AFFILIATE MARKETING

https://binomo.com?a=90810425bb57&t=0

Tuesday, September 12, 2023

ବାଟିପଡା ଗ୍ରାମ୍ୟ ବ୍ୟାଙ୍କ କୁ ଅଜଣା ଉତ୍ସରୁ ବ୍ୟାଙ୍କକୁ ଟଙ୍କା

COASTAL NEWS Odia 689

ବାଟିପଡା ଗ୍ରାମ୍ୟ ବ୍ୟାଙ୍କ କୁ ଅଜଣା ଉତ୍ସରୁ ବ୍ୟାଙ୍କକୁ ଟଙ୍କା ଆସିବା ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ଫସଲ ବୀମା

ଟଙ୍କା ବୋଲି ସ୍ପଷ୍ଟ କଲେ ମ୍ୟାନେଜର୍ 



ଆଳି,୧୧/୯(ଆପ୍ର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ବାଟିପଡ଼ା ଗ୍ରାମ୍ୟ ବ୍ୟାଙ୍କରେ ବହୁ ଟଙ୍କା ଲୋକଙ୍କ ଖାତାକୁ ବହୁତ୍ ଟଙ୍କା ଆସିଛି ବୋଲି ହୋହାଲ୍ଲା ହୋଇଥିଲା। ତେଣୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ପ୍ରବଳ ଭିଡ଼ ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଳି ପୁଲିସର ସହାୟତା ନେଇଥିଲେ । କେଉଁଠୁ ଏତେ ପରିମାଣର ଟଙ୍କା ଆସିଛି ବୋଲି ସ୍ପଷ୍ଟ ହୋଇ ପାରିନଥିଲା। 

ଜନସାଧାରଣ ତଥା ଗଣମାଧ୍ୟମରେ ଏ ସଂପର୍କରେ ୪ ଦିନଧରି ଏହି ଚର୍ଚ୍ଚା ଲାଗି ରହିଥିଲା। ୪ ଦିନ ଧରି ବ୍ୟାଙ୍କ ଶାଖା ପରିଚାଳକ ପ୍ରତାପ ପ୍ରଧାନ ଏ ସଂପର୍କରେ ଅନୁସନ୍ଧାନ କରିବା ପରେ ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବୋଲି ସ୍ପଷ୍ଟ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ବହୁ ଲୋକଙ୍କ ଖାତାକୁ ଏକା ବେଳକେ ଏତେ ଟଙ୍କା ଆସିବା ଏହି ବ୍ୟାଙ୍କରେ ପ୍ରଥମ ।ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବୋଲି ପ୍ରଥମରୁ ସାମାନ୍ୟ ସୂଚନା ମିଳିଥିଲା l କିନ୍ତୁ ଆମେ ଦ୍ବନ୍ଦ୍ବରେ ଥିଲୁ । ଆମ ବ୍ୟାଙ୍କରେ ୧୨ ହଜାର ଖାତା ଥିବା ବେଳେ ପ୍ରାୟ ୨ ହଜାର ଲୋକ ବ୍ୟାଙ୍କକୁ ଆସି ତାଙ୍କ ଖାତା ତନଖି କରିବାରୁ ପ୍ରବଳ ଭିଡ଼ ହାଇଥିଲା। ଫଳରେ ଏହି ଟଙ୍କା ଉଠାଣ ଆମେ ସାମୟିକ ଭାବେ ବନ୍ଦ କରିଥିଲୁ । ଏହା ମଧ୍ୟରେ ଏହାର ଉତ୍ସ ସଂପର୍କରେ ଅନୁସନ୍ଧାନ କରିବା ପରେ ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବୋଲି ଜଣାପଡ଼ିଛି। କିଛି ମେସେଜ୍‌ରେ ପ୍ରି ମାଟ୍ରିକ୍ ସ୍କଲାରସିପ୍ ସୂଚନା ଥିବା ସଂପର୍କରେ ସ୍ପଷ୍ଟୀକରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେଦିନ ଏହି ଉତ୍ସରୁ କେତେ ଜଣ ଛାତ୍ରଛାତ୍ରୀଙ୍କ ଖାତାକୁ ଅର୍ଥ ଆସିଥିଲା। 

ଏହା ପରେ ଲୋକଙ୍କ ମନରୁ ସବୁ ସନ୍ଦେହ ଦୂର ହୋଇଛି 

ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ

 COASTAL NEWS Odia 689

ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ



ଭୁବନେଶ୍ବର - ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)।

ଏହି ଅଭିଯୁକ୍ତମାନଙ୍କଠାରୁ ନଗଦ ୩୦ ହଜାର ଟଙ୍କା, ଗୋଟିଏ ଲୁହା ଛୁରୀ, ଦୁଇଟି ମୋବାଇଲ ଫୋନ୍ ଓ ୯ ଲକ୍ଷ ଟଙ୍କାର ଏକ ଚେକ୍‌ (ଇରାନୀ ପାତ୍ରଙ୍କ ନାଁରେ ଥିଲା) ଜବତ କରାଯାଇଛି।

ଘଟଣାଟି ଗତ ୮ ତାରିଖର। ସେହି ଦିନ ରାତିରେ ଇରାନୀ ପାତ୍ର ଫୋନ୍ କରି ଉକ୍ତ ଡାକ୍ତରଙ୍କୁ ତମାଣ୍ଡୋର ସିଟି ହୋମ୍‌ସ ଅଞ୍ଚଳ ସ୍ଥିତ ତାଙ୍କ ଭଡ଼ା ଘରକୁ ଡାକିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି କହି ସେ ଡାକ୍ତରଙ୍କୁ ସେଠାକୁ ଡାକି ଥିଲେ। ଡାକ୍ତର ଓ ଇରାନୀ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଏକ ହସ୍‌ପିଟାଲରେ ଇରାନୀ ଚିକିତ୍ସିତ ହେଉଥିବା ବେଳେ ସେଠାରେ ନିଯୁକ୍ତ ହୋଇଥିଲେ ଏହି ଡାକ୍ତର।

ରାତି ପ୍ରାୟ ୧୧ଟା ବେଳେ ଡାକ୍ତର ଇରାନୀଙ୍କ ଘରେ ପହଞ୍ଚିଥିଲେ। ସେ ଇରାନୀଙ୍କ ଘରେ ପ୍ରବେଶ କରିବା ମାତ୍ରେ ନିଶିକାନ୍ତ ପାତ୍ର ଓ ଅନ୍ୟ ଦୁଇ ଅଭିଯୁକ୍ତ ସଙ୍ଗେ ସଙ୍ଗେ କବାଟ ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ନେଇ ଗୋଟିଏ ରୁମ୍‌ରେ ବନ୍ଦୀ କରି ଦେଇଥିଲେ। ସେମାନେ ଛୁରୀ ଦେଖାଇ ଡାକ୍ତରଙ୍କୁ ୨୫ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କୁ ପିଟାମରା କରିଥିଲେ। ସେମାନେ ଡାକ୍ତରଙ୍କ ଠାରୁ ତାଙ୍କ କାର୍ ଚାବି, ସୁନାର ବ୍ରେସଲେଟ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।

