AFFILIATE MARKETING

https://binomo.com?a=90810425bb57&t=0

Sunday, August 13, 2023

ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ

ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ



ଜାପାନ -ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ। ଏହା ପରେ ଲୋକମାନେ ଭାବୁଥିବେ ସେ ବୋଧେ କୁକୁର ପରି ଜୀବନ ଜିଉଁଛନ୍ତି। ମାତ୍ର ନା। ସେ କୁକୁର ପରି ବଞ୍ଚିବାକୁ ଆଦୌ ଚାହାନ୍ତି ନାହିଁ।

ଜୁଲାଇ ୨୧ରେ ଟୋକିଓ ରାସ୍ତାରେ ବୁଲୁଥିବା କଲି ସୁଟ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜାପାନୀ ବ୍ୟକ୍ତି ଜଣକ ପଶୁମାନଙ୍କୁ ଭଲ ପାଉଥିବାରୁ ସେ କୁକୁର ପରି କାର୍ଯ୍ୟ କରିବା ପାଇଁ ଏକ ଲୋମ ଥିବା ଡ୍ରେସ୍‌ରେ ପ୍ରାୟ ୧୪ ହଜର ଡଲାର ଖର୍ଚ୍ଚ କରିଥିଲେ। ସୋସିଆଲ ମିଡିଆ ୟୁଜରମାନେ ଭାବନ୍ତି ଯେ, ସେ କୁକୁର ପରି ବଞ୍ଚିବାକୁ ସକ୍ଷମ ହେବା ପାଇଁ ଏହା କରିଛନ୍ତି, କିନ୍ତୁ ସେ କହିଛନ୍ତି, ପଶୁ ପ୍ରତି ତାଙ୍କର ଭଲପାଇବା ରହିଥିବାରୁ ସେ ଏପରି କରିଛନ୍ତି।

ତାଙ୍କ ବିରୋଧରେ କରାଯାଇଥିବା ଅନ୍ୟ ଦାବି ପରି ଟୋକୋ ମଧ୍ୟ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ବ୍ୟକ୍ତି ଜଣକ ତାଙ୍କର ପ୍ରକୃତ ନାମ ଶେୟାର କରିବାକୁ ମନା କରୁଥିବା ବେଳେ ତାଙ୍କୁ ଟୋକୋ ଭାବରେ ସ୍ବୀକୃତି ଦିଆଯାଇଛି। ତାଙ୍କର ଆଇ ଓ୍ବାଣ୍ଟ ଟୁ ବି ଆନ୍‌ ଆନିମଲ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଠାରେ ସେ ତାଙ୍କ କୁକୁର ବେଶରେ ସହରରେ ବୁଲୁଥିବା ଭିଡିଓ ପୋଷ୍ଟ କରନ୍ତି। ତାଙ୍କର ଭିଡିଓ ବର୍ତ୍ତମାନ ସୁଦ୍ଧା ୬.୮ ମିଲିୟନ ଭ୍ୟୁ ପାଇଛି।

୨୪ ଘଣ୍ଟାରେ ଆଇସିୟୁରେ ୧୭ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଘନେଇଲା ସଙ୍କଟ

 COASTAL NEWS - 364

୨୪ ଘଣ୍ଟାରେ ଆଇସିୟୁରେ ୧୭ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଘନେଇଲା ସଙ୍କଟ 



 

ଥାଣେ,୧୩।୮ : ମୁମ୍ବାଇର ଥାଣେର କଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ଆଇସିୟୁରେ ୧୭ ରୋଗୀଙ୍କ ମୃତ୍ୟୁ ପରେ ଆତଙ୍କ ସୃଷ୍ଟି ହୋଇଛି। ଏହାପୂର୍ବରୁ ଅଗଷ୍ଟ ୧୦ ରେ ଗୋଟିଏ ଦିନରେ ପ୍ରାୟ ୫ ରୋଗୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଡାକ୍ତରଖାନାକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଥିଲା। ମାତ୍ର ୩ ଦିନ ପରେ ପୁଣି ଥରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି ମୃତ୍ୟୁ ଘଟିଥିବା ଅଧିକାଂଶ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତଥାପି, ପ୍ରକୃତ ସଂଖ୍ୟା ସୂଚନା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଅଧିକାରୀମାନେ କହିଛନ୍ତି ସେମାନେ ମୃତ୍ୟୁର ପ୍ରକୃତ କାରଣ ଖୋଜିବାରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ଏହା ଜାଣିବାକୁ ମିଳିଛି ମୃତମାନଙ୍କ ମଧ୍ୟରୁ ଅଧିକାଂଶ ବୃଦ୍ଧ ଏବଂ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ଜଳୁଛି ଆମେରିକାର ହାୱାଇ ଦ୍ୱୀପ।

 COASTAL NEWS - 362

ଜଳୁଛି ଆମେରିକାର ହାୱାଇ ଦ୍ୱୀପ।



ଆମେରିକା - ଜଳୁଛି ଆମେରିକାର ହାୱାଇ ଦ୍ୱୀପ। ଏହି ଦ୍ୱୀପରେ ଥିବା ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯାଇଛି ପୂରା ସହର। ଯେଉଁଠି ଦେଖିବେ ଖାଲି ନିଆଁ ହିଁ ନିଆଁ। ବର୍ତ୍ତମାନ ସୁଦ୍ଧା 89 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇ ସାରିଲେଣି। କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ଭଷ୍ମ ହୋଇଯାଇଛି।

ସୂଚନା ଅନୁସାରେ, ଦୁଇ ଦିନ ତଳେ ଆମେରିକାର ହାୱାଇ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପବନର ବେଗ ଅଧିକ ଥିବାରୁ ଧୀରେ ଧୀରେ ନିଆଁ ଜଙ୍ଗଲରୁ ଜନବସତିକୁ ବ୍ୟାପି ଯାଇଛି। ଫଳରେ ହାୱାଇ ଦ୍ୱୀପର ଥିବା ହଜାର ହଜାର ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱଂସସ୍ତୂପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ସହରର ସବୁ ଅଞ୍ଚଳରେ ପାଉଁଶର ପାହାଡ ଦେଖିବାକୁ ମିଳୁଛି। 

