AFFILIATE MARKETING

https://binomo.com?a=90810425bb57&t=0

Thursday, September 25, 2025

ଅଙ୍ଗନବାଡି ନିଯୁକ୍ତି

ଉପକୁଳ ସମାଚାର 
କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ – ନୂଆ ନିଯୁକ୍ତି ସମ୍ବାଦ
ନମସ୍କାର, ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ।
ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀ ମାନଙ୍କ ପାଇଁ ବଡ଼ ସୁଖବର – ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଘୋଷଣା କରିଛି ଡବ୍ଲ୍ୟୁ ସି ଡି ଓଡିଶା ନିଯୁକ୍ତି 2026 l
ଏହି ନିଯୁକ୍ତି ଅଭିଯାନରେ ପ୍ରାୟ ୧୦,୫୦୦ ରୁ ଅଧିକ ପଦ ପୂରଣ କରାଯିବ।

 ଯେଉଁସବୁ ପଦରେ ନିଯୁକ୍ତି ହେବ:

ଅଙ୍ଗନବାଡ଼ି କର୍ମୀ, ୪,୨୦୦ ପଦ

ଅଙ୍ଗନବାଡ଼ି ଆୟା, ୫,୦୦୦ ପଦ

ସୁପରଭାଇଜର, ୪୫୦ ପଦ

କାଉନସେଲର, ସୋସିଆଲ୍ ଓର୍କର – ୨୫୦ ପଦ

ଡାଟା ଏଣ୍ଟ୍ରି ଅପରେଟର – ୩୦୦ ପଦ

ପିଅନ, ଅଟେଣ୍ଡାଣ୍ଟ – ୨୦୦ ପଦ

ଅନ୍ୟାନ୍ୟ ସହାୟକ ପଦ, ୧୦୦ ଗୋଟି 

ମୋଟ ଆଶା କରାଯାଉଥିବା ପଦ ସଂଖ୍ୟା – ୧୦,୫୦୦ ପ୍ଲସ୍ 

 ଶିକ୍ଷାଗତ ଯୋଗ୍ୟତା

ଅଙ୍ଗନବାଡ଼ି ଆୟା, ଦଶମ ଶ୍ରେଣୀ ପାସ୍

ଅଙ୍ଗନବାଡ଼ି କର୍ମୀ, ଦ୍ୱାଦଶ  ପାସ୍

ସୁପରଭାଇଜର – ସ୍ନାତକ, ସୋସିଓଲୋଜି, ସାଇକୋଲୋଜି, ସୋସିଆଲ୍ ୱର୍କରଙ୍କୁ ପ୍ରାଥମିକତା)

କାଉନସେଲର, ସୋସିଆଲ୍ ୱର୍କ, ସାଇକୋଲୋଜି, ସୋସିଓଲୋଜିରେ ପୋଷ୍ଟ ଗ୍ରାଜୁଏସନ୍

ଡି.ଇ.ଓ, ଦ୍ଵାଦଶ ପାସ୍ ସହିତ କମ୍ପ୍ୟୁଟର ସର୍ଟିଫିକେଟ୍

ପିଅନ, ଦଶମ ପାସ୍

ବୟସ ସୀମା 1 ଜାନୁଆରୀ 2026 ପର୍ଯ୍ୟନ୍ତ

କମ୍ ସେ କମ୍ – 18 ବର୍ଷ

ଅଧିକତମ – 38 ବର୍ଷ
👉 ଏସସି, ଏସ୍ ଟି – 5 ବର୍ଷ ରିଲାକ୍ସେସନ୍
👉 ଓ ବି ସି – 3 ବର୍ଷ
👉 PwD – 10 ବର୍ଷ


 ଦରମା

ଅଙ୍ଗନବାଡ଼ି କର୍ମୀ, 12,000 ଟଙ୍କା ରୁ 15,000 ଟଙ୍କା 

ଅଙ୍ଗନବାଡ଼ି ଆୟା, 9,000 ଟଙ୍କା ରୁ 12,000 ଟଙ୍କା 

ସୁପରଭାଇଜର, 25,000 ଟଙ୍କା ରୁ 30,000 ଟଙ୍କା 

କାଉନସେଲର, 28,000  ଟଙ୍କା ରୁ 35,000 ଟଙ୍କା 

ଡି.ଇ.ଓ, 15,000 ଟଙ୍କା  ରୁ 20,000 ଟଙ୍କା 

ପିଅନ, 10,000 ଟଙ୍କା  ରୁ 14,000 ଟଙ୍କା 

 ଆବେଦନ ପ୍ରକ୍ରିୟା

ଅନଲାଇନ୍, www.wcdodisha.gov.in ରେ  ଡବ୍ଲ୍ୟୁ ସି ଡି ଓଡିଶା ଗଭ ଇନ୍ ରେ ଦରଖାସ୍ତ କରନ୍ତୁ 

କିମ୍ବା ଅଫଲାଇନ୍, ଜିଲ୍ଲା ସି ଡି ପି ଓ କାର୍ଯ୍ୟାଳୟ ରେ ଫର୍ମ ଦାଖଲ କରି ପାରିବେ 

 ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ, 10 ସେପ୍ଟେମ୍ବର 2025

ଆବେଦନ ଶେଷ, 24 ସେପ୍ଟେମ୍ବର 2025

ଏହା ମହିଳାଙ୍କ ପାଇଁ ବର୍ଷର ସର୍ବବୃହତ ସରକାରୀ ନିଯୁକ୍ତି ସୁଯୋଗ।

ଆମ କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ ୟୁଟୁବ ଚ୍ୟାନେଲ କୁ ସବ୍ସକ୍ରାଇବ୍, ଲାଇକ୍ ଓ ସେୟାର୍ କରନ୍ତୁ – ନୂଆ ସରକାରୀ ଚାକିରି ଖବର ପାଇବା ପାଇଁ ।
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

ଅଙ୍ଗନବାଡି

CD Odisha Recruitment 2026 – Govt Jobs in Odisha 2025
September 22, 2025 

Women and Child Development (WCD) Department, Odisha has announced the WCD Odisha Recruitment 2026 notification for various posts. This is one of the biggest opportunities for women aspirants who are looking for female government jobs in Odisha. The recruitment drive is expected to fill thousands of vacancies in Anganwadi centres, district offices, and WCD projects across the state.

If you are a 10th pass, 12th pass, graduate, or diploma holder, this is the perfect chance to build your career in the government sector. In this article, we will cover WCD Odisha Vacancy 2026 details, eligibility, salary, selection process, application procedure, and important dates.
Table of Contents

Overview of WCD Odisha Recruitment 2026

ParticularsDetails
Department NameWomen and Child Development (WCD), Odisha
Recruitment Year2026
Posts AvailableAnganwadi Worker, Anganwadi Helper, Supervisor, Counselor, Data Entry Operator, Peon & Others
Qualification Required10th / 12th / Graduate / Diploma
Gender PreferenceFemale Candidates (For most posts)
Application ModeOnline / Offline (District-wise)
Job LocationAcross Odisha (District & Block level)
Salary₹9,000 – ₹35,000 per month
Official Websitewww.wcdodisha.gov.in

WCD Odisha Vacancy 2026 – Post Wise Details

The WCD Department has announced district-wise recruitment for various posts. Here is the expected post distribution:

  • Anganwadi Worker – 4,200 Posts
  • Anganwadi Helper – 5,000 Posts
  • Supervisor – 450 Posts
  • Counselor / Social Worker – 250 Posts
  • Data Entry Operator (DEO) – 300 Posts
  • Peon / Office Attendant – 200 Posts
  • Other Supporting Staff – 100 Posts

Total Expected Vacancies: 10,500+ Posts


 Eligibility Criteria for WCD Odisha Recruitment 2026

Before applying, candidates must check the eligibility criteria carefully.

1. Educational Qualification

  • Anganwadi Worker – 12th pass from a recognized board.
  • Anganwadi Helper – 10th pass.
  • Supervisor – Graduation in Arts/Science/Commerce. Preference for candidates with Sociology, Psychology, or Social Work background.
  • Counselor / Social Worker – Post-Graduation in Social Work / Psychology / Sociology.
  • Data Entry Operator – 12th pass with Diploma in Computer Application.
  • Peon / Attendant – 10th pass.

