AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ପାନୀୟ ଜଳ ଯୋଗାଣ ନିମନ୍ତେ ପମ୍ପ୍ ହାଉସ୍ କୁ ବିଜୁଳି ଯୋଗାଣ ବନ୍ଦ

 COASTAL NEWS Odia 733

ବିଲ୍‌ ପୈଠ ସତ୍ତ୍ବେ କଟିଲା ସଂଯୋଗ ପାଣି ଯୋଗାଣ ବନ୍ଦ

 


ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବଡ଼ାମ୍ବିଳା ଓ ମହୁ ଗ୍ରାମପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଥିବା ପମ୍ପ୍ ହାଉସ୍‌ରୁ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଛି ଟାଟା ପାୱାର । ଫଳରେ ଦୁଇ ଦିନ ହେବ ଦୁଇଟି ପଞ୍ଚାୟତର ଜନ ସାଧାରଣ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପମ୍ପ୍ ହାଉସ୍ କରାଯିବା ସହିତ ଆବଶ୍ୟକୀୟ  ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଭରଣା କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରାୟ ୬ ମାସ ହେବ ଏହି ଅର୍ଥ ପଞ୍ଚାୟତକୁ ଆସୁନାହିଁ । ଫଳରେ ବିଭିନ୍ନ ପଞ୍ଚାୟତ ଅଧୀନରେ ଥିବା ପାଣିପମ୍ପର ବିଲ ଲକ୍ଷାଧୂକ ଟଙ୍କା ବାକି ରହିଛି।

ଗତ ସୋମବାର ଦିନ ବଡ଼ାମ୍ବିଳା ଓ ମହୁ ପଞ୍ଚାୟତ ପକ୍ଷରୁ ପମ୍ପ ହାଉସ୍‌ର ବିଦ୍ୟୁତ୍ ଦେୟ କିଛି ପୈଠ ହୋଇ ସାରିବା ପରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବକେୟା ବିଲ୍‌ ପୈଠ ବାହାନାରେ ଦୁଇଟି ପଂଚାୟତର ପମ୍ପ୍ ହାଉସ୍‌ରୁ ବିଦ୍ୟୁତ୍ସଂଯୋଗ କାଟି ଦିଆଯାଇଛି। ଫଳରେ ଦୁଇ ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ

ଅଧିକାରୀ ପ୍ରମୋଦ କୁଣ୍ଡ କହିଛନ୍ତି ଯେ, ପ୍ରାୟ ୬ ମାସ ହେବ ଟଙ୍କା ଆସୁନଥିବା ବେଳେ ଗତ ମାସରେ ବିଡିଓଙ୍କ ବଦଳି ଫଳରେ ଡଙ୍ଗଲ ସମସ୍ୟା ଦେଖା ଦେଇଥିଲା। ସଂପ୍ରତି ଅଳ୍ପ କିଛି ବିଲ୍ ବାକି ଥିବା ବେଳେ ବିଭାଗ ମନମୁଖୀ ଭାବେ ସଂଯୋଗ କାଟି ଦେଇଛନ୍ତି । 

ଏ ନେଇ ଆଳି ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ପ୍ରେମାନନ୍ଦ ବେହେରା କହିଛନ୍ତି ଯେ ଟାଟା ପାଓ୍ବାର ପକ୍ଷରୁ ପମ୍ପ୍ ହାଉସରେ ପ୍ରିପେଡ୍‌ ବିଲିଂ ସିଷ୍ଟମ୍ କରାଯାଇଥିବାରୁ ଡିପୋଜିଟ୍ ହୋଇଥିବା ପ୍ରିପେଡ ପଇସା ସରି ଯାଇଥିବାରୁ ବିଦ୍ୟୁତ୍‌ ଯୋଗାଣ ଉପରୁ ଆପେ ଆପେ ବନ୍ଦ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି। ସ୍ଥାନୀୟ ବିଦ୍ୟୁତ ଯୋଗାଣ ଅଫିସର ଏଥିରେ କୌଣସି ଭୂମିକା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି l

ଲମ୍ପଟ ସ୍କୁଲ ଶିକ୍ଷକକୁ କୋଡିଏ ବର୍ଷ ସଜା

 COASTAL NEWS Odia 732

ଲମ୍ପଟ ସ୍କୁଲ ଶିକ୍ଷକକୁ କୋଡିଏ ବର୍ଷ ସଜା



ଦେଓଗାଁ - ଲମ୍ପଟ ସ୍କୁଲ ଶିକ୍ଷକକୁ କୋଡିଏ ବର୍ଷ ସଜା। ଏପରି ଏକ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିଛନ୍ତି ବଲାଙ୍ଗିର ପୋକ୍ସୋ ସ୍ପେସିଆଲ ଜଜ। ଦେଓଗାଁ ବ୍ଲକର ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କୁ ଏପରି ସଜା ଶୁଣାଇଛନ୍ତି ମାନ୍ୟବର ବିଚାରପତି।

ଦେଓଗାଁ ଥାନା ଅଂଚଳର ଏକ ସ୍କୁଲର ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକି ଅସଦାଚରଣ କରୁଥିଲା ବିଶ୍ୱନାଥ। ଘଟଣା ସମ୍ପର୍କରେ କାହାକୁ କହିଲେ ସ୍କୁଲରୁ ବାହାର କରିଦିଆଯିବ ବୋଲି ଧମକ ଦେଇଥିଲା। ଯେଉଁଥିପାଇଁ ଛାତ୍ରୀମାନେ ପରିବାର ଲୋକଙ୍କୁ କହିନଥିଲେ। ତେବେ ଜଣେ ଛାତ୍ରୀ ପରିବାର ଲୋକଙ୍କ ପାଖରେ ସବୁ କଥା କହିଥିଲେ। ଏହା ପରେ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ। ୨୦୨୨ ଅଗଷ୍ଟ ୨୫ ତାରିଖରେ ଗାଁ ଲୋକେ ଶିକ୍ଷକଙ୍କୁ ଘେରାଉ କରିଥିଲେ। ଏପରିକି ଅସଦାଚରଣରେ ଶିକାର ହୋଇଥିବା ଛାତ୍ରୀମାନେ ମୁହଁ ଖୋଲିଥିଲେ। 

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଶିକ୍ଷକ ବିଶ୍ୱନାଥକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ। ଏହା ପରେ ଦେଓଗାଁ ଥାନା ପୁଲିସ ସ୍କୁଲ ଯାଇ ଶିକ୍ଷକ ବିଶ୍ୱନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଜା ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।ଏହି ଖବର ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l

ଧାମନଗର ତହସିଳ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ

 COASTAL NEWS Odia 731

ଧାମନଗର ତହସିଳ କାର୍ଯ୍ୟାଳୟରେ ଜମି ଜାଲିଆତି ଅଭିଯୋଗ 



ଭଦ୍ରକ  – ଏହି ଜିଲାର ଧାମନଗର ତହସିଳ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀ ବେଆଇନ୍ ଭାବେ ଏକ ଜମିର ନାମଜାରୀ କରିଥିବା ବିରୁଦ୍ଧରେ ଉପଜିଲାପାଳ, ସ୍ଥାନୀୟ ତହସିଲଦାର ଓ ସହୀଦନଗର ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ ପରେ ଏହି ଘଟଣାକୁ ଚଞ୍ଚକତାପୂର୍ଣ୍ଣ ଭାବେ ଚପାଇଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । 

ବିଶେଷକରି ଦୀର୍ଘବର୍ଷ ଧରି ଏଭଳି ଏକ ସଂଗୀନ ଅନିୟମିତତା ବିରୁଦ୍ଧରେ ପ୍ରଶାସନର ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଅଭିଯୋଗକାରୀ ଜଣାଇ ଆସୁଥିଲେ ମଧ୍ୟ ନ୍ୟାୟ ପାଇବା ତ ଦୂରର କଥା ଏବେ ଘଟଣାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜାଣିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଥିବାବେଳେ ସମସ୍ତ ଅଭିଯୋଗକୁ ସରକାରୀ ଖାତାରୁ ଉଭାନ୍ କରିଦିଆଯାଇଛି । 

ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଧାମନଗର ତହସିଲ ଅଧୀନସ୍ଥ ସରପୁର ସାମିଲ ଲେଙ୍କାସାହି ନିବାସୀ ଶୋଭାବତୀ ଦାସ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ ତାଙ୍କର ଏକ ପୈତୃକ ଜମିକୁ ସେହି ଗ୍ରାମର ପ୍ରହଲ୍ଲାଦ ଦାସ ତଂଚକତା କରି ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କ ସହାୟତାରେ ବେଆଇନ୍ ଭାବେ ନାମଜାରୀ କରିନେଇଥିଲେ । ଏହି ଘଟଣା ଜାଣିବା ପରେ ଶ୍ରୀମତୀ ଦାସ ସଂପୃକ୍ତ କାର୍ଯ୍ୟାଳୟରେ ତାହା ରଦ୍ଦ କରିବା ନେଇ ଆବେଦନ କରିଥିଲେ । କିନ୍ତୁ କୌଣସି ସୁଫଳ ସେ ପାଇନଥିଲେ ।

ତେବେ ସେ ଉକ୍ତ ଜମିଟିର ରଦ୍ଦନାମା ନେଇ ୨୦୧୩ ମାର୍ଚ୍ଚ ୧୮ ରେ ଭଦ୍ରକ ଉପଜିଲାପାଳଙ୍କ ସମେତ ଧାମନଗର ତହସିଲଦାର ଓ ସହୀଦନଗର ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ରେଜେଷ୍ଟ୍ରି ଉଇଥ୍ ଏଡି ଡାକ ଯୋଗେ ଅଭିଯୋଗ କରି ଏକ ଦରଖାସ୍ତ ପ୍ରଦାନ କରିଥିଲେ । ଯାହାକୁ ତା ପରଦିନ ଅର୍ଥାତ୍ ୧୯ ଓ ୨୦ ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତେ ଗ୍ରହଣ କରିଥିବାର ଏଡି ଫେରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ବେଆଇନ୍ ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଭିଯୋଗକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହା ଜାଣିବା ନିମନ୍ତେ ସୂଚନା ଅଧିକାର ଆଇନ୍ ବଳରେ ଗତ ଅଗଷ୍ଟ ୧୧ ତାରିଖ ଦିନ ଯେଉଁ ତଥ୍ୟ ମାଗିଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି । 

ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଶୋଭାବତୀ ଯେଉଁ ତଥ୍ୟ ପାଇଛନ୍ତି, ସେଥିରେ ସେ ଦେଇଥିବା କୌଣସି ଅଭିଯୋଗ ପତ୍ର ଗ୍ରହଣର ଚିହ୍ନବର୍ଣ୍ଣ ନଥିବାର ଦର୍ଶାଯାଇଛି । ଯଦି ଶୋଭାବତୀଙ୍କ କୌଣସି ଆବେଦନ ଉପଜିଲାପାଳଙ୍କ ନିକଟରେ ପ୍ରଦାନ କରାଯାଇନାହିଁ ବୋଲି ସୂଚନା ଅଧିକାର ଆଇନ୍‌ର ତଥ୍ୟ କହୁଛି, ତେବେ ଅଭିଯୋଗକାରୀଙ୍କ ନିକଟରେ ଥିବା ଉପଜିଲାପାଳଙ୍କ ଅଫିସର ମୋହର ଓ ଦସ୍ତଖତ ସମ୍ବଳିତ ପତ୍ରଟି ତାଙ୍କୁ କିଏ ଦେଲା । 

ଏଣୁ ଏଭଳି ଏକ ଘଟଣାରେ ଅସାଧୁ କର୍ମଚାରୀଙ୍କ ହାତ ଯେ ଧାମନଗର ତହସିଲରୁ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଛି, ଏଥିରେ ସନ୍ଦେହ ନାହିଁ ବୋଲି ଅଭିଯୋଗକାରୀ ଗଣମାଧ୍ୟମକୁ କହିଛନ୍ତି । ଏବଂ ଏହି ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଜିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

 COASTAL NEWS Odia 730

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ



ମୁଖ୍ୟମନ୍ତ୍ରୀ କହିଲେ ମା’ମାନଙ୍କ ହାତରେ ରହିଛି କାର୍ଯ୍ୟକ୍ରମ ସଫଳତାର ଚାବିକାଠି

ଭୁବନେଶ୍ବର -ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ।

ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍‌ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି। ‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି। ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି। ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରତ୍ୟେକ ମହିଳା ଓ ଶିଶୁ ସ୍ୱାସ୍ଥ୍ୟବାନ ହୋଇପାରିବେ। ଏହା ଦ୍ୱାରା ଆମେ ସମୃଦ୍ଧି ପଥରେ ଆଗେଇବା ସହିତ ଆମ ଲକ୍ଷ୍ୟ ହାସଲରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, 5Tର ପାଞ୍ଚଟି ଉପାଦାନର ପ୍ରୟୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଂଶ୍ଳିଷ୍ଟ କରି ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟକରିବ ବୋଲି ମୁଁ ଦୃଢ ନିଶ୍ଚିତ। ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଉନ୍ନତ ପୁଷ୍ଟି ଯୋଗାଇ ଦେଇ ସାମଗ୍ରୀକ ବିକାଶକୁ ଆହୁରି ଆଗକୁ ନେବ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ  ବାସନ୍ତୀ ହେମ୍ବ୍ରମ କହିଲେ ଯେ, ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଆମ ପାଇଁ ଏକ ମିଶନ। ଏହି ଯୋଜନା ସମଗ୍ର ଓଡିଶାବାସୀଙ୍କ ଜୀବନ ଓ ଭବିଷ୍ୟତକୁ ଉନ୍ନତ କରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ପୁଷ୍ଟି ସୂଚକାଙ୍କରେ ଧିରେ ଧିରେ ଆମେ ଉପରକୁ ଉଠୁଛୁ। ଜାତୀୟ ସ୍ତରରେ ମଧ୍ୟ ଏ କ୍ଷେତ୍ରରେ ଓଡିଶା ଭଲ ସ୍ଥିତିରେ ରହିଛି। ପୁଷ୍ଟିସାଧନ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ  ଲିଙ୍ଗରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଗିରଫ

 COASTAL NEWS Odia 729

ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ  ଗିରଫ



ଭୁବନେଶ୍ବର - ଓଏଏସ୍‌ ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୧୯୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। 

ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଶ୍ରୀ ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ତା’ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ତାଙ୍କର ଏକ କୋଠା ଅଛି।

ତାଙ୍କର ୬ଟି ପ୍ଲଟ୍‌ ଅଛି। ସେଥିରୁ ୫ଟି ବାଣପୁରର ଛୋଟରାୟପୁର ଶାସନରେ ଥିବା ବେଳେ ଆଉ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି। ବାଲୁଗାଁର ରାମପୁର ମୌଜାରେ ଆଉ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କ ଆଗୁଆ ପୈଠ କରିଛନ୍ତି। 

ସଂଗ୍ରାମ କେଶରୀ ଜେନାଙ୍କ ବ୍ୟାଙ୍କ ଓ ବୀମା ଜମା ବାବଦକୁ ୨୧.୪୬ ଲକ୍ଷ ଟଙ୍କା ଅଛି। ତାଙ୍କର ୩ଟି ଚାରି ଚକିଆ ଗାଡ଼ି (TATA Harrier, Maruti Ertiga & Maruti Alto LXI) ଅଛି। ଏହା ସହିତ ୨ଟି ଦୁଇ ଚକିଆ ଗାଡ଼ି ଅଛି।

ପାଗ ଖରାପ, ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ମୋଦିଙ୍କ ବିମାନ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ସୁରକ୍ଷା କଡାକଡି Prangyan Parimita ODISHA, PUBLISHED: THURSDAY, 14 SEPTEMBER 2023 LAST UPDATED: 14 SEPTEMBER 2023, 02:40 PM IST BY: PRANGYAN PARIMITA Narendra Modi Narendra Modi ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଝାରସୁଗୁଡା ବିମାନ ବନ୍ଦରକୁ ପୋଲିସ୍‌ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହେଲିକପ୍ଟର ବି ପହଞ୍ଚି ସାରିଛି । ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି। Also Read ବିଜେଡି ନେତାଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ସରପଞ୍ଚ ବିଜେଡି ନେତାଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ସରପଞ୍ଚ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ... ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ... ସମ୍ଭାବନାକୁ ଦେଖି ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡ ଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦ

 COASTAL NEWS Odia 728

ପାଗ ଖରାପ, ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ମୋଦିଙ୍କ ବିମାନ

 

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ସୁରକ୍ଷା କଡାକଡି 

ଭୁବନେଶ୍ବର - ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଝାରସୁଗୁଡା ବିମାନ ବନ୍ଦରକୁ ପୋଲିସ୍‌ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହ

ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି।

               

 ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡ ଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦି।


ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କର। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି।

ସମ୍ଭାବନାକୁ ଦେଖି ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡ ଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦି।

ଚୀନର ଆଭ୍ୟନ୍ତରୀଣ ରାଜନୀତି

 COASTAL NEWS Odia 727

ଚୀନର ଆଭ୍ୟନ୍ତରୀଣ ରାଜନୀତି



ଜାପାନ - ସେକ୍ସପିଅର ତାଙ୍କ ନାଟକ ହାମଲେଟ୍‌ରେ ଲେଖିଥିବା ଧାଡ଼ିଟିଏ- ଡେନ୍‌ମାର୍କ ରାଜ୍ୟରେ କିଛି ପଚି ଯାଇଛି! ଏହା ସେହିପରି ସଂକେତ ଦିଏ। ଚୀନ ରାଜନୀତିରେ କିଛି ପଚି ଯାଇଛି କି? ଏଭଳି ପ୍ରଶ୍ନ ଓ ସନ୍ଦେହ ପ୍ରକଟ କରିଛନ୍ତି ଜାପାନରେ ଅବସ୍ଥିତି ମାର୍କିନ ରାଷ୍ଟ୍ରଦୂତ ରାହ୍‌ମ ଇମାନୁଏଲ।

ଚୀନର ଆଭ୍ୟନ୍ତରୀଣ ରାଜନୀତି ଓ ସରକାରରେ ସୃଷ୍ଟି ହୋଇଥିବା ଏକ ସଂକଟ ସଂପର୍କରେ ଇମାନୁଏଲ ପୂର୍ବରୁ ଟୁଇଟର ନାମରେ ଖ୍ୟାତ ଏବେକାର ଏକ୍ସରେ କ୍ରମାଗତ ଭାବେ ଦୁଇ ଥର ଚୀନ ସରକାରରେ ଘଟିଥିବା ଦୁଇଟି ରହସ୍ୟଜନକ ଘଟଣା ସଂପର୍କରେ ଉପସ୍ଥାପନ କରିଛନ୍ତି।

କିଛି ମାସ ତଳେ ପ୍ରଥମେ ଚୀନର ବୈଦେଶିକ କିନ୍‌ ଗାଙ୍ଗ ନିଖୋଜ ହୋଇଗଲେ। ଚୀନ ସରକାରଙ୍କ ତରଫରୁ ଏନେଇ କିଛି କୁହାଯାଗଲା ନାହିଁ। ଶୁଣାକଥାକୁ ନେଇ ଖବର ଆସିଲା ଯେ ସେ ପ୍ରେମରେ ପଡ଼ିଯାଇଛନ୍ତି। ସେଥିପାଇଁ କାର୍ଯ୍ୟରେ ଯୋଗଦେଉ ନାହାନ୍ତି। ମାତ୍ର, ପରେ ଜଣାପଡ଼ିଲା ଯେ ତାଙ୍କର ଦୀର୍ଘ ଅନୁପସ୍ଥିତି ପରେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରିଛନ୍ତି।

ଏବେ ପୁଣି ଖବର ମିଳୁଛି ଯେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ତିନି ସପ୍ତାହ ଧରି ନିଖୋଜ। ଇମାନୁଏଲ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଯେମିତି ସେକ୍ସପିଅରଙ୍କ ନାଟକ ହାମଲେଟ୍‌ରେ ଲେଖାଅଛି, ଡେନ୍‌ମାର୍କରେ କିଛି ଗୋଟେ ପଚି ଯାଇଛି! ପ୍ରଥମେ ନି ସପ୍ତାହ ଧରି ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କଠାରୁ କିଛି ଶୁଣିବାକୁ ମିଳିନାହିଁ କିମ୍ବା ସାଧାରଣରେ ସେ ଦେଖାଯାଇ ନାହାନ୍ତି। ଦ୍ୱିତୀୟରେ ସେ ତାଙ୍କର ଭିଏତନାମ ଗସ୍ତରେ ମଧ୍ୟ ଦେଖାଗଲେ ନାହିଁ। ଏବଂ ଏବେ ସେ ସିଙ୍ଗାପୁର ନୌସେନା ମୁଖ୍ୟଙ୍କ ସହ ତାଙ୍କର ଧାର୍ଯ୍ୟ ବୈଠକରେ ମଧ୍ୟ ଅନୁପସ୍ଥିତ ରହିଲେ। କାରଣ କ’ଣ ସେ ଏବେ ଗୃହବନ୍ଦୀ?

ସେପ୍ଟେମ୍ବର ୮ ତାରିଖରେ ମଧ୍ୟ ରାଷ୍ଟ୍ରଦୂତ ଇମାନୁଏଲ ଏକ୍ସରେ ଅନ୍ୟ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଆଗାଥା କ୍ରିଷ୍ଟିଙ୍କ ଉପନ୍ୟାସ ‘ଆଣ୍ଡ ଦେନ୍‌ ଦେୟାର ୱେଆର୍‌ ନନ୍‌ (ଏବଂ ସେବେ ଆଉ କେହି ନଥିଲେ!) ସହ ଚୀନର ଅବସ୍ଥାକୁ ତୁଳନା କରିଥିଲେ। ସେ ଲେଖିଥିଲେ, ରାଷ୍ଟ୍ରପତି ଜି’ଙ୍କ କ୍ୟାବିନେଟ୍ ଆଗାଥା କ୍ରିଷ୍ଟିଙ୍କ ଉପନ୍ୟାସ ଆଣ୍ଡ ଦେୟାର୍‌ ୱେଆର୍‌ ନନ୍‌ ସହ ସାମଞ୍ଜସ୍ୟ ରଖୁଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗ ନିଖୋଜ ହୋଇଗଲେ। ତା’ପରେ ରକେଟ୍‌ ବାହିନୀର ଦୁଇ ଜଣ କମାଣ୍ଡରଙ୍କ ପତ୍ତା ମିଳିଲା ନାହିଁ ଏବଂ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ଦୁଇ ସପ୍ତାହ ଧରି ନିଖୋଜ।

ଏନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଟୋକିଓରେ ଥିବା ଜାପାନ ଦୂତାବାସ ପକ୍ଷରୁ ମଧ୍ୟ ଅଧିକ କିଛି କୁହାଯାଇ ନାହିଁ। ତେବେ, ସନ୍ଦେହ କରାଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଏବେ ଗୃହବନ୍ଦୀ। ଗୁରୁବାର ଅର୍ଥାତ ସେପ୍ଟେମ୍ବର ୧୪ ତାରିଖରେ ରଏଟର ସମ୍ବାଦ ପ୍ରସାରଣ କଲା ଯେ ଭିଏତନାମର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଉଚ୍ଚ ସ୍ତରୀୟ ସହିତ ସାକ୍ଷାତ ଆଲୋଚନାକୁ ହଠାତ ବାତିଲ କରିଦେଲେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ। ସେ ଶେଷ ଥର ପାଇଁ ଅଗଷ୍ଟ ୨୯ ତାରିଖରେ ବେଜିଂରେ ଦେଖାଦେଇଥିଲେ। ସେତେବେଳେ ସେ ଆଫ୍ରିକୀୟ ରାଷ୍ଟ୍ରଗୋଷ୍ଠୀର ଏକ ନିରାପତ୍ତା ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ତା’ପରଠାରୁ ସେ ଆଉ ସାଧାରଣରେ ଦେଖାଯାଇ ନାହାନ୍ତି।

