହି ସମୟ ଅବଧିକୁ ବଢ଼ାଇବା ଦ୍ୱାରା ଅଧିକ ଉପକୃତ ହୋଇପାରିବେ।

-ଆପଣଙ୍କୁ ନିଜ ମୋବାଇଲ୍‌କୁ ସାଇଲେଣ୍ଟ ମୋଡ୍‌ରେ ରଖିବା ସହ ବିଭିନ୍ନ ଆପ୍‌ ବିଶେଷକରି ସୋସିଆଲ୍‌ ସାଇଟ୍ସ ଆପ୍‌ଗୁଡିକର ନୋଟିଫିକେଶନ ଅଫ୍‌ କରି ରଖିବାକୁ ହେବ। ତେବେ ଫୋନ୍‌କୁ ପାଖରେ ନ ରଖି ଅନ୍ୟ ରୁମ୍‌ରେ ରଖିଲେ ଆପଣଙ୍କ ଲାଗି ଡିଜିଟାଲ୍‌ ଡିଟକ୍ସ ଅଧିକ ସହଜ ହୋଇପାରିବ।

-ଆପଣଙ୍କୁ ମିଳୁଥିବା ଫାଙ୍କା ସମୟରେ ଯଦି ପରିବାର ସହ କ୍ୱାଲିଟି ସମୟ ବିତାଇବେ, କିଛି ନୂଆ ଶିଖିବେ, ବୁଲିବାକୁ ଯିବେ, ନିଜ ରୁଚି ଥିବା କାର୍ଯ୍ୟ କରିବେ, ଏକ୍ସରସାଇଜ୍‌ କରିବେ; ତେବେ ମାନସିକ ଶାନ୍ତି ମିଳିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା ଯୋଗୁ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ବି ଦୂର ହୋଇପାରିବ।

ମନେରଖନ୍ତୁ

-ବ୍ୟବହାର କରିବା ବେଳେ କମ୍ଫର୍ଟେବଲ୍‌ ପୋଜିସନ୍‌ରେ ବସନ୍ତୁ; ଯେପରି ବେକ, ପିଠି, ଅଣ୍ଟା ସିଧା ରହିବ। ଯଦି ବେକ, ଅଣ୍ଟା, ମେରୁଦଣ୍ଡ ଆଦିରେ ଯନ୍ତ୍ରଣା ଆରମ୍ଭ ହୁଏ, ତେବେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ନ ରହି କିଛି ସମୟ ପାଇଁ ନିଜ ଜାଗାରୁ ଉଠି ଚଲାବୁଲା କରନ୍ତୁ।

ଯୋଗ କରିବା ଦ୍ୱାରା ମେରୁଦଣ୍ଡରେ ଥିବା ଷ୍ଟିଫ୍‌ନେସ୍‌ କମ୍‌ ହୋଇଥାଏ। ବିଶେଷକରି ଶାଲଭାସନ, ବକ୍ରାସନ, ଅର୍ଦ୍ଧଚକ୍ରାସନ, ଧନୁରାସନ, ଶବାସନ ଇତ୍ୟାଦି ବେଶ୍‌ ଉପକାରୀ। ତେବେ କୌଣସି ଯୋଗ ଟ୍ରେନର, ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଏହାକୁ କରିବା ନିରାପଦ। ବିଭିନ୍ନ ପ୍ରକାରର ନେକ୍‌ ଷ୍ଟ୍ରେଚ୍‌ ଏକ୍ସରସାଇଜ୍‌ କରନ୍ତୁ।

-ଅନେକେ ରାତିରେ ମୁଣ୍ଡ ପାଖରେ ଫୋନ୍‌ ରଖି ରାତିସାରା ଚାର୍ଜ କରିଥା’ନ୍ତି। ହେଲେ ଅଧିକ ସମୟ ଚାର୍ଜ ହେବା ଦ୍ୱାରା ମୋବାଇଲ୍‌ ଗରମ ହୋଇଯାଏ। ଫଳରେ ସେଥିରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଥାଏ, ଯାହାକି ସଭିଙ୍କ ପାଇଁ ବିପଦପୂର୍ଣ୍ଣ। ତା’ଛଡା ମୋବାଇଲ୍‌ରୁ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍‌ ଓ୍ବେବ୍‌ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ସମ୍ପୂର୍ଣ୍ଣ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ରାତିରେ ଫୋନ୍‌ ଚାର୍ଜ କରୁଥିଲେ ଶୋଇବା ପୂର୍ବରୁ ସ୍ବିଚ୍‌ ବନ୍ଦ କରିଦିଅନ୍ତୁ ଏବଂ ଫୋନ୍‌କୁ ନିଜ ପାଖରୁ ଅତିକମ୍‌ରେ ଏକ ମିଟରରୁ ଦୂରରେ ରଖନ୍ତୁ।