ସେମାନେ ଡାକ୍ତରଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନଦେବେ, ତା’ହେଲେ ଇରାନୀ ତାଙ୍କ ନାଁରେ ଥାନାରେ ମିଛ କେସ୍ ଦେବେ। ଏହାପରେ ଡାକ୍ତର ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ଓ ତାଙ୍କ ଫୋନ୍ ପେ’ର ପାସ୍‌ ୱାର୍ଡ କହି ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ଇରାନୀ ପାତ୍ରଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କାରଣ ତା’ଠୁ ଅଧିକ ଟ୍ରାନ୍ସଫର ହୋଇପାରି ନଥା’ନ୍ତା।

ଏହା ପରେ ଇରାନୀ ପାତ୍ର ଓ ନିଶିକାନ୍ତ ପାତ୍ର ଡାକ୍ତରଙ୍କୁ ଧରି ଇନଫୋସିଟି ଥାନା ଅନ୍ତର୍ଗତ ତାଙ୍କ ଘରକୁ ଆସିଥିଲେ। ସେଠାରୁ ସେମାନେ ୯ ଲକ୍ଷ ଟଙ୍କାର ଏକ ଚେକ୍ ନେଇଥିଲେ। ତା’ପରେ ସେମାନେ ଡାକ୍ତରଙ୍କୁ ତାଙ୍କ କାର୍ ଚାବି, ସୁନାର ବ୍ରେସ୍‌ଲେଟ୍ ଓ ମୋବାଇଲ ଫୋନ୍ ଫେରାଇ ଦେଇଥିଲେ ଏବଂ ଘଟଣା ସଂପର୍କରେ ପୁଲିସ୍ କିମ୍ବା ଅନ୍ୟ କାହାକୁ ନ କହିବାକୁ ଧମକ ଦେଇଥିଲେ।

ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଲା ଯେ ଏହି ଅଭିଯୁକ୍ତମାନେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ସହିତ ମଧ୍ୟ ଏମିତି କାଣ୍ଡ କରିଥିଲେ। ତେବେ ଉକ୍ତ ଦୁଇ ବ୍ୟକ୍ତି ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରି ନଥିଲେ।

ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ

 COASTAL NEWS Odia 687

ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ 


ନୂଆଦିଲ୍ଲୀ - ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାୟୁସେନା ମଧ୍ୟରେ ଡଗ ଫାଇଟ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଫେବୃଆରୀ ୨୦୧୯ ରେ ଦେଖିବାକୁ ମିଳିଥିଲା। ପୁଣି ଥରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିନ୍ତୁ ଏଥର ପ୍ରତିଯୋଗିତା ଭାରତୀୟ ବାୟୁସେନାର ମିଗ -୨୯ ଏବଂ ପାକିସ୍ତାନ ବାୟୁସେନାର ଜେଏଫ -୧୭ ମଧ୍ୟରେ ହେବ। କେବଳ ପାର୍ଥକ୍ୟ ହେଉଛି ଏଥର ଏହି ଯୁଦ୍ଧ ରକ୍ତାକ୍ତ ଖେଳରେ ପରିଣତ ହେବ ନାହିଁ। 

ବାସ୍ତବରେ, ଉଭୟ ଭାରତ ଏବଂ ପାକିସ୍ଥାନର ବାୟୁସେନା ବର୍ତ୍ତମାନ ଇଜିପ୍ଟରେ ଆୟୋଜିତ ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ବ୍ରାଇଟ ଷ୍ଟାର ୨୦୨୩ର ଏକ ଅଂଶ ଭାବେ ହେବ।ଇଜିପ୍ଟରେ ଚାଲିଥିବା ଟ୍ରାଇସର୍ଭାଇସ ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ୩୧ ଅଗଷ୍ଟରୁ ଆରମ୍ଭ ହୋଇଛି। ଏହା ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଭାରତ ପ୍ରଥମ ଥର ପାଇଁ ଏହି ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସରେ ଭାଗ ନେଇଛି। 

ଏହି ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ସମୟରେ, ଇଜିପ୍ଟର ମିଗ -୨୯ ଏବଂ ରାଫାଲ ଭାରତୀୟ ବାୟୁସେନାର ଆଇଏଲ-୭୮ ଟ୍ୟାଙ୍କର୍‌ ମାଧ୍ୟମରେ ବାୟୁରେ ଇନ୍ଧନ ଭର୍ତ୍ତିି କରାଯାଇଥିଲା। ଭାରତୀୟ ବାୟୁସେନାର ୫ ମିଗ-୨୯ ଅପଗ୍ରେଡ, ୨ ଆଇଏଲ-୭୮, ୨ ସି-୩୦ ଏବଂ ୨ ସି-୧୭ ଗ୍ଲୋବ ମାଷ୍ଟର ଅଂଶଗ୍ରହଣ କରିଛନ୍ତି। ଏଥି ସହିତ ପାକିସ୍ତାନ ମଧ୍ୟ ଏହି ଯୁଦ୍ଧ ଅଭ୍ୟାସର ଏକ ଅଂଶ। ପଡୋଶୀ ଦେଶ ସେଠାରେ ଏହାର ଆଧୁନିକ ଜେଏଫ-୧୭ ଯୁଦ୍ଧବିମାନ ପଠାଇଛି।

ଭାରତୀୟ ନୌସେନାର ଆଇଏନଏସ ସୁମେଧା ଏବଂ ସେନାର ୧୫୦ ସୈନିକ ଏଥିରେ ଭାଗ ନେଉଛନ୍ତି। ଏହି ଅଭ୍ୟାସରେ ଭାରତୀୟ ସେନାର ସମସ୍ତ ତିନୋଟି ପକ୍ଷରୁ ମୋଟ ୫୪୯ କର୍ମଚାରୀ ସାମିଲ ଅଛନ୍ତି। ଭାରତ ବ୍ୟତୀତ ଆମେରିକା, ସାଉଦି ଆରବ, ଗ୍ରୀସ, କତାର, ପାକିସ୍ତାନ ସମେତ ୩୪ ଟି ଦେଶ ଇଜିପ୍ଟରେ ହେଉଥିବା ବହୁ-ରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସରେ ଭାଗ ନେଇଛି। 

ବିଜେଡି ଉପସଭାପତି ପଦରୁ ହଟିଲେ ସୌମ୍ୟ, ବହିଷ୍କୃତ କଲେ ବିଜେଡି ସୁପ୍ରିମୋ

 COASTAL NEWS Odia 686

ବିଜେଡି ଉପସଭାପତି ପଦରୁ ହଟିଲେ ସୌମ୍ୟ, ବହିଷ୍କୃତ କଲେ ବିଜେଡି ସୁପ୍ରିମୋ




ଭୁବନେଶ୍ୱର ୧୨।୦୯: ବିଜେଡି ଉପସଭାପତି ପଦରୁ ହଟିଲେ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇଛନ୍ତି ବିଜେଡି ସୁପ୍ରିମୋ । ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । 5 T ସଚିବଙ୍କୁ ସମାଲୋଚନା କରିବା ମହଙ୍ଗା ପଡ଼ିଲା ବୋଲି ଆଲୋଚନା ହେଉଛି l