ଫାଇନାନ୍ସିଆଲ୍‌ ଟାଇମ୍ସ ଅନୁସାରେ ଲି’ଙ୍କ ବିରୋଧରେ ଏବେ ତଦନ୍ତ ଚାଲିଛି। କିନ୍ତୁ କି ପ୍ରକାର ତଦନ୍ତ ସେ ନେଇ କୌଣସି ପକ୍ଷରୁ କିଛି ସ୍ପଷ୍ଟ ସୂଚନା ନାହିଁ। ସେହିଭଳି ସିଙ୍ଗାପୁର ନେସେନାର କେଉଁ କର୍ମକର୍ତ୍ତାଙ୍କ ସହିତ ଲି’ଙ୍କର ଭେଟିବାର ଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ସିଙ୍ଗାପୁର ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ ସିଙ୍ଗାପୁର ନୌସେନାର ରିଅର ଆଡମିରାଲ ସିନ୍‌ ୱାତ୍‌ ସେପ୍ଟେମ୍ବର ୪-୯ ତାରିଖ ମଧ୍ୟରେ ବେଜିଂରେ ଥିଲେ ଏବଂ ଚୀନ ନୌସେନାର କମାଣ୍ଡର ଡୋଙ୍ଗ ଜୁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ମାତ୍ର, ସେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ସହିତ ଭେଟିବା ନେଇ ସିଙ୍ଗାପୁର ଗଣମାଧ୍ୟମରେ କୌଣସି ସୂଚନା ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ କେଇ ମାସ ଧରି କାର୍ଯ୍ୟରୁ ଅନ୍ତର ରହିବା ପରେ ଗତ ଜୁଲାଇ ମାସରେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗଙ୍କ ସ୍ଥାନରେ ନୂଆ ମନ୍ତ୍ରୀ ନିଯୁକ୍ତ କରିଥିଲେ। ଠିକ ସେହିପରି ଚୀନ ସେନା ଜନ ମୁକ୍ତି ବାହିନୀ ବା ପିଏଲଏର ସମ୍ଭ୍ରାନ୍ତ ରକେଟ୍‌ ଫୋର୍ସର ଦୁଇ ଜଣ ଉଚ୍ଚ ସ୍ତରୀୟ କମାଣ୍ଡରଙ୍କୁ ମଧ୍ୟ ଅବ୍ୟାହତି ଦିଆଯାଇଛି। ଏହି ପୃଷ୍ଠଭୂମିରେ ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ଏବଂ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ବୈଠକରେ ଚୀନ ରାଷ୍ଟ୍ରପତି ଜି ଜିନିପିଙ୍ଗ ଯୋଗଦେଇ ନଥିଲେ। ଏସବୁ ଘଟଣାକୁ ନେଇ ଚୀନ୍‌ ସରକାର ବା ରାଜନୀତିରେ କିଛି ହଟଚମଟ ଘଟୁଥିବା ସନ୍ଦେହ କରାଯାଉଛି।

ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ

 COASTAL NEWS Odia 726

ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ



ଚିତ୍ତୁର - ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ସମସ୍ତେ ଓଡ଼ିଶାର ବୋଲି ଜଣାଯାଇଛି।

ମୃତକଙ୍କ ନାମ ହେଲା ଉମେଶ ଚନ୍ଦ୍ର ସାହୁ, (୪୬), ତ୍ରିଲୋଚନ ନାୟକ (୬୩), ରଶ୍ମିତା ସାହୁ (୪୫) ଏବଂ ବିଜୟ ନାୟକ (୫୬) । ସୂଚନା ଅନୁଯାୟୀ, ଉମେଶ ଚନ୍ଦ୍ର ସାହୁ କୌଣସି ଏକ ରୋଗରେ ପୀଡିତ ଥିଲେ । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲକୁ  ନେଇଥିଲେ। ସେଠାରୁ ସୁସ୍ଥ ହେବା ପରେ ଆଜି ସକାଳେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ସେ ଭୁବନେଶ୍ୱର ଫେରୁଥିଲେ ।

ମାତ୍ର ଚିତ୍ତୁର ଜିଲ୍ଲା ଗୁଣ୍ଡାଲାପଲ୍ଲୀ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରକ୍‌କୁ ଆମ୍ବୁଲାନ୍ସଟି ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରୋଗୀ ଉମେଶ ସାହୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଓଡ଼ିଆ ଓ ୨ ଜଣ ଅଣଓଡ଼ିଆ ଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି।  ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

ସେହିପରି ଆଜି ସକାଳେ ଆନ୍ଧ୍ରରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଜିପ୍‌ ଓ ଲରି ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ଗୁରୁତର ୧୧ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିବା ଆଶଙ୍କା କରାଯାଉଛି।

ଲରିଟି ଚିତ୍ତୋରରୁ କଡ଼ପା ଯାଉଥିବା ବେଳେ ଜିପ୍‌ରେ ୧୬ ତୀର୍ଥ ଯାତ୍ରୀ ତିରୁମାଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

꧁ ଆଜିର ରାଶିଫଳ꧂

 COASTAL NEWS Odia 725

     🌹꧁ ଆଜିର ରାଶିଫଳ꧂🌹


        *✧═════•❁❀❁•═════✧*

*🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।*
*✧═════•❁❀❁•═════✧*
*🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |*
*✧═════•❁❀❁•═════✧*
*🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |*
*✧═════•❁❀❁•═════✧*
*🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ  ।*
*✧═════•❁❀❁•═════✧*
*🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |*
*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |*
*✧═════•❁❀❁•═════✧*
*🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |*
*✧═════•❁❀❁•═════✧*
*🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |*
*✧═════•❁❀❁•═════✧*
*🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |*
*✧═════•❁❀❁•═════✧*
*🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ  ।*
*✧═════•❁❀❁•═════✧*
*🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |*
*✧═════•❁❀❁•═════✧*
*🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ  ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି  ।*
*✧═════•❁❀❁•═════✧*


ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ

 COASTAL NEWS Odia 724

ସୁନାଚେନ୍ ନଦେବାରୁ ପତ୍ନୀକୁ ଖଣ୍ଡ ଖଣ୍ଡ କରି ହତ୍ୟା ଆସାମୀ ର ଆତ୍ମସମର୍ପଣ 



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଳହରୁ ସ୍ବାମୀ ରକ୍ତମୁଖା ହୋଇ ପତ୍ନୀର ତଣ୍ଟିକୁ ବେଲ୍‌ରେ ଚିପି ହତ୍ୟା କରିବା ପରେ ହାତ, ଗୋଡ଼, ଜଂଘ ଓ ମୁଣ୍ଡକୁ ଖଣ୍ଡ ଖଣ୍ଡ କରି ଋପିକୁଲ୍ୟା ନଦୀରେ ଫୋପାଡ଼ିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । 

ମୃତକ ଜଣକ ହେଉଛନ୍ତି, ବୁଲି ମୁଳି ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବାମୀ ନାରାୟଣ ମୁଳିକୁ ସୋରଡ଼ା ପୁଲିସ ଅଟକରଖି ପଚରାଉଚରା କରୁଛି। ନଦୀ ଭିତରୁ ବୁଲିଙ୍କ ଶରୀରର ବିଭିନ୍ନ ଅଂଶକୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମ ବାହିନୀ ଛାନଭିନ୍‌ ଜାରି ରଖିଛି । ସୂଚନା ମୁତାବକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜାଗିଲିପଦର ଗ୍ରାମର ମୂଳବାସିନ୍ଦା ବୁଲି ଓ ଭଗବାନପୁର ଗ୍ରାମର ନାରାୟଣଙ୍କୁ ତିନିମାସ ତଳେ ପ୍ରେମବିବାହ କରିଥିଲେ ।

ଗତକାଲି ରାତି ୧୨ଟାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ନାରାୟଣ ଉତ୍‌କ୍ଷିପ୍ତ ହୋଇଉଠିବା ସହ ନିଜ ପେଣ୍ଟ୍‌ ବେଲ୍ଟରେ ବୁଲିଙ୍କ ତଣ୍ଟିକୁ ଚିପି ହତ୍ୟା କରି ଶବକୁ କାନ୍ଧରେ ବୋହି ଋଷିକୁଲ୍ୟା ନଦୀତଟକୁ ଆଣିଥିଲା । ଧାରୁଆ ଅସ୍ତ୍ରରେ ବୁଲିଙ୍କ ଗୋଡ଼, ଜଂଘ, ଦୁଇହାତ ଓ ମୁଣ୍ଡକୁ କାଟି ନଦୀରେ ଫୋପାଡ଼ି ଦେଇଥିଲା । ପରିବାରର ଅନ୍ୟ ସଦସ୍ୟ ଶୋଇଥିବାରୁ କେହି ଜାଣି ପାରି ନଥିଲେ ।

