AFFILIATE MARKETING

https://binomo.com?a=90810425bb57&t=0

Friday, August 25, 2023

କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ

 COASTAL NEWS Odia 491

କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ



ପଶ୍ଚିମବଙ୍ଗ - କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ । ଏଥିରେ ସାହାଯ୍ୟ କରିବ ଇସ୍ରୋ । ଇସ୍ରୋର ଅତ୍ୟାଧୁନିକ ଜ୍ଞାନ କୌଶଳ ରୁ କଲେଜ କ୍ୟାମ୍ପସରେ ରାଗିଂର ମାତ୍ରା ବହୁତ କମିଯିବ ବୋଲି ଆକଳନ କରାଯାଉଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟ ଚାନସଲେର ଏନେଇ ଇସ୍ରୋ ଚେୟାରମ୍ୟାନ ସୋମନାଥଙ୍କୁ ସାହାଯ୍ୟ କରିବାକୁ ଅପିଲ୍‌ କରିଛନ୍ତି।

ରାଗିଂ ରୋକିବାକୁ ଇସ୍ରୋ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର କଲେଜଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯିବ ବୋଲି ଜଣାଯାଇଛି। ଫଳରେ ରାଗିଂ ଘଟଣା ଘଟିଲେ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିବା ସହ ସେମାନେ ଏହାକୁ ରୋକିବାକୁ ତୁରନ୍ତ ପଦକ୍ଷେପ ଉଠାଇ ପାରିବେ।

ଏହି ଯନ୍ତ୍ରପାତି ମଧ୍ୟରେ ଭିଡିଓ ଆନାଲିଟିକ୍ସ, ଇମେଜ ମ୍ୟାଚିଂ ମେଶିନ, ଅଟୋମେଟିକ ଟାର୍ଗେଟ ଚିହ୍ନଟ କରି ପାରୁଥିବା ଯନ୍ତ୍ର ଓ ରିମୋଟ ସେନସିଂକୁ ବ୍ୟବହାର କରାଯିବ ।  

 ଗତ କିଛି ଦିନ ପୂର୍ବେ ପଶ୍ଚିମବଙ୍ଗର ଯାଦବପୁର ୟୁନିଭରସିଟିର ଜଣେ ଛାତ୍ର ବାଲକୋନୀରୁ ପଡ଼ି ଅକାଳରେ ଆଖି ବୁଜିଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ରାଗିଂ ଯୋଗୁ ଛାତ୍ରଜଣକ ଚରମ ପଦକ୍ଷେପ ନେଇଥିବା ଜଣା ପଡ଼ିଥିବା ବେଳେ ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରି ସାରିଛି। ଏହାସତ୍ତ୍ୱେ ଆଉ ମା’ କୋଳକୁ ପୁଅ ଫେରିବନି, କି ଉଜୁଡ଼ି ଯାଇଥିବା ପରିବାର ଆଉ ଥରେ ହସି ଉଠିବନି। 

ତେଣୁ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ରାଗିଂକୁ ରୋକିବାକୁ କେତେ ଦୂର ସକ୍ଷମ ହୋଇ ପାରୁଛି ତାହା ଉପରେ ସମସ୍ତଙ୍କ ନଜର। ଏହାକୁ ଖୁବ୍‌ ଉତ୍ସୁକତାର ସହ ଅଭିଭାବକ, ଛାତ୍ରଛାତ୍ରୀ ତଥା କଲେଜ କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ରାଗିଂକ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିବ ବୋଲି ଆଶା କରାଯାଉଛି।

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

 COASTAL NEWS Odia 490

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ



ଆମେରିକା - ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି।

ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ପହଞ୍ଚିବା ବେଳକୁ ତାଙ୍କୁ ଦେଖିବାକୁ ଜେଲ୍‌ ବାହାରେ ଅସମ୍ଭବ ଭିଡ଼ ହୋଇଥିଲା। । ଏଥିନିମନ୍ତେ ଜେଲ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ଔପଚାରିକତା ଦୃଷ୍ଟିରୁ ଟ୍ରମ୍ପଙ୍କୁ ଗିରଫ କରିଥିଲା ପୁଲିସ। ଏହାପରେ  ତାଙ୍କର ମଗଶଟ୍‌ ଫଟୋଗ୍ରାଫି ନିଆଯାଇଥିଲା। ଫଳରେ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯାହାର ମଗଶଟ୍‌ ଫଟୋଗ୍ରାଫି ନିଆଯାଇଛି।

ଟ୍ରମ୍ପଙ୍କ ମଗଶଟ୍‌ ଫଟୋଗ୍ରାଫିରେ ତାଙ୍କ କଏଦୀ ନଂ- P01135809 ବୋଲି ଉଲ୍ଲେଖ ହୋଇଥିଲା। ସେଥିରେ ଟ୍ରମ୍ପଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ ଓ ଓଜନ ୯୭ କେଜି ଏବଂ ଚୁଟି ଷ୍ଟ୍ରବେରୀ ରଙ୍ଗର ବୋଲି ଉଲ୍ଲେଖ ଅଛି ।

ତେବେ କିଛି ସମୟ ପରେ ଟ୍ରମ୍ପ ଜାମିନରେ ବାହାରିଥିବା ବେଳେ କଡ଼ା ସୁରକ୍ଷାରେ ଆଟଲାଣ୍ଟା ଏୟାରପୋର୍ଟ ଅଭିମୁଖେ ଚାଲି ଯାଇଥିଲେ। ଟ୍ରମ୍ଫଙ୍କ ସମର୍ଥକମାନେ ହାତରେ ତାଙ୍କ ବ୍ୟାନର ଧରି ବହୁ ସଂଖ୍ୟା ଜେଲ୍‌ ବାହାରେ ରୁଣ୍ଡ ହୋଇଥିଲେ।  ଜର୍ଜିଆର ଲୋକପ୍ରତିନିଧୀ ବି ସାମିଲ ଥିବା ଦେଖିବାକୁ ମିଳିଥିଲା। ଯିଏ କି ଟ୍ରମ୍ପଙ୍କ ଖୁବ୍‌ ବିଶ୍ୱସ୍ତ ଭାବେ ପରିଚିତ ।

ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଯୋଜନା କରିବା ନେଇ ଟ୍ରମ୍ପଙ୍କ ସହ ଅନ୍ୟ ୧୮ ଜଣଙ୍କ ବିରୋଧରେ ଆସିଥିଲା ଅଭିଯୋଗ। ଗତ ସପ୍ତାହରେ ଏ ଅଭିଯୋଗ ଆସିବା ପରେ ନିଜେ ସରେଣ୍ଡର କରିବେ ବୋଲି ଟ୍ୱିଟ କରି ଟ୍ରମ୍ପ ସୂଚନା ଦେଇଥିଲେ। । ଏହାପରେ ଗତକାଲି ସେ ଆତ୍ମସମର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ । ମାତ୍ର ସେ ନିଜ ହାର୍‌ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି ସମଗ୍ର ଦେଶରେ ସେ ଜିତିଥିବା ନେଇ ମିଥ୍ୟା ପ୍ରଚାର କରାଇଲେ। ଏହାପରେ ୨୦୨୧ ଜାନୁୟାରୀରେ ଆମେରିକାର ରାଜଧାନୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ନିର୍ବାଚନ ଅଧିକାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ।

