AFFILIATE MARKETING

https://binomo.com?a=90810425bb57&t=0

Thursday, September 21, 2023

ସୁଦାମ ମାରାଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

COASTAL NEWS Odia 842

ସୁଦାମ ମାରାଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ




ଭୁବନେଶ୍ୱର  : - ଭଞ୍ଜ ବିହାରୀ ମହାନ୍ତି - ସୁଦାମଙ୍କୁ ରାଜସ୍ବ ବିଭାଗ ଦାୟିତ୍ବ। ସୁଦାମ ମାରାଣ୍ଡିଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅଛନ୍ତି ସୁଦାମ ମାରାଣ୍ଡି। ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପୁଣି ଜଣେ ମନ୍ତ୍ରୀଙ୍କୁ ଟିମରେ ସାମିଲ କରିବା ବଦଳରେ ପୂର୍ବରୁ ଥିବା ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ନବୀନ ।
୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ ସୁଦାମ । ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଥିଲେ।

ବିଜେଡିର ବଡ଼ ଆକ୍ସନ : ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା

COASTAL NEWS Odia 841

ବିଜେଡିର ବଡ଼ ଆକ୍ସନ : ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା




ଭୁବନେଶ୍ୱର  : Bhanja bihari mohanty ବିଜେଡିର ବଡ଼ ଆକ୍ସନ । ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ଯ ବହିଷ୍କାର ହୋଇଛନ୍ତି। ତାଙ୍କୁ ବହିଷ୍କାର କରିଛି ବିଜେଡି । ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ଗତ କିଛି ଦିନ ହେବ ବିଜେଡି ଓ ସୌମ୍ୟରଞ୍ଜନଙ୍କ ଭିତରେ ବଢ଼ିଥିଲା ଦୂରତା । ସୌମ୍ୟ ବାବୁ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ଏହା ପରେ ବିଜେଡିର ଅନେକ ତୁଙ୍ଗ ନେତା ଗଣମାଧ୍ୟମକୁ ଆସି ସୌମ୍ୟ ନିଜ ଆଲେଖ୍ୟ ମାଧ୍ୟମରେ ପାର୍ଟି ଓ ସରକାରଙ୍କୁ ସମାଲୋଚନା ବନ୍ଦ କରିବା ପାଇଁ ଆହ୍ବାନ ଦେଇଥିଲେ। ନହେଲେ ପାର୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ଉଠିଥିଲା । 

ସୌମ୍ୟବାବୁ ପାର୍ଟି ଓ ସରକାରକୁ ବ୍ଲାକମେଲ୍ କରୁଛନ୍ତି ବୋଲି ବିଜେଡିର ବିଧାୟକ, ମନ୍ତ୍ରୀମାନେ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ବିଜେଡି ଉପସଭାପତି ପଦରୁ ବିଦା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଓ ସୌମ୍ୟଙ୍କ ମଧ୍ୟରେ ବିବାଦ ହେବା ଦିନଠାରୁ ବିଜେଡି ନେତା ଇସ୍ତଫା ଦାବି କରି ଆସୁଥିଲେ । ବିଜେଡିରେ ରହି ଦଳ ବିରୋଧରେ କହିବା ତାଙ୍କ ପାଇଁ ମହଙ୍ଗା ହୋଇଛି ।

ବାଚସ୍ପତି ପଦ ପାଇଁ ପ୍ରମିଳା ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

COASTAL NEWS Odia 840

ବାଚସ୍ପତି ପଦ ପାଇଁ ପ୍ରମିଳା ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

 

ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ବିଧାନସଭାରେ ବିଜେଡି ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ଗୁରୁବାର ପ୍ରମିଳା ମଲ୍ଲିକ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ। ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ।

ଏହାପୂର୍ବରୁ ମନ୍ତ୍ରୀ ପଦରୁ ଗୁରୁବାର ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପଦ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ଦାଖଲ କରିବା ସହ ନାମାଙ୍କନ ଭରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଗୁଜବ

COASTAL NEWS Odia 839

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଗୁଜବ 



ଆମେରିକା - ଭଞ୍ଜ ବିହାରୀ ମହାନ୍ତି - ‘ମୁଁ ବହୁ ଦୁଃଖିତ ହୋଇ କହୁଛି ଯେ, ମୋ’ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ପରଲୋକ ହୋଇ ଯାଇଛି। ତେଣୁ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି।’ ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏପରି ଖବର ସୋଶାଲ ମିଡିଆରେ ପ୍ରଚାରିତ ହେବା ପରେ ସମସ୍ତେ ଏକ ପ୍ରକାର ସ୍ତବ୍ଧ ହୋଇଯାଇଥିଲେ। ଉକ୍ତ ପୋଷ୍ଟ ଟ୍ରମ୍ପଙ୍କ ପୁଅ ଜୁନିୟର ଡୋନାଲ୍ଡ ଟ୍ରମ୍ପଙ୍କ ସୋଶାଲ ମିଡିଆ ଆକାଉଣ୍ଟ Xରୁ ପୋଷ୍ଟ କରାଯାଇଥିଲା।
 
ଏପରି ପୋଷ୍ଟକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିବା ବେଳେ ଏହାକୁ ଅବିଶ୍ୱାସ କରିବାର କିଛି ଅବକାଶ ନ ଥିଲା। ମାତ୍ର ପରେ ଛାନଭିନରୁ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ଆକାଉଣ୍ଟ ଗତ ରାତିରୁ ହ୍ୟାକ୍‌ ହୋଇଥିବା ଜଣାପଡ଼ିଥିଲା।
ଗତ ରାତିରେ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ X ଆକାଉଣ୍ଟରୁ ସିରିଜ ଅଫ୍‌ ମେସେଜ ପୋଷ୍ଟ କରାଯାଇଥିବା ବେଳେ ଟ୍ରମ୍ପଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକ ସେଥିରେ ବାଇଡେନଙ୍କୁ ବି ଟାର୍ଗେଟ କରାଯାଇଥିଲା। ବହୁ ଛାନଭିନ ପରେ ଉକ୍ତ ଆକାଉଣ୍ଟ ହ୍ୟାକ୍‌ ହୋଇ ଯାଇଥିବା ସ୍ପଷ୍ଟ ହେଲା।

ଏପରି ଆକାଉଣ୍ଟ ହ୍ୟାକ୍ କରି ସାଇବର ଅପରାଧୀ ସମାଜରେ ମିଥ୍ୟା ଓ ନକରାତ୍ମକ ଖବର ପରିବେଷଣ କରୁଥିବା ଅଭିଯୋଗ ହେଉଛି। ତେଣୁ ଡିଜିଟାଲ ଯୁଗରେ ଏହାର ସୁରକ୍ଷା ଏବେ ବିରାଟ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି।

ଜୁନିୟର ଡୋନାଲ୍ଡ ଟ୍ରମ୍ପ ରାଜନୀତି କ୍ଷେତ୍ରରେ ବେଶ୍‌ ସକ୍ରିୟ ଥିବା ବେଳେ ନିଜ ମତ ଉପସ୍ଥାପନ କରିବାକୁ ସେ ସବୁ ସମୟରେ ସୋଶାଲ ମିଡିଆ ସାଇଟ୍‌ Xର ବ୍ୟବହାର କରନ୍ତି। ଏବେ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହେବା ଘଟଣା ପଛରେ କାହାର ହାତ ଅଛି, ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ତୁର୍କୀ-ପର୍ତ୍ତୁଗାଲ

COASTAL NEWS Odia 838

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ତୁର୍କୀ-ପର୍ତ୍ତୁଗାଲ
ସୁରକ୍ଷା ପରିଷଦରେ