ନାରାୟଣ ଘରକୁ ଫେରି ଆସିବାପରେ ଶୋଇ ପାରି ନଥିଲା । ଆଜି ସକାଳେ ସୋରଡ଼ା ଥାନାରେ ପହଞ୍ଚି ନାରାୟଣ ଆତ୍ମସମର୍ପଣ କରିଥିଲା । ଘଟଣା ବିଷୟରେ ସବୁ ଜଣାଇଥିଲା । ନାରାୟଣର ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀର ସହାୟତାରେ ବୁଲିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ବର୍ଷା କାରଣରୁ ନଦୀରେ ପ୍ରବଳ ପାଣିଥିବାରୁ ଏଥିରେ ବାଧା ସୃଷ୍ଟି ହୋଇଛି । ସେହିପରି ନଦୀପଠାରେ ରକ୍ତଛିଟା ବି ଦେଖିବାକୁ ମିଳିଛି । 

ସୋରଡ଼ା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ବୁଲି ପିନ୍ଧିଥିବା ଏକ ସୁନାଚେନକୁ ବିକ୍ରି କରିବା ପାଇଁ ମାଗିବାରୁ ଦେଇ ନଥିଲା l ତେଣୁ ନାରାୟଣ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି

 COASTAL NEWS Odia 723

ଏଥର ପୂଜାରେ ମନକିଣିବ ୪ ଶହ ବର୍ଷର ପୁରୁଣା ମୁଗୁନି ପଥରରେ ତିଆରି ପ୍ରଭୁ ଗଣେଶଙ୍କ ମୂର୍ତ୍ତି





କଟକ:  ଗଣେଶ ପୂଜାରୁ ଆରମ୍ଭ ହୋଇଥାଏ ପାର୍ବଣର ଋତୁ। ପୂଜାକୁ ଆଉ ଦିନ କେଇଟା ଥିବାବେଳେ ସବୁଠି ଏବେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ତେବେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ଅଛନ୍ତି କଟକ ବକ୍ସିବଜାର ବଢେଇ ସାହିର ଯୁବକମାନେ। ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇ ଯାଇଥିବା ୪ ଶହ ବର୍ଷ ପୁରୁଣା ମୁଗୁନିପଥରର ପ୍ରଭୁ ଗଣେଷଙ୍କ ମୂର୍ତ୍ତିକୁ ପଥୁରିଆମାନେ ବକ୍ସିବଜାର ବଢେଇସାହି କୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି ।

ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ । ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା । ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।


ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ । କାରଣ ସେ ଅଷ୍ଟବିନାୟକ। ଭକ୍ତର ମାନସିକ ପୂରଣ କରୁଥିବାର ବିଶ୍ୱାସ କାରଣରୁ ସବୁଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାର ଭକ୍ତ ମାନଙ୍କ ସମାଗମ ହୋଇଥାଏ । ତେବେ ଏଠାରେ ସାହିର ମୁରବି ମାନଙ୍କ କହିବା ଅନୁଯାୟୀ ୪୦୦ ଶହ ବର୍ଷ ହେବ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇ ସାହିରେ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରରେ ପ୍ରଭୁ ଗଣେଶଙ୍କ ସହ ପ୍ରଭୁ ଲୋକନାଥ,  ପ୍ରଭୁ ରାଧାକୃଷ୍ଣ , ମା ଲଷ୍ମୀ ଓ ମା ସରସ୍ୱତୀ ମଧ୍ୟ ପୂଜା ପାଇଥାନ୍ତି।

ତେବେ ଏଥର କଟକ ସହରରେ ପାଖାପାଖି ୧୧ ଶହ ଛୋଟ ବଡ ଗଣେଶ ମୂର୍ତ୍ତି ପୂଜା ପାଇବେ। ତଥାପି ବକ୍ସିବଜାର ବଢେଇସାହି ଏହି ଗଣେଶ ଠାକୁରଙ୍କ ସ୍ୱତନ୍ତ୍ରତା ଭକ୍ତଙ୍କୁ ଆକୃଷ୍ଟ କରିବ ନିଶ୍ଚିତ l

ବିମାନ ଅଟକ ରଖିଲା ୟୁଏଇ ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ

 COASTAL NEWS Odia 722

ବିମାନ ଅଟକ ରଖିଲା ୟୁଏଇ ତେଲ ପକାଇ ପଇସା ଦେଇ ପାରିଲାନି ପାକିସ୍ତାନ




 

ଦମ୍ମନ(ୟୁଏଇ) : ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନକୁ ଅଟକ ରଖାଯାଇଛି। ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ ପାଣ୍ଠି ନ ମିଳେ ତେବେ ଆଗକୁ ଉଡାଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ। 

ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲା। ଏଥିପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା। ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜଣେ ବରିଷ୍ଠ ନିର୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ମାର୍ଗରେ ୨୩ଟି ବିମାନ ଉଡାଣ କରୁଥିଲା।

ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି। 

ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ଯନ୍ତ୍ରାଂଶ ଦେବାକୁ ମନା କରିଦେଇଛନ୍ତି। କମ୍ପାନୀମାନଙ୍କ ଯନ୍ତ୍ରାଂଶ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଏୟାର ଲାଇନ୍ସ ଖୁବ୍ କମ୍‌ ଉଡାଣ ସଞ୍ଚାଳନ କରୁଥିବା ବେଳେ କମ୍ପାନୀର ଦୈନିକ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି। ଅଧିକାରୀଙ୍କ ଅନୁସାରେ ପିଆଇଏକୁ ଚଳାଇ ରଖିବା ପାଇଁ ଏବେ ୨୩ ଶହ କୋଟି ପାକିସ୍ତାନୀ ଟଙ୍କାର ତ୍ୱରିତ ଆବଶ୍ୟକତା ଅଛି। ଯଦି ସରକାର ଜରୁରି ପାଣ୍ଠି ଯୋଗାଇ ନ ଦିଅନ୍ତି ତେବେ ପିଆଇଏ ଗୁରୁତର ସଂକଟର ସମ୍ମୁଖୀନ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।

ନିଶା କବଳରେ ଯୁବ ସମାଜ ସରକାରୀ କଟକଣା ଅଭାବ

 COASTAL NEWS Odia 721

ନିଶା କବଳରେ ଯୁବ ସମାଜ ଅସହାୟ ପ୍ରଶାସନ ସରକାରୀ କଟକଣା ଅଭାବ

 


ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ପଟ୍ଟାମୁଣ୍ଡାଇ ର ବଜାର ଓ ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍‌ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍‌ ଖୁଲା ବେପାର ଚାଲିଛି। ଗାଁରେ ଚୋରାମଦ ସହ ଅନ୍ୟ ନିଶା ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଗାଁ ର ଝିଅ, ବୋହୂ ସ୍କୁଲ ଓ କଲେଜ ଛାତ୍ରୀ ବାହାରକୁ ଯିବାକୁ ଡରୁଛନ୍ତି ଓ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଚିନ୍ତା ବଢ଼ାଇଛି ମଦ କୋରିଅର୍ ସର୍ଭିସ, ଯେଉଁ ସ୍ଥାନରେ ଥିଲେ ବି ଅନଲାଇନ ଅର୍ଡର ପାଇଲେ ପାଖରେ ପହଞ୍ଚି ଯାଉଛି ନିଶା ଦ୍ରବ୍ୟ l

ନିଶା କବଳରେ ପଡୁଥିବା ଯୁବପିଢି ଘରେ ଟଙ୍କା ପାଇଁ ଘରେ ଓ ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ଅବକାରୀ ବିଭାଗ କର୍ମଚାରୀ କମ୍ ଥିବା ଆଳ ଦେଖାଇ ହାତରେ ହାତ ବାନ୍ଧି ବସିଛି । ଏହାକୁ ନେଇ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। 

ନିଶା କାରବାର ରୋକିବା ନିମନ୍ତେ ପଟ୍ଟମୁଣ୍ଡାଇ ଠାରେ ଏକ୍ର ଅବକାରୀ କାର୍ଯ୍ୟାଳୟ ରହିଛି। ମାତ୍ର ତାହା ସବୁ ସମୟରେ ଖୋଲା ରହୁନି। ଗାଁ ଗହଳିରେ ଏବେ ଚୋରାମଦ କାଉଣ୍ଟର ଖୋଲିବାରେ ଲାଗିଛି। ଅବକାରୀ ବିଭାଗ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛି। ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି। 