ଶିଶୁ ପୁତ୍ରକୁ ପାଣି ରେ ଫିଙ୍ଗିଦେଲା ଜନ୍ମଦାତ୍ରୀ ମାଆ

 COASTAL NEWS Odia 685

ଶିଶୁ ପୁତ୍ରକୁ ପାଣି ରେ ଫିଙ୍ଗିଦେଲା ଜନ୍ମଦାତ୍ରୀ ମାଆ 



ମୟୁରଭଞ୍ଜ - ନିଜ ଶିଶୁପୁତ୍ର କୁ ପାଣିରେ ଫିଙ୍ଗି ଦେଇ ହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନ ବାଙ୍କୀଡ଼ିହି ଗ୍ରାମର ବାସିନ୍ଦା ସାଲାଇ ନାଏକ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ମଧ୍ୟରେ କେତେଦିନ ଧରି ବିଭିନ୍ନ କାରଣ ପାଇଁ ପାରିବାରିକ କଳହ ଲାଗି ରହିଥିଲା। ଗତ କାଲି ସାପ୍ତାହିକ ହାଟ ଅଶନାକୁ ସାଲାଇ ଯାଇଥିବା ବେଳେ ତାର ପ୍ରଥମ ସ୍ତ୍ରୀ ସକାଳୁ ବିଲ କାମ କରିବାକୁ ଯାଇଥିଲା ।

ସ୍ୱାମୀ ଓ ସୌତୁଣୀର ଅନୁପସ୍ଥିତ ର ସୁଯୋଗ ନେଇ ନିଜ ଜନ୍ମ କଲା ଶିଶୁପୁତ୍ର କୁ ଧରି ଘରୁ ବାହାରି ଯାଇଥିଲା ପାର୍ବତୀ ।ସ୍ୱାମୀ ସାଲାଇ ହାଟରୁ ଫେରି ପାର୍ବତୀକୁ ଏକାକୀ ଘରେ ଦେଖି ପୁତ୍ର ରାଜେଶ କାହିଁ ବୋଲି ପଚାରିଥିଲେ।ମାତ୍ର ଶିଶୁପୁତ୍ର କୁ ସେ ନେଇ ତାଙ୍କ ବାପା ଘରେ ଛାଡ଼ି ଆସିଛନ୍ତି ବୋଲି ପାର୍ବତୀ ସ୍ୱାମୀ କୁ କହିଥିଲେ।

ପରେ ସାଲାଇ ତାଙ୍କ ଶଶୁର ଘରକୁ ଯାଇ ଶଶୁର ଘରେ ପଚାରିବାରୁ ପାର୍ବତୀ ଏକାକୀ ଆସିଥିଲା ବୋଲି ଶଶୁର ଘର ଲୋକେ କହିଥିଲେ ।ଶିଶୁ ପୁତ୍ରକୁ କୋଳରେ ଧରି ଦାଣ୍ଡରେ ଯାଉଥିବାର ଖବର ସାଲାଇ ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଥିଲେ।ଏହା ଜାଣି ସାଲାଇ ବାରମ୍ବାର ପାର୍ବତୀକୁ ତାଗିଦ କଲା ପରେ ସେ ନିଜ ପୁତ୍ରକୁ ଗ୍ରାମ ପାଖରେ ଥିବା କେନାଲ ପାଣିରେ ପକାଇ ଦେଇଥିବା ସ୍ୱୀକାର କରିଥିଲେ।

ଆଜି ସକାଳେ ସେ କେନାଲ ପାଣିରେ ଜଣେ ଶିଶୁକୁ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ସାଲାଇ କୁ ଖବର ଦେଇଥିଲେ ସାଲାଇ ଶିଶୁପୁତ୍ର ରାଜେଶକୁ ମୃତ ଅବସ୍ଥାରେ କେନାଲ ରୁ ଉଦ୍ଧାର କରି ଘରକୁ ଆଣି ବିଶୋଇ ଥାନା ରେ ଅଭିଯୋଗ କରିଥିଲେ ।

ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟ କୁ ମୃତ ରାଜେଶର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟାକାରିଣୀ ମା ପାର୍ବତୀକୁ ଗିରଫ୍ କରିଥିବା ଜଣାପଡିଛି।କେଶ ନଂ ୧୭୧/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚାଲୁ ରଖିଛି ପୋଲିସ।

ପ୍ରବାସୀ ଶ୍ରମିକ ପାଇବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା

 COASTAL NEWS Odia 684 

ପ୍ରବାସୀ ଶ୍ରମିକ ପାଇବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା



ନୂଆଦିଲ୍ଲୀ - ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଯେ କୌଣସି ସ୍ଥାନରେ ତାଲିକାରେ ଥିବା ପବ୍ଲିକ ଏବଂ ବେସରକାରୀ ହସ୍ପିଟାଲରୁ ସେବା ପାଇବେ ପ୍ରବାସୀ ଶ୍ରମିକ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇବେ ପ୍ରବାସୀ ଶ୍ରମିକ। ରୋଗୀ ହସ୍ପିଟାଲାଇଜେସନ ସମୟରେ ରହିବାକୁ ଘର ମିଳିବ। ହସ୍ପିଟାଲାଇଜେସନ ପୂର୍ବ ଏବଂ ପରର ଖର୍ଚ୍ଚ ମିଳିବ। ଚିକିତ୍ସା ସମୟରେ ଜଟିଳ ସ୍ଥିତି ଉପୁଜିଲେ ଏହାର ମୁକାବିଲା କରାଯାଇପାରିବ। ରୋଗୀ ଚିକିତ୍ସା ହେବା ପୂର୍ବରୁ ଥିବା ଅବସ୍ଥା ପ୍ରଥମ ଦିନରୁ ସାମିଲ ହେବ। 

ନ୍ୟାସନାଲ ହେଲଥ ଇନସୁରାନ୍ସ ସ୍କିମରେ ଥିବା ହିତାଧିକାରୀ ବିନା ରୋଜଗାର ପ୍ରମାଣପତ୍ରରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ ସହ ଆୟୁଷ୍ମାନ ଲାଗୁ କରିବାରେ ଅସୁବିଧା ନାହିଁ। କେନ୍ଦ୍ରର ବାରମ୍ବାର ଅନୁରୋଧ ପରେ ଆୟୁଷ୍ମାନ ଭାରତ୍ବି ଯୋଜନା ଲାଗୁ କରୁନାହାଁନ୍ତି ରାଜ୍ୟ  ସରକରା।



ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ

 COASTAL NEWS Odia 683

ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ



ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ । ଲିବ୍ୟାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ଡାନିଏଲ’ । ବାତ୍ୟା ଏବଂ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି ।

 ଲିବ୍ୟା ପ୍ରଧାନମନ୍ତ୍ରୀ ଓସାମା ହମାଦ ଅଲ-ମସର ଟେଲିଭିଜନକୁ ଦେଇଥିବା ସାକ୍ଷାତକାର ମୁତାବକ, ବାତ୍ୟା ‘ଡାନିଏଲ’ ପୂର୍ବ ସହର ଡର୍ନାକୁ ବର୍ବାଦ କରିଦେଇଛି । ପାଣି ଘେରରେ ରହିଛି ଅଧିକାଂଶ ଘର । ନଦୀ ଗୁଡ଼ିକ ଫୁଲିବା ଯୋଗୁ ଜଲାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତି । 