 
ନ୍ୟୁୟର୍କ,୨୧।୯ :( ଭଞ୍ଜ ବିହାରୀ ମହାନ୍ତି) ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୮ ତମ ଅଧିବେଶନରେ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ଆସନ ମଧ୍ୟ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଦେ ସୋସାଙ୍କ ସମର୍ଥନ ପାଇଛି। ଭାରତ ଏବଂ ବ୍ରାଜିଲ ପାଇଁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ସେ ଦୃଢ଼ ଭାବରେ ସମର୍ଥନ କରିଥିଲେ ଏବଂ ଏହି ଦେଶଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଥିଲେ। ଅନ୍ୟ ପଟେ, ତୁର୍କୀ ୫ ଜଣ ସଦସ୍ୟଙ୍କୁ ସ୍ଥାୟୀ କରି ୧୫ ଜଣ ଅସ୍ଥାୟୀ ସଦସ୍ୟ କରିବାକୁ ପସନ୍ଦ କରିଥିଲେ।

ପର୍ତ୍ତୁଗୀଜ ରାଷ୍ଟ୍ରପତି କହିଛନ୍ତି ସୁରକ୍ଷା ପରିଷଦର ଧାରଣା ପୁରୁଣା ସଂରଚନାରେ ସଠିକ ହୋଇଥାଇପାରେ କିନ୍ତୁ ସେହି ଜଗତ ଆଉ ନାହିଁ। ବର୍ତ୍ତମାନ ଭାରତ ଏବଂ ବ୍ରାଜିଲ ବିଶ୍ୱକୁ ବଡ ଦେଶ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପ୍ରତିନିଧିତ୍ୱ କରୁଛନ୍ତି, ତେଣୁ ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ଭାରତ ଏବଂ ବ୍ରାଜିଲ ଭଳି ଦେଶକୁ ସ୍ଥାୟୀ ସଦସ୍ୟ ହେବାକୁ ରକ୍ଷା କରି ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଆଣିବାକୁ ସେ ଆହ୍ବାନ କରିଛନ୍ତି।

ବର୍ତ୍ତମାନର ବ୍ୟବସ୍ଥା ଇକ୍ୱିଟି ଏବଂ ନ୍ୟାୟ ସହିତ ସ୍ଥାୟୀ ବିକାଶକୁ ଅର୍ଥ ପ୍ରଦାନ କରିବାରେ ସକ୍ଷମ ନୁହେଁ ବୋଲି ସେ କହିଛନ୍ତି କାରଣ ଗରିବ ଦେଶ ଅପେକ୍ଷା ଧନୀ ଦେଶ ଅଧିକ ପ୍ରାଥମିକତା ପାଆନ୍ତି। ଏହାପୂର୍ବରୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ମଧ୍ୟ ୟୁଏନଏସସିରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ। ଯଦି ଭାରତ ୟୁଏନଏସସିର ପୂର୍ଣ୍ଣ ସଦସ୍ୟ ହୋଇଯାଏ ତେବେ ତୁର୍କୀ ଗର୍ବିତ ହେବ ବୋଲି ସେ କହିଛନ୍ତି। ସମସ୍ତ ଦେଶ ପରିଷଦ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।
ତୁର୍କୀ ରାଷ୍ଟ୍ରପତି ଏରଡୋନ କହିଛନ୍ତି, ୫ ସ୍ଥାୟୀ ସଦସ୍ୟଙ୍କ ଅପେକ୍ଷା ବିଶ୍ୱ ବହୁତ ବଡ଼ ଏବଂ ଏଭଳି ପରିସ୍ଥିତିରେ ଭାରତ ସ୍ଥାୟୀ ସଦସ୍ୟତା ପାଇବାକୁ ପଡିବ। ମୋଟ ୨୦ ସଦସ୍ୟ ଘୂର୍ଣ୍ଣନ ଦ୍ୱାରା ୟୁଏନଏସସିରେ ସେମାନଙ୍କର ପ୍ରଭାବ ଜାରି ରଖିପାରିବେ ।

ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ଉଚ୍ଚ ସ୍ତରୀୟ ୭୮ ତମ ଅଧିବେଶନରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଏବଂ ସହଯୋଗ ମାଧ୍ୟମରେ ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ରାସ୍ତା କାଶ୍ମୀରରେ ଏକ ସ୍ଥାୟୀ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ।

ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

COASTAL NEWS Odia 837

ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍


ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଚାଲିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ। ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବା ବେଳେ ଦିନ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।

ସେହିପରି ଫେରିବା ମାର୍ଗରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ିବ ଓ ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହଣି କରିବ।

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହୋଇଥିଲା। ଟ୍ରେନଟି ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିଥିଲା। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିଥିଲା।

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ

COASTAL NEWS Odia 836

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ


ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି । ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା।

ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବଢ଼ାଇ ୨.୫୦ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ ।

ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍‌ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ । ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା।

ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।

ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ

COASTAL NEWS Odia 835

ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ



ରାୟଗଡ଼ା,୨୧।୯  : ଭଞ୍ଜ ବିହାରୀ ମହାନ୍ତି - ରାୟଗଡ଼ାରେ ନୂତନ ରେଳ ଡିଭିଜନ କାର୍ଯ୍ୟ ଆରମ୍ଭ ହେବା ପରଠୁ ରାୟଗଡ଼ା ରେଳ ଷ୍ଟେଶନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। କିଛି ମାସ ହେବ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରେଳ ବିଭାଗ ପକ୍ଷରୁ ଏକ ଅଲ୍‌ଟ୍ରା ଆଧୁନିକ ରେଳ କୋଚ ରେଷ୍ଟୁରାଣ୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଥିରେ ଦେଖିବାକୁ ମିଳିବ ଡଙ୍ଗରିଆଙ୍କ କଳାକୃତି l ଉକ୍ତ ରେଳ ବଗିରେ ରାୟଗଡ଼ା ଜିଲାର ଡଙ୍ଗରିଆଙ୍କ କଳାକୃତି ଦେଖିବାକୁ ମିଳିଛି। ଏହା ଲୋକଙ୍କର ବେଶ୍‌ ମନ ମୋହୁଛି। ଉଦ୍‌ଘାଟନ ନ ହେବା ଆଗରୁ ହିଁ ଲୋକେ ଏଠାରେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। 

ଦକ୍ଷିଣ ଓଡ଼ିଶାର ଏହା ପ୍ରଥମ ଅଲ୍‌ଟ୍ରା ରେଳ କୋଚ୍‌ ରେଷ୍ଟୁରାଣ୍ଟ ବୋଲି କୁହାଯାଉଛି। ଏହା ୨୪x ୭ ସେବା ଯୋଗାଇବ। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଉଦ୍‌ଘାଟନ କରାଯିବ। ସାଧାରଣ ଲୋକଙ୍କୁ ସୁହାଇବା ଭଳି ଟଙ୍କାରେ ବିଭିନ୍ନ ଖାଦ୍ୟପେୟ ଏଥିରେ ରଖା ଯାଇଥିବା ବିଭଗୀୟ ସୂତ୍ରରୁ ଜଣା ପଡିଛି। ଜନ୍ମଦିନ ପାର୍ଟି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଏହା ବ୍ୟବହାର କରିପାରିବେ ବୋଲି ଜଣାପଡ଼ିଛି। ରେଲଓ୍ବେ ଯାତ୍ରୀ, ଅନ୍ୟ ଲୋକମାନେ ଏହି ସୁବିଧା ଉଠାଇପାରିବେ ବୋଲି ଜଣାପଡ଼ିଛି।

ଭାରତ ଷ୍ଟେଶନ ଯୋଜନାନୁଯାୟୀ ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତି ଭୂମିକୁ ବିକାଶ କରାଯାଉଛି। ରାୟଗଡ଼ାର ପୁରାତନ ରେଳ ଷ୍ଟେଶନରେ ପରିତ୍ୟକ୍ତ ଏବଂ ପ୍ରତିବନ୍ଧିତ ହୋଇପଡି ରହିଥିବା ବଗିଟିକୁ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ କରାଯାଇଛି। ଏହାର ଭିତର ବାହାରେ ସୁନ୍ଦରଭାବେ ଡଙ୍ଗରିଆଙ୍କ ଚିତ୍ରକଳା ରହିଛି। 