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଦ୍ୟପାନର ଅଭ୍ୟାସ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ଗାଁ ଗହଳିରେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବା ସହ ନିଶା କେତେଜଣ ଯୁବକଙ୍କୁ କବଳିତ କଲାଣି। ଦିନ ଥିଲା । ପିଲାମାନଙ୍କୁ ମିଳୁଥିବା ହାତ ଖର୍ଚ୍ଚ ଟଙ୍କା ସେମାନେ  ଦୁରୁପଯୋଗ କରି ସାଙ୍ଗସାଥି ଙ୍କ ସହିତ ନିଶା ସେବନ କରିବାକୁ ପଛାଉ ନାହାନ୍ତି। 

ଏବେ ବିଦ୍ୟାଳୟସ୍ତରରେ ପିଲାମାନେ ଗୁଟ୍‌ଖା, ସିଗାରେଟ୍‌ ଏପରି କି ମଦ ପିଉଥିବା ନଜରକୁ ଆସୁଛି।   ଅଞ୍ଚଳର ନିଶା ବ୍ୟବସାୟୀମାନେ ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକଙ୍କୁ ଟାର୍ଗେଟ କରୁଛନ୍ତି । ଅଧିକାଂଶ ଛାତ୍ର, ଯୁବକ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବେକାର ଯୁବତୀଯୁବକ ନିଶା ମାଫିଆଙ୍କ ଜାଲରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦକୁ ଡାକି ଆଣୁଛି। 

ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ। ଆଗକୁ ଏଭଳି ଲାଗି ରହିଲେ ପରିସ୍ଥିତି ବେକାବୁ ହୋଇଯିବ। ଆଳି ଓ ପଟ୍ଟାମୁଣ୍ଡାଇ ରେ ବ୍ୟବହୃତ ନିଶା ସାମଗ୍ରୀ ମଧ୍ୟରୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ଗଞ୍ଜେଇ ଏବଂ ତା ପରକୁ ବ୍ରାଉନସୁଗାର ସେବନକାରୀ ରହିଛନ୍ତି। ଏହି ୩ ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍‌ ଅଠା ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି। 

ସଚେତନତା ନାଁରେ ପ୍ରଶାସନ ପକ୍ଷରୁ ଯେତିକି ବୈଠକ ବସୁଛି, ସେତିକି ଦିନ ଚଢ଼ାଉ କରାଯାଉନାହିଁ। ଫଳରେ ବିଭିନ୍ନ ନିଶା ଖୋଲାଖୋଲି ବିକ୍ରି ହେଉଛି। ସରକାରୀ ସ୍ତରରେ ତପ୍ତରତା ପ୍ରକାଶ ପାଇବାର ଆବଶ୍ୟକତା ଅଛି l ନଚେତ୍ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଓ ଅବସ୍ଥା ଅସମ୍ଭାଳ ହେବ l

Thursday, September 14, 2023

ବିଶ୍ୱ ବ୍ରହ୍ମାଣ୍ଡରେ ରହିଛନ୍ତି ଏଲଏନ୍‌।

 COASTAL NEWS Odia 720

ବିଶ୍ୱ ବ୍ରହ୍ମାଣ୍ଡରେ ରହିଛନ୍ତି ଏଲଏନ୍‌।



ୱାଶିଂଟନ - ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ବଡ଼ ସଙ୍କେତ ଦିଆଯାଇଛି। ବିଶ୍ୱ ବ୍ରହ୍ମାଣ୍ଡରେ ରହିଛନ୍ତି ଏଲଏନ୍‌। ଅନ୍ୟ ଗ୍ରହରେ ଜୀବସତ୍ତା ରହିଥାଏ ପlରେ ବୋଲି ଆଜି ନାସା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଲିଏନ୍ ସଂପର୍କିତ ନାସା ପକ୍ଷରୁ କରାଯାଉଥିବା ବହୁ ପ୍ରତୀକ୍ଷିତ ରିପୋର୍ଟ ଆଜି ସାର୍ବଜନୀନ କରାଯାଇଛି। 

୩୩ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ଏଲିଏନ ରହିଥିବା ଚର୍ଚ୍ଚା ଜୋର ଧରିଛି। ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି ଯେ ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ସତ୍ତା ରହିଛି ବୋଲି ମୋର ବିଶ୍ୱାସ। 

ମୁଁ ବିଶ୍ୱାସ କରେ ଯେ ଏଲିଏନ୍ ଅଛନ୍ତି। କହିଛି ଯେ, UFO ବା ଅନ୍-ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ସଂପର୍କରେ ଅଧିକ ଗବେଷଣା ପାଇଁ ନୂଆ ଟେକନିକ୍ ଓ ଉନ୍ନତ ସାଟେଲାଇଟର ଆବଶ୍ୟକତା ରହିଛି। ଏହା ପଛରେ କୌଣସି ଅଲୌକିକ ଶକ୍ତି ନାହିଁ। ଏହା ଅନ୍ୟ ଗ୍ରହରୁ ପୃଥିବୀକୁ ଆସି ଥାଇ ପାରନ୍ତି। ଅନ-ଆଇଡେଣ୍ଟିଫାଏଡ୍ ଏରିଆଲ୍ ଫିନୋମେନନ୍ ବା ୟୁପିଏ ସଂପର୍କରେ ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ଗଠନ କରାଯାଇଛି। ଏହାର ନୂଆ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ପୂର୍ବରୁ ସମ୍ଭାବ୍ୟ UFO ସଂପର୍କିତ କିଛି ଭିଡିଓ ଛାଡ଼ିଥିଲା ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍। ନୌସେନାର ପାଇଲଟମାମାନେ ଆକାଶରେ ଅଜଣା ବସ୍ତୁ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ତେବେ ଏହା କେମିତି ଉଡ଼ୁଥିଲା, ସେସଂପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ତେଣୁ ସେସବୁ ଅନ୍ୟ ଗ୍ରହରୁ ଆସିଥାଇ ପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। 

ସେତେବେଳେ ଏହି ଦୃଶ୍ୟ ଗୁଡ଼ିକ ଅସ୍ପଷ୍ଟ ଥିବାରୁ କୌଣସି ବିଜ୍ଞାନସମ୍ମତ ନିଷ୍କର୍ସ ବାହାର କରାଯାଇପାରିବ ନାହିଁ ବୋଲି କହିଥିଲା ନାସା। କିନ୍ତୁ ଏବେ ନାସା ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। 

ଗତକାଲି ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହୋଇଥିଲା ଦୁଇଟି ଏଲିଏନ ମୃତଦେହ। ପେରୁର କସ୍କୋରୁ ଏହି ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା କୁହାଯାଇଥିଲା। କିନ୍ତୁ ଏହା ପଛରେ କେତେ ସତ୍ୟ ରହିଛି, ସେକଥା ଜଣାପଡ଼ିନି। ଏହା ଉପରେ ମଧ୍ୟ ଗବେଷଣା ଚାଲିଛି।



କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ

 COASTAL NEWS Odia 719

କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ



ନୂଆଦିଲ୍ଲୀ - ଆଉ ଅଧିକ କାଗଜପତ୍ରର ଆବଶ୍ୟକ ନାହିଁ। କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ। ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି।

Registration of Births and Deaths (Amendment) Act, 2023ରେ କେବଳ ଗୋଟିଏ ଡକ୍ୟୁମେଣ୍ଟ ଜନ୍ମ ପ୍ରମାଣପତ୍ର କଥା କୁହାଯାଇଛି।

ଜନ୍ମ ପ୍ରମାଣପତ୍ର ଏକମାତ୍ର ଡକ୍ୟୁମେଣ୍ଟୁ ଯାହା ଦ୍ୱାରା ଶିକ୍ଷାନୁଷ୍ଠାନରେ ନାମଲେଖା ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା, ଆଧାର, ବିବାହ ପଞ୍ଜୀକରଣ, ସରକାରୀ ନିଯୁକ୍ତି ପାଇଁ ବ୍ୟବହାର କରାଯାଇ ପାରିବ। ଏହାବାଦ କେନ୍ଦ୍ର ସରକାରଙ୍କ ଅନ୍ୟ ସବୁ ଯୋଜନା ପାଇଁ ଜନ୍ମ ପ୍ରମାଣପତ୍ରକୁ ଦେଖାଇ ହେବ। ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ।