ହାୱାଇ ପ୍ରଦେଶର ଗଭର୍ନର କହିଛନ୍ତି ଯେ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଲାଗିଯିବ। ଗତ ତିନି ଦିନ ହେବ ଦ୍ୱୀପରେ ପ୍ରଖର ଅଗ୍ନିକାଣ୍ଡ ଘଟିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଣ୍ଠିରୁ ପ୍ରଭାବିତ ଅଞ୍ଚଳକୁ ଅନୁଦାନ ଦିଆଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଛି। 

ଏବେବି ଥମି ନାହିଁ କୋଭିଡ଼ ଭୟ

 COASTAL NEWS - 361

ଏବେବି ଥମି ନାହିଁ କୋଭିଡ଼ ଭୟ



ବ୍ରିଟେନ୍ - ଭିଡ ଭୟ ଏବେ ବି ଜାରି ରହିଛି । ଏହାର ମାମଲା କମ ଆସୁଥିଲେ ମଧ୍ୟ ଏଥିରେ ପିଡ଼ିତ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ୟା ଦେଖାଯାଉଛି । ତେବେ ଏଭଳି ଏକ ଅସାମାନ୍ୟ ଘଟଣା ଜଣେ କୋଭିଡ ପିଡ଼ିତ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଛି । ୧୦ ମିନିଟ ଛିଡା ହେବା ପରେ ଜଣେ କୋଭିଡ ପୀଡିତ ବ୍ୟକ୍ତିଙ୍କ ଗୋଡ଼ ନୀଳ ରଙ୍ଗ ପଡ଼ିଯାଇଥିବା ଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି । ‘ଦ ଲାନସେଟ୍’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ବିଷୟରେ କୁହାଯାଇଛି । ଏହି ଅଧ୍ୟୟନରେ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିଷୟରେ ଲେଖାଯାଇଛି । ଏହି ବ୍ୟକ୍ତିଙ୍କ ନିକଟରେ ‘ଆକ୍ରୋସାୟନୋସିସ୍’ ନାମକ ଏକ ରୋଗ ବିକଶିତ ହୋଇଛି, ଯେଉଁଥିରେ ଗୋଡ଼ର ଶିରାରେ ରକ୍ତ ଜମାଟ ବାନ୍ଧିଯାଏ ।

ବ୍ରିଟେନର ଲିଡ୍ସ ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି ଯେ, ଠିଆ ହେବାର ଗୋଟିଏ ମିନିଟ ପରେ ତାଙ୍କ ଗୋଡ଼ ଲାଲ ହେବାକୁ ଲାଗିଥିଲା ଏବଂ ସମୟ ସହିତ ନୀଳ ହେବାକୁ ଲାଗିଥିଲା, ପରେ ଶିରା ଅଧିକ ଦେଖା ଯାଇଥିଲା । ଦଶ ମିନିଟ ଠିଆ ହେବା ପରେ ରଙ୍ଗ ଅଧିକ ସ୍ପଷ୍ଟ ହୋଇଥିଲା । ରୋଗୀ ତାଙ୍କ ଗୋଡରେ କୁଣ୍ଡେଇ ହେବା, ଭାରି ଲାଗିବା ଭଳି ସମସ୍ୟା ଅନୁଭବ କରିଥିବା ଅଭିଯୋଗ କରିଥିଲେ । ତେବେ, ଦୁଇ ମିନିଟ ବସିବା ପରେ ତାଙ୍କ ଗୋଡ଼ର ରଙ୍ଗ ପୂର୍ବ ପରି ହୋଇଥିଲା ।

ଅନୁସନ୍ଧାନକାରୀମାନେ ଅଧ୍ୟୟନରେ କହିଛନ୍ତି ଯେ ରୋଗୀଙ୍କର କୋଭିଡ –୧୯ ସଂକ୍ରମଣ ପରେ ଗୋଡ଼ରେ ଏପରି ରଙ୍ଗ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା । ଅଧ୍ୟୟନର ଲେଖକ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମେଡିସିନର ଆସୋସିଏଟ କ୍ଲିନିକାଲ ପ୍ରଫେସର ମନୋଜ ସିଭାନ କହିଛନ୍ତି ଯେ, ଏହା ଜଣେ ରୋଗୀଙ୍କ ନିକଟରେ’ଆକ୍ରୋସାୟନୋସିସ୍’ର ଗୋଟିଏ ମାମଲା ଥିଲା । ସେ COVID-19 ସଂକ୍ରମଣ ପୂର୍ବରୁ ଏହା ଅନୁଭବ କରିନଥିଲେ ।

ରୋଗୀଙ୍କୁ ‘ପୋଷ୍ଟୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚିକାର୍ଡିଆ ସିଣ୍ଡ୍ରୋମ୍’ (POTS) ରୋଗରେ ଚିହ୍ନଟ କରାଯାଇଥିଲା । ଏହି ରୋଗରେ ବ୍ୟକ୍ତି ଛିଡା ହେଲେ ହୃଦସ୍ପନ୍ଦନରେ ଅସ୍ୱାଭାବିକ ବୃଦ୍ଧି ଘଟିଥାଏ ।

୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି



ଭୁବନେଶ୍ବର - ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ବରଗଡ଼,ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଅଫିସର ଅଗସ୍ତି ପ୍ରଧାନଙ୍କୁ ଦକ୍ଷିଣାଂଚଳ ଆରଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ସେହିପରି ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା(କ)ଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବରଙ୍କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। 

ରାସଗୋବିନ୍ଦପୁର ବିଡିଓ ଲଲାଟେନ୍ଦୁ ସିଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ, ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହାନ୍ତଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ, କେନ୍ଦୁଝର ସାହାଡ଼ାପଡ଼ା ବିଡିଓ ବିଜୟ କୁମାର ନାୟକଙ୍କୁ ପାନପୋଷ ଉପଜିଲ୍ଲାପାଳ, ଗଞ୍ଜାମ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। 

