AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ଜି- ୨୦ ଶିଖର ସମ୍ମିଳନୀ ରେ ଚୀନ ପ୍ରତିନିଧିଙ୍କ ସନ୍ଦିଗ୍ଧ ବକ୍ସ

 COASTAL NEWS Odia 772

 ଜି- ୨୦ ଶିଖର ସମ୍ମିଳନୀ ରେ ଚୀନ ପ୍ରତିନିଧିଙ୍କ ସନ୍ଦିଗ୍ଧ ବକ୍ସ 



ନୂଆଦିଲ୍ଲୀ -ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି- ୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଏହି ସମ୍ମିଳନୀ ଶେଷ ହେବା ପରେ ଜି-୨୦ କମିଟି ପକ୍ଷରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ୨ ଦିନ ଧରି ଚାଲିଥିବା ଶିଖର ସମ୍ମିଳନୀରେ ଚୀନର ଅତିଥି ଦିଲ୍ଲୀର ହୋଟେଲ ତାଜ୍ ପ୍ୟାଲେସରେ ରହିଥିଲେ। ଆଉ ସେମାନଙ୍କ ପାଖରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଆଉ ପୋଲିସ ଏହି ବ୍ୟାଗ୍‌ ଚେକ୍‌ କରିବାକୁ ଆସିଥିବା ବେଳେ ଚୀନର ପ୍ରତିନିଧି ଏହାକୁ ଦେଖାଇବା ପାଇଁ ମନା କରିଦେଇଥିଲେ ।

ପୋଲିସ କିଛି ସମୟ ପାଇଁ ଚୀନ ପ୍ରତିନିଧିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା କିନ୍ତୁ ସେମାନେ ବ୍ୟାଗ୍‌ ଦେଖାଇବାକୁ ମନା କରିଥିଲେ । ଏହା ପରେ ସେହି ବ୍ୟାଗଙ୍କୁ ଚୀନ ରାଷ୍ଟ୍ରଦୂତଙ୍କ ଅଫିସକୁ ପଠାଯାଇଥିଲା । ତେବେ ପୋଲିସ କହିବା ମୁତାବକ, ଏହା ପୂର୍ବରୁ ଯେଉଁ ଚୀନ ପ୍ରତିନିଧି ଆସିଥିଲେ, ସେ ତାଙ୍କର ବ୍ୟାଗକୁ ଚେକ୍‌ କରିବାକୁ ଦେଇଥିଲେ । କିନ୍ତୁ ସେହି ବ୍ୟାଗ୍‌ ଚେକିଂ କ’ଣ ପାଇଁ ଦେଇଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଜି୨୦ ସମ୍ମିଳନୀକୁ ଆସିଥିବା ସମସ୍ତ ପ୍ରତିନିଧିଙ୍କ ବ୍ୟାଗ୍‌ ଚେକିଂ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଥିଲା । କିନ୍ତୁ ଯେଉଁ ଚୀନ ପ୍ରତିନିଧି ହୋଟେଲ ହୋଟେଲ ତାଜ ପ୍ୟାଲେସରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏହି ବ୍ୟାଗ ରହିଥିଲା । ଆଉ ପ୍ରୋଟୋକଲ ହିସାବରେ ବ୍ୟାଗକୁ ଭିତରକୁ ନେବାକୁ ଅନୁମତି ମିଳିଥିଲା । ଏହା ପରେ ହୋଟେଲ ଷ୍ଟାଫ ବ୍ୟାଗରେ କିଛି ସନ୍ଦିଗ୍ଧ ରହିଥିବା ସୂଚନା ଦେଇଥିଲେ । ଆଉ ଯେତେବେଳେ ଏହି ବ୍ୟାଗକୁ ସ୍କାନ ପାଇଁ ନିଆଯିବାକୁ କୁହାଯାଇଥିଲା, ସେତେବେଳେ ଚୀନ ପ୍ରତିନିଧି ଏହାକୁ ନେବାକୁ ମନା କରିଦେଇଥିଲେ ।

ଏହାପରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଏପରି ହାଇଡ୍ରାମା ଚାଲିଥିଲା । ଚୀନ ଦୂତାବାସକୁ ବ୍ୟାଗ ପଠାଯିବା ପରେ ମାମଲା ଶାନ୍ତ ପଡିଥିଲା । ତେବେ ବ୍ୟାଗରେ କ’ଣ ସନ୍ଦିଗ୍ଧ ରହିଥିଲା, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।



ବଜ୍ରପାତରେ ଅତି 10 ଜଣଙ୍କର ମୃତ୍ୟୁ

 COASTAL NEWS Odia 701

ବଜ୍ରପାତରେ ଅତି  10 ଜଣଙ୍କର ମୃତ୍ୟୁ



ଭୁବନେଶ୍ବର - ଓଡିଶାର ଛଟି ଜିଲ୍ଲାରେ ବଜ୍ରପାତରେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଛି।  ଶନିବାର ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଥିଲା।  ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବଜ୍ରପାତ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ ଚାରିଜଣ, ବଲାଙ୍ଗୀରରେ ଦୁଇ ଜଣ ଏବଂ ଅନୁଗୁଳ , ବୌଦ , ଜଗତ୍ସିଂହପୁର ଏବଂ ଢେଙ୍କାନାଳ ରେ ଜଣେ ଲେଖା ଲୋକଙ୍କର ମୃତ୍ୟୁ ହୋଇଛି।  କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବଜ୍ରପାତ ଯୋଗୁଁ ଖୋର୍ଦ୍ଧା ଠାରେ ତିନି ଜଣ ଆହତ ହୋଇଛନ୍ତି।

ପାଣିପାଗ ବିଭାଗ ଚେତାବନୀ ଦେଇଛି, ମୌସୁମୀ ପୁଣି ସକ୍ରିୟ ହୋଇଛି

 ଅଧିକାରୀ କହିଛନ୍ତି ଯେ ଭୁବନେଶ୍ୱର ଏବଂ କଟକ ସହର ସମେତ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଛି।  ଆଗାମୀ ଚାରି ଦିନ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ସମାନ ପରିସ୍ଥିତି ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (IMD) |  ଏହି ବିବୃତ୍ତିରେ କୁହାଯାଇଛି ଯେ ସାଇକ୍ଲୋନିକ୍ ଚକ୍ର ମୌସୁମୀ କୁ ସକ୍ରିୟ କରି ସାରା ରାଜ୍ୟରେ ପ୍ରବଳ ବର୍ଷା ସୃଷ୍ଟି କରିଛି।  ଶନିବାର ଦିନ 90 ମିନିଟ ମଧ୍ୟରେ ଭୁବନେଶ୍ୱର ଏବଂ କଟକ ଯଥାକ୍ରମେ 126 ମିଲିମିଟର ଏବଂ 95.8 ମିଲିମିଟର ବର୍ଷା ରେକର୍ଡ କରିଛି।

ରାଜ୍ୟ ଅପରାହ୍ନରେ 36,597 ସିସି (କ୍ଲାଉଡ୍-ଟୁ-କ୍ଲାଉଡ୍) ବଜ୍ରପାତ ଏବଂ 25,753 ସିଜି (କ୍ଲାଉଡ୍-ଟୁ-ଗ୍ରାଉଣ୍ଡ) ବଜ୍ରପାତ ରେକର୍ଡ କରିଛି ବୋଲି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ଟ୍ୱିଟରରେ କହିଛି।  ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।  ଏଠାରେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ସ୍ୱାସ କହିଛନ୍ତି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ୍ ଝଡ଼ ମଧ୍ୟ ସୃଷ୍ଟି ହୋଇଥିବାବେଳେ ସେପ୍ଟେମ୍ବର 3 ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ସାଇକ୍ଲୋନିକ୍ ଝଡ଼ ସ୍ରୁଷ୍ଟି ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବ ହେତୁ, ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି |


OSDMA କହିଛି ଯେ ଘୂର୍ଣ୍ଣିବଳୟ ଏବଂ ସମ୍ଭାବ୍ୟ ନିମ୍ନ ଚାପ ଅଞ୍ଚଳ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡିଶା ଉପରେ ଦୁର୍ବଳ ହୋଇପଡିଛି, ବର୍ତ୍ତମାନ ଆସନ୍ତା ତିନି ଚାରି ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ, କର୍ମଚାରୀଙ୍କ ସାର୍ଟରେ ରହିବ ପଦ୍ମ ଫୁଲ

 COASTAL NEWS Odia 700

ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ, କର୍ମଚାରୀଙ୍କ ସାର୍ଟରେ ରହିବ ପଦ୍ମ ଫୁଲ





ନୂଆଦିଲ୍ଲୀ -୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ନୂଆ ସଂସଦ ଭବନରେ ପ୍ରବେଶ ସହିତ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ ହେବ । ଏହାଛଡା ଦୁଇ ସଦନର ମାର୍ଶଲଙ୍କ ୟୁନିଫର୍ମ ମଧ୍ୟ ବଦଳିଯିବ । ଗଣେଶ ଚତୁର୍ଥ ଅବସରରେ ବିଧିବିଧନ ସହିତ ପୂଜା ହେବ ଏବଂ ଏହାପରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ।

ନୂଆ ସଂସଦ ଭବନରେ କର୍ମଚାରୀଙ୍କ ସାର୍ଟ ଗାଢ ଗୋଲାପୀ ରଙ୍ଗର ରହିବ । ଆଉ ପ୍ୟାଣ୍ଟର ରଙ୍ଗ ଖାକି ରଙ୍ଗର ରହିବ । ଏହାଛଡା କର୍ମଚାରୀଙ୍କ ସାର୍ଟରେ ପଦ୍ମ ଫୁଲ ଦେଖିବାକୁ ମିଳିବ । ନୂଆ ସଂସଦ ଭବନର ମାର୍ଶଲ ମଣିପୁର ପଗଡି ପିନ୍ଧିବେ । ସଂସଦର ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ସଫାରୀ ସୁଟ ପିନ୍ଧୁଥିଲେ, ଏବେ ସେମାନେ ସୈନିକ ଭଳି କେମୋପ୍ଲେଜ ଡ୍ରେସ ପିନ୍ଧିବେ ।