2. Age Limit (as on 01-01-2026)

  • Minimum Age: 18 years
  • Maximum Age: 38 years

Age Relaxation:

  • SC/ST – 5 years
  • OBC – 3 years
  • PwD – 10 years

3. Gender Preference

  • Female candidates will be given preference for Anganwadi Worker, Helper, and Supervisor posts.

WCD Odisha Salary 2026 – Post Wise

Salary for WCD Odisha jobs is attractive along with additional benefits like HRA, DA, and allowances.

  • Anganwadi Worker – ₹12,000 – ₹15,000 per month
  • Anganwadi Helper – ₹9,000 – ₹12,000 per month
  • Supervisor – ₹25,000 – ₹30,000 per month
  • Counselor – ₹28,000 – ₹35,000 per month
  • Data Entry Operator – ₹15,000 – ₹20,000 per month
  • Peon / Attendant – ₹10,000 – ₹14,000 per month

 Documents Required for Application

Applicants must keep the following documents ready:

  1. 10th / 12th / Graduation / Post-Graduation Certificates
  2. Computer Certificate (for DEO)
  3. Caste Certificate (for reserved categories)
  4. Domicile Certificate of Odisha
  5. Aadhaar Card / Voter ID / PAN Card
  6. Recent Passport Size Photographs
  7. Signature (Scanned Copy)WCD Odisha Recruitment 2026 – Application Process

The application can be submitted online or offline depending on the district notification.

Online Application Process

  1. Visit the official website – www.wcdodisha.gov.in.
  2. Go to the “Recruitment/Notification” section.
  3. Select the desired post and read the notification carefully.
  4. Click on Apply Online and register with email & mobile number.
  5. Fill in personal, educational, and experience details.
  6. Upload scanned documents, photo, and signature.
  7. Pay application fee (if applicable).
  8. Submit the form and take a printout.

Offline Application Process

  1. Download the application form from the notification.
  2. Fill in all details with blue/black pen.
  3. Attach self-attested copies of documents.
  4. Submit the form to the District WCD Office / CDPO Office before the last date
WCD Odisha Recruitment 2026 Important Dates :
  • Application Starting Date for Apply Online: 10-09-2025
  • Application Last Date for Apply Online: 24-09-2025

ଆସୁଛି ଶକ୍ତିଶାଳୀ ଲଘୁଚାପ। ଏନେଇ ଆଜିଠାରୁ ବର୍ଷା ପରିମାଣ ବୃଦ୍ଧି ପାଇବ

ଉପକୁଳ ସମାଚାର 
ଆସୁଛି ଲଘୁଚାପ,ରୁହନ୍ତୁ ସତର୍କ!ଏହିସବୁ ଜିଲ୍ଲାରେ ହେବ ବିଜୁଳି ଘଡ଼ଘଡି଼ ସହ ଭୀଷଣ ବର୍ଷା

ଆସୁଛି ଶକ୍ତିଶାଳୀ ଲଘୁଚାପ। ଏନେଇ ଆଜିଠାରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ତେବେ, ଆସନ୍ତୁ ଜାଣିବା ପାଣିପାଗ ବିଭାଗ ଆଜି କେଉଁ ଜିଲ୍ଲାକୁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି।...

ଦଶହରା ଦିନ ୨ ତାରିଖ ରେ ଉପକୂଳରେ ହାଲୁକାରୁ  ସ୍ବଳ୍ପ ଓ ଦକ୍ଷିଣ ଓଡ଼ିଶାରେ  ସ୍ବଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ବୋଲି ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। 

ତାଙ୍କ ଆକଳନ ଅନୁସାରେ, ବାଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଦୁର୍ବଳ  ରହିଛିଷ ୨୪ ଓ ୨୪ ତାରିଖରେ  ଓଡ଼ିଶା ଉପକୂଳ ଠାରୁ  ଦୂରରେ ଏହି ଲଘୁଚାପ ରହିବ। ୨୬ରେ ଗୋପାଳପୁର ଓ ବିଶାଖାପାଟଣା ମଝିରେ (ଶ୍ରୀକାକୁଲମ୍) ପାଖରେ ଏହି ସ୍ଥଳଭାଗ ଛୁଇଁପାରେ। 

୩୦ରେ  ଓଡ଼ିଶା ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଓଡ଼ିଶା ଉପକୂଳ ପାଖରେ ସମୁଦ୍ର ପତ୍ତନରେ ଉତ୍ତର ଆଡ଼କୁ ଆଗେଇବ। ୪ରେ ପଶ୍ଚିମ ଦିଘା ପାଖକୁ ଆସିବ। କିନ୍ତୁ ଏହା ଘନୀଭୂତ ହେବନି ବୋଲି ସେ କହିଛନ୍ତି। 

ଆଜି ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଓ ଅନ୍ୟ ସ୍ଥାନରେ ୨୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। କଳାହାଣ୍ତି, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡା ଓ ସୋନପୁରରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।  

ଆସନ୍ତାକାଲି ବର୍ଷା ବିଭିନ୍ନ ସ୍ଥାନରେ ୨୦ ମିମିରୁ କମ୍ ହୋଇପାରେ। ଏବଂ ୨୫ ତାରିଖରେ ମାଲକାନଗିରି ଓ କୋରାପୁଟ୍ ରେ ଅତି ପ୍ରବଳ ବର୍ଷା ହେବା ସହିତ ରାୟଗଡା, ନବରଙ୍ଗପୁର , କଳାହାଣ୍ତି ଓ କନ୍ଧମାଳରେ ଘଡଘଡ଼ି ସହ ବର୍ଷା ନେଇ ଆଶଙ୍କା ରହିଛି। 

୨୬ରେ ଉତ୍ତର ଆଭ୍ୟନ୍ତରକୁ ଛାଡି଼ ରାଜ୍ୟର ଅନ୍ୟ ସ୍ଥାନରେ ୨୫ ମିମି ପର୍ଯ୍ୟନ୍ତ ବର୍ଷା ହେବ।  

୨୭ରେ ଭୁବନେଶ୍ବର ଓ କିଛି ବିକ୍ଷିପ୍ତ ଅଞ୍ଚଳରେ ବର୍ଷା ହେବ। ୩୦ ଓ ୨ରେ ପ୍ରବଳ ବର୍ଷା ହେବ।  

୨ରେ ଉପକୂଳରେ ହାଲୁକା ବର୍ଷା ହେବ। ହେଲେ, ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଛି। 

ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏହି ଲଘୁଚାପ ସୃଷ୍ଟି ହେବ। ୨୬ ତାରିଖ ବେଳକୁ  ଏହା ଅବପାତର ରୂପ ନେବ। ୨୭ରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ।

ବର୍ଷା ସରକାରୀ ଚାକିରି ସୂଚନା ରାଜନୀତି ଖେଳ କୃଷି ଶିଳ୍ପ ବୈଷୟିକ ଜ୍ଞାନ ଘଟଣା ଓ ଦୁର୍ଘଟଣା ସମ୍ପର୍କରେ ଜାଣିବା ପାଇଁ ସବସ୍କ୍ରାଇବ କରନ୍ତୁ ଓ ଲାଇକ କରନ୍ତୁ 

କୋଷ୍ଟାଲ ନ୍ୟୁଜ ଓଡ଼ିଆ ଆପଣଙ୍କ ସାଥିରେ 

ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

ନିଜ ଦେଶରେ ଏୟାର ଷ୍ଟ୍ରାଇକ୍ କଲା ପାକିସ୍ତାନ: ୩୦ ମୃତ, ଅନେକ ଆହତ

ରାତି ଅଧରେ ନିଜ ନାଗରିକଙ୍କ ଉପରେ ବୋମା ବର୍ଷା କଲା

ଖାଇବର ପଖତୁନଖ୍ୱା, ୨୨/୯: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାକିସ୍ତାନୀ ବାୟୁସେନା ନିଜ ନାଗରିକଙ୍କ ଉପରେ ବୋମା ପକାଇଛି। ପାକ୍ ବାୟୁସେନା ରାତି ପ୍ରାୟ ୨ଟା ସମୟରେ ଏହି ଏୟାର ଷ୍ଟ୍ରାଇକ୍ କରିଛି।

ଏହି ବିମାନ ଆକ୍ରମଣରେ ଅତି କମରେ ୩୦ ଜଣ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ପାକିସ୍ତାନୀ ନାଗରିକ ଥିଲେ। ବୋମା ବିସ୍ଫୋରଣରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ଲଢ଼ୁଆ ବିମାନ ତିରାହ ଉପତ୍ୟକାର ମାତ୍ରେ ଦାରା ଗାଁରେ ୮ଟି LS-6 ବୋମା ପକାଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ ଅନେକ ମୃତଦେହ ପଡ଼ିଥିବା ଦେଖାଯାଇଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ କାମ କରୁଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ବୋମା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ବାୟୁସେନା ଏହି ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଏ ଆକ୍ରମଣ କରିଛି। ତେବେ ସମସ୍ତ ପୀଡିତ ସାଧାରଣ ନାଗରିକ ଥିଲେ ବୋଲି ଜଣାପଡ଼ିଛି।

ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ଦୀର୍ଘ ଦିନ ଧରି ଅଶାନ୍ତି ଲାଗି ରହିଛି। ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଅନେକ ଥର ଆକ୍ରମଣ ହୋଇଛି।

ଓଡ଼ିଶା ପୋଲିସ୍‌ରେ କନଷ୍ଟେବଲ ପଦରେ ବଡ଼ ନିଯୁକ୍ତି..