ପଥର ଖାଦାନରେ ଗଡିଲା ମୁଣ୍ଡ

 ପଥର ଖାଦାନରେ ଗଡିଲା ମୁଣ୍ଡ 



ଯାଜପୁର/୧୩ା୮-ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ସନାତନ ଦଳେଇ(୫୫)। ଜଙ୍ଗଲ ଜମି ଏବଂ ବେଆଇନ ଖାଦାନରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ଆଳ କରାଯାଉଛି। ସୂଚନା ମୁତାବକ ସନାତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ଖାଦାନରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଶନିବାର ସକାଳୁ ସେ କାମ କରିବାକୁ ଖାଦାନକୁ ଯାଇଥିଲେ। କାମ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ସନାତନ କୌଣସି କାରଣରୁ ପାହାଡ଼ ଉପରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ଜେମା ଦଳେଇଙ୍କ ଅଭିଯୋଗ ଅନୁସାରେ ସନାତନ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। କୌଣସି କାରଣରୁ ସେ ପାହାଡ଼ରୁ ଗଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସନାତନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜେନାପୁର ଥାନାରେ ୨୦/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଯାଜପୁରରୋଡ୍‌ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଜେନାପୁର ଥାନା ଏସଆଇ ସୌମ୍ୟରଞ୍ଜନ ଭୋଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ସଞ୍ଜୟ କୁମାର କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି। ଏହାବାଦ୍‌ ତଦନ୍ତ ଚାଲିଛି ଏବଂ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ଏହି ପାହାଡ଼ ଜଙ୍ଗଲ କିସମ ହୋଇଥିବା ବେଳେ ଏଠାରେ ବନ ବିଭାଗ ପକ୍ଷରୁ ପ୍ରାୟ ୧ ବର୍ଷ ହେବ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ତାହା ଲୋକ ଦେଖାଣିଆ ହୋଇଥିବାରୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ କଳାପଥର ଖାଦାନ ଚାଲିଥିଲା ବୋଲି ଆଲୋଚନା ହେଉଛି।

ଜଙ୍ଗଲ ଜମି ଏବଂ ବେଆଇନ ଖାଦାନଗୁଡ଼ିକରେ ଗତ ୧୦ ବର୍ଷରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ତାହାର କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ଧର୍ମଶାଳା ବ୍ଲକ ତଥା ଜେନାପୁର ଥାନା ଅଞ୍ଚଳରେ ଥିବା ଛୋଟବଡ଼ ପ୍ରାୟ ୩୦୦ ବେଆଇନ ପଥର ଖାଦାନରେ ନିୟମିତ ଭାବେ ଦୁର୍ଘଟଣା ଘଟି ନିରୀହ ଶ୍ରମିକମଙ୍କ ଜୀବନ ଯାଉଛି। ପ୍ରଶାସନିକ ଅଧିକାରୀ ବେଆଇନ ଖାଦାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟି ପ୍ରଭାବଶାଳୀ ଲୋକଙ୍କ ବେଆଇନ କାର୍ଯ୍ୟ ପ୍ରତି ଆଖି ବନ୍ଦ କରି ସେଥିରେ ସହଯୋଗୀ ପାଲଟୁଛନ୍ତି। ବଳଙ୍ଗ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ଯାଜପୁର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଦେଇଥିବା ରିପୋର୍ଟରେ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବଜାରେ ରହିଛି ା ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗର କଟକ ଡିଭିଜନ ଡିଏଫ୍‌ଓଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଏଭଳି ବେଆଇନ ଖାଦାନ ଚାଲିଥିବାରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ହାତ ଲଗାଇ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି।

Saturday, August 12, 2023

ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା

 COASTAL NEWS - 358 

ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା



ନୂଆଦିଲ୍ଲୀ - ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା ହୋଇଛି। ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି। ସେହିପରି ଏହି ୧୪୦ ପୁଲିସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି।

ଓଡ଼ିଶାରୁ ଯେଉଁ ପୁଲିସ ଅଧିକାରୀମାନେ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ପାଇବେ, ସେମାନେ ହେଉଛନ୍ତି- ଡିଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ, ଡିଏସ୍‌ପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ ସାହୁ ଓ ଦୁର୍ଗେଶ ନନ୍ଦିନୀ ମହାନ୍ତି।

ପ୍ରଭାତ କୁମାର ବିଶ୍ୱାଳ ଏବେ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମାନସ ରଞ୍ଜନ ପ୍ରଧାନ ମଧ୍ୟ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର୍ଯ୍ୟ କରନ୍ତି।

ଚଳିତ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ପାଇଁ ସିବିଆଇରୁ ୧୫ ଜଣ ଅଧିକାରୀ ମନୋନୀତ ହୋଇଥିବା ବେଳେ ଏନ୍‌ଆଇଏରୁ ୧୨ ଜଣ ଅଧିକାରୀ ମନୋନୀତ ହୋଇଛନ୍ତି। ସେହିପରି ଉତ୍ତର ପ୍ରଦେଶରୁ ୧୦ ଜଣ ମନୋନୀତ ହୋଇଥିବା ବେଳେ କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡୁରୁ ୮, ମଧ୍ୟ ପ୍ରଦେଶରୁ ୭ ଓ ଗୁଜରାଟରୁ ୬ ଜଣ ମନୋନୀତ ହୋଇଛନ୍ତି।

ଏହି ପଦକ ୨୦୧୮ ମସିହାରୁ ଦିଆଯାଉଛି। ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ଏହି ପଦକ ପାଇବା ପାଇଁ ମନୋନୀତ ହୋଇଥିବା ପୁଲିସ ଅଧିକାରୀଙ୍କ ନାମ ଘୋଷଣା କରାଯାଏ।  

କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର

 COASTAL NEWS - 57

କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର




ମର୍ଶାଘାଇ : କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର।ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଦୁଇ ଗୁରୁତର ପିଲାଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତରିତ କରାଯାଇଛି ।  ଛାତ୍ରଛାତ୍ରୀମାନେ କ୍ଲାସରେ ଖେଳୁଥିବା ଏବଂ ବସିଥିବା ସମୟରେ ବଜ୍ରପାତରେ ସ୍କୁଲ ଘରର ଫ୍ୟାନ ଫାଟି ପିଲାଙ୍କ ଉପରେ ପଡିବାରୁ ଗୁରୁତର ହୋଇ ବେହୋସ ହୋଇପଡିଲେ ସମସ୍ତ ଛାତ୍ରଛାତ୍ରୀ।

