AFFILIATE MARKETING

https://binomo.com?a=90810425bb57&t=0

Wednesday, August 2, 2023

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

 କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ


 


ରାୟଗଡ଼ା : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ ସୋମବାର କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସରକାର ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ରମଣ ମୁଦୁଲି ଏବଂ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳଙ୍କୁ ନିଲମ୍ବିତ କରିଛନ୍ତି।

ଅନ୍ୟପକ୍ଷରେ କଲ୍ୟାଣସିଂହପୁର ଥାନାରେ ଠିକାଦାର ବୁଗଡା ଜ୍ୟୋତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ଜିଲାପାଳ ନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ




କାଞ୍ଜିପାଣି - ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ବ୍ୟାପକ ସଚେତନତା ସତ୍ତ୍ୱେ ମଣିଷ ସେହି ଗଳିରୁ ବାହାରି ପାରୁନି। ନିଜ ସମ୍ପର୍କୀୟଙ୍କ ରକ୍ତରେ ଖେଳୁଛି ହୋଲି ମଣିଷ। ଗୁଣିଗାରେଡି ସନ୍ଦେହରେ କେତେବେଳେ ପତ୍ନୀକୁ ହତ୍ୟା କରୁଛି ସ୍ୱାମୀ ତ ଆଉ କେତେବେଳେ ସ୍ୱାମୀକୁ ବଳି ଦେଉଛି ସ୍ତ୍ରୀ। ଆଉ କେତେବେଳେ ଦାଦାକୁ ହତ୍ୟା କରୁଛି ପୁତୁରା। ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଥାନା ଅଞ୍ଚଳରେ।

ଦୀର୍ଘ ଦିନ ହେଲା ରୁଗୁଡ଼ିକସଡ଼ା ଗାଁର ଛବି ଦେହୁରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା। ଏଥିରେ ତାଙ୍କ ଦାଦା ଅଜୟ ଦେହୁରୀଙ୍କର ହାତ ଥିବା ସେ ସନ୍ଦେହ କରୁଥିଲେ। ଅଜୟ ଗୁଣିଗାରେଡି କରୁଥିବାରୁ ଛବି ଅସୁସ୍ଥ ହେଉଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଦୀର୍ଘ ଦିନ ହେଲା ଛବି ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ହେଲେ ରବିବାର ସନ୍ଧ୍ୟା ବେଳେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା।

ଅଭିଯୋଗରୁ ପ୍ରକାଶ, ଛବି ମଦ ନିଶାରେ ଅଜୟ ଦେହୁରୀଙ୍କ ଘରେ ପହଞ୍ଚି ଥିଲେ। ଗୁଣି ଗାରେଡିକୁ ନେଇ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛବି ଏକ ଟାଙ୍ଗିଆରେ ତାଙ୍କ କାକା ଅଜୟ ଦେହୁରୀଙ୍କୁ ପଛ ପାର୍ଶ୍ୱରୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ଅଜୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କାଞ୍ଜିପାଣି ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ହତ୍ୟାକାଣ୍ଡରେ ଛବିକୁ ଗିରଫ କରିଛି ପୁଲିସ୍‌।

ନିର୍ମାଣାଧୀନ କଲଭର୍ଟ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

 ନିର୍ମାଣାଧୀନ କଲଭର୍ଟ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ



ଭୁବନେଶ୍ବର : ଆଜି ସକାଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ

 ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ 



ଭୁବନେଶ୍ବର - ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ପୁଲିସ୍‌ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି।


ଜଜମେଣ୍ଟ ନେଇ ନାରାୟଣ ରେଡ୍ଡୀ କହିଛନ୍ତି, ଲୋକଙ୍କ ଉପରେ ପୁଲିସ୍‌ ଆକ୍ରମଣ କଲା। ଆଉ ପୁଲିସ୍ ଉପରେ କିଏ ଜଣେ ବୋମାଟିଏ ଫିଙ୍ଗିଦେଲା। ବୋମା ଫିଙ୍ଗିବେ ନାହିଁ ତ ଆଉ କ’ଣ କରିଥାଆନ୍ତେ? ଲୋକଙ୍କ ଉପରେ ଆକ୍ରମଣ କରିବାର ଅଧିକାର ପୁଲିସ୍‌ର ରହିଛି। ହେଲେ ପୁଲିସ୍‌ ଉପରକୁ ବୋମା ଫିଙ୍ଗିବାର ଅଧିକାର କାହିଁକି ନାହିଁ? ତେବେ ଯିଏ ବୋମା ଫିଙ୍ଗିଛି, ତାକୁ ଦଣ୍ଡିତ କର। ସାଧାରଣ ଲୋକ ଓ ଚାଷୀଙ୍କୁ ନ୍ୟାୟ ନାହିଁ। ଆମେ ମର୍ମାହତ। ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ।


୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ଏକ ସଭା ହୋଇଥିଲା। ସଭାରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍‌ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏଥିରେ ପୁଲିସ୍‌ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।


ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନ୍‌ ଆଧାରରେ ଏଡିଜି-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ଥ ସ୍ଵାସ୍ଥ୍ୟାବସ୍ଥା

 ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ଥ ସ୍ଵାସ୍ଥ୍ୟାବସ୍ଥା



ରାୟଗଡ଼ା,୩୧।୭ : ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମେଡିକାଲର ଭେଷଜ ବିଭାଗରେ ୩୭ଟି ଶଯ୍ୟା ଥିବାବେଳେ ରବିବାର ୯୦ ରୋଗୀ ଆଡମିଟ୍‌ ହୋଇଛନ୍ତି। ସେହିପରି ଶିଶୁ ବିଭାଗରେ ୩୫ଟି ଶଯ୍ୟା ଥିବାବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୪୯ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଏକ ସପ୍ତାହ ହେଲାଣି ବିଭିନ୍ନ ରୋଗୀ ଆସି ଆଡମିଟ ହେଉଥିବା ବେଳେ ଶଯ୍ୟା ଅଭାବରୁ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ଶିଶୁ ଚିକିତ୍ସା ବିଭାଗରେ ରବିବାର ୪୯ ଶିଶୁ ରୋଗୀ ରହିଥିଲେ। ସେଥିରେ ପ୍ରାୟ ୨୫ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଦୈନିକ ୮ରୁ ୧୦ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣାପଡ଼ିଛି। ତେବେ ସବୁଠୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ଭେଷଜ ବିଭାଗ। ସେଠାରେ ୩୭ଟି ଶଯ୍ୟା ରହିଥିବା ବେଳେ ରହିବାର ୯୦ରୁ ଊର୍ଦ୍ଧ୍ୱ ରୋଗୀ ଆଡ଼ମିଟ୍‌ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ମ୍ୟାଲେରିଆ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଆବଶ୍ୟକ ବେଡ୍‌ ନ ଥିବାରୁ ସେମାନେ ବିଭାଗର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ସଂକ୍ରମିତ ୱର୍ଡ୍‌ରେ ୧୦ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ୧୦ଜଣ ରୋଗୀ ରହିଥିବା ଜଣାପଡ଼ିଛି। ବର୍ଷାଦିନେ ଏହି ରୋଗ ଅଧିକା ବ୍ୟାପିବାର ଆଶଙ୍କା ରହିଥିବା ବେଳେ ଆବଶ୍ୟକ ସୁବିଧା ନାହିଁ। ସେହିଭଳି ପ୍ରସୂତି ବିଭାଗରେ ୪୫ ଶଯ୍ୟା, ଏସଏନସିୟୁରେ ୨୪, ଏନ୍‌ଆରସିରେ ୧୫, କେମୋଥେରାପିରେ ୪, ଚକ୍ଷୁ ବିଭାଗରେ ୨୦ ଏବଂ ଆଇସୋଲେଶନ ୱାର୍ଡ଼ରେ ୧୨ ଶଯ୍ୟା ବ୍ୟବସ୍ଥା ରହିଛି। ମଡିକାଲରେ ୨୨୯ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ୧୪୯ଟି ଅନୁମୋଦିତ ହୋଇଛି। କିନ୍ତୁ ରୋଗୀ ସଂଖ୍ୟା ଦିନକୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ରହୁଥିବା ଜଣାପଡ଼ିଛି। ଫଳରେ ରୋଗୀ ବାଧ୍ୟ ହୋଇ ବାରଣ୍ଡାରେ ଶୋଇ ଚିକିତ୍ସା ହେବା ସହ ସାଲାଇନ, ଇଞ୍ଜେକ୍ସନ ନେଉଥିବା ଦେଖିବାକୁ ମଳୁଛି।

ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଷ୍ଟାଫ ନର୍ସ ନ ଥିବାରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଛି। ସରକାରୀ ନିୟମାନୁସାରେ ଜଣେ ଷ୍ଟାଫ ନର୍ସ ୬ ଜଣ ରୋଗୀଙ୍କ ଦାୟିତ୍ୱରେ ରହିବାକୁ ଥିବାବେଳେ ନର୍ସ ଅଭାବରୁ ଜଣେ ୩୦ ରୋଗୀଙ୍କ ଦାୟିତ୍ୱ ନେବାକୁ ପଡ଼ୁଛି। ଚିକିତ୍ସାଳୟରେ ୧୪୨ ଷ୍ଟାଫ ନର୍ସ ପାଇଁ ଅନୁମୋଦନ ରହିଥିବା ବେଳେ ମାତ୍ର ୭୩ ଷ୍ଟାଫ ନର୍ସ ରହିଛନ୍ତି। ଏଭଳିକି ଆବଶ୍ୟକ ଡାକ୍ତର ମଧ୍ୟ ନାହାନ୍ତି। ବର୍ତ୍ତମାନ ହୋଇଥିବା ନିଯୁକ୍ତିରେ ସବ୍‌ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦିଆଯାଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଶାନୂରୂପ ଡାକ୍ତର ନିଯୁକ୍ତି ହୋଇପାରିନାହାନ୍ତି। ଏଭଳିକି ଅଲଟ୍ରାସାଉଣ୍ଡ ପାଇଁ ରେଡ଼ିଓଗ୍ରାଫରର ଆବଶ୍ୟକତା ରହିଥିଲେ ମଧ୍ୟ ଆରମ୍ଭରୁ ଏହି ପଦବୀ ଖାଲିପଡ଼ିଛି।

ସୂଚନାଯୋଗ୍ୟ, ୧୯୯୨ ମସିହାରେ ରାୟଗଡ଼ା ଜିଲା ଘୋଷଣା ହେବା ପରେ ରାୟଗଡ଼ା ସଦର ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିବର୍ତ୍ତନ ହୋଇଥିଲା। ରାୟଗଡ଼ା ଜିଲା ଏକ ଆଦିବାସୀ ଓ ଆଦିମ ଜନଜାତି ବହୁଳ ଅଞ୍ଚଳ ହୋଇଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ପାଇଁ ରୋଗୀ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ସବୁ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଲାଲମୋହନ ରାଉତରାୟଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା ଜଣାପଡ଼ିଛି। ତେଣୁ ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାୟଙ୍କୁ ପଚାରିବାରୁ ଏଠାରେ ରହିଥିବା ଆବଶ୍ୟକତା ନେଇ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସେ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିପାରିବେ ବୋଲି ସେ କହିଛନ୍ତି। ଏଥିସହିତ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ନେଇ ପଚାରିବାରୁ ଲୋକେ ନିଜେ ସଜାଗ ହେଲେ ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିହେବ ବୋଲି କହିଛନ୍ତି।

Monday, July 31, 2023

ଚଳନ୍ତା ଟ୍ରେନରେ ଗୁଳି ମାଡ଼

ଚଳନ୍ତା ଟ୍ରେନରେ  ଗୁଳି ମାଡ଼ 



ମୁମ୍ବାଇରେ ଚଳନ୍ତା ଟ୍ରେନରେ ହେଲା ଗୁଳି ମାଡ଼ । ଟ୍ରେନ ଭିତରେ ଜଣେ RPF ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣ ଟଳି ପଡ଼ିଛନ୍ତି । ଆଜି ଭୋର ପ୍ରାୟ ୫ଟା ୨୩ ମିନିଟ୍‌ରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ASI ଙ୍କ ସହ ୩ ଜଣ ଯାତ୍ରୀ ରହିଛନ୍ତି। ପୁଲିସ୍‌ ତୁରନ୍ତ ଅଭିଯୁକ୍ତ RPF କନଷ୍ଟେବଳ ଚେତନଙ୍କୁ ବାନ୍ଧିଛି।


ଜୟପୁର-ମୁମ୍ବାଇ ଟ୍ରେନଟି ଆଜି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିଲେ । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।


ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ।  ଏହାପରେ କନଷ୍ଟେବଳ ଚେତନଙ୍କ ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ନିଜ ଜୀବନ ବଞ୍ଚାଇବାକୁ ବଗିରେ ଥିବା ଯାତ୍ରୀମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।


ଗୁଳି ମାଡ଼ କରିବା ପରେ ଅଭିଯୁକ୍ତ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ମୀରା ରୋଡ଼ ବୋରିବଲି ନିକଟରୁ ପୁଲିସ୍‌ ଗିରଫ କରିବା ସହ ବନ୍ଧୁକ ଜବତ କରିଛି। ବୋରିବଲି ରେଲୱେ ଷ୍ଟେଶନରେ ୪ ମୃତଦେହକୁ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯିବ ବୋଲି ଜଣାଯାଇଛି।  ଖବର ପାଇ ବହୁ ବରିଷ୍ଠ ପୁଲିସ୍‌ ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

 ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି। ଯଦି ତାଙ୍କର ମାନସିକ ସ୍ଥିତି ଠିକ୍‌ ନ ଥିଲା, ତେବେ ତାଙ୍କୁ କିପରି ଡ୍ୟୁଟିରେ ମୁତୟନ କରାଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Sunday, July 30, 2023

ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣା

ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣା



ପିପିଲି: ପିପିଲି ପୌରାଞ୍ଚଳର ଜଣେ ଦଳିତ ନାବାଳକଙ୍କୁ ଚପଲମାଳ ପିନ୍ଧାଇ ସର୍ବସାଧାରଣରେ ରାସ୍ତାରେ ଚଲାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସଂପର୍କରେ ଜାତୀୟ ଦଳିତ ଆଦିବାସୀ ମହାସଂଘର ପୁରୀ ଜିଲା ସଭାପତି ଜୟଦେବ ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି।