ଫଳରେ ନିର୍ବାଚନ ରେଜଲ୍ଟକୁ ଓଲଟପାଲଟ କରିବାରେ ଟ୍ରମ୍ପଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଏକ ୪୫ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏଥିରେ ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଥିଲା। ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କୁ ଉସୁକାଇବା ଓ ମତଦାନ ପ୍ରକ୍ରିୟା ଉପରେ ଲୋକଙ୍କ ବିଶ୍ୱାସ କମାଇବା ପରି ଅଭିଯୋଗ ହୋଇଥିଲା। କ୍ଷମତା ଅକ୍ତିଆର କରି ରଖିବାକୁ ଟ୍ରମ୍ପ ଏପରି ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା।

ଟ୍ରମ୍ପ ଓ ତାଙ୍କ ସମର୍ଥକ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। କାରଣ ଏବେ ଟ୍ରମ୍ପ ନିଜ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରେସ୍‌ରେ ଥିବା ବେଳେ ତାଙ୍କ ନାମରେ ଏପରି ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି।

ଜଣେ ବ୍ୟକ୍ତି ମାତ୍ର ଘଣ୍ଟାଏ କାମ କରି ବର୍ଷକୁ ୧.୨ କୋଟି ଟଙ୍କା ପାଉଛନ୍ତି?

 COASTAL NEWS Odia 489

ଜଣେ ବ୍ୟକ୍ତି ମାତ୍ର ଘଣ୍ଟାଏ କାମ କରି ବର୍ଷକୁ ୧.୨ କୋଟି ଟଙ୍କା ପାଉଛନ୍ତି?



ଫର୍ଚ୍ୟୁନର - ଆପଣ ଆଶ୍ଚର୍ଯ୍ୟ ହେଉଥିବେ କ’ଣ ସତରେ ଜଣେ ବ୍ୟକ୍ତି ମାତ୍ର ଘଣ୍ଟାଏ କାମ କରି ବର୍ଷକୁ ୧.୨ କୋଟି ଟଙ୍କା ପାଉଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ଏକଦମ ସତ। ଗୁଗଲ ପାଇଁ କାମ କରୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଏପରି ଆୟ କରୁଛନ୍ତି। ସେ କମ୍ପାନୀ ପାଇଁ ଦିନକୁ ଘଣ୍ଟାଏ କାମ କରି ବର୍ଷକୁ ୧,୫୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୧ କୋଟି ୨୦ ଲକ୍ଷ ଟଙ୍କା ଦରମା ପାଉଛନ୍ତି।

ଫର୍ଚ୍ୟୁନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଛଦ୍ମନାମ ହେଉଛି ଡେଭୋନ। ସେ ଦିନକୁ ମାତ୍ର ୧ ଘଣ୍ଟା ଗୁଗଲକୁ ଦେଉଛନ୍ତି। ବାସ ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍‌ରେ ଲଗାଉଛନ୍ତି।

ରିପୋର୍ଟରେ କୁହାଯାଉଛି ଯେ ଡେଭୋନ ଯେତେବେଳେ ଅଫର ଗ୍ରହଣ କଲେ ସେତେବେଳେ ଭଲ ଭାବେ ଜାଣିଥିଲେ ଯେ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସେ ଗୁଗଲରେ ସ୍ଥାୟୀ ଚାକିରି ପୂର୍ବରୁ ଇଣ୍ଟର୍ଣ୍ଣ ଭୂମିକାରେ ଥିଲେ। ସେତେବେଳେ ସେ ଦୈନିକ ଦୁଇ ଘଣ୍ଟା କାମ କରୁଥିଲେ ଓ ସପ୍ତାହକୁ ୨ ହଜାର ଡଲାର ଦରମା ଆକାରରେ ପାଉଥିଲେ।

ଡେଭୋନ ଫର୍ଚ୍ୟୁନକୁ କହିଛନ୍ତି, ସେ ଇଣ୍ଟର୍ଣ୍ଣଶିପ କରିବା ସମୟରେ ଆବଶ୍ୟକ ଥିବା ସମସ୍ତ କୋଡ୍‌କୁ ଯଥାଶୀଘ୍ର ଶେଷ କରି ଦେଉଥିଲେ। ଗୁଗଲର ନୀତି ଅନୁସାରେ ଜଣେ କର୍ମଚାରୀଙ୍କୁ ପୂରା ଡ୍ୟୁଟି କରିବାକୁ ପଡ଼ିବ। କିନ୍ତୁ ଡେଭୋନ ତାଙ୍କର ସବୁ କାମ ଏବେ ୧ ଘଣ୍ଟା ଭିତରେ ସାରି ଦେଉଛନ୍ତି। ତେବେ ସେ ୧ ଘଣ୍ଟା କାମ କରୁଥିଲେ ହେଁ ଏକଥା କାହାକୁ ମଧ୍ୟ ଜଣାନାହିଁ।

ସେ ସ୍ୱଳ୍ପ ସମୟ ମଧ୍ୟରେ କମ୍ପାନୀ ପାଇଁ ଆବଶ୍ୟକ ଗୁଣବତ୍ତାର କାମ କରି ଦେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ କେହି ସେ ପୂରା ଡ୍ୟୁଟି ସମୟରେ କାମ କରୁ ନଥିବା ସନ୍ଦେହ କରନ୍ତି ସେତେବେଳେ ସେ ଆଉ ଗୋଟିଏ ଲାଇନର କୋଡ୍‌କୁ ଦାଖଲ କରି ଦିଅନ୍ତି। ଏହାଦ୍ୱାରା ସେ ସବୁ ସପ୍ତାହ ଓ ସବୁ ସମୟରେ କାମ କରୁଥିବା ସମସ୍ତେ ଭାବନ୍ତି। ତାଙ୍କ ମ୍ୟାନେଜର ମଧ୍ୟ ବହୁତ ଭଲ ଓ ସେ ମଧ୍ୟ ତାଙ୍କୁ ଅଫିସ ଆସିବାକୁ କୁହନ୍ତି ନାହିଁ ବୋଲି ଡେଭୋନ କହିଛନ୍ତି।