ତେବେ ଏହାକୁ ନେଇ ରାଜନୈତକ ବୟାନବାଜି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାଶିଦ ଅଲ୍ଵି ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲାଗିଛନ୍ତି । ସେ କହିଛନ୍ତି, ବିଜେପି ସଂସଦରେ ପଶି ମଧ୍ୟ ରାଜନୀତି କରୁଛି । ଏମିତି ହେଲେ ଆମେ ନିଶ୍ଚିତ ବିରୋଧ କରିବୁ ।

ସୂଚନାଯୋଗ୍ୟ, ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ ସେପ୍ଟେମ୍ବରରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ପରଦିନ ଅର୍ଥାତ୍ ୧୯ ସେପ୍ଟେମ୍ବର ଗଣେଶ ପୂଜା ଅବସରେ ନୂଆ ସଂସଦ ଭବନରେ ଅଧିବେଶନ କରାଯିବ ।  ନୂଆ ସଂସଦ ଭବନରେ ଲୋକସଭାରେ ଏକାସାଥିରେ ୧୨୨୪ ସଦସ୍ୟ ବସିବାର ସାମର୍ଥ ରହିଛି ।

୨୦୨୦ ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରକଳ୍ପ ଏହି ନୂଆ ସଂସଦ ଭବନର ନିର୍ମାଣ କରିଥିଲା । ୮୬୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଗତ ମେ ମାସ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ବିଲଡିଂ ଭିତରେ ଏକ ଲାଉଞ୍ଜ, ଏକ ଲାଇବ୍ରେରୀ, ଅନେକ ସମିତି କକ୍ଷ, ଭୋଜନ କ୍ଷେତ୍ର, ବଡ଼ ପାର୍କିଂ ସ୍ଥଳ ରହିଛି ।

ଆଉ ଚାଲିବନି କି ଡିଜେଲ୍‌ ଗାଡ଼ି

 COASTAL NEWS Odia 699

ଆଉ ଚାଲିବନି କି ଡିଜେଲ୍‌ ଗାଡ଼ି! ୧୦% GST ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ ନୀତିନ ଗଡକରୀ





ନୂଆଦିଲ୍ଲୀ -ଦେଶରେ ଡିଜେଲ୍‌ ଗାଡ଼ି ଉପରେ ଲଗାମ୍‌ ଲାଗିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି। ବାୟୁ ପ୍ରଦୂଷଣକୁ କମ୍‌ କରିବା ଲକ୍ଷ୍ୟରେ ଦେଶରେ ଗଡ଼ୁଥିବା ଡିଜେଲ୍‌ ଗାଡ଼ିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଗଡକରୀ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଡିଜେଲ୍‌ ଗାଡ଼ି ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍‌ଟି ଲଗାଯାଉ, ଯାହାଫଳରେ କମ୍ପାନୀଗୁଡ଼ିକ ଡିଜେଲ୍‌ ଗାଡ଼ି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଡିଜେଲ୍‌ ସର୍ବାଧିକ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଇନ୍ଧନ।

ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍ଚର୍ସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିନ ଗଡକରୀ ଏହା ବିଷୟରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡକରୀ କହିଛନ୍ତି ଯେ ଏ ସମ୍ବନ୍ଧରେ ସେ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି, ଯାହାକୁ ସେ ଆଜି ହିଁ ଅର୍ଥମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ। ଦାବି ମୁତାବକ, କେନ୍ଦ୍ର ସରକାର ଡିଜେଲ୍‌ ଗାଡ଼ି କିମ୍ବା ଡିଜେଲ୍‌ ଚାଳିତ ପ୍ରତ୍ୟେକ ଇଞ୍ଜିନ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍‌ଟି ଲାଗୁ କରନ୍ତୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅଟୋ ଇଣ୍ଡଷ୍ଟ୍ରୀ ନିଜେ ହିଁ ଏହା ଉପରେ ଆକ୍ସନ ନେବା ଆବଶ୍ୟକ। ଡିଜେଲ୍‌ ଗାଡ଼ିକୁ ‘ବାଏ-ବାଏ’ କରିଦେବା ଉଚିତ୍‌। ନଚେତ୍‌ ସରକାର ଏହା ଉପରେ ଏତେ ଟ୍ୟାକ୍ସ ବଢ଼ାଇ ଦେବେ ଯେ ଏହାକୁ ବିକ୍ରି କରିବା ମୁସ୍କିଲ ହୋଇଯିବ।

୨୦୧୪ରୁ ଏ ପର୍ଯ୍ୟନ୍ତ ଦେଶରେ ଡିଜେଲ କାର୍‌ଗୁଡ଼ିକର ସଂଖ୍ୟା କମିଛି। ୯ ବର୍ଷ ପୂର୍ବେ ଏହା ମୋଟ କାର୍‌ର ପ୍ରାୟ ୩୩.୫ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୨୮ ପ୍ରତିଶତକୁ ଖସି ଆସିଛି। ଗଡକରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାରଙ୍କ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଅଟୋମୋବାଇଲ ଶିଳ୍ପକୁ ଡିଜେଲରୁ ହଟାଇ ସ୍ୱଚ୍ଛ ତଥା ଶୁଦ୍ଧ ଇନ୍ଧନ ବିକଳ୍ପକୁ ସ୍ଥାନାନ୍ତର କରିବା।



ଆଳି ବ୍ଲକ ର ମେଣ୍ଢପୁରରେ ଡେଙ୍ଗୁ ମ୍ଯାଲେରିଆ ଆତଙ୍କ

 COASTAL NEWS Odia 698

ଆଳି ବ୍ଲକ ର ମେଣ୍ଢପୁରରେ ଡେଙ୍ଗୁ ମ୍ଯାଲେରିଆ ଆତଙ୍କ


 

ଆଳି - ଆଳି ବ୍ଲକ୍ ଅନ୍ତର୍ଗତ ମେଣ୍ଢପୁର ଗ୍ରାମରେ ୧୨ ଜଣ ରୋଗୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀମାନେ ଆଳି,କେନ୍ଦ୍ରାପଡ଼ା ଓ କଟକରେ ଥିବା ବିଭିନ୍ନ ମେଡିକାଲ ରେ ରହି ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ମେଣ୍ଢପୁର ଗ୍ରାମ ସମେତ ଆଖପାଖ ଗ୍ରାମରେ ଆତଙ୍କ ଖେଳି ଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଆଜି ଆଳି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରଶ୍ମିରଂଜନ ବାରିକ ଓ ସତ୍ୟରଞ୍ଜନ ନାୟକଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ମେଣ୍ଢପୁର ଗାଁରେ ଘର ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ। ବିଭିନ୍ନ ସ୍ଥାନରେ ଜମି ରହୁଥିବା ପାଣି ରେ ମଶା ବଂଶ ବୃଦ୍ଧି ହେଉଥିବା କଥା ଲୋକଙ୍କୁ ସଚେତନ କରାଇବା ସହିତ ଜାଣି ଡେଙ୍ଗୁ ମ୍ଯାଲେରିଆ ରୋଗ ବାହି ମଶାଙ୍କୁ ନିପାତ କରିବା ପାଇଁ ବିଶୋଧନ ସାମଗ୍ରୀ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେବା ସହିତ ଦୂଷିତ ଜଳ ଜମିଥିବା ଆବର୍ଜନା ରହିଥିବା ସ୍ଥାନରେ ବ୍ଲିଚିଙ୍ଗ ପ୍ରୟୋଗ କରିଛନ୍ତି । ଏହା ସହିତ ଗ୍ରାମରୁ ୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ବୁଧବାର ଦିନ ଗ୍ରାମରେ ଗଣ ସଚେନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି। 

ଡେଙ୍ଗୁ ଆତଙ୍କ ଆଳି ରେ ଭୟର ବାତାବରଣ ଖେଳାଇ ଦେଇଛି l ଡେଙ୍ଗୁ ମ୍ଯାଲେରିଆ ର ବିପଦଜ୍ଜନକ ଆକ୍ରମଣାତ୍ମକ ବୃଦ୍ଧିକୁ ପ୍ରତିହତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନସଚେତନତା ସୃଷ୍ଟି କରିବା ସହିତ  ମଶା ଉପଦ୍ରବ ରୋକିବା ପାଇଁ ବିପୁଳ ପରିମାଣର ବ୍ଲିଚିଙ୍ଗ ପାଉଡର ଯୋଗାଣ କରାଯିବାକୁ ଦାବି ହେଉଛି l ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ପରିତ୍ୟକ୍ତ ଜଳାଶୟ, ନାଳ ଓ ବର୍ଜ୍ୟ ଜଳ ଜମିଥିବା ସ୍ଥାନରେ ବ୍ଲିଚିଙ୍ଗ ପ୍ରୟୋଗ କରିବା ସହିତ ଡେଙ୍ଗୁ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ଆଲର୍ଟ ରଖିବାକୁ ଆତଙ୍କିତ ଲୋକେ ସରକାରଙ୍କ ଠାରେ ଦାବି ଜଣାଇଛନ୍ତି l



ଇଣ୍ଡିଆକୁ ଭାରତ କରିବାରେ ଖର୍ଚ୍ଚ ହେବ ୧୪୦୦୦ କୋଟି!

 COASTAL NEWS Odia 697


ଇଣ୍ଡିଆକୁ ଭାରତ କରିବାରେ ଖର୍ଚ୍ଚ ହେବ ୧୪୦୦୦ କୋଟି!





