AFFILIATE MARKETING

https://binomo.com?a=90810425bb57&t=0

Wednesday, July 31, 2024

COASTAL NEWS ODIA 1891 ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବାଣରେ ବିଜେଡି ଘାଇଲା, ୫ଟି ସ୍କୁଲକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ

COASTAL NEWS ODIA 1891


ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବାଣରେ ବିଜେଡି ଘାଇଲା, ୫ଟି ସ୍କୁଲକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ 



ଭୁବନେଶ୍ବର - (CNO) ବିଧାନସଭା ଆରମ୍ଭ ହେବା ଠାରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗିରହିଛି । ଆଜି ବିଧାନସଭାରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ ଗୃହୀତ ହୋଇଛି । ବଜେଟ ନେଇ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଉ ବିରୋଧୀ ବିଜେଡି ଉପରେ ବର୍ଷିଛନ୍ତି ମୋହନ ମାଝି । ମୁଖ୍ୟମନ୍ତ୍ରୀ କିଏ ନେମ ଚେଞ୍ଜର ଓ କିଏ ଗେମ ଚେଞ୍ଜର ବୋଲି ପ୍ରଶ୍ନ କରିଛନ୍ତି । 

ସେ କହିଛନ୍ତି, ଜୁମଲା ସରକାରଙ୍କୁ ଓଡିଶା ଲୋକ ହଟାଇଦେଇଛନ୍ତି । ୭୦୦ ଯୋଜନା ଆରମ୍ଭ ହେଲା ପରେ କେତେବେଳେ ୬ ମାସ ପରେ ତ କେତେବେଳେ ୧ ବର୍ଷ ପରେ ପୁଣି କେତେବେଳେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ପଂଚସଖାଙ୍କ ନାଁରେ ଯୋଜନା ନାମକରଣ କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ୨୪ ବର୍ଷ ଭିତରେ କାହିଁକି ବିଜେଡି ସରକାର କର୍ପସ ଫଣ୍ଡ କରିପାରିଲା ନାହିଁ । ଯଦି ବିଜେପି ଶ୍ରୀଜଗନ୍ନାଥଙ୍କ କର୍ପସ ପାଣ୍ଠି ଗଠନ କଲା ଏହା କଣ ଜୁମଲା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝି । 

ବିଜେପି ସରକାରକୁ ବଦନାମ କରିବାକୁ ଉଦ୍ୟମ ହେଉଛି । ଅନେକ ଅର୍ଥନୈତିକ ବଜେଟକୁ ପ୍ରଶଂସା କରିଛନ୍ତି । ତେଣୁ ଏହା ନେମ ଚେଞ୍ଜର ନୁହେଁ , ଗେମ ଚେଞ୍ଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡିଶା ପାଇଁ ନିଷ୍ପତ୍ତି ନେଇଛୁ । ଓଡିଆ ଅସ୍ମିତାକୁ ରକ୍ଷା କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

5 T ଫାଇଭ-ଟି ସ୍କୁଲକୁ ନେଇ ବି ତତକାଳୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନା ସର୍ବସ୍ୱ ହୋଇ ଲୋକଙ୍କୁ ସେବା ନଦେଇ ପାରିବାରୁ ଲୋକେ ବିଜେଡିକୁ କ୍ଷମା ଦେଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବାବେଳେ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ । 

COASTAL NEWS ODIA 1890 ଘର ପାଇଲେନି ଲୋକେ ରାଜ୍ୟରୁ ଫେରିଗଲା ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର

COASTAL NEWS ODIA 1890

ଘର ପାଇଲେନି ଲୋକେ ରାଜ୍ୟରୁ ଫେରିଗଲା ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର


ଭୁବନେଶ୍ବର - (CNO) ରାଜ୍ୟରୁ ଫେରିଗଲା ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର । ପୂର୍ବ ବିଜେଡି ସରକାର ଉପରେ ଦୋଷ ଲଦିଲେ ମନ୍ତ୍ରୀ। ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ଖଣ୍ଡେ ପାଇଲେନି ଲୋକେ। ପୂର୍ବ ସରକାରଙ୍କ ବେପରୁଆ କାମ ଯୋଗୁଁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିବା ବିଭାଗୀୟ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। 

ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନାହାନ୍ତି। ଫଳରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି।  

ଏହା ବାଦ୍ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାମ ଆରମ୍ଭ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଘର ଅପେକ୍ଷାରେ ଅଛନ୍ତି। 

Thursday, July 25, 2024

COASTAL NEWS ODIA 1889 ଓଡିଶା ସରକାରଙ୍କ ବଜେଟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝିଙ୍କ ଦ୍ଵାରା ଉପସ୍ଥାପିତ

COASTAL NEWS ODIA 1889

ଓଡିଶା ସରକାରଙ୍କ ବଜେଟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝିଙ୍କ ଦ୍ଵାରା ଉପସ୍ଥାପିତ 
 

ଭୁବନେଶ୍ୱର-(CNO) ୨୫।୭: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। 

ମୁଖ୍ୟମନ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିସହ ବଜେଟରେ ସାମାଜିକ ସୁରକ୍ଷା ପାଇଁ ୭ ହଜାର ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 
 
ଭିନ୍ନକ୍ଷମ କଲ୍ୟାଣ ପାଇଁ ୩୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଶିକ୍ଷାକ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। 

ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହୋଇଛି। ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ରଖିଛନ୍ତି।

ମାଗଣା ବିଜୁଳି ପାଇଁ ସହାୟତା

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା

ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି

୨ କିଲୋୱାଟ ପାଇଁ ୬୦ ହଜାର , ୩ କିଲୋୱାଟ ପାଇଁ ୭୮ ହଜାର ରିହାତି

ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା!.

ବିକଶିତ ଗାଁ ବିକଶିତ ଓଡ଼ିଶା

ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ନୂଆ ଯୋଜନା

ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି!.

୨୦୨୭ ସୁଦ୍ଧା ମେଟ୍ରୋ ରେଳ କାର୍ଯ୍ୟକ୍ଷମ

୨୦୨୭ ସୁଦ୍ଧା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ଚାଲିବ

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬୨୫୬ କୋଟିର ବ୍ୟୟବରାଦ

ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ!.

ବିକଶିତ ଗାଁ ବିକଶିତ ଓଡ଼ିଶା

ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ନୂଆ ଯୋଜନା

ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି!.

ଅନ୍ତ୍ୟୋଦୟ ଗୃହ ଯୋଜନା*

ନିମ୍ନ ଆୟକାରୀ ପରିବାରକୁ ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା

ପିଏମ୍‌ ଆବାସ ପାଉନଥିବା ହିତାଧିକାରୀ ପାଇବେ ଅନ୍ତ୍ୟୋଦୟ ଗୃହ!.


ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା

ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ନୂଆ ଯୋଜନା ‘ମାଧୋ ସିଂହ ହାତ ଖର୍ଚ୍ଚ’

ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ମିଳିବ ଟଙ୍କା

ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା!.

ବଦଳିଲା ମୋ ସ୍କୁଲ ନାଁ

ମୋ ସ୍କୁଲ ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ

ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି!.

ଭୁବନେଶ୍ବରରେ ହେବ ନୂଆ ଷ୍ଟାଡିୟମ

ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା*

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି!.

BSKY ଜାଗାରେ ଗୋପବନ୍ଧୁ ଯୋଜନା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାର

ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ

ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମଧ୍ୟ ଘୋଷଣା!.

କଟକ ଏସ୍‌ସିବି ପାଇଁ ହଜାରେ କୋଟି*

ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି

କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି

ଏ ବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଯୋଜନା
ଆରବର୍ଷ ଫୁଲବାଣୀ ଓ ୨୬-୨୭ରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ!.

ସାମାଜିକ ସୁରକ୍ଷା ଭତ୍ତା ୩୫୦୦

ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ

ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା

୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା!.

ଅନାଥ ଶିଶୁଙ୍କ ପାଇଁ ଯଶୋଦା

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’

ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଯୋଜନା ‘ଯଶୋଦା’

ଯଶୋଦା ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ!.

ମହାନଦୀ ନବୀକରଣ ପାଇଁ କମିଟି

ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ

ବୈଷୟିକ କମିଟି ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି!.

ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି

ଓଡ଼ିଶା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ

୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି

ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ!

ମେକ୍‌ ଇନ୍‌ ଓଡ଼ିଶା ଜାଗାରେ ଉତ୍କର୍ଷ ଉତ୍କଳ

ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ

ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ

୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା

୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ!