ସପ୍ତାହର କେତେ ଦିନ ଜଣେ କର୍ମଚାରୀ ଅଫିସ ଆସିବେ, ସେକଥା ଗୁଗଲ ଧାର୍ଯ୍ୟ କରିଛି। କିନ୍ତୁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି କର୍ମଚାରୀଙ୍କ ରିପୋର୍ଟିଂ ମ୍ୟାନେଜର ହିଁ ନେବେ। ତେଣୁ ଏହାର ଫାଇଦା ଉଠାଇ ଡେଭୋନ ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଆବଶ୍ୟକ କୋଡ କମ୍ପାନୀ ପାଇଁ ପ୍ରସ୍ତୁତ କରି ଦିଅନ୍ତି। ହେଲେ ସେ ପୂରା ସମୟ କାମ କରୁଥିବା ଦର୍ଶାଇ ଥାଆନ୍ତି।

ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍

 COASTAL NEWS Odia 488

ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍



ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିବା ବେଳେ ପୁଳାପୁଳା ସମ୍ପତ୍ତି ଠାବ କରାଯାଇଛି। କଟକରେ ତାଙ୍କର ଏକ ଚାରି ମହଲା ବିଶିଷ୍ଠ କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

 

ଭୁବନେଶ୍ୱରର ରସୁଲଗଡ଼ରେ ତାଙ୍କର ଏକ ତିନି ମହଲା ବିଶିଷ୍ଟ ଘର ରହିଛି। ସେହିପରି ଭୁବନେଶ୍ୱରର କଳାରାହାଙ୍ଗ ସ୍ଥିତ ଆଶୀର୍ବାଦ ପ୍ଳାଜାରେ ତାଙ୍କର ଏକ ଫ୍ଲାଟ ଅଛି। ଏହା ସହିତ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁରରେ ତାଙ୍କର ୮ଟି ପ୍ଲଟ ଅଛି। ଏହି ସବୁ ଘର ଓ ପ୍ଳଟ ଗୁଡ଼ିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବ ଜାରି ରଖିଛି।

ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଠାରୁ ନଗଦ ୧ ଲକ୍ଷ ୨୪ ହଜାର ୬୦୦ ଟଙ୍କା ଜବତ କରାଯାଇଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି।

ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ବିଜୟ କୁମାର ପରିଡ଼ାଙ୍କର ରାୟଗଡ଼ାର ଗାନ୍ଧୀ ନଗର ସ୍ଥିତ ସରକାରୀ ଭବନ ସମେତ ଖୋର୍ଦ୍ଧା,କଟକ ଓ ଯାଜପୁରରେ ମିଶି ମୋଟ ୭ଟି ଠିକଣାରେ ଚଢ଼ାଉ କରାଯାଇଛି।

ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର

 COASTAL NEWS Odia 487

ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର



ପୁରୀ - ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଛି। ପିନୁର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ ମାମଲା ରହିଛି। ପୁଲିସ୍‌ ତା’ଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ସହ ବାଇକ ଜବତ ଜବତ କରିଛି।

ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ

 COASTAL NEWS Odia 486

ଚନ୍ଦ୍ରୟାନ-୩ର ସଫଳତାରେ ଖୁସି ନୁହନ୍ତି ଚାଇନା ଆଉ ପାକିସ୍ତାନ


 


ନୂଆଦିଲ୍ଲୀ,୨୪ା୮: ବୁଧବାର ସନ୍ଧ୍ୟାରେ ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କଲା, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବର ସହିତ ପ୍ରଶସ୍ତ ହୋଇଗଲା। ଏ କ୍ଷେତ୍ରରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି। ବ୍ରିକ୍ସ ସଦସ୍ୟ ଦେଶମାନେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ମହାନ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସବୁ ଦିଗରୁ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ମାତ୍ର ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଚାଇନା ବୋଧହୁଏ ଭାରତର ଏହି ସଫଳତାରେ ଖୁସି ନୁହନ୍ତି। ଏକଥା ଆମେ କହୁନାହୁଁ କିନ୍ତୁ ସେଠାରେ ଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକର ରିପୋର୍ଟକୁ ଦେଖି ଯାହା ଜଣାପଡୁଛି।

ବାସ୍ତବରେ ବିଶ୍ୱର ସମସ୍ତ ପ୍ରମୁଖ ଗଣମାଧ୍ୟମ ସଂଗଠନ ଚନ୍ଦ୍ରୟାନ-୩ର ସଫଳତାର ଖବରକୁ ସେମାନଙ୍କ ପୃଷ୍ଠାରେ ସ୍ଥାନିତ କରିଛନ୍ତି। ଚାଇନା ଏବଂ ପାକିସ୍ତାନ ଏକମାତ୍ର ଦେଶ ଯେଉଁଠାରେ ଚନ୍ଦ୍ରୟାନ-୩ର ସଫଳତାର ଖବରକୁ ସେମାନଙ୍କ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇନାହାନ୍ତି। ନ୍ୟୁୟର୍କ ଟାଇମ୍ସ, ବିବିସି, ଦି ଗାର୍ଡିଆନ ଭଳି ବଡ଼ ମିଡିଆ ସଂଗଠନ ଭାରତର ଚନ୍ଦ୍ରୟାନକୁ ପ୍ରଶଂସା କରିଥିଲେ।

ଅଲ୍‌ଜାଜିରା ପରି ଆରବ ଦେଶର ମିଡିଆ ଗ୍ରୁପ୍‌ ଚନ୍ଦ୍ରୟାନ-୩ ଅବତରଣର ପ୍ରସାରଣ ପାଇଁ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଲାଇଭ୍‌ ବ୍ଲଗ ଚଳାଇଥିଲା। କିନ୍ତୁ ପାକିସ୍ତାନର ପ୍ରମୁଖ ଖବର କାଗଜ ସଂଗଠନ ଚନ୍ଦ୍ରାୟନ-୩ପ୍ରତି ଧ୍ୟାନ ଦେଇ ନ ଥିଲେ। ସେଠାରେ ଚନ୍ଦ୍ରୟାନ-୩ ସମ୍ବନ୍ଧୀୟ ଖବର ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ହୋଇଥିଲା କିନ୍ତୁ ଏହାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦିଆଯାଇ ନ ଥିଲା। ଏହା ପାକିସ୍ତାନର ଛୋଟ ଚିନ୍ତାଧାରାକୁ ଦର୍ଶାଏ। ଚାଇନା ମଧ୍ୟ ପାକିସ୍ତାନଠାରୁ ଗୋଟିଏ ପାଦ ଆଗରେ ଥିବା ଜଣାପଡ଼ିଛି। ବଡ଼ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଓ୍ବେବ୍‌ସାଇଟ୍‌ରେ ଚନ୍ଦ୍ରୟାନ-୩ର ସଫଳତା ବିଷୟରେ କୌଣସି ଖବର ପ୍ରକାଶ ପାଇନାହିଁ। ୩ ଦିନ ପୂର୍ବେ ରୁଷିଆ ଲୁନା-୨୫ ଦୁର୍ଘଟଣା ସମ୍ପର୍କରେ ଏହି ଚାଇନିଜ୍‌ ପ୍ରତିଷ୍ଠାନ ନିଶ୍ଚିତ ଭାବରେ ଏକ ଖବର ପ୍ରକାଶ କରିଛି। ଏହାର ଟାଇଟଲ ହେଉଛି ‘ଲୁନା-୨୫ ବିଫଳତା ପରେ ରୁଷିଆକୁ ଅଣଦେଖା କରନ୍ତୁ ନାହିଁ’।