ଓଡ଼ିଶା ପୋଲିସ୍‌ରେ କନଷ୍ଟେବଲ ପଦରେ ବଡ଼ ନିଯୁକ୍ତି..


"କୋଷ୍ଟାଲ ନ୍ୟୁଜ୍ ଓଡ଼ିଆକୁ ସ୍ବାଗତ...!"

📰 ଶୀର୍ଷ ସମ୍ବାଦ:
"ଓଡ଼ିଶା ପୋଲିସ୍‌ରେ କନଷ୍ଟେବଲ ପଦରେ ବଡ଼ ନିଯୁକ୍ତି...! ଜିଲ୍ଲା କନଷ୍ଟେବଲ ପଦ ପାଇଁ ୨୦୨୫ ରେ ବିଶାଳ ନିଯୁକ୍ତି ସୂଚନା ଜାରି।"


📢 ବିସ୍ତାରିତ ସମ୍ବାଦ:

ଓଡ଼ିଶାର ଯୁବମାନେ, ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ପୋଲିସ୍ ବିଭାଗ ୨୦୨୫ ରେ ଡିଷ୍ଟ୍ରିକ୍ଟ କନଷ୍ଟେବଲ ପଦକୁ ନେଇ ବଡ଼ ଭର୍ତ୍ତି ନୋଟିସ୍ ପ୍ରକାଶ କରିଛି। ସମସ୍ତ ଜିଲ୍ଲାରେ ହଜାର ହଜାର ଖାଲି ପଦ ପାଇଁ ଯୁବମାନେ ଏଥିରେ ଆବେଦନ କରିପାରିବେ।

ଏହା କେବଳ ଏକ ଚାକିରି ନୁହେଁ, ସମାଜକୁ ସୁରକ୍ଷା ଦେବାର ଏକ ଅବସର।


🔎 ମୁଖ୍ୟ ସୂଚନା:

👉 ପଦର ନାମ – ଜିଲ୍ଲା କନଷ୍ଟେବଲ
👉 ମୋଟ ପଦ – ଆଧିକାରିକ ନୋଟିସ୍‌ରେ ସଂଖ୍ୟା ଘୋଷଣା ହେବ, କିନ୍ତୁ ପୂର୍ବବର୍ଷରେ ଯେପରି, ଏବେ ମଧ୍ୟ ହଜାରରୁ ଅଧିକ ପଦ ପୂରଣ ହେବାକୁ ଆଶା କରାଯାଉଛି।
👉 ଚାକିରି ସ୍ଥାନ – ସମସ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ।
👉 ବେତନ – ୨୧,୭୦୦ ଟଙ୍କା ରୁ ୬୯,୧୦୦ ଟଙ୍କା ସହିତ ଡି ଏ , ଏଚ୍ ଆର୍ ଏ , ମେଡିକାଲ୍ ଓ ରିସ୍କ୍ ଭତ୍ତା । ମୋଟେ ମାସିକ ୩୦ ହଜାର ଟଙ୍କା – ୩୫ ହଜାର ଟଙ୍କା ପର୍ଯ୍ୟନ୍ତ।


🎓 ଶିକ୍ଷାଗତ ଯୋଗ୍ୟତା:

  • ନ୍ୟୁନତମ ଦଶମ (ମାଟ୍ରିକ୍) କିମ୍ବା ଦ୍ୱାଦଶ ପାସ୍।
  • ଓଡ଼ିଆ ଭାଷାରେ ଜ୍ଞାନ ଆବଶ୍ୟକ।

📌 ବୟସ ସୀମା:

  • ନ୍ୟୁନତମ, ୧୮ ବର୍ଷ
  • ଅଧିକତମ, ୨୩ ବର୍ଷ
  • ଏସସି, ଏସ୍ ଟି, ଏସ୍ ଇ ବି ସି, ୫ ବର୍ଷ କୋହଳ 
  • ମହିଳା , ୫ ବର୍ଷ କୋହଳ 
  • ଏକ୍ସ, ସର୍ଭିସ୍ ମ୍ୟାନ , ସରକାରୀ ନିୟମ ଅନୁସାରେ।

💪 ଶାରୀରିକ ମାନଦଣ୍ଡ 

ପୁରୁଷମାନଙ୍କ ପାଇଁ:

  • ଉଚ୍ଚତା, ୧୬୮ ସେ.ମି.ଜେନେରାଲ, ଏସ୍ ଇ ବି ସି, ୧୬୩ ସେ.ମି.ଏସ୍ ସି, ଏସ୍ ଟି 
  • ଚେଷ୍ଟ, ୭୯ ସେ.ମି. (ଅନଫୁଲା), ୮୪ ସେ.ମି. (ଫୁଲା)

ମହିଳାମାନଙ୍କ ପାଇଁ:

  • ଉଚ୍ଚତା, ୧୫୮ ସେ.ମି. ଜେନେରାଲ, ଏସ୍ ଇ ବି ସି , ଏବଂ ୧୫୩ ସେଣ୍ଟି ମିଟର ଏସ୍ ସି, ଏସ୍ ଟି 
  • ୱେଟ୍, ୪୭.୫ କି.ଗ୍ରାମ୍ ନ୍ୟୁନତମ।

🏃 ଶାରୀରିକ କ୍ଷମତା ପରୀକ୍ଷା (ପି ଇ ଟି ):

  • ପୁରୁଷ – ଦଶମିକ ୬ କିଲୋମିଟର . ଦୌଡ ୬ ମିନିଟ୍‌ରେ।
  • ମହିଳା – ୧ ଦଶମିକ ୬ କିଲୋମିଟର . ଦୌଡ ୮ ମିନିଟ୍‌ରେ।
  • ସହିତ ଲଙ୍ଗ୍ ଜମ୍ପ୍ ଓ ହାଇ ଜମ୍ପ୍ ।

ଲିଖିତ ପରୀକ୍ଷା (Written Test):

  • ବିଷୟ – ସାଧାରଣ ଜ୍ଞାନ, ରିଜନିଙ୍ଗ୍, ଇଂରାଜୀ, ଓଡ଼ିଆ, ଅପ୍ଟିଟ୍ୟୁଡ୍।
  • ସମୟ – ୨ ଘଣ୍ଟା।
  • ନେଗଟିଭ୍ ମାର୍କିଂ ଥିବା ସମ୍ଭାବନା।

ମେଡିକାଲ୍ ଟେଷ୍ଟ:

  • ପ୍ରାର୍ଥୀମାନେ ସୁସ୍ଥ ଓ ଶାରୀରିକ ଭାବେ ଫିଟ୍ ହେବା ଆବଶ୍ୟକ।

ଡକ୍ୟୁମେଣ୍ଟ ଭେରିଫିକେସନ୍:

  • ଦଶମ, ବା ଦ୍ୱାଦଶ ସର୍ଟିଫିକେଟ୍
  • ମାର୍କଶିଟ୍
  • ଜାତି ସର୍ଟିଫିକେଟ୍ (ଆବଶ୍ୟକ ସ୍ଥଳେ )
  • ଡୋମିସାଇଲ୍ ସର୍ଟିଫିକେଟ୍
  • ଆଧାର କାର୍ଡ, ଭୋଟର ଆଇ ଡି କାର୍ଡ 
  • ପାସପୋର୍ଟ ସାଇଜ୍ ଫଟୋ
  • ସ୍କାନ୍ ସାଇନେଚର୍
  • ଏନ୍ ସି ସି , ଏକ୍ସ, ସର୍ଭିସ୍ ମ୍ୟାନ ସର୍ଟିଫିକେଟ୍।

ଆବେଦନ ପ୍ରକ୍ରିୟା:

  1. ଓଡିଶା ପୁଲିସ ଅଫିସିଆଲ ୱେବସାଇଟ୍ – www.odishapolice.gov.in କୁ ଯାଆନ୍ତୁ।
  2.  ରିକୃଟମେଣ୍ଟ ସେକ୍ସନ୍ ରେ "ଓଡ଼ିଶା ପୁଲିସ କନଷ୍ଟେବଲ ରିକୃଟମେଣ୍ଟ 2025 ଉପରେ କ୍ଲିକ୍ କରନ୍ତୁ।
  3. ଇମେଲ୍ ଆଇ ଡି ଓ ମୋବାଇଲ୍ ନମ୍ବର୍ ସହିତ ନୂଆ ରଜିଷ୍ଟ୍ରେସନ୍ କରନ୍ତୁ।
  4. ଆପ୍ଲିକେସନ ଫର୍ମ ପୂରଣ କରି ଦଳିଲପତ୍ର ଅପଲୋଡ୍ କରନ୍ତୁ।
  5. ସବମିଟ କରି କମ୍ ଫାର୍ମ କପି ପ୍ରିଣ୍ଟ କରନ୍ତୁ।

📌 ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା – କୌଣସି କାଟାଗୋରି ପାଇଁ ଆପ୍ଲିକେସନ ଫି ନାହିଁ।


ସମାପ୍ତି:
"ସେହିପରି, ଓଡ଼ିଶାର ଯୁବମାନେ, ଆପଣମାନେ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ। ଏହା କେବଳ ଏକ ଚାକିରି ନୁହେଁ, ସମାଜକୁ ସେବା କରିବା ଓ ନିଜ ରାଜ୍ୟକୁ ସୁରକ୍ଷା ଦେବାର ଏକ ମହାନ ଅବସର।"


"ଏହିପରି ସମସ୍ତ ଗଭର୍ଣ୍ଣମେଣ୍ଟ ଜବ ଅପଡେଟ ପାଇଁ ସବ୍ସକ୍ରାଇବ୍ କରନ୍ତୁ ଓ ବେଲ ଆଇକନ୍ କୁ ଟଚ କରନ୍ତୁ କୋଷ୍ଟାଲ ନ୍ୟୁଜ ଓଡ଼ିଆ 