ନୂଆଦିଲ୍ଲୀ - ‘ଇଣ୍ଡିଆ’ ବନାମ ‘ଭାରତ’କୁ ନେଇ ବିବାଦ ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି, କେନ୍ଦ୍ର ସରକାର ସମ୍ବିଧାନରୁ ଇଣ୍ଡିଆ ଶବ୍ଦକୁ ହଟାଇ ଭାରତ ରଖିବାର ପ୍ରସ୍ତାବ ଆଣିପାରନ୍ତି। ଏ କଥା ମଧ୍ୟ ଆଲୋଚନା ହେଉଛି ଯେ ନାମ ବଦଳାଇବାରେ ଦେଶକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ?

ବିଶ୍ୱରେ ୧୯୦ରୁ ଅଧିକ ଦେଶ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଦେଶ କିଛି ନା କିଛି କାରଣରୁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ଅର୍ଥାତ୍‌ ଭାରତ ଯଦି ଏହା କରିବାକୁ ଚାହିଁବ, ତେବେ ଇତିହାସରେ ଏହା ପ୍ରଥମ ଦେଶ ହେବ ନାହିଁ। ହେଲେ କଥା ଉଠୁଛି, ଯଦି ଦେଶର ନାମ ପରିବର୍ତ୍ତନ ହୁଏ, ତେବେ କେବଳ ଭାଷାରେ ‘ଇଣ୍ଡିଆ’ରୁ ‘ଭାରତ’ ହେବ ନାହିଁ, ବରଂ କାଗଜପତ୍ର, ୱେବସାଇଟ୍‌, ସେନା ପୋଷାକ, ଏପରି କି ଲାଇସେନ୍ସ ପ୍ଲେଟ୍‌ରେ ମଧ୍ୟ ପରିବର୍ତ୍ତନ ଦେଖାଯିବ। ଆଉ ଏ ସବୁ ବହୁତ ମହଙ୍ଗା ହୋଇପାରେ।

ଅବଶ୍ୟ, ଏହି ଖର୍ଚ୍ଚ ଆକଳନରେ କୌଣସି ସ୍ଥିର ସୂତ୍ର ନାହିଁ। ଦେଶର ଆକାର ଏବଂ ଏହାର ଡକ୍ୟୁମେଣ୍ଟେସନ୍ ଉପରେ ବହୁତ କିଛି ନିର୍ଭର କରିଥାଏ। ଦକ୍ଷିଣ ଆଫ୍ରିକାର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଓକିଲ ଡାରେନ୍ ଅଲିଭିଅର୍ ଏହା ଉପରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ସେ ଆଫ୍ରିକୀୟ ଦେଶମାନଙ୍କରେ ନାମ ପରିବର୍ତ୍ତନର ଅଧ୍ୟୟନ ଉପରେ ଅନେକ କଥା କହିଛନ୍ତି।

୨୦୧୮ରେ ଦକ୍ଷିଣ ଆଫ୍ରିକୀୟ ଦେଶ ସ୍ୱାଜିଲାଣ୍ଡର ନାମ ପରିବର୍ତ୍ତନ ଉପରେ ଅଲିଭିଅର୍ ଏକ ଦୀର୍ଘ ଅଧ୍ୟୟନ କରିଥିଲେ। ଏହାର ନାମ ଇସ୍ୱାତିନି (Eswatini) କରାଯିବାରେ ପାଖାପାଖି ୫୦୦ କୋଟି ଟଙ୍କା ଖର୍ଚ୍ଚ ଆସିଥିଲା। ଡାରେନ୍ ଅଲିଭିଅର୍ ପୂର୍ବରୁ ଏହି ହିସାବ କରିସାରିଥିଲେ।

ଦେଶର ନାମ ପରିବର୍ତ୍ତନ କଲେ କେତେ ଟଙ୍କା ଖର୍ଚ୍ଚ ଆସିବ, ତାହା ସେହି ଦେଶର ଟିକସଯୋଗ୍ୟ ଏବଂ ଅଣ ଟିକସଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ। କୌଣସି ଏକ ବୃହତ୍‌ କର୍ପୋରେଟ୍ ଗ୍ରୁପ୍‌ର ରିବ୍ରାଣ୍ଡିଙ୍ଗ୍‌ ଯେପରି କରାଯାଏ, ଠିକ୍‌ ସେହିପରି ନାମ ପରିବର୍ତ୍ତନ ହୋଇଥାଏ।

ଅଲିଭିଅର୍‌ ମଡେଲ୍‌ ଅନୁସାରେ, ଭାରତର ନାମ ପରିବର୍ତ୍ତନରେ ପ୍ରାୟ ୧୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଦେଶବାସୀଙ୍କ ଖାଦ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଯେତିକି ଟଙ୍କା ଖର୍ଚ୍ଚ କରେ, ରିବ୍ରାଣ୍ଡିଙ୍ଗ୍‌ରେ ପ୍ରାୟ ସମାନ ପରିମାଣର ଖର୍ଚ୍ଚ ଆସିପାରେ।

ଆଉଟଲୁକ୍‌ର ଏକ ରିପୋର୍ଟ ମୁତାବକ, ୨୦୨୩ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ଭାରତକୁ ୨୩ ଲକ୍ଷ ୮୪ ହଜାର କୋଟି ଟଙ୍କା ରାଜସ୍ୱ ପ୍ରାପ୍ତ ହୋଇଥିଲା। ଏଥିରେ ଉଭୟ ଟିକସଯୋଗ୍ୟ ଏବଂ ଅଣ ଟିକସଯୋଗ୍ୟ ରାଜସ୍ୱ ଅନ୍ତର୍ଭୁକ୍ତ ରହିଛି। ଏହି ତଥ୍ୟକୁ ଯଦି ଅଲିଭିଅର୍ ମଡେଲରେ ଫିଟ୍ କରାଯାଏ, ତେବେ ଭାରତର ନାମ ପରିବର୍ତ୍ତନ ପ୍ରକ୍ରିୟାରେ ପ୍ରାୟ ୧୪,୩୦୪ କୋଟି ଟଙ୍କା ଖର୍ଚ୍ଚ ଆସିପାରେ।

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

 COASTAL NEWS Odia 696

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ




ଭୁବନେଶ୍ବର -ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ତଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯାଇଛି। ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରେ ବାହାରିଛି ଏକ୍ସପ୍ରେସ। ଦିନ ୧୨ଟା ରେ ତାଳଚେରରେ ପହଞ୍ଚିବ ଟ୍ରେନ୍। ତାଳଚେର ରୋଡ୍ ଯାଇ ପୁଣି ପୁରୀ ଫେରିବ ଟ୍ରେନ୍। ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଢେଙ୍କାନାଳ ଷ୍ଟେସନରେ ମାତ୍ର ୨ଟି ମିନିଟ୍ ଲେଖାଏ ଟ୍ରେନ୍ ରହିବ। ଚଳିତ ବର୍ଷ ମେ ୧୮ ତାରିଖରେ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍କପ୍ରେସ। ।



ବଢିଲା ବାଇଡେନଙ୍କ ଅଡୁଆ, ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମିଳିଲା ମଞ୍ଜୁରୀ

 COASTAL NEWS Odia 695

ବଢିଲା ବାଇଡେନଙ୍କ ଅଡୁଆ, ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମିଳିଲା ମଞ୍ଜୁରୀ



 

ଓ୍ବାଶିଂଟନ୍‌,୧୩।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ଅଡୁଆ ବଢିଛି। ଆମେରିକା ସଂସଦର ବାଚସ୍ପତି କେଭିନ ମାକ୍କାର୍ଥୀ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇଡେନ ପରିବାରର ବ୍ୟବସାୟିକ କାରବାରକୁ ନେଇ ମାକ୍କାର୍ଥୀ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଆମେରିକାର କ୍ୟାପିଟାଲ ହିଲରେ ମାକ୍କାର୍ଥୀ କହିଛନ୍ତି ଯେ, ମୁଁ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ଆନୁଷ୍ଠାନିକ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ହାଉସ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦେଉଛି। ମାକ୍କାର୍ଥୀ କହିଛନ୍ତି, ଗୃହ ତଦାରଖ ଏବଂ ଉତ୍ତରଦାୟିତ୍ୱ କମିଟିର ଅଧ୍ୟକ୍ଷ ଜେମ୍ସ କୋମର ଯାଞ୍ଚର ତଦାରଖ କରିବେ। ଏହା ସହିତ ହାଉସ ଜୁଡିସିଆରୀ କମିଟିର ଅଧ୍ୟକ୍ଷ ଜିମ ଜୋର୍ଡାନ ଏବଂ ହାଉସ ୱେଜ ଏଣ୍ଡ ମିନ୍ସ କମିଟି ଅଧ୍ୟକ୍ଷ ଜେସନ ସ୍ମିଥ ଜେମ୍ସ କୋମରଙ୍କୁ ସାହାଯ୍ୟ କରିବେ। ତେବେ ହ୍ବାଇଟ ହାଉସ ମହାଭିଯୋଗ ଯାଞ୍ଚକୁ ବିରୋଧ କରିଛି।

ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ

 COASTAL NEWS Odia 694

ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ



ରାଜସ୍ଥାନ - ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଆହତ। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି। ଜୟପୁର-ଆଗ୍ରା ଏନ୍‌ଏଚ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା। ରାସ୍ତାକଡରେ ଛିଡା ହୋଇଥିବା ସମୟରେ ମାଡି ଯାଇଥିଲା ଟ୍ରକ୍। 

ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଜଣେ ଯାତ୍ରୀଙ୍କ କହିବା ଅନୁସାରେ, କିଛି ଯାତ୍ରୀ ରାଜସ୍ଥାନର ପୁଷ୍କରରୁ ଉତ୍ତର ପ୍ରଦେଶ ବୃନ୍ଦାବନକୁ ଏକ ବସ୍ ଯୋଗେ ଯାତ୍ରା କରୁଥିଲେ। ଅନ୍ତରା ଫ୍ଲାଏଓଭର ନିକଟରେ ଇନ୍ଧନ ସରିଯିବାରୁ ସେହିଠାରେ ବସ୍ ଅଟକି ରହିଥିଲା। ଡ୍ରାଇଭରଙ୍କ ସମେତ କିଛି ଯାତ୍ରୀ ଗାଡିରୁ ଓହ୍ଲାଇ ଫ୍ଲାଏଓଭର ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା।

ଘଟଣାସ୍ଥଳରେ ହିଁ 11 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ 6 ଜଣ ମହିଳା ଓ 5 ଜଣ ପୁରୁଷ ଥିବା ପୁଲିସ କହିଛି। ଆଜି ଭୋଅର ପ୍ରାୟ 4ଟl 30 ମିନିଟ୍ ସମୟରେ ଏହି ଦୁଃଖଦ ଘଟଣା ଘଟିଛି। 

ଭାରତ ବିପକ୍ଷ ଫାଇନାଲରେ କେଉଁ ଦଳ ହେବ

 COASTAL NEWS Odia 693

ଭାରତ ବିପକ୍ଷ ଫାଇନାଲରେ କେଉଁ ଦଳ ହେବ



କଲମ୍ବୋ - ଏସିଆ କପ୍ 2023, IND ବନାମ SL: ଭାରତ ଶ୍ରୀଲଙ୍କାକୁ 41 ରନରେ ପରାସ୍ତ କରିଛି |  ଏହିପରି, ଟିମ୍ ଇଣ୍ଡିଆ ସୁପର- ରାଉଣ୍ଡରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି।  ଏହାପୂର୍ବରୁ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।  ଏହିପରି ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା ।  ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ 49.1 ଓଭରରେ 213 ରନ୍ ସଂଗ୍ରହ କରିଥିଲା।  ଏହିପରି ଭାବରେ ଶ୍ରୀଲଙ୍କାର ବିଜୟ ପାଇଁ 214 ରନ୍ ଲକ୍ଷ୍ୟ ଥିଲା।  କିନ୍ତୁ ଦାଶୁନ୍ ଶାନାକାଙ୍କ ଦଳ 41.3 ଓଭରରେ ମାତ୍ର 172 କରିପାରିଥିଲା ।


କୁଲଦୀପ ଯାଦବ ଭାରତ ପାଇଁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ।  9.3 ଓଭରରେ 43 ରନ୍ ପାଇଁ କୁଲଦୀପ ଯାଦବ 4 ଖେଳାଳିଙ୍କୁ ଆଉଟ କରିଥିଲେ।  ଯେହେତୁ ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ପ୍ରତ୍ୟେକଙ୍କୁ ଦୁଇଟି ସଫଳତା ମିଳିଛି ।  ତାଙ୍କ ନାମରେ ହାର୍ଦ୍ଦିକ ପାଣ୍ଡ୍ୟା  ୱିକେଟ୍ ନେଇଥିଲେ।

ଭାରତ ବିପକ୍ଷ ଫାଇନାଲରେ କେଉଁ ଦଳ ହେବ?


ଭାରତୀୟ ଦଳ ଫାଇନାଲରେ ପହଞ୍ଚିଛି।  ଏକାସାଙ୍ଗରେ ଏବେ ଦ୍ୱିତୀୟ ଦଳ ପାଇଁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସଂଘର୍ଷ ହୋଇପାରେ |  ପାକିସ୍ତାନ ଏବଂ ଶ୍ରୀଲଙ୍କା ଗୁରୁବାର ମୁହାଁମୁହିଁ ହେବେ।  ଏହି ମ୍ୟାଚରେ ବିଜେତା ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ |  ଏହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ୍ 17 ସେପ୍ଟେମ୍ବରରେ ଖେଳାଯିବ |  ଏହା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍ ଅଛି |  ସେପ୍ଟେମ୍ବର 15 ରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ।  ଏସିଆ କପ୍ ସୁପର- ରାଉଣ୍ଡର ଏହା ଶେଷ ମ୍ୟାଚ୍ ହେବ |

ପାକିସ୍ତାନର ନିଟ୍ ରନ୍ ହାର ସବୁଠାରୁ ଖରାପ l ଏହାପୂର୍ବରୁ ଭାରତୀୟ ଦଳ ପାକିସ୍ତାନକୁ 228 ରନ୍ ବ୍ୟବଧାନରେ ପରାସ୍ତ କରିଥିଲା।  ଏଥି ସହିତ ବର୍ତ୍ତମାନ ଶ୍ରୀଲଙ୍କା ଦଳ ପରାସ୍ତ ହୋଇଛି।  ଏହିପରି ଭାବରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ 2 ଟି ମ୍ୟାଚରେ 4 ପଏଣ୍ଟ ପାଇଛନ୍ତି।  ଶ୍ରୀଲଙ୍କା ଏବଂ ପାକିସ୍ତାନରେ ପ୍ରତ୍ୟେକ 2 ପଏଣ୍ଟ ଥିବାବେଳେ ଭଲ ନେଟ ରନ୍ ହାର ହେତୁ ଦାଶୁନ୍ ଶାନାକାଙ୍କ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।  ଭାରତ ବ୍ୟତୀତ ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶର ନିଟ୍ ରନ୍ ହାର ମାଇନସ୍ ରେ ଅଛି।  ଏହି ଦଳଗୁଡିକ ମଧ୍ୟରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳର ସର୍ବନିମ୍ନ ନେଟ ରନ୍ ହାର ରହିଛି।

ଜି -20 ସମ୍ମିଳନୀ ଆୟୋଜନ ପାଇଁ ବିଭିନ୍ନ ଦେଶର ଖର୍ଚ୍ଚ

 COASTAL NEWS Odia 692

ଜି -20 ସମ୍ମିଳନୀ ଆୟୋଜନ ପାଇଁ ବିଭିନ୍ନ ଦେଶର ଖର୍ଚ୍ଚ 



ନୂଆଦିଲ୍ଲୀ - ଜି -20 ସମ୍ମିଳନୀ ଆୟୋଜନ ପାଇଁ ଭାରତ 4100 କୋଟି ଟଙ୍କା ଖର୍ଚ୍ଚ କରିଛି ଶିଖର ସମ୍ମିଳନୀରେ ଖର୍ଚ୍ଚ ବଜେଟରେ ସ୍ଥିର ହୋଇଥିବା ଅର୍ଥର ପ୍ରାୟ 4 ଗୁଣ ଥିଲା l 2016 ରେ ଜି -20 ଆୟୋଜନ ପାଇଁ ଚୀନ୍ 1.9 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି

G20 ସମ୍ମିଳନୀ 2023 ସଫଳତାର ସହିତ ସମାପ୍ତ ହୋଇଛି |  ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀକୁ ବହୁତ ପ୍ରଶଂସା କରାଯାଉଛି |  ଜି -20 ଶିଖର ସମ୍ମିଳନୀ ପାଇଁ ଭାରତ ସରକାର ବିପୁଳ ଖର୍ଚ୍ଚ କରିଛନ୍ତି।  ସରକାରୀ ରେକର୍ଡ ଅନୁଯାୟୀ, ସେପ୍ଟେମ୍ବର 9-10 ରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ 4,100 କୋଟିରୁ ଅଧିକ (g20 ଶିଖର ସମ୍ମିଳନୀ ମୂଲ୍ୟ) ଖର୍ଚ୍ଚ ହୋଇଛି।  ତେବେ ସରକାର କହିଛନ୍ତି ଯେ ଏହି ପରିମାଣର ଅଧିକାଂଶ ସ୍ଥାୟୀ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହୋଇଛି।  ଜି -20 ଶିଖର ସମ୍ମିଳନୀ ପରେ ମଧ୍ୟ ଏହି ଭିତ୍ତିଭୂମି ବହୁତ ଉପଯୋଗୀ ହେବ |  ରେକର୍ଡ ଅନୁଯାୟୀ, ଏହି ଖର୍ଚ୍ଚଗୁଡିକ ପ୍ରାୟ 12 ଟି ଶ୍ରେଣୀରେ ବିଭକ୍ତ |  2023-24 ବର୍ଷର ବଜେଟରେ, G20 ସମ୍ମିଳନୀର ଅଧ୍ୟକ୍ଷତା ପାଇଁ 990 କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା |  ଏହିପରି, ପ୍ରକୃତ ଖର୍ଚ୍ଚ ବଜେଟ୍ ପରିମାଣର ପ୍ରାୟ ଚାରି ଗୁଣ |  ଏହି କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀର ସୌନ୍ଦର୍ଯ୍ଯକରଣରେ ସରକାର ବହୁ ଖର୍ଚ୍ଚ କରିଛନ୍ତି।  ଆସନ୍ତୁ ଜାଣିବା ଏହା ପୂର୍ବରୁ ଜି -20 ଶିଖର ସମ୍ମିଳନୀ ଆୟୋଜନ ପାଇଁ ଅନ୍ୟ ଦେଶ କେତେ ଖର୍ଚ୍ଚ କରିଛନ୍ତି।

1. ଇଣ୍ଡୋନେସିଆ 2022 ମସିହାରେ ଇଣ୍ଡୋନେସିଆର ବାଲିରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।  ଏହି ସମ୍ମିଳନୀର ବଜେଟ୍ ପ୍ରାୟ 674 ବିଲିୟନ ଇଣ୍ଡୋନେସିଆ ରୁପିଆ ଅର୍ଥାତ୍ 364 କୋଟିରୁ ଅଧିକ ଥିଲା।