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର

 COASTAL NEWS - 356

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର



ନୂଆଦିଲ୍ଲୀ - --ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏବେ ଆପଣ ଗୋଟିଏ ଫୋନ୍‌ରେ ଏକାଧିକ ହ୍ୱାଟ୍ସଆପ୍ ଚଲାଇ ପାରିବେ । ଏଥିପାଇଁ ଲୋକମାନଙ୍କୁ ଆଉ ଏକାଧିକ୍ ଆପ୍‌ର ଆବଶ୍ୟକ ପଡ଼ିବ ନାହିଁ । ବେଟାରେ(ଗୁଗୁଲ୍ ପ୍ଲେ ଷ୍ଟୋର୍) ଉପଲବ୍ଧ ଏହି ନୁଆ ଭର୍ସନ ୨.୨୩.୧୭.୮ ୟୁଜର ମାନଙ୍କୁ ଗୋଟିଏ ହ୍ୱାଟ୍ସଆପ୍ ଆପ୍‌ରେ ଏକାଧିକ ଆକାଉଣ୍ଟ ଚଲାଇବାକୁ ଅନୁମତି ଦେବ ।

ଏହି ଫିଚର ପୁର୍ବରୁ ବିକଶିତ କରାଯାଉଥିବା ବେଳେ ଏବେ ଏହା ଉପଲବ୍ଧ ହୋଇଛି । ଲୋକମାନେ ହ୍ୱାଟ୍ସଆପ୍ ଅପଡେଟ୍ କରି ଏହି ନୂଆ ଫିଚର ପାଇପାରିବେ । ଏଥିପାଇଁ ୟୁଜରମାନେ ହ୍ୱାଇଟ୍ସଆପ୍‌ରେ ପ୍ରଥମେ ସେଟିଂ ଅପ୍ସନରେ କ୍ଲିକ୍ କରନ୍ତୁ । ଏହାପରେ ଡାହାଣ ପାଶ୍ୱର୍ରେ ଥିବା କ୍ୟୁଆର୍ କୋଡ୍ ପାଖରେ ଥିବା ତୀର ଚିହ୍ନରେ କ୍ଲିକ୍ କରି ନୂଆ ଆକାଉଣ୍ଟ ଖୋଲିପାରିବେ ଏବଂ ଆଉ ଏକ ଆକାଉଣ୍ଟକୁ ସ୍ୱିଚ୍ କରିପାରିବେ । ସମସ୍ତ ଆକାଉଣ୍ଟର ନିଜସ୍ୱ ଚାଟ୍‌, ନୋଟିଫିକେସ୍ ଏବଂ ସେଟିଂ ଗୋଟିଏ ଫୋନ୍‌ରେ ରହିବ । ଯେଉଁ ପର୍ଯ୍ୟନ୍ତ ୟୁଜର ସେହି ଆକାଉଣ୍ଟକୁ ଲଗ୍ ଆଉଟ୍ କରି ନାହାନ୍ତି ।

ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି

 COASTAL NEWS - 355

ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି



ନୂଆଦିଲ୍ଲୀ - ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହୋଇଛି।

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ବିଲ୍‌, ଜନ ବିଶ୍ୱାସ(ସଂଶୋଧନ) ବିଲ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା।

ତେବେ ଆଇନରେ ପରିଣତ ହୋଇଥିବା ୪ଟି ବିଲ୍‌ ମଧ୍ୟରୁ ୨ଟିକୁ ବିରୋଧୀ କଡ଼ା ବିରୋଧ କରିଥିଲେ। ଉକ୍ତ ଦୁଇ ବିଲ୍‌ ଆଇନରେ ପରିଣତ ହୋଇଥିଲେ ହେଁ ବିବାଦ ଶେଷ ହୋଇନାହିଁ।

ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି। ସୁପ୍ରିମକୋର୍ଟ ପ୍ରଥମେ ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ବୋଲି କହିଥିଲେ। ଏହାକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଅଧ୍ୟାଦେଶ ଆଣିଥିଲେ।

ଏହାପରେ ମୌସୁମୀ ଅଧିବେଶନରେ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌କୁ ପାସ କରାଯାଇଛି। ବିରୋଧୀ ମେଣ୍ଟ ଏହାକୁ ବିରୋଧ କରିଥିବା ବେଳେ ପ୍ରଥମେ ଏହି ବିଲ୍‌ ବେଶ ସହଜରେ ଲୋକସଭାରେ ପାରିତ ହୋଇଥିଲା। ରାଜ୍ୟସଭାରେ ବିଜେପି ପାଖରେ ବିଲ୍‌ ପାସ କରାଇବାକୁ ସଂଖ୍ୟା ନଥିଲା। ହେଲେ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଦଳ ବିଲ୍‌କୁ ସମର୍ଥନ କରିବାରୁ ବିରୋଧୀ ରାଜ୍ୟସଭାରେ ମଧ୍ୟ ଫେଲ ମାରିଥିଲେ।

ସରକାର ଏହାକୁ ଦିଲ୍ଲୀ ସରକାର କରୁଥିବା ଦୁର୍ନୀତିକୁ ରୋକିବା ପାଇଁ ଅଣାଯାଇଥିବା ଯୁକ୍ତି ରଖିଛନ୍ତି। ହେଲେ ଗଣତାନ୍ତ୍ରିକ ପରମ୍ପରା ଓ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌କୁ ପାରିତ କରିଥିବା କହିଛନ୍ତି।

ଆଉ ଗୋଟିଏ ବିଲ ଯାହା ଏବେ ଆଇନରେ ପରିଣତ ହୋଇଛି, ସେଇଟା ହେଲେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌। ମଣିପୁର ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବା ପାଇଁ ନାରାବାଜୀ କରୁଥିବା ବେଳେ ଭୟସ ଭୋଟ ବା ବାଚନିକ ଭୋଟରେ ଏହି ବିଲ୍‌ ପାରିତ ହୋଇଥିଲା। ବିରୋଧୀ ବିଲ୍‌ରେ କିଛି ସଂଶୋଧନ କରିବାକୁ ଦାବି କରିଥିଲେ ମଧ୍ୟ ଏହା ମଧ୍ୟ ଫେଲ ମାରିଥିଲା।