Wednesday, September 24, 2025

ଛବିରାଣୀ - ଏକ ସତ୍ୟ କାହାଣୀ।

ଛବିରାଣୀ - ଏକ ସତ୍ୟ କାହାଣୀ।
ନାଁ ତାର ଛବିରାଣୀ ଘର ପଶ୍ଚିମବଙ୍ଗ ମେଦିନପୁର ଜାତିରେ ମୂଳନିବାସୀ। ଭାଇ ଥାଆନ୍ତି ପୁରୀର କୃଷ୍ଣବଳରାମପୁରର ଏକ ଆଶ୍ରମରେ କାର୍ଯ୍ୟରତ କର୍ମଚାରୀ। ଭଉଣୀ ଯାଇଥାଆନ୍ତି କିଛି ଦିନ ଭାଇ ପାଖରେ ରହିବା ପାଇଁ । ଆଉ ସେହି ଆଶ୍ରମରେ ରହୁଥାନ୍ତି ନବକିଶୋର ମହାପାତ୍ର। ଶିକ୍ଷା ଅଧ୍ୟୟନ କରିଥାନ୍ତି ସଂସ୍କୃତ ବିଶ୍ଵିଦ୍ୟାଳୟର ପୁରୀ ରେ। କିଛି ଦିନ ପରେ ପ୍ରେମ ସମ୍ପର୍କ ରେ ବାନ୍ଧିହେଲେ ନବକିଶୋର ଆଉ ଛବିରାଣୀ। ଦୁହିଁଙ୍କ ଭିତରେ ଗଢି ଉଠିଲାଏକ ସୁନ୍ଦର ସମ୍ପର୍କ। ଏହା ଭିତରେ ସରି ଯାଇଥାଏ ନବକିଶୋର ଙ୍କ ପାଠପଢା। ଏହା ପରେ ଦୁହେଁ ବିବାହ କରି ଫେରିଗଲେ ନବକିଶୋରଙ୍କ ଜନ୍ମ ମାଟି ଡିହ ସାହି ଜଗତସିଂହପୁରକୁ। ଆଉ ଆରମ୍ଭ କଲେ ସାମ୍ବାଦିକତା। ନିଆଁଖୁଣ୍ଟା ଓ କିଛି ସମ୍ବାଦପତ୍ର ସହିତ । କିଛି ଦିନ ବିତିଗଲା ପରେ ଦୁହେଁ ଗଲେ ବିରିଡ଼ି। ସେଠାରେ ପ୍ରେସ ଏଜେନ୍ସି କଲେ ତତ୍ ସହିତ ପ୍ରଗତିବାଦି , ଦୂର୍ମଖ ରେ କାର୍ଯ୍ୟ କଲେ ଆଉ ମଧ୍ୟ କିଛି ସାପ୍ତାହିକ ଛପାଇଲେ। ଆଉ ଆଖ ପାଖରେ ହେଉଥିବା ଦୁର୍ନୀତି ର ଗୁମର ଖୋଲିଲେ। ସ୍ଥାନୀୟ ପ୍ରତିନିଧି, ବିଡ଼ିଓ, ବ୍ଲକ ସଭାପତିଙ୍କ ଦୃଷ୍ଟି ପଡ଼ିଲା ନବକିଶୋର ଓ ଛବିରାଣୀଙ୍କ ଉପରେ। ଏବଂ ଛବିରାଣୀ ଆରମ୍ଭ କରିସାରିଥିଲେ ସାମ୍ବାଦିକତା। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଦୁହେଁ ରହୁଥିବା ଭଡ଼ାଘର ର ମାଲିକ ରାଜୁରାଓ  ଦୋରା, ପେଶାରେ ସେ ଥିଲେ ସ୍ଥାନୀୟ କଣ୍ଟ୍ରୋଲ ଡିଲର। ଧିରେ ଧିରେ ଦମ୍ପତି ଦେଖନ୍ତି ରଜୁରାଓର କାରନାମା ଓ ଖୋଳନ୍ତି ଗୁମର। ଯେମିତି ସେଣ୍ଟର୍ ରେ ପାଉଁଶ ଚାଉଳରେ ଗୋଡି ଲାଞ୍ଚ ଇତ୍ୟାଦି।
ଖାଲି ସେତିକି ନୁହେଁ, ବିଡ଼ିଓ ର ରିଲିଫ୍ ହଡ଼ପ ଓ ବ୍ଲକ୍ ସଭାପତି ଦିବାକର ନାୟକ ଙ୍କ ଦୁର୍ନୀତି ସ୍ଥାନ ପାଇଲା ଦୂର୍ମୁଖ ଓ ପ୍ରଗତି ବାଦି ଭଳି ପ୍ରମୁଖ ଗଣମାଧ୍ୟମରେ। ଏହା ଭିତରେ ନବକିଶୋର ଓ ତାଙ୍କ ପତ୍ନୀ ଛବିରାଣୀଙ୍କ ପୁଅ ଡାନି ମଧ୍ୟ ଜନ୍ମ ନେଇସାରିଥାଏ।
ସେଦିନ ୧୯୮୦ ମସିହା ଅକ୍ଟୋବର ୩ ତାରିଖ। କଟକ ଦୂର୍ମୁଖ ଅଫିସ ରୁ ଡାକରା ଆସିଲା ଦମ୍ପତି ଙ୍କୁ। ସଖାଳୁ ଘରୁ ବାହାରୁ ବାହାରୁ କିଛି ଦୁର୍ବୃତ୍ତ ନବକିଶୋର ଙ୍କୁ ଧମକ ଚମକ୍ ଦେବା ସହିତ ମାଡ଼ ମଧ୍ୟ ମାରି ଉଠାଇ ନେଲେ ବ୍ଲକ୍ ଅଫିସ୍ କୁ।
ସେଠାରେ ଥିଲେ ବ୍ଲକ୍ ସଭାପତି ଦିବାକର ନାୟକ , ସମ୍ପାଦକ ନନ୍ଦ ମହାନ୍ତି ଓ ଡିଲର ରାଜୁରାଓ ମଧ୍ୟ। ଧମକ ଦେଲେ ଆଉ ଆମ ବିରୋଧରେ ଲେଖିଲେ ବିଗିଡି ରେ ରହିପାରିବୁନାହି।
ତା'ପରେ ନବକିଶୋର ଆସନ୍ତି ଘରକୁ। ଆଉ ପତ୍ନୀ ଛବିରାଣୀ ଓ ପୁଅ ଡାନି କୁ ଧରି ବିଲୁଆଖାଇ ନଈ କୂଳେ କୂଳେ ଚାଲନ୍ତି ନିଜ ଜନ୍ମମାଟି ଡିହସାହି କୁ। ହଟାତ୍ ଛବିରଣୀଙ୍କୁ ତାଙ୍କ ପଛେ ପଛେ କେହି ତାଙ୍କୁ ଗଡାଉଛନ୍ତି। ସେଥି ପାଇଁ ସେମାନେ କ୍ଷୀପ୍ର ଆଉ ଦୌଡ଼ିବାକୁ ଲାଗିଲେ।
ନବକିଶୋର ପୁଅ ଡାନି କୁ କାଖେଇଥାନ୍ତି। ନଈ ପୀଠରେ ବି ଚାଲିବା ବି ବହୁତ କଷ୍ଟ ହୋଇ ପଡୁଥାଏ। ଏତିକି ବେଳେ କ୍ଲାନ୍ତ ହୋଇ ତଳେ ପଡ଼ିଗଲେ ଛବିରାଣୀ।
ପଛରେ ଗୋଡାଉଥନ୍ତି ବିର ମଣିଆ, ବାବାଜୀ ମଣିଆ, ମାଧ ତନ୍ତୀ, ବାଗ ତନ୍ତୀ, କେଳୁ ଦାସ, ସୁର ପରିଡ଼ା, ନନ୍ଦ ମହାନ୍ତି, ରାଜୁ ଦୋର ଏମିତି କିଛି ଅସାମାଜିକ ବେକ୍ତି।
ଛବିରାଣୀ ଖାଲି କହୁଥାନ୍ତି " ମୋ ପୁଅ କୁ ବଞ୍ଚାଅ " ମୋ ପୁଅକୁ ନେଇ ତମେ ଏଠାରୁ ଚାଲିଯାଓ "।
କିନ୍ତୁ ରକ୍ତ ପିପାସୁ ଙ୍କ ପାଖରେ ସ୍ତ୍ରୀ ଙ୍କୁ ଛାଡି ଚାଲିଯିବାକୁ ନବକିଶୋରଙ୍କ ର ମନ ବଳୁନଥିଲା। ପୁଅ କୁ ବଞ୍ଚେଇବାକୁ ଯାଇ ନବକିଶୋର ଆଗକୁ ବଢ଼ି ଚାଲିବା ପାଇଁ ବାଧ୍ୟ ହେଲେ। 
ଏକ ବୁଦା ମୂଳେ ଥାଇ ସେ ଯାହା ଦେଖିଲେ ତାହା ଥିଲା 
ଅକଳ୍ପନୀୟ ।
           ଚୋରା ମଦ ବେପାରୀ ବିର ମଣିଆ, ବାବାଜୀ ମଣିଆ, ବ୍ଲକ୍ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀ ଙ୍କୁ। ମୋତେ ଛାଡ଼ି ଦିଅ ମୋତେ ଛାଡି ଦିଅ କହି ନିଜକୁ ଜଳାଞ୍ଜଳି ଦେଲେ କିଛି ଅସାମାଜିକ ଵେକ୍ତି ଙ୍କ ପାଖରେ।
ଛବିରାଣୀଙ୍କର  କାକୁତି ମିନତି ବାଯୁ ନଥାଏ ଜହ୍ଲାଦ ଙ୍କ ର କାନରେ। କିନ୍ତୁ ବୁଦା ମୂଳେ ଲୁଚିଥିବା ସ୍ବାମୀ ଙ୍କ ର କାନ ପରଦା ଫଟାଇ ହୃଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉଥାଏ। ସେ ଚାହିଁ କି ବି ଛବିରାଣୀ ଙ୍କୁ ପାଖକୁ ଯାଇ ପାରୁନଥାନ୍ତି କାରଣ ସାଥିରେ ଥାଏ ତାଙ୍କର କୋମଳ ମୋତି ଶିଶୁ ପୁତ୍ର। ବାପା ମା ଙ୍କ ପାଇଁ ପିଲା ର ଜୀବନ ଢେର୍ ଅଧିକ।
ଅନ୍ୟବାଟ ଦେଇ ନବକିଶୋର ପାଖ ଗାଁ କୁନ୍ଦୁରା ରେ ପହଞ୍ଚିଲେ। ଜଣେ ବନ୍ଧୁଙ୍କ ଘରେ ପୁଅ କୁ ଛାଡ଼ି ଗାଁ ମୁଖିଆ ଙ୍କୁ ସବୁ କଥା ଜଣେଇଲେ। ସଙ୍ଗେ ସଙ୍ଗେ ଗାଁ ର କିଛି ଯୁବକ ଙ୍କୁ ଧରି ବିଲୁଆ ଖାଇ ନଦୀ ପୀଠରେ ପହଞ୍ଚିଲେ ନବକିଶୋର। ସେଠାରେ ପହଞ୍ଚି ଯାହା ଦେଖିଲେ ସ୍ତବ୍ଧ କରିଦେବ ପ୍ରତିଟି ଓଡ଼ିଆଙ୍କୁ।
            ବାଲି ପଠାରେ ପଡି ରହିଥିଲା ଛବିରାଣୀ ଙ୍କ ଅର୍ଦ୍ଧଲଗ୍ନ ମୃତ ଶରୀର। ମୁଣ୍ଡରୁ ପାଦ ଯାଏଁ ପ୍ରତି ଅଙ୍ଗ ରେ କ୍ଷତଚିହ୍ନ।
ଭାଙ୍ଗି ପଡ଼ିଥିଲା ବିବାହ ମଣ୍ଡପ ରେ ପିନ୍ଧିଥିବା ନାଲି ରଙ୍ଗର ଚୁଡି ଆଉ ଛିଣ୍ଡି ପଡ଼ିଥିଲା ମଙ୍ଗଳ ସୂତ୍ର।
ରକ୍ତ ଯୁଡୁ ବୁଡୁ ବାଲିକୁଦା ଜଣେଇ ଦେଉଥିଲା ସଭ୍ୟ ସମାଜକୁ ଛବିରାଣୀ ସହିତ ହୋଇଥିବା ପାଶବିକ ଅତ୍ୟାଚାର।
ମୃତୁଦୂତଙ୍କ ପାଖରୁ ନିଜକୁ ବଞ୍ଚାଇବାକୁ କେତେ ଯେ ସଂଘର୍ଷ କରିଥିଲା ତାହା ଜଣାଇ ଦେଉଥିଲା ବାଲିପଠା ରେ ଛବିରାଣୀ ଙ୍କ ହାତର ରାମ୍ପୁଡା । ବାଲି ହିଁ ଥିଲା ତାହାର ଏକ ମାତ୍ର ସାହାରା,  ବାଲିକୁ ହିଁ ଅସ୍ତ୍ର କରି ଫିଙ୍ଗି ଚାଲିଥିଲା ଜହ୍ଲାଦ ଙ୍କ ଉପରକୁ ମୁଠା ମୁଠା ବାଲି। ଦୁଇ ଧାର ହୋଇ ବହି ଚାଲିଥାଏ ବିଲୁଆଖାଇ । ସେ ନଦୀ ନଥିଲା, ଥିଲା ଯେମିତି ଛବିରାଣୀ ଆଖିର ଦୁଇ ଧାର ଲୁହ।
ତାର ଖୋଲା ମୃତ ଦେହ ଦେଖି ସ୍ପଷ୍ଟ ହେଉଥିଲା ଯେ,
ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ର ଶିକାର ହୋଇଛି।
କିଛି ସମୟ ପରେ ନବକିଶୋର ଚାଲିଲେ ପୋଲିସ୍ ଷ୍ଟେସନ୍ FIR ଦେବେ ପତ୍ନୀ ଙ୍କୁ ନ୍ୟାୟ ଦେବେ।
ହେଲେ ପୋଲିସ ତାଙ୍କ କଥା ଶୁଣିଲେ ନାହିଁ, ଆଗକୁ ଥାଏ ନିର୍ବାଚନ। ରାଜ୍ୟରେ ବଢିଲା ଗଣବଲାତ୍କର୍ ର ତାତି । ଜାଳି ଦିଆଗଲା ଦୁର୍ବୃତ୍ତ ଙ୍କ ଘର, ସରକାର ମୁଣ୍ଡ ନୁଆଁଇଲେ କିନ୍ତୁ ପୋଲିସ ରାଜନେତାଙ୍କ ସହାୟତା ରେ ଓଡ଼ିଶାର ହାଇକୋର୍ଟ ଦେଇପାରିଲାନି ଛବିରାଣୀ ଙ୍କୁ ନ୍ୟାୟ ଖସିଗଲେ ଦୁର୍ବୃତ୍ତ। କାରଣ ଥିଲା ଦୁର୍ବୃତ୍ତ ମାନେ ଥିଲେ ସେହି ରାଜନୈତିକ ଦଳର।
      ଓ ଅକ୍ଟୋବର ୨୯ ରେ ପୁଣି ଉଠାଇନିଆଗଲା ନବକିଶୋରଙ୍କୁ ୫୦ ହଜାର ଟଙ୍କା ନେଇ କେସ ରଫା ଦଫା କରିବା ପାଇଁ, ସେ କଥା ବି ଗଣମାଧ୍ୟମରେ ପ୍ରକାଶ କରିଦେଲେ ନବକିଶୋର।
ଓଡ଼ିଶା ହାଇକୋର୍ଟ ର ରାୟ କୁ ଚାଲେଞ୍ଜ କଲେ ସୁପ୍ରମକୋର୍ଟରେ,
      ୨୦୦୨ ରେ ଦୀର୍ଘ ୨୨ ବର୍ଷ ପରେ ମିଳିଲା ଛବିରାଣୀ ଓ ନବକିଶୋରଙ୍କୁ ନ୍ୟାୟ, ସେତେବେଳକୁ ବଦଳି ଯାଇଥିଲା ସରକାର।
   