2. ଜାପାନ

2019 ର G20 ଶିଖର ସମ୍ମିଳନୀ ଜାପାନରେ ଅନୁଷ୍ଠିତ ହୋଇଥିଲା |  ଟୁଇଟରରେ 'ୱାର୍ଲ୍ଡ ର୍ୟାଙ୍କିଙ୍ଗ୍' ଦ୍ୱାରା ଟ୍ୱିଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଜାପାନର ଓସାକାରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ 320 ନିୟୁତ ଡଲାର ବା 2,660 କୋଟି ଟଙ୍କା ଖର୍ଚ୍ଚ ହୋଇଛି।

3. ଆର୍ଜେଣ୍ଟିନା

2018 ର G20 ଶିଖର ସମ୍ମିଳନୀ ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସରେ ଅନୁଷ୍ଠିତ ହୋଇଥିଲା |  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହାର ବଜେଟ୍ 112 ନିୟୁତ ଡଲାର ଅର୍ଥାତ୍ ପ୍ରାୟ 931 କୋଟି ଟଙ୍କା ଥିଲା।

4. ଜର୍ମାନୀ

ଜର୍ମାନୀରେ 2017 G20 ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା |  ଜର୍ମାନୀର ଅଫିସିଆଲ୍ G20 ୱେବସାଇଟ୍ ଅନୁଯାୟୀ, ହାମବର୍ଗରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ବ୍ୟୟ 72.2 ନିୟୁତ ୟୁରୋ ଅର୍ଥାତ୍ 642 କୋଟି ଟଙ୍କା ଥିଲା। ହାମବର୍ଗରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀ ଅନୁଯାୟୀ ବ୍ୟୟ 72.2 ନିୟୁତ ୟୁରୋ ଅର୍ଥାତ୍ 642 କୋଟି ଟଙ୍କା ଥିଲା।

5. ଚୀନ୍

2016 ମସିହାରେ, ଚାଇନାର ହାଙ୍ଗଜୋରେ ଜି -20 ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା |  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଶିଖର ସମ୍ମିଳନୀରେ 24 ବିଲିୟନ ଡଲାର ଖର୍ଚ୍ଚ ହୋଇଛି।  ଏହା ହେଉଛି 1.9 ଲକ୍ଷ କୋଟି ଟଙ୍କା।

6. ଅଷ୍ଟ୍ରେଲିଆ

2014 ରେ ଅଷ୍ଟ୍ରେଲିଆ G20 ସମ୍ମିଳନୀ ଆୟୋଜନ କରିଥିଲା ​​|  ବ୍ରିସବେନରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବାରେ ଅଷ୍ଟ୍ରେଲିଆ 400 ମିଲିୟନ ଅଷ୍ଟ୍ରେଲିଆ ଡଲାର ଖର୍ଚ୍ଚ କରିଛି।  ସୁରକ୍ଷା ପାଇଁ 100 ମିଲିୟନ୍ ଅଷ୍ଟ୍ରେଲିୟ ଡଲାର ମଧ୍ୟ ଖର୍ଚ୍ଚ ହୋଇଛି।  ଏହିପରି ମୋଟ ଖର୍ଚ୍ଚ 2,653 କୋଟିରୁ ଅଧିକ ଥିଲା।

7. ରୁଷ୍ 

2013 ରେ ରୁଷରେ G20 ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |  ରୁଷ ଦ୍ଵାରା ଆୟୋଜିତ 2013 ଜି -20 ସେଣ୍ଟ ପିଟର୍ସବର୍ଗ ଶିଖର ସମ୍ମିଳନୀର ମୂଲ୍ୟ ପ୍ରାୟ 2 ବିଲିୟନ ଥିଲା, ଯାହାର ପରିମାଣ 170 କୋଟିରୁ ଅଧିକ।

8. ଫ୍ରାନ୍ସ

2011 ରେ ଫ୍ରାନ୍ସ ଜି -20 ସମ୍ମିଳନୀ ଆୟୋଜନ କରିଥିଲା ​​|  ଏହି କାର୍ଯ୍ୟକ୍ରମରେ 8 କୋଟି ୟୁରୋରୁ ଅଧିକ (ପ୍ରାୟ 712 କୋଟି ଟଙ୍କା) ଖର୍ଚ୍ଚ ହୋଇଛି।

9. କାନାଡା

2010 ରେ ଜି -20 ଶିଖର ସମ୍ମିଳନୀର ଆୟୋଜନ କାନାଡା ଗ୍ରହଣ କରିଥିଲା।  ଏହି ଶିଖର ସମ୍ମିଳନୀରେ 715 ନିୟୁତ CAD ଅର୍ଥାତ୍ ପ୍ରାୟ 4351 କୋଟି ଟଙ୍କା ଖର୍ଚ୍ଚ ହୋଇଛି |



Tuesday, September 12, 2023

କଟକ ନେତାଜୀ ବସ୍ ଟର୍ମିନାଲ୍

 COASTAL NEWS Odia 691

କଟକ ନେତାଜୀ ବସ୍ ଟର୍ମିନାଲ୍



 କଟକ: କାଠଜୋଡି କୂଳରେ ଥିବା ଖାନନଗରରେ ନୂତନ ଭାବେ ନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ୍ କୁ ଆସୁଥିବା ବସ୍ ଯାତ୍ରୀମାନେ ବିମାନବନ୍ଦର ଟର୍ମିନାଲ୍ ଭଳି ଅନୁଭବ କରିବେ।

 ତିନି ମହଲା ବିଶିଷ୍ଟ କୋଠାରେ ଏକ ଉଚ୍ଚତର ସମ୍ମିଳନୀ କକ୍ଷ , ବୃହତ ପ୍ରତୀକ୍ଷାଗୃହ , କାର୍ଯ୍ୟନିର୍ବାହୀ ଲଜ୍, ବ୍ୟବସାୟ ସଭା ପାଇଁ ସ୍ଥାନ ଏବଂ ଯାତ୍ରୀମାନଙ୍କ ପାଇଁ ତିନୋଟି ଉତ୍ସର୍ଗୀକୃତ ଲିଫ୍ଟ ଅଛି |  ଯାଉଥିବା ଯାତ୍ରୀମାନେ ଏକ ରେମ୍ପ ଚଲାଇବେ ଏବଂ ମୁଖ୍ୟ ବିଲ୍ଡିଂ ପଛରେ ଥିବା ଏକ ଉଚ୍ଚସ୍ଥାନରେ ଓହ୍ଲାଇବେ |  ଟର୍ମିନାଲ୍ ର କାନ୍ଥ ଏବଂ ପ୍ରବେଶ ଦ୍ୱାରରେ କଳାକାର ରବି ରଥଙ୍କ ଦ୍ୱାରା ଚିତ୍ରିତ ଅଭିନବ ମୂର୍ତିଗୁଡ଼ିକ ରଖାଯାଇଛି |

ସୁନ୍ଦର ଭାବେ ପରିକଳ୍ପିତ ଶୀତତାପ ନିୟନ୍ତ୍ରିତ ଆହାର କେନ୍ଦ୍ର  ତଳ ମହଲାରେ 2500 ବର୍ଗଫୁଟରୁ ଅଧିକ ବସିବା କ୍ଷମତା ସହିତ ନିର୍ମାଣ କରାଯାଇଛି | ଏହା ବ୍ୟତୀତ ତିନୋଟି କାଫେରିଆ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ସ୍ଥାପନ କରାଯାଇଛି |  ପୁରୁଷ ଏବଂ ମହିଳାଙ୍କ ପାଇଁ ଦୁଇଟି ପୃଥକ ଏସି ଆଶ୍ରୟସ୍ଥଳ 120 ଜଣଙ୍କୁ ରହିବାରେ ସକ୍ଷମ ହେବ |  ୱେଟିଂ ଲାଉଞ୍ଜରେ 200 ଯାତ୍ରୀ ରହିପାରିବେ |  ଯାତ୍ରାକୁ ଅସୁବିଧା ଓ ସହଜ କର୍ତ୍ତୃପକ୍ଷ ଟର୍ମିନାଲରେ ଇଣ୍ଟିଗ୍ରେଟେଡ୍ ବସ୍ ମ୍ୟାନେଜମେଣ୍ଟ ସିଷ୍ଟମ ସ୍ଥାପନ କରିଛନ୍ତି।

ଓଡିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ୍ (ଓବିସିସି) ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଜେ କେ ଦାସ କହିଛନ୍ତି ଯେ ସିଏନ୍ବିଟିରେ ପ୍ରବେଶ କରୁଥିବା ଯେକୌଣସି ବସ୍ ପାଇଁ ସିଷ୍ଟମ ସ୍ୱୟଂଚାଳିତ ଭାବରେ ଟିକେଟ୍ ସୃଷ୍ଟି କରିବ ଏବଂ ସ୍ୱୟଂଚାଳିତ ଭାବରେ ଏକ ପରେ ଏକ ଏବଂ ପାର୍କିଂ ସ୍ଥାନ ବଣ୍ଟନ କରିବ।

 “ଟର୍ମିନାଲକୁ ଆସୁଥିବା ଯେକୈଣସି ଯାତ୍ରୀ ଡିସପ୍ଲେ ବୋର୍ଡରେ ବସ୍ ଯାତ୍ରା ବିଷୟରେ ସମସ୍ତ ସୂଚନା ପାଇବେ |  ରୁଟ୍, ଅବସ୍ଥାନ, ବସ୍ ନମ୍ବର, ନାମ, ଆଗମନ ଏବଂ ପ୍ରସ୍ଥାନ ସମୟ ଏବଂ ଗାଡ଼ି ନମ୍ବର ଦେଖାଇବା ପାଇଁ ମୋଟ 94 ଟି ଏଲଇଡି ବୋର୍ଡ ସ୍ଥାପନ କରାଯାଇଛି ବୋଲି ଦାସ କହିଛନ୍ତି।