ବଜେଟ୍ ସପକ୍ଷ ଓ ବିପକ୍ଷରେ ନେତା ଓ ଜନସାଧାରଣରେ ମତ ପ୍ରକାଶ ପାଇଛି l

Tuesday, July 23, 2024

COASTAL NEWS ODIA 1888 ୪୮ ଲକ୍ଷ କୋଟିର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

COASTAL NEWS ODIA 1888

୪୮ ଲକ୍ଷ କୋଟିର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 



ନୂଆଦିଲ୍ଲୀ - (CNO) ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ । ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି । ଯୁବବର୍ଗଙ୍କ ଉପରେ ବଜେଟରେ ଫୋକସ୍ କରିଛନ୍ତି କେନ୍ଦ୍ର ସରକାର । ତେବେ ଚାଲନ୍ତୁ ନଜର ପକାଇବା, ଏଥର ବଜେଟରେ କେଉଁ ବିଭାଗକୁ ମିଳିଛି କେତେ ଟଙ୍କା ? ବଜେଟରେ ପ୍ରତିରକ୍ଷା ବିଭାଗକୁ ମିଳିଛି ୪,୫୪,୭୭୩ କୋଟି ଟଙ୍କା । ସେହିପରି ଗ୍ରାମୀଣ ବିକାଶ ବିଭାଗକୁ ୨,୬୫,୮୦୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । 

କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧,୫୧,୮୫୧ କୋଟି, ଗୃହ ମନ୍ତ୍ରାଳୟ ପାଇଁ ୧,୫୦,୯୮୩ କୋଟି, ଶିକ୍ଷା ମନ୍ତ୍ରାଳୟ ପାଇଁ ୧,୨୫,୬୮୩ କୋଟି, ଆଇଟି ଏବଂ ଟେଲିକମ୍ ବିଭାଗ ପାଇଁ ୧,୧୬,୩୪୨ କୋଟି ଟଙ୍କା ଦିଆଯାଇଛି । ଏଥିସହ ଏଥର ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୮୯,୨୮୭ କୋଟି, ଶକ୍ତି ବିଭାଗ ପାଇଁ ୬୮,୭୬୯ କୋଟି, ସାମାଜିକ କଲ୍ୟାଣ : ୫୬, ୫୦୧ କୋଟି, ବାଣିଜ୍ୟ ଓ ଶିଳ୍ପ ବିଭାଗ ପାଇଁ ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ବଜେଟ୍ ୨୦୨୪କୁ ନେଇ କ'ଣ କହିଲ ରାହୁଲ l 

ସାଧାରଣ ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ… ବଜେଟ ଉପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ‘ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ବଜେଟରେ କିଛି ନାହିଁ। ମନରେଗା ପରି ଯୋଜନାଗୁଡିକ ବିଷୟରେ ଏହି ବଜେଟରେ କୌଣସି ପ୍ରମୁଖ ପଦକ୍ଷେପ ନିଆଯାଇ ନାହିଁ। ସେ ଆହୁରି କହିଛନ୍ତି, ‘ସାଧାରଣ ଲୋକଙ୍କ ରୋଜଗାରରେ ଉନ୍ନତି ଆଣିବା ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ବ୍ୟତୀତ, ଯାହା କିଛି ପଦକ୍ଷେପ ନିଆଯାଇଛି ତାହା ଯଥେଷ୍ଟ ନୁହେଁ । ଏହି ସରକାରରେ ଆୟ ଅସମାନତା ଉପରେ ଆମେ ବହୁତ କମ କାମ ଦେଖିଛୁ। 

ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଜେଟ ସମ୍ପର୍କରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଏହାକୁ ‘ଚେୟାର ସେଭ’ ବଜେଟ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଏହି ବଜେଟକୁ ତାଙ୍କର ସହଯୋଗୀମାନଙ୍କୁ ଖୁସି କରିବା ଭଳି ବଜେଟ ବୋଲି କହିଛନ୍ତି। ତାଙ୍କ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ ଏହି ବଜେଟ ଅଣାଯାଇଛି । ଏଥିରୁ ଆଦାନୀ ଅମ୍ବାନୀ ଉପକୃତ ହେବେ। ହେଲେ ସାଧାରଣ ଭାରତୀୟଙ୍କୁ କୌଣସି ଆରାମ ମିଳିବ ନାହିଁ । 

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ବିକାଶକୁ ନୂତନ ଉଚ୍ଚତାକୁ ନେଇଯିବ। ସମାଜର ସମସ୍ତ ବିଭାଗ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି। ଯୁବକମାନେ ଅନେକ ସୁଯୋଗ ପାଇବେ, ଦଳିତ ଏବଂ ପଛୁଆ ସମ୍ପ୍ରଦାୟର ଲୋକମାନେ ଅଧିକ ଶକ୍ତିଶାଳୀ ହେବେ । ବଜେଟ ଉପସ୍ଥାପନ କରିବା ପରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ଏହି ବଜେଟ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣକୁ ନିଶ୍ଚିତ କରିବ। ଏହା ବ୍ୟତୀତ ଅର୍ଥନୈତିକ ବିକାଶ ମଧ୍ୟ ନୂତନ ଗତି ପାଇବାକୁ ଯାଉଛି। 

ବଜେଟର ୧୦ ବଡ ଖବର: ଏଥର ବଜେଟରେ ରହିଛି କଣ? ୧- ଷ୍ଟାଣ୍ଡାର୍ଡ ଡିଡକସନ ପରିମାଣ ୭୫ ହଜାରକୁ ବଢିଲା ୨- ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ଆୟରେ ୫ ପ୍ରତିଶତ ଟିକସ ୩- ପିଏମ ଆବାସରେ ୩ କୋଟି ଘର ୪- କୃଷି ପାଇଁ ୧.୫୨ ଲକ୍ଷ କୋଟି ୫- ୫ ରାଜ୍ୟରେ କିଷାନ କ୍ରେଡିଟ କାର୍ଡ ୬- ୧୨ ନୂଆ ଇଣ୍ଡଷ୍ଟ୍ରିଆଲ ହବ ପାଇଁ ମଞ୍ଜୁରୀ ୭- ସୁନା, ରୂପା, ପ୍ଲାଟିନମ, ମୋବାଇଲ ଶସ୍ତା ୮- ଓଡିଶାରର ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରାଯିବ ୯- ମହାକାଶ ଅର୍ଥନୀତି ପାଇଁ ୧୦୦୦ କୋଟି ୧୦- ୫ କୋଟି ଆଦିବାସୀଙ୍କ ପାଇଁ ଉନ୍ନତ ଗ୍ରାମ l 

କେନ୍ଦ୍ର ବଜେଟ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା କେନ୍ଦ୍ର ବଜେଟରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ମୁଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଏଥିରେ ବନ୍ୟଜନ୍ତୁ, ଭାସ୍କର୍ଯ୍ୟ, ରାଜପଥ ରହିଛି । ଓଡିଶାର ସୌନ୍ଦର୍ଯ୍ୟ, ଓ ଏହାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଏହି ଭୂମିକା ଗ୍ରହଣ କରିଥିବାରୁ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛୁ l

କେନ୍ଦ୍ର ବଜେଟ୍ ନେଇ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା। କେନ୍ଦ୍ର ବଜେଟ୍ ନେଇ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା। କହିଲେ ଯୁବକ, ମହିଳା, କୃଷକ, ବେକାରୀ ଏବଂ ମୁଦ୍ରାସ୍ଫୀତି ହେଉଛି ପ୍ରମୁଖ ପ୍ରସଙ୍ଗ । 

ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିସାନ କ୍ରେଡିଟ୍‌ କାର୍ଡ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ପାଞ୍ଚଟି ରାଜ୍ୟରେ ଜନ ସମର୍ଥ ଆଧାରିତ କିସାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯିବ।  

ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ ରାଜ୍ୟକୁ ସ୍ବତନ୍ତ୍ର ସହାୟତା ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ଦିଆଯିବ ବୋଳି ବଜେଟ୍‌ରେ ଘୋଷଣା କରାଯାଇଛି। ଏପରିକି ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ମଧ୍ୟ ସହାୟତା ମିଳିବ ବୋଲି ବଜେଟ୍‌ରେ ଉପସ୍ଥାପନ କରାଯାଇଛି  l

ମହଙ୍ଗା ହେବ ପ୍ଲାଷ୍ଟିକ ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁକ୍ଳ ବଢି଼ବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । 