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

ସମାନତା ଏବଂ ମାନବାଧିକାରକୁ ନେଇ ଆଇନ୍ ପ୍ରସ୍ତୁତ ହେବା ଉଚିତ୍‌: ତସ୍‌ଲିମା ନସରିନ୍‌

‘ମହିଳାମାନେ ଧାର୍ମିକ ଅତ୍ୟାଚାରକୁ ପ୍ରତିରୋଧ କରିବା ଉଚିତ୍’

ଭୁବନେଶ୍ୱର, ୨୩/୯: ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ରାଜ୍ୟ ଓ ଧର୍ମର ସଂପର୍କକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସାମାଜିକକର୍ମୀ ଡକ୍ଟର ତସ୍‌ଲିମା ନସରିନ୍ ।

ଆଇନ୍ ସମାନତା ଏବଂ ମାନବାଧିକାର ଉପରେ ପର୍ଯ୍ୟବେଶିତ ହେବା ଉଚିତ୍ । ଏହା କୌଣସି ଧାର୍ମିକ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ ଯାହାକି ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରେ ବୋଲି କହିଛନ୍ତି ଡକ୍ଟର ନସରିନ୍ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ବକ୍ତୃତା କାର୍ଯ୍ୟକ୍ରମରେ ମଙ୍ଗଳବାର ଯୋଗ ଦେଇ ସେ ଏହି ମନ୍ତବ୍ୟ ରଖିଛନ୍ତି ।

ପେସାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହୋଇଥିଲେ ମଧ୍ୟ ଡକ୍ଟର ନସରିନ୍ ହେଉଛନ୍ତି ଜଣେ ବାଂଲାଦେଶୀ ଲେଖିକା ଯାହାଙ୍କୁ କି ନିଜର ଲେଖନୀ ଏବଂ ମତ ନିମନ୍ତେ ନିଜ ଦେଶରୁ ନିର୍ବାସିତ କରାଯାଇଥିଲା । ନିଜ ବକ୍ତବ୍ୟରେ ମହିଳାମାନଙ୍କର ମାନବିକ ସମ୍ମାନ ଏବଂ ସମାନତାକୁ ବଜାୟ ରଖିବା ପାଇଁ ତାଙ୍କ ସଂଘର୍ଷ ସମ୍ପର୍କରେ କହିବା ସହ ଏହି ପଥରୁ ସେ କେବେ ବି ବିଚ୍ୟୁତ ହେବେ ନାହିଁ ବୋଲି କହିଥିଲେ ।

ସେ ନିଜ ବକ୍ତବ୍ୟରେ କହିଥିଲେ ଯେ “ବାଂଲାଦେଶ ମୋତେ ନିର୍ବାସିତ କଲା, ପଶ୍ଚିମବଂଗ ଯେଉଁଠାରେ ମୁଁ ରହୁଥିଲି ସେଠାରୁ ବି ମୁଁ ନିର୍ବାସିତ ହେଲି । ମୋର କୌଣସି ଘର ନାହିଁ, ମୋର କୌଣସି ଦେଶ ବି ନାହିଁ । ମୁଁ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାରେ ବିଶ୍ୱାସ କରେ ଏବଂ ମହିଳାମାନେ ଧାର୍ମିକ ଅତ୍ୟାଚାରକୁ ପ୍ରତିରୋଧ କରିବା ଉଚିତ୍ ବୋଲି ମୁଁ ମନେ କରେ ବୋଲି  ଡକ୍ଟର ନସରିନ୍ ଭରପୂର ଅଡିଟୋରିୟମରେ କହିଛନ୍ତି ।

ଡକ୍ଟର ନସରିନ୍‌ଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’ ଏବଂ ‘ଦ୍ୱିଖଣ୍ଡିତୋ’ ତାଙ୍କୁ ଓ ତାଙ୍କ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିଥିଲା ।

ନିଜ ଅତୀତର ପୃଷ୍ଠାକୁ ଓଲଟାଇ ସେ କହିଥିଲେ ଯେ ସେ ବାଂଲାଦେଶର ମୈମେନ୍‌ସିଂ ର ଏକ ଧର୍ମନିରପେକ୍ଷ ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ଯିଏ କି ନିଜେ ଜଣେ ଡାକ୍ତର ଥିଲେ ତାଙ୍କୁ ମଧ୍ୟ ଡାକ୍ତର ହେବା ପାଇଁ ପ୍ରୋତ୍ସାହିତ କରି ପାଠ ପଢ଼ାଇଥିଲେ । ମୋତେ ଯେତେବେଳେ ୧୨ ବର୍ଷ ବୟସ ହେଲା ମୁଁ ଅନୁଭବ କଲି ଯେ ମୁଁ ଜଣେ ନାସ୍ତିକ ଏବଂ ମହିଳାମାନେ ଧର୍ମ, ସଂସ୍କୃତି, ପ୍ରଥା ଏବଂ ପରମ୍ପରା ଭିତରେ ଦବି ହୋଇ ରହିଯାଉଛନ୍ତି ।