ଅଭିଯୋଗ ଅନୁଯାୟୀ, ପିପିଲି ପୌରାଞ୍ଚଳର ଜଣେ ଦଳିତ ନାବାଳକଙ୍କୁ ବେକରେ ଚପଲମାଳ ପିନ୍ଧାଇ ଜଣେ ଗାଡ଼ି ଶୋ’ରୁମ୍‌‌ ମାଲିକ ଓ ତାଙ୍କ ସହଯୋଗୀମାନେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପଣ୍ଡାବଜାର ରାସ୍ତାରେ ସର୍ବସାଧାରଣରେ ଚଲାଇ ଚଲାଇ ପ୍ୟାରେଡ୍‌‌ କରାଇବା ସହ ତାକୁ ମାଡ ମାରିଥିଲେ। ଉକ୍ତ ନାବାଳକଙ୍କ କାନରୁ ରକ୍ତ ବାହାରିଥିବା ବେଳେ ତାଙ୍କ କାନ୍ଧରେ ଏକ ଓଜନିଆ ପାଣି ମୋଟର ଲଦି ତାଙ୍କୁ ନିର୍ଦ୍ଦୟ ଭାବେ ରାସ୍ତାରେ ଚଲାଇ ଚଲାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ପୁରୀ ଜିଲା ସଭାପତି ତଥା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଜୟଦେବ ବେହେରା, ପିପିଲି ବ୍ଲକ ସଭାପତି ରମେଶ ବେହେରା, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ଦାସ, ଦଳିତ ନେତା ସନାତନ ବେହେରା, ବିଜୟ କୁମାର ଭୋଇ, ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ପ୍ରମୁଖ ଶନିବାର ରାତିରେ ପିପିଲି ଏସ୍‌‌ଡିପିଓ ଏବଂ ଥାନାଧିକାରୀଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ପରେ ଜୟଦେବ ବେହେରା ଏ ସଂପର୍କରେ ପିପିଲି ପୁଲିସରେ କରିଥିବା ଲିଖିତ ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି।

ପାକିସ୍ତାନରେ ବିସ୍ପୋରଣ

 ପାକିସ୍ତାନରେ ବିସ୍ପୋରଣ 



୩୦।୭: ପାକିସ୍ତାନର ଖେବର ପଖତୁନଖ୍ବା ବଜାରରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।


ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଜମିୟତ ଉଲେମା-ଏ-ଇସଲାମ-ଫଜଲ(JUI-F)ର ରାଜନୈତିକ କର୍ମୀଙ୍କ ସଭାରେ ହୋଇଛି। ଏବେ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

କ୍ଷତବିକ୍ଷତ ମୃତଦେହ ଉଦ୍ଧାର

 କ୍ଷତବିକ୍ଷତ ମୃତଦେହ ଉଦ୍ଧାର 



ଅନୁଗୋଳ,୩୦ା୭ : ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ  ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ନାବାଳକଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ବି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ପୋଲିସ ରବିବାର ଜଣେ ନାବାଳକଙ୍କ ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘଙ୍କ ସହ ଅନ୍ୟ ୩ଜଣ ପୁରୁଷ ଲୋକ ବୋଲି ଜଣାପଡିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି। ହେଲେ ବ୍ୟବଚ୍ଛେଦ ଏବଂ ସାଇଣ୍ଟିଫିକ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳା ତାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତଙ୍କ ଦେହ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ। ସେଠାରେ ସେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ। ଏପରିକି ରାତିରେ ମା’ ମଙ୍ଗଳାଙ୍କ କୋଠିରେ ମା’ ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅକୁ ପାଇ ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ପୁଅ ସଞ୍ଜିତଙ୍କୁ ପାଇ ନ ଥିଲେ। ପରେ କିଆକଟା ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଶୁକ୍ରବାର ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ହେଲେ ନାବାଳକଙ୍କ ଗୋଡ଼ ଓ ହାତ ନ ଥିବା ଜଣାପଡିଛି। ନାବାଳକଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ବଳି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଥିଲେ। ଏପରିକି ରାସ୍ତାରୋକୋ ବେଳେ ଉତ୍ତ୍ୟକ୍ତ ଲୋକ ପୋଲିସ ଗାଡ଼ି ଜାଳି ଦେଇଥିଲେ।

ବାବାଙ୍କ ମାଡରେ ବାବା ମୃତ

 ବାବାଙ୍କ ମାଡରେ ବାବା ମୃତ 



ପୁରୀ - ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କ ମାଡ଼ରେ ଆଉ ଜଣେ ବାବାଙ୍କର ମୃତ୍ୟୁ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଏହି ବାବାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୟାନିଧି ବାବା ଓରଫ ଗୋପାଳ ଦାସ। ସେ ଗୁରୁକୃପା ଆଶ୍ରମରେ ରହୁଥିବା ବିଷ୍ଣୁ ବାବାଙ୍କ ମରଣାନ୍ତକ ଆକ୍ରମଣରେ ଆହତ ହୋଇ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ। ବିଷ୍ଣୁ ବାବାଙ୍କ ଆକ୍ରମଣରେ ପୂର୍ବରୁ ପଶ୍ଚିମବଙ୍ଗର ଅର୍ଜୁନ ଦାସ ବାବାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।


୨୮ ତାରିଖ ଦିନ ପୁରୀ ସହର ବାସେଳିସାହି ଥାନା ଅନ୍ତର୍ଗତ ଜନଗହଳି ସମ୍ପନ୍ନ ଲୋକନାଥ ରୋଡ୍‌ରେ ଥିବା ଗୁରୁକୃପା ଆଶ୍ରମରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନା ଅତି ବିଭତ୍ସ ଭାବେ ଅର୍ଜୁନ ବାବା ଓରଫ ନାରୁଗୋପାଳ ମିଶ୍ରଙ୍କୁ ହତ୍ୟା କରିଥିଲେ। ବିଷ୍ଣୁ ବାବାଙ୍କ ଘର ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ। ସେ ଗୁରୁକୃପା ଆଶ୍ରମରେ ଗତ ୩ ମାସ ହେବ ରହୁଥିଲେ। ଆଶ୍ରମର ମୁଖ୍ୟ କୃଷ୍ଣଚନ୍ଦ୍ର ଦାସ ବାବାଙ୍କୁ ସେ ଆଇମା’ ତୋଟାରେ ଥିବା ଆଶ୍ରମର ଏକ ମନ୍ଦିରକୁ ନେବା ଆଣିବା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଏଥିସହ ତନ୍ତ୍ର ସାଧନା ମଧ୍ୟ କରୁଥିଲେ। ଯାହାକୁ ନେଇ ଅର୍ଜୁନ ବାବାଙ୍କ ସହ ତାହାର ବିବାଦ ଦେଖାଦେଇଥିଲା।


ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ବାଡ଼େଇ ହତ୍ୟା କରିଥିଲେ। ଏହି ଆକ୍ରମଣ ବେଳେ ଅର୍ଜୁନଙ୍କ ଚିତ୍କାର ଶୁଣି ଆଶ୍ରମ ଅନ୍ତେବାସୀ ଛାତ ଉପରେ ଏକାଠି ହୋଇ ଘଟଣାକୁ ଦେଖିଥିଲେ। ଏହା ଦେଖୁଥିବା ଗୋପାଳ ଦାସ ତଳକୁ ଅର୍ଜୁନ ବାବାଙ୍କୁ ବଞ୍ଚାଇବାକୁ ଚାଲି ଯାଇଥିଲେ। ହେଲେ ସେ ଆକ୍ରମଣରୁ ନିସ୍ତାର ପାଇ ନ ଥିଲେ। ରକ୍ତମୁଖା ହୋଇଥିବା ବିଷ୍ଣୁ ବାବାଙ୍କ ଆକ୍ରମଣରେ ରକ୍ତ ବାନ୍ତି କରି ଆଶ୍ରମ ବାହାରେ ପଡ଼ି ଯାଇଥିଲେ ଗୋପାଳ ଦାସ। ବିଷ୍ଣୁ ବାବାଙ୍କ ଏଭଳି ଉଗ୍ରରୂପ ଦେଖି ଆଶ୍ରମ ଅନ୍ତେବାସୀ ଜୀବନ ବଞ୍ଚାଇବାକୁ ଆଶ୍ରମ ଭିତରେ ଥିବା ଘରମାନଙ୍କରେ ଲୁଚି ଯାଇଥିଲେ। ଏହି ସମୟରେ ଗିନି କୀର୍ତ୍ତନ କରୁଥିବା ସ୍ଥାନକୁ ଗୋପାଳ ଦାସ ପଳାଇ ଯାଉଥିବା ବେଳେ ପୁନଶ୍ଚ ବିଷ୍ଣୁ ବାବା ଆକ୍ରମଣ କରିଥିଲା। ବିଷ୍ଣୁ ବାବାଙ୍କ ଗୋଇଠା ମାଡ଼ରେ ଗୋପାଳ ଆଉଥରେ ତଳେ ପଡ଼ି ଯାଇଥିଲେ। ଏହାପରେ ଗୋପାଳଙ୍କ ଉପରେ ଇଟା ଛେଚି ଦେଇଥିଲା ବିଷ୍ଣୁ ବାବା। 


ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ରମରେ ପହଞ୍ଚି ଗୋପାଳ ବାବାଙ୍କୁ ଉଦ୍ଧାର କରି ପୁରୀ ସଦର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ସାଢ଼େ୯ଟାରେ ସେ ଚିକିତ୍ସାଧୀନ ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଛି।


ଜଳବାୟୁ ପରିବର୍ତ୍ତନ ହେତୁ ପାଣିପାଗ ସମସ୍ୟା

ଜଳବାୟୁ ପରିବର୍ତ୍ତନ ହେତୁ  ପାଣିପାଗ ସମସ୍ୟା



ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ଅନେକ ଦେଶ ପାଣିପାଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ବନ୍ୟା, କେଉଁଠାରେ ବଢୁଛି ତାପମାତ୍ରା। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଆଣ୍ଟାର୍କଟିକାରେ ଚଳିତ ବର୍ଷ ରେକର୍ଡ ଭାଙ୍ଗୁଥିବା ବରଫ ତରଳି ଯାଇଛି।


ଉଲ୍ଲେଖନୀୟ କଥା ହେଉଛି, ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସମୁଦ୍ରର ବରଫ ଫେବୃୟାରୀ ଶେଷରେ ତରଳିଯାଏ। ତା’ପରେ ଶୀତଦିନେ ଏହା ଜମାଟ ବାନ୍ଧି ଯାଇଥାଏ। କିନ୍ତୁ ଚଳିତ ବର୍ଷ ବୈଜ୍ଞାନିକମାନେ କିଛି ଅଲଗା ଦେଖିବାକୁ ପାଇଲେ। ସମୁଦ୍ର ବରଫ ମଧ୍ୟ ଆଶା କରାଯାଉଥିବା ସ୍ତର ନିକଟ ପର୍ଯ୍ୟନ୍ତ ଜମାଟ ବାନ୍ଧିଲା ନାହିଁ।

ସୂଚନାଯୋଗ୍ୟ, ଗତ ୪୫ବର୍ଷ ମଧ୍ୟରେ ଏଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ସମୁଦ୍ର ବରଫ ଏତେ ନିମ୍ନ ସ୍ତରରେ ରହିଛି। ଗତ କିଛି ବର୍ଷ ହେବ ଏହାର ଧସିବାର ହାର ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜାତୀୟ ତୁଷାର ଏବଂ ବରଫ ଡାଟା କେନ୍ଦ୍ର (NSIDC) ର ତଥ୍ୟ ଅନୁଯାୟୀ, ଗତ ଶୀତର ରେକର୍ଡ ତୁଳନାରେ ୨୦୨୨ରେ ତୁଷାର ପ୍ରାୟ ୧.୬ ମିଲିୟନ ବର୍ଗ କିଲୋମିଟର (୦,୬ ମିଲିୟନ ବର୍ଗ ମାଇଲ) କମ ଅଟେ।

ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି ଆଶ୍ଚର୍ଯ୍ୟ କଲାଭଳି ଏହି ବରଫ ତରଳିବା ଘଟଣା ଏକ ସଙ୍କେତ। ଏପରି ଜଳବାୟୁ ପରିବର୍ତ୍ତନ ଏହି ବରଫାବୃତ୍ତ ଅଞ୍ଚଳରେ ଅଧିକ ପ୍ରଭାବ ପକାଇପାରେ। ଗ୍ଲୋବାଲ ଓ୍ବାର୍ମିଂ ଏହାର ସବୁଠାରୁ ବଡ କାରଣ।

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ସଫଳତା

 ମହାକାଶ ଅନୁସନ୍ଧାନ କ୍ଷେତ୍ରରେ  ସଫଳତା



ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଦିନକୁ ଦିନ ସଫଳତାର ସିଡି ଚଢୁଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)। କିଛିଦିନ ତଳେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-3 ଉତକ୍ଷେପଣ କରିଥିବା ବେଳେ ଆଜି ଆଉ ଏକ ସାଟେଲାଇଟ୍ ଲଞ୍ଚ୍ କରିଛି। ସକାଳ 6:30 ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍(PSLV-C56)କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଲଞ୍ଚ୍ ଭେଇକିଲ୍ ସହ 7ଟି ବିଦେଶୀ ସାଟେଲାଇଟ୍ ଉତକ୍ଷେପଣ କରିଛି ଇସ୍ରୋ।


ସାତୋଟି ବିଦେଶୀ ସାଟେଲାଇଟ୍ ସହିତ ମହାକାଶକୁ ଏହି ରକେଟ୍ ପଠାଯାଇଛି। ଇସ୍ରୋ ଦ୍ୱାରା ଭାରତରୁ ଉତକ୍ଷେପଣ ହୋଇଥିବା ବିଦେଶୀ ସାଟେଲାଇଟ୍ ମଧ୍ୟରେ ଏହା 431ତମ ବିଦେଶୀ ସାଟେଲାଇଟେ ଏବଂ ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଚତୁର୍ଥ PSLV ମିଶନ୍। PSLV-C56 ମିଶନର ପ୍ରାଥମିକ ପେଲୋଡ୍ ହେଉଛି DS-SAR ସାଟେଲାଇଟ୍, ଏହା ଏକ ସିନ୍ଥେଟିକ୍-ଆପେଚର ରାଡାର(SAR) ଯାହା ବସ୍ତୁର ଟୁ-ଡାଇମେନ୍ସନାଲ ଚିତ୍ର ଉତ୍ତୋଳନ କିମ୍ବା ଥ୍ରୀ-ଡାଇମେନ୍ସନାଲ ରିକନଷ୍ଟ୍ରକ୍ସନ୍(ପୁନଃନିର୍ମାଣ) ସୃଷ୍ଟି କରେ।

ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ


 

ଅହମ୍ମଦବାଦ,୩୦।୭: ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ୧୦୦ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।

ଅହମ୍ମଦାବାଦର ସାହିବାଗ ସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୪,୩୦ ସମୟରେ ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଧୂଆଁ ପୁରା ବେସମେଣ୍ଟରେ ବ୍ୟାପି ଯାଇଥିଲା। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ୧୦୦ ରୋଗୀଙ୍କୁ ଡାକ୍ତରଖାନାରୁ ନିରାପଦରେ ସ୍ଥାନାନ୍ତର କରାଯାଇଛି।

ଭାରତ ଓ ପାକିସ୍ତାନ ପ୍ରେମ

ଭାରତ ଓ ପାକିସ୍ତାନ ପ୍ରେମ 

 


ଜୟପୁର: ଭାରତ-ପାକିସ୍ତାନ ନାଗରିକଙ୍କ ମଧ୍ୟରେ ହଠାତ୍‌ ଗୋଟିଏ ପରେ ଗୋଟିଏ ପ୍ରେମ ମାମଲା ସାମ୍ନାକୁ ଆସିବା ଦେଶର ନାଗରିକଙ୍କ ମଧ୍ୟରେ ଯେତିକି କୌତୂହଳ ସୃଷ୍ଟି କରୁଛି ସରକାରଙ୍କ ପାଇଁ ସେତିକି ମୁଣ୍ଡବ୍ୟଥାର କାରଣ ହୋଇଛି। ରାଜସ୍ଥାନରୁ ଦୁଇ ସନ୍ତାନଙ୍କ ଜନନୀ ଅଞ୍ଜୁ ଲୁଚି ପାକିସ୍ତାନ ପଳାଇବା ପରେ ତାଙ୍କ ପଦାଙ୍କ ଅନୁସରଣ କରୁଥିବା ଜଣେ ନାବାଳିକା ଶୁକ୍ରବାର ଜୟପୁର ବିମାନବନ୍ଦରରୁ ଧରାପଡ଼ିଛି। ବିମାନବନ୍ଦର କର୍ତ୍ତୃପକ୍ଷ ତା’ଠାରୁ ନାନା ମିଛ କାହାଣୀ ଶୁଣିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି। ବାସ୍ତବରେ ଜଣେ ଇନ୍‌ଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବା ପାଇଁ ସେ ପାକିସ୍ତାନ ଯିବା ଉଦ୍ୟମ କରୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ରାଜସ୍ଥାନର ଶିକାର ଜିଲା ଶ୍ରୀମାଧୋପୁର ଅନ୍ତର୍ଗତ ରତନପୁର ଗ୍ରାମର ଏହି ନାବାଳିକା ପାକିସ୍ତାନରେ ଥିବା ନିଜର ଇନ୍‌ଷ୍ଟାଗ୍ରାମ ବନ୍ଧୁଙ୍କୁ ଭେଟିବାକୁ ଯିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲା; କିନ୍ତୁ ତା’ପାଖରେ ଯାତ୍ରା ସମ୍ପର୍କିତ କୌଣସି ଦସ୍ତାବିଜ୍‌ ନଥିଲା।


ସେ କାଉଣ୍ଟରରେ ପହଞ୍ଚି ଲାହୋର ଯିବାକୁ ଟିକଟ ମାଗିଲାବେଳେ ଟିକଟ ମାଷ୍ଟର ଝିଅଟି ମଜା କରୁଥିବା ଭାବିଥିଲେ। କଥାବାର୍ତ୍ତା ସମୟରେ ତା’ ପ୍ରତି ବିମାନବନ୍ଦର କର୍ମଚାରୀଙ୍କ ସନ୍ଦେହ ବଢ଼ିବାରୁ ପୁଲିସକୁ ଡକା ଯାଇଥିଲା। ଜେରା ସମୟରେ ସେ ନାନା ମିଛ ବଖାଣିବାକୁ ଲାଗିଲା। ସେ ପାକିସ୍ତାନର ନାଗରିକ। ତିନି ବର୍ଷ ହେଲା ଇସଲାମାବାଦରୁ ଆସି ଜୟପୁରରେ ସମ୍ପର୍କୀୟ ମାଇଁଙ୍କ ଘରେ ରହୁଥିଲା। ମାଇଁଙ୍କ ସହ ଝଗଡ଼ା ହେବାରୁ ସେ ପାକିସ୍ତାନ ଫେରିଯିବାକୁ ଚାହୁଁଥିବା କହିଥିଲା। ତା’ର ସାହସିକ କଥାବର୍ତ୍ତା ବିମାନବନ୍ଦର କର୍ମଚାରୀ ଓ ପୁଲିସକୁ ବିସ୍ମିତ କରିଥିଲା। ଅଧିକ ପଚରାଉଚୁରାରୁ ସେ ସତ ମାନିଥିଲା। ସୁରକ୍ଷାକର୍ମୀଙ୍କୁ ଠକି କେମିତି ବିମାନରେ ଯାଇହେବ ତାହା ତାକୁ ପାକିସ୍ତାନୀ ବନ୍ଧୁ ବତାଇଥିବା ମଧ୍ୟ ସ୍ବୀକାର କରିଥିଲା। ପରେ ତାକୁ ତା’ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏପରି ନାଟକ କରିଥିବା କହିଥିଲା।

ଜଣେ ଶିକ୍ଷକରେ ଚାଲିଛି ଶୁକଦେବ ହାଇସ୍କୁଲ

 ଜଣେ ଶିକ୍ଷକରେ ଚାଲିଛି ଶୁକଦେବ ହାଇସ୍କୁଲ


 