ଯଦି ଆମେ ସୋସିଆଲ ମିଡିଆକୁ ଦେଖିବା ତେବେ ପାକିସ୍ତାନର ଲୋକମାନେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟର (ବର୍ତ୍ତମାନ ଏକ୍ସ) ଏବଂ ଫେସ୍‌ବୁକ୍‌ରେ ପାକିସ୍ତାନର ଲୋକମାନେ ଭାରତର ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି। ଏପରିକି ୨୦୧୯ରେ ଭାରତର ଚନ୍ଦ୍ର ମିଶନର ବିଫଳତାକୁ ଦେଖି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ମଧ୍ୟ ବୁଧବାର ଭାରତର ଚନ୍ଦ୍ରୟାନଙ୍କୁ ପ୍ରଶଂସା କରିଥିଲେ।

ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ

COASTAL NEWS Odia 485

ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ



ଜଗତ୍ସିଂହପୁର - ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ। ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳଜଙ୍ଗ ପଞ୍ଚାୟତ ଚାରିବାଟିଆ ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସାଗର ନାୟକ। ସାଗରଙ୍କୁ ତାଙ୍କର ଦୁଇ ସାଙ୍ଗ ଦିଲୁ ସାମଲ ଓ ପ୍ରତାପ ବେହେରା ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁ ଛକରେ ଥିବା ଏକ କଦମ୍ବ ଗଛ ମୂଳରେ ସାଗର, ଦିଲୁ ଓ ପ୍ରତାପ ଏକାଠି ବସି ଥିଲେ। ତେବେ କୌଣସି କାରଣରୁ ସାଗରଙ୍କ ସହ ଦିଲୁ ଓ ପ୍ରତାପଙ୍କର ବଚସା ହୋଇଥିଲା। ପରେ ଦିଲୁ ଓ ପ୍ରତାପ ସାଗରଙ୍କୁ ଲୁହା ରଡ୍‌ ଓ କାଠ ଫାଳିଆରେ ପିଟିଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସାଗରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦିଲୁକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଘଟଣା ପରେ ପ୍ରତାପ ଫେରାର ହୋଇଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ

 COASTAL NEWS Odia 484

ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ 



ସଇଁତଳା - ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ । ସଇଁତଳା ଥାନାରେ କାର୍ଯ୍ୟରତ ଏସ. ଆଇ କାଜଲ ବାଗ ଗତ ରାତିରେ ବିଷ ପିଇ ଦେଇଥିବା ଜଣାପଡିଛି । ତେବେ କାଜଲ ବାଗ ପ୍ରେମରେ ପ୍ରତାରିତା ହେବା ପରେ ଏପରି ଚରମ ପଦକ୍ଷେପ ଉଠାଇଥିବା ଆଲୋଚନା ହେଉଥିବା ବେଳେ ଏନେଇ ପାଟି ଫିଟାଉନି ପୁଲିସ୍‌ ।

ଗତକାଲି ରାତିରେ ସଇଁତଳା ଗୋପବନ୍ଧୁନଗର ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ପିଇ ଦେଇଥିଲେ। ଅନ୍ୟ କିଛି ପୁଲିସ କର୍ମଚାରୀ ପହଞ୍ଚି କାଜଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ।

ଭୀମଭୋଇ ମେଡିକାଲର ମେଡ଼ିସିନ ୱାର୍ଡରେ ଗତକାଲି ରାତି ଦୁଇଟାରେ କାଜଲଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଘଟଣା ପ୍ରଘଟ ହେବା ଭୟରେ କାଜଲଙ୍କୁ ହସ୍ପିଟାଲରୁ ଅନ୍ୟ କେଉଁ ସ୍ଥାନକୁ ନେଇଥିବା ଚର୍ଚ୍ଚା ହେଉଛି ।

ଏସ.ଆଇ କାଜଲ ବାଗ ବିଷ ଖାଇବାର କାରଣ ଜଣାପଡ଼ିନାହିଁ । ଜଣେ ପୋଲିସ ବାବୁଙ୍କ ପ୍ରେମରେ ପଡି, ପ୍ରତାରଣାରୁ ବିଷ ପିଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାକୁ ଗୋପନ ରଖିବାକୁ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଏପରିକି ଗଣମାଧ୍ୟମ ପ୍ରତିନିଧୀଙ୍କୁ କାଜଲ ବାଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ନ ଦେବାକୁ କଡ଼ାକଡ଼ି ଭାବେ କୁହାଯାଇଛି।

ଏନେଇ କାଜଲ ବାଗଙ୍କ ପଡ଼ୋଶୀ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ କିଛି ପୁଲିସ୍‌ କର୍ମଚାରୀ ପହଞ୍ଚି କବାଟ ବାଡ଼େଇଲେ। ଏହାପରେ ସିଡି ପକାଇ ପ୍ରଥମ ମହଲାରେ ରହୁଥିବା କାଜଲ ବାଗଙ୍କ ନିକଟରୁ ଯାଇଥିଲେ। ସେଠାରୁ ସେମାନେ ତାଙ୍କୁ ଧରି ମେଡିକାଲ ନେଇ ଯାଇଥିଲେ। ମେଡିକାଲ ନେବା ବେଳେ କାଜଲଙ୍କ ଅବସ୍ଥା ଭଲ ନ ଥିବା କହିଛନ୍ତି ତାଙ୍କ ପଡ଼ୋଶୀ।

ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ

ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ


 


କାଠମାଣ୍ଡୁ,୨୪।୮:ନେପାଳରେ ବାରାର ଜିତପୁର ସିମାରା ଉପ-ମହାନଗର ୨୨ର ଚୁରିୟାମାଇ ମନ୍ଦିର ନିକଟରେ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ବସ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଆସିଥିଲେ। ବସ କାଠମାଣ୍ଡୁରୁ ଜନକପୁରକୁ ଯାଉଥିଲା।