ଏକ ବେସରକାରୀ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି, କିନ୍ତୁ ରେଳ ବିଭାଗ ନିୟମାନୁଯାୟୀ କାର୍ଯ୍ୟ କରାଯିବ। ୫ ବର୍ଷ ପର୍ଯ୍ୟନ୍ତ ଏହି ଟେଣ୍ଡର ରହିବ। ପ୍ରତ୍ୟେକ ୫ ବର୍ଷରେ ମାଲିକାନା ପରିବର୍ତ୍ତନ କରାଯିବ ବୋଲି ରାୟଗଡ଼ା ଷ୍ଟେଶନ ମାଷ୍ଟର ପରମାନନ୍ଦ ବିଡ଼ିକା କହିଛନ୍ତି। ଏହା ରେଳ ବିଭାଗର ଉନ୍ନତୀକରଣ କାର୍ଯ୍ୟରେ ଯାଉଛି। ଷ୍ଟେଶନକୁ ସୁନ୍ଦର କରିବା ସହ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଏଭଳି ପ୍ରୟାସ କରାଯାଇଛି ।

୪୩ କୁଖ୍ୟାତ ଖାଲିସ୍ଥାନୀ ଅପରାଧୀଙ୍କ ତାଲିକା ଜାରି

COASTAL NEWS Odia 834

୪୩ କୁଖ୍ୟାତ ଖାଲିସ୍ଥାନୀ ଅପରାଧୀଙ୍କ ତାଲିକା ଜାରି 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜାରର ମୃତ୍ୟୁକୁ ନେଇ ଭାରତ-କାନାଡା ସଂପର୍କରେ ତିକ୍ତତା ଆସିଥିବା ବେଳେ ବଡ଼ ପଦକ୍ଷେପ ନେଇଛି ଏନଆଇଏ। କାନାଡାର ଆତଙ୍କୀ ଗ୍ୟାଙ୍ଗଷ୍ଟର ସହ ସଂପର୍କରେ ଥିବା ୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କରିଛି ଏନଆଇଏ। ଏଥିସହ ଭାରତରେ ଖଲ୍ଲିସ୍ତାନୀ ମୁଭମେଣ୍ଟକୁ ରୋକିବା ଲାଗି ଏନଆଇଏ ଆଉ ଏକ ବଡ଼ ପଦକ୍ଷେପ ନେଇଛି।
ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଏନଆଇଏ। ଆତଙ୍କବାଦୀ ହରୱିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡାକୁ ଧରାଇବା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ସେହିପରି ଏମାନଙ୍କର ଅନ୍ୟ ୩ ସହଯୋଗୀଙ୍କ ନାଁରେ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ।
ଅପରାଧୀମାନଙ୍କର ଫଟୋ ସହ ତାଲିକା ଜାରି କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏଥିସହ ଏ ସମସ୍ତ ଅପରାଧୀଙ୍କର ସଂପତ୍ତି ବିଷୟରେ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରିଛି ଏନଆଇଏ। ଯଦି କୌଣସି ବ୍ୟକ୍ତି ଏହି ଏନଆଇଏ ଜାରି କରିଥିବା ଅପରାଧୀଙ୍କର ସଂପତ୍ତି ବିଷୟରେ କୌଣସି ତଥ୍ୟ ପାଆନ୍ତି ତେବେ ଜଣାଇବାକୁ ଅନୁରୋଧ କରିଛି ଏନଆଇଏ।
ତଥ୍ୟ ପ୍ରଦାନ ଲାଗି ଏନଆଇଏ ଏକ ହ୍ୱାଟସଆପ୍ ନମ୍ବର ମଧ୍ୟ ଶେଆର କରିଛି। ଏଥିସହ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏନଆଇଏ ସ୍ପଷ୍ଟ କରିଛି। ଏନଆଇଏର ଏହି ଲିଷ୍ଟରେ ଟପରେ ରହିଛି ଲରେନ୍ସ ବିଷ୍ନୋଇ। ସେହିପରି ଯଶଦୀପ ସିଂହ, କାଲା ଜଠେରୀ ଓରଫ ସନ୍ଦୀପ, ବୀରେନ୍ଦ୍ର ପ୍ରତାପ ଓରଫ କାଲା ରାଣା ଏବଂ ଯୋଗୀନ୍ଦର ସିଂହର ଫଟୋ ସହ ଲିଷ୍ଟ ଜାରି କରିଛି ଏନଆଇଏ।
ଏହି ଲିଷ୍ଟରେ ଏନଆଇଏ କହିଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଗ୍ୟାଙ୍ଗଷ୍ଟର କାନାଡାରେ ରହୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକାଣ୍ଡ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ହାତ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ କାନାଡା ସଂସଦରେ ଜଣାଇବା ପରେ ଭାରତ-କାନାଡା ମଧ୍ୟରେ ତିକ୍ତତା ଦେଖା ଦେଇଛି।

ସଂକ୍ଷିପ୍ତ ଖବର

COASTAL NEWS Odia 833
ସକ୍ଷିପ୍ତ ଖବର 
ରଜନି କାନ୍ତ ବକ୍ସି 


ଭୁବନେଶ୍ବର - ( ରଜନି କାନ୍ତ ବକ୍ସି) _➡️୧-ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ରବି ଫସଲ ପାଇଁ ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି କାଳିଆ ଟଙ୍କା l

➡️୨-ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର କଲେ ଆହୁରି ସରଳ l ଏଣିକି ଆବେଦନର ୧୪ ଦିନ ମଧ୍ୟରେ ମିଳିବ କିଷାନ କ୍ରେଡିଟ କାର୍ଡ l

➡️୩-ହିନ୍ଦୁ ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ବିଶାଳ ପ୍ରତିମୂର୍ତ୍ତି ନର୍ମଦା ନଦୀ କୂଳରେ ଥିବା ଓମକାରେଶ୍ୱରରେ ଆଜି ହେବ ଉନ୍ମୋଚିତ l ମଧ୍ୟପ୍ରଦେଶ ସିଏମ ଶିବରାଜ ଏହି ପ୍ରତିମୂର୍ତ୍ତିକୁ କରିବେ ଉନ୍ମୋଚନ l

➡️୪-ଶିକ୍ଷକ ମହାସଂଘକୁ CMO ଅଫିସ୍‌ରୁ ହେଲା ଡକରା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୨୩ରେ ହେବ ଏହି ଆଲୋଚନା l

➡️୫-ସରିଲା ସସ୍‌ପେନ୍ସ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ l ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା । ୨୨ ତାରିଖ ସକାଳ ସାଢ଼େ ୯ଟାରେ ହେବ ବାଚସ୍ପତି ନିର୍ବାଚନ l

➡️୬-ହ୍ଵାଟସ୍ ଆପ୍ ଆଣିଲା ନୂତନ ବୈଶିଷ୍ଟ୍ୟ, ଏଣିକି ପେଟିଏମ୍ ଏବଂ ଗୁଗୁଲ୍ ପେ ପରି କରିପାରିବେ ପେମେଣ୍ଟ୍ l

➡️୭-ଲୋକସଭାରେ ଭୋଟିଂ ଜରିଆରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌ l ଦୁଇ ତୃତୀୟାଂଶ ବହୁମତରେ ହେଲା ବିଲ ପାସ l ବିଲ୍‌ ସପକ୍ଷରେ ରହିଛି ୪୫୪ ଓ ବିପକ୍ଷରେ ୨ଟି ଭୋଟ୍‌ l

➡️୮-ଓଡ଼ିଆ ବୈଜ୍ଞାନିକ ଡା. ସ୍ୱାତୀ ନାୟକଙ୍କୁ ମିଳିବ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’ । ଏନେଇ ଆମେରିକା ସ୍ଥିତ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ (ଆଇଡବ୍ଲ୍ୟୁଏ) ପକ୍ଷରୁ ହେଲା ଘୋଷଣା l 

➡️୯-ଇଲେକ୍ସନ କମିଶନ ରିଲିଜ କଲେ ୨ଟି ପୁସ୍ତକ l ଏଣିକି କାର୍ଟୁନ ତଥା ବ୍ୟଙ୍ଗ ପୁସ୍ତକ ମାଧ୍ୟମରେ ପିଲାମାନେ ନିର୍ବାଚନ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିପାରିବେ l