ଗତ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ Registration of Births and Deaths (Amendment) Act, 2023 ପାରିତ ହୋଇଥିଲା।

ଅଗଷ୍ଟ ୭ରେ ଭୟସ ଭୋଟ ଦ୍ୱାରା ରାଜ୍ୟସଭାରେ ଏହା ଗୃହୀତ ହୋଇଥିବା ବେଳେ ଅଗଷ୍ଟ ୧ରେ ଲୋକସଭା ଏହାକୁ ଅନୁମୋଦନ କରିଥିଲା। ୧୯୬୯ ଆଇନରେ ସଂଶୋଧନ କରିବାକୁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିଲା।

ଯଯାତୀ କେଶରୀଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ

 COASTAL NEWS Odia 718

ଯଯାତୀ କେଶରୀଙ୍କ ନାଁରେ ନାମିତ ହେଲା ଯାଜପୁର ମେଡିକାଲ କଲେଜ





ଯାଜପୁର -ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଯାଜପୁର ମେଡିକାଲ ମେଡିକାଲ କଲେଜର ନାମକରଣ କରାଯାଇଛି। ରାଜ୍ୟର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତୀ କେଶରୀଙ୍କ ନାମରେ ଯାଜପୁର ମେଡିକାଲକୁ ନାମିତ କରାଯିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୨୦୨୪ରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକାରୀ ହେବ l

ଯାଜପୁର ମେଡିକାଲ କଲେଜକୁ ଯଯାତୀ କେଶରୀଙ୍କ ନାମରେ ନାମିତ କରିବାକୁ ସ୍ଥାନୀୟ ଜନସାଧାରଣ ମତାମତ ଦେଇଥିଲେ। ଲୋକଙ୍କ ମତାମତକୁ ସମ୍ମାନ ଦେଇ ମେଡିକାଲ କଲେଜକୁ ଯଯାତୀ କେଶରୀଙ୍କ ନାମରେ ନାମିତ କରି ମୁଖ୍ୟମନ୍ତ୍ରୀ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜର ସଂଖ୍ୟା ୧୨କୁ ବୃଦ୍ଧି ପାଇବ । ପ୍ରତିବର୍ଷ ୧୬୫୦ଜଣ ଏମ୍‌ବିବିଏସ୍ ଡାକ୍ତର ବାହାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲକଲେଜ ଖୋଲିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

ବାଚସ୍ପତି ନିର୍ବାଚନରେ ଅନୁପସ୍ଥିତ ରହିବା ପାଇଁ କଂଗ୍ରେସ ସମସ୍ତ ବିଧାୟକ ଙ୍କ ନିଷ୍ପତ୍ତି

 COASTAL NEWS Odia 717

ବାଚସ୍ପତି ନିର୍ବାଚନରେ ଅନୁପସ୍ଥିତ ରହିବା ପାଇଁ କଂଗ୍ରେସ ସମସ୍ତ ବିଧାୟକ ଙ୍କ ନିଷ୍ପତ୍ତି 





ଭୁବନେଶ୍ୱର - ଆସନ୍ତା ୨୧ ତାରିଖରେ ରାଜ୍ୟ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟହୋଇଛି । ମାତ୍ର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ହେବାକୁ ଯାଉଛି । ୨୧ ତାରିଖରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 

ଏହିଦିନ ପଶ୍ଚିମ ଓଡ଼ିଶାର ସମସ୍ତ ଅଧିବାସୀ ଦେଶ ବିଦେଶରୁ ଘରକୁ ଆସିଥାନ୍ତି ଓ ସବୁ କାର୍ଯ୍ୟକ୍ରମକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି। ତେଣୁ କଂଗ୍ରେସ ବିଧାୟକଗଣ ନିଜ ଅଞ୍ଚଳରେ ଉପସ୍ଥିତ ରହୁଥିବାରୁ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ପିସିସି ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା ସୂଚନା ଦେଇଛନ୍ତି। 

ଶ୍ରୀ ବେହେରା କହିଛନ୍ତି ଯେ ନୂଆଁଖାଇ ପାଇଁ ରାଜ୍ୟ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି । ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ସରକାର ଏକ ବୃହତ ଧାର୍ମିକ ଅନୁଷ୍ଠାନ କୁ ଅଣଦେଖା କରି ଛୁଟୀ ଦିନରେ ବାଚସ୍ପତି ନିର୍ବାଚନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରିଛନ୍ତି ତେଣୁ କଂଗ୍ରେସ ବିଧାୟକଗଣ ବାଚସ୍ପତି ନିର୍ବାଚନରେ ଯୋଗ ଦେଇପାରିବେ ନାହିଁ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା

 COASTAL NEWS Odia 716

ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା



ୟୁରୋପ - ଆପଣମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ ବିଷୟରେ ଜାଣିଥିବେ ହେଲେ ଦକ୍ଷିଣପୂର୍ବ ୟୁରୋପର ମଣ୍ଡେଳେଟ୍ରୋର ବେକନା ନାମକ ଏକ ମନୋରମ ଗାଁରେ ପ୍ରତି ବର୍ଷ ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏହି ଅଦ୍ଭୁତ ବାର୍ଷିକ ପ୍ରତିଯୋଗିତାରେ ଶ୍ରେଷ୍ଠ ଅଳସୁଆ ନାଗରିକ ଉପାଧି ହାସଲ କରିବାପାଇଁ ପୁରୁଷ ଓ ନାରୀ ପ୍ରତିଯୋଗୀ ଭାଗ ନେଇଥାନ୍ତି। ଏକ ହଜାର ପୁରୀ (ପ୍ରାୟ ୮୮,୮୨୫ ଟଙ୍କାର ପୁରସ୍କାର ହାତେଇବା ପାଇଁ ପୂର୍ବ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ପ୍ରତିଯୋଗୀମାନେ ବିଛଣା ଉପରେ ଲଗାତାର ଭାବେ ୨୦ ଦିନ ଯାଏ ଶୋଇ ରହିଥା'ନ୍ତି।

ଏ ପ୍ରତିଯୋଟିତାର ନିୟମ ସରଳ କିନ୍ତୁ ଖୁବ୍ କଡା ଶୋଇବା ଭିତରେ ଟିକିଏ ଉଠି ବସି ପଡ଼ିଲେ କି ଛିଡ଼ାହେଲେ ପ୍ରତିଯୋଗୀ ଙ୍କୁ ଅଯୋଗ୍ୟ ଘୋଷିତ କରାଯାଏ । ସେହିପରି ପ୍ରତିଯୋଗୀମାନଙ୍କୁ ଅନବରତ ସମାନ୍ତରାଳ ଅବସ୍ଥାରେ ରହିବାକୁ ପଡ଼ିଥାଏ। ପ୍ରତି ୮ ଘଣ୍ଟାରେ ଥରେ ମାତ୍ର ୧୦ ମିନିଟ୍‌ର ଶୌଚାଳୟ ଯିବାପାଇଁ ବିରତି ମିଳେ ଏହା ଏକ ଅକର୍ମା ଜୀବନଶୈଳୀ ର ପ୍ରତୀକ । କିନ୍ତୁ ସଙ୍ଗେ ପ୍ରତିଯୋଗୀମାନଙ୍କୁ ଖାଇବା, ପିଇବା, ପଢିବା ତଥା ମୋବଇଲ୍ ଓ ଲାପ୍‌ଟପ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥାଏ l

ମାତ୍ର ସର୍ତ୍ତାବଳୀ ଅନୁସାରେ ଶୋଇ ଶୋଇ ସେମାନେ ଏସବୁ କରିପାରିବେ । ଏଭଳି ବିଚିତ୍ର ପ୍ରତିଯୋଗିତା ୧୨ ବର୍ଷ ତଳୁ ଆରମ୍ଭ ହୋଇଥିବାବେଳେ ଏଯାଏ ଏହା ଏକ ଲୋକପ୍ରିୟ ପ୍ରତିଯୋଗିତା ଭାବେ ଚଳି ଆସୁଛି l