୭୩ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନ ଅବସରରେ ଆଜି ଆରମ୍ଭ ହେବ ବିଶ୍ବକର୍ମା ଯୋଜନା

COASTAL NEWS Odia 761

୭୩ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନ ଅବସରରେ ଆଜି ଆରମ୍ଭ ହେବ ବିଶ୍ବକର୍ମା ଯୋଜନା



ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିନ। ଆଉ ତାଙ୍କ ଜନ୍ମ ଦିନ ଅବସରରେ ଦେଶରେ ଆରମ୍ଭ ହେବ ବିଶ୍ବକର୍ମା ଯୋଜନା। ନରେନ୍ଦ୍ର ମୋଦି ଏକବିଂଶ ଶତାବ୍ଦୀ ଭାରତର ନୂଆ ବିଶ୍ବକର୍ମା ହୋଇ ଉଭା ହୋଇଛନ୍ତି। ତାଙ୍କର ନଅ ବର୍ଷର ଶାସନ କାଳରେ, ଅର୍ଥନୀତି ଓ ବୈଦେଶିକ ନୀତିରେ ଅନେକ ସଫଳତା ପାଇଛି ଭାରତ। କେବଳ ଏତିକ ନୁହଁ ଭାରତ ଆତ୍ମ ନିର୍ଭର ହେବା ସହ ସାମରିକ କ୍ଷେତ୍ରରେ ସଶକ୍ତ ହୋଇଛି। ସେହିପରି ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ । ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି । ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍‌ଥାନ ପତନ ଦେଖିଛନ୍ତି ମୋଦି। ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେବା ସହ ସେ ପ୍ରଥମ ବିଜେପି ନେତା ଯାହାଙ୍କ ନେତୃତ୍ୱରେ ୨୦୧୪ ଏବଂ ୨୦୧୯ରେ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାରରେ ବସିଛନ୍ତି । ବର୍ତ୍ତମାନ ପ୍ରାୟ ସାଢ଼େ ୯ ବର୍ଷ ହେଲା ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି। ଆସନ୍ତାବର୍ଷ ତାଙ୍କର ଦ୍ବିତୀୟ ପାଳିର ଅବଧି ପୂର୍ଣ୍ଣ ହେବାକୁ ଯାଉଛି।



ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟାଙ୍କ ପରଲୋକ

 COASTAL NEWS Odia 760

ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟାଙ୍କ ପରଲୋକ


ଭୁବନେଶ୍ବର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ, ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଶାରୀରିକ ଅସୁସ୍ଥତା ପରେ ଗତକାଲି ନିଜ ଦିଲ୍ଲୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ମେହଟ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଥିଲେ। ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହଟ୍ଟା ସୁପ୍ରସିଦ୍ଧ ଆମେରିକୀୟ ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ରେ ସୋନି ମେହଟ୍ଟାଙ୍କ ପରଲୋକ ଘଟିଥିଲା। ସେ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ବିଶେଷ ଭାବେ ଯୁଦ୍ଧ କ୍ଷେତ୍ରରେ ସାମ୍ବାଦିକତା ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

ତାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଯିବେ।

ସଂକ୍ଷେପରେ…

ନାମ: ଗୀତା (ପଟ୍ଟନାୟକ) ମେହଟ୍ଟା

ଜନ୍ମ: ୧୯୪୩ (ଦିଲ୍ଲୀ)

ପିତା: ବିଜୁ ପଟ୍ଟନାୟକ

ମାତା: ଜ୍ଞାନ ପଟ୍ଟନାୟକ

ଶିକ୍ଷା ଗ୍ରହଣ: ଭାରତ, ବ୍ରିଟେନ

ସର୍ବୋଚ୍ଚ ସମ୍ମାନ: ପଦ୍ମଶ୍ରୀ (୨୦୧୯)