➡️୧୦-ଫିଲ୍ମ ‘ଗଦର-୨’ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଫିଲ୍ମଟି ଆସନ୍ତାମାସ ଅକ୍ଟୋବର ୬ ତାରିଖରେ ଓଟିଟି ପ୍ଲାଟଫର୍ମ ଜି୫ ରିଲିଜ୍‌ ହେବ।

➡️୧୧-ଆସନ୍ତା ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

➡️୧୨-ବାହାଘର ପୂର୍ବରୁ ହରିଦ୍ବାର ଯାଇ ଆଶୀର୍ବାଦ‌ ନେଲେ ରାଘବ-ପରୀ l ଆଗାମୀ ୨୪ ତାରିଖରେ ଲିଲା ପ୍ୟାଲେସ୍‌ରେ ସେ ଦୁହେଁ ବିବାହ କରିବେ l

➡️୧୩-ଏଲନ ମସ୍କଙ୍କ ବ୍ରେନ ଚିପ୍ ଷ୍ଟାଟଅପ ନ୍ୟୁରାଲିିଙ୍କକୁ ମିଳିଲା ଏଫଡିଏର ମଂଜୁରୀ l ଖୁବ ଶିଘ୍ର ମଣିଷ ମସ୍ତିଷ୍କରେ ଚିପ୍ ଲଗାଇ କରାଯିବ ପରୀକ୍ଷଣ l

➡️୧୪-ବନ୍ଦ ହେବନି ଆକାଶା ଏୟାର ଲାଇନ୍। ଖବରକୁ ଗୁଜବ ବୋଲି କହିଲେ ସିଇଓ ବିନୟ ଦୁବେ । 

➡️୧୫-ଜୁଲାଇରେ ନୂଆ ରେକର୍ଡ, ଗୋଟିଏ ମାସରେ EPFO ସହ ଯୋଡ଼ିହେଲେ ୧୮ ଲକ୍ଷରୁ ଅଧିକ କର୍ମଚାରୀ l ଇପିଏଫଓ ପେରୋଲ ଡାଟା ଅନୁଯାୟୀ, ସବୁଠୁ ଅଧିକ ସଦସ୍ୟ ଯୋଡ଼ିବାରେ ହେଲା ନୂଆ ରେକର୍ଡ ।

➡️୧୬-ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । କାନାଡାରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରିକଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ l

➡️୧୭-ଆମେରିକାର ୩ଟି ସ୍ଥାନରେ ଖେଳାଯିବ ଟି-୨୦ ବିଶ୍ୱକପ ୨୦୨୪, ଆଇସିସି କଲା ବଡ଼ ଘୋଷଣା l

➡️୧୮-ଇତିହାସ ରଚିଲା ଭାରତୀୟ ପୁରୁଷ ଭଲିବଲ ଟିମ୍: ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ହରାଇଲା ଭାରତ l

➡️୧୯-ରିଲିଜ ହେଲା ICC କ୍ରିକେଟ ବିଶ୍ୱକପର ଆନ୍ଥେମ ‘ଦିଲ ଜଶନ ବୋଲେ’ l ନଜର ଆସିଲେ ପ୍ରସିଦ୍ଧ ଅଭିନେତା ରଣବୀର ସିଂ l

➡️୨୦-ଆଇସିସି ରାଙ୍କିଙ୍ଗରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ କମାଲ: ୮ମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଁଚିଲେ ସିରାଜ l

Wednesday, September 20, 2023

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ

COASTAL NEWS Odia 832

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି) ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ଲୋକସଭାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌କୁ ଅନୁମୋଦନ ମିଳିଛି। ଭୋଟିଂ ଜରିଆରେ ପାସ୍‌ ହୋଇଛି ମହିଳା ସଂରକ୍ଷଣ ବିଲ୍‌। ବିଲ୍‌ ସପକ୍ଷରେ ୪୫୪ଟି ଭୋଟ୍‌ ହୋଇଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍‌।
ଭୋଟିଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। 

ଏହି ବିଲ୍‌କୁ ଏବେ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବୁଧବାର ମହିଳା ସଂରକ୍ଷଣ ବିଲ୍‌ ଉପରେ ହୋଇଥିବା ଆଲୋଚନାରେ ପାଖାପାଖି ୬୦ ଜଣ ସାଂସଦ ଭାଗ ନେଇଥିଲେ। ଏହି ସମୟରେ ଅଧିକାଂଶ ବିରୋଧୀ ଦଳ ବିଲ୍‌କୁ ସମର୍ଥନ କରିଥିଲେ। ଏହା ସହିତ ଏହାକୁ ଜଲ୍‌ଦି ଲାଗୁ କରିବା ଏବଂ ଓବିସି କୋଟା ସାମିଲ କରିବାକୁ ଦାବି କରିଥିଲେ।

ବିଲ୍‌ରେ ଥିବା ପ୍ରାବଧାନ ଅନୁସାରେ, ଦିଲ୍ଲୀ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ। ଲୋକସଭାରେ ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ। ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ସଂରକ୍ଷଣର ଅବଧି ୧୫ ବର୍ଷ ପାଇଁ ଲାଗୁ ହେବ। ସଂରକ୍ଷଣର ଅବଧି ବୃଦ୍ଧି ନେଇ ସଂସଦ ନିଷ୍ପତ୍ତି ନେବ। ଗତକାଲି ମହିଳା ସଂରକ୍ଷଣ ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା।


ନୂଆଁଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି

COASTAL NEWS Odia 831

ନୂଆଁଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି




ଭୁବନେଶ୍ବର -  ( ଭଞ୍ଜ ବିହାରୀ ମହାନ୍ତି.) ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି। ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି। ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି। ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ doctor, engineer ହୋଇ, ଭଲ ଭଲ profession ରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ scholarship ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର premium ଦେଉଛନ୍ତି। 

ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ଟିଭି ଚ୍ୟାନେଲରେ ବିଜ୍ଞାପନ ବନ୍ଦ କରିବାକୁ ଚିନ୍ତା

COASTAL NEWS Odia 830

ଟିଭି ଚ୍ୟାନେଲରେ ବିଜ୍ଞାପନ ବନ୍ଦ କରିବାକୁ ଚିନ୍ତା



I.N.D.I.A ରେ ଅନ୍ତର୍ଭୁକ୍ତ 11 ଜଣ ମୁଖ୍ୟମନ୍ତ୍ରୀ କିଛି ଟିଭି ଚ୍ୟାନେଲରେ ବିଜ୍ଞାପନ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି|
ବିରୋଧୀ ମିଳିତ ମଞ୍ଚର ମିଡିଆ କମିଟି 'ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ' ଏହାର ପ୍ରତିନିଧୀଙ୍କୁ 14 ଜଣ ସାମ୍ବାଦିକ / ଆଙ୍କର୍ ଙ୍କ ଦ୍ୱାରା ଆୟୋଜିତ ଶୋ କିମ୍ବା ଇଭେଣ୍ଟକୁ ନପଠାଇବାକୁ ନିଷ୍ପତ୍ତି ନେଇଥିବାର ଖବର ମିଳିଛି ।

ଅଂଶୀଦାର ବିରୋଧୀ ସହଯୋଗୀ ଦଳ 'ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ' (I.N.D.I.A.) ଦ୍ଵାରା 14 ଟି ବିଶିଷ୍ଟ ଟିଭି ଆଙ୍କରଙ୍କ ବିରୋଧରେ ଜାରି କରାଯାଇଥିବା ବୈଠକ ବିଜ୍ଞପ୍ତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆମେ ଆପଣଙ୍କୁ କହିବୁ ଯେ 'I.N.D.I.A' ର ମିଡିଆ କମିଟି ନିକଟରେ ଏହାର ପ୍ରତିନିଧୀଙ୍କୁ ଏହି ସାମ୍ବାଦିକ / ଆଙ୍କର୍ ଦ୍ୱାରା ଆୟୋଜିତ ଶୋ କିମ୍ବା ଇଭେଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇ ନାହିଁ |