ପୋଲିସ ଅଧୀକ୍ଷକ ସୀତାରାମ ରିଜଲଙ୍କ କହିବାନୁସାରେ, ବସରେ ସମୁଦାୟ ୨୬ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ୧୭ଜଣଙ୍କୁ ହେଟାଉଡା ହସ୍ପିଟାଲ ଏବଂ ସାନଚୋ ହସ୍ପିଟାଲ ଓ ଏବଂ ଚୁରହାନ ପୁରୁଣା ମେଡିକାଲ କଲେଜ, ଭରତପୁରରେ ଚିକିତ୍ସା କରାଯାଉଛି ।

କାଠମାଣ୍ଡୁରୁ ଜନକପୁର ଅଭିମୁଖେ ଯାଉଥିବା ବସ ଗୁରୁବାର ମଧ୍ୟରାତ୍ରିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଡିଏଫ୍‌ଓଙ୍କ ଘରେ ପଶିଲା ଭିଜିଲାନ୍ସ।

 COASTAL NEWS Odia 482

ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ।



ରାୟଗଡ଼ା - ଡିଏଫ୍‌ଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରାୟଗଡ଼ା DFO ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଏହାସହ ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ କରାଯାଇଥିଲା। ସେଥିରେ ଦୁର୍ନୀତି ହୋଇଥିଲା। ଏନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଯାଗାରେ ‌ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି DFO ଘରେ ଚଢ଼ାଉ କରିଛି। ଏନେଇ DFOଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି

COASTAL NEWS Odia 481 ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି

 


ଖୁସି ଉପରେ ପୁଣି ମିଳିଲା ଖୁସି। ପୁଣି ଥରେ ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଗଲା । ଗତକାଲି ଚନ୍ଦ୍ରଯାନ-୩ ଜନ୍ମ ମାମୁରେ ପାଦ ଥାପିଥିବା ବେଳେ ଆଜି ବିଚରଣ କରିବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମଠୁ ଗତକାଲିଠୁ ଅଲଗା ହୋଇଥିବା ରୋଭର ପ୍ରଜ୍ଞାନ ଜହ୍ନରେ ଚାଲିବା ଆରମ୍ଭ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ ।

ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବେଳେ ଆଜିଠୁ ରୋଭର ପ୍ରଜ୍ଞାନ ଚାଲିବା ଆରମ୍ଭ କରିଛି। ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ ।

ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଥିଲା । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମ ର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା। ପ୍ରଥମ ଦୁଇଟି ଲକ୍ଷ୍ୟ ପୂରଣ ହୋଇଛି।

ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି। ଏବେ ପ୍ରଜ୍ଞାନ ର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା । ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ ଓ ସେସବୁ ତଥ୍ୟ ଇସ୍ରୋକୁ ପଠାଇବ।

ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି। ଏହାର ଅର୍ଥ ସେଠାରେ ପାଣି ଥାଇପାରେ। ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା। ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକ୍ସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ।

ଚନ୍ଦ୍ରର ବାୟୁମଣ୍ଡଳରେ କ’ଣ କ’ଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପ୍ଲେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ । ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର।

ରୋଭର ପ୍ରଜ୍ଞାନ ଆସନ୍ତା ୧୪ ଦିନ ଧରି ଜହ୍ନରେ ବିଚରଣ କରିବ । କାରଣ ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରର ଗୋଟିଏ ଦିନ । ଏହା ମଧ୍ୟରେ ତାହା ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ ।

ଗତକାଲି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିଥିଲା ଓ ଏହି ବାଟ ଦେଇ ତଳକୁ ଗଡ଼ିଆସି ଥିଲା ୬ ଚକିଆ ରୋଭର୍ ପ୍ରଜ୍ଞାନ। ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର ରହିଛି।

ମୟୁରଭଞ୍ଜ ବନ୍ଦ ଡାକରା

COASTAL NEWS Odia 480

ମୟୁରଭଞ୍ଜ ବନ୍ଦ ଡାକରା


: ଦୋକାନ ବଜାର ସହ ଅଫିସ ଓ ଶିକ୍ଷାନୁଷ୍ଠାନରେ ତାଲା

ମୟୁରଭଞ୍ଜ : ଜେଏମଏମ ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଆବାସ ଯୋଜନାରେ ହିତାଧିକାରୀ ମାନଙ୍କ ଅର୍ଥ ରାଶିକୁ ବୃଦ୍ଧି, ଅଲଚିକି ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି ଦାବି ଓ ପ୍ରତି ଗାଁରେ ଜାହିରାର ଉନ୍ନତିକରଣ ପରି ୧୫ ଦଫା ଦାବି ନେଇ ଜେଏମଏମ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ଦୋକାନ ବଜାର, ବସ, ଅଫିସ୍ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ଜଣାପଡ଼ିଛି।

Thursday, August 24, 2023

ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବ ଚନ୍ଦ୍ରଯାନ-୩

 COASTAL NEWS Odia 479

ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବ ଚନ୍ଦ୍ରଯାନ-୩




 

ନୂଆଦିଲ୍ଲୀ :  ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ  ଚନ୍ଦ୍ରଯାନ-୩କୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ । ‘ବିକ୍ରମ୍‌‌’ ଏବଂ ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛନ୍ତି ବୋଲି ଇସ୍ରୋ ନିଶ୍ଚିତ କରିବାପରେ, ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ ହେବ।