ବୃତ୍ତଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା: ୧୪

ଯୁଦ୍ଧ ସମ୍ବାଦଦାତା: ୧୯୭୦-୧୯୭୧

ପ୍ରସିଦ୍ଧ ବୃତ୍ତଚିତ୍ର: ବାଂଲାଦେଶ ରିଭଲ୍ୟୁସନ, ଡେଟଲାଇନ ବାଂଲାଦେଶ

ବିବାହ: ୧୯୬୫

ସ୍ୱାମୀ: ସୋନି ମେହଟ୍ଟା

ପୁଅ: ଆଦିତ୍ୟ ସିଂ ମେହଟ୍ଟା


Saturday, September 16, 2023

ଆମେରିକାନ୍ ଲେଖିକା ଗୀତା ମେହେଟ୍ଟା ଙ୍କ ପରଲୋକ

 COASTAL NEWS Odia 759

ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଙ୍କ ପରଲୋକ








ଭୁବନେଶ୍ବର - ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଙ୍କ 80 ବର୍ଷ ବୟସରେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ l  ସେ ଏକ ଜଣାଶୁଣା ଓଡିଆ ପରିବାରରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ, ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ପରେ ଓଡିଶାର ମୁଖ୍ୟମନ୍ତ୍ରୀ, ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ଯାହା ପରେ ଓଡ଼ିଶା ଜନ୍ମିତ ବିଦେଶରେ ବିଶିଷ୍ଟ ଲେଖକ ସାମ୍ବାଦିକା ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ କବି ଭାବେ ଜଣାଶୁଣା।  

ତାଙ୍କ ସାନଭାଇ ନବୀନ ପଟ୍ଟନାୟକ 2000 ମସିହାରୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ସେ ଭାରତରେ ଏବଂ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଛନ୍ତି।  ତାଙ୍କୁ 2019 ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାର ପାଇଁ ବିଚାର କରାଯାଇଥିଲା, ଯାହାକୁ ସେ ରାଜନୈତିକ କାରଣରୁ ମନା କରିଦେଇଥିଲେ। 

ସେ ବ୍ରିଟେନ, ୟୁରୋପୀୟ ଏବଂ ଆମେରିକୀୟ ନେଟୱାର୍କ ପାଇଁ 14 ଟି ଟେଲିଭିଜନ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ଏବଂ  ନିର୍ଦ୍ଦେଶନା ଦେଇଛନ୍ତି |  1970–1971 ମସିହାରେ ସେ ଆମେରିକାର ଟେଲିଭିଜନ୍ ନେଟୱାର୍କ NBC ପାଇଁ ଟେଲିଭିଜନ୍ ଯୁଦ୍ଧ ସମ୍ବାଦଦାତା ଥିଲେ |  ବାଂଲାଦେଶ ବିପ୍ଳବର ଡାଟଲାଇନ୍ ବାଂଲାଦେଶର ତାଙ୍କ ଚଳଚ୍ଚିତ୍ର ସଂକଳନ ଉଭୟ ଭାରତ ତଥା ବିଦେଶର ସିନେମାରେ ପ୍ରଦର୍ଶିତ ହୋଇଥିଲା |

ସେ ଆଲଫ୍ରେଡ ଏ ନୋପଫ ପ୍ରକାଶନ ସଂସ୍ଥାର ପୂର୍ବତନ ମୁଖ୍ୟ ସନ୍ନି ମେହେଟ୍ଟାଙ୍କ ପତ୍ନୀ , ଯାହାଙ୍କୁ ସେ 1965 ମସିହାରେ ବିବାହ କରିଥିଲେ।  ତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି।  ତାଙ୍କ ପୁସ୍ତକଗୁଡିକ 21 ଟି ଭାଷାରେ ଅନୁବାଦ କରାଯାଇଛି ଏବଂ ୟୁରୋପ, ଆମେରିକା ଏବଂ ଭାରତର ବିକ୍ରେତା ତାଲିକାରେ ସ୍ଥାନ ପାଇଛି |  