ଏହି ପ୍ରସଙ୍ଗରେ, ବର୍ତ୍ତମାନ କିଛି ଗଣମାଧ୍ୟମର ରିପୋର୍ଟକୁ ଉଦ୍ଧୃତ କରି ଜଣାଯାଇଛି ଯେ 'I.N.D.I.A' ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ 11 ଜଣ ମୁଖ୍ୟମନ୍ତ୍ରୀ କିଛି ଟିଭି ଚ୍ୟାନେଲରେ ବିଜ୍ଞାପନ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି, ଏହି ଟି ଭି ଚ୍ୟାନେଲ ବିଜେପି ସମର୍ଥକ ବୋଲି ସେମାନେ ବିଶ୍ବାସ ।

ଟିଏମସି ସାଂସଦ ମହୁଆ ମିତ୍ରଙ୍କୁ ଉତ୍ସର୍ଗୀକୃତ ଏକ ସୋସିଆଲ ମିଡିଆ ଫ୍ୟାନ୍ ପେଜ୍ ଅନୁଯାୟୀ, 'ଏହି ଚ୍ୟାନେଲଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ଆକ୍ରମଣ କରିବା ପାଇଁ ଯୋଜନା ହେଉଛି।' ପ୍ରଶଂସକ ପୃଷ୍ଠାରେ କୁହାଯାଇଛି, 'ଏହି ଚ୍ୟାନେଲଗୁଡିକ ବିଜେପି ମୁଖପାତ୍ରଙ୍କୁ ଆମନ୍ତ୍ରଣ କରି ବିଜେପିର ଏଜେଣ୍ଡା ଚଳାଇବାରେ ବ୍ୟବହୃତ ହେବ। ବିଜେପି ଶାସିତ ରାଜ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ବିଜ୍ଞାପନ ପ୍ରଦର୍ଶନ ରୁ ମିଳିଥିବା ଅର୍ଥ ସହିତ ଚ୍ୟାନେଲ ଚଲାଯିବ |


ଏଥି ସହିତ, ଏହିପରି ଖବର ସାମ୍ନାକୁ ଆସିବା ପରେ 'ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍' (ଏନବିଡିଏ) ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଛି।

ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ, କାଲି ନାମାଙ୍କନ ପତ୍ର ଦାଖଲ କରିବେ

COASTAL NEWS Odia 829

ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ, କାଲି ନାମାଙ୍କନ ପତ୍ର ଦାଖଲ କରିବେ


ଭୁବନେଶ୍ବର -  ( ଭଞ୍ଜ ବିହାରୀ ମହାନ୍ତି.) ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । କାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରମିଳା। ଆସନ୍ତା ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ ।

ପ୍ରମିଳା ପ୍ରଥମଥର ଜନତା ଦଳରୁ ଟିକେଟରୁ ୧୯୯୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ। ପରେ ବିଜେଡ଼ି ଗଠନ ପରେ ସେ ୨୦୦୨ ମସିହାରୁ ଲଗାତାର ବିଜେଡ଼ି ଟିକେଟରୁ ନିର୍ବାଚିତ ହୋଇ ଆସୁଛନ୍ତି। 

୧୯୯୦, ୨୦୦୦, ୨୦୦୪, ୨୦୦୯,୨୦୧୪ ଓ ୨୦୧୯ ମୋଟ ୬ଥର ବିଧାୟିକା ହେଲେଣି। ଏହାସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।  ବର୍ତ୍ତମାନ ପ୍ରମିଳା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ରାଜସ୍ବ ବିଭାଗ ଦାୟିତ୍ବରେ ଅଛନ୍ତି ।

'ଅଣ-ମାନବ' ଶରୀର, ଏଲିଅନ୍ ପ୍ରଦର୍ଶିତ

COASTAL NEWS Odia 729

 'ଅଣ-ମାନବ' ଶରୀର, ଏଲିଅନ୍ ପ୍ରଦର୍ଶିତ



ମେକ୍ସିକୋ - ( ଭଞ୍ଜ ବିହାରୀ ମହାନ୍ତି.) ନିକଟରେ ମେକ୍ସିକୋ ସଂସଦରେ ତଥାକଥିତ UFO ବିଶେଷଜ୍ଞଙ୍କ ଦ୍ୱାରା ଦୁଇଟି 'ଅଣ-ମାନବ' ଶରୀର, ଏଲିଅନ୍ ପ୍ରଦର୍ଶିତ ହେବା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ମେକ୍ସିକୋ ସିଟିର ଡାକ୍ତରମାନେ ନମୁନା ପରୀକ୍ଷା କରିବା ପରେ ଆଶ୍ଚର୍ଯ୍ୟକର ତଥ୍ୟ ଦେଇଛନ୍ତି। ଏହି ଶବ ବାସ୍ତବରେ କୌଣସି 'ଅଣ-ମାନବ'ଙ୍କର ବୋଲି ପ୍ରମାଣ ମିଳିଥିବା ପରୀକ୍ଷା କରିଥିବା ଟିମ୍ କହିଛନ୍ତି।

ଉଚ୍ଚ ଟେକ୍ନୋଲୋଜି ବ୍ୟବହାର କରି ଶରୀରର ଏକ୍ସ-ରେ ପରୀକ୍ଷା ଏବଂ ସି.ଟି ସ୍କାନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ଶବଗୁଡିକୁ କୃତ୍ରିମ ଭାବେ ପ୍ରସ୍ତୁତ କରାଯାଇ ନାହିଁ କି ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କୌଣସି ଅନ୍ୟ ପ୍ରାଣୀଙ୍କ ମୃତ ଶରୀର ଖଣ୍ଡକୁ ଏକାଠି କରି ବି ଏପରି ଶରୀର ପ୍ରସ୍ତୁତ କରାଯାଇ ନାହିଁ, ବରଂ ଏହା ଏକ ସ୍ୱତନ୍ତ୍ର ଜୀବର ଶରୀରର ବୋଲି ସ୍ପଷ୍ଟ ହେଉଛି ବୋଲି ପରୀକ୍ଷା କରିଥିବା ଡାକ୍ତରୀ ଟିମର ମୁଖ୍ୟ ଜୋସ୍ ଡି ଜିସୁ ଜୁଲେସ୍ ବେନିଟେଜ୍ କହିଛନ୍ତି।

ବେନିଟେଜ୍ ହେଉଛନ୍ତି ମେକ୍ସିକାନ ନେଭିର ହେଲଥ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ। ସେ ଏହି ଶବଗୁଡ଼ିକୁ ପରୀକ୍ଷା କରିବା ପରେ କହିଛନ୍ତି ଯେ, ସେଗୁଡ଼ିକ ଗୋଟିଏ କଙ୍କାଳର ଅଂଶ। ଏଥିରେ ଅନ୍ୟ କୌଣସି ଖଣ୍ଡ ଯୋଗ କରାଯାଇ ନାହିଁ।

ଏଲିଅନ ସଦୃଶ ଏହି କଙ୍କାଳ ମିଳିବା ଘଟଣା ଚର୍ଚ୍ଚା ହେବା ପରେ କିଛି ସୋଶାଲ ମିଡିଆ ୟୁଜର୍ ଏହାକୁ ପଶୁ କିମ୍ବା ମାନବ ହାଡ଼କୁ ଯୋଗ କରାଯାଇ ପ୍ରସ୍ତୁତ କରାଯାଇଥିବା ଦାବି କରିଥିଲେ। ଅନେକ ଏକାଡେମିକ୍ ଏବଂ ପ୍ରତ୍ନତତ୍ତ୍ୱବିତ୍ ମଧ୍ୟ ଏହି ଶରୀରଗୁଡିକ ମମିଫାଇଡ୍ ମାନବଙ୍କର ପ୍ରାଚୀନ ଅବଶେଷ ବୋଲି କହିଥିଲେ।