ସେହିପରି ହଜାରରୁ ଅଧିକ ଲୋକ ନିଖୋଜ ଥିବା କହିଛନ୍ତି ଲିବ୍ୟା ପ୍ରଧାନମନ୍ତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦେଶରେ ତିନି ଦିନିଆ ଶୋକ ଦିବସ ଘୋଷଣା କରାଯାଇଛି । ଏହି ସମୟରେ ଦେଶର ଜାତୀୟ ପତାକା ଅର୍ଦ୍ଧନିମିତ ରହିବ । ବିନାଶକାରୀ ତୁଫାନ ‘ଡାନିଏଲ’ ପରେ ବନ୍ୟା ବିପର୍ଯ୍ୟୟ ଆଣିଛି । ସହରରେ ପାଣି ଭରି ରହିଛି । 

ସରକାରଙ୍କ ପକ୍ଷରୁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପୂର୍ବ ଲିବ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ଓଥମାନ ଅବ୍ଦୁଲଜଲିଲ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ସମବେଦନା ଜଣାଇଛନ୍ତି ।      

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ

 COASTAL NEWS Odia 682

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ


ଭୁବନେଶ୍ୱର, ୧୨।୯ :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ(ସିମାଟିକ୍‌) ନିଯୁକ୍ତି ପାଇବେ। ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍‌ସାଇଟ୍‌ https://osepa.odisha.gov.inରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୩ ତାରିଖରୁ ଓସେପା ୱେବ୍‌ସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଅକ୍ଟୋବର ୧୦ ତାରିଖ ହେଉଛି ଆବେଦନର ଶେଷ ସମୟ। କିଛିବର୍ଷ ବ୍ୟବଧାନରେ ଏହି ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଭାଗ ଆଶା ରଖିଛି।

ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲା ଅନୁସାରେ ଜିଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବ୍‌ସାଇଟ୍‌ରେ ନିଯୁକ୍ତି ପାଇଁ ଜିଲାୱାରି ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍‌ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି। ଉକ୍ତ ଓ୍ବେବସାଇଟ୍‌ରେ ଆଶାୟୀମାନେ ଆବେଦନ କରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନକୁ ଗ୍ରହଣ କରାଯିବ ନାହିଁ। ଆଶାୟୀମାନେ ଉପଯୁକ୍ତ ଇମେଲ୍‌ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହାପରେ ଆବଶ୍ୟକ ତଥ୍ୟ ଅପଲୋଡ୍‌ କରିବାକୁ ହେବ। ଆବେଦନ ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ ନଂ.୭୩୫୩୯୨୭୭୭୯ରେ ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ ବୋଲି ଓସେପା ପକ୍ଷରୁ କୁହାଯାଇଛି।

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ

 COASTAL NEWS Odia 681

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ



 

ନୂଆଦିଲ୍ଲୀ/ ୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ। ସୋମବାର ଭାରତରେ ଫସି ରହିଥିବା କାନାଡାର ପ୍ରଧାନମନ୍ତ୍ରୀ ରାଜଧାନୀର ଲଲିତ ହୋଟେଲରେ ତାଙ୍କ କୋଠରୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରୁଟିପୂର୍ଣ୍ଣ ଥିବା କାନାଡିଆନ ପ୍ରଧାନମନ୍ତ୍ରୀଙ୍କ ବିମାନ ହେଉଛି ଏକ ସିସି-୧୫୦ ପୋଲାରିସ, ଅନେକ ପରିବର୍ତ୍ତିତ ଏୟାରବସ ଏ୩୧୦-୩୦୦ ମଧ୍ୟରୁ ଗୋଟିଏ ଯାହା କାନାଡା ସଶସ୍ତ୍ର ବାହିନୀ ଏହାର ଭିଆଇପିଙ୍କ ପାଇଁ ବ୍ୟବହାର କରେ।

କାନାଡାର ପ୍ରଧାନମନ୍ତ୍ରୀ ଭାରତରେ ଅଟକି ରହିଛନ୍ତି  ବୟାନ ଆସିବାର କିଛି ସମୟ ପରେ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ରବିବାର ଦିନ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରରେ ଖଲିସ୍ତାନ ଜନମତ ସଂଗ୍ରହ ଆୟୋଜନ କରିଥିଲେ, ଯାହାକୁ ଭାରତ ସରକାର ତୀକ୍ଷ୍ଣ ନଜର ରଖିଥିଲେ।

ପାରାଦ୍ବୀପ ସମୁଦ୍ରରେ ମରି ଭାସିଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ

 COASTAL NEWS Odia 680

ହଠାତ୍ ନୀଳକୁ ସବୁଜ ହେଲା ପାରାଦୀପ ସମୁଦ୍ରର ରଙ୍ଗ, ମରି ଭାସିଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ




ପାରାଦୀପ  : ହଠାତ୍ ବଦଳିଗଲା ପାରାଦୀପ ସମୁଦ୍ରର ରଙ୍ଗ । ସମୁଦ୍ର ଢେଉର ରଙ୍ଗ ନୀଳ ବଦଳରେ ହୋଇଯାଇଛି ସବୁଜ। ନୀଳ ବଦଳରେ କୂଳରେ ମାଡ ହେଉଛି ସବୁଜ ରଙ୍ଗର ପାଣି। ସବୁଜ ରଙ୍ଗର ଢେଉ ସହିତ ଖାଲି ଫେଣ ହିଁ ଫେଣ ଭାସୁଛି । ଏପରିକି ସମୁଦ୍ର କୂଳର ବାଲି ବି ସବୁଜ ରଙ୍ଗ ପାଲଟି ଯିବା ସହିତ ସମୁଦ୍ରରେ ପାଣିରେ ଭାସୁଛି ତେଲିଆ ପଦାର୍ଥ । ଯାହା ସାମୁଦ୍ରିକ ଜୀବଙ୍କ ପାଇଁ ସୃଷ୍ଟି କରିଛି ବିପଦ। ପାରାଦୀପ ଠାରୁ ନେଇ ଗହୀରମଥା ଯାଏ ଏହି ତେଲ ଜାତୀୟ ପଦାର୍ଥ ଉପକୂଳ ସମୁଦ୍ରରେ ବ୍ୟାପିଯାଇଥିବା ସୂଚନା ମିଳିଛି।

ଯାହାର ପ୍ରଭାବରେ ପାରାଦୀପ ଅଂଚଳରେ ରହିଥିବା କପିଳଜୋର ନଦୀରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମରି ଭାସୁଛନ୍ତି । ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଂଘ କହିଛନ୍ତି ଏହି ସବୁଜ ସାମୁଦ୍ରିକ ଜଳ ଏବେକାର ନୁହେଁ ଏହା ଦୀର୍ଘ ଦିନ ହେବ ସମୁଦ୍ରରେ ଦେଖାଦେଇଛି । ଯାହା ଆଇଓସିଏଲର ବର୍ଜ୍ୟବସ୍ତୁ ପାଣି। ଯାହା ସମୁଦ୍ରର ଉପକୂଳକୁ ଆସୁଥିବା ମତ୍ସ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି।

ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ବି ମାଛ ମଡକ ପରେ, ଏହା ଆଇଓସିଏଲରୁ ନିର୍ଗତ କେମିକାଲ କାରଣରୁ ହୋଇଛି ବୋଲି ସନ୍ଦେହ କରିଛନ୍ତି । ହେଲେ ଏପଟେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଆଇଓସିଏଲ କର୍ତୃପକ୍ଷ। ଯାହାକୁ ନେଇ ଆଇଓସିଏଲର ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧିକାରୀ ପଂହଚି ସମୁଦ୍ରରେ ଏହି ବିଚିତ୍ର ରଙ୍ଗର ପାଣିର ନମୁନା ସଂଗ୍ରହ କରିଥିବା ବେଳେ ମାଛ ମରି ଭାସୁଥିବା ଯୋରର ପାଣିର ନମୁନା ସଂଗ୍ରହ କରିଛନ୍ତି।