ଅନଲାଇନ ପ୍ଲାଟଫର୍ମରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ସରକାର ଏହି ବିଲ୍‌ ଆଣିଥିବା କହିଛନ୍ତି। ତଥ୍ୟ ସାର୍ବଜନୀନ ହେଲେ ଦୋଷୀକୁ ୨୫୦ କୋଟି ଯାଏ ଜୋରିମାନା ଦେବାର ବ୍ୟବସ୍ଥା ଏଥିରେ ରହିଛି। ବିରୋଧୀଙ୍କ କହିବା କଥା ଏପରି ଆଇନ ଦ୍ୱାରା ସରକାର ଦେଶକୁ ଗୋଟିଏ ସର୍ଭେଲାନ୍ସ ଷ୍ଟେଟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା

 354

ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା



ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା। ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଆଜି ମାଷ୍ଟରକ୍ୟାଣ୍ଟିନ୍‌‌ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।

ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହେଲେ

 SL NO-353

ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହେଲେ 



ବଲାଙ୍ଗୀର : ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ପୁଣି ତେଜି ଉଠିଛି। ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ସହଯୋଗ କଲାନି। ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ବଲାଙ୍ଗିର ରାଜପ୍ରସାଦ ମଧ୍ୟରେ ଥିବା ନିଜ ବ୍ୟକ୍ତିଗତ ଜିନିଷ ଆଣିବାକୁ ଡେରାଡୁନରୁ ବଲାଙ୍ଗିର ଆସିଛନ୍ତି ଅଦ୍ରିଜା। ସୂଚନା ଅନୁସାରେ, ଆଜି ଆୟୋଜିତ ଏକ ସାମ୍ବିଦିକ ସମ୍ମିଳନୀରେ ଅଦ୍ରିଜା ମଞ୍ଜରୀ କହିଛନ୍ତି, ମୋତେ ମାନସିକ ଭାବେ ବହୁତ ନିର୍ଯାତନା ଦିଆଯାଇଛି। ତେଣୁ ମୁଁ ଶାଶୁ ଘର ଛାଡ଼ି ଏବେ ବାପ ଘର ଡେରାଡୁନରେ ରହୁଛି। ଗତ ୨ ମାସରେ ମୋତେ ଜୀବନରୁ ମାରିବାକୁ ବହୁ ଥର ଧମକ ଦିଆଯାଇଛି। ମୁଁ ଜଣେ ମହିଳା ହୋଇ ବି ପୁଲିସ୍‌ କୌଣସି ସୁରକ୍ଷା ପ୍ରଦାନ କରୁ ନ ଥିବାରୁ ନିରାଶ ହୋଇଯାଇଛି। ଅନ୍ୟ ପକ୍ଷରେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।

 

ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରିବା ଅଭିଯୋଗ

 ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରିବା ଅଭିଯୋଗ



ଟିଟିଲାଗଡ଼ - ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରି ଦେଇଥିଲେ। ବିକ୍ରି କରାଯିବାର ୮ଦିନ ପରେ ଛତିଶଗଡରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ।

ଅଗଷ୍ଟ ୩ ତାରିଖରେ ଟିଟିଲାଗଡ଼ ସହର ଝଙ୍କରପଡ଼ାର ସନ୍ତୋଷ ପଟେଲ ଓ ପୁଷ୍ପା ପଟେଲ ନିଜର ୪ଦିନର ପୁଅକୁ ଅଢେଇ ଲକ୍ଷ ଟଙ୍କାରେ ରମାଜାନ ଶେଖ ନାକକ ଜଣେ ଦଲାଲକୁ ବିକ୍ରି କରି ଦେଇଥିଲେ। ରମାଜାନ କଳାହାଣ୍ଡିର ଜଣେ ଦଲାଲ ରାଜାକୁ ଶିଶୁପୁତ୍ରଟିକୁ ବିକ୍ରି କରି ଦେଇଥିଲା। ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ସେମାନେ ସନ୍ତୋଷ ଓ ତାଙ୍କ ସ୍ତ୍ରୀକୁ ପୁଅ ବିଷୟରେ ପଚାରିଥିଲେ। ସେମାନେ ଗ୍ରାମବାସୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ତେଣୁ ଗ୍ରାମବାସୀଙ୍କର ସନ୍ଦେହ ବଢ଼ିଥିଲା। ସେମାନେ ଏହି ବିଷୟରେ ପୁଲିସକୁ ଜଣାଇଥିଲେ।

ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ତୋଷ ଓ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ପୁଲିସ ନିକଟରେ ସତ ମାନିଥିଲେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ। ଦଲାଲକୁ ଛୁଆଟିକୁ ବିକ୍ରି କରି ଦେଇଥିବା କହିଥିଲେ। ଏହା ପରେ ପୁଲିସ ସନ୍ତୋଷ,ଦଲାଲ ରମାଜାନ ଓ କୁନାକୁ ଗିରଫ କରିଥିଲା। ଏହାସହ ଛୁଆଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଥିଲା। ଗତକାଲି ପୁଲିସ ଛତିଶଗଡ଼ରୁ ଛୁଆଟିକୁ ଉଦ୍ଧାର କରି ବଲାଙ୍ଗିର ଆଣିଥିଲା। ଶିଶୁଟିର ସ୍ୱାସ୍ଥ୍ୟପରୀକ୍ଷା କରାଯିବା ପରେ ବାଲାଙ୍ଗିର ଶିଶୁ ସୁରକ୍ଷା କେନ୍ଦ୍ରରେ ରଖାଯାଇଛି।

ପୁଲିସ ଏହି ଘଟଣାରେ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉରା କରୁଛି। ଏହି ରାକେଟର ଚେର କେତେ ଯାଏ ଲମ୍ବିଛି, ଏଥିରେ ଆଉ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ତାହାର ତଦନ୍ତ କରୁଛି।

ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ

 ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ 





ନୟାଗଡ଼ : ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ । ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରାଯାଇଛି । ନୟାଗଡ଼ ସଦର ଥାନା ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ୪ ଅପହର୍ତ୍ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାଗଡ଼ ସଦର ଥାନା ପୋଲିସ ।