ଆନ୍ତଃ ଧ୍ରୁବୀୟ ଅଭିଯାନ ପାଇଁ ଆବଶ୍ୟକ ନୂତନ ବୈଷୟିକ ଜ୍ଞାନର ବିକାଶ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟ ନେଇ ଭାରତର ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ, ପ୍ରପୁଲସନ୍‌‌ ମଡ୍ୟୁଲ ଏବଂ ରୋଭର୍‌‌କୁ ନେଇ ପ୍ରସ୍ତୁତ ହୋଇଛି । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରୋଭର୍‌‌ ସହାୟତାରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ। ଚନ୍ଦ୍ରଯାନ-୩ର ଅଭିଯାନ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ରୋଭର ଗତିଶୀଳତା ଏବଂ ସେହି ସ୍ଥାନରେ ବୈଜ୍ଞାନିକ ପରୀକ୍ଷଣ କରିବ। ପୂର୍ବରୁ ଚନ୍ଦ୍ରଯାନ-୨ର ଆଂଶିକ ସଫଳତାପରେ ଚନ୍ଦ୍ରଯାନ- ୩ରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ଧ୍ରୁବୀୟ ଅଭିଯାନର ଫଳସ୍ୱରୂପ ଏହି ମହାକାଶଯାନ ଦୁଇ ସପ୍ତାହ ଅର୍ଥାତ୍‌‌ ୧୪ ଦିନ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟ କରିବ। ତିନି ହଜାର ୯୦୦ ଗ୍ରାମ ଓଜନ ବିଶିଷ୍ଟ ଚନ୍ଦ୍ରଯାନ-୩ ରେ ୨ ହଜାର ୧୪୮ ଗ୍ରାମ ଓଜନ ବିଶିଷ୍ଟ ପ୍ରପୁଲସନ୍‌‌ ମଡ୍ୟୁଲ ରହିଥିବାବେଳେ ଏକ ହଜାର ୭୫୨ ଗ୍ରାମ ଓଜନର ଲ୍ୟାଣ୍ଡର ମଡ୍ୟୁଲ ଏବଂ ୨୬ କିଲୋଗ୍ରାମ ଓଜନର ରୋଭର୍‌‌ ‘ପ୍ରଜ୍ଞାନ’ ରହିଛି। ତିନୋଟି ଯାକ ଯନ୍ତ୍ରାଂଶ ଶକ୍ତି ଉତ୍ପନ୍ନ ପାଇଁ ସକ୍ଷମ। ସ୍ୱୟଂକ୍ରିୟା ବ୍ୟବସ୍ଥାରେ ପ୍ରପୁଲସନ୍‌‌ ମଡ୍ୟୁଲ ୭୫୮ ୱାଟ୍‌‌, ଲ୍ୟାଣ୍ଡର ମଡ୍ୟୁଲ ୭୩୮ ୱାଟ୍‌‌ ଏବଂ ରୋଭର ‘ପ୍ରଜ୍ଞାନ’ ୫୦ ୱାଟ୍‌‌ ଶକ୍ତି ଉତ୍ପାଦନ କରିପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଅଭିଯାନରେ ବିଶେଷଭାବେ ଚନ୍ଦ୍ରଯାନ-୨ ସହ

ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍‌‌ରୁ ଚନ୍ଦ୍ରଯାନ-୩ ଉତ୍‌‌କ୍ଷେପଣ କରା ଯାଇଥିଲା। ଜୁଲାଇ ୧୫ ତାରିଖରେ ୧୭୩ କିଲୋମିଟର ଓ ଜୁଲାଇ ୧୭ ତାରିଖରେ ୨୨୬ ଏବଂ ଜୁଲାଇ ୨୨ ତାରିଖରେ ଏହାକୁ ୨୩୩ କିଲୋମିଟର କକ୍ଷପଥକୁ ନିଆଯାଇଥିଲା। ଚଳିତମାସ ୧ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫ ତାରିଖରେ ଏହା ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୩କୁ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା। ଚଳିତମାସ ୧୬ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ୧୫୩ କିଲୋମିଟର ନିକଟବର୍ତ୍ତୀ ହେବାପରେ ଅଗଷ୍ଟ ୧୭ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ କୁ ପ୍ରପୁଲସନ୍‌‌ ମଡ୍ୟୁଲଠାରୁ ଅଲଗା କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର୍‌‌ ମଡ୍ୟୁଲ୍‌‌ ମଧ୍ୟରେ ରହିଛି ‘ପ୍ରଜ୍ଞାନ’, ଯାହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ

ଅବତରଣ କରିବା ପରେ ବାହାରକୁ ଆସିଛି । ଚନ୍ଦ୍ରଯାନ-୩ ଅବତରଣ କରିଥିବା ଅଞ୍ଚଳରେ ସୂର୍ଯ୍ୟାଲୋକ ପଡ଼ିବା ପରେ ଲ୍ୟାଣ୍ଡର୍‌‌ ମଡ୍ୟୁଲ୍‌‌ ଭିତରେ ଥିବା ଯନ୍ତ୍ରାଂଶଗୁଡ଼ିକର ଶେଷ ଥରପାଇଁ ଯାଞ୍ଚ୍‌‌ କରାଯାଇଥିଲା। ଚନ୍ଦ୍ରରେ ୧୪ ଦିନ ଅନ୍ଧକାର ଏବଂ ୧୪ ଦିନ ଆଲୋକିତ ହୋଇଥାଏ। ଆଜି ଚନ୍ଦ୍ରରେ ସୂର୍ଯ୍ୟାଲୋକ ଅନୁଭୂତ ହୋଇଥିଲା।



ଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌

 COASTAL NEWS Odia 478

ଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ 



ଗୁଜରାଟ - ଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଗୁଜରାଟର ଭରୁଚ ଜିଲ୍ଲା ଜାମ୍ବୁସାର ନିକଟ ଏକ  ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଉକ୍ତ ସମୟରେ କମ୍ପାନୀରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ ଥିଲେ।

 ପ୍ଲାଣ୍ଟର ଏକ ଟାଙ୍କି ଫାଟି ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଫଳରେ ସେଠାରେ ଥିବା କର୍ମଚାରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ଉପଜିଲ୍ଲାପାଳ, ଏସ୍‌ପି, ପୁଲିସ୍‌ ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍‌ ଲିକ୍‌ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ଉପଜିଲ୍ଲାପାଳ କହିଛନ୍ତି।

Wednesday, August 23, 2023

ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛ

 COASTAL NEWS Odia 477

ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ

<script async custom-element="amp-auto-ads"

        src="https://cdn.ampproject.org/v0/amp-auto-ads-0.1.js">

</script>






ନୂଆଦିଲ୍ଲୀ : ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହି ଅବସରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ସଫଳତା ବିକଶିତ ଭାରତର ଶଙ୍ଖନାଦ ଅଟେ।

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି। ଏବେ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।

୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।

ତେବେ ଚନ୍ଦ୍ରଯାନ -୨ ତୁଳନାରେ ଚନ୍ଦ୍ରଯାନ ୩ କେତେ ଭିନ୍ନ। ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି। ଏହା ସବୁପ୍ରକାର ତ୍ରୁଟିର ତତ୍କାଳ ସମାଧାନ ପାଇଁ ସକ୍ଷମ କରାଯାଇଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ଉଚ୍ଚ ମାନର ଯନ୍ତ୍ରକୌଶଳ ନିୟୋଜିତ ହୋଇଥିଲା। ପାଖାପାଖି ୪୦୦ କମ୍ପାନୀର ଉଚ୍ଚ ମାନର ଯନ୍ତ୍ରପାତି ଖଞ୍ଜା ଯାଇଥିଲା ଚନ୍ଦ୍ରଯାନ-୩ରେ, ଏଥିରେ ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ମଧ୍ୟ ଟେକ୍ନୋଲୋଜି ଯୋଗାଇଥିଲା।

 ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରାଯାଇଛି। ଏବେ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଏହାକୁ ଗଡ଼ାଇ ବୈଜ୍ଞାନିକମାନେ ତଥ୍ୟ ହାସଲ କରିବେ। ଏହା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶର ମାନ୍ୟତା ବି ପାଇଛି।






ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ

COASTAL NEWS Odia 476

ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ





ନୂଆଦିଲ୍ଲୀ : ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହି ଅବସରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ସଫଳତା ବିକଶିତ ଭାରତର ଶଙ୍ଖନାଦ ଅଟେ।

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି। ଏବେ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।

୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।

ତେବେ ଚନ୍ଦ୍ରଯାନ -୨ ତୁଳନାରେ ଚନ୍ଦ୍ରଯାନ ୩ କେତେ ଭିନ୍ନ। ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି। ଏହା ସବୁପ୍ରକାର ତ୍ରୁଟିର ତତ୍କାଳ ସମାଧାନ ପାଇଁ ସକ୍ଷମ କରାଯାଇଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ଉଚ୍ଚ ମାନର ଯନ୍ତ୍ରକୌଶଳ ନିୟୋଜିତ ହୋଇଥିଲା। ପାଖାପାଖି ୪୦୦ କମ୍ପାନୀର ଉଚ୍ଚ ମାନର ଯନ୍ତ୍ରପାତି ଖଞ୍ଜା ଯାଇଥିଲା ଚନ୍ଦ୍ରଯାନ-୩ରେ, ଏଥିରେ ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ମଧ୍ୟ ଟେକ୍ନୋଲୋଜି ଯୋଗାଇଥିଲା।

 ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରାଯାଇଛି। ଏବେ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଏହାକୁ ଗଡ଼ାଇ ବୈଜ୍ଞାନିକମାନେ ତଥ୍ୟ ହାସଲ କରିବେ। ଏହା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶର ମାନ୍ୟତା ବି ପାଇଛି।

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା

 COASTAL NEWS Odia 460 

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା


 ମୟୁରଭଞ୍ଜ- ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ପୁଲିସ।

ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା। ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିଲେ। ହେଲେ ଗିରଫ ଅଧ୍ୟାପିକା ତୁଲିକା ଆଶ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ ଦସ୍ତଖତ ମଧ୍ୟ ମାରି ଦେଇଥିଲେ। ଏନେଇ ପରୀକ୍ଷା ନିୟନ୍ତ୍ରକ କଲେଜ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ ଡାକି ପଚରାଉଚରା କରିଥିଲେ।  ପରେ କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ। ଏହାସହ ଅଧ୍ୟାପିକାଙ୍କ ନାଁରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ

 COASTAL NEWS Odia 474

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ


ଆଇଜଲ,୨୩।୮: ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି।

ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ। ଏହି ଘଟଣା ଆଇଜଲଠାରୁ ୨୧କିଲୋମିଟର ଦୂରରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହକୁ ବାହାର କରାଯାଇଥିବା ବେଳେ ଆଉ କିଛି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ

 COASTAL NEWS Odia 473

ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ




ଗୋଆ --ଦୁନିଆରେ ଆଜିବି ଏମିତି କିଛି ଅଦ୍ଭୁତମୟ ରହସ୍ୟ ଦେଖିବାକୁ ମିଳେ। ଯାହା ଆଜିବି ବିଶ୍ଵରେ ରହସ୍ୟ ଘେରରେ ରହିଆସିଛି। ଠିକ ସେମିତି ଆଶ୍ଚର୍ଯ୍ୟକଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଆର ଚର୍ଚ୍ଚରେ।

ଅନେକ ସମୟରେ ରହସ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଏ। କିଛି କିଛି ଜାଗାରେ ସଫଳତା ମିଳେ ଆଉକିଛି ଲୁଚିଯାଏ। ଗୋଆର ଏକ ରହସ୍ୟମୟ କଥା ଏହାର ଏକ ଉଦାହରଣ। ପ୍ରକୃତରେ ଗୋଆର ଚର୍ଚ୍ଚରେ ୪୫୦ବର୍ଷ ହେଲାଣି ଏକ ମୃତ ଶବକୁ  ରଖାଯାଇଛି। କିନ୍ତୁ ସେ ଶବଟି ଏବେବି ସତେଜ ହୋଇକି ରହିଛି। ଶବଟି କୌଣସି ପ୍ରକାରର ନଷ୍ଟ ନ ହୋଇ କିପରି ରହି ପାରିଛି ଏତେ ବର୍ଷ ତାହା ନିଶ୍ଚୟ ଭାବରେ ମନରେ ଆଗ୍ରହ ସୃଷ୍ଟି କରୁଛି। ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରେ ଯେ, ସେହି ଶବଟିରୁ ରକ୍ତ ଝରେ ଆଉ ହଁ ମଣିଷଙ୍କ ପରି ନଖ ମଧ୍ୟ ବଢେ। ଏବେ ଏହା ଆମକୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ ଯେ, ଏ କୋଉ ଭୂତ କି ପ୍ରେତଙ୍କର ଅଲୌକିକ କାଣ୍ଡ ନୁହଁ। ଏହି ଶରୀରଟି ସ୍ପେନର ଫ୍ରାନ୍ସିସ ଜାଭିୟରଙ୍କର ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।  

ଗୋଆ - ଯିଏ କି ୧୫୦୬ ଖ୍ରୀଷ୍ଟାବ୍ଦ ଏପ୍ରିଲ ୫ରେ ଜନ୍ମ ନେଇଥିଲେ। କୁହାଯାଏ ସେ ଗୋଆରେ ଶାସନ କରୁଥିଲେ ଓ ସେତେବେଳେ ତାଙ୍କୁ ସାଧୁ ବୋଲି ସମସ୍ତେ ମାନୁଥିଲେ। ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ସେ ଥିଲେ ଖ୍ରୀଷ୍ଟଧର୍ମର ପ୍ରଚାରକ। ଲୋକଙ୍କ କହିବା ଅନୁସାରେ ସେ ଅନେକ ଭଲ କାମ କରିଛନ୍ତି। ଦଶ ବର୍ଷ ଭିତରେ ସେଣ୍ଟ ଜାଭିୟର ମିଶନ ସମୟରେ ୫୨ଟି ରାଜ୍ୟରେ ଯୀଶୁଙ୍କ ପ୍ରସାର କରିଥିଲେ। କେବଳ ଭାରତ ନୁହଁ, ଚୀନ ଓ ଜାପାନରେ ମଧ୍ୟ ସେ ନିଜର ଦକ୍ଷତା ଦେଖାଇଥିଲେ। କୁହାଯାଏ ସେ ଏକ ସମୁଦ୍ର ଯାତ୍ରାରେ ଚୀନ ଯାଉଥିଲେ। ଏହି ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ଶିଷ୍ୟ ମାନଙ୍କୁ କହିଥିଲେ ସେ ମରିବା ପରେ ତାଙ୍କ ଶବକୁ କବରରେ ରଖିବାକୁ। ଆଉ ଏହି କବରରେ ଥିବା ତାଙ୍କ ଶବ ଆଜିବି ସେମିତି ସତେଜ ହେଇକି ରହିଛି।

ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ

 COASTAL NEWS Odia 472

   ଶାରଦା  ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ


ବାଲେଶ୍ୱର, ୨୩।୮ : ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି (ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାରଦା ଚିଟ୍‌ଫଣ୍ଡର ଷ୍ଟେଟ୍‌ କୋଅର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ବ୍ରାଞ୍ଚ ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉଭୟଙ୍କୁ ୨ଲକ୍ଷ ୪୦ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟେ ଅଧିକ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଫକୀରମୋହନ ଗୋଲେଇରେ ଥିବା ସୁଧାଞ୍ଜଳି ଟାୱାରରେ ୨୦୧୦ ଜାନୁୟାରୀରେ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲିଥିଲା। ଏହା ଅଧିକ ସୁଧ ଏବଂ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ରେକରିଂ ଡିପୋଜିଟ୍‌ (ଆର୍‌ଡି) ଓ ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ମାଧ୍ୟମରେ ଟଙ୍କା ଉଠାଉଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଏଜେଣ୍ଟ ଭାବରେ ବ୍ୟବହାର କରାଯାଉଥିଲା। ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ୍‌ ଯଥା ସାରଦା ରିୟଲିଟି ଓ ସାରଦା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜମାକାରୀଙ୍କଠାରୁ ୪କୋଟି ୧୬ଲକ୍ଷ ଟଙ୍କା ଠକି ନେଇଥିଲା। ୨୦୧୩ ଜାନୁୟାରୀରୁ ସଂସ୍ଥା ଲୋକଙ୍କ ପ୍ରାପ୍ୟ ଟଙ୍କାକୁ ଫେରସ୍ତ ବନ୍ଦ କରିବା ସହ ସେହିବର୍ଷ ଏପ୍ରିଲରୁ ବାଲେଶ୍ୱର ଶାଖା କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଅଫିସ୍‌କୁ ବନ୍ଦ କରିଥିଲା। ଜମାକାରୀମାନେ ବାଧ୍ୟ ହୋଇ କମ୍ପାନୀର ମୁଖ୍ୟ ସୁଦୀପ୍ତ ସେନଙ୍କ ସମେତ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଂଲା ଥାନା ଅଧୀନ ସିଂଲା ଅଞ୍ଚଳର ଗିରିଜା ଶଙ୍କର ଦାଶଙ୍କ ଅଭିଯୋଗ ଅନୁସାରେ ବାଲେଶ୍ୱର ଓପିଆଇଡି କୋର୍ଟରେ ସିଟି ମାମଲା(ନଂ.୯(ସି)/୨୦୧୬) ରୁଜୁ କରାଯାଇଥିଲା। ପରେ ଏହା ଇଓଡବ୍ଲ୍ୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଜଜ୍‌ ବିଶ୍ୱଜିତ ଦାସ ୬୫ଜଣ ସାକ୍ଷ୍ୟ ଓ ୧୪୪ଟି ଦଲିଲ୍‌ ଦସ୍ତାବିଜ୍‌କୁ ଭିତ୍ତିକରି ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ବାସୁଦେବ ସାମଲ ଓ ସହଦେବଖୁଣ୍ଟା ମଡେଲ ଥାନା ରାଣୀପାଟଣା ଅଞ୍ଚଳର ବିଚିତ୍ରାନନ୍ଦ ଦାସଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବାଲେଶ୍ୱର ତହସିଲ ଅଧୀନ ଶ୍ରୀକୋଣା ମୌଜାରେ ୧୩ଏକର ୬୪ ଡିସିମିଲ ଜମିକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ବାଜ୍ୟାପ୍ତି କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

 COASTAL NEWS Odia 471

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା



ମାହାଙ୍ଗା - ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ପରେ ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ପିଇଟି ଶିକ୍ଷକ ଅନୁପମ ରାୟ। ଉଭୟଙ୍କୁ ପୋକସୋ କୋର୍ଟରେ ହାଜର କରିବା ପରେ ପାରାଦୀପ ଜେଲକୁ ପଠାଇ ଦିଆଯାଇଛି। ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଉଭୟଙ୍କୁ ଗତକାଲି ଗିରଫ କରିଥିଲା ମାହାଙ୍ଗା ପୁଲିସ।

 

ସୂଚନା ଅନୁସାରେ, ୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ  ଘଟିଥିଲା।  ତେବେ  କିଛି ଦିନ ତଳେ ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।

ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି  ସୂଚନା ରହିଛି। ଅଡିଓ ଭାଇରାଲ ହେବା ପରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ମଧ୍ୟ ସକ୍ରିୟ ହୋଇଯାଇଥିଲା। ଆଉ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ବୟାନ ରେକର୍ଡ କରିଥିଲା। ପରେ ଶେଷରେ ଉଭୟଙ୍କୁ ଗିରଫ କରିଥିଲା।

ଆଜି ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ

 COASTAL NEWS Odia 470

ଆଜି ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ



ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂକୁ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଏହା କିପରି ସମ୍ଭବ ହେବ ତାକୁ ନେଇ ମନରେ ରହିଛି ଅସମାହିତ ପ୍ରଶ୍ନ । ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ସଫଳତାର ସହ କିପରି ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର। ତେଣୁ ଆସନ୍ତୁ ଜାଣିବା ଲ୍ୟାଣ୍ଡର୍ ଓ ରୋଭର ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

 

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ । ଛୋଟ କାର୍ ଆକାରର ଲ୍ୟାଣ୍ଡରର ଲମ୍ବ ୨ ମିଟର, ଓସାର ବି ୨ ମିଟର୍ । ଉଚ୍ଚତା ୧.୧୬୬ ମିଟର । ଏଥିରେ ଲାଗିଛି ଏକାଧିକ କ୍ୟାମେରା, ଉନ୍ନତ ସେନ୍ସର । ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି ୪ଟି ଥ୍ରଷ୍ଟର୍ ଏବଂ ୪ଟି ମଜବୁତ ଗୋଡ଼।

ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିବ ଲ୍ୟାଣ୍ଡର୍ । ରଫ୍ ବ୍ରେକିଂ ଫେଜ୍, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ, ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିବ ଲ୍ୟାଣ୍ଡର୍। ଏହାର ବେଗ ଥିବ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ ।

୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ।

ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ନାହିଁ ତ ।

ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡ କରିବ, ନଚେତ ଆଉ ଏକ ସ୍ଥାନକୁ ବାଛିବ । ପୂରା ପ୍ରକ୍ରିୟା ଘଟିବ ୧୭ ମିନିଟ ୨୧ ସେକେଣ୍ଡରୁ ରୁ ୧୭ ମିନିଟ ୩୨ ସେକେଣ୍ଡ ମଧ୍ୟରେ ।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...