 370 ଗାଡି ରହିବା ପାଇଁ ଏକ ପାର୍କିଂ ସ୍ଥାନ ସ୍ଥାପନ କରାଯାଇଛି |“ଡ୍ରପ୍ ଅଫ୍ ଏବଂ ପିକ୍ ଅପ୍ ସୁବିଧା ସହିତ ଏକ ଉତ୍ସର୍ଗୀକୃତ କ୍ଷେତ୍ର ନିର୍ମାଣ କରାଯାଇଛି |  ସମୁଦାୟ 40 ଟି ବ୍ଲକ ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ସିଏନବିଟିର ଅଧ୍ୟକ୍ଷ, ଅନିଲ ସାମଲ କହିଛନ୍ତି।



ପାକିସ୍ତାନ ଅଧିକୃତ କାଶ୍ମୀର ନିଜେ ଭାରତର ଏକ ଅଂଶ ହେବ।

 COASTAL NEWS Odia 690

କେନ୍ଦ୍ର ମନ୍ତ୍ରୀ ଭି କେ ସିଂ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ନିଜେ ଭାରତର ଏକ ଅଂଶ ହେବ।



ରାଜସ୍ଥାନ - ନିର୍ବାଚନ ପ୍ରଚାରରେ ରେ ଲାଗିଥିବା ରାଜସ୍ଥାନରେ ବିଜେପି 'ପରିବର୍ତ୍ତନ ଯାତ୍ରା'ର ଏକ ଅଂଶ ଭାବରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି ଯେ ଜାତୀୟ ରାଜଧାନୀରେ ନିକଟରେ ସମାପ୍ତ ହୋଇଥିବା ଜି -20 ବୈଠକକୁ ସଫଳତାର ସହ ଆୟୋଜନ କରି ଭାରତ ବିଶ୍ୱକୁ ନିଜର ପ୍ରମାଣ ସଫଳ ଆୟୋଜକ ର ଦେଇଛି ।

ସେପ୍ଟେମ୍ବର 11 ରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ନିଜେ ଭାରତର ଏକ ଅଂଶ ହେବ, ଏହା କେବଳ ସମୟର ବିଷୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜି -20 ଶିଖର ସମ୍ମିଳନୀର ମହାନତା ଭାରତକୁ ବିଶ୍ୱ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଏବଂ ଦେଶ ଏହାର ମହତ୍ତ୍ଵ ସମଗ୍ର ବିଶ୍ୱକୁ ପ୍ରମାଣିତ କରିଛି |

"ଜି -20 ବୈଠକ ର ଗୁରୁତ୍ଵ ନଗଣ୍ଯ ଅଥବା ଅଦୃଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱକୁ ନିଜର ମେଣ୍ଟ ଶକ୍ତିଶାଳୀ ବୋଲି ପ୍ରମାଣିତ କରିଛି। ଜି -20 ଗୋଷ୍ଠୀରେ ବିଶ୍ବର ସମସ୍ତ ଶକ୍ତିଶାଳୀ ଦେଶ ଅନ୍ତର୍ଭୁକ୍ତ। ସମସ୍ତ ଦେଶ ଭାରତକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ବୋଲି ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି।

ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଏବଂ ସରକାର ଯୁବକ ଓ କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନାହିଁ।  ସେ କହିଛନ୍ତି, “ଲୋକଙ୍କ ମଧ୍ୟରେ ଯାଇ ସେମାନଙ୍କ କଥା ଶୁଣିବା ପାଇଁ ବିଜେପିକୁ ପରିବର୍ତ୍ତନ ସଂକଳ୍ପ ଯାତ୍ରା ଆୟୋଜନ କରିବାକୁ ପଡୁଛି । ରାଜସ୍ଥାନରେ ସରକାର ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ସେ ପ୍ରକାଶ କରିଥିଲେ l



ବାଟିପଡା ଗ୍ରାମ୍ୟ ବ୍ୟାଙ୍କ କୁ ଅଜଣା ଉତ୍ସରୁ ବ୍ୟାଙ୍କକୁ ଟଙ୍କା

COASTAL NEWS Odia 689

ବାଟିପଡା ଗ୍ରାମ୍ୟ ବ୍ୟାଙ୍କ କୁ ଅଜଣା ଉତ୍ସରୁ ବ୍ୟାଙ୍କକୁ ଟଙ୍କା ଆସିବା ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ଫସଲ ବୀମା

ଟଙ୍କା ବୋଲି ସ୍ପଷ୍ଟ କଲେ ମ୍ୟାନେଜର୍ 



ଆଳି,୧୧/୯(ଆପ୍ର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ବାଟିପଡ଼ା ଗ୍ରାମ୍ୟ ବ୍ୟାଙ୍କରେ ବହୁ ଟଙ୍କା ଲୋକଙ୍କ ଖାତାକୁ ବହୁତ୍ ଟଙ୍କା ଆସିଛି ବୋଲି ହୋହାଲ୍ଲା ହୋଇଥିଲା। ତେଣୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଭିଡ଼ ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଳି ପୁଲିସର ସହାୟତା ନେଇଥିଲେ । କେଉଁଠୁ ଏତେ ପରିମାଣର ଟଙ୍କା ଆସିଛି ବୋଲି ସ୍ପଷ୍ଟ ହୋଇ ପାରିନଥିଲା। 

ଜନସାଧାରଣ ତଥା ଗଣମାଧ୍ୟମରେ ଏ ସଂପର୍କରେ ୪ ଦିନଧରି ଏହି ଚର୍ଚ୍ଚା ଲାଗି ରହିଥିଲା। ୪ ଦିନ ଧରି ବ୍ୟାଙ୍କ ଶାଖା ପରିଚାଳକ ପ୍ରତାପ ପ୍ରଧାନ ଏ ସଂପର୍କରେ ଅନୁସନ୍ଧାନ କରିବା ପରେ ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବୋଲି ସ୍ପଷ୍ଟ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ବହୁ ଲୋକଙ୍କ ଖାତାକୁ ଏକା ବେଳକେ ଏତେ ଟଙ୍କା ଆସିବା ଏହି ବ୍ୟାଙ୍କରେ ପ୍ରଥମ ।ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବୋଲି ପ୍ରଥମରୁ ସାମାନ୍ୟ ସୂଚନା ମିଳିଥିଲା l କିନ୍ତୁ ଆମେ ଦ୍ବନ୍ଦ୍ବରେ ଥିଲୁ । ଆମ ବ୍ୟାଙ୍କରେ ୧୨ ହଜାର ଖାତା ଥିବା ବେଳେ ପ୍ରାୟ ୨ ହଜାର ଲୋକ ବ୍ୟାଙ୍କକୁ ଆସି ତାଙ୍କ ଖାତା ତନଖି କରିବାରୁ ପ୍ରବଳ ଭିଡ଼ ହାଇଥିଲା। ଫଳରେ ଏହି ଟଙ୍କା ଉଠାଣ ଆମେ ସାମୟିକ ଭାବେ ବନ୍ଦ କରିଥିଲୁ । ଏହା ମଧ୍ୟରେ ଏହାର ଉତ୍ସ ସଂପର୍କରେ ଅନୁସନ୍ଧାନ କରିବା ପରେ ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବୋଲି ଜଣାପଡ଼ିଛି। କିଛି ମେସେଜ୍‌ରେ ପ୍ରି ମାଟ୍ରିକ୍ ସ୍କଲାରସିପ୍ ସୂଚନା ଥିବା ସଂପର୍କରେ ସ୍ପଷ୍ଟୀକରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେଦିନ ଏହି ଉତ୍ସରୁ କେତେ ଜଣ ଛାତ୍ରଛାତ୍ରୀଙ୍କ ଖାତାକୁ ଅର୍ଥ ଆସିଥିଲା। 

ଏହା ପରେ ଲୋକଙ୍କ ମନରୁ ସବୁ ସନ୍ଦେହ ଦୂର ହୋଇଛି 

ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ

 COASTAL NEWS Odia 689

ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ



ଭୁବନେଶ୍ବର - ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)।

ଏହି ଅଭିଯୁକ୍ତମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ଲୁହା ଛୁରୀ, ଦୁଇଟି ମୋବାଇଲ ଫୋନ୍ ଓ ୯ ଲକ୍ଷ ଟଙ୍କାର ଏକ ଚେକ୍‌ (ଇରାନୀ ପାତ୍ରଙ୍କ ନାଁରେ ଥିଲା) ଜବତ କରାଯାଇଛି।

ଘଟଣାଟି ଗତ ୮ ତାରିଖର। ସେହି ଦିନ ରାତିରେ ଇରାନୀ ପାତ୍ର ଫୋନ୍ କରି ଉକ୍ତ ଡାକ୍ତରଙ୍କୁ ତମାଣ୍ଡୋର ସିଟି ହୋମ୍‌ସ ଅଞ୍ଚଳ ସ୍ଥିତ ତାଙ୍କ ଭଡ଼ା ଘରକୁ ଡାକିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି କହି ସେ ଡାକ୍ତରଙ୍କୁ ସେଠାକୁ ଡାକି ଥିଲେ। ଡାକ୍ତର ଓ ଇରାନୀ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଏକ ହସ୍‌ପିଟାଲରେ ଇରାନୀ ଚିକିତ୍ସିତ ହେଉଥିବା ବେଳେ ସେଠାରେ ନିଯୁକ୍ତ ହୋଇଥିଲେ ଏହି ଡାକ୍ତର।