ଏହା ପ୍ରତ୍ୟେକ ମହିଳାଙ୍କର ପ୍ରସଙ୍ଗ । ଆମେ ସମସ୍ତେ ଗୋଟିଏ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିଯାଇଛୁ । ଆମେ ଏହାକୁ ଉତ୍ପୀଡନ ବଦଳରେ ପରମ୍ପରା ବୋଲି କହୁଛୁ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ମହିଳାଙ୍କ ଅଧିକାରର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଡକ୍ଟର ନସରିନ୍ କହିଥିଲେ ଯେ ସେ ବଡ଼ ହେଲା ପରେ ଅନେକ ପ୍ରସଙ୍ଗକୁ ସେ ବିରୋଧ କରିବା ଆରମ୍ଭ କରିଥିଲେ । ସେ କହିଥିଲେ ମୁଁ ଯାହା ଦେଖିଲି, ଜୀବନଯାତ୍ରାରେ ଯାହା ଅଭିଜ୍ଞତା ପାଇଲି ଓ ଯାହା ବିଶ୍ୱାସ କଲି ତାହା ହିଁ ଲେଖିବା ଆରମ୍ଭ କରିଥିଲି । ମୁଁ ଅନ୍ୟାୟକୁ ବିରୋଧ କରିବା ସହ ସମାନତା, ସ୍ୱାଧୀନତା ଏବଂ ସତ୍ୟତାର ସପକ୍ଷରେ ମୋ ପ୍ରବନ୍ଧ, କବିତା ଏବଂ ଉପନ୍ୟାସରେ ଲେଖିବା ଆରମ୍ଭ କରିଥିଲି । ଏହା ଉତ୍ପୀଡ଼ନ ବିରୁଦ୍ଧରେ ଅସ୍ତ୍ର ହୋଇ ଉଭା ହେଲା ବୋଲି ସେ କହିଥିଲେ ।

ପରିଣାମ ସ୍ୱରୂପ ଲୋକମାନେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋର ମୃତ୍ୟୁଦଣ୍ଡ ଦାବି କରିଥିଲେ । ମୋ ଦେଶ ମୋତେ ସୁରକ୍ଷା ଦେଇ ନଥିଲା ଯେଉଁ କାରଣରୁ ମୁଁ ୩୧ ବର୍ଷ ହେବ ନିର୍ବାସିତ ହୋଇ ରହିଛି । ମୁଁ ଜଣେ ମହିଳା ଯାହାର କୌଣସି ଦେଶ ନାହିଁ । ଯେଉଁ ଦେଶରେ ଧର୍ମ ନିରପେକ୍ଷତା ରହିଛି ସେଠାରେ ମହିଳାମାନଙ୍କ ପାଇଁ ଆଶା ରହିଛି ବୋଲି ସେ କହିଥିଲେ ।

ସେ କହିଥିଲେ ପୁରୁଷମାନଙ୍କ ସହ ସମାନତା ଏକ ପଶ୍ଚିମ ସଭ୍ୟତାର ଧାରଣା ନୁହେଁ । ‘ମୁଁ ମୋର ଅନୁଭୂତିକୁ ନେଇ ଏହି ପ୍ରସଙ୍ଗ ଉଠାଇଛି’ ।

ସେ କହିଥିଲେ ଯେ ଯଦି ମହିଳାମାନେ ପ୍ରଶ୍ନ କରିବାର ସାହସ ରଖି ପାରିବେ ତେବେ ପରିବର୍ତନ ସମ୍ଭବ ହୋଇପାରିବ । ନିଜ ବକ୍ତବ୍ୟ ଶେଷରେ ତାଙ୍କର କବିତା ‘ଦ ଡେଥଲେସ୍ ଗାର୍ଲ’ ପଢ଼ି ସମବେତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଶୁଣାଇଥିଲେ ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡାଦେଶ

୨ ଲକ୍ଷ ଟଙ୍କା ଜରିମାନା

ଯାଜପୁର, ୨୩/୯: ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏକ ୮ ବର୍ଷର ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ଅଭିଯୁକ୍ତ କାଳିଆ @ ଅରକ୍ଷିତ ପରିଡା(୫୨) କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଠାରୁ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ଅକ୍ଟୋବର ୨୩, ୨୦୨୪ ମସିହାରେ ନାବାଳିକା ଜଣକ ଖେଳି ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅରକ୍ଷିତ ନାବାଳିକାକୁ ପ୍ରଲୋଭିତ କରିବା ସହ ଏକ ନିକାଞ୍ଚନ ଜାଗାକୁ ଡାକିନେଇ ବଳାତ୍କାର କରିଥିଲା। ଏହା ସହ ଘଟଣା ସଂକ୍ରାନ୍ତରେ କାହାରିକୁ ନଜଣାଇବାକୁ ମଧ୍ୟ ତାଗିଦ କରିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନା ଏବଂ ପରବର୍ତ୍ତୀ ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ଜଣକ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିଥିଲେ। ସେହି ଅନୁଯାୟୀ, ବରୀ ରାମଚନ୍ଦ୍ରପୁର ଥାନାରେ ଅକ୍ଟୋବର ୨୪ , ୨୦୨୪ ରେ ପରିବାର ତରଫରୁ ଏତଲା ଦିଆଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ସେହିଦିନ ଘୂର୍ଣ୍ଣିଝଡ଼ “ଦାନା” ଓଡ଼ିଶାର ସ୍ଥଳଭାଗ ଛୁଇଁଥିଲା। ପ୍ରତିକୂଳ ପାଗ, ପରିସ୍ଥିତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବା ସତ୍ତ୍ୱେ ତଦନ୍ତକାରୀ ଅଧିକାରୀ, ଇନ୍ସପେକ୍ଟର ସୁମତି ମହାନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କେନ୍ଦ୍ରାପଡାରୁ ଗିରଫ କରିଥିଲେ।

ସମସ୍ତ ସାକ୍ଷୀ, ବୟାନ ଏବଂ ପାରିପାର୍ଶ୍ଵିକ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଅଭିଯୁକ୍ତ ଅରକ୍ଷିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Tuesday, September 23, 2025

କୋଷ୍ଟାଲ ନିଯୁକ୍ତି ସୂଚନା

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 
ନମସ୍କାର, ସ୍ୱାଗତ କୋଷ୍ଟାଲ ନିଉଜ୍ ଓଡିଆର କୋଷ୍ଟାଲ ନିଯୁକ୍ତି ସୂଚନା 
ଉପସ୍ତାପକ ଶେଖର ଦାସ 
ଆଜିର ବିଶେଷ ସୂଚନା, ଓଡିଶା କୃଷି ବିଭାଗରୁ 2025 ରେ ବଡ଼ ନିଯୁକ୍ତି ସୂଚନା।"

"ଓଡିଶା ଏଗ୍ରିକଲଚର ଅଫିସ ନିଯୁକ୍ତି 2025 – ଦଶମ ରୁ ଗ୍ରାଜୁଏଟ୍ ପ୍ରାର୍ଥୀଙ୍କ ପାଇଁ ସୁଯୋଗ"

 [ମୁଖ୍ୟ ସୂଚନା]
 ଓଡିଶା କୃଷି ବିଭାଗ 2025 ପାଇଁ 2300 ରୁ ଅଧିକ ପଦରେ ନିଯୁକ୍ତି ଘୋଷଣା କରିଛି।
 ଦଶମ , ପ୍ଲସ୍ ଟୁ , ଡିପ୍ଲୋମା ଓ ଗ୍ରାଜୁଏଟ୍ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ।
ଏହି ନିଯୁକ୍ତି ଜିଲ୍ଲା ଓ ବ୍ଲକ୍ ସ୍ତରରେ ହେବାକୁ ଯାଉଛି।

 ପଦ ବିବରଣୀ – ସ୍କ୍ରୋଲ୍ ଟେକ୍ସଟ୍

କ୍ଲାର୍କ / ଜୁନିଅର୍ ଅସିଷ୍ଟାଣ୍ଟ – 450 ପଦ
ଫିଲ୍ଡ୍ ଅସିଷ୍ଟାଣ୍ଟ – 600 ପଦ
ଅକାଉଣ୍ଟାଣ୍ଟ – 250 ପଦ
ଡାଟା ଏଣ୍ଟ୍ରି ଅପରେଟର୍ – 300 ପଦ
ଟେକ୍ନିକାଲ୍ ଅସିଷ୍ଟାଣ୍ଟ – 200 ପଦ
ପିଅନ୍ / ଅଫିସ୍ ଅଟେଣ୍ଡାଣ୍ଟ – 400 ପଦ
ଅନ୍ୟାନ୍ୟ ସ୍ଟାଫ୍ – 150 ପଦ
ସମୁଦାୟ ପଦ – 2300 ରୁ ଅଧିକ 