ତେବେ ଏହି ଘଟଣା ପରଦିନ ଠାରୁ ପାରାଦୀପ ଅଂଚଳର କପିଳଜୋର ସମେତ କାଉଡିଆ ନଦୀ, ଅଠରବାଙ୍କି ନଦୀରେ କୁଢ କୁଢ ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ଏ ନେଇ ପ୍ରଦୂଷଣ ବିଭାଗ ପାଖରେ ଖବର ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଅନ୍ୟପଟେ ୨୪ ଘଂଟା ନ ପୁରୁଣୁ ଆଇଓସିଏଲ ତରଫରୁ ପାରାଦୀପ ସମୁଦ୍ରକୁ ଛଡାଯାଇଥିବା ପାଇପ ଲାଇନକୁ ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି।

ଅକ୍ଷତା ମୂର୍ତ୍ତିଙ୍କ ସହ ଋଷି ସୁନକ ଙ୍କ ଙ୍କ ପୂଜାର୍ଚ୍ଚନା।

 COASTAL NEWS Odia 679

ଅକ୍ଷତା ମୂର୍ତ୍ତିଙ୍କ ସହ ଋଷି ସୁନକ ଙ୍କ ଙ୍କ ପୂଜାର୍ଚ୍ଚନା।



ନୂଆଦିଲ୍ଲୀ, ୧୦।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ରବିବାର ଦିଲ୍ଲୀର ଅକ୍ଷରଧାମ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଏହାର ସ୍ଥାପତ୍ୟ ଏବଂ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ। ଏହା କେବଳ ଏକ ଉପାସନା ସ୍ଥଳ ନୁହେଁ,ବରଂ ଭାରତୀୟ ମୂଲ୍ୟବୋଧକୁ ଚିତ୍ରଣ କରୁଥିବା ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ବୋଲି ସୁନକ୍ କହିଛନ୍ତି। ସେମାନେ ସକାଳ ୬ଟା ୪୫ରେ ସ୍ବାମୀନାରାୟଣନଙ୍କ ଏହି ମନ୍ଦିରରେ ପହଞ୍ଚି ସେଠାରେ ୪୫ ମିନିଟ୍ ଅତିବାହିତ କରିଥିଲେ।



Monday, September 11, 2023

ଦିବ୍ୟାଙ୍ଗ ଗୋପାଳଙ୍କୁ ମିଳିଲା ନାହିଁ ଘର

 COASTAL NEWS Odia 678

ଦିବ୍ୟାଙ୍ଗ ଗୋପାଳଙ୍କୁ ମିଳିଲା ନାହିଁ ଘର


 


ମହାକାଳପଡ଼ା - : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତି ଓ ଜନଜାତିଙ୍କ ବିକାଶ ପାଇଁ ତୃଣମୂଳସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଦ୍ୟାବଧି ଉପରୋକ୍ତ ଯୋଜନା ଦିବ୍ୟାଙ୍ଗ ଗୋପାଳଙ୍କ ପାଖରେ ପହଞ୍ଚି ପାରୁନି ବୋଲି ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମର ଫେରିଘାଟ କୂଳରେ ଛୋଟ ପାନ ଦୋକାନ କରି ପେଟ ପୋଷୁଛନ୍ତି ଗୋପାଳ ଚନ୍ଦ୍ର ବେହେରା(୪୪) । ଦିନ ସାରା ଗ୍ରାହକଙ୍କୁ ପାନ ଭାଙ୍ଗି ଦେବା ପରେ ମାତ୍ର ୩ଶହ ଟଙ୍କା ରୋଜଗାର କରିଥାଆନ୍ତି ସେ। ସେଥିରେ ତାଙ୍କ ଘର ଚଳେ। ବିଭିନ୍ନ ସାମଗ୍ରୀର ଅହେତୁକ ମୂଲ୍ୟ ଯୋଗୁ ମାସିକ ଭତ୍ତା, ଚାଉଳ ମୁଠେରେ କିପରି ସଂସାର ଚଳିବ ବୋଲି ଗୋପାଳ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆମମାନଙ୍କ ଦୁଃଖ ବୁଝିବେ ବୋଲି କହିଥିଲେ। ସେଥିପାଇଁ ଗୋପାଳ ଗତ ଜୁଲାଇ ୧୯ରେ ଆଣ୍ଠେଇ ଆଣ୍ଠେଇ ମୁଖ୍ୟମନ୍ତ୍ରଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନିଜର ଦୁଃଖ ଜଣାଇବା ଯାଇଥିଲେ। ହେଲେ ଦାୟିତ୍ୱରେ ଥିବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଛାଡି ନ ଥିଲେ। ସେମାନେ ଏକ ଟୁକନ୍‌ ଧରାଇ ଦେଇ ଗୋପାଳଙ୍କୁ କହିଥିଲେ ତୁମେ ଘରକୁ ଯାଅ। ଆମେ ପଞ୍ଚାୟତକୁ ମେସେଜ ପଠାଇବୁ। ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ରାମନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଏକ ମେସେଜ ଆସିଥିଲା। ସେଥିରେ ନିର୍ଦ୍ଦେଶ ଥିଲା ଅଭିଯୋଗ ପତ୍ର ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କର। ହେଲେ ସେହି ନିର୍ଦ୍ଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଆବାସ ଯୋଜନା ଘର ନ ମିଳିଲେ ବାଧ୍ୟ ହୋଇ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଡ଼ିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରୁ ସୋମବାର ଅଭିଯୋଗ ପତ୍ର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ପତ୍ନୀଙ୍କୁ ନିର୍ମମ ହତ୍ୟା

 COASTAL NEWS Odia 677

ପତ୍ନୀଙ୍କୁ ନିର୍ମମ ହତ୍ୟା



ନୋଏଡା - ବଡ଼ ଘର ବଡ଼ ଗୁମର କଥା। ପ୍ରତିଷ୍ଠିତ ଓ ଧନୀ ଭାବେ ପରିଚିତ ଥିଲେ ହେଁ ଜଣେ ୬୨ ବର୍ଷୀୟ ବୃଦ୍ଧ ଘଟାଇଛନ୍ତି ଭୟଙ୍କର କାଣ୍ଡ। ଆଇଆରଏସ ଅଫିସର ଭାବେ କାମ କରି ସାରିଥିବା ଏହି ବୃଦ୍ଧ ଜଣଙ୍କ ତାଙ୍କରି ବଙ୍ଗଳା ଭିତରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।

ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ। ଉତ୍ତର ପ୍ରଦେଶର ନୋଏଡା ସେକ୍ଟର ୩୦ରେ ଥିବା ଦମ୍ପତିଙ୍କ ବଙ୍ଗଳାରୁ ମହିଳାଙ୍କ ମୃତଦେହ ମିଳିଛି। ସେହିପରି ପୁଲିସ ଅଭିଯୁକ୍ତ ଅଜୟ ନାଥଙ୍କୁ ମଧ୍ୟ ଗିରଫ କରିଛି।