ରାତି ପ୍ରାୟ ୧୧ଟା ବେଳେ ଡାକ୍ତର ଇରାନୀଙ୍କ ଘରେ ପହଞ୍ଚିଥିଲେ। ସେ ଇରାନୀଙ୍କ ଘରେ ପ୍ରବେଶ କରିବା ମାତ୍ରେ ନିଶିକାନ୍ତ ପାତ୍ର ଓ ଅନ୍ୟ ଦୁଇ ଅଭିଯୁକ୍ତ ସଙ୍ଗେ ସଙ୍ଗେ କବାଟ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ନେଇ ଗୋଟିଏ ରୁମ୍‌ରେ ବନ୍ଦୀ କରି ଦେଇଥିଲେ। ସେମାନେ ଛୁରୀ ଦେଖାଇ ଡାକ୍ତରଙ୍କୁ ୨୫ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ପିଟାମରା କରିଥିଲେ। ସେମାନେ ଡାକ୍ତରଙ୍କ ଠାରୁ ତାଙ୍କ କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।

ସେମାନେ ଡାକ୍ତରଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନଦେବେ, ତା’ହେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ କେସ୍ ଦେବେ। ଏହାପରେ ଡାକ୍ତର ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ଓ ତାଙ୍କ ଫୋନ୍ ପେ’ର ପାସ୍‌ ୱାର୍ଡ କହି ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କାରଣ ତା’ଠୁ ଅଧିକ ଟ୍ରାନ୍ସଫର ହୋଇପାରି ନଥା’ନ୍ତା।

ଏହା ପରେ ଇରାନୀ ପାତ୍ର ଓ ନିଶିକାନ୍ତ ପାତ୍ର ଡାକ୍ତରଙ୍କୁ ଧରି ଇନଫୋସିଟି ଥାନା ଅନ୍ତର୍ଗତ ତାଙ୍କ ଘରକୁ ଆସିଥିଲେ। ସେଠାରୁ ସେମାନେ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। ତା’ପରେ ସେମାନେ ଡାକ୍ତରଙ୍କୁ ତାଙ୍କ କାର୍ ଚାବି, ସୁନାର ବ୍ରେସ୍‌ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇଥିଲେ ଏବଂ ଘଟଣା ସଂପର୍କରେ ପୁଲିସ୍ କିମ୍ବା ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ।

ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଲା ଯେ ଏହି ଅଭିଯୁକ୍ତମାନେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ସହିତ ମଧ୍ୟ ଏମିତି କାଣ୍ଡ କରିଥିଲେ। ତେବେ ଉକ୍ତ ଦୁଇ ବ୍ୟକ୍ତି ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରି ନଥିଲେ।

ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ

 COASTAL NEWS Odia 687

ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ 


ନୂଆଦିଲ୍ଲୀ - ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାୟୁସେନା ମଧ୍ୟରେ ଡଗ ଫାଇଟ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଫେବୃଆରୀ ୨୦୧୯ ରେ ଦେଖିବାକୁ ମିଳିଥିଲା। ପୁଣି ଥରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିନ୍ତୁ ଏଥର ପ୍ରତିଯୋଗିତା ଭାରତୀୟ ବାୟୁସେନାର ମିଗ -୨୯ ଏବଂ ପାକିସ୍ତାନ ବାୟୁସେନାର ଜେଏଫ -୧୭ ମଧ୍ୟରେ ହେବ। କେବଳ ପାର୍ଥକ୍ୟ ହେଉଛି ଏଥର ଏହି ଯୁଦ୍ଧ ରକ୍ତାକ୍ତ ଖେଳରେ ପରିଣତ ହେବ ନାହିଁ। 

ବାସ୍ତବରେ, ଉଭୟ ଭାରତ ଏବଂ ପାକିସ୍ଥାନର ବାୟୁସେନା ବର୍ତ୍ତମାନ ଇଜିପ୍ଟରେ ଆୟୋଜିତ ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ବ୍ରାଇଟ ଷ୍ଟାର ୨୦୨୩ର ଏକ ଅଂଶ ଭାବେ ହେବ।ଇଜିପ୍ଟରେ ଚାଲିଥିବା ଟ୍ରାଇସର୍ଭାଇସ ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ୩୧ ଅଗଷ୍ଟରୁ ଆରମ୍ଭ ହୋଇଛି। ଏହା ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଭାରତ ପ୍ରଥମ ଥର ପାଇଁ ଏହି ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସରେ ଭାଗ ନେଇଛି। 

ଏହି ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ସମୟରେ, ଇଜିପ୍ଟର ମିଗ -୨୯ ଏବଂ ରାଫାଲ ଭାରତୀୟ ବାୟୁସେନାର ଆଇଏଲ-୭୮ ଟ୍ୟାଙ୍କର୍‌ ମାଧ୍ୟମରେ ବାୟୁରେ ଇନ୍ଧନ ଭର୍ତ୍ତିି କରାଯାଇଥିଲା। ଭାରତୀୟ ବାୟୁସେନାର ୫ ମିଗ-୨୯ ଅପଗ୍ରେଡ, ୨ ଆଇଏଲ-୭୮, ୨ ସି-୩୦ ଏବଂ ୨ ସି-୧୭ ଗ୍ଲୋବ ମାଷ୍ଟର ଅଂଶଗ୍ରହଣ କରିଛନ୍ତି। ଏଥି ସହିତ ପାକିସ୍ତାନ ମଧ୍ୟ ଏହି ଯୁଦ୍ଧ ଅଭ୍ୟାସର ଏକ ଅଂଶ। ପଡୋଶୀ ଦେଶ ସେଠାରେ ଏହାର ଆଧୁନିକ ଜେଏଫ-୧୭ ଯୁଦ୍ଧବିମାନ ପଠାଇଛି।

ଭାରତୀୟ ନୌସେନାର ଆଇଏନଏସ ସୁମେଧା ଏବଂ ସେନାର ୧୫୦ ସୈନିକ ଏଥିରେ ଭାଗ ନେଉଛନ୍ତି। ଏହି ଅଭ୍ୟାସରେ ଭାରତୀୟ ସେନାର ସମସ୍ତ ତିନୋଟି ପକ୍ଷରୁ ମୋଟ ୫୪୯ କର୍ମଚାରୀ ସାମିଲ ଅଛନ୍ତି। ଭାରତ ବ୍ୟତୀତ ଆମେରିକା, ସାଉଦି ଆରବ, ଗ୍ରୀସ, କତାର, ପାକିସ୍ତାନ ସମେତ ୩୪ ଟି ଦେଶ ଇଜିପ୍ଟରେ ହେଉଥିବା ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସରେ ଭାଗ ନେଇଛି। 

ବିଜେଡି ଉପସଭାପତି ପଦରୁ ହଟିଲେ ସୌମ୍ୟ, ବହିଷ୍କୃତ କଲେ ବିଜେଡି ସୁପ୍ରିମୋ

 COASTAL NEWS Odia 686

ବିଜେଡି ଉପସଭାପତି ପଦରୁ ହଟିଲେ ସୌମ୍ୟ, ବହିଷ୍କୃତ କଲେ ବିଜେଡି ସୁପ୍ରିମୋ




ଭୁବନେଶ୍ୱର ୧୨।୦୯: ବିଜେଡି ଉପସଭାପତି ପଦରୁ ହଟିଲେ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇଛନ୍ତି ବିଜେଡି ସୁପ୍ରିମୋ । ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । 5 T ସଚିବଙ୍କୁ ସମାଲୋଚନା କରିବା ମହଙ୍ଗା ପଡ଼ିଲା ବୋଲି ଆଲୋଚନା ହେଉଛି l

ଶିଶୁ ପୁତ୍ରକୁ ପାଣି ରେ ଫିଙ୍ଗିଦେଲା ଜନ୍ମଦାତ୍ରୀ ମାଆ

 COASTAL NEWS Odia 685

ଶିଶୁ ପୁତ୍ରକୁ ପାଣି ରେ ଫିଙ୍ଗିଦେଲା ଜନ୍ମଦାତ୍ରୀ ମାଆ 



ମୟୁରଭଞ୍ଜ - ନିଜ ଶିଶୁପୁତ୍ର କୁ ପାଣିରେ ଫିଙ୍ଗି ଦେଇ ହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନ ବାଙ୍କୀଡ଼ିହି ଗ୍ରାମର ବାସିନ୍ଦା ସାଲାଇ ନାଏକ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ମଧ୍ୟରେ କେତେଦିନ ଧରି ବିଭିନ୍ନ କାରଣ ପାଇଁ ପାରିବାରିକ କଳହ ଲାଗି ରହିଥିଲା। ଗତ କାଲି ସାପ୍ତାହିକ ହାଟ ଅଶନାକୁ ସାଲାଇ ଯାଇଥିବା ବେଳେ ତାର ପ୍ରଥମ ସ୍ତ୍ରୀ ସକାଳୁ ବିଲ କାମ କରିବାକୁ ଯାଇଥିଲା ।

ସ୍ୱାମୀ ଓ ସୌତୁଣୀର ଅନୁପସ୍ଥିତ ର ସୁଯୋଗ ନେଇ ନିଜ ଜନ୍ମ କଲା ଶିଶୁପୁତ୍ର କୁ ଧରି ଘରୁ ବାହାରି ଯାଇଥିଲା ପାର୍ବତୀ ।ସ୍ୱାମୀ ସାଲାଇ ହାଟରୁ ଫେରି ପାର୍ବତୀକୁ ଏକାକୀ ଘରେ ଦେଖି ପୁତ୍ର ରାଜେଶ କାହିଁ ବୋଲି ପଚାରିଥିଲେ।ମାତ୍ର ଶିଶୁପୁତ୍ର କୁ ସେ ନେଇ ତାଙ୍କ ବାପା ଘରେ ଛାଡ଼ି ଆସିଛନ୍ତି ବୋଲି ପାର୍ବତୀ ସ୍ୱାମୀ କୁ କହିଥିଲେ।