ସୂଚନା ଅନୁସାରେ, ଗତ ସପ୍ତାହରେ ମେକ୍ସିକୋ କଂଗ୍ରେସରେ ଏଲିଅନ୍ ଶରୀର ଉପସ୍ଥାପନ କରାଯାଇଥିଲା। ଏହା ହଜାରେ ବର୍ଷର ପୁରୁଣା ମୃତଦେହ ବୋଲି କୁହାଯାଇଥିଲା। ଏହି ମୃତଦେହ ତିନି ଆଙ୍ଗୁଠି ଏବଂ ଏକ ବଡ଼ ମୁଣ୍ଡ ବିଶିଷ୍ଟ। ପେଟରେ କିଛି ଅଣ୍ଡା ଥିବା କହି ଏହା ମହିଳା ଶବ ବୋଲି ଦର୍ଶା ଯାଇଥିଲା।

ଏହା ପରେ ସତ୍ୟତା ଯାଞ୍ଚ ପାଇଁ ଏକ ପରୀକ୍ଷା ନୀରିକ୍ଷା କରାଯାଇଥିଲା। ବେନିଟେଜଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଟିମ୍ ଏହି ଶରୀରର ସିଟି ସ୍କାନ୍ ଏବଂ ଏକ୍ସ-ରେ କରିବା ସହ ଏକ ଲକ୍ଷରୁ ଅଧିକ ପ୍ରଜାତି ସହ ଏହାର ଡିଏନଏକୁ ମଧ୍ୟ ମେଳ କରାଇଥିଲେ। କିନ୍ତୁ ଶେଷରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହା ସ୍ୱତନ୍ତ୍ର। ଏହା ପୃଥିବୀର ଅନ୍ୟ କୌଣସି ପ୍ରଜାତି ସହ ସମାନ ନୁହଁନ୍ତି କି ହାଡକୁ ଅନ୍ୟତ୍ର ଆଣି ଏକାଠି କରାଯାଇନାହିଁ। 

ସୋସିଆଲ ମିଡ଼ିଆର ବ୍ୟବହାର ପାଇଁ ଧାର୍ଯ୍ୟ କରାଯାଉ ବୟସ ସୀମା, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

COASTAL NEWS Odia 827

ସୋସିଆଲ ମିଡ଼ିଆର ବ୍ୟବହାର ପାଇଁ ଧାର୍ଯ୍ୟ କରାଯାଉ ବୟସ ସୀମା, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ



 
ନୂଆଦିଲ୍ଲୀ: ( ଭଞ୍ଜ ବିହାରୀ ମହାନ୍ତି.) ବର୍ତ୍ତମାନ ସୋସିଆଲ ମିଡିଆ ପ୍ରତି ସମସ୍ତଙ୍କ ଆର୍କଷଣ ବଢିବାରେ ଲାଗିଛି । ପିଲାଙ୍କ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ତେବେ ଏହି ପ୍ଲାଟଫର୍ମରେ ଶିକ୍ଷଣୀୟ ତଥ୍ୟ ବ୍ୟତୀତ ଅଶ୍ଳୀଳ ବିଷୟ ମଧ୍ୟ ପରିବେଶିତ ହେଉଛି । ଯାହାଦ୍ୱାରା ଏହି ପ୍ରଭାବ ପିଲାମାନଙ୍କ ଉପରେ ପ୍ରତିଫଳିତ ହେଉଛି । ତେବେ ଏନେଇ ମଙ୍ଗଳବାର ଦିନ କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।

କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ଏହା ରାଷ୍ଟ୍ର ପାଇଁ ଭଲ ହେବ, ଯଦି ଆମେ ସୋସିଆଲ ମିଡିଆରେ କିଛି ଅଙ୍କୁଶ ଲଗାଇବା । ବିଶେଷ କରି ଏହି ନିୟମ ଯୁବକ ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରେ ଲାଗିବା ନିହାତି ଆବଶ୍ୟକ । ସେମାନଙ୍କୁ ଏହି ସୋସିଆଲ ମିଡିଆରେ ପ୍ରବେଶ ବା ବ୍ୟବହାର କରିବା ଲାଗି ୧୮ କିମ୍ବା ୨୧ ବର୍ଷ ହେବା ଆବଶ୍ୟକ । ଯେତେବେଳେ ସେମାନେ ଭୋଟ ଦେବାକୁ ଯୋଗ୍ୟ ହେବେ । ଏହା ଜଷ୍ଟିସ ଜି.ନରେନ୍ଦ୍ର ଏବଂ ନ୍ୟାୟମୂର୍ତ୍ତି ବିଜୟକୁମାର ଏ.ପଟିଲଙ୍କ ଖଣ୍ଡପୀଠ ୩୦ ଜୁନର ଏକକ ବିଚାରପତିଙ୍କ ଅଦେଶକୁ ଚ୍ୟାଲେଞ୍ଜ କରି ‘ଏକ୍ସ କାର୍ପ’ର ଆବେଦନକୁ ନେଇ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବିଭିନ୍ନ ନିର୍ଦ୍ଦେଶ ବିରୋଧରେ ଏକକ ବିଚାରପତି X ଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫେବୃଆରୀ ୨, ୨୦୨୧ ରୁ ଫେବୃଆରୀ ୨୮, ୨୦୨୨ ମଧ୍ୟରେ ସୂଚନା ପ୍ରଯୁକ୍ତି ଅଧିନିୟମର ଧାରା ୬୯’କ’ ଅନୁଯାୟୀ, ମନ୍ତ୍ରଣାଳୟ ୧୦ଟି ସରକାରୀ ନିର୍ଦ୍ଦେଶ ଜାରି କରି ୧୪୭୪ ଆକାଉଣ୍ଟ, ୧୭୫ ଟ୍ୱିଟ୍, ୨୫୬ URL ଏବଂ ଗୋଟିଏ ହ୍ୟାସଟ୍ୟାଗକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛି। ଟ୍ୱିଟର ଏହି ୩୯ ଟି URL ସହିତ ଜଡିତ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା।
ଜଷ୍ଟିସ ଜି ନରେନ୍ଦ୍ର କହିଛନ୍ତି ଯେ, ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ଆଜିର ସ୍କୁଲ ଯାଉଥିବା ପିଲାମାନେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ପାଇଁ ପାଗଳ। ମୁଁ ଅନୁଭବ କରୁଛି ଯେ, ଏକ୍ସାଇଜ୍ ନିୟମ ପରି, ଏଥିପାଇଁ ମଧ୍ୟ ଏକ ବୟସ ସୀମା ରହିବା ଉଚିତ୍। କୋର୍ଟ ଆହୁରି କହିଛନ୍ତି ଯେ, ପିଲାମାନେ ୧୭ କିମ୍ବା ୧୮ ବର୍ଷ ବୟସ ହୋଇପାରନ୍ତି, କିନ୍ତୁ ଦେଶର ଆଗ୍ରହ ଏବଂ କ୍ଷତି ବିଷୟରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କର ପରିପକ୍ୱତା ଅଛି କି? 

କେବଳ ସୋସିଆଲ ମିଡିଆରେ ନୁହେଁ ଇଣ୍ଟରନେଟରେ ମଧ୍ୟ ଏପରି ଜିନିଷ ହଟାଯିବା ଉଚିତ, ଯାହା ମନକୁ ସଠିକ୍ ପଥରୁ ଦୂରେଇ ଦେଇଥାଏ। ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାର ଏକ ବୟସ ସୀମା ସ୍ଥିର କରିବାକୁ ମଧ୍ୟ ବିଚାର କରିବା ଉଚିତ।

କୋର୍ଟ ‘ଏକ୍ସ କର୍ପ’ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଏହି ମାମଲାର ଶୁଣାଣି ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବୁଧବାର ‘ଏକ୍ସ କର୍ପ’ ଖୋଜୁଥିବା ମଧ୍ୟବର୍ତ୍ତୀକାଳୀନ ରିଲିଫ ଉପରେ କୋର୍ଟ ନିଷ୍ପତ୍ତି ନେବେ। ତାଙ୍କ ଆବେଦନ ପରେ ଶୁଣାଣି ହେବ।
 

ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ।

COASTAL NEWS Odia 826

ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ।



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି ) ସରିବାକୁ ଯାଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ କୃଷ୍ଣପକ୍ଷ। ଇସ୍ରୋର ଚନ୍ଦ୍ରଯାନ-3 ଅବତରଣ କରିଥିବା ଅଞ୍ଚଳରେ ଆସନ୍ତା ଶୁକ୍ରବାର ରାତି ପାହିବ। ସେଠାରେ ସକାଳ ହେଲେ ଇସ୍ରୋ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଜାଗ୍ରତ କରିବାକୁ ଚେଷ୍ଟା କରିବ। ବର୍ତ୍ତମାନ ଉଭୟ ସ୍ଲିପ୍ ମୋଡରେ ଅଛନ୍ତି। ନିଦରୁ ଉଠିବା ପରେ ପୁଣି ଚନ୍ଦ୍ରପୃଷ୍ଠରୁ ନୂଆ କିଛି ତଥ୍ୟ ଆସିବା ନେଇ ଆଶା କରାଯାଉଛି। 
ଯଦି ଇସ୍ରୋ ବିକ୍ରମ ଏବଂ ପ୍ରଜ୍ଞାନକୁ ନିଦରୁ ଉଠାଇବାରେ ସକ୍ଷମ ହୁଏ, ତେବେ ଏହା ଯନ୍ତ୍ରକୌଶଳର ଏକ ଉଲ୍ଲେଖନୀୟ କୀର୍ତ୍ତି ହେବ। ଏହା ସହ ପୁନର୍ବାର ଚନ୍ଦ୍ରପୃଷ୍ଠର ରହସ୍ୟ ଭେଦିବାରେ ସ୍ପେସ୍ ଏଜେନ୍ସି ଇସ୍ରୋକୁ ଅଧିକ ସୁଯୋଗ ମିଳିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଲ୍ୟାଣ୍ଡିଂ କରିବା ପରେ ୧୪ ଦିନ ପର୍ଯ୍ୟନ୍ତ ବିକ୍ରମ ଓ ରୋଭର ଇସ୍ରୋକୁ ଅନେକ ସୂଚନା ଦେଇ ସାରିଛନ୍ତି। କିନ୍ତୁ ସେଠାରେ ରାତି ଆସିଯିବା ପୂର୍ବରୁ ଲ୍ୟାଣ୍ଡର ଓ ରୋଭରକୁ ଶୁଆଇ ଦେଇଥିଲା ଇସ୍ରୋ।
ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-3। ଏହି ସଫଳତା ପରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଥିଲା। ପୂର୍ବରୁ ଆମେରିକା, ଋଷ, ଚାଇନା ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଥିଲେ ବି କେହି ଦକ୍ଷିଣ ମେରୁକୁ ଛୁଇଁ ନଥିଲେ। ଏଠାରେ ଅବତରଣ ପରେ ବିକ୍ରମ ଓ ଲ୍ୟାଣ୍ଡର ଦକ୍ଷିଣ ମେରୁର ତାପମାତ୍ରା ମାପିବା ସହ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟାଇଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଏବଂ ଅମ୍ଳଜାନ ଭଳି ଖଣିଜ ପଦାର୍ଥ ଥିବା ମଧ୍ୟ ଜାଣିବାକୁ ପାଇଛି।
କିନ୍ତୁ ଅବତରଣର ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ରାତି ଆସି ଯାଇଥିଲା। ବାସ୍ତବରେ ଚନ୍ଦ୍ରରେ ଗୋଟିଏ ଦିନ ରାତି ହୁଏ, କିନ୍ତୁ ଏହି ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ। ଚନ୍ଦ୍ରଯାନରେ ଥିବା ବିକ୍ରମ ଓ ପ୍ରଜ୍ଞାନ ସୋଲାର୍ ଚାଳିତ। ସୂର୍ଯ୍ୟକିରଣ ନ ପଡିବାରୁ ଉଭୟ କାର୍ଯ୍ୟ କରିବାରେ ଅକ୍ଷମ। ସେଠାରେ ସକାଳ ହେବା ପରେ ପୁନର୍ବାର ରୋଭର ଓ ପ୍ରଜ୍ଞାନ କାର୍ଯ୍ୟକ୍ଷମ ହେବେ ବୋଲି ଆଶା କରାଯାଉଛି। 

ରୁଷି ପଞ୍ଚାମି

COASTAL NEWS Odia 825

* ରୁଷି ପଞ୍ଚାମି 🌼 *
  * 20 ସେପ୍ଟେମ୍ବର 2023 ବୁଧବାର *



 ଭୁବନେଶ୍ବର - ସନାତନ ଧର୍ମରେ ଅନେକ ଉପବାସ ଅଛି | ରୁଷି ପଞ୍ଚମି ଉପବାସ ଯାହା ଭାଦ୍ରବ ମାସର ଶୁକ୍ଲା ପକ୍ଷରେ ପଞ୍ଚମ ଦିନରେ ପାଳନ କରାଯାଏ।  ଏଥର ଏହି ଉପବାସ 20 ସେପ୍ଟେମ୍ବର, ବୁଧବାର ଦିନ ପାଳନ କରାଯିବ |  


 * ରୁଷି ପଞ୍ଚାମି ଉପବାସ ପଦ୍ଧତି: *

ରୁଷି ପଞ୍ଚାମି ପଞ୍ଚାମୀରେ ଉପବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଗଙ୍ଗାରେ ଗାଧୋଇବା ଶୁଭ ଅଟେ।  ଯଦି କ କୌଣସି କାରଣରୁ ଏପରି ସମକକ୍ଷତା ଘଟୁନାହିଁ, ତେବେ ଘରେ ଥିବା ଲୋକମାନେ ଗଙ୍ଗା ଜଳକୁ ଗାଧୋଇବା ପାଣିରେ ମିଶାଇ ଗାଧୋଇ ପାରିବେ |

 ଏହା ପରେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ।  ପୂଜା ପରେ ଫଳ, ପୋଷାକ ଏବଂ ଡାକସିନା ଶୁଦ୍ଧ ସତ୍ୟଭିକ୍ ବ୍ରାହ୍ମଣଙ୍କୁ ଦାନ କରାଯାଏ।  ଦିନରେ ଥରେ ଭୋଜନ କରାଯାଏ |  ଏଥିରେ କ୍ଷୀର, କଦଳୀ, ଚିନି ଏବଂ ଶସ୍ୟ ଖାଆନ୍ତି ନାହିଁ, କେବଳ ଫଳ ଏବଂ ବାଦାମ ଖାଇପାରିବେ |

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା, ପିଠାପଣାର ମହକରେ ମହକୁଛି ଘର

COASTAL NEWS Odia 824

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଆଜି ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା, ପିଠାପଣାର ମହକରେ ମହକୁଛି ଘର



ସମ୍ବଲପୁର - ( ଭଞ୍ଜ ବିହାରୀ ମହାନ୍ତି ) ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଉତ୍ସବ ମୁଖର ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ଘରେ ଘରେ ପ୍ରସ୍ତୁତି ଜୋରସୋର । ପିଠାପଣାର ମହକରେ ମହକୁଛି ଘର। ତିଆରି ଚାଲିଛି ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ। ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼। ଦୂରଦୂରାନ୍ତରେ ରହୁଥିବା ପରିବାର ଓ ଆତ୍ମୀୟ ଘରକୁ ଫେରିଛନ୍ତି ।

ଆଜି ସକାଳ ୧୦ଟା ୨୭ରୁ ୧୦ଟା ୪୨ ଭିତରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ନବାର୍ଣ୍ଣ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତ ହେଉଛି।

ଏହାପରେ ସମସ୍ତ ଏକାଠି ନୂଆ ଖାଇବେ । ନୂଆ ଖାଇବା ପରେ ଗୁରୁଜନଙ୍କୁ ଜୁହାର କରି ଘରର ଛୋଟମାନେ ଆଶୀର୍ବାଦ ନେଇ ଥାଆନ୍ତି । ଅନ୍ୟପଟେ ନୂଆଖାଇ ପାଇଁ ଚାଲିଛି ନାଚଗୀତର ପ୍ରସ୍ତୁତି । ପଶ୍ଚିମ ଓଡିଶାର ଡାଲଖାଇ, ରସରକେଳି, ମାଇଲାଜଡ଼, ଚୁଟୁକୁଚୁଟାରେ ଦୁଲୁକୁଛି ଗାଁ ଦାଣ୍ଡ ।


ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ

COASTAL NEWS Odia 823

ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ



ନୂଆଦିଲ୍ଲୀ - (ଭଞ୍ଜ ବିହାରୀ ମହାନ୍ତି.) ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଲାଗିଥିବା ବେଳେ ଭାରତର କୁଟନୀତିଜ୍ଞଙ୍କୁ ଦୁଇ ଦିନ ପୂର୍ବେ ବହିଷ୍କାର କରି ସାରିଛି କାନାଡା। ତେବେ ଏହି କୁଟନୀତିଜ୍ଞ କିଏ ତାହା ଜାଣିବାକୁ ସମସ୍ତେ ବ୍ୟଗ୍ର ଥିବା ବେଳେ ଏବେ ତାହା ଉପରୁ ପରଦା ହଟିଛି। ଏହି ଅଧିକାରୀଜଣକ ପଞ୍ଜାବ କ୍ୟାଡରର ଆଇପିଏସ୍‌ ଅଫିସର ପବନ କୁମାର ରାୟ ବୋଲି ଜଣାଯାଇଛି।

ପବନ କାନାଡାରେ ଥିବା ଭାରତ ଦୂତାବାସରେ ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। ମାତ୍ର କାନାଡା ପ୍ରଧାନମନ୍ତ୍ରୀ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପାଇଁ ଭାରତକୁ ଦାୟୀ କରି କାନାଡା ଭାରତୀୟ କୁଟନୀତିଜ୍ଞ ପବନ କୁମାର ରାୟଙ୍କୁ ବହିଷ୍କାର କରି ଦେଇଛି।

ପବନ କୁମାର ୧୯୯୭ ମସିହା ବ୍ୟାଚ ପଞ୍ଜାବ କ୍ୟାଡରର ଆଇପିଏସ୍‌ ଅଫିସର ହୋଇଥିବା ବେଳେ ୨୦୧୦ ମସିହାରୁ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ। ୨୦୧୮ ଡିସେମ୍ବର ମାସରେ ତାଙ୍କୁ ଭାରତର ବର୍ହିବ୍ୟାପାର ମନ୍ତ୍ରାଳୟ (MEA)ରେ ଜଏଣ୍ଟ ସେକ୍ରେଟାରୀ ଭାବେ ନିଯୁକ୍ତ କରାଗଲା। ଏଥିସହ ସେ କିଛି ବର୍ଷ କ୍ୟାବିନେଟ ସେକ୍ରେଟେରୀଏଟର ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ।

ବ୍ରିଟିଶ କଲମ୍ବୋଆରେ ଗୁଳିକାଣ୍ଡର ଶିକାର ହୋଇ ହରଦୀପ ସିଂ ନିଜ୍ଜରଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ କାନାଡା ପୁଲିସ୍‌ ଭାରତକୁ ଦାୟୀ କରିଥିବା ବେଳେ କୌଣସି ଗିରଫଦାରୀ କରି ନାହିଁ। ମାତ୍ର ଭାରତର କୁଟନୀତିଜ୍ଞଙ୍କୁ ବହିଷ୍କାର କରି ଜଷ୍ଟିନ ଟ୍ରୁଡେ କାନାଡାରେ ଥିବା ଖଲିସ୍ତାନୀ ନେତାଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥିବା ସେଠାରେ ରହିଥିବା ଭାରତୀୟ ପ୍ରକାଶ କରିଛନ୍ତି।

ମଝି ଆକାଶରେ ବିମାନରେ ଅଭାବନୀୟ କାଣ୍ଡ

COASTAL NEWS Odia 822

ମଝି ଆକାଶରେ ବିମାନରେ ଅଭାବନୀୟ କାଣ୍ଡ


ଚେନ୍ନାଇ - ( ଭଞ୍ଜ ବିହାରୀ ମହାନ୍ତି.) ମଝି ଆକାଶରେ ବିମାନରେ ଘଟିଲା ଅଭାବନୀୟ କାଣ୍ଡ । ବିମାନର ଜଣେ ଯାତ୍ରୀ ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିବାରୁ ସମସ୍ତଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ତତ୍‌କ୍ଷଣାତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଦେଲେ ବିମାନ କର୍ମଚାରୀ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚେନ୍ନାଇରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଘଟିଛି। ଏପରି କାଣ୍ଡ ଘଟାଇଥିବା ବିମାନ ଯାତ୍ରୀଙ୍କ ନାମ ମଣିକନ୍ଦନ ବୋଲି ଜଣାଯାଇଛି। ତୁରନ୍ ଉକ୍ତ ବ୍ୟକ୍ତିଙ୍କୁ CISF ଜିମା ଦିଆଯାଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏନେଇ CISF (Central Industrial Security Force)ରେ ଅଭିଯୋଗ କରାଯାଇଥିବା ବେଳେ CISF ଉକ୍ତ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇଛି।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ବିମାନଟି ଚେନ୍ନାଇ ଅଭିମୁଖେ ଗତ ରାତିରେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର  ମଝି ଆକାଶରେ ହଠାତ୍‌ ମଣିକନ୍ଦନ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଅନ୍ୟ ଯାତ୍ରୀ ଭୟଭୀତ ହୋଇଥିବା ବେଳେ ବିମାନ କର୍ମଚାରୀ ତୁରନ୍ତ ତାଙ୍କୁ କାବୁ କରି ନେଇଥିଲେ। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ବିମାନ କର୍ମଚାରୀଙ୍କର ଉଚ୍ଚବାଚ ହୋଇଥିଲା।

ଏହାପରେ ବିମାନଟି ଚେନ୍ନାଇ ବିମାନବନ୍ଦରରେ ଲ୍ୟାଣ୍ଡ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଣ୍ଡିଗୋ କର୍ତ୍ତୃପକ୍ଷ CISFକୁ ହସ୍ତାନ୍ତର କରିଛନ୍ତି।

ସଇତାନ ସ୍ୱାମୀ

COASTAL NEWS Odia 821

ସଇତାନ ସ୍ୱାମୀ



କରଞ୍ଜିଆ - ( ଭଞ୍ଜ ବିହାରୀ ମହାନ୍ତି.) ସଇତାନ ସ୍ୱାମୀ। ନିଜ ସ୍ତ୍ରୀକୁ ହତ୍ୟା କରି ଅଖାରେ ପୂରାଇ ଜଙ୍ଗଲରେ ଭିଙ୍ଗି ଦେଲା। ୩ଦିନ ପରେ ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ ନିରୁପମା ମହାନ୍ତ। ପୁଲିସ ମଧୁସୂଦନ ମହାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗତ ୩ ଦିନ ହେବ ନିରୁପମା ନିଖୋଜ ଥି8uଲେ। ଏନେଇ ନିରୁପମାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ତଦନ୍ତ କରିବା ସହ  ମଧୁସୂଦନଙ୍କୁ ପଚରାଉଚରା କରିଥିଲା। ମଧୁସୂଦନ ନିରୁପମାଙ୍କ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ମାନିଥିଲେ। ପୁଲିସ ଆଜି ଠାକୁରମୁଣ୍ଡା ରାସ୍ତା ନିକଟ ଜଙ୍ଗଲରୁ ଏକ ଅଖା ଭିତରୁ ନିରୁପମାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ଏହାସହ ମଧୁସୂଦନଙ୍କୁ ପଚରାଉଚରା କରୁଛି।
କେଉଁ କାରଣ ପାଇଁ ମଧୁସୂଦନ ନିଜ ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହ ନା ଆଉ କିଛି ରହିଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...