ପ୍ରଥମେ ପ୍ରଥମେ ଏଥିରେ ୨୧ ଜଣ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ଏବେ ମାତ୍ର ୭ ଜଣ ଏଥିରେ ଭାଗ ନେଉଛନ୍ତି । ଗତବର୍ଷର ୧୧୭ ଘଣ୍ଡାର ଶୋଇବା ରେକର୍ଡ କୁ ଚଳିତବର୍ଷ ଆଉ ଜଣେ ପ୍ରତିଯୋଗୀ ଭାଙ୍ଗିଛନ୍ତି । ପାରମ୍ପରିକ ଭାବେ ଏହି ପ୍ରତିଯୋଗିତା ଏକ ମ୍ୟାପରୁ ଗଛ ମୂଳେ ଅନୁଷ୍ଠିତ ହୋଇଆସୁଥିଲା ହେଲେ ପ୍ରତିକୂଳ ପାଗ ଲାଗି ଏବେ ତାହା ଏକ କାଠ ଘରକୁ ସ୍ଥାନାନ୍ତର ହୋଇଛି। ପ୍ରତିଯୋଗିତା ପାଇଁ ଗ୍ରାମବାସୀ ବହୁତ୍ ଉତ୍ସାହିତ ଥିବା ବେଳେ ଏହି ସମୟରେ ସମଗ୍ର ଗାଆଁ ଉତ୍ସବମୁଖର ହୋଇ ପଡିଥାଏ ।

ଗ୍ରାନାଇଟ୍ ଫ୍ୟାକ୍ଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ

 COASTAL NEWS Odia 715

ଗ୍ରାନାଇଟ୍ ଫ୍ୟାକ୍ଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ



ବ୍ରହ୍ମପୁର - ବ୍ରହ୍ମପୁର ସଦର ଥାନା ଅଧୀନ ମହୁରୀକାଳୁଆ ଛକରେ ଥିବା ଏକ ଗ୍ରାନାଇଟ୍ ଫ୍ୟାକ୍ଟିରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଶ୍ରମିକମାନେ କାମ କରୁଥିବା ବେଳେ ଏକ ବଡ଼ ପଥର ଗଡ଼ିଯିବାରୁ ତା’ତଳେ ଚାପି ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଦୁଇ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି. ତୁରୁବୁଡ଼ି ପଞ୍ଚାୟତ ପିଲିଗାଡ଼ିହର ଗୋବିନ୍ଦ ମଳିକ(୨୨) ଓ ଜଗା ମଳିକ(୨୩) ବୋଲି ପୁଲିସ କହିଛି । 

ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ଶ୍ରମିକ ଆହତ ହୋଇଛନ୍ତି। ଗ୍ରାନାଇଟ୍ ଫ୍ୟାକ୍ଟିରେ ସଂଧ୍ୟାରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା।ତେଣୁ ଦୁଇ ଜଣ ଭାଇ ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି l ଏହିଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

କୋଟାରେ ପୁଣି ଜଣେ ନିଟ୍ଆଶାୟୀଙ୍କ ଆତ୍ମହତ୍ୟା ଚର୍ଚା ର ବିଷୟ

 COASTAL NEWS Odia 714

କୋଟାରେ ପୁଣି ଜଣେ ନିଟ୍ଆଶାୟୀଙ୍କ ଆତ୍ମହତ୍ୟା ବଢେଇ ଦେଇଛି ଚିନ୍ତା 

କୋଟା 


କୋଟା, ୧୩/୯: ରାଜସ୍ଥାନର କୋଟାରେ ପୁଣିଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ବର୍ଷର ୨୫ତମ ମାମଲା ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବୟସ ୧୬ ଏବଂ ସେ ଝାଡ଼ଖଣ୍ଡର ରାଞ୍ଚିରୁ ଆସି ଏଠାରେ କୋଚିଂ ନେଉଥିଲେ। ଅତ୍ୟଧିକ ପାଠ ପଢିବା ଚାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି ବୋଲି କୁହାଯାଉଛି।ପ୍ରତିବର୍ଷ କୋଟାକୁ ପାଖାପାଖି ୨ ଲକ୍ଷ ପିଲା ନିଟ୍ କିମ୍ବା ଜେଇଇ ପରୀକ୍ଷା ଏଣ୍ଟ୍ରାନ୍ସ ରେ ଉତ୍ତୀର୍ଣ୍ଣ ହେବା ଆଶା ନେଇ ଆସୁଛନ୍ତି। କିନ୍ତୁ ଗତ କିଛି ବର୍ଷ ଧରି କୋଟାରେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 

ଚଳିତ ବର୍ଷ ୮ ମାସ ମଧ୍ୟରେ କୋଟାରେ ୨୫ ଛାତ୍ର ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନ ସରକାର ତଥା କେନ୍ଦ୍ର ସରକାର ଙ୍କ ପାଇଁ ତଥା ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି l

ବସ୍ ଉପରକୁ ମାଡ଼ିଗଲା ଟ୍ରକ ୧୨ ଜଣ ମୃତ୍ୟୁ

 COASTAL NEWS Odia 713

ବସ୍ ଉପରକୁ ମାଡ଼ିଗଲା ଟ୍ରକ ୧୨ ଜଣ ମୃତ୍ୟୁ



ଭରତପୁର, ୧୩/୯: ରାଜସ୍ଥାନର ଭରତପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଭୋର୍‌ ସମୟରେ ଜୟପୁର ଆଗ୍ରା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଅଟକିଥିବା ବେଳେ ପଛପଟୁ ଏକ ଟ୍ରକ୍ ପ୍ରଚଣ୍ଡ ଧକ୍କା ଦେଇଥିଲା। 

ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନାନୁଯାୟୀ ମୃତକମାନେ ହେଉଛନ୍ତି ଗୁଜରାଟର ଭାବନଗର ଜିଲ୍ଲାର। ବସ୍‌ ଗୁଜରାଟରୁ ଆସିଥିଲା ଏବଂ ଏହା ଉତ୍ତରପ୍ରଦେଶର ମଥୁରାକୁ ଯାଉଥିଲା। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି |

ରେଳ ଅଧିକାରୀଙ୍କ ଘରେ ଖୋଜାଖୋଜି ବେଳେ ସିବିଆଇ 2.6 କୋଟି ଟଙ୍କା ଜବତ କରିଛି

 COASTAL NEWS Odia 712

ରେଳ ଅଧିକାରୀଙ୍କ ଘରେ ଖୋଜାଖୋଜି ବେଳେ ସିବିଆଇ 2.6 କୋଟି ଟଙ୍କା ଜବତ କରିଛି



ଉତ୍ତରପ୍ରଦେଶ - ଉତ୍ତର ପୂର୍ବ ରେଳ ଅଧିକାରୀ କେ.ସି ଯୋଶୀଙ୍କୁ 3 ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ)  ନାଲି ହାତରେ ଧରାଯିବା ପରେ ଗିରଫ କରିଛି।ଦୁର୍ନୀତି ମାମଲାରେ ସର୍ଚ୍ଚ କରିବା ପରେ ସିବିଆଇ 2 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି | 

ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୋରଖପୁରର ଉତ୍ତର ପୂର୍ବାଞ୍ଚଳ ରେଳବାଇର ମୁଖ୍ୟ ପରିଚାଳକ କେସି ଯୋଶୀଙ୍କୁ ଗିରଫ କରିଛି।  ଉତ୍ତରପ୍ରଦେଶର ଗୋରଖପୁର ଏବଂ ନୋଏଡାସ୍ଥିତ ତାଙ୍କ ସରକାରୀ ତଥା ଆବାସିକ ପରିସରରେ ଅନୁସନ୍ଧାନ ବେଳେ ଅନୁସନ୍ଧାନକାରୀ ସଂସ୍ଥା ପ୍ରାୟ 2.61 କୋଟି ଟଙ୍କା ନଗଦ ଉଦ୍ଧାର କରିଛି।

1988 ମସିହାରେ ଭାରତୀୟ ରେଳ ଷ୍ଟୋରସ ସର୍ଭିସ (ଆଇଆରଏସଏସ) ବ୍ୟାଚ୍‌ର ଏହି ଅଧିକାରୀ ସିବିଆଇ ଦ୍ୱାରା ଏକ ଗୁପ୍ତ ଅପରେସନରେ 3 ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ରେଡ୍ଲା ହ୍ୟାଣ୍ଡ  ଧରାପଡିଥିବା ଅଭିଯୋଗ ହୋଇଥିଲା।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...