ଶସ୍ତା ହେଲା ମୋବାଇଲ୍ ଫୋନ୍, ଚାର୍ଜର ଏବଂ ବ୍ୟାଟେରୀ ଶସ୍ତା ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତାହେବ କ୍ୟାନ୍ସର ଔଷଧ ଶସ୍ତା ହେବ । ୩ ପ୍ରକାରର କ୍ୟାନ୍ସର ଔଷଧରେ ଲାଗିବ ନାହିଁ କଷ୍ଟମ ଡ୍ୟୁଟି ଔଷଧ ଏବଂ ମେଡିକାଲ ଜିନିଷ ଶସ୍ତା l 

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ । ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆକର ୧୦ ପ୍ରତିଶତ ରହିବା ବେଳେ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ ଏବଂ ୧୨ ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ରହିବା ନେଇ ଘୋଷଣ କରାଯାଇଛି । 

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ  

୨୫ ହଜାର ଗାଁ ରାସ୍ତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ପ୍ରଧାନମନ୍ତ୍ରି ଗ୍ରାମ ସଡକ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବ, ଯେଉଁଥିରେ 25 ହଜାର ଗାଁକୁ ରାସ୍ତା ଯୋଗାଇ ଦିଆଯିବ ... ବିହାରରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

ନେପାଳରେ ବନ୍ୟା ନିୟନ୍ତ୍ରଣ ସଂରଚନା ରହିଛି। ଆମ ସରକାର ଆନୁମାନିକ 11,500 କୋଟି ଟଙ୍କା ବ୍ୟୟରେ ଆର୍ଥିକ ସହାୟତା ପ୍ରଦାନ କରିବେ, ଯାହା ବନ୍ୟା ପରିସ୍ଥିତିରେ ପୀଡିତ, ବନ୍ୟା ପରିଚାଳନା ତଥା ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସହାୟତା ପାଇବ ବନ୍ୟା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି, ବହୁପକ୍ଷୀୟ ସହାୟତା ମାଧ୍ୟମରେ ପୁନଃ ନିର୍ମାଣ ପାଇଁ ସହାୟତା ମଧ୍ୟ ମିଳିବ। 

କମିବ ସୁନା-ରୁପା ମୂଲ୍ୟ ସୁନା, ରୁପା ଏବଂ ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬ ପ୍ରତିଶତ ହ୍ରାସ । ସେହିପରି ମୋବାଇଲ ଏବଂ ଚାର୍ଜର ଉପରେ ମଧ୍ୟ ସୀମା ଶୁଳ୍କ ୧୫ ପ୍ରତିଶତ ହ୍ରାସ ପାଇଛି ।  

ଶସ୍ତା ହେଲା କ୍ୟାନସର୍ ଔଷଧ ୩ ପ୍ରକାର କ୍ୟାନସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରେ କଷ୍ଟମ ଡ୍ୟୁଟି କମିବା ନେଇ ଘୋଷଣ କରାଗଲା । ସେହିପରି ଏକ୍ସରେ ଟ୍ୟୁବ୍ ଉପରେ ମଧ୍ୟ ଶିଳ୍ପ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି ।  

ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ । ରାଜ୍ୟମାନଙ୍କୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ । -ବିନା ସୁଧରେ ରାଜ୍ୟମାନଙ୍କୁ ଋଣ ଯୋଗାଇ ଦିଆଯିବ l

୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ -ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ -ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ -ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ l

ବଜେଟ୍‌ର ଗୁରୁତ୍ୱପର୍ଣ୍ଣ ଅଂଶ:- – ଏହି ବଜେଟ ସମସ୍ତଙ୍କ ବିକାଶ ପାଇଁ – ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ – ଶକ୍ତି ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ – ରୋଜଗାର ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ -ରୋଜଗାର ବୃଦ୍ଧି ହେଉଛି ସରକାରଙ୍କ ପ୍ରାଥମିକତା – ପ୍ରାକୃତିକ ଚାଷ ବୃଦ୍ଧି ଉପରେ ଗୁରୁତ୍ୱ l

ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ । ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ ଓ ହାଟ ନିର୍ମାଣ ହେବ । 
 
ଆନ୍ଧ୍ରପ୍ରଦେଶ_ପାଇଁ_ବଡ_ଘୋଷଣା ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମ ସରକାର ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ବୁଝି, ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବୁ । ଚଳିତ ଆର୍ଥିକ ବର୍ଷରେ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହିତ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।  

ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କେନ୍ଦ୍ର ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ 500 ଟି ଟପ୍ କମ୍ପାନୀରେ 1 କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ଭତ୍ତା ଏବଂ 6000 ଟଙ୍କା ସହାୟତା ପାଇଁ ମାସକୁ 5000 ଟଙ୍କା ଦେଇ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ ପାଇଁ ସରକାର ଏକ ଯୋଜନା ଆରମ୍ଭ କରିବେ।  

କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ପ୍ରସ୍ତାବ ୧-ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ୨-ପୂର୍ବୋତ୍ତର କ୍ଷେତ୍ରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ୩- ଦେଶରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୋଲାଭରମ ଜଳସେଚନ ପ୍ରକଳ୍ପର ପରିସମାପ୍ତି  l

ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ । ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା । ଡର୍ମିଟୋରୀ ବ୍ୟବସ୍ଥା ରହିବ, ସୁବିଧାରେ ରହିପାରିବେ ଶ୍ରମିକ ।  

ଏମଏସଏମଇ ଟର୍ମ ଋଣ ଏମଏସଏମଇ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଏମଏସଏମଇ ମାନଙ୍କୁ ଟର୍ମ ଋଣ ସୁଗମ କରିବା ପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ପ୍ରଣୟନ କରାଯିବ । ଏପ୍ରତ୍ୟେକ ଆବେଦନକାରୀଙ୍କୁ ଏକ ଆର୍ଥିକ ଗ୍ୟାରେଣ୍ଟି ପାଣ୍ଠି ପ୍ରଦାନ କରିବ। 100 କୋଟି ଟଙ୍କା ପର୍ଯ୍ୟନ୍ତ କଭର ହୋଇଥିବାବେଳେ ରୁଣ ପରିମାଣ ଅଧିକ ହୋଇପାରେ | 

ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ । ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ।  

ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ୯ ସୂତ୍ରୀ ଯୋଜନା ଉପରେ ଦେଲେ ଗୁରୁତ୍ୱ
 
୧ – କୃଷିରେ ଉତ୍ପାଦକତା ଓ ଅନୁକୂଳନୀୟ ୨-ରୋଜଗାର ଓ କୌଶଳ ପ୍ରଶିକ୍ଷଣ ୩-ସଂସାଧନ ବିକାଶ ଓ ସାମାଜିକ ନ୍ୟାୟ ୪-ନିର୍ମାଣ ଓ ସେବା ୫- ସହରର ବିକାଶ ୬-ଶକ୍ତି ସୁରକ୍ଷା ୭-ଅବସଂରଚନା ୮- ନବୀକରଣ, ବିକାଶ ଓ ସୁଯୋଗ ୯-ପରବର୍ତ୍ତୀ ପିଢୀ ପାଇଁ ସୁଯୋଗ  l

ପୋଲାଭରମ ଆନ୍ଧ୍ରର ଜୀବନ ରେଖା ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା କହିଲେ ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା । 

ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । 

ବିହାରର ଗୟା ଠାରେ ଶିଳ୍ପାଞ୍ଚଳର ବିକାଶ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୁହନ୍ତି, "ଅମୃତସର-କୋଲକାତା ଶିଳ୍ପ କରିଡରରେ ଆମେ ବିହାରର ଗୟା ଠାରେ ଏକ ଶିଳ୍ପାଞ୍ଚଳର ବିକାଶକୁ ସମର୍ଥନ କରିବୁ। ଏହା ଇଷ୍ଟର ଅଞ୍ଚଳର ବିକାଶରେ ସହାୟକ ହେବ। ଆମେ ସଡକ ସଂଯୋଗ ପ୍ରକଳ୍ପର ବିକାଶକୁ ମଧ୍ୟ ସମର୍ଥନ କରିବୁ- ପାଟନା - ପୂର୍ଣ୍ଣା ଏକ୍ସପ୍ରେସୱେ, ବକ୍ସାର- ଭାଗଲପୁର ରାଜପଥ, ବୋଧଗୟା- ରାଜଗିର-ଭୈସାଲି- ଦାରବଙ୍ଗା ଏବଂ ବକ୍ସରର ଗଙ୍ଗା ନଦୀ ଉପରେ ଅତିରିକ୍ତ ଦୁଇ ଲେନ ବିଶିଷ୍ଟ ସେତୁ 26,000 କୋଟି ଟଙ୍କାରେ ହେବ । 

ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ -ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ -ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ l

Sunday, July 14, 2024

ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର

COASTAL NEWS ODIA 1887

ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର 
 

 
ପୁରୀ (CNO) ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲିଛନ୍ତି। ଏନେଇ ଖବର ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଛି। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍‌ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। 

ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ’ ବୋଲି ସେ କହିଛନ୍ତି।

ପ୍ରକାଶ ଯେ,ଦ୍ୱାଦଶ ଶତାବ୍ଦୀର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ପୁରୀ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ଏବେ ବି ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ମହାପ୍ରଭୁଙ୍କର ଦୁଇଟି ରତ୍ନଭଣ୍ଡାର ଅଛି। ଗୋଟିଏ ଭିତର ଓ ଅନ୍ୟଟି ବାହାର ରତ୍ନଭଣ୍ଡାର। ପ୍ରତିବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବାହାର ରତ୍ନଭଣ୍ଡାରରୁ ରତ୍ନ ଆଭୂଷଣ ଅଣାଯାଇ ବେଶ କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାର ବନ୍ଦ ରହିଥିବାରୁ ସେଠାରେ କେତେ ପରିମାଣର ଆଭୂଷଣ ରହିଛି ତା’ର ସବିଶେଷ ବିବରଣୀ କାହା ପାଖରେ ନାହିଁ। 

ଭିତର ରତ୍ନଭଣ୍ଡାରରେ ୭ଟି ଭଣ୍ଡାର ଘର ଥିବା କୁହାଯାଉଛି। ଭିତର ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅତୀତରେ କ୍ୱଚିତ ଉଦ୍ୟମ ହୋଇଛି। ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହୋଇଥିଲା। ଯେଉଁଥିରେ ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ଅଳଙ୍କାର ମିଶାାଇ ତାଲିକା ହୋଇଥିଲା। 

୧୨ହଜାର ୮୩୧ ଭରି ପଥର ସହିତ ସୁନା ଅଳଙ୍କାର ଓ ୨୨ହଜାର ୧୫୩ ଭରି ପଥର ସହିତ ରୁପା ବାସନ, ପୂଜା ସାମଗ୍ରୀ ରହିଛି। ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୁପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା ।

Saturday, July 6, 2024

COASTAL NEWS ODIA 1886 ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1886

ସଂକ୍ଷିପ୍ତ ସମ୍ବାଦ 


➡️୧- ଆଷାଢ଼ କୃଷ୍ଣ ଅମାବାସ୍ୟା ରେ ଶଅଣସରରେ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ପାଇଁ ଉଭା କରାଗଲା l

➡️୨-ଏଣିକି ରାଜ୍ୟ ଭାଷା ଓଡିଆରେ ହେବ ରାଜ୍ୟ ଶାସନ । ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରି ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ନିର୍ଦ୍ଦେଶ l

➡️୩-ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଲାଗି ଗଠିତ ହୋଇଥିବା ୧୬ ଜଣିଆ ଯାଞ୍ଚ କମିଟି ସଦସ୍ୟଙ୍କ ଆସିଲା ତାଲିକା l ଆସନ୍ତାକାଲି କମିଟି ନିଷ୍ପତ୍ତି ଆଧାରରେ ନିର୍ଦ୍ଧାରିତ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର l

➡️୪-ଜୁଲାଇ ୮-୯ରେ ମସ୍କୋ ଗସ୍ତ କରିବେ ପିଏମ୍ ମୋଦୀ, ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଦେବେ ଯୋଗ l କରିବେ ବୈଶ୍ୱିକ ଘଟଣାକ୍ରମ ଉପରେ ଆଲୋଚନା l

➡️୫-ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ହେବ ସାମିଲ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ନିର୍ଦ୍ଦେଶ l

➡️୬-ଆଉ ମାତ୍ର ୨ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା, ତିନି ରଥର ନିର୍ମାଣ ପ୍ରସ୍ତୁତି ପହଞ୍ଚିଲା ଶେଷ ପର୍ଯ୍ୟାୟରେ l ରଙ୍ଗ କାର୍ଯ୍ୟ ଆରମ୍ଭ ସହ ତିନି ରଥର ଦୁଆର ବେଢ଼ାରେ କନାପକା କାର୍ଯ୍ୟ ହେଲା ଆରମ୍ଭ l

➡️୭-ଏଣିକି ଲୋକସେବା ଭବନ ତୃତୀୟ ମହଲାରୁ ଚାଲିବ ସରକାର । ୨୨ ଦିନ ପରେ ବାସ୍ତୁପୂଜା କରି କାର୍ଯ୍ୟାଳୟକୁ ଆସିଲେ ମୁଖ୍ୟମନ୍ତ୍ରୀ l

➡️୮-ଆସନ୍ତା ୮ ତାରିଖରେ ରଥଯାତ୍ରା ପାଇଁ ସରକାରୀ ଛୁଟିଥିବାରୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଏନେଇ ସୂଚନା ଦେଲେ ସୂଚନା ଦେଲା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ l

➡️୯-ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ହେଲା ଆରମ୍ଭ l ୨୨ ଜଣିଆ କମିଟି ହେଲା ଗଠନ , ୧୫ ଦିନରେ ରିପୋର୍ଟ ଦେବାକୁ ହେଲା ନିର୍ଦ୍ଦେଶ l

➡️୧୦-ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ କ୍ୟାମ୍ପସ ରେ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା l ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ ।

➡️୧୧-ଶେୟାର ମାର୍କେଟ୍‌ର ହେଲା ନୂଆ ରେକର୍ଡ, ପ୍ରଥମ ଥର ଲାଗି ୮୦ ହଜାର ପାର୍ ହେଲା ସେନ୍‌ସେକ୍ସ l

➡️୧୨-ଦୀର୍ଘ ୧୩ ବର୍ଷ ପରେ ଦାରିଦ୍ର୍ୟ ହାର ୨୧.୨ ପ୍ରତିଶତରୁ ୮.୫ ପ୍ରତିଶତକୁ ଖସିଲା, ମିଳିଲା ବଡ଼ ସଫଳତା l

➡️୧୩-ପୁଅ ବାହାଘର ପାଇଁ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କଲେ ମୁକେଶ ଅମ୍ବାନୀ l ଜୁଲାଇ ୧୨ ତାରିଖରେ ଅମ୍ବାନୀ ଘରର ସାନ  ପୁଅ ଅନନ୍ତ ଅମ୍ବାନୀଙ୍କର ରାଧିକା ମାର୍ଚ୍ଚାଣ୍ଟଙ୍କ ସହ ହେବ ବାହାଘର l

➡️୧୪-ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖିଲେ ଦିଲ୍ଲୀର ପ୍ରାୟ ୧୫୦ ଓକିଲ, କେଜ୍ରିଓ୍ବାଲ ମାମଲାରେ ହାଇକୋର୍ଟଙ୍କ ଆଭିମୁଖ୍ୟକୁ ନେଇ ଉଠାଇଲେ ପ୍ରଶ୍ନ l

➡️୧୫-ବିହାରରେ ଭୁଶୁଡ଼ି ଚାଲିଛି ବ୍ରିଜ l ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ଦୁର୍ବଳ ପୋଲ ବଢ଼ାଇଲା ନୀତିଶଙ୍କ ଚିନ୍ତା l

➡️୧୬-ବ୍ରିଟେନରେ ସରିଲା ସାଧାରଣ ନିର୍ବାଚନ ପାଇଁ ମତଦାନ l ଆଜି ଆସିବ ଜନାଦେଶ, ମୋଟ୍ ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ହେଲା ଭୋଟିଂ । ସବୁଠାରୁ ଆଗରେ ଅଛି ଲେବର ପାର୍ଟି l

➡️୧୭-ମାସ ମାସ ଧରି ଯୁଦ୍ଧ ପରେ ରୁଷିଆର ସୈନ୍ୟମାନେ ଶେଷରେ ୟୁକ୍ରେନର ଡୋନେସ୍କ ପ୍ରଦେଶର ଚାସିଭ ୟାର ସହରକୁ କଲେ ଅକ୍ତିଆର l

