AFFILIATE MARKETING

https://binomo.com?a=90810425bb57&t=0

Thursday, September 11, 2025

ଭୂତ ନେଉଥିଲେ ରାସନ୍ ଚାଉଳ

ଭୂତ ନେଉଥିଲେ ରାସନ୍ ଚାଉଳ 
ଗରିବ ଲୋକଙ୍କ ମୁହଁରେ ଖାଇବା ଗଣ୍ଡେ ପହଞ୍ଚାଇବା ପାଇଁ ସରକାର ରାସନ୍ କାର୍ଡ ଦେଇଛନ୍ତି । ଆଉ ମାସକୁ ମାସକ ଚାଉଳ ମଧ୍ୟ ଦେଉଛନ୍ତି । ହେଲେ ରାଜ୍ୟରେ କିନ୍ତୁ ଭୂତ ପାଉଥିଲେ ରାସନ୍ ଚାଉଳ । ଗୋଟେ କି ଦୁଇଟି ଭୂତ ନୁହେଁ, ବରଂ ୫ ଲକ୍ଷରୁ ଅଧିକ ଭୂତ ସରକାରଙ୍କ ରାସନ୍ ଚାଉଳ ପାଉଥିଲେ । ରାସନ କାର୍ଡ E-kyc ନେଇ ସୂଚନା ଦେଲାବେଳେ ଏମିତି କିଛି ଚମକାଇ ଦେଲାଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଭୁବନେଶ୍ବର : ଗରିବ ଲୋକଙ୍କ ମୁହଁରେ ଖାଇବା ଗଣ୍ଡେ ପହଞ୍ଚାଇବା ପାଇଁ ସରକାର ରାସନ୍ କାର୍ଡ ଦେଇଛନ୍ତି । ଆଉ ମାସକୁ ମାସକ ଚାଉଳ ମଧ୍ୟ ଦେଉଛନ୍ତି । ହେଲେ ରାଜ୍ୟରେ କିନ୍ତୁ ଭୂତ ପାଉଥିଲେ ରାସନ୍ ଚାଉଳ । ଗୋଟେ କି ଦୁଇଟି ଭୂତ ନୁହେଁ, ବରଂ ୫ ଲକ୍ଷରୁ ଅଧିକ ଭୂତ ସରକାରଙ୍କ ରାସନ୍ ଚାଉଳ ପାଉଥିଲେ । ରାସନ କାର୍ଡ E-kyc ନେଇ ସୂଚନା ଦେଲାବେଳେ ଏମିତି କିଛି ଚମକାଇ ଦେଲାଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  ମନ୍ତ୍ରୀ କହିଛନ୍ତି, ଖାଦ୍ୟ ଯୋଗାଣ ବିଭାଗରେ E-kyc ଲାଗୁ କରିବା ଯୋଗୁଁ ୫  ଲକ୍ଷ ୭୫ ହଜାର ମୃତ ଲୋକଙ୍କ ନାଁରେ ରାସନ କାର୍ଡ ଥିବା ଜଣାପଡିଥିଲା । ଏମିତିକି ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା । ତେବେ ଏବେ ସୁଦ୍ଧା ୧ ଲକ୍ଷ ୫ ହଜାର ଆୟକର ଦେଉଥିବା ଲୋକ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ୬ ଲକ୍ଷ ଗରିବ ଲୋକ କାର୍ଡ ପାଇଛନ୍ତି । ୧୪ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରି କାର୍ଡ ଅପେକ୍ଷାରେ ଥିଲେ କିନ୍ତୁ ରାସନ କାର୍ଡ ପାଉନଥିଲେ । ତେଣୁ ଧନୀ ଲୋକ ଯେଉଁଠି କାର୍ଡ ପାଇଛନ୍ତି, ସେଗୁଡିକୁ କାଟିବାକୁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍ତଦ୍ୟୋୟ କାର୍ଡ ମଧ୍ୟ ଅନେକ ଧନୀ ଲୋକ ହାତେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବିଜେଡ଼ି ଛାଡ଼ିବେ ପ୍ରଫୁଲ୍ଲ ମଲ୍ଲିକ!

କହିଲେ ପୂର୍ବ ପରି ଚାଲୁନି ଦଳ

ଭୁବନେଶ୍ୱର, ୧୧/୯: ମୁହଁ ଖୋଲିଲେ ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ। ବିଜେଡ଼ିକୁ ଦେଲେ ଚେତାବନୀ। ଯଦି ଦଳ ପୂର୍ବ ପରି ଠିକ୍ ଭାବରେ ନ ଚାଲେ ତାହାଲେ ଦଳ ଛାଡି ଦେବି ବୋଲି ଦେଲେ ଧମକ।

ପ୍ରଫୁଲ୍ଲ କହିଛନ୍ତି, ଆଗକୁ ଯଦି ଦଳ ଠିକ୍‌ ଭାବେ ନ ଚାଲେ ତାହେଲେ ଦଳଠୁ ଦୂରେଇ ଯିବି। ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଂଗଠନିକ କାର୍ଯ୍ୟରେ ଯୋଗ ଦେଉନି। ବିଜେଡି ସଠିକ୍‌ ଭାବେ ବିରୋଧୀଦଳ ଭୂମିକା ନିର୍ବାହ କରୁନାହିଁ। ଆଉ ପୂର୍ବ ବିଚାରଧାରାରେ ଦଳ ନାହିଁ। ଦଳକୁ ସଂଗଠିତ କରିବାକୁ PAC, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ଏହି ପ୍ରସ୍ତାବକୁ ଗ୍ରହଣ କରାଗଲା। କିନ୍ତୁ ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ। ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି। ନୂଆ ବିଜେଡି ଗଠନ ସମୟ ନୁହେଁ, ପୁରୁଣା ବିଜେଡିକୁ ସଠିକ୍‌ ଭାବେ ଚଳାଇବାର ସମୟ ଆସିଛି।

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...