ପରେ ସାଲାଇ ତାଙ୍କ ଶଶୁର ଘରକୁ ଯାଇ ଶଶୁର ଘରେ ପଚାରିବାରୁ ପାର୍ବତୀ ଏକାକୀ ଆସିଥିଲା ବୋଲି ଶଶୁର ଘର ଲୋକେ କହିଥିଲେ ।ଶିଶୁ ପୁତ୍ରକୁ କୋଳରେ ଧରି ଦାଣ୍ଡରେ ଯାଉଥିବାର ଖବର ସାଲାଇ ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ।ଏହା ଜାଣି ସାଲାଇ ବାରମ୍ବାର ପାର୍ବତୀକୁ ତାଗିଦ କଲା ପରେ ସେ ନିଜ ପୁତ୍ରକୁ ଗ୍ରାମ ପାଖରେ ଥିବା କେନାଲ ପାଣିରେ ପକାଇ ଦେଇଥିବା ସ୍ୱୀକାର କରିଥିଲେ।

ଆଜି ସକାଳେ ସେ କେନାଲ ପାଣିରେ ଜଣେ ଶିଶୁକୁ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ସାଲାଇ କୁ ଖବର ଦେଇଥିଲେ ସାଲାଇ ଶିଶୁପୁତ୍ର ରାଜେଶକୁ ମୃତ ଅବସ୍ଥାରେ କେନାଲ ରୁ ଉଦ୍ଧାର କରି ଘରକୁ ଆଣି ବିଶୋଇ ଥାନା ରେ ଅଭିଯୋଗ କରିଥିଲେ ।

ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟ କୁ ମୃତ ରାଜେଶର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟାକାରିଣୀ ମା ପାର୍ବତୀକୁ ଗିରଫ୍ କରିଥିବା ଜଣାପଡିଛି।କେଶ ନଂ ୧୭୧/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚାଲୁ ରଖିଛି ପୋଲିସ।

ପ୍ରବାସୀ ଶ୍ରମିକ ପାଇବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା

 COASTAL NEWS Odia 684 

ପ୍ରବାସୀ ଶ୍ରମିକ ପାଇବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା



ନୂଆଦିଲ୍ଲୀ - ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଯେ କୌଣସି ସ୍ଥାନରେ ତାଲିକାରେ ଥିବା ପବ୍ଲିକ ଏବଂ ବେସରକାରୀ ହସ୍ପିଟାଲରୁ ସେବା ପାଇବେ ପ୍ରବାସୀ ଶ୍ରମିକ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇବେ ପ୍ରବାସୀ ଶ୍ରମିକ। ରୋଗୀ ହସ୍ପିଟାଲାଇଜେସନ ସମୟରେ ରହିବାକୁ ଘର ମିଳିବ। ହସ୍ପିଟାଲାଇଜେସନ ପୂର୍ବ ଏବଂ ପରର ଖର୍ଚ୍ଚ ମିଳିବ। ଚିକିତ୍ସା ସମୟରେ ଜଟିଳ ସ୍ଥିତି ଉପୁଜିଲେ ଏହାର ମୁକାବିଲା କରାଯାଇପାରିବ। ରୋଗୀ ଚିକିତ୍ସା ହେବା ପୂର୍ବରୁ ଥିବା ଅବସ୍ଥା ପ୍ରଥମ ଦିନରୁ ସାମିଲ ହେବ। 

ନ୍ୟାସନାଲ ହେଲଥ ଇନସୁରାନ୍ସ ସ୍କିମରେ ଥିବା ହିତାଧିକାରୀ ବିନା ରୋଜଗାର ପ୍ରମାଣପତ୍ରରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ ସହ ଆୟୁଷ୍ମାନ ଲାଗୁ କରିବାରେ ଅସୁବିଧା ନାହିଁ। କେନ୍ଦ୍ରର ବାରମ୍ବାର ଅନୁରୋଧ ପରେ ଆୟୁଷ୍ମାନ ଭାରତ୍ବି ଯୋଜନା ଲାଗୁ କରୁନାହାଁନ୍ତି ରାଜ୍ୟ  ସରକରା।



ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ

 COASTAL NEWS Odia 683

ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ



ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ । ଲିବ୍ୟାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ଡାନିଏଲ’ । ବାତ୍ୟା ଏବଂ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି ।

 ଲିବ୍ୟା ପ୍ରଧାନମନ୍ତ୍ରୀ ଓସାମା ହମାଦ ଅଲ-ମସର ଟେଲିଭିଜନକୁ ଦେଇଥିବା ସାକ୍ଷାତକାର ମୁତାବକ, ବାତ୍ୟା ‘ଡାନିଏଲ’ ପୂର୍ବ ସହର ଡର୍ନାକୁ ବର୍ବାଦ କରିଦେଇଛି । ପାଣି ଘେରରେ ରହିଛି ଅଧିକାଂଶ ଘର । ନଦୀ ଗୁଡ଼ିକ ଫୁଲିବା ଯୋଗୁ ଜଲାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତି । 

ସେହିପରି ହଜାରରୁ ଅଧିକ ଲୋକ ନିଖୋଜ ଥିବା କହିଛନ୍ତି ଲିବ୍ୟା ପ୍ରଧାନମନ୍ତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦେଶରେ ତିନି ଦିନିଆ ଶୋକ ଦିବସ ଘୋଷଣା କରାଯାଇଛି । ଏହି ସମୟରେ ଦେଶର ଜାତୀୟ ପତାକା ଅର୍ଦ୍ଧନିମିତ ରହିବ । ବିନାଶକାରୀ ତୁଫାନ ‘ଡାନିଏଲ’ ପରେ ବନ୍ୟା ବିପର୍ଯ୍ୟୟ ଆଣିଛି । ସହରରେ ପାଣି ଭରି ରହିଛି । 

ସରକାରଙ୍କ ପକ୍ଷରୁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପୂର୍ବ ଲିବ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ଓଥମାନ ଅବ୍ଦୁଲଜଲିଲ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ସମବେଦନା ଜଣାଇଛନ୍ତି ।      

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ

 COASTAL NEWS Odia 682

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ


ଭୁବନେଶ୍ୱର, ୧୨।୯ :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ(ସିମାଟିକ୍‌) ନିଯୁକ୍ତି ପାଇବେ। ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍‌ସାଇଟ୍‌ https://osepa.odisha.gov.inରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୩ ତାରିଖରୁ ଓସେପା ୱେବ୍‌ସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଅକ୍ଟୋବର ୧୦ ତାରିଖ ହେଉଛି ଆବେଦନର ଶେଷ ସମୟ। କିଛିବର୍ଷ ବ୍ୟବଧାନରେ ଏହି ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଭାଗ ଆଶା ରଖିଛି।

ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲା ଅନୁସାରେ ଜିଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବ୍‌ସାଇଟ୍‌ରେ ନିଯୁକ୍ତି ପାଇଁ ଜିଲାୱାରି ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍‌ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି। ଉକ୍ତ ଓ୍ବେବସାଇଟ୍‌ରେ ଆଶାୟୀମାନେ ଆବେଦନ କରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନକୁ ଗ୍ରହଣ କରାଯିବ ନାହିଁ। ଆଶାୟୀମାନେ ଉପଯୁକ୍ତ ଇମେଲ୍‌ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହାପରେ ଆବଶ୍ୟକ ତଥ୍ୟ ଅପଲୋଡ୍‌ କରିବାକୁ ହେବ। ଆବେଦନ ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ ନଂ.୭୩୫୩୯୨୭୭୭୯ରେ ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ ବୋଲି ଓସେପା ପକ୍ଷରୁ କୁହାଯାଇଛି।

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ

 COASTAL NEWS Odia 681

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ



 

ନୂଆଦିଲ୍ଲୀ/ ୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ। ସୋମବାର ଭାରତରେ ଫସି ରହିଥିବା କାନାଡାର ପ୍ରଧାନମନ୍ତ୍ରୀ ରାଜଧାନୀର ଲଲିତ ହୋଟେଲରେ ତାଙ୍କ କୋଠରୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରୁଟିପୂର୍ଣ୍ଣ ଥିବା କାନାଡିଆନ ପ୍ରଧାନମନ୍ତ୍ରୀଙ୍କ ବିମାନ ହେଉଛି ଏକ ସିସି-୧୫୦ ପୋଲାରିସ, ଅନେକ ପରିବର୍ତ୍ତିତ ଏୟାରବସ ଏ୩୧୦-୩୦୦ ମଧ୍ୟରୁ ଗୋଟିଏ ଯାହା କାନାଡା ସଶସ୍ତ୍ର ବାହିନୀ ଏହାର ଭିଆଇପିଙ୍କ ପାଇଁ ବ୍ୟବହାର କରେ।

କାନାଡାର ପ୍ରଧାନମନ୍ତ୍ରୀ ଭାରତରେ ଅଟକି ରହିଛନ୍ତି  ବୟାନ ଆସିବାର କିଛି ସମୟ ପରେ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ରବିବାର ଦିନ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରରେ ଖଲିସ୍ତାନ ଜନମତ ସଂଗ୍ରହ ଆୟୋଜନ କରିଥିଲେ, ଯାହାକୁ ଭାରତ ସରକାର ତୀକ୍ଷ୍ଣ ନଜର ରଖିଥିଲେ।

COASTAL NEWS

ରାଶି

ନମସ୍କାର ଦର୍ଶକମାନେ ! ସ୍ୱାଗତ ଆପଣଙ୍କୁ କୋଷ୍ଟାଲ ନିଉଜ୍ ଓଡିଆ ରେ। ଆଜି 3 ନଭେମ୍ବର 2025, ସୋମବାର। ଆଜିର ରାଶିଫଳରେ ଆମେ ଜାଣିବା ଯେ ଗ୍ରହମାନଙ୍କର ଗତ...