AFFILIATE MARKETING

https://binomo.com?a=90810425bb57&t=0

Sunday, July 14, 2024

ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର

COASTAL NEWS ODIA 1887

ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର 
 

 
ପୁରୀ (CNO) ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲିଛନ୍ତି। ଏନେଇ ଖବର ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଛି। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍‌ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। 

ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ’ ବୋଲି ସେ କହିଛନ୍ତି।

ପ୍ରକାଶ ଯେ,ଦ୍ୱାଦଶ ଶତାବ୍ଦୀର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ପୁରୀ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ଏବେ ବି ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ମହାପ୍ରଭୁଙ୍କର ଦୁଇଟି ରତ୍ନଭଣ୍ଡାର ଅଛି। ଗୋଟିଏ ଭିତର ଓ ଅନ୍ୟଟି ବାହାର ରତ୍ନଭଣ୍ଡାର। ପ୍ରତିବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବାହାର ରତ୍ନଭଣ୍ଡାରରୁ ରତ୍ନ ଆଭୂଷଣ ଅଣାଯାଇ ବେଶ କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାର ବନ୍ଦ ରହିଥିବାରୁ ସେଠାରେ କେତେ ପରିମାଣର ଆଭୂଷଣ ରହିଛି ତା’ର ସବିଶେଷ ବିବରଣୀ କାହା ପାଖରେ ନାହିଁ। 

ଭିତର ରତ୍ନଭଣ୍ଡାରରେ ୭ଟି ଭଣ୍ଡାର ଘର ଥିବା କୁହାଯାଉଛି। ଭିତର ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅତୀତରେ କ୍ୱଚିତ ଉଦ୍ୟମ ହୋଇଛି। ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହୋଇଥିଲା। ଯେଉଁଥିରେ ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ଅଳଙ୍କାର ମିଶାାଇ ତାଲିକା ହୋଇଥିଲା। 

୧୨ହଜାର ୮୩୧ ଭରି ପଥର ସହିତ ସୁନା ଅଳଙ୍କାର ଓ ୨୨ହଜାର ୧୫୩ ଭରି ପଥର ସହିତ ରୁପା ବାସନ, ପୂଜା ସାମଗ୍ରୀ ରହିଛି। ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସୱର୍ଣ୍ଣ ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୁପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା ।

Saturday, July 6, 2024

COASTAL NEWS ODIA 1886 ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1886

ସଂକ୍ଷିପ୍ତ ସମ୍ବାଦ 


➡️୧- ଆଷାଢ଼ କୃଷ୍ଣ ଅମାବାସ୍ୟା ରେ ଶଅଣସରରେ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ପାଇଁ ଉଭା କରାଗଲା l

➡️୨-ଏଣିକି ରାଜ୍ୟ ଭାଷା ଓଡିଆରେ ହେବ ରାଜ୍ୟ ଶାସନ । ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରି ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ନିର୍ଦ୍ଦେଶ l

➡️୩-ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଲାଗି ଗଠିତ ହୋଇଥିବା ୧୬ ଜଣିଆ ଯାଞ୍ଚ କମିଟି ସଦସ୍ୟଙ୍କ ଆସିଲା ତାଲିକା l ଆସନ୍ତାକାଲି କମିଟି ନିଷ୍ପତ୍ତି ଆଧାରରେ ନିର୍ଦ୍ଧାରିତ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର l

➡️୪-ଜୁଲାଇ ୮-୯ରେ ମସ୍କୋ ଗସ୍ତ କରିବେ ପିଏମ୍ ମୋଦୀ, ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଦେବେ ଯୋଗ l କରିବେ ବୈଶ୍ୱିକ ଘଟଣାକ୍ରମ ଉପରେ ଆଲୋଚନା l

➡️୫-ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ହେବ ସାମିଲ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ନିର୍ଦ୍ଦେଶ l

➡️୬-ଆଉ ମାତ୍ର ୨ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା, ତିନି ରଥର ନିର୍ମାଣ ପ୍ରସ୍ତୁତି ପହଞ୍ଚିଲା ଶେଷ ପର୍ଯ୍ୟାୟରେ l ରଙ୍ଗ କାର୍ଯ୍ୟ ଆରମ୍ଭ ସହ ତିନି ରଥର ଦୁଆର ବେଢ଼ାରେ କନାପକା କାର୍ଯ୍ୟ ହେଲା ଆରମ୍ଭ l

➡️୭-ଏଣିକି ଲୋକସେବା ଭବନ ତୃତୀୟ ମହଲାରୁ ଚାଲିବ ସରକାର । ୨୨ ଦିନ ପରେ ବାସ୍ତୁପୂଜା କରି କାର୍ଯ୍ୟାଳୟକୁ ଆସିଲେ ମୁଖ୍ୟମନ୍ତ୍ରୀ l

➡️୮-ଆସନ୍ତା ୮ ତାରିଖରେ ରଥଯାତ୍ରା ପାଇଁ ସରକାରୀ ଛୁଟିଥିବାରୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଏନେଇ ସୂଚନା ଦେଲେ ସୂଚନା ଦେଲା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ l

➡️୯-ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ହେଲା ଆରମ୍ଭ l ୨୨ ଜଣିଆ କମିଟି ହେଲା ଗଠନ , ୧୫ ଦିନରେ ରିପୋର୍ଟ ଦେବାକୁ ହେଲା ନିର୍ଦ୍ଦେଶ l

➡️୧୦-ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ କ୍ୟାମ୍ପସ ରେ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା l ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ ।

➡️୧୧-ଶେୟାର ମାର୍କେଟ୍‌ର ହେଲା ନୂଆ ରେକର୍ଡ, ପ୍ରଥମ ଥର ଲାଗି ୮୦ ହଜାର ପାର୍ ହେଲା ସେନ୍‌ସେକ୍ସ l

➡️୧୨-ଦୀର୍ଘ ୧୩ ବର୍ଷ ପରେ ଦାରିଦ୍ର୍ୟ ହାର ୨୧.୨ ପ୍ରତିଶତରୁ ୮.୫ ପ୍ରତିଶତକୁ ଖସିଲା, ମିଳିଲା ବଡ଼ ସଫଳତା l

➡️୧୩-ପୁଅ ବାହାଘର ପାଇଁ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କଲେ ମୁକେଶ ଅମ୍ବାନୀ l ଜୁଲାଇ ୧୨ ତାରିଖରେ ଅମ୍ବାନୀ ଘରର ସାନ  ପୁଅ ଅନନ୍ତ ଅମ୍ବାନୀଙ୍କର ରାଧିକା ମାର୍ଚ୍ଚାଣ୍ଟଙ୍କ ସହ ହେବ ବାହାଘର l

➡️୧୪-ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖିଲେ ଦିଲ୍ଲୀର ପ୍ରାୟ ୧୫୦ ଓକିଲ, କେଜ୍ରିଓ୍ବାଲ ମାମଲାରେ ହାଇକୋର୍ଟଙ୍କ ଆଭିମୁଖ୍ୟକୁ ନେଇ ଉଠାଇଲେ ପ୍ରଶ୍ନ l

➡️୧୫-ବିହାରରେ ଭୁଶୁଡ଼ି ଚାଲିଛି ବ୍ରିଜ l ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ଦୁର୍ବଳ ପୋଲ ବଢ଼ାଇଲା ନୀତିଶଙ୍କ ଚିନ୍ତା l

➡️୧୬-ବ୍ରିଟେନରେ ସରିଲା ସାଧାରଣ ନିର୍ବାଚନ ପାଇଁ ମତଦାନ l ଆଜି ଆସିବ ଜନାଦେଶ, ମୋଟ୍ ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ହେଲା ଭୋଟିଂ । ସବୁଠାରୁ ଆଗରେ ଅଛି ଲେବର ପାର୍ଟି l

➡️୧୭-ମାସ ମାସ ଧରି ଯୁଦ୍ଧ ପରେ ରୁଷିଆର ସୈନ୍ୟମାନେ ଶେଷରେ ୟୁକ୍ରେନର ଡୋନେସ୍କ ପ୍ରଦେଶର ଚାସିଭ ୟାର ସହରକୁ କଲେ ଅକ୍ତିଆର l

➡️୧୮-ଟି-୨୦ ବିଶ୍ବ ବିଜେତା ଟିମ୍ ଇଣ୍ଡିଆର ହେଲା ଘରବାହୁଡ଼ା l ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କ୍ୟାପଟେନ୍ ରୋହିତ ଶର୍ମା ଧରାଇଲେ ଟି-୨୦ ବିଶ୍ବକପ୍ ଟ୍ରଫି l ପ୍ରଧାନମନ୍ତ୍ରୀଙ୍କ ସହ ସକାଳ ଜଳଖିଆ କଲେ ରୋହିତ ବାହିନୀ l ସେପଟେ ସନ୍ଧ୍ୟାରେ ମୁମ୍ବାଇରେ ଖୋଲା ବସରେ କଲେ ସହର ପରିକ୍ରମା l

➡️୧୯-ବିମାନବନ୍ଦରରେ ଟିମ୍ ଇଣ୍ଡିଆକୁ ମିଳିଲା ୱାଟର କାନନ ସାଲ୍ୟୁଟ । ଏଭଳି ସ୍ୱାଗତ କୌଣସି ନୂଆ ବିମାନ କିମ୍ବା ନୂଆ ବିମାନବନ୍ଦରକୁ ଆସୁଥିବା ପ୍ରଥମ ବିମାନକୁ ଦିଆଯାଇଥାଏ । 

➡️୨୦-ୱାନଖେଡେ ଷ୍ଟାଡିୟମରେ ଜମେଇକି ନାଚିଲେ ଟୀମ ଇଣ୍ଡିଆ l ଏଥିସହ ବିସିସିଆଇ ଟୀମ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ କଲେ ପ୍ରଦାନ l ସାରା ଷ୍ଟାଡିୟମରେ ତାଳି ଧ୍ୱନୀରେ ଟୀମ ଇଣ୍ଡିଆ ଫ୍ୟାନଙ୍କୁ ଜଣାଇଲେ ଧନ୍ୟବାଦ l


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*


Friday, July 5, 2024

COASTAL NEWS ODIA ନିର୍ବାଚନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

COASTAL NEWS ODIA

ନିର୍ବାଚନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ


            ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା ୦5.୦୭.୨୦୨୪ - (CNO) ସବୁ ସଚିବ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ l ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନ ଠାରେ ସବୁ ସଚିବ ମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ । ଜନପ୍ରତିନିଧି ଭାବରେ ଏବଂ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ । ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶୃତି ଗୁଡିକ କିପରି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କର ଗୁରୁଦାୟିତ୍ବ। ତେଣୁ ସେ ଦିଗରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଉ ୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ୨୦୪୭ରେ ମଧ୍ୟ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ। ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡିଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ । ଗତ ୨୪ ବର୍ଷ ମଧ୍ୟରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡିବ।  ଏହାର ସଫଳତା ପାଇଁ ଆମକୁ ଏହି ୫ ବର୍ଷରେ କଠିନ ପରିଶ୍ରମ କରି ଆମର ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ। ଏହାଦ୍ବାରା ବିକଶିତ ଭାରତରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ହାସଲ କରିପାରିବ ବୋଲି ସେ କହିଥିଲେ ।

ସେହିପରି ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କ ସହିତ ମିଶି ଆଲୋଚନା କରିବା ଦ୍ବାରା ସରକାରଙ୍କ ପ୍ରତି ଲୋକଙ୍କ ଭରସା ସୃଷ୍ଟି ହୁଏ । ଲୋକଙ୍କ ସରକାର ଭାବେ ମୋ ସରକାର କାମ କରିବା ମଧ୍ୟ ଆରମ୍ଭ କରିଦେଇଛି । ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଭରସା ସୃଷ୍ଟି ହୋଇଛି, ସେ ଭରସା ଅତୁଟ ରହିବା ଦରକାର । ଲୋକମାନେ ଯେଉଁ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି, ତାହାର ସମାଧାନ ହେବା ଅତି ଜରୁରୀ । ଏଥିପାଇଁ ଟେକ୍‌ନୋଲୋଜି ସହିତ ଉପଯୁକ୍ତ ତଦାରଖ ବ୍ୟବସ୍ଥା (Monitoring) ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡିଆ ଭାଷାରେ ହୋଇପାରିବ, ସେଥିପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ ।

କେନ୍ଦ୍ର ସରକାରଙ୍କ ଏକାଧିକ ଲୋକପ୍ରିୟ ଯୋଜନା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏହିସବୁ ଯୋଜନାକୁ ତୃଟିଶୂନ୍ୟ ଓ ପ୍ରଭାବୀ ଢଙ୍ଗରେ ଆଗେଇ ନେବା ପାଇଁ ସମର୍ପିତ ଓ ସକ୍ରିୟ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଓଡିଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ବାଧୀନତା ଆପଣମାନଙ୍କର ଅଛି। କିନ୍ତୁ ଆପଣମାନଙ୍କୁ ସ୍ବଚ୍ଛତା ଓ  ଉତ୍ତରଦାୟିତ୍ବର ସୀମା ଭିତରେ କାମ କରିବାକୁ ହେବ। ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟ ପରିମାଣ ଉପରେ ବିଚାର ବିମର୍ଶ କରନ୍ତୁ ଏବଂ ସେ ସବୁ ପ୍ରସଙ୍ଗରେ ଆଜିର ଦିନରେ କଣ ସ୍ଥିତି ଅଛି, ତା ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ମୋ ସରକାରର  ରାଜନୈତିକ ଇଚ୍ଛା ଶକ୍ତି ଦୃଢ ଅଛି । ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ ସରକାରଙ୍କ କେନ୍ଦ୍ରବିନ୍ଦୁ । ନିର୍ଣ୍ଣୟ ପ୍ରକ୍ରିୟାରେ ସମସ୍ତଙ୍କ ଭାଗିଦାରୀ ଆମର ପ୍ରାଥମିକତା । ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ତଳସ୍ତରର କର୍ମଚାରୀଟିଏ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଆମ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ବର ସହ ନେବାକୁ ପଡିବ। ତୃଣମୂଳସ୍ତରରେ ଜନପ୍ରତିନିଧି ମାନଙ୍କ ମତାମତ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ସମସ୍ତେ ଏକ ଟିମ୍‌ ହୋଇ ଓଡିଶାର ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିବାକୁ ପଡିବ ବୋଲି ସେ କହିଥିଲେ ।

ଓଡିଶା ଏବେ ଦେଶର ଏକ ପ୍ରମୁଖ ବିକାଶଶୀଳ ରାଜ୍ୟ ଭାବେ ମୁଣ୍ଡ ଟେକିଛି । ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ କାମ ଆରମ୍ଭ କରିଛୁ । ଶିକ୍ଷା, ସ୍ବାସ୍ଥ୍ୟ, ଦୁର୍ନୀତି ବିରୋଧୀ ପରିବେଶ, ସାମାଜିକ ନ୍ୟାୟ, ଆର୍ଥିକ ପ୍ରଗତି, ଜନଜାତି କଲ୍ୟାଣ ଓ ଉତ୍ତରଦାୟୀ ପ୍ରଶାସନ ଯୋଗାଇ ଦେବା ପାଇଁ ଆମେ ବଦ୍ଧ ପରିକର। 

ପରିଶେଷରେ ସେ କହିଥିଲେ ଯେ ପ୍ରଶାସନିକ ସଂସ୍କାର ଓ ବିଶ୍ବସନୀୟ ସେବା ପ୍ରଦାନ ଦିଗରେ ଆପଣମାନଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇବ, ଏ ବିଶ୍ବାସ ମୋର ରହିଛି । ଆପଣମାନଙ୍କ ସହଯୋଗରେ ଏକ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ହାସଲ ହେବ ବୋଲି ସେ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

ସବୁ ବିଭାଗର ସଚିବ ମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଆଭିମୁଖ୍ୟକୁ ନେଇ ସେମାନେ କିପରି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

Thursday, July 4, 2024

COASTAL NEWS HINDI 1884 बगावत का सामना करेगा बीजेडी ?

COASTAL NEWS HINDI 1884

बगावत का सामना करेगा बीजेडी ? 








भुवनेश्वर - (CNO) बीजेडी को बगावत का सामना करना पड़ रहा है . बीजेडी नेता प्रभात  कहा, हार के लिए पांडियन जिम्मेदार हैं।  बबीपंथी की मुलाकात के बाद बीजेडी नेता का बयान, पार्टी में कई फूट !  प्रचार के दौरान मोदी ने यह भी कहा कि 6 महीने में बीजेडी में बड़ा विस्फोट होगा.  राजनीतिक विश्लेषकों की राय थी कि अगर बीजेडी को सत्ता से हटा दिया गया तो पार्टी टूट जायेगी.   

प्रधानमंत्री नरेंद्र मोदी की भविष्यवाणी सच हो रही है.।  आपदा के बाद बीजेडी को बड़े विद्रोह का सामना करना पड़ रहा है.  किसी भी वक्त टीम में बड़ा विस्फोट हो सकता है.  गृहयुद्ध की स्थिति के कारण शंख कैम्पी का उत्थान-पतन हो रहा है।  

नवीन का एकता का मंत्र भी नेताओं को बांधने में नाकाम हो रहा.  शीर्ष नेतृत्व के बीच विवाद है.  विरोधी गुट जगह-जगह जमा हो रहे हैं.  स्थिति कहती है कि सब ठीक नहीं है।  समीक्षा के बाद, सुप्रीम नेतृत्व के नो एक्शन सिद्धांत ने भी बाधाओं को बढ़ा दिया।  ऐसे में राजनीतिक गलियारों में चर्चा है कि प्रधानमंत्री नरेंद्र मोदी और वरिष्ठ पत्रकार रुबेन बनर्जी की यह धारणा सच हो सकती है.

वहीं सच लगरहा  की बगावत में सबसे बड़ा विवाद बबी-पांडियन की जोड़ी को लेकर है.  पांडियन के प्रति नवीन के प्रेम के कारण टीम में असंतोष बढ़ रहा है।  नवीन को पांडियन का बचाव करते हुए विवाद में घसीटा गया है।  पार्टी के एक से एक वरिष्ठ नेता नवीन से सीधे सवाल कर रहे हैं. कुछ दिन पहले पार्टी के वरिष्ठ नेता रणेंद्र प्रताप स्वैन ने शंख भवन में पहली बैठक में अपनी हार का खुलासा किया था.  एक दिन बाद भी विधायक अरुण साहू, बद्री पात्र और गणेश्वर बेहरा रणेंद्र के समर्थन में उतरे.  

वहीं अब पार्टी के एक और वरिष्ठ नेता प्रभात विश्वाल ने कार्यकर्ता सम्मेलन में हार का ठीकरा बबी पांडियन पर फोड़ते हुए चेतावनी दे डाली.  उन्होंने खुलेआम कहा कि अगर सुप्रीम ने 11 दिन के अंदर कुछ नहीं किया तो हार का राज खोल देंगे.  इसी तरह, विपक्षी पार्टी के उप प्रमुख प्रताप देव के घर पर बबीपंथी की बैठक के बाद बीजेडी नेता ने बयान दिया और कहा कि पार्टी में कई विभाजन हैं. 
 
हार के बाद नवीन पटनायक ने कहा था कि कारण जानने के लिए एक कमेटी बनायी जायेगी, लेकिन ऐसा नहीं हुआ.  नवीन के आवास पर वरिष्ठ नेताओं के साथ हुई बैठक में कई नेताओं ने बबी पांडियन को दोषी ठहराया, लेकिन नवीन के सर्टिफिकेट ने मुश्किलें बढ़ा दी हैं.  पार्टी अब इस पर बंट गई है.  वरिष्ठ नेता अलग-अलग गुटों में बंटे हुए हैं.  

एक तरफ प्रसन्न आचार्य, देवी मिश्रा, अतनु सब्यसाची नाइक, संजय दास बर्मा, अरुण साहू, रणेंद्र प्रताप स्वाईन और दूसरी तरफ प्रताप देव, प्रमिला मलिक, निरंजन पुजारी, प्रणब दास और सुशांत राउत जैसे कुछ नेता हैं  बहरहाल, यह तो जगन्‍नाथ की नव जौबन दर्शन के बाद ही पता चलेगा कि पार्टी में इस तरह की फूट की स्थिति और भी विस्‍फोट की ओर ले जा रही है या नहीं ।

Wednesday, July 3, 2024

मुख्य सचिव मनोज आहूजा के सामने कई चुनौतियां हैं

COASTAL NEWS HINDI 1883
तटीय समाचार ओडिया 1883
मुख्य सचिव मनोज आहूजा के सामने कई चुनौतियां हैं









भुवनेश्‍वर (CNO) राज्‍य में सरकार बदल गई है.  25 साल बाद ओडिशा को नया मुख्यमंत्री मिला.  और उनकी हर जगह प्रशंसा भी होती है.  उन्हें जनता के मुख्यमंत्री के रूप में जाना जाता है।  सभी कह रहे हैं कि मोहन माझी ही असली लोगों का मुख्यमंत्री हैं. I


हालाँकि, सरकार बदल गई है, वहीं राज्य प्रशासन में भी यही प्रवृत्ति देखी गई है। 1990 बैच के वरिष्ठ आईएएस मनोज आहूजा ने रविवार को वर्तमान मुख्य सचिव प्रदीप कुमार जेना से मुख्य सचिव का पदभार ग्रहण कर लिया है.  उन्होंने कार्य को औपचारिक रूप से शुरू करने के लिए अतिरिक्त मुख्य शासन सचिव, प्रमुख शासन सचिव और विभागीय सचिव से चर्चा की है. I
 

राज्य में भाजपा के पहली बार सत्ता में आने पर मनोज शीर्ष कार्यकारी अधिकारी होंगे।  हालांकि, नये मुख्य सचिव के सामने कई चुनौतियां हैं.  महाप्रभु श्रीजगन्नाथ के प्रशासनिक स्वीकार्यता, केंद्र-राज्य समन्वय, सत्तारूढ़ दल के वादे और लोगों की भावनाओं से संबंधित विभिन्न कार्यक्रम मनोज के लिए एक चुनौती होंगे।  


मुख्य प्रशासनिक सचिव के सामने दो मुख्य चुनौतियां होंगी।  अगले कुछ दिनों में चल रहे कार्यक्रमों के साथ दीर्घकालिक चुनौतियाँ आने वाली हैं।  उसके साथ बीजेपी का वादा. I


मनोज अगले साल जनवरी में सेवानिवृत्त होने वाले हैं। और इन 6 महीनों के भीतर, मनोज के कौशल को उनके कार्यकाल को बढ़ाने के लिए बढ़ाया जा सकता है।  भाजपा के चुनावी वादों को पूरा करना:- 


भारतीय जनता पार्टी (बीजेपी) कुछ योजना की घोषणा कर सत्ता में आई है. I


इनमें महिलाओं के लिए सुभद्रा योजना, i


किसानों के लिए धान का न्यूनतम समर्थन मूल्य 3100 रू. I


मंदिर के कॉर्पस फंड की स्थापना में कई प्रतिबद्धताएं हैं । 


इसी तरह बीजेपी के भ्रष्टाचार विरोधी अभियान जैसे चुनावी वादों को पूरा करने की जिम्मेदारी भी मनोज पर होगी.  मनोज को बहुत सोच-समझकर प्रभावी फैसले लेने होंगे l


कृषि क्षेत्र में भ्रष्टाचार 


कालिया योजना में भ्रष्टाचार की जांच एवं सुधार


समबाय  (Cooperative) क्षेत्र में हजारों करोड़ का भारी भ्रष्टाचार l


समबाय समितियों द्वारा फसल बीमा योजना में भ्रष्टाचार के विरूद्ध कार्यवाही और दण्ड बीधान l


समबाय समितियों के फर्जी ऋणों के विरूद्ध उच्च स्तरीय जांच एवं कार्यवाही l


समबाय समितियों द्वारा न्यूनतम सब्सिडी मूल्य पर खरीदे गए अनाज में घोर भ्रष्टाचार की जांच l


समबाय समितियों में अवैध नियुक्ति की जांच l


नई समबाय समितियों के गठन में अनियमितता l
समबाय समिति समुह को बंद करना चाहिए या करप्शन को बंद करके करप्शन करनेवाले ऑफिसर को दण्डित करना चाहिए l


ग्राम पंचायत स्तर प्रथम पर मनरेगा योजना के वर्षों के महाघोटालों की केन्द्रीय स्तर से जांच के साथ कार्यवाही l


प्रधानमंत्री आवास योजना एवं राशन कार्ड  में हुए महाभ्रष्टाचार की जांच एवं कार्यवाही l


मो ओडिशा नवीन ओडिशा  में भ्रष्टाचार l


कृषि उत्पादन बढ़ाने के लिए इरिगेशन सिस्टम को पुन्न कार्यकारी करना पड़ेगा l नदी नाल समुह में प्रति 15 किलोमीटर में एक एक आनिकट Barrage बनाकर खेत को पानी देना पड़ेगा l 


तटीय ओडिशा और राजधानी भुवनेश्वर और अलग अलग जिल्ला मे रोहिगिया और बांग्लादेशी घुसपैठियों को लेकर सर्कार को कुछ सकारात्मक भूमिका निभाना पड़ेगा l


केंद्र सरकार का जनसेबा केंद्र को चुनौती देकर ओडिशा बीजेडी सर्कार द्वारा बनाया गया सहज परिचालित मो सेवा केंद्र समुह का ऑफिसर पर बीजेडी का एजेंट होके कार्य करना, फसल बीमा, प्रमाणपत्र और टीवी वितरण में घोटाला के साथ ओकाक मे घोटाला सामने आया है l IT Secretary का देश छोड़ के भागना l बड़ा इशू होगा l


कृषि, उद्यान, सिंचाई,  निर्माण, फोरेस्ट विभाग, खनिज विभाग, इलेक्ट्रिक विभाग  में भ्रष्टाचार की जाँच एवं सुधार करना चुनौती पूर्ण होगा l


रथयात्रा, रत्न-भंडार खोलना एवं राष्ट्रपति का आगमन:- महाप्रभु की विश्व प्रसिद्ध रथयात्रा सामने है।  यह नई सरकार और मुख्यमंत्री की पहली प्राथमिकता है.  कार्य को सुचारु रूप से निष्पादित करने में बड़ी चुनौतियाँ आएंगी।  इस रथयात्रा में महामहिम राष्ट्रपति दौपदी मुर्मू शामिल होंगी.  राष्ट्रपति की यात्रा सुचारू रूप से रथयात्रा के साथ संपन्न होगी. 
 
इसी तरह सत्ताधारी दल का चुनावी वादा है रत्न भंडार खोलना.  इसे कानूनी तौर पर करना भी एक बड़ी चुनौती होगी.


केंद्र और राज्य के बीच समन्वय :- केंद्र और राज्य में बीजेपी की सरकार है.  यानी ओडिशा में डबल इंजन सरकार. 


नई दिल्ली और भुवनेश्वर के बीच समन्वय बनाए रखना भी मनोज के लिए एक चुनौती है.  केंद्र और राज्यों के बीच न केवल अच्छे संबंध होने चाहिए, बल्कि गहन सोच-विचार के साथ स्थिति का सामना करना चाहिए और समस्याओं का समझदारी से समाधान करना चाहिए।  विभिन्न शक्ति केन्द्रों के दबाव का सामना करना पड़ सकता है। 


शासन व्यवस्था में स्थिरता :- शासन व्यवस्था में स्थिरता लाना मनोज के लिए एक चुनौती होगी। 
बीजेडी लंबे समय तक सत्ता में रही और उसने कार्यकारिणी के हर स्तर पर अपने वफादार अधिकारी रखे।  इसलिए, राज्य में पहली भाजपा सरकार का प्रदर्शन कार्यपालिका के प्रदर्शन पर निर्भर करता है।  और अब पूरी जिम्मेदारी मनोज के कंधों पर होगी. 


प्रशासनिक चेहरा:- राजनीति में घुसपैठ के आरोपों से प्रशासनिक तंत्र बदनाम हुआ है।  कार्यपालिका की निष्पक्षता पर सवाल.  आरोप थे कि कुछ आईएएस और आईपीएस अधिकारी पक्षपातपूर्ण काम कर रहे हैं.  बीजेपी सरकार में पदाधिकारी रहे मनोज को यह विश्वास जनता के सामने जाहिर करना है. 


जनता के बीच कार्यपालिका की विश्वसनीयता बहाल करनी होगी। 


नवीन पटनायक का निर्णय, योजना की समीक्षा:- नवीन पटनायक के नेतृत्व में बीजेडी ने कई वर्षों तक राज्य पर शासन किया। 24 साल तक सत्ता में रहने के बाद नवीन ने सरकार की विभिन्न योजनाओं और कार्यक्रमों को अपने हाथ में ले लिया.  जिसे बीजेपी विपक्ष में रहते हुए नापसंद करती थी. 


बीजेपी ने पहले भी हमारे ओडिशा, नवीन ओडिशा, बीएसकेवाई, मिशन शक्ति को निशाना बनाया है.  इसे रोकना या वैकल्पिक व्यवस्था करना मनोज की देखरेख में हो सकता है.  जो एक बड़ी चुनौती पैदा करेगा. फूंक-फूंक के पेर रख कर प्रगति के और बढ़ना बहुत मुश्किल लगता है l

Tuesday, July 2, 2024

COASTAL NEWS ODIA 1882 ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍

COASTAL NEWS ODIA 1882

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ୍


ଭୁବନେଶ୍ବର (CNO) ରାଜ୍ୟରେ ବଦଳିଛି ସରକାର । ଦୀର୍ଘ ୨୫ ବର୍ଷ ପରେ ନୂଆ ମୂଖ୍ୟମନ୍ତ୍ରୀ ପାଇଛି ଓଡ଼ିଶା । ଆଉ ତାଙ୍କୁ ବି ସବୁଠି ଆଦର ମିଳୁଛି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସେ ଜଣାଶୁଣା । ସମସ୍ତେ କହୁଛନ୍ତି ମୋହନ ମାଝୀ ପ୍ରକୃତ ମୁଖ୍ୟମନ୍ତ୍ରୀ। ତେବେ ସରକାର ବଦଳି ଥିବାବେଳେ ସମାନ ଧାରା ମଧ୍ୟ ରାଜ୍ୟ ପ୍ରଶାସନରେ ମଧ୍ୟ ଦେଖିବାକୁ ମିଳିଛି । 

୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ମନୋଜ ଆହୁଜା ମୋହନ ସରକାରର ମୁଖ୍ୟ ଶାସନ ସଚିବ ଭାବେ ଗତ ରବିବାର ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି । 

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ କାର୍ଯ୍ୟପାଳିକାର ଶୀର୍ଷ ଅଧିକାରୀ ହେବେ ମନୋଜ । ତେବେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରାଶାସନିକ ଗ୍ରହଣୀୟତା, କେନ୍ଦ୍ର-ରାଜ୍ୟ ସମନ୍ୱୟ, ଶାସକ ଦଳର ପ୍ରତିଶ୍ରୁତି ଓ ଲୋକଙ୍କ ଭାବାବେଗ ସହିତ ଜଡିତ ମହାପ୍ରଭୁ ଶ୍ରୀଜଗନ୍ନନାଥଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମନୋଜଙ୍କ ପାଇଁ ଆହ୍ବାନ ସଦୃଶ ହେବ । ଆଦିତ୍ୟ ହେଲେ ନବୀନଙ୍କ ବ୍ୟକ୍ତିଗତ ସଚିବ ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଚ୍ୟାଲେଞ୍ଜ ରହିବ । ଆସନ୍ତା କିଛି ଦିନରରେ ପଡୁଥିବା ଚିରାଚରିତ କାର୍ଯ୍ୟକ୍ରମ ସହ ଦୀର୍ଘକାଳୀନ ଚ୍ୟାଲେଞ୍ଜ । ତାହା ସହ ବିଜେପିର ପ୍ରତିଶ୍ରୁତି। 

ଆସନ୍ତାବର୍ଷ ଜାନୁଆରୀ ପହିଲା ମନୋଜଙ୍କ ଅବସର ଧାର୍ଯ୍ୟ ରହିଛି । ଆଉ ଏହି ୬ ମାସ ମଧ୍ୟରେ ମନୋଜଙ୍କ ଦକ୍ଷତା ତାଙ୍କ କର୍ଯ୍ୟକାଳ ବୃଦ୍ଧିର ମାପକାଠି ହୋଇପାରେ । ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ :- 

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ପୁଳାଏ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି । 

ଏହା ମଧ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, 

କୃଷକଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା, 

ଶ୍ରୀମନ୍ଦିରର କର୍ପସ ଫଣ୍ଡ ପ୍ରତିଷ୍ଠା ସହ ଅନେକ ପ୍ରତିଶ୍ରୁତି ରହିଛି । 

ସେହିପରି ଦୁର୍ନୀତି ବିରୋଧରେ ଅଭିଯାନ ପରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପୂରଣର ଗୁରୁ ଦାୟିତ୍ୱ ମନୋଜଙ୍କ ଉପରେ ରହିବ । ବେଶ ସତର୍କତାର ସହ ମନୋଜଙ୍କୁ ପ୍ରଭାବଶାଳୀ ନିଷ୍ପତ୍ତି ନେବାକୁ ପଡିବ । 
 
ରଥଯାତ୍ରା, ରତ୍ନଭଣ୍ଡାର ଖୋଲା ଓ ରାଷ୍ଟ୍ରପତିଙ୍କ ଗସ୍ତ :- ଆଗକୁ ରହିଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନୂଆ ସରକାର ଓ ମୁଖ୍ୟ ଶାସନ ସଚିବଙ୍କର ଏହା ପ୍ରଥମ ପ୍ରାଥମିକତା । ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ବଡ଼ ଚ୍ୟାଲେଞ୍ଜ ରହିବ । ଏହି ରଥଯାତ୍ରାରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁରୁଖୁରୁରେ ରଥଯାତ୍ରା ସହ ରାଷ୍ଟ୍ରପତିଙ୍କ ଗସ୍ତ ସମାପନ ଦାଇତ୍ୱ ରହିବ । ସେହିପରି ରତ୍ନ ଭଣ୍ଡାର ଖୋଲିବା ଶାସକ ଦଳର ନିର୍ବାଚନୀ ପ୍ରତିଶ୍ରୁତି ରହିଛି । ଏହାକୁ ବିଧି ଅନୁସାରେ କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ହେବ । 

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ :- କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ଅର୍ଥାତ ଓଡିଶାରେ ଡବଲ ଇଞ୍ଜିନ ସରକାର । 

ନୂଆଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରଖିବା ମଧ୍ୟ ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କେବଳ ସୁସମ୍ପର୍କ ନୁହେଁ, ଗଭୀର ଚିନ୍ତନ ସହ ପରିସ୍ଥିତିର ସାମନା କରିବା ସହ ବୁଦ୍ଧିମତାର ସହ ସମସ୍ୟାର ସମାଧାନ କରିବାକୁ ପଡିବ । ବିଭିନ୍ନ କ୍ଷମତା କେନ୍ଦ୍ରର ଚାପ ସମ୍ଭାଳିବାକୁ ପଡିପାରେ । 

ଶାସନ ବ୍ୟବସ୍ଥାରେ ସ୍ଥିରତା :- ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିବା ମନୋଜଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଜେଡି ଲମ୍ବା ସମୟ ଧରି ଶାସନରେ ରହିବା ସହ କାର୍ଯ୍ୟପାଳିକାର ପ୍ରତି ସ୍ତରରେ ନିଜ ବିଶ୍ୱସ୍ତ ଅଧିକାରୀଙ୍କୁ ରଖିଥିଲା । ତେଣୁ କାର୍ଯ୍ୟପାଳିକାର ପ୍ରଦର୍ଶନ ଉପରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ପ୍ରଦର୍ଶନ ନିର୍ଭର କରୁଛି । ଆଉ ଏହାର ପୂରା ଦାୟିତ୍ୱ ଏବେ ମନୋଜଙ୍କ କାନ୍ଧରେ ରହିବ । 

ପ୍ରଶାସନିକ ଚେହେରା:- ରାଜନୀତିରେ ଅନୁପ୍ରବେଶ ଅଭିଯୋଗ ସହ ନେଇ ବଦନାମ ହୋଇଛି ପ୍ରଶାସନିକ ବ୍ୟବସ୍ଥା । କାର୍ଯ୍ୟପାଳିକାର ନିରପେକ୍ଷତାକୁ ନେଇ ପ୍ରଶ୍ନ । କିଛି ଆଇଏଏସ ଓ ଆଇପିଏସ ଦଳୀୟ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ରହିଥିଲା । ବିଜେପି ସରକାରରେ ଅଧିକାରୀ ଯେ ନିରପେକ୍ଷ ମନୋଜଙ୍କୁ ଏହି ବିଶ୍ୱାସ ଜନସାଧାରଣରେ ପ୍ରକାଶ କରିବାକୁ ପଡିବ । 

ଜନତାଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବିଶ୍ୱସନୀୟତା ଫେରାଇ ଆଣିବାକୁ ପଡିବ । ନବୀନଙ୍କ ନିଷ୍ପତ୍ତି, ଯୋଜନା ସମୀକ୍ଷା :- ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କରିଥିଲା ବିଜେଡି । 

୨୪ ବର୍ଷ କ୍ଷମତାରେ ରହିବା ସହ ନବୀନ ସରକାରର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯାହାକୁ ବିରୋଧୀରେ ଥିବା ସମୟରେ ବିଜେପି ନାପସନ୍ଦ କରିଛି । 

ଆମ ଓଡ଼ିଶା, ନବୀନ ଓଡିଶା, BSKY, ମିଶନଶକ୍ତିକୁ ଅତୀତରେ ଟାର୍ଗେଟ କରିଛି ବିଜେପି । ଏହାକୁ ବନ୍ଦ କରିବା କିମ୍ବା ଏଗୁଡିକର ବିକଳ୍ପ ବ୍ୟବସ୍ଥା କରିବା ମନୋଜଙ୍କ ତତ୍ୱାବଧାନରେ ହୋଇପାରେ । ଯାହା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

Monday, July 1, 2024

COASTAL NEWS ODIA 1881 ବିଶ୍ୱବିଜେତା ଭାରତ

COASTAL NEWS ODIA 1881

ବିଶ୍ୱବିଜେତା ଭାରତ 


ମୁମ୍ବାଇ - (CNO) ବିଶ୍ବ ଚମ୍ପିଆନ୍‌ ହୋଇ ଦେଶକୁ ଫେରୁଛି ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଟି୨୦ ବିଶ୍ବକପ୍‌ ବିଜୟୀ ଦଳ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଟ୍ବିଟ୍‌ କରି ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହ । କେତେ ଟଙ୍କା ମିଳିଲା ଜାଣନ୍ତୁ,

ଦୀର୍ଘ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ୧୧ ବର୍ଷ ପରେ ଭାରତକୁ ଆସିଛି ଆଇସିସି ଟ୍ରଫି । ୨୦୦୭ ପରେ, ଅର୍ଥାତ ୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆ ଜିତିଛି କୌଣସି ଟି୨୦ ବିଶ୍ବକପ୍‌ ଟ୍ରଫି । ଏହାପରେ ଭାରତୀୟ ଦଳ ଉପରେ ବର୍ଷିଛି ଟଙ୍କା । ଚମ୍ପିଆନ୍‌ ଦଳକୁ ପୂର୍ବ ନିର୍ଦ୍ଧାରିତ ୨୦.୪୨ କୋଟି ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । 

ଟି୨୦ ବିଶ୍ବକପ୍‌ ୨୦୨୪ ବିଜେତା ଭାରତୀୟ ଦଳ ଉପରେ ବିସିସିଆଇ ମଧ୍ୟ ବର୍ଷା କରିଛି ଟଙ୍କା । ବିଶ୍ବକପ୍‌ ବିଜୟୀ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।



ବିଶ୍ବ ଚମ୍ପିଆନ ହୋଇଛି ଭାରତ । ଚଳିତ ଟି20 ବିଶ୍ବକପ୍ 2024 ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଛି ବିଶ୍ବକପ୍ ଟ୍ରଫି । ଏଥିପାଇଁ ଭାରତବାସୀଙ୍କୁ କିଛି କମ ଦିନ ଅପେକ୍ଷା କରିବାକୁ ପଡ଼ିନି । ୨୦୧୩ରେ ଶେଷ ଆଇସିସି ଟ୍ରଫି ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏହାପରେ ଗୋଟିଏ ଆଇସିସି ଟ୍ରଫି ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୧୧ ବର୍ଷ । 

୨୦୧୪ରୁ ଭାରତୀୟ ଦଳ ୧୦ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ମଧ୍ୟ ଭାଗ୍ୟର ସାଥ ପାଇନଥିଲା । ହେଲେ ଶେଷରେ ୨୦୨୪ ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବା ପରେ ସବୁ ଅପେକ୍ଷାର ଘଟିଥିଲା ଅନ୍ତ । ଅସୀମ ଆନନ୍ଦ ପାଇଥିଲେ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀ । ୨୦୦୭ ପରେ ଏହା ଭାରତ ପାଇଁ ପ୍ରଥମ ଟି୨୦ ବିଶ୍ବକପ୍‌ । ଅର୍ଥାତ ଦ୍ବିତୀୟ ଟି୨୦ ବିଶ୍ବକପ୍‌ ଜିତିବାକୁ ଭାରତୀୟ ଦଳକୁ ୧୭ ବର୍ଷ ଲାଗିଗଲା ।


ସେ ଯାହା ହେଉ, ଏହି ପ୍ରଦର୍ଶନରେ ସାରା ଦେଶ ଆମ ଖେଳାଳିଙ୍କ ଉପରେ ଖୁସି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବା ଖୁସି ନହେବ କେମିତି । ଭାରତୀୟ ଦଳର ଏପରି ପ୍ରଦର୍ଶନ ପରେ ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ୧୦ କି ୨୦ କୋଟି ନୁହେଁ, ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ ।  

୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା. ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୪ ଜିତିଥିବାରୁ ଟିମ୍‌ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ କ୍ରୀଡ଼ା ପ୍ରଦର୍ଶନ କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି ।"

Sunday, June 30, 2024

COASTAL NEWS ODIA 1880 ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଜି କରିବେ ଦାୟିତ୍ଵ ଗ୍ରହଣ

COASTAL NEWS ODIA 1880

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଜି କରିବେ ଦାୟିତ୍ଵ ଗ୍ରହଣ


ଭୁବନେଶ୍ବର (CNO) ଆଜି ଦାୟିତ୍ଵ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଆ । ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପହଞ୍ଚିିଛନ୍ତି । ଆଜି ଅପରାହ୍ନରେ ସେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ।


ଆଜି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ମନୋଜ ଆଜି ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି । ମନୋଜ ଆହୁଜା ୧୯୯୦ କ୍ୟାଡର ଆଇଏଏସ୍ ଅଧିକାରୀ ।



ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୧୦ରେ ଖଣି ଓ ଇସ୍ପାତ ସଚିବ, ୨୦୧୨ ଯୁବ ଓ କ୍ରୀଡ଼ା ସଚିବ ଓ ୨୦୧୫ରେ ସମବାୟ ସଚିବ ଥିଲେ । ୨୦୧୭ ଡିସେମ୍ବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସିବିଏସଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

Saturday, June 22, 2024

ଶ୍ରୀଜଗନ୍ନାଥ ଦର୍ଶନ ବିଧି

COASTAL NEWS ODIA 1879

⚫‼️⚫🌹‼️⚫‼️⚫ 🌹🌹           
*ଶ୍ରୀଜଗନ୍ନାଥ ଦର୍ଶନ ବିଧି* 
(ସଂଗୃହିତ) 
                                     

ପ୍ରଥମେ ସିଂହଦ୍ୱାର ଗୁମୁଟ ମଧ୍ୟରେ
 ଦକ୍ଷିଣ ଭାଗରେ ଥିବା 
(1)୨୨ ଭୂଜ ନୃସିଂହ , 
(2)ପତିତପାବନ ଦର୍ଶନ।

ବାମ ଭାଗେ ଥିବା 
(୩)ମହାବୀର ଗଣେଶ ଆଦି ଦର୍ଶନ।
(୪)୨୨ ପାହାଚ ରେ ଥିବା *ଯମ ଶିଳା* ଉପରେ ଠିଆ ହୋଇ ନୀଳଚକ୍ର ଦର୍ଶନ।
(୫)ବାମ ଭାଗେ ଥିବା 
କାଶୀ ବିଶ୍ଵନାଥ , 
ଶ୍ରୀ ରାମ ଚନ୍ଦ୍ର , 
ନୃସିଂହ ଆଦି ଙ୍କୁ ଦର୍ଶନ।
(୬)ବାଇଶି ପାହାଚ ଅତିକ୍ରମ।

*କୂର୍ମ ବେଢ଼ା ପ୍ରବେଶ ପରେ*
ବାମ ଭାଗ ରୁ, ବେଢ଼ା ପରିକ୍ରମା ଆରମ୍ଭ। 
(୧)ସତ୍ୟ ନାରାୟଣ ଙ୍କ ଦର୍ଶନ।
(୨)କଳ୍ପ ବଟ ମୂଳେ ଥିବା ବାଳ ମୁକୁନ୍ଦ, ଦର୍ଶନ।
(୩)ହରି ସହଦେବ ମନ୍ଦିର, 
(୪)ବଟ ଜଗନ୍ନାଥ , 
(୫)ବଟ ଗଣେଶ , 
(୬)ପଞ୍ଚ ମହାଦେବ , 
(୭)ବଟ ମଙ୍ଗଳା 
(୮)କଳ୍ପବଟ , 
(୯)ଇନ୍ଦ୍ରାଣୀ ମନ୍ଦିର , 
(୧୦)କୁତ୍ତାମ ଚଣ୍ଡୀ , 
(୧୧)ଅନନ୍ତ ଶୟନ , 
(୧୨)ମୁକ୍ତି ମଣ୍ଡପ , 
ମୁକ୍ତି ମଣ୍ଡପ ନିକଟସ୍ଥ 
(୧୩)ଆଦି ନୃସିଂହ ,
(୧୪)ରୋହିଣୀ କୁଣ୍ଡ , 
(୧୫)ବିମଳା ଠାକୁରାଣୀ, 
(୧୬)ସାକ୍ଷୀ ଗୋପାଳ, 
(୧୭)କାଞ୍ଚି ଗଣେଶ , 
(୧୮)ନିଶା ନୃସିଂହ , 
(୧୯)ନିଶା ବରାହ , 
(୨୦)ସରସ୍ଵତୀ ମନ୍ଦିର, 
(୨୧)ଭୁବନେଶ୍ଵରୀ ଠାକୁରାଣୀ
(୨୨)ଷଷ୍ଠୀ ଦେବୀ , 
(୨୩)ନୀଳମାଧବ , 
(୨୪)ବେଢ଼ା କାଳୀ , 
(୨୫)ମହାଲକ୍ଷ୍ମୀ ମନ୍ଦିର , 
(୨୬)ନବଗ୍ରହ ମନ୍ଦିର , 
(୨୭)ସୂର୍ଯ୍ୟ ମନ୍ଦିର , 
(୨୮)ନିଶା ତ୍ରିବିକ୍ରମ ,  
(୨୯)ଶ୍ରୀ ରାମ ଚନ୍ଦ୍ର ମନ୍ଦିର ,
(୩୦) ହୟଗ୍ରିବ, 
(୩୧)ପାତାଳେଶ୍ୱର ମହାଦେବଙ୍କ ଦର୍ଶନ କରି  

*ସାତ ପାହାଚ ଦେଇ, ବଡ଼ ଦେଉଳ ର ନାଟ ମଣ୍ଡପ କୁ ପ୍ରବେଶ*

ପ୍ରଥମେ ଗରୁଡ଼ ପଛ ଭାଗରୁ , 
(୧)ଶିବ ଓ ବ୍ରହ୍ମା ଙ୍କୁ ଦର୍ଶନ କରି,
(୨)ମହାପ୍ରଭୁଙ୍କ ଦର୍ଶନ।  
(୩)ଗରୁଡ ଖମ୍ୱ କୁ ଆଲିଙ୍ଗନ। 

*ନାଟ ମଣ୍ଡପ ମଧ୍ୟରେ ଥିବା, ସମସ୍ତ ଦେବତା ଙ୍କୁ ଦର୍ଶନ*

*ଜଗମୋହନ କୁ ପ୍ରବେଶ*
ଜଗ ମୋହନ ନଣ୍ଡାବର୍ତ୍ତ ନିକଟରେ 
(୧)ଜୟ ବିଜୟ ଙ୍କୁ ନମସ୍କାର। 
ଜଗମୋହନ ମଧ୍ୟରେ 
କୋଟି କୈବଲ୍ୟ ନାଥ 
*(୨)ମହାପ୍ରଭୁ ଙ୍କୁ ଦର୍ଶନ* 

ବାହାର ଭଣ୍ଡାର ଘରେ 
(୩)ଦେବ ଦେବ ଲୋକନାଥ , 
(୪)ଦେବୀ ଦୁର୍ଗା , 
(୫)ଶୟନ ଦିଅଁ ଆଦି ଙ୍କୁ ଦର୍ଶନ।

*ବେହରଣ ଦ୍ଵାର ଦେଇ ବାହାରକୁ ବାହାରି*
  
ଦକ୍ଷିଣ ଘରେ 
(୬)ସମସ୍ତ ଚଳନ୍ତି ବିଗ୍ରହ ଙ୍କୁ ଦର୍ଶନ। 

*ଆନନ୍ଦ ରେ,  ଆନନ୍ଦ ବଜାର ରେ ପ୍ରବେଶ*

(୧)ମହାପ୍ରସାଦ ସେବନ।
(୨)ସ୍ନାନ ବେଦୀ, ଦର୍ଶନ।

ଉତ୍ତର ଭାଗରେ ଥିବା  
(୧)ଇଶାଣେଶ୍ୱର ମହାଦେବ ,  
(୨)ଶୀତଳା ଠାକୁରାଣୀ , 
(୩)ମହାବୀର , 
(୪)କୋଇଲି ବୈକୁଣ୍ଠ ଦର୍ଶନ।
  
*ପଶ୍ଚିମ ଭାଗରେ ଥିବା* 
(୧)କାନ ପତା ମହାବୀର , 
(୨)ଚାରି ଧାମ ମନ୍ଦିର , 
(୩)ନିଳାଦ୍ରୀ ଉପବନ ଏବଂ 

*ଦକ୍ଷିଣ ପାର୍ଶ୍ଵ ରେ* 
(୧)ଶ୍ରୀ ରାମ ଚନ୍ଦ୍ର ମନ୍ଦିର, 
(୨)ବାର ଭାଇ ହନୁମାନ , 
(୩)ଭାଗବତ ମନ୍ଦିର ଆଦି ଦର୍ଶନ ବିଧେୟ। 
🙏
ଏହି ପ୍ରକାର ଦର୍ଶନ କରିବା ଦ୍ୱାରା 
ମହାପ୍ରଭୁ ଶ୍ରୀ ନୀଳାଦ୍ରୀ ନାଥଙ୍କ ଦର୍ଶନ କରିବା ର ସମସ୍ତ ଫଳ ପ୍ରାପ୍ତ ହୋଇଥାଏ।
🙏🙏🙏🙏🙏🙏🙏🙏🙏🙏🙏
ଦେବନୀତି*....
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ । ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ।

#ଧୂପ_-_::
ଯେତେବେଳେ ଅମୁଣିଆ ଷୋଡ଼ଶୋପଚାର (ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଓ ମୁଖବାସ) ବିଧିରେ ଅର୍ପଣ କରାଯାଏ । ପ୍ରତ୍ୟେକ ଧୂପ ପୂର୍ବରୁ ପ୍ରତିହାରୀ ଭୋଗ ବିଧିପୂର୍ବକ ଡାକନ୍ତି ଓ ଭୋଗ ଆଗରେ ଆସନ୍ତି । ଯଦି ଭୋଗ ଆସିବାକୁ ବିଳମ୍ବ ହୁଏ ତେବେ ସେ ରୋଷଘର ପାଖରେ ଅପେକ୍ଷା କରନ୍ତି । ଭୋଗ ନ ଆସିବା ପର୍ଯ୍ୟନ୍ତ ସେ ରୋଷରୁ ଫେରିବା ନିଷେଧ । ଭୋଗ ଆସିବା ପରେ ତିନିଜଣ ପୂଜାପଣ୍ଡା ଉତ୍ତରାଭିମୁଖି ହୋଇ ପିଢ଼ାରେ ବସି ତିନିବାଡ଼ରେ (ବଳଭଦ୍ରଙ୍କ ବାଡ଼ ବା ବଡ଼ବାଡ଼, ଶ୍ରୀଜଗନ୍ନାଥଙ୍କ ବାଡ଼ ବା ମହାପ୍ରଭୁଙ୍କ ବାଡ଼ ଓ ସୁଭଦ୍ରାଙ୍କ ବାଡ଼ ବା ମଝିବାଡ଼) ବଳଭଦ୍ରଙ୍କୁ ଦ୍ଵାଦଶାକ୍ଷର ବାସୁଦେବ ମନ୍ତ୍ର, ଶ୍ରୀଜଗନ୍ନାଥଙ୍କୁ ଅଶ୍ଟଦଶାକ୍ଷର ଗୋପାଳ ମନ୍ତ୍ର ବା ରାଜ ମନ୍ତ୍ର ଓ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ମନ୍ତ୍ରରେ ପୂଜା କରନ୍ତି ।

#ସକାଳ ଧୂପ (ପ୍ରଥମ ଧୂପ)-_-::
(ସକାଳ୧୦.୦୦): ଏହା ଦିନର ପ୍ରଥମ ସଙ୍ଖୁଡ଼ି ନୈବେଦ୍ୟ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଏ । ଏହା 'କୋଠ ଭୋଗ' ବା 'ରାଜଭୋଗ' ଭାବେ ପରିଚିତ[1]

#ବଡ଼କାନ୍ତି: ୫ଶରା

#ସାନକାନ୍ତି: ୩ଶରା

#ଏଣ୍ଡୁରି: ୬ଟି (ପ୍ରତ୍ୟେକ ୨ ଖଣ୍ଡରେ ବିଭକ୍ତ, ମୋଟ ୧୨ ଖଣ୍ଡ)

#ପିଠା_ପୁଳି: ୪ଶରା

#ମିଠା_ପୁଳି: ୬ଟି

#ଦହି_ଅମାଲୁ (ମାଲପୁଆ) ଓ ଗ୍ରେ: ୧ ଶରା

#ହଂସକେଳି: ୨ଶରା

#କାକପୁଆ_ଝିଲ୍ଲି: ୪ଟି

#ଅଦା_ପାଚେଡ଼ି: ୪ଶରା

#ବୁନ୍ଦିଆ: ୧ସରା

#ବଡ଼_କଣିଆ: ୩କୁଡୁଆ

#ସାନ_କଣିଆ: ୨କୁଡୁଆ

#ତଥା_ଖେଚୁଡ଼ି: ୬ଖୁଡ଼

#ନୁଖୁରା_ଖେଚୁଡ଼ି: ୩

#ସାନ_ଖେଚୁଡ଼ି: ୩

#ଶ୍ରୀବଳଭଦ୍ର_ଖେଚୁଡ଼ି: ୨ କୁଡ଼ୁଆ

#ତୈଳ_ଖେଚୁଡ଼ି: ୩

#ମେଣ୍ଢା_ମୁଣ୍ଡିଆ: ୧ଟି

#ଶାଗ: ୫

#ପୂଜାପଣ୍ଡାଙ୍କ_ପାଇଁ_ଚଣ୍ଡ: ୯

#ମଧ୍ୟାହ୍ନ ଧୂପ ବା ଦିପହର ଧୂପ (ଦ୍ଵିତୀୟ ଧୂପ) -_-::

(ମଧ୍ୟାହ୍ନ ୧୨.୩୦ ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ । ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।

#ବଡ଼ପିଠା: ୪ଶରା

#ବଡ଼_କାକରା: ୯ଟି

#ସାନକାକରା: ୪ଶରା

#ବଡ଼_ପୁଷ୍ପାଳକ_ଆରିସା: ୧୦

#ବଡ଼_ଆରିସା: ୧୮ଟି

#ସାନ_ଆରିସା: ୨୧ ଟି

#ପାଗ_ଆରିସା: ୯

#ବୋକ_ଆରିସା:୬

#ମଥା_ପୁଳି:୧୭ଟି

#ବଡ଼_ବଡ଼: ୯ଟି

#ଚଢ଼େଇ_ନଦା: ୨ଓଳି

#ଚଢ଼େଇନଦା_ଗୁଳା: ୧୦ଟି

#ସୁଆର ମନୋହର: ୩୦

#ମନୋହର: ୮

#ବଡ଼_ଖଇରଚୁଳ: ୧

#ସାନ_ଖଇରଚୁଳ: ୪

#ଗଜା: ୧ ଓଳି (୨୪ଟି)

#ବିରି_ବଡ଼ି: ୪ ଓଳି

#ଥାଳି_ଅନ୍ନ (ବଳଭଦ୍ରଙ୍କ ନିମନ୍ତେ): ୯ କୁଡୁଆ

#ଥାଳି_ଅନ୍ନ (ଜଗନ୍ନାଥଙ୍କ ନିମନ୍ତେ): ୪ କୁଡୁଆ

#ଥାଳି_ଅନ୍ନ (ସୁଭଦ୍ରାଙ୍କ ନିମନ୍ତେ): ୨ କୁଡୁଆ

#ଥାଳି_ଅନ୍ନ (ସୁଦର୍ଶନ ଚକ୍ରଙ୍କ ନିମନ୍ତେ): ୨ କୁଡୁଆ

#ସାନ_ଓଳି_ଓରିଆ (ଅନ୍ନ): ୪ ଓଳି

#ଭୋଗ_ଓଡ଼ିଆ_ବଡ଼: ୧୦ ଓଳି

#ପୀତ_ଅନ୍ନ: ୪ଓଳି

#ମୁଗ_ଡାଲି: ୪ ଓଳି

#ସାନ_ଓଳି_ମରିଚି_ପାଣି: ୪ଓଳି

#ବଡ଼_ଓଳି_ମରିଚି_ପାଣି: ୪ଓଳି

#ସାନ_ମ୍ବ: ୫ ଓଳି

#ବଡ଼_ଖିରିସା: ୧ ଓଳି

#ଓଳି_ବଡ଼_ଖିରିସା: ୪ଓଳି

#ସୁବାସ_ପଖାଳ: ୧୧ ଓଳି

#ଛେନା_ପିଠା: ୨ଶରା

#ଶାକର: ୨ଓଳି

#ପନକ: ୫ଓଳି

#କଦମ୍ବ_ହାଣ୍ଡି: ୩ଟି

#ଝଣ୍ଡା_ତଡ଼ା: ୧

#ମରିଚୀ_ଲଡ଼ୁ: ୫୦

#ଥାଳି_ପକା_ଢଉଳ: ୯

#ତ୍ରିପୁରି: ୫ସରା

#ସନ୍ଧ୍ୟା ଧୂପ (ତୃତୀୟ ଧୂପ)-_-::

(ସନ୍ଧ୍ୟା ୭.୦୦ ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ । ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ।

#ପାଣି_ପଖାଳ:୨୩ ଓଳି

#ଚିପୁଡ଼ା_ପଖାଳ: ୧୪ ଓଳି

#ସାନ_ଓଳି_ପଖାଳ: ୨ ଓଳି

#କଣର_ପୁଳି: ୩ଓଳି

#ହାତ_ପୋଡ଼ା_ଅମାଲୁ: ୭

#ବଡ଼_ଅମାଲୁ (ମାଲପୁଆ):୨୧

#ସାନ_ଅମାଲୁ (ମାଲପୁଆ): ୮୩

#ଶାକର: ୫ଓଳି

#ମଠ_ପୁଳି: ୨୨

#ଭୋଗ

ଯେତେବେଳେ ଅମୁଣିଆ ପଞ୍ଚୋପଚାର (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ ।

ଗୋପାଳ ବଲ୍ଲଭ ଭୋଗ  (ପ୍ରଥମ ଭୋଗ)

(ସକାଳ ୮.୩୦): ଦିନର ପ୍ରଥମ ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଳ୍ଳଭ ପିଣ୍ଡିରେ ପଞ୍ଚୋପଚାର ବିଧିରେ ସେବାୟତ ମାନେ ଏହି ନୈବେଦ୍ୟ ଅର୍ପଣ କରନ୍ତି । ଅଣସର ସମୟରେ ଏହା ଜୟ ବିଜୟ ଦ୍ଵାର ନିକଟରେ ସର୍ପମଣୋହି ଭାବେ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କର ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ଏହି ଭୋଗ ପହଲି ଭୋଗ ସହ ଅର୍ପଣ କରାଯାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ସକାଳ ଧୂପ ସହ ଅର୍ପଣ କରାଯାଏ । (ପୂର୍ବେ ଏହି ଦୁଇଯାତ୍ରାରେ ବିଗ୍ରହମାନେ ରତ୍ନସିଂହାସନ ଛାଡି ବାହାର ବିଜେ କରୁଥିବାରୁ ଏଭଳି ନୀତି ଅନୁସୃତ ହେଉଥିଲା । କିନ୍ତୁ ଗଉଡିଆ ଗୋବିନ୍ଦଦେବଙ୍କ ସମୟରେ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ବିଜୟ ପ୍ରତିମା ମଦନମୋହନ (ଦୋଳଗୋବିନ୍ଦ) ଙ୍କୁ ବିଜେ କରାଗଲା । ବର୍ତ୍ତମାନ ଦୋଳବେଦୀକୁ ବିଜୟ ପ୍ରତିମା ଆସିଲେ ମଧ୍ୟ ପୂର୍ବ ପରମ୍ପରା ରକ୍ଷା କରାଯାଉଛି ।)

#ବଲ୍ଲଭ_ଖଇ: ୪୪ ଓଳି,

#ପାଚିଲା_କଦଳୀ: ୭ଟି,

#ନଡ଼ିଆ_ଖୁଡ଼ି: ୩ଶରା,

#କୋରା (ବଡ଼): ୨୯ ଟି,

#କୋରା (ଛୋଟ): ୨୨୦ଟି

ଭୋଗ ମଣ୍ଡପ ଭୋଗ ବା ବଡ଼ସଙ୍ଖୁଡ଼ି ଭୋଗ (ଦ୍ଵିତୀୟ ଭୋଗ)

(ସକାଳ ୧୧.୦୦) : ବଡ଼ସଙ୍ଖୁଡ଼ି ଭୋଗ ବା ଛତ୍ର ଭୋଗ ଭାବେ ପରିଚିତ ଏହି ଭୋଗ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଅଷ୍ଟମ ଶତାବ୍ଦିରେ ଆରମ୍ଭ କରା ଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ଏହି ଭୋଗର କୌଣସି ଖର୍ଚ୍ଚଭାର ବହନ କରନ୍ତି ନାହିଁ। ବିଭିନ୍ନ ମଠ ତଥା ତୀର୍ଥଯାତ୍ରୀମାନଙ୍କୁ ଯଥେଷ୍ଟ ପରିମାଣର ଭୋଗ ଯୋଗାଇବା ଉଦ୍ଦେଶ୍ୟରେ ଏହା ଥ୍ୟଝସୁଆରମାନଙ୍କ ଦ୍ଵାରା ମନ୍ଦିର ରୋଷଶାଳାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ ।ଏହା ସାଧାରଣତଃ ପ୍ରତିଦିନ ଥରେ ହୋଇଥାଏ କିନ୍ତୁ ବିଶେଷ ଦିନମାନଙ୍କରେ ଭୋଗର ଚାହିଦା ମୁତାବକ ଦୁଇଥର ବା ତିନିଥର ଥର ହୋଇଥାଏ । 

#ପଖାଳ

#ଦହି

#କାଞ୍ଜି

#ସାଦା ଅନ୍ନ

#କାନିକା

#ଡାଲି

#ବେସର

#ଖଟା

#ବଡ଼ସିଂହାର ଭୋଗ (ତୃତୀୟ ଭୋଗ)_-_::

(ରାତ୍ର ୧୧.୧୫): ସର୍ବ ଶେଷ ଭୋଗ ରାତିରେ ଦେବତାଙ୍କର ପହଡ଼ ହେବା ପୂର୍ବରୁ ପଞ୍ଚୋପଚାର ବିଧିରେ ରତ୍ନବେଦୀରେ ଅର୍ପଣ କରାଯାଏ ।

ଖୁଆ, ଲହୁଣି, ନଡ଼ିଆ ପାତି, ଖଇ, ଦହି, କଦଳୀ

#ସୁଆର_ପିଠା: ୧ଶରା

#ରୋସ_ପାଇକ: ୧ଶରା

#ମିଠା_ପଖାଳ: ୧୧

#କାଞ୍ଜି: ୩ଓଳି

#ସରପୁଳି ପିଠା: ୫ଶରା

#ବିରି ବୁହା ପିଠା: ୧ଶରା

#ବଡ଼ କଦଳୀ: ୧୫

#କ୍ଷୀରି/ପାୟସ: ୬ଓଳି

[ଓଳି= ଛୋଟ ମାଟି କୁଡୁଆ, ଶରା: ମାଟିର ଛୋଟ ଥାଳିଆ, ଅମାଲୁ: ମାଲପୁଆ, ଓରିଆ: ଦେବତାଙ୍କ ଅନ୍ନ]

#ପର୍ବ ପର୍ବାଣୀ ସମୟର ବିଶେଷ ଭୋଗ-_-::

#ଅଣସର_ସମୟରେ: ଧୁଆମୁଗ ଓ ପଣା

#ଅଣସର_ଏକାଦଶୀ: ଆଷାଢ଼ କୃଷ୍ଣ ଏକାଦଶୀ: ଦଶମୂଳ ମୋଦକ

#ଜନ୍ମାଷ୍ଟମୀ: ରାଶିଲଡୁ, ରାଶିକୋରା

#ଭାଦ୍ରବ_କୃଷ୍ଣ_ଦଶମୀ: ଗୁଆ, ନଡିଆ

#ଭାଦ୍ରବ_ଅମାବାସ୍ୟା: ସପ୍ତପୁରୀ (ସକାଳଧୂପ ସହ)

#କାର୍ତ୍ତିକ_ମାସରେ: ହରିବଲ୍ଲଭ ଲିଆ (ବଲ୍ଲଭ ଭୋଗ ସହିତ)

#ପହିଲିଭୋଗ_-_::

ଧନୁ ସଂକ୍ରାନ୍ତି ଦିନ ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ ।[4] ଧନୁସଂକ୍ରାନ୍ତି ଦିନଠାରୁ ମା' ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ ଖାଇବାକୁ ଦିଅନ୍ତି । ଏହାପରେ ଅନ୍ୟାନ୍ୟ ଧୂପ ସବୁ ହୁଏ । ତେଣୁ ଏହା ପହିଲି ବା ପ୍ରଥମ ଭୋଗ ।

#ବିଶେଷତ୍ଵ_-_::

ବାତ୍ସଲ୍ୟ ରସର ନିଦର୍ଶନ ପହିଲିଭୋଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କ ମାଆଙ୍କ ହାତ ରନ୍ଧା ଖାଇଥାନ୍ତି । ଆକାଶରେ ନକ୍ଷତ୍ର ଥିବା ସହ କୁଆ କା’ କରିବା ପୂର୍ବରୁ ପ୍ରଭୁଙ୍କୁ ପହିଲି ଭୋଗ ଅର୍ପଣ କରିବାର ବିଧି ରହିଛି । ମାଆ ପୁଅପାଇଁ ରୋଷେଇକରୁଥିବାରୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏହି ଦିନମାନଙ୍କରେ ଭୋଗ ଶିଘ୍ର ହେଉଛି ବୋଲି ଭକ୍ତମାନଙ୍କ ମଧ୍ୟରେ ଏକ ବିଶ୍ଵାସ ରହିଛି । ଏହି ମାସରେ ଲକ୍ଷ୍ମୀ ତାଙ୍କ ବାପଘରକୁ ବୁଲିଯିବେ, ତେଣୁ ଦ୍ଵାପରଯୁଗରେ ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଖୁଆଇବା ପରି, ମା' ଯଶୋଦା ରାମକୃଷ୍ଣ ଦୁଇ ଭାଇଙ୍କୁ ସକାଳୁ ଆରିଶା, କାକରା, ବଡ଼ା, ଖଇରଚୂଳ, ଚୁଡ଼ା ଖୁଆ, ଅମାଲୁ, ବିରିବଡ଼ି ଆଦି ଅନେକ ପ୍ରକାରର ନିସଙ୍କୁଡ଼ି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି ବୋଲି ସାଧରଣରେ ବିଶ୍ଵାସ ରହିଛି ।

ମକର ସଂକ୍ରାନ୍ତି: ମକର ଚାଉଳ ଓ ଧନୁ ମୁଆଁ (ମଧ୍ୟାହ୍ନ ଧୂପ ପରେରେ)

ଚୈତ୍ର ଶୁକ୍ଳ ଅଷ୍ଟମୀ: ଜେଉଡ଼ ଭୋଗ

ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ପର୍ଯ୍ୟନ୍ତ: ମାଣ୍ଡୁଆ ଭୋଗ (ଚନ୍ଦନ ମଣ୍ଡପରେ), ଓ ତାପରେ ବିଡିଆ ମଣୋହି

ବିଭିନ୍ନ ବେଶ ସମୟରେ: ବେଶ କ୍ଷୀରି

#ଅବକାଶ-_-::

ଅବକାଶ: ପୁରୀ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଦେବତାଙ୍କ ଦିବସର ଯେଉଁ ନିର୍ଦ୍ଧିଷ୍ଟ ସମୟରେ ନୀତି (ଯଥା-ବେଶଲାଗି, ସ୍ନାନ) ବଢ଼ୁଥିବାରୁ ତାଙ୍କୁ ଯାତ୍ରୀମାନେ ଦର୍ଶନ କରି ପାରନ୍ତି ନାହିଁ ।

ପ୍ରଥମ ଅବକାଶ- ଅତି ପ୍ରତ୍ୟୁଷରେ ମଙ୍ଗଳ ଆଳତି ହେବା ପରେ ପ୍ରଭାତ ଅବକାଶ; (ଏ ସମୟରେ ଦିଅଁଙ୍କର ଦାନ୍ତଘସା, ସ୍ନାନ ଓ ବେଶଲାଗି ନୀତିମାନ ବଢ଼ୁଥାଏ)

ଦ୍ଵିତୀୟ ଅବକାଶ- ସକାଳ ଧୂପ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନ ବେଳେ ଦ୍ଵିତୀୟ ଅବକାଶ- ତତ୍ପରେ ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ନୈବେଦ୍ୟ ଅର୍ପଣ।

ତୃତୀୟ ଅବକାଶ- ‘ବୀର କେଶରୀ ବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ ପରେ ବେଶ ଉଲାଗି ହୋଇ ନୂଆ ବେଶ ପରିବର୍ତ୍ତନବେଳେ ତୃତୀୟ ଅବକାଶ ।

ଚତୁର୍ଥ ଅବକାଶ- ସନ୍ଧ୍ୟା ଆଳତି ପରେ ବେଶ ପରିବର୍ତ୍ତନ ସମୟରେ ଚତୁର୍ଥ ଅବକାଶ।

ପଞ୍ଚମ ଅବକାଶ- ସଞ୍ଜଧୂପ ପରେ ବେଶ ପରିବର୍ତ୍ତନ ବା ବଡ଼ସିଂହାର ବେଶ ହେବା ସମୟରେ ପଞ୍ଚମ ଅବକାଶ, ତତ୍ପରେ ‘ବଡ଼ ସିଂହାର ଭୋଗ’ ନୈବେଦ୍ୟ ଅର୍ପଣ, ତାପରେ ରାତି-ପହଡ଼;

ଅବକାଶ ସମୟରେ କେବଳ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକଙ୍କ ଛଡ଼ା ଅନ୍ୟ କେହି ଜଗନ୍ନାଥଙ୍କ ଛାମୁଙ୍କୁ ଯାଇ ପାରନ୍ତି ନାହିଁ ଓ ଏ ସମୟରେ ଦେଉଳର ଭିତର ଦ୍ଵାର ବନ୍ଦ ରହେ ।

#ପହଡ଼-_-::

ଦିନରେ ଦ୍ଵିତୀୟ ଧୂପ ପରେ ଓ ରାତିରେ ବଡ଼ସିଂହାର ଭୋଗ ପରେ ଦେବଙ୍କର ପହଡ଼ ବା ନିଦ୍ରା ହୁଏ । ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।

କେହି କେହି ଉପବର୍ଣ୍ଣିତ ତିନି ଧୂପ (ସକାଳଧୂପ, ଦିପହର ଧୂପ ଓ ସଞ୍ଜଧୂପ) ସଙ୍ଗେ ଦ୍ଵିତୀୟ ଅବକାଶର ପରବର୍ତ୍ତୀ ‘ବୀରକେଶରୀବଲ୍ଲଭ’ ବା ‘ଭୋଗମଣ୍ଡପ ଭୋଗ’ କୁ ଗୋଟିଏ ଧୂପ ଏବଂ ପଞ୍ଚମ ଅବକାଶର ପରବର୍ତ୍ତି ‘ବଡ଼ସିଂହାର ଭୋଗ’ କୁ ଗୋଟିଏ ଧୂପ ରୂପେ ଗଣି ୫ ଧୂପ ଏବଂ ଦିନ ଓ ରାତିର ଦୁଇ ପହଡ଼କୁ ଅବକାଶ ରୂପେ ଗଣି ୭ ଅବକାଶ ହିସାବରେ ମୋଟ ‘୫ଧୂପ ଓ ୭ଅବକାଶ’ ବୋଲି କହନ୍ତି ।

#ଦର୍ଶନ

#ସାହାଣ ମେଲା-_-::

ଶ୍ରୀମନ୍ଦିରରେ ବିନା ମୂଲ୍ୟରେ ସାହାଣମେଲା ସମୟରେ ସାଧାରଣ ଯାତ୍ରୀମାନେ ଗର୍ଭଗୃହ ଭିତରେ ପ୍ରବେଶ କରି ଜଗନ୍ନାଥଙ୍କୁ ରତ୍ନବେଦୀ ନିକଟରୁ ଅବାଧରେ ଦର୍ଶନ କରନ୍ତି ।ସାଧାରଣତଃ ଦିନକୁ ଦୁଇଥର ସାହାଣମେଲା ହୋଇଥାଏ, ଥରେ ସକାଳ ଅବକାଶ ପରେ ଓ ଅନ୍ୟଟି ସନ୍ଧ୍ୟା ଆଳତି ପରେ, କିନ୍ତୁ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ ।

#ପରିମାଣିକ ଦର୍ଶନ-_-::

ଶ୍ରୀମନ୍ଦିରରେ ସାହାଣ ମେଲା ବ୍ୟତିତ ପରିମାଣିକ ଦର୍ଶନର ମଧ୍ୟ ବ୍ୟବସ୍ଥା ଅଛି । ଆଗ୍ରହୀ ଶ୍ରଦ୍ଧାଳୁମାନେ ୫୦ଟଙ୍କା ଲେଖାଏଁ ଟିକେଟ କାଟି ପରିମାଣିକ ଦର୍ଶନରେ ଭିତରକାଠ ପାଖରୁ ଠାକୁରଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି) ଏହି ଦର୍ଶନ ହେଉଛି । ସାହାଣମେଲା ଦର୍ଶନରେ ହେଉଥିବା ଗହଳି ଯୋଗୁଁ ବହୁ ଦର୍ଶକ ପରିମାଣିକ ଟିକେଟ କାଟି ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ପାକ -_-::

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନୈବେଦ୍ୟ ୪ ପ୍ରକାର ପାକରେ ପ୍ରସ୍ତୁତ ହୋଇଥାଏ ଯଥା:

#ଭୀମପାକ

#ନଳପାକ

#ସୌରୀ_ପାକ

#ଗୌରୀ_ପାକ

ଜୟ ଶ୍ରୀଜଗନ୍ନାଥ ଶରଣଂ 🙏🌺🚩

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...