ରବିବାର ସେ ତାଙ୍କ ପତ୍ନୀ ରେଣୁ ସିହ୍ନାଙ୍କୁ ହତ୍ୟା କରିଥିଲେ। ଏହାପରେ ଭୟରେ ସେ ବଙ୍ଗଳାର ଷ୍ଟୋର ରୁମରେ ୨୪ ଘଣ୍ଟା ଧରି ଲୁଚି ରହିଥିଲେ। ଆଜି ପୁଲିସ ତାଙ୍କୁ ଷ୍ଟୋର ରୁମରୁ ଗିରଫ କରିଛି।

ଗତ ଦୁଇ ଦିନ ହେଲା ସୁପ୍ରିମକୋର୍ଟର ଓକିଲ ରେଣୁ ସିହ୍ନା(୬୧)ଙ୍କୁ ତାଙ୍କ ଭାଇ ଫୋନ କରି ଚାଲିଥିଲେ। କିନ୍ତୁ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ। ଏହାକୁ ନେଇ ଚିନ୍ତିତ ଥିବା ରେଣୁଙ୍କ ଭାଇ ପୁଲିସ୍‌କୁ ଖବର ଦେବା ପରେ ହତ୍ୟାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।

ଖବର ପାଇ ପୁଲିସ୍‌ ଅଜୟ ନାଥଙ୍କ ବଙ୍ଗଳାରେ ପ୍ରବେଶ କରିଥିଲା। ଏହାପରେ ବଙ୍ଗଳାର ବାଥରୁମରୁ ରେଣୁଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ତାଙ୍କ ସ୍ୱାମୀ ଅଜୟ ନାଥଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳି ନଥିଲା।

ତାଙ୍କ ଫୋନ ମଧ୍ୟ ବନ୍ଦ ରହିଥିଲା। ରେଣୁଙ୍କ ଭାଇ ପୂର୍ବରୁ ହିଁ ଅଜୟ ନାଥ ହତ୍ୟା ପଛରେ ଥିବା ଅଭିଯୋଗ କରି ସାରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା ତିକ୍ତତା ରହିଥିବା କଥା ମଧ୍ୟ ସେ ଜଣାଇଥିଲେ।

ଏପରି ଅଭିଯୋଗ ପରେ ପୁଲିସ୍‌ ଅଜୟ ନାଥଙ୍କ ସନ୍ଧାନରେ ବାହାରି ଥିଲା। ବହୁ ଖୋଜାଖୋଜି କରିବା ପରେ ବଙ୍ଗଳାର ଷ୍ଟୋର ରୁମରେ ଲୁଚି ଥିବା ଅଜୟଙ୍କୁ ପୁଲିସ୍‌ ଧରିଥିଲା। ରେଣୁଙ୍କୁ ହତ୍ୟା କରିବା ପରେ ଅଜୟ ନାଥ ବଙ୍ଗଳାରେ ଚାବି ପକାଇ ଦେଇଥିଲେ। ଏହାପରେ ସେ ଛାତ ଉପରେ ଖାଲି ରହିଥିବା ଷ୍ଟୋର ରୁମରେ ଯାଇ ଲୁଚି ଯାଇଥିଲେ। ପୁଲିସ୍‌ ତାଙ୍କୁ ସେଠାରୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

ଜେରା ବେଳେ ଅଜୟ ନାଥ ପତ୍ନୀ ରେଣୁଙ୍କୁ ମାରିଥିବା ସ୍ୱୀକାର କରିଛନ୍ତି। ସେ ତାଙ୍କ ବଙ୍ଗଳାକୁ ୪ କୋଟି ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲେ ଓ ଏଥିପାଇଁ ଆଡଭାନ୍ସ ମଧ୍ୟ ଆଣିଥିଲା। କିନ୍ତୁ ରେଣୁ ବଙ୍ଗଳା ବିକ୍ରି କରିବାକୁ ବିରୋଧ କରୁଥିଲେ।

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେହିପରି  ପୁଅ ବିଦେଶରେ ରୁହନ୍ତି। ବାରମ୍ବାର ବଙ୍ଗଳା ବିକ୍ରି କରିବାକୁ ନେଇ ଝଗଡ଼ା ହେଉଥିବାରୁ ଅଜୟ ରବିବାର ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। 

ଦୀର୍ଘ ଦିନ ହେଲା ରେଣୁ କର୍କଟ ରୋଗରେ ପୀଡ଼ିତ ଥିଲେ। ମାସକ ତଳେ ସେ କର୍କଟ ମୁକ୍ତ ହୋଇଥିଲେ। ଏବେ କିନ୍ତୁ ସେ ସ୍ୱାମୀଙ୍କ ହାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ରେଣୁଙ୍କ ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ପୁଲିସ୍ ମଧ୍ୟ ରେଣୁଙ୍କୁ କେଉଁ ଥିରେ ହତ୍ୟା କରାଯାଇଛି, ସେକଥା କହିନି। ଘଟଣାସ୍ଥଳରୁ ପୁଲିସ ବିଭିନ୍ନ ତଥ୍ୟ ସଂଗ୍ରହ କରିଛି ଓ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ ଅର୍ଥ ଦେବା ଲୋଭ ଦେଖାଇ ଠକେଇ

 COASTAL NEWS Odia 676

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ ଅର୍ଥ ଦେବା ଲୋଭ ଦେଖାଇ ଠକେଇ


 

ବ୍ର ହ୍ମ ପୁର- ଜ୍ୟୋତିନଗର ଚତୁର୍ଥ ଲାଇନ୍‌ରେ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ। ଅର୍ଥ ର ପ୍ରଲୋଭନ ଦେଖାଇ ବ୍ରହ୍ମପୁର ମହାନଗରରୁ ଲୋକ ମାନଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ବ୍ରହ୍ମପୁର ଏସିପି ଡ. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।ହିଞ୍ଜିଳିକାଟୁ ଥାନା ଦୁର୍ଗନ୍ଧ ବଜାର ସାହିର ମୃତ୍ୟୁଞ୍ଜୟ ପାଢ଼ୀ (୨୭) ନାମକ ଜଣେ ଯୁବକ ବ୍ରହ୍ମପୁର ଜ୍ୟୋତିନଗର ୪ର୍ଥ ଲାଇନ୍‌ରେ ‘ଭିକି ଟ୍ରେନିଂ କମ୍ପାନୀ’ ନାମକ ଏକ ସଂସ୍ଥା ଖୋଲି ବିଭିନ୍ନ ଲୋକଙ୍କ ଠାରୁ ୫ମାସରେ ଦୁଇ ଗୁଣ ଅର୍ଥ ଫେରସ୍ତର ଲୋଭ ଦେଖାଇ ସତ୍ୟନାରାୟଣ ସାସମଲ୍‌ଙ୍କ ଠାରୁ ୨୭ ଲକ୍ଷ ୫୦ ହଜାର, ଶେଖ୍ ଅନୱାରଙ୍କ ଠାରୁ ୮ଲକ୍ଷ, ଜି. ସନ୍ଦୀପ କୁମାର ପାତ୍ରଙ୍କଠାରୁ ୨ଲକ୍ଷ, ସୌମ୍ୟରଞ୍ଜନ ସାହୁଙ୍କଠାରୁ ୫ଲକ୍ଷ, ଅଲେଖ ଦାଶଙ୍କ ଠାରୁ ୪ଲକ୍ଷ ୫୮ହଜାର, ସନ୍ଦୀପ କୁମାର ଜେନାଙ୍କ ଠାରୁ ୨୦ଲକ୍ଷ ଟଙ୍କା ନେଇଥିବା ଏବଂ ପରବର୍ତ୍ତୀ ସମୟରେ ମହିନ୍ଦ୍ରା କୋଡ଼ାକ୍ ବ୍ୟାଙ୍କ, କର୍ଣ୍ଣାଟକ ବେଳେ ପରବର୍ତ୍ତୀ ସମୟରେ ବ୍ୟାଙ୍କରେ ଟଙ୍କା ଜମା ନଥିବାରୁ ଚେକ୍ ଗୁଡ଼ିକ ବାଉନ୍ସ ହୋଇଥିଲା । ତେଣୁ ଜମାକାରୀ ମାନେ ବି ଏନ୍ ପୁର୍ ଥାନାରେ ଏକ ଅଭିଯୋଗ କରି ଥିଲେ l ଉକ୍ତ ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଆଜି ଅଭିଯୁକ୍ତ ମୃତ୍ୟୁଞ୍ଜୟ ପାଢ଼ୀଙ୍କୁ ଗିରଫ କରି କୋର୍ଟ ଚାଲାଣକରାଯାଇଥିବା ପ୍ରକାଶ । ଅନ୍ୟପକ୍ଷରେ ଅନ୍ୟ କିଛି ଜମାକାରୀ ବି ଅର୍ଥ ଜମା କରିଥିବା ନେଇ ତଦନ୍ତ ଚାଲିଥିବା ଏସ୍‌ପି ଡ଼. ସର୍ବଣା ବିବେକ ଏମ୍ ସୂଚନା ମିଡିଆ କୁ ଦେଇଛନ୍ତି ।