➡️୧୮-ଟି-୨୦ ବିଶ୍ବ ବିଜେତା ଟିମ୍ ଇଣ୍ଡିଆର ହେଲା ଘରବାହୁଡ଼ା l ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କ୍ୟାପଟେନ୍ ରୋହିତ ଶର୍ମା ଧରାଇଲେ ଟି-୨୦ ବିଶ୍ବକପ୍ ଟ୍ରଫି l ପ୍ରଧାନମନ୍ତ୍ରୀଙ୍କ ସହ ସକାଳ ଜଳଖିଆ କଲେ ରୋହିତ ବାହିନୀ l ସେପଟେ ସନ୍ଧ୍ୟାରେ ମୁମ୍ବାଇରେ ଖୋଲା ବସରେ କଲେ ସହର ପରିକ୍ରମା l

➡️୧୯-ବିମାନବନ୍ଦରରେ ଟିମ୍ ଇଣ୍ଡିଆକୁ ମିଳିଲା ୱାଟର କାନନ ସାଲ୍ୟୁଟ । ଏଭଳି ସ୍ୱାଗତ କୌଣସି ନୂଆ ବିମାନ କିମ୍ବା ନୂଆ ବିମାନବନ୍ଦରକୁ ଆସୁଥିବା ପ୍ରଥମ ବିମାନକୁ ଦିଆଯାଇଥାଏ । 

➡️୨୦-ୱାନଖେଡେ ଷ୍ଟାଡିୟମରେ ଜମେଇକି ନାଚିଲେ ଟୀମ ଇଣ୍ଡିଆ l ଏଥିସହ ବିସିସିଆଇ ଟୀମ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ କଲେ ପ୍ରଦାନ l ସାରା ଷ୍ଟାଡିୟମରେ ତାଳି ଧ୍ୱନୀରେ ଟୀମ ଇଣ୍ଡିଆ ଫ୍ୟାନଙ୍କୁ ଜଣାଇଲେ ଧନ୍ୟବାଦ l


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*


Friday, July 5, 2024

COASTAL NEWS ODIA ନିର୍ବାଚନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

COASTAL NEWS ODIA

ନିର୍ବାଚନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ


            ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା ୦5.୦୭.୨୦୨୪ - (CNO) ସବୁ ସଚିବ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ l ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନ ଠାରେ ସବୁ ସଚିବ ମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ । ଜନପ୍ରତିନିଧି ଭାବରେ ଏବଂ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ । ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତି ଗୁଡିକ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କର ଗୁରୁଦାୟିତ୍ବ। ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଉ ୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ। ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡିଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ । ଗତ ୨୪ ବର୍ଷ ମଧ୍ୟରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡିବ।  ଏହାର ସଫଳତା ପାଇଁ ଆମକୁ ଏହି ୫ ବର୍ଷରେ କଠିନ ପରିଶ୍ରମ କରି ଆମର ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ। ଏହାଦ୍ବାରା ବିକଶିତ ଭାରତରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ହାସଲ କରିପାରିବ ବୋଲି ସେ କହିଥିଲେ ।

ସେହିପରି ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କ ସହିତ ମିଶି ଆଲୋଚନା କରିବା ଦ୍ବାରା ସରକାରଙ୍କ ପ୍ରତି ଲୋକଙ୍କ ଭରସା ସୃଷ୍ଟି ହୁଏ । ଲୋକଙ୍କ ସରକାର ଭାବେ ମୋ ସରକାର କାମ କରିବା ମଧ୍ୟ ଆରମ୍ଭ କରିଦେଇଛି । ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଭରସା ସୃଷ୍ଟି ହୋଇଛି, ସେ ଭରସା ଅତୁଟ ରହିବା ଦରକାର । ଲୋକମାନେ ଯେଉଁ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି, ତାହାର ସମାଧାନ ହେବା ଅତି ଜରୁରୀ । ଏଥିପାଇଁ ଟେକ୍‌ନୋଲୋଜି ସହିତ ଉପଯୁକ୍ତ ତଦାରଖ ବ୍ୟବସ୍ଥା (Monitoring) ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡିଆ ଭାଷାରେ ହୋଇପାରିବ, ସେଥିପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ ।

କେନ୍ଦ୍ର ସରକାରଙ୍କ ଏକାଧିକ ଲୋକପ୍ରିୟ ଯୋଜନା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏହିସବୁ ଯୋଜନାକୁ ତୃଟିଶୂନ୍ୟ ଓ ପ୍ରଭାବୀ ଢଙ୍ଗରେ ଆଗେଇ ନେବା ପାଇଁ ସମର୍ପିତ ଓ ସକ୍ରିୟ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଓଡିଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ବାଧୀନତା ଆପଣମାନଙ୍କର ଅଛି। କିନ୍ତୁ ଆପଣମାନଙ୍କୁ ସ୍ବଚ୍ଛତା ଓ  ଉତ୍ତରଦାୟିତ୍ବର ସୀମା ଭିତରେ କାମ କରିବାକୁ ହେବ। ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟ ପରିମାଣ ଉପରେ ବିଚାର ବିମର୍ଶ କରନ୍ତୁ ଏବଂ ସେ ସବୁ ପ୍ରସଙ୍ଗରେ ଆଜିର ଦିନରେ କଣ ସ୍ଥିତି ଅଛି, ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ମୋ ସରକାରର  ରାଜନୈତିକ ଇଚ୍ଛା ଶକ୍ତି ଦୃଢ ଅଛି । ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ ସରକାରଙ୍କ କେନ୍ଦ୍ରବିନ୍ଦୁ । ନିର୍ଣ୍ଣୟ ପ୍ରକ୍ରିୟାରେ ସମସ୍ତଙ୍କ ଭାଗିଦାରୀ ଆମର ପ୍ରାଥମିକତା । ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ତଳସ୍ତରର କର୍ମଚାରୀଟିଏ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଆମ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ବର ସହ ନେବାକୁ ପଡିବ। ତୃଣମୂଳସ୍ତରରେ ଜନପ୍ରତିନିଧି ମାନଙ୍କ ମତାମତ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସମସ୍ତେ ଏକ ଟିମ୍‌ ହୋଇ ଓଡିଶାର ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବାକୁ ପଡିବ ବୋଲି ସେ କହିଥିଲେ ।

ଓଡିଶା ଏବେ ଦେଶର ଏକ ପ୍ରମୁଖ ବିକାଶଶୀଳ ରାଜ୍ୟ ଭାବେ ମୁଣ୍ଡ ଟେକିଛି । ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ କାମ ଆରମ୍ଭ କରିଛୁ । ଶିକ୍ଷା, ସ୍ବାସ୍ଥ୍ୟ, ଦୁର୍ନୀତି ବିରୋଧୀ ପରିବେଶ, ସାମାଜିକ ନ୍ୟାୟ, ଆର୍ଥିକ ପ୍ରଗତି, ଜନଜାତି କଲ୍ୟାଣ ଓ ଉତ୍ତରଦାୟୀ ପ୍ରଶାସନ ଯୋଗାଇ ଦେବା ପାଇଁ ଆମେ ବଦ୍ଧ ପରିକର। 

ପରିଶେଷରେ ସେ କହିଥିଲେ ଯେ ପ୍ରଶାସନିକ ସଂସ୍କାର ଓ ବିଶ୍ବସନୀୟ ସେବା ପ୍ରଦାନ ଦିଗରେ ଆପଣମାନଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବ, ଏ ବିଶ୍ବାସ ମୋର ରହିଛି । ଆପଣମାନଙ୍କ ସହଯୋଗରେ ଏକ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ହେବ ବୋଲି ସେ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

ସବୁ ବିଭାଗର ସଚିବ ମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ କିପରି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

Thursday, July 4, 2024

COASTAL NEWS HINDI 1884 बगावत का सामना करेगा बीजेडी ?

COASTAL NEWS HINDI 1884

बगावत का सामना करेगा बीजेडी ? 








भुवनेश्वर - (CNO) बीजेडी को बगावत का सामना करना पड़ रहा है . बीजेडी नेता प्रभात  कहा, हार के लिए पांडियन जिम्मेदार हैं।  बबीपंथी की मुलाकात के बाद बीजेडी नेता का बयान, पार्टी में कई फूट !  प्रचार के दौरान मोदी ने यह भी कहा कि 6 महीने में बीजेडी में बड़ा विस्फोट होगा.  राजनीतिक विश्लेषकों की राय थी कि अगर बीजेडी को सत्ता से हटा दिया गया तो पार्टी टूट जायेगी.   

प्रधानमंत्री नरेंद्र मोदी की भविष्यवाणी सच हो रही है.।  आपदा के बाद बीजेडी को बड़े विद्रोह का सामना करना पड़ रहा है.  किसी भी वक्त टीम में बड़ा विस्फोट हो सकता है.  गृहयुद्ध की स्थिति के कारण शंख कैम्पी का उत्थान-पतन हो रहा है।  

नवीन का एकता का मंत्र भी नेताओं को बांधने में नाकाम हो रहा.  शीर्ष नेतृत्व के बीच विवाद है.  विरोधी गुट जगह-जगह जमा हो रहे हैं.  स्थिति कहती है कि सब ठीक नहीं है।  समीक्षा के बाद, सुप्रीम नेतृत्व के नो एक्शन सिद्धांत ने भी बाधाओं को बढ़ा दिया।  ऐसे में राजनीतिक गलियारों में चर्चा है कि प्रधानमंत्री नरेंद्र मोदी और वरिष्ठ पत्रकार रुबेन बनर्जी की यह धारणा सच हो सकती है.

वहीं सच लगरहा  की बगावत में सबसे बड़ा विवाद बबी-पांडियन की जोड़ी को लेकर है.  पांडियन के प्रति नवीन के प्रेम के कारण टीम में असंतोष बढ़ रहा है।  नवीन को पांडियन का बचाव करते हुए विवाद में घसीटा गया है।  पार्टी के एक से एक वरिष्ठ नेता नवीन से सीधे सवाल कर रहे हैं. कुछ दिन पहले पार्टी के वरिष्ठ नेता रणेंद्र प्रताप स्वैन ने शंख भवन में पहली बैठक में अपनी हार का खुलासा किया था.  एक दिन बाद भी विधायक अरुण साहू, बद्री पात्र और गणेश्वर बेहरा रणेंद्र के समर्थन में उतरे.  

वहीं अब पार्टी के एक और वरिष्ठ नेता प्रभात विश्वाल ने कार्यकर्ता सम्मेलन में हार का ठीकरा बबी पांडियन पर फोड़ते हुए चेतावनी दे डाली.  उन्होंने खुलेआम कहा कि अगर सुप्रीम ने 11 दिन के अंदर कुछ नहीं किया तो हार का राज खोल देंगे.  इसी तरह, विपक्षी पार्टी के उप प्रमुख प्रताप देव के घर पर बबीपंथी की बैठक के बाद बीजेडी नेता ने बयान दिया और कहा कि पार्टी में कई विभाजन हैं. 
 
हार के बाद नवीन पटनायक ने कहा था कि कारण जानने के लिए एक कमेटी बनायी जायेगी, लेकिन ऐसा नहीं हुआ.  नवीन के आवास पर वरिष्ठ नेताओं के साथ हुई बैठक में कई नेताओं ने बबी पांडियन को दोषी ठहराया, लेकिन नवीन के सर्टिफिकेट ने मुश्किलें बढ़ा दी हैं.  पार्टी अब इस पर बंट गई है.  वरिष्ठ नेता अलग-अलग गुटों में बंटे हुए हैं.  

एक तरफ प्रसन्न आचार्य, देवी मिश्रा, अतनु सब्यसाची नाइक, संजय दास बर्मा, अरुण साहू, रणेंद्र प्रताप स्वाईन और दूसरी तरफ प्रताप देव, प्रमिला मलिक, निरंजन पुजारी, प्रणब दास और सुशांत राउत जैसे कुछ नेता हैं  बहरहाल, यह तो जगन्‍नाथ की नव जौबन दर्शन के बाद ही पता चलेगा कि पार्टी में इस तरह की फूट की स्थिति और भी विस्‍फोट की ओर ले जा रही है या नहीं ।

Wednesday, July 3, 2024

मुख्य सचिव मनोज आहूजा के सामने कई चुनौतियां हैं

COASTAL NEWS HINDI 1883
तटीय समाचार ओडिया 1883
मुख्य सचिव मनोज आहूजा के सामने कई चुनौतियां हैं









भुवनेश्‍वर (CNO) राज्‍य में सरकार बदल गई है.  25 साल बाद ओडिशा को नया मुख्यमंत्री मिला.  और उनकी हर जगह प्रशंसा भी होती है.  उन्हें जनता के मुख्यमंत्री के रूप में जाना जाता है।  सभी कह रहे हैं कि मोहन माझी ही असली लोगों का मुख्यमंत्री हैं. I


हालाँकि, सरकार बदल गई है, वहीं राज्य प्रशासन में भी यही प्रवृत्ति देखी गई है। 1990 बैच के वरिष्ठ आईएएस मनोज आहूजा ने रविवार को वर्तमान मुख्य सचिव प्रदीप कुमार जेना से मुख्य सचिव का पदभार ग्रहण कर लिया है.  उन्होंने कार्य को औपचारिक रूप से शुरू करने के लिए अतिरिक्त मुख्य शासन सचिव, प्रमुख शासन सचिव और विभागीय सचिव से चर्चा की है. I
 

राज्य में भाजपा के पहली बार सत्ता में आने पर मनोज शीर्ष कार्यकारी अधिकारी होंगे।  हालांकि, नये मुख्य सचिव के सामने कई चुनौतियां हैं.  महाप्रभु श्रीजगन्नाथ के प्रशासनिक स्वीकार्यता, केंद्र-राज्य समन्वय, सत्तारूढ़ दल के वादे और लोगों की भावनाओं से संबंधित विभिन्न कार्यक्रम मनोज के लिए एक चुनौती होंगे।  


मुख्य प्रशासनिक सचिव के सामने दो मुख्य चुनौतियां होंगी।  अगले कुछ दिनों में चल रहे कार्यक्रमों के साथ दीर्घकालिक चुनौतियाँ आने वाली हैं।  उसके साथ बीजेपी का वादा. I


मनोज अगले साल जनवरी में सेवानिवृत्त होने वाले हैं। और इन 6 महीनों के भीतर, मनोज के कौशल को उनके कार्यकाल को बढ़ाने के लिए बढ़ाया जा सकता है।  भाजपा के चुनावी वादों को पूरा करना:- 


भारतीय जनता पार्टी (बीजेपी) कुछ योजना की घोषणा कर सत्ता में आई है. I


इनमें महिलाओं के लिए सुभद्रा योजना, i


किसानों के लिए धान का न्यूनतम समर्थन मूल्य 3100 रू. I


मंदिर के कॉर्पस फंड की स्थापना में कई प्रतिबद्धताएं हैं । 


इसी तरह बीजेपी के भ्रष्टाचार विरोधी अभियान जैसे चुनावी वादों को पूरा करने की जिम्मेदारी भी मनोज पर होगी.  मनोज को बहुत सोच-समझकर प्रभावी फैसले लेने होंगे l


कृषि क्षेत्र में भ्रष्टाचार 


कालिया योजना में भ्रष्टाचार की जांच एवं सुधार


समबाय  (Cooperative) क्षेत्र में हजारों करोड़ का भारी भ्रष्टाचार l


समबाय समितियों द्वारा फसल बीमा योजना में भ्रष्टाचार के विरूद्ध कार्यवाही और दण्ड बीधान l


समबाय समितियों के फर्जी ऋणों के विरूद्ध उच्च स्तरीय जांच एवं कार्यवाही l


समबाय समितियों द्वारा न्यूनतम सब्सिडी मूल्य पर खरीदे गए अनाज में घोर भ्रष्टाचार की जांच l


समबाय समितियों में अवैध नियुक्ति की जांच l


नई समबाय समितियों के गठन में अनियमितता l
समबाय समिति समुह को बंद करना चाहिए या करप्शन को बंद करके करप्शन करनेवाले ऑफिसर को दण्डित करना चाहिए l


ग्राम पंचायत स्तर प्रथम पर मनरेगा योजना के वर्षों के महाघोटालों की केन्द्रीय स्तर से जांच के साथ कार्यवाही l


प्रधानमंत्री आवास योजना एवं राशन कार्ड  में हुए महाभ्रष्टाचार की जांच एवं कार्यवाही l


मो ओडिशा नवीन ओडिशा  में भ्रष्टाचार l


कृषि उत्पादन बढ़ाने के लिए इरिगेशन सिस्टम को पुन्न कार्यकारी करना पड़ेगा l नदी नाल समुह में प्रति 15 किलोमीटर में एक एक आनिकट Barrage बनाकर खेत को पानी देना पड़ेगा l 


तटीय ओडिशा और राजधानी भुवनेश्वर और अलग अलग जिल्ला मे रोहिगिया और बांग्लादेशी घुसपैठियों को लेकर सर्कार को कुछ सकारात्मक भूमिका निभाना पड़ेगा l


केंद्र सरकार का जनसेबा केंद्र को चुनौती देकर ओडिशा बीजेडी सर्कार द्वारा बनाया गया सहज परिचालित मो सेवा केंद्र समुह का ऑफिसर पर बीजेडी का एजेंट होके कार्य करना, फसल बीमा, प्रमाणपत्र और टीवी वितरण में घोटाला के साथ ओकाक मे घोटाला सामने आया है l IT Secretary का देश छोड़ के भागना l बड़ा इशू होगा l


कृषि, उद्यान, सिंचाई,  निर्माण, फोरेस्ट विभाग, खनिज विभाग, इलेक्ट्रिक विभाग  में भ्रष्टाचार की जाँच एवं सुधार करना चुनौती पूर्ण होगा l


रथयात्रा, रत्न-भंडार खोलना एवं राष्ट्रपति का आगमन:- महाप्रभु की विश्व प्रसिद्ध रथयात्रा सामने है।  यह नई सरकार और मुख्यमंत्री की पहली प्राथमिकता है.  कार्य को सुचारु रूप से निष्पादित करने में बड़ी चुनौतियाँ आएंगी।  इस रथयात्रा में महामहिम राष्ट्रपति दौपदी मुर्मू शामिल होंगी.  राष्ट्रपति की यात्रा सुचारू रूप से रथयात्रा के साथ संपन्न होगी. 
 
इसी तरह सत्ताधारी दल का चुनावी वादा है रत्न भंडार खोलना.  इसे कानूनी तौर पर करना भी एक बड़ी चुनौती होगी.


केंद्र और राज्य के बीच समन्वय :- केंद्र और राज्य में बीजेपी की सरकार है.  यानी ओडिशा में डबल इंजन सरकार. 


नई दिल्ली और भुवनेश्वर के बीच समन्वय बनाए रखना भी मनोज के लिए एक चुनौती है.  केंद्र और राज्यों के बीच न केवल अच्छे संबंध होने चाहिए, बल्कि गहन सोच-विचार के साथ स्थिति का सामना करना चाहिए और समस्याओं का समझदारी से समाधान करना चाहिए।  विभिन्न शक्ति केन्द्रों के दबाव का सामना करना पड़ सकता है। 


शासन व्यवस्था में स्थिरता :- शासन व्यवस्था में स्थिरता लाना मनोज के लिए एक चुनौती होगी। 
बीजेडी लंबे समय तक सत्ता में रही और उसने कार्यकारिणी के हर स्तर पर अपने वफादार अधिकारी रखे।  इसलिए, राज्य में पहली भाजपा सरकार का प्रदर्शन कार्यपालिका के प्रदर्शन पर निर्भर करता है।  और अब पूरी जिम्मेदारी मनोज के कंधों पर होगी. 


प्रशासनिक चेहरा:- राजनीति में घुसपैठ के आरोपों से प्रशासनिक तंत्र बदनाम हुआ है।  कार्यपालिका की निष्पक्षता पर सवाल.  आरोप थे कि कुछ आईएएस और आईपीएस अधिकारी पक्षपातपूर्ण काम कर रहे हैं.  बीजेपी सरकार में पदाधिकारी रहे मनोज को यह विश्वास जनता के सामने जाहिर करना है. 


जनता के बीच कार्यपालिका की विश्वसनीयता बहाल करनी होगी। 


नवीन पटनायक का निर्णय, योजना की समीक्षा:- नवीन पटनायक के नेतृत्व में बीजेडी ने कई वर्षों तक राज्य पर शासन किया। 24 साल तक सत्ता में रहने के बाद नवीन ने सरकार की विभिन्न योजनाओं और कार्यक्रमों को अपने हाथ में ले लिया.  जिसे बीजेपी विपक्ष में रहते हुए नापसंद करती थी. 


बीजेपी ने पहले भी हमारे ओडिशा, नवीन ओडिशा, बीएसकेवाई, मिशन शक्ति को निशाना बनाया है.  इसे रोकना या वैकल्पिक व्यवस्था करना मनोज की देखरेख में हो सकता है.  जो एक बड़ी चुनौती पैदा करेगा. फूंक-फूंक के पेर रख कर प्रगति के और बढ़ना बहुत मुश्किल लगता है l

Tuesday, July 2, 2024

COASTAL NEWS ODIA 1882 ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍

COASTAL NEWS ODIA 1882

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍


ଭୁବନେଶ୍ବର (CNO) ରାଜ୍ୟରେ ବଦଳିଛି ସରକାର । ଦୀର୍ଘ ୨୫ ବର୍ଷ ପରେ ନୂଆ ମୂଖ୍ୟମନ୍ତ୍ରୀ ପାଇଛି ଓଡ଼ିଶା । ଆଉ ତାଙ୍କୁ ବି ସବୁଠି ଆଦର ମିଳୁଛି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସେ ଜଣାଶୁଣା । ସମସ୍ତେ କହୁଛନ୍ତି ମୋହନ ମାଝୀ ପ୍ରକୃତ ମୁଖ୍ୟମନ୍ତ୍ରୀ। ତେବେ ସରକାର ବଦଳି ଥିବାବେଳେ ସମାନ ଧାରା ମଧ୍ୟ ରାଜ୍ୟ ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳିଛି । 

୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ମନୋଜ ଆହୁଜା ମୋହନ ସରକାରର ମୁଖ୍ୟ ଶାସନ ସଚିବ ଭାବେ ଗତ ରବିବାର ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି । 

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜ । ତେବେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରାଶାସନିକ ଗ୍ରହଣୀୟତା, କେନ୍ଦ୍ର-ରାଜ୍ୟ ସମନ୍ୱୟ, ଶାସକ ଦଳର ପ୍ରତିଶ୍ରୁତି ଓ ଲୋକଙ୍କ ଭାବାବେଗ ସହିତ ଜଡିତ ମହାପ୍ରଭୁ ଶ୍ରୀଜଗନ୍ନନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମନୋଜଙ୍କ ପାଇଁ ଆହ୍ବାନ ସଦୃଶ ହେବ । ଆଦିତ୍ୟ ହେଲେ ନବୀନଙ୍କ ବ୍ୟକ୍ତିଗତ ସଚିବ ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଚ୍ୟାଲେଞ୍ଜ ରହିବ । ଆସନ୍ତା କିଛି ଦିନରରେ ପଡୁଥିବା ଚିରାଚରିତ କାର୍ଯ୍ୟକ୍ରମ ସହ ଦୀର୍ଘକାଳୀନ ଚ୍ୟାଲେଞ୍ଜ । ତାହା ସହ ବିଜେପିର ପ୍ରତିଶ୍ରୁତି। 

ଆସନ୍ତାବର୍ଷ ଜାନୁଆରୀ ପହିଲା ମନୋଜଙ୍କ ଅବସର ଧାର୍ଯ୍ୟ ରହିଛି । ଆଉ ଏହି ୬ ମାସ ମଧ୍ୟରେ ମନୋଜଙ୍କ ଦକ୍ଷତା ତାଙ୍କ କର୍ଯ୍ୟକାଳ ବୃଦ୍ଧିର ମାପକାଠି ହୋଇପାରେ । ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ :- 

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ପୁଳାଏ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି । 

ଏହା ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, 

କୃଷକଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା, 

ଶ୍ରୀମନ୍ଦିରର କର୍ପସ ଫଣ୍ଡ ପ୍ରତିଷ୍ଠା ସହ ଅନେକ ପ୍ରତିଶ୍ରୁତି ରହିଛି । 

ସେହିପରି ଦୁର୍ନୀତି ବିରୋଧରେ ଅଭିଯାନ ପରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଗୁରୁ ଦାୟିତ୍ୱ ମନୋଜଙ୍କ ଉପରେ ରହିବ । ବେଶ ସତର୍କତାର ସହ ମନୋଜଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ନେବାକୁ ପଡିବ । 
 
ରଥଯାତ୍ରା, ରତ୍ନଭଣ୍ଡାର ଖୋଲା ଓ ରାଷ୍ଟ୍ରପତିଙ୍କ ଗସ୍ତ :- ଆଗକୁ ରହିଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନୂଆ ସରକାର ଓ ମୁଖ୍ୟ ଶାସନ ସଚିବଙ୍କର ଏହା ପ୍ରଥମ ପ୍ରାଥମିକତା । ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ବଡ଼ ଚ୍ୟାଲେଞ୍ଜ ରହିବ । ଏହି ରଥଯାତ୍ରାରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁରୁଖୁରୁରେ ରଥଯାତ୍ରା ସହ ରାଷ୍ଟ୍ରପତିଙ୍କ ଗସ୍ତ ସମାପନ ଦାଇତ୍ୱ ରହିବ । ସେହିପରି ରତ୍ନ ଭଣ୍ଡାର ଖୋଲିବା ଶାସକ ଦଳର ନିର୍ବାଚନୀ ପ୍ରତିଶ୍ରୁତି ରହିଛି । ଏହାକୁ ବିଧି ଅନୁସାରେ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ହେବ । 

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ :- କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ଅର୍ଥାତ ଓଡିଶାରେ ଡବଲ ଇଞ୍ଜିନ ସରକାର । 

ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରଖିବା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କେବଳ ସୁସମ୍ପର୍କ ନୁହେଁ, ଗଭୀର ଚିନ୍ତନ ସହ ପରିସ୍ଥିତିର ସାମନା କରିବା ସହ ବୁଦ୍ଧିମତାର ସହ ସମସ୍ୟାର ସମାଧାନ କରିବାକୁ ପଡିବ । ବିଭିନ୍ନ କ୍ଷମତା କେନ୍ଦ୍ରର ଚାପ ସମ୍ଭାଳିବାକୁ ପଡିପାରେ । 

ଶାସନ ବ୍ୟବସ୍ଥାରେ ସ୍ଥିରତା :- ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବା ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଜେଡି ଲମ୍ବା ସମୟ ଧରି ଶାସନରେ ରହିବା ସହ କାର୍ଯ୍ୟପାଳିକାର ପ୍ରତି ସ୍ତରରେ ନିଜ ବିଶ୍ୱସ୍ତ ଅଧିକାରୀଙ୍କୁ ରଖିଥିଲା । ତେଣୁ କାର୍ଯ୍ୟପାଳିକାର ପ୍ରଦର୍ଶନ ଉପରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଦର୍ଶନ ନିର୍ଭର କରୁଛି । ଆଉ ଏହାର ପୂରା ଦାୟିତ୍ୱ ଏବେ ମନୋଜଙ୍କ କାନ୍ଧରେ ରହିବ । 

ପ୍ରଶାସନିକ ଚେହେରା:- ରାଜନୀତିରେ ଅନୁପ୍ରବେଶ ଅଭିଯୋଗ ସହ ନେଇ ବଦନାମ ହୋଇଛି ପ୍ରଶାସନିକ ବ୍ୟବସ୍ଥା । କାର୍ଯ୍ୟପାଳିକାର ନିରପେକ୍ଷତାକୁ ନେଇ ପ୍ରଶ୍ନ । କିଛି ଆଇଏଏସ ଓ ଆଇପିଏସ ଦଳୀୟ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ରହିଥିଲା । ବିଜେପି ସରକାରରେ ଅଧିକାରୀ ଯେ ନିରପେକ୍ଷ ମନୋଜଙ୍କୁ ଏହି ବିଶ୍ୱାସ ଜନସାଧାରଣରେ ପ୍ରକାଶ କରିବାକୁ ପଡିବ । 

ଜନତାଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବିଶ୍ୱସନୀୟତା ଫେରାଇ ଆଣିବାକୁ ପଡିବ । ନବୀନଙ୍କ ନିଷ୍ପତ୍ତି, ଯୋଜନା ସମୀକ୍ଷା :- ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କରିଥିଲା ବିଜେଡି । 

୨୪ ବର୍ଷ କ୍ଷମତାରେ ରହିବା ସହ ନବୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯାହାକୁ ବିରୋଧୀରେ ଥିବା ସମୟରେ ବିଜେପି ନାପସନ୍ଦ କରିଛି । 

ଆମ ଓଡ଼ିଶା, ନବୀନ ଓଡିଶା, BSKY, ମିଶନଶକ୍ତିକୁ ଅତୀତରେ ଟାର୍ଗେଟ କରିଛି ବିଜେପି । ଏହାକୁ ବନ୍ଦ କରିବା କିମ୍ବା ଏଗୁଡିକର ବିକଳ୍ପ ବ୍ୟବସ୍ଥା କରିବା ମନୋଜଙ୍କ ତତ୍ୱାବଧାନରେ ହୋଇପାରେ । ଯାହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

Monday, July 1, 2024

COASTAL NEWS ODIA 1881 ବିଶ୍ୱବିଜେତା ଭାରତ

COASTAL NEWS ODIA 1881

ବିଶ୍ୱବିଜେତା ଭାରତ 


ମୁମ୍ବାଇ - (CNO) ବିଶ୍ବ ଚମ୍ପିଆନ୍‌ ହୋଇ ଦେଶକୁ ଫେରୁଛି ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଟି୨୦ ବିଶ୍ବକପ୍‌ ବିଜୟୀ ଦଳ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଟ୍ବିଟ୍‌ କରି ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହ । କେତେ ଟଙ୍କା ମିଳିଲା ଜାଣନ୍ତୁ,

ଦୀର୍ଘ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ୧୧ ବର୍ଷ ପରେ ଭାରତକୁ ଆସିଛି ଆଇସିସି ଟ୍ରଫି । ୨୦୦୭ ପରେ, ଅର୍ଥାତ ୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆ ଜିତିଛି କୌଣସି ଟି୨୦ ବିଶ୍ବକପ୍‌ ଟ୍ରଫି । ଏହାପରେ ଭାରତୀୟ ଦଳ ଉପରେ ବର୍ଷିଛି ଟଙ୍କା । ଚମ୍ପିଆନ୍‌ ଦଳକୁ ପୂର୍ବ ନିର୍ଦ୍ଧାରିତ ୨୦.୪୨ କୋଟି ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । 

ଟି୨୦ ବିଶ୍ବକପ୍‌ ୨୦୨୪ ବିଜେତା ଭାରତୀୟ ଦଳ ଉପରେ ବିସିସିଆଇ ମଧ୍ୟ ବର୍ଷା କରିଛି ଟଙ୍କା । ବିଶ୍ବକପ୍‌ ବିଜୟୀ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।



ବିଶ୍ବ ଚମ୍ପିଆନ ହୋଇଛି ଭାରତ । ଚଳିତ ଟି20 ବିଶ୍ବକପ୍ 2024 ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଛି ବିଶ୍ବକପ୍ ଟ୍ରଫି । ଏଥିପାଇଁ ଭାରତବାସୀଙ୍କୁ କିଛି କମ ଦିନ ଅପେକ୍ଷା କରିବାକୁ ପଡ଼ିନି । ୨୦୧୩ରେ ଶେଷ ଆଇସିସି ଟ୍ରଫି ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏହାପରେ ଗୋଟିଏ ଆଇସିସି ଟ୍ରଫି ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୧୧ ବର୍ଷ । 

୨୦୧୪ରୁ ଭାରତୀୟ ଦଳ ୧୦ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ମଧ୍ୟ ଭାଗ୍ୟର ସାଥ ପାଇନଥିଲା । ହେଲେ ଶେଷରେ ୨୦୨୪ ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବା ପରେ ସବୁ ଅପେକ୍ଷାର ଘଟିଥିଲା ଅନ୍ତ । ଅସୀମ ଆନନ୍ଦ ପାଇଥିଲେ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀ । ୨୦୦୭ ପରେ ଏହା ଭାରତ ପାଇଁ ପ୍ରଥମ ଟି୨୦ ବିଶ୍ବକପ୍‌ । ଅର୍ଥାତ ଦ୍ବିତୀୟ ଟି୨୦ ବିଶ୍ବକପ୍‌ ଜିତିବାକୁ ଭାରତୀୟ ଦଳକୁ ୧୭ ବର୍ଷ ଲାଗିଗଲା ।


ସେ ଯାହା ହେଉ, ଏହି ପ୍ରଦର୍ଶନରେ ସାରା ଦେଶ ଆମ ଖେଳାଳିଙ୍କ ଉପରେ ଖୁସି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବା ଖୁସି ନହେବ କେମିତି । ଭାରତୀୟ ଦଳର ଏପରି ପ୍ରଦର୍ଶନ ପରେ ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ୧୦ କି ୨୦ କୋଟି ନୁହେଁ, ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ ।  

୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା. ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୪ ଜିତିଥିବାରୁ ଟିମ୍‌ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ କ୍ରୀଡ଼ା ପ୍ରଦର୍ଶନ କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି ।"

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...