ତାଙ୍କର କାଳ୍ପନିକ ଏବଂ ଅଣ-କଳ୍ପନା କେବଳ ଭାରତ - ଏହାର ସଂସ୍କୃତି ଏବଂ ଇତିହାସ ଉପରେ ଏବଂ ପାଶ୍ଚାତ୍ୟ ଧାରଣା ଉପରେ ଧ୍ୟାନ ଦେଇଥାଏ |  ତାଙ୍କର ଲେଖନୀ ସ୍ରୁଷ୍ଟ କାର୍ଯ୍ୟଗୁଡ଼ିକ ସାମ୍ବାଦିକତା ଏବଂ ରାଜନୈତିକ ପୃଷ୍ଠଭୂମି ମାଧ୍ୟମରେ ପ୍ରାପ୍ତ ଜ୍ଞାନକୁ ପ୍ରତିଫଳିତ କରେ |

ଗୀତା ମେହେଟା ତାଙ୍କ ସମୟକୁ ନ୍ୟୁୟର୍କ ସିଟି, ଲଣ୍ଡନ ଏବଂ ନୂଆଦିଲ୍ଲୀ ମଧ୍ୟରେ ଅତିବାହିତ କରନ୍ତି |

ଗୀତା ମେହେଟ୍ଟା ଙ୍କ ନିଧନ ଖବର ରେ ଓଡିଶା ରେ ଶୋକର ଛାୟା ଖେଳିଯାଇଛି l





 





ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ

 COASTAL NEWS Odia 858

ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ


ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ ଶୁଳ୍କ ଆସନ୍ତା ମାସରୁ ୧୨୭ ପାଉଣ୍ଡ (୧୩ହଜାରରୁ ଅଧିକ)ରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ।

ପରିଦର୍ଶନ ଭିଜା ଫିରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଯାହା ଦେଶରେ ଭିଜା ପାଇଁ ଆବେଦନ କରିବା ପରିମାଣ ସହିତ ସମାନ। ଛଅ ମାସରୁ କମ ସମୟ ପାଇଁ ଭିଜା ପାଇଁ ଦେୟ ମଧ୍ୟ ୧୫ ପାଉଣ୍ଡରୁ ୧୧୫ ପାଉଣ୍ଡକୁ ବୃଦ୍ଧି କରାଯାଇଛି। ସଂସଦର ଅନୁମୋଦନ ଅନୁଯାୟୀ ଅକ୍ଟୋବର ୪ ରୁ ଇମିଗ୍ରେଶନ ଏବଂ ଜାତୀୟତା ଦେୟ ବୃଦ୍ଧି ପାଇବ ।

ପରିସଂଖ୍ୟାନ ଅନୁଯାୟୀ, ୨୦୨୧-୨୦୨୨ ମସିହାରେ ୧୨୦,୦୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନରେ ଅଧ୍ୟୟନ କରୁଛନ୍ତି। ଭାରତୀୟ ଛାତ୍ରୀଛାତ୍ରମାନେ ଦେଶର ସର୍ବ ବୃହତ ଅନ୍ତର୍ଜାତୀୟ ଶିକ୍ଷାର୍ଥି ଭାବେ ଦେଶରେ ଉଭା ହୋଇଛନ୍ତି। ସରକାର କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ସେବା ତଥା ସରକାରୀ କ୍ଷେତ୍ରର ଦରମା ବୃଦ୍ଧି ପାଇଁ ଅଧିକ ଅର୍ଥ ପ୍ରଦାନକୁ ପ୍ରାଥମିକତା ଦେବା ପାଇଁ ଇମିଗ୍ରେଶନ ଏବଂ ଜାତୀୟତା ଫିରେ ପରିବର୍ତ୍ତନ କରାଯାଇଛି।

ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତୁ

 COASTAL NEWS Odia 757

ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତୁ 


ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ ସମୟ ଥିଲା, ଯେତେବେଳେ ସଲମାନ ପ୍ରଥମ ଫିଲ୍ମରେ ମାତ୍ର ୧୧ ହଜାର ଫି’ ନେଇ କାମ କରିଥିଲେ। ଆଜି ସେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।

ସଲମାନ ୧୯୮୮ରେ ‘ବିବି ହୋ ତୋ’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ଫାରୁକ ଶେଖ୍‌ ଏବଂ ରେଖା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସଲମାନ ସହାୟକ ଭୂମିକାରେ ଥିଲେ। ଏହି ଫିଲ୍ମ ପାଇଁ ସଲମାନ ମାତ୍ର ୧୧ ହଜାର ଟଙ୍କା ପାରିଶ୍ରମିକ ନେଇଥିଲେ।