ଆଳି ନ୍ୟାୟାଳୟ ର ନୂତନ ଗୃହ ପ୍ରବେଶ ଉତ୍ସବ

 COASTAL NEWS Odia 675

ଆଳି ନ୍ୟାୟାଳୟ ର ନୂତନ ଗୃହ ପ୍ରବେଶ ଉତ୍ସବ 



ଆଳି - ବର୍ଣ୍ଣାଢ୍ୟ ପରିବେଶ ରେ ଆଳି ନ୍ୟାୟାଳୟ ର ନୂତନ ଗୃହ ପ୍ରବେଶ ଅବସରରେ ସାଂପ୍ରତିକ ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀମାନେ ଅଧିକ ସାଧନା, ଅଧ୍ୟୟନ ଜାରି ରଖିଲେ ନିଜେ ବୃତ୍ତିଗତ ସଫଳତା ପାଇବା ସହ ନ୍ୟାୟ ବ୍ୟବସ୍ଥା ବିକଶିତ ହୋଇପାରିବ। ତେବେ ନ୍ୟାୟିକ ବ୍ୟବସ୍ଥାରେ କେବଳ ବିଚାରପତି ଚାହିଁଲେ ସବୁକିଛି ହୋଇ ପାରିବ ନାହିଁ। ଏଥିପାଇଁ ବାର୍ ଆସୋସିଏସନ ଓ ଆଇନଜୀବୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।’

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ( ଜେଏଏଫସି) ର ନବ ନିର୍ମିତ କୋର୍ଟ ଗୃହର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ସୁଭାଶିଷ ତାଳପତ୍ର ଏହା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ହାଇକୋର୍ଟର ବିଚାରପତି ତଥା କେନ୍ଦ୍ରାପଡ଼ା ଆଡମିନିଷ୍ଟ୍ରେଟିଭ ଜଜ୍ ଜଷ୍ଟିସ ଏସ.କେ.ପାଣିଗ୍ରାହୀ, ଓଡ଼ିଶା ହାଇକୋର୍ଟ ବିଚାରପତି ତଥା କୋର୍ଟ ବିଲ୍‌ କମିଟିର ଚେୟାରମ୍ୟାନ ଜଷ୍ଟିସ ବି.ଆର.ଷଡ଼ଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସେସନସ ଜଜ ବିଶ୍ବଜିତ ମହାନ୍ତି ସ୍ଵାଗତ ଭାଷଣ ଦେବା ସହିତ ଚଳିତ ମାସ ୧୫ ତାରିଖଠାରୁ ଏହି ନୂତନ ଗୃହରେ ଅଦାଲତ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। 

ଆଳି ବାର ଆସୋସିଏସନର ସଭାପତି ଚିରଞ୍ଜୀବ ଦାସ ଏଠାରେ ଫ୍ୟାମିଲି କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିବା ବେଳେ ସଂପାଦକ ଅକ୍ଷୟ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଳି ବ୍ଲକ ଅନ୍ତର୍ଗତ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଶିକ୍ଷକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ର ସମାଜସେବୀ ତଥା ବୁଦ୍ଧିଜିବୀ ମାନେ ଏହି ସମାବେଶରେ ଯୋଗଦାନ କରିଥିଲେ l

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି

 COASTAL NEWS Odia 674

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି



ଜଙ୍କିଆ- ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି । ASI ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି ।

ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ ।

ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି  ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏଏସ୍‌ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । 

ଏଏସଆଇ ଥାନାରେ ନିଶାସକ୍ତ ଥିବା ବେଳେ  ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ତେବେ ଅଫିସ ଡ୍ୟୁଟି ସମୟରେ କିପରି ଅଧିକାରୀଜଣକ ନିଶାସକ୍ତ ହୋଇ କାମ କରୁଛନ୍ତି ତାହାକୁ ନେଇ ନାନା ଆଲୋଚନା ହେଉଛି। 

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି

 COASTAL NEWS Odia 673

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି


 


ଢାକା/ ୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩ ବର୍ଷ ମଧ୍ୟରେ ବାଂଲାଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ। ଦୁଇ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମାକ୍ରୋନଙ୍କୁ ସର୍ବୋଚ୍ଚ  ସମ୍ମାନ ଭାବରେ ୨୧ ତୋପ ସଲାମି ଦିଆଯାଇଥିଲା।

ଭାରତରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଉଭୟ ନେତା ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ମାକ୍ରୋନ ଏବଂ ହସିନା ସୋମବାର ଦ୍ୱିପାକ୍ଷିକ ବୈଠକ କରିବେ। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ଏହି ଦୁଇ ନେତା ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର କରିବେ ଏବଂ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଆଶା କରାଯାଉଛି।

୧୯୯୦ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ ମିଟରାଣ୍ଡ ଢାକା ଗସ୍ତ କରିବାର ୩୩ ବର୍ଷ ପରେ ମାକ୍ରୋନ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମନ କହିଛନ୍ତି ଯେ ବାଂଲାଦେଶ ଏବଂ ଫ୍ରାନ୍ସ ସେମାନଙ୍କ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଉପାୟ ବିଷୟରେ ଆଲୋଚନା କରିବା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଏବଂ ନିୟନ୍ତ୍ରିତ ସ୍ଥାନାନ୍ତରଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ।

କୀଟନାଶକ ପିଇ ପୂରା ପରିବାର ଶେଷ

 COASTAL NEWS Odia 672

କୀଟନାଶକ ପିଇ ପୂରା ପରିବାର ଶେଷ


 