ଯୋଗ୍ୟତା
 କ୍ଲର୍କ – ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ
 ଫିଲ୍ଡ୍ ଅସିଷ୍ଟାଣ୍ଟ – 12ମ / କୃଷି ଡିପ୍ଲୋମା
 ଅକାଉଣ୍ଟାଣ୍ଟ – ବି.କମ୍ / ଏମ.କମ୍
ଡାଟା ଏଣ୍ଟ୍ରି ଅପରେଟର୍ – ପ୍ଲସ୍ ଟୁ ସହିତ କମ୍ପ୍ୟୁଟର ଡିପ୍ଲୋମା
 ଟେକ୍ନିକାଲ୍ ଅସିଷ୍ଟାଣ୍ଟ – ବି.ଏସସି (କୃଷି/ହର୍ଟିକଲ୍ଚର୍)
 ପିଅନ୍ – ଦଶମ ପାସ୍

 [ବୟସ ସୀମା]
🔹 ନ୍ୟୁନତମ, 18 ବର୍ଷ
🔹 ଅଧିକତମ, 38 ବର୍ଷ
ଏସସି, ଏସ୍ ଟି, 5 ବର୍ଷ ଛାଡ 
ଓବିସି, 3 ବର୍ଷ ଛାଡ 
ପି ଦବ୍ଲ୍ଯୁ ଡି – 10 ବର୍ଷ ରିହାତି 

[ବେତନ ସୂଚନା]

କ୍ଲାର୍କ, 25,000 ଟଙ୍କା ରୂ 32,000 ଟଙ୍କା 

ଫିଲ୍ଡ୍ ଅସିଷ୍ଟାଣ୍ଟ, 20,000 ଟଙ୍କା ରୁ 28,000 ଟଙ୍କା 

ଅକାଉଣ୍ଟାଣ୍ଟ, 30,000 ଟଙ୍କା ରୁ 35,000 ଟଙ୍କା 

ଡାଟା ଏଣ୍ଟ୍ରି ଅପରେଟର୍, 20,000 ଟଙ୍କା ରୂ 25,000 ଟଙ୍କା 

ଟେକ୍ନିକାଲ୍ ଅସିଷ୍ଟାଣ୍ଟ, 30,000 ଟଙ୍କା ରୂ 39,000 ଟଙ୍କା 
ପିଅନ୍, 18,000 ଟଙ୍କା ରୁ 22,000 ଟଙ୍କା 
ସହିତ ଡି ଏ , ଏଚ୍ ଆର୍ ଏ , ମେଡିକାଲ୍ ସୁବିଧା, ପି ଏଫ୍ ଓ ପେନସନ।
[ଦରକାରୀ ଡକ୍ୟୁମେଣ୍ଟ]
ଶିକ୍ଷା ସର୍ଟିଫିକେଟ୍
କାଷ୍ଟ ସର୍ଟିଫିକେଟ୍ (ଥିଲେ)
ଡୋମିସାଇଲ୍ ସର୍ଟିଫିକେଟ୍
ପାସପୋର୍ଟ ସାଇଜ୍ ଫୋଟୋ

ଆଧାର, / ଭୋଟର ଆଇ ଡି / ପ୍ୟାନ 
ଏମପ୍ଲୟମେଣ୍ଟ ଏକ୍ସଚେଞ୍ଜ କାର୍ଡ 
କମ୍ପ୍ୟୁଟର ସର୍ଟିଫିକେଟ୍  ଡି ଇ ଓ, କ୍ଲର୍କ ପାଇଁ

ଆବେଦନ ପ୍ରକ୍ରିୟା
 www.odisha.gov.in ଓଡ଼ିଶା ଗଭ ଇନ ସାଇଟ୍ କୁ ଯାଆନ୍ତୁ
 ନୋଟିଫିକେସନ୍ ଡାଉନଲୋଡ୍ କରି ପଢ଼ନ୍ତୁ
 ନୂଆ ରେଜିଷ୍ଟ୍ରେସନ୍ କରନ୍ତୁ
 ଫର୍ମ୍ ଭରନ୍ତୁ
ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ
 ଫି ପେମେଣ୍ଟ କରନ୍ତୁ ଜେନ ଓ ବି ସି 300 ଟଙ୍କା ରୁ 500 ଟଙ୍କା ଏସ୍ ସି, ଏସ୍ ଟି, ପି ଡବ୍ଲ୍ୟୁ ଡି, ମହିଳା, ଶୁଳ୍କ ମୁକ୍ତ
 ସବମିଟ୍ କରି ପ୍ରିଣ୍ଟ ନିଅନ୍ତୁ

[ମହତ୍ତ୍ୱପୂର୍ଣ୍ଣ ତାରିଖ]
🔹 ୱାଇ ପି, ସେକଣ୍ଡ ଏଣ୍ଡ ଫିଲ୍ଡ ଆସିଷ୍ଟାଣ୍ଟ – 24 ସେପ୍ଟେମ୍ବର୍ 2025 ପୁର୍ବାହ୍ନ 10 ଟା 30 ମିନିଟ୍ 
🔹 ୱାଇ ପି, ଫାର୍ଷ୍ଟ – 24, ସେପ୍ଟେମ୍ବର , 2025 (ଦୁଇପ୍ରହର 3 ଘଟିକା 
 ସ୍ଥାନ – ଆଇ ସି ଏ ଆର୍, ସି ଆର୍ ଆର୍ ଆଇ , କଟକ

ଦରଖାସ୍ତ କରିବା ପୂର୍ବରୁ ନୋଟିଫିକେସନ ଚେକ୍ କରିବାକୁ ଭୁଲିବେ ନାହିଁ।

"ତେଣୁ, ଏହା ହେଉଛି 2025 ରେ ଓଡିଶା କୃଷି ବିଭାଗରୁ ଆସିଥିବା ବଡ଼ ନିଯୁକ୍ତି ସୂଚନା।
ନିଶ୍ଚୟ ଆପ୍ଲାଏ କରନ୍ତୁ ଏବଂ ଅଧିକ ଜବ ଅପଡେଟ ପାଇଁ ସବ୍ସକ୍ରାଇବ୍ କରନ୍ତୁ କୋଷ୍ଟାଲ ନ୍ୟୁଜ ଓଡିଆ ।

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

ଶେଷ ପ୍ରେମଗୀତ

ଶେଷ ପ୍ରେମଗୀତ 

(1)
ମୁଁ ଜାଣିଛି, ମୁଁ ଅତିଥି,
ଦୀର୍ଘ ଦିନ ପାଇଁ ନୁହେଁ।
ତୁମର ଆଖି କହିଗଲା—
କାହାଣୀ ସବୁ ସ୍ପଷ୍ଟ।

କିନ୍ତୁ ମୋର ପ୍ରେମ,
ତୁମେ ମନେରଖିବ ,
ପ୍ରତ୍ୟେକ ଶ୍ୱାସରେ
ମୁଁ ରହିବି।
ଆକାଶର ତାରାରେ
ହସୁଥିବି,
ତୁମର ମନରେ
ବଞ୍ଚୁଥିବି।

(2)
ସ୍ୱପ୍ନର ମନ୍ଦିର , ମା'ର ଉପହାର ,
ସବୁ ଗଲା ଔଷଧରେ।
ତଥାପି ତୁମେ ହସିଲ,
ଚୁପଚାପ ସବୁ ସାହିଗଲା ।

କିନ୍ତୁ ମୋର ପ୍ରେମ,
ତୁମେ ସ୍ମରଣ କରିବ ,
ପ୍ରତ୍ୟେକ ଶ୍ୱାସରେ
ମୁଁ ରହିବି।
ଆକାଶର ତାରାରେ
ହସୁଥିବି,
ତୁମର ମନରେ
ବଞ୍ଚୁଥିବି।

(3)
ଆଜିରାତି, ମୋର ଶେଷ,
ତୁମର ଛାତିରେ ମୁଣ୍ଡ ରଖିବି।
କାଲିର ସକାଳ,
ଶ୍ୱାସ ରହିବ କି ନାହିଁ—
କେବଳ ଭଗବାନ୍ ଜାଣନ୍ତି।

ଯଦି ଏକାକୀ ଲାଗିବ,
ଆକାଶକୁ ଦେଖିବ ।
ମୁଁ ସେଇ ତାରା,
ତୁମକୁ ଦେଖି ହସୁଥିବି।

🎶 ମୋର ପ୍ରେମରେ ବଞ୍ଚୁଥିବ…
ମୋର ପ୍ରେମ, ସଦାର ସ୍ମରଣ କରୁଥିବ… 🎶

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...