ବର୍ତ୍ତମାନ ସଲମାନ ବଲିଉଡ୍‌ର ସର୍ବାଧିକ ପାରିଶ୍ରମିକ ପାଉଥିବା ଜଣେ ସୁପରଷ୍ଟାର ହୋଇପାରିଛନ୍ତି। ସଲମାନ ତାଙ୍କର ଫିଲ୍ମ ‘ଟାଇଗର’ ପାଇଁ ୧୦୦ କୋଟି ଟଙ୍କା ଫି’ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ରିୟାଲିଟି ଶୋ’ ବିଗ୍‌ ବସ୍‌ର ହୋଷ୍ଟ କରୁଛନ୍ତି। ଗୋଟିଏ ଏପିସୋଡ୍‌ ପାଇଁ ୧୨ କୋଟି ଟଙ୍କା ନିଅନ୍ତି।

ସଲମାନଙ୍କ ବାର୍ଷିକ ରୋଜଗାର ହେଉଛି ୨୦୦ କୋଟି ଟଙ୍କା । ତାଙ୍କର ମୋଟ୍‌ ସମ୍ପତ୍ତି ମୂଲ୍ୟ ୨୮୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଯଦି ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ବ୍ରାଣ୍ଡକୁ ସମର୍ଥନ କରନ୍ତି, ତେବେ ସେ କେବଳ ଗୋଟିଏ ପୋଷ୍ଟ ଶେୟାର କରିବା ପାଇଁ ୫୦ ଲକ୍ଷ ଟଙ୍କା ଶୁଳ୍କ ଆଦାୟ କରନ୍ତି।

ସଲମାନଙ୍କ ‘ଗାଲାକ୍ସି’ ଆପାର୍ଟମେଣ୍ଟର ମୂଲ୍ୟ ୧୧୪ କୋଟି ଟଙ୍କା। ପାନଭେଲରେ ତାଙ୍କର ଏକ ଫାର୍ମହାଉସ ଅଛି ଯାହାର ମୂଲ୍ୟ ୯୪ କୋଟି ଟଙ୍କା। ଏହା ବ୍ୟତୀତ ଚିମ୍ବାଇ ରୋଡ୍‌ରେ ତାଙ୍କର ଏକ ସମ୍ପତ୍ତି ଅଛି ଯାହାର ମୂଲ୍ୟ ୧୭ କୋଟି ଟଙ୍କା। ଗୋରାଇ ବେଳାଭୂମିରେ ୩୫ କୋଟି ମୂଲ୍ୟର ଏକ ଘର ଅଛି। ଏଥି ସହିତ ମୁମ୍ବାଇ ଏବଂ ଦୁବାଇରେ ତାଙ୍କର ଆଉ ତିନୋଟି ଜାଗା ରହିଛି।

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ

 COASTAL NEWS Odia 756

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ


 ୮୫ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ବାହିନୀ ଏବଂ କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୮୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କର ସାହସିକତା, ଉଲ୍ଲେଖନୀୟ ଏବଂ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ।

ସ୍ଥାନୀୟ ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ୨୦୨୧ ମସିହା ସ୍ୱତନ୍ତ୍ରତା ଦିବସ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ରାଜ୍ୟ ଆରକ୍ଷୀ ବାହିନୀର ମୋଟ ୬୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସାହସିକତା ପଦକ ପ୍ରଦାନ କରିଥିଲେ ।

ସେହିପରି ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଯୋଗ୍ୟ ରାଜ୍ୟ ଆରକ୍ଷୀ ବାହିନୀର ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ବିଶିଷ୍ଟ ସେବା ନିମନ୍ତେ ଏବଂ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା । ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ କାରାଗାର ସଂସ୍ଥା ଓ ସଂସ୍କାର ସେବା ବର୍ଗର ତିନି ଜଣ ଅଧିକାରୀଙ୍କୁ ସେମାନଙ୍କର ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିବା ବେଳେ ଦୁଇଜଣ ଅଧିକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା ।

ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ସମସ୍ତଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଥିଲେ । ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ୍‌, ରାଜ୍ୟ କାରାଗାର ଓ ସଂସ୍କାର ସେବା ମହାନିର୍ଦ୍ଦେଶକ ଡ. ମନୋଜ କୁମାର ଛାବ୍ରାଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...