ସୋହେଲା,୧୧ା୯ : ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାର ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇ ରବିବାର ଭୀମସାର୍‌, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ପୁଅ ବଂଶୀଧର (୨୫) ଏବଂ ଝିଅ ସୁବର୍ଣ୍ଣ ମହାଜନ( ୨୩)ଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମା’ କୁମୁଦିନୀ(୫୦)ଙ୍କ ମୃତ୍ୟୁ ହୋଇଛି।

ପ୍ରକାଶଥାଉକି, ୫ଦିନ ତଳେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଅର୍ଜୁନଙ୍କ ମୃତ୍ୟୁ ହୋଇଥିଲା। ପରିବାର ମୁଖ୍ୟ ଅର୍ଜୁନଙ୍କ ମୃତ୍ୟୁ ପରେ ଏହି ପରିବାର ମାନସିକ ଚାପରେ ଥିଲେ। ରବିବାର ବଂଶୀଧର, ସୁବର୍ଣ୍ଣ ଏବଂ କୁମୁଦିନୀ ବନ୍ଦ କୋଠରୀରେ ଏକ କୀଟନାଶକ ପିଇ ଦେଇଥିଲେ ଏବଂ କବାଟ ଭାଙ୍ଗି ସେମାନଙ୍କୁ ସେହି କୋଠରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା।

ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର

 COASTAL NEWS Odia 671

ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର



ଭୁବନେଶ୍ବର - ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ନିଯୁକ୍ତି ନେଇ ଓସେପା ୱେବସାଇଟ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଶାୟୀମାନେ ଆସନ୍ତା ୧୩ରୁ ଆବେଦନ କରିପାରିବେ ଆଶାୟୀ। ଆବେଦନ ପାଇଁ ଅକ୍ଟୋବର ୧୦ ଶେଷ ତାରିଖ ରହିଛି ।

ସଂପୂର୍ଣ୍ଣ ଅନଲାଇନରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ। ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ସିବିଟି ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍ , କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପାର ୱେବସାଇଟ୍ osepa.odisha.gov.inରେ ଆଶାୟୀମାନେ ଆବେଦନ କରିପାରିବେ ।

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି

 COASTAL NEWS Odia 670

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି


 


 

ନୂଆଦିଲ୍ଲୀ -- ଜି-୨O- ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା କହିଥିଲେ ପାଇଲଟ୍ । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ହିଁ ଅଟକିବାକୁ ପଡିବ ।

ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ସେ କାନାଡାରେ ଉଗ୍ରବାଦୀ ଓ ଖଲିସ୍ତାନୀ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏହାପରେ ଏକ ପ୍ରେସମିଟରେ ଟ୍ରୁଡୋ କହିଥିଲେ ଯେ, ‘ଆମେ ସବୁବେଳେ ହିଂସା ରୋକିବା ତଥା ବିଦ୍ୱେଷ ମନୋଭାବକୁ ବିରୋଧ କରିବାକୁ ପ୍ରସ୍ତୁତ । କାନାଡା ସବୁବେଳେ ଅଭିବ୍ୟକ୍ତିର ସ୍ୱାଧୀନତା, ବ୍ୟକ୍ତିଗତ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିରୋଧର ସ୍ୱାଧୀନତାକୁ ସମ୍ମାନ ଦେଇଆସିଛି’ ।

ଏହାସହ ଜଳବାୟୁ ପରିବର୍ତ୍ତନ ଏବଂ ନାଗରିକଙ୍କ ବିକାଶ ଓ ସମୃଦ୍ଧି କ୍ଷେତ୍ରରେ ଭାରତକୁ କାନାଡାର ଏକ ମହତ୍ୱପୂର୍ଣ୍ଣ ଭାଗୀଦାରୀ ବୋଲି କହିଥିଲେ । ‘ଦେଶପାଇଁ ସବୁବେଳେ ବହୁତ କାମ କରିବାକୁ ପଡେ ଏବଂ ଆମେ ଏହାକୁ କରିବା ଜାରି ରଖିବୁ’ ବୋଲି କହିଥିଲେ ଟ୍ରୁଡୋ ।

ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 COASTAL NEWS Odia 669

ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ





ଭୁବନେଶ୍ବର --ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲିଠାରୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। କାଲି ପ୍ରବଳ ବର୍ଷା ସମ୍ଭାବନା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୩ ତାରିଖରେ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବ । ୧୪ ତାରିଖ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଲାଗି ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ୧୧୫.୬ ମିମିରୁ ୨୦୪.୪ ମିମି ଯାଏ ବର୍ଷା ହୋଇପାରେ ।

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୮୯୦ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ପରିମାଣ ୧୦୦୯.୭ ମିମି ତୁଳନାରେ ଏହ ୧୨ ପ୍ରତିଶତ କମ୍ । ଏହି ସମୟ ମଧ୍ୟରେ ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟରେ ରାଜ୍ୟରେ ବର୍ଷା ପରିମାଣ କମିଥିଲା । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ବର୍ଷା ରାଜ୍ୟରେ ନିଅଣ୍ଟିଆ ସାମାନ୍ୟ ଭରଣା ହୋଇଛି l

Sunday, September 10, 2023

ଦେଶର ନାଁ ‘ଭାରତ

 COASTAL NEWS Odia 668

ଦେଶର ନାଁ ‘ଭାରତ



ନୂଆଦିଲ୍ଲୀ - ମଣ୍ଡପମରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିବା ସମୟରେ ତାଙ୍କ ସମ୍ମୁଖରେ ଥିବା ଦେଶର ‘ନେମକା କାର୍ଡ’ରେ ‘ଭାରତ’ ଦେଖିବାକୁ ମିଳିଛି। ଜି-୨୦ ଡିନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ଲେଖାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଭଳି ସମୟରେ ପୁଣି ଜି-୨୦ ସମ୍ମିଳନୀରେ ଦେଶର ନାଁ ‘ଭାରତ’ ରଖାଯିବା ଏକ ବଡ଼ ବାର୍ତ୍ତା ପ୍ରଦାନ କରୁଛି। ଆଜି ସମ୍ମିଳନୀର ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ମୋଦୀ ଆଜି ଜି-୨୦ ସମ୍ମିଳନୀରେ ଉଦ୍‌ଘାଟନୀ ଭାଷଣ ଦେଇ କହିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ଦେଶ ଭିତରେ ଏବଂ ବାହାରେ ‘ସବ୍ ସାଥ୍‌’ ସବକା ପ୍ରୟାସ ର ଏକ ପ୍ରତୀକ ହୋଇଛି। ଏହା ଭାରତରେ ଲୋକଙ୍କର ଜି-୨୦ ହୋଇଛି। ଦେଶରେ ୨୦୦ରୁ ଅଧିକ ଜି-୨୦ ବୈଠକ ହୋଇଛି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜି-୨୦ ବିଦେଶ ପ୍ରତିନିଧିଙ୍କ ପାଇଁ ପ୍ରସ୍ତୁତ ବୁକଲେଟ୍‌ରେ ବି ‘ଭାରତ’ ଲେଖାଅଛି।

COASTAL NEWS

RAHUL VS MODIJI

कृपया इस *अनुवादित पत्र* को अवश्य पढ़ें। बैंगलोर की एक लड़की ने एक खुला पत्र (राहुल गांधी पर सवाल उठाते हुए) अंग्रेजी में लिखा है...