କୁଚିଣ୍ଡା,୩୦ା୭-ସରକାର ଶିକ୍ଷାର ବିକାଶ କଥା କହୁଥିବା ବେଳେ ସମ୍ବଲପୁର ଜିଲା ବାମରା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ତୁରେଇ ପଞ୍ଚାୟତର ଶୁକଦେବ ହାଇସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠପଢା ଚାଲିଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ୧୯୮୫ରେ ସ୍ଥାପିତ ଏହି ହାଇସ୍କୁଲରେ ନବମ ଓ ଦଶମ ଦୁଇଟି ଶ୍ରେଣୀରେ ମୋଟ ୭୬ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏକମାତ୍ର ଶିକ୍ଷକ ଦୁଇଟି ଶ୍ରେଣୀର ସାହିତ୍ୟ, ଗଣିତ, ଇଂରାଜୀ, ବିଜ୍ଞାନ ଆଦି ବିଷୟ ପଢାଉଛନ୍ତି। ସ୍କୁଲ ପାଇଁ ୮ଜଣ ଶିକ୍ଷକ, ଜଣେ ଖେଳ ଶିକ୍ଷକ, ଦୁଇଜଣ ପିଅନ ଓ ଜଣେ ରାତ୍ର ଜଗୁଆଳି ପଦବୀ ରହିଥିବା ସ୍ଥଳେ ଏବେ ଜଣେ ଶିକ୍ଷକ, ଦୁଇଜଣ ପିଅନ ଓ ରାତ୍ର ଜଗୁଆଳି ଅଛନ୍ତି। ଗତ ଜୁନରେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିବା ପରେ ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଉଥିବା ଅଞ୍ଚଳବାସୀ କହନ୍ତି। ଆଉ କେଇଟା ମାସ ପରେ ଦଶମ ଶ୍ରେଣୀ ପିଲା ମାଟ୍ରିକ ପରୀକ୍ଷା ଦେବେ। ହେଲେ ବିନା ପାଠ ପଢାରେ ସେମାନେ କେମିତି ପରୀକ୍ଷା ଦେବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଏହି ସମସ୍ୟା ଯୋଗୁ ଏହି ସ୍କୁଲ ଉପରେ ନିର୍ଭର କରୁଥିବା ତୁରେଇ ପଞ୍ଚାୟତ ବ୍ୟତୀତ ସୁନ୍ଦରଗଡ ଜିଲାର ଦୁଇଟି ପଞ୍ଚାୟତର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରପଞ୍ଚ ଜଗଦୀଶ ନାଏକ କହନ୍ତି, ସରକାର ଏହି ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ କରି କାମ ଆରମ୍ଭ କରିଛନ୍ତି। ହେଲେ ଶିକ୍ଷକ ଅଭାବ ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଶିକ୍ଷକ ନିଯୁକ୍ତି ନେଇ ପ୍ରଥମେ ବ୍ଲକ ଅଧିକାରୀ ଓ ପରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ସ୍କୁଲ ପରିଚାଳନା କମିଟି ସଭାପତି କୈଳାସ ବିହାରୀ ପଟେଲ କହନ୍ତି। ଏ ସମ୍ପର୍କରେ ସମ୍ବଲପୁର ଡିଇଓ ମୀନାରାଣୀ ମଙ୍ଗଳଙ୍କ ମତାମତ ନେବାରେ ତୁରେଇ ଏକ ଅନୁଦାନପ୍ରାପ୍ତ ହାଇସ୍କୁଲ। ଏଥିପାଇଁ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି। ସେଥିପାଇଁ ଅତିଥି ଶିକ୍ଷକ ଦେବାର ବ୍ୟବସ୍ଥା କରାଯାଇଛି ଓ ଏହା ଏକସପ୍ତାହ ମଧ୍ୟରେ ପୂରଣ ହୋଇଯିବ ବୋଲି କହିଛନ୍ତି।

Saturday, July 29, 2023

ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ ପ୍ରଧାନମନ୍ତ୍ରୀ

 ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ ପ୍ରଧାନମନ୍ତ୍ରୀ 



ଶିକ୍ଷା ରୂପକ ଶକ୍ତି ଦ୍ୱାରା ଦେଶକୁ ସଫଳ କରିବା ସହିତ ଦେଶର ଭାଗ୍ୟ ବଦଳାଇବା ସମ୍ଭବ। ଏକବିଂଶ ଶତାବ୍ଦୀର ଭାରତରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦିଲ୍ଲୀ ପ୍ରଗତୀ ମଇଦାନସ୍ଥିତ ଭାରତ ମଣ୍ଡପମରେ ଦୁଇ ଦିନିଆ ଶିକ୍ଷା ସମାଗମକୁ ସମ୍ବୋଧିତ କରି ସେ କହିଛନ୍ତି ନୂତନ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିବାରୁ ଏହା ସମସ୍ତଙ୍କୁ ସେମାନଙ୍କର ମେଧା ପ୍ରଦର୍ଶିତ କରିବା ପାଇଁ ସୁଯୋଗ ଦେଇଛି । ସାମାଜିକ ନ୍ୟାୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଖିଳ ଭାରତୀୟ ଶିକ୍ଷା ସମାଗମର ଗୁରୁତ୍ୱ ସଂପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଆଲୋଚନା ଓ ବିଚାରବିମର୍ଶକୁ ସୁଯୋଗ ଦେଇଛି । ଶିକ୍ଷା ସମାଗମ ଏହି ପରମ୍ପରାକୁ ଆଗକୁ ନେବ।


ନୂତନ ଜାତୀୟ ଶିକ୍ଷାନୀତିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ଶିକ୍ଷକମାନଙ୍କର ଭୂମିକାକୁ ପ୍ରଶଂସା କରିଛନ୍ତି। ଶିକ୍ଷକମାନଙ୍କ ଦ୍ୱାରା ମିଶନ ମୋଡ୍‌‌ରେ ଏହି ଶିକ୍ଷାନୀତି କାର୍ଯ୍ୟାନ୍ୱିତ ହୋଇଛି । ନୂତନ ଶିକ୍ଷାନୀତି ଜାତୀୟ ସ୍ତରରେ ଶିକ୍ଷାକ୍ଷେତ୍ରରେ ସମାନତା ଆଣିବ। ଦେଶର ଚାରିଆଡେ ୨୨ଟି ଭାଷାରେ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌‌ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ବାବଦକୁ ୬୭୦୭ଟି ବିଦ୍ୟାଳୟ ପାଇଁ ୬୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହା ସହିତ ସେ ମଧ୍ୟ ବିଭିନ୍ନ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକର ଉଦ୍‌‌ଘାଟନ କରିଛନ୍ତି ।


ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୋଟିଏ ଶିକ୍ଷାନୀତି ପ୍ରଚଳନ ସଂପର୍କିତ ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂରଣ କରିଛନ୍ତି । ଦେଶର ଅମୃତ କାଳରେ ଯୁବକମାନଙ୍କୁ ଗଢ଼ିବା ପାଇଁ ଏହି ଶିକ୍ଷାନୀତି ମାର୍ଗଦର୍ଶନ କରିବ । ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ନୀତି ନିର୍ଦ୍ଧାରକ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ସେମାନଙ୍କର ଅନ୍ତର୍ନିହିତ ଜ୍ଞାନ ଓ ଭାବ ବିନିମୟ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ।

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କ ମୃତ୍ୟୁ

 ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କ ମୃତ୍ୟୁ



ତାମିଲନାଡୁ କ୍ରିଷ୍ଣାଗିରୀର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 12ରୁ ଅଧିକ ଲୋକ ଆହତ। ଆଉ କିଛି ଲୋକ ଫଶି ରହିଥିବା ସୂଚନା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।


ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଏକ ହୋଟେଲ୍ ମଧ୍ୟ ଭୁଶୁଡି ପଡିଛି। ଏଥିସହ 4ଟି କୋଠା କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକେ ଭୁଶୁଡି ପଡିଥିବା କୋଠାରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହଷ୍ଟେଲ୍ ରେ ନିର୍ଯ୍ୟାତନା

  ହଷ୍ଟେଲ୍ ରେ ନିର୍ଯ୍ୟାତନା 



ଅସହ୍ୟ ହେଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା । ପାଖରେ ବାପାମା’ ନ ଥିବା ବେଳେ ସହି ହେଲାନି ମାଡ଼ଗାଳି । ଶେଷରେ ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ । ଏପରିକି ରେଳ ଲାଇନ୍‌ରେ ଆତ୍ମହତ୍ୟା କରିବୁ ବୋଲି ବି କହିଲେ।  ଏକ ହୃଦୟସ୍ପର୍ଶୀ ଘଟଣା ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଏରେଇଁସ୍ଥିତ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଘଟିଛି।


ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲା ରହି ପାଠ ପଢ଼ିଥାନ୍ତି। ବାପାମା’ଙ୍କଠୁ ଦୂରେଇ ରହୁଥିବା ଏହି ପିଲାମାନଙ୍କୁ ହଷ୍ଟେଲରେ ବି ମାରଧର କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ହଷ୍ଟେଲର କର୍ମଚାରୀ କୁନି କୁନି ପିଲାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହ ମାରଧର କରୁଥିଲେ। ଏପରିକି ବାପାମା’ଙ୍କ ସହ ଫୋନ୍‌ରେ କଥା କରାଇ ଦେଉ ନ ଥିଲେ।


କୁନି କୁନି ପିଲାଙ୍କ କୋମଳ ମାନସିକତା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଥିବା ବେଳେ ପିଲାମାନେ ସବୁବେଳେ ଭୟଭୀତ ହୋଇ ରହୁଥିଲେ। ଏହା ଅତିଷ୍ଠ ହେବାରୁ ଏକ ନାବାଳିକା ଓ ଏକ ନାବାଳକ ଆଜି ଭୋର ପ୍ରାୟ ୪ଟା ବେଳେ ସକାଳୁ ସ୍କୁଲରୁ ଲୁଚି ପଳାଇ ଆସିଥିଲେ। ନାବାଳିକାଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ନାବାଳକଜଣକ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟ ନାବାଳିକା ଓ ନାବାଳକ ହଷ୍ଟେଲ ପରିଚାଳିକାଙ୍କ ମାଡ଼ଗାଳି ଶୁଣି ଅତିଷ୍ଠ ହୋଇ ପଡ଼ିଥିଲେ। ଉଭୟ ଠିକ୍‌ ଭାବେ ଖାଇବାକୁ ମିଳୁ ନ ଥିବା ଅଭିଯୋଗ କରିଥିବା ବେଳେ ବାପାମା’ ଫୋନ୍‌ କଲେ କଥା ହେବାକୁ ଦିଆଯାଉ ନ ଥିଲା ବୋଲି କହିଛନ୍ତି।


ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଛାତ୍ରଛାତ୍ରୀଦ୍ୱୟ ଆଜି ଭୋରୁ ଚାଲି ଚାଲି ପ୍ରାୟ ୬ କିମି ବାଟ ଅତିକ୍ରମ କରିଥିଲେ। ଜାତୀୟ ରାଜପଥରେ ଦ୍ରୁତ ଗତିରେ ଟ୍ରକ୍‌, ବସ୍‌ ଯାଉଥିବା ବେଳେ ପିଲାଦ୍ୱୟ କିପରି ଏତେ ବାଟ ଅତିକ୍ରମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ଭୋର ୪ଟାରେ ସ୍କୁଲରୁ ପଳାଇ ଆସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିପରି ଟେର ପାଇ ପାରିଲେନି ତାହା ଏବେ ବଡ଼ ପ୍ରଶ୍ନବାଚୀ ।


ଚରମ୍ପା ନିକଟରେ ଜଣେ ଦୋକାନୀ ସେମାନଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହା ଶୁଣି ପିଲାମାନେ କାନ୍ଦ କାନ୍ଦ ସ୍ୱରରେ ସବୁ ଘଟଣା ବଖାଣିଥିଲେ। ଏହା ଶୁଣି ଦୋକାନୀଜଣକ ପିଲାଦ୍ୱୟଙ୍କୁ ନିଜ ଦୋକାନରେ ବସାଇ ଭଦ୍ରକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ସମ୍ପାଦକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଟିମ୍‌ ସହ ସ୍କୁଲ ଯାଇ ଘଟଣାର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।


ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ମୁହଁ ଟାଣ ଦେଖାଇ ପିଲାଙ୍କ ସହ କଥା ହେବା ପରେ ଯାହା କିଛି କହିବୁ ବୋଲି କହିଥିଲେ।

ହଷ୍ଟେଲ୍ ରେ ନିର୍ଯ୍ୟାତନା

 ହଷ୍ଟେଲ୍ ରେ ନିର୍ଯ୍ୟାତନା 



ଅସହ୍ୟ ହେଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିର୍ଯାତନା । ପାଖରେ ବାପାମା’ ନ ଥିବା ବେଳେ ସହି ହେଲାନି ମାଡ଼ଗାଳି । ଶେଷରେ ହଷ୍ଟେଲରୁ ଲୁଚି କୁନି କୁନି ପାଦରେ ଜାତୀୟ ରାଜପଥରେ ୬ କିମି ଚାଲିଲେ ଦୁଇ ନିରୀହ ଛୁଆ। ଆଉ ପଚାରିବାରୁ ଖନି ପାଟିରେ ବଖାଣିଲେ ନିର୍ଯାତନାର କାହାଣୀ । ଏପରିକି ରେଳ ଲାଇନ୍‌ରେ ଆତ୍ମହତ୍ୟା କରିବୁ ବୋଲି ବି କହିଲେ।  ଏକ ହୃଦୟସ୍ପର୍ଶୀ ଘଟଣା ଆଜି ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଏରେଇଁସ୍ଥିତ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଘଟିଛି।


ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲା ରହି ପାଠ ପଢ଼ିଥାନ୍ତି। ବାପାମା’ଙ୍କଠୁ ଦୂରେଇ ରହୁଥିବା ଏହି ପିଲାମାନଙ୍କୁ ହଷ୍ଟେଲରେ ବି ମାରଧର କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ହଷ୍ଟେଲର କର୍ମଚାରୀ କୁନି କୁନି ପିଲାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହ ମାରଧର କରୁଥିଲେ। ଏପରିକି ବାପାମା’ଙ୍କ ସହ ଫୋନ୍‌ରେ କଥା କରାଇ ଦେଉ ନ ଥିଲେ।


କୁନି କୁନି ପିଲାଙ୍କ କୋମଳ ମାନସିକତା ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ୁଥିବା ବେଳେ ପିଲାମାନେ ସବୁବେଳେ ଭୟଭୀତ ହୋଇ ରହୁଥିଲେ। ଏହା ଅତିଷ୍ଠ ହେବାରୁ ଏକ ନାବାଳିକା ଓ ଏକ ନାବାଳକ ଆଜି ଭୋର ପ୍ରାୟ ୪ଟା ବେଳେ ସକାଳୁ ସ୍କୁଲରୁ ଲୁଚି ପଳାଇ ଆସିଥିଲେ। ନାବାଳିକାଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ନାବାଳକଜଣକ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟ ନାବାଳିକା ଓ ନାବାଳକ ହଷ୍ଟେଲ ପରିଚାଳିକାଙ୍କ ମାଡ଼ଗାଳି ଶୁଣି ଅତିଷ୍ଠ ହୋଇ ପଡ଼ିଥିଲେ। ଉଭୟ ଠିକ୍‌ ଭାବେ ଖାଇବାକୁ ମିଳୁ ନ ଥିବା ଅଭିଯୋଗ କରିଥିବା ବେଳେ ବାପାମା’ ଫୋନ୍‌ କଲେ କଥା ହେବାକୁ ଦିଆଯାଉ ନ ଥିଲା ବୋଲି କହିଛନ୍ତି।


ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଛାତ୍ରଛାତ୍ରୀଦ୍ୱୟ ଆଜି ଭୋରୁ ଚାଲି ଚାଲି ପ୍ରାୟ ୬ କିମି ବାଟ ଅତିକ୍ରମ କରିଥିଲେ। ଜାତୀୟ ରାଜପଥରେ ଦ୍ରୁତ ଗତିରେ ଟ୍ରକ୍‌, ବସ୍‌ ଯାଉଥିବା ବେଳେ ପିଲାଦ୍ୱୟ କିପରି ଏତେ ବାଟ ଅତିକ୍ରମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ ଭୋର ୪ଟାରେ ସ୍କୁଲରୁ ପଳାଇ ଆସିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିପରି ଟେର ପାଇ ପାରିଲେନି ତାହା ଏବେ ବଡ଼ ପ୍ରଶ୍ନବାଚୀ ।


ଚରମ୍ପା ନିକଟରେ ଜଣେ ଦୋକାନୀ ସେମାନଙ୍କୁ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହା ଶୁଣି ପିଲାମାନେ କାନ୍ଦ କାନ୍ଦ ସ୍ୱରରେ ସବୁ ଘଟଣା ବଖାଣିଥିଲେ। ଏହା ଶୁଣି ଦୋକାନୀଜଣକ ପିଲାଦ୍ୱୟଙ୍କୁ ନିଜ ଦୋକାନରେ ବସାଇ ଭଦ୍ରକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ସମ୍ପାଦକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଟିମ୍‌ ସହ ସ୍କୁଲ ଯାଇ ଘଟଣାର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।


ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ମୁହଁ ଟାଣ ଦେଖାଇ ପିଲାଙ୍କ ସହ କଥା ହେବା ପରେ ଯାହା କିଛି କହିବୁ ବୋଲି କହିଥିଲେ।

ମିଛ ସାକ୍ଷୀ

 ମିଛ ସାକ୍ଷୀ 



ମିଛ ସାକ୍ଷୀ ଦେଇ ଚାକିରି ଗଲା । ଏକ ଭିଜିଲାସନ୍ସ ମାମଲାରେ ମିଛ ସାକ୍ଷୀ ଦେବା କାରଣରୁ ଚାକିରି ହରାଇଲେ ସହକାରୀ ଯନ୍ତ୍ରୀ। ସମ୍ବଲପୁରର ଏକ ଭିଜିଲାନ୍ସ ମାମଲାର ବିଚାର ସମୟରେ ମିଛ ସାକ୍ଷୀ ଦେବାକୁ ନେଇ ବରଗଡ ବିଜେପୁର RWSS ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି ।


ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଉକ୍ତ ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ । ସମସ୍ତ ଘଟଣା ତାଙ୍କ ସମ୍ମୁଖରେ ହୋଇଥିଲା ।

ତେବେ ମାମଲାର ବିଚାର ସମୟରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ବୋଲି ଭିଜିଲାନ୍ସ ଅଭିଯୋଗ କରିଥିଲା । ଏହି ଅଭିଯୋଗ ଆଧାରରେ ଉପେନ୍ଦ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି ।

୪୦ ଫୁଟ୍ ତଳକୁ ଖସିଲା କାର୍‌,

୪୦ ଫୁଟ୍ ତଳକୁ ଖସିଲା କାର୍‌, ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ଡ୍ରାଇଭର





ବାରଙ୍ଗ  : ୪୦ ଫୁଟ୍‌ ତଳକୁ ଖସିଲା କାର୍‌ ।  ଦ୍ରୁତ ଗତିରେ ଆସୁଥିବା କାର୍ ଭାରସାମ୍ୟ ହରାଇ ୪୦ଫୁଟ୍ ତଳକୁ ଖସିପଡିଲା କାର୍। ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ଦୁଇଶହ ଫୁଟିଆ ରାସ୍ତାରେ ଘଟିଛି ଦୁର୍ଘଟଣା।


ଖବର ଅନୁଯାୟୀ, ମୈତ୍ରୀ ବିହାର ଅଞ୍ଚଳରେ କାର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାରିକେଡ ଭାଙ୍ଗି କାର୍ ସହିତ ଚାଳକ ୪୦ ଫୁଟ୍‌ ତଳକୁ ଖସିପଡିଥିଲା ।


ଡ୍ରେନ୍ ପାଣିରେ ଓଲଟା ପଡ଼ି ଯାଇଥିବାରୁ ଖୋଲିଲାନି ଡୋର୍ କି କାଚ। ଦୀର୍ଘ ସମୟ ଧରି କାର୍ ଭିତରେ ଫସି ରହିଲେ ଚାଳକ। ତଳେ ପଡି କାର୍ ଡୋର ଲକ୍ ହୋଇ ଯିବାରୁ ବାହାରି ପାରିନଥିଲେ ଡ୍ରାଇଭର୍। ପାଟ୍ରୋଲିଂରେ ଥିବା ପିସିଆର୍ ଏବଂ ଖବର ପାଇ ଆସିଥିବା ଦମକଳବାହିନୀ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଥିଲେ।

ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା

ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା



ପୁରୀ - ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ। ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ। ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ଆହତ ବାବା ଦୟାନିଧିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବିଷ୍ଣୁ ଦାଶଙ୍କୁ ପୁଲିସ ଅଟକ ରଖିଛି।


ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ପାହାର ପକାଇଥିଲେ। ଅର୍ଜୁନ ବାବା ଜୋରରେ ଚିତ୍କାର କରିଥିଲେ। ହେଲେ ଆଶ୍ରମରେ କୀର୍ତ୍ତନ ଚାଲିଥିବାରୁ ଅର୍ଜୁନ ବାବାଙ୍କ ଚିତ୍କାର କାହାକୁ କିଛି ଶୁଭିନଥିଲା। ପରେ ଅର୍ଜୁନଙ୍କୁ ବିଷ୍ଣୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ।


ଅର୍ଜୁନଙ୍କୁ ହତ୍ୟା କରିବା ପରେ ବିଷ୍ଣୁ ଆଶ୍ରମ ଉପର ମହଲାରୁ ତଳକୁ ଆସୁଥିଲେ। ଏହି ସମୟରେ ଦୟାନିଧି ବାବାଙ୍କ ସହ ତାଙ୍କର ଭେଟ ହୋଇଥିଲା। ତୁମ ମୁହଁରେ ରକ୍ତ କେଉଁଠୁ ଲାଗିଲା ବୋଲି ବିଷ୍ଣୁଙ୍କୁ ଦୟାନିଧି ପ୍ରଶ୍ନ କରିଥିଲେ। ବିଷ୍ଣୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଆଶ୍ରମରେ ଥିବା ଅନ୍ୟବାବାମାନେ ଦୟାନିଧିଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ପଠାଇବା ସହ ପୁଲିସକୁ ଖବର ଦେଇଥିଲା। ପୁଲିସ ପହଞ୍ଚି ବିଷ୍ଣୁ ବାବାଙ୍କୁ ଶୌଚାଳୟରୁ କାବୁ କରିଥିଲେ।


ବିଷ୍ଣୁ ବାବା ତିନିମାସ ହେବ ଏହି ଆଶ୍ରମରେ ରହି ଆସୁଥିଲେ। ଅର୍ଜୁନ ବାବା ତିନି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତନ୍ତ୍ର ସାଧନା ନେଇ ଉଭୟ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡର ବ୍ୟବହୃତ କାଠଗଣ୍ଡି ଓ ଏକ ବ୍ଲେଟ୍‌ ଜବତ କରିଛି। ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...