ଅଭିଯୋଗ ହୋଇଛି, ନୟାଗଡ଼ ରାଜପାଟଣା ନିକଟରେ ଯୁବତୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ୪ ଯୁବକ ଏକ କାରରେ ଆସି ତାଙ୍କୁ ଅଟକାଇଥିଲେ ।ପରେ ଯୁବତୀଙ୍କୁ ଅପହରଣ କରିନେଇଯାଉଥିବା ବେଳେ କେହି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ପିଛା କରି ଚଣ୍ଡୀବସ୍ତ ନିକଟରେ କାରକୁ ଧରିବା ସହ ଜବତ କରି ଥାନାକୁ ଆଣିଛି ।ତେବେ କ’ଣ ପାଇଁ ଅପହରଣ କରିଥିଲେ । ଏହାର ପଛରେ ଆଉ କ’ଣ କାରଣ ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ କରୁଛି ।

ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଙ୍କୁ ମାଡ ମାରି ପୋଲିସ ଅଧିକାରୀ ସସପେଣ୍ଡ

 ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଙ୍କୁ ମାଡ ମାରି ପୋଲିସ ଅଧିକାରୀ ସସପେଣ୍ଡ 



ସୁରଟ : ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଜୋରିମାନା ଟଙ୍କା ଦେବାକୁ ମନା କରିବାରୁ ତାଙ୍କର ରେଳବାଇ ପୁଲିସ୍‌ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ମାରିଲେ। ଏହାର ଭିଡିଓ ଚିତ୍ର ପ୍ରଘଟ ହେବାରୁ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ବ୍ୟକ୍ତିଜଣକ ଗତ ୫ ତାରିଖରେ ସୁରଟ ଷ୍ଟେସନ ନିକଟରେ ଭୁଲ୍‌ ଜାଗାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କ ଉପରେ ଜୋରିମାନା କରାଯାଇଥିଲା। ବ୍ୟକ୍ତିଜଣକ ଜୋରିମାନା ଦେବାକୁ ମନା କରିବାରୁ ତୁରନ୍ତ ତାଙ୍କୁ ଥାନାକୁ ଅଣାଯାଇଥିଲା । ବ୍ୟକ୍ତିଜଣକ ଏହାର ଭିଡିଓ କରୁଥିଲେ। ଜିଆରପି ଅଧିକାରୀ ଏହା କରିବାକୁ ମନା କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଜିଆରପି ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ଲଗାଇ ଦେଇଥିଲେ। ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି

ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ

 ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ



ନୂଆଦିଲ୍ଲୀ - ପୁଅ ନିଖୋଜ ଥିବାରୁ ଚାରିଆଡ଼େ ଖୋଜି ବୁଲିଥିଲା ମା’ । ଥାନାରେ ବି ଅଭିଯୋଗ କରିଥିଲା। ହେଲେ ବହୁ ଖୋଜାଖୋଜି ପରେ ନିଜ ଘର ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ। ନିଜ ଏକମାତ୍ର ପୁଅକୁ ହରାଇ ମା’ ମନ ଛଟପଟ ହେଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏପରି ଏକ ଛାତିଥରା ଘଟଣା ରାଜଧାନୀ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳରେ ଘଟିଛି। ମୃତକ ୧୧ ବର୍ଷୀୟ ନାବାଳକ ବୋଲି ଜଣାଯାଇଛି।

ମୃତକଙ୍କ ମା’ ନିଲୁ ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ନିଜ ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନ ଥିବାରୁ ସେ ନିଜ ପୁଅକୁ ଧରି ଏକୁଟିଆ ରହୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ସେ ଘରକୁ ଫେରି ବାହାରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଅ ଡ୍ୟାନ୍ସ କ୍ଲାସ୍‌ ଯାଇଥିବ ଭାବିଥିଲେ। ମାତ୍ର ଡ୍ୟାନ୍ସ ଶିକ୍ଷକ ଫୋନ୍‌ କରି ପୁଅ ଯାଇ ନ ଥିବା କହିଥିଲେ। ଏହାପରେ ବିଭିନ୍ନ ଆଡ଼େ ଖୋଜାଖୋଜି କରିକି ବି ପୁଅକୁ ପାଇଲେନି।

ଘଟଣା ଜଣାଇବାକୁ ନିଲୁ ନିଜ ସ୍ୱାମୀ ଜୀତେନ୍ଦ୍ରଙ୍କୁ ଫୋନ୍‌ କରିଥିବା ବେଳେ ଜଣେ ମହିଳା ଫୋନ୍‌ ଉଠାଇଥିଲେ। ଏଥିସହ ନିଜ ଲୋକ ଦୂରେଇ ଗଲେ କିପରି ଲାଗେ ବୋଲି ପଚାରିଥିଲେ। ଉକ୍ତ ମହିଳାଙ୍କ କଥା ନିଲୁଙ୍କର ସହଜେ ହଜମ ନ ହେବାରୁ ଏ ନେଇ ସେ ପୁଲିସ୍‌କୁ ଜଣାଯାଇଥିଲେ।

ଏହାପରେ ନିଲୁ ନିଜ ଘରେ ଖୋଜାଖୋଜି କରି ତାଙ୍କ ବେଡର ବକ୍ସ ଭିତରୁ ଅଚେତ ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ତା ବେକରେ ଦାଗ ଚିହ୍ନ ଥିଲା। ପଡ଼ୋଶୀଙ୍କ ସହଯୋଗରରେ ତୁରନ୍ତ ତାକୁ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବହୁ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ରେଡ କରୁଛି। ପୁଲିସ୍‌ କହିବାନୁଯାୟୀ, ଅଭିଯୁକ୍ତ ନିଲାଙ୍କ ପରିବାର ସହ ଜଣାଶୁଣା। ତେଣୁ ସେ ନ ଥିବା ବେଳେ ଅନାୟସରେ ତାଙ୍କ ଘରେ ପଶି ପୁଅକୁ ହତ୍ୟା କରି ଖଟ ବକ୍ସରେ ପଶାଇ ବାହାରୁ ତାଲା ପକାଇ ପଳାଇଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ

 କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ



ଆମେରିକା - କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ। ଏହି ମାମଲାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଘରୁ ଯାହା ବାହାରିଛି ତାହା ଦେଖି ପୁଲିସ୍‌ ମୁଣ୍ଡ ବୁଲାଇ ଦେଇଛି। ଜଜ୍‌ଙ୍କ ଘରୁ ପୁଲିସ୍‌ ୪୭ଟି ହତିଆର ଓ ୨୬ ହଜାରରୁ ଅଧିକ ଗୁଳି ଜବତ କରିଛି।ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ସାଉଥ କଲିଫର୍ଣ୍ଣିଆରେ ଘଟିଛି। 

କାଲିଫର୍ଣ୍ଣିଅର ଏକ କୋର୍ଟର ୭୨ ବର୍ଷ ବୟସ୍କ ବିଚାରପତି ଜେଫରି ଫେରଗୁସନଙ୍କ ପୁଅ କିଛି ଦିନ ପୂର୍ବେ ପୁଲିସ୍‌କୁ ଫୋନ୍‌ କରି ତାଙ୍କ ମା’ଙ୍କ ମୃତଦେହ ଘରେ ପଡ଼ିଥିବା ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘରେ ପହଞ୍ଚି ଗୁଳିବିଦ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଯାଞ୍ଚ ସମୟରେ ଘରୁ ପୁଳା ପୁଳା ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଥିଲା।

ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ଗିରଫ କରିଥିବା ବେଳେ ବୟସାଧିକ କାରଣରୁ ଗୋଟିଏ ଦିନ ପରେ ତାଙ୍କୁ ଜାମିନ ପାଇ ଯାଇଥିବା ଜଣାଯାଇଛି। ଏଥିନିମନ୍ତେ ବିଚାରପତିଙ୍କ ପରିବାରକୁ ୧ ମିଲିୟନ ଡଲାର ଦେବାକୁ ପଡ଼ିଛି। ମାତ୍ର ତାଙ୍କ ପାସପୋର୍ଟକୁ କୋର୍ଟ ଜିମା ଦେବାକୁ ଆଦେଶ ଦିଆଯାଇଛି।

ଏହି ଘଟଣାରେ ବୟସ୍କ ବିଚାରପତି ଜେଫରି ଫେରଗୁସନ ନିଜ ଦୋଷ ସ୍ୱୀକାର କରି ନ ଥିବା ବେଳେ ଏହା ଏକ ଦୁଃଖଦ ଘଟଣା ବୋଲି ତାଙ୍କ ଟିମ୍‌ ପକ୍ଷରୁ ଅଫିସିଆଲି ଟ୍ୱିଟ କରାଯାଇଛି।

ଜେଫରି ଫେରଗୁସନ ୨୦୧୫ ମସିହାରୁ କ୍ରିମିନାଲ ଜଜ୍‌ ଭାବେ କାର୍ଯ୍ୟରତ ଥିବା ବେଳେ ବହୁ ଅପରାଧିକ ମାମଲାର ଚୂଡ଼ାନ୍ତା ରାୟ ପ୍ରକାଶ କରି ସାରିଛନ୍ତି। ହେଲେ ଏବେ ସେ ଏପରି ଏକ ମାମଲାରେ ଫସି ଥିବାରୁ ଆଗକୁ ଏହା କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

 ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି



ଜଳେଶ୍ଵର - ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ। ତାଙ୍କୁ ୪୫ ବର୍ଷ ହୋଇଥିଲା।

ଗଙ୍ଗାଧରଙ୍କର ପେଟ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା। ଏନେଇ ପରିବାର ଲୋକେ ନର୍ସ ଦିଦିଙ୍କୁ ଜଣାଇଥିଲେ। ନର୍ସ ଦିଦି ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ନର୍ସ ଦିଦି ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଗଙ୍ଗାଧର ସ୍ତ୍ରୀ ମାଳତି ମହାନ୍ତ କହିଛନ୍ତି, ନର୍ସ ଦିଦି ନିଦରୁ ଉଠି ଆସି ମୋ ସ୍ୱାମୀଙ୍କୁ ଇଞ୍ଜେକସନ୍ ଦେଇଦେଲେ। ଇଞ୍ଜେକସନ୍ ଦେବାର କିଛି ସମୟ ପରେ ମୋ ସ୍ୱାମୀ ଚାଲିଗଲେ। ନର୍ସ ଦିଦି ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ମୋ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।

ପେଟ ଯନ୍ତ୍ରଣା ଭଲ ହେବା ପାଇଁ ମୁଁ ଇଞ୍ଜେକ୍ସନ ଦେଇଥିଲି। କିପରି ତାଙ୍କର ମୃତ୍ୟୁ ହୋଇଛି ମୁଁ ଜାଣି ନାହିଁ ବୋଲି ସଂପୃକ୍ତ ନର୍ସ ଦିଦି କହିଛନ୍ତି। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ

 ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ 



ଆମେରିକା - ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏହି ନିଆଁ କବଳରେ ପଡ଼ି ଏଯାଏ ଗଲାଣି ୬୭ ଜୀବନ । ଆଖି ପିଛୁଳାକେ ନିଆଁ ବ୍ୟାପୁଥିବାରୁ ହଜାର ହଜାର ଲୋକ ବେଘର ହୋଇ ସାରିଲେଣି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି।

ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍‌ ମାରିଛି। ନିଆଁ ଦ୍ୱାରା କବଳିତ ହୋଇ ଏ ଯାଏ ହଜାରେରୁ ଅଧିକ ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱସଂସ୍ତୁପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ଯୁଆଡ଼େ ଦେଖିବ ସିଆଡ଼େ ଖାଲି ଗଦା ଗଦା ପାଉଁଶ ପଡ଼ିଛି। ଆଖି ପିଛୁଳାକେ ନିଆଁ ବ୍ୟାପିବାରେ ଲାଗିଥିବାରୁ ଏ ଯାବତ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାଣି।

ହାୱାଇ ପ୍ରଦେଶର ଗଭର୍ନରଙ୍କ ସୂଚନା ଅନୁଯାୟୀ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏପରି ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ଏହାକୁ ପୁଣି ଥରେ ଛିଡ଼ା କରିବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଆବଶ୍ୟକ ।

ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ୧୯୧ ମସିହାରେ ଆସିଥିବା ସୁନାମୀ ଯୋଗୁ ୬୧ ଜୀବନହାନୀ ହୋଇଥିଲା। ମାତ୍ର ଏହା ତା’ଠୁ ବି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଆମେରିକାବାସୀ କହିଛନ୍ତି।

ନିଆଁ କେବେଠୁ ଲାଗିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ୮ ତାରିଖରେ ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁ କ୍ରମଃଶ ବ୍ୟାପିଥିବା ଅନୁମାନ କରାଯାଉଛି। ଏଥିସହ ସାମୁଦ୍ରିକ ପବନ ଯୋଗୁ ଏହି ନିଆଁ ବ୍ୟାପିବାରେ ଲାଗି ଭୟଙ୍କର ରୂପ ଧାରଣ କରିଛି।

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ

 ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ



ଅନୁଗୋଳଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଶରତ ପ୍ରଧାନ। ସେ ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

ଶରତ ପ୍ରଧାନ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।

 କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।



କନ୍ଧମାଳ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ହିଂସାକାଣ୍ଡ ବେଳେ ଥାନା ଛାଡ଼ି ପଳାଇବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ପୂର୍ବରୁ ତାଙ୍କୁ ଫିରିଙ୍ଗିଆ ରୁ କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ଗତ ଶନିବାର ଫିରିଙ୍ଗିଆ ଥାନାରେ ଘଟିଥିଲା ଲଙ୍କାକାଣ୍ଡ। ଲୋକେ ଥାନାରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଥିଲେ। ଏଥିରେ ଥାନାର ପ୍ରାୟ ୭୦ ପ୍ରତିଶତ ଭିତ୍ତିଭୂମି ନଷ୍ଟ ହୋଇଛି।

ଥାନାରେ ଘଟିଥିବା ଏହି ହିଂସାକାଣ୍ଡ ପଛର କାରଣ ବି ଥିଲେ ଖୋଦ୍ ତତ୍‌କାଳୀନ ଆଇଆଇସି ତପନ ନାହାକ। ସେ ଓ ତାଙ୍କର ଦୁଇ ସହଯୋଗୀ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଲୋକେ ରାସ୍ତାରୋକ କରିଥିଲେ।

ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ପରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସେଠାରେ ପହଞ୍ଚିଥିଲେ। ସେ ବୁଝାସୁଝା କରିବାକୁ ପ୍ରୟାସ କଲା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଠେଲାପେଲା କରିଥିଲେ। ପରେ ଏସ୍‌ଡିପିଓଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଶହ ଶହ ଲୋକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରୁ ପ୍ରାୟ ୫୦୦ ମିଟର ଦୂର ଫିରିଙ୍ଗିଆ ଥାନା ପର୍ଯ୍ୟନ୍ତ ଆସିଥିଲେ। ଏହି ସମୟରେ ଲୋକେ ଏସ୍‌ଡିପିଓଙ୍କୁ ନିସ୍ତୁକ ମାଡ଼ ପିଟିଥିଲେ। ଏସ୍‌ଡିପିଓଙ୍କ ସହିତ ଅନ୍ୟ କିଛି ପୁଲିସ କର୍ମଚାରୀଙ୍କୁ ମଧ୍ୟ ପିଟିଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହିତ କାଗଜପତ୍ରଗୁଡ଼ିକୁ ଚିରି ଫିଙ୍ଗି ଦେଇଥିଲେ। ଏହା ସହିତ ଥାନାରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ଗାଡ଼ିରେ ସେମାନେ ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣା ପରେ ତପନ ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତା’ ସହିତ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏହା ସହିତ ଏହି ହିଂସାକାଣ୍ଡ ଘଟଣାରେ ପୁଲିସ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି।

ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି

ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି



କଟକ - ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକରେ। ଏନେଇ ଲାଲବାଗ୍ ଥାନାରେ ଅଭିଯୋଗ ହୋଇଛି।

ଲୁଟ୍‌ର ଶିକାର ହୋଇଥିବା ସୁନା ବ୍ୟବସାୟୀଙ୍କ ନାଁ ପଙ୍କଜ କୁମାର ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳରେ। ସେଠାରେ ତାଙ୍କର ଏକ ଛୋଟ ସୁନା ଓ ରୁପା ଦୋକାନ ଅଛି। ଆଜି ସେ ୨ ଲକ୍ଷ ଟଙ୍କା ଧରି କଟକ ଆସିଥିଲେ କିଛି ସୁନା ଓ ରୁପା ଅଳଙ୍କାର କିଣିବା ପାଇଁ।

ପଙ୍କଜଙ୍କ କହିବା ଅନୁଯାୟୀ ସେ ହାଇକୋର୍ଟ ଛକରୁ ଚାଲି ଚାଲି ଯାଉଥିଲେ। ନୟାସଡ଼କ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇଲେ। ସେମାନେ ନିଜକୁ ପୁଲିସ ବୋଲି କହିଥିଲେ। ଆଇ କାର୍ଡ ମଧ୍ୟ ଦେଖାଇଥିଲେ। ସେ ବ୍ୟାଗ୍‌ରେ କ’ଣ ନେଇ ଯାଉଛନ୍ତି, ତାହା ସେମାନେ ଯାଞ୍ଚ କରିବେ ବୋଲି କହିଥିଲେ। କିନ୍ତୁ ପଙ୍କଜ ପ୍ରଥମେ ରାଜି ହୋଇ ନଥିଲେ। ସେମାନେ ତାଙ୍କୁ ବ୍ୟାଗ୍ ଯାଞ୍ଜ ପାଇଁ ବାଧ୍ୟ କରିଥିଲେ।

ପଙ୍କଜଙ୍କ ସମ୍ମୁଖରେ ସେମାନେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଯାଞ୍ଚ କରିଥିଲେ। ତେଣୁ ପଙ୍କଜ ବାଧ୍ୟ ହୋଇ ଦୁଇ ନକଲି ପୁଲିସଙ୍କୁ ତାଙ୍କ ବ୍ୟାଗ୍ ଯାଞ୍ଜ ପାଇଁ ଦେଇଥିଲେ। ଆଉ ଯାଞ୍ଚ ବାହାନାରେ ସେମାନେ ପଙ୍କଜଙ୍କ ବ୍ୟାଗରୁ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଦୁଇ ଲୁଟେରା ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ଉଭୟ ହିନ୍ଦୀ ଓ ଓଡ଼ିଆରେ କଥା ହେଉଥିଲେ ବୋଲି ପଙ୍କଜ କହିଛନ୍ତି।

ପଙ୍କଜଙ୍କ ଅଭିଯୋଗ ଆଧାରରେ